ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ । ଗହଳି ନିୟନ୍ତ୍ରଣ ପାଇଁ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ।

କନକ ବ୍ୟୁରୋ: ଆଜିଠୁ ରାମଲାଲାଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମନ୍ଦିରରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭିଡ଼ ଜମିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଅନ୍ତ ହୋଇଛି ୫ଶହ ବର୍ଷର ଅପେକ୍ଷା । ଅସ୍ଥାୟୀ ଟେଂଟରୁ ଭବ୍ୟ ମନ୍ଦିରକୁ ଫେରିବା ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜିଠୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ରୂପକୁ ଦେଖି, ବିଭୋର ହେଉଛନ୍ତି ଭକ୍ତ । ସକାଳ ୭ଟାରୁ ଦିନ ସାଢ଼େ ୧୧ଟା ଏବଂ ଏହାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ଖୋଲା ରହିବ ମନ୍ଦିର ।

ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଦିନରେ ରାମଲାଲାଙ୍କୁ ଦର୍ଶନ କରି ଆର୍ଶୀର୍ବାଦ ନେବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ଭୋର ୩ଟାରୁ ମନ୍ଦିର ବାହାରେ ଭକ୍ତଙ୍କ ଭିଡ଼ ଜମିରହିଥିବା ବେଳେ ୭ଟାରୁ ଆରମ୍ଭ ହୋଇଛି ସାଧାରଣ ଦର୍ଶନ । ସକାଳ ୬ଟା ୩୦ରେ ଶୃଙ୍ଗାର ଆଳତି ସମ୍ପନ୍ନ ହୋଇଥିବା ବେଳେ ଅପରାହ୍ନ ୧୨ଟାରେ ଭୋଗ ଆଳତି ଓ ସନ୍ଧ୍ୟା ସାଢ଼େ ୭ଟାରେ ସନ୍ଧ୍ୟା ଆଳତି ସମ୍ପନ୍ନ ହେବ ।

The post ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ । ଗହଳି ନିୟନ୍ତ୍ରଣ ପାଇଁ ରାପିଡ୍ ଆକ୍ସନ ଫୋର୍ସ ମୁତୟନ । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠାରୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା । ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ବିଜେଡିର ଉଦ୍ୟମ ।

କନକ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ । ନିର୍ବାଚନରେ ଲୋକଙ୍କ ନିକଟତର ହେବାକୁ ଆରମ୍ଭ ହୋଇଗଲାଣି ସବୁ ଦଳର ଉଦ୍ୟମ । ବିଜେଡି ମଧ୍ୟ ଏଥିରେ ପଛରେ ପଡ଼ନି । ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯାଇଛି । ଆଜିଠୁ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ପରିବାର ସମ୍ପର୍କ ଯାତ୍ରା । ଘରକୁ ଘର ବୁଲୁଛନ୍ତି ନେତା ଓ କର୍ମୀ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏଁ ଚାଲିବ ଏହି ସମ୍ପର୍କ ଯାତ୍ରା ।

ପରିବାର ସହ ନେତା ଓ କର୍ମକତା ସମ୍ପର୍କ ଯୋଡ଼ିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ସେମାନଙ୍କ ଭଲମନ୍ଦ ବୁଝି ସହଯୋଗ କରିବେ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେଡି ରାଜ୍ୟବ୍ୟାପୀ ମତଦାତାଙ୍କ ପାଖରେ ପହଞ୍ଚିିବାକୁ ଲକ୍ଷ୍ୟ ରଖିଛି । ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ସୁବିଧା ମିଳୁଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ନେବା ପାଇଁ ଦଳୀୟ କର୍ମକର୍ତ୍ତା ପରିବାର ପାଖରେ ପହଞ୍ଚିବେ ।

The post ଆଜିଠାରୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା । ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ବିଜେଡିର ଉଦ୍ୟମ । first appeared on Kanak News.

from Kanak News
via <a href="https://ifttt.com/?

ଘର ଭିତରେ ମୃତ୍ୟୁର ତାଣ୍ଡବ : ୩ ଝିଅ ସମେତ ସ୍ତ୍ରୀ’କୁ ଗୁଳିକରି ହତ୍ୟା ।

ଆମେରିକାର ଚିକାଗୋ ସହରରେ ଜଣେ ପାଞ୍ଚ ସନ୍ତାନର ପିତା ତାଙ୍କର ତିନି ଝିଅ ସମେତ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପତ୍ନୀଙ୍କ ନାମ ମାଜେଡା କାସେମ, ତାଙ୍କୁ ୫୩ ବର୍ଷ ହେଇଥିଲା । ତାଙ୍କର ୨୫ ବର୍ଷୀୟା ଦୁଇ ଯାଆଁଳା ଝିଅ ହାଲେମା ଏବଂ ଜାହିୟା ଏବଂ ୨୪ ବର୍ଷୀୟା ସାନ ଝିଅ ହାନାନ କାସେମଙ୍କୁ ତାଙ୍କ ପିତା ଗୁଳିକରି ହତ୍ୟା କରିଛନ୍ତି ।

ଆମେରିକାର ଚିକାଗୋ ସହରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଅନ୍ତରାତ୍ମାକୁ ଦୋହଲାଇ ଦେଇପାରେ । ପାଞ୍ଚଟି  ସନ୍ତାନର ପିତା ତାଙ୍କ ନିଜର ତିନି ଝିଅ ଏବଂ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ୯୧୧ କୁ  କଲ କରି ଏହି ଘଟଣାକୁ ଏକ ହତ୍ୟାକାଣ୍ଡ ବୋଲି ସେ ବର୍ଣ୍ଣନା କରିଥିଲେ । ରାତି ୧୧.୩୦ ରେ ଜଣେ ବ୍ୟକ୍ତି ଟିନଲି ପାର୍କର ଏକ ଘର ବାହାରେ ପୋଲିସକୁ ଡାକିଥିଲେ । କିଛି ସମୟ ପରେ ଡାକ୍ତରୀ ଦଳ ସେଠାରେ ପହଞ୍ଚି ସମସ୍ତଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣା କୌଣସି ନରସଂହାର ଠାରୁ କମ ନୁହେଁ ।

ମୃତକ ସ୍ତ୍ରୀ ଜଣଙ୍କ ନାମ ୫୩ ବର୍ଷିୟ ମାଜେଡା କାସେମ ବୋଲି ଜଣା ପଡିଛି । ତାଙ୍କର ମୃତ ତିନିଝିଅଙ୍କ ମଧ୍ୟରୁ ଦୁଇ ଜଣ  ଯାଆଁଳା ଥିଲେ ତାଙ୍କ ନାମ ହାଲେମା ଏବଂ ଜାହିୟା, ସେମାନେ ୨୫ ବର୍ଷ ବୟସ୍କା ଥିଲେ ଏବଂ ୨୪  ବର୍ଷୀୟା ସାନ ଭଉଣୀର ନାମ  ହାନାନ କାସେମ ବୋଲି ଜଣାପଡିଛି । ୯୧୧  ମେସେଜ୍ ଟେକର୍ କହିଛନ୍ତି ଯେ ଅଭିଯୁକ୍ତ ଫୋନରେ ଫୋନ୍ କରି କହିଥିଲେ ଯେ ତାଙ୍କ ପତ୍ନୀ ଗୁଳି ଚଳାଇ ମାରି ଦେଇଛନ୍ତି । ୯୧୧  ମେସେଜ୍ ଟେକର୍ ଅନୁଯାୟୀ, କଲ୍ କରୁଥିବା ବ୍ୟକ୍ତି ପ୍ରକୃତରେ ସହଯୋଗ କରିନଥିଲେ ଏବଂ ସଙ୍ଗେ ସଙ୍ଗେ ଫୋନ କଟିଦେଇଥିଲେ ।

ସନ୍ଦିଗ୍ଧ ଗିରଫ

ଜନ ନିରାପତ୍ତା ବିଭାଗର ଟିନ୍ଲି ପାର୍କ କହିଛନ୍ତି  ଯେ ଏହା ଏକ ଘରୋଇ ହିଂସାକାଣ୍ଡ ଏବଂ ପୋଲିସ ପହଞ୍ଚିବା ପରେ ମଧ୍ୟ ସନ୍ଦିଗ୍ଧ ଜଣକ ଘର ଭିତରେ ଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ଘଟଣାସ୍ଥଳରୁ ବନ୍ଧୁକ ମଧ୍ୟ ମିଳିଥିଲା । ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ପରେ ପୋଲିସ କହିଛି ଯେ ଅପରାଧୀଙ୍କୁ ଗିରଫ କରାଯାଇଛି ଏବଂ ଘଟଣାସ୍ଥଳକୁ ସୁରକ୍ଷିତ କରାଯାଇଛି । ପ୍ରାରମ୍ଭିକ ଅନୁସନ୍ଧାନ ହେତୁ ନିକଟସ୍ଥ ବାସିନ୍ଦାଙ୍କୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ କୁହାଯାଇଛି ।

ଏହି ଘଟଣାରେ ପଡୋଶୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି

ସେମାନଙ୍କ ପରିବାର ଭଲ ଲୋକ ବୋଲି ପଡ଼ୋଶୀମାନେ କହିଛନ୍ତି । ସେମାନଙ୍କ ଭବିଷ୍ୟତ ବହୁତ ଉଜ୍ଜ୍ୱଳ ଥିଲା । ସେ କହିଛନ୍ତି ଯେ ପିଲାମାନେ ଫାର୍ମାସିଷ୍ଟ କିମ୍ବା ଡାକ୍ତର ହେବାକୁ ଇଚ୍ଛା କରୁଥିଲେ। ସେହି ବ୍ୟକ୍ତିଙ୍କର ଦୁଇଟି ବୟସ୍କ ପୁଅ ମଧ୍ୟ ଥିଲେ । ତାଙ୍କ ଝିଅ ତାଙ୍କୁ ଜାଣନ୍ତି । ସେ ତାଙ୍କ ବଡ ପୁଅ ସହିତ ସ୍କୁଲ ଯାଇଥିଲେ ଏବଂ ସେ ତାଙ୍କ ଯାଆଁଳା ଭଉଣୀମାନଙ୍କୁ ତାଙ୍କ ସହିତ ଏକାଠି କାମ କରୁଥିଲେ । ସେ ସବୁବେଳେ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ | ସେମାନେ ସମସ୍ତେ ବହୁତ ଭଲ ପିଲା ଥିଲେ ।  ଜୀବନରେ ତାଙ୍କର ବହୁତ ଉଚ୍ଚ ଲକ୍ଷ୍ୟ ଥିଲା । ଏହି ଘଟଣା ପରେ ଗ୍ରାମ ପରିଚାଳକ ପାଟ କାର୍ କହିଛନ୍ତି ଯେ ଜନସାଧାରଣଙ୍କ ପାଇଁ ଆଉ ବିପଦ ନାହିଁ । ଘଟଣା ସ୍ଥଳକୁ ସୁରକ୍ଷିତ କରାଯାଇଛି । ବର୍ତ୍ତମାନ ସନ୍ଦିଗ୍ଧ ଜଣକ ପୋଲିସ ହେପାଜତରେ ଅଛନ୍ତି । କାର୍ କହିଛନ୍ତି ଯେ ଏହି ଘଟଣା କେବଳ ପରିବାର ପାଇଁ ନୁହେଁ ବରଂ ଆଖପାଖର ସମସ୍ତ ପଡ଼ୋଶୀ ମାନଙ୍କ ପାଇଁ କୌଣସି ଦୁଃଖଦ ଘଟଣାଠାରୁ କମ୍ ନୁହେଁ ।

The post ଘର ଭିତରେ ମୃତ୍ୟୁର ତାଣ୍ଡବ : ୩ ଝିଅ ସମେତ ସ୍ତ୍ରୀ’କୁ ଗୁଳିକରି ହତ୍ୟା । first appeared on Kanak News.

from Kanak News
via <a href="https://ifttt.com/?

୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ବନ: ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ଉଠିଲା ନିଲମ୍ବନ

କନକ ବ୍ୟୁରୋ: କଂଗ୍ରେସକୁ ଫେରିଲେ ମହମ୍ମଦ ମୋକିମ୍, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆ । ତିନି ନେତାଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ୧୫ ଜୁଲାଇ ୨୦୨୩ରେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ସୂଚନା ଭବନରେ ଆୟୋଜିତ ‘ଜାନକୀ ବସନ୍ତ ଯୋଡି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଶୀର୍ଷକ ଆଲୋଚନାରେ ଯୋଗଦେଇ ଉଭୟ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା । ଏଥିପାଇଁ ଏଆଇସିସି ଶୃଙ୍ଖଳା କମିଟି ଉଭୟଙ୍କୁ ନିଲମ୍ବନ କରିଥିଲା । ସେହିପରି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ୧୯ ଜାନୁଆରୀ ୨୦୧୯ରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବହିଷ୍କାର କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ହଟିବା ପରେ କନକ ନ୍ୟୁଜ୍କୁ ପ୍ରତିକ୍ରିୟା ଦେଇ ଖୁସି ପ୍ରକାଶ କରିଛନ୍ତି କୃଷ୍ଣଚନ୍ଦ୍ର ସଗରିଆ । ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧିକ ଶକ୍ତିଶାଳୀ ହେଉଛି । ଅନ୍ୟ ଦଳ ଧର୍ମକୁ ନେଇ ରାଜନୀତି କରୁଥିବା ବେଳେ କଂଗ୍ରେସ ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।

The post ୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ବନ: ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ଉଠିଲା ନିଲମ୍ବନ first appeared on Kanak News.

from Kanak News
via <a href="https://ifttt.com/?

କୋଟିଆ କାହାଣୀକୁ ନେଇ ଆସିଲା ତେଲୁଗୁ ଫିଲ୍ମ । କାହାଣୀରେ ସୀମା ପ୍ରସଙ୍ଗକୁ ନେଇ ଫିଲ୍ମରେ ବିବାଦୀୟ ଦୃଶ୍ୟ ।

କନକ ବ୍ୟୁରୋ: ତେଲୁଗୁ ଚଳଚ୍ଚିତ୍ରରେ କୋଟିଆ କାହାଣୀ । ସୀମା ବିବାଦ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ତେଲୁଗୁ ଚଳଚ୍ଚିତ୍ରରେ ବିବାଦୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଫିଲ୍ମର ଟାଇଟଲ ରହିଛି ‘ଏକ୍ସଟ୍ରା ଅର୍ଡିନାରୀ ମ୍ୟାନ୍’ । ବିବାଦୀୟ ଭୁଖଣ୍ଡ କୋଟିଆ ଆନ୍ଧ୍ରର ବୋଲି ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି । ଏପରିକି କୋଟିଆର ଛବିକୁ ମଳିନ କରିବାକୁ ପଛାଇ ନାହାନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ । ଓଡ଼ିଶାର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ଗୌଣ କରାଯାଇଛି ।

ଡିସେମ୍ବର ୮ ତାରିଖରେ ବଡ଼ ପରଦାକୁ ଆସିଛି ଏହି ତେଲୁଗୁ ଚଳଚ୍ଚିତ୍ର । ଏହା ସହ ଓଟିଟି ପ୍ଲାଟଫର୍ମରେ ବହୁଭାଷୀ ଚଳଚ୍ଚିତ୍ର ଭାବେ ଏହି ଫିଲ୍ମ ରିଲିଜ ହୋଇଛି । ସାଉଥ ସିନେମାର ଷ୍ଟାର ଅଭିନେତା ନିତିନ ଓ ଅଭିନେତ୍ରୀ ଶ୍ରୀଲିଲା ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି । ଏଥିରେ କୋଟିଆରେ ବିକାଶ ପହଂଚି ନଥିବା ଦର୍ଶାଯିବା ସହ ଖଳନାୟକ ଏଠାରେ ନିଶା କାରବାର କରି ଲୋକଙ୍କୁ ହତ୍ୟା କରୁଛି । ଫିଲ୍ମରେ ଦର୍ଶାଯାଉଛି ସ୍ୱାଧୀନତା ପୂର୍ବରୁ କୋଟିଆ ଓଡ଼ିଶାର ଥିବା ବେଳେ ସ୍ୱାଧୀନତା ପରେ ଏହା ଆନ୍ଧ୍ରରେ ରହିଛି । ହେଲେ ଉଭୟ ରାଜ୍ୟ ଏହାର ବିକାଶ ଉପରେ ଧ୍ୟାନ ଦେଇନାହାଁନ୍ତି ।

The post କୋଟିଆ କାହାଣୀକୁ ନେଇ ଆସିଲା ତେଲୁଗୁ ଫିଲ୍ମ । କାହାଣୀରେ ସୀମା ପ୍ରସଙ୍ଗକୁ ନେଇ ଫିଲ୍ମରେ ବିବାଦୀୟ ଦୃଶ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀକଲା ଘାଟିରେ ଅଭିନେତା-ଅଭିନେତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । କନ୍ଧମାଳରେ କୁହୁଡ଼ି ଯୋଗୁଁ ଦୁର୍ଘଟଣା ।

କନକ ବ୍ୟୁରୋ: କନ୍ଧମାଳରେ କୁହୁଡ଼ି ହେଲା କାଳ । ଶ୍ରୀକଲା ଘାଟିରେ ଅଭିନେତା-ଅଭିନେତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜି. ଉଦୟଗିରି ନିକଟ ଶ୍ରୀକଲା ଘାଟିରେ ଅଭିନେତା ଅଭିଶେକ ଗିରିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସେ ନିଜେ କାର ଚଳାଉଥିବା ବେଳେ ସାଥିରେ ଥିଲେ ସୁନୀଲ ପଟ୍ଟନାୟକ ଓ ଅଭିନେତ୍ରୀ ସାୟନ ମୁଖାର୍ଜୀ । ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହେବା ପରେ ସମସ୍ତଙ୍କୁ ଜି.ଉଦୟଗିରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା ।

ଓଡ଼ିଆ ଫିଲ୍ମ ଅଦୃଶ୍ୟ ସୁଟିଂ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡ଼ି ଯୋଗୁଁ ଘାଟିରେ କାରଟି ଭାରସାମ୍ୟ ହରାଇ ଗାର୍ଡ ୱାଲକୁ ମାଡ଼ ହୋଇ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଓଲଟି ପଡ଼ିଛି । ଦୁର୍ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

The post ଶ୍ରୀକଲା ଘାଟିରେ ଅଭିନେତା-ଅଭିନେତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । କନ୍ଧମାଳରେ କୁହୁଡ଼ି ଯୋଗୁଁ ଦୁର୍ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତରେ ମାଓବାଦୀ- ଯବାନ ଗୁଳିବିନିମୟ । ଛତ୍ରଭଙ୍ଗ ଦେଲେ ମାଓଗୋଷ୍ଠୀ ।

କନକ ବ୍ୟୁରୋ: ବୌଦ୍ଧ ନଳୀକୁମ୍ପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ କଲେ ଏସଓଜି ଯବାନ । ଲ୍ୟାଣ୍ଡମାଇନ ଓ ଗୋଟିଏ ରାଇଫଲ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଏସଓଜି ଯବାନ କୁମ୍ବିଂ ଅପରେସନ୍ କରିଥିଲେ । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଦୁଇଘଂଟା ଧରି ଗୁଳିବିନିମୟ ହୋଇଥିଲା । ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ଏସଓଜି ଯବାନ ।

The post କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତରେ ମାଓବାଦୀ- ଯବାନ ଗୁଳିବିନିମୟ । ଛତ୍ରଭଙ୍ଗ ଦେଲେ ମାଓଗୋଷ୍ଠୀ । first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦୁଝର ଜାତୀୟ ରାଜପଥରେ ସିରିଜ୍ ଟ୍ରକ୍ ଦୁର୍ଘଟଣା । ଜଣେ ଡ୍ରାଇଭର ମୃତ, ଦୁଇଜଣ ଗୁରୁତର ଆହତ ।

କନକ ବ୍ୟୁରୋ: କେନ୍ଦୁଝର ୫୨୦ ନମ୍ବର ଜାତୀୟ ରାଜପଥ ଟଣ୍ଟୋ ନିକଟରେ ସିରିଜ ଦୁର୍ଘଟଣା । ୩ଟି ଟ୍ରକ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ୨ ଜଣ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ରୁଗୁଡ଼ି ପଟୁ ଆସୁଥିବା ଏକ ଟ୍ରକର ହଠାତ୍ ଚକା ଫାଟିଯିବା କାରଣରୁୁ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ୨ଟି ଟ୍ରକ୍କୁ ଗୋଟିଏ ପରେ ଗୋଟିଏ ଧକ୍କା ଦେଇଥିଲା । ଫଳରେ, ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଓ ଦମକଳ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

The post କେନ୍ଦୁଝର ଜାତୀୟ ରାଜପଥରେ ସିରିଜ୍ ଟ୍ରକ୍ ଦୁର୍ଘଟଣା । ଜଣେ ଡ୍ରାଇଭର ମୃତ, ଦୁଇଜଣ ଗୁରୁତର ଆହତ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀରାମଙ୍କ ପାଦ ତଳେ ଚାଲିଗଲା ଜୀବନ । ରାମଲୀଳା ମଞ୍ଚରେ ଗଲା ହନୁମାନ୍ ଚରିତ୍ର ଅଭିନେତାଙ୍କ ଜୀବନ ।

କନକ ବ୍ୟୁରୋ: ମୃତ୍ୟୁ ତ ଆସିବ ହେଲେ ବେଳେ ବେଳେ ମୃତ୍ୟୁ ଏଭଳି ଆସେ ଯାହାକୁ ସୌଭାଗ୍ୟ ବୋଲି କୁହନ୍ତି । ଏଭଳି ଏକ ଘଟଣା ଘଟିଛି ହରିୟାଣା ଭିବାନୀ ଜିଲ୍ଲା ଜବାହର ଚୌକ୍ ନିକଟରେ ।

ମଞ୍ଚରେ ଚାଲୁଥିଲା ରାମଲୀଳା । ଦର୍ଶକ ଦେଖୁଥାନ୍ତି ଶ୍ରୀରାମଙ୍କ ନିକଟରେ ଭକ୍ତ ଶ୍ରେଷ୍ଠ ହନୁମାନଙ୍କ ନିଷ୍ଠା ଓ ଭକ୍ତିର ଅଭିନୟକୁ । ଏହି ସମୟରେ ଶ୍ରୀରାମଙ୍କ ପାଦପଦ୍ମ ତଳେ ପ୍ରଣାମ କରୁଥିଲେ ହନୁମାନ୍ । ହେଲେ ଆଉ ଉଠିଲେ ନାହିଁ । ଦର୍ଶକ ଭାବିଲେ ଅଭିନେତା ବୋଧହୁଏ ଭାବବିହ୍ୱଳ ହୋଇଯାଇଛନ୍ତି । କିନ୍ତୁ କିଛି ସମୟ ଯିବା ପରେ ବି ଯେତେବେଳେ ଅଭିନେତା ଉଠିଲେ ନାହିଁ ତାଙ୍କୁ ଉଠାଇବାକୁ ଚେଷ୍ଟା କରିବା ବେଳକୁ ସେ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ମୁତାବକ, ହନୁମାନ ଚରିତ୍ରରେ ଅଭିନୟ କରିଥିବା ବ୍ୟକ୍ତି ଜଣକ ବିଦ୍ୟୁତ ବିଭାଗର ଜଣେ ଅବସରପ୍ରାପ୍ତ ବରିଷ୍ଠ ଇଞ୍ଜିନିୟର । ସେ ଗତ ୨୫ ବର୍ଷ ଧରି ରାମଲୀଳାରେ ହନୁମାନ ଚରିତ୍ରରେ ଅଭିନୟ କରିଆସୁଥିଲେ । ତାଙ୍କର ଏପରି ବିୟୋଗରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

The post ଶ୍ରୀରାମଙ୍କ ପାଦ ତଳେ ଚାଲିଗଲା ଜୀବନ । ରାମଲୀଳା ମଞ୍ଚରେ ଗଲା ହନୁମାନ୍ ଚରିତ୍ର ଅଭିନେତାଙ୍କ ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

ଦୁନିଆରେ ବହୁ ପଛରେ ପଡିଯାଇଛି ପାକିସ୍ତାନ : ଏହାକୁ ଟ୍ରାକକୁ ଫେରାଇ ଆଣିବା ଏତେ ସହଜ ନୁହେଁ: ନୱାଜ ସରିଫ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ କହିଛନ୍ତି ଯେ ପାକିସ୍ତାନର ବର୍ତ୍ତମାନର ଅବସ୍ଥା ଅତ୍ୟନ୍ତ ଖରାପ ଅଛି । ଏହାକୁ ଟ୍ରାକକୁ ଫେରାଇ ଆଣିବା ଏତେ ସହଜ ନୁହେଁ । ଏହା ସହିତ ସେ କହିଛନ୍ତି ଯେ ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଯୁବକମାନଙ୍କ ପାଇଁ ଅନେକ ଚାକିରି ସୃଷ୍ଟି କରିବେ ।

ଫେବୃଆରୀ ୮ ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ନୱାଜ ଇମ୍ରାନ ଖାନଙ୍କୁ କଠୋର ପୁଣି ଟାର୍ଗେଟ କରିଛନ୍ତି ।ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗର ମୁଖ୍ୟ ନୱାଜ ସରିଫ କହିଛନ୍ତି ଯେ ପାକିସ୍ତାନର ଅର୍ଥନୈତିକ ବ୍ୟବସ୍ଥାକୁ ଫେରାଇ ଆଣିବା ଅତ୍ୟନ୍ତ କଷ୍ଟକର। ନୱାଜଙ୍କ ଏହି ବିବୃତ୍ତି ସେତେବେଳେ ଆସିଛି ଯେତେବେଳେ ପାକିସ୍ତାନ ପିପୁଲ୍ସ ପାର୍ଟି ଏବଂ ପାକିସ୍ତାନ ମୁସଲିମ ଲିଗ (ପିଏମଏଲ) ସମେତ ଅନ୍ୟ ଦଳ ଜୋରସୋରରେ ନିର୍ବାଚନ ପ୍ରଚାର କରୁଛନ୍ତି ।

୨୪ କୋଟି ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନରେ ଏବେ ନିର୍ବାଚନୀ ମାହୋଲ । ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାପାଇଁ ପାକିସ୍ତାନର ନେତାମାନେ ଜୋରଦାର ପ୍ରଚାର କରୁଛନ୍ତି । ପାକିସ୍ତାନର ଖାଇବର ପାଖ୍ଟନଖୱା ପ୍ରଦେଶର ମନସେରା ସହରରେ ନୱାଜ ସରିଫ NA-15 ରେ ନିର୍ବାଚନ ଲଢୁଛନ୍ତି । ସୋମବାର ଏକ ରାଲିରେ ଯୋଗ ଦେଇ ସେ କହିଛନ୍ତି ଯେ ପାକିସ୍ତାନ ବିଶ୍ୱରେ ବହୁ ପଛରେ ପଡ଼ିଛି ଏବଂ ଦେଶକୁ ପୁନଃନିର୍ମାଣ କରିବାକୁ ପଡ଼ିବ ।ତାଙ୍କ କାର୍ଯ୍ୟକାଳ ସମ୍ପର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ସମୟରେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାକୁ ସେ ୧୦୪ ରେ ସୀମିତ ରଖି ନାହାଁନ୍ତି, ବରଂ ନଗଦ ଅର୍ଥରେ ଅଭାବ ଥାଇ ସୁଦ୍ଧା  ବିଦ୍ୟୁତ କାଟକୁ ମଧ୍ୟ ସେ ବନ୍ଦ କରି ପାରିଥିଲେ । ନାମ ନନେଇ ସେ ପାକିସ୍ତାନ ତେହେରିକ-ଇ-ଇନସାଫ ପିଟିଆଇ ଏବଂ ଏହାର ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ଖାଇବର ପାଖ୍ଟନଖୱାବାସୀ ‘ମିଥ୍ୟାବାଦୀ’ ପାଇଁ ଭୋଟ୍ ଦେଇଥିବାରୁ ଦୁଃଖ ପ୍ରକାଶ କରିଥିଲେ।

୨୦୧୩ ନିର୍ବାଚନକୁ ସ୍ମରଣ କରି ନୱାଜ କହିଛନ୍ତି ଯେ ଜାମିଆତ୍ ଉଲେମା-ଇ-ଇସଲାମ (JUI-F) ମୁଖ୍ୟ ମୌଲାନା ଫଜଲୁର ରେହମାନ କେପିରେ ଏକ ମିଳିତ ସରକାର ଗଠନ ପାଇଁ ତାଙ୍କ ନିକଟକୁ ଯାଇଥିଲେ, ତଥାପି ତାଙ୍କର ଆବଶ୍ୟକ ସଂଖ୍ୟା ଥାଇ ମଧ୍ୟ ସେ ସରକାର ଗଠନ କରିବାକୁ ମନା କରିଦେଇଥିଲେ । ୨୦୧୩  ରୁ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ପ୍ରଦେଶକୁ ଶାସନ କରୁଥିବା ପାର୍ଟିରେ ଖୋଳତାଡ଼ କରି PML-N ସୁପ୍ରିମୋ କହିଛନ୍ତି ଯେ ଏହି ଲୋକମାନେ ପ୍ରଦେଶକୁ ନଷ୍ଟ କରିଛନ୍ତି। ମୁଁ KP ର ଲୋକଙ୍କୁ ପଚାରୁଛି ଗତ ୧୦  ବର୍ଷ ଶାସନ କାଳରେ PTI କଣ କରିଛି ?

ନୱାଜ ବର୍ତ୍ତମାନ ପର୍ଯ୍ୟନ୍ତ ତିନିଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିଛନ୍ତି। ଫେବୃଆରୀ ୮ ରେ ପାକିସ୍ତାନରେ ମତଦାନ ଅନୁଷ୍ଠିତ ହେବ । ସେ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଯଦି ସେ କ୍ଷମତାକୁ ଆସନ୍ତି ତେବେ ତାଙ୍କ ସରକାର ଚାକିରି ଯୋଗାଇଦେବେ ଏବଂ ମନସେହରାଙ୍କୁ ନିଜସ୍ୱ ବିମାନବନ୍ଦର ମିଳିବ ବୋଲି ସେ କହିଛନ୍ତି। ଏହି ଅଞ୍ଚଳରେ ବିଶ୍ୱବିଦ୍ୟାଳୟ ଏବଂ କଲେଜ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି ।

 

The post ଦୁନିଆରେ ବହୁ ପଛରେ ପଡିଯାଇଛି ପାକିସ୍ତାନ : ଏହାକୁ ଟ୍ରାକକୁ ଫେରାଇ ଆଣିବା ଏତେ ସହଜ ନୁହେଁ: ନୱାଜ ସରିଫ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started