ସ୍କୁଟିରେ ଯାଉଥିବା ବେଳେ ମହିଳାଙ୍କଠାରୁ ଝାମ୍ପିନେଲେ ସୁନା ଚେନ୍ । ଅଳ୍ପକେ ବଞ୍ଚିଲା ମହିଳାଙ୍କ ଜୀବନ ।

କନକ ବ୍ୟୁରୋ: ସମ୍ବଲପୁର ସହରରେ ରାସ୍ତା ମଝିରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ସ୍କୁଟିରେ ଆସୁଥିବା ଜଣେ ମହିଳାଙ୍କୁ ପିଛା କରି ତାଙ୍କ ବେକରୁ ସୁନା ଚେନ୍ ଓ ହାର ଲୁଟିନେଇଛନ୍ତି ଦୁଇ ଯୁବକ । ମୁଦିପଡା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମହିଳା ଜଣକ ହେଉଛନ୍ତି ନିରୂପମା ପଣ୍ଡା । ସେ ଏକ ବ୍ରତଘରରେ ଯୋଗ ଦେଇ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି ।

The post ସ୍କୁଟିରେ ଯାଉଥିବା ବେଳେ ମହିଳାଙ୍କଠାରୁ ଝାମ୍ପିନେଲେ ସୁନା ଚେନ୍ । ଅଳ୍ପକେ ବଞ୍ଚିଲା ମହିଳାଙ୍କ ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ଲାଲକୃଷ୍ଣ ଆଡଭାନୀ । ଶେଷ ମୁହୂର୍ତ୍ତରେ ବାତିଲ କଲେ ନିଜ ଗସ୍ତ, ଜାଣନ୍ତୁ କାରଣ କଣ?

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ପ୍ରବଳ ଥଣ୍ଡା ଓ ଖରାପ ପାଗ ପାଇଁ ନିଜର ଅଯୋଧ୍ୟା ଗସ୍ତକୁ ରଦ୍ଦ କରିଛନ୍ତି ଆଡଭାନୀ । ଏବେ ଆଡଭାନୀଙ୍କୁ ୯୬ ବର୍ଷ ବୟସ । ତେଣୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହାପୂର୍ବରୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଲାଲକୃଷ୍ଣ ଆଡଭାନୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ପାଇବା ପରେ ଆଡଭାନୀ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ସେଠାରେ ଉପସ୍ଥିତ ରହିବା ନେଇ ସ୍ପଷ୍ଟ କରିଥିଲେ । ଏହା କେଉଁ ଜନ୍ମର ପୂଣ୍ୟ ଯେ ଏହି ଜନ୍ମରେ ତାହାର ଫଳ ମିଳୁଛି । ତେବେ ପ୍ରବଳ ଶୀତ ଲହରି କାରଣରୁ ନିଜର ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି ଲାଲକୃଷ୍ଣ ଆଡଭାନୀ ।

The post ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ଲାଲକୃଷ୍ଣ ଆଡଭାନୀ । ଶେଷ ମୁହୂର୍ତ୍ତରେ ବାତିଲ କଲେ ନିଜ ଗସ୍ତ, ଜାଣନ୍ତୁ କାରଣ କଣ? first appeared on Kanak News.

from Kanak News
via <a href="https://ifttt.com/?

ଆଜି ଫତେଗଡ ରାମ ମନ୍ଦିରର ହେବ ପ୍ରାଣ ପ୍ରତିଷ୍ଠା । ପୂରା ଅଞ୍ଚଳ ହୋଇଛି ରାମମୟ ।

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଥିବା ବେଳେ ନୟାଗଡ ଜିଲ୍ଲା ଫତେଗଡରେ ବି ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ । ଫତେଗଡ ଗାଁ ନିକଟ ପାହାଡ ଉପରେ ନିର୍ମାଣ ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଗତ ୧୭ ତାରିଖରୁ ମନ୍ଦିରର ପ୍ରତିଷ୍ଠା ସାଙ୍ଗକୁ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି । ଅଯୋଧ୍ୟା ରାମମନ୍ଦିର ସହ ଆଜି ଫତେଗଡ ରାମ ମନ୍ଦିରର ମଧ୍ୟ ପ୍ରାଣ ପ୍ରତିଷ୍ଠା କରାଯିବ । ଯାହାକୁ ନେଇ ସାରା ଅଂଚଳରେ ଉତ୍ସାହ ଦେଖିବାକୁ ମିଳିଛି ।

ସମୁଦ୍ର ପତନ ଠାରୁ ୧୬୦୦ ଫୁଟ ଉଚ୍ଚ ପାହାଡ ଉପରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ବଉଳମାଳା ପଥରରେ ନିର୍ମିତ, ପୁଷ୍ପ ସଜ୍ଜିତ ଏହି ମନ୍ଦିରର ରୂପ ଅନନ୍ୟ ଆଉ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ଏହି ମନ୍ଦିରର ଓ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ପାଇଁ ବେଢ଼ାରେ ଚାଲିଛି ଯଜ୍ଞ । ପଣ୍ଡିତଙ୍କ ମନ୍ତ୍ର ଉଚାରଣ ସହ ଦିଆଯାଉଛି ଆହୁତି । ଆଉ ତା ଭିତରେ ଶୁଭୁଛି ସାଧୁ ସନ୍ଥଙ୍କ ମନ୍ତ୍ର ଓ ନାମ ସଂକୀର୍ତନ । ଯାହାଫଳରେ ପୁରା ପରିବେଶ ରାମମୟ ହୋଇଛି ।

ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୨ଶହ କାରିଗର, ୪ବର୍ଷ ହେଲା ନିୟୋଜିତ ହୋଇଥିଲେ । ଆଉ ୩ଟି ପର୍ଯ୍ୟାୟରେ ଏହାର ନିର୍ମାଣ କରାଯାଇଛି । ରେଖ, ଭଦ୍ର ଓ ମୋହନ ନାମରେ ୩ଟି ମୁଖ୍ୟ ମନ୍ଦିର ରହିଥିବାବେଳେ ଚତୁଃପାଶ୍ୱର୍ରେ ଶିବ, ଗଣେଶ, ସୂର୍ଯ୍ୟନାରାୟଣ ଓ ହନୁମାନଙ୍କ ପାଇଁ ୪ଟି ମନ୍ଦିର ନିର୍ମାଣ କରାଯାଇଛି । ସିଂହ, ଘୋଡା, ହାତୀ ଓ ବ୍ୟାଘ୍ରଙ୍କ ନାମରେ ୪ଟି ପ୍ରବେଶ ପଥ ରହିବା ସହ ୨୨ ପାହାଚର ଅନୁକରଣ ମଧ୍ୟ କରାଯାଇଛି । ନୟାଗଡ ଜିଲ୍ଲାର ଏକ ଗାଁ ଭିତରେ ଏପରି ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି ।

The post ଆଜି ଫତେଗଡ ରାମ ମନ୍ଦିରର ହେବ ପ୍ରାଣ ପ୍ରତିଷ୍ଠା । ପୂରା ଅଞ୍ଚଳ ହୋଇଛି ରାମମୟ । first appeared on Kanak News.

from Kanak News
via <a href="https://ifttt.com/?

ଶୀତ ଭିତରେ ଝିପଝିପ ବର୍ଷା । ଆସନ୍ତା ୨୬ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ।

କନକ ବ୍ୟୁରୋ : କୋହଲା ପାଗକୁ ବର୍ଷା । ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଗତକାଲି ଠାରୁ ଆରମ୍ଭ ହୋଇଛି ଝିପଝିପ ବର୍ଷା । ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ତଥା କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ଲାଗିରହିଛି ବର୍ଷା ।

ଗୁରୁଚାପ ବଳୟର ସକ୍ରିୟତା ଆଗାମୀ ୨୫ତାରିଖ ଯାଏଁ ରହୁଥିବାରୁ, ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ । ୨୬ରୁ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି । ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷା । ଯାହା ଜନଜୀବନକୁ କିଛି ମାତ୍ରାରେ ପ୍ରଭାବିତ କରିଛି ।

The post ଶୀତ ଭିତରେ ଝିପଝିପ ବର୍ଷା । ଆସନ୍ତା ୨୬ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ । first appeared on Kanak News.

from Kanak News
via <a href="https://ifttt.com/?

ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ । ରାହୁଲ ଗାନ୍ଧୀଙ୍କୁ ବିରୋଧ ସହ ପଡିଲା ଗୋ ବ୍ୟାକ ନାରା । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀଙ୍କ ଚେଲା କହିଲେ ଖଡଗେ ।

କନକ ବ୍ୟୁରୋ : ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ । ଆସାମର ନୂଆଗାଁଓ ଅଂଚଳରେ ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ କିଛି ଲୋକେ ପୋଷ୍ଟର ଓ ବ୍ୟାନର ଧରି ବିରୋଧ ପ୍ରଦର୍ଶନ କରିବା ସହ ଗୋ ବ୍ୟାକ ସ୍ଲୋଗାନ ଦେଇଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା ବିରୋଧରେ ବି ନାରାବାଜି କରିଛନ୍ତି ଲୋକେ ।

ରାହୁଲ ଗାନ୍ଧୀ ଏକ ଦୋକାନରେ ବାହାରେ ଛିଡା ହୋଇଥିବାବେଳେ ଲୋକ ବିରୋଧ ପ୍ରଦର୍ଶନ କରିଥିବା ଚିତ୍ର ସାମ୍ନାକୁ ଆସିଛି । ଏହାପରେ ରାହୁଲ ଗାନ୍ଧୀଙ୍କୁ ସୁରକ୍ଷାକର୍ମୀ ସେଠାରୁ ନେଇଯାଇଥିଲେ । ପୂର୍ବରୁ ଆଜି ରାହୁଲ ନୂଆଗାଁଓରେ ଏକ ରାଲିକୁ ସମ୍ବୋଧିତ କରିଥିଲେ । ସେ ଅଭିଯୋଗ କରିଥିଲେ, ଆସାମରେ ବିଜେପିର କର୍ମୀ ଭାରତ ଯୋଡୋ ନ୍ୟାୟ ଯାତ୍ରାର ସଦସ୍ୟଙ୍କୁ ଆକ୍ରମଣ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା କାହାକୁ ବି ଡରନ୍ତି ନାହିଁ ବୋଲି କହିଥିଲେ । ଆଜି ଦିନରେ ବି ସୋନିତପୁରରେ ରାହୁଲଙ୍କ ବସକୁ ଅଟାଇଥିଲେ ଲୋକେ । ବରିଷ୍ଠ ନେତା ଜୟରାମ ରମେଶଙ୍କ ଗାଡି ଉପରକୁ ବି ଆକ୍ରମଣ ହୋଇଥିଲା । ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ହିମନ୍ତଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚେଲା ବୋଲି କହିଛନ୍ତି ଖଡଗେ ।

The post ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ । ରାହୁଲ ଗାନ୍ଧୀଙ୍କୁ ବିରୋଧ ସହ ପଡିଲା ଗୋ ବ୍ୟାକ ନାରା । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀଙ୍କ ଚେଲା କହିଲେ ଖଡଗେ । first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଲେ, ପ୍ରଭୁ ଶ୍ରୀରାମ ସମସ୍ତଙ୍କର ପ୍ରେରଣାର ଉତ୍ସ ।

କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଭବ୍ୟ ଆୟୋଜନ କରାଯାଇଛି । କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବେ । ଏହା ଭବ୍ୟ ଉତ୍ସବର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦେଖିବାର ସୌଭାଗ୍ୟ ମିଳିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୧ ଦିନର ବ୍ରତ ପାଳନ ସମସ୍ତଙ୍କ ପାଇଁ ପ୍ରେରଣା । ଆଉ ଏହା ଭଗବାନ ଶ୍ରୀରାମଙ୍କ ପ୍ରତି ଆପଣଙ୍କ ସମର୍ପଣ ଭାବନାକୁ ଦର୍ଶାଉଛି ।

ଚିଠିରେ ରାଷ୍ଟ୍ରପତି ଆହୁରି ଲେଖିଛନ୍ତି, ଭଗବାନ ଶ୍ରୀରାମ ଆମ ସଂସ୍କୃତି ଓ ଆଧ୍ୟାତ୍ମିକ ଚିନ୍ତାଧାରାର ପ୍ରତୀକ । ମହାତ୍ମା ଗାନ୍ଧୀ ପିଲାଦିନରୁ ରାମ ନାମର ଆଶ୍ରୟ ନେଇଥିଲେ ଏବଂ ଶେଷ ନିଶ୍ୱାସ ପର୍ୟ୍ୟନ୍ତ ରାମ ନାମ ତାଙ୍କ ମୁହଁରୁ ବାହାରିଥିଲା । ତେଣୁ ସମସ୍ତେ ଶ୍ରୀରାମଙ୍କ ଭଳି ସାମାଜିକ ପୃଷ୍ଠଭୂମିକୁ ଭୁଲି, ଭେଦଭାବ ଭୁଲି ସମସ୍ତଙ୍କୁ ପ୍ରେମ ଓ ସମ୍ମାନର ସହ ବ୍ୟବହାର କରିବା କାମନା କରିଛନ୍ତି ରାଷ୍ଟ୍ରପତି ।

The post ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଲେ, ପ୍ରଭୁ ଶ୍ରୀରାମ ସମସ୍ତଙ୍କର ପ୍ରେରଣାର ଉତ୍ସ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ମୁଖ୍ୟ ଯଜମାନ ସାଜିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଅଯୋଧ୍ୟା ।

କନକ ବ୍ୟୁରୋ : ଶ୍ରୀରାମ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ୧୦ଟା ୨୫ରେ ମୋଦୀ ଅଯୋଧ୍ୟା ବିମାନବନ୍ଦରେ ପହଞ୍ଚିବେ । ୧୦ଟା ୫୫ ମିନିଟରେ ରାମ ଜନ୍ମଭୂମିରେ ପହଞ୍ଚିବେ । ଏବଂ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ପର୍ଯ୍ୟନ୍ତ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବ । ମଧ୍ୟାହ୍ନ ୧ଟାରେ ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଅପରାହ୍ନ ୨ଟା ୧୦ରେ ଦିଲ୍ଲୀ ଫେରିଯିବେ । ତେବେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅମିତାଭ ବଚ୍ଚନ, ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ୭ ହଜାର ସେଲିବ୍ରେଟିଙ୍କୁ ଏହି କାର୍ଯ୍ୟକମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ମିଳିଥିବା ସୂଚନା ମୁତାବକ, ସେମାନଙ୍କ ମଧ୍ୟରୁ ୬୦ ଭିଭିଆଇପି ଏବଂ ୯୦୦ ଭିଆଇପି ଆଜି ଯୋଗଦେବେ । ଏଥିପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଅଯୋଧ୍ୟାରେ ସ୍ନାଇପର ସ୍କ୍ୱାର୍ଡ ସହ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ୨୫ ହଜାର ଫୋର୍ସ ମୁତୟନ ରହିଛନ୍ତି । ସହରକୁ ଜଗିଛି ୧୦ ହଜାର ସିସିଟିଭି । ସୁରକ୍ଷା ତଦାରଖ ପାଇଁ ୩୧ ଆଇପିଏସ୍ ଅଫିସରଙ୍କୁ ମୁତୟନ କରାଯାଇଛି । ଏଆଇ ବିନିଯୋଗରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । କୌଣସି ପ୍ରକାରର ଅଘଟଣ ପାଇଁ ଆଣ୍ଟିଡ୍ରୋନ ବି ମୁୟତନ କରାଯାଇଛି । ନିଜେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

The post ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ମୁଖ୍ୟ ଯଜମାନ ସାଜିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଅଯୋଧ୍ୟା । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସକାଳ ୧୦ଟାରୁ ମଙ୍ଗଳଧ୍ୱନିରେ ପ୍ରକମ୍ପିତ ହେବ ମନ୍ଦିର, ପୂରା ଦେଶ ହୋଇଛି ରାମମୟ ।

କନକ ବ୍ୟୁରୋ : ପୂରଣ ହେବ ୫୦୦ ବର୍ଷର ସ୍ୱପ୍ନ । ଆଜି ରାମ ମନ୍ଦିରରେ ବିରାଜିବେ ରାମ ଲଲା । ସକାଳ ସାଢେ ୫ଟାରୁ ମନ୍ଦିର ଖୋଲାଯାଇଥିବା ବେଳେ ୮ଟାରୁ ବିଭିନ୍ନ ପୂଜାପାଠ, ରୀତିନୀତି ଆରମ୍ଭ ହେବ । ସକାଳ ୧୦ଟାରୁ ଆରମ୍ଭ ହେବ ମଙ୍ଗଳଧ୍ୱନୀ । ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ୫୦ରୁ ଅଧିକ ମନୋରମ ବାଦ୍ୟଯନ୍ତ୍ରରେ କମ୍ପିବ ମନ୍ଦିର ପରିସର ।

୧୦ଟା ୩୦ ସୁଦ୍ଧା ଅତିଥିମାନେ ମନ୍ଦିରରେ ପ୍ରବେଶ କରିବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଅଯୋଧ୍ୟାକୁ ଭକ୍ତଙ୍କ ସୁଅ ଛୁଟୁଛି । ସାଧୁ ସନ୍ଥ ମେଳି ବାନ୍ଧୁଛନ୍ତି । ରାମମୟ ହୋଇପଡିଛି ପୁରା ଅଯୋଧ୍ୟା । ୨ହଜାର କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟା ସହର । ରାମ ଜନ୍ମଭୂମିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁସାରେ, ୧୨ଟା ୧୫ରୁ ୧୨ଟା ୪୫ ଯାଏଁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସରଜୁ ନଦୀରୁ ପାଣି ଅଣାଯାଇ ଭବ୍ୟ ମନ୍ଦିରକୁ ଶୁଦ୍ଧ କରାଯିବ । ରାମଲଲାଙ୍କ ଲାଗି ୫୬ ଭୋଗ ଲଗାଯିବ । ଏହାପୂର୍ବରୁ ଗତକାଲି ମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠିତ ରାମଲଲାଙ୍କ ମୂର୍ତିକୁ ୧୧୪ କଳସ ଔଷଧୀୟ ଜଳରେ ସ୍ନାନ କରାଯାଇଥିଲା ।

The post ଆଜି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସକାଳ ୧୦ଟାରୁ ମଙ୍ଗଳଧ୍ୱନିରେ ପ୍ରକମ୍ପିତ ହେବ ମନ୍ଦିର, ପୂରା ଦେଶ ହୋଇଛି ରାମମୟ । first appeared on Kanak News.

from Kanak News
via <a href="https://ifttt.com/?

ସେତୁ ଯୋଜନାରେ ବାଲିମେଳା ଜଳଭଣ୍ଡାରରେ ଜାଆଁଳ ଛାଡ଼ୁଛି ପ୍ରଶାସନ । ଜଳଭଣ୍ଡାରରୁ ମାଛ ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି ମତ୍ସ୍ୟଜୀବୀ

କନକ ବ୍ୟୁରୋ : ଚିତ୍ରକୋଣ୍ଡା ଅଚଂଳରେ ଏବେ ବାଲିମେଳା ଜଳଭଣ୍ଡାର ମତ୍ସ୍ୟଜୀବୀଙ୍କୁ ଯୋଗାଉଛି ରୋଜଗାର । ସେତୁ ଯୋଜନାରେ ସରକାରଙ୍କ ତରଫରୁ ୨୦୧୮ ମସିହାରୁ ବାଲିମେଳା ଜଳ ଭଣ୍ଡାରରେ ମାଛ ଜାଆଁଳ ଛଡ଼ାଯାଉଛି । ଆଉ ମତ୍ସ୍ୟଜୀବି ମାନେ ଏଠାରୁ ମାଛ ମାରି ବଜାରରେ ବିକ୍ରି କରି ରୋଜଗାରକ୍ଷମ ହୋଇପାରୁଛନ୍ତି । ଚଳିତ ବର୍ଷ ସେତୁ ଯୋଜନା ମାଧ୍ୟମରେ ମାଲକାନଗିରି ଜିଲ୍ଲା ପ୍ରଶାସନ ୨ କୋଟି ମାଛ ଯାଆଂଳ ବାଲିମେଳା ଜଳ ଭଣ୍ଡାରରେ ଛାଢ଼ିବାକୁ ଲକ୍ଷ୍ୟ ରଖିଛି । ଚଳିତ ମାସରେ ୧୨ ଲକ୍ଷ ମାଛ ଯାଆଂଳ ନଦୀରେ ଛଡ଼ାଯାଇଥିବା ବେଳେ ଆଗକୁ ଅବଶିଷ୍ଟ ମାଛ ଛାଡ଼ିବ ପ୍ରଶାସନ ।

ପୂର୍ବରୁ ମତ୍ସ୍ୟଜୀବୀ ମାନଙ୍କ ପାଇଁ ଡଙ୍ଗା, ମାଛ ଜାଲ, ଲାଇଫ ଜ୍ୟାକେଟ୍ ଇତ୍ୟାଦି ଯୋଗାଇ ଦେଇଥିଲା ପ୍ରଶାସନ । ବର୍ତମାନ ଜଳଭଣ୍ଡାରରେ ରୋହି, ଭାକୁର, ମିରିକାଳି ପ୍ରଜାତିର ମାଛ ଛଡ଼଼ାଯାଇଛି । ଯାହାକୁ ନେଇ ଏବେ ମତ୍ସ୍ୟଜୀବିଙ୍କ ମନରେ ଖୁସି କହିଲେ ନସରେ ।

ଦିନ ଥିଲା ଜଳ ଭଣ୍ଡାର ଆରପଟେ ବସବାସ କରୁ ଥିବା ୧୫୧ଟି ଗାଁର ଲୋକେ ଗଂଜେଇ ଚାଷ କରି ନିଜ ଜୀବିକା ନିର୍ବାହ କରୁଥିଲେ । ଆଉ ଏ ହୋଉଛି ପରିବର୍ତନର ଚିତ୍ର ।

The post ସେତୁ ଯୋଜନାରେ ବାଲିମେଳା ଜଳଭଣ୍ଡାରରେ ଜାଆଁଳ ଛାଡ଼ୁଛି ପ୍ରଶାସନ । ଜଳଭଣ୍ଡାରରୁ ମାଛ ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି ମତ୍ସ୍ୟଜୀବୀ first appeared on Kanak News.

from Kanak News
via <a href="https://ifttt.com/?

କଳାମୁଗୁନି ପଥରରେ ତିଆରି ହେଉଛି ଶିଳ, ଘୋରଣା ଓ ପେଶଣା । ସ୍ଥାନୀୟ ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି ଗାଁର ୩୦ ପରିବାର

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ଚଢିଆପଲ୍ଲି ଗାଁ । ଗାଁରେ ରହୁଛନ୍ତିି ୩୦ ପରିବାର । ଏମାନେ ପୁରୁଷ ପୁରୁଷ ଧରି ପଥରରେ ନିର୍ମାଣ କରୁଛନ୍ତି ଘରକରଣା ସାମଗ୍ରୀ । ବୁଗୁଡା ସହର ଠାରୁ ମାତ୍ର ୩ କିମି ଦୂର ଚଢିଆପଲ୍ଲି ଗାଁ ଲୋକେ ପାହାଡରେ ଥିବା କଳାମୁଗୁନି ପଥରରୁ ଶିଳ, ଘୋରଣା, ପେଶଣା ତିଆରି କରି ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି । ପ୍ରଥମେ ଗୋଟିଏ ପରିବାରର ସଦସ୍ୟ ଏହି କାମ ଆରମ୍ଭ କରିଥିଲେ । ଧୀରେ ଧୀରେ ଏହାର ଚାହିଦା ବଢ଼ିବାରୁ ଅନ୍ୟ ପରିବାର ଏହି କାମ କରୁଛନ୍ତି । ଭଲ ବ୍ୟବସାୟ ହେବାରୁ ଏହାକୁ କୌଳିକ ବୃତି ଭାବେ ଆପଣାଇଛନ୍ତି ଗାଁର ୩୦ ପରିବାର ।

ମେସିନାରୀ ଜିନିଷର ବ୍ୟବହାର ବଢ଼ିଥିଲେ ମଧ୍ୟ ଏବେ ବି ଶିଳ, ଘୋରଣାର ଚାହିଦା କମିନି । ଆଜି ବି ଲୋକମାନେ ଘରେ ଘରେ ଶିଳ ଘୋରଣା ସାଇତି ରଖିଛନ୍ତି । ଶିଳ ବଟା ଖାଦ୍ୟ ଖାଇବାକୁ ଲୋକ ମାନେ ଅଧିକ ପସନ୍ଦ କରନ୍ତି । ଏହାକୁ ଦୃଷ୍ଟିରେ ରଖି କାରିଗର ମାନେ ଏହି କାମ ଜାରି ରଖିଛନ୍ତି । ମୁଗୁନି ପଥରକୁ ପ୍ରଥମେ ପାହାଡକୁ କାଟିବା ପରେ ସେଣି ଓ ହାତୁଡି ଦ୍ୱାରା ବିଭିନ୍ନ ରୁପ ଦେଉଛନ୍ତି । ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ୯ ଶହରୁ ୧୧ ଶହ ଟଙ୍କାରେ ବିକ୍ରି କରିବା ସହ କଟକ, ପୁରୀ, ବାଲେଶ୍ୱର ଓ ଭଦ୍ରକ ଭଳି ଅଂଚଳକୁ ବିକ୍ରି ପାଇଁ ପଠାଉଛନ୍ତି ଏହି ଅଂଚଳର କାରିଗର । ଏଥିରୁ ଗୋଟିଏ ଗୋଟିଏ ପରିବାରକୁ ମାସିକ ୧୦ ହଜାର ଟଙ୍କର ରୋଜଗାର ମିଳୁଛି ।

ଏହି ବୃତି କଷ୍ଟକର ହୋଇଥିଲେ ମଧ୍ୟ ସେମାନଙ୍କୁ ଆତ୍ମସନ୍ତୋଷ ଦେଇଛି । କିନ୍ତୁ ସରକାରଙ୍କ ପକ୍ଷରୁ କିଛି ସହାୟତା ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପଥର କାରିଗର ।

The post କଳାମୁଗୁନି ପଥରରେ ତିଆରି ହେଉଛି ଶିଳ, ଘୋରଣା ଓ ପେଶଣା । ସ୍ଥାନୀୟ ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି ଗାଁର ୩୦ ପରିବାର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started