
କନକ ବ୍ୟୁରୋ: ଚୀନରେ ବଡ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି । ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଝଟକା ନେପାଳ ସହ ଭାରତର ଦିଲ୍ଲୀ ଏନସିଆର ଏବଂ ଉତ୍ତର ଭାରତର ଏକାଧିକ ଅଞ୍ଚଳରେ ଅନୁଭୂତ ହୋଇଛି । ଏହାପରେ ବି ଚୀନରେ ଏକାଧିକ ଥର ଭୂମିକମ୍ପ ସୃଷ୍ଟି ହୋଇଛି, ଯାହାର ତୀବ୍ରତା ୪.୫ ଯାଏଁ ରେକର୍ଡ କରାଯାଇଛି ।
ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜି ର ସୂଚନ ମୁତାବକ, ଭୂମିକମ୍ପ ଚୀନ୍ ଓ ନେପାଳ ସୀମା ପାଖ ଦକ୍ଷିଣ ଝିଞ୍ଜିୟାଙ୍ଗଠାରେ କେନ୍ଦ୍ରୀଭୂତ ହୋଇଛି । ଭୂଗର୍ଭର ୮୦ କିମିରେ ଏହା ସୃଷ୍ଟି ହୋଇଥିବା ଜଣାପଡିଛି । ସୋମବାର ରାତି ପାଖାପାଖି ୨ଟା ସମୟରେ ଭୂମିକମ୍ପ ହୋଇଥିବା ସୂଚନା ରହିଛି । ଏଥିରେ ହୋଇଥିବା କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନାହିଁ ।
The post ଚୀନରେ ଭୀଷଣ ଭୂମିକମ୍ପ । ୭.୨ ତୀବ୍ରତାରେ ଥରିଲା ଚୀନ୍ ମାଟି ।ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଭୂକମ୍ପ ଝଟକା । first appeared on Kanak News.
from Kanak News
via <a href="https://ifttt.com/?








