‘ହାତ’ ମୁଠାକୁ ଟାଣ କଲେ ବଳଭଦ୍ର ମାଝୀ ! କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ

କନକ ବ୍ୟୁରୋ: ବଳ ଗୋଟାଉଛି କଂଗ୍ରେସ । ଶକ୍ତ ହେଉଛି ହାତ । ନିର୍ବାଚନ ଆଗରୁ ରାଜ୍ୟ କଂଗ୍ରେସରେ ସାମିଲ ହେଉଛନ୍ତି ବରିଷ୍ଠ ନେତା । କଳାହାଣ୍ଡି କଂଗ୍ରେସର ଭାରତ ଯୋଡ ଆନ୍ଦୋଳନ ନ୍ୟାୟ ଯାତ୍ରା ସମାବେଶରେ ହାତ ଧରିଛନ୍ତି ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ସମର୍ଥକଙ୍କ ସହ ବିଶାଳ ରାଲିରେ ଆସିି ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଚାରି ଚାରି ଥର ବିଧାୟକ ବଳଭଦ୍ର କଂଗ୍ରେସରେ ସାମିଲ ହେବା ପରେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି ପିସିସି ସଭାପତି ।

ନର୍ଲା ଓ ଲାଞ୍ଜିଗଡ଼ ବିଧାନସଭା ଆସନର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ପରିଚିତ ଥିବା, ବଳଭଦ୍ର ମାଝୀ ବିଜେଡି ଛାଡ଼ିବାର ମାତ୍ର ଦୁଇ ସପ୍ତାହ ପରେ କଂଗ୍ରେସକୁ ବିକଳ୍ପ ଭାବେ ବାଛିଛନ୍ତି । ଭବାନୀପାଟଣାରେ ଆୟୋଜିତ ଏକ ସମାବେଶରେ ପିିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ୫-୫ଥରର ବିଧାୟକ ତଥା ଦୁଇ ଦୁଇ ଥର ମନ୍ତ୍ରୀ ଥିବା ବଳଭଦ୍ରମାଝୀ ଠିକ୍ ସେତେବେଳେ ଯୋଗ ଦେଇଛନ୍ତି, ଯେତେବେଳେ ଆଗକୁ ୨୪ ଲଢ଼େଇ ସାମ୍ନା କରିବାକୁ ଯାଉଛି ଦଳ । କୁହାଯାଉଛି, ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ବଳଭଦ୍ର ମାଝୀ ।

ଏହି ଅବସରରେ ଭବାନୀପାଟଣାରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । କଂଗ୍ରେସ ନେତା ଓ କର୍ମୀ, ଏକ ବିରାଟ ଶୋଭାଯାତ୍ରାରେ ମା ମାଣିକେଶ୍ୱରୀଙ୍କ ମନ୍ଦିର ନିକଟରୁ ବାହାରି ସମାବେଶ ସ୍ଥଳରେ ପହଂଚିଥିଲେ । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଓଡିଶା ପ୍ରଭାରୀ, ପିସିସି ସଭାପତିଙ୍କ ସମେତ ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ସନ୍ତୋଷ ସିଂ ସାଲୁଜା, ଜୟରାମ ପାଙ୍ଗି ପ୍ରମୁଖ ଯୋଗ ଦେଇଥିଲେ । ବଳଭଦ୍ର ମାଝୀ ଦଳରେ ଯୋଗଦେବା, କଂଗ୍ରେସ ପାଇଁ ବେଶ ସହାୟକ ହେବ ବୋଲି ଦଳୀୟ ନେତା କହିଛନ୍ତି ।

ପ୍ରାୟ ୩୫ ବର୍ଷରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଥିବା ବଳଭଦ୍ର ମାଝୀ, ନର୍ଲା ବିଧାନସଭା ଆସନରୁ ୪ ଥର ଏବଂ ଲାଞ୍ଜିଗଡ଼ ଆସନରୁ ଗୋଟିଏ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି ନବୀନ ପଟ୍ଟନାୟକଙ୍କ ସରକାରରେ ଦୁଇ ଥର ମନ୍ତ୍ରୀ ମଧ୍ୟ ରହିଛନ୍ତି ।

The post ‘ହାତ’ ମୁଠାକୁ ଟାଣ କଲେ ବଳଭଦ୍ର ମାଝୀ ! କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଭାରତଯୋଡ଼ ନ୍ୟାୟଯାତ୍ରାରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତିଖୋର କହିବା ପରେ ରାହୁଲଙ୍କ ନାଁରେ ମାମଲା ରୁଜୁ

କନକ ବ୍ୟୁରୋ : ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ସମୟରେ ହିଂସାକୁ ଉସୁକାଉଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୋଲି ଅଭିଯୋଗ ଆଣିଛି ବିଜେପି । ଆସାମ ଏକ ଶାନ୍ତିପ୍ରିୟ ରାଜ୍ୟ ହୋଇଥିବା ବେଳେ ରାହୁଲ ଗାନ୍ଧୀ ଏଠାରେ ଅଶାନ୍ତି ସୃଷ୍ଟି କରୁଥିବା କହିଛି ଦଳ । ନ୍ୟାୟ ଯାତ୍ରା ସମୟରେ ହିସାଂ ଘଟଣାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମାନଙ୍କ ନାଁରେ ଆସାମ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ମଙ୍ଗଳବାର କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଆସାମ ଗୌହ୍ୱାଟୀରେ ପହଁଚିଥିବା ବେଳେ ପୋଲିସ ଏହାକୁ ଅଟକାଇଥିଲା । ପରେ ପୋଲିସ ସହ କଂଗ୍ରେସ କର୍ମୀମାନେ ମୁହାଁମୁହିଁ ହେବା ସହ ପରିସ୍ଥିତି ଅଣାୟତ ହୋଇଥିଲା । ବ୍ୟାରିକେଡ ଭାଙ୍ଗି କଂଗ୍ରେସ କର୍ମୀ ମାନେ ସହର ଭିତରକୁ ପ୍ରବେଶ ଉଦ୍ୟମ କରିବା ବେଳେ ଲାଠିମାଡ କରିଥିଲା ପୋଲିସ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନିର୍ଦ୍ଦେଶରେ ରାହୁଲ ଗାନ୍ଧୀଙ୍କ ସମେତ କେସି ବେଣୁ ଗୋପାଳ, କହ୍ନେୟା କୁମାର ଏବଂ ଅନ୍ୟ ନେତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ବିଜେପି ପକ୍ଷରୁ ରାହୁଲଙ୍କୁ ଟାର୍ଗେଟ କରାଯାଇଥିବା ବେଳେ ଯିଏ ହିଂସାକୁ ଉସୁକାଇବ ତା ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ଦଳ ।

ଭାରତ ଯୋଡ ନ୍ୟାୟ ଯାତ୍ରା ୧୧ଦିନରେ ପହଁଚିଥିବା ବେଳେ ବାରପେଟା ଠାରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଅଭିଯୋଗ ଆଣି କହିଛନ୍ତି , ହିମନ୍ତ ବିଶ୍ୱଶର୍ମା ଦେଶର ସବୁଠୁ ଭ୍ରଷ୍ଟ ଓ ଦୁର୍ନୀତିଖୋର ମୁଖ୍ୟମନ୍ତ୍ରୀ, ଅମିତ୍ ଶାହାଙ୍କ ହାତର କଣ୍ଢେଇ ସାଜି ତାଙ୍କ ନିର୍ଦ୍ଦେଶରେ ହିଁ ସେ କାମ କରିଥାନ୍ତି । ହିସାଂ ପାଇଁ ଉସୁକାଇବା ବାହାନାରେ ୨୫ରୁ ୨୫ ମାମଲା ରୁଜୁ କଲେ ବି ତାଙ୍କୁ କିମ୍ବା କଂଗ୍ରେସ କର୍ମୀଙ୍କୁ କୌଣସି ଫରକ ପଡିବନି ବୋଲି ରାହୁଲ କହିଛନ୍ତି । ସେପଟେ, ଭାରତ ଯୋଡ଼ ନ୍ୟାୟ ଯାତ୍ରା ବେଳେ ରାହୁଲଙ୍କ ସୁରକ୍ଷାରେ ଅବହେଳା ଅଭିଯୋଗ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଆସାମରେ ରାହୁଲ ଗାନ୍ଧୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଉନଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଏଆଇସିସି ଅଧ୍ୟକ୍ଷ ।

ଜାନୁଆରୀ ୧୪ରୁ ମଣିପୁର ଥୈବାଲରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ରାହୁଲଙ୍କ ନେତୃତ୍ୱରେ ଏହି ଯାତ୍ରା ୬୭ ଦିନରେ ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ୬, ୭୧୩ କିଲୋମିଟର ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛି ଦଳ ।

The post ଭାରତଯୋଡ଼ ନ୍ୟାୟଯାତ୍ରାରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତିଖୋର କହିବା ପରେ ରାହୁଲଙ୍କ ନାଁରେ ମାମଲା ରୁଜୁ first appeared on Kanak News.

from Kanak News
via <a href="https://ifttt.com/?

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ୩୦ ତାରିଖ ଯାଏଁ ହୋଇପାରିବନି ନିଯୁକ୍ତି

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । କୋର୍ଟ ଏହି ନିଯୁକ୍ତି ପ୍ରକ୍ରିୟାରେ ଅଂକୁଶ ଲଗାଇଛନ୍ତି । ଆସନ୍ତା ୩୦ ତାରିଖରେ ଏହି ମାମଲାରେ ପରବର୍ତୀ ଶୁଣାଣି କରିବେ ହାଇକୋର୍ଟ । ସେ ପର୍ଯ୍ୟନ୍ତ କାହାରିକୁ ନିଯୁକ୍ତି ଦିଆଯିବ ନାହିଁ । କିନ୍ତୁ ନିଯୁକ୍ତି ପ୍ରକ୍ରିୟାରେ ଡକ୍ୟୁମେଂଟ ଯାଂଚ ପ୍ରକ୍ରିୟା ଜାରି ରହିବ । ସେପଟେ ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଦୋଷ ଠେଲାଠେଲି ହୋଇଛନ୍ତି ଇଡିସିଆଇଏଲ୍ ଓ ଓସେପା ।

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହାଇକୋର୍ଟରେ ପହଁଚିବା ପରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । ଜିଲ୍ଲା ଅନୁଯାୟୀ ତାଲିକା ପ୍ରକାଶ କରାଯାଇଥିବା ନେଇ ସତ୍ୟପାଠ ଦାଖଲ କରାଯାଇଛି । ଆଜି ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ନିର୍ଦ୍ଦେଶକୁ ବଳବତର ରଖିଛନ୍ତି ହାଇକୋର୍ଟ । ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନଧାର୍ଯ୍ୟ କରାଯାଇଛି । ଅର୍ଥାତ
୩୦ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ହୋଇପାରିବ ନାହିଁ
ତେବେ ଡକ୍ୟୁମେଂଟ ଯାଂଚ ପ୍ରକ୍ରିୟା ଜାରି ରହିବ
ଚୂଡ଼ାନ୍ତ ତାଲିକା ପ୍ରକାଶ ହେବନାହିଁ କିମ୍ବା କାହାରିକୁ ନିଯୁକ୍ତି ଦିଆଯିବ ନାହିଁ

ଏପଟେ ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଦୋଷ ଠେଲାଠେଲି ହୋଇଛନ୍ତି ଇଡିସିଆଇଏଲ୍ ଓ ଓସେପା । ଗତକାଲି ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି, ତାହା ଓସେପା ପକ୍ଷରୁ ହୋଇଥିବା ନେଇ ପ୍ରେସ ରିଲିଜ ଜାରି କରିଥିଲା ଇଡିସିଆଇଏଲ୍ । ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏହାର ଜବାବ ରଖିଛି ଓସେପା । ଓସେପା ତା’ର ଅଫିସିଆଲ୍ ଆକାଉଂଟରେ ପୋଷ୍ଟ କରିଛି ଯେ, ପରୀକ୍ଷା ଓ ଫଳାଫଳ ସଂପୂର୍ଣର୍ ଭାବେ ଇଡିସିଆଇଏଲ୍ ସଂପନ୍ନ କରିଛି । ଜାନୁଆରୀ ୧୫ରେ ଇଡିସିଆଇଏଲ୍ ଦେଇଥିବା ତାଲିକାକୁ ସେହିଦିନ ହିଁ ଅପଲୋଡ୍ କରାଯାଇଛି ।

ଗୋଟିଏ ପଟେ ଏହି ଦୁଇ ସଂସ୍ଥା ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରୁଛନ୍ତି, ଅନ୍ୟପଟେ ଏହାକୁ ନେଇ ବିଜେଡି-ବିଜେପି ତୁତୁ ମେମେ ଜାରି ରହିଛି । ସାଂସଦ ସସ୍ମିତ ପାତ୍ର ‘ଏକ୍ସ’ରେ ପୋଷ୍ଟ କରି ଇଡିସିଆଇଏଲ୍ ପ୍ରେସ ରିଲିଜ ଉପରେ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ମିଛ ଖବର ପ୍ରସାରଣ କରି ରାଜନୈତିକ ଫାଇଦା ପାଇଁ ଉଦ୍ୟମ କରାଯାଉଛି । କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ଆଶାୟୀଙ୍କ ଧାରଣା, ମାହାଲ ମାଣ୍ଡା ଭଳି ନକଲି ନାଁରେ ଆଡମିଟ୍ କାର୍ଡକୁ ନେଇ ରାଜ୍ୟ ରାଜନୀତି ରୋଚକ ହେବାରେ ଲାଗିଛି ।

The post କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ୩୦ ତାରିଖ ଯାଏଁ ହୋଇପାରିବନି ନିଯୁକ୍ତି first appeared on Kanak News.

from Kanak News
via <a href="https://ifttt.com/?

ମୁକ୍ତ ପରିବେଶରେ ପାଠ ପଢିବେ ଛାତ୍ର: ଉଦଘାଟିତ ହେଲା ଓଡିଆ ଅସ୍ମିତାର ସୌଧ

କନକ ବ୍ୟୁରୋ: ଓଡିଆ ଅସ୍ମିତା ପାଇଁ ଲୋକାର୍ପିତ ହୋଇଛି ନୂତନ ସୌଧ । ଆଉ ଏହି ମୁହୁର୍ତର ମୁକସାଖୀ ହୋଇଛି ସତ୍ୟବାଦୀ । ପଂଚସଖା କ୍ରୀଡ଼ାଙ୍ଗନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଆ ଭାଷା ଓ ପାରମ୍ପରିକ ସାହିତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ୯ ଏକର ଜାଗାରେ ପ୍ରତିଷ୍ଠା ହୋଇଛି ଓଡିଆ ବିଶ୍ୱବିଦ୍ୟାଳୟ । ୪ ବର୍ଷରେ ନିର୍ମାଣ କାମ ସରିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶା ପାଇଁ ଏହା ଗୌରବ ବିଷୟ ।

ପୂରଣ ହୋଇଛି ରାଜ୍ୟବାସୀଙ୍କ ବହୁ ଦିନର ଦାବି । ଉଦଘାଟିତ ହୋଇଛି ଓଡିଆ ଅସ୍ମିତା ଓ ଶିକ୍ଷାର ସୌଧ ଓଡିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧ । ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି ପୁରୀର ସତ୍ୟବାଦୀରେ ଭର୍ଚୁଆଲ ମାଧ୍ୟମରେ ନୂଆ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ସମୟ ହେଉଛି ଓଡିଆ ଜାତି ପାଇଁ ଗୌରବମୟ ସମୟ । ଯୁବପୀଢଙ୍କ ମଧ୍ୟରେ ଓଡିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରାଯିବା ଜରୁରୀ । ସାମାଜିକ ଗଣମାଧ୍ୟମରେ ଓଡିଆ ଭାଷାର ବ୍ୟବହାର ବଢିବା ଦରକାର । ଓଡିଆ ଭାଷାରେ ଭଲ ସାହିତ୍ୟ ସୃଷ୍ଟି ପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ଉଦ୍ୟମ କରୁ ।

ଓଡିଆ ଭାଷା ଓ ପାରମ୍ପରିକ ସାହିତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଓଡିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ହୋଇଛି । ଅତ୍ୟାଧୁନିକ ସ୍ଥାପତ୍ୟ ଶୈଳୀ ଓ ଟେକ୍ନୋଲଜିରେ ଏହା ନିର୍ମାଣ ହୋଇଛି ।
-ବିଶ୍ୱବିଦ୍ୟାଳୟରେ ୭୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି
-୯.୬୦ ଏକର ଜମିରେ ନିର୍ମିତ ହୋଇଛି ବିଶ୍ୱବିଦ୍ୟାଳୟ
-ବିଶ୍ୱବିଦ୍ୟାଳୟ ପାଇଁ ୭୫ କୋଟି ଖର୍ଚ୍ଚ ହୋଇଛି
-ପ୍ରଶାସନିକ ବିଲ୍ଡିଂରେ ଓଡିଆ ବର୍ଣ୍ଣମାଳା ବେଶ ସୁନ୍ଦର ହୋଇଛି
-ବିଶ୍ୱବିଦ୍ୟାଳୟରେ ରାଧାକୁଣ୍ଡ ପୁଷ୍କରିଣୀର ପୁନଃରୁଦ୍ଧାର କରାଯାଇଛି
-ଅନ୍ୟ ନିର୍ମାଣ ବେଶ ଚିତ୍ତାକର୍ଷକ ହୋଇଛି
-ବର୍ତମାନ ପାଇଁ ୩ଟି ବିଭାଗ ଖୋଲିଛି

ସେପଟେ ବିରୋଧୀ କହିଛନ୍ତି ନିର୍ବାଚନ ପାଇଁ ତରବରିଆ ଭାବେ ଓଡିଆ ବିଶ୍ୱବିଦ୍ୟାଳୟ ଉଦଘାଟିତ ହୋଇଛି । ଜବାବରେ ବିଜେଡି କହିଛି, ଦେଶରେ ମାତୃଭାଷାକୁ ନେଇ କେତୋଟି ବିଶ୍ୱବିଦ୍ୟାଳୟ ହୋଇଛି ବିରୋଧୀ କୂହନ୍ତୁ ।

୨୦୧୮ ମସିହା ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ । ଓଡିଆ ଭାଷା ସାହିତ୍ୟ, ଆଦିବାସୀ ପରମ୍ପରାର ଅଧିକ ପ୍ରଚାର ପ୍ରସାର ହେବ ବୋଲି ଆଶା କରାଯାଉଛି ।

The post ମୁକ୍ତ ପରିବେଶରେ ପାଠ ପଢିବେ ଛାତ୍ର: ଉଦଘାଟିତ ହେଲା ଓଡିଆ ଅସ୍ମିତାର ସୌଧ first appeared on Kanak News.

from Kanak News
via <a href="https://ifttt.com/?

ଯାତ୍ରା ପାଇଁ ଯାଉଥିଲେ, ହେଲେ ପାଲଟିଲା ଶେଷଯାତ୍ରା: ବାଙ୍ଗିରୀପୋଷି ଦ୍ୱାରଶୁଣୀ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା

କନକ ବ୍ୟୁରୋ: ଯାତ୍ରା ସାରି ଫେରୁଥିଲେ, ଜୀବନ ଯାତ୍ରା ସରିଗଲା । ବାଙ୍ଗିରିପୋଷି ନିକଟ ଦ୍ୱାରଶୁଣି ଘାଟିରେ ଲୁଚି ରହିଥିଲା ମୃତ୍ୟୁର ଦୁର୍ଘଟଣା । ବ୍ରେକ ଫେଲ୍ ହେବାରୁ ଭାରସ୍ୟାମ ହରାଇ ଘାଟି ତଳକୁ ଖସିଗଲା ଯାତ୍ରା ପାର୍ଟି ଟ୍ରକ । ଦେଖୁ ଦେଖୁ ଚାଲିଗଲା ୬ ଜଣ ଶ୍ରମିକଙ୍କ ଜୀବନ । ଆହତ ହେଲେ ୯ ଜଣ । ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ଜଣଙ୍କ ଅବସ୍ଥା ସଂକଟା ରହିଛି ।

ଘର କାନ୍ଥରୁ ବାହାଘର ଚିତା ଲିଭି ନାହିଁ । କାନ୍ଥରେ ଆଜି ବି ସେ ଚିତା ଦାଉଦାଉ ହୋଇ ଝଟକୁଛି । କିନ୍ତୁ ଜୀବନ ଦୀପ ଲିଭି ଯାଇଛି । ଆୟୁଷ ଘଂଟାରେ ସମୟ ସରିଯାଇଛି । ଅବେଳରେ ୩୭ ବର୍ଷିୟ ରୋଜଗାରିଆ ପୁଅର ଦୁର୍ଘଟଣା ପ୍ରାଣ ହରାଇବା ପରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଷ । ବାଙ୍ଗିରପୋଷି ଦ୍ୱାରଶୁଣି ଘାଟିରେ ଯାତ୍ରାପାର୍ଟି ଗାଡି ଦୁର୍ଘଟଣାରେ କଟକ ନିଶ୍ଚିନ୍ତ କୋଇଲି ବ୍ଲକ ଜମାରାର ଅଶୋକ ମଲ୍ଲିକଙ୍କ ମୃତ୍ୟୁ ପରେ ତାଙ୍କ ଗାଁର ଦୃଶ୍ୟ ।ଧଉଳି ଗଣନାଟ୍ୟରେ ଇଲେକ୍ଟ୍ରିକାଲ୍ ୱାର୍କର ଭାବେ ଅଶୋକ କାମ କରୁଥିଲେ । ବଡ କଥା ହେଉଛି, ମାତ୍ର ମାସେ ତଳେ ସେ ଧଉଳି ଗଣନାଟ୍ୟରେ ଯୋଗ ଦେଇଥିଲେ । ୨୦୧୬ରେ ଅଶୋକଙ୍କ ବିବାହ ହୋଇଥିଲା । ଏବେ ତାଙ୍କର ୬ ବର୍ଷର ଛୋଟ ପୁଅଟିଏ ଅଛି । କିନ୍ତୁ ବିଡମ୍ବନାର ବିଷୟ ଦୁର୍ଘଟଣାରେ ଅଶୋକଙ୍କର ମୃତ୍ୟୁ ହୋଇଛି । ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

କେବଳ ଅଶୋକ ନୁହଁନ୍ତି ଯାତ୍ରା ପାର୍ଟି ଗାଡିରେ ଯିବା, ମୋଟ ୬ଜଣଙ୍କ ଶେଷ ଯାତ୍ରା ହୋଇଛି । ମୟୂରଭଞ୍ଜ ଜିଲ୍ଲା ବାଂଗିରିପୋଷି ନିକଟ ଦ୍ୱାରଶୁଣୀ ଘାଟିରେ ଯିବାବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିଲା ଯାତ୍ରା ପାର୍ଟି ଟ୍ରକ । ଆଉ ଟ୍ରକରେ ଥିବା ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ଜଣ ଆହତ ହୋଇଛନ୍ତି ।

ସକାଳ ପ୍ରାୟ ୧୦ଟା
ସ୍ଥାନ- ଦ୍ୱାରଶୁଣୀ ଘାଟି, ମୟୂରଭଞ୍ଜ
ରାଇରଂଗପୁର ବାସିଙ୍ଗିରୁ ଯାତ୍ରା ସାରି ଜଳେଶ୍ୱର ଅଭିମୁଖେ ଟ୍ରକ ଯୋଗେ ବାହାରିଥିଲା ଯାତ୍ରାପାର୍ଟି ଗାଡି । ଟ୍ରକରେ ଯାଉଥିଲା ଯାତ୍ରା ପାର୍ଟିର ବିଭିନ୍ନ ସାମଗ୍ରୀ । ସେହି ଗାଡିରେ ପ୍ରାୟ ୧୫ଜଣ ଶ୍ରମିକ ଶ୍ରେଣୀୟ ଲୋକ ବି ଯାଉଥିଲେ । କିନ୍ତୁ ବିଡମ୍ବନାର ବିଷୟ ଦ୍ୱାରଶୁଣୀ ଘାଟିରୁ ତଳକୁ ଓହ୍ଲାଇବାବେଳେ ଏକ ଅଣଓସାରିଆ ପୋଲ ନିକଟରେ ଗାଡିଟି ତଳକୁ ଖସି ପଡିଥିଲା । ଆଉ ସେହି ଗାଡି ତଳେ ଚାପି ହୋଇଯାଇଥିଲେ ସେଥିରେ ଥିବା ଯାତ୍ରା ପାର୍ଟିର କର୍ମଚାରୀ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକ, ପୋଲିସ୍, ଅଗ୍ନିଶମବାହିନୀ ପହଁଚି ଫଶିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ।

ଟ୍ରକର ବ୍ରେକ ଫେଲ ହୋଇଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । କିନ୍ତୁ ଦ୍ୱାରଶୁଣୀ ଘାଟିରେ ଏହା ପ୍ରଥମ ଦୁର୍ଘଟଣା ନୁହେଁ । ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଯାହାକି ଉଦବେଗର ବିଷୟ । ଅନ୍ୟପଟେ ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସହ ଆହତଙ୍କୁ ଉତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

The post ଯାତ୍ରା ପାଇଁ ଯାଉଥିଲେ, ହେଲେ ପାଲଟିଲା ଶେଷଯାତ୍ରା: ବାଙ୍ଗିରୀପୋଷି ଦ୍ୱାରଶୁଣୀ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା first appeared on Kanak News.

from Kanak News
via <a href="https://ifttt.com/?

ଅସ୍ଥାୟୀ ଟେଂଟରୁ ଭବ୍ୟ ଆସନରେ ବିରାଜିଲେ ରାମଲାଲାଙ୍କ ପୁରୁଣା ମୂର୍ତ୍ତି । ବାଳକ ରାମଙ୍କ ସମ୍ମୁଖରେ ବିରାଜିଲେ ପୁରୁଣା ମୂର୍ତ୍ତି, ଉଠିଥିଲା ପ୍ରଶ୍ନ

କନକ ବ୍ୟୁରୋ : ଦୀର୍ଘବର୍ଷ ପରେ ଅସ୍ଥାୟୀ ଟେଂଟରୁ ଯାଇ ନବନିର୍ମିତ ଭବ୍ୟ ରାମମନ୍ଦିର ଗର୍ଭଗୃହରେ ବିରାଜିଛନ୍ତି ରାମଲାଲାଙ୍କ ପୁରୁଣା ମୂର୍ତି । ବାଳକରାମଙ୍କ ମୂର୍ତି ସମ୍ମୁଖରେ ପୁରୁଣା ମୂର୍ତିକୁ ରଖାଯାଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଯେବେଠୁ ପୁରୁଣା ମୂର୍ତି ବଦଳରେ ଯେବେଠୁ ନୂଆ ମୂର୍ତି ଗର୍ଭଗୃହରେ ପ୍ରାଣପ୍ରତିଷ୍ଠା ପାଇବା ନେଇ ଖବର ଆସିଥିଲା ସେବେଠୁ ଏହାକୁ କିଛି ପକ୍ଷ ବିରୋଧ କରିଥିଲେ । କେବଳ ସେତିକି ନୁହେଁ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ଅନେକ କହିଥିଲେ ପୁରୁଣା ମୂର୍ତି ବଦଳରେ କାହିଁକି ନୂଆ ମୂର୍ତିକୁ ଗର୍ଭଗୃହରେ ସ୍ଥାପନ କରାଯିବ । ତେବେ ଏନେଇ ସନ୍ତୋଷଜନକ ଉତର ମଧ୍ୟ ରଖିଥିଲା ଶ୍ରୀରାମ ଜନ୍ମଭୂର୍ମି ତୀର୍ଥ କ୍ଷେତ୍ର । ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା–

-ରାମଲାଲାଙ୍କ ପୁରୁଣା ମୂର୍ତ୍ତିର୍ର ଉଚ୍ଚତା କେବଳ ୫ରୁ ୬ ଇଂଚ ଅଟେ
-ନବନିର୍ମିତ ମନ୍ଦିରରେ ଯଦି ମୂର୍ତ୍ତିକୁ ସ୍ଥାନ ଦିଆଯାଇଥାନ୍ତା ତେବେ ଦୂରରେ ଥିବା ଭକ୍ତ ଏହାର ସମ୍ପୂର୍ଣ୍ଣ ଦର୍ଶନ କରିପାରିନଥାନ୍ତେ
-ମନ୍ଦିର ନିର୍ମାଣ ଢ଼ାଂଚାରେ ଅନୁସାରେ ପୁରୁଣା ମୂର୍ତ୍ତିିର୍ର ଆକାର ଅତ୍ୟନ୍ତ ଛୋଟ ଅଟେ
-କେବଳ ୨୭ରୁ ୨୮ ଫୁଟ ମଧ୍ୟରେ ଏହାର ସ୍ପଷ୍ଟ ଦର୍ଶନ କରିବା ସମ୍ଭବ
-ପୁରୁଣା ମୂର୍ତ୍ତି ପଥରରେ ନିର୍ମିତ ଓ ଉଚ୍ଚତା କେବଳ ୬ ଇଂଚ ଅଟେ

ଅଯୋଧ୍ୟାରେ ବିରାଜି ସାରିଛନ୍ତି ଶ୍ରୀରାମ । ତେବେ ମନ୍ଦିରର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇନି । ମୁଖ୍ୟ ମନ୍ଦିରର କେବଳ ପ୍ରଥମ ମହଲା ର୍ନିମାଣ ସରିଛି । ଦ୍ୱିତୀୟ ମହଳାର କାମ ଚାଲିଛି । ତାପରର ହେବ ତୃତୀୟ ମହଲା ।ଶେଷରେ ମନ୍ଦିରର ଶିଖର ଭାଗ ନିର୍ମାଣ କରାଯିବ । ସେଥିପାଇଁ ମନ୍ଦିର ପରିସର ଓ ବାହାରେ ନିର୍ମାଣ ହେବ ଆହୁରି ୧୩ ମନ୍ଦିର । ସୂଚନା ଅନୁସାରେ ମନ୍ଦିର ପରିସରରରେ ୬ଟି ଓ ବାହାରେ ୭ଟି ମନ୍ଦିର ନିର୍ମାଣ କରାଯିବ । ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ପୂଜା ପାଉଛି କର୍ଣ୍ଣାଟକର ଅରୁଣ ଯୋଗୀରାଜଙ୍କ ମୂର୍ତି । ତେବେ ଗଣେଷ ଭଟ୍ଟ ଓ ମହାରାଷ୍ଟର ସତ୍ୟନାରାୟଣ ପାଣ୍ଡେଙ୍କ ମନୋନୀତ ଅନ୍ୟ ଦୁଇକୁ ମଧ୍ୟ ମନ୍ଦିର ପରିସରରେ ସ୍ଥାପନ କରାଯିବ । ଏଥିସହ ମନ୍ଦିରର ୨ୟ ଓ ୩ୟ ମହଲାରେ ଅନ୍ୟାନ୍ୟ ଦେବାଦେବୀଙ୍କୁ ରୀତିନିତି ବିଦ୍ଧିବିଧାନ ଅନୁସାରେ ପ୍ରତିଷ୍ଠା କରାଯିବ । ଏନେଇ ବିସ୍ତୁତ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀଥକ୍ଷେତ୍ର ଟ୍ୟଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୁରୁଦେବ ଗିରି । ଏବେ ସୁଦ୍ଧା ମନ୍ଦିର ନିର୍ମାଣ ପାଇଁ ୧୧ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୋଟ ଖର୍ଚ୍ଚ ୧୪ଶହ କୋଟି ହୋଇପାରେ ।

The post ଅସ୍ଥାୟୀ ଟେଂଟରୁ ଭବ୍ୟ ଆସନରେ ବିରାଜିଲେ ରାମଲାଲାଙ୍କ ପୁରୁଣା ମୂର୍ତ୍ତି । ବାଳକ ରାମଙ୍କ ସମ୍ମୁଖରେ ବିରାଜିଲେ ପୁରୁଣା ମୂର୍ତ୍ତି, ଉଠିଥିଲା ପ୍ରଶ୍ନ first appeared on Kanak News.

from Kanak News
via <a href="https://ifttt.com/?

ଦ୍ୱିତୀୟ ଦିନରେ ମଧ୍ୟ ରାମ ଦରବାରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ସକାଳ ୭ରୁ ରାତି ୧୧ ଯାଏଁ ମିଳିବ ବାଳକ ରାମଙ୍କ ଦର୍ଶନ

କନକ ବ୍ୟୁରୋ : ଭିଡ଼କୁ ଭୟ ନାହିଁ । ଥଣ୍ଡାକୁ ଖାତିର ନାହିଁ । ମୁହଁରେ ଜୟ ଶ୍ରୀରାମ । ହାତରେ ପ୍ରଭୁଙ୍କ ପାଇଁ ପତାକା । ଗତ ଦୁଇ ଦିନ ହେବ ରାମନଗରୀ ଅଯୋଧ୍ୟା ଦୃଶ୍ୟ କିଛି ଏଭଳି ରହିଛି । ଦୂରଦୂରାନ୍ତରୁ ଛୁଟୁଛି ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ । ବଡି ଭୋରୁ ନିତ୍ୟକ୍ରମ ସାରି ମନ୍ଦିର ପରିସରରେ ଜମାଇଛନ୍ତି ଭିଡ । ଲାଇନରେ ଛିଡା ହୋଇ ରାମଲାଲାଙ୍କ ଦର୍ଶନ ଟିକେ ପାଇବା ପାଇଁ ଭକ୍ତ କରିଛି ଦୀର୍ଘ ଘଂଟାରେ ଅପେକ୍ଷା କରିଛି । ଦେଶର କୋଣଅନୁକୋଣରୁ ଅଯୋଧ୍ୟାକୁ ଧାଇଁ ଆସୁଛନ୍ତି ରାମଭକ୍ତ ।

ଅଯୋଧ୍ୟା ଆସୁଥିବା ଭିଭିଆଇପି ବ୍ୟକ୍ତିଙ୍କୁ ୧୦ ଦିନ ପାଇଁ ଅଯୋଧ୍ୟା ନଆସିବାକୁ ଅପିଲ କରାଯାଇଛି । ଯଦି ଆସୁଛନ୍ତି ତେବେ ଗ୍ରସ୍ତ ବାବଦରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରକୁ ପୂର୍ବରୁ ସୂଚନା ଦେବାକୁ କୁହାଯାଇଛି । ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ ଭିତରେ ଭିଭିଆଇପି ବ୍ୟକ୍ତିଙ୍କୁ ଯଥେଷ୍ଟ ସୁରକ୍ଷା ଓ ସୁବିଧା ଦେବା କଷ୍ଟକର ବୋଲି କହିଛି ସ୍ଥାନୀୟ ପ୍ରଶାସନ । ସୂଚନା ଅନୁସାରେ ଭକ୍ତଙ୍କ ପାଇଁ ସକାଳ ୭ରୁ ରାତି ୧୧ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ । ଭିଡକୁ ନିୟନ୍ତ୍ର କରିବାକୁ ଅଯୋଧ୍ୟାକୁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ବସର ରୁଟ ପରିବର୍ତନ ଓ ଆଉ କିଛି ବନ୍ଦ ରଖାଯାଇଛି ।

ଜାନୁଆରୀ ୨୩ । ଶ୍ରଦ୍ଧାଳୁଙ୍କ ପାଇଁ ରାମଦରବାର ଫିଟିବା ପରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ । ୫ଲକ୍ଷରୁ ଉର୍ଦ୍ଧ ରାମଭକ୍ତ ଏଠାରେ ପହଁଚିଥିଲେ । ଚାହୁଁ ଚାହୁଁ ଭିଡ ଏତେ ବଢ଼ିଥିଲା କି ଏମାନଙ୍କୁ ଆୟତ କରିବାରେ ଫେଲ ମାରିଥିଲା ଉତରପ୍ରଦେଶ ପୁଲିସ । ପରେ ରାପିଡ ଆକ୍ସନ ଫୋର୍ସ ଓ ଏଟିଏସକୁ ମୁତୟନ କରାଯାଇଥିଲା । ସ୍ଥିତି ଏଭଳି ହୋଇଥିଲା କି ଆକାଶ ମାର୍ଗରୁ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

The post ଦ୍ୱିତୀୟ ଦିନରେ ମଧ୍ୟ ରାମ ଦରବାରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ସକାଳ ୭ରୁ ରାତି ୧୧ ଯାଏଁ ମିଳିବ ବାଳକ ରାମଙ୍କ ଦର୍ଶନ first appeared on Kanak News.

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ସମସ୍ତ ଲୋକସଭା ଆସନରେ ଏକାକୀ ଲଢିବ ଟିଏମସି । ସେପଟେ ପଂଜାବର ସମସ୍ତ ୧୩ ଆସନରେ ଏକୁଟିଆ ଲଢିବାକୁ ଘୋଷଣା କଲା ଆମ ଆଦମୀ ପାର୍ଟି

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଂଟକୁ ଶକ୍ତ ଝଟକା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାକୀ ଲୋକସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏକା ନିର୍ବାଚନ ଲଢିବ । ମମତାଙ୍କ ଏହି ଘୋଷଣା ସହିତ ଇଣ୍ଡିଆ ମେଂଟର ଭାଗ୍ୟ ଓ ଭବିଷ୍ୟତ ଉପରକୁ ସଂକଟ ମାଡି ଆସିଛି ।

ମମତା କହିଛନ୍ତି ସେ ଯାହା ବି ପ୍ରସ୍ତାବ ଦେଇଥିଲେ, ତାକୁ ଖାରଜ କରିଦିଆଯାଇଛି । ତେଣୁ ପଶ୍ଚିମବଙ୍ଗରେ ଏକାକୀ ଲଢ଼ିବାକୁ ତୃଣମୂଳ କଂଗ୍ରେସ ନିଷ୍ପତ୍ତି ନେଇଛି । ଏହାଛଡା ରାହୁଲ ଗାନ୍ଧୀଙ୍କ ନାମ ନନେଇ ଟାର୍ଗେଟ କରିଛନ୍ତି ମମତା ବାନାର୍ଜୀ । କହିଛନ୍ତି ଏବେ ପଶ୍ଚିମବଙ୍ଗରେ ଭାରତଯୋଡ଼ ନ୍ୟାୟଯାତ୍ରା ହେବାକୁ ଯାଉଛି । ଶିଷ୍ଟାଚାର ଦୃଷ୍ଟିରୁ ନ୍ୟାୟଯାତ୍ରାକୁ ନେଇ ତାଙ୍କୁ କୌଣସି ସୂଚନା ଦିଆଗଲା ନାହିଁ । ଏପରିକି ତାଙ୍କ ସହ କୌଣସି ଆଲୋଚନା କରାଯାଇନାହିଁ । ଯାହା ମେଂଟ ଧର୍ମରେ ସଂପୂର୍ଣ୍ଣ ଭୁଲ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ମମତା ।

ଆସନ ଭାଗବଂଟାକୁ ନେଇ ପ୍ରଥମ ଦିନରୁ ଟିଏମସି ଓ କଂଗ୍ରେସ ମଧ୍ୟରେ ବିବାଦ ଥିଲା । ପଶ୍ଚିମବଙ୍ଗ ପାଇଁ କଂଗ୍ରେସ ୧୦ରୁ ୧୨ ଆସନ ଦାବି କରୁଥିବାବେଳେ ଟିଏମସି କେବଳ ୨ଟି ଆସନ ଅଫର କରିଥିଲା । ଯାହାକୁ ନେଇ ମମତା ବାର୍ନାଜୀଙ୍କୁ ସିଧାସଳଖ ଟାର୍ଗେଟ କରିଆସୁଥିଲେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ । ଏପରିକି ଦୁଇ ଦିନ ପୂର୍ବରୁ କଂଗ୍ରେସକୁ ପରାର୍ମଶ ଦେଇ ମମତା କହିଥିଲେ କଂଗ୍ରେସ ୩୦୦ ଆସନରେ ଏକାକୀ ଲଢ଼ିବା ସକ୍ଷମ । କଂଗ୍ରେସକୁ ସେ ନିଜର ପୂର୍ଣ୍ଣ ସହଯୋଗ ଦେବେ    । ଯେଉଁ ଆସନରେ କଂଗ୍ରେସ ଲଢ଼ିବ ସେହି ଆସନରୁ ଓହରିବ ଟିଏମସି । ଏଥିସହ ମମତା କହିଥିଲେ ଆଂଚଳିକ ଦଳମାନଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ ଆସନ ଛାଡ଼ିବା ଉଚିତ ।

କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ପଞ୍ଜାବରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଇଣ୍ଡିଆ ମେଂଟକୁ ପଂଜାବରେ ଝଟକା । ପଂଜାବର ସମସ୍ତ ୧୩ ଲୋକସଭା ଆସନରେ ଏକାକୀ ଲଢ଼ିବ ଆମ ଆଦମୀ ପାର୍ଟି । ଏନେଇ ଘୋଷଣା କରିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ମମତା ବାର୍ନାଜୀ ପଶ୍ଚିମବଙ୍ଗରେ ଟିଏମସି ଏକାକୀ ଲଢ଼ିବା ନେଇ ଘୋଷଣା କରିବାର କିଛି ସମୟ ପରେ ଆମ ଆଦମୀ ନିଜ ନିଷ୍ପତି ଜଣାଇଛି । ହଠାତ ଦୁଇ ବଡ ସହଯୋଗୀଙ୍କ ଏଭଳି ନିଷ୍ପତିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ହୁଏତ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଂଟ ଭାଙ୍ଗିବା ଆଶଙ୍କା ବଢ଼ିଛି । ପୂର୍ବରୁ ପଂଜାବ ଆପ ସରକାର ଏକାକୀ ଲଢିବା ନେଇ ଇଙ୍ଗିତ କରିଥିଲେ । ତେବେ ଆମ ଆଦମୀ ପାର୍ଟି ଓ ତୃଣମୁଳ କଂଗ୍ରେସର ନିଷ୍ପତିରୁ ସ୍ପଷ୍ଟ ଜଣାପଡୁଛି ଇଣ୍ଡିଆ ମିଳିତ ମଂଚରେ ସବୁ କିଛି ଠିକ ଚାଲିନି ।

The post ପଶ୍ଚିମବଙ୍ଗରେ ସମସ୍ତ ଲୋକସଭା ଆସନରେ ଏକାକୀ ଲଢିବ ଟିଏମସି । ସେପଟେ ପଂଜାବର ସମସ୍ତ ୧୩ ଆସନରେ ଏକୁଟିଆ ଲଢିବାକୁ ଘୋଷଣା କଲା ଆମ ଆଦମୀ ପାର୍ଟି first appeared on Kanak News.

from Kanak News
via <a href="https://ifttt.com/?

ଆଇପିଏସ୍ ସ୍ତରରେ ବଡଧରଣର ଅଦଳ ବଦଳ । ସଞ୍ଜୀବ ପଣ୍ଡା ହେଲେ ପୋଲିସ କମିସନର, ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ

କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି । ଟ୍ୱିନସିଟିର ପୋଲିସ କମିସନର ଭାବେ ସଂଜୀବ ପଣ୍ଡାଙ୍କୁ ଦାୟିତ୍ୱ ମିଳିଛି । ସେହିଭଳି ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଦାୟିତ୍ୱ ମିଳିଛି । କଟକ ଡିସିପି ଭାବେ କନୱର ବିଶାଲ ସିଂଙ୍କୁ ଦାୟିତ୍ୱ ମିଳିଛି । ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି ।

The post ଆଇପିଏସ୍ ସ୍ତରରେ ବଡଧରଣର ଅଦଳ ବଦଳ । ସଞ୍ଜୀବ ପଣ୍ଡା ହେଲେ ପୋଲିସ କମିସନର, ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ first appeared on Kanak News.

from Kanak News
via <a href="https://ifttt.com/?

ସ୍ଥାୟୀ ଜୀବିକା ପାଇଁ କଫି ଚାଷ ଯୋଜନା । ଉପକୃତ ହେବେ କୋରାପୁଟ ସମେତ ୬ ଜିଲ୍ଲାର ଚାଷୀ

କନକ ବ୍ୟୁରୋ : ବଢିବ କଫି ଚାଷ । କଫି ଚାଷ ନେଇ ବଡ଼ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ଏବେ ଲକ୍ଷେ ଏକରରେ ହେବ ଚାଷ । ଏପରିକି ଦଶ ବର୍ଷରେ ଦଶ ଗୁଣ ବଢିବ ଏହି ଚାଷ । ରାଜ୍ୟରେ ଦଶହଜାର ଏକର ଜମିରେ କଫି ଚାଷ କରାଯାଉଛି । ସ୍ଥାୟୀ ଜୀବିକା ପାଇଁ ରାଜ୍ୟ ସରକାର କଫି ଚାଷ ଯୋଜନା ଆରମ୍ଭ କରିଛନ୍ତି । ଆଉ ଏହି ଯୋଜନା ଓଡ଼ିଶାର ୬ ଟି ଜ଼ିଲ୍ଲା ଯଥା କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଗଜପତି ଜ଼ିଲ୍ଲା ଅନ୍ତର୍ଭୁକ୍ତ ରହିଛି । କଫି ଚାରା ପ୍ରସ୍ତୁତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ସାମିଲ କରାଯିବ । ତାସହିତ ଏହି ଯୋଜନା ନିମନ୍ତେ ୨୦୨୬-୨୭ ସୁଦ୍ଧା ଖର୍ଚ୍ଚ ହେବ ୧୧୪୪ କୋଟି ଟଙ୍କା । ରାଜ୍ୟ ସରକାରଙ୍କ ଏହି ଭଳି ଯୋଜନାକୁ କୋରାପୁଟ ଜ଼ିଲ୍ଲାର କଫି ଚାଷୀ ମାନେ ସ୍ୱାଗତ କରିଛନ୍ତି ।

କୋରାପୁଟ କଫି ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । କିଛି ବର୍ଷ ହେବ କୋରାପୁଟ ଜ଼ିଲ୍ଲାରେ ଗଛ କଟା ଯୋଗୁ ଜଳବାୟୁ ପରିବର୍ତନ ହେଉଛି । ତେବେ କଫି ମିଶନ ହେବା ଦ୍ୱାରା ଜଙ୍ଗଲ ସୃଷ୍ଟି ହେବ । ଯାହାଫଳରେ ପୂର୍ବ ଜଳବାୟୁ କୁ ଫେରି ପାରିବ ବୋଲି ଆଶା କରାଯାଉଛି । ଜ଼ିଲ୍ଲାର ସେମିଲିଗୁଡାରୁ ନେଇ ଦଶମନ୍ତପୁର, କୋରାପୁଟ ଓ ପଟ୍ଟାଙ୍ଗିରେ ଆଦି ଜ଼ିଲ୍ଲାରେ ସର୍ବମୋଟ ତିନିହଜାର ୮୬ ହେକ୍ଟର ଜମିରେ କଫି ଚାଷ ହେଉଛି । ବେସରକାରୀ ଭାବେ ଦୁଇ ହଜାରରୁ ଉର୍ଦ୍ଧ ହେକ୍ଟରରେ କଫି ଚାଷ କରାଯାଉଛି ।

ଏବେ ହଜାର ହଜାର ଏକରର କଫି ଚାଷ ହେବ । ତା ସହିତ କଫି ଚାଷ କରି ଚାଷୀ ମାନେ ମଧ୍ୟ ବେଶ ଲାଭବାନ୍ ହୋଇପାରିବେ ।

The post ସ୍ଥାୟୀ ଜୀବିକା ପାଇଁ କଫି ଚାଷ ଯୋଜନା । ଉପକୃତ ହେବେ କୋରାପୁଟ ସମେତ ୬ ଜିଲ୍ଲାର ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started