ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ଘର ସଜଡ଼ା: ୩ ନେତାଙ୍କ ଉପରୁ ହଟିଲା ନିଲମ୍ବନ, ବହିଷ୍କାର

କନକ ବ୍ୟୁରୋ: ବଳ ଗୋଟାଉଛି କଂଗ୍ରେସ । ଦଳକୁ ଫେରିଛନ୍ତି ମହମ୍ମଦ ମୋକିମ୍, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆ । ଦୀର୍ଘଦିନ ଧରି ଦଳରୁ ନିଲମ୍ବିତ ହୋଇ ରହିବା ପରେ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳ ଉପରୁ ନିଲମ୍ବନ ଆଦେଶ ହଟାଇଛି କଂଗ୍ରେସ । ନିଲମ୍ବନ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ୧୫ ଜୁଲାଇ ୨୦୨୩ରେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ୧୯ ଜାନୁଆରୀ ୨୦୧୯ରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କୃଷ୍ଣଚନ୍ଦ୍ର ସଗରିଆ ବହିଷ୍କାର ହୋଇଥିଲେ ।

ମହମ୍ମଦ ମୋକିମ । ରାଜ୍ୟ କଂଗ୍ରେସର ଜଣେ ପ୍ରଭାବଶାଳୀ ନେତା । କଟକ-ବାରବାଟୀ ବିଧାୟକ ହୋଇଥିଲେ ମଧ୍ୟ କେବଳ ନିଜ ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ ନୁହେଁ ତାଙ୍କ ପ୍ରଭାବ । ହେଲେ ଏକ ବିବାଦୀୟ ଘଟଣାକ୍ରମରେ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା କଂଗ୍ରେସ । ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଜାନକୀ-ବସନ୍ତ ଯୋଡି଼, କଂଗ୍ରେସର ସୁବର୍ଣ୍ଣ ଯୁଗ । ଯାହାର ନେତୃତ୍ୱ ନେଇଥିଲେ କଟକ-ବାରବାଟୀ ବିଧାୟକ । ଅଭିଯୋଗ ଅନୁସାରେ ଏହି କାର୍ଯ୍ୟକ୍ରମରେ ଦଳୀୟ ନେତୃତ୍ୱ ବିରୋଧରେ ପ୍ରଶ୍ନ ଉଠାଇବା ସହ ଦଳ ପରିଚାଳନାକୁ ନେଇ ପ୍ରଶ୍ନ କରିଥିଲେ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଦଳ ବିରୋଧୀ କାମ ପାଇଁ ଏମାନଙ୍କ ବିରୋଧରେ ଏଆଇସିସିକୁ ଲେଖିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଶୃଙ୍ଖଳା କମିଟି ନୋଟିସର ସନ୍ତୋଷଜନକ ଉତର ଦେଇନପାରିବାରୁ ନିଲମ୍ବନ ହୋଇଥିଲେ ଉଭୟ ନେତା । ଏବେ ୬ ମାସ ପରେ ନିଲମ୍ବନ ହଟାଇ ଦେଇଛନ୍ତି ନୂଆ ପ୍ରଭାରୀ ।

କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଦଳୀୟ ନେତୃତ୍ୱ ବିରୋଧରେ ଅସନ୍ତୋଷ ଝାଡି ୨୦୧୮ରେ ବିଧାନସଭାରୁ ଇସ୍ତଫା ଦେଇଥିଲେ । ଏହାପରେ ଦଳ ମଧ୍ୟ ତାଙ୍କୁ ବହିଷ୍କାର କରିଥିଲା । ହେଲେ ପ୍ରାୟ ୫ ବର୍ଷ ପରେ କୃଷ୍ଣ ସଗରିଆଙ୍କ ଘର ବାହୁଡା ହୋଇଛି । ଦକ୍ଷିଣ ଓଡିଶାରେ କଂଗ୍ରେସ ଭଲ ସ୍ଥିତିରେ ଥିବା ଦାବି କରୁଛି । ତେଣୁ ଆଗକୁ ୨୦୨୪ ନିର୍ବାଚନରେ ଦଳ ଏହି ଅଂଚଳ ପାଇଁ ସ୍ୱତନ୍ତ୍ର ରଣନୀତି କରୁଛି, ଆଉ ପ୍ରଭାରୀଙ୍କ ସହ ଆଲୋଚନା ପରେ ପୁଣି ଦଳକୁ ଫେରିଛନ୍ତି କୃଷ୍ଣ ସଗରିଆ ।

ଆଗକୁ ଆଉକିଛି ନେତା ଦଳକୁ ଫେରିବା ନେଇ ସଂକେତ ଦେଇଛି କଂଗ୍ରେସ । ସେପଟେ କଳାହାଣ୍ଡିରେ ବୁଧବାର ଏକ ବିଶାଳ ରାଲି ଓ ଜନସଭା କରିବେ ପ୍ରଭାରୀ ଅଜୟ କୁମାର । ଆଗାମୀ ୨୯ରେ ଓଡିଶା ଗସ୍ତରେ ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱରରେ ଏକ ବିଶାଳ ଜନସଭା କରି ଶକ୍ତି ପ୍ରଦର୍ଶନ କରିବ ରାଜ୍ୟ କଂଗ୍ରେସ ।

The post ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ଘର ସଜଡ଼ା: ୩ ନେତାଙ୍କ ଉପରୁ ହଟିଲା ନିଲମ୍ବନ, ବହିଷ୍କାର first appeared on Kanak News.

from Kanak News
via <a href="https://ifttt.com/?

ଆରମ୍ଭ ହେଲା ବିଜେଡିର ପରିବାର ସମ୍ପର୍କ ଅଭିଯାନ: ଘରେ ଘରେ ଶଙ୍ଖ ଷ୍ଟିକର ମାରିଲେ ବିଜେଡି ନେତା

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଛନ୍ତି । ଆଉ ଭୋଟରଙ୍କ ପାଖରେ ପଂହଚିବା ପାଇଁ କସରତ ଆରମ୍ଭ କରିଛନ୍ତି ରାଜନୈତିକ ଦଳ । ବିଜେଡି ଆଜିଠାରୁ ରାଜ୍ୟରେ ଆରମ୍ଭ କରିଛି ପରିବାର ସମ୍ପର୍କ ଯାତ୍ରା । ନେତା ଓ କର୍ମୀ ଘରକୁ ଘର ବୁଲିଛନ୍ତି ଓ ଶଙ୍ଖ ଷ୍ଟିକର ମାରିଛନ୍ତି ।

ପାଖେଇ ଆସୁଛି ନିର୍ବାଚନ । ଆଉ ଭୋଟର ମୁହାଁ ହେଉଛି ରାଜନୈତିକ ଦଳ । ଉତର ନିର୍ବାଚନମଣ୍ଡଳୀରେ ଏଥିପାଇଁ ପରିବାର ସମ୍ପର୍କ ଅଭିଯାନ ଆରମ୍ଭ କରିଛି ବିଜେଡି । ଦଳର ନେତ୍ରୀ ଶ୍ରୀମୟୀ ମିଶ୍ର ଓ ବିଧାୟକ ସୁଶାନ୍ତ ରାଉତ କର୍ମୀଙ୍କ ସହ ପଦଯାତ୍ରା କରିଛନ୍ତି । ଘରକୁ ଘର ବୁଲୁଛନ୍ତି ନେତା ଓ କର୍ମୀ । ପରିବାର ସହ ନେତା ଓ କର୍ମକତା ସମ୍ପର୍କ ଯୋଡ଼ିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ସେମାନଙ୍କ ଭଲମନ୍ଦ ବୁଝି ସହଯୋଗ କରିବେ ।

ପରିବାର ସମ୍ପର୍କ ଅଭିଯାନରେ ଘରେ ଘରେ ଷ୍ଟିକର ମାରିଛନ୍ତି ବିଜେଡି ନେତା ଓ କର୍ମୀ । ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ଦଳର ପରିବାର ସମ୍ପର୍କ ଅଭିଯାନକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବାର ସମ୍ପର୍କ ଅଭିଯାନ ଚାଲିଛି । ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏଁ ଚାଲିବ ଏହି ସମ୍ପର୍କ ଯାତ୍ରା ।

The post ଆରମ୍ଭ ହେଲା ବିଜେଡିର ପରିବାର ସମ୍ପର୍କ ଅଭିଯାନ: ଘରେ ଘରେ ଶଙ୍ଖ ଷ୍ଟିକର ମାରିଲେ ବିଜେଡି ନେତା first appeared on Kanak News.

from Kanak News
via <a href="https://ifttt.com/?

ରାଜନୀତିରେ ‘ରାମ’! ରାମରାଜ୍ୟର କଥା ଉଠାଇଲା ବିଜେପି, କଟାକ୍ଷ କଲେ ଉଭୟ ବିଜେଡି ଓ କଂଗ୍ରେସ

କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ରାମ ଓ ରାମରାଜ୍ୟ ପ୍ରସଙ୍ଗ ଉଠାଇଛି ବିଜେପି । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଦେଶରେ ମୋଦି ରାମରାଜ୍ୟ ପ୍ରତିଷ୍ଠା କରିଛନ୍ତି । ଆଉ ଆଗକୁ ଓଡିଶାରେ ବି ରାମରାଜ୍ୟ ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ରାଜ୍ୟ ସରାକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ନେତା । ଏହାପରେ ବିଜେଡି ଓ କଂଗ୍ରେସ, ବିଜେପିକୁ କଡା ଜବାବ ଦେଇଛନ୍ତି । ବିଜେଡି କହିଠି, ବିଜେପିର ରାଜନୀତିର କୌଣସି ପ୍ରଭାବ ପଡିବ ନାହିଁ । କଂଗ୍ରେସ ବି କଡା ଜବାବ ଦେଇଛି ।

ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ପ୍ରାଣ ପ୍ରତିଷ୍ଠା ଉତ୍ସବର ଠିକ୍ ଦିନକ ପରେ ହୁଏତ ସେଇଆ ଦେଖିବାକୁ ମିଳିଛି । ରାମ ଓ ରାମରାଜ୍ୟ ପ୍ରସଙ୍ଗ ଉଠାଇଛି ଭାରତୀୟ ଜନତା ପାର୍ଟି । ରାଜ୍ୟ ବିଜେପି ଉପ-ସଭାପତି ଗୋଲକ ମହାପାତ୍ର ରାମରାଜ୍ୟର ଅର୍ଥ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି- ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମରାଜ୍ୟ ପ୍ରତିଷ୍ଠା କରିଛନ୍ତି । ଏବଂ ଓଡ଼ିଶାରେ ରାମରାଜ୍ୟ ପ୍ରତିଷ୍ଠା ହେବାକୁ ଯାଉଛି ।

ଓଡ଼ିଶାରେ ସରକାର ଗଢ଼ିବା ପାଇଁ ଦୃଢୋ଼କ୍ତି ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେପି ନେତା । ଏପଟେ ଉଭୟ ବିଜେଡି ଓ କଂଗ୍ରେସ, ନିଜ ନିଜ ଢ଼ଙ୍ଗରେ ବିଜେପିକୁ ଜବାବ୍ ଦେଇଛନ୍ତି । ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି-ପ୍ରାଣ ପ୍ରତିଷ୍ଠା ସମୟରେ ରାଜନୈତିକ ଲାଭ ନେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି । କିନ୍ତୁ ଏହା ବେଶୀ ଦିନ ରହିବ ନାହିଁ କି’ କୌଣସି ପ୍ରଭାବ ପଡ଼ିବ ନାହିଁ । ଏପଟେ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି- ଯେଉଁଦିନ ରାମଙ୍କ ନାଁ ନେଇ ରାଜନୀତି ହେବ, ନା’ ଧର୍ମ ରହିବ ନା’ ରାଜନୀତି ରହିବ ।

ଆଗକୁ ହୁଏତ. ଏଭଳି ବୟାନବାଜୀ ଆହୁରୀ ବଢ଼ିବ, କାରଣ ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ଆସୁଛି । ଜନମତକୁ ପ୍ରଭାବିତ କରିବା ପାଇଁ ରାଜନୈତିକ ଦଳର ନେତାମାନେ ଦଳକୁ ସୁହାଇଲା ଭଳି କଥା କହିବେ । କିନ୍ତୁ ଦେଖିବାର କଥା ଜନତା କାହାକୁ ଗୁରୁତ୍ୱ ଦେଉଛନ୍ତି ।

The post ରାଜନୀତିରେ ‘ରାମ’! ରାମରାଜ୍ୟର କଥା ଉଠାଇଲା ବିଜେପି, କଟାକ୍ଷ କଲେ ଉଭୟ ବିଜେଡି ଓ କଂଗ୍ରେସ first appeared on Kanak News.

from Kanak News
via <a href="https://ifttt.com/?

୨୯ରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଡାକରା । ଦାବି ପୂରଣ ନହେଲେ ପୁଣି ଗର୍ଜିବ ସଂଘ ।

କନକ ବ୍ୟୁରୋ: ପୁଣିଥରେ ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରା ନହେଲେ ଆସନ୍ତା ଜାନୁୟାରୀ ୨୯ ରେ ସାରା ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ଆନ୍ଦୋଳନ କୁ ଓହ୍ଲାଇବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ।

ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବାରୁ ପୁଣିଥରେ ଆନ୍ଦୋଳନ ଡାକରା ଦିଆଯାଇଛି । ୩ ଦଫା ଦାବି ନେଇ ପୂର୍ବରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଲକ୍ଷାଧିକ ଶିକ୍ଷକ ଚାରିଦିନ ଧରି ୨୦୨୨ ନଭେମ୍ବରରେ ଆନ୍ଦୋଳନ କରିଥିଲେ । ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଲେ । ଦାବି ପୂରଣ ପ୍ରତିଶ୍ରୁତି ମିଳିବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରାସ୍ତାରୁ ଓହ୍ଲାଇ ଥିଲେ । ଡିସେମ୍ବର ଶେଷ ସୁଦ୍ଧା ଦାବି ପୂରଣ କଥା କହିଥିଲେ ସରକାର । ଆସନ୍ତା ମାସରେ କୋଡ଼ ଅଫ କଣ୍ଡକ୍ଟ ଲାଗିବ। କିନ୍ତୁ ଏଯାବତ୍ କିଛି ପ୍ରତିଶ୍ରୁତି ପୁରା କରି ନାହାନ୍ତି ସରକାର । ପ୍ରାଥମିକ କକ୍ଷରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ହେଉନାହିଁ । ଆସନ୍ତା ମାସରେ ନିର୍ବାଚନ କୋଡ଼ ଅଫ କଣ୍ଡକ୍ଟ ଲାଗୁଥିବାର ଅନୁମାନ କରି ଏହି ଆନ୍ଦୋଳନର ଡାକରା ଦେଇଥିବା କହିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ତେବେ ଆନ୍ଦୋଳନ ରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସାମିଲ ହେବେ ।

The post ୨୯ରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଡାକରା । ଦାବି ପୂରଣ ନହେଲେ ପୁଣି ଗର୍ଜିବ ସଂଘ । first appeared on Kanak News.

from Kanak News
via <a href="https://ifttt.com/?

ଏପ୍ରିଲ ୧୬ରେ ହୋଇପାରେ ନିର୍ବାଚନ! ଇସିଆଇ ପକ୍ଷରୁ ଆସିଲା ସମ୍ଭାବ୍ୟ ନିର୍ବାଚନ ତାରିଖ ।

କନକ ବ୍ୟୁରୋ: ଏପ୍ରିଲ ମାସରେ ହୋଇପାରେ ଲୋକସଭା ନିର୍ବାଚନ । ପୂର୍ବରୁ ଦିଲ୍ଲୀ ନିର୍ବାଚନ ଅଧିକାରୀଙ୍କ ଚିଠି ହୋଇଥିଲା ଭାଇରାଲ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବାରୁ ସ୍ପଷ୍ଟୀକରଣ ରଖିଲେ ଦିଲ୍ଲୀ ନିର୍ବାଚନ ଅଧିକାରୀ, ସୋସିଆଲ ମିଡ଼ିଆ ଏକ୍ସରେ କହିଛନ୍ତି ଯେ, ଜାତୀୟ ନିର୍ବାଚନ ଅୟୋଗ ପକ୍ଷରୁ ଏକ ରେଫରେନ୍ସ ଡେଟ୍ ବା ସମ୍ଭାବ୍ୟ ତାରିଖ ଘୋଷଣା କରାଯାଇଥିଲା । ଏହା କେବଳ ନିର୍ବାଚନ ପୂର୍ବ ପ୍ରସ୍ତୁତି ପାଇଁ ନିର୍ବାଚନ ଅଧିକାରୀଙ୍କୁ ସମ୍ଭାବ୍ୟ ତାରିଖ ଦିଆଯାଇଛି । ଯାହାଦ୍ୱାରା ସେମାନେ ସମସ୍ତ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ଏହି ତାରିଖ ମଧ୍ୟରେ ଶେଷ କରିବେ, ତେଣୁ ଏପ୍ରିଲ ୧୬ ତାରିଖକୁ ଏକ ରେଫରେନ୍ସ ଡେଟ୍ ଭାବେ ଧରିନିଅନ୍ତୁ ବୋଲି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଏହି ଟ୍ୱିଟକୁ ମଧ୍ୟ ଜାତୀୟ ନିର୍ବାଚନ ଅଧିକାରୀ ରିପୋଷ୍ଟ କରିଛନ୍ତି ।<

https://platform.twitter.com/widgets.js/p>

The post ଏପ୍ରିଲ ୧୬ରେ ହୋଇପାରେ ନିର୍ବାଚନ! ଇସିଆଇ ପକ୍ଷରୁ ଆସିଲା ସମ୍ଭାବ୍ୟ ନିର୍ବାଚନ ତାରିଖ । first appeared on Kanak News.

from Kanak News
via <a href="https://ifttt.com/?

ଗୋଟିଏ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ୨ଥର ପୁରୀ ଗସ୍ତ: ପରିକ୍ରମା ପ୍ରକଳ୍ପ ବୁଲିଲେ, ସେବାୟତଙ୍କ ସହ ଆଲୋଚନା କଲେ

କନକ ବ୍ୟୁରୋ: ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ଥର ପାଇଁ ଶ୍ରୀକ୍ଷେତ୍ର ଗସ୍ତ କରିଛନ୍ତି। ଗତ ୧୭ ତାରିଖ (ବୁଧବାର) ଦିନ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପୁରୀ ଗସ୍ତ କରିଥିବା ବେଳେ ଆଜି ଅପରାହ୍‌ଣ ୪ଟା ୪୫ରେ ପୁଣି ଶ୍ରୀକ୍ଷେତ୍ର ପହଞ୍ଚିଛନ୍ତି। ଶ୍ରୀ ସେତୁ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କଲା ପରେ ସେଠାରୁ ସେ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚଥିଲେ। ପରେ ସେଠାରୁ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିରରେ ପହଞ୍ଚି ଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଶ୍ରୀଜିଉଙ୍କୁ ଦର୍ଶନ ସାରି ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରଦର୍ଶନୀ ଦେଖିବେ। ସନ୍ଧ୍ୟା ୬ଟା ୧୫ରେ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ଭୁବନେଶ୍ବର ଫେରିଯିବାର କାର୍ୟ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ପୂର୍ବରୁ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ଓ ପୁରୀ ଏସ୍‌ପି ଡା. କେ ବିଶାଲ ସିଂହ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ହେଲିପ୍ୟାଡ୍‌, ଶ୍ରୀଜଗନ୍ନାଥ ମନ୍ଦିର, ପ୍ରଦର୍ଶନୀ ଗୃହର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।

The post ଗୋଟିଏ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ୨ଥର ପୁରୀ ଗସ୍ତ: ପରିକ୍ରମା ପ୍ରକଳ୍ପ ବୁଲିଲେ, ସେବାୟତଙ୍କ ସହ ଆଲୋଚନା କଲେ first appeared on Kanak News.

from Kanak News
via <a href="https://ifttt.com/?

ପାଇପ୍ ଲାଇନ୍ କାମ ବେଳେ ଧସିଲା ମାଟି ଅତଡ଼ା, ଘଟଣାସ୍ଥଳରେ ଦୁଇ ଶ୍ରମିକ ମୃତ ।

କନକ ବ୍ୟୁରୋ: ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯୋଡ଼ା ଥାନା ନିକଟ କମାରଯୋଡ଼ା ନିକଟରେ ଘଟିଛି ଏମିତି ଅଘଟଣା । ଠିକାଦାର ପାଇପ୍ ଲାଇନ୍ କାମ କରୁଥିବାବେଳେ ଉପରୁ ମାଟି ଅତଡ଼ା ଖସିପଡ଼ିଲା । ହଠାତ୍ ମାଟି ଅତଡ଼ା ଧସିଯିବାରୁ ମାଟି ତଳେ ଚାପି ହୋଇଗଲେ ଦୁଇ ଶ୍ରମିକ, ଆଉ ଘଟଣା ସ୍ଥଳରେ ହିଁ ଅଣନିଶ୍ୱାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

The post ପାଇପ୍ ଲାଇନ୍ କାମ ବେଳେ ଧସିଲା ମାଟି ଅତଡ଼ା, ଘଟଣାସ୍ଥଳରେ ଦୁଇ ଶ୍ରମିକ ମୃତ । first appeared on Kanak News.

from Kanak News
via <a href="https://ifttt.com/?

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ଏବେ ପରିକ୍ରମା ପ୍ରକଳ୍ପ ବୁଲିବେ ।

କନକ ନ୍ୟୁଜ: ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନବୀନ । ଏହା ସହ ଶ୍ରୀଜଗନ୍ନାଥବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ପୁରୀରେ ଆରମ୍ଭ ହୋଇଛି ନୂଆ କଟକଣା । ଭକ୍ତଙ୍କୁ ଭଲ ବ୍ୟବହାର ସହ ଉଚ୍ଚାରଣ ଓ ଆଚରଣ ଠିକ୍ ରଖିବା ପାଇଁ ସବୁ ନିଯୋଗ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଭକ୍ତ ପ୍ରଭୁଙ୍କ ଅତିଥି, ସେମାନଙ୍କୁ ଭଲ ବ୍ୟବହର କରିବା ଆବଶ୍ୟକ ।

The post ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ଏବେ ପରିକ୍ରମା ପ୍ରକଳ୍ପ ବୁଲିବେ । first appeared on Kanak News.

from Kanak News
via <a href="https://ifttt.com/?

କମିଶନରେଟ୍ ପୋଲିସ ହାତରେ ଚେନ୍ ଛିନତାଇ ଗ୍ୟାଙ୍ଗ: ୩ ଜଣଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ

କନକ ବ୍ୟୁରୋ: କମିଶନରେଟ୍ ପୋଲିସ ହାତରେ ଚେନ୍ ଛିନତାଇ ଗ୍ୟାଙ୍ଗ । ୩ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏମାନଙ୍କ ନାଁରେ କମିଶନରେଟ୍ ପୋଲିସର ଏକାଧିକ ଥାନାରେ ୧୨ରୁ ଅଧିକ ମାମଲା ରହିଛି । ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ଅଂଚଳର ସୁରେଶ ନାୟକ ଓରଫ ରଙ୍ଗା, ପି ରାମୁଲୁ ରାଓ । ଅନ୍ୟଜଣେ ନାବାଳକ ଥିବା ଜଣାପଡ଼ିଛି । ସେମାନଙ୍କ ଠାରୁ ୪ଟି ଚେନ୍, ବାଇକ, ୩ଟି ମୋବାଇଲ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ ।

The post କମିଶନରେଟ୍ ପୋଲିସ ହାତରେ ଚେନ୍ ଛିନତାଇ ଗ୍ୟାଙ୍ଗ: ୩ ଜଣଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ first appeared on Kanak News.

from Kanak News
via <a href="https://ifttt.com/?

ହମାସ ସହିତ ଯୁଦ୍ଧରେ ଇସ୍ରାଏଲର ସବୁଠାରୁ ବଡ଼ କ୍ଷତି । ଆତଙ୍କବାଦୀ ଆକ୍ରମଣରେ ୨୧ ଜଣ ସୈନିକ ମୃତ ।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତିନି ମାସରୁ ଅଧିକ ସମୟ ବିତିଗଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଗାଜାରେ ୨୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏପଟେ ଇସ୍ରାଏଲର ମଧ୍ୟ ବହୁ କ୍ଷତି ହୋଇଛି । ଏକ ଆତଙ୍କବାଦୀ ଆକ୍ରମଣରେ ତାଙ୍କର ୨୧ ଜଣ ସୈନିକ ପ୍ରାଣ ହରାଇଛନ୍ତି ।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏବେ ଇସ୍ରାଏଲର ଏକ ବହୁତ ବଡ଼ କ୍ଷତି ହୋଇଛି । ଏକ ଆକ୍ରମଣରେ ତାଙ୍କର ୨୧ ଜଣ ସୈନିକ ପ୍ରାଣ ହରାଇଛନ୍ତି । ଇସ୍ରାଏଲର ସେନା ଏହି ସୂଚନା ଦେଇଛନ୍ତି । ସେନା କହିଛି ଯେ ଯୁଦ୍ଧ ଆରମ୍ଭ ହେବାଠାରୁ ଏହା ସେନାର  ସବୁଠାରୁ ବଡ କ୍ଷତି । ମଙ୍ଗଳବାର ଦିନ ଏହି ସୂଚନା ପ୍ରଦାନ କରି ମୁଖ୍ୟ ସେନାର ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହେଗରୀ କହିଛନ୍ତି ଯେ ସୋମବାର ଦିନ ଗାଜାର ଦୁଇଟି ଘର ଭାଙ୍ଗିବା ପାଇଁ ସୈନିକମାନେ ବିସ୍ଫୋରକ ଲଗାଇବାକୁ ପ୍ରସ୍ତୁତ ହେଉଥିବା ସମୟରେ ଲୁଚିଥିବା ଜଣେ ଆତଙ୍କବାଦୀ ଗ୍ରେନେଡ ଲଞ୍ଚର ଦ୍ଵାରା ଆକ୍ରମଣ କରିଥିଲା ।  ଗ୍ରେନେଡ ବିସ୍ପୋରଣ ହେବ କାରଣରୁ ଅଟ୍ଟାଳିକାଟି ଭୁଶୁଡି ପଡିଥିଲା ଏବଂ ଆମ ସୈନିକମାନେ ସେହି ଅଟାଳିକା ତଳେ ଚାପି ହେଇ ମୃତ୍ଯୁବରଣ କରିଥିଲେ ।

ଗାଜାରେ ହୋଇଥିବା ଏହି ମର୍ମନ୍ତୁଦ ଆକ୍ରମଣରେ ଶହୀଦ ହେଇଥିବା ୨୧ ଜଣ ସୈନିକଙ୍କ ମୃତ୍ୟୁକୁ ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ବିଜୟ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ସେନା ସଂଗ୍ରାମ ଜାରି ରଖିବ। ନେତାନ୍ୟାହୁ କହିଛନ୍ତି ଯେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗତ ସୋମବାର ଆମପାଇଁ ସବୁଠାରୁ କଷ୍ଟଦାୟକ ଦିନ ଥିଲା । ଆମର ହିରୋମାନଙ୍କ ନାମରେ ଏବଂ ଆମ ଜୀବନର ସୁରକ୍ଷା ପାଇଁ ଆମେ ସମ୍ପୂର୍ଣ୍ଣ ବିଜୟ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବୁ ନାହିଁ । ହାମାସ ଧ୍ୱଂସ ନହେବା ପର୍ଯ୍ୟନ୍ତ ଏବଂ ଆମର ୧୦୦  ରୁ ଅଧିକ ବନ୍ଧକ ମୁକ୍ତ ନହେବା ପର୍ଯ୍ୟନ୍ତ ନେତାନ୍ୟାହୁ ଯୁଦ୍ଧ ଜାରି ରଖିବାକୁ ଘୋଷଣା କରିଛନ୍ତି ।

ଯୁଦ୍ଧ ବିରତି ପ୍ରସ୍ତାବ

ଏହି ସମୟରେ ନେତାନ୍ୟାହୁ ଗାଜା ଉପରେ ହୋଇଥିବା ଆକ୍ରମଣକୁ ଦୁଇ ମାସ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି । କାତାର ଏବଂ ଇଜିପ୍ଟର ମଧ୍ୟସ୍ଥିମାନଙ୍କ ମାଧ୍ୟମରେ ଇସ୍ରାଏଲ ହମାସ ନେତାମାନଙ୍କୁ ଏହି ଅଫର ଦିଆ ହେଇଛି । ଏହି ପ୍ରସ୍ତାବରେ କୁହାଯାଇଛି ଯେ ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯିବା ଉଚିତ୍ । ଏବେ ପ୍ରଶ୍ନ ହେଉଛି ଇସ୍ରାଏଲର ପ୍ରସ୍ତାବକୁ ହମାସ ଗ୍ରହଣ କରିବ କି ନାହିଁ। ଯଦି ହାମାସ ଇସ୍ରାଏଲର ବନ୍ଧକମାନଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ନୁହେଁ, ତେବେ ଅବସ୍ଥା ଆହୁରି ଖରାପ ହୋଇପାରେ। ୧୦୦ ରୁ ଅଧିକ ବନ୍ଧକ ଏବେ ମଧ୍ୟ ଗାଜାରେ ହମାସ କବଜାରେ ଅଛନ୍ତି ।

The post ହମାସ ସହିତ ଯୁଦ୍ଧରେ ଇସ୍ରାଏଲର ସବୁଠାରୁ ବଡ଼ କ୍ଷତି । ଆତଙ୍କବାଦୀ ଆକ୍ରମଣରେ ୨୧ ଜଣ ସୈନିକ ମୃତ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started