ଜାତୀୟ କୁନୋ ଉଦ୍ୟାନରୁ ଆସିଲା ଭଲ ଖବର । ୩ ଶାବକଙ୍କୁ ଜନ୍ମ ଦେଲା ଚିତା ଜ୍ୱାଲା । ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର । ତିନି ଶାବକଙ୍କୁ ଜନ୍ମ ଦେଇଛି ନାମିବିଆରୁ ଆସିଥିବା ଚିତା ଜ୍ୱାଲା । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ଏହା ସହ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିରେ ଚିତା ଶାବକ ମା’ ପାଖରେ ଖେଳୁଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ଚିତା ଆଶା ତିନି ଶାବକଙ୍କୁ ଜନ୍ମ ଦେଇଥିଲା ।

୨୦୨୨ ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୮ଟି ଚିତା ନାମିବିଆରୁ ଅଣାଯାଇଥିଲା । ଏହା ପରେ ୨୦୨୩ ଫେବ୍ରୁଆରୀରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଆଣି କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିଲା । ଭାରତୀୟ ଜଳବାୟୁ ସହ ଖାପ ନଖୁଆଇପାରି ଏପର୍ଯ୍ୟନ୍ତ ବଡ଼ ଓ ଶାବକଙ୍କୁ ମିଶାଇ ମୋଟ୍ ୧୦ଟି ଚିତାଙ୍କର ମୃତ୍ୟୁ ହୋଇସାରିଛି । ଏବେ ଭାରତରେ ମୋଟ୍ ୧୪ ବଡ଼ ଓ ୭ ଚିତା ଶାବକ ଅଛନ୍ତି । ଭାରତରେ ଚିତା ବଂଶ ବୃଦ୍ଧି ଯୋଜନାର ସଫଳତା ଏବେ ବି ବିତର୍କ ଘେରରେ ରହିଛି ।

The post ଜାତୀୟ କୁନୋ ଉଦ୍ୟାନରୁ ଆସିଲା ଭଲ ଖବର । ୩ ଶାବକଙ୍କୁ ଜନ୍ମ ଦେଲା ଚିତା ଜ୍ୱାଲା । ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

କଳାହାଣ୍ଡି ଭବାନୀପାଟଣା ମେଡିକାଲରେ ନିଆଁ । ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଏମସିଏଚ ବିଲ୍ଡିଂରେ ଅଗ୍ନିକାଣ୍ଡ ।  ଅଳ୍ପକେ ବର୍ତ୍ତିଗଲେ ରୋଗୀ । 

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ନିଆଁ । ସ୍ତ୍ରୀ ପ୍ରସୂତି ଓ ଶିଶୁ ବିଭାଗ ୱାର୍ଡରେ ନିଆଁ । ରାତି ପ୍ରାୟ ୧୨ଟା ବେଳେ ସ୍ତ୍ରୀ ପ୍ରସୂତି ଓ ଶିଶୁ ବିଭାଗ ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁ ଲାଗିଥିଲା । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି ।

ସଦର ଏସଡିପିଓ ଓ ଟାଉନ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ୩୦ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚିି ନିଆଁକୁ ଆୟତ କରିଥିଲା । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଶିଶୁମାନଙ୍କୁ ତଳ ମହଲାରେ ରଖାଯାଇଛି । କଳାହାଣ୍ଡି ଏସପି ଓ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ।

The post କଳାହାଣ୍ଡି ଭବାନୀପାଟଣା ମେଡିକାଲରେ ନିଆଁ । ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଏମସିଏଚ ବିଲ୍ଡିଂରେ ଅଗ୍ନିକାଣ୍ଡ ।  ଅଳ୍ପକେ ବର୍ତ୍ତିଗଲେ ରୋଗୀ ।  first appeared on Kanak News.

from Kanak News
via <a href="https://ifttt.com/?

ବସ୍ତିକୁ ମାଡିକଲା କାର୍ । ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବ ପାଳନ ବେଳେ ଭୁବନେଶ୍ୱର ୟୁନିଟ୍-୨ ରେ

କନକ ବ୍ୟୁରୋ: ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବ ପାଳନ ବେଳେ ଅଘଟଣ । ଭୁବନେଶ୍ୱର ୟୁନିଟ୍-୨ ପୁରୁଣା ବିଧାନସଭା ପଛପଟ ବସ୍ତିକୁ ମାଡିଗଲା କାର । ଅତ୍ୟଧିକ ମଦ୍ୟପାନ କରି ଦ୍ରୁତ ଗତିରେ ଗାଡି ଚଳାଉଥିବା ଡ୍ରାଇଭର ଜଣେ ଯୁବକଙ୍କୁ ଧକ୍କା ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କାରରେ ତିନି ଜଣ ଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖି ୩ ଜଣ ମଦ୍ୟପ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ହେଲେ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ବସି ରହିଥିଲେ ଉତ୍ୟକ୍ତ ଲୋକେ ।

The post ବସ୍ତିକୁ ମାଡିକଲା କାର୍ । ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବ ପାଳନ ବେଳେ ଭୁବନେଶ୍ୱର ୟୁନିଟ୍-୨ ରେ first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ରାମ ମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ । ଦିନକୁ ସାଢେ ୯ ଘଣ୍ଟା ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ ।

କନକ ବ୍ୟୁରୋ: ଆଜିଠୁ ରାମଲାଲାଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମନ୍ଦିରରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭିଡ଼ ଜମିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଅନ୍ତ ହୋଇଛି ୫ଶହ ବର୍ଷର ଅପେକ୍ଷା । ଅସ୍ଥାୟୀ ଟେଂଟରୁ ଭବ୍ୟ ମନ୍ଦିରକୁ ଫେରିବା ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜିଠୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ରୂପକୁ ଦେଖି, ବିଭୋର ହେଉଛନ୍ତି ଭକ୍ତ ।

ସକାଳ ୭ଟାରୁ ଦିନ ସାଢ଼େ ୧୧ଟା ଏବଂ ଏହାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ଖୋଲା ରହିବ ମନ୍ଦିର । ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଦିନରେ ରାମଲାଲାଙ୍କୁ ଦର୍ଶନ କରି ଆର୍ଶୀର୍ବାଦ ନେବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ଭୋର ୩ଟାରୁ ମନ୍ଦିର ବାହାରେ ଭକ୍ତଙ୍କ ଭିଡ଼ ଜମିରହିଥିବା ବେଳେ ୭ଟାରୁ ଆରମ୍ଭ ହୋଇଛି ସାଧାରଣ ଦର୍ଶନ । ସକାଳ ୬ଟା ୩୦ରେ ଶୃଙ୍ଗାର ଆଳତି ସମ୍ପନ୍ନ ହୋଇଥିବା ବେଳେ ଅପରାହ୍ନ ୧୨ଟାରେ ଭୋଗ ଆଳତି ଓ ସନ୍ଧ୍ୟା ସାଢ଼େ ୭ଟାରେ ସନ୍ଧ୍ୟା ଆଳତି ସମ୍ପନ୍ନ ହେବ ।

The post ଅଯୋଧ୍ୟା ରାମ ମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ । ଦିନକୁ ସାଢେ ୯ ଘଣ୍ଟା ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ବୁଲି ଦେଖିବେ ।

କନକ ବ୍ୟୁରୋ: ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୪ଟା ୫୦ରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ । ଏହି ଅବସରରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ସହ ଶ୍ରୀଜଗନ୍ନାଥବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ବୁଲି ଦେଖିବେ ।

ସେପଟେ ପୁରୀରେ ଆରମ୍ଭ ହୋଇଛି ନୂଆ କଟକଣା । ଭକ୍ତଙ୍କୁ ଭଲ ବ୍ୟବହାର ସହ ଉଚ୍ଚାରଣ ଓ ଆଚରଣ ଠିକ୍ ରଖିବା ପାଇଁ ସବୁ ନିଯୋଗ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଭକ୍ତ ପ୍ରଭୁଙ୍କ ଅତିଥି, ସେମାନଙ୍କୁ ଭଲ ବ୍ୟବହର କରିବା ଆବଶ୍ୟକ । ଭକ୍ତମାନଙ୍କଠାରୁ ଯେପରି ଶାଳୀନତା ପୂର୍ଣ୍ଣ ଆଚରଣ ଆଶା କରାଯାଉଛି, ସେମାନଙ୍କୁ ମଧ୍ୟ ଶାଳୀନତାପୂର୍ଣ୍ଣ ଆଚରଣ କରିବା ଦରକାର ବୋଲି କୁହାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଚିଠି ପରେ ପୁରୀରେ ନୂଆ କଟକଣା ସହ ଦର୍ଶନ ଚାଲିଛି ।

The post ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ବୁଲି ଦେଖିବେ । first appeared on Kanak News.

from Kanak News
via <a href="https://ifttt.com/?

ଟ୍ରକ୍ ଧକ୍କାରେ ଜଳିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ଚାଳକ । ବରମୁଣ୍ଡା ପଡ଼ିଆ ନିକଟରେ ଦୁର୍ଘଟଣା ।

କନକ ବ୍ୟୁରୋ: ଧକ୍କା ଦେଲା ଟ୍ରକ, ଜଳିଗଲା କାର । ଗତକାଲି ବିଳମ୍ବିତ ରାତିରେ ବରମୁଣ୍ଡା ପଡ଼ିଆ ସମ୍ମୁଖରେ ଏପରି ଏକ ଦୁର୍ଘଟଣା ଘଟିଛି । ଖୋର୍ଦ୍ଧାପଟକୁ ଯାଉଥିବା ଏକ କାରକୁ ଟ୍ରକ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହୁତୁହୁତୁ ହୋଇ ଜଳିଯାଇଛି କାର । ତେବେ କାରର ଚାଳକ ଜଣକ ବର୍ତ୍ତିଯାଇଛନ୍ତି ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ଜାଗମରା ଅଂଚଳର ବିଶ୍ୱଜିତ ସିତାର କାମ ସାରି କଟକରୁ ଘରକୁ ଫେରୁଥିଲେ । ଫାୟାର ଷ୍ଟେସନ ଓଭରବ୍ରିଜ ଗଡ଼ିବା ବେଳେ ପଛପଟୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଟ୍ରକଟି ଦ୍ରୁତ ଗତିରେ ଆସୁଥିବାରୁ କାରକୁ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । କାରଟି ଭାରସାମ୍ୟ ହରାଇ ରାସ୍ତାର ବାମ ପାଶ୍ୱର୍କୁ ଚାଲିଯିବା ସହ ନିଆଁ ଲାଗିଯାଇଥିଲା । ବିଶ୍ୱଜିତଙ୍କ ମୁଣ୍ଡରେ ଆଘାତ ହେବା ସହ ପ୍ରଥମେ ସେ କାରରେ ଫସିରହିଥିଲେ । ସୁଯୋଗ ପାଇ ଟ୍ରକ ଧରି ଚାଳକ ଫେରାର ହୋଇଯାଇଥିବା ବେଳେ ପ୍ରଚଣ୍ଡ ଶବ୍ଦରେ ଅନ୍ୟ ଗାଡ଼ିଚାଳକ ମାନେ ଭୟଭୀତ ହୋଇପଡ଼ିଥିଲେ । ପରେ ଗାଡ଼ି ଭିତରୁ ବିଶ୍ୱଜିତଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଜାତୀୟ ରାଜପଥରୁ ଗାଡ଼ି ହଟାଇବା ସହ ଆହତ ବିଶ୍ୱଜିତଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ।

The post ଟ୍ରକ୍ ଧକ୍କାରେ ଜଳିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ଚାଳକ । ବରମୁଣ୍ଡା ପଡ଼ିଆ ନିକଟରେ ଦୁର୍ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ବାଣୀବିହାର ଓଭର ବ୍ରିଜରେ ସରକାରୀ ବସକୁ ଧକ୍କା ଦେଲା ଘରୋଇ ବସ୍ । ୨ ବସ୍ ଡ୍ରାଇଭରଙ୍କ ସମେତ ଅନେକ ଯାତ୍ରୀ ଆହତ ।

କନକ ବ୍ୟୁରୋ: ଭୁବନେଶ୍ୱର ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା । ଓଏସଆରଟିସି ବସ୍କୁ ଧକ୍କା ଦେଲା ଘରୋଇ ବସ୍ । ଦୁର୍ଘଟଣାରେ ଦୁଇ ବସର ଡ୍ରାଇଭର ସମେତ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଂଚି ଖୋଳତାଡ଼ ଆରମ୍ଭ କରିଛି । ବସ୍ ବ୍ରେକ ଫେଲ ହେବା ଯୋଗୁୁଁ ଏଭଳି ଦୁର୍ଘଟଣା ଘଟିଥିବା ପୁଲିସ କହିଛି । ତେବେ ଓଭରବ୍ରିଜ ଉପରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ ହୋଇଛି ।

The post ବାଣୀବିହାର ଓଭର ବ୍ରିଜରେ ସରକାରୀ ବସକୁ ଧକ୍କା ଦେଲା ଘରୋଇ ବସ୍ । ୨ ବସ୍ ଡ୍ରାଇଭରଙ୍କ ସମେତ ଅନେକ ଯାତ୍ରୀ ଆହତ । first appeared on Kanak News.

from Kanak News
via <a href="https://ifttt.com/?

ମହଙ୍ଗା ପଡ଼ିଲା ପିସିଆର ଭ୍ୟାନରେ ଶବ ସ୍ଥାନାନ୍ତର । ଝାରସୁଗୁଡ଼ା ଲଖନପୁର ଥାନା ତତ୍କାଳୀନ ଆଇଆଇସି ନିଲମ୍ବିତ ।

କନକ ବ୍ୟୁରୋ: ଝାରସୁଗୁଡ଼ାରେ ଦୁର୍ଘଟଣାସ୍ଥଳରୁ ପିସିଆରରେ ଶବ ସ୍ଥାନାନ୍ତର ଘଟଣାରେ ନିଲମ୍ବନ ହୋଇଛନ୍ତି ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନା । ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବିତ କରିଛନ୍ତି ।

ଗତ ୮ତାରିଖରେ ଲଖନପୁର ଥାନା ଠକଠକି ଛକ ନିକଟରେ ହୋଇଥିବା ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୩ଜଣଙ୍କ ଶବକୁ ପିସିଆର ଭ୍ୟାନରେ ନେଇ ବେଲପାହାଡ଼ ଥାନା ଗୌଡ଼ପଡ଼ା ଛକ ନିକଟରେ ଫିଙ୍ଗି ଦିଆଯାଇଥିଲା । ଏନେଇ ଖବର ପ୍ରସାରଣ ହେବା ପରେ ଏସପି ସ୍ମିତ ପର୍ମାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା ପରେ ଗତ ୧୮ତାରିଖରେ ସନ୍ଧ୍ୟାରାଣୀଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଦିଆଯାଇଥିଲା । ଘଟଣାରେ ପୁଲିସ ମହାନିର୍ଦ୍ଦେଶକ ସନ୍ଧ୍ୟାରାଣୀଙ୍କୁ ନିଲମ୍ବନ କରିଛନ୍ତି । ୪ବର୍ଷ ତଳେ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ କାର୍ଯ୍ୟରତ ଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ମାଡ଼ ମାରିବା ଘଟଣାରେ ସନ୍ଧ୍ୟାରାଣୀ ଜେନା ନିଲମ୍ବିତ ହୋଇଥିଲେ ।

The post ମହଙ୍ଗା ପଡ଼ିଲା ପିସିଆର ଭ୍ୟାନରେ ଶବ ସ୍ଥାନାନ୍ତର । ଝାରସୁଗୁଡ଼ା ଲଖନପୁର ଥାନା ତତ୍କାଳୀନ ଆଇଆଇସି ନିଲମ୍ବିତ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଦେଶ ପାଳୁଛି ୧୨୭ ତମ ନେତାଜୀ ଜୟନ୍ତୀ । କଟକ ନେତାଜୀ ସଂଗ୍ରହାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

କନକ ବ୍ୟୁରୋ: ଆଜି ଦେଶ ପାଳୁଛି ୧୨୭ ତମ ନେତାଜୀ ଜୟନ୍ତୀ । ଏହି ଅବସରରେ କଟକ ଓଡ଼ିଆ ବଜାରରେ ଥିବା ନେତାଜୀଙ୍କ ଜନ୍ମସ୍ଥାନରେ ବିଶେଷ ଆୟୋଜନ କରାଯାଇଛି । ସଜେଇ ହୋଇଛି ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନ । ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିିରେ ପୁଷ୍ପମାଲ୍ୟ ଦେଇ ତାଙ୍କ ସ୍ମୃତି ଚାରଣ କରାଯାଉଛି ।

ଏହି ଅବସରରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନେତାଜୀଙ୍କ ସଂଗ୍ରହାଳୟରେ ପହଂଚି ପ୍ରତମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଜି ଯୁବପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ୍ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

The post ଆଜି ଦେଶ ପାଳୁଛି ୧୨୭ ତମ ନେତାଜୀ ଜୟନ୍ତୀ । କଟକ ନେତାଜୀ ସଂଗ୍ରହାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । first appeared on Kanak News.

from Kanak News
via <a href="https://ifttt.com/?

ଦୁଇ କଂଗ୍ରେସ ନେତାଙ୍କ ଉପରୁ ହଟିପାରେ ନିଲମ୍ବନ । ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳଙ୍କ ହୋଇପାରେ ଘର ବାହୁଡା । ପ୍ରଭାରୀଙ୍କୁ ଭେଟିଲେ ଦୁଇ ନେତା ।

କନକ ବ୍ୟୁରୋ: ୬ ମାସରୁ ଅଧିକ ଦିନ ଧରି କଂଗ୍ରେସରୁ ନିଲମ୍ବନ ଥିବା ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ଆଜି ହଟିପାରେ ନିଲମ୍ବନ । ଦୁଇ ହେଭିୱେଟ୍ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଖୋଦ୍ ଅଜୟ କୁମାର ମଧ୍ୟ ଏନେଇ ଆଭାସ ଦେଇଛନ୍ତି । କହିଛନ୍ତି, ଉଭୟଙ୍କ ସହ ଆଲୋଚନା ହୋଇଛି । ଅପେକ୍ଷା କରନ୍ତୁ, ଖୁବ ଶୀଘ୍ର ଭଲ ଖବର ପାଇବେ ବୋଲି ଅଜୟ କୁମାର କହିଛନ୍ତି ।

ଏମିତିକି ଆହୁରି ଅନେକ ନେତା କଂଗ୍ରେସ ଦଳରେ ଯୋଗଦେବେ ବୋଲି କହିଛନ୍ତି । ସେପଟେ ଅଜୟ କୁମାରଙ୍କ ସହ ଆଲୋଚନା ନେଇ ମୋକିମ କହିଛନ୍ତି, ସଂଗଠନକୁ ମଜଭୁତ କରିବା ସହ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି । ନିଲମ୍ବନ ପ୍ରତ୍ୟାହାର ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ । ନିଲମ୍ବନ ହଟିବା ସମ୍ପର୍କରେ ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ମୋକିମ ।

The post ଦୁଇ କଂଗ୍ରେସ ନେତାଙ୍କ ଉପରୁ ହଟିପାରେ ନିଲମ୍ବନ । ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳଙ୍କ ହୋଇପାରେ ଘର ବାହୁଡା । ପ୍ରଭାରୀଙ୍କୁ ଭେଟିଲେ ଦୁଇ ନେତା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started