ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ । କୁହୁଡି ଯୋଗୁଁ ଦୁର୍ଘଟଣାରେ ଶିକାର ହେଲା ମମତାଙ୍କ ଗାଡି

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାରେ ଶିକାର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ବର୍ଦ୍ଧମାନରୁ କୋଲକାତା ଫେରୁଥିôବା ବେଳେ ତାଙ୍କ ଗାଡି ଦୁର୍ଘଟଣାରେ ଶିକାର ହୋଇଛି । କୁହୁଡି କାରଣରୁ ଚାଳକ ହଠାତ୍ ବ୍ରେକ୍ ମାରିବାରୁ ମମତାଙ୍କ ମୁଣ୍ଡରେ ଆଘାତ ଲାଗିଛି । କୁହାଯାଉଛି କି, ମମତାଙ୍କ ଗାଡି ସାମ୍ନାକୁ ହଠାତ ଅନ୍ୟ ଏକ ଗାଡଇ ଆସିଯିବାରୁ ଚାଳକ ବ୍ରେକ୍ ମାରିଥିଲେ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ଦ୍ଧମାନର ଏକ ସାବଜନୀକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ପ୍ରଥମେ ସେ ହେଲିକପ୍ଟରରେ ଫେରିବେ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ପାଗ ଖରାପ କାରଣରୁ ତାଙ୍କୁ କାରରେ ଆସିବାକୁ ପଡିଥିଲା । ହେଲେ ଫେରିବା ବେଳେ ରାସ୍ତାରେ ଏଭଳି ଦୁର୍ଘଟଣା ଘଟିଛି ।

The post ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ । କୁହୁଡି ଯୋଗୁଁ ଦୁର୍ଘଟଣାରେ ଶିକାର ହେଲା ମମତାଙ୍କ ଗାଡି first appeared on Kanak News.

from Kanak News
via <a href="https://ifttt.com/?

ଛାତ୍ରଙ୍କ ଚେତବନୀ ପରେ ପ୍ରଶାସନର ନିଷ୍ପତ୍ତି । ଦୀର୍ଘ ୪ ବର୍ଷ ପରେ ଜେଏନୟୁରେ ହେବାକୁ ଯାଉଛି ଛାତ୍ରସଂଘ ନିର୍ବାଚନ

କନକ ବ୍ୟୁରୋ : ଦୀର୍ଘ ୪ ବର୍ଷର ଅପେକ୍ଷା ପରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ହେବାକୁ ଯାଉଛି ଛାତ୍ରସଂଘ ନିର୍ବାଚନ । ଜେଏନୟୁ ଅଧିକାରୀଙ୍କ ତରଫରୁ ଏନେଇ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ବିଭିନ୍ନ ଛାତ୍ର ସଂଗଠନ ନିର୍ବାଚନ କରାଇିବା ନେଇ ବାରମ୍ବାର ବିରୋଧ ପ୍ରଦର୍ଶନ କରିବା ପରେ ପ୍ରଶାସନ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଶେଷଥର ପାଇଁ ୨୦୧୯ ମସିହାରେ ଜେଏନୟୁରେ ଛାତ୍ରସଂଘ ନିର୍ବାଚନ ହୋଇଥିଲା ।

ଜେଏନୟୁରେ ଛାତ୍ରସଂଘ ନିର୍ବାଚନ କରିବାକୁ ଛାତ୍ର ସଂଗଠନମାନେ ବାରମ୍ବାର ଦାବି କରିବା ସହ ବିରୋଧ ପ୍ରଦର୍ଶନ କରୁଥିଲେ । ଏହାସହ ଫେବୃଆରୀ ୨ ତାରିଖ ସୁଦ୍ଧା ନିର୍ବାଚନ ନେଇ ନିଷ୍ପତ୍ତି ନିଆ ନ ଗଲେ ଅସହଯୋଗ ଆନ୍ଦୋଳନ କରିବାକୁ ଛାତ୍ରସଂଘ ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଥିଲା ।

ଛାତ୍ରମାନଙ୍କର ଚେତାବନୀ ପରେ ପ୍ରଶାସନ ତରଫରୁ ନିର୍ବାଚନ କରିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଉଲ୍ଲେଖ ରହିଛି କି, ପିଏଚଡି ଛାତ୍ରଙ୍କ ସେଶନ ଆରମ୍ଭ ହେବାର ୬ ରୁ ୮ ସପ୍ତାହ ପରେ ନିର୍ବାଚନ କରାଯିବ । ଏହାସହ ନିର୍ବାଚନ ନେଇ ବିସ୍ତୃତ ଗାଇଡଲାଇନ ଡିନଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯିବ ।

ସୂଚନା ଥାଉ କି, ଏହା ପୂର୍ବରୁ ଜେଏନୟୁରେ ଛାତ୍ରସଂଘ ନିର୍ବାଚନ କରାଯିବ ନାହିଁ ବୋଲି କହି ପ୍ରଶାସନ ଦୃଢ ନିଷ୍ପତ୍ତି ନେଇଥିଲା । ଏହି କ୍ରମରେ ଛାତ୍ର ସଂଗଠନ ତରଫରୁ ଏକ ବୟାନ ଜାରି କରି କୁହାଯାଇଥିଲା କି, ଯଦି ଫେବୃଆରୀ ୨ ତାରିଖ ସୁଦ୍ଧା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରା ନ ଯାଏ ତେବେ ଛାତ୍ର ସଂଗଠନଗୁଡିକ ପକ୍ଷରୁ ବଡ ପ୍ରଦର୍ଶନ କରାଯିବ ।

The post ଛାତ୍ରଙ୍କ ଚେତବନୀ ପରେ ପ୍ରଶାସନର ନିଷ୍ପତ୍ତି । ଦୀର୍ଘ ୪ ବର୍ଷ ପରେ ଜେଏନୟୁରେ ହେବାକୁ ଯାଉଛି ଛାତ୍ରସଂଘ ନିର୍ବାଚନ first appeared on Kanak News.

from Kanak News
via <a href="https://ifttt.com/?

ଦିନେ ଭାରତକୁ ଜିତାଇଥିଲେ ବିଶ୍ୱକପ: ଆଜି ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ଉନ୍ମୁକ୍ତ

କନକ ବ୍ୟୁରୋ: ଉନ୍ମୁକ୍ତ ଚାନ୍ଦ । କେବେ ନା କେବେ ଏହି କ୍ରିକେଟକଙ୍କ ନାଁ ଆପଣ ନିଶ୍ଚୟ ଶୁଣିଥିବେ । ଦିନେ ଭାରତୀୟ କ୍ରିକେଟରେ ନିଜ କ୍ୟାରିୟର ଆରମ୍ଭ କରୁ କରୁ ଶେଷ ହୋଇଯାଇଥିଲା । ଆଉ ଏବେ ଏହି କ୍ରିକେଟର ସମସ୍ତଙ୍କ ପାଇଁ ଅପରିଚିତ ହୋଇଯାଇଛନ୍ତି । ହେଲେ ଦିନେ ଉନ୍ମୁକ୍ତ ଚାନ୍ଦ ଟିମ ଇଣ୍ଡିଆକୁ ବିଶ୍ୱକପ ଜିତାଇଥିଲେ । ୨୦୧୨ ମସିହାରେ ଉନ୍ମୁକ୍ତ ୧୯ ବର୍ଷରୁ କମ ଭାରତୀୟ ଟିମର ଅଧିନାୟକ ରହିଥିଲେ । ଆଉ ସେହି ବର୍ଷ ଭାରତ ତାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ ବି ହୋଇଥିଲା । କିନ୍ତୁ ଏବେ ଏହି କ୍ରିକେଟର ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ବେଶ ଆଗ୍ରହୀ ଅଛନ୍ତି ।

ଏବେ ଦେଖିବାକୁ ମିଳୁଛି ଉନ୍ମୁକ୍ତ ଚାନ୍ଦ ଆମେରିକା ପାଇଁ କ୍ରିକେଟ ଖେଳୁଛନ୍ତି । ଆଉ ଆଗାମୀ ଟି-୨୦ ବିଶ୍ୱକପ ପାଇଁ ବି ସେ ପ୍ରସ୍ତୁତି ଚଳାଇଛନ୍ତି । ଆମେରିକା ଓ ୱେଷ୍ଟଇଣ୍ଡିଜ ମିଳିତ ଭାବେ ୨୦୨୪ ବିଶ୍ୱକପର ଆୟୋଜନ କରିବେ । ସେଥିପାଇଁ ୱେଷ୍ଟଇଣ୍ଡିଜ ସହ ଆମେରିକା ବି ଏହି ଟୁର୍ଣ୍ଣାମେଣ୍ଟରେ କ୍ୱାଲିଫାଇ କରିସାରିଛି । ଆଉ ଜୁନ ୧୨ରେ ଆମେରିକା ଭାରତକୁ ଭେଟିବ । ଏହି ମ୍ୟାଚରେ ଆମେରିକା ପକ୍ଷରୁ ଉନ୍ମୁକ୍ତ ଚାନ୍ଦ ଖେଳିପାରନ୍ତି ବୋଲି କୁହାଯାଉଛି ।

ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ଉନ୍ମୁକ୍ତ ଚାନ୍ଦ ଖେଳିବା ନେଇ ନିଜ ବୟାନ ରଖି କହିଛନ୍ତି, ବାସ୍ତବରେ ଏହି ଘଟଣା ବେଶ ଆଶ୍ଚର୍ଯ୍ୟଜନକ ହେବ । ହେଲେ ମୁଁ ଯେବେଠୁ ଭାରତରୁ ସନ୍ୟାସ ନେଇଛି ମୋର ଗୋଟିଏ ଲକ୍ଷ୍ୟ ଭାରତ ବିପକ୍ଷରେ ଖେଳିବା ଥିଲା । ଏହା କୌଣସି ଖରାପ ଉଦ୍ଦେଶ୍ୟରେ ନୁହେଁ ବରଂ ମୁଁ ଗୋଟିଏ ଭଲ ଟିମ ବିପକ୍ଷରେ ଖେଳି ମୋ ନିଜକୁ ପରଖି ପାରିବି । ସେ ଆହୁରି କହିଛନ୍ତି କି ଭାରତ ବର୍ତ୍ତମାନ କ୍ରିକେଟରେ ସବୁଠାରୁ ଭଲ ଟିମ । ମୁଁ ଭାରତ ବିପକ୍ଷରେ ନିଜ ଦକ୍ଷତା ଦେଖିବାକୁ ଚାହିଁବି ।

ଉନ୍ମୁକ୍ତ ଚାନ୍ଦ ୨୦୧୨ରେ ୧୯ ବର୍ଷରୁ କମ ବିଶ୍ୱକପରେ ଭାରତକୁ ଚାମ୍ପିୟନ କରାଇଥିଲେ । ଏହାପରେ ସେ ଆଇପିଏଲରେ ସୁଯୋଗ ପାଇଥିଲେ ବି ଲମ୍ବା ସମୟ ଯାଏଁ ରହିପାରିନଥିଲେ । ଏମିତି କି ଟିମ ଇଣ୍ଡିଆରେ ନିଜ ଜାଗା ସୃଷ୍ଟି କରିପାରିନଥିଲେ । ଏହାପରେ ସେ କ୍ରିକେଟରୁ ସନ୍ୟାସ ନେଇଯାଇଥିଲେ । ଗୋଟିଏ ଯୁବ ଉଦୀୟମାନ କ୍ରିକେଟର ନିଜ କ୍ୟାରିୟର କରିବା ପୂର୍ବରୁ ହଠାତ କୁଆଡେ ଉଭାନ ହୋଇଯାଇଥିଲେ । ଏବେ ସେ ଭାରତ ଛାଡି ଆମେରିକା ପାଇଁ କ୍ରିକେଟ ଖେଳୁଛନ୍ତି । ତେବେ ଦେଖିବା ବାକି ରହିଲା ଟି-୨୦ ବିଶ୍ୱକପରେ ଆମେରିକା ଟିମରେ ତାଙ୍କୁ ସ୍ଥାନ ମିଳୁଛି ନା ନାହିଁ । ଯଦି ମିଳିଲା ଭାରତ ବିପକ୍ଷରେ ସେ ମ୍ୟାଚ ଖେଳି ନିଜ ସ୍ୱପ୍ନ ପୂରା କରିପାରିବେ ।

 

The post ଦିନେ ଭାରତକୁ ଜିତାଇଥିଲେ ବିଶ୍ୱକପ: ଆଜି ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ଉନ୍ମୁକ୍ତ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା: ହାଇକୋର୍ଟରେ ଜବାବ ଦାଖଲ କଲେ ରାଜ୍ୟ ସରକାର

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ଓସେପା । ଟୁଇଟ୍ କରି ଓସେପା କହିଛି, ଜାନୁଆରୀ ୧୫ ତାରିଖରେ ଇଡିସିଆଇଏଲ ମେରିଟ ତାଲିକା ଦେଇଥିଲା । ସେହି ଦିନ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ସହ ଅପଲୋଡ କରାଯାଇଥିଲା । ଇଡିସିଆଇଏଲ୍ କନିଷ୍ଠ ଶିକ୍ଷକଙ୍କ ପରୀକ୍ଷା କରାଇଥିଲା ବୋଲି ଓସେପା କହିଛି । କନିଷ୍ଠ ଶିକ୍ଷକ କାଟାଗୋରୀ ୱାନ ଓ ଟୁ ପାଇଁ ଅଗଷ୍ଟ ୨୨ ତାରିଖରେ ପରୀକ୍ଷା କରାଇଥିଲା ଇଡିସିଆଇଏଲ । ଏହାପରେ ୧୫ ତାରିଖରେ ମେଧା ତାଲିକା ଇଡିସିଆଇଏଲ ପକ୍ଷରୁ ଓସେପାକୁ ଦିଆଯାଇଥିବା ଟୁଇଟରେ ଉଲ୍ଲେଖ ରହିଛି । ସ୍ପଷ୍ଟୀକରଣ ରଖି ଓସେପା ଇଡିସିଆଇଏଲ୍ ମୁଣ୍ଡକୁ ଦୋଷ ଠେଲି ଦେଇଛି । ହେଲେ ଗତକାଲି ଇଡିସିଆଇଏଲ ସ୍ପଷ୍ଟୀକରଣ ରଖି କନିଷ୍ଠ ଶିକ୍ଷକ ନିଯୁକ୍ତିରେ ତାର କୌଣସି ଭୂମିକା ନଥିବା କହିଥିଲେ । ଦିନକ ପରେ ଆଜି ଓପେସା ଟୁଇଟ୍ କରି ସ୍ପଷ୍ଟୀକରଣ ରଖିବା ପରେ ପ୍ରଶ୍ନ ଉଠୁଛି, କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତାରେ କିଏ ଭୁଲ କରିଛି ।

The post ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା: ହାଇକୋର୍ଟରେ ଜବାବ ଦାଖଲ କଲେ ରାଜ୍ୟ ସରକାର first appeared on Kanak News.

from Kanak News
via <a href="https://ifttt.com/?

ମୟୁରଭଞ୍ଜ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା, ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: ମୟୁରଭଞ୍ଜର ଦ୍ବାରଶୁଣି ଘାଟିରେ ଏକ ସଡକ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଆଜି ମୟୂରଭଂଜ ଜିଲ୍ଲା ବାଙ୍ଗିରୀପୋଷି ନିକଟ ଦ୍ୱାରଶୁଣୀ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା । ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଲା ଯାତ୍ରା ପାର୍ଟି ଟ୍ରକ । ଟ୍ର୍କରେ ଥିବା ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ପୋଲିସ ପହଂଚି ଟ୍ରକ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କୁ ମେଡିକାଲକୁ ପଠାଇଥିଲେ । ଟ୍ରକ୍ଟି ଧଉଳୀ ଗଣନାଟ୍ୟର ହୋଇଥିବା ଜଣାପଡ଼ିଛି । ଟ୍ରକର ବ୍ରେକ ଫେଲ ହୋଇଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ଝିପିଝିପି ବର୍ଷା ସହ କୋହଲା ପାଗ ପାଇଁ ଲୋକଙ୍କୁ ଟ୍ରକ ତଳୁ ଉଦ୍ଧାର କରିବାରେ ବିଳମ୍ବ ହୋଇଥିଲା ।

The post ମୟୁରଭଞ୍ଜ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା, ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ first appeared on Kanak News.

from Kanak News
via <a href="https://ifttt.com/?

କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ଜଣଙ୍କର ମୃତ୍ୟୁ, ଉଦ୍ଧାର ଏବଂ ସର୍ଚ୍ଚ ଅପରେସନ ଜାରି

ଜାନୁଆରୀ ୨୩ ରେ କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ଫୋର୍ଟ ସ୍ମିଥ ନିକଟରେ ଖଣି କର୍ମଚାରୀଙ୍କୁ ନେଇ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବାଯୋଗୁ ୬  ଜଣ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ । ଗୋଟିଏ ଦିନ ପୂର୍ବରୁ ପଡୋଶୀ ବ୍ରିଟିଶ କଲମ୍ବିଆରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଥିଲେ ।

ଜାନୁଆରୀ ୨୩ ରେ, କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ଫୋର୍ଟ ସ୍ମିଥ ନିକଟରେ ଖଣି କର୍ମଚାରୀଙ୍କୁ ନେଇ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଏହି ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ଦୁର୍ଘଟଣାର କାରଣ ଜଣା ପଡିନାହିଁ କିନ୍ତୁ ତଦନ୍ତ ଆରମ୍ଭ ହୋଇଛି ।

ଏହି ବିମାନ ଏକ ଖଣି କମ୍ପାନୀ ରିଓ ଟିଣ୍ଟୋର ଡିଆଭିକ୍ ହୀରା ଖଣି ଆଡକୁ ଯାଉଥିଲା । ବିମାନଟି ସକାଳ ୮.୫୦ ରେ ଫୋର୍ଟ ସ୍ମିଥ ନିକଟରୁ ଉଡାଣ ଭରିବା ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲର ସହିତ ସମ୍ପର୍କ ହରାଇଥିଲା । ଏହା ପରେ ବିମାନଟି ଦାସ୍ ନଦୀ ନିକଟରେ ମିଳିଥିଲା । ବିମାନର ମାଲିକ କହିଛନ୍ତି ଯେ ବ୍ରିଟିଶ ଏରୋସ୍ପେସରୁ ତାଙ୍କର ଏହି ପ୍ରକାରର ଜେଟଷ୍ଟ୍ରିମ ମଡେଲ ଦୁଇଟି ଅଛି ଏବଂ ଉଭୟଙ୍କର ୧୯ ଜଣଙ୍କୁ ନେଇ ଉଡିବାର କ୍ଷମତା ଅଛି ।

ରିଓ ଟିଣ୍ଟୋ ମୁଖ୍ୟ ଜାକୋବ ଷ୍ଟୋଶୋଲମ୍ ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ଘଟଣା ଦ୍ୱାରା ଆମ କମ୍ପାନୀର ବ୍ୟାପକ କ୍ଷତି ହୋଇଛି । କମ୍ପାନୀ ବନ୍ଦ ହେଇଗଲା ପରି ପରିସ୍ଥିତି ହେଇଯାଇଛି । ଆମେ ସମସ୍ତ ସମ୍ଭାବ୍ୟ ଉପାୟରେ ଅନୁସନ୍ଧାନକାରୀ ଅଧିକାରୀଙ୍କୁ ସାହାଯ୍ୟ କରିବୁ ଏବଂ ଘଟଣାଟି କିପରି ଘଟିଲା ତାହା ବିଷୟରେ ତଦନ୍ତରେ ସହଯୋଗ କରିବୁ ।  ଜନସମ୍ପର୍କ ଅଧିକାରୀ ମ୍ୟାକ୍ସାଇମ କ୍ଲିଚି ଏବଂ କାନାଡା ସେନା ଅଧିକାରୀ କହିଛନ୍ତି ଯେ ଉଦ୍ଧାର ଏବଂ ସର୍ଚ୍ଚ ଅପରେସନ ପାଇଁ ରୟାଲ କାନାଡିୟ ବାୟୁସେନା ସ୍କାଡ୍ରନ ପଠାଯାଇଛି ।

ଉତ୍ତର-ପଶ୍ଚିମ ଅଞ୍ଚଳର କାନାଡିୟ ରାଜନେତା ଆରଜେ ସିମ୍ପସନ୍ ଏହି ଦୁର୍ଘଟଣାରେ ଆହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ଦୁଖିତ ହୃଦୟରେ କହିଛନ୍ତି, ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର, ସମ୍ପର୍କୀୟ ଏବଂ ଶୁଭେଚ୍ଛୁମାନଙ୍କୁ ମୁଁ ସମବେଦନା ଜଣାଉଛି । ଉତ୍ତର-ପଶ୍ଚିମ ଅଞ୍ଚଳର ମୁଖ୍ୟ କରୋନର୍ ଗାର୍ଟ ଏଗେନବର୍ଗ ଏହି ମୃତ୍ୟୁକୁ ନିଶ୍ଚିତ କରି କହିଛନ୍ତି ଯେ ପୀଡିତଙ୍କ ପରିବାର ଲୋକଙ୍କୁ ସୂଚନା ନ ଦେବା ପର୍ଯ୍ୟନ୍ତ ସେ ଅଧିକ ସୂଚନା ଦେଇ ପାରିବେ ନାହିଁ । କାନାଡାର ପରିବହନ ସୁରକ୍ଷା ବୋର୍ଡ କହିଛି ଯେ ସେମାନେ ଦୁର୍ଘଟଣା ସ୍ଥଳକୁ ଯାଞ୍ଚ ପାଇଁ ଏକ ଟିମ୍ ପଠାଇଛନ୍ତି । ଗୋଟିଏ ଦିନ ପୂର୍ବରୁ ପଡୋଶୀ ବ୍ରିଟିଶ କଲମ୍ବିଆ, କାନାଡାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଥିଲେ।

 

The post କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ଜଣଙ୍କର ମୃତ୍ୟୁ, ଉଦ୍ଧାର ଏବଂ ସର୍ଚ୍ଚ ଅପରେସନ ଜାରି first appeared on Kanak News.

from Kanak News
via <a href="https://ifttt.com/?

ମମତାଙ୍କ ପରେ ଇଣ୍ଡିଆ ମେଣ୍ଟକୁ ଝଟକା ଦେବାକୁ ଆପ୍ ପ୍ରସ୍ତୁତ । ପଞ୍ଜାବରେ ଏକାକୀ ଲଢିବା ନେଇ ସଂକେତ ଦେଲେ ଭଗୱନ୍ତ ମାନ୍ ।

କନକ ବ୍ୟୁରୋ : ଇଣ୍ଡିଆ ମେଣ୍ଟକୁ ମମତା ବାନାର୍ଜୀ ଝଟକା ଦେବା ପରେ ଏବେ ପଞ୍ଜାବରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିପାରେ । ପଶ୍ଚିମବଙ୍ଗରେ ମମତା ବାର୍ନାଜୀ ଏକାକୀ ଲଢିବା ନେଇ ଘୋଷଣା କରିବା ପଞ୍ଜାବରେ ମଧ୍ୟ ଆପ୍ ଏକାକୀ ଲଢିବା ନେଇ ସଂକେତ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ଭଗୱନ୍ତ କହିଛନ୍ତି, ପଞ୍ଜାବରେ ଆପ୍ ଦଳ ୧୩ଟି ଆସନରେ ନିର୍ବାଚନ ଜିତିବ ।

ମିଳିଥିବା ସୂଚନା ମୁତାବକ, ପଞ୍ଜାବରେ ଆପ୍ ଏକାକୀ ନିର୍ବାଚନ ଲଢିବା ପ୍ରସ୍ତାବକୁ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସବୁଜ ସଂକେତ ଦେଇଛନ୍ତି । ସିଟ୍ ଭାଗବଣ୍ଟାକୁ ନେଇ କଂଗ୍ରେସର ଯେଉଁ ଆଭିମୁଖ୍ୟ ରହିଛି ତାହାକୁ ଦାୟୀ କରିପାରେ ଆପ୍ । ଖୁବଶୀଘ୍ର ପଞ୍ଜାବରେ ଏକାକୀ ଲଢିବା ନେଇ ଘୋଷଣା କରିପାରେ ଆପ୍ ।

ଏହାପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାକୀ ଲଢିବା ନେଇ ଘୋଷଣା କରିଥିଲେ । ମମତା କହିଛନ୍ତି, ମୁଁ ଯାହା ବି ପରାମର୍ଶ ଓ ପ୍ରସ୍ତାବ ଦେଇଥିଲି ତାହାକୁ ଗ୍ରହଣ କରାଯାଇନାହିଁ । ଯେଉଁଥିପାଇଁ ପଶ୍ଚିମବଙ୍ଗରେ ଆମେ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ମମତା । ଆଗକୁ ପଶ୍ଚିମବଙ୍ଗ ଦେଇ ଯାତ୍ରା ଯିବ, କିନ୍ତୁ ଏବାବଦରେ ଆମ ଦଳକୁ ସୌଜନ୍ୟତା ଦୃଷ୍ଟିରୁ ମଧ୍ୟ ଜଣାଗଲା ନାହିଁ । ଏହାପୂର୍ବରୁ ପଶ୍ଚିମବଙ୍ଗରେ କଂଗ୍ରେସକୁ ମାତ୍ର ୨ଟି ସିଟ୍ ଦେବାକୁ କହିଥିଲେ ମମତା । ଗତ ନିର୍ବାଚନରେ କଂଗ୍ରେସ ଯେଉଁ ୨ଟି ଆସନରେ ବିଜୟୀ ହୋଇଥିଲା ସେହି ୨ ଆସନକୁ ବାଦ୍ ଦେଲେ ଅନ୍ୟ ଆସନରେ ଟିଏମସି ଲଢିବ ବୋଲି ସ୍ପଷ୍ଟ କରିଥିଲେ ମମତା । ଯାହାକୁ ନେଇ କଂଗ୍ରେସ ଓ ଟିଏମସି ମତାନ୍ତର ଦେଖିବାକୁ ମିଳିଥିଲା ।

The post ମମତାଙ୍କ ପରେ ଇଣ୍ଡିଆ ମେଣ୍ଟକୁ ଝଟକା ଦେବାକୁ ଆପ୍ ପ୍ରସ୍ତୁତ । ପଞ୍ଜାବରେ ଏକାକୀ ଲଢିବା ନେଇ ସଂକେତ ଦେଲେ ଭଗୱନ୍ତ ମାନ୍ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ କମୁଛି ଝିଅଙ୍କ ସଂଖ୍ୟା । କଟକ, ଜଗତସିଂହପୁର, ନୟାଗଡ଼, ସୋନପୁର ଓ ଗଂଜାମ ଜିଲ୍ଲାରେ ସ୍ଥିତି ଉଦବେଗ ଜନକ

କନକ ବ୍ୟୁରୋ : ଓଡ଼ିଶାରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । କଟକ, ଜଗତସିଂହପୁର, ନୟାଗଡ଼, ସୋନପୁର ଓ ଗଂଜାମ ଜିଲ୍ଲାରେ ଏ ସଂଖ୍ୟା ଅତି ଉଦବେଗଜନକ ।ଅପେକ୍ଷାକୃତ ଉନ୍ନତ କୁହାଯାଉଥିବା ଏହି ଜିଲ୍ଲା ଗୁଡ଼ିକରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୯ଶହ ବି ଛୁଇଁନାହିଁ । ଅପରପକ୍ଷେ ପଛୁଆ ଜିଲ୍ଲା କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୯୮୦ ଓ ତାଠାରୁ ଅଧିକ ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କନ୍ୟା ସନ୍ତାନ ଦିବସ ଅବସରରେ ଏହି ତଥ୍ୟ ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ । ୨୦୨୨ର ରେକର୍ଡ ଆଧାରରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ପ୍ରାୟ ସମାନ୍ତର ଥିବା ୫ଟି ଜିଲ୍ଲାକୁ ସମ୍ମାନିତ କରାଯାଇଛି । କନ୍ଧମାଳରେ ହଜାରେ ପୁଅରେ ଝିଅଙ୍କ ଅନୁପାତ ୯୮୪ ରହିଥିବା ବେଳେ ମାଲକାନଗିରିରେ ଏହା ୯୮୨ ରହିଛି । ସେହିପରି ମୟୂରଭଂଜରେ ୯୮୧, ନବରଙ୍ଗପୁରରେ ୯୬୪ ଓ ସମ୍ବଲପୁରରେ ଏହି ଅନୁପାତ ୯୬୩ ରହିଛି । ଆଗାମୀ ଦିନରେ ଏହି ସବୁ ଜିଲ୍ଲାର ସେକ୍ସ ରେସିଓ ସମାନ କରିବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳୀନି ପଣ୍ଡିତ । ପୁଅ ଏବଂ ଝିଅ ସଂଖ୍ୟାରେ ସନ୍ତୁଳନ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଜନନ ସ୍ୱାସ୍ଥ୍ୟ, ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ଟୀକାକରଣ, କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଉପଯୁକ୍ତ ପୁଷ୍ଟି ସାଧନ ପାଇଁ କାର୍ଯ୍ୟକ୍ରମ ଜାରି ରହିଛି ।

The post ରାଜ୍ୟରେ କମୁଛି ଝିଅଙ୍କ ସଂଖ୍ୟା । କଟକ, ଜଗତସିଂହପୁର, ନୟାଗଡ଼, ସୋନପୁର ଓ ଗଂଜାମ ଜିଲ୍ଲାରେ ସ୍ଥିତି ଉଦବେଗ ଜନକ first appeared on Kanak News.

from Kanak News
via <a href="https://ifttt.com/?

ନିଶା ଛାଡିବାକୁ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ । ଏବେ ମିଳିଲା କ୍ଷତାକ୍ତ ମୃତଦେହ

କନକ ବ୍ୟୁରୋ : ନିଶା ଛାଡ଼ିବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ, କିନ୍ତୁ ଏବେ ମିଳିଛି କ୍ଷତାକ୍ତ ମୃତଦେହ । ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଭଦ୍ରକ ଜିଲ୍ଲା ଧାମନଗର ଥାନା ବାସ୍ତବ ନିଶା ନିବାରଣ କେନ୍ଦ୍ର ବିରୋଧରେ ଏପରି ଅଭିଯୋଗ ଆସିଛି । ଯାଜପୁର ଜିଲ୍ଲା ହରିପୁର ଗାଁର କେଦାରନାଥ ପରିଡ଼ାଙ୍କୁ ତାଙ୍କ ପରିବାର ଗତ ୪ତାରିଖରେ ବାସ୍ତବ ନିବାରଣ କେନ୍ଦ୍ରରେ ଭର୍ତି କରିଥିଲେ । ଏହାର କିଛି ଦିନ ପରେ କେନ୍ଦ୍ରକୁ ପରିବାରଲୋକ ଆସିଥିବା ବେଳେ ସିସିଟିଭି ଜରିଆରେ କେଦାରନାଥଙ୍କୁ ଦେଖାଇଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ । ଗତକାଲି ସେ ଅସୁସ୍ଥ ଥିବା ପରିବାରଲୋକଙ୍କୁ ଜଣାଯାଇଥିଲା । ପରେ ଭଦ୍ରକ ମେଡ଼ିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା । ପରିବାର ଲୋକ ଆସି ଦେଖିଥିଲେ ଯେ କେଦାରନାଥଙ୍କ ମୃତ୍ୟୁ ହୋଇଥିବା ବେଳେ ଦେହରେ କ୍ଷତ ଚିହ୍ନ ରହିଛି । ମାଡ଼ ହୋଇଥିବା ଚିହ୍ନ ମଧ୍ୟ ରହିଥିବା କହି କେଦାରନାଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ଘଟଣାକୁ ନେଇ ନିଶା ନିବାରଣ କେନ୍ଦ୍ର କର୍ତୃପକ୍ଷଙ୍କ ସହ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ବି ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । କେଉଁ ପରିସ୍ଥିତିରେ କେଦାରନାଥଙ୍କ ମୃତ୍ୟୁ ହେଲା ଧାମନଗର ପୁଲିସ ତାର ତଦନ୍ତ ଆରମ୍ଭ କରିଛି ।

The post ନିଶା ଛାଡିବାକୁ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ । ଏବେ ମିଳିଲା କ୍ଷତାକ୍ତ ମୃତଦେହ first appeared on Kanak News.

from Kanak News
via <a href="https://ifttt.com/?

ପ୍ରଭୁ ରାମଙ୍କ ଭକ୍ତିରେ ଉବୁଡୁବୁ ମହିଳା । ରାମଲଲାଙ୍କ ଦର୍ଶନ ପାଇଁ ଓଡିଶାରୁ ଅଟୋ ଚଳାଇ ପହଂଚିଗଲେ ଅଯୋଧ୍ୟା

କନକ ବ୍ୟୁରୋ : ରାମଲାଲାଙ୍କ ଦର୍ଶନ ପାଇଁ ଓଡ଼ିଶାରୁ ଅଟୋ ଚଲାଇ ଅଯୋଧ୍ୟା ଗଲେ ମହିଳା । ୩ଟି ରାଜ୍ୟ ଅତିକ୍ରମ କରି ଅଯୋଧ୍ୟା ପହଂଚିଛନ୍ତି କେନ୍ଦୁଝର ସଦର ବ୍ଲକ ହାଣ୍ଡିଭଙ୍ଗା ଗାଁର ସନ୍ତୋଷୀ ଦେଓ । ପ୍ରେମ ବିବାହ ଓ ପ୍ରତାରଣା ପରେ ଶିଶୁ କନ୍ୟାଙ୍କୁ ନେଇ ତାଙ୍କ ପରିବାର । ୪ବର୍ଷ ହେଲା ଭୁବନେଶ୍ୱରରେ ରହି ଅଟୋ ଚଳାଇ ପରିବାର ଚଳାଉଛନ୍ତି । ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ସେ ଓଡ଼ିଶାରୁ ଅଟୋ ଚଳାଇ ଅଯୋଧ୍ୟାରେ ପହଂଚିଛନ୍ତି । ୪ଦିନ ଧରି ଅଟୋ ଚଲାଇ ଆସୁଥିବା ବେଳେ ରାତିରେ ବିଭିନ୍ନ ମଠ ମନ୍ଦିରରେ ଆଶ୍ରୟ ନେଉଥିଲେ । ଏବଂ ସକାଳୁ ପୁଣି ବାହାରି ପଡ଼ୁଥିଲେ । ଅଯୋଧ୍ୟା ରାମମନ୍ଦିରରେ ରାମଲାଲାଙ୍କ ଦର୍ଶନ ପରେ ଏବେ ସେ ପୁଣି ଓଡ଼ିଶା ଫେରିଆସିବେ ବୋଲି କହିଛନ୍ତି ।

The post ପ୍ରଭୁ ରାମଙ୍କ ଭକ୍ତିରେ ଉବୁଡୁବୁ ମହିଳା । ରାମଲଲାଙ୍କ ଦର୍ଶନ ପାଇଁ ଓଡିଶାରୁ ଅଟୋ ଚଳାଇ ପହଂଚିଗଲେ ଅଯୋଧ୍ୟା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started