କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ ।

କନକ ବ୍ୟୁରୋ: କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ତାଙ୍କୁ ମରଣୋତ୍ତୋର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତା ବୁଧବାର କର୍ପୂରୀ ଠାକୁରଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ପାଳନ ହେବାକୁ ଯାଉଛି । ଏହି ଅବସରରେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରାଯାଇଛି । ତେବେ ସୂଚନାଯୋଗ୍ୟ ଯେ, ଜେଡିୟୁ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଦାବି କରିଥିଲା ।

https://platform.twitter.com/widgets.js

The post କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ । first appeared on Kanak News.

from Kanak News
via <a href="https://ifttt.com/?

ରାମଲାଲାଙ୍କ ଦର୍ଶନ ପାଇଁ ଜନସମୁଦ୍ର ଅଯୋଧ୍ୟା । ରାମଲାଲାଙ୍କୁ ଦେଖିବାକୁ ଭକ୍ତଙ୍କ ଉତ୍କଣ୍ଠା

କନକ ବ୍ୟୁରୋ: ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିଛି ରାମ ଦରବାର । ମଙ୍ଗଳବାରଠୁ ରାମଲାଲାଙ୍କ ଦର୍ଶନ କରିବାକୁ ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ଭିଡ ଜମାଇବା ପରେ ଅଯୋଧ୍ୟା ପାଲଟିଛି ଜନସମୁଦ୍ର । ଦୂରଦୁରାନ୍ତରୁ କିଏ ନିଜ ବୃଦ୍ଧ ବାପାମାଙ୍କୁ ନେଇ ପହଁଚିଛି ତ ପୁଣି କିଏ ପୁଅ ଝିଅଙ୍କୁ ରାମଲାଲାଙ୍କ ଦର୍ଶନ କରିବାକୁ ଏଠାକୁ ପହଞ୍ଚିଛନ୍ତି । ତେବେ ଭିଡକୁ ଖାତିର ନକରି ହଜାର ସଂଖ୍ୟକ ଦର୍ଶକ ଅଯୋଧ୍ୟାରେ ପହଞ୍ଚିଛନ୍ତି ।

  • ରାମ ଦରବାରରେ ଜନସମୁଦ୍ର
  • ହାତରେ ଉପହାର, ହୃଦୟରେ ଶ୍ରଦ୍ଧା

ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ପାଲଟିଛି ଜନସମୁଦ୍ର । ରାଜ୍ୟ ଓ ରାଜ୍ୟବାହାରୁ ଛୁଟି ଆସିଛନ୍ତି ହଜାର ହଜାର ସଂଖ୍ୟକ ଶ୍ର୍ଦ୍ଧାଳୁ । ହାଡଭଙ୍ଗା ଶୀତକୁ ଖାତିର ନକରି ଅଧରାତିରୁ ଦୀର୍ଘଘଣ୍ଟା ଧରି ଲାଇନରେ ଛିଡା ହୋଇଛନ୍ତି । କିଏ ସାଥିରେ ବୁଦ୍ଧ ବାପା ମାଙ୍କୁ ନେଇ ଆସିଛନ୍ତି ତ ପୁଣି କିଏ କୁନି ଶିଶୁଙ୍କ ସାଥୀରେ ନେଇ ଆସିଛି । ମନରେ ଗୋଟିଏ ଇଚ୍ଛା ଥରୁଟିଏ ମିଳିଯାଉ ରାମଲାଲାଙ୍କ ଦର୍ଶନ ।

  • ରାମଲାଲାଙ୍କୁ ଦେଖିବାକୁ ଭକ୍ତଙ୍କ ଉକ୍ରଣ୍ଠା
  • ଅଯୋଧ୍ୟାରେ ଅସମ୍ଭବ ଭିଡ଼

ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ରାତି ୩ଟାରୁ ଲୋକେ ଭିଡ଼ ଜମାଇଥିଲେ । ସକାଳ ୭ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ସକାଳ ୭ଟାରୁ ଦିନ ସାଢ଼େ ୧୧ଟା ଏବଂ ଏହାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ଖୋଲା ରହିବ ମନ୍ଦିର । ସକାଳ ୬ଟା ୩୦ରେ ଶୃଙ୍ଗାର ଆଳତି ହୋଇଥିବା ବେଳେ ଅପରାହ୍ନ ୧୨ଟାରେ ଭୋଗ ଆଳତି ଓ ସନ୍ଧ୍ୟା ସାଢ଼େ ୭ଟାରେ ସନ୍ଧ୍ୟା ଆଳତି ସମ୍ପନ୍ନ କରାଯାଇଛି । ଦୈନନ୍ଦିନ ରାତିନୀତିଭାବେ ଏହି କାର୍ଯ୍ୟ ଜାରି ରହିବ । ଘୋଷଣା ମୁତାବକ ଜାନୁଆରୀ ୨୩ରୁ ସାଧାରଣ ଭକ୍ତଙ୍କ ପାଇଁ ଫିଟିଛି ରାମଦରବାର । ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୁଲିସ ବିଫଳ ହେବା ପରେ ରାପିଡ୍ ଆକ୍ସନ ଫୋର୍ସକୁ ମୁତୟନ କରାଯାଇଛି ।

The post ରାମଲାଲାଙ୍କ ଦର୍ଶନ ପାଇଁ ଜନସମୁଦ୍ର ଅଯୋଧ୍ୟା । ରାମଲାଲାଙ୍କୁ ଦେଖିବାକୁ ଭକ୍ତଙ୍କ ଉତ୍କଣ୍ଠା first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ରାମ ମନ୍ଦିରରେ ଅସମ୍ଭାଳ ଭିଡ: ରାମଲଲାଙ୍କୁ ଦେଖିବାକୁ ଆସିଲେ ହଜାର ହଜାର ଶ୍ରଦ୍ଧାଳୁ

କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ଅସମ୍ଭାଳ ଭିଡ଼ । ଏକାଠି ହୋଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରି ଗହିଳି ହୋଇଥିଲା ଯେ, ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପାଇଁ ସମ୍ଭବ ହୋଇନଥିଲା । ରାପିଡ୍ ଆକ୍ସନ ଫୋର୍ସକୁ ଡକାଯାଇଥିଲା । ରାପିଡ୍ ଆକ୍ସନ ଫୋର୍ସ ପ୍ରବଳ ଭିଡକୁ ନିୟନ୍ତ୍ରଣ କରିଛିି । ତେବେ ଭିଡ ଦୃଷ୍ଟିରୁ ବର୍ତମାନ ପାଇଁ ଅଯୋଧ୍ୟା ନ ଆସିବାକୁ ଅଯୋଧ୍ୟା ପୋଲିସ ଲୋକଙ୍କୁ ପରାମର୍ଶ ଦେଇଛି ।

ଶ୍ରୀରାମ ମନ୍ଦିରର ଦ୍ୱାର ଫିଟିବା ମାତ୍ରେ ଛୁଟି ଆସିଥିଲେ ହଜାର ହଜାର ଶ୍ରଦ୍ଧାଳୁ । ରାମଲାଲ୍ଙ୍କ ଗୋଟିଏ ଝଲକ ପାଇଁ ଦେଶର କୋଣ ଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁ ଗୋଟିଏ ଲୟରେ ମନ୍ଦିର ଅଭିମୁଖେ ଧାଇଁଥିଲେ । ହାଡ଼ ଭଙ୍ଗା ଶୀତକୁ ଖାତିର୍ ନଥିଲା, କି ଲମ୍ବା ଲାଇନ୍ରେ ଅପେକ୍ଷା କରିବାକୁ ଚିନ୍ତା ନଥିଲା । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ, ସବୁ ବୟସବର୍ଗର ଭକ୍ତ, ପ୍ରଭୁଙ୍କ ମଧ୍ୟରେ ସେଇ ସମାନ ଉତ୍ସାହ ଥିଲା ।

ରାମଲାଲାଙ୍କ ଦର୍ଶନ ପାଇଁ ରାତି ୩ଟାରୁ ଲୋକେ ଭିଡ଼ ଜମାଇଥିଲେ । ସକାଳ ୭ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ସକାଳ ୭ଟାରୁ ଦିନ ସାଢ଼େ ୧୧ଟା ଏବଂ ଏହାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ଖୋଲା ରହିଥିଲା ମନ୍ଦିର । ସକାଳ ୬ଟା ୩୦ରେ ଶୃଙ୍ଗାର ଆଳତି ହୋଇଥିବା ବେଳେ ଅପରାହ୍ନ ୧୨ଟାରେ ଭୋଗ ଆଳତି ଓ ସନ୍ଧ୍ୟା ସାଢ଼େ ୭ଟାରେ ସନ୍ଧ୍ୟା ଆଳତି ସମ୍ପନ୍ନ ହୋଇଛି ।

ତେବେ ଶ୍ରଦ୍ଧାଳଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି, ଭିଡ଼ ନିୟନ୍ତ୍ରଣ ତଥା ସୁରକ୍ଷା ଦୃଷ୍ଟିରୁ ରାପିଡ୍ ଆକ୍ସନ ଫୋର୍ସ ମୃତୟନ କରାଯାଇଛି ।

The post ଅଯୋଧ୍ୟା ରାମ ମନ୍ଦିରରେ ଅସମ୍ଭାଳ ଭିଡ: ରାମଲଲାଙ୍କୁ ଦେଖିବାକୁ ଆସିଲେ ହଜାର ହଜାର ଶ୍ରଦ୍ଧାଳୁ first appeared on Kanak News.

from Kanak News
via <a href="https://ifttt.com/?

ଡ୍ରୋନ୍ ମାଧ୍ୟମରେ ରକ୍ତ ପରିବହନ: ଭୁବନେଶ୍ୱର ଏମ୍ସକୁ ମିଳିଲା ସଫଳତା

କନକ ବ୍ୟୁରୋ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନର ବ୍ୟବହାର କରିବ ଭୁବନେଶ୍ୱର ଏମ୍ସ । ଡ୍ରୋନ ଜରିଆରେ ମେଡିକାଲ ଉପକରଣ, ରକ୍ତ ଓ ଔଷଧ ପଠାଯିବ । ଏଥିପାଇଁ ଆଜି କରାଯାଇଥିବା ଟ୍ରାଏଲ ରନ ସଫଳ ହୋଇଛି । ଏମ୍ସରୁ ଡ୍ରୋନ ରକ୍ତ ନେଇ ଟାଙ୍ଗି ମେଡିକାଲ ଯାଇଥିଲା ଫେରିଥିଲା ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭୁବନେଶ୍ୱର ଏମ୍ସକୁ ମିଳିଛି ଏକ ବଡ ସଫଳତା । ଆଗକୁ ଡ୍ରୋନ୍ ଯୋଗେ ଗୁରୁତର ରୋଗିଙ୍କ ପାଖକୁ ପଠାଯିବ ରକ୍ତ, ମେଡିସିନ, ପ୍ଲେଟଲେଟ ଭଳି ଗୁରୁତ୍ୱପୁର୍ଣ ସାମଗ୍ରୀ । ବିଶେଷକରି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ଡ୍ରୋନ ସେବା ଗୁରୁତର ରୋଗୀ ମାନଙ୍କ କ୍ଷେତ୍ରରେ ଅନେକ ସହାୟକ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ କ୍ରମେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଏହି ଡ୍ରୋନର ସଫଳ ପରିକ୍ଷଣ କରାଯାଇଛି । ପ୍ରଥମ ଥର ପାଇଁ ଏହି ଡ୍ରୋନ୍ ମାଧ୍ୟମରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରୁ ଖୋର୍ଦ୍ଧା ଟାଙ୍ଗି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୁଇ କେଜି ଓଜନର ରକ୍ତ ଓ ଔଷଧ ପଠାଯାଇଛି । ଭାରତରେ ଅତ୍ୟାଧୁନିକ ଜ୍ଞାନକୈଶଳରେ ନିର୍ମିତ ହୋଇଥିବା ଏହି ଡ୍ରୋନ ସଫଳତାର ସହ ରକ୍ତ ଓ ଔଷଧ ନେଇ ଟାଙ୍ଗି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚାଇବା ସହ ପୁଣିଥରେ ଏମ୍ସ ହସ୍ପିଟାଲକୁ ସଫଳତାର ସହ ଫେରିଛି ।

ଡ୍ରୋନରେ ରହିଛି ଅନେକ ବିଶେଷତ୍ୱ
ସ୍ୱାସ୍ଥ୍ୟସେବାକୁ କରିବ ସହଜ
ନଜର ପକାନ୍ତୁ ଏହି ନୁତନ ଡ୍ରୋନର କିଛି ବିଶେଷତ୍ୱ ଉପରେ ।
-ଏହି ଡ୍ରୋନ୍ ମାଧ୍ୟମରେ ୨ରୁ ୫ କେଜିର ସାମଗ୍ରୀ ପରିବହନ କରାଯାଇପାରିବ
-ଏହି ଡ୍ରୋନ୍ ଏକାକାଳୀନ ୮୦ କିଲୋମିଟର ଯାଇ ପୁଣି ଫେରି ଆସିପାରିବ
-ରକ୍ତ, ଔଷଧ, ନମୂନା, ପ୍ଲେଟଲେଟ, ମେଡିକାଲ ଉପକରଣ ନେଇ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଇପାରିବ
-ଅପହଂଚ ଅଂଚଳରେ ଆରାମରେ ଓ ଅଳ୍ପ ସମୟ ମଧ୍ୟରେ ପହଂଚି ପାରିବ
-ମୋବାଇଲ, ଟାବଲେଟ କିମ୍ବା ଲାପଟପ୍ ମାଧ୍ୟମରେ ଏହାକୁ ଟ୍ରାକ କରାଯାଇପାରିବ

ଅନେକ ସମୟରେ ରୋଗୀଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଛି ଅଂଚଳରେ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ପହଂଚିବାରେ ବିଳମ୍ବ ହୋଇଥାଏ । ଏହିସବୁ ପରିସ୍ଥିତିରେ ଏହି ଡ୍ରୋନ ସେବା ଗୁରୁତର ରୋଗୀଙ୍କ ପାଇଁ ସହାୟକ ହେବ ।

The post ଡ୍ରୋନ୍ ମାଧ୍ୟମରେ ରକ୍ତ ପରିବହନ: ଭୁବନେଶ୍ୱର ଏମ୍ସକୁ ମିଳିଲା ସଫଳତା first appeared on Kanak News.

from Kanak News
via <a href="https://ifttt.com/?

ଉଚିତ ବ୍ୟବହାର ପାଇଁ ସେବାୟତଙ୍କୁ ନିର୍ଦ୍ଦେଶ: ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତିକୁ ଭକ୍ତଙ୍କ ସ୍ୱାଗତ

କନକ ବ୍ୟୁରୋ: ନୂଆବର୍ଷରେ ନୂଆରୂପରେ ଶ୍ରୀକ୍ଷେତ୍ର । ଭକ୍ତଙ୍କ ପାଇଁ ଡ୍ରେସ କୋର୍ଡ ଲାଗୁ ହୋଇଛି । ପରିକ୍ରମା ପ୍ରକଳ୍ପ ଦେଖିବ ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ଏହି ସମୟରେ ସେବାୟତ ଠିକ ଉଚ୍ଚାରଣ ଓ ଆଚରଣ ଦେଖାଇବାକୁ ସମସ୍ତ ନିଯୋଗକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ଏହାକୁ ସ୍ୱାଗତ କରିଛନ୍ତି । ପ୍ରଶ୍ନ ଉଠୁଛି, ପ୍ରଶାସନର ନିର୍ଦ୍ଦେଶକୁ ସେବାୟକ ମାନିବେ କେତେ?
ଅନେକ ସମୟରେ ଶ୍ରୀମନ୍ଦିର ଭିତରେ, ବାହାରେ ପର୍ଯ୍ୟଟକ ଓ ଭକ୍ତଙ୍କୁ ସେବାୟତ ଠିକ ବ୍ୟବହାର କରୁନଥିବା ଅଭିଯୋଗ ବାରମ୍ବାର ହୋଇଆସିଛି । କିନ୍ତୁ ଏବେ ଭକ୍ତଙ୍କୁ ଯେଭଳି ଭଲ ବ୍ୟବହାର କରିବେ ସେବାୟତ, ସେଥିପାଇଁ ତତ୍ପର ହୋଇଛି ଶ୍ରୀମନ୍ଦିର ପ୍ରଶାସନ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସେହି ଚିଠି ଯାହାକୁ ସବୁ ନିଯୋଗ, ଶ୍ରୀମନ୍ଦିର କମାଣ୍ଡର, ସୁପରଭାଇଜର, ଜେଟିପି ଓ ଶ୍ରୀମନ୍ଦିର ସମସ୍ତ ଅଧିକାରୀଙ୍କୁ ଲେଖାଯାଇଛିା ଏଥିରେ ଭକ୍ତ ଓ ପର୍ଯ୍ୟଟକଙ୍କୁ ଶାଳୀନତାପୂର୍ଣ୍ଣ ଆଚରଣ ଓ ଉଚ୍ଚାରଣ ପାଇଁ ଚିଠି ଯୋଗେ ନିବେଦନ କରିଛନ୍ତି ବିଦାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ ।

ଜାନୁଆରୀ ପହିଲାରୁ ଭକ୍ତଙ୍କ ପାଇଁ ଅନେକ ନିୟମକୁ କଡାକାଡି କରାଯାଇଛି । ଶ୍ରୀମନ୍ଦିର ଭିତରକୁ ଭକ୍ତ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଯିବାକୁ ବାଧ୍ୟତାମୂଳକ କରାଯାଇଛି । ପାନ ଗୁଟଖା ଓ ପଲିଥିନକୁ ବାରଣ କରାଯାଇଛି । ଏବେ ଠିକ ଆଚରଣ ଓ ଉଚ୍ଚାରଣ ପାଇଁ ସବୁ ନିଯୋଗ ଓ ସେବାୟତଙ୍କୁ ଚିଠି ଦ୍ୱାରା ଅନୁରୋଧ କରାଯିବା ପରେ ସ୍ୱାଗତ କରିଛନ୍ତି ଭକ୍ତ ।

ନୂଆ ବର୍ଷରେ ନୂଆ ନିୟମ । ନୂଆବର୍ଷରୁ ଭକ୍ତଙ୍କ ପାଇଁ ନୂଆ କଟକଣା ଜାରି କରାଯାଇଥିବାବେଳେ ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ନୂଆରୂପ ପାଇଛି ଶ୍ରୀ କ୍ଷେତ୍ର । ପରିକ୍ରମା ପ୍ରକଳ୍ପକୁ ଦେଖିବା ପାଇଁ ଭକ୍ତଙ୍କ ଆଗମନ ହେଉଛି । ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ କେତେ ମାନିବେ ସେବାୟତ ? ଆଉ ନମାନିଲେ କାର୍ଯ୍ୟାନୁଷ୍ଠାନ ନେଇପାରିବ କି ଶ୍ରୀମନ୍ଦିର ପ୍ରଶାସନ ?

The post ଉଚିତ ବ୍ୟବହାର ପାଇଁ ସେବାୟତଙ୍କୁ ନିର୍ଦ୍ଦେଶ: ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତିକୁ ଭକ୍ତଙ୍କ ସ୍ୱାଗତ first appeared on Kanak News.

from Kanak News
via <a href="https://ifttt.com/?

ୟୁଜିସି ନିୟମ ମାନୁନାହାନ୍ତି ବିଶ୍ୱବିଦ୍ୟାଳୟ: ଖିଲାପ ତାଲିକାରେ ଉତ୍କଳ ସମେତ ୧୧ ବିଶ୍ୱବିଦ୍ୟାଳୟ

କନକ ବ୍ୟୁରୋ: ୟୁଜିସି ନିର୍ଦ୍ଦେଶକୁ ମାନୁନାହାନ୍ତି ବିଶ୍ୱବିଦ୍ୟାଳୟ । ବାରମ୍ବାର ତାଗିଦ ସତ୍ୱେ ଦେଶର ଅନେକ ବିଶ୍ୱବିଦ୍ୟାଳୟ ଲୋକପାଳ ନିଯୁକ୍ତ କରୁନାହାନ୍ତି । ୟୁଜିସି ଜାରି କରିଥିବା ପବ୍ଲିକ ନୋଟିସରୁ ଏହି କଥା ସାମ୍ନାକୁ ଆସିଛି । ୟୁଜିସି ତାଲିକାରେ ରାଜ୍ୟର ଉକ୍ରଳ ବିଶ୍ୱବିଦ୍ୟାଳୟ ସମେତ ୧୧ ବଡ ଶିକ୍ଷାନୁଷ୍ଠାନ ରହିଛନ୍ତି । ଏ ଗୁଡିକ ମଧ୍ୟରେ ଅଛି ବିପିୟୁଟି, ଓୟୁଏଟି ଭିମସାର, ବଲାଙ୍ଗିରରେ ରାଜେନ୍ଦ୍ର ଓ ବ୍ରହ୍ମପୁରର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଭଳି ବଡ ଶିକ୍ଷାନୁଷ୍ଠାନ ।

୧୭ ଜାନୁୟାରୀରେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ବା ୟୁଜିସି ଦ୍ୱାରା ଜାରି କରାଯାଇଥିବା ପବ୍ଲିକ ନୋଟିସ । ଏଥିରେ ଓମ୍ବୁଡସପର୍ସନ ବା ଲୋକପାଳ ନିଯୁକ୍ତି ପାଇଁ ୨୦୨୩ରେ ୟୁଜିସି କହିଥିଲେ ବି ଏହି ନିର୍ଦ୍ଦେଶକୁ ଅନେକ ଶିକ୍ଷାନୁଷ୍ଠାନ ମାନିନାହାନ୍ତି । ଏଥିରୁ ରାଜ୍ୟରେ ବଡ ବଡ ବିଶ୍ୱବିଦ୍ୟାଳୟ ମଧ୍ୟ ବାଦ୍ ପଡିନି । ମାସ ମାସ ଧରି ତାଗିଦ୍ୱ ସତ୍ୱେ ବି ଏହିସବୁ ବିଶ୍ୱବିଦ୍ୟାଳୟ ଓମ୍ବୁଡସପର୍ସନ ନିଯୁକ୍ତ କରିପାରିନାହାନ୍ତି । ଓମ୍ବୁଡସପର୍ସନ ନିଯୁକ୍ତି କରିବାପରେ ବିଫଳ ହୋଇଥିବା ବିଶ୍ୱବିଦ୍ୟାଳୟ ତାଲିକା ୟୁଜିସି ଜାରି କରିଛି । ଏମାନଙ୍କ ମଧ୍ୟରେ ଓଡିଶାର ୧୧ଟି ବିଶ୍ୱବିଦ୍ୟାଳୟ ରହିଛନ୍ତି ।

-ଉକ୍ରଳ ବିଶ୍ୱବିଦ୍ୟାଳୟ
-ବିପିୟୁଟି
-ଓଡିଶା କୃଷି ଓ ବୈଷୟକି ବିଶ୍ୱବିଦ୍ୟାଳୟ, ଓୟୁଏଟି
-ଭିମସାର , ବୁର୍ଲା
-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀର ଭଳି ୧୧ ଟି ବିଶ୍ୱବିଦ୍ୟାଳୟ ଏଯାଏଁ ୟୁଜିସି ନିୟମକୁ ମାନୁନାହାନ୍ତି ,ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ କୁଳପତି ।
ୟୁଜିସିର ନିୟମ ଅନୁସାରେ, ଛାତ୍ରଛାତ୍ରୀଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଓମ୍ବୁଡସପର୍ସନ ବା ଲୋକପାଳ ନିଯୁକ୍ତି ବାଧ୍ୟତାମୂଳକ । ମୁଖ୍ୟତଃ
-ନାମଲେଖା, ପରୀକ୍ଷା, ଦେୟ ସମ୍ପର୍କିତ ସମସ୍ୟାର ସମାଧାନ
-କ୍ୟାମ୍ପସରେ ନିର୍ଯାତନା ସମ୍ବନ୍ଧୀୟ ଅଭିଯୋଗ
-ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ କଲେଜର ଛାତ୍ରଛାତ୍ରୀ ଲୋକପାଳ ନିକଟରେ ଆବେଦନ କରିପାରିବେ
-ଶିକ୍ଷାନୁଷ୍ଠାନ ଅଭିଯୋଗ କମିଟି ସମାଧାନ କରିନପାରିଲେ ଲୋକପାଳ ପାଖକୁ ଯାଇପାରିବେ ଛାତ୍ରଛାତ୍ରୀ

ଶୀଘ୍ର ଲୋକପାଳ ନିଯୁକ୍ତି ପାଇଁ ୟୁଜିସି ନିର୍ଦ୍ଦେଶ ଦେଇସାରିଥିବାବେଳେ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛି ଉକ୍ରଳ ବିଶ୍ୱବିଦ୍ୟାଳୟ । ଏ ନେଇ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ।

The post ୟୁଜିସି ନିୟମ ମାନୁନାହାନ୍ତି ବିଶ୍ୱବିଦ୍ୟାଳୟ: ଖିଲାପ ତାଲିକାରେ ଉତ୍କଳ ସମେତ ୧୧ ବିଶ୍ୱବିଦ୍ୟାଳୟ first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ଘର ସଜଡ଼ା: ୩ ନେତାଙ୍କ ଉପରୁ ହଟିଲା ନିଲମ୍ବନ, ବହିଷ୍କାର

କନକ ବ୍ୟୁରୋ: ବଳ ଗୋଟାଉଛି କଂଗ୍ରେସ । ଦଳକୁ ଫେରିଛନ୍ତି ମହମ୍ମଦ ମୋକିମ୍, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆ । ଦୀର୍ଘଦିନ ଧରି ଦଳରୁ ନିଲମ୍ବିତ ହୋଇ ରହିବା ପରେ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳ ଉପରୁ ନିଲମ୍ବନ ଆଦେଶ ହଟାଇଛି କଂଗ୍ରେସ । ନିଲମ୍ବନ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ୧୫ ଜୁଲାଇ ୨୦୨୩ରେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ୧୯ ଜାନୁଆରୀ ୨୦୧୯ରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କୃଷ୍ଣଚନ୍ଦ୍ର ସଗରିଆ ବହିଷ୍କାର ହୋଇଥିଲେ ।

ମହମ୍ମଦ ମୋକିମ । ରାଜ୍ୟ କଂଗ୍ରେସର ଜଣେ ପ୍ରଭାବଶାଳୀ ନେତା । କଟକ-ବାରବାଟୀ ବିଧାୟକ ହୋଇଥିଲେ ମଧ୍ୟ କେବଳ ନିଜ ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ ନୁହେଁ ତାଙ୍କ ପ୍ରଭାବ । ହେଲେ ଏକ ବିବାଦୀୟ ଘଟଣାକ୍ରମରେ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା କଂଗ୍ରେସ । ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଜାନକୀ-ବସନ୍ତ ଯୋଡି଼, କଂଗ୍ରେସର ସୁବର୍ଣ୍ଣ ଯୁଗ । ଯାହାର ନେତୃତ୍ୱ ନେଇଥିଲେ କଟକ-ବାରବାଟୀ ବିଧାୟକ । ଅଭିଯୋଗ ଅନୁସାରେ ଏହି କାର୍ଯ୍ୟକ୍ରମରେ ଦଳୀୟ ନେତୃତ୍ୱ ବିରୋଧରେ ପ୍ରଶ୍ନ ଉଠାଇବା ସହ ଦଳ ପରିଚାଳନାକୁ ନେଇ ପ୍ରଶ୍ନ କରିଥିଲେ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଦଳ ବିରୋଧୀ କାମ ପାଇଁ ଏମାନଙ୍କ ବିରୋଧରେ ଏଆଇସିସିକୁ ଲେଖିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଶୃଙ୍ଖଳା କମିଟି ନୋଟିସର ସନ୍ତୋଷଜନକ ଉତର ଦେଇନପାରିବାରୁ ନିଲମ୍ବନ ହୋଇଥିଲେ ଉଭୟ ନେତା । ଏବେ ୬ ମାସ ପରେ ନିଲମ୍ବନ ହଟାଇ ଦେଇଛନ୍ତି ନୂଆ ପ୍ରଭାରୀ ।

କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଦଳୀୟ ନେତୃତ୍ୱ ବିରୋଧରେ ଅସନ୍ତୋଷ ଝାଡି ୨୦୧୮ରେ ବିଧାନସଭାରୁ ଇସ୍ତଫା ଦେଇଥିଲେ । ଏହାପରେ ଦଳ ମଧ୍ୟ ତାଙ୍କୁ ବହିଷ୍କାର କରିଥିଲା । ହେଲେ ପ୍ରାୟ ୫ ବର୍ଷ ପରେ କୃଷ୍ଣ ସଗରିଆଙ୍କ ଘର ବାହୁଡା ହୋଇଛି । ଦକ୍ଷିଣ ଓଡିଶାରେ କଂଗ୍ରେସ ଭଲ ସ୍ଥିତିରେ ଥିବା ଦାବି କରୁଛି । ତେଣୁ ଆଗକୁ ୨୦୨୪ ନିର୍ବାଚନରେ ଦଳ ଏହି ଅଂଚଳ ପାଇଁ ସ୍ୱତନ୍ତ୍ର ରଣନୀତି କରୁଛି, ଆଉ ପ୍ରଭାରୀଙ୍କ ସହ ଆଲୋଚନା ପରେ ପୁଣି ଦଳକୁ ଫେରିଛନ୍ତି କୃଷ୍ଣ ସଗରିଆ ।

ଆଗକୁ ଆଉକିଛି ନେତା ଦଳକୁ ଫେରିବା ନେଇ ସଂକେତ ଦେଇଛି କଂଗ୍ରେସ । ସେପଟେ କଳାହାଣ୍ଡିରେ ବୁଧବାର ଏକ ବିଶାଳ ରାଲି ଓ ଜନସଭା କରିବେ ପ୍ରଭାରୀ ଅଜୟ କୁମାର । ଆଗାମୀ ୨୯ରେ ଓଡିଶା ଗସ୍ତରେ ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱରରେ ଏକ ବିଶାଳ ଜନସଭା କରି ଶକ୍ତି ପ୍ରଦର୍ଶନ କରିବ ରାଜ୍ୟ କଂଗ୍ରେସ ।

The post ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ଘର ସଜଡ଼ା: ୩ ନେତାଙ୍କ ଉପରୁ ହଟିଲା ନିଲମ୍ବନ, ବହିଷ୍କାର first appeared on Kanak News.

from Kanak News
via <a href="https://ifttt.com/?

ଆରମ୍ଭ ହେଲା ବିଜେଡିର ପରିବାର ସମ୍ପର୍କ ଅଭିଯାନ: ଘରେ ଘରେ ଶଙ୍ଖ ଷ୍ଟିକର ମାରିଲେ ବିଜେଡି ନେତା

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଛନ୍ତି । ଆଉ ଭୋଟରଙ୍କ ପାଖରେ ପଂହଚିବା ପାଇଁ କସରତ ଆରମ୍ଭ କରିଛନ୍ତି ରାଜନୈତିକ ଦଳ । ବିଜେଡି ଆଜିଠାରୁ ରାଜ୍ୟରେ ଆରମ୍ଭ କରିଛି ପରିବାର ସମ୍ପର୍କ ଯାତ୍ରା । ନେତା ଓ କର୍ମୀ ଘରକୁ ଘର ବୁଲିଛନ୍ତି ଓ ଶଙ୍ଖ ଷ୍ଟିକର ମାରିଛନ୍ତି ।

ପାଖେଇ ଆସୁଛି ନିର୍ବାଚନ । ଆଉ ଭୋଟର ମୁହାଁ ହେଉଛି ରାଜନୈତିକ ଦଳ । ଉତର ନିର୍ବାଚନମଣ୍ଡଳୀରେ ଏଥିପାଇଁ ପରିବାର ସମ୍ପର୍କ ଅଭିଯାନ ଆରମ୍ଭ କରିଛି ବିଜେଡି । ଦଳର ନେତ୍ରୀ ଶ୍ରୀମୟୀ ମିଶ୍ର ଓ ବିଧାୟକ ସୁଶାନ୍ତ ରାଉତ କର୍ମୀଙ୍କ ସହ ପଦଯାତ୍ରା କରିଛନ୍ତି । ଘରକୁ ଘର ବୁଲୁଛନ୍ତି ନେତା ଓ କର୍ମୀ । ପରିବାର ସହ ନେତା ଓ କର୍ମକତା ସମ୍ପର୍କ ଯୋଡ଼ିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ସେମାନଙ୍କ ଭଲମନ୍ଦ ବୁଝି ସହଯୋଗ କରିବେ ।

ପରିବାର ସମ୍ପର୍କ ଅଭିଯାନରେ ଘରେ ଘରେ ଷ୍ଟିକର ମାରିଛନ୍ତି ବିଜେଡି ନେତା ଓ କର୍ମୀ । ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ଦଳର ପରିବାର ସମ୍ପର୍କ ଅଭିଯାନକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବାର ସମ୍ପର୍କ ଅଭିଯାନ ଚାଲିଛି । ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏଁ ଚାଲିବ ଏହି ସମ୍ପର୍କ ଯାତ୍ରା ।

The post ଆରମ୍ଭ ହେଲା ବିଜେଡିର ପରିବାର ସମ୍ପର୍କ ଅଭିଯାନ: ଘରେ ଘରେ ଶଙ୍ଖ ଷ୍ଟିକର ମାରିଲେ ବିଜେଡି ନେତା first appeared on Kanak News.

from Kanak News
via <a href="https://ifttt.com/?

ରାଜନୀତିରେ ‘ରାମ’! ରାମରାଜ୍ୟର କଥା ଉଠାଇଲା ବିଜେପି, କଟାକ୍ଷ କଲେ ଉଭୟ ବିଜେଡି ଓ କଂଗ୍ରେସ

କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ରାମ ଓ ରାମରାଜ୍ୟ ପ୍ରସଙ୍ଗ ଉଠାଇଛି ବିଜେପି । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଦେଶରେ ମୋଦି ରାମରାଜ୍ୟ ପ୍ରତିଷ୍ଠା କରିଛନ୍ତି । ଆଉ ଆଗକୁ ଓଡିଶାରେ ବି ରାମରାଜ୍ୟ ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ରାଜ୍ୟ ସରାକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ନେତା । ଏହାପରେ ବିଜେଡି ଓ କଂଗ୍ରେସ, ବିଜେପିକୁ କଡା ଜବାବ ଦେଇଛନ୍ତି । ବିଜେଡି କହିଠି, ବିଜେପିର ରାଜନୀତିର କୌଣସି ପ୍ରଭାବ ପଡିବ ନାହିଁ । କଂଗ୍ରେସ ବି କଡା ଜବାବ ଦେଇଛି ।

ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ପ୍ରାଣ ପ୍ରତିଷ୍ଠା ଉତ୍ସବର ଠିକ୍ ଦିନକ ପରେ ହୁଏତ ସେଇଆ ଦେଖିବାକୁ ମିଳିଛି । ରାମ ଓ ରାମରାଜ୍ୟ ପ୍ରସଙ୍ଗ ଉଠାଇଛି ଭାରତୀୟ ଜନତା ପାର୍ଟି । ରାଜ୍ୟ ବିଜେପି ଉପ-ସଭାପତି ଗୋଲକ ମହାପାତ୍ର ରାମରାଜ୍ୟର ଅର୍ଥ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି- ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମରାଜ୍ୟ ପ୍ରତିଷ୍ଠା କରିଛନ୍ତି । ଏବଂ ଓଡ଼ିଶାରେ ରାମରାଜ୍ୟ ପ୍ରତିଷ୍ଠା ହେବାକୁ ଯାଉଛି ।

ଓଡ଼ିଶାରେ ସରକାର ଗଢ଼ିବା ପାଇଁ ଦୃଢୋ଼କ୍ତି ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେପି ନେତା । ଏପଟେ ଉଭୟ ବିଜେଡି ଓ କଂଗ୍ରେସ, ନିଜ ନିଜ ଢ଼ଙ୍ଗରେ ବିଜେପିକୁ ଜବାବ୍ ଦେଇଛନ୍ତି । ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି-ପ୍ରାଣ ପ୍ରତିଷ୍ଠା ସମୟରେ ରାଜନୈତିକ ଲାଭ ନେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି । କିନ୍ତୁ ଏହା ବେଶୀ ଦିନ ରହିବ ନାହିଁ କି’ କୌଣସି ପ୍ରଭାବ ପଡ଼ିବ ନାହିଁ । ଏପଟେ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି- ଯେଉଁଦିନ ରାମଙ୍କ ନାଁ ନେଇ ରାଜନୀତି ହେବ, ନା’ ଧର୍ମ ରହିବ ନା’ ରାଜନୀତି ରହିବ ।

ଆଗକୁ ହୁଏତ. ଏଭଳି ବୟାନବାଜୀ ଆହୁରୀ ବଢ଼ିବ, କାରଣ ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ଆସୁଛି । ଜନମତକୁ ପ୍ରଭାବିତ କରିବା ପାଇଁ ରାଜନୈତିକ ଦଳର ନେତାମାନେ ଦଳକୁ ସୁହାଇଲା ଭଳି କଥା କହିବେ । କିନ୍ତୁ ଦେଖିବାର କଥା ଜନତା କାହାକୁ ଗୁରୁତ୍ୱ ଦେଉଛନ୍ତି ।

The post ରାଜନୀତିରେ ‘ରାମ’! ରାମରାଜ୍ୟର କଥା ଉଠାଇଲା ବିଜେପି, କଟାକ୍ଷ କଲେ ଉଭୟ ବିଜେଡି ଓ କଂଗ୍ରେସ first appeared on Kanak News.

from Kanak News
via <a href="https://ifttt.com/?

୨୯ରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଡାକରା । ଦାବି ପୂରଣ ନହେଲେ ପୁଣି ଗର୍ଜିବ ସଂଘ ।

କନକ ବ୍ୟୁରୋ: ପୁଣିଥରେ ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରା ନହେଲେ ଆସନ୍ତା ଜାନୁୟାରୀ ୨୯ ରେ ସାରା ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ଆନ୍ଦୋଳନ କୁ ଓହ୍ଲାଇବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ।

ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବାରୁ ପୁଣିଥରେ ଆନ୍ଦୋଳନ ଡାକରା ଦିଆଯାଇଛି । ୩ ଦଫା ଦାବି ନେଇ ପୂର୍ବରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଲକ୍ଷାଧିକ ଶିକ୍ଷକ ଚାରିଦିନ ଧରି ୨୦୨୨ ନଭେମ୍ବରରେ ଆନ୍ଦୋଳନ କରିଥିଲେ । ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଲେ । ଦାବି ପୂରଣ ପ୍ରତିଶ୍ରୁତି ମିଳିବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରାସ୍ତାରୁ ଓହ୍ଲାଇ ଥିଲେ । ଡିସେମ୍ବର ଶେଷ ସୁଦ୍ଧା ଦାବି ପୂରଣ କଥା କହିଥିଲେ ସରକାର । ଆସନ୍ତା ମାସରେ କୋଡ଼ ଅଫ କଣ୍ଡକ୍ଟ ଲାଗିବ। କିନ୍ତୁ ଏଯାବତ୍ କିଛି ପ୍ରତିଶ୍ରୁତି ପୁରା କରି ନାହାନ୍ତି ସରକାର । ପ୍ରାଥମିକ କକ୍ଷରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ହେଉନାହିଁ । ଆସନ୍ତା ମାସରେ ନିର୍ବାଚନ କୋଡ଼ ଅଫ କଣ୍ଡକ୍ଟ ଲାଗୁଥିବାର ଅନୁମାନ କରି ଏହି ଆନ୍ଦୋଳନର ଡାକରା ଦେଇଥିବା କହିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ତେବେ ଆନ୍ଦୋଳନ ରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସାମିଲ ହେବେ ।

The post ୨୯ରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଡାକରା । ଦାବି ପୂରଣ ନହେଲେ ପୁଣି ଗର୍ଜିବ ସଂଘ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started