ପୁଅ ପାଇଁ ନ୍ୟାୟ ପାଇଁ ବିକଳ ନିବେଦନ କରୁଛି ମା’ । ପୁଅକୁ ହ୍ୟିା କରି ଫୋପାଡିଦେଇଥିବା ଅଭିଯୋଗ । ଭୋଗରାଇ ବ୍ଲକ ଘଟଣା ।

କନକ ବ୍ୟୁରୋ: ପୁଅର ସନ୍ଦେହଜନକ ମୃତ୍ୟ ପରେ ନ୍ୟାୟ ପାଇଁ ମା’ର ଆକୁଳ ନିବେଦନ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରି ପଂଚାୟତ ନାଫରାଇ ଗ୍ରାମର ଯୁବକ ଶାନ୍ତନୁଙ୍କ ମୃତଦେହ ଜାନୁଆରୀ ୧୫ରେ ସାହାବାଜିପୁର କଲେଜ ନିକଟରୁ ଉଦ୍ଧାର ହୋଇଥିଲା । ଏନେଇ ତାଳସାରୀ ସାମୁଦ୍ରିକ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅନ୍ୟପଟେ ଶାନ୍ତନୁଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ପରିବାର ଲୋକଙ୍କ କହିବା କଥା ଜାନୁଆରୀ ୧୫ ସନ୍ଧ୍ୟାରେ ଶାନ୍ତନୁ ଉଦୟପୁରରେ ଚାଲିଥିବା ମକର ମେଳା ଦେଖିବାକୁ ଯାଇଥିଲେ । ଆଉ ସେଠାରେ କିଛି ଯୁବକଙ୍କ ସହ ତାଙ୍କର ମାଡ଼ପିଟ ହୋଇଥିବା ଗାଁଲୋକ ଦେଖିବାକୁ ପାଇଥିଲେ । ଆଉ ସେହି ୧୫ ଜାନୁଆରୀ ରାତିରେ ହିଁ ତାଙ୍କ ମୃତଦେହ ମିଳିଥିଲା । ତେଣୁ ଶାନ୍ତନୁଙ୍କୁ ହତ୍ୟା କରାଯାଇଛି ଓ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ତାଙ୍କ ପରିବାର ଲୋକ ଦାବି କରିଛନ୍ତି ।

The post ପୁଅ ପାଇଁ ନ୍ୟାୟ ପାଇଁ ବିକଳ ନିବେଦନ କରୁଛି ମା’ । ପୁଅକୁ ହ୍ୟିା କରି ଫୋପାଡିଦେଇଥିବା ଅଭିଯୋଗ । ଭୋଗରାଇ ବ୍ଲକ ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱର ଧନୀ ରାଜନେତା ପୁଟିନ । ୧୯ଟି ଘର, ୭୦୦ କାର୍‌, ୫୮ଟି ବିମାନ ଓ ହେଲିକପ୍ଟର ।

କନକ ବ୍ୟୁରୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟନ ବିଶ୍ୱର ସବୁଠୁ ଧନୀ ରାଜନେତା। ତାଙ୍କର ସଂପତ୍ତି ୨୦୦ ବିଲିଅନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୬,୬୦,୦୦୦ କୋଟି ଟଙ୍କା। ୭୦୦ ନିୟୁତ ଡଲାର ମୂଲ୍ୟର ଜେଟ୍‌ ତାଙ୍କ ନିକଟରେ ରହିଛି। ସରକାରୀ ଭାବେ ପୁଟିନଙ୍କ ବାର୍ଷିକ ଦରମା ୧,୪୦,୦୦୦ ‌ଡଲାର ବୋଲି ଦାବି କରାଯାଉଛି। ସେହିଭଳି ପୁଟିନଙ୍କ ପାଖରେ ୮୦୦ ବର୍ଗଫୁଟର ଆପାର୍ଟମେଣ୍ଟ, ଗୋଟିଏ ଟ୍ରେଲର, ୩ଟି କାର୍‌ ଥିବା କୁହାଯାଉଛି। କିନ୍ତୁ ତାଙ୍କର ବ୍ୟୟବହୁଳ ଜୀବନଶୈଳୀ ଏବଂ ସଂପତ୍ତି ଭିନ୍ନ କାହାଣୀ କହୁଛି। ଜଣେ ନିବେଶକଙ୍କ ଦାବି ପରେ ପୁଟିନଙ୍କ ସଂପତ୍ତି ରହସ୍ୟ ବଢ଼ିଛି।

ପୁଟିନଙ୍କ ବିପୁଳ ସଂପତ୍ତିର ବଡ଼ ପ୍ରତୀକ ହେଉଛି କୃଷ୍ଣ ସାଗ‌ର କୂଳରେ ଥିବା ତାଙ୍କର ବିଶାଳ ପ୍ରାସାଦ। ଏହା ‘ପୁଟିନଙ୍କ କଣ୍ଟ୍ରି କଟେଜ’ ନାମରେ ପରିଚିତ। ଏଠାରେ ମାର୍ବଲର ସନ୍ତରଣାଗାର ରହିଛି। ସେଠାରେ ଗ୍ରୀକ ଭଗବାନଙ୍କ ପ୍ରତିମୂର୍ତ୍ତି, ଆମ୍ପିଥିଏଟର, ଅତ୍ୟାଧୁନିକ ଆଇସ୍ ହକି ‌‌ଖେଳପଡ଼ିଆ, ଲସ ଭେଗାସ୍‌ ଷ୍ଟାଇଲ କ୍ୟାସିନୋ ଏବଂ ନାଇଟ୍ କ୍ଲବ ରହିଛି। ବିଳାସପୂର୍ଣ୍ଣ ପ୍ରା‌ସାଦର ଭିତରପଟେ ଭୋଜନକକ୍ଷରେ ଥିବା ଆସବାବପତ୍ରର ମୂଲ୍ୟ ୫ ଲକ୍ଷ ଡଲାର। ଗୋଟିଏ ବାର୍‌ ଟେବୁଲ୍‌ର ମୂଲ୍ୟ ୫୪ ହଜାର ଡଲାର ରହିଛି। ଏହି ଘରର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ୨ ନିୟୁତ ଡଲାର ଆବଶ୍ୟକ। ୪୦ ଜଣ କର୍ମଚାରୀ ନିୟୋଜିତ ହେଲେ ହିଁ ଏହି ଘରର ରକ୍ଷଣାବେକ୍ଷଣ ସମ୍ଭବ ହେବ ବୋଲି ଫର୍ଚ୍ୟୁନ ପକ୍ଷରୁ କୁହାଯାଇଛି।

ପୁଟିନଙ୍କ ବ୍ୟୟବହୁଳ ଜୀବନୀଶୈଳୀ ଏତିକିରେ ସୀମିତ ନାହିଁ। ତାଙ୍କର ଆହୁରି ୧୯ଟି ଘର ସହିତ ୭୦୦ କାର୍‌, ୫୮ଟି ବିମାନ ଓ ହେଲିକପ୍ଟର ରହିଛି। ୭୧୬ ନିୟୁତ ଡଲାର ମୂଲ୍ୟର ଏକ ବିମାନ ରହିଛି ଯାହାକୁ ଦ ଫ୍ଲାଇଂ କ୍ରେମଲିନ୍ କୁହାଯାଇଥାଏ। ତାଙ୍କର ଏକ ମେଗା ୟଟ୍ ମଧ୍ୟ ରହିଥିବା କୁହାଯାଉଛି, ଯାହାର ମୂଲ୍ୟ ୭୦୦ ନିୟୁତ ଡଲାର। ଏଥିସହିତ ତାଙ୍କ ପାଖରେ ଏତେ ମୂଲ୍ୟବାନ ଘଣ୍ଟା ରହିଛି ଯାହାର ମୋଟ ଦାମ୍‌ ପୁଟିନଙ୍କ ଘୋଷିତ ମୋଟ ବାର୍ଷିକ ଆୟର ୬ ଗୁଣ ହେବ ବୋଲି କୁହାଯାଉଛି।

The post ବିଶ୍ୱର ଧନୀ ରାଜନେତା ପୁଟିନ । ୧୯ଟି ଘର, ୭୦୦ କାର୍‌, ୫୮ଟି ବିମାନ ଓ ହେଲିକପ୍ଟର । first appeared on Kanak News.

from Kanak News
via <a href="https://ifttt.com/?

କୃଷ୍ଣ ବଳରାମଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି ମହାରାଜା କଂସ । ଅକୃରଙ୍କ ସହ ମଥୁରା ଅଭିମୁଖେ ବେନିଭାଇଙ୍କ ଯାତ୍ରା । ନବମ ଦିନରେ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ।

କନକ ବ୍ୟୁରୋ: ନବମ ଦିନରେ ପହଞ୍ଚିିଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଶେଷ ପର୍ଯ୍ୟାୟରେ ପହଂଚିଛି ଧନୁଯାତ୍ରା । ଗୋପପୁରରେ କୃଷ୍ଣ ବଳରାମଙ୍କୁ ସାଙ୍ଗରେ ନେଇ ଅକ୍ରୁର ମଥୁରା ଅଭିମୁଖେ ବାହାରିଛନ୍ତି । କୃଷ୍ଣ ବଳରାମଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ଗୋପପୁରବାସୀ । ଦୁଇ ଭାଇଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସ ଛଳନା ଧନୁଯାତ୍ରାର ଆୟୋଜନ କରିଛନ୍ତି । ଯାହାକୁ ଦେଖିବା ପାଇଁ ନିମନ୍ତ୍ରଣ ଧରି ପହଂଚିଥିବା ଅକ୍ରୁରଙ୍କ ସହ ବାହାରିଛନ୍ତି ଦୁଇ ଭାଇ । କିନ୍ତୁ ନନ୍ଦରାଜା ଓ ରାଣୀ ଯଶୋଦା ଭାବବିହ୍ୱଳ ହୋଇପଡ଼ିଛନ୍ତି ।

ଏପଟେ ରାସ୍ତାରେ ଗୋପୀମାନେ କୃଷ୍ଣଙ୍କ ବାଟ ଓଗାଳିବା ପରେ ଅଶ୍ରୁଳ ବିଦାୟ ଦେଇଛନ୍ତି । ମହାରାଜା କଂସ ନଗର ଭ୍ରମଣ ପରେ ଆମ୍ବବନରେ ଋଷି ମୁନିଙ୍କ ଉପରେ ଅତ୍ୟାଚାର, ହସ୍ତିନାପୁରକୁ ଆକ୍ରମଣ କରି ବିଚିତ୍ର ବିର୍ଯ୍ୟଙ୍କୁ ହତ୍ୟା କରିଥିବା ବେଳେ ଭୀଷ୍ମଙ୍କ ସହ ବନ୍ଧୁତା କରିଛନ୍ତି । ଏପଟେ ଭଗବାନ ଶିବଙ୍କୁ ଆରାଧନା କରି ତାଙ୍କ ଠାରୁ ରୁଦ୍ରଶୂଳ ପ୍ରାପ୍ତ କରିଛନ୍ତି ମହାରାଜ କଂସ । ଏହି ସମୟରେ ଅକ୍ରୁର ରାଜ ଦରବାରରେ ପ୍ରବେଶ କରି କୃଷ୍ଣ ବଳରାମଙ୍କ ମଥୁରା ଆଗମନର ସୂଚନା ଦେଇଛନ୍ତି ।

The post କୃଷ୍ଣ ବଳରାମଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି ମହାରାଜା କଂସ । ଅକୃରଙ୍କ ସହ ମଥୁରା ଅଭିମୁଖେ ବେନିଭାଇଙ୍କ ଯାତ୍ରା । ନବମ ଦିନରେ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । first appeared on Kanak News.

from Kanak News
via <a href="https://ifttt.com/?

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ଇଡିସିଆଇଏଲର ସ୍ପଷ୍ଟୀକରଣ । ଅଧିକାରୀ କହିଲେ , ‘ଯାହା କିଛି ସମସ୍ୟା ହୋଇଛି ଓସେପା ତରଫରୁ ହୋଇଛି’ ।

କନକ ବ୍ୟୁରୋ: ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଆସିଥିବା ଅଭିଯୋଗ ନେଇ ଇଡିସିଆଇଏଲ ଆଜି ସ୍ପଷ୍ଟୀକରଣ ରଖିଛି । ସ୍ପଷ୍ଟୀକରଣରେ ନିଜ ଉପରୁ ଦୋଷ ଛଡାଇଛି ସଂସ୍ଥା । ଶିକ୍ଷକ ନିଯୁକ୍ତି ନେଇ ଆସିଥିବା ଅଭିଯୋଗରେ ଇଡିସିଆଇଏଲର କୌଣସି ଭୂମିକା ନଥିବା ଦର୍ଶାଇଛି ।

ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଇଡିସିଆଇଏଲ କହିଛି ଯେ, ଇଡିସିଆଇଏଲ ଓଡିଶା ସରକାରଙ୍କ ଓସେପା ସହ କନିଷ୍ଠ ନିଯୁକ୍ତି ପାଇଁ ଅଗଷ୍ଟ ୨୨, ୨୦୨୩ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା, ସିବିଟି ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଓ ପରୀକ୍ଷା ଆୟୋଜନ କରିଥିଲା । ନିୟମ, ସର୍ତ୍ତାବଳୀ ଓ ମାନଦଣ୍ଡ ଅନୁସାରେ ଆଶାୟୀ ପ୍ରାର୍ଥୀଙ୍କ ଚୟନ କରି ମେରିଟ୍ ତାଲିକା ଓଡିଶା ସରକାରଙ୍କ ଅଧୀନ ଓସେପାକୁ ଦିଆଯାଇଥିଲା । ଓସେପାର ନିର୍ଧାରିତ ପ୍ରକ୍ରିୟା ଅନୁସାରେ ସବୁ ପ୍ରକାର ଅଭିଯୋଗର ସମାଧାନ କରାଯାଇଥିଲା । ସିବିଟି ପରୀକ୍ଷା ପରେ ଇଡିସିଆଇଏଲ ୨୨ ଅଗଷ୍ଟ, ୨୦୨୩ରେ ରେଜଲ୍ୟୁସନରେ ଦର୍ଶାଯାଇଥିବା ଗାଇଡଲାଇନ ଅନୁସାରେ ପରୀକ୍ଷାଫଳ ପ୍ରସ୍ତୁତ କରିଥିଲା ଓ ଏମଓୟୁ ଆଧାରରେ ଓସେପାର ଅଧିକାରପ୍ରାପ୍ତ ନିଯୁକ୍ତି ଅଧିକାରୀଙ୍କୁ ଦିଆଯାଇଥିଲା । କମ୍ବାଇନଡ ଲିଷ୍ଟ ଓସେପାକୁ ୧୩ ଜାନୁଆରୀରେ ଦିଆଯାଇଥିଲା ଓ ୧୫ ଜାନୁଆରୀରେ ମେରିଷ୍ଟ ଲିଷ୍ଟ ଓସେପାକୁ ଦିଆଯାଇଥିଲା । ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି, ତାହା ଓସେପା ତରଫରୁ ସମସ୍ୟା ରହିଥିବା ସ୍ପଷ୍ଟୀକରଣ ଦେଇଛି ଇଡିସିଆଇଏଲ ।

The post ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ଇଡିସିଆଇଏଲର ସ୍ପଷ୍ଟୀକରଣ । ଅଧିକାରୀ କହିଲେ , ‘ଯାହା କିଛି ସମସ୍ୟା ହୋଇଛି ଓସେପା ତରଫରୁ ହୋଇଛି’ । first appeared on Kanak News.

from Kanak News
via <a href="https://ifttt.com/?

୬ ଦିନ ହେବ ୪ ଦଫା ଦାବିରେ ପଶୁ ଡାକ୍ତର ସମୂହ ଛୁଟିରେ । ହଇରାଣ ହେଉଛନ୍ତି ଗୋ ଚାଷୀ । ଗୃହପାଳିତ ପଶୁଙ୍କ ହୋଇପାରୁନି ଚିକିତ୍ସା ।

କନକ ବ୍ୟୁରୋ: ବାଲେଶ୍ୱରର ସସସ୍ତ ପ୍ରାଣୀ ଚିକିତ୍ସକ ୬ ଦିନ ହେବ ଆନ୍ଦୋଳନରେ ବସିଛନ୍ତି । ୪ ଦଫା ଦାବିରେ ପଶୁ ଡାକ୍ତର ଏବେ ସମୂହ ଛୁଟିରେ । ଫଳରେ ଗୋ ଚାଷୀ ହଇରାଣ ହେଉଛନ୍ତି । ଏବେ ଗୋରୁଙ୍କୁ ଫାଟୁଆ ରୋଗ ଧରୁଥିବା ବେଳେ ପଶୁ ଡାକ୍ତର ନଥିବାରୁ ଚିକିତ୍ସା ହାଇପାରୁ ନାହିଁ । ଏପଟେ ଗୋ ଚାଷୀ ପଶୁ ଡାକ୍ତରଖାନା ଯାଉଛନ୍ତି, ହେଲେ ଡାକ୍ତର ନଥିବାରୁ ହତାଶ ହୋଇ ଫେରୁଛନ୍ତି । ଏପଟେ ଦାବିପୂରଣ ନହେବା ଯାଏଁ କାମରେ ଯୋଗଦେବେ ନାହିଁ ବୋଲି ପ୍ରାଣୀ ଚିକିତ୍ସକ କହିଛନ୍ତି ।

The post ୬ ଦିନ ହେବ ୪ ଦଫା ଦାବିରେ ପଶୁ ଡାକ୍ତର ସମୂହ ଛୁଟିରେ । ହଇରାଣ ହେଉଛନ୍ତି ଗୋ ଚାଷୀ । ଗୃହପାଳିତ ପଶୁଙ୍କ ହୋଇପାରୁନି ଚିକିତ୍ସା । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରଣ ନହେଲେ ଜାନୁଆରୀ ୨୯ରୁ ଜୋରଦାର ଆନ୍ଦୋଳନ ।

କନକ ବ୍ୟୁରୋ: ପୁଣି ଥରେ ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରଣ ନହେଲେ ଜାନୁଆରୀ ୨୯ରୁ ସାରା ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ।

ପୂର୍ବରୁ ୩ ଦଫା ଦାବି ନେଇ ଆନ୍ଦୋଳନ କରିଥିଲା ସଂଘ । ଲକ୍ଷାଧିକ ଶିକ୍ଷକ ୨୦୨୨ ନଭେମ୍ବରରେ ଚାରିଦିନ ଧରି ଆନ୍ଦୋଳନ କରିଥିଲେ । ସେତେବେଳେ ଦାବିପୂରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ହଟିଥିଲେ ଶିକ୍ଷକ । ଗତବର୍ଷ ଡିସେମ୍ବର ସୁଦ୍ଧା ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ସେ କହିଛନ୍ତି । ହେଲେ ଏହି ଦାବି ପୂରଣ ହୋଇନାହିଁ, ତେଣୁ ପୁଣି ଥରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତିି ନେଇଛି ବୋଲି ସେ କହିଛନ୍ତି ।

The post ପୁଣି ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରଣ ନହେଲେ ଜାନୁଆରୀ ୨୯ରୁ ଜୋରଦାର ଆନ୍ଦୋଳନ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ଆଉ ୨ ଦିନ କୋହଲା ପାଗ । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ୨୬ରୁ ପାଗରେ ଆସିବ ପରିବର୍ତ୍ତନ ।

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗି ରହିଛି । ଟୁଇନ ସିଟି ଭୁବନେଶ୍ୱର ଓ କଟକ ହାଲୁକା ବର୍ଷାରେ ଭିଜିଛି । କାଲୁଆ ପବନ ସାଙ୍ଗକୁ ବର୍ଷା ପରେ ଥଣ୍ଡା ବଢିଯାଇଛି । ଉତର ଉପକୂଳ ଓଡିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗିର ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ଜାରି ରହିଛି । ଆସନ୍ତାକାଲି ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଲାଗି ରହିବ କୋହଲା ପାଗ । ଫଳରେ ରାତିର ତାପମାତ୍ରା ଖସିବ । ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଥିଲେ ମଧ୍ୟ ଦିନ ଓ ରାତିର ତାପମାତ୍ରାରେ ତାରତମ୍ୟ କମ ରହୁଥିବାରୁ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୨୪ ଘଂଟା ପରେ ପରବର୍ତି ୩ ଦିନ ମଧ୍ୟରେ ୨ରୁ ୩ଡିଗ୍ରୀ ଯାଏଁ ରାତିର ତାପମାତ୍ରା ଖସିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର ।

The post ରାଜ୍ୟରେ ଆଉ ୨ ଦିନ କୋହଲା ପାଗ । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ୨୬ରୁ ପାଗରେ ଆସିବ ପରିବର୍ତ୍ତନ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଲୋକାର୍ପିତ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ସତ୍ୟବାଦୀ ଠାରେ ଆଜି ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସତ୍ୟବାଦୀରେ ସଜେଇ ହୋଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟ । ପଞ୍ଚସଖା କ୍ରୀଡ଼ାଙ୍ଗନ ପରିସରରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ୩୦ କୋଟି ଖର୍ଚ୍ଚରେ ୯ ଏକର ଜାଗାରେ ନିର୍ମିତ ହୋଇଛି । କ୍ୟାଣ୍ଟିନ, ହଷ୍ଟେଲ, ଶ୍ରେଣୀଗୃହ ଇତ୍ୟାଦିର ନିର୍ମାଣ କରାଯାଇଛି । ଓଡ଼ିଆ ବିଶ୍ୱବିଦ୍ୟାଳୟର ୩ଟି ବିଭାଗରେ ବିଭିନ୍ନ ଜିଲ୍ଲାରୁ ୭୧ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମଲେଖା ସହ ଶିକ୍ଷାଗ୍ରହଣ କରୁଛନ୍ତି । ୨୦୨୦ରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ କାମ ଆରମ୍ଭ ହୋଇଥିବା ବେଳେ ୪ବର୍ଷରେ ଏହାର ନିର୍ମାଣ କାମ ସରିଛି ।

The post ଆଜି ଲୋକାର୍ପିତ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଅନ୍ୟର ସେବା କରୁଥିଲେ, ହେଲେ ମୃତ୍ୟୁ ପରେ ହେଇଗଲେ ଅଲୋଡା । ୩ ଦିନ ପଡିରହିଲା ଶବ । ଶେଷରେ କେୟାର ଟେକରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ

କନକ ବ୍ୟୁରୋ: ସେବାକୁ ସାଧନା ଭାବି ସାରା ଜୀବନ ବିତାଇ ଦେଇଥିଲେ ସେ, ନର୍ସ ଭାବେ ଅବସର ନେବା ପରେ ବି ସ୍ୱେଚ୍ଛାକୃତ ଭାବେ କ୍ୟାପିଟାଲ୍ ହସ୍ପିଟାଲରେ ରୋଗୀ ସେବା କରି ଆସୁଥିଲେ, ହେଲେ ବିଡ଼ମ୍ବନା ଦେଖନ୍ତୁ, ତାଙ୍କ ଜୀବନର ଶେଷ ମୁହୁର୍ତରେ ତାଙ୍କ ପାଖରେ କେହି ସମ୍ପର୍କୀୟ ନଥିଲେ । ପରର ଦୁଃଖ ଦେଖିଲେ, ଧାଇଁ ଆସୁଥିବା ଏହି ପରୋପକାରୀ ମହିଳାଙ୍କ ମୃତ୍ୟୁ ହୋଇଗଲା, ହେଲେ ବି କେହି ଆସିଲେ ନାହିଁ । ହସ୍ପିଟାଲରେ ୩ ଦିନ ଶବ ପଡ଼ି ରହିଲା, କିନ୍ତୁ ସଂପତି ବିବାଦ ପାଇଁ କେହି ଆସିଲେ ନାହିଁ । ଶେଷରେ ତାଙ୍କ କେୟାର ଟେକରଙ୍କ ହାତରେ ଟେକି ଦିଆଗଲା ମୃତଦେହ ।

  • ନାଁ: ଶଶିପ୍ରଭା ଦେବୀ
  • ମଦର୍ ଟେରେସା ପୁରସ୍କାର ପ୍ରାପ୍ତ ସେବିକା

ଭୁବନେଶ୍ୱରର ଶଶିପ୍ରଭା ଦେବୀ ଚିକିତ୍ସାଧିନ ଅବସ୍ଥାରେ ଗତ ୨୦ ତାରିଖରେ ଆଖି ବୁଜି ଦେଲେ, ହେଲେ ଶବ ବ୍ୟବଚ୍ଛେଦ ଅପେକ୍ଷାରେ ଶବ ପଡ଼ି ରହିଲା । ସମ୍ପର୍କୀୟଙ୍କୁ ଅପେକ୍ଷା କରି ନିରାଶ ହେବା ପରେ ଶେଷରେ ଶଶି ଦିଦିଙ୍କ କେୟାର ଟେକରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ତେବେ କାହା ଭାଗ୍ୟରେ କ’ଣ ଅଛି କିଏ ବା କହିପାରିବ । ଦୀର୍ଘ ୧୬ ବର୍ଷ ଧରି ମାଗଣା ରୋଗୀ ସେବା କରିଆସୁଥିବା ଶଶି ଦିଦିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏମିତି ହେବ, କିଏ ବା ଜାଣିଥିଲା । ରୋଗୀ ସେବା ପାଇଁ ଦିନେ ମୁଖ୍ୟମନ୍ତ୍ରୀ ତାଙ୍କୁ ମଦର ଟେରେସା ପୁରସ୍କାରରେ ସମ୍ମାନିତ କରିଥିଲେ । ହେଲେ ତାଙ୍କ ସେବାକୁ ହୁଏତ କେହି ବୁଝିଲେନି ।

The post ଅନ୍ୟର ସେବା କରୁଥିଲେ, ହେଲେ ମୃତ୍ୟୁ ପରେ ହେଇଗଲେ ଅଲୋଡା । ୩ ଦିନ ପଡିରହିଲା ଶବ । ଶେଷରେ କେୟାର ଟେକରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ first appeared on Kanak News.

from Kanak News
via <a href="https://ifttt.com/?

ଆସାମ ଗୌହାଟୀରେ ପଶିପାରିଲାନି ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଅଧାରୁ ରୋକିଲା ସ୍ଥାନୀୟ ପ୍ରଶାସନ । କଂଗ୍ରେସକର୍ମୀ ଓ ପୁଲିସ ମୁହାଁମୁହିଁ

କନକ ବ୍ୟୁରୋ:  ଆସାମ, ଉତ୍ତର ଗୌହାଟୀରେ କେଉଁଠି କଂଗ୍ରେସକର୍ମୀ ହଟ୍ଟଗୋଳ କରୁଛନ୍ତି ତ ପୁଣି କେଉଁଠି ରାସ୍ତାରେ ଧାରଣା ଦେଇଛନ୍ତି । ବ୍ୟାରିକେଡ ଭାଙ୍ଗି ସହର ଭିତରକୁ ପଶିବାକୁ ଉଦ୍ୟମ ମଧ୍ୟ କରିଛନ୍ତି । ଆସାମ ସରକାରଙ୍କ ବିରୋଧରେ ଆକ୍ରୋଶିତ ହୋଇପଡିଛନ୍ତି କଂଗ୍ରେସକର୍ମୀ । ମଙ୍ଗଳବାର ଦଳ ରୋଡ ଶୋ ପାଇଁ ଦଳ ବାହାରିଥିବାବେଳେ ସ୍ଥାନୀୟ ପ୍ରଶାସନର ଅନୁମତି ଦେଇନଥିଲା । ତେଣୁ ଜୋରଦାର ବିକ୍ଷୋଭ କରିଛି ଦଳ । ଦଳୀୟକର୍ମୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ଘଟଣାରେ କିଛି କଂଗ୍ରେସକର୍ମୀ ଆହତ ହୋଇଥିବା ଜଣାପଡିଛି । ସେପଟେ ଭାରତଯୋଡ ନ୍ୟାୟ ଯାତ୍ରା ପ୍ରଚାର ଗାଡିରେ ଛିଡା ହୋଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

ରାହୁଲ କହିଛନ୍ତି ଆସାମ ଓ ମେଘାଳୟକୁ ଏଠାକାର ରାଜ୍ୟ ସରକାର ଚଳାଉନାହାଁନ୍ତି । ଦିଲ୍ଲୀରୁ ନିୟନ୍ତ୍ରଣ କରାଯାଉଛି । ଗୃହମନ୍ତ୍ରୀଙ୍କ ଇସାରାରେ ତାଙ୍କ ଓ ତାଙ୍କ ଦଳକୁ ବିଶ୍ୱବିଦ୍ୟାଳୟକୁ ଯିବାକୁ ରୋକାଯାଉଛି । କଂଗ୍ରେସର ନ୍ୟାୟ ଯାତ୍ରା ଜନତାଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଯାହା ପାଇଁ ବିଚଳିତ ହୋଇପଡିଛି ବିଜେପି । ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପରେ ବର୍ଷିଛନ୍ତି ପ୍ରଦେଶ କଂଗ୍ରେସ ମୁଖ୍ୟ ଭୁପେନ କୁମାର ବୋରହା । ଆସାମ ସରକାରଙ୍କୁ ରାବଣ ସହ ତୁଳନା କରିବା ସହ ବିଜେପି ସରକାରଙ୍କ ମହିଳା ବିରୋଧୀ, ଦୁର୍ନୀତି ଖୋର କହିଛନ୍ତି ଭୁପେନ କୁମାର ବୋହରା ।

ସୋମବାର ମଧ୍ୟ ନ୍ୟାୟ ଯାତ୍ରାକୁ ଅଟକାଯାଇଥିବା ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ । ସନ୍ଥ ଶଙ୍କରଦେବଙ୍କ ଜନ୍ମସ୍ଥଳୀକୁ ଯିବାକୁ ପୁଲିସ ପ୍ରଶାସନ ଅନୁମତି ଦେଇନଥିବା ଅଭିଯୋଗ କରିଛନ୍ତି ରାହୁଲ । ପ୍ରତିବାଦରେ ଆସାମ ନଗାଁରେ ରାସ୍ତା ଉପରେ ବସି ଭଜନ ଗାଇ ପ୍ରତିବାଦ କରିଥିଲେ ରାହୁଲ ଗାନ୍ଧୀ ।

The post ଆସାମ ଗୌହାଟୀରେ ପଶିପାରିଲାନି ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଅଧାରୁ ରୋକିଲା ସ୍ଥାନୀୟ ପ୍ରଶାସନ । କଂଗ୍ରେସକର୍ମୀ ଓ ପୁଲିସ ମୁହାଁମୁହିଁ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started