‘ରାମ ବିବାଦ ନୁହଁନ୍ତି ସମାଧାନ … ରାମ ଅଗ୍ନି ନୁହଁନ୍ତି ସେ ସକଳ ଶକ୍ତି’ । ପ୍ରାଣ ପ୍ରତିଷ୍ଠା ପରେ ଏପରି କହିଲେ ମୋଦୀ ।

କନକ ବ୍ୟୁରୋ: ଗର୍ଭ ଗୃହରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସନ୍ଥ ସଭା ତଥା ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି,’ ଯୁଗ ଯୁଗର ପ୍ରତୀକ୍ଷା ପରେ ପ୍ରଭୁ ଶ୍ରୀରାମ ଆସିଛନ୍ତି । ଆମ ରାମଲଲ୍ଲା ଏଣିକି ଆଉ ଟେଣ୍ଟରେ ନୁହେଁ ଭବ୍ୟ ମନ୍ଦିରରେ ରହିବେ । ଅନେକ ତ୍ୟାଗ, ବଳିଦାନ ପରେ ଶ୍ରୀରାମ ଆସିଛନ୍ତି’ । ଏହି ଶୁଭ ମୁହୂର୍ତ୍ତରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ମୋଦୀ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ରାମ ମନ୍ଦିରର ଗର୍ଭ ଗୃହରେ ଈଶ୍ୱରୀୟ ଚେତନାର ମୁଁ ସାକ୍ଷୀ ବନିଛି । ମୋ ଶରୀର ଏବେବି ସେ ଦିବ୍ୟ ଚେତନାରେ ସ୍ପନ୍ଦିତ ହେଉଛି । ମୋର ମନ ପ୍ରାଣ ସେ ମହାର୍ଘ୍ୟ ମୁହୂର୍ତ୍ତରେ ଏବେବି ବୁଡି ରହିଛି । ଦେଶବାସୀଙ୍କୁ ମୁଁ ଅନେକ କିଛି କହିବାକୁ ଚାହୁଁଛି ହେଲେ ମୋ କଣ୍ଠ ରୁଦ୍ଧ ହୋଇଯାଉଛି’ ।

ମୋଦୀ କହିଲେ, ‘ରାମ ନିଆଁ ନୁହଁନ୍ତି ସେ ସକଳ ଶକ୍ତି, ;ସେ ବିବାଦ ନୁହଁନ୍ତି ସେ ସମାଧାନ । ରାମ ହିରୋ ଅଟନ୍ତି । ରାମ କେବଳ ଆମର ନୁହଁନ୍ତି ରାମ ସାରା ବିଶ୍ୱର । ରାମ କେବଳ ବର୍ତ୍ତମାନ ନୁହଁନ୍ତି ସେ ଅନନ୍ତକାଳ । ସମୟ ଥିଲା ଯେତେବେଳେ ଲୋକେ କହୁଥିଲେ, ରାମ ମନ୍ଦିର ହେଲେ ଦେଶରେ ନିଆଁ ଲାଗିଯିବ । ପ୍ରକୃତରେ ସେମାନେ ଭାରତର ସାମାଜିକ ଭାବର ପବିତ୍ରତାକୁ କେବେ ପରଖିପାରିନଥିଲେ । ରାମଲଲ୍ଲାଙ୍କ ଏହି ମନ୍ଦିର ନିର୍ମାଣ, ଭାରତୀୟ ସମାଜର ଶାନ୍ତି, ଧୈର୍ଯ୍ୟ , ସଦଭାବନା ଓ ସମନ୍ୱୟର ପ୍ରତୀକ ଅଟନ୍ତି । ଆମେ ଆଜି ସମସ୍ତେ ଦେଖୁେଉ ରାମ ମନ୍ଦିର ନିର୍ମାଣ ନିଆଁକୁ ନୁହେଁ ବରଂ ଶକ୍ତିର ସଞ୍ଚାର କରୁଛି’ ।

‘ମୋର ପୁରା ବିଶ୍ୱାସ ଆଜି ଯାହା ଘଟିଛି ସାରା ଦେଶ , ବିଶ୍ୱରେ ଥିବା ରାମଭକ୍ତ ତାକୁ ଅନୁଭବ କରିପାରୁଥିବେ । ଏହି ମୁହୂର୍ତ୍ତ ଅଲୌକିକ.. ଏହି ସମୟ ଆମ ସମସ୍ତଙ୍କ ପାଇଁ ଶ୍ରୀରାମଙ୍କ ଅଶୀର୍ବାଦ । ଆଜିଠାରୁ ହଜାରେ ବର୍ଷ ଯାଏଁ ଲୋକେ ଏହି ତାରିଖ, ଏହି କ୍ଷଣର ଚର୍ଚ୍ଚା କରିବେ’ । ମୋଦୀଙ୍କ ଭାଷଣରେ ସାରା ଦେଶକୁ ନୂଆ ଶକ୍ତି ମିଳିଛି ।

The post ‘ରାମ ବିବାଦ ନୁହଁନ୍ତି ସମାଧାନ … ରାମ ଅଗ୍ନି ନୁହଁନ୍ତି ସେ ସକଳ ଶକ୍ତି’ । ପ୍ରାଣ ପ୍ରତିଷ୍ଠା ପରେ ଏପରି କହିଲେ ମୋଦୀ । first appeared on Kanak News.

from Kanak News
via <a href="https://ifttt.com/?

ପ୍ରଶଂସକଙ୍କ ପାଇଁ ଖରାପ ଖବର । ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ବାଦ ପଡିଲେ ବିରାଟ କୋହଲି

କନକ ବ୍ୟୁରୋ : ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ଟିକିଆ ଟେଷ୍ଟ ମ୍ୟାଚର ପ୍ରଥମ ୨ଟି ମ୍ୟାଚରୁ ବାଦ ପଡିଛନ୍ତି ବିରାଟ କୋହଲି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି । ଏନେଇ ବିସିସିଆଇ ସୂଚନା ଦେଇଛି । ଏନେଇ ବିସିସିଆଇ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ନାମ ପ୍ରତ୍ୟାହାର କରିନେଇଥିବା ସୂଚନା ଦିଆଯାଇଛି ।

ବିସିସିଆଇ ତରଫରୁ ଜାରି କରାଯାଇଥିବା ପ୍ରେସ୍ ବାର୍ତ୍ତାରେ କୁହାଯାଇଛି କି, ବିରାଟ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି । ଏନେଇ ବିରାଟ କୋହଲି ଟିମର କ୍ୟପଟେନ ରୋହିତ ଶର୍ମା ଓ ମ୍ୟାନେଜମେଣ୍ଟ ସମେତ ଚୟନ କମିଟି ସହ କଥା ହୋଇଛନ୍ତି । ସେ କହିଛନ୍ତି କି, ଦେଶ ପାଇଁ ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ସର୍ବୋଚ୍ଚ କାର୍ଯ୍ୟ, ହେଲେ କିଛି ବ୍ୟକ୍ତିଗତ କାରଣ ପାଇଁ ସେ ପ୍ରଥମ ୨ଟି ଟେଷ୍ଟ ମ୍ୟାଚ ଖେଳିପାରିବେ ନାହିଁ ।

The post ପ୍ରଶଂସକଙ୍କ ପାଇଁ ଖରାପ ଖବର । ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ବାଦ ପଡିଲେ ବିରାଟ କୋହଲି first appeared on Kanak News.

from Kanak News
via <a href="https://ifttt.com/?

ଚୀନରେ ଭୟଙ୍କର ଭୂସ୍ଖଳନ । ମାଟିତଳେ ଅନେକ ଜୀବନ, ୨ ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ଚୀନର ୟୁନାନ ଅଞ୍ଚଳରେ ସୋମବାର ସକାଳେ ଭୂସ୍ଖଳନ ହୋଇଛି । ଏଥିରେ ୨ ଜଣଙ୍କର ମୃତଦେହ ମାଟିତଳୁ ଉଦ୍ଧାର କରାଯାଇଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଂକା ରହିଛି । ଅର୍ନ୍ତଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ମାଟିତଳୁ ୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୪୭ ରୁ ଅଧିକ ଲୋକ ମାଟିତଳେ ପୋତି ହୋଇ ରହିଛନ୍ତି ।

ସଦ୍ୟ ସୂଚନା ମୁତାବକ ଭୂସ୍ଖଳନ ଫଳରେ ୧୩ଟି ଘର ମାଟିତଳେ ପୋତି ହୋଇଯାଇଛି । ଚୀନ ମିଡିଆର ସିସିଟିଭି ଫୁଟେଜ ମୁତାବକ ୨୦୦ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଯେଉଁ ସ୍ଥାନରେ ଭୂସ୍ଖଳନ ହୋଇଛି ସେଠାରେ ଏବେ ପାଗ ଖରାପ ରହିଛି । ସେଠିକାର ତାପମାତ୍ରା ମାଇନଓ ୪ ଡିଗ୍ରୀ ସେଲସିୟସ ରହିଛି । ଏହି କାରଣରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା କୁହାଯାଉଛି ।

ଚୀନର ସିଓନରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଛି । ଏହି ଭୂସ୍ଖଳନ ଫଳରେ ୨୦୨୩ ମସିହାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଏବେର ଭୂସ୍ଖଳନ କାରଣରୁ ହଜାର ହଜାର ପରିବାର ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ ହୋଇଛନ୍ତି ।

The post ଚୀନରେ ଭୟଙ୍କର ଭୂସ୍ଖଳନ । ମାଟିତଳେ ଅନେକ ଜୀବନ, ୨ ମୃତଦେହ ଉଦ୍ଧାର first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀ ରାମଲଲ୍ଲାଙ୍କୁ କ୍ଷମା ମାଗିଲେ ମୋଦୀ । ପ୍ରାଣ ପ୍ରତିଷ୍ଠା ପରେ ଭାଷଣ ଦେବାବେଳେ ହେଲେ ଭାବବିହ୍ୱଳ ।

କନକ ବ୍ୟୁରୋ: ମନ୍ଦିରର ଗର୍ଭଗୃହରେ ଶ୍ରୀରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ବିଶାଳ ସନ୍ଥ ଓ ଶ୍ରଦ୍ଧାଳୁ ସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କ୍ରମରେ ରାମ ମନ୍ଦିର ପ୍ରତିଷ୍ଠା ଯାଏଁ ହୋଇଥିବା ସଂଘର୍ଷର କାହାଣୀକୁ ବଖାଣିଲେ ମୋଦୀ ।

ଭାଷଣ ଦେବାବେଳେ ଶ୍ରୀରାମଙ୍କୁ କ୍ଷମା ଭିକ୍ଷା କଲେ ମୋଦୀ । କହିଲେ , ବୋଧହୁଏ ଆମର ପୁରୁଷାର୍ଥ, ତପସ୍ୟାରେ କିଛି ଅଭାବବୋଧ ରହିଯାଇଥିଲା ତେଣୁ ଏଠାରେ ଶ୍ରୀରାମଙ୍କୁ ପୁଣି ତାଙ୍କ ସ୍ଥାନରେ ଅଧିଷ୍ଠିତ କରାଇବାକୁ ଏତେ ବିଳମ୍ବ ହୋଇଗଲା । ୫୦୦ ବର୍ଷ ଧରି କେତେ ପୁଣ୍ୟାତ୍ମା ଏହି ପୁଣ୍ୟ ଦିନଟି ପାଇଁ ବଳିଦାନ ଦେଇଛନ୍ତି । କେତେ ନ୍ୟାୟିକ ସଂଘର୍ଷ ଚାଲିଛି । ଶେଷରେ ନ୍ୟାୟିକ ନିଷ୍ଠାର ବିଜୟ ହୋଇଛି । ନ୍ୟାୟିକ ପଦ୍ଧତିରେ ମଧ୍ୟ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି । ପୂର୍ବଜ ପୁଣ୍ୟାତ୍ମା ମାନଙ୍କର ଆଶିଷ ଓ ତପସ୍ୟା ମଧ୍ୟ ଫଳପ୍ରସୂ ହୋଇଛି । ତଥାପି ଏ ଦିନଟି ପାଇଁ ଏତେ ବିଳମ୍ବ ହୋଇଥିବାରୁ ମୁଁ ଶ୍ରୀରାମଙ୍କୁ କ୍ଷମା ମାଗୁଛି । କିନ୍ତୁ ଦୃଢ ବିଶ୍ୱାସ ଆଜି ପ୍ରଭୁ ଶ୍ରୀରାମ ଆମକୁ ନିଶ୍ଚୟ କ୍ଷମା କରିଛନ୍ତି କରିଛନ୍ତି । ଆଜି ଦେଶର ସବୁ ଅଭାବ ପୂରଣ ହୋଇଛି । ସବୁ ଅପେକ୍ଷାର ଅନ୍ତ ହୋଇଛି । ସନାତନର ଧ୍ୱଜା ଉଡାଇ ରାଷ୍ଟ୍ର ପ୍ରଗତି ଓ ଏକତା ରାସ୍ତାରେ ଆହୁରି ଆଗେଇଛି’ ।

୧୧ ଦିନର ନିଷ୍ଠାପର ବ୍ରତ ଧାରଣ ସହ ଆଜି ଗର୍ଭଗୃହରେ ଶ୍ରୀରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମୋଦୀ । ୧୧ ଦିନ ଧରି ବ୍ରତ ଧାରଣ ସହ ଶ୍ରୀରାମଙ୍କ ପଦାଙ୍କ ଅନୁସରଣରେ ଦେଶର ବିଭିନ୍ନ ତୀର୍ଥକ୍ଷେତ୍ରକୁ ଯାଇ ପୂଜାର୍ଚ୍ଚନା କରିବା ସହ ଆଶିଷ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ତାଙ୍କର ବ୍ରତ ପୂରଣ ହୋଇଛି । ଶ୍ରୀରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଦେଶବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ହୋଇଛି ବୋଲି କହିଛନ୍ତି ମୋଦୀ ।

The post ଶ୍ରୀ ରାମଲଲ୍ଲାଙ୍କୁ କ୍ଷମା ମାଗିଲେ ମୋଦୀ । ପ୍ରାଣ ପ୍ରତିଷ୍ଠା ପରେ ଭାଷଣ ଦେବାବେଳେ ହେଲେ ଭାବବିହ୍ୱଳ । first appeared on Kanak News.

from Kanak News
via <a href="https://ifttt.com/?

କାହିଁକି ହୁଏ ପ୍ରାଣ ପ୍ରତିଷ୍ଠା, ଯାହା ପ୍ରସ୍ତର ମୂର୍ତ୍ତିକୁ କରିଦିଏ ଦେବତା ?

କନକ ବ୍ୟୁରୋ: ହିନ୍ଦୁ ଧର୍ମ ମୁତାବକ, କୌଣସି ମନ୍ଦିରରେ ଦେବୀ ଦେବତାଙ୍କ ମୂତ୍ତି ସ୍ଥାପନା କରିବା ପୂର୍ବରୁ ବିଧିବିଧାନ ସହ ତାହାର ପ୍ରାଣ ପ୍ରତିଷ୍ଠା ହେବା ଜରୁରୀ । ପ୍ରାଣ ପ୍ରତିଷ୍ଠା ଅର୍ଥ ମୂର୍ତ୍ତିରେ ପ୍ରାଣ ସ୍ଥାପନା କରିବା ବା ଜୀବନ ଶକ୍ତିର ସଞ୍ଚାର କରିବା । ଫଳରେ ମୂର୍ତ୍ତି ଦେବତାରେ ବଦଳିଯାଏ । କୌଣସି ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରିବା ସମୟରେ ଅନେକ ପର୍ଯ୍ୟାୟକୁ ଅତିକ୍ରମ କରିବାକୁ ପଡେ । ଏହି ପର୍ଯ୍ୟାୟ ଗୁଡିକୁ ଅଧିବାସ କୁହାଯାଏ । ହିନ୍ଦୁ ଧର୍ମର ପୁରାଣ ଓ ଗ୍ରନ୍ଥମାନଙ୍କରେ ପ୍ରାଣ ପ୍ରତିଷ୍ଠାର ବର୍ଣ୍ଣନା କରାଯାଇଛି । ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ, ପ୍ରାଣ ପ୍ରତିଷ୍ଠା ବିନା କୌଣସି ପ୍ରତିମାର ପୂଜା କରାଯାଇପାରିବ ନାହିଁ । ସେ ପର୍ଯ୍ୟନ୍ତ ପ୍ରତିମା ବା ମୂର୍ତ୍ତି ନିର୍ଜୀବ ରୁହେ । ପ୍ରାଣ ପ୍ରତିଷ୍ଠା ପରେ ସେଥିରେ ଜୀବ ନ୍ୟାସ ହୋଇ ତାହା ପୂଜା ଯୋଗ୍ୟ ହୁଏ ।

ପ୍ରାଣ ପ୍ରତିଷ୍ଠା ସମୟରେ ଏକାଧିକ ଅଧିବାସ ଅତିକ୍ରମ କରିବାକୁ ପଡେ । ଅଧିବାସ ହେଉଛି ଦିବ୍ୟ ପ୍ରକ୍ରିୟା ଯେଉଁଥିରେ ବିଭିନ୍ନ ସାମଗ୍ରୀରେ ବୁଡାଯାଏ । ଏହି ପ୍ରକ୍ରିୟା କ୍ରମରେ ମୂର୍ତ୍ତିକୁ ପ୍ରଥମେ ପବିତ୍ର ଜଳରେ ବୁଡାଇ ରଖାଯାଏ । ଏହାପରେ ମୂର୍ତ୍ତିକୁ ଶସ୍ୟ ଏବଂ ଫଳ ମଧ୍ୟରେ ରଖାଯାଏ । ପୁଣି ଏହାକୁ ମୂର୍ତ୍ତିକୁ ବିଭିନ୍ନ ଔଷଧି, କେସର ଓ ଘୃତରେ ବୁଡାଇ ରଖାଯାଏ । ଏହି ପ୍ରକ୍ରିୟା ପରେ ମୂୂର୍ତ୍ତିକୁ ବିଧିବିଧାନର ସହ ବିଭିନ୍ନ ସାମଗ୍ରୀରେ ସ୍ନାନ କରାଯାଇ ଅଭିଷେକ କରାଯାଏ । ଏହାପରେ ମନ୍ତ୍ର ଉଚ୍ଚାରଣ ସହ ଭଗବାନଙ୍କୁ ଜାଗ୍ରତ କରାଯାଏ । ଏହାପରେ ପ୍ରାଣ ପ୍ରତିଷ୍ଠାର ପୂଜା ଆରମ୍ଭ ହୁଏ । ପୂଜା ସମୟରେ ମୂୂର୍ତ୍ତିକୁ ପୂର୍ବମୁଖା କରାଯାଏ । ସମସ୍ତ ଦେବାଦେବୀଙ୍କୁ ଆବାହନ କରାଯାଇ ସେମାନଙ୍କୁ ଏହି ଶୁଭ କାର୍ଯ୍ୟକୁ ଆମନ୍ତ୍ରଣ କରାଯାଏ । ଏଥିପାଇଁ ସ୍ୱତନ୍ତ୍ର ମନ୍ତ୍ର ଉଚ୍ଚାରଣ କରାଯାଏ ।

ଭଗବାନଙ୍କୁ ନୂତନ ବସ୍ତ୍ର, ଆଭୂଷଣ ପିନ୍ଧାଯିବା ସହ ଶୃଙ୍ଗାର କରାଯାଇଥାଏ । ପ୍ରାଣ ପ୍ରତିଷ୍ଠା ସମୟରେ ମୂୂର୍ତ୍ତିଙ୍କୁ ଆଇନା ଦେଖାଯାଏ । ବିଶ୍ୱାସ ରହିଛି ଯେ, ଭଗବାନଙ୍କ ଆଖିରେ ଶକ୍ତି ଥାଏ ଯାହାର ପ୍ରଚଣ୍ଡତାକୁ କେବଳ ସେ ହିଁ ସହନ କରିପାରନ୍ତି । ଶେଷରେ ଆଳତି ଅର୍ଚ୍ଚନା କରାଯାଇ ନୈବେଦ୍ୟ ଅର୍ପଣ କରାଯାଏ ।

The post କାହିଁକି ହୁଏ ପ୍ରାଣ ପ୍ରତିଷ୍ଠା, ଯାହା ପ୍ରସ୍ତର ମୂର୍ତ୍ତିକୁ କରିଦିଏ ଦେବତା ? first appeared on Kanak News.

from Kanak News
via <a href="https://ifttt.com/?

 ଶୁଭ ମୁହୂର୍ତ୍ତରେ ହେଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ସାମ୍ନାକୁ ଆସିଲା ଗର୍ଭଗୃହରେ ସୁସଜ୍ଜିତ ଶ୍ରୀରାମଙ୍କ ପ୍ରଥମ ଝଲକ ।

କନକ ବ୍ୟୁରୋ: ସବୁ ଅପେକ୍ଷାର ଅବସନା ଘଟିଛି । ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ଶ୍ରୀରାମ ଲଲା । ଶୁଭ ମୁହୂର୍ତ୍ତରେ ମନ୍ତ୍ରପାଠ ସହ ହୋଇଛି ପ୍ରଭୁଙ୍କ ପ୍ରତିଷ୍ଠା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯଜମାନରେ ଏହା ସମ୍ପନ୍ନ ହୋଇଛି । ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି ।

ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ଅରମ୍ଭ ହୋଇଥିଲା ପ୍ରାଣ ପ୍ରତିଷ୍ଠା ରୀତିନୀତି । ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଯୋଗୀ ଆଦିତ୍ୟନାଥ ଓ ଆନନ୍ଦି ବେନ୍ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ ।

The post  ଶୁଭ ମୁହୂର୍ତ୍ତରେ ହେଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ସାମ୍ନାକୁ ଆସିଲା ଗର୍ଭଗୃହରେ ସୁସଜ୍ଜିତ ଶ୍ରୀରାମଙ୍କ ପ୍ରଥମ ଝଲକ । first appeared on Kanak News.

from Kanak News
via <a href="https://ifttt.com/?

ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା । ପୂରଣ ହେବ ୫୦୦ ବର୍ଷର ସ୍ୱପ୍ନ । ମଧ୍ୟାହ୍ନ ୧୨ଟା ୧୫ରୁ ୧୨ ଟା ୪୫ ମଧ୍ୟରେ ହେବ ପ୍ରାଣ ପ୍ରତିଷ୍ଠା ।

କନକ ବ୍ୟୁରୋ: ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ବାଳୁତ ସ୍ୱରୂପ ବିଗ୍ରହ, ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ପହଞ୍ଚିସାରିଲେଣି ପ୍ରଧାନମନ୍ତ୍ରୀ ମୋଦୀ ରାମନଗରୀ ଅଯୋଧ୍ୟା ସହ ଏକାତ୍ମ ହୋଇଛି ସାରା ଦେଶ ।

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ରହିଛି, ଯାହା ଦ୍ୱିପହର ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ଯାଏଁ ରହିଛି । ତେବେ ମୋଦୀ ପ୍ରଥମେ ସରଯୁ ନଦୀରେ ସ୍ନାନ କରି ଆସିବା ପରେ ଆରମ୍ଭ ହୋଇଛି ଏଥିପାଇଁ ରୀତିନୀତି । ମୋଦୀ ଅଯୋଧ୍ୟାରେ ୪ ଘଣ୍ଟା ରହି ସମସ୍ତ ରୀତି ସମ୍ପନ୍ନ କରିବାର ସୂଚନା ରହିଛି ।

The post ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା । ପୂରଣ ହେବ ୫୦୦ ବର୍ଷର ସ୍ୱପ୍ନ । ମଧ୍ୟାହ୍ନ ୧୨ଟା ୧୫ରୁ ୧୨ ଟା ୪୫ ମଧ୍ୟରେ ହେବ ପ୍ରାଣ ପ୍ରତିଷ୍ଠା । first appeared on Kanak News.

from Kanak News
via <a href="https://ifttt.com/?

‘ମୋତେ ମନ୍ଦିରକୁ ଯିବାକୁ ଦିଆଯାଉନାହିଁ କାହିଁକି?…’ଧାରଣାରେ ବସିଲେ ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା କ୍ରମରେ ଆସାମରେ ଚାଲିଛି ରାହୁଲଙ୍କ ପଦଯାତ୍ରା । ରାହୁଲ ବୋର୍ଦ୍ଦୋବା ଥାନରେ ପହଞ୍ଚିଥିବାବେଳେ ସେଠାରେ ଏକ ପ୍ରତିକୂଳ ସ୍ଥିତି ଦେଖାଦେଇଛି । ଆସାମ ନଗାଁଓ ଶ୍ରୀଶ୍ରୀ ଶଙ୍କର ଦେବ ସତ୍ର ମନ୍ଦିରରେ ରାହୁଲ ଗାନ୍ଧୀ ପୂଜାର୍ଚ୍ଚନା କରିବାକୁ ଯାଉଥିବାବେଳେ ତାଙ୍କୁ ରୋକା ଯାଇଥିଲା । ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ନ ୩ଟା ବେଳକୁ ତାଙ୍କୁ ମନ୍ଦିରକୁ ଯିବାକୁ ଅନୁମତି ମିଳିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି ।

ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ । ସେ କେବଳ ପୂଜା କରିବାକୁ ଚାହାଁନ୍ତି ତଥାପି ତାଙ୍କୁ ମନ୍ଦିରକୁ କାହିଁକୁ ପ୍ରବେଶ କରିବାକୁ ଦିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି । କିଏ ମନ୍ଦିର ଦର୍ଶନ କରିପାରିବେ, ଏ କଥା କ’ଣ ଏବେ ପ୍ରଧାନମନ୍ତ୍ରୀ ମୋଦୀ ସ୍ଥିର କରିବେ? ଏବେ କ’ଣ କେବଳ ଜଣେ ବ୍ୟକ୍ତି ମନ୍ଦିରରେ ପ୍ରବେଶ କରିପାରିବେ ବୋଲି ରାହୁଲ୍‌ ପ୍ରଶ୍ନ କରିଛନ୍ତି ।

The post ‘ମୋତେ ମନ୍ଦିରକୁ ଯିବାକୁ ଦିଆଯାଉନାହିଁ କାହିଁକି?…’ଧାରଣାରେ ବସିଲେ ରାହୁଲ ଗାନ୍ଧୀ । first appeared on Kanak News.

from Kanak News
via <a href="https://ifttt.com/?

ପୁରା ଶରୀର ପାଲଟିଛି ଶ୍ରୀରାମଙ୍କ ମନ୍ଦିର । ରାମ ନାମରେ କଟୁଛି ଜୀବନ । ଅତି ରୋଚକ ଏହି ସମ୍ପ୍ରଦାୟର କାହାଣୀ

କନକ ବ୍ୟୁରୋ: ଆଜି ଶ୍ରୀରାମ ମନ୍ଦିର ପ୍ରତିଷ୍ଠାର ଦିନ । ପୁରା ଦେଶରେ ରାମ ଭକ୍ତଙ୍କ ମଧ୍ୟ ଅଦ୍ଭୁତ ଉନ୍ମାଦନା । କେବଳ ଅଯୋଧ୍ୟା ନୁହେଁ ବିଦେଶରେ ମଧ୍ୟ ରାମ ଭକ୍ତିରେ ଭିଜୁଛନ୍ତି ଲୋକେ, ଯାହାର ଅନେକ ନ ଛବି ଦେଖିବାକୁ ମିଳୁଛି । ପ୍ରାଣପ୍ରିୟ ଶ୍ରୀରାମଙ୍କ ପ୍ରତି ନିଜର ଭକ୍ତି ପ୍ରଦର୍ଶନ କରିବାକୁ ଲୋକେ ଭିନ୍ନ ଭିନ୍ନ ମାଧ୍ୟମ ଅବଲମ୍ବନ କରୁଛନ୍ତି । ତେବେ ଶ୍ରୀରାମଙ୍କ ଠାରୁ ତାଙ୍କ ନାମ ଶକ୍ତିଶାଳୀ ବୋଲି କୁହାଯାଇଛି । କିନ୍ତୁ ଆପଣ ଜାଣନ୍ତି କି? ଏଭଳି ଏକ ସମାଜ ରହିଛି ଯେଉଁଠି ଲୋକେ ନିଜ ଶରୀରକୁ ହିଁ ଶ୍ରୀରାମଙ୍କ ପବିତ୍ର ମନ୍ଦିର ବନାଇଛନ୍ତି । ନିଜର ମନ ସହ ଶରୀରକୁ ଶ୍ରୀରାମଙ୍କୁ ସମପଁରଣ କରି ଆଜନ୍ମ ବଞ୍ଚନ୍ତି । ଏଭଳି ସମ୍ପଦାୟ ହେଉଛି ‘ରାମନାମୀ’ ସମ୍ପ୍ରଦାୟ, ଯାହା ମଧ୍ୟପ୍ରଦେଶ, ଛତିଶଗଡ ଓ ଝାରଖଣ୍ଡରେ ବସବାସ କରନ୍ତି ।

ଏହି ସମ୍ପଦାୟର ଲୋକେ ନିଜର ପୁରା ଶରୀରରେ ଶ୍ରୀରାମ ନାମ କୁଟେଇଥାନ୍ତି । ରାମାବଳୀ ବସ୍ତ୍ର ମଧ୍ୟ ପିନ୍ଧନ୍ତି । ଏମାନେ କେବଳ ରାମଚରିତ ମାନସ ଓ ରାମାୟଣ ପୁରାଣକୁ ପୂଜା କରନ୍ତି । ଏହି ସମ୍ପଦାୟର ଲୋକେ ନା କେଉଁ ମନ୍ଦିରକୁ ଯାଆନ୍ତି ନା ଶ୍ରୀରାମଙ୍କ ପୂଜା କରନ୍ତି । କାରଣ ଏହି ସମ୍ପଦାୟର ମାନ୍ୟତା ଅନୁସାରେ, ଶ୍ରୀରାମ କୌଣସି ମନ୍ଦିର କିମ୍ବା ମୂର୍ତ୍ତିରେ ସୀମିତ ନାହାଁନ୍ତି । ସେ ପ୍ରତି ମନୁଷ୍ୟ, ପଶୁ ପକ୍ଷୀ, ବୃକ୍ଷଲତାରେ ଅଛନ୍ତି । ସବୁ ସୃଷ୍ଟିକୁ ସମ ଦୃଷ୍ଟିରେ ଦେଖିବା ଉଚିତ ।

‘ରାମନାମୀ ସମ୍ପ୍ରଦାୟ’ର ଉତ୍ପତ୍ତି:
ସମ୍ପ୍ରଦାୟର ଜଣେ ବୟୋବୃଦ୍ଧଙ୍କ କହିବା ଅନୁସାରେ, ଏହି ସମାଜର ଗଠନ ୧୮୯୦ରେ ହୋଇଥିଲା । ଏହା ପଛରେ ରହିଛି ଏକ କାରଣ । ଦଳିତ ହୋଇଥିବାରୁ ସେ ସମୟରେ ଏମାନଙ୍କୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରବେଶ କରିବାକୁ ଦିଆଯାଉନଥିଲା । ସବୁ ଧାର୍ମିକ କାର୍ଯ୍ୟ ପ୍ରତି କଟକଣା କରଯାଉଥିଲା । ତେଣୁ ସେତେବେଳର ଜଣେ ଦଳିତ ବ୍ୟକ୍ତି ପର୍ଶୁରାମ ଏହି ସମାଜର ଗଠନ ପାଇଁ ଆଗକୁ ବଢିଥିଲେ ।

ତାଙ୍କ କହିବା ଅନୁସାରେ ଈଶ୍ୱର ସବୁ ସ୍ଥାନରେ ସମସ୍ତଙ୍କ ଶରୀରରେ ଅଛନ୍ତି । ଶ୍ରୀରାମ ମନୁଷ୍ୟର ପ୍ରତି ଧମନୀରେ ରହିଛନ୍ତି । ତାଙ୍କୁ ଅନୁଭବ କରିବାକୁ ପଡିବ । ସକାଳୁ ଉଠିଲେ ରାମ ନାମ ଓ ମଣିଷର ଶେଷ ସମୟରେ ମଧ୍ୟ ରାମ ନାମ କୁହାଯାଏ । ତେଣୁ ଏହି ସମାଜ ସେବେଠୁ ନିଜ ମନପ୍ରାଣ, ଶରୀରକୁ ଶ୍ରୀରାମଙ୍କୁ ସମର୍ପିତ କରି ବଞ୍ଚିଆସୁଛନ୍ତି ।

ଏହି ସମାଜରେ ୩ ପ୍ରକାର ଲୋକ ରୁହନ୍ତି । କିଛି ଲୋକ ନିଜ ମଥାରେ ଦୁଇଥର ରାମ ନାମ ଲେଖାନ୍ତି ,ସେମାନଙ୍କୁ ଶିରୋମଣୀ କୁହାଯାଏ । କିଛି ନିଜର ସର୍ବାଙ୍ଗରେ ରାମନାମ କୁଟାନ୍ତି ସେମାନଙ୍କୁ ନଖ ଶିଖା ରାମନାମୀ କୁହାଯାଏ । ଆଉ କିଛି ଲୋକ ପୁରା ମଥାରେ ରାମ ନାମ ଲେଖାନ୍ତି ସେମାନଙ୍କୁ ସର୍ବାଙ୍ଗ ରାମନାମୀ କୁହାଯାଏ । ଏମାନେ ରାମଚରିତ ମାନସ ଓ ରାମାୟଣ ପାଠ କରିବା ସହ ରାମ ନାମକୁ ଆଶ୍ରା କରି ଜୀବନ ଅତିବାହିତ କରନ୍ତି ।

The post ପୁରା ଶରୀର ପାଲଟିଛି ଶ୍ରୀରାମଙ୍କ ମନ୍ଦିର । ରାମ ନାମରେ କଟୁଛି ଜୀବନ । ଅତି ରୋଚକ ଏହି ସମ୍ପ୍ରଦାୟର କାହାଣୀ first appeared on Kanak News.

from Kanak News
via <a href="https://ifttt.com/?

ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ ୧୦୦ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍ କଲା କେନ୍ଦ୍ର, ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ବ୍ୟାପକ ପଦକ୍ଷେପ ।

କନକ ବ୍ୟୁରୋ: ସୋମବାର ହେବାକୁ ଥିବା ରାମମନ୍ଦିର ପ୍ରତିଷ୍ଠା ସମାରୋହ ପୂର୍ବରୁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବା ପାଇଁ କରାଯାଉଥିବା ସନ୍ଦେହଜନକ କାର୍ୟ୍ୟକଳାପ କିମ୍ବା ପ୍ରୟାସ ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୃହ ମନ୍ତ୍ରଣାଳୟ, ସୂଚନାପ୍ରଯୁକ୍ତି ମନ୍ତ୍ରଣାଳୟ, ସିଇଆର୍‌ଟି-ଆଇଏନ୍ ଏବଂ ଗୁଇନ୍ଦା ବ୍ୟୁରୋ (ଆଇବି)ର ଅଧିକାରୀଙ୍କୁ ନେଇ ଗଠିତ ସାଇବର ବିଶେଷଜ୍ଞଙ୍କ ଏକ ଟିମ୍ ଅଯୋଧ୍ୟାକୁ ପଠାଯାଇଛି। ଶ୍ରୀରାମ ମନ୍ଦିରକୁ ନେଇ କୌଣସି ନକଲି/ଡିପ୍ ଫେକ୍ ଭିଡିଓକୁ ତୁରନ୍ତ ହଟାଇ ଏଭଳି ଘଟଣାକୁ ଗୃହ ମନ୍ତ୍ରଣାଳୟ, ନର୍ଥବ୍ଲକର କଣ୍ଟ୍ରୋଲ ରୁମକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଭୁଲ୍ ବିଷୟବସ୍ତୁ ମିଳିବା ପରେ କେନ୍ଦ୍ର ସରକାର ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସର ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରିଦେଇଛନ୍ତି ଏବଂ ମିଥ୍ୟା ଖବର ପାଇଁ ଅଧିକ ସତର୍କ ରହିବାକୁ କର୍ତ୍ତୃପକ୍ଷ କହିଛନ୍ତି।

ଗୃହ ମନ୍ତ୍ରାଳୟ ଏହା ମଧ୍ୟ କହିଛି ଯେ ସାମ୍ପ୍ରତିକ କାର୍ୟ୍ୟକଳାପ ସୂଚାଉଛି ଯେ ବିଶ୍ୱ ଜିହାଦୀ ଗୋଷ୍ଠୀ ଏବଂ ପାକିସ୍ତାନୀ ସଙ୍ଗଠନ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଜାନୁଆରି ୧୯ରେ ଗୃହ ମନ୍ତ୍ରଣାଳୟର ଜଣେ ଉପସଚିବ ପାହ୍ୟାର ଅଧିକାରୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡିଜି ଓ ପୁଲିସ କମିଶନରଙ୍କୁ ଚିଠି ଲେଖିଥିଲେ। ଚିଠିରେ ଅଧିକାରୀ ଜଣକ ଲେଖିଛନ୍ତି, ଅଯୋଧ୍ୟାରେ ରାମମନ୍ଦିର ଉଦ୍‌ଘାଟନ ସମାରୋହ ପୂର୍ବରୁ ସନ୍ଦେହଜନକ କାର୍ୟ୍ୟକଳାପ କିମ୍ବା ସାମ୍ପ୍ରଦାୟିକ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଥିବାରୁ ସାଇବର ସ୍ପେସ୍/ସୋସିଆଲ୍ ମିଡିଆର ଗତିବିଧି ଉପରେ ନିରନ୍ତର ନଜର ରଖାଯିବା ଦରକାର। ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ପୁଲିସ ମୁତୟନ କରିବାକୁ ମଧ୍ୟ ଗୃହ ମନ୍ତ୍ରାଳୟ ପୁଲିସ ମୁଖ୍ୟମାନଙ୍କୁ କହିଛି। ମୁସଲମାନ ଅଧ୍ୟୁଷିତ ଅଞ୍ଚଳ ଦେଇ ଶୋଭାଯାତ୍ରା ସମୟରେ ଅଧିକ ସତର୍କ ରହିବା ସହ ପର୍ୟ୍ୟାପ୍ତ ଆଇନଶୃଙ୍ଖଳା ବ୍ୟବସ୍ଥା କରିବାକୁ ସମସ୍ତ ପୁଲିସ ମୁଖ୍ୟଙ୍କୁ କୁହାଯାଇଛି।

The post ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ ୧୦୦ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍ କଲା କେନ୍ଦ୍ର, ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ବ୍ୟାପକ ପଦକ୍ଷେପ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started