ବାହାନଗା ରେଳ ଦୁର୍ଘଟଣା ମାମଲାରେ ନୂଆ ମୋଡ । ଦୁଇ ଅଧିକାରୀଙ୍କ ବହିଷ୍କାର ନିଷ୍ପତ୍ତିକୁ ବିରୋଧ

କନକ ବ୍ୟୁରୋ : ବାହନଗା ଦୁର୍ଘଟଣା ମାମଲା ୨ ଅଧିକାରୀଙ୍କ ବହିଷ୍କାର ନିଷ୍ପତିକୁ ବିରୋଧ । କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି ସାରା ଦେଶରେ ୩୯ ହଜାର ଷ୍ଟେସନ ମାଷ୍ଟର । ଉଭୟ ଅଧିକାରୀଙ୍କ ବହିଷ୍କାର ଆଦେଶ ପ୍ରତ୍ୟାହାର ଓ ବିଭାଗୀୟ କାଯ ର୍୍ୟାନୁଷ୍ଠାନକୁ ବିରୋଧ କରି ବିରୋଧ ପ୍ରଦର୍ଶନ କରାଯାଇଛଥି । ୨୪ ଘଂଟା ଧରି ବିଭିନ୍ନ ଷ୍ଟେସନରେ ଷ୍ଟେସନ ମାଷ୍ଟର କଳା ବ୍ୟାଜ ପିନ୍ଧି କାମ କରିଛନ୍ତି । ଗତବର୍ଷ ଜୁନ ୨ ତାରିଖରେ ବାହନଗା ଷ୍ଟେସନରେ ରେଳ ଦୁର୍ଘଟଣା ହୋଇଥିଲା । ଏଥିରେ ୨୯୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଓ ହଜାରରେ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହି ମାମଲାରେ ଷ୍ଟେସନ ମାଷ୍ଟର ଏସବି ମହାନ୍ତି ଓ ଡିଭିଜନାଲ ଟ୍ରାଫିକ ଇନ୍ସପେକ୍ଟର ଏକେ ଖୁଂଟିଆଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଏନେଇ ଗତ ୧୭ ତାରିଖରେ ଷ୍ଟେସନ ମାଷ୍ଟର ଏସବି ମହାନ୍ତି ନିଜ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଏଥିସହ ବିଭାଗର ମନମୁଖୀ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବାକୁ ସାରା ଦେଶର ଷ୍ଟେସନ ମାଷ୍ଟରଙ୍କୁ ଅନୁରୋଧ କରିଥିଲେ ।

The post ବାହାନଗା ରେଳ ଦୁର୍ଘଟଣା ମାମଲାରେ ନୂଆ ମୋଡ । ଦୁଇ ଅଧିକାରୀଙ୍କ ବହିଷ୍କାର ନିଷ୍ପତ୍ତିକୁ ବିରୋଧ first appeared on Kanak News.

from Kanak News
via <a href="https://ifttt.com/?

ଦ୍ୱାରଶୁଣି ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ, ୬ ମୃତ, ୧୨ରୁ ଅଧିକ ଆହତ

କନକ ବ୍ୟୁରୋ : ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ଜୀବନ ଯାଇଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏବେ ବି ଟ୍ରକ ତଳେ ଅନେକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

ଦ୍ୱାରଶୁଣି ଘାଟି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ଖସି ପଡିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚିଥିବା ବେଳେ ଉଦ୍ଧାରକାର୍ୟ୍ୟକୁ ତ୍ୱରାନିତ୍ୱ କରାଯାଇଛି । ସମସ୍ତ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରକଟି ଘାଟି ତଳକୁ ଖସି ଖଣ୍ଡ ବିଖଣ୍ଡିତ ହୋଇଛି ।

The post ଦ୍ୱାରଶୁଣି ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ, ୬ ମୃତ, ୧୨ରୁ ଅଧିକ ଆହତ first appeared on Kanak News.

from Kanak News
via <a href="https://ifttt.com/?

ସମ୍ପର୍କୀୟଙ୍କୁ ଆମେରିକା ଡକାଇ କରୁଥିଲେ ଶୋଷଣ :  ଭାରତୀୟ ବଂଶୋଦ୍ଭବ ଦମ୍ପତି ଦୋଷୀ ସାବ୍ୟସ୍ତ ।

ଏକ ଭାରତୀୟ ବଂଶୋଦ୍ଭବ ଶିଖ ଦମ୍ପତିଙ୍କୁ ଆମେରିକାର ଫେଡେରାଲ୍ ଜଜ୍ ‘ବାଧ୍ୟତାମୂଳକ ଶ୍ରମ ଏବଂ ଶୋଷଣ’ରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମ୍ପୃକ୍ତ ଦମ୍ପତି ପିଡ଼ିତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଆମେରିକାକୁ ଡକେଇଥିଲେ । ସେଠାରେ ତାଙ୍କୁ ଶୋଷଣ କରି ନର୍କ ଭଳି ଜୀବନଯାପନ କରିବାକୁ ବାଧ୍ୟ କରିଥିଲେ ବୋଲି ପୀଡିତା ଅଭିଯୋଗ କରିଥିଲେ । ମାନବ ଚାଲାଣ ଏକ ଗୁରୁତର ଅପରାଧ ବୋଲି କୋର୍ଟ ସ୍ୱୀକାର କରିଛନ୍ତି ।

ଆମେରିକାର ଭର୍ଜିନିଆରେ, ଭାରତୀୟ ବଂଶୋଦ୍ଭବ ଶିଖ୍ ଦମ୍ପତି ହରମାନପ୍ରୀତ ସିଂ,୩୦ ଓ କୁଲବୀର କୌର, ୪୩ ଙ୍କୁ  ନିଜ ସମ୍ପର୍କୀୟଙ୍କୁ ବାଧ୍ୟ କରି କାର୍ଯ୍ୟରେ ନିଯୋଜିତ କରିବା, ସେମାନଙ୍କୁ ଦୀର୍ଘ ବର୍ଷ ଧରି ମାନସିକ ତଥା ଶାରୀରିକ ନିର୍ଯାତନା ଦେବା, ଧମକ ଦେବା ଏବଂ ସମ୍ପର୍କୀୟଙ୍କ ଇମିଗ୍ରେସନ ଡକ୍ୟୁମେଣ୍ଟ ଲୁଚେଇ ରଖିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ଦମ୍ପତି ଭର୍ଜିନିଆର ଉତ୍ତର ଚେଷ୍ଟରଫିଲ୍ଡରେ ଏକ ଗ୍ୟାସ୍ ଷ୍ଟେସନ୍ ଏବଂ ଷ୍ଟୋର ଚଳାଉଥିଲେ, ଯେଉଁଠାରେ ସେମାନେ ନିଜ ସମ୍ପର୍କୀୟଙ୍କୁ ସର୍ବନିମ୍ନ ମଜୁରିରେ ଦୀର୍ଘ ଘଣ୍ଟା କାମ କରିବାକୁ ବାଧ୍ୟ କରାଉଥିଲେ । ଦୁଇ ସପ୍ତାହ ଧରି ଚାଲିଥିବା ଶୁଣାଣି ପରେ ସେ ଭର୍ଜିନିଆର ପୂର୍ବ ଜିଲ୍ଲା ଅନ୍ତର୍ଗତ ଏକ ଫେଡେରାଲ୍ ଜଜ୍ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ।

ମାମଲା ଚାଲିଥିବା ସମୟରେ ଉପସ୍ଥାପିତ ପ୍ରମାଣରୁ ଜଣାପଡିଛି ଯେ ମାର୍ଚ୍ଚ ୨୦୧୮ ରୁ ମେ ୨୦୨୧ ମଧ୍ୟରେ ଏହି ଦମ୍ପତି ଭାରତୀୟ ସମ୍ପର୍କୀୟଙ୍କୁ ନିଜ ଦୋକାନରେ କାମ କରିବାକୁ ବାଧ୍ୟ କରିଥିଲେ । ସିଂ ଏବଂ କୌର ସେହି ସମୟରେ ନାବାଳିକା ଥିବା ନିଜ ସମ୍ପର୍କୀୟା ପୀଡିତାଙ୍କୁ ଆମେରିକାରେ ୨୦୧୮ ମସିହାରେ ବିଦ୍ୟାଳୟରେ ଆଡମିଶନ ପାଇବାରେ ସାହାଯ୍ୟ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଆମେରିକା ଡକେଇଥିଲେ । ସେ ଏଠାରେ ପହଞ୍ଚିବା ପରେ ସେମାନେ ତାଙ୍କ ଇମିଗ୍ରେସନ ଡକ୍ୟୁମେଣ୍ଟକୁ ତାଙ୍କଠାରୁ ନେଇ ଯାଇଥିଲେ । ଏହା ପରେ ପୀଡିତା ଜଣଙ୍କୁ ତାଙ୍କ ଦୋକାନରେ କ୍ୟାସିଅର ଭାବରେ କାମ କରିବା, ଖାଦ୍ୟ ପ୍ରସ୍ତୁତ କରିବାକୁ, ଷ୍ଟୋର ରେକର୍ଡ ମେଣ୍ଟେନ କରିବା ପ୍ରଭୃତି କାମ କରିବାକୁ କରିଥିଲେ । ଏହି ଦମ୍ପତିଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଅନୁଯାୟୀ, ସେମାନେ ନିଜ ସମ୍ପର୍କୀୟଙ୍କୁ ଶାରୀରିକ ନିର୍ଯାତନା, ଧମକ ଏବଂ ନର୍କ ଭଳି ଅତ୍ୟନ୍ତ ଖରାପ ଅବସ୍ଥାରେ ରଖିଥିଲେ ଏବଂ ତାଙ୍କୁ ସର୍ବନିମ୍ନ ମଜୁରୀରେ ଦୀର୍ଘ ଘଣ୍ଟା କାମ କରିବାକୁ ବାଧ୍ୟ କରିଥିଲେ ।

ମାନବ ଚାଲାଣ ଏକ ଗମ୍ଭୀର ଏବଂ ଅସ୍ବୀକାର୍ଯ୍ୟ ଅପରାଧ ଅଟେ

ଜଷ୍ଟିସ୍ ସିଭିଲ୍ ରାଇଟ୍ସ ଡିଭିଜନର ଆସିଷ୍ଟାଣ୍ଟ ଆଟର୍ଣ୍ଣି ଜେନେରାଲ୍ କ୍ରିଷ୍ଟେନ କ୍ଲାର୍କ ଏହି ଘଟଣାର ଗମ୍ଭୀରତା ପ୍ରକାଶ କରି କହିଛନ୍ତି ଯେ ଏହି ଦମ୍ପତି ପୀଡିତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ତାଙ୍କ ମନରେ ବିଶ୍ୱାସ ଜନ୍ମାଇ  ଯୁକ୍ତରାଷ୍ଟ୍ରରେ ପାଠ ପଢିବାର ଲୋଭ ଦେଖାଇ ଆମେରିକା ଡକେଇଥିଲେ । ସେ ଆସିବା ପାରେ ତାଙ୍କୁ କୌଣସି ପାଠ୍ୟକ୍ରମରେ ଯୋଗଦେବାର ସୁଯୋଗ ନ ଦେଇ ଶାରୀରିକ ତଥା ମାନସିକ ଭାବରେ ଶୋଷଣ କରିଥିଲେ । ନିଜର ଲାଭ। ପାଇଁ ତାଙ୍କୁ ସର୍ବନିମ୍ନ ମଜୁରିରେ ନିଜ ଷ୍ଟୋରରେ କାମ କରିବାକୁ ବାଧ୍ୟ କରିଥିଲେ ।  ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ମାନବ ଚାଲାଣ ଏକ ଗୁରୁତର ତଥା ଅସ୍ବୀକାର୍ଯ୍ୟ ଅପରାଧ ଅଟେ ଏବଂ ଏହି ଦଣ୍ଡାଦେଶ ନିଷ୍ପତ୍ତି ସେମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଯେଉଁମାନେ ଏହିଭଳି କାମ କରୁଛନ୍ତି ଯେ  ନ୍ୟାୟ ବିଭାଗ ମାନବ ଚାଲାଣକାରୀଙ୍କ ବିରୋଧରେ ଏଅପରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।ଏହାର ନିଷ୍ପତ୍ତିରେ କୋର୍ଟ ସ୍ଵୀକାର କରିଛନ୍ତି ଯେ ପୀଡିତା ନର୍କ ଭଳି ଜୀବନଯାପନ କରିବାକୁ ବାଧ୍ୟ ହୋଇଥିଲେ ଏବଂ ପୀଡିତା ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିଲେ ଏବଂ ସିସିଟିଭି କ୍ୟାମେରା ସାହାଯ୍ୟରେ ତାଙ୍କ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖାଯାଇଥିଲା । ସିଂ ଶାରୀରିକ ନିର୍ଯାତନାର ଶିକାର ହୋଇଥିଲେ ଯେପରିକି ପୀଡିତାଙ୍କ କେଶ ଟାଣିବା, ଚାପୁଡ଼ା ମାରିବା ଇତ୍ୟାଦି । ସବୁଠାରୁ ଗୁରୁତ୍ବପୁର୍ଣ କଥା ହେଉଛି ସେ ପୀଡ଼ିତାଙ୍କ  ଇମିଗ୍ରେସନ ଡକ୍ୟୁମେଣ୍ଟ ମାଗି ନେଇଯାଇଥିଲେ ।

‘ନ୍ୟାୟ ସୁନିଶ୍ଚିତ କରିଥିବାରୁ ଓକିଲଙ୍କୁ ଧନ୍ୟବାଦ’

ଭର୍ଜିନିଆର ପୂର୍ବାଞ୍ଚଳ ଜିଲ୍ଲା ପାଇଁ ଆମେରିକାର ଓକିଲ ଏହି ଦମ୍ପତିଙ୍କ କାର୍ଯ୍ୟକୁ ନିନ୍ଦା କରି କହିଛନ୍ତି ଯେ ବାଧ୍ୟତାମୂଳକ ଶ୍ରମ ଏବଂ ମାନବ ଚାଲାଣ ଘୃଣ୍ୟ ଅପରାଧ ଯାହାପାଇଁ ଆମ ସମାଜରେ କୌଣସି ସ୍ଥାନ ନାହିଁ । ନ୍ୟାୟ ସୁନିଶ୍ଚିତ କରି ସେ ଓକିଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସିଂ ଏବଂ କୌରଙ୍କୁ ଦଣ୍ଡାଦେଶ ଆସନ୍ତା ୨୮ ତାରିଖରେ ଘୋଷଣା କରାଯିବ। ତାଙ୍କୁ ସର୍ବାଧିକ 2୨୦ ବର୍ଷ ଜେଲ ଦଣ୍ଡ, ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପାରୋଲ, ୨୫୦.୦୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଜୋରିମାନା ଏବଂ ବାଧ୍ୟତାମୂଳକ ଶ୍ରମ ଅଭିଯୋଗ ପାଇଁ ପୁନଃ  ଉଦ୍ଧାର ଦେୟ ଦେବାକୁ ପଡିବ ।

 

The post ସମ୍ପର୍କୀୟଙ୍କୁ ଆମେରିକା ଡକାଇ କରୁଥିଲେ ଶୋଷଣ :  ଭାରତୀୟ ବଂଶୋଦ୍ଭବ ଦମ୍ପତି ଦୋଷୀ ସାବ୍ୟସ୍ତ । first appeared on Kanak News.

from Kanak News
via <a href="https://ifttt.com/?

ହସ୍ପିଟାଲ ବେଡରୁ ଭିଡ଼ିଓ ବାର୍ତା ଦେଲେ ଦାମ ରାଉତ । ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ ଲୋକାର୍ପଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଶୁଭେଚ୍ଛା

କନକ ବ୍ୟୁରୋ : ସୁସ୍ଥ ହେଲେଣି ବରିଷ୍ଠ ନେତା ଦାମୋଦର ରାଉତ । ହସ୍ପିଟାଲରୁ ଦାମ ରାଉତଙ୍କ ପ୍ରଥମ ଭିଡିଓ ଆସିଛି । ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ ଲୋକାର୍ପଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । କହିଛନ୍ତି, ସତ୍ୟବାଦୀର ବନବିଦ୍ୟାଳୟ ପଂଚସଖା ପୀଠରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଅତ୍ୟନ୍ତ ଆନନ୍ଦର କଥା । ଗତ କିଛି ଦିନ ହେଲା ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଦାମୋଦର ରାଉତ ।

The post ହସ୍ପିଟାଲ ବେଡରୁ ଭିଡ଼ିଓ ବାର୍ତା ଦେଲେ ଦାମ ରାଉତ । ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ ଲୋକାର୍ପଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଶୁଭେଚ୍ଛା first appeared on Kanak News.

from Kanak News
via <a href="https://ifttt.com/?

ଋଣ ଭାର ସହିନପାରି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଦେଢ଼ ଲକ୍ଷ ଟଙ୍କା କରଜ କରି କରିଥିଲେ ଚାଷ ହେଲେ ବର୍ଷା ଅଭାବ ହେଲା କାଳ ।

କନକ ବ୍ୟୁରୋ: ରୁଣ ଭାରରେ ଅତିଷ୍ଠ ହୋଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରସିଆଗୁଢା ଗାଁରୁ ଏହି ଅଭିଯୋଗ ଆସିଛି । ମୃତ ଚାଷୀଙ୍କ ନାମ ଶ୍ୟାମ ଖିଲ, ବୟସ ୩୭ ବର୍ଷ ।

ଗତ ବର୍ଷ ଚାଷ କାମ ପାଇଁ ସେ ଏକ ଘରୋଇ କମ୍ପାନୀ ଠାରୁ ଦେଢ ଲକ୍ଷ ଟଙ୍କା ରୁଣ ଆଣିଥିଲେ । କିନ୍ତୁ ବର୍ଷା ଅଭାବରୁ ଜମିରେ ଚାଷ ହୋଇପାରିଲା ନାହିଁ । ଫଳରେ ରୁଣ କେମିତି ପରିଶୋଧ କରିବେ ବୋଲି କିଛି ଦିନ ହେଲା ଚିନ୍ତାରେ ଥିବା ଶ୍ୟାମ ଖିଲ ବିଷ ପିଇ ଦେଇଥିଲେ । ଏହା ଜାଣିବା ପରେ ପତ୍ନୀ ତାଙ୍କୁ ଚିତ୍ରକୋଣ୍ଡା ହସ୍ପିଟାଲକୁ ନେଇଥିଲେ । ଡାକ୍ତରଖାନାରେ ଶ୍ୟାମ ଖିଲଙ୍କ ମୃତ୍ୟୁ ହୋଇଛି । ଘରେ ୩ଟି ଛୋଟ ଛୋଟ ଶିଶୁ ଅଛନ୍ତି । ପରିବାର ଚଳାଉଥିବା ସ୍ୱାମୀଙ୍କ ବିୟୋଗ ପରେ କେମିତି ଚଳିବେ, ଏବେ କଣ କରିବେ ସେହି ଚିନ୍ତାରେ ପତ୍ନୀ ପ୍ରତିମା ଖିଲ ଘାରି ହେଉଛନ୍ତି । ପ୍ରଶାସନ ପକ୍ଷରୁ ଅଭାବୀ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

The post ଋଣ ଭାର ସହିନପାରି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଦେଢ଼ ଲକ୍ଷ ଟଙ୍କା କରଜ କରି କରିଥିଲେ ଚାଷ ହେଲେ ବର୍ଷା ଅଭାବ ହେଲା କାଳ । first appeared on Kanak News.

from Kanak News
via <a href="https://ifttt.com/?

ଜାତିଗତ ହିଂସା ଭିତରେ ମଣିପୁରରୁ ଆସିଲା ଦୁଃଖଦ ଖବର । ୬ ସାଥୀଙ୍କୁ ଗୁଳିମାରି ଯବାନ କଲେ ଆତ୍ମହତ୍ୟା

କନକ ବ୍ୟୁରୋ : ଆସାମରେ ଦୁଇ ସଂପ୍ରଦାୟ ମଧ୍ୟରେ ଲାଗିଥିବା ହିଂସା ଏବେ ବି ଜାରି ରହିଛି । ଦୈନକ କେଉଁଠୁ ସାଧାରଣ ଲୋକ ମରୁଥିବାର ଖବର ତ କେଉଁଠି ପୋଲିସକୁ ହତ୍ୟା କରାଯାଉଥିବାର ଖବର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଏକ ବଡ ଖବର ଏବେ ମଣିପୁରରୁ ଆସିଛି । ଆସାମ ରାଇଫଲ୍ସର ଜଣେ ଯବାନ ତା’ର ୬ ଜଣ ସାଥୀଙ୍କୁ ଗୁଳି ମାରିବା ସହ ନିଜେ ଆତ୍ମହତ୍ୟା କରିଛି । ଏନେଇ ଅଧିକାରୀ କହିଛନ୍ତି କି ରାଜ୍ୟରେ ଚାଲିଥିବା ଜାତିଗତ ହିଂସା ସହ ଏହି ଘଟଣାର କୌଣସି ସଂପର୍କ ନାହିଁ । ପୋଲିସର କହିବା ମୁତାବକ ଏହି ଘଟଣା ଦକ୍ଷିଣ ମଣିପୁରର ମ୍ୟାମାର ସୀମାରେ ନିଯୁକ୍ତ ହୋଇଥିବା ଆସାମ ରାଇଫଲ୍ସ ବାଟାଲିୟନରେ ଘଟିଛି । ସାଥୀ ଯବାନଙ୍କ ଗୁଳିରେ ଶିକାର ହୋଇଥିବା ୬ ଜଣ ଯାକ ମଣିପୁରରୁ ବାହାରେ ରହୁଥିବା କଥା ପୋଲିସ କହିଛି ।

https://platform.twitter.com/widgets.js

ମଣିପୁର ପୋଲିସ ତରଫରୁ ମିଳିଥିବା ସୂଚନା ମୁତାବକ ସମସ୍ତ ଆହାତଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପୋଲିସର ସୂଚନା ମୁତାବକ ଏଭଳି ଆକ୍ରମଣ କରିଥିବା ଯବାନ ଜଣଙ୍କ କିଛିଦିନ ତଳେ ଛୁଟି କଟାଇ ଶିବିରକୁ ଫେରିଥିଲେ । ଗତକାଲି ରାତିରେ ହଠାତ ଯବାନ ଜଣଙ୍କ ବନ୍ଧୁକ ଲୋଡ କରିଥିଲେ ଓ ନିଜକୁ ମାରିବା ପୂର୍ବରୁ ପ୍ରଥମେ ନିକଟରେ ଥିବା ୬ ଜଣ ଯବାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ।

The post ଜାତିଗତ ହିଂସା ଭିତରେ ମଣିପୁରରୁ ଆସିଲା ଦୁଃଖଦ ଖବର । ୬ ସାଥୀଙ୍କୁ ଗୁଳିମାରି ଯବାନ କଲେ ଆତ୍ମହତ୍ୟା first appeared on Kanak News.

from Kanak News
via <a href="https://ifttt.com/?

ଆଜି କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ଭବାନୀପାଟଣାରେ ଆୟୋଜିତ ମିଶ୍ରଣ ପର୍ବରେ ହେଲେ ସାମିଲ

କନକ ବ୍ୟୁରୋ: କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବନୀପାଟଣାରେ ଆଜି ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ବଳଭଦ୍ର ମାଝୀ ହାତ ଧରିଲେ ।

ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଉପସ୍ଥିତ ଥିଲେ । ନିଜ ଅଂଚଳର ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ସେ କଂଗ୍ରେସରେ ସାମିଲ ହେଉଥିବା କହିଛନ୍ତି ବଳଭଦ୍ର ମାଝୀ । ଜାନୁଆରୀ ୮ ତାରିଖରେ ବିଜେଡିରୁ ସେ ଇସ୍ତଫା ଦେଇଥିଲେ । ବଳଭଦ୍ର ମାଝୀ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ସେ ଦୁଇ ଥର ମନ୍ତ୍ରୀ ମଧ୍ୟ ହୋଇଥିଲେ । ସେ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ ୪ଥର ନିର୍ବାଚିତ ହୋଇଥିବା ବେଳେ ଲାଞ୍ଜିଗଡ ଆସନରୁ ଥରେ ବିଜୟୀ ହୋଇଥିଲେ ।

The post ଆଜି କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ଭବାନୀପାଟଣାରେ ଆୟୋଜିତ ମିଶ୍ରଣ ପର୍ବରେ ହେଲେ ସାମିଲ first appeared on Kanak News.

from Kanak News
via <a href="https://ifttt.com/?

ଚର୍ଚ୍ଚାରେ ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ । ନେତାଜୀ ଜୟନ୍ତୀରେ ବିଜେଡି କାର୍ଯ୍ୟକ୍ରମରେ ହେଲେନି ସାମିଲ । ମୋକିମଙ୍କ ସହ ସାକ୍ଷାତ ପରେ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ: ଚର୍ଚ୍ଚାରେ ଅଭିନେତା ତଥା କଟକ ବିଜେଡିର ସାଧାରଣ ସଂପାଦକ ଅରିନ୍ଦମ ରାୟ । ନେତାଜୀ ସୁଭାଷ ବୋଷ ଜୟନ୍ତୀ ଅବସରରେ ଆୟୋଜିତ ବିଜେଡି କାର୍ଯ୍ୟକ୍ରମରେ ଅରିନ୍ଦମ ରାୟ ସାମିଲ ହେଲେ ନାହିଁ । ଯାହାକୁ ନେଇ ଏବେ କଟକ ରାଜନୀତିରେ ସରଗରମ ଚର୍ଚ୍ଚା ବଢିଛି । କଟକରେ ତୁଳସୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ରାଲିରେ ଯୋଗ ଦେଇଥିଲେ ଅରିନ୍ଦମ । ଏନେଇ ତାଙ୍କ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ କହିଛନ୍ତି, ତାଙ୍କୁ ବିଜେଡିର କାର୍ଯ୍ୟକ୍ରମକୁ ଡକା ଯାଇନାହିଁ । ଡାକିଥିଲେ ନିଶ୍ଚୟ ଯାଇଥାନ୍ତେ । କଟକରେ ଛାତ୍ର ବିଜେଡି ଓ ଯୁବ ବିଜେଡି ପକ୍ଷରୁ ଶୋଭାଯାତ୍ରା କରାଯାଇଛି । ଯେହେତୁ ସେ ଯୁବ ବିଜେଡି କିମ୍ବା ଛାତ୍ର ବିଜେଡିରେ ନାହାନ୍ତି, ତେଣୁ ଶୋଭାଯାତ୍ରାକୁ ଯାଇ ନାହାନ୍ତି । ସେହିପରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ସହ ସାକ୍ଷାତକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅରିନ୍ଦମ ରାୟ । କହିଛନ୍ତି ସେ ବିଜେଡିରେ ଅଛନ୍ତି ।

The post ଚର୍ଚ୍ଚାରେ ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ । ନେତାଜୀ ଜୟନ୍ତୀରେ ବିଜେଡି କାର୍ଯ୍ୟକ୍ରମରେ ହେଲେନି ସାମିଲ । ମୋକିମଙ୍କ ସହ ସାକ୍ଷାତ ପରେ ବଢିଲା ଚର୍ଚ୍ଚା । first appeared on Kanak News.

from Kanak News
via <a href="https://ifttt.com/?

I.N.D.I.A. ମେଣ୍ଟକୁ ବଡ ଝଟକା । ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କଲେ ମମତା ଦିଦି । 

କନକ ବ୍ୟୁରୋ: ଇଣ୍ଡିଆ ମେଣ୍ଟକୁ ଲାଗିଲା ବଡ ଝଟକା । କାରଣ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢିବାକୁ ଘୋଷଣା କଲେ ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଆସନ ବଣ୍ଟନ ପ୍ରକ୍ରିୟାରେ ନିୟୋଜିତ ଥିବା ‘ଭାରତ’ ମେଣ୍ଟର କାର୍ଯ୍ୟକୁ ସେ ନାପସନ୍ଦ କରିଛନ୍ତି ।  ଏକାକୀ ଲୋକସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ସମୟରେ ସେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ।

କଂଗ୍ରେସକୁ ଟାର୍ଗେଟ କରି ମମତା ବାନାର୍ଜୀ କହିଛନ୍ତି ଯେ , ଟିଏମସି ଯାହା ପ୍ରସ୍ତାବ ଦେଲା ତାକୁ ଆଦୌ ବିଚାର କରାଗଲା ନାହିଁ । ଏହାବ୍ୟତୀତ ରାହୁଲ ଗାନ୍ଧୀଙ୍କ ନାଁ ନନେଇ ପରୋକ୍ଷରେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ  ନ୍ୟାୟ ଯାତ୍ରା ହେବାକୁ ଥିବାବେଳେ ତାଙ୍କ ପାଖରେ କୌଣସି ଖବର ନାହିଁ କି ତାଙ୍କୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ । ତେଣୁ ମେଣ୍ଟରେ ସେ ସମ୍ପୃକ୍ତ ଥାଇ ବି କିଛି ଲାଭ ନାହିଁ । ତେଣୁ ସେ ଏଥିରୁ ଦୂରତା ରକ୍ଷା କରିବାକୁ ଚାହୁଁଥିବା କହିଛନ୍ତି ।

ଗତ କିଛି ଦିନ ଧରି ଟିଏମସି ଓ କଂଗ୍ରେସ ମଧ୍ୟରେ ଯେଉଁଭଳି ବିବାଦ ଚାଲିଥିଲା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ଲୋକସଭା ନିର୍ବାଚନରେ ‘ଏକଲା ଚଲୋ ରେ’ ନୀତି ଗ୍ରହଣ କରିବେ ବୋଲି ସଙ୍କେତ ମିଳିଥିଲା। ଏବେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଆସନରେ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ପାଖାପାଖି ନିଶ୍ଚିତ ହୋଇଛି ।

The post I.N.D.I.A. ମେଣ୍ଟକୁ ବଡ ଝଟକା । ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କଲେ ମମତା ଦିଦି ।  first appeared on Kanak News.

from Kanak News
via <a href="https://ifttt.com/?

ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଭର୍ଚ୍ଚୁଆଲ ମୋଡରେ ବଖାଣିଲେ ଓଡିଆ ଭାଷାର ଗାରିମା ।

କନକ ବ୍ୟୁରୋ: ଉଦଘାଟିତ ହୋଇଛି ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ । ଏହାକୁ ଭର୍ଚ୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା କ୍ରମରେ ବଖାଣିଛନ୍ତି ଓଡିଆ ଭାଷାର ଗାରିମା ।

ଏହି କ୍ରମରେ ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ଆଦିକବି ଶାରଳା ଦାସଙ୍କୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ । ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ତଥା ନିଜ ଲେଖନୀରେ ଏହାକୁ ସମୃଦ୍ଧ କରିଥିବା ଓଡିଶାର ବରପୁତ୍ରମାନଙ୍କୁ ମଧ୍ୟ ସ୍ମରଣ କରିଛନ୍ତି । ଫେବୃଆରୀ ୩ ତାରିଖରେ ଆୟୋଜିତ ହେବାକୁ ଯାଉଛି ଓଡିଆ ଭାଷା ସମ୍ମିଳନୀ,ଯାହା ସାରା ଓଡିଆ ଜାତି ପାଇଁ ଗୌରବର କଥା । ଭାଷା ଗୋଟିଏ ଜାତିର ଅସ୍ମିତାର ପରିଚୟ । ଏହାକୁ ଯେତେ ଅଧିକ ବ୍ୟବହାର କରିବା ଏହା ସେତେ ସମୃଦ୍ଧ ହେବ । ଏହି ଦିଗରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୩୦ କୋଟି ଟଙ୍କା ଖର୍ଚ୍ଚରେ ୯ ଏକର ଜାଗାରେ ନିର୍ମାଣ ହୋଇଛି । ୪ ବର୍ଷରେ ସରିଛି ଏହାର ନିର୍ମାଣକାମ । ପ୍ରଥମ ପର୍ଯ୍ୟାୟରେ ପାଠ ପଢ଼ୁଛନ୍ତି ୭୧ ଛାତ୍ରଛାତ୍ରୀ । ଏହାକୁ ଆହୁରି ବିସ୍ତୃତ କରିବାକୁ କାମ ଜାରି ରହିଛି ।

The post ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଭର୍ଚ୍ଚୁଆଲ ମୋଡରେ ବଖାଣିଲେ ଓଡିଆ ଭାଷାର ଗାରିମା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started