ଇସ୍ରାଏଲ-ହମାସ ଯୁଦ୍ଧରେ ଏବେ କାହା ପଲା ଭାରୀ ?

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ହେବାର ୪ ମାସରୁ ଅଧିକ ସମୟ ବିତିଗଲାଣି | ସେମାନଙ୍କ ମଧ୍ୟରୁ କେହି ମଧ୍ୟ ପଛକୁ ହଟିବାକୁ  ପ୍ରସ୍ତୁତ ନୁହଁନ୍ତି । ହମାସ୍ ଆକ୍ରମଣରେ ୨୪ ଇସ୍ରାଏଲ୍ ସୈନିକ ନିହତ ହୋଇଥିଲେ । ଅନ୍ୟପକ୍ଷରେ ଇସ୍ରାଏଲ ଖାନ ୟୁନିସକୁ  ମଧ୍ୟ ଘେରି ରହିଛି । ଉଭୟଙ୍କ ମଧ୍ୟରେ ଆକ୍ରମଣ ଏବଂ କାଉଣ୍ଟର ଆଟାକ୍ ଚାଲିଛି ।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ୭ ଅକ୍ଟୋବର ୨୦୨୩ ରେ ଆରମ୍ଭ ହୋଇଥିଲା । ଯୁଦ୍ଧ ହେବାର ୪ ମାସରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ପଛକୁ ଯିବାକୁ କେହି ପ୍ରସ୍ତୁତ ନୁହଁନ୍ତି । ଇସ୍ରାଏଲ ଶପଥ ନେଇଛି ଯେ ହମାସକୁ ସମ୍ପୂର୍ଣ ଧ୍ୱଂସ ନ କରିବା ଯାଏ ସେ ଯୁଦ୍ଧ ଜାରି ରଖିବ । ହମାସ ମଧ୍ୟ ଇସ୍ରାଏଲ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି । ହମାସର ଶେଷ ଆକ୍ରମଣରେ ୨୪ ଜଣ ଇସ୍ରାଏଲ୍ ସୈନିକଙ୍କର ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା ଏହି ସୂଚନା ଦେଇଛି ।

ଗାଜା ଷ୍ଟ୍ରିପରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଏପର୍ଯ୍ୟନ୍ତ ଇସ୍ରାଏଲ ସେନା ଉପରେ ଏହା ସବୁଠାରୁ ମାରାତ୍ମକ ଆକ୍ରମଣ । ଯୁଦ୍ଧ ଆରମ୍ଭରୁ ଇସ୍ରାଏଲ ସେନାର ଏହି କ୍ଷତି ଯାହା ସାମୟିକ କିମ୍ବା ସମ୍ପୂର୍ଣ ଅସ୍ତ୍ରବିରତି ଆଡକୁ ଗତି କରିପାରେ । ସୈନିକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ ହମାସ ଉପରେ ସମ୍ପୂର୍ଣ୍ଣ ବିଜୟ ହାସଲ ନହେବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରଖିବାକୁ ଶପଥ ନେଇଥିଲେ ।

ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଏହା ସବୁଠାରୁ କଷ୍ଟଦାୟକ ଦିନ ବୋଲି ନେତାନ୍ୟାହୁ ସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ ଏହି ଆକ୍ରମଣର ସେନା ତଦନ୍ତ ଆରମ୍ଭ କରିବ। ସେ ଟ୍ୱିଟରରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ତାଙ୍କ ହିରୋମାନଙ୍କ ନାମରେ ଏବଂ ତାଙ୍କ ଜୀବନ ପାଇଁ ସେ ସମ୍ପୂର୍ଣ୍ଣ ବିଜୟ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବେ ।

ଅନ୍ୟପକ୍ଷରେ ଇସ୍ରାଏଲ ସେନା ଘୋଷଣା କରିଛି ଯେ ଏହାର ସେନା ଗାଜାର ଦ୍ୱିତୀୟ ବୃହତ୍ତମ ସହର ଖାନ ୟୁନିସକୁ ଘେରି ରହିଛନ୍ତି । ଗତ କିଛି ଦିନ ହେବ ଖାନ ୟୁନିସରେ ହୋଇଥିବା ଲଢେଇରେ ପାଲେଷ୍ଟାଇନର ଅନେକ ଲୋକ ଆହତ ହୋଇଥିଲେ । ଗାଜାରେ ଅନୁଷ୍ଠିତ ୧୦୦ ରୁ ଅଧିକ ବନ୍ଧକଙ୍କୁ ଫେରାଇ ଆଣିବାକୁ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି, କିନ୍ତୁ ଏହା ସମ୍ଭବ କି ନାହିଁ ଏବଂ ପୂର୍ବ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ଇସ୍ରାଏଲ୍ ସରକାରଙ୍କ ଉପରେ ଅଧିକ ସଂଖ୍ୟକ ଆହତ ହୋଇଛନ୍ତି ।

ଏପର୍ଯ୍ୟନ୍ତ କେତେ ଲୋକଙ୍କର ମୃତ୍ୟୁ ହୋଇଛି ?

ଅକ୍ଟୋବର ୭ ରେ ହମାସ ଆକ୍ରମଣ ପରେ ଇସ୍ରାଏଲ ଏହାର କଟକଣା ଆରମ୍ଭ କରିଥିଲା ​​ଯେଉଁଥିରେ ୧୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ପ୍ରାୟ ୨୫୦ ଜଣ ଅପହରଣ ହୋଇଥିଲେ । ଗତ ନଭେମ୍ବରରେ, ଏକ ସପ୍ତାହ ଧରି ବନ୍ଦ ହେବା ଏବଂ ଇସ୍ରାଏଲ ଦ୍ୱାରା ବନ୍ଦୀ ହୋଇଥିବା ୨୪୦ ପାଲେଷ୍ଟାଇନୀୟଙ୍କ ମୁକ୍ତି ବଦଳରେ ୧୦୦ ରୁ ଅଧିକ ଲୋକଙ୍କୁ ମୁକ୍ତ କରାଯାଇଥିଲା । ହମାସ ପରିଚାଳିତ ଅଞ୍ଚଳରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ ଏହି ଆକ୍ରମଣ ସେ ଅଞ୍ଚଳରେ ବ୍ୟାପକ ଧ୍ୱଂସ ଘଟାଇଛି । ଗାଜାର ଜନସଂଖ୍ୟାର ୮୫ ପ୍ରତିଶତ ଲୋକ ବିସ୍ଥାପିତ ହୋଇଥିବାବେଳେ ୨୫,୦୦୦ ରୁ ଅଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି ।

 

The post ଇସ୍ରାଏଲ-ହମାସ ଯୁଦ୍ଧରେ ଏବେ କାହା ପଲା ଭାରୀ ? first appeared on Kanak News.

from Kanak News
via <a href="https://ifttt.com/?

ଦ୍ୱାରଶୁଣି ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ, ୫ ମୃତ, ୧୨ରୁ ଅଧିକ ଆହତ ।

କନକ ବ୍ୟୁରୋ : ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଯାଇଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏବେ ବି ଟ୍ରକ ତଳେ ଅନେକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

ଦ୍ୱାରଶୁଣି ଘାଟି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ଖସି ପଡିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚିଥିବା ବେଳେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇଛି । ସମସ୍ତ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରକଟି ଘାଟି ତଳକୁ ଖସି ଖଣ୍ଡ ବିଖଣ୍ଡିତ ହୋଇଛି ।

The post ଦ୍ୱାରଶୁଣି ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ, ୫ ମୃତ, ୧୨ରୁ ଅଧିକ ଆହତ । first appeared on Kanak News.

from Kanak News
via <a href="https://ifttt.com/?

ଏସସିବି ମେଡିକାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ । ବ୍ରେନ ଷ୍ଟ୍ରୋକରେ ଭୁବନାନନ୍ଦ ମହାରଣାଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ଏସସିବି ମେଡିକାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ । ବ୍ରେନ ଷ୍ଟ୍ରୋକରେ ଭୁବନାନନ୍ଦ ମହାରଣାଙ୍କ ମୃତ୍ୟୁ ହୋଇଛି । ଏସସିବି ମେଡିକାଲର ନ୍ୟୁରୋସର୍ଜରୀ ବିଭାଗରେ କିଛି ଦିନ ହେବ ସେ ଚିକିତ୍ସାଧିନ ଥିଲେ । ଆଜି କଟକରେ ତାଙ୍କର ଅନ୍ତିମ ସଂସ୍କାର ହେବ । କିଛି ଦିନ ତଳେ ସେ ୨ ଥର ମସ୍ତିସ୍କ ଆଘାତର ଶିକାର ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ୨୦ ତାରିଖରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ନ୍ୟୁରୋସର୍ଜରୀ ବିଭାଗରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଅନ୍ତିମ ମୂହୂର୍ତ୍ତରେ ତାଙ୍କ ପାଖରେ ପରିବାର ଲୋକ ଉପସ୍ଥିତ ରହିଥିଲେ ।

ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଏସସିବିରେ ଡାକ୍ତରୀ ଶିକ୍ଷା ଗ୍ରହଣ ସହ କାଜୁଆଲଟି ମେଡିକାଲ ଅଫିସର ଭାବେ ସେ କାମ କରୁଥିଲେ । ଅବସର ପରେ ତାଙ୍କୁ ଏସସିବିର ଜରୁରୀକାଳୀନ ଅଧିକାରୀ ଭାବେ ପୁନଃ ନିଯୁକ୍ତି ପାଇଥିଲେ ।

The post ଏସସିବି ମେଡିକାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ । ବ୍ରେନ ଷ୍ଟ୍ରୋକରେ ଭୁବନାନନ୍ଦ ମହାରଣାଙ୍କ ମୃତ୍ୟୁ । first appeared on Kanak News.

from Kanak News
via <a href="https://ifttt.com/?

ଘୋର ଚିନ୍ତାରେ ଫୁଲକୋବି ଚାଷୀ । କୋବି ଗୋଟାକୁ ମାତ୍ର ୨ ଟଙ୍କା । ବିଲରେ ପଡି ନଷ୍ଟ ହେଉଛି ଫସଲ ।

କନକ ବ୍ୟୁରୋ: ଫୁଲକୋବି ଗୋଟାକୁ ୨ଟଙ୍କାଫୁଲ କୋବିର ଅଭାବୀ ବିକ୍ରି । ଯେଉଁ ଫୁଲକୋବି ଦୁଇ ସପ୍ତାହ ତଳେ ଗୋଟାକୁ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଫୁଲକୋବି ଗୋଟାକୁ ୨ରୁ ୩ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । ତଥାପି କିଣିବାକୁ କେହି ଆସୁନଥିବାରୁ ଚାଷୀ ଅମଳ ନକରି କୋବିକୁ ସେମିତି ବିଲରେ ଛାଡି ଦେଇଛି । ବିଲରେ ପଡି ପଡି ଫୁଲକୋବି ନଷ୍ଟ ହେଉଛି । କଟକ ଜିଲ୍ଲା ନିଆଳି ବ୍ଲକ ବେରୁଆଁ ପଞ୍ଚାୟତର କୋବି ଚାଷୀ ଏବେ ଅଭାବୀ ବିକ୍ରିକୁ ନେଇ ବିଲରେ କାନ୍ଦୁଛନ୍ତି । ଶହ ଶହ ହେକ୍ଟର ଜମିରେ ଫୋଲକୋବି କରିଛନ୍ତି ଚାଷୀ । ବଜାରରେ ଫୁଲକୋବିର ଚାହିଦା ନଥିବାରୁ ବିକ୍ରିବଟା ହୋଇନପାରି ବିଲରେ ଗଡୁଛି ।

The post ଘୋର ଚିନ୍ତାରେ ଫୁଲକୋବି ଚାଷୀ । କୋବି ଗୋଟାକୁ ମାତ୍ର ୨ ଟଙ୍କା । ବିଲରେ ପଡି ନଷ୍ଟ ହେଉଛି ଫସଲ । first appeared on Kanak News.

from Kanak News
via <a href="https://ifttt.com/?

ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଫୁଲ୍ ଡ୍ରେସ୍ ରିର୍ହରସଲ । ଭାଗ ନେଇଛନ୍ତି ୫୦ରୁ ଅଧିକ ଦଳ । ତ୍ରିସ୍ତରୀୟ ସୁରକ୍ଷା ବଳୟ ।

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଜଧାନୀର ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହର୍ସଲ । ପରେଡ ରିହର୍ସଲରେ ସାମିଲ ହୋଇଛନ୍ତି ୫୦ରୁ ଅଧିକ କଂଟିଜେଂଟ । ୪ଟି ସାଂସ୍କୃତିକ ଦଳ ମଧ୍ୟ ନିଜ ନିଜ ପୋଷାକ ପିନ୍ଧି ପରେଡରେ ସାମିଲ ହୋଇଛନ୍ତି । ଏଥର ପରେଡର ନେତୃତ୍ୱ ନେବେ ଆଇପିଏସ- ଏ.ବି ଶିଳ୍ପା । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ପୋଲିସ ବ୍ୟାଣ୍ଡ୍ ପରେଡରେ ଭାଗ ନେଇଛନ୍ତି ।

The post ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଫୁଲ୍ ଡ୍ରେସ୍ ରିର୍ହରସଲ । ଭାଗ ନେଇଛନ୍ତି ୫୦ରୁ ଅଧିକ ଦଳ । ତ୍ରିସ୍ତରୀୟ ସୁରକ୍ଷା ବଳୟ । first appeared on Kanak News.

from Kanak News
via <a href="https://ifttt.com/?

ବିରାଟଙ୍କ ବଦଳ ଖେଳାଳୀ ଭାବେ ରଜତଙ୍କୁ ଟିମ୍ ଇଣ୍ଡିଆରୁ ଆସିଲା ଡାକରା । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମିଳିପାରେ ସୁଯୋଗ ।

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ୍ ଖେଳିବେନି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ବ୍ୟକ୍ତିଗତ କାରଣ ପାଇଁ ବିରାଟ କୋହଲି ପ୍ରଥମ ୨ଟି ମ୍ୟାଚ୍ ଖେଳିବେ ନାହିଁ । ତେବେ ବିରାଟଙ୍କ ବଦଳ ଖେଳାଳୀ ଭାବେ ଦଳରେ କାହାକୁ ସ୍ଥାନ ମିଳିବ ତାହା ଉପରେ ସମସ୍ତଙ୍କର ନଜର ରହିଥିଲା । ପ୍ରଥମ ମ୍ୟାଚ୍ ପୂର୍ବରୁ ହିଁ ବିରାଟଙ୍କ ବଦଳ ଖେଳାଳୀଙ୍କ ନାଁ ଘୋଷଣା କରିଛି ବିସିସିଆଇ । ବିରାଟଙ୍କ ବଦଳ ଖେଳାଳୀ ଭାବେ ରଜତ ପଟିଦାରଙ୍କୁ ଦଳରେ ସ୍ଥାନ ମିଳିଛି । ରଜତ ମଧ୍ୟ ଦଳରେ ଯୋଗ ଦେଇଥିବା ବେଳେ ଗତକାଲି ହାଇଦ୍ରାବାଦରେ ହୋଇଥିବା ବିସିସିଆଇ ବାର୍ଷିକ ଉତ୍ସବରେ ସାମିଲ ହୋଇଛନ୍ତି ।

ମଧ୍ୟପ୍ରଦେଶର ଏହି ଯୁବ ଖେଳାଳୀ ଏବେ ଦମଦାର ଫର୍ମରେ ରହିଛନ୍ତି । ଘରୋଇ କ୍ରିକେଟ ସହ ବିଭିନ୍ନ ଅଭ୍ୟାସ ମ୍ୟାଚରେ ନିଜର ଦମଦାର ପ୍ରଦର୍ଶନ ଦେଖାଇ ସାରିଛନ୍ତି ରଜତ । ଏହାପୂର୍ବରୁ ରଜତ ପଟିଦାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ । ଏବେ ଇଂଲଣ୍ଡ ବିପକ୍ଷରେ ମିଡ଼ିଲ ଅର୍ଡରରେ ରଜତ ପଟିଦାରଙ୍କୁ ସୁଯୋଗ ମିଳିପାରେ । ରଜତଙ୍କୁ ଦଳରେ ସୁଯୋଗ ମିଳିଥିବା ବେଳେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କୁ ପୁଣିଥରେ ସୁଯୋଗ ମିଳିନାହିଁ । ଯାହା ଦର୍ଶାଉଛି ବିସିସିଆଇ ଏବେ ଯୁବ କ୍ରିକେଟରଙ୍କ ସହ ଆଗକୁ ବଢିବାକୁ ଚାହୁଁଛି । ଗତ ରଣଜୀ ସିଜିନରେ ରଜତ ପଟିଦାର ୭ଟି ମ୍ୟାଚରୁ ୫୬୫ ରନ୍ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ଓ ୬ଟି ଅର୍ଦ୍ଧଶତକ ରହିଥିଲା ।

The post ବିରାଟଙ୍କ ବଦଳ ଖେଳାଳୀ ଭାବେ ରଜତଙ୍କୁ ଟିମ୍ ଇଣ୍ଡିଆରୁ ଆସିଲା ଡାକରା । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମିଳିପାରେ ସୁଯୋଗ । first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜୁନ ଖଡ଼ଗେ । ରାହୁଲ ଗାନ୍ଧୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି ।

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ସୁରକ୍ଷା ଚିନ୍ତା । ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲଙ୍କ ସୁରକ୍ଷାରେ ଅବହେଳା ଅଭିଯୋଗ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଆସାମରେ ରାହୁଲ ଗାନ୍ଧୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଉନଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଖଡ଼ଗେ ।

ରାହୁଲ ଜେଡ୍ ପ୍ଲସ ସିକ୍ୟୁରିଟି ବର୍ଗରେ ଥିଲେ ମଧ୍ୟ ତାଙ୍କ ସୁୁରକ୍ଷାରେ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି । ଏହାସହ ଚିଠିରେ କିଛି ଘଟଣାକୁ ଉଲ୍ଲେଖ କରାଯାଇଛି, ଯେଉଁଥିରେ ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ବିଶେଷ ଭାବରେ ଜାନୁଆରୀ ୨୨ତାରିଖ ଦିନ ଆସାମ ନଅ-ଗାଁରେ ନ୍ୟାୟ ଯାତ୍ରାକୁ ବିଜେପି କର୍ମୀ ବାଧା ଦେବା ସହ ରାହୁଲଙ୍କ ଅତି ନିକଟକୁ ଚାଲିଆସିଥିଲେ, ଯାହା ତାଙ୍କ ପାଇଁ ଅସୁରକ୍ଷିତ ବୋଲି କହିଛନ୍ତି ଖଡ଼ଗେ । ଏହାସହ ଆସାମ ପୁଲିସ କୌଣସି ପଦକ୍ଷେପ ନେଉନଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ । ନ୍ୟାୟ ଯାତ୍ରା ଜାରି ରହିଥିବାରୁ ରାହୁଲଙ୍କ ସୁରକ୍ଷା ନେଇ କେନ୍ଦ୍ରଗୃହମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ । ଏବଂ ରାହୁଲ ଗାନ୍ଧୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ପୁଲିସ ଡିଜିଙ୍କୁ ଉଚିତ ପଦକ୍ଷେପ ନେବାକୁ ସୁନିଶ୍ଚିତ କରାନ୍ତୁ ବୋଲି ଚିଠିରେ ଲେଖିଛନ୍ତି ଖଡ଼ଗେ ।

The post କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜୁନ ଖଡ଼ଗେ । ରାହୁଲ ଗାନ୍ଧୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି । first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟାରେ ରାମ ଲହର । ରାମଲଲ୍ଲାଙ୍କ ଦର୍ଶନ ପାଇଁ ରାମପଥରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ । ଯାନବାହନ ପ୍ରବେଶ ଉପରେ ଲାଗିଲା କଟକଣା ।

କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଦର୍ଶନ ପାଇଁ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ । ଆଜି ବଡି ଭୋରରୁ ରାମ ପଥରେ ଦର୍ଶନ ପାଇଁ କିଲୋମିଟର କିଲୋମିଟର ବ୍ୟାପୀ ଲମ୍ବା ଧାଡି ବାନ୍ଧିଛନ୍ତି ଲକ୍ଷାଧିକ ରାମ ଭକ୍ତ । ପ୍ରବଳ ଭିଡ ସତ୍ୱେ ରାମଲଲାଙ୍କ ଦର୍ଶନ ବନ୍ଦ କରାଯାଇ ନାହିଁ । ପ୍ରଥମ ଦିନରେ ୫ଲକ୍ଷ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ କରିଛନ୍ତି ।

ରାମଜନ୍ମଭୂମୀ ଅଯୋଧ୍ୟା ପହଞ୍ଚୁଥିବା ଭକ୍ତଙ୍କ ଭିଡକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ସହରକୁ ଯାନବାହନ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ୟୁପି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୟୁପି ଆଇନଶୃଙ୍ଖଳା ଡିଜି ପ୍ରଶାନ୍ତ କୁମାର ନିଜେ ରାମ ମନ୍ଦିର ପରିସରରେ ରହି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ସେପଟେ ଅଯୋଧ୍ୟା ଆସୁଥିବା ଭକ୍ତଙ୍କୁ ବାରବାଙ୍କୀରୁ ଆଗକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଅଯୋଧ୍ୟାଠୁ ବାରବାଙ୍କୀର ଦୂରତା ପାଖାପାଖି ଶହେ କିଲୋମିଟର । ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥିବାରୁ ସବୁ ଗାଡିର ରୁଟ ପରିବର୍ତନ କରାଯାଇଛି ।

The post ଅଯୋଧ୍ୟାରେ ରାମ ଲହର । ରାମଲଲ୍ଲାଙ୍କ ଦର୍ଶନ ପାଇଁ ରାମପଥରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ । ଯାନବାହନ ପ୍ରବେଶ ଉପରେ ଲାଗିଲା କଟକଣା । first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ଖୋଲିଲା ମିନି ୱେଦର ଷ୍ଟେସନ୍ । ବର୍ଷାର ପରିମାଣ, ବାରୋମେଟ୍ରିକ ପ୍ରେସର ନେଇ ଦେବ ସୂଚନା ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଖୋଲିଲା ମିନି ୱେଦର ଷ୍ଟେସନ । ହାଇଦ୍ରାବାଦରେ ଅବସ୍ଥାପିତ ଆମେରିକା କନସୁଲେଟ ଜେନେରାଲଙ୍କ ସହଯୋଗ ଓ ନ୍ୟୁୟର୍କର ସିଟି ୟୁନିଭର୍ସିଟି ସହାୟତାରେ ବକୁଳ ଲାଇବ୍ରେରୀ ପରିସରରେ ଏହି ୱେଦର ଷ୍ଟେସନ ସ୍ଥାପନ କରାଯାଇଛି । ଏହି ମିନି ପାଣିପାଗ କେନ୍ଦ୍ର ଦ୍ୱାରା ପବନର ବେଗ, ଗତିବିଧି, ଗୁଳୁଗୁଳି ଆକଳନ କରିହେବ । ଏହାସହ ବର୍ଷାର ପରିମାଣ, ବାରୋମେଟ୍ରିକ ପ୍ରେସର ନେଇ ସୂଚନା ମିଳିପାରିବ ।

ସୌରଚାଳିତ ଏହି ମିନି ୱେଦର ଷ୍ଟେସନରେ ୱେରଲେସ୍ ଟ୍ରାନ୍ସମିଶନ ସୁବିଧା ରହିଛି । ଏହାର ଉଦଘାଟନ ଅବସରରେ ଆମେରିକାର କନସୁଲେଟ ଜେନେରାଲ ନିଲ କାଦର, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁୁମୁଗମଙ୍କ ବହୁ ବିଶେଷଜ୍ଞ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

The post ଭୁବନେଶ୍ୱରରେ ଖୋଲିଲା ମିନି ୱେଦର ଷ୍ଟେସନ୍ । ବର୍ଷାର ପରିମାଣ, ବାରୋମେଟ୍ରିକ ପ୍ରେସର ନେଇ ଦେବ ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

ଗଜପତିରେ ଫାଇଭ୍ ଟି ଅଧ୍ୟକ୍ଷ । ଅପରାହ୍ନରେ ଜନସଭାକୁ କରିବେ ସମ୍ବୋଧନ ।

କନକ ବ୍ୟୁରୋ:ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ରାମଗିରିରେ ମଙ୍ଗଳବାର ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଅପରାହ୍ନରେ ହେଲିକପ୍ଟର ଯୋଗେ ଆସି ରାମଗିରି ଏସଏସଡି ହାଇସ୍କୁଲ ପଡ଼ିଆରେ ଅବତରଣ କରିଥିଲେ । ଏହାପରେ ସେଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ମୋହନା ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ପାଇଁ ୧୬୦ କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁରୀ ଦେଇଥିବା ଜଣାଇଥିଲେ । ମୋହନା ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ, ବିଭିନ୍ନ ଗାଁର ମନ୍ଦିର, ଚର୍ଚ୍ଚ, ରାସ୍ତା, ପୋଲ ଆଦିର ଉନ୍ନତିମୂଳକ କାମ ପାଇଁ ଏହି ଅର୍ଥ ମଞ୍ଜୁର ହୋଇଛି ।

The post ଗଜପତିରେ ଫାଇଭ୍ ଟି ଅଧ୍ୟକ୍ଷ । ଅପରାହ୍ନରେ ଜନସଭାକୁ କରିବେ ସମ୍ବୋଧନ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started