ବିବାହ ବିଚ୍ଛେଦ ପରେ ସାନିଆ ମୀର୍ଜାଙ୍କ ସପକ୍ଷରେ ବାହାରିଲେ ପାକିସ୍ତାନୀ ପ୍ରଶଂସକ । ସୋସିଆଲ ମିିଡିଆରେ ସୋଏବ ମଲ୍ଲିକଙ୍କୁ ପ୍ରଶଂସକଙ୍କ ପ୍ରଶ୍ନବାଣ

କନକ ବ୍ୟୁରୋ : ସାନିଆ ମୀର୍ଜା ଓ ସୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଭାରତ ସହ ପାକିସ୍ତାନ ମିଡିଆରେ ସେଲିବ୍ରେଟିଙ୍କ ବିବାହ ବିଚ୍ଛେଦ ପରେ ଅନେକ ପ୍ରକାର ଖବର ପ୍ରସାରଣ ହେଊଛି । ସବୁଠୁ ବଡ କଥା ହେଉଛି ସାନିଆଙ୍କୁ ମିଳୁଛି ପାକିସ୍ତାନରୁ ଭରପୂର ସମର୍ଥନ । ସାନିଆଙ୍କ ସମର୍ଥନରେ ଓ ସୋହେବଙ୍କ ବିରୋଧରେ ସୋସିଆଲ ମିଡିଆ ଫଲୋର ଆଗକୁ ଆସୁଛନ୍ତି । ୨୦୧୦ରେ ପ୍ରେମ ବିବାହ କରିଥିଲେ ଓ ୧୪ବର୍ଷ ପରେ ପରସ୍ପରଠୁ ଅଲଗା ହୋଇଛନ୍ତି । ଜାନୁଆରୀ ୨୦ରେ ସୋଏବ ୨ୟ ବିବାହ କରିିଥିବା ଖବର ଫଟୋ କରି ଜଣାଇଥିଲେ ।

The post ବିବାହ ବିଚ୍ଛେଦ ପରେ ସାନିଆ ମୀର୍ଜାଙ୍କ ସପକ୍ଷରେ ବାହାରିଲେ ପାକିସ୍ତାନୀ ପ୍ରଶଂସକ । ସୋସିଆଲ ମିିଡିଆରେ ସୋଏବ ମଲ୍ଲିକଙ୍କୁ ପ୍ରଶଂସକଙ୍କ ପ୍ରଶ୍ନବାଣ first appeared on Kanak News.

from Kanak News
via <a href="https://ifttt.com/?

ଉତ୍ସାହ ଓ ଖୁସି ସହ ବିଭୋର ରାମଭକ୍ତ । ଶ୍ରୀରାମ ପତାକାରେ ଝଲସିଲା ମନ୍ଦିର, ମଠ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଲା ଆମେରିକାଠୁ ବିଟ୍ରେନ

କନକ ବ୍ୟୁରୋ : ରାମନାମରେ ପ୍ରକମ୍ପିତ ହୋଇଛି ସାରା ଦେଶ । ପ୍ରାଣପ୍ରତିଷ୍ଠା ପାଇଁ କେବଳ ଉତରପ୍ରଦେଶର ଅଯୋଧ୍ୟା ସହର ଉତ୍ସବ ମୁଖର ହୋଇ ଉଠିନି ବଂର ପୂରା ଦେଶରେ ଦେଖିବାକୁ ମିଳିଛି ସେହି ସମାନ ଉତ୍ସାହ ଓ ଖୁସି ।ରାମଙ୍କ ଭକ୍ତିରେ ବିଭୋର ହୋଇଛନ୍ତି ରାମଭକ୍ତ । ବିଭିନ୍ନ ସହରରେ ଥିବା ରାମ ଓ ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ପାଠ କରାଯିବା ସହ ବେଶ ଆକର୍ଷଣୀୟ ସାଜସଜା କରାଯାଇଛି । ଘର, ମନ୍ଦିର, ମଠରେ ରାମଭକ୍ତ ଲଗାଇଛନ୍ତି ଶ୍ରୀରାମଙ୍କ ପତାକା । ସ୍ଥାନେ ସ୍ଥାନେ ରାଲି କରାଯାଇଛି । ଦୀପ ଓ ଆଲୋକମାଳାରେ ଝଲସି ଉଠିଛି ଘରଦ୍ୱାର, ମନ୍ଦିର ପରିସର ।

କେବଳ ଦେଶରେ ନୁହେଁ ବିଦେଶରେ ଥିବା ପ୍ରବାସୀ ଭାରତୀୟ ଓ କିଛି ବିଦେଶୀ ଭକ୍ତ ମଧ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ବେଶ ଖୁସିର ସହ ପାଳିଛନ୍ତି । କେଉଁଠି କାର ରାଲି କରାଯାଇଛି ତ ପୁଣି କେଉଁଠି ଶୋଭାଯାତ୍ରା ବାହାର କରିଛନ୍ତି ରାମଭକ୍ତ । ଇଷ୍ଟୋନିଆରେ ଥିବା ଭାରତୀୟ ପ୍ରବଳ ତୁଷାରପାତ ଭିତରେ ଜୟ ଶ୍ରୀରାମ ନାରା ଦେବା ସହ ସେପଟେ ବାଙ୍ଗଲାଦେଶରେ ଥିବା ହିନ୍ଦୁ ମଧ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ପାଳିଛନ୍ତି । ନ୍ୟୁଜିଲ୍ୟାଣ୍ଡ, ଜର୍ମାନୀ ସରକାର ମଧ୍ୟ ଭିଡିଓ ଜାରି କରି ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ।

ଆମେରିକା ରହୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଛି । ବିଶାଳ ରାମଙ୍କ ନାମର ପତାକା ହାତରେ ଧରି ଟାଇମ୍ସ ସ୍କ୍ୱାୟାରରେ ଭିଡ ଜମାଇଛନ୍ତି ରାମଭକ୍ତ । କିଛି ସ୍ଥାନରେ ପ୍ରାଣପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ କରାଯାଇଥିଲା ନ୍ୟୁୟର୍କ ଟାଇମ୍ସ ସ୍କ୍ୱାୟରରେ ପ୍ରଭୁ ରାମ ଓ ଅଯୋଧ୍ୟା ରାମନ୍ଦିରର ଝଲକ ମଧ୍ୟ ଦେଖିବାକୁ ମିଳିଛି । ଏଥିସହ ରାମଭକ୍ତମାନେ ଲଡୁ ବାଟିଂ ନିଜ ଖୁସି ପ୍ରକାଶ କରିବା ସହ ପ୍ରଭୁ ରାମଙ୍କ ପ୍ରତି ଭକ୍ତି ଜଣାଇଛନ୍ତି ।

The post ଉତ୍ସାହ ଓ ଖୁସି ସହ ବିଭୋର ରାମଭକ୍ତ । ଶ୍ରୀରାମ ପତାକାରେ ଝଲସିଲା ମନ୍ଦିର, ମଠ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଲା ଆମେରିକାଠୁ ବିଟ୍ରେନ first appeared on Kanak News.

from Kanak News
via <a href="https://ifttt.com/?

ଆସାମରେ ନ୍ୟାୟ ଯାତ୍ରାକୁ ଅଟକାଯାଇଥିବା ଅଭିଯୋଗ ଆଣିଲେ ରାହୁଲ । ସନ୍ଥ ଶଙ୍କରଦେବଙ୍କ ଜନ୍ମସ୍ଥଳୀକୁ ଯିବାକୁ ଦେଲାନି ପୁଲିସ ପ୍ରଶାସନ

କନକ ବ୍ୟୁରୋ : ଆସାମର ନଅଗାଁରେ ନ୍ୟାୟ ଯାତ୍ରାକୁ ଅଟକାଯାଇଥିବା ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ । ସନ୍ଥ ଶଙ୍କରଦେବଙ୍କ ଜନ୍ମସ୍ଥଳୀକୁ ଯିବାକୁ ପୁଲିସ ପ୍ରଶାସନ ଅନୁମତି ଦେଇନଥିବା ଅଭିଯୋଗ କରିଛନ୍ତି ରାହୁଲ । ଏହାସହ ତାଙ୍କ ଉପରେ କାହିଁକି ଏହି କଟକଣା ଲଗାଯାଇଛି । ଏବଂ କଣ ଅପରାଧ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଅନୁମତି ମିଳିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ । ପ୍ରଥମେ ଅନୁମତି ଦିଆଯାଇଥିଲା କିନ୍ତୁ ପରେ ବାରଣ କରାଯାଇଥିବା କହିଛନ୍ତି । ପ୍ରତିବାଦରେ ଆସାମ ନଗାଁରେ ରାସ୍ତା ଉପରେ ବସିଯାଇଥିଲେ ରାହୁଲ ଗାନ୍ଧୀ । ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ ବି କରାଯାଇଛି । ନଅଗାଁ ଅଂଚଳରେ ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ କିଛି ଲୋକେ ପୋଷ୍ଟର ଓ ବ୍ୟାନର ଧରି ବିରୋଧ ପ୍ରଦର୍ଶନ କରିବା ସହ ଗୋ ବ୍ୟାକ ସ୍ଲୋଗାନ ଦେଇଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା ବିରୋଧରେ ବି ନାରାବାଜି କରିଛନ୍ତି ଲୋକେ । ରାହୁଲ ଗାନ୍ଧୀ ଏକ ଦୋକାନରେ ବାହାରେ ଠିଆ ହୋଇଥିବାବେଳେ ଲୋକ ବିରୋଧ ପ୍ରଦର୍ଶନ କରିଥିବା ଚିତ୍ର ସାମ୍ନାକୁ ଆସିଛି । ଏହାପରେ ରାହୁଲ ଗାନ୍ଧୀଙ୍କୁ ସୁରକ୍ଷା କର୍ମୀ ସେଠାରୁ ନେଇଯାଇଥିଲେ ।

The post ଆସାମରେ ନ୍ୟାୟ ଯାତ୍ରାକୁ ଅଟକାଯାଇଥିବା ଅଭିଯୋଗ ଆଣିଲେ ରାହୁଲ । ସନ୍ଥ ଶଙ୍କରଦେବଙ୍କ ଜନ୍ମସ୍ଥଳୀକୁ ଯିବାକୁ ଦେଲାନି ପୁଲିସ ପ୍ରଶାସନ first appeared on Kanak News.

from Kanak News
via <a href="https://ifttt.com/?

ଶୁଭ ମୁହୁର୍ତରେ ଅଯୋଧ୍ୟାରେ ରାମଲାଲାଙ୍କର ହେଲା ପ୍ରାଣ ପ୍ରତିଷ୍ଠା । ଦିବ୍ୟ ଦର୍ଶନ କଲା ସାରା ବିଶ୍ୱ, ପ୍ରାଣ ପ୍ରତିଷ୍ଠା ଉତ୍ସବରେ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ : ଭବ୍ୟ, ଦିବ୍ୟ ସ୍ୱରୂପ । ମନମୋହକ ପ୍ରଭୁ ଶ୍ରୀରାମଙ୍କ ବାଳରୂପ । ଯେଉଁ ରୂପ ଦେଖିବାକୁ ବର୍ଷ ବର୍ଷ ଧରି କୋଟି କୋଟି ରାମ ଭକ୍ତ ଅପେକ୍ଷା କରିଥିଲେ, ଏବେ ଅନ୍ତ ଘଟିଛି । ଅଯୋଧ୍ୟା ନଗରୀର ଭବ୍ୟ ମନ୍ଦିରର ଗର୍ଭ ଗୃହରେ ମର୍ଯ୍ୟାଦାପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ବିରାଜମାନ ହୋଇଛନ୍ତି । ପଣ୍ଡିତ ଓ ସାଧୁ ସନ୍ଥଙ୍କ ମନ୍ତ୍ରଉଚ୍ଚାରଣ ଓ ପୂଜାପାଠ ଭିତରେ, ସଂପନ୍ନ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ।

ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ କୋଟି କୋଟି ଦେଶବାସୀଙ୍କ ଉକ୍ରଣ୍ଠା ବଢ଼ି ଚାଲିଥିବାବେଳେ, ଶୁଭ ମୁହୁର୍ତରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ପୂଜା ସାମଗ୍ରୀ ଧରି ମନ୍ଦିରକୁ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାପରେ ମଂଗଳ ବେଳାରେ, ଗର୍ଭ ଗୃହରେ ଆରମ୍ଭ ହୋଇଥିଲା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ପଣ୍ଡିତଙ୍କ ମନ୍ତ୍ରଉଚ୍ଚାରଣ ସହ ଶ୍ରୀରାମଙ୍କ ପୂଜାର୍ଚ୍ଚନା ହୋଇଥିଲା । ପୂଜାର୍ଚ୍ଚନା ଭିତରେ ପ୍ରଧାନମନ୍ତ୍ରୀ ପ୍ରଥମେ ରାମଲାଲାଙ୍କ ଆଖିରୁ ପଟିକୁ ହଟାଇଥିଲେ । ପ୍ରଥମେ ଏକ ଆଇନାରେ ରାମଲାଲା ନିଜକୁ ଦେଖିଥିଲେ । ତାପରେ ରାମଲାଲାଙ୍କ ପାଦରେ ପୁଷ୍ପାର୍ପଣ କରିଥିଲେ ମୋଦୀ । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ, ଭଗବାନଙ୍କ ଚରଣରେ ନିଜକୁ ସମର୍ପିତ କରି ସାଂଟାଙ୍ଗ ପ୍ରଣିପାତ କରିଥିଲେ । ଉପସ୍ଥିତ ପଣ୍ଡିତଙ୍କ ଆଶୀର୍ବାଦ ନେଇଥିଲେ ପ୍ରଧାନମନ୍ତ୍ରୀ ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଗର୍ଭ ଗୃହ ଭିତରେ ଉପସ୍ଥିତ ରହିଥିଲେ ସଂଘ ପ୍ରମୁଖ ମୋହନ ଭାଗବତ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ୍ । ରାମଲାଲାଙ୍କ ପୂଜାର୍ଚ୍ଚନା କରିଥିଲେ । ପୁଷ୍ପାଞ୍ଜଳି ଦେଇଥିଲେ । ଶେଷରେ ଏହି ଐତିହାସିକ ମୁହୂର୍ତକୁ ବ୍ୟାଖ୍ୟା କରିଥିଲେ ପ୍ରଧାନମନ୍ତ୍ରୀ । ଭାରତ ପାଇଁ ଗର୍ବ ଓ ଗୌରବର ଦିନ ବୋଲି କହିଥିଲେ ମୋଦୀ ।

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସହ ଭାରତୀୟ ସଂସ୍କୃତିରେ ଯୋଡି ହୋଇଯାଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । କେବଳ ଭାରତ ନୁହେଁ, ସାରାବିଶ୍ୱ ଏହି ଐତିହାସିକ ମୁହୁର୍ତର ସାକ୍ଷୀ ହୋଇଛି । ବିଶ୍ୱର କୋଣ ଅନୁକୋଣରେ ଥିବା ରାମଭକ୍ତଙ୍କ ମୁହଁରୁ ସ୍ୱାଭାବିକ ଭାବେ ଆଜି ବାହାରୁଥିଲା ଜୟ ଶ୍ରୀରାମ ଧ୍ୱନି ।

The post ଶୁଭ ମୁହୁର୍ତରେ ଅଯୋଧ୍ୟାରେ ରାମଲାଲାଙ୍କର ହେଲା ପ୍ରାଣ ପ୍ରତିଷ୍ଠା । ଦିବ୍ୟ ଦର୍ଶନ କଲା ସାରା ବିଶ୍ୱ, ପ୍ରାଣ ପ୍ରତିଷ୍ଠା ଉତ୍ସବରେ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ first appeared on Kanak News.

from Kanak News
via <a href="https://ifttt.com/?

ଭାରତରେ ଅଯୋଧ୍ୟା ଓ ଥାଇଲାଣ୍ଡରେ ଅୟୁଥ୍ୟା ଉଭୟ ସ୍ଥାନରେ କମ୍ପୁଛି ‘ଜୟ ଶ୍ରୀରାମ’ ନାରା, ଜାଣନ୍ତୁ ଉଭୟ ସ୍ଥାନ ମଧ୍ୟରେ କଣ ରହିଛି ସମାନତା

କନକ ବ୍ୟୁରୋ : ଆଜିର ଦିନ ହେଉଛି ଅଯୋଧ୍ୟାର । ସାରା ବିଶ୍ୱରେ ଆଜି ଅଯୋଧ୍ୟା ବିଷୟରେ ଆଲେଚନା କରାଯାଉଛି । ଆଜି ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରତିମୂର୍ତ୍ତୀ ସ୍ଥାପିତ ହୋଇଛି । ଆଜି ସାରା ଭାରତର ଲୋକେ ଏହାକୁ ମହା ଆଡମ୍ବରରେ ପାଳନ କରୁଛନ୍ତି । ବିଦେଶରେ ମଧ୍ୟ ରାମଙ୍କ ନାମର ସ୍ୱର ଶୁଣିବାକୁ ମିଳୁଛି । ଏବେ ଯେତେବଳେ ଆମେ ଅଯୋଧ୍ୟାର କଥା କୁହୁଛୁ ସେତେବେଳେ ଏହିଭଳି ନାମରେ ଚାଲନ୍ତୁ ଏକ ଅନ୍ୟ ସହରର କଥା କହିବା । ଏହି ସହର ୧୩୫୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଏବଂ ଏହା ଥାଇଲାଣ୍ଡରେ ଅବସ୍ଥିତ ।

ଏହି ସହର ନାମ ଅୟୁଥ୍ୟା, ଏହା ପୂର୍ବରୁ ଏକ ବିରାଟ ସାମ୍ରାଜ୍ୟର ରାଜଧାନୀ ଥିଲା । ଥାଇଲାଣ୍ଡରେ ଅୟୁଥ୍ୟା ରାଜଧାନୀ ବ୍ୟାଙ୍କକକ୍ ଠାରୁ ୭୦ କିଲୋମିଟର ଦୂରରେ ଅବସ୍ଥିତ ।
ଅଯୋଧ୍ୟା ଓ ଅୟୁଥ୍ୟା ମଧ୍ୟରେ କିଛି ସମାନତା ମଧ୍ୟ ଅଛି । ଯେମିତି ଅଯୋଧ୍ୟା ସରୟୁ ନଦୀ କୂଳରେ ଅବସ୍ଥିତ ସେହିଭଳି ଅୟୁଥ୍ୟା ସହର ତିନୋଟି ନଦୀ ଦ୍ୱାରା ଘେରି ରହିଛି । କୁହାଯାଏ ଯେ ଅଯୋଧ୍ୟା ଓ ଅୟୁଥ୍ୟା ଏହି ଦୁଇଟି ଶବ୍ଦର ସମାନ ହେବା କୌଣସି ଆକସ୍ମିକ ନୁହେଁ ।

ବାସ୍ତବରେ ସଂସ୍କୃତ ଶବ୍ଦ ଗୁଡିକୁ ଅନୁକରଣ କରି ଏଠାରେ ନୂତନ ନାମ ସୃଷ୍ଟି କରାଯାଇଛି । ଭାରତର ପ୍ରାଚୀନ ସଭ୍ୟତା ଦକ୍ଷିଣ ପୂର୍ବ ଏସିଆ ଉପରେ ବହୁତ ଅଧିକା ପ୍ରଭାବ ପକାଇଛି । କୁହାଯାଏ ଯେ ଅୟୁଥ୍ୟା ପ୍ରତିଷ୍ଠା ହେବା ପୂର୍ବରୁ ରାମାୟଣ ଥାଇଲ୍ୟାଣ୍ଡରେ ରେ ପହଂଚିସାରିଥିଲା ।

ଥାଇଲ୍ୟାଣ୍ଡରେ ରାମାୟଣକୁ ରାମାକିଏନ୍ ନାମରେ ଜାଣନ୍ତି । ଏବଂ ଥାଇଲ୍ୟାଣ୍ଡର ଲୋକମାନେ ରାଜାଙ୍କୁ ଭଗବାନ ବିଷ୍ମୁର ପ୍ରତିରୂପ ମାନନ୍ତି । ଏହି ସବୁ କାରଣ ପାଇଁ ସେଠାରେ ଥିବା ରାଜାମାନଙ୍କୁ ରାମା-୧, ରାମା-୨ ଏହିଭଳି ବିଭିନ୍ନ ନାମରେ ଜାଣନ୍ତି ।

ଥାଇଲାଣ୍ଡରେ ସଂସ୍କୃତ ଭାଷା ବ୍ୟତୀତ ପାଲି ଭଳି ଭାଷାର ପ୍ରଭାବ ମଧ୍ୟ ଦେଖାଯାଏ । ୟୁନେସ୍କୋ ଅନୁସାରେ ଅନେକ ଦେଶର ରାଷ୍ଟ୍ରଦୂତମାନେ ଅୟୁଥ୍ୟାଙ୍କ ରାଜ ଦରବାରକୁୁ ଆସୁଥିଲେ । ଏହି ସବୁରେ ମୋଗଲ କୋର୍ଟ, ଜାପାନ ଏବଂ ଚୀନ ସାମ୍ରାଜ୍ୟର ଦୂତମାନେ ମଧ୍ୟ ଅଛନ୍ତି ।

ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ କୂଟନୈତିକ ସମ୍ପର୍କକୁ ପ୍ରାୟ ୭୭ ବର୍ଷ ପୁରଣ ହେବା ପାଇଁ ଯାଉଛି । ହେଲେ ସାଂସ୍କୃତିକ ଓ ଧାର୍ମିକ ସମ୍ପର୍କ ଶତାଦ୍ଦୀ ପୁରୁଣା । ରାମାୟଣ କଥା କହିବା ପାଇଁ ଗଲେ ଏହାର ଅନେକ, ସଂସ୍କରଣ ଥାଇଲାଣ୍ଡରେ ହୋଇଛି । ଏହାକୁ ଥାଇ ରାଜା ରାମା-୧ ଦ୍ୱିତୀୟଥର ଲେଖିଥିଲେ । ରାମକିଏନ୍ ଏପର୍ଯ୍ୟନ୍ତ ଏଠାରେ ମଂଚସ୍ଥ ହୁଏ ।

ଅୟୁଥ୍ୟାର ଇତିହାସ ବିଷୟ କହିବା ପାଇଁ ଗଲେ ଏହା ଚତୁର୍ଦ୍ଦଶରୁ ଅଷ୍ଟାଦଶ ଶତାଦ୍ଦୀ ପର୍ଯ୍ୟନ୍ତ ବହୁତ ସମୃଦ୍ଧ ଥିଲା । ୧୭୬୭ ରେ ବର୍ମା ଏହା ଉପରେ ଆକ୍ରମଣ କରିଥଲା  । ଏହି ସହର ଆଉ ପୁନର୍ବାର ସ୍ଥାପିତ ହେଲା ନାହିଁ । ପ୍ରତ୍ୟେକ ମୂର୍ତ୍ତି ଏବଂ ଅଟ୍ଟାଳିକାର ଧ୍ୱଂସାବଶେଷ ଏଠାରେ ବିଦ୍ୟାମାନ ଅଛି ।

The post ଭାରତରେ ଅଯୋଧ୍ୟା ଓ ଥାଇଲାଣ୍ଡରେ ଅୟୁଥ୍ୟା ଉଭୟ ସ୍ଥାନରେ କମ୍ପୁଛି ‘ଜୟ ଶ୍ରୀରାମ’ ନାରା, ଜାଣନ୍ତୁ ଉଭୟ ସ୍ଥାନ ମଧ୍ୟରେ କଣ ରହିଛି ସମାନତା first appeared on Kanak News.

from Kanak News
via <a href="https://ifttt.com/?

କଂଗ୍ରେସ କରିବ ବାହାଘର: ବିଜେଡି-ବିଜେପି ଭିତରେ ପକାଇବ ହାତଗଣ୍ଠି!

କନକ ବ୍ୟୁରୋ: ଅନେକ ପ୍ରସଙ୍ଗରେ ବିଜେଡି-ବିଜେପି ନେତା ପରସ୍ପର ବିରୋଧରେ ବୟାନ ଦେଉଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଦୁଇ ଦଳର ନେତା ପରସ୍ପରକୁ ସମାଲୋଚନା କରୁଛନ୍ତି, ତଥାପି ଉଭୟ ଦଳ ମଧ୍ୟରେ ଭିତିରି ବୁଝାମଣା ଥିବା ଆଲୋଚନା ହେଉଛି । ଏଭଳି ସ୍ଥିତିରେ ବିଜେଡି-ବିଜେପି ଏକାଠି ଅଛନ୍ତି ବୋଲି ବାର୍ତା ନେଇ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରୁଛି ବିରୋଧୀ କଂଗ୍ରେସ ।

କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା ଚର୍ଚ୍ଚା ଭିତରେ କଟାକ୍ଷ କରି, ଏମିତି ଏକ ନିଆରା ରଣନୀତି ଆପଣାଇବାକୁ ଯୋଜନା କରିଛି କଂଗ୍ରେସ । ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଗଲାଣି । ଯୋଜନା ଅନୁସାରେ ଖୁବ୍ ଶୀଘ୍ର କଂଗ୍ରେସ ଭବନରେ ପ୍ରତୀକାତ୍ମକ ଭାବେ ଧୂମଧାମରେ ବିଜେଡି ଓ ବିଜେପିର ବାହାଘର ହେବ । ଏଥିରେ ବିଜେଡି ବର ହେବ ଓ ବିଜେପି କନିଆ ହେବ । ସାହାନାଇ ବାଜିବ । ଜନତା ସାଜିବେ ଅତିଥି । ଭୋଜିଭାତର ବି ଆୟୋଜନ ହେବ । ଏବେ କେବଳ ଅପେକ୍ଷା ତିଥିକୁ । ବ୍ରାହ୍ମଣ ତିଥି ଓ ସମୟ ଧାର୍ଯ୍ୟ କଲେ ବାହାଘର ହେବ ।

୨୦୧୯ ପରଠାରୁ ରାଜ୍ୟରେ କ୍ଷମତାରେ ଥିବା ବିଜେଡି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରି ଆସିଛି । ଯେତେବେଳେ ବିରୋଧୀ କେନ୍ଦ୍ର ସରକାରକୁ ଅଡୁଆରେ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି, ସେତେବେଳେ ବିଜେଡି, ପାଖରେ ଛିଡା ହୋଇଛି । କେବଳ ଏତିକି ଉଭୟ ଦଳର ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି । ଯାହାକୁ ନେଇ ଦୁଇ ଦଳର ନେତା, କର୍ମୀଙ୍କଠାରୁ ଆରମ୍ଭ କରି ଜନତା, ସମସ୍ତେ ଦ୍ୱନ୍ଦ୍ୱରେ ପଡିଛନ୍ତି । ଆଉ ଏହାକୁ ନେଇ ବିରୋଧୀ କଂଗ୍ରେସ ବିଜେଡି-ବିଜେପିକୁ ଘେରି ଆସିଛି । ଦୁଇ ଦଳ ମଧ୍ୟରେ ଭିତିରି ବୁଝାମଣା ଥିବା ଅଭିଯୋଗ କରି ଆସିଛି । ହେଲେ, କଂଗ୍ରେସର ଅଭିଯୋଗକୁ ବିଜେଡି- ବିଜେପି ଖଣ୍ଡନ କରିଛନ୍ତି । ଏହା ଭିତିହୀନ ବୋଲି କହିଛନ୍ତି । ତେବେ କଂଗ୍ରେସର ଏହି ରଣନୀତିକୁ ଲୋକେ କେମିତି ଗ୍ରହଣ କରିବେ, ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।

The post କଂଗ୍ରେସ କରିବ ବାହାଘର: ବିଜେଡି-ବିଜେପି ଭିତରେ ପକାଇବ ହାତଗଣ୍ଠି! first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ପାଇଁ ଗାଁ ମୁହାଁ ବିଜେଡି: ଜନ ସଂପର୍କ ପରେ ପରିବାର ସଂପର୍କ ଅଭିଯାନ

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ଆଉ ଦୁଇ ମାସ ବାକି ଥିବା ବେଳେ ଗାଁ ମୁହାଁ ହୋଇଛନ୍ତି ରାଜନୈତିକ ଦଳ । ଜନସମ୍ପର୍କ ପରେ ବିଜେଡି ଆରମ୍ଭ କରିବାକୁ ଯାଉଛି ପରିବାର ସମ୍ପର୍କ କାର୍ଯ୍ୟକ୍ରମ । ୫ ତାରିଖ ଯାଏଁ ଘରେ ଘରେ ନବୀନ ସରକାରଙ୍କ ବାର୍ତା ପହଂଚାଇବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେପଟେ ୨୪ବର୍ଷରେ ବିଜେଡି ଲୋକଙ୍କ ପାଇଁ କିଛି କରିନାହିଁ । ଏବେ ଗାଁକୁ ଗଲେ ଲୋକେ ଏହାର ଉଚିତ ଜବାବ ଦେବେ ବୋଲି ବିରୋଧୀ କହିଛନ୍ତି ।

ସାଧରଣ ନିର୍ବାଚନକୁ ପ୍ରାୟ ୨ ମାସ ବାକି ରହିଛି । ଆଉ ଭୋଟରଙ୍କ ପାଖରେ ପହଂଚିବା ପାଇଁ କସରତ ଆରମ୍ଭ କଲେଣି ପ୍ରତ୍ୟେକ ରାଜନୈତିକ ଦଳ । ଏଥିଲାଗି ଗାଁ ମୁହାଁ ହେଲେଣି ନେତା । ଘରେ ଘରେ ପହଂଚିବା ପାଇଁ ବିଜେଡି ନୂଆ ଅଭିଯାନ ଆରମ୍ଭ କରିଛି । ଜନ ସଂପର୍କ ପରେ ପରିବାର ସଂପର୍କ କାର୍ଯ୍ୟକ୍ରମ କରିବ ବିଜେଡି । ଆସନ୍ତାକାଲି ନେତାଜୀ ଜୟନ୍ତୀରୁ ମାର୍ଚ୍ଚ ୫ ତାରିଖ ଯାଏଁ ଘରେ ଘରେ ନବୀନ ସରକାରଙ୍କ ବାର୍ତା ପହଂଚାଇବ ପାଇଁ ଦଳର ନେତା ଓ ବିଭିନ୍ନ ଛାମୁଆ ସଂଗଠନକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ନିର୍ବାଚନ ପାଇଁ ପରିବାର ସଂପର୍କ..
– ପ୍ରତ୍ୟେକ ପଂଚାୟତରେ ବିଜେଡି ବାଂଟିବ ଲିଫଲେଟ୍
– ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲାକଙ୍କୁ ଅବଗତ କରାଇବେ ବିଜେଡି ନେତା
– ଲିଫଲେଟ ବାଂଟି ପ୍ରଚାର ମୁଡକୁ ଆସିବ ବିଜେଡି
-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ଫାଇଭ-ଟିର ସ୍ୱଚ୍ଛତା, ପରିକ୍ରମା ପ୍ରକଳ୍ପ , କାଳିଆ ଭଳି ଯୋଜନାକୁ ପ୍ରସଙ୍ଗ କରିବ ବିଜେଡି

ବିଜେଡିର ପରିବାର ସମ୍ପର୍କ କାର୍ଯ୍ୟକ୍ରମକୁ ନେଇ ବିରୋଧୀ କହିଛନ୍ତି, ୨୪ ବର୍ଷ ଭିତରେ ଲୋକଙ୍କ ପାଇଁ କିଛି କରିନାହିଁ ବିଜେଡି । ଗାଁକୁ ଗଲେ ଲୋକେ ତାର ଉଚିତ ଜବାବ ଦେବେ ।

ଫେବୃଆରୀ ମାସରେ ଶେଷ କିମ୍ବା ମାର୍ଚ ପ୍ରଥମ ସପ୍ତାହରେ ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏହାପୂର୍ବରୁ ସବୁ ରାଜନୈତିକ ଦଳ ଭୋଟରଙ୍କ ପାଖରେ ପଂହଚିବା ପାଇଁ ଉଦ୍ୟମ ଆରମ୍ଭ କଲେଣି ।

The post ନିର୍ବାଚନ ପାଇଁ ଗାଁ ମୁହାଁ ବିଜେଡି: ଜନ ସଂପର୍କ ପରେ ପରିବାର ସଂପର୍କ ଅଭିଯାନ first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେଉଛି ପ୍ରାତ୍ର ଇଲେକ୍ଟ୍ରୋନିକ୍ସର ସେଲସ୍ ବୁକିଂ । ୧ ହଜାର ଟଙ୍କା ଦେଇ ବୁକିଂ କରନ୍ତୁ ୩୦ ହଜାର ଟଙ୍କାର ଜିନିଷ କିଣନ୍ତୁ

କନକ ବ୍ୟୁରୋ : ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ସର୍ବବୃହତ ରିଟେଲ ଚେନ ପାତ୍ର ଇଲେକ୍ଟ୍ରୋନିକସରେ ସେଲସ ବୁକିଂ ଆରମ୍ଭ ହୋଇଛି । ଆଜି ହିଁ ୧,୦୦୦ ଟଙ୍କା ଦେଇ ବୁକିଂ କରନ୍ତୁ ଏବଂ ଜାନୁଆରୀ ୨୬ ତାରିଖ ଦିନ ୩୦ ହଜାର ଟଙ୍କାରୁ ଉର୍ଧ୍ଵ ଯେକୌଣସି ଜିନିଷ କିଣିଲେ ଆପଣ ପାଇବେ ୫,୯୯୦ ଟଙ୍କା ମୂଲ୍ୟର ଏକ ବିନ ବ୍ୟାଗ । ଏହି ଅଫର ପାତ୍ର ଇଲେକ୍ଟ୍ରୋନିକସର ସମସ୍ତ ଷ୍ଟୋରରେ ଉପଲବ୍ଧ ହେବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ବୁକିଂ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନାଯୋଗ୍ୟ ଯେ, ଆସନ୍ତା ଜାନୁଆରୀ ୨୬ ପାଇଁ ପାତ୍ର ଇଲେକ୍ଟ୍ରୋନିକ୍ସ ତରଫରୁ ବହୁ ଆକର୍ଷଣୀୟ ଅଫର ମଧ୍ୟ ରଖାଯାଇଛି । ଯେମିତିକି ୫୫ ଇଞ୍ଚ ଏଲଇଡି ଟିଭି ସହ ୩୨ ଇଞ୍ଚ ଟିଭି ମାଗଣାରେ ।  ୱାସିଂ ମେସିନ କିଣିଲେ ଗ୍ରାଇଣ୍ଡର ମାଗଣାରେ । ୩୪,୯୯୦ ଟଙ୍କାରେ ଟିଭି, ଫ୍ରିଜ, ୱାସିଂ ମେସିନ ସହିତ ଗ୍ରାଇଣ୍ଡର ଓ ଆଇରନର କମ୍ବୋ ଅଫର ।  ସାଇଡ ବାଏ ସାଇଡ ଫ୍ରିଜ କିଣିଲେ ୧୦ କେଜି ଟପ୍ ଲୋଡ଼ ୱାସିଂ ମେସିନ ମାଗଣାରେ ମିଳୁଥିବା ବେଳେ ଏଆର କଣ୍ଡିସନର ନେଲେ ମିନି ବାର ଫ୍ରିଜ ମାଗଣାରେ ମିଳୁଛି । ଆପଣ ୮୦୯୩୦୨୬୬୭୬ ନମ୍ବରରେ ମିସଡ଼ କଲ କରି ଲକି ଡ୍ର ରେ ଭାଗନେଇ ପୁରସ୍କାର ମଧ୍ୟ ଜିତିପାରିବେ ।

The post ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେଉଛି ପ୍ରାତ୍ର ଇଲେକ୍ଟ୍ରୋନିକ୍ସର ସେଲସ୍ ବୁକିଂ । ୧ ହଜାର ଟଙ୍କା ଦେଇ ବୁକିଂ କରନ୍ତୁ ୩୦ ହଜାର ଟଙ୍କାର ଜିନିଷ କିଣନ୍ତୁ first appeared on Kanak News.

from Kanak News
via <a href="https://ifttt.com/?

ଆଇଏଏସ ସ୍ତରରେ ବଡ ଧରଣ ଅଦଳ ବଦଳ: ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଅତିରିକ୍ତ ଦାୟିତ୍ୱରେ ରହିଲେ ସମର୍ଥ ବର୍ମା

କନକ ବ୍ୟୁରୋ: ଆଜି ରାଜ୍ୟ ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି । ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ସେପଟେ ଆଇଏଏସ ସମର୍ଥ ବର୍ମାଙ୍କୁ ମିଳିଛି ଅତିରିକ୍ତ ଶ୍ରୀମନ୍ଦିର ମ୍ରୁ୍ୟ ପ୍ରଶାସକ ଦାୟିତ୍ୱ । ସେହିପରି ଆଶିଷ ଠାକରେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ, ବୀନିତ ଭରଦ୍ୱାଜ ହେଲେ କଟକ ଜିଲ୍ଲାପାଳ । ବିଶାଳ ସିଂ ହେଲେ କେନ୍ଦୁଝର ଜିଲ୍ଲାପାଳ । ଅବଦୁଲ ଅଖତର ହେଲେ ଅନୁଗୁଳ ଜିଲ୍ଲାପାଳ । ଚଞ୍ଚଳ ରାଣା ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ମାଇନର ମିନେରାଲ୍ସର ନିର୍ଦ୍ଦେଶକ ହେଲଲେ ସୁଦର୍ଶନ ଚକ୍ରବର୍ତ୍ତୀ । ଗ୍ରାମାଞ୍ଚଳ ବିକାଶ ନିର୍ଦ୍ଦେଶକ ହେଲେ ନିଖିଲ ପବନ କଲ୍ୟାଣ । ବିଜୟ ଦାସ ହେଲେ ପୁରୀ ଜିଲ୍ଲାପାଳ । ମନୀଷା ବର୍ମା ହେଲେ ସାମାଜିକ କଲ୍ୟାଣ ନିର୍ଦ୍ଦଶକ । ସିର୍ଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ କଟକ କମିଶନର ।

The post ଆଇଏଏସ ସ୍ତରରେ ବଡ ଧରଣ ଅଦଳ ବଦଳ: ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଅତିରିକ୍ତ ଦାୟିତ୍ୱରେ ରହିଲେ ସମର୍ଥ ବର୍ମା first appeared on Kanak News.

from Kanak News
via <a href="https://ifttt.com/?

ପାରାଦୀପର ତୈଳ ବିଶୋଧନାଗାରରେ ଫୁଲର ସମ୍ଭାର । ଦେଖଣାହାରୀଙ୍କ ମନ ମୋହୁଛି ଫୁଲରେ ସଜ୍ଜିତ କଳସ, ଡଙ୍ଗା, ହାତୀ ଓ ନର୍ତ୍ତକୀ

କନକ ବ୍ୟୁରୋ : କୋହଲା ପାଗ ସାଙ୍ଗକୁ ଶୀତୁଆ ସକାଳ । ଅହରହ କେଁ କଟର କଟର ତେଲ କମ୍ପାନୀ ଭିତରେ ଫୁଲର ଗହଳି । ଅପୂର୍ବ ଶୋଭାରାଜିର ନିଆରା ସମ୍ଭାର    । ଫୁଲରେ ଚିତ୍ରିତ ଭିନ୍ନ ଭିନ୍ନ ରୂପ । କଳସ, ଡଙ୍ଗା, ହାତୀ ଓ ନର୍ତକୀ ରୂପରେ ସଜ୍ଜା ହୋଇଛି ଫୁଲ । ଏ ହେଉଛି, ପାରାଦୀପର ତୈଳ ବିଶୋଧନାଗାରର ଦୃଶ୍ୟ    । ଦିନ ରାତି ପେଟ୍ରୋଲ ଡିଜେଲ ଗ୍ୟାସ ତିଆରି ଚାଲିଥିବା ଏହି ବିଷ ବଳୟରେ ଶୋଭା ପାଉଛି ଭଳିକି ଭଳି ଫୁଲ ।

ବିଶୋଧନାଗାର ଟାଉନ ସିପ୍ରେ ଚଳିତ ବର୍ଷ ଅନୁଷ୍ଠିତ ହୋଇଛି ୧୩ତମ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ । ହେନା, ଜୁଇ, ଜାଇ, ମଲ୍ଲି, ଗେଣ୍ଡୁ ସହ ବିଭିନ୍ନ ରଙ୍ଗବେରଙ୍ଗର ଫୁଲ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି । ସ୍ଥାନୀୟ ଲୋକ ଫୁଲ ପ୍ରଦର୍ଶନୀ ଦେଖିବା ସହ ମେଳାରେ ଖୋଲିଥିବା ଷ୍ଟଲରୁ କିଣାକିଣି କରୁଛନ୍ତି ।

କମ୍ପାନୀର କିଛି କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମରେ ସୃଷ୍ଟି ହୋଇଛି ଏମିତି ସୁନ୍ଦର ପରିବେଶ । କଳକାରଖାନା ସହିତ ସମାନ୍ତରାଳ ଭାବେ ପ୍ରଦୂଷଣର ମାତ୍ରା ବଢୁଥିବା ବେଳେ ପ୍ରତିକୂଳ ପରିବେଶରେ ଫୁଲର ସମ୍ଭାର ସୃଷ୍ଟି କରିବା ଏକ ଚ୍ୟାଲେଂଚ ।

The post ପାରାଦୀପର ତୈଳ ବିଶୋଧନାଗାରରେ ଫୁଲର ସମ୍ଭାର । ଦେଖଣାହାରୀଙ୍କ ମନ ମୋହୁଛି ଫୁଲରେ ସଜ୍ଜିତ କଳସ, ଡଙ୍ଗା, ହାତୀ ଓ ନର୍ତ୍ତକୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started