କଳାହାଣ୍ଡି ଆଧିବାସୀଙ୍କ ନିଆରା ପରମ୍ପରା ଟୋକି ପର୍ବ । ଭଲ ଚାଷ ପାଇଁ ୧୨ ବର୍ଷରେ ଥରେ ପାଳନ ହୁଏ ନିଆରା ପର୍ବ

କନକ ବ୍ୟୁରୋ : ଆଦିବାସୀ ପରମ୍ପରା, ସଂସ୍କୃତି ଚାଲିଚଳଣୀରେ ଭରି ରହିଛି ଆଦିମ ସଭ୍ୟତାର ଝଲକ୍ । ଯଦିଓ ଧିରେଧିରେ ବେଶଭୂଷାରେ ପରିବର୍ତ୍ତନ ହୋଇଛି, ତଥାପି କନ୍ଧ ସମ୍ପ୍ରଦାୟରେ ପରମ୍ପରାର ନିଦର୍ଶନ ଦେଖିବାକୁ ମିଳେ । ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଜନଜାତିଙ୍କ ଦ୍ଵାରା ପ୍ରତି ୧୨ ବର୍ଷ ଅନ୍ତରରେ ଟୋକିମରା ପର୍ବ ପାଳନ କରାଯାଏ। ଚଳିତ ବର୍ଷ ଜିଲ୍ଲାର ଥୁଆମୂଳରାମପୁର ଓ କଲମପୁର ବ୍ଲକ ଅନ୍ତର୍ଗତ ମାଠିଆପଡା ଗାଁରେ ଧୂମଧାମାରେ ପାଳିତ ହୋଇଛି ଟୋକିମରା ପର୍ବ । ପାରମ୍ପରିକ ରୀତିନୀତି ଅନୁସାରେ ଗ୍ରାମ ପୂଜାରୀ, ଜାନି, ଗାଁ ମୁଣ୍ଡରେ ଅସ୍ଥାୟୀ ମାଟି ଘର ପାଖରେ ଟୋକିପର୍ବ ପୂଜା ଆରମ୍ଭ କରନ୍ତି । ପରେ ଇଷ୍ଟଦେବୀ ଓ ବିଭିନ୍ନ ଦେବାଦେବୀଙ୍କୁ ଆବାହନ କରାଯାଇ ଦେବୀଙ୍କ ପୀଠରେ ପୂର୍ବ ବର୍ଷ ପୋତା ଯାଇଥିବା ଅସ୍ତ୍ରକୁ ବାହାର କରି ମାର୍ଜଣା କରିବା ପରେ ପାରମ୍ପରିକ ବାଜା ସହ ଗ୍ରାମ ପରିକ୍ରମା କରିବାର ବିଧି ରହିଛି ।

ଦେବୀଙ୍କ ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ଏକାଠି ହୋଇଥିଲେ । ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ନାଚଗୀତ କରି ଗାଁ ମୁଣ୍ଡରେ ଥିବା ମାଟି ମାଆକୁ ପୂଜା କରିବା ପରେ ବୋଦା ବଳି ଦିଆଯାଇଥିଲା । ପରେ ବଳିର ଅଂଶକୁ ନେବା ପାଇଁ ଆଦିବାସୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଦେଖା ଦେଇଥିଲା । ବିଶ୍ୱାସ ରହିଛି, ଟୋକି ପର୍ବରେ ଦିଆଯାଇଥିବା ବଳିର ଅଂଶକୁ ନେଇ ନିଜ ଚାଷ ଜମିରେ ପୋତିଲେ, ଦେବୀଙ୍କ କୃପାରୁ ଭଲ ଫସଲ ଅମଳ ହୋଇଥାଏ । ପୂର୍ବରୁ ଏହି ପର୍ବରେ କୁମାରୀ କନ୍ୟାକୁ ବଳି ଦେବା ପରମ୍ପରା ଥିଲା । ଏବେ ବୋଦାକୁ ମଣିଷ ନାମରେ ନାମିତ କରି ବଳି ଦିଆଯାଉଛି । ତେଣୁ ଏହି ପର୍ବକୁ
ଟୋକି ମରା ପର୍ବ ବୋଲି କୁହାଯାଏ ।

The post କଳାହାଣ୍ଡି ଆଧିବାସୀଙ୍କ ନିଆରା ପରମ୍ପରା ଟୋକି ପର୍ବ । ଭଲ ଚାଷ ପାଇଁ ୧୨ ବର୍ଷରେ ଥରେ ପାଳନ ହୁଏ ନିଆରା ପର୍ବ first appeared on Kanak News.

from Kanak News
via <a href="https://ifttt.com/?

ସମସ୍ତଙ୍କ ମନରେ ପ୍ରଭୁ ରାମ । ସାଖୀଗୋପାଳରେ ପଟ୍ଟଚିତ୍ର ମାଧ୍ୟମରେ ରାମ ମନ୍ଦିର କରି ଭକ୍ତି ଅର୍ଘ୍ୟ ଅର୍ପଣ କଲେ ଶିଳ୍ପୀ

କନକ ବ୍ୟୁରୋ : ପୁରୀ ସତ୍ୟବାଦୀ ବ୍ଲକ ମଠ ସାହି ଅଂଚଳରେ ପଟ୍ଟଚିତ୍ର କାରିଗର ନୀଳମଣି ଜେନାଙ୍କ ତୁଳି ମୁନରେ ଶୋଭା ପାଇଛି ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ରାମଲାଲାଙ୍କ ଭବ୍ୟ ମନ୍ଦିର ଏବଂ ଜନ୍ମଠାରୁ ରାଜଭିସେକ ବିଷୟ ବସ୍ତୁ । ରାମଲାଲାଙ୍କ ଜୀବନୀ ଠାରୁ ନେଇ ରାଜ୍ୟଭିଷେକ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଅତି ନିଖୁଣ ଭାବେ ଦର୍ଶାଇଛନ୍ତି ନୀଳମଣି ଓ ତାଙ୍କ ସହଯୋଗୀ । କଟନ କପଡ଼ା ଏବଂ ସଂପୂର୍ଣ୍ଣ ପ୍ରାକୃତିକ ରଙ୍ଗରେ ମୋଟ ୮ ଫୁଟ ଲମ୍ବ ଏବଂ ୩ ଫୁଟ ଓସାରର ଏହି କଳାକୃତିକୁ ନୀଳମଣି ଏବଂ ତାଙ୍କ ୫ ସହଯୋଗୀ ଆଙ୍କିବାକୁ ୩୦ ଦିନ ସମୟରେ ନେଇଛନ୍ତି । ସେହିଭଳି କେନ୍ଦ୍ରାପଡା ଜିଲ୍ଲାର ଜଣେ ଯୁବତୀ ରାମ ସୀତାଙ୍କୁ ଖୁବ୍ ସୁନ୍ଦର ଚିତ୍ର ଆଙ୍କିଛନ୍ତି । କୁସିଆପଲ ଗାଁର ସ୍ୱପ୍ନରାଣୀ ଚୁଳି, ମୁରୁଜ ମାଧ୍ୟମରେ ଶ୍ରୀରାମ ଓ ସୀତାମାତାଙ୍କ ଚିତ୍ର ଆଙ୍କି ନିଜ ଇଶ୍ୱର ଭକ୍ତି ପରିପ୍ରକାଶ କରିଛନ୍ତି ।

The post ସମସ୍ତଙ୍କ ମନରେ ପ୍ରଭୁ ରାମ । ସାଖୀଗୋପାଳରେ ପଟ୍ଟଚିତ୍ର ମାଧ୍ୟମରେ ରାମ ମନ୍ଦିର କରି ଭକ୍ତି ଅର୍ଘ୍ୟ ଅର୍ପଣ କଲେ ଶିଳ୍ପୀ first appeared on Kanak News.

from Kanak News
via <a href="https://ifttt.com/?

ମାଲକାନଗିରି ବଣ୍ଡାଘାଟି ସହ ରହିଛି ରାମଙ୍କ ବନବାସର ସଂପର୍କ । ଆଜି ବି ଉଦଜିବିତ ତ୍ରେତୟା ଯୁଗର ଚିହ୍ନ ଓ କିମ୍ବଦନ୍ତି

କନକ ବ୍ୟୁରୋ : ପିତୃ ସତ୍ୟ ପାଳନ ପାଇଁ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ କରିଥିଲେ । ସାଥିରେ ଥିଲେ ଭ୍ରାତା ଲକ୍ଷ୍ମଣ ଓ ପତ୍ନୀ ସୀତା । ସେତେବେଳେ ଦଣ୍ଡକାରଣ୍ୟ ଜଙ୍ଗଲରେ ବହୁ ବର୍ଷ ବିତାଇଥିଲେ ମର୍ଯ୍ୟାଦା ପୁରୁଷୋତମ ରାମ ଓ ମାତା ସୀତା । ଦଣ୍ଡକାରଣ୍ୟ ଜଙ୍ଗଲରେ ସମୟ କାଟିବା ବେଳେ ବଣ୍ଡାଘାଟିକୁ ଆସିଥିଲେ । କିମ୍ବଦନ୍ତି କୁହେ, ବଣ୍ଡା ଘାଟିର ଏହି କୁଣ୍ଡରେ ମାତା ସୀତା ସ୍ନାନ କରିବା ବେଳେ ତାଙ୍କୁ ଉପହାସ କରିଥିଲେ ବଣ୍ଡା ରମଣୀ । ବଣ୍ଡା ରମଣୀଙ୍କ ଉପହାସ ଅସହ୍ୟ ହେବାରୁ, ଆଗାମି ୧୦ ପୁରୁଷ ଯାଏଁ ମହିଳାମାନେ ଲଣ୍ଡା ରହିବା ସହ ଅର୍ଧଲଗ୍ନ ରହିବା ନେଇ ଅଭିଶାପ ଦେଇଥିଲେ ମାତା ସୀତା । ସେଇ ଅଭିଶାପ ଅନୁଯାଇ ବଣ୍ଡାମାନେ ଆଜି ବି ଲଣ୍ଡା ବେଶରେ ରହିବା ସହ ଦେହକୁ ମାଳିରେ ଘୋଡାଇ ରଖନ୍ତି, ଆଉ ହାତ ତିଆରି ରିଙ୍ଗା ପିନ୍ଧନ୍ତି ।

ମାତା ସୀତା ସ୍ନାନ କରିଥିବା କଥା ବସ୍ତୁକୁ ଆଧାର କରି ସୀତା କୁଣ୍ଡ ନାମରେ ନାମିତ ବଣ୍ଡାଘାଟିର ଏହି ଝରଣା । ୨୦୨୨ ମାର୍ଚ ୨୨ରେ ରାମ ଗମନ ପଥ କାବ୍ୟ ଯାତ୍ରା ଏଠାରେ ପହଁଚି ଥିବା ବେଳେ ତତକାଳିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ରାମ ମନ୍ଦିର ପ୍ରତିଷ୍ଠା ଲାଗି ଏଠାରୁ ଜଳ ସଂଗ୍ରହ କରିଥିଲେ ।

ସମୁଦ୍ର ପତନ ଠାରୁ ପ୍ରାୟ ୫ହଜାର ଫୁଟ ଉଚ୍ଚ ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ଦୁଇଟି ପଂଚାୟତରେ ପ୍ରାୟ ୭ ହଜାରରୁ ଅଧିକ ଆଦିମ ବଣ୍ଡା ଜନଜାତିର ଲୋକେ ବସବାସ କରନ୍ତି । ଘାଟିରେ ପୁରାତନ ମହିଳାମାନେ ଆଜି ବି ପାରମ୍ପାରିକ ଲଣ୍ଡା ବେଶରେ ଦେଖିବାକୁ ମିଳୁଥିବା ବେଳେ ଯୁବପିଢିଙ୍କ ମଧ୍ୟରେ ପରିବର୍ତନ ପରିଲକ୍ଷିତ ହେଉଛି ।

The post ମାଲକାନଗିରି ବଣ୍ଡାଘାଟି ସହ ରହିଛି ରାମଙ୍କ ବନବାସର ସଂପର୍କ । ଆଜି ବି ଉଦଜିବିତ ତ୍ରେତୟା ଯୁଗର ଚିହ୍ନ ଓ କିମ୍ବଦନ୍ତି first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟାରେ ରାମଲାଲାଙ୍କା ପ୍ରାଣ ପ୍ରତିଷ୍ଠା, ଗାଁ ଗାଁରେ ଉତ୍ସବ । ବିଭିନ୍ନ ଜିଲ୍ଲାରେ ଥିବା ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା

କନକ ବ୍ୟୁରୋ : ଭଗବାନ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସବୁଠି ଆଧ୍ୟାତ୍ମିକ ବାତାବରଣ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ସ୍ଥିତ ଇସାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ । ସକାଳୁ ଶତାଧିକ ମହିଳା ନଦୀରେ ସ୍ନାନ କରି କଳସ ଶୋଭାଯାତ୍ରାରେ ଆସି ଯଜ୍ଞ ସ୍ଥଳରେ କଳସ ସ୍ଥାପନ କରିଛନ୍ତି । ସେପ୍ଣଙ୍କ କେନ୍ଦୁଝର ଜିଲ୍ଲା ଯୋଡ଼ା ଓ ବଡ଼ବିଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ଯୁବବର୍ଗ ବିଭିନ୍ନ ପ୍ରକାର ରାଲିରେ ସାମିଲ ହେଉଥିବା ବେଳେ ଶ୍ରଦ୍ଧାଳୁମାନେ ରାମଚରିତ୍ର ମାନସ ପଠନ ସହିତ ଭଜନ କୀର୍ତନ କରୁଛନ୍ତି ।

ନିଜକୁ ସଜେଇ ଶୋଭାଯାତ୍ରା କରୁଛନ୍ତି ଶ୍ରୀରାମଙ୍କ ଭକ୍ତ । ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶରେ ସଜେଇ ହୋଇ ଗଂଜାମ ଖଲ୍ଲିକୋଟରେ ଶୋଭାଯାତ୍ରା କରିଛନ୍ତି । ଖଲ୍ଲିକୋଟରେ ୧୦୮ ଜଣ ହନୁମାନ ବେଶରେ ସଜେଇ ହୋଇଛନ୍ତି ।

ଆଜିର ଭବ୍ୟ ମୁହୁର୍ତର ମୁକାସାକ୍ଷୀ ହେବା ପାଇଁ ସମସ୍ତେ ଅଯୋଧ୍ୟ ଯାଇ ପାରିନାହାନ୍ତି । ଯିବା ମଧ୍ୟ ସମ୍ଭବ ନୁହେଁ । ଲୋକ ସିନା ଅଯୋଧ୍ୟା ଯାଇ ପାରିନାହାନ୍ତି, ଗାଁ ଗାଁରେ ଅଯୋଧ୍ୟାର ବାସ୍ନା ବାରି ହୋଇପଡୁଛି । ଜଗତସିଂହପୁର ସଦର ଟାଉନହଲ ସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ଶ୍ରଦ୍ଧାଳୁମାନେ ମନ୍ଦିର ଯାଇ ମର୍ଯ୍ୟାଦା ପୁରୁଷଙ୍କ ଦର୍ଶନ କରିଛନ୍ତି । ଯାଜପୁର ସହରରେ ଥିବା ପ୍ରଭୂ ଶ୍ରୀରାମ ମନ୍ଦିରରେ ଆକର୍ଷଣୀୟ ଢଙ୍ଗରେ ସଜାଯାଇ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ମନ୍ଦିର ପରିଶରରେ ଶ୍ରଦ୍ଧାଳୁମାନେ ପ୍ରଦୀପ ପ୍ରଜ୍ୱଳନ କରିବା ସହ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଭଜନ କୀର୍ତନରେ ପୁରା ପରିବେଶ ରାମମୟ ହୋଇଛି ।

୫୦୦ ବର୍ଷ ର ସ୍ୱପ୍ନ ଆଜି ପୂରଣ ହୋଇଛି । ଅଯୋଦ୍ଧାରେ ରାମଲାଲାଙ୍କ ଭବ୍ୟ ମନ୍ଦିର ସହ ବିଗ୍ରହ ପ୍ରତିଷ୍ଠା ହୋଇ ସାରିଛି । ସାରା ଦେଶରେ ରାମମୟରେ ପରିଣତ ହୋଇଯାଇଛି । ଗାଁରୁ ନେଇ ଅଯୋଦ୍ଧା ପର୍ଯ୍ୟନ୍ତ ସବୁଆଡେ ଆଜି ଉତ୍ସବ ହିଁ ଉତ୍ସବ । ଅଯୋଦ୍ଧା ଯାଇ ନଥିବା ଲୋକ ନିଜ ଗାଁ, ସହରର ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ଏହି କ୍ରମରେ ସୁନ୍ଦରଗଡ ରାମ ମନ୍ଦିରରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ ।

The post ଅଯୋଧ୍ୟାରେ ରାମଲାଲାଙ୍କା ପ୍ରାଣ ପ୍ରତିଷ୍ଠା, ଗାଁ ଗାଁରେ ଉତ୍ସବ । ବିଭିନ୍ନ ଜିଲ୍ଲାରେ ଥିବା ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ । ଗ୍ରୁପ ‘ଏ’ ଗ୍ରୁପ ‘ବି’ ଅଫିସର ନିଯୁକ୍ତିରେ ସଂଶୋଧନ

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ମୁଖ୍ୟ ଶାସନ ସଚିବ ପିକେ ଜେନା ସୂଚନା ଦେଇଛନ୍ତି । ସୂଚନା ମୁତାବକ ୧୪ଟି ପ୍ରସ୍ତାବ ମଧ୍ୟରେ ରହିଛି ପିଡିଏସ ବ୍ୟବସ୍ଥାର ସଂଶୋଧନ, ଗ୍ରୁପ ଏ ଓ ଗ୍ରୁପ ବି ଅଫିସର ନିଯୁକ୍ତି ପ୍ରକ୍ରିୟାରେ ସଂଶୋଧନ । ଏହାସହ କଳାହାଣ୍ଡି କୋକସରାରେ ହେବ ଏକସାଇଜ ଷ୍ଟେସନ, ଓଡିଶା ଅଗ୍ନିଶମବାହିନୀ ନିଯୁକ୍ତିରେ ହେବ ସଂଶୋଧନ । ଖୋର୍ଦ୍ଦା ଡେରାସରେ ହେବ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ।

The post ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ । ଗ୍ରୁପ ‘ଏ’ ଗ୍ରୁପ ‘ବି’ ଅଫିସର ନିଯୁକ୍ତିରେ ସଂଶୋଧନ first appeared on Kanak News.

from Kanak News
via <a href="https://ifttt.com/?

କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳ: ଅଜୟ କୁମାର କହିଲେ, ଆଲୋଚନା ହେଲା, ଖୁବଶୀଘ୍ର ପାଇବେ ଖୁସି ଖବର

କନକ ବ୍ୟୁରୋ: ୬ ମାସରୁ ଅଧିକ ଦିନ ଧରି କଂଗ୍ରେସରୁ ନିଲମ୍ବନ ଥିବା ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ ଖୁବଶୀଘ୍ର ଦଳକୁ ଫେରିବେ । ଆଜି ଦୁଇ ହେଭିୱେଟ୍ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଖୋଦ୍ ଅଜୟ କୁମାର ମଧ୍ୟ ଏନେଇ ଆଭାସ ଦେଇଛନ୍ତି । କହିଛନ୍ତି, ଉଭୟଙ୍କ ସହ ଆଲୋଚନା ହୋଇଛି । ଅପେକ୍ଷା କରନ୍ତୁ, ଖୁବ ଶୀଘ୍ର ଭଲ ଖବର ପାଇବେ ବୋଲି ଅଜୟ କୁମାର କହିଛନ୍ତି । ଏମିତିକି ଆହୁରି ଅନେକ ନେତା କଂଗ୍ରେସ ଦଳରେ ଯୋଗଦେବେ ବୋଲି କହିଛନ୍ତି । ସେପଟେ ଅଜୟ କୁମାରଙ୍କ ସହ ଆଲୋଚନା ନେଇ ମୋକିମ କହିଛନ୍ତି, ସଂଗଠନକୁ ମଜଭୁତ କରିବା ସହ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି । ନିଲମ୍ବନ ପ୍ରତ୍ୟାହାର ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ । ନିଲମ୍ବନ ହଟିବା ସମ୍ପର୍କରେ ଦଳ ନିଷ୍ପତି ନେବ ବୋଲି କହିଛନ୍ତି ମୋକିମ ।

The post କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳ: ଅଜୟ କୁମାର କହିଲେ, ଆଲୋଚନା ହେଲା, ଖୁବଶୀଘ୍ର ପାଇବେ ଖୁସି ଖବର first appeared on Kanak News.

from Kanak News
via <a href="https://ifttt.com/?

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁଠି ଉତ୍ସାହ: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷ ଦେଖିଲେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ପ୍ରାଣ ପ୍ରତିଷ୍ଠାର ଲାଇଭ ଦେଖିଛନ୍ତି । ତାଙ୍କ ସହ ଫାଇଭ-ଟି ଅଧ୍ୟକ୍ଷ ପାଣ୍ଡିଆନ ମଧ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଦେଖିଛନ୍ତି । ସେହିପରି କଟକ ଜିଲ୍ଲା ଗୋପୀନାଥପୁରରୁ ଅଯୋଧ୍ୟାରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଲାଇଭ ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

The post ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁଠି ଉତ୍ସାହ: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷ ଦେଖିଲେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟାକୁ ଛୁଟୁଛି ଉପହାରର ସୂଅ । ଜାଣନ୍ତୁ ପ୍ରଭୁ ଶ୍ରୀରାମଙ୍କ ପାଇଁ କେଉଁଠୁ ଆସିଛି କିଭଳି ଦାନ

କନକ ବ୍ୟୁରୋ : ବହୁ ପ୍ରତୀକ୍ଷା ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ସ୍ଥାପନା ହୋଇଛି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମନ୍ଦିରର ଗର୍ଭ ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ, ଆରଏସଏସ ର ସରସଂଘଚାଳକ ମୋହନ ଭାଗବତ, ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୂପା ଛତା ଧରି ଗର୍ଭଗୃହରେ ପହଂଚିଥିଲେ ।

ସେପଟେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ସ୍ଥିର ହେବା ପରେ ଦେଶ ବିଦେଶରୁ ଅଯୋଧ୍ୟାକୁ ଉପହାର ଠାରୁ ଆରମ୍ଭ କରି ଦାନର ସୂଅ ଛୁଟୁଛି । ରାମ ମନ୍ଦିର ଟ୍ରଷ୍ଟର ମହାସଚିବ କହିଛନ୍ତି କି ମନ୍ଦିରକୁ କାସଗଞ୍ଜରୁ ଘଣ୍ଟା ଆସିଛି ତ ତଳେ ପଟିଥିବା ଚାଦର ରାୟବରେଲୀରୁ ଉପହାର ମିଳିଛି । ସେହିଭଳି ମନ୍ଦିର ନିର୍ମାଣରେ ଲାଗିଥିବା ଚିପସ୍ ମଧ୍ୟପ୍ରଦେଶର ଛତରପୁରରୁ ଆସିଛି, ପୂୁଣି ଗ୍ରାନାଇଟ ତେଲେଙ୍ଗାନାରୁ ଉପହାର ଆକାରରେ ମିଳିଛି । ମନ୍ଦିର ନିର୍ମାଣରେ ଲାଗିଥିବା ପଥର ରାଜସ୍ଥାନର ଭରତପୁରରୁ ଆସିଛି । ଅନ୍ୟପଟେ ମନ୍ଦିରରେ ଲାଗିଥିବା କବାଟ ପାଇଁ କାଠ ମହାରାଷ୍ଟ୍ରରୁ ଆସିଛି । ସେହିଭଳି କବାଟରେ ହୋଇଥିବା ସୁନା ଓ ହୀରାର କାମ ମୁମ୍ବାଇର ଜଣେ ବ୍ୟବସାୟୀ କରିଛନ୍ତି ।

ମନ୍ଦିର ନିକଟରେ ସ୍ଥାପନା ହୋଇଥିବା ଗରୁଡ ମୂର୍ତ୍ତୀ ରାଜସ୍ଥାନର କଳାକାର ନିର୍ମାଣ କରିଛନ୍ତି । ଅନ୍ୟ କାଠକାମ କନ୍ୟାକୁମାରୀର କଳାକାର ଓ ଭଗବାନଙ୍କ ବସ୍ତ୍ର ଦିଲ୍ଲୀର ମନୀଷ ତ୍ରିପାଠୀ ନାମକ ଜଣେ ଯୁବକ ପ୍ରସ୍ତୁତ କରିଛନ୍ତି । ଶ୍ରୀରାମଙ୍କ ଗହଣା ଲକ୍ଷ୍ନୌରୁ ନିର୍ମାଣ ହୋଇଛି । ଦେଶର ଏଭଳି କୌଣସି କୋଣ ନାହିଁ ଯେଉଁଠୁ ରାମଲଲାଙ୍କ ପାଇଁ ଉପହାର ନ ଆସିଛି ।

The post ଅଯୋଧ୍ୟାକୁ ଛୁଟୁଛି ଉପହାରର ସୂଅ । ଜାଣନ୍ତୁ ପ୍ରଭୁ ଶ୍ରୀରାମଙ୍କ ପାଇଁ କେଉଁଠୁ ଆସିଛି କିଭଳି ଦାନ first appeared on Kanak News.

from Kanak News
via <a href="https://ifttt.com/?

ସେଦିନର ସଂଘର୍ଷ ଆଜିର ସଫଳତା । ୩୨ ବର୍ଷ ପରେ ଅଯୋଧ୍ୟାରେ ପହଂଚିଲେ ଉମା ଭାରତୀ

କନକ ବ୍ୟୁରୋ : ଆଇନଗତ ଲଢେଇ, ଦୀର୍ଘଦିନର ଅପେକ୍ଷା ଓ ଶେଷରେ ସଫଳତା ଦେଖିବାକୁ ଦୀର୍ଘ ୩୨ ବର୍ଷ ପରେ ଅଯୋଧ୍ୟାରେ ପହଂଚିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ସେ ଅଯୋଧ୍ୟାରେ ପହଂଚିବା ସହ ସ୍ୱାଧୀ ରୁତୁମ୍ଭରାଙ୍କ ସହ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି  । ଆଜି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସମାହାରରେ ଏହି ଦୁଇ ଜଣ ଯୋଗ ଦେଇଛନ୍ତି । ଉମା ଭାରତୀ ୩୨ ବର୍ଷ ୪୬ ଦିନ ପୂର୍ବରୁ ଏହି ସ୍ଥାନରେ ଥିଲେ । ସେହିଦିନ ହିନ୍ଦୁ ଗୋଷ୍ଠୀ ବାବ୍ରି ମସଜିଦକୁ ଧ୍ୱଂସ କରୁଥିଲେ ଓ ଉମା ଭାରତୀ ସେମାନଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ । ଆଜି ଏହି ସମାନ ସ୍ଥାନରେ ବିଶାଳ ରାମ ମନ୍ଦିର ପ୍ରତିଷ୍ଟା କରାଯାଇଛି ଏବଂ ମନ୍ଦିରରେ ରାମଲାଲାଙ୍କ ପ୍ରତିମା ମୂର୍ତ୍ତୀର ପ୍ରାଣ ପ୍ରତିଷ୍ଠା କରାଯାଇଛି ।

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଠିକ୍ କିଛି ସମୟ ପୂର୍ବରୁ ଉମା ଭାରତୀ ନିଜର ଏକ ଫାଟା ସୋସିଆଲ ମିଡିଆରେ ସେୟାର କରିଥିଲେ । ଯେଉଁଥିରେ ଉମା ଭାରତୀ ରାମ ମନ୍ଦିରର ବାହ୍ୟ ସ୍ତମ୍ଭ ନିକଟରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହି ଫଟୋକୁ ଟ୍ୱିଟର(ଏକ୍ସ)ରେ ପୋଷ୍ଟ କରି ଉମା ଭାରତୀ ଲେଖିଛନ୍ତି କି, ମୁଁ ଅଯୋଧ୍ୟାରେ ପହଂଚିଛି ଓ ରାମ ମନ୍ଦିର ସାମ୍ନାରେ ଠିଆ ହୋଇଛି ।

ଉମା ଭାରତୀଙ୍କ ଏକ ପୁରୁଣା ଫଟୋ ମଧ୍ୟ ସାମ୍ନାକୁ ଆସଛି । ଯାହାକୁ ୬ ଡିସେମ୍ବର ୧୯୯୨ ରେ ଉଠାଯାଇଥିଲା । ଏହି ଚିତ୍ରରେ ଉମା ଭାରତୀ ଭେଟେରାନ ବିଜେପିର ବରିଷ୍ଠ ନେତା ମୂରଲୀ ମନୋହର ଯୋଶିଙ୍କ ସହ ନଜର ଆସିଛନ୍ତି । ଯେଉଁଥିରେ ଉମା ଭାରତୀ ଏବଂ ଯୋଶୀ କ୍ୟାମେରା ଆଡକୁ ହସହସ ମୁଖରେ ଚାହିଁ ରହିଛନ୍ତି । ଯୋଶୀଙ୍କୁ ବର୍ତ୍ତମାନ ୯୦ ବର୍ଷ ହୋଇଯାଇଛି । ବୃଦ୍ଧାବସ୍ଥା କାରଣରୁ ସେ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରୁ ଦୂରେଇ ରହିଛନ୍ତି । ସେହିଭଳି ରାମ ମନ୍ଦିର ନିର୍ମାଣର ମୁଖ୍ୟ ପୋରୁଧା ଲାଲକୃଷ୍ଣ ଆଡଭାନୀ ମଧ୍ୟ ଆଜି ଅଯୋଧ୍ୟା ଆସିନାହାଁନ୍ତି ।

https://platform.twitter.com/widgets.js

ଉମା ଭାରତୀ ଓ ରୁତୁମ୍ଭରା ସଂଘ ପରିବାରର ସେହି ସଦସ୍ୟଙ୍କ ମାନଙ୍କ ମଧ୍ୟରେ ରହିଛନ୍ତି, ଯେଉଁମାନେ ବାବ୍ରୀ ମସଜିଦ ଧ୍ୱଂସ କରିବା ମାମଲାରେ ସିବିଆଇ ଦ୍ୱାରା ଅଭିଯୁକ୍ତ ହୋଇଥିଲେ । ୨୦୨୦ ମସିହାରେ ଏମାନଙ୍କୁ ଏକ ବିଶେଷ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

The post ସେଦିନର ସଂଘର୍ଷ ଆଜିର ସଫଳତା । ୩୨ ବର୍ଷ ପରେ ଅଯୋଧ୍ୟାରେ ପହଂଚିଲେ ଉମା ଭାରତୀ first appeared on Kanak News.

from Kanak News
via <a href="https://ifttt.com/?

ହସ୍ପିଟାଲରେ ଭର୍ତ୍ତି ସୈଫ୍ ଅଲି ଖାନ୍ । ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ ପ୍ରଶଂସକଙ୍କ ମଧ୍ୟରେ ବ୍ୟସ୍ତତା ।

କନକ ବ୍ୟୁରୋ: ବଲିଉଡର ନବାବ୍ ଭାବେ ଜଣା ସୈଫ୍ ଅଲ୍ଲି ଖାନ୍ ମୁମ୍ବାଇ କେକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ସର୍ଜରୀ ହୋଇଛି । ତାଙ୍କ ପାଖରେ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ କରୀନା କପୁର ମଧ୍ୟ ଉପସ୍ଥିତ ଅଛନ୍ତି । ଏହି ଖବରରେ ସୈଫଙ୍କ ପ୍ରଶଂସକଙ୍କ ମଧ୍ୟରେ ବ୍ୟସ୍ତତା ଦେଖାଦେଇଛି । ସମସ୍ତେ ତାଙ୍କ ସ୍ୱାସ୍ଥାବସ୍ଥା ଜାଣିବାକୁ ବ୍ୟଗ୍ର ଅଛନ୍ତି ।

ସୂଚନା ମୁତାବକ, ସୈଫଙ୍କ କାନ୍ଧରେ ଓ ଆଣ୍ଠୁରେ ଫ୍ୟାକଚର ହୋଇଥିଲା । ଆଜି ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ରାବସ୍ଥା ଭଲ ଥିବା ଜଣାପଡିଛି । ତେବେ ଫିଲ୍ମ ସୁଟିଂରେ ଅନେକ ଥର ଆହତ ହୋଇ ସୈଫଙ୍କୁ ଅସ୍ତ୍ରୋପଚାର କରାଇବାକୁ ପଡିଛି ।

The post ହସ୍ପିଟାଲରେ ଭର୍ତ୍ତି ସୈଫ୍ ଅଲି ଖାନ୍ । ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ ପ୍ରଶଂସକଙ୍କ ମଧ୍ୟରେ ବ୍ୟସ୍ତତା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started