ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଅର୍ପଣ ରଥ ଗୁଆ ଓ ଚାଉଳ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଶୁଭମନାସୀ ସବୁ ଜିଲ୍ଲାରୁ ଗଡିଥିଲା ଅର୍ପଣ ରଥ

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଅର୍ପଣ ରଥ ଗୁଆ ଓ ଚାଉଳ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଶୁଭମନାସୀ ସବୁ ଜିଲ୍ଲାରୁ ଗଡିଥିଲା ଅର୍ପଣ ରଥ । ଏହି ସମୟରେ ପ୍ରତ୍ୟେକ ଘରୁ ସଂଗ୍ରହ ହୋଇଥିଲା ଗୁଆ, ଚାଉଳ । ଏବେ ଜଗତସିଂହପୁର ଜିଲ୍ଲାରୁ ସଂଗୃହୀତ ପ୍ରାୟ ୨୮୦ କ୍ୱିଂଟାଲ ଚାଉଳ ପୁରୀରେ ପହଂଚିଥିବା ଜଣାପଡିଛି ।

ବିରୋଧୀ ସୃଗୀହତ ଚାଉଳ ଏବଂ ଗୁଆର ହିସାବ ମାଗୁଥିବା ବେଳେ ପୁରୀରେ ଜଗତସିଂହପୁର ଜିଲ୍ଲାରୁ ସଂଗୃହୀତ ଚାଉଳ ଏବଂ ଗୁଆ ଶ୍ରୀକ୍ଷେତ୍ରରେ ପହଂଚିଛି । ଆଗକୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ଚାଉଳ ଏବଂ ଗୁଆ ଆସିବ ବୋଲି ଜଣାପଡିଛି ।

The post ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଅର୍ପଣ ରଥ ଗୁଆ ଓ ଚାଉଳ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଶୁଭମନାସୀ ସବୁ ଜିଲ୍ଲାରୁ ଗଡିଥିଲା ଅର୍ପଣ ରଥ first appeared on Kanak News.

from Kanak News
via <a href="https://ifttt.com/?

ଶୀତ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । କୋହଲା ପାଗ ପାଇଁ ବଦଳିଲା ପାଣିପାଗର ମିଜାଜ

କନକ ବ୍ୟୁରୋ : ଉପକୂଳରୁ ଉପାନ୍ତ ସବୁଠି ଥଣ୍ଡା । ଦିନରେ ତାପମାତ୍ରା ୧୧ ଡିଗ୍ରି ପର୍ଯ୍ୟନ୍ତ ଖସି ଆସିଥିବା ବେଳେ ରାତିରେ କିନ୍ତୁ ସେତେଟା ଫରକ ପଡିନି । ୧୧ଟି ପାଣିପାଗ କେନ୍ଦ୍ରରେ ସର୍ବାଧିକ ତାପମାତ୍ରା ୨୦ ଡିଗ୍ରି ତଳକୁ ଖସି ଆସିଛି । ସୋନପୁରରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୧୧.୧ ଡିଗ୍ରି ତଳକୁ ଖସିବା ସହ ୧୮.୮ ଡିଗ୍ରିରେ ପହଞ୍ଚିଥିଲା ।

ଗୁରୁଚାପ ବଳୟର ସକ୍ରିୟତା ଏବଂ ନିମ୍ନଚାପ ରେଖା ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବାରୁ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ହାଲୁକା ବର୍ଷା ସାରା ରାଜ୍ୟରେ ଲାଗି ରହିଛି । ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିଲେ ମଧ୍ୟ ଦିନ ଓ ରାତି ତାପମାତ୍ରା ମଧ୍ୟରେ ତାରତମ୍ୟ କମ୍ ରହୁଥିବାରୁ ଥଣ୍ଡା ଅନୁଭୂତ ହେଉଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତାକାଲିଠୁ ପାଗରେ ପରିବର୍ତନ ଆସିବା ସମ୍ଭାବନା ।

The post ଶୀତ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । କୋହଲା ପାଗ ପାଇଁ ବଦଳିଲା ପାଣିପାଗର ମିଜାଜ first appeared on Kanak News.

from Kanak News
via <a href="https://ifttt.com/?

ବଡ ପରଦାରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଅକ୍ଷୟ କୁମାର, ଟାଇଗର ଶ୍ରଫ । ବଡେ ମିଆଁ ଛୋଟେ ମିଆଁରେ ରହିଛି ଉଭୟଙ୍କ ଦମଦାର ଅଭିନୟ

କନକ ବ୍ୟୁରୋ : ପ୍ରସ୍ତୁତ ହେଉଛି ବଲିଉଡର ନୂଆ ଆକ୍ସନ ସିନେମା ବଡ଼େ ମିଆଁ ଛୋଟେ ମିଆଁ । ପ୍ରଯୋଜନା ସଂସ୍ଥା ସିନେମାର ପ୍ରଥମ ଟିଜର ରିଲିଜ କରିଛି । ଟିଜରରେ ଦେଖିବାକୁ ମିଳିଛି ପାୱାର ପ୍ୟାକ ପରଫମାନ୍ସ । ପ୍ରଥମ ଥର ପାଇଁ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଏକାଠି ଅଭିନୟ କରିଛନ୍ତି । ସିନେମାରେ ଖଳନାୟକ ଚରିତ୍ରରେ ସାଉଥ ଷ୍ଟାର ପୃଥୀବୀ ରାଜ ସୁକମାରନଙ୍କ ଅଭିନୟ ରହିଛି । ବଡ଼େ ବଡ଼େ ମିଆଁ   ଛୋଟେ ମିଆଁର ସୁଟିଂ ସରିବା ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନ କାମ । ଅକ୍ଷୟ, ଟାଇଗର ଓ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ଥିବା ବେଳେ ଅନ୍ୟାନ୍ୟ ଚରିତ୍ରରେ ମାନୁଷୀ ଚିଲ୍ଲାର ଓ ରୋନିତ ରୟଙ୍କ ଅଭିନୟ ରହିଛି । ଅଲ୍ଲୀ ଆବାସ ଜାଫରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ବଡେମିଆଁ ଛୋଟେ ମିଆଁ ଇଦ ଅବସରରେ ଏପ୍ରିଲରେ ରିଲିଜ ହେବ ।

The post ବଡ ପରଦାରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଅକ୍ଷୟ କୁମାର, ଟାଇଗର ଶ୍ରଫ । ବଡେ ମିଆଁ ଛୋଟେ ମିଆଁରେ ରହିଛି ଉଭୟଙ୍କ ଦମଦାର ଅଭିନୟ first appeared on Kanak News.

from Kanak News
via <a href="https://ifttt.com/?

ପୁଣି ବାଜି ମାରିଲେ ସୂର୍ଯ୍ୟ କୁମାର ଯାଦବ । ଲଗାତାର ୨ୟ ଥର ପାଇଁ କ୍ରିକେଟର ପାଇବେ ଆଇସିସି ଟି-୨୦ ପ୍ଲେୟାର ଅଫ ଦ ଇୟର ସମ୍ମାନ

କନକ ବ୍ୟୁରୋ : କ୍ରମାଗତ ଦ୍ୱିତୀୟଥର ପାଇଁ ଆଇସିସି ଟି-୨୦ ପ୍ଲେୟାର ଅଫ ଦ ଇୟର ୨୦୨୩ ହେଲେ ଟିମ ଇଣ୍ଡିଆର ଷ୍ଟାର ଖେଳାଳୀ ସୂର୍ଯ୍ୟକୁମାର ଯାଦବ । ଆଇସିସି ପକ୍ଷରୁ ବୁଧବାର ଆଇସିସି ଟି- ସୂର୍ଯ୍ୟକୁମାର ଯାଦବଙ୍କ ନାମ ଘୋଷଣା କରିଛି । ନ୍ୟୁଜିଲାଣ୍ଡର ମାର୍କ ଚାପମ୍ୟାନ, ଜିମ୍ବାୱେର ସିକନ୍ଦର ରାଜା ୟୁଗାଣ୍ଡାର ଅଳପେଶ ରାମଜାନୀଙ୍କୁ ପଛରେ ପକାଇ ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାର ହାତେଇଛନ୍ତି ସୂର୍ଯ୍ୟକୁମାର । ୨୦୨୩ ବର୍ଷରେ ୧୭ଟି ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚ ଖେଳି ୧୫୫.୯୫ ଷ୍ଟ୍ରାଇକ ରେଟରେ ୭୩୩ ରନ୍ ସଂଗ୍ରହ କରିଛନ୍ତି ।

The post ପୁଣି ବାଜି ମାରିଲେ ସୂର୍ଯ୍ୟ କୁମାର ଯାଦବ । ଲଗାତାର ୨ୟ ଥର ପାଇଁ କ୍ରିକେଟର ପାଇବେ ଆଇସିସି ଟି-୨୦ ପ୍ଲେୟାର ଅଫ ଦ ଇୟର ସମ୍ମାନ first appeared on Kanak News.

from Kanak News
via <a href="https://ifttt.com/?

ଲୁଟେରାଙ୍କ ନୂଆ ଟେକନିକ୍! ଧରାପଡୁଛନ୍ତି ହେଲେ ମିଳୁନି ଜିନିଷ! ସୁନା ଋଣ ସଂସ୍ଥା ପାଲଟିଛି ଚୋରି ସୁନାର ସୁରକ୍ଷିତ ସ୍ଥାନ !

କନକ ବ୍ୟୁରୋ: ଚୋରି, ଡକାୟତି ରୋକିବା ପାଇଁ ପୁଲିସ ଯେତେ ରଣକୌଶଳ ଆପଣାଉଛି, ଚୋର ତାଠାରୁ ଆଉ ପାଦେ ଆଗକୁ ଯାଇ କାରବାର କରୁଛନ୍ତି । ପୁଲିସ ଛାନଭିନ୍ ବେଳେ ଲୁଟେରା ଧରାପଡୁଛନ୍ତି । କିନ୍ତୁ ମିଳୁନି ଲୁଟ୍ ସାମଗ୍ରୀ । କୁହାଯାଉଛି, ଲୁଟ୍ ସୁନାର ସୁରକ୍ଷିତ ସ୍ଥାନ ପାଲଟିଛି ସୁନା ଋଣ ଗୃହ ସଂସ୍ଥା । ନିକଟରେ ସେମିତି ଦୁଇଟି ମାମଲା ସାମ୍ନାକୁ ଆସିଛି, ଯାହା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି ।

ପୁଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଚୋର । ଯେଉଁଥିପାଇଁ ପୁଲିସ ବେଳେ ବେଳେ ଚୋରଙ୍କ ପାଇଁ ହରଡଘଣାରେ ପଡୁଛି । ରାଜଧାନୀରେ ଚୋରି, ଛିନତାଇ, ରାହାଯାନୀ ପୁଲିସକୁ ଯେତିକି ଅଡୁଆରେ ପକାଉନି ତାଠାରୁ ବେଶି ମୁଣ୍ଡ ବିନ୍ଧାଉଛି ଚୋରି ଜିନିଷ ଫେରିପାଇବା । ଚୋରି ସୁନା ମିଳିବା ପୁଲିସ ପାଇଁ ହେଉଛି କାଠିକର ପାଠ । ପୂର୍ବରୁ ସୁନା ଦୋକାନ କିମ୍ବା ବଣିଆଙ୍କ ପାଖରେ ବିକ୍ରି କରି କିମ୍ବା ତରଳାଇ, ତା ବଦଳରେ ସୁନା କିମ୍ବା ଟଙ୍କା ନେଉଥିଲେ ଲୁଟେରା । ଏବେ ଏମାନେ ନୁଆ ଟେକନିକ ଆପଣାଇଛନ୍ତି । ସୁନା ରୁଣ ଦେଉଥିବା ସଂସ୍ଥାରେ ଚୋରି ସୁନାକୁ ବନ୍ଧକ ରଖି ସେହି ଟଙ୍କାରେ ଅୟସ ଆରାମ କରୁଛନ୍ତି । ଯାହା ଫଳରେ ବନ୍ଧା ସୁନାର ଟଙ୍କା କିଏ ଦେଇ ମୁକୁଳାଇବ ଆଉ ଚୋରି ସୁନାକୁ ଦେଖାଇ ପୁଲିସ କେମିତି କୋର୍ଟ ଚାଲାଣ କରିବ, ସେନେଇ ସମସ୍ୟାରେ ପଡୁଛି ପୁଲିସ ।

ବିଗତ ଦିନରେ ଦୁଇ ଦୁଇଟି ମାମଲାରେ ଲୁଟ ସୁନା ବନ୍ଧକ ରଖି ସୁନା ରୁଣ ସଂସ୍ଥାରୁ ମୋଟା ଅଙ୍କର ଟଙ୍କା ଚୋର ନେଇଯାଇଥିବା ଜଣାପଡିଛି । ସୁନା ବନ୍ଧକ ରଖିଥିବା ସଂସ୍ଥାଗୁଡିକର କର୍ମଚାରୀଙ୍କୁ ମଧ୍ୟ ଆବଶ୍ୟକସ୍ଥଳେ ତଦନ୍ତ ଘେରକୁ ଆଣିବ ବୋଲ କହିଛି ପୁଲିସ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି –
ସୁନା ରୁଣ ସଂସ୍ଥା କାହିଁକି ରଖୁଛି, ଚୋରଙ୍କ ସୁନା?
ଚୋରଙ୍କ ସହ ହାତ ମିଶାଇଲେଣି କି ସଂସ୍ଥାର କର୍ମଚାରୀ?
ସୁନା ବନ୍ଧକ ରଖିବାର ନିୟମକୁ ସଠିକ ଭାବରେ ପାଳନ କରାଯାଉନାହିଁ କି?
ନିୟମ ପାଳନ କରାଯାଉଛି କି ନାହିଁ, ତା’ର ତଦାରଖ ଦାୟିତ୍ୱ କାହାର ?

The post ଲୁଟେରାଙ୍କ ନୂଆ ଟେକନିକ୍! ଧରାପଡୁଛନ୍ତି ହେଲେ ମିଳୁନି ଜିନିଷ! ସୁନା ଋଣ ସଂସ୍ଥା ପାଲଟିଛି ଚୋରି ସୁନାର ସୁରକ୍ଷିତ ସ୍ଥାନ ! first appeared on Kanak News.

from Kanak News
via <a href="https://ifttt.com/?

ଦୁନିଆର ସବୁଠୁ ଧନୀ ରାଜନେତା ହେଲେ ରୁଷ ରାଷ୍ଟ୍ରପତି । ଭ୍ଲାଦିମୀର ପୁଟିନଙ୍କ ପାଖରେ ରହିଛି ସର୍ବାଧିକ ୧୬ଲକ୍ଷ ୬୦ହଜାର କୋଟି ମୂଲ୍ୟର ସମ୍ପତି

କନକ ବ୍ୟୁରୋ : ବିଶ୍ୱର ସବୁ ଲୋକପ୍ରିୟ ନେତାଙ୍କ ସମ୍ପତିକୁ ନେଇ ଚର୍ଚ୍ଚା ଭିତରେ ଜଣାପଡିଛି, ସବୁଠାରୁ ଧନୀ ରାଜନେତା ହେଉଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍    । ତାଙ୍କ ସମ୍ପତି ୨୦୦ ମିଲିଅନ୍ ଡଲାର ବା ଭାରତୀୟ ମୁଦ୍ରାରେ ୧୬ ଲକ୍ଷ ୬୦ ହଜାର କୋଟି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଜନେତା ଭାବେ ଜଣାଯାଉଥିବା ଭ୍ଲାଦିମିର୍ ପୁଟିନଙ୍କ ଜୀବନଶୈଳୀ କୌଣସି ରାଜାଙ୍କ ଠାରୁ କିଛି କମ୍ ନୁହେଁ । ରାଜକୀୟ ଅନ୍ଦାଜରେ ସେ ନିଜ ଦିନଚର୍ଯ୍ୟା ଆରମ୍ଭ କରିଥାନ୍ତି । ମସ୍କୋ ସ୍ଥିତ ପୁଟିନ୍ଙ୍କ ରାଷ୍ଟ୍ରପତି ଭବନ, କୌଣସି ରାଜପ୍ରସାଦ ଠାରୁ କିଛି କମ୍ ନୁହେଁ । ଯେଉଁଭଳି କଡା ସୁରକ୍ଷା, ସେହିଭଳି ସୌଖିନ୍ ଆଭିଜାତ୍ୟରେ ଭରପୁର । ଏହାକୁ ବାଦ୍ ଦେଲେ ରାଷ୍ଟ୍ରପତି ପୁଟିନଙ୍କ ରହିଛି ୧୯ ଟି ଘର । ତାଙ୍କ ସମ୍ପତି ତାଲିକାରେ ବିଳାସପୂର୍ଣ୍ଣ କାର, ହେଲକପ୍ଟର ଓ ବିମାନ ବି ରହିଛି । ତେବେ ସରକାରୀ ରେକର୍ଡ ଅନୁସାରେ, ପୁଟିନଙ୍କ ପାଖରେ ରହିଛି –
ପୁଟିନଙ୍କ ସମ୍ପତ୍ତି
– ୮୦୦ ବର୍ଗଫୁଟ୍ର ଆପାର୍ଟମେଂଟ୍
– ଗୋଟିଏ ଟ୍ରେଲର ଓ ୩ଟି କାର ଥିବା କୁହାଯାଉଛି
– ପୁଟିନଙ୍କ ବାର୍ଷିକ ଦରମା ୧ ଲକ୍ଷ ୪୦ ହଜାର ଡଲାର

ରାଷ୍ଟ୍ରପତି ପୁଟିନଙ୍କ ଏହି ବିଳାସପୂର୍ଣ୍ଣ ପ୍ରାସାଦକୁ ନେଇ ସବୁବେଳେ ପ୍ରଶ୍ନ ଉଠାଇଥାନ୍ତି ବିରୋଧୀ । ସେଠାରେ ଗ୍ରୀକ୍ ଭଗବାନଙ୍କ ପ୍ରତିମୂର୍ତି, ଆମ୍ପିଥିଏଟର, ଅତ୍ୟାଧୁନିକ ଆଇସ୍ ହକି ପଡିଆ, ଜିମ୍, ଲସ୍ ଭେଗାସ୍ ଷ୍ଟାଇଲ୍ରେ କସିନୋ ଏବଂ ନାଇଟ୍ କ୍ଲବ୍ ରହିଛି । ଏହି ପ୍ରାସାଦରେ ପୁଟିନଙ୍କ ଏକ ସୁନାର ପ୍ରତିମା ମଧ୍ୟ ରହିଛି । କୁହାଯାଏ ଏହି ଘରର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ୨ ନିୟୁତ ଡଲାର ଖର୍ଚ୍ଚ ହୋଇଥାଏ । ଆଉ ୪୦ ଜଣ କର୍ମଚାରୀ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନିର୍ବାହ କରିଥାନ୍ତି । ଏତିକିରେ ସୀମିତ ନାହିଁ ପୁଟିନଙ୍କ ସମ୍ପତି । କୁହାଯାଏ –
ପୁଟିନଙ୍କ ସମ୍ପତ୍ତି
– ରାଷ୍ଟ୍ରପତି ପୁଟିନଙ୍କର ଆହୁରି ୧୯ଟି ଘର ରହିଛି
– ୭୦୦ଟି ଦାମୀ କାର ରହିଛ
– ୫୮ଟି ବିମାନ ଓ ହେଲିକପ୍ଟର ଅଛି
– ‘ଦ ଫ୍ଲାଇଂ କ୍ରେମଲିନ୍’ ନାମରେ ଏକ ବିମାନ ଅଛି
– ‘ଦ ଫ୍ଲାଇଂ କ୍ରେମଲିନ୍’ର ମୂଲ୍ୟ ୭୧୬ ନିୟୁତ ଡଲାର
– ୭୦୦ ନିୟୁତ ଡଲାରର ଏକ ମେଗା ୟଟ୍ ରହିଛି

ବିଶ୍ୱର ଅନ୍ୟତମ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରନେତା ସି ଜିନପଙ୍ଗଙ୍କ ସମ୍ପତିକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ଚୀନରେ ଜିନପିଙ୍ଗ୍ ଶାସନ ଆରମ୍ଭ ହେବା ପରଠାରୁ ସେ ନିଜ କମ୍ୟୁନିଷ୍ଟ ଚିନ୍ତାଧାରାରେ ଦେଶରେ ଶାସନ ଆରମ୍ଭ କରି ଦେଇଥିଲେ । କେବଳ ସେତିକି ନୁହେଁ ଜଳ ଓ ସ୍ଥଳରେ ନିଜ ବିସ୍ତାର ବାଦ ନୀତି ପାଇଁ ଅନ୍ୟ ଦେଶ ସହ ବିବାଦୀୟ ସମ୍ପର୍କରେ ରହିଛି ଚୀନ୍ । ଏହାରି ଭିତରେ ଚାଇନା ରାଷ୍ଟ୍ରପତିଙ୍କ ମୋଟ୍ ସମ୍ପତି କେତେ ତାହାକୁ ନେଇ ସବୁବେଳେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥାଏ । କାରଣ ଚାଇନା ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶି କିଛି ତଥ୍ୟ ଇଂଟରନେଟ୍ରେ ଉପଲବ୍ଧ ନାହିଁ । ତାଙ୍କ ପୂରା ପରିବାର ତାଙ୍କ ସମ୍ପତି ଏବଂ ସେ କେଉଁଥିରେ ନିବେଶ କରିଛନ୍ତି ସେନେଇ ବିଶେଷ ତଥ୍ୟ ମିଳେନାହିଁ । ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାର ମୁଖିଆ ଜିନପିଙ୍ଗଙ୍କ ମୋଟ୍ ୧.୩ ବିଲିଅନ୍ ଡଲାରର ସମ୍ପତି ରହିଥିବା କୁହାଯାଏ   ।
ଜିନପିଙ୍ଗଙ୍କ ସମ୍ପତ୍ତି
– ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୋଟ୍ ସମ୍ପତି ୧୦ ହଜାର କୋଟି!
– ଜିନ୍ପିଙ୍ଗ୍ଙ୍କ ବାର୍ଷିକ ଦରମା ପାଖାପାଖି ୧୮୩ କୋଟି
– ନିଜ ପରିବାର ସହ ରାଷ୍ଟ୍ରପତି ଭବନରେ ରୁହନ୍ତି ଜିନପିଙ୍ଗ୍
– ଏହାବାଦ୍ ତାଙ୍କ ଚୀନର ଭିନ୍ନ ଭିନ୍ନ ସ୍ଥାନରେ ସମ୍ପତି ରହିଥିବା କୁହାଯାଏ
– ଏହାସହ ଜିନପିଙ୍ଗଙ୍କ ପରିବାର ସଦସ୍ୟଙ୍କ ହୋଟେଲ୍ ବ୍ୟବସାୟ ଥିବା ଚର୍ଚ୍ଚା ହୁଏ

ବିଶ୍ୱର ଶକ୍ତିଶାଳୀ ନେତା ପୁଟିନ୍ ଓ ଜିନପିଙ୍ଗ୍ ସବୁବେଳେ ନିଜର ଏକ ଛତ୍ରବାଦ ଶାସନ ଦର୍ଶାଇ ଥାନ୍ତି । ଏହାରି ଭିତରେ କ୍ଷମତାର ଶୀର୍ଷରେ ବସିଥିବା ଏହି ନେତା ଯେ, ନିଜ ପରିବାର ପାଇଁ ବିପୁଳ ସମ୍ପତି ଠୁଳ କରିଛନ୍ତି ଏକଥାକୁ ଏଡାଇ ଦିଆଯାଇ ପାରିବ ନାହିଁ ।

The post ଦୁନିଆର ସବୁଠୁ ଧନୀ ରାଜନେତା ହେଲେ ରୁଷ ରାଷ୍ଟ୍ରପତି । ଭ୍ଲାଦିମୀର ପୁଟିନଙ୍କ ପାଖରେ ରହିଛି ସର୍ବାଧିକ ୧୬ଲକ୍ଷ ୬୦ହଜାର କୋଟି ମୂଲ୍ୟର ସମ୍ପତି first appeared on Kanak News.

from Kanak News
via <a href="https://ifttt.com/?

ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ:‘ବ୍ରାଣ୍ଡସ୍ ଅଫ୍ ଓଡି଼ଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’

କନକ ବ୍ୟୁରୋ: ‘ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’ । ସପ୍ତମ ସଂସ୍କରଣରେ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ୨୦୨୪ ପୁରସ୍କୃତ ହୋଇଛନ୍ତି ୫ଟି ବର୍ଗରେ ୧୫ ଶିଳ୍ପସଂସ୍ଥା । ଭର୍ଚୁଆଲ୍ରେ ଅଭିବାଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବ୍ୟବସାୟରେ ବ୍ରାଣ୍ଡ୍ର ମହତ୍ୱ ବୁଝାଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ।

ଦୈନିକ ଖବରକାଗଜ ସମ୍ବାଦ ପକ୍ଷରୁ ଆୟୋଜିତ ହୋଇଛି କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ୨୦୨୪ । ୫ଟି ବର୍ଗରେ ୧୫ଟି ଶିଳ୍ପକୁ ‘ବ୍ରାଣ୍ଡସ୍ ଅଫ୍ ଓଡି଼ଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’ ଭାବେ ମନୋନୀତ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଅଭିବାଦନ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଏବଂ ବ୍ରାଣ୍ଡର ମହତ୍ୱକୁ ବୁଝାଇ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ମାନବ ସମ୍ବଳ ନିର୍ଦ୍ଦେଶକ ସଂତୃପ୍ତ ମିଶ୍ର ।

ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସର ସପ୍ତମ ସଂସ୍କରଣରେ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ, ବୃହତ, ମଧ୍ୟମ, କ୍ଷୁଦ୍ର ଏବଂ ଇମର୍ଜିଂ ବା ଷ୍ଟାର୍ଟଅପ ଭଳି ୫ଟି ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲଭର ପୁରସ୍କାର ପ୍ରଦାନ କରାଯାଇଛି । ମୋଟ୍ ଦେଢଶହ ସଂସ୍ଥା ମଧ୍ୟରୁ ସ୍ୱତନ୍ତ୍ର ଜୁରୀଙ୍କ ଦ୍ୱାରା ୧୫ଟି ଶିଳ୍ପ ସଂସ୍ଥାକୁ ପୁରସ୍କାର ପାଇଁ ମନୋନୟନ କରାଯାଇଥିଲା ।

ଅନେକ ଶିଳ୍ପ ଓଡିଶାରେ ବ୍ୟବସାୟ ଆରମ୍ଭ କରି ମଧ୍ୟ ଅନ୍ତର୍ଜାତୀୟ ବଜାରରେ ନିଜର ଆଧିପତ୍ୟ ବିସ୍ତାର କରୁଛନ୍ତି । ତେଣୁ ଓଡିଶାର ବିକାଶ ଧାରାରେ ଯୋଡି ହେବାପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସମ୍ବାଦ ଗ୍ରୁପ ପକ୍ଷରୁ ଏଭଳି ପ୍ରୟାସ ଜାରି ରହିଛି ।

The post ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ:‘ବ୍ରାଣ୍ଡସ୍ ଅଫ୍ ଓଡି଼ଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’ first appeared on Kanak News.

from Kanak News
via <a href="https://ifttt.com/?

ଆଗୁଆ ଜିଲ୍ଲାର ପଛୁଆ ଚିନ୍ତା! ପଛୁଆ ଜିଲ୍ଲାର ଉନ୍ନତ ଚିନ୍ତା! କେଉଁ ଜିଲ୍ଲାରେ ଅଧିକ ସୁରକ୍ଷିତ ‘କନ୍ୟା ରତ୍ନ’?

କନକ ବ୍ୟୁରୋ: ଶିକ୍ଷିତ ଜିଲ୍ଲାରେ ବଦଳୁନାହିଁ ଲୋକଙ୍କ ମାନସିକତା । କନ୍ୟା ସନ୍ତାନ ଦିବସରେ ଆସିଲା ଉଦ୍ବେଗଜନ ତଥ୍ୟ । ରାଜ୍ୟରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । ତଥାକଥିତ ଉନ୍ନତ ଓ ଶିକ୍ଷିତ ବୋଲି କୁହାଯାଉଥିବା ଜିଲ୍ଲାରେ ଝିଅଙ୍କ ସଂଖ୍ୟା ଖୁବ୍ କମ୍ ରହିଛି । ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୯ଶହ ବି ଛୁଇଁନାହିଁ । କିନ୍ତୁ ପଛୁଆ ଜିଲ୍ଲା କୁହାଯାଉଥିବା କନ୍ଧମାଳ, ନବରଙ୍ଗପୁର ଓ ମାଲକାନିଗିରେ ଝିଅ ଅନୁପାତ ପ୍ରେରଣାଦାୟୀ ରହିଛି ।

ଓଡ଼ିଶାରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । କଟକ, ଜଗତସିଂହପୁର, ନୟାଗଡ଼, ସୋନପୁର ଓ ଗଂଜାମ ଜିଲ୍ଲାରେ ଏ ସଂଖ୍ୟା ଅତି ଉଦବେଗଜନକ । ଅପେକ୍ଷାକୃତ ଆଗୁଆ ବା’ ଉନ୍ନତ କୁହାଯାଉଥିବା ଏହି ଜିଲ୍ଲା ଗୁଡ଼ିକରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୯ଶହ ବି ଛୁଇଁନାହିଁ । ଅନ୍ୟପଟେ ପଛୁଆ କୁହାଯାଉଥିବା ଜିଲ୍ଲା କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୯୮୦ ଓ ତାଠାରୁ ଅଧିକ ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କନ୍ୟା ସନ୍ତାନ ଦିବସ ଅବସରରେ ଏହି ତଥ୍ୟ ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ।

୨୦୨୨ର ରେକର୍ଡ ଆଧାରରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ପ୍ରାୟ ସମାନ୍ତର ଥିବା ୫ଟି ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଛି । କନ୍ଧମାଳରେ ହଜାରେ ପୁଅରେ ଝିଅଙ୍କ ଅନୁପାତ ୯୮୪ ରହିଥିବା ବେଳେ ମାଲକାନଗିରିରେ ଏହା ୯୮୨ ରହିଛି । ସେହିପରି ମୟୂରଭଂଜରେ ୯୮୧, ନବରଙ୍ଗପୁରରେ ୯୬୪ ଓ ସମ୍ବଲପୁରରେ ଏହି ଅନୁପାତ ୯୬୩ ରହିଛି । ଆଗାମୀ ଦିନରେ ଏହି ସବୁ ଜିଲ୍ଲାର ସେକ୍ସ ରେସିଓ ବା’ ପୁଅ-ଝିଅଙ୍କ ସଂଖ୍ୟା ସମାନ କରିବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳୀନି ପଣ୍ଡିତ । ସେହିପରି ପୁଅ ଏବଂ ଝିଅ ସଂଖ୍ୟାରେ ସନ୍ତୁଳନ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଜନନ ସ୍ୱାସ୍ଥ୍ୟ, ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ଟୀକାକରଣ, କିଶୋରୀ ସ୍ୱାସ୍ଥ୍ର୍ୟ କାର୍ଯ୍ୟକ୍ରମ ଏବଂ ଉପଯୁକ୍ତ ପୁଷ୍ଟି ସାଧନ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ଜନଜାଗରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।

The post ଆଗୁଆ ଜିଲ୍ଲାର ପଛୁଆ ଚିନ୍ତା! ପଛୁଆ ଜିଲ୍ଲାର ଉନ୍ନତ ଚିନ୍ତା! କେଉଁ ଜିଲ୍ଲାରେ ଅଧିକ ସୁରକ୍ଷିତ ‘କନ୍ୟା ରତ୍ନ’? first appeared on Kanak News.

from Kanak News
via <a href="https://ifttt.com/?

ୟୁକ୍ରେନ ସୀମାରେ ରୁଷ ବିମାନ ଦୁର୍ଘଟଣାଗସ୍ତ । ଦୁର୍ଘଟଣାରେ ଏବେ ସୁଦ୍ଧା ୭୦ ରୁ ଅଧିକ ମୃତ୍ୟୁ ସୂଚନା, ଦୁର୍ଘଟଣାସ୍ଥଳ ରୁଷର ବେଲଗୋରୋଡ

କନକ ବ୍ୟୁରୋ : ରୁଷ-ୟୁକ୍ରେନ ସୀମା ବେଲଗୋରୋଡରେ ବଡ଼ ବିମାନ ଦୁର୍ଘଟଣା । ୬୫ଜଣ ୟୁକ୍ରେନୀୟ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ରୁଷର ଏକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଯୁଦ୍ଧବନ୍ଦୀଙ୍କ ସହ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୭୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମସ୍କୋ ସମୟ ପୂର୍ବାହ୍ନ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାର ଭିଡିଓ ସାମ୍ନାକୁ ଆସିଛି । ହଠାତ ବିମାନଟି ଆକାଶମାର୍ଗରୁ ତଳକୁ ଖସିପଡି ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି । ୬୫ଜଣ ଯୁଦ୍ଧବନ୍ଦୀ ମାନଙ୍କୁ ବିନିମୟ ପାଇଁ ବେଲଗୋରୋଡ ଅଂଚଳକୁ ନିଆଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ରୁଷ ବାୟୁସେନା ପକ୍ଷରୁ ଦୁର୍ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

The post ୟୁକ୍ରେନ ସୀମାରେ ରୁଷ ବିମାନ ଦୁର୍ଘଟଣାଗସ୍ତ । ଦୁର୍ଘଟଣାରେ ଏବେ ସୁଦ୍ଧା ୭୦ ରୁ ଅଧିକ ମୃତ୍ୟୁ ସୂଚନା, ଦୁର୍ଘଟଣାସ୍ଥଳ ରୁଷର ବେଲଗୋରୋଡ first appeared on Kanak News.

from Kanak News
via <a href="https://ifttt.com/?

ଗାଁ ପରେ ସହର ଭୋଟରଙ୍କ ଉପରେ ଆଖି! ଯୋଜନା ସଂପର୍କରେ ସହରବାସୀଙ୍କୁ ଜଣାଇବେ ସରକାର

କନକ ବ୍ୟୁରୋ: ଗାଁ ପରେ ଏବେ ସହର ଭୋଟରଙ୍କ ଉପରେ ଆଖି । ସହରବାସୀଙ୍କୁ ବିଭିନ୍ନ ଯୋଜନା ବାବଦରେ ଅବଗତ କରାଇବେ ସରକାର । ୧୧୫ଟି ପୌରାଂଚଳରେ ୪୯୭ ସଚେତନତା ଶିବିର କରାଯିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ନଗରଉନ୍ନୟନ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଫେବୃଆରୀ ୭ ତାରିଖ ପାଇଁ ଏହି କାର୍ଯ୍ୟକ୍ରମ ଜାରି ରହିବ । ସେପଟେ ଏହାକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ।

ଗ୍ରାମାଂଚଳରେ ଆମ ଓଡ଼ିଶା, ନବୀନ ଓଡ଼ିଶା ଆୟୋଜନ ପରେ ଏବେ ସହରରେ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ସହର ପାଇଁ ସରକାରଙ୍କ କି କି ଯୋଜନା ରହିଛି, ହିତାଧିକାରୀଙ୍କୁ କି କି ସୁବିଧା ମିଳୁଛି, ତାହା ଜଣାଇବା ପାଇଁ ନଗର ଉନ୍ନୟନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏ ନେଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥି ଭାଥନନ୍ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।

୧୧୫ ପୌରାଂଚଳରେ ୪୯୭ଟି ସଚେତନତା ଶିବିର କରାଯିବ
ଆୟୋଜିତ ହେବ ଆଓନୋ ବା ଆମ ଓଡ଼ିଶା, ନବୀନ ଓଡ଼ିଶା(ସହରୀ) ଶିବିର
ଜାନୁଆରୀ ୨୨ରୁ ଫେବ୍ରୁଆରୀ ୭ ତାରିଖ ଯାଏଁ ଚାଲିବ କାର୍ଯ୍ୟକ୍ରମ
ପ୍ରତ୍ୟେକ କ୍ୟାମ୍ପ ପାଇଁ ଖର୍ଚ୍ଚ ହେବ ୬୫ ହଜାର ଟଙ୍କା
ସରକାରଙ୍କ ସ୍କିମ୍ ସଂପର୍କରେ ଅବଗତ କରାଯିବ
କାର୍ଯ୍ୟକ୍ରମର ଭିଡିଓଗ୍ରାଫି କରାଯାଇ ନଗର ଉନ୍ନୟନ ବିଭାଗକୁ ପଠାଯିବ

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବିରୋଧୀ । କହିଛନ୍ତି, ସରକାରୀ କାର୍ଯ୍ୟକ୍ରମ ନାଁରେ ଦଳୀୟ ପ୍ରଚାର କରାଯାଉଛି । ସେପଟେ ବିଜେଡି କହିଛି, ହତାଧିକାରୀଙ୍କ ପାଖରେ ସରକାରୀ ଯୋଜନା କେତେ ପହଁଚୁଛି, ତା’ର ତଦାରଖ କରୁଛନ୍ତି ସରକାର । ନିର୍ବାଚନ ଯେତିକି ପାଖେଇ ଆସୁଛି, ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଛି ।

The post ଗାଁ ପରେ ସହର ଭୋଟରଙ୍କ ଉପରେ ଆଖି! ଯୋଜନା ସଂପର୍କରେ ସହରବାସୀଙ୍କୁ ଜଣାଇବେ ସରକାର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started