କନ୍ଧମାଳରେ ସଫଳ ହେଉଛି ଷ୍ଟ୍ରବେରୀ ଚାଷ । ୬ଟି ବ୍ଲକରେ ୩୦ ଏକର ଜମିରେ ଫଳିଛି ଲାଲ ରଙ୍ଗର ଷ୍ଟ୍ରବେରୀ

କନକ ବ୍ୟୁରୋ : ସବୁଜିମା ପରିବେଶରେ ହସୁଛି କ୍ଷେତ । ନୀଳ ରଙ୍ଗର ଷ୍ଟ୍ରବେରୀ ଗଛରେ ଲାଲ ରଙ୍ଗର ଫଳ ବେଶ ଆକୃଷ୍ଟ କରୁଛି । ତେବେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୨୨-୨୩ରେ ପରିକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଥିବା ଏହି ଚାଷ ଏବେ ସଫଳ ହୋଇଛି । କନ୍ଧମାଳର ମାଟି, ପାଣି ଓ ପବନ ଷ୍ଟ୍ରବେରୀ ଚାଷ ପାଇଁ ସମ୍ପୂର୍ଣ୍ଣ ସୁହାଇଛି । ଫୁଲବାଣୀ ବ୍ଳକ ମିଣିଆ ପଂଚାୟତର ଜ୍ରାକିପଡ଼ା ଗାଁରେ ଏହି ଚାଷ କରିଛନ୍ତି ୧୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ପ୍ରାୟ ୨ ଏକର ଜମିରେ ଲାଗଛି ୩୨ ହଜାର ଷ୍ଟ୍ରବେରୀ ଗଛ । ବର୍ତମାନ ଗଛରୁ ଫଳ ଅମଳ ହେଉଛି । ଏଠାରୁ ଉତ୍ପାଦନ ହେଉଥିବା ଷ୍ଟ୍ରବରେୀ ଉନ୍ନତ ମାନର ଓ ମିଠା ଯୁକ୍ତ ବୋଲି କହିଛନ୍ତି ମହିଳା  ।

ପୂର୍ବରୁ ମହିଳା ମାନେ ପରିବା ଚାଷ କରୁଥିଲେ । ଏବେ ଏହି ଚାଷ କରିବା ଦ୍ୱାରା ସେମାନେ ଅଧିକ ଲାଭବାନ ହୋଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ଦୈନିକ ଗଛରୁ ପ୍ରାୟ ୪ ରୁ ୫ କିଲୋ ଷ୍ଟ୍ରବେରୀ ବାହାରୁଛି । ଯାହାକୁ ସେମାନେ କିଲୋ ପିଛା ପ୍ରାୟ ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି । କନ୍ଧମାଳ ଷ୍ଟ୍ରବେରୀ ବ୍ରାଣ୍ଡରେ ବିକ୍ରି ହେଉଛି ଷ୍ଟ୍ରବେରୀ । ପ୍ରଶାସନ ପକ୍ଷରୁ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା ହେଲେ ସେମାନେ ଏହି ଚାଷ ଅଧିକ ମାତ୍ରାରେ କରିବେ ବୋଲି କହିଛନ୍ତି ।

କନ୍ଧମାଳ ହଳଦୀ ପରେ ବର୍ତମାନ କନ୍ଧମାଳ ଷ୍ଟ୍ରବେରୀର ଚାହିଦା ବଢିଛି । ପୂର୍ବ ବର୍ଷ ଏହି ଚାଷରେ ସଫଳତା ମିଳିବା ପରେ ଏବେ ଜିଲ୍ଲାର ପାଖାପାଖି ୬ଟି ବ୍ଲକରେ ୩୦ ଏକର ଜମିରେ ପ୍ରଶାସନ ପକ୍ଷରୁ ଷ୍ଟ୍ରବେରୀ ଚାଷ କରାଯାଇଛି । ଏସଏଚଜି ମହିଳା ମାନଙ୍କୁ ଦିଆଯାଇଛି ଏହି ଚାଷର ଦାୟିତ୍ୱ । ଷ୍ଟ୍ରବେରୀ ଫଳ ଦାମୀ ଫଳ ହୋଇଥିବାରୁ ଏହି ଷ୍ଟ୍ରବେରୀ ଚାଷ କରିବା ପାଇଁ ଚାଷୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

The post କନ୍ଧମାଳରେ ସଫଳ ହେଉଛି ଷ୍ଟ୍ରବେରୀ ଚାଷ । ୬ଟି ବ୍ଲକରେ ୩୦ ଏକର ଜମିରେ ଫଳିଛି ଲାଲ ରଙ୍ଗର ଷ୍ଟ୍ରବେରୀ first appeared on Kanak News.

from Kanak News
via <a href="https://ifttt.com/?

ବଜାରରେ ବଢ଼ୁଛି ପତ୍ର ପ୍ଲେଟର ଚାହିଦା । ବାଲେଶ୍ୱର ବାଇଗଣଡିଆ ଗାଁ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଶାଳପତ୍ର ସିଲେଇ ଓ ଠୁଙ୍ଗା ତିଆରି

କନକ ବ୍ୟୁରୋ : ରୋଜଗାରର ମାଧ୍ୟମ ସାଜିଛି ଶାଳପତ୍ର ସିଲେଇ ଓ ଠୁଙ୍ଗା ତିଆରି । ଏହି କାମ କରି ଗୁଜୁରାଣ ମେଂଟାଉଛନ୍ତି ଗ୍ରାମର ୮୦ ଭାଗ ଲୋକ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବରୁଣଗଡିଆ ପଂଚାୟତର ବାଇଗଣଡିଆ ଗାଁ । ଗାଁର ଅଧିକାଂଶ ଲୋକ ଚାଷ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଗତ କିଛି ବର୍ଷ ହେଲା ବନ୍ୟା, ବାତ୍ୟା ଏବଂ ବିଭିନ୍ନ ପ୍ରକାର ରୋଗ ପୋକ କାରଣରୁ କ୍ଷତିଗ୍ରସ୍ତ ହେଉଛି ଚାଷ । ଗ୍ରାମବାସୀଙ୍କର ଅନ୍ୟ କୌଣସି ରୋଜଗାର ପନ୍ଥା ନଥିବାରୁ ଶାଳ ପତ୍ର ସିଲେଇ ହେଉଛି ରୋଜଗାରର ଏକମାତ୍ର ମାଧ୍ୟମ । ପରିବାରର ପୁରୁଷ ଲୋକମାନେ ଚାଷକାର୍ଯ୍ୟ କରୁଥିବା ବେଳେ ମହିଳା ମାନେ ପରିବାରର ସମସ୍ତ କାମ ପରେ ଅବସର ସମୟରେ ଶାଳପତ୍ର ସିଲେଇ ଓ ଠୁଙ୍ଗା ତିଆରି କରୁଛନ୍ତି । ମହିଳା ମାନେ ଦୈନିକ ୨ ହଜାରରୁ ଅଢେଇ ହଜାର ପତ୍ର ସିଲେଇ କରୁଥିବା ବେଳେ ୪ ରୁ ୫ ବସ୍ତା ଠୁଙ୍ଗା ପ୍ରସ୍ତୁତ କରିପାରୁଛନ୍ତି । ଫଳରେ ମାସକୁ ୬ ରୁ ୭ ହଜାର ଟଙ୍କା ରୋଜଗାର ମିଳୁଛି ।

ଶାଳପତ୍ର ସିଲେଇ ପାଇଁ ସ୍ଥାନୀୟ ବ୍ୟବସାୟୀଙ୍କ ପାଖରୁ ପତ୍ର ଆଣି ସିଲେଇ ପରେ ସେହି ବ୍ୟବସାୟୀଙ୍କୁ ଦେଇଥାନ୍ତି । ଏକ ହଜାର ପତ୍ର ସିଲେଇ ପାଇଁ ବ୍ୟବସାୟୀ ୧୦୦ରୁ ୧୨୦ ଟଙ୍କା ଦେଉଥିବା ବେଳେ ଖର୍ଚ୍ଚ ହୋଇଥାଏ ୨୦ ରୁ ୨୫ ଟଙ୍କା । ସେହିପରି ଠୁଙ୍ଗା ତିଆରି ପାଇଁ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର, ମୋରଡା, ଚିତ୍ରଡା ପ୍ରଭୃତି ସ୍ଥାନରୁ ପତର ଅଣିଥାନ୍ତି ଲୋକେ । ଠୁଙ୍ଗା ତିଆରି ପରେ ସ୍ଥାନୀୟ ବ୍ୟବସାୟୀଙ୍କୁ ଦେଇଥାନ୍ତି । ୭ ଶହ ଠୁଙ୍ଗା ପ୍ରସ୍ତୁତ ପାଇଁ ୨୦୦ ରୁ ୨୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୩୫୦ ରୁ ୪ ଶହ ଟଙ୍କାରେ ବିକ୍ରୀ କରିଥାନ୍ତି ବ୍ୟବସାୟୀ ।

ଏହି କାମ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ମିଳିଲେ ଅଧିକ ରୋଜଗାର ହୋଇପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

The post ବଜାରରେ ବଢ଼ୁଛି ପତ୍ର ପ୍ଲେଟର ଚାହିଦା । ବାଲେଶ୍ୱର ବାଇଗଣଡିଆ ଗାଁ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଶାଳପତ୍ର ସିଲେଇ ଓ ଠୁଙ୍ଗା ତିଆରି first appeared on Kanak News.

from Kanak News
via <a href="https://ifttt.com/?

ଜୈବିକ ପଦ୍ଧତିରେ ଛତୁ ଚାଷ କରି ଚର୍ଚ୍ଚାରେ ବାଲେଶ୍ୱରର କୃଷି ଗବେଷକ ବିନୟ କୁମାର । ମାସକୁ ମିଳୁଛି ଲକ୍ଷାଧିକ ଟଙ୍କା

କନକ ବ୍ୟୁରୋ : ଚାକିରି ପଛରେ ନଗୋଡ଼ାଇ ନିଜ ଜମିରେ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଜଣେ ଯୁବ ବୈଜ୍ଞାନିକ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରୁଣ ନେଇ ଧଳା ବଟନ ଛତୁ ଚାଷ କରି ମାସକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ବାଲେଶ୍ୱର ଔପଦା ବ୍ଲକ ତଳକିଆ ଗାଁର ଯୁବ ବୈଜ୍ଞାନିକ ବିନୟ ଭୂଷଣ ପଣ୍ଡା । ବିନୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧ କୋଟି ଟଙ୍କା ରୁଣ ନେଇ ନିଜ ଜମିରେ ୧୦ ହଜାର ବେଡ଼ ବିଶିଷ୍ଟ ଧଳା ବଟନ ଛତୁ ଚାଷ କରିଛନ୍ତି । ଜୈବିକ ପଦ୍ଧତିରେ ଛତୁ ଚାଷ କରିଥିବା ବେଳେ ମାସକୁ ସବୁ ଖର୍ଚ୍ଚ ଯାଇ ୨ଲକ୍ଷ ଟଙ୍କା ଆୟ କରୁଛନ୍ତି ବିନୟ । ବାଲେଶ୍ୱର ଜିଲ୍ଲାରେ ଏହି ଚାଷ ପ୍ରଥମ କରି ହେଉଥିବାରୁ ବଜାରରେ ମଧ୍ୟ ଭଲ ବିକ୍ରି ହେଉଛି ।

ବନିୟ ବଟାନୀରେ ଏମଏସସି, ଏମଫିଲ, ପିଏଚଡି ପରେ କୃଷି ଉପରେ ଗବେଷଣା କରୁଥିଲେ । ପରେ ଗ୍ରାମାଂଚଳରେ ଜଣେ ଭଲ ଚାଷୀ ହେବା ସହ ନିଜ ଅଂଚଳର ଯୁବକ ମାନଙ୍କୁ ରୋଜଗାର ଦେବା ଆଶାରେ ଚାଷ ଆରମ୍ଭ କରିଥିଲେ । ଏବେ ବିନୟ ଜଣେ ସଫଳ ଚାଷୀ ଭାବେ ଜିଲ୍ଲାରେ ବେଶ ଜଣାଶୁଣା ।

ବଜାରରେ ବିନୟଙ୍କ ଛତୁର ଚାହିଦା ଅଧିକ ରହିଥିବା ବେଳେ ବାହାଘର, ବ୍ରତଘର ଭୋଜି ପାଇଁ ଲୋକମାନେ ଆଗୁଆ ଅର୍ଡର ଦେଇ କିଣିନେଉଛନ୍ତି । ଅଧିକ ଅର୍ଡ଼ର ମିଳୁଥିବାରୁ ଆଗକୁ ଅଧିକ ଚାଷ କରିବା ପାଇଁ ଯୋଜନା କରିଛନ୍ତି ବିନୟ ।

The post ଜୈବିକ ପଦ୍ଧତିରେ ଛତୁ ଚାଷ କରି ଚର୍ଚ୍ଚାରେ ବାଲେଶ୍ୱରର କୃଷି ଗବେଷକ ବିନୟ କୁମାର । ମାସକୁ ମିଳୁଛି ଲକ୍ଷାଧିକ ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ପରି ନୟାଗଡ ଫତେଗଡ ଗାଁରେ ବି ହେବ ରାମ ମନ୍ଦିର ପ୍ରତିଷ୍ଠା: ୧୬ ଶହ ଫୁଟ ଉଚ୍ଚ ପାହାଡ ଉପରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଥିବା ବେଳେ ନୟାଗଡ ଜିଲ୍ଲା ଫତେଗଡରେ ବି ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ । ଫତେଗଡ ଗାଁ ନିକଟ ପାହାଡ ଉପରେ ନିର୍ମାଣ ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଗତ ୧୭ ତାରିଖରୁ ମନ୍ଦିରର ପ୍ରତିଷ୍ଠା ସାଙ୍ଗକୁ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଚାଲୁ ରହିଥିଲା ବେଳେ ଆସନ୍ତା ୨୪ ତାରିଖ ଯଜ୍ଞାଦିର ପୂର୍ଣାହୁତି ହେବ । ଏହାକୁ ନେଇ ସାରା ଅଂଚଳରେ ଉତ୍ସାହ ଦେଖିବାକୁ ମିଳିଛି ।

ସମୁଦ୍ର ପତନ ଠାରୁ ୧୬୦୦ ଫୁଟ ଉଚ୍ଚ ପାହାଡ ଉପରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ବଉଳମାଳା ପଥରରେ ନିର୍ମିତ, ପୁଷ୍ପ ସଜ୍ଜିତ ଏହି ମନ୍ଦିରର ରୂପ ଅନନ୍ୟ ଆଉ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ଏହି ମନ୍ଦିରର ଓ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ପାଇଁ ବେଢ଼ାରେ ଚାଲିଛି ଯଜ୍ଞ । ପଣ୍ଡିତଙ୍କ ମନ୍ତ୍ର ଉଚାରଣ ସହ ଦିଆଯାଉଛି ଆହୁତି । ଆଉ ତା ଭିତରେ ଶୁଭୁଛି ସାଧୁ ସନ୍ଥଙ୍କ ମନ୍ତ୍ର ଓ ନାମ ସଂକୀର୍ତନ । ଯାହାଫଳରେ ପୁରା ପରିବେଶ ରାମମୟ ହୋଇଛି ।

ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୨ଶହ କାରିଗର, ୪ବର୍ଷ ହେଲା ନିୟୋଜିତ ହୋଇଥିଲେ । ଆଉ ୩ଟି ପର୍ଯ୍ୟାୟରେ ଏହାର ନିର୍ମାଣ କରାଯାଇଛି । ରେଖ, ଭଦ୍ର ଓ ମୋହନ ନାମରେ ୩ଟି ମୁଖ୍ୟ ମନ୍ଦିର ରହିଥିବାବେଳେ ଚତୁଃପାଶ୍ୱର୍ରେ ଶିବ, ଗଣେଶ, ସୂର୍ଯ୍ୟନାରାୟଣ ଓ ହନୁମାନଙ୍କ ପାଇଁ ୪ଟି ମନ୍ଦିର ନିର୍ମାଣ କରାଯାଇଛି । ସିଂହ, ଘୋଡା, ହାତୀ ଓ ବ୍ୟାଘ୍ରଙ୍କ ନାମରେ ୪ଟି ପ୍ରବେଶ ପଥ ରହିବା ସହ ୨୨ ପାହାଚର ଅନୁକରଣ ମଧ୍ୟ କରାଯାଇଛି । ନୟାଗଡ ଜିଲ୍ଲାର ଏକ ଗାଁ ଭିତରେ ଏପରି ଭବ୍ୟ ମନ୍ଦିରକୁ ଦେଖି, ସଂଗୀତ ପରିବେଶଣ କରିବାକୁ ଆସିଥିବା ନିର୍ଦ୍ଦେଶକ ମନ୍ନଥ ମିଶ୍ର ଅଭିଭୂତ ହୋଇଛନ୍ତି ।

The post ଅଯୋଧ୍ୟା ପରି ନୟାଗଡ ଫତେଗଡ ଗାଁରେ ବି ହେବ ରାମ ମନ୍ଦିର ପ୍ରତିଷ୍ଠା: ୧୬ ଶହ ଫୁଟ ଉଚ୍ଚ ପାହାଡ ଉପରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର first appeared on Kanak News.

from Kanak News
via <a href="https://ifttt.com/?

ସରୁନି ଦାଦନ ଦୁଃଖ: ୧୨ ଦିନ ହେଲା ମୃତ ପୁଅର ଶବ ପାଇଁ ସଂଘର୍ଷ କରୁଛି ଗରିବ ପରିବାର

କନକ ବ୍ୟୁରୋ: କଳାହାଣ୍ଡିରୁ ଆସିଲା ଦାଦନ ଦୁଃଖର କରୁଣ କାହାଣୀ । ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିବା ଜୟପାଟଣାର ଉମାଶଙ୍କର ଭଏଁସାଲଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ପୁଅର ମୃତ୍ୟୁକୁ ୧୨ ଦିନ ବିତିଗଲା, କିନ୍ତୁ ଏପର୍ଯ୍ୟନ୍ତ ମୃତଦେହ ପହଂଚିପାରିଲାନି । ଅତି ଗରିବ ଶ୍ରେଣୀର ହୋଇଥିବାରୁ ପୁଅର ମୃତଦେହକୁ ଆଣିବାକୁ ଅକ୍ଷମ ପରିବାର ଲୋକେ । ସେଥିପାଇଁ ପ୍ରଶାସନର ସହାୟତା ଲୋଡ଼ିଛନ୍ତି ପରିବାର ଲୋକ ।

ଯେତେବେଳେ ଘରର ଏକମାତ୍ର ରୋଜଗାରିଆ ପୁଅ ଦୁଇ ପଇସା କମାଇବା ପାଇଁ ବାହାରକୁ ଯାଏ । ଆଉ ଦୁର୍ଭାଗ୍ୟବଶତଃ ସେଠାରେ ତା’ର ମୃତ୍ୟୁ ହୋଇଯାଏ । ହେଲେ ବିଡ଼ମ୍ବନାର କଥା ହେଉଛି, ପୁଅର ମୃତ୍ୟୁ ହେଉଛି, କିନ୍ତୁ ଶବ ଏପର୍ଯ୍ୟନ୍ତ ବାପା-ମା’ଙ୍କ ପାଖରେ ପହଂଚି ପାରିନାହିଁ । ଯେଉଁଥିରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଏହି ଗରିବ ବାପା-ମା’ । ଏମିତି ଏକ ଦୁଃଖଦ ଖବର ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଡକର୍ଲାକୋଟ ଗାଁ’ରୁ । ଗାଁର ଶୋଭା ଭଇଁସାଲ ଓ ଧନମତି ଭଇଁସାଲଙ୍କ ଏକମାତ୍ର ପୁଅ ଉମାଶଙ୍କର ଭଇଁସାଲ । ଅତି ଗରିବ ଶ୍ରେଣୀର ହୋଇଥିବାରୁ ଅଧିକ ରୋଜଗାର ଆଶାରେ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ ହଠାତ୍ ଦେହ ଅସୁସ୍ଥ ହେବାପରେ ହସ୍ପିଟାଲରେ ଭର୍ତି ହୋଇଥିଲେ । ଆଉ ଗତ ୯ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଯେତେବେଳେ ପୁଅର ମୃତ୍ୟୁ ଖବର ପାଇଲେ, ସେତେବେଳେ ଯେପରି ପାଦତଳୁ ମାଟି ଖସି ଯାଇଥିଲା ।

ଏହାରି ଭିତରେ ଉମାଶଙ୍କରଙ୍କ ମୃତ୍ୟୁକୁ ୧୨ ଦିନ ବିତିଯାଇଥିଲେ ବି ପୁଅର ମୃତଦେହ ଆଣିପାରି ନାହାନ୍ତି ପରିବାର ଲୋକେ । ଅନେକ ଆଶା ଓ ସ୍ୱପ୍ନ ନେଇ ଦାଦନ ଖଟିବାକୁ ଯାଇଥିବା ଉମାଶଙ୍କର ନିଜେ ଫେରି ପାରିଲେନି କି ତାଙ୍କ ମୃତଦେହ ମଧ୍ୟ ଘରକୁ ଫେରିଲାନି । ପୁଅର ଶେଷ ଦର୍ଶନ କରିବା ପାଇଁ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ପ୍ରଶାସନକୁ ମା’ ବାପା କାନ୍ଦି କାନ୍ଦି ନେହୁରା ହେଉଛନ୍ତି ।

ଉମାଶଙ୍କରଙ୍କ ଭଳି କଳାହାଣ୍ଡି ଜିଲ୍ଲାରେ କାମ ଧନ୍ଦା ନପାଇ ଅନେକ ଗରିବ ଲୋକ ଦୁଇ ପଇସା ରୋଜଗାର କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଏବଂ ସେଠାରେ ଅନେକ ଶ୍ରମିକ ନିର୍ଯ୍ୟାତନାର ଶିକାର ହୋଇ ମୃତ୍ୟୁବରଣ କରୁଥିବା ସମ୍ନାକୁ ଆସିଛି ।

The post ସରୁନି ଦାଦନ ଦୁଃଖ: ୧୨ ଦିନ ହେଲା ମୃତ ପୁଅର ଶବ ପାଇଁ ସଂଘର୍ଷ କରୁଛି ଗରିବ ପରିବାର first appeared on Kanak News.

from Kanak News
via <a href="https://ifttt.com/?

ଡାଇକେନ କରେନ୍ସି ନାଁରେ ଠକେଇ: ବଲାଙ୍ଗୀରରେ ଠାବ ହେଲା ଗ୍ୟାଙ୍ଗ

କନକ ବ୍ୟୁରୋ: ମିଛ କରେନ୍ସି ନାଁରେ ସତ ଠକେଇ । ଏମିତି ଠକେଇ କରୁଥିବା ଠକ ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ । ବଲାଙ୍ଗୀରରେ ୭ ଜଣ ଠକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ପ୍ରାୟ ୨ ହଜାର ଲୋକଙ୍କ ଠାରୁ ୧୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଡାଇକେନ୍ ନାଁରେ କ୍ରିପ୍ଟୋ କରେନ୍ସୀ କଂପାନୀ ଖୋଲି ଲୋକଙ୍କୁ ଚୂନା ଲଗାଉଥିଲେ ଏହି ଠକ୍ ଗ୍ୟାଙ୍କ ।

ଦେଶରେ କ୍ରିପ୍ଟୋକରେନ୍ସି ର୍ୟାକେଟ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି । ଡାଇକେନ ନାଁରେ ଏକ କ୍ରିଫଟୋ କରେନ୍ସି କମ୍ପାନୀ ଖୋଲି ଅନଲାଇନରେ କୋଟି କୋଟି ଟଙ୍କା ଠକିଥିବା ଗ୍ୟାଙ୍ଗକୁ ଧରିଛି ବଲାଙ୍ଗିର ପୁଲିସ । ଠକେଇର ମାଷ୍ଟରମାଇଣ୍ଡ ବଲାଙ୍ଗିରର ପ୍ରଶାନ୍ତ ମେହେରଙ୍କ ସମେତ ୭ ଜଣଙ୍କୁ ଗିରଫ ହୋଇଛନ୍ତି । ଏହି ଗ୍ୟାଙ୍ଗ ସୋସିଆଲ ମିଡିଆରେ ନିଜର ସ୍ୱତନ୍ତ୍ର ଆପ୍ଲିକେଶନ ଡାଇକେନ ନାଁରେ ଖୋଲିଥିଲେ । ଆଉ ଗ୍ୟାଙ୍ଗର ସଦସ୍ୟମାନେ ଲୋକଙ୍କୁ ଭେଟି ଟଙ୍କା ଜମା କଲେ ଭଲ ଲାଭ ମିଳିବ ବୋଲି ବୁଝାଉଥିଲେ ।

ଏହି ଠକେଇ ଗ୍ୟାଙ୍ଗଠାରୁ ବଲାଙ୍ଗିର ପୁଲିସ ନଗଦ ୮ ଲକ୍ଷରୁ ଅଧିକ ଟଙ୍କା, ଦାମୀ ଗାଡି, ଲାପଟାପ, ମୋବାଇଲ ଓ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିଛି ।
କେମିତି ଠକୁଥିେଲେ ଗ୍ୟାଙ୍ଗ?
-ଅନଲାଇନରେ ବିଭିନ୍ନ ଉତ୍ପାଦ ବିକୁଥିଲେ
-ଲୋକଙ୍କୁ ଲୋଭନୀୟ ଅଫର ଦେଉଥିଲେ
-୨ ହଜାର ଲୋକଙ୍କଠାରୁ ୧୦ କୋଟି ଟଙ୍କା ଠକେଇ
-ଲୋକଙ୍କୁ ବିଦେଶ ଭ୍ରମଣର ଲୋଭ ଦେଖାଇଥିଲେ
-ଟଙ୍କାରେ ଦାମୀକାର ଓ ମୋଟର ସାଇକେଲ କିଣିଥିଲେ
-ବଲାଙ୍ଗୀରରେ ଜମି କିଣିବା ସହ ଶାଢୀ ଦେକାନା ବି ଖୋଲିଥିଲେ

ବଲାଙ୍ଗୀର ପୁଲିସ ଚଢାଉ ବେଳେ ଅଲଗା ଅଲଗା ଆକାଂଉଟରେ ଥିବା ୫୫ ଲକ୍ଷ ଟଙ୍କାକୁ ଫ୍ରିଜ କରିଛି । ଗ୍ୟାଙ୍ଗ ନାଁରେ ଅଭିଯୋଗ ହେବା ପରେ ପୁଲିସ ଏକ ଟିମ ଗଠନ କରି ଡାଇକେନ ଅଫିସରେ ଚଢାଉ କରିଥିଲା । ଏହା ପରେ ଏଭଳି ଠକେଇର ପର୍ଦ୍ଦାଫାସ ହୋଇଛି । ବର୍ତମାନ ଏହି ଗ୍ୟାଙ୍ଗର ଚେର କେଉଁ ଆଡେ ଲମ୍ବିଛି ତାର ତନାଘନା କରୁଛି ପୁଲିସ ।

The post ଡାଇକେନ କରେନ୍ସି ନାଁରେ ଠକେଇ: ବଲାଙ୍ଗୀରରେ ଠାବ ହେଲା ଗ୍ୟାଙ୍ଗ first appeared on Kanak News.

from Kanak News
via <a href="https://ifttt.com/?

ଟଙ୍କା ଦିଅ ଟିକେଟ୍ ନିଅ! କଂଗ୍ରେସରେ ଚାଲେ କି ଭିତିରି କାରବାର? ଦଳୀୟ ନୋଟିସକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ରାଜନୈତିକ ଦଳରେ ଟିକେଟ ଆଶାୟୀଙ୍କ ତାଲିକା ଲମ୍ବୁଛି । ଦଳିୟ ଟିକେଟ୍ ଆଶାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଆଶାୟୀ । ଏହାରି ଭିତରେ ଟଙ୍କା ଦିଅ କଂଗ୍ରେସ ଟିକେଟ ନିଅ ଖବର ଚର୍ଚ୍ଚାକୁ ଆସିବା ପରେ ସତର୍କ କରାଇଛି ପିସିିସି । ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ସାମ୍ମୁଖ୍ୟଙ୍କୁ ଚିଠି ପଠାଯାଇଛି । କୌଣସି ନେତା ଏଭଳି ଖବରକୁ ବିଶ୍ୱାସ ନକରିବାକୁ ପିସିସି ପକ୍ଷରୁ ପରାମର୍ଶ ଦିଆଯାଇଛି ।

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏକ ଫତ୍ୱା ଜାରି କରିଛି ରାଜ୍ୟ କଂଗ୍ରେସ, ଯାହାକୁ ନେଇ ରୋଚକ ହୋଇଛି ରାଜନୈତିକ ଚର୍ଚ୍ଚା । ଏଥିରେ କୁହାଯାଇଛି-ଆଶାୟୀଙ୍କୁ ଦଳୀୟ ପ୍ରାର୍ଥୀ କରିବାର ପ୍ରତିଶ୍ରୁତି ଦେଇ ଟଙ୍କା ଅଦାୟ କରୁଛନ୍ତି କିଛି ବ୍ୟକ୍ତି । ଏମିତି ଏଭଳି ମିଥ୍ୟା ପ୍ରତିଶ୍ରୁତିରେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛି ଦଳ ।

ବିଧିବଦ୍ଧ ଭାବେ ଯେତେବେଳେ ପ୍ରଦେଶ କଂଗ୍ରେସ ପକ୍ଷରୁ ଚିଠି କରି ଯଦି କୁହାଯିବ, ଟିକେଟ୍ ନାଁରେ କିଛି ବ୍ୟକ୍ତି ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି, ତାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । ପିସିସି ନଜରକୁ ଏଭଳି କିଛି ଖବର୍ ଆସିବା ପରେ, ଏହାକୁ ବିଶ୍ୱାସ ନକରିବା ପାଇଁ ସତର୍କ କରାଯାଇଛି । ଉଭୟ ବିଧାନସଭା ଓ ଲୋକସଭା ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବାର ପ୍ରତିଶ୍ରୁତି ଦେଇ କିଛି ବ୍ୟକ୍ତ ବିଶେଷ ଟଙ୍କା ଆଦାୟ କରୁଥିବା ଚିଠିରେ ଉଲ୍ଲେଖ ରହିଛି । ଏଭଳି ଅଭିଯୋଗ ଆସିବା ପରେ ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ସାମ୍ମୁଖ୍ୟଙ୍କୁ ପିସିସି ପକ୍ଷରୁ ଚିଠି ଦିଆଯାଇଛି ।

ତେବେ କଂଗ୍ରେସର ଏଭଳି ଦାବିକୁ କଟାକ୍ଷ କରିଛି ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି-କଂଗ୍ରେସର ଏହା ପୁୁରୁଣା ରୋଗ । ପୂର୍ବରୁ ମଧ୍ୟ ଶାସକ ଦଳର ସହ ସନ୍ଧି କରି ୭୫ରୁ ୮୦ ସିଟର ଅମାନତ ହରାଇଛି କଂଗ୍ରେସ । ସେପଟେ, କଂଗ୍ରେସ ପକ୍ଷରୁ କରାଯାଇଥିବା ଚିଠିକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ବରିଷ୍ଠ ସାମ୍ବାଦିକ । ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏହା କଂଗ୍ରେସର ଗେମ୍ ପ୍ଲାନ୍ ହୋଇପାରେ ।

ଆଗକୁ ଆସୁଛି ସାଧାରଣ ନିର୍ବାଚନ । ୨୪ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ସବୁ ରାଜନୈତିକ ଦଳ । ଏହାରି ଭିତରେ ଦଳୀୟ କର୍ମକର୍ତାଙ୍କ ନିକଟକୁ ପିସିସିର ନୋଟିସ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

The post ଟଙ୍କା ଦିଅ ଟିକେଟ୍ ନିଅ! କଂଗ୍ରେସରେ ଚାଲେ କି ଭିତିରି କାରବାର? ଦଳୀୟ ନୋଟିସକୁ ନେଇ ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଂଚକତା ଅଭିଯୋଗ ଭିତରେ ମାହାଲ ମାଣ୍ଡା ପ୍ରସଙ୍ଗକୁ ନେଇ ଥମୁନି ରାଜନୀତି: ବିଜେପି-ବିଜେଡି କଥା କଟାକଟି

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଂଚକତା ଅଭିଯୋଗ ଓ ଫେକ୍ ଆଡମିଟ୍ କାର୍ଡ ପ୍ରସଙ୍ଗ ଥମିବାରେ ନାଁ ନେଉନାହିଁ । କେନ୍ଦ୍ରମନ୍ତ୍ରୀ, ବିଜେଡି ସଂଗଠନ ସଂପାଦକଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ଏହାକୁ ନେଇ ଜାରି ରହିଛି ରାଜନୈତିକ ବୟାନବାଜି । ଅନ୍ୟପଟେ ଦାବି ପୂରଣ ନହେଲେ ୨୭ ତାରିଖରୁ ପୁଣି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଚାକିରି ଆଶାୟୀ ।

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଂଚକତା ଅଭିଯୋଗ ଓ ଫେକ୍ ଆଡମିଟ୍ କାର୍ଡ ପ୍ରସଙ୍ଗ ଥମିବାରେ ନାଁ ନେଉନାହିଁ । କେନ୍ଦ୍ରମନ୍ତ୍ରୀ, ବିଜେଡି ସଂଗଠନ ସଂପାଦକଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ଏହାକୁ ନେଇ ଜାରି ରହିଛି ରାଜନୈତିକ ବୟାନବାଜି । ଅନ୍ୟପଟେ ଦାବି ପୂରଣ ନହେଲେ ୨୭ ତାରିଖରୁ ପୁଣି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଚାକିରି ଆଶାୟୀ ।
ଡୁବା ମୁନା । ଘର ଗଂଜାମ ଜିଲ୍ଲା ହିଂଜିଳିକାଟୁରେ । ସ୍ନାତକ ପରେ ସିଟି ଓ ଓଟିଇଟି ପରୀକ୍ଷାରେ ପାସ୍ କରିଛନ୍ତି । ତାଙ୍କର ଅଭିଯୋଗ ହେଉଛି କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ସେ ଭଲ କରିଥିବା ସତ୍ୱେ ପରୀକ୍ଷାରେ ଅନିୟମତତା ଯୋଗୁଁ ତାଙ୍କୁ ଚାକିରି ମିଳିନି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆଜି ସେ ନବୀନ ନିବାସ ଆଗରେ ପହଁଚିଥିଲେ । ନିରାଶ ହେବା ପରେ ପୁଣି ଧାରଣା ସ୍ଥଳକୁ ଫେରି ଯାଇଛନ୍ତି ଡୁବା ମୁନା ।

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ଆଶାୟୀଙ୍କ ଧାରଣା, ମାହାଲ ମାଣ୍ଡା ଭଳି ନକଲି ନାଁରେ ଆଡମିଟ୍ କାର୍ଡକୁ ନେଇ ରାଜ୍ୟ ରାଜନୀତି ରୋଚକ ହେବାରେ ଲାଗିଛି । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଘେରିବା ପରେ ଗତକାଲି ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ର ସରକାରଙ୍କ ସଂସ୍ଥାକୁ ଏଥିପାଇଁ ଦାୟୀ କରିଥିଲେ । ଆଜି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ବଲପୁରରେ ଧର୍ମେନ୍ଦ୍ର କହିଛନ୍ତି, କେନ୍ଦ୍ର ଶିକ୍ଷା ବିଭାଗର ଏକ ଏଜେନ୍ସିକୁ ପରୀକ୍ଷା ପରିଚାଳନାର କାମ ଦିଆଯାଇଥିବା ନେଇ ଯାହା କୁହାଯାଉଛି, ତାହା ଠିକ୍ ନୁହେଁ ।

ଆଗକୁ ନିର୍ବାଚନ ଥିବାରୁ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଭିତରେ ଉଭୟ ବିରୋଧୀ ଓ ଶାସକ ଦଳ ମଧ୍ୟରେ ତୁତୁ-ମେମେ ତୀବ୍ର ହେବାରେ ଲାଗିଛି । ମାହାଲ ମାଣ୍ଡା ଭଳି ଫେକ୍ ନାଁରେ କେମିତି ଆଡମିଟ୍ ହୋଇପାରିଲା, ଏହାକୁ ପ୍ରସଙ୍ଗ କରି ପୁଣି ବର୍ଷିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ଏହାର ଜବାବ ଦେଇ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, କାହାକୁ ଲୋକ ଫେକ୍ ଭାବୁଛନ୍ତି, ଆଗାମୀ ନିର୍ବାଚନ ଫଳାଫଳରୁ ଜଣାପଡିବ । ବିଜେପି-ବିଜେଡି କଥା କଟାକଟି ଭିତରେ ଏହି ପ୍ରସଙ୍ଗକୁ ନେଇ ମତ ରଖିଛନ୍ତି କଂଗ୍ରେସ ନେତା ପଂଚାନନ କାନୁନଗୋ ।
ଏପଟେ କନିଷ୍ଠ ଶିକ୍ଷକ ଆଶାୟୀମାନେ ଆଜି ସାମ୍ବାଦିକ ସମ୍ମିଳନୀ କରି ସେମାନଙ୍କ ଦାବି ଦୋହରାଇଛନ୍ତି । ସେମାନେ କହିଛନ୍ତି, ରାଜ୍ୟପାଳ, ଫାଇଭ୍-ଟି ଅଧ୍ୟକ୍ଷଙ୍କୁ ଦାବିପତ୍ର ଦେବେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ପାଇଁ ଯିବେ । ଦାବି ପୂରଣ ନହେଲେ ୨୭ ତାରିଖରୁ ପୁଣି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

୨୦ ହଜାର କନିଷ୍ଠ ଶିକ୍ଷକ ପଦ ପାଇଁ ପରୀକ୍ଷା ହୋଇଥିଲା । ତେବେ ଏହାଠାରୁ କମ୍ ପିଲାଙ୍କ ନାଁ ମେରିଟ୍ ଲିଷ୍ଟରେ ରହିଛି । ଏହାକୁ ନେଇ ଚଂଚକତା ହୋଇଥିବା ଅଭିଯୋଗ ଆଣିଛନ୍ତି ଆଶାୟୀ । ମାହାଲ ମାଣ୍ଡା ନାଁରେ ଆଡମିଟ୍ କାର୍ଡ ଆସିଥିବା ଜଣାପଡିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

The post କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଂଚକତା ଅଭିଯୋଗ ଭିତରେ ମାହାଲ ମାଣ୍ଡା ପ୍ରସଙ୍ଗକୁ ନେଇ ଥମୁନି ରାଜନୀତି: ବିଜେପି-ବିଜେଡି କଥା କଟାକଟି first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ଉତ୍ସବ, ଓଡ଼ିଶାର ଗାଁଠୁ ସହର ପ୍ରବଳ ଉତ୍ସାହ: କେଉଁଠି ହୋମଯଜ୍ଞ, କେଉଁଠି ବାହାରିଲା ରାଲି

କନକ ବ୍ୟୁରୋ: ସାରା ଦେଶ ଯେତେବେଳେ ରାମ ହୋଇଯାଇଛି, ଏଥିରୁ ଓଡିଶା ବାଦବା କେମିତି ପଡିଥାନ୍ତା । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ଭକ୍ତିର ମାର୍ଗ ବାଛିଛନ୍ତି ଭକ୍ତ । ନୟାଗଡ ଓ ପାରାଦୀପରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭବ୍ୟ ଆୟୋଜନ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ କଳସ ଯାତ୍ରା ଓ ଶୋଭାଯାତ୍ରା କରାଯାଇଛି ।

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ଦେଶବ୍ୟାପି ଏହାର ଦିବ୍ୟ ମାହୋଲ ଦେଖିବାକୁ ମିଳିଛି । ସବୁଠି ଉତ୍ସାହ ଓ ଉଦ୍ଦୀପନା । ଓଡିଶାରେ ମଧ୍ୟ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଗାଁଠୁ ସହର ସବୁଠି ଶୁଭୁଛି ଜୟ ଶ୍ରୀରାମ ଧ୍ୱନି । ସେହି ଭବ୍ୟ ମୁହୁର୍ତକୁ ଆହୁରି ସ୍ମରଣୀୟ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ବହୁ ସଂଖ୍ୟାରେ ରାମ ଭକ୍ତ ଶୋଭାଯାତ୍ରା କରିଛନ୍ତି । ଶହ ଶହ ମହିଳା ବିଭିନ୍ନ ସ୍ଥାନରେ କଳସ ଯାତ୍ରା କରିଛନ୍ତି । ଏହି ଶୋଭାଯାତ୍ରା ଓ କଳସ ଯାତ୍ରା ଚାରିଆଡେ ଭବ୍ୟ ଓ ଦିବ୍ୟ ପରିବେଶ ସୃଷ୍ଟି କରିଛି ।

ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବକୁ ବେଶ ଧୂମଧାମରେ ପାଳନ କରିବାକୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ । ଯାହାର ପ୍ରଭାବ ପୂଜା ସାମଗ୍ରୀ ଦୋକାନରେ ଦେଖିବାକୁ ମିଳିଛି । ବିଶେଷକରି ଜୟଶ୍ରୀରାମ ଲେଖା ଓ ହନୁମାନଙ୍କ ଚିତ୍ର ଥିବା ପତାକା ବିକ୍ରି କରୁଥିବା ଦୋକାନରେ ଭିଡ ଦେଖିବାକୁ ମିଳିଛି । କିଏ ଗାଡିରେ ଲଗାଇବା ପାଇଁ ପତାକା କିଣୁଛନ୍ତି ତ ଆଉ କି ଘର ଉପରେ ଲଗାଇବା ପାଇଁ କିଣୁଛନ୍ତି । ସେହିପରି ଜୟଶ୍ରୀରାମ ଲେଖାଥିବା ଷ୍ଟିକରର ଚାହିଦା ମଧ୍ୟ ବଢ଼ି ଯାଇଛି । ଫଳରେ ପତାକାର ଦର ମଧ୍ୟ ବୃଦ୍ଧି ପାଇଥିବା କୁହାଯାଉଛି । ତଥାପି ରାମପ୍ରେମୀ ଖୁସି ମନରେ କିଣି ନେଉଥିବା ଦେଖିବାକୁ ମିଳିଛି ।

ପ୍ରାୟ ୫ଶହ ବର୍ଷର ଆଶା ପୁରଣ ହେବାକୁ ଯାଉଥିବାରୁ ଆଉ ଏକ ଦୀପାବଳୀ ପାଳିବାକୁ ପ୍ରସ୍ତୁତ କୋଟି କୋଟି ରାମ ଭକ୍ତ । ଜାନୁଆରୀ ୨୨କୁ ଆଉ ଏକ ଦିପାବଳି ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କ୍ରମେ ଘରେ ଘରେ ଦୀପ ଜାଳିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଆଉ ଦୋକାନରୁ କିଣି ନେଉଛନ୍ତି ଭଳିକି ଭଳି ଦୀପ ।

ସଜେଇ ହୋଇଛି ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର । ରଂଗବେରଂଗର ଆଲୋକ ସାଂଗକୁ ଭଳିକି ଭଳି ଫୁଲରେ ଝଲସୁଛି ଶ୍ରୀରାମ ମନ୍ଦିର । ଏହି ଅବସରରେ କିଛି ଯୁବକ ହନୁମାନ ଚାଳିଶା ବାଂଟିଛନ୍ତି ।

The post ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ଉତ୍ସବ, ଓଡ଼ିଶାର ଗାଁଠୁ ସହର ପ୍ରବଳ ଉତ୍ସାହ: କେଉଁଠି ହୋମଯଜ୍ଞ, କେଉଁଠି ବାହାରିଲା ରାଲି first appeared on Kanak News.

from Kanak News
via <a href="https://ifttt.com/?

ଚାଲିଛି ରୀତିନୀତି: ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା, ସେପଟେ ରାମସ୍ୱାମୀ ମନ୍ଦିରରେ ମୁଖ୍ୟ ଯଜମାନ ମୋଦୀଙ୍କ ପୂଜାର୍ଚ୍ଚନା

କନକ ବ୍ୟୁରୋ: ରାମମୟ ଅଯୋଧ୍ୟା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଭିତରେ ଲାଗୁଛି ଯେମିତି, ଅଯୋଧ୍ୟାରେ ଏକାଠି ହୋଇଛି ପୁରା ଭରାତ ବର୍ଷ । ସାଧୁ, ସନ୍ଥ ଓ ସେଲିବ୍ରେଟିଙ୍କ ଭିଡ ଭିତରେ ଶୁଭୁଛି ଜୟ ଶ୍ରୀରାମ ନାରା । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ଉତରପ୍ରଦେଶ ସରକାର ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ଆଉ ଏହାରି ଭିତରେ ଆସନ୍ତାକାଲି ଅନ୍ତ ହେବ ଦୀର୍ଘ ସାଢେ ୫ଶହ ବର୍ଷ ପ୍ରତୀକ୍ଷା ।

ଭାବମୟ, ଭକ୍ତିମୟ, ରାମମୟ ଅଯୋଧ୍ୟା । ସବୁଠି ଉତ୍ସାହ, ସବୁଠି ଉକ୍ରଣ୍ଠା । ସଜେଇ ହୋଇଛି ରାମନଗରୀ । ହୋଇଥାନ୍ତା ବା’ କେମିତି? ଦୀର୍ଘ ସାଢ଼େ ୫ଶହ ବର୍ଷର ଅପେକ୍ଷାର ଅନ୍ତ ଘଟିଛି, କୋଟି କୋଟି ରାମଭକ୍ତଙ୍କ ଆଶା ପୂରଣ ହେବାକୁ ଯାଉଛି । ଆଉ କିଛି ଘଂଟାର ପ୍ରତୀକ୍ଷା, ଅନୁଷ୍ଠିତ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ପୂଜନ, ବନ୍ଦନ ଓ ମନ୍ତ୍ରଉଚ୍ଚାରଣରେ ଗୁଂଜରି ହେଉଛି ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମପୀଠ ।

ସାଧୁ-ସନ୍ଥ, ଶ୍ରଦ୍ଧାଳୁ ଓ ସେଲିବ୍ରିଟି୍ । ଉତ୍ସାହର ସହ ଅଯୋଧ୍ୟାରେ ପହଂଚିଛନ୍ତି । ଐତିହାସିକ ମୁହୁର୍ତର ସାକ୍ଷୀ ସାଜିବା ପାଇଁ ସମସ୍ତେ ତତ୍ପର । ପୂର୍ବରୁ ପଶ୍ଚିମ, ଉତର-ଦକ୍ଷିଣ, ସାରା ଭାରତରୁ ଶ୍ରୀରାମଙ୍କ ଜନ୍ମପୀଠରେ ପହଂଚିଛନ୍ତି । ଏମିତି ଲାଗୁଛି ଯେମିତି ସାରା ଭାରତବର୍ଷ ଏକାଠି ହୋଇଯାଇଛି ।

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା । ସ୍ୱତନ୍ତ୍ର ତାଲିମ୍ ପ୍ରାପ୍ତ ସୁରକ୍ଷାକର୍ମୀ, ଏଆଇ ସାର୍ଭେଲାନ୍ସ, ଏଟିଏସ୍ ସ୍କ୍ୱାର୍ଡ, ଏନ୍ଆଇଏ ଟିମ୍ ସମେତ ୭ ସ୍ତରୀୟ ସୁରକ୍ଷା କର୍ଡନ୍ ପ୍ରସ୍ତୁତ କରାଯାଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଉଭୟ କେନ୍ଦ୍ର ଓ ୟୁପି ସରକାର ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି ।

ଭକ୍ତ ଓ ଭଗବାନ ଯେମିତି ଅଯୋଧ୍ୟାରେ ଏକାକାର ହୋଇଯାଇଛନ୍ତି । କଳାକାରମାନେ ସ୍ୱୟଂ ଭଗବାନଙ୍କ ବେଶ ଧାରଣ କରି ଅଯୋଧ୍ୟା ନଗରୀ ଭ୍ରମଣ କରୁଛନ୍ତି । ପ୍ରଭୁ ରାମଙ୍କ ସହିତ ଅଛନ୍ତି ଦେବୀ ସୀତା ଏବଂ ଭାଇ ଲକ୍ଷ୍ମଣ । କଳାକାରଙ୍କୁ ଭଗବାନଙ୍କ ରୂପରେ ଦେଖି, ଆହୁରି ବିଭୋର ହୋଇଯାଉଛନ୍ତି ଶ୍ରଦ୍ଧାଳୁ ।

ନଗରୀର ସ୍ଥାନେ ସଜାଯାଇଛି ମଂଚ । କେଉଁଠି ଭକ୍ତ ଭାବରେ ବିଭୋର ହୋଇ ନାଚୁଛନ୍ତି । ଆଉ କେଉଁଠି ଶ୍ରଦ୍ଦାଳୁ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଚାହିଁ ରହିଛନ୍ତି । କେବଳ ଅଯୋଧ୍ୟା କାହିଁକି ସାରା ଭାରତରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।

The post ଚାଲିଛି ରୀତିନୀତି: ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା, ସେପଟେ ରାମସ୍ୱାମୀ ମନ୍ଦିରରେ ମୁଖ୍ୟ ଯଜମାନ ମୋଦୀଙ୍କ ପୂଜାର୍ଚ୍ଚନା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started