ସାଟେଲାଇଟ ସର୍ଭେ ପାଇଁ ଅଡୁଆରେ ଚାଷୀ । ଖଳାରେ ଗଦା ହୋଇ ପଡିଛି ଧାନ, ଟାର୍ଗେଟ ନଥିବାରୁ ହୋଇପାରୁନି ବିକ୍ରି

କନକ ବ୍ୟୁରୋ : ସାଟେଲାଇଟ ସର୍ଭେ ପାଇଁ ଅଡୁଆରେ ଧାନ ଚାଷୀ । ଯାଜପୁର ଜିଲ୍ଲାରେ ଚଳିତ ଖରିଫ ଚାଷରେ ୫୬ହଜାର ୯୫ ଜଣ ଧାନ ଚାଷୀ ୧୬୬ ପ୍ୟାକ୍ସ ଓ ଏସଏଚଜି ଜରିଆରେ ଧାନ ବିକ୍ରି ପାଇଁ ନାମ ପଂଜିକରଣ କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ୯ଟି ରାଇସ ମିଲ ଜରିଆରେ ଧାନ କ୍ରୟ କରିବାକୁ ଟାର୍ଗେଟ ପ୍ରଦାନ ହୋଇଛି । ଅନ୍ୟ ପଟେ ବିଭିନ୍ନ କାରଣରୁ ଚାଷୀ ମଣ୍ଡିକୁ ଅପେକ୍ଷା ନକରି କ୍ଷେତରୁ ସିଧା ଦଲାଲକୁ କମ ମୂଲ୍ୟରେ ଧାନ ବିକ୍ରି କରୁଥିବା ଚିତ୍ର ସାମ୍ନାକୁ ଆସିଛି । ଖଳାରେ ଧାନ ଗଦା ହୋଇଥିଲେ ବି ଟାର୍ଗେଟ ନଥିବାରୁ କିପରି ଧାନ ବିକ୍ରି ହେବ ସେ ନେଇ ଚିନ୍ତା ବଢିଛି । ତେବେ ଏହି ସବୁ ସମସ୍ୟା ପାଇଁ ସାଟେଲାଇଟ ସର୍ଭେ ହିଁ ଅଡୁଆ ସୃଷ୍ଟି କରିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଯାଜପୁରରେ ପାଖାପାଖି ୮ ଲକ୍ଷରୁ ଉର୍ଦ୍ଧ ପ୍ଳଟ ପଂଜୀକୃତ ହୋଇଥିବା ବେଳେ ସେଥିରୁ ୧ଲକ୍ଷ ୮୦ ହଜାର ୩୭ ସନ୍ଦିଗ୍ଧ ପ୍ଲଟ ଚିହ୍ନଟ ହୋଇଛି । ଯେଉଁଥିରେ ଚାଷ ହୋଇନଥିବା କୁହାଯାଇଥିଲା । ପ୍ରାୟ ୧ଲକ୍ଷ ୬୦ ହଜାର ପ୍ଲଟ ବିନା ଚାଷ ଅଂଚଳ ବୋଲି ସର୍ଭେରୁ ସ୍ପଷ୍ଟ ହୋଇଥିଲା । ତେବେ ଏହି ସର୍ଭେ ପାଇଁ ଚାଷୀଙ୍କ ଟାର୍ଗେଟ କମିଥିବାର ଅଭିଯୋଗ ହୋଇଛି । ଯେଉଁ ଚାଷୀ ଗତବର୍ଷ ୫୬ କ୍ୱିଂଟାଲ ଧାନ ଦେଇଥଲେ ଚଳିତ ବର୍ଷ ୨୬ କ୍ୱିଂଟାଲର ମେସଜ ଆସିଛି । ଉଚିତ ଟାର୍ଗେଟରୁ ବଂଚିତ ହୋଇଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି ।

ସାଟେଲାଇଟ ସର୍ଭେ ଯୋଗୁ ଚାଷୀ ମାନେ କ୍ଷତିରେ ପଡିଥିବା ବେଳେ କିଭଳି ଋଣ ସୁଝିବେ ଓ ପରିବାର କିଭଳି ଚଳିବ ସେନେଇ ଚିନ୍ତାରେ ପଡିଛନ୍ତି ।

The post ସାଟେଲାଇଟ ସର୍ଭେ ପାଇଁ ଅଡୁଆରେ ଚାଷୀ । ଖଳାରେ ଗଦା ହୋଇ ପଡିଛି ଧାନ, ଟାର୍ଗେଟ ନଥିବାରୁ ହୋଇପାରୁନି ବିକ୍ରି first appeared on Kanak News.

from Kanak News
via <a href="https://ifttt.com/?

ସମୁହ ଛୁଟିରେ ପ୍ରାଣୀ ଚିକିତ୍ସକ । ୪ ଦଫା ଦାବି ନେଇ ଚାଲିଛି ଆନ୍ଦୋଳନ, ବଲାଙ୍ଗୀରରେ ପଶୁ ଡାକ୍ତରଙ୍କ ଧାରଣା

କନକ ବ୍ୟୁରୋ : ପ୍ରାଣୀ ଚକିତ୍ସକଙ୍କ ସମୁହ ଛୁଟି । ବଲାଙ୍ଗିର ଜିଲ୍ଲା ତଥା ରାଜ୍ୟର ସବୁ ପ୍ରାଣୀ ଚିକିତ୍ସକଙ୍କ ମିଳିତ କାର୍ଯ୍ୟ ବନ୍ଦ ଡାକରା ଦେବା ସହ ସମସ୍ତେ ଆନ୍ଦୋଳନରେ ବସିଛନ୍ତି । ଆଗରୁ ବହୁବାର ସେମାନେ ତାଙ୍କ ସଂଘ ତରଫରୁ ସରକାରଙ୍କୁ ୪ ଟି ଦାବୀ ଜଣାଇ ଅସୁଥିବା ବେଳେ ସରକାର ଶୁଣୁନାହାନ୍ତି । ଯାହାର ବିରୋଧ କରି ଧାରଣା ଦିଆଯାଇଛି । ସେପେଟ ଧାରଣା ଯୋଗୁ ଜୀବ ଜନ୍ତୁଙ୍କ ଚିକିତ୍ସା ସଠିକ୍ ଭାବେ ହୋଇପାରିନି ।

The post ସମୁହ ଛୁଟିରେ ପ୍ରାଣୀ ଚିକିତ୍ସକ । ୪ ଦଫା ଦାବି ନେଇ ଚାଲିଛି ଆନ୍ଦୋଳନ, ବଲାଙ୍ଗୀରରେ ପଶୁ ଡାକ୍ତରଙ୍କ ଧାରଣା first appeared on Kanak News.

from Kanak News
via <a href="https://ifttt.com/?

ପୁଅ ମୃତ୍ୟୁକୁ ସପ୍ତାହେ ପୁରିଲାଣି । ମିଳୁନି ନ୍ୟାୟ, ବାହୁନି କାନ୍ଦୁଛି ମାଆ । ଥାନାରେ ଏତଲା ପରେ ବି ଚୁପ ବସିଛି ପୁଲିସ

କନକ ବ୍ୟୁରୋ : ନ୍ୟାୟ ପାଇଁ ଆକୁଳ ନିବେଦନ କରୁଛି ମାଆ । ମୋ ପୁଅକୁ ନ୍ୟାୟ ଦିଅ । ମାଆ ଆଖିରୁ ଲୁହ ଶୁଖୁନଥିବା ବେଳେ ବାହୁନି କାନ୍ଦୁଛି ମାଆ । ବାଲେଶ୍ୱର ଶଙ୍ଖାରି ପଂଚାୟତ ନାଫରାଇ ଗାଁର ଶାନ୍ତନୁଙ୍କ କିଛି ଦିନ ତଳେ ମୃତଦେହ ଉଦ୍ଧାର ହୋଇଥିଲା । କଲେଜ କ୍ୟାମ୍ପସ ପରିସରରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ । ପୁଲିସ ତଦନ୍ତ ଜାରି ରଖିଛି । ହେଲେ ତାଙ୍କୁ ହତ୍ୟା କରାଯାଇଛି , ଦୋଷୀ ବିରାଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଶାନ୍ତନୁଙ୍କ ପରିବାର । ଆଖିରୁ ଲୁହ ଶୁନଥିବା ବେଳେ ହାତଯୋଡି ମୋ ପୁଅକୁ ନ୍ୟାୟ ଦିଅ ବୋଲି ବିକଳ ଅନୁରୋଧ କରିଛି ମାଆ ।

ଶାନ୍ତନୁ ମକର ମେଳା ଦେଖି ଫେରିବା ସମୟରେ ତାଙ୍କର କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ପରେ କଲେଜ କ୍ୟାମ୍ପସରୁ ମୃତଦେହ ଉଦ୍ଧାର କର।।ଯାଇଥିଲା । ଘଟଣାକୁ ସପ୍ତାହେ ପରେ ପୁରିଲାଣି । ହେଳେ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ବସିଯାଇଛି ପୁଲିସ । ସିସିଟିଭି ଫୁଟେଜ ଆଧାରରେ ପୁରା ତଦନ୍ତ କରାଯାଇ କାର୍ଯାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି ।

ଶାନ୍ତନୁଙ୍କ ମୃତ୍ୟୁ ନେଇ ପରିବାର ଭାଙ୍ଗିପଡିଥିବା ବେଳେ ମାଆର ମନ ବୁଝୁନି । ପୁଅ ମୃତ୍ୟୁରେ ନ୍ୟାୟ ଦାବିକରୁଥିବା ମାଆକୁ ଖୁବଶୀଘ୍ର ନ୍ୟାୟ ଦିଆଯିବାକୁ ଦବି ହୋଇଛି   ।

The post ପୁଅ ମୃତ୍ୟୁକୁ ସପ୍ତାହେ ପୁରିଲାଣି । ମିଳୁନି ନ୍ୟାୟ, ବାହୁନି କାନ୍ଦୁଛି ମାଆ । ଥାନାରେ ଏତଲା ପରେ ବି ଚୁପ ବସିଛି ପୁଲିସ first appeared on Kanak News.

from Kanak News
via <a href="https://ifttt.com/?

ପୁଣି ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ ସରପଞ୍ଚ ମହାସଂଘ: ଫେବ୍ରୁଆରୀ ୫ରେ ଘେରିବ ବିଧାନସଭା

କନକ ବ୍ୟୁରୋ: ପୁଣି ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ ସରପଂଚ ମହାସଂଘ । ଫେବ୍ରୁଆରୀ ୫ରେ ଘେରିବ ବିଧାନସଭା ।ପୂର୍ବରୁ ମଧ୍ୟ ୨୨ ଦିନ ଧରି ସରପଂଚ ମହାସଂଘ ଧାରଣାରେ ବସିଥିଲା । ୧୫ ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଥିଲା ସଂଘ । ସେହି ସମୟରେ ସରକାର ପ୍ରତିଶ୍ରୁତି ଦେଇଥିଲେ ଡିସେମ୍ବର ୩୧ ସୁଦ୍ଧା ଦାବି ପୁରଣ କରାଯିବ । ଆଜି ପର୍ଯ୍ୟନ୍ତ ଗୋଟିଏ ବି ଦାବି ପୂରଣ ହେଇନାହିଁ ବୋଲି ଅଭିଯୋଗ କରିଛି ମହାସଂଘ ।

The post ପୁଣି ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ ସରପଞ୍ଚ ମହାସଂଘ: ଫେବ୍ରୁଆରୀ ୫ରେ ଘେରିବ ବିଧାନସଭା first appeared on Kanak News.

from Kanak News
via <a href="https://ifttt.com/?

ଗାଁ ସମସ୍ୟା ନେଇ ବିକ୍ଷୋଭ । ଅଭିଯୋଗ ପରେ ବି ସମାଧାନ ନ ହେବାରୁ ଇଚ୍ଛାମୃତ୍ୟୁ ମାଗିଲେ କାହ୍ନୁଗୁଡା ଗାଁର ଲୋକ

କନକ ବ୍ୟୁରୋ : ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ଗାଁର ଲୋକେ । ବଣ ପାହାଡ ଘେରା ଏହି ଗାଁରେ ୭୭ ବର୍ଷ ପରେ ବି ସ୍ଥିତିରେ ସୁଧାର ନାହିଁ । ରାୟଗଡା ଜିଲ୍ଲା କାଶିପୁର ବ୍ଳକ କାହ୍ନୁଗୁଡା ଗାଁ । ଯେଉଁଠି ଭଲ ରାସ୍ତାଟିଏ ନଥିବାରୁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ଗାଁରେ ୧୫୦ ପରିବାର ରହୁଥିବା ବେଳେ ଗୁରୁତର ଅବସ୍ଥାରେ ରୋଗୀଟିଏ ନେବା ମୁସ୍କିଲ ହୋଇପଡେ । ଖରାଦିନରେ ବି ନଦୀରେ ଅଂଟାଏ ପାଣିରେ ପଶି ଲୋକେ ଯିବାଆସିବା କରନ୍ତି । ଆଉ ବର୍ଷା ଦିନରେ ସ୍ଥିତି ସମ୍ପୁର୍ଣ୍ଣ ବେହାଲ ହୋଇପଡେ । ଦୀର୍ଘ ବର୍ଷ ଧରି ଅଙ୍ଗନବାଡି ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ତାଲା ଝୁଲୁଛି । ପିଇବା ପାଣି ପାଇଁ ମଧ୍ୟ ସମସ୍ୟା ଅନେକ । ଗୋଟିଏ ବି ନଳକୂପ ନଥିବାରୁ ନଦୀ ଉପରେ ନିର୍ଭର କରିଥାନ୍ତି ଲୋକେ । ଯାହାଫଳରେ ଲୋକେ ରୋଗାକ୍ରାନ୍ତ ହୋଇପଡୁଛନ୍ତି । ତା ସହିତ ଗାଁରେ ଶିକ୍ଷାବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି ।

ମୌଳିକ ସୁବିଧା ଯୋଗାଇଦେବା ପାଇଁ ବହୁବାର ଅନୁରୋଧ କରି ନିରାଶ ହୋଇଛନ୍ତି ଗାଁର ଲୋକେ । ଶେଷରେ ଏକାଠି ହୋଇ ସତ୍ୟାଗ୍ରହରେ ବସିବାକୁ କହିଛନ୍ତି । ଖୁବଶୀଘ୍ର ସେମାନଙ୍କ ଦାବୀ ପୂରଣ ନହେଲେ ସାମୂହିକ ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମତି ପାଇଁ ଦାବି କରିବାକୁ କହିଛନ୍ତି କାହ୍ନୁଗୁଡା ବାସୀ ।

ସମସ୍ୟା ଭିତରେ ରହିଥିବା ଏହି ଗାଁର ଲୋକଙ୍କୁ ସମସ୍ତ ସବୁିଧା ଯୋଗାଯାଇପାରିଲେ ଗାଁର ଲୋକମାନେ ଉପକୃତ ହୋଇପାରିବେ ।

The post ଗାଁ ସମସ୍ୟା ନେଇ ବିକ୍ଷୋଭ । ଅଭିଯୋଗ ପରେ ବି ସମାଧାନ ନ ହେବାରୁ ଇଚ୍ଛାମୃତ୍ୟୁ ମାଗିଲେ କାହ୍ନୁଗୁଡା ଗାଁର ଲୋକ first appeared on Kanak News.

from Kanak News
via <a href="https://ifttt.com/?

ଶିମିଳିପାଳରେ କଳାବାଘ ସଫାରୀ ନେଇ ଘୋଷଣା: ସଫାରୀ ଯୋଗେ ବିରଳ ବାଘ ଦେଖିପାରିବେ ପର୍ଯ୍ୟଟକ

କନକ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ସଫାରୀ ହେବ। ପର୍ଯ୍ୟଟକମାନଙ୍କୁ ସଫାରୀ ଭିତରେ କଳାବାଘ ଦେଖିବାର ନିଆର ସୁଯୋଗ ମିଳିବ। ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ନେବାକୁ ଯାଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଂଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପରିସରରେ କଳାବାଘ ସଫାରୀ କରାଯିବ। ପର୍ଯ୍ୟଟକ ଓ ଦର୍ଶକମାନେ ଏହି ବିରଳ ପ୍ରଜାତିର ବାଘମାନଙ୍କୁ ଦେଖିବାର ସୁଯୋଗ ପାଇପାରିବେ।

ଗତ ନଭେମ୍ବର ମାସରେ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଥିଲେ ଯେ, ଓଡ଼ିଶାର ଜଙ୍ଗଲରେ କଳାବାଘ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବାଘ ଗଣନା ସମୟରେ କ୍ୟାମେରା ଟ୍ରାପ୍‌ରେ କଳା ରଙ୍ଗର ଏକ କଲରାପତରିଆ ବାଘ ଦେଖିବାକୁ ମିଳିଛି। କିନ୍ତୁ ସେ କେଉଁ ଜଙ୍ଗଲ ଓ କେଉଁ ଜିଲ୍ଲାରେ ଏଭଳି ବିରଳ ପ୍ରଜାତିର ବାଘ ଦେଖିବାକୁ ମିଳିଛି ସେନେଇ ପିସିସିଏଫ୍‌ କୌଣସି ସ୍ପଷ୍ଟ କରି ନଥିଲେ।

ମାତ୍ର ଡିସେମ୍ବର ୨୨ ତାରିଖ ଦିନ ‘ଇଣ୍ଡିଆ ଫରେଷ୍ଟ୍‌ ସର୍ଭିସ୍‌ ଅଫିସର୍‌’ ପ୍ରବୀଣ କସ୍ବାଂ ‘ଏକ୍ସ୍‌’ରେ ସେୟାର୍‌ କରିଥିବା ଓଡ଼ିଶାର ଶିମିଳିପାଳରେ ଉଠାଯାଇଥିବା କେତେକ ଦୁର୍ଲଭ କଳାରଙ୍ଗର ମହାବଳ ବାଘ ଫଟୋ ସମ୍ପ୍ରତି ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କୁ ଚମତ୍କୃତ କରିଥିଲା ‌ବୋଲି କହିଥିଲେ। ଶିମିଳିପାଳର ଏହି କଳାବାଘ ଦେଖାଦେବା ଘଟଣା ପ୍ରଥମେ ୧୯୯୩ରେ ରେକର୍ଡ କରାଯାଇଥିଲା। ୧୯୯୩ ଜୁଲାଇ ୨୧ ତାରିଖ ଦିନ ପୋଡ଼ାଗଡ଼ ଗାଁର ସାଲ୍‌କୁ ନାଁରେ ଜଣେ ବାଳକ ନିଜ ଜୀବନ ରକ୍ଷା କରିବାକୁ ଧନୁଶରଦ୍ବାରା ଗୋଟାଏ କଳାବାଘୁଣୀକୁ ମାରିଥିଲା।

ଏହି ଦୁର୍ଲଭ ବାଘମାନଙ୍କୁ ପ୍ରଥମେ ୨୦୦୭ରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଔପଚାରିକ ଭାବେ ଆବିଷ୍କାର କରାଯାଇଥିଲା। ସମୟକ୍ରମେ ସେହି ପ୍ରକାରର ଅଧିକ ବାଘ ଥିବା କଥା ରେକର୍ଡ କରାଗଲା। ବିରଳ ଗଣସୂତ୍ର ପରିବର୍ତ୍ତନ ଯୋଗୁଁ ସେମାନଙ୍କ ଦେହର ରଙ୍ଗ କଳା ହେଉଥିବାରୁ ସେମାନଙ୍କ ସଂଖ୍ୟା ମଧ୍ୟ ସ୍ବଳ୍ପ।

The post ଶିମିଳିପାଳରେ କଳାବାଘ ସଫାରୀ ନେଇ ଘୋଷଣା: ସଫାରୀ ଯୋଗେ ବିରଳ ବାଘ ଦେଖିପାରିବେ ପର୍ଯ୍ୟଟକ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା: କାଲୁଆ ପବନ ବଢ଼ାଇଲା ଥଣ୍ଡା

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗି ରହିଛି । ଟୁଇନ ସିଟି ଭୁବନେଶ୍ୱର ଓ କଟକ ହାଲୁକା ବର୍ଷାରେ ଭିଜିଛି । କାଲୁଆ ପବନ ସାଙ୍ଗକୁ ବର୍ଷା ପରେ ଥଣ୍ଡା ବଢିଯାଇଛି । ଉତର ଉପକୂଳ ଓଡିଶା ସମେତ ଉତର ଆଭ୍ୟନ୍ତରୀଣ ଓଡିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗିର, କେନ୍ଦ୍ରାପଡା ଜିଲ୍ଲାର କିଛି ଅଂଚଳରେ ହାଲୁକା ବର୍ଷା ଜାରି ରହିଛି । ଆସନ୍ତାକାଲି ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଲାଗି ରହିବ କୋହଲା ପାଗ । ଫଳରେ ରାତିର ତାପମାତ୍ରା ଖସିବ । ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଥିଲେ ମଧ୍ୟ ଦିନ ଓ ରାତିର ତାପମାତ୍ରାରେ ତାରତମ୍ୟ କମ ରହୁଥିବାରୁ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୨୪ ଘଂଟା ପରେ ପରବର୍ତି ୩ ଦିନ ମଧ୍ୟରେ ୨ରୁ ୩ଡିଗ୍ରୀ ଯାଏଁ ରାତିର ତାପମାତ୍ରା ଖସିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ଗତକାଲି ଠାରୁ ଛିପିଛିପି ବର୍ଷା ଯୋଗୁଁ ବରଗଡ ସହରରେ ପାଣି ଜମି ରହିଛି । ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆୟୋଜିତ ମୀନାବାଜର ।

The post ରାଜ୍ୟରେ ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା: କାଲୁଆ ପବନ ବଢ଼ାଇଲା ଥଣ୍ଡା first appeared on Kanak News.

from Kanak News
via <a href="https://ifttt.com/?

ୟୁକ୍ରେନକୁ ୬୫ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ଲାଗିଗଲା ନିଆଁ, ଜଳିଗଲେ ୭୪ ଯାତ୍ରୀ

କନକ ବ୍ୟୁରୋ : ବୁଧବାର ଦିନ ଋଷ ସୂଚନା ଦେଇଛି କି, ୭୪ ଜଣ ୟୁକ୍ରେନ ଯୁଦ୍ଧବନ୍ଦୀଙ୍କୁ ନେଇ ଆସୁଥିବା ଋଷ ବିମାନ ଆଇଏଲ-୬୭ ୟୁକ୍ରେନ ସୀମା ନିକଟ ପଶ୍ଚିମ ବେଲଗୁଡ ଠାରେ କ୍ରାସ ହୋଇଯାଇଛି । ଋଷର ସରକାରୀ ନ୍ୟୁଜ୍ ଏଜେନ୍ସି ଆରଆଇଏ ତରଫରୁ କୁହାଯାଇଛି କି, ୟୁକ୍ରେନରୁ ଏହି ଯୁଦ୍ଧବନ୍ଦୀମାନଙ୍କୁ ଅଦଳ ବଦଳ ଚୁକ୍ତି ମୁତାବକ ୟୁକ୍ରେନକୁ ନିଆଯାଉଥିବା ବେଳେ ଏଭଳି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ସମୟରେ ୬୫ ଜଣ ଯୁଦ୍ଧବନ୍ଦୀଙ୍କ ସମେତ ଚାଳକ ଟିମର ୬ ଜଣ ଓ ଅନ୍ୟ ୩ ଜଣ ବିମାନରେ ଯାତ୍ରା କରୁଥିଲେ । ଏହି ବିମାନଟି ବିଶେଷ ଭାବେ ସେନା ପାଇଁ ବ୍ୟବହାର କରାଯାଏ । ଏଥିରେ ସୈନ୍ୟ ଉପକରଣ ଓ ଅସ୍ତ୍ରଶସ୍ତ୍ର ସହ ୯୦ ଜଣ ଯାତ୍ରୀ ନେଇପାରିବାର କ୍ଷମତା ରହିଛି ।

ଋଷର ସ୍ଥାନୀୟ ରାଜ୍ୟପାଳ ବୟାଚେସ୍ଲାବ କହିଛନ୍ତି କି କୋରୋଚସ୍କି ଜିଲ୍ଲା ନିକଟରେ ଏହି ଦୁର୍ଘଟଣା ଘଟିଛି । ସେ ଘଟଣା ସ୍ଥଳକୁ ଯାଇ ଏହାର ନୀରିକ୍ଷଣ କରିବେ । ଏହାସହ ଉଦ୍ଧାରକାରୀ ଦଳ ପ୍ରଥମରୁ ଏହି ସ୍ଥାନରେ ପହଂଚିସାରିଛନ୍ତି ।

The post ୟୁକ୍ରେନକୁ ୬୫ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ଲାଗିଗଲା ନିଆଁ, ଜଳିଗଲେ ୭୪ ଯାତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ମମତାଙ୍କ ପରେ ଇଣ୍ଡିଆ ମେଣ୍ଟକୁ ଆମ ଆଦମୀ ପାର୍ଟିର ଝଟକା । ପଞ୍ଜାବରେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କଲେ ଭଗୱନ୍ତ ମାନ୍

କନକ ବ୍ୟୁରୋ : ଇଣ୍ଡିଆ ମେଣ୍ଟକୁ ମମତାଙ୍କ ପରେ ଏବେ ଆମ୍ ଆଦମୀ ପାର୍ଟି ଝଟକା ଦେଇଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କରିବାର କିଛି ସମୟ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ପଞ୍ଚାବରେ କଂଗ୍ରେସ ସହ ମେଣ୍ଟ ହେବ ନାହିଁ ବୋଲି ଜଣାଇଛନ୍ତି । ଭଗୱନ୍ତ ମାନ୍ କହିଛନ୍ତି କି ପଞ୍ଜାବରେ ମୋଟ ୧୩ଟି ଯାକ ଲୋକସଭା ଆସନରେ ଆମ ଆଦମୀ ତରଫରୁ ପ୍ରାର୍ଥୀ ଦିଆଯିବ । ଏହାସହ ସେହି ୧୩ଟି ଆସନ ପାଇଁ ୪୦ ଜଣ ଆଶାୟୀଙ୍କ ନାମ ଉପରେ ଚର୍ଚ୍ଚା ଚାଲିଥିବା କଥା ସେ କହିଛନ୍ତି ।

https://platform.twitter.com/widgets.js

ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରାଜ୍ୟରେ ଟିଏମସି ଏକାକୀ ଲୋକସଭା ନିର୍ବାଚନ ଲଢିବ ବୋଲି ଘୋଷଣା କରିଛନ୍ତି । ବୁଧବାର ଦିନ ମମତା ବାନାର୍ଜୀ ଘୋଷଣା କରିଛନ୍ତି କି ପଶ୍ଚିମବଙ୍ଗର ସମସ୍ତ ଲୋକସଭା ଆସନରେ ଟିଏମସି ପ୍ରାର୍ଥୀ ଦେବ । ଏହାସହ ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ସହ ମେଣ୍ଟ ହେବ କି ନାହିଁ ତାହା ବିଚାର କରାଯିବ ବୋଲି ମମତା ବାନାର୍ଜୀ କହିଛନ୍ତି ।

The post ମମତାଙ୍କ ପରେ ଇଣ୍ଡିଆ ମେଣ୍ଟକୁ ଆମ ଆଦମୀ ପାର୍ଟିର ଝଟକା । ପଞ୍ଜାବରେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କଲେ ଭଗୱନ୍ତ ମାନ୍ first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନ ଓ ବାଂଲାଦେଶରେ ରାମଙ୍କ ନାମରେ କେତେ ସହର, ଗ୍ରାମ , ରାସ୍ତା ଅଛି ?

ନିକଟ ଅତୀତରେ ଅଯୋଧ୍ୟାରେ ଥିବା ମହାନ ରାମ ମନ୍ଦିରରେ ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପିତ  କରାଯାଇଥିଲା । ଏହାପରେ ପରେ ରାମଙ୍କ ନାମ ପୁଣି ଚର୍ଚ୍ଚାକୁ ଆସିବାକୁ ଲାଗିଛି । ଆମ ଦେଶରେ ତ ରାମଙ୍କ ନାମରେ ଅନେକ ସ୍ଥାନ ଅଛି ଆଜି ଆସନ୍ତୁ ଜାଣିବା ଆମ ପଡୋଶୀ ପାକିସ୍ତାନ ଓ ବାଂଲାଦେଶରେ ପ୍ରଭୁ ରାମଙ୍କ ନାମରେ କେତେ ସହର, ଗ୍ରାମ ଓ ରାସ୍ତା ନାମିତ ଅଛି ।

ପାକିସ୍ତାନର ସେହି ସ୍ଥାନର ନାମ ବଦଳା ଯାଇଛି ଯେଉଁଠାରେ ପ୍ରସିଦ୍ଧ ରାମନଗର ଯୁଦ୍ଧ ହୋଇଥିଲା ।

କରାଚିର ଏକ ପ୍ରସିଦ୍ଧ ରାସ୍ତାର ନାମ ‘ରାମଚନ୍ଦ୍ର ଟେମ୍ପଲ ରୋଡ’ ପ୍ରଭୁ ରାମଙ୍କ ନାମରେ ନାମିତ ହେଇଛି ।

ବାଂଲାଦେଶର ଅନେକ ସ୍ଥାନ ରାମଙ୍କ ନାମରେ ନାମିତ ହୋଇଛି ଏବଂ ଅନେକ ସ୍ଥାନ ହିନ୍ଦୁ ଦେବତା ଏବଂ ଦେବୀଙ୍କ ନାମରେ ନାମିତ ହୋଇଛି ।

ଏକଦା ଭାରତୀୟ ଉପମହାଦେଶର ଅନେକ ସ୍ଥାନ ହିନ୍ଦୁ ଦେବୀ ଦେବତା ଏବଂ ରାମଙ୍କ ନାମରେ ନାମିତ ହୋଇଥିଲା, କିନ୍ତୁ ସ୍ୱାଧୀନତା ପରଠାରୁ ପାକିସ୍ତାନ ଏବଂ ବାଂଲାଦେଶରେ ଅନେକ ଗୁଡିଏ ସ୍ଥାନର ନାମ ପରିବର୍ତ୍ତନ କରାଯାଇଛି । ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ପାକିସ୍ତାନ ଏବଂ ବାଂଲାଦେଶର ଏବେ ମଧ୍ୟ ଅନେକ ସ୍ଥାନ ରାମଙ୍କ ନାମରେ ନାମିତ ହୋଇ ରହିଛି । ଯଦିଓ ପାକିସ୍ତାନରେ ଅନେକ ଗୁଡିଏ ଜାଗାରେ ନାମ ପରିବର୍ତ୍ତନ କରାଯାଇଛି ।

ପାକିସ୍ତାନର ଚେନାବ ନଦୀ କୂଳରେ ‘ରସୁଲ ନଗର’ ନାମରେ ଏକ ଛୋଟ ସହର ଅବସ୍ଥିତ । ଏହା ପଞ୍ଜାବର ୱାଜିରାବାଦ ଜିଲ୍ଲାରେ ଅଛି । ବିଭାଜନ ଏବଂ ସ୍ୱାଧୀନତା ପରେ ମଧ୍ୟ ଏହି ସହରର ନାମ ଦୀର୍ଘ ଦିନ ଧରି ‘ରାମନଗର’ ଥିଲା । ଏହା କୃଷକମାନଙ୍କର ଏକ ଛୋଟ ସୁନ୍ଦର ସହର ଥିଲା । ଯେତେବେଳେ ବିଭାଜନ ଆରମ୍ଭ ହେଲା, ଏଠାରୁ ଅଧିକାଂଶ ଶିଖ ଏବଂ ହିନ୍ଦୁ ଭାରତକୁ ପଳାୟନ କଲେ । ୫୦ ଦଶକରେ ଏହି ସ୍ଥାନର ନାମ ପରିବର୍ତ୍ତନ କରାଯାଇଥିଲା ।

ପ୍ରସିଦ୍ଧ ‘ରାମନଗର’ ଯୁଦ୍ଧ ଏଠାରେ ହୋଇଥିଲା

ବର୍ତ୍ତମାନ ଏହାର ନାମ ହେଉଛି ‘ରସୁଲ ନଗର’ ।  ଏହି ସ୍ଥାନଟି ମଧ୍ୟ ସ୍ବତନ୍ତ୍ର କାରଣ ଏଠାରେ ୧୮ ନଭେମ୍ବର ୧୮୪୮ ରେ ବ୍ରିଟିଶ ଏବଂ ଶିଖମାନଙ୍କ ମଧ୍ୟରେ ଏକ ବଡ଼ ଯୁଦ୍ଧ ହୋଇଥିଲା ଯାହାକୁ ରାମନଗର ଯୁଦ୍ଧ କୁହାଯାଏ । ଏକଦା ଏହା ପଞ୍ଜାବର ପୂର୍ବତନ ଶାସକ ରଞ୍ଜିତ ସିଂଙ୍କ ଶାସନ କାଳରେ ଖାସ୍ ବଜାରର କେନ୍ଦ୍ର ଥିଲା । ସେ ପଞ୍ଜାବର ସିଂହ ଭାବରେ ମଧ୍ୟ ଜଣାଶୁଣା ଥିଲେ । ସେ ପଞ୍ଜାବର ଶାସକ ଥିବା ସମୟରେ ଚେନାବ ନଦୀ କୂଳରେ ବେଳେବେଳେ ସମୟ ଅତିବାହିତ କରିଥିଲେ । ଆଜିର ରସୁଲ ନଗର ସେହି ସମୟରେ ଅନେକ ଜିନିଷର ମୁଖ୍ୟ ବଜାର ଥିଲା ।

ନଭେମ୍ବର ୧୮୪୮ ରେ ଯେତେବେଳେ ଶିଖ୍ ଏବଂ ବ୍ରିଟିଶମାନଙ୍କ ମଧ୍ୟରେ ରାମନଗର ଯୁଦ୍ଧ ହୋଇଥିଲା, ସେତେବେଳେ ଶିଖମାନେ ବ୍ରିଟିଶମାନଙ୍କ ଦ୍ୱାରା ଆଶ୍ଚର୍ଯ୍ୟଜନକ ଆକ୍ରମଣର ପ୍ରୟାସକୁ ବିଫଳ  କରି ଦେଇଥିଲେ  କିନ୍ତୁ ଏହା ପରର ଯୁଦ୍ଧରେ ଶିଖମାନେ ହାରିଗଲେ । ଏହା ପରେ ଆଉ ଏକ ଯୁଦ୍ଧ ମଧ୍ୟ ହେଇଥିଲା। ଯେଉଁଥିରେ ଶିଖମାନେ ବିଜୟ ଲାଭ କରିଥିଲେ । ଏହା ସେ ସମୟରେ ଏକ ଖୁବ ବଡ କଥା ଥିଲା । ଶିଖମାନେ ବହୁତ ସାହସର ସହିତ ଲଢେଇ କରିଥିଲେ । ଯେଉଁ ସ୍ଥାନରେ ରାମନଗରର ଏହି ଯୁଦ୍ଧ ହୋଇଥିଲା, ତାହା ବର୍ତ୍ତମାନ ରସୁଲପୁର ।  ସ୍ଥାନୀୟ ଲୋକମାନେ ହୁଏତ ପ୍ରଭୁ ରାମଙ୍କ ନାମରେ ନିର୍ମିତ ଏହି ସହରର ପ୍ରକୃତ ନାମକୁ ଭୁଲି ଯାଇଥିବେ, କିନ୍ତୁ ଏହି ଯୁଦ୍ଧ ଏବଂ ସ୍ଥାନ ଶିଖମାନଙ୍କ ଇତିହାସରେ ରାମନଗର ଭାବରେ ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିବ ।

ଅନେକ ସ୍ଥାନର ନାମ ବଦଳା ଯାଇଛି

ବିଭାଜନ ପରେ ଖୁବ ଶୀଘ୍ର ପାକିସ୍ତାନରେ ନାମ ପରିବର୍ତ୍ତନ କରିବାର ପରମ୍ପରା ଆରମ୍ଭ ହୋଇଥିଲା । ବିଭାଜନ ପରେ ଧର୍ମ ଆଧାରରେ ନବ ଗଠିତ ପାକିସ୍ତାନ ଭାରତୀୟ ଐତିହ୍ୟଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କଲା । ତା’ପରେ ପାକିସ୍ତାନ ଏକ ମୁସଲମାନ ଦେଶର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କଲା ଯାହା ପଡୋଶୀ ଦକ୍ଷିଣ ଏସୀୟ ଦେଶ ଅପେକ୍ଷା ଆରବ ଦେଶମାନଙ୍କ ନିକଟତର ଥିଲା ।

କରାଚିରେ ଏକ ‘ରାମଚନ୍ଦ୍ର ଟେମ୍ପଲ ରୋଡ଼’ ନାମରେ ଏକ ରାସ୍ତା ଅଛି ।

ଉଲ୍ଲେଖଥାଉ କି, ଏକ ‘ରାମଚନ୍ଦ୍ର ଟେମ୍ପଲ ରୋଡ଼’ ରାସ୍ତା କରାଚିରେ ଏବେ ବି ଅକ୍ଷୁର୍ଣ୍ଣ ରହିଛି । ଏହି ରାସ୍ତା କରାଚିର ରାମ ମନ୍ଦିର ଆଡକୁ ଯାଏ, ତେଣୁ ଏହାର ନାମ ଏକ ‘ରାମଚନ୍ଦ୍ର ଟେମ୍ପଲ ରୋଡ଼’ । ସେହିଭଳି, ଅଟାରାମ ପ୍ରୀତମଦାସ ରୋଡ, ବାଲୁଚିସ୍ତାନର ହିଙ୍ଗଲାଜ ଏବଂ ଖାଇବର ପାଖ୍ଟନଖୱାର ହରିପୁର ପ୍ରଦେଶର ଅନେକ ନାମ ଅଛି । ଲାହୋରରେ ଅନେକ ସ୍ଥାନ ଅଛି ଯେଉଁଥିରେ ହିନ୍ଦୁ କିମ୍ବା ଶିଖ ନାମ ଥିଲା, ଯାହାକୁ ପରିବର୍ତ୍ତନ କରାଯାଇଥିଲା | କୃଷ୍ଣ ନଗର ପରି ଲାହୋରର ଏକ ଅଞ୍ଚଳ ଥିଲା । ଏହାର ନାମ ଇସଲାମପୁରରେ ପରିବର୍ତ୍ତିତ ହେଲା । ଜୈନ ମଣ୍ଡିର ଛକକୁ ବାବ୍ରି ମସଜିଦ୍ ଚଛକ ଭାବରେ ପରିବର୍ତ୍ତନ କରାଯାଇଥିଲା | ବାଲୁଚିସ୍ତାନରେ “ହିନ୍ଦୁ ବାଗ” ନାମକୁ ବର୍ତ୍ତମାନ “ମୁସଲିମ ବାଗ” କୁହାଯାଏ ।

ଲାହୋର ନିକଟରେ ଏବେ ମଧ୍ୟ ରାମପୁର ନାମରେ ଏକ ସହର ଅଛି ।

ବାଂଲାଦେଶର କିଛି ସ୍ଥାନର ନାମ ଏବେ ବି ରାମନଗର ଅଛି ।

ନେପାଳର ରାମନଗର ନାମକ ଅତିକମରେ ୯ ଟି  ସ୍ଥାନ ଅଛି ।   

The post ପାକିସ୍ତାନ ଓ ବାଂଲାଦେଶରେ ରାମଙ୍କ ନାମରେ କେତେ ସହର, ଗ୍ରାମ , ରାସ୍ତା ଅଛି ? first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started