କୁହୁଡି ହେଲା କାଳ: ସକାଳୁ ଏକାଧିକ ଦୁର୍ଘଟଣା । ଆଠଗଡରେ ଡିଭାଇଡରକୁ ପିଟିଲା ବସ୍ । ୨୦ ଯାତ୍ରୀ ଆହତ ଏସସିବିରେ ଭର୍ତ୍ତି । ଚୌଦ୍ୱାରରେ କୁହୁଡି ପାଇଁ ଓଲଟିଲା ବସ୍ ।

କନକ ବ୍ୟୁରୋ: କୁହୁଡି ହେଲା କାଳ । କୁହୁଡି ପାଇଁ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ଓଲଟିଲା ଘରୋଇ ବସ୍ । ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ । ଆହତଙ୍କୁ କଟକ ଏସସିବିରେ ଭର୍ତି କରାଯାଇଛି । ଢେଙ୍କାନାଳରୁ କଟକ ଆସୁଥିବା ଲକ୍ଷ୍ମୀ ନାମକ ଏକ ଘରୋଇ ବସ ଭୋର ୩ଟାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଚୌଦ୍ୱାର ଥାନା, ଗୁରୁଡିଝାଟିଆ ଥାନା ଓ ଆଠଗଡ ଥାନା ଅଗ୍ନିଶମ ବିଭାଗ ପହଁଚି ଆହତକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଜାତୀୟ ରାଜପଥ ବାଳି ଛକ ଠାରୁ ମଧୂସୁଦନ ସେତୁ ଦେଇ ଯାଉଥିବାବେଳେ ନୂଆପାଟଣା ରାସ୍ତାର ମଝି ଡିଭାଇଡରରେ ବସଟି ପିଟି ହୋଇଥିଲା । ତେବେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀମାନେ ।

The post କୁହୁଡି ହେଲା କାଳ: ସକାଳୁ ଏକାଧିକ ଦୁର୍ଘଟଣା । ଆଠଗଡରେ ଡିଭାଇଡରକୁ ପିଟିଲା ବସ୍ । ୨୦ ଯାତ୍ରୀ ଆହତ ଏସସିବିରେ ଭର୍ତ୍ତି । ଚୌଦ୍ୱାରରେ କୁହୁଡି ପାଇଁ ଓଲଟିଲା ବସ୍ । first appeared on Kanak News.

from Kanak News
via <a href="https://ifttt.com/?

ଆକାଶଛୁଆଁ ରସୁଣ ଦର । ଅମଳ ସମୟରେ କେଜି ଦର ୫ଶହ ।

କନକ ବ୍ୟୁରୋ: ରୋଷେଇ ଶାଳର ଅତ୍ୟାବଶ୍ୟକ ସାମଗ୍ରୀ ରସୁଣର ଦର ଆକାଶ ଛୁଆଁ ହୋଇଛି । ଅମଳ ସମୟରେ ବଜାରରେ ରସୁଣ କିଲୋକୁ ପାଖାପାଖି ୫ ଶହ ଟଙ୍କାରେ ବିକ୍ରି ହେଉଛି । ହେଲେ ଦୁଃଖର କଥା ହେଉଛି ରସୁଣ ଚାଷ କରିଥିବା ଚାଷୀ ନୁହେଁ ଚଢା ଦରରେ ରସୁଣ ବିକ୍ରି କରି ବ୍ୟବସାୟୀ ମାଲାମାଲ ହେଉଛନ୍ତି । କୋରାପୁଟରୁ ଆସିଛି ରସୁଣର ଆକାଶ ଛୁଆଁ ଦରବୃଦ୍ଧିର ଖବର ।

ବଜାରରେ ଏବେ ରସୁଣ ଦର ଅକାଶ ଛୁଆଁ ହୋଇଛି । ଆଶ୍ଚର୍ଯ୍ୟକର କଥା ହେଉଛି ଅମଳ ସମୟରେ ଉଚ୍ଚା ଦରରେ ବିକ୍ରି ହେଉଛି ରସୁଣ । ରୋଷେଇ ଘରେ ଅଦା ଅଛି, ଅନ୍ୟ ପରିବା ବି ରହିଛି । ହେଲେ ରସୁଣ ଗାଏବ ହୋଇଯାଇଛି । ରସୁଣ ଅମଳ ସମୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ବଜାରରେ । କାଁ ଭାଁ ଦୋକାନରେ ରସୁଣ ମିଳୁଛି । ଯେଉଁ କୋରାପୁଟରେ ଚଳିତ ବର୍ଷ ବମ୍ପର ରସୁଣ ଚାଷ ହୋଇଥିଲା, ସେଠି ଏବେ ରସୁଣ କିଣିବାକୁ ଡରୁଛନ୍ତି ଗ୍ରାହକ । ରସୁଣ କିଲୋକୁ ୪୫୦ରୁ ୪୮୦ ଟଙ୍କା କଷୁଛନ୍ତି ବ୍ୟବସାୟୀ । ଦୁଇ ସପ୍ତାହ ତଳେ ରସୁଣ କିଲୋ ପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରିଥିଲେ ଚାଷୀ ।

କୋରାପୁଟରେ ଚଳିତ ବର୍ଷ ରସୁଣ ଉତ୍ପାଦନ ଗତବର୍ଷ ଅପେକ୍ଷା ୨୭ ପ୍ରତିଶତ ଅଧିକ ରହିଥିଲା । ତେଣୁ ରସୁଣର ଦର ଅଚାନକ ବୃଦ୍ଧି ପଛରେ କଳାବଜାରୀଙ୍କ ହାତ ଥିବା ଅନୁମାନ କରାଯାଉଛି । ଏପରିକି ଅଧିକ ଲାଭ କରିବା ଲୋଭରେ ବାହାର ରାଜ୍ୟର ମାଫିଆ ମୂଲିଆ ଲଗାଇ ଜମିରୁ ରସୁଣ ଖୋଳାଇ ନେଉଥିବା ଜଣାପଡିଛି । ଅନ୍ୟପଟେ ବ୍ୟବସାୟୀ କହିଛନ୍ତି, ବଜାରରେ ରସୁଣର ଆବଶ୍ୟକତା ପୂରଣ କରିବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଦର ବଢିଯାଇଛି । ସେପଟେ ନୂଆ ରସୁଣ ଅମଳ ହୋଇ ବଜାରକୁ ଆସିଲେ ଦର ସ୍ୱାଭାବିକ ହେବ ବୋଲି କହିଛନ୍ତି, ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ।

The post ଆକାଶଛୁଆଁ ରସୁଣ ଦର । ଅମଳ ସମୟରେ କେଜି ଦର ୫ଶହ । first appeared on Kanak News.

from Kanak News
via <a href="https://ifttt.com/?

କାରରେ ଚୋରେଇ ନେଉଥିଲେ ଛେଳି । ୪ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ: କାରରେ ଛେଳି ଚୋରି, ଧରାପଡିବା ପରେ ୪ଜଣ ଅଭିଯୁକ୍ତଙ୍କୁ ଧରି ପୋଲିସର ଜିମା ଦେଲେ ଗ୍ରାମବାସୀ । ମାଲକାନଗିରି ଥାନା ତୋଙ୍ଗଗୁଡା ଗାଁରେ ହାଇଟେକ ଉପାୟରେ ଏଭଳି ଛେଳି ଚୋରିର ଦୃଶ୍ୟ ଦେଖିବାକୁ ମିଳିଛି । କୋରାପୁଟରୁ ଆସି ମାଲକାନଗିରି ର ବିଭିନ୍ନ ଗାଁରେ ଆସି ଛେଳି ଚୋରି କରି ନେଉଥିଲେ ହାଇ ଟେକ୍ ଚୋର । ତୋଙ୍ଗଗୁଡା ଗାଁରୁ ଚୋରମାନେ ଛେଳି ଚୋରି କରି ନେଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଛନ୍ତି ।

The post କାରରେ ଚୋରେଇ ନେଉଥିଲେ ଛେଳି । ୪ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

ହେମନ୍ତ ସୋରେନଙ୍କୁ ଗିରଫ ପରେ ତେଜିଲା ରାଜନୀତି । କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧୀ ଦଳ । ସେପଟେ ଗିରଫ ପ୍ରତିବାଦରେ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ।

କନକ ବ୍ୟୁରୋ: ଜେଏମଏମ ଅଧକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀକୁ ବିରୋଧ । ଆଦିବାସୀ ସଂଘ ପକ୍ଷରୁ ଆଜି ଦିନିକିଆ ଝାଡ଼ଖଣ୍ଡ ବନ୍ଦ ପାଳନ କରାଯାଉଛି । ଆଦିବାସୀ ମୂଳବାସୀ ସଂଗଠନ ରାଜ୍ୟବାସୀଙ୍କୁ ଏହି ବନ୍ଦ ପାଳନରେ ସାମିଲ ହେବାକୁ ସୋସିଆଲ ମିଡିଆରେ ରାଜ୍ୟବାସୀଙ୍କୁ ଅପିଲ କରିଛି । ତେବେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ କୌଣସି ବନ୍ଦ ଡାକରା ଦିଆଯାଇନଥିବା ବେଳେ ଦଳୀୟ ନେତା ଓ କର୍ମୀମାନେ ସଂଯମତା ରକ୍ଷା କରିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି ।

The post ହେମନ୍ତ ସୋରେନଙ୍କୁ ଗିରଫ ପରେ ତେଜିଲା ରାଜନୀତି । କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧୀ ଦଳ । ସେପଟେ ଗିରଫ ପ୍ରତିବାଦରେ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା । first appeared on Kanak News.

from Kanak News
via <a href="https://ifttt.com/?

ବଜେଟ୍ ଦିନ ଗ୍ରାହକଙ୍କୁ ଝଟକା … ଏଲପିଜି ସିଲିଣ୍ଡର ହେଲା ମହଙ୍ଗା, ଜାଣନ୍ତୁ ନୂଆ ଦର ।

କନକ ବ୍ୟୁରୋ: ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି । ବଜେଟ୍ ଦିନ ମହଙ୍ଗା ଝଟକା ଲାଗିଛି । ପ୍ରତି କମର୍ସିଆଲ ସିଲିଣ୍ଡର ପିଛା ୧୪ ଟଙ୍କା ବଢିଛି । ଏହାସହ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ଦର ୧୭୬୯. ୫୦ ଟଙ୍କାରେ ପହଞ୍ଚିଛି ।

ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ଆଗତ କରିବେ । କିନ୍ତୁ ଏହା ପୂର୍ବରୁ ଏଲପିଜି ଦର ବୃଦ୍ଧି ହୋଇଛି । ତାଜା ପରିବର୍ତ୍ତନ ପରେ ଦିଲ୍ଲୀରେ ୧୯ କେଜି ଏଲପିଜି ସିଲିଣ୍ଡର ଦର ୧୭୫୫.୫୦ ଟଙ୍କାରୁ ବୃଦ୍ଧି ହୋଇ ୧୭୬୯.୫୦ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ ସିଲିଣ୍ଡର ୧୮୬୯,୦୦ ଟଙ୍କାରୁ ବୃଦ୍ଧି ପାଇ ୧୮୮୭ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ୧୯ କେଜି ସିଲିଣ୍ଡର ଦର ୧୭୦୮ରୁ ବଢି ୧୭୨୩ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ କମର୍ସିଆଲ ସିଲିଣ୍ଡର ଦର ୧୯୨୪. ୫୦ଟଙ୍କାରୁ ବଢି ୧୯୩୭ ଟଙ୍କାରେ ପହଞ୍ଚିଛି ।

The post ବଜେଟ୍ ଦିନ ଗ୍ରାହକଙ୍କୁ ଝଟକା … ଏଲପିଜି ସିଲିଣ୍ଡର ହେଲା ମହଙ୍ଗା, ଜାଣନ୍ତୁ ନୂଆ ଦର । first appeared on Kanak News.

from Kanak News
via <a href="https://ifttt.com/?

କଟକ ବାଲିଯାତ୍ରା ଉପର ପଡିଆରେ ଜମୁଛି ମେଳା । ସଂଧ୍ୟା ହେଲେ ଶିଶିର ମେଳାରେ ଲାଗୁଛି ଲୋକଙ୍କ ଭିଡ ।

କନକ ବ୍ୟୁରୋ: ଶୀତଦିନେ ଶିଶିର ମେଳା । କଟକ ବାଲିଯାତ୍ରା ଉପର ପଡିଆରେ ଜମୁଛି ମେଳା । ସଂଧ୍ୟା ହେଲେ ଶିଶିର ମେଳାରେ କଟକିଆଙ୍କ ଭିଡ ଲାଗୁଛି । ମେଳା ବୁଲିବା ସହ ବିଭିନ୍ନ ଘରକରଣା ଜିନିଷ କିଣିକିଣି କରୁଛନ୍ତି । ଖେଳାଖେଳି କରୁଛନ୍ତି କୁନିପିଲା । ପରିବାର ଓ ସାଙ୍ଗ ସାଥିଙ୍କ ସହ ଖିଆପିଆର ମଜା ଉଠାଉଛନ୍ତି ଦର୍ଶକ ।

The post କଟକ ବାଲିଯାତ୍ରା ଉପର ପଡିଆରେ ଜମୁଛି ମେଳା । ସଂଧ୍ୟା ହେଲେ ଶିଶିର ମେଳାରେ ଲାଗୁଛି ଲୋକଙ୍କ ଭିଡ । first appeared on Kanak News.

from Kanak News
via <a href="https://ifttt.com/?

କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଇ-ହୁଣ୍ଡି ବ୍ୟବସ୍ଥା । ବାରକୋଡ୍ ସ୍କାନ କରି ସିଧାସଳଖ ମାଆଙ୍କ ଆକାଉଣ୍ଟକୁ ଦାନ ଦେଇପାରିବେ ଭକ୍ତ ।

କନକ ବ୍ୟୁରୋ: ମା’ ମଙ୍ଗଳାଙ୍କ ଇ- ହୁଣ୍ଡି । କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର ସମ୍ମୁଖରେ ୟୁକୋ ବ୍ୟାଙ୍କ ପକ୍ଷରୁ ଏକ ଇ-ହୁଣ୍ଡି ସ୍ଥାପନ କରାଯାଇଛି । ଏଥିରେ ମାଆ ମଙ୍ଗଳାଙ୍କ ଟ୍ରଷ୍ଟ ବୋର୍ଡ ନାଁରେ ରହିଥିବା ୟୁକୋ ବ୍ୟାଙ୍କ ଆକାଉଂଟ ନମ୍ବରର ଏକ ସ୍କାନର ରଖାଯାଇଛି । ସ୍କାନର ଜରିଆରେ ଟଙ୍କା ଦେଲେ ତାହା ସିଧା ସଳଖ ମା’ ମଙ୍ଗଳାଙ୍କ ଆକାଉଣ୍ଟକୁ ଯିବ । ଭକ୍ତଙ୍କ ଅର୍ଥ ଦାନ ସହଜ ଓ ସୁବିଧାରେ ଠାକୁରଙ୍କ ନାଁରେ ରହିବ । ଭକ୍ତଙ୍କ ପାଇଁ ମଧ୍ୟ ଏହା ବେଶ ସହଜ ହୋଇପାରିବ ।

The post କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଇ-ହୁଣ୍ଡି ବ୍ୟବସ୍ଥା । ବାରକୋଡ୍ ସ୍କାନ କରି ସିଧାସଳଖ ମାଆଙ୍କ ଆକାଉଣ୍ଟକୁ ଦାନ ଦେଇପାରିବେ ଭକ୍ତ । first appeared on Kanak News.

from Kanak News
via <a href="https://ifttt.com/?

ପେଟିଏମକୁ ରିଜର୍ଭ ବ୍ୟାଙ୍କର ଝଟକା । ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଇଲେ ଅଙ୍କୁଶ । ଫେବ୍ରୁଆରୀ ୨୯ ଯାଏଁ ଗ୍ରାହକଙ୍କ ଜମାରାଶି ସୁରକ୍ଷିତ ।

କନକ ବ୍ୟୁରୋ: ଦେଶର ପ୍ରାୟ ୨୭ କୋଟି ଲୋକ ବ୍ୟବହାର କରୁଥିବା ଡିଜିଟାଲ ପେମେଂଟ ଆପ୍ ‘ପେ-ଟିଏମ’ ବନ୍ଦ ହୋଇପାରେ । ଏପରି ଖବର ଶୁଣି ଆପଣ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ପେ-ଟିଏମ ୱାଲେଟରେ ଥିବା ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ । ଏବଂ ଏଥିରେ ଥିବା ସଞ୍ଚୟକୁ ଆପଣ ଯେମିତି ଖର୍ଚ୍ଚ କରୁଥିଲେ ସେମିତି ଖର୍ଚ୍ଚ କରିପାରିବେ । ସଞ୍ଚୟ ଶେଷ ହୋଇଯିବା ପରେ ଆଉ ଜମା କରିପାରିବେ ନାହିଁ । ଦେଶର ସମସ୍ତ ବ୍ୟାଙ୍କିଙ୍ଗ ଓ ଅଣବ୍ୟାଙ୍କିଙ୍ଗ ସଂସ୍ଥାକୁ ନିୟନ୍ତ୍ରିତ କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ପେ-ଟିଏମ ସଂସ୍ଥା ଉପରେ କଟକଣା ଲଗାଇଛି ।

ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ଫେବ୍ରୁଆରୀ ୨୯ ତାରିଖ ପରେ ପେ-ଟିଏମ ସଂସ୍ଥା ଆଉ ଏହାର ଗ୍ରହକଙ୍କଠାରୁ ଟଙ୍କା ଗ୍ରହଣ କରିପାରବ ନାହିଁ । ଆରବିଆଇଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମକୁ ମାନିନଥିବାରୁ ଏହି କଟକଣା ଲଗାଯାଇଛି । ତେଣୁ ଫେବ୍ରୁଆରୀ ୨୯ ପରେ ଆକାଉଂଟ, ୱାଲେଟ୍ କିମ୍ବା ଫାସଟ୍ୟାଗ କୌଣସି ଉପାୟରେ ବି ପେ-ଟିଏମ ଗ୍ରାହକଙ୍କଠାରୁ ଟଙ୍କା ଗ୍ରହଣ କରିବ ନାହିଁ । ଆଉ କୌଣସ ନୂଆ ଗ୍ରାହକ ମଧ୍ୟ ପେ-ଟିଏମ ସହ ଯୋଡିହେବେ ନାହିଁ । ଏବେ ନଜର ପକାନ୍ତୁ ପେ-ଟିଏମ ସଂସ୍ଥାର ଇତିହାସ ଉପରେ ।

– ଦେଶର ପ୍ରଥମ ଡିଜିଟାଲ ପେମେଂଟ ଆପ୍ ପେ-ଟିଏମ
– ବିଜୟ ଶେଖର ଶର୍ମା ଏହାର ପ୍ରତିଷ୍ଠାତା
– ୨୦୧୦ ଅଗଷ୍ଟରେ ଦେଶରେ ଲଞ୍ଚ ହୋଇଥିଲା ପେ-ଟିଏମ ପେମେଂଟ ଆପ୍
– ୨୦୧୪ରେ ପେ-ଟିଏମ ୱାଲେଟ୍ ଲଞ୍ଚ ହେଲା
– ଦେଶରେ ଏହାର ପ୍ରାୟ ୨୭ କୋଟି ଗ୍ରାହକ ଅଛନ୍ତି
– ୨୦୧୮ ଓ ୨୦୨୨ରେ ମଧ୍ୟ ପେ-ଟିଏମ କାରବାର ଉପରେ ଆରବିଆଇ ଆପତି କରିଥିଲା
– ପୂର୍ବରୁ ପେ-ଟିଏମ ସଂସ୍ଥା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୩ଥର କାର୍ଯ୍ୟାନୁଷ୍ଠାନ ନେଇଛି

The post ପେଟିଏମକୁ ରିଜର୍ଭ ବ୍ୟାଙ୍କର ଝଟକା । ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଇଲେ ଅଙ୍କୁଶ । ଫେବ୍ରୁଆରୀ ୨୯ ଯାଏଁ ଗ୍ରାହକଙ୍କ ଜମାରାଶି ସୁରକ୍ଷିତ । first appeared on Kanak News.

from Kanak News
via <a href="https://ifttt.com/?

ଜ୍ଞାନବ୍ୟାପୀ ମସଜିଦରେ ପୂଜାର୍ଚ୍ଚନା । କୋର୍ଟଙ୍କ ଅନୁମତି ପରେ ସକାଳୁ ପୂଜକ କଲେ ପୂଜାର୍ଚ୍ଚନା ।

କନକ ବ୍ୟୁରୋ: ୩୦ବର୍ଷ ପରେ ଜ୍ଞାନବ୍ୟାପୀ ମସଜିଦରେ ହିନ୍ଦୁପକ୍ଷଙ୍କ ପୂଜାର୍ଚ୍ଚନା । କୋର୍ଟଙ୍କ ଅନୁମତି ପରେ ଭୋରରୁ ପୂଜକ କରିଛନ୍ତି ପୂଜାର୍ଚ୍ଚନା । ଗତକାଲି ମାମଲାର ଶୁଣାଣୀ ପରେ ହିନ୍ଦୁ ପକ୍ଷଙ୍କୁ ପୂଜାର୍ଚ୍ଚନା ପାଇଁ କୋର୍ଟ ନିଷ୍ପତ୍ତିି ନେଇଥିଲେ । ଆଜି ରାତି ୩ଟାରୁ କାଶୀ ବିଶ୍ୱନାଥ ମନ୍ଦିରର ପୂଜକ ମାନଙ୍କ ଦ୍ୱାରା ‘ବ୍ୟାସ୍ କା ତହଖାନା’ରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ୩୦ବର୍ଷ ପରେ ପୁଣିଥରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ପୂଜାର୍ଚ୍ଚନାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସପ୍ତାହକ ମଧ୍ୟରେ ଏହା ପରିସରରୁ ବ୍ୟାରିକେଡ ହଟାଇବାକୁ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

The post ଜ୍ଞାନବ୍ୟାପୀ ମସଜିଦରେ ପୂଜାର୍ଚ୍ଚନା । କୋର୍ଟଙ୍କ ଅନୁମତି ପରେ ସକାଳୁ ପୂଜକ କଲେ ପୂଜାର୍ଚ୍ଚନା । first appeared on Kanak News.

from Kanak News
via <a href="https://ifttt.com/?

ସଂସଦରେ ଆଜି ଆଗତ ହେବ ଅନ୍ତରୀଣ ବଜେଟ୍ । ଦିନ ୧୧ଟାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

କନକ ବ୍ୟୁରୋ: ସଂସଦରେ ଆଜି ଆଗତ ହେବ ଅନ୍ତରୀଣ ବଜେଟ । ଦିନ ୧୧ଟାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ପ୍ରସ୍ତାବ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ବଜେଟ ହେବ ।

ଆଜି ଅନ୍ତରୀଣ ବଜେଟ ଆଗତ ହେବାକୁ ଥିବା ବେଳେ ଜୁଲାଇ ମାସରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । ନିର୍ବାଚନୀ ବର୍ଷରେ କେନ୍ଦ୍ରୀୟ ବଜେଟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ବଜେଟରେ କୌଣସି ବଡ଼ ଘୋଷଣା ହେବାର ସମ୍ଭାବନା ନଥିବା ଅର୍ଥନିତିଜ୍ଞ ମାନେ ଆକଳନ କରିଛନ୍ତି । କୌଣସି ବଡ଼ ଘୋଷଣା ନକରାଗଲେ ବି ଅର୍ଥନିତିକୁ ଶିଖରରେ ପହଁଚାଇବା ପାଇଁ ବିଭିନ୍ନ ଦିଗ ଉପରେ ଫୋକସ କରିପାରନ୍ତି କେନ୍ଦ୍ର ସରକାର । ପିଏମ କିଷାନ ଯୋଜନାରେ ବଢ଼ିପାରେ ସହାୟତା ରାଶି, ଆୟୁଷ୍ମାନ ଭାରତ ଯୋଜନାରେ ମଧ୍ୟ କେନ୍ଦ୍ର ସରକାର ଏହି ବଜେଟରେ ବୀମା ରାଶି ବଢାଇବାର ସମ୍ଭାବନା ରହିଛି । ସେହିପରି ଚଳିତ ବଜେଟରେ ଜୀବନବୀମା ଓ ସ୍ୱାସ୍ଥ୍ୟବୀମା ପଲିସିକୁ ଜିଏସଟିମୁକ୍ତ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ । ଆୟକରଦାତାଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ୧ ଲକ୍ଷକୁ ବୃଦ୍ଧି ହୋଇପାରେ । ସେହିପରି ବତ୍ତୀୟ ନିଅଣ୍ଟ ହ୍ରାସ ଓ ଦ୍ରୁତ ଅଭିବୃଦ୍ଧି ହାସଲ ଲକ୍ଷ୍ୟରେ ଭିତିିଭୂମିରେ ବ୍ୟୟବରାଦ ମଧ୍ୟ ବୃଦ୍ଧି ପାଇପାରେ ।

The post ସଂସଦରେ ଆଜି ଆଗତ ହେବ ଅନ୍ତରୀଣ ବଜେଟ୍ । ଦିନ ୧୧ଟାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started