ଆସୁଛନ୍ତି ରାମ: ଅଯୋଧ୍ୟାରେ ‘ତ୍ରେତୟା ଯୁଗ’ର ଭ୍ରମ

କନକ ବ୍ୟୁରୋ: ଆଉ ମାତ୍ର କେଇ ଘଂଟାର ଅପେକ୍ଷା । ରାତି ପାହିଲେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସେଥିପାଇଁ ସାଧୁ, ସନ୍ଥ ଓ ଭକ୍ତଙ୍କ ଗହଳଚହଳରେ ଚଳଚଂଚଳ ଅଯୋଧ୍ୟା ନଗର । ସୁନ୍ଦର ଆଲୋକମାଳାରେ ଝଲସୁଛି ରାମ ମନ୍ଦିର । କ୍ୱିଂଟାଲ କ୍ୱିଂଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟା । ଲାଗୁଛି ତ୍ରେତୟା ଯୁଗକୁ ଫେରିଯାଇଛି ରାମ ନଗରୀ । ଭକ୍ତିମୟ ପରିବେଶରେ ସମସ୍ତଙ୍କ ଅପେକ୍ଷା ସେହି ମାହେନ୍ଦ୍ର ବେଳାକୁ ।

ଝଲୁସୁଛି ରାମଙ୍କ ନଗରୀ ଅଯୋଧ୍ୟା । ବିରାଜମାନ କରିବେ ରାମଲାଲା । ଭକ୍ତଙ୍କ ସୁଅ ଛୁଟୁଛି । ସାଧୁ ସନ୍ଥ ମେଳି ବାନ୍ଧୁଛନ୍ତି । ରାତି ପାହିଲେ ଅଯୋଧ୍ୟରେ ହେବ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା । ଏଥିପାଇଁ ରାମ ମୟ ହୋଇଛି ସାରା ଦେଶ, ରାମ ମୟ ହୋଇଛି ଅଯୋଧ୍ୟା । ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଭବ୍ୟ ମନ୍ଦିର ପ୍ରସ୍ତୁତ ହୋଇ ରହିଛି । ଅଯୋଧ୍ୟା ସହିତ ପୁରା ଦେଶରେ ଖାଲି ରାମ ହିଁ ରାମ । କୋଟି କୋଟି ଭକ୍ତଙ୍କ ଅପେକ୍ଷା ସେହି ୨୨ ଜାନୁଆରୀକୁ । ବହୁପ୍ରତୀକ୍ଷିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ
-୧୬ ତାରିଖରୁ ଆରମ୍ଭ ହୋଇସାରିଛି ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ
-୨ହଜାର କ୍ୱିଂଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟା

ଋବିବାର ମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠିତ ରାମଲାଲାଙ୍କ ମୂର୍ତିକୁ ୧୧୪ କଳସ ଔଷଧୀୟ ଜଳରେ ସ୍ନାନ କରାଯାଇଛି । ରାମଲାଲାଙ୍କ ପାଇଁ ଅଯୋଧ୍ୟା ଏଭଳି ସଜେଇ ହୋଇଛି ଯେ, ଲାଗୁଚି ଯେମିତି ରାମଙ୍କ ଆଗମନ ପାଇଁ ତ୍ରେତୟା ଯୁଗକୁ ଫେରିଯାଇଛି ରାମଙ୍କ ନଗରୀ । ସୋମବାର ସେହି ମୂହୂର୍ତକୁ ସାରା ଦେଶ ଅପେକ୍ଷା କରିଛି ଯେତେବେଳେ ପ୍ରଧାନମନ୍ତ୍ରୀ ଆସିବେ ଓ ରାମଲାଲଙ୍କ ପ୍ରାଣପ୍ରତିଷ୍ଠା ହେବ । ରାମ ଜନ୍ମଭୂମିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁସାରେ,

-ସୋମବାର ଦିନ ୧୨ଟା ୦୫ରୁ ୧୨ଟା ୫୫ ଯାଏଁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ
-ଭବ୍ୟ ମନ୍ଦିରରେ ବିରାଜମାନ କରିବେ ପ୍ରଭୁ ରାମ
-ବିରାଜମାନ ବେଳେ ରାମଲାଲଙ୍କ ଆଖିରେ ପଟି ରହିବ
-ପ୍ରାଣପ୍ରତିଷ୍ଠା ସରିବା ପରେ ପଟି ଖୋଲାଯିବ
-ପଟି ଖୋଲାଯିବା ପରେ ରାମଲାଲାଙ୍କୁ ଦର୍ପଣ ଦେଖାଯିବ ଓ କଜଳ ଲଗାଯିବ
-ପ୍ରାଣପ୍ରତିଷ୍ଠା ସମୟରେ ଉପସ୍ଥିତି ରହିବେ ପ୍ରଧାନମନ୍ତ୍ରୀ
-ଏହି ସମୟରେ ୭ ହଜାର ଭିଆଇପି ମନ୍ଦିରରେ ଉପସ୍ଥିତ ରହିବେ
-ଏହା ପରେ ଅଯୋଧ୍ୟାରେ ସମାବେଶ କରିବେ ନରେନ୍ଦ୍ର ମୋଦି

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସରଯୁ ନଦୀରୁ ପାଣି ଅଣାଯାଇ ଭବ୍ୟ ମନ୍ଦିରକୁ ଶୁଦ୍ଧ କରାଯିବ । ପ୍ରାଣପ୍ରତିଷ୍ଠା ଓ,ହ ରାମଲଲାଙ୍କ ଲାଗି ୫୬ ଭୋଗ ଲଗାଯିବ ।କୁହାଯାଏ, ଲଙ୍କା ବିଜୟ ପରେ ରାମ ଯେତେବେଳେ ଅଯୋଧ୍ୟା ଫେରିଥିଲେ, ସେତେବେଳେ ଘରେ ଘରେ ଭୋଗ ଲଗାଯାଇଥିଲା । ଦୀପ ପ୍ରଜ୍ୱଳନ କରାଯାଇଥିଲା ।

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ଦିନର ବ୍ରତ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ତାମିଲନାଡୁର କୋଦଣ୍ଡାରାମାସ୍ୱାମୀ ମନ୍ଦିରରେ ସେ ପୂଜାର୍ଚ୍ଚନା କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଧନୁଷକୋଡିରେ ଥିବା ସମୁଦ୍ର କୂଳରେ ପହଂଚିଥିଲେ । ଆରିଚଲ ମୁନାଇ ପଏଂଟରେ ପ୍ରାଣାୟମ କରିଥିଲେ ନରେନ୍ଦ୍ର ମୋଦୀ ।

The post ଆସୁଛନ୍ତି ରାମ: ଅଯୋଧ୍ୟାରେ ‘ତ୍ରେତୟା ଯୁଗ’ର ଭ୍ରମ first appeared on Kanak News.

from Kanak News
via <a href="https://ifttt.com/?

ମନ ମୋହୁଛି ଛତ୍ରପୁରର ତାମ୍ପରା ହ୍ରଦ । ବଣ ଜଙ୍ଗଲ ଘେରା ବିସ୍ତୀର୍ଣ୍ଣ ଜଳରାଶି ପାଲଟିଛି ମୁଖ୍ୟ ଆକର୍ଷଣ, ଜମୁଛି ଭୋଜିଭାତ ଆସର

କନକ ବ୍ୟୁରୋ : ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ରହିଛି ତମ୍ପରା ହଦ୍ର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୁମୁରୀ ତାମ୍ପରା ହ୍ରଦ । ହ୍ରଦର ଗୋଟିଏ ପଟେ ରହିଛି ଜାତୀୟ ରାଜପଥ ଏବଂ ଅନ୍ୟପଟେ ବେଳଭୂମି । ଏବେ ଏହି ସୁନ୍ଦର ସ୍ଥାନରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ । ରାଜ୍ୟ ବାହାରୁ ଏବଂ ଜିଲା ବାହାରୁ ଦୈନିଦିନ ଶହଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଏବିସି ବୋଟିଂ କ୍ଲବ ପକ୍ଷରୁ ବୋଟିଂ, ୱାଟର ସ୍ପୋଷ୍ଟ, ଜେଟି ଆଦି ବିଭିନ୍ନ ପ୍ରକାରର ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ। ବୋଟିଂ ସମୟରେ ଯେମିତି କୌଣସି ଅସୁବିଧା ନହୁଏ, ସେଥିପାଇଁ ପର୍ଯ୍ୟଟକଙ୍କୁ ଲାଇଫ୍ ଜ୍ୟାକେଟ୍ ବିନା ବୋଟରେ ବସିବାକୁ ଦିଆଯାଉନାହିଁ ।

ତାମ୍ପର ହଦ୍ରକୁ ଅଧିକ ଆକର୍ଷଣ କରିବା ପାଇଁ ୨୦୧୯ ଡିସେମ୍ବର ୧ରେ ଅମରାବତି ବୋଟିଂ କ୍ଲବ ପକ୍ଷରୁ ୱାଟର ସ୍ପୋଟର୍ସର ଶୁଭାରମ୍ଭ କରାଯାଇଥିଲା । ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ବୋଟିଂ ସହ ହ୍ରଦର ଦୃଶ୍ୟ ଓ ପାର୍କ ଦେଖଣାହାରିଙ୍କ ମନ ମୋହୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ତାମ୍ପରାର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ।

ଭାରତ ସରକାରଙ୍କ ପକ୍ଷରୁ ତାମ୍ପରା ହ୍ରଦ, ଚିଲିକା ଉପକୂଳ ସାତପଡା, ବରକୂଳ ଓ ଗୋପାଳପୁର ବେଳାଭୂମିର ବିକାଶ ପାଇଁ ସ୍ୱଦେଶ ଦର୍ଶନ କାର୍ଯ୍ୟକ୍ରମରେ ଅନୁଦାନ ପ୍ରଦାନ କରାଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଉନ୍ନୟନମୂଳକ କାମ ଚାଲିଛି ।

The post ମନ ମୋହୁଛି ଛତ୍ରପୁରର ତାମ୍ପରା ହ୍ରଦ । ବଣ ଜଙ୍ଗଲ ଘେରା ବିସ୍ତୀର୍ଣ୍ଣ ଜଳରାଶି ପାଲଟିଛି ମୁଖ୍ୟ ଆକର୍ଷଣ, ଜମୁଛି ଭୋଜିଭାତ ଆସର first appeared on Kanak News.

from Kanak News
via <a href="https://ifttt.com/?

ପ୍ରଭୁ ଶ୍ରୀରାମଙ୍କୁ ଭେଟି ଦେବାକୁ ଭକ୍ତର ପ୍ରସ୍ତୁତି । ବ୍ରହ୍ମପୁର ବାଲୁକାଶିଲ୍ପୀ ସତ୍ୟ ମହାରଣାଙ୍କ ନିଆରା ଉପହାର

କନକ ବ୍ୟୁରୋ : ସବୁଠି ରାମମୟ ପରିବେଶ । ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନେଇ ସବୁଠି ଉତ୍ସାହ । ପ୍ରଭୁ ଶ୍ରୀରାମଙ୍କୁ ଭକ୍ତିର ଭେଟି ଦେବା ପାଇଁ ଦେଶବାସୀ ପ୍ରସ୍ତୁତ ହେଇସାରିଲେଣି । ଅନେକ କଳାକୃତି କରି ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ ହାସଲ କରିଥିବା ବ୍ରହ୍ମପୁରର ଜଣାଶୁଣା ବାଲୁକାଶିଲ୍ପୀ ସତ୍ୟ ମହାରଣା ମଧ୍ୟ ଏକ ଉପହାର ପ୍ରସ୍ତୁତ କରିଛନ୍ତି । ମାତ୍ର ଦୁଇ ଦିନରେ କାଠ, ପଥର ଓ ଚକ୍ ଖଡିରେ ବିଶ୍ୱର ସବୁଠୁ ସୂକ୍ଷ୍ମ ରାମମନ୍ଦିର ଓ ଶ୍ରୀରାମଙ୍କ ପ୍ରତିମୂର୍ତି ପ୍ରସ୍ତୁତ କରି ଚର୍ଚ୍ଚାରେ । କାଠରେ ପ୍ରସ୍ତୁତ ଦୁଇଟି ମନ୍ଦିରରୁ ଗୋଟିକର ଉଚ୍ଚତା ୨ସିଏମ୍ ଓ ଓସାର ୧ସିଏମ୍ ହୋଇଥିବା ବେଳେ ଅନ୍ୟଟିର ଉଚ୍ଚତା ୪.୫ ସିଏମକୁ ଓସାର ୯ ସିଏମ୍ ରହିଛି । ସେହିପରି କାଠରେ ୪ସିଏମ୍ ଉଚ୍ଚତା ଓ ୧.୮ ସିଏମ୍ ଓସାର ବିଶିଷ୍ଟ ରାମଲାଲାଙ୍କ ମୂର୍ତି ପ୍ରସ୍ତୁତ କରିଛନ୍ତି ସତ୍ୟ । ସେହିପରି ୨.୮ସେମି ଉଚ୍ଚତା ଓ ୧.୫ସେମି ଓସାର ବିଶିଷ୍ଟ ଅବିକଳ ରାମ ମନ୍ଦିରଟିଏ ପଥରରେ ପ୍ରସ୍ତୁତ କରିଛନ୍ତି । କେବଳ ସେତିକି ନୁହେଁ ଶ୍ରୀରାମଙ୍କ ମୂର୍ତି ଓ ମନ୍ଦିରକୁ ସ୍ୟାଣ୍ଡ ଏନିମେସନ୍ରେ ପ୍ରସ୍ତୁତ କରି ବେଶ ଖୁସିଥିବା କହିଛନ୍ତି ସତ୍ୟ ।

ପିଲାଟି ଦିନରୁ କଳା ପ୍ରତି ଥିଲା ଅନେକ ଆକର୍ଷଣ । ପେନସିଲରୁ ଚିତ୍ର ଆଙ୍କିବା ଆରମ୍ଭ କରି ଏବେ ବାଲୁକା କଳା ସହ ଚକଖଡି, ମହମ, ଦିଆସିଲି କାଠି, କାଠ ଓ ବିଭିନ୍ନ ଖାଦ୍ୟ ଶସ୍ୟରେ ଭିନ୍ନ ଭିନ୍ନ କଳା ପ୍ରଦର୍ଶନ କରି ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ବେଶ ପ୍ରସଂଶିତ ହୋଇଛନ୍ତି । ସେହିଭଳି କାଠରେ ପ୍ରସ୍ତୁତ ଛୋଟରୁ ଅତି ଛୋଟ ରଥ, ଦେବାଦେବୀଙ୍କ ମୂର୍ତି, ଓ ମହାପୁରୁଷଙ୍କ ଛବିି ୬୦ରୁ ଅଧିକ ଥର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ତେବେ ଏଥର କୌଣସି ରେକର୍ଡ ପାଇବା ଆଶା ନୁହେଁ ବରଂ ଭକ୍ତିରେ ଏ ସବୁ କଳାକୃତି ପ୍ରସ୍ତୁତ କରିଥିବା କହିଛନ୍ତି ଶିଳ୍ପୀ ସତ୍ୟ ।

ଚଳିତଥର ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତି ଥିବା ପ୍ରଗାଢ ବିଶ୍ୱାସ ଓ ଭକ୍ତି ପାଇଁ ନିଆରା ପ୍ରୟାସ କରିଛନ୍ତି ବାଲୁକାଶିଲ୍ପୀ ସତ୍ୟ ମହାରଣା ।

The post ପ୍ରଭୁ ଶ୍ରୀରାମଙ୍କୁ ଭେଟି ଦେବାକୁ ଭକ୍ତର ପ୍ରସ୍ତୁତି । ବ୍ରହ୍ମପୁର ବାଲୁକାଶିଲ୍ପୀ ସତ୍ୟ ମହାରଣାଙ୍କ ନିଆରା ଉପହାର first appeared on Kanak News.

from Kanak News
via <a href="https://ifttt.com/?

ସୀତା ପାହାଡରେ ଲୋକଙ୍କ ଭିଡ । ପୂଜା ପାଉଛନ୍ତି ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା, ପୁରୁଣା କିମ୍ବଦନ୍ତୀ ଆଧାରରେ ପୂଜାରେ ରହିଛି ସ୍ୱତନ୍ତ୍ରତା

କନକ ବ୍ୟୁରୋ : ସାରାଦେଶରେ ଉତ୍ସବର ମାହୋଲ । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରାମ ସୀତାଙ୍କ ପୂଜନ କରାଯାଉଛି । ରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି ପରିବେଶ । ସେହିଭଳି ଗଜପତି ଗୋଷାଣୀ ବ୍ଲକରେ ରହିଛି ସୀତା ପାହାଡ । ସେହି ପାହାଡ ଉପରେ ପୂଜା ପାଉଛନ୍ତି ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା । ଅନ୍ୟ ଦିନ ଅପେକ୍ଷା ମକର ସଂକ୍ରାନ୍ତିରେ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ୫ ଦିନ ପର୍ଯ୍ୟନ୍ତ ପ୍ରଭୁ ରାମ ଓ ସୀତାଙ୍କ ନିକଟରେ ହୋମଯଜ୍ଞ କରାଯିବା ସହିତ ଦୂରଦୂରାନ୍ତରୁ ଭକ୍ତଙ୍କ ଗହଳି ଲାଗିଥାଏ । ମାଆ ସୀତାଙ୍କ ଆସ୍ଥାନ ନେଇ ଏଠାରେ ରହିଛି ପୁରୁଣା କିମ୍ବଦନ୍ତୀ । ପ୍ରଭୁ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ସହ ମାତା ସୀତା ଅଯୋଧ୍ୟା ଫେରିବା ସମୟରେ ଏହି ସ୍ଥାନରେ ବିଶ୍ରାମ ନେଇଥିଲେ । ସେହି ସମୟରେ ଗାଁର ଲୋକଙ୍କୁ ଏକାଠି କରି ସେମାନଙ୍କ ସହ କିଛି ସମୟ ବିତାଇଥିଲେ । ତାପରଠାରୁ ଏହି ଜାଗା ସୀତା ମ।।ତାଙ୍କ ନାଁରେ କରାଯାଇଥିଲା ।

ବର୍ଷ ଅପେକ୍ଷା ମକର ସଂକ୍ରାନ୍ତିର ଏହି କିଛି ଦିନ ପାହାଡରେ ଭିଡ ଲାଗିଥାଏ । ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ଏଠାରେ ମାତା ସୀତାଙ୍କ ପୂଜାର୍ଚ୍ଚନା କରିଥାନ୍ତି । ପାହାଡ ଚଢି ଟ୍ରାକିଂ କରିବା ଆଉ ବୁଲିବାର ମଜା ନେଇଥାନ୍ତି ଲୋକେ । ବ୍ୟବସାୟୀ ମାନେ ମଧ୍ୟ ଦୁଇ ପଇସା ଲାଭ କରିବାକୁ ପସରା ମେଲାଇ ବସନ୍ତି ।

ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ମାଆ ସୀତାଙ୍କ ପାହାଡ ଉପରେ ଧୁମଧାମର ପୂଜା କରାଯାଇଥିଲ।। । ଦୂରରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ପୂଜା କରି ମାଆ ସୀତାଙ୍କ ଆଶୀର୍ବାଦ ନେଇଥିଲେ ।

The post ସୀତା ପାହାଡରେ ଲୋକଙ୍କ ଭିଡ । ପୂଜା ପାଉଛନ୍ତି ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା, ପୁରୁଣା କିମ୍ବଦନ୍ତୀ ଆଧାରରେ ପୂଜାରେ ରହିଛି ସ୍ୱତନ୍ତ୍ରତା first appeared on Kanak News.

from Kanak News
via <a href="https://ifttt.com/?

ବୃତିିରେ କୃଷକ, ନିଶା ପାଲଟିଛି ଶିକ୍ଷକତା । ବିନା ବେତନରେ ଶିକ୍ଷକ ପାଲଟିଛନ୍ତି ଯାଜପୁର ଇନ୍ଦାରୋଇର କୁଳମଣି ନାୟକ

କନକ ବ୍ୟୁରୋ : ବୃତିିରେ କୃଷକ ହେଲେ ବିନା ବେତନରେ ପାଲଟିଛନ୍ତି ଶିକ୍ଷକ । ଯାଜପୁର ବ୍ଲକ ଏରବାଙ୍କ ପଂଚାୟତ ଇନ୍ଦାରୋଇ ଗାଁର କୁଳମଣି ନାୟକ । ପିଲାଟି ଦିନରୁ ମେଧାବୀ ଛାତ୍ର ଥିଲେ । ଅଧିକ ପାଠ ପଢ଼ା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ କେବଳ ବିଜ୍ଞାନରେ ଯୁକ୍ତ ତିନି ପର୍ଯ୍ୟନ୍ତ ପାଠ ପଢ଼ିପାରିଥିଲେ କୁଳମଣି ।

ଶିକ୍ଷାଦାନ ଏବେ ତାଙ୍କର ନିଶା ପାଲଟିଛି । ଘର ପାଖରେ ଥିବା ସାହସପୁର ହନୁମାନଜୀଉ ହାଇସ୍କୁଲ ଓ ବନମାଳୀ ବ୍ରହ୍ମଚାରୀ ବାଳିକା ହାଇସ୍କୁଲରେ ଗଣିତ ଓ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରୁଛନ୍ତି । ବିନା ଦରମାରେ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ପାଠ ପଢାଉଛନ୍ତି । ଶିକ୍ଷକ ଅଭାବ ଥିବାରୁ କୂଳମଣିଙ୍କ ଅନବରତ ଶିକ୍ଷାଦାନ ଚାଲିଛି । ତାସହିତ ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ମଧ୍ୟ ଘରୋଇ ଶିକ୍ଷା ପ୍ରଦାନ କରୁଛନ୍ତି । ଯାହାପାଇଁ ତାଙ୍କୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି ।

ବୃତିରେ ଜଣେ କୃଷକ ହେଉଛନ୍ତି କୂଳମଣି । ତାଙ୍କ ନିଜ ବଗିଚାରେ କୋବି, ଭେଣ୍ଡି, ବାଇଗଣ ଆଦି ଭଳିକିଭଳି ଚାଷ କରୁଛନ୍ତି । ପନିପରିବାରେ ଆଶାନୁରୂପ ଲାଭ ନହେବରୁ ୟୁଟୁବରୁ ଥାଇଲାଣ୍ଡ ବରକୋଳି ଚାଷ କରିବାକୁ ପ୍ରୋତ୍ସାହିତ ହୋଇଛନ୍ତି । ପ୍ରାୟ ୨ ବର୍ଷ ହେଲା ନିଜସ୍ୱ ଉଦ୍ୟମରେ ସେ ଦେଢ଼ ଏକର ଜମିରେ ୩ରୁ୪ ପ୍ରକାର ବରକୋଳି ଚାଷ କରିଛନ୍ତି । ଯେଉଁଥିରେ ଥାଇଲାଣ୍ଡ ବରକୋଳି, କାଶ୍ମୀର ଆପଲ , ବେରୀ ପ୍ରଭୃତି ଚାଷ କରୁଛନ୍ତି । ଏହି ଚାଷ ସମ୍ପୁର୍ଣ୍ଣ ଜୈବିକ ପଦ୍ଧତିରେ କରାଯାଉଛି । ଏହି ଚାଷରେ ତାଙ୍କ କଲେଜ ପଢ଼ୁଆ ପୁଅ ବି ସହଯୋଗ କରୁଛନ୍ତି ।

ଚାଷ କଲେ ପରିବାର ଚଳୁଛି ହେଲେ ନିଶା ତାଙ୍କର ହେଉଛି ଶିକ୍ଷାଦାନ । ସ୍କୁଲରେ ପଢାଇବା ସହ ଗରିବ ପିଲାମାନଙ୍କୁ ଶିକ୍ଷା ଦେଇ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ।

The post ବୃତିିରେ କୃଷକ, ନିଶା ପାଲଟିଛି ଶିକ୍ଷକତା । ବିନା ବେତନରେ ଶିକ୍ଷକ ପାଲଟିଛନ୍ତି ଯାଜପୁର ଇନ୍ଦାରୋଇର କୁଳମଣି ନାୟକ first appeared on Kanak News.

from Kanak News
via <a href="https://ifttt.com/?

ସଙ୍କଟରେ ଆସିକା ଚିନି ଶିଳ୍ପ । କଂଚାମାଲର ଅଭାବରୁ ନେଇ ଲାଗିଛି ଆଖୁ ଚାଷୀଙ୍କ ବିଭିନ୍ନ ସମସ୍ୟା, ପରିଚାଳନା ଗତ ତ୍ରୁଟି ସହ ବଢୁଛି ଶ୍ରମିକ ଅଶାନ୍ତି

କନକ ବ୍ୟୁରୋ : ସର୍ବପୁରାତନ ଚିନି କଳ ହେଉଛି ଆସିକା ଚିନି କଳ । ଯାହା ଗଂଜାମର ଆସିକା ଅଂଚଳକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ହେଲେ ଏବେ ବି ପରିଚୟ ହରାଇ ନଥିବା ଏହି କଳ ଖୋଜୁଛି ସଠିକ୍ ପରିଚାଳନା । ଶିଳ୍ପ ଓ କୃଷିର ଉନ୍ନତି ସାଙ୍ଗକୁ ନୁତନ ନିଯୁକ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଗଢିଉଠିଥିବା ଏହି କଳରେ ପରିଚାଳନା ଗତ ତୃଟି ସାଙ୍ଗଙ୍କୁ ଶ୍ରମିକ ଅଶାନ୍ତି ବଢିଚାଲିଛି । ଏହା ସହ ଆଖୁ ଚାଷ ପ୍ରତି ଚାଷୀଙ୍କ ବିମୁଖତା ଏହାକୁ ବିପଦ ଆଡକୁ ଟାଣି ନେଉଛି । ଗଂଜାମର ୧୬ଟି ବ୍ଲକର ଆଖୁ ଚାଷ ଉପରେ ନିର୍ଭର କରୁଥିବା ବେଳେ ଚାଷ ଏବେ କମିବାରେ ଲଗିଛି । ଫଳରେ କାରଖାନା ଚାଲିବା ପାଇଁ ଆବଶ୍ୟକ ଥିବା କଂଚାମାଲର ଅଭାବ ରହୁଛି । ସେପଟେ ଚାଷୀଙ୍କୁ ଚିନି କଳ ପକ୍ଷରୁ ଯେଉଁ ସାର ଓ ବିହନ ଯୋଗାଇ ଦିଆ ଯାଉଛି ତାହା ଆଖୁର ବିକ୍ରି ସମୟରେ ଚାଷୀଙ୍କ ଠାରୁ ଅସୁଲ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ଏପଟେ ବର୍ଷକୁ ବର୍ଷ ଆଖୁ ଚାଷୀ ଆଖୁ ଚାଷ କରୁନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ବିଭାଗୀୟ ଅଧିକାରି ଆସିକା ଚିନି ଶିଳ୍ପ ଓ ଚାଷୀଙ୍କ ସହ ଅନେକ ସମୟରେ ଆଲୋଚନା କରୁଥିଲେ ମଧ୍ୟ ସୁଫଳ ମିଳୁନାହି । ଯଦି ଏହି ପରି ଆଖୁ ଚାଷ କମେ ତେବେ ଆଗକୁ ଏହି ଏସିଆର ସର୍ବପୁରାତନ କଳଟି ବି ବନ୍ଦ ହୋଇଯିବ । ଏପଟେ ଚାଷୀଙ୍କୁ ଆଖୁ ଚାଷ ପ୍ରତି ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ବହୁ ବ୍ୟବସ୍ଥା ହାତକୁ ନିଆ ଯାଇଛି ବୋଲି ଚିନି ଶିଳ୍ପ କତୃପକ୍ଷ କହିଥିଲେ ବି ଆସାନୁରୂପ ସଫଳ ମିଳି ନାହିଁ ।

ସଙ୍କଟରେ ପଡିଥିବା ଏହି ଚିନିକଳ ପ୍ରତି ଗୁରୁତ୍ୱ ଦିଆଯିବା ସହିତ ଚାଷୀ ମାନଙ୍କୁ ସାହାଯ୍ୟ ସହଯୋଗ କରଯାଇପାରିଲେ ଏହାର ପୁନଃରୁଦ୍ଧାର ହୋଇପାରିବ ।

The post ସଙ୍କଟରେ ଆସିକା ଚିନି ଶିଳ୍ପ । କଂଚାମାଲର ଅଭାବରୁ ନେଇ ଲାଗିଛି ଆଖୁ ଚାଷୀଙ୍କ ବିଭିନ୍ନ ସମସ୍ୟା, ପରିଚାଳନା ଗତ ତ୍ରୁଟି ସହ ବଢୁଛି ଶ୍ରମିକ ଅଶାନ୍ତି first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ସହ ଓଡ଼ିଶାରେ ବି ହେବ ରାମ ମନ୍ଦିରର ପ୍ରତିଷ୍ଠା: ପାରାଦୀପ ଓ ନୟାଗଡ଼ରେ ଦେବବରଣ ପରେ ଚାଲିଛି ହୋମଯଜ୍ଞ

କନକ ବ୍ୟୁରୋ: ନୟାଗଡ଼ ଭାପୁର ବ୍ଲକ ଫତେଗଡ଼ ଗାଁ ନିକଟ ଶ୍ରୀରାମ ପାହାଡ଼ ଶିଖରରେ ପ୍ରତିଷ୍ଠା ହେବ ଶ୍ରୀମରାଙ୍କ ମନ୍ଦିର । ଆସନ୍ତାକାଲି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ଓ ନୂତନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ପାହାଡ ଶିଖରରେ ପ୍ରାୟ ୧୬ ଶହ ଫୁଟ ଉଚ୍ଚରେ ଶ୍ରୀମରାଙ୍କ ମନ୍ଦିର ନିର୍ମାର କରାଯାଇଛି । ମନ୍ଦିର ବେଢାରେ ଯଜ୍ଞସ୍ଥଳ ମଧ୍ୟ ସ୍ଥାପନ କରାଯାଇଛି । ଏଠାରେ ପଣ୍ଡିତମାନେ ବେଦପାଠ ଆରମ୍ଭ କରିଛନ୍ତି । ପାରାଦୀପରେ ବି ହେବ ନବନିର୍ମିତ ରାମ ମନ୍ଦିରର ପ୍ରତିଷ୍ଠା । କଳସ ଶୋଭାଯାତ୍ରା ଓ ନାମଯଜ୍ଞ ସହ ଭାବମୟ ପରିବେଶ । ୧୨ ବର୍ଷ ପୂର୍ବରୁ ଏହି ମନ୍ଦିରର ଶିଳାନ୍ୟାସ ହୋଇଥିବା ବେଳେ ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ହିଁ ଏହି ମନ୍ଦିରର ପ୍ରତିଷ୍ଠା କରାଯିବ ଏହା ପୂର୍ବରୁ କଳସ ଯାତ୍ରା ସହ ନାମଯଜ୍ଞ ଚାଲିଥିବା ଦେଖିବାକୁ ମିଳିଛି ।

ସେପଟେ କଟକ ଜିଲ୍ଲା ମାହାଙ୍ଗା ମଧ୍ୟ ରାମମୟ ହୋଇଛି । ହିନ୍ଦୁ ଜାଗରଣ ମଂଚ ପକ୍ଷରୁ ମାହାଙ୍ଗାରେ ବିଶାଳ ବାଇକ୍ ଶୋଇଯାତ୍ରା କରାଯାଇଛି । କୁନି କୁନି ପିଲାଙ୍କୁ ସୁନ୍ଦର ବେଶରେ ସଜେଇ ସହର ପରିକ୍ରମା କରିଛନ୍ତି ।

ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଓଡିଶାରେ ଲୋକଙ୍କ ମନରେ ପ୍ରବଳ ଉତ୍ସାହ । ବଜାରରେ ବି ଭିଡ ଜମୁଛି । ପୂଜା ସାମଗ୍ରୀ ଦୋକାନରୁ ଜୟ ଶ୍ରୀରାମ ଲେଖା ଓ ହନୁମାନଙ୍କ ଚିତ୍ର ଥିବା ପତାକା କିଣିବା ପାଇଁ ଗ୍ରାହକଙ୍କ ଭିଡ ଲାଗୁଛି । ଭଳିକି ଭଳି ପତାକା ମିଳୁଥିବା ଦର ମଧ୍ୟ ଭିନ୍ନ ଭିନ୍ନ ରହିଛି । କଟକ ଓ ଭୁବନେଶ୍ୱରରେ ପତାକାର ବେଶ ଚାହିଦା ରହିଛି । ୧୦ ଟଙ୍କାରେ ମିଳୁଥିବା ପତାକା ଆଜି ୩୦ ଟଙ୍କାରେ ବିକ୍ରି ହେଉଛି । ପୂର୍ବରୁ ୧୫୦ରୁ ୨ଶହ ଟଙ୍କାରେ ମିଳୁଥିବା ପତାକା ଆଜି ୪୦୦ ଟଙ୍କାରେ ବିକ୍ରି କରାଯାଉଛି । ତଥାପି ଗ୍ରାହକମାନେ ଖୁସି ମନରେ କିଣି ନେଉଛନ୍ତି ।

The post ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ସହ ଓଡ଼ିଶାରେ ବି ହେବ ରାମ ମନ୍ଦିରର ପ୍ରତିଷ୍ଠା: ପାରାଦୀପ ଓ ନୟାଗଡ଼ରେ ଦେବବରଣ ପରେ ଚାଲିଛି ହୋମଯଜ୍ଞ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟପାଳ ରଘୁବର ଦାସ ଯାଜପୁର ଆସୁଥିବା ଜାଣି ରାସ୍ତାକଡକୁ ଧାଇଁ ଆସିଥିଲେ ମହିଳା: ଭଙ୍ଗା ଘରର ଅବସ୍ଥା ଦେଖାଇ ଆବାସ ପାଇଁ କାନ୍ଦିଲେ

କନକ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସ ଦିନିକିଆ ଯାଜପୁର ଜିଲା ଗସ୍ତରେ ଆସି ପ୍ରଥମେ ମା ବିରଜାଙ୍କ ଦର୍ଶନ କରିବା ସହ ଦଶରଥପୁର ବ୍ଲକ ର ବିଭିନ୍ନ ଅଞ୍ଚଳ କୁ ଯାଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁଭେଟିଛନ୍ତି । ପ୍ରଥମେ ଖଣ୍ଡରା ପଂଚାୟତ କାର୍ଯ୍ୟାଳୟ କୁ ଯାଇ ସେଠାରେ ବିଭିନ୍ନ ବ୍ୟକ୍ତି ମାନଙ୍କୁଭେଟିବା ସହିତ ସରକାରୀ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହା ପରେ ରାସ୍ତାରେ ଯାଉଥିବାବେଳେ ରାସ୍ତା କଡ଼ରେ ଜଣେ ଅସହାୟ ମହିଳାଙ୍କ କଥାରେ ଅଟକି ଯାଇଥିଲେ ରାଜ୍ୟପାଳ । ମହିଳା ଜଣକ ପକା ଘର ପାଇଁ ରାଜ୍ୟପାଳଙ୍କ ହାତ ଧରି କାନ୍ଦି କାନ୍ଦି ଅନୁରୋଧ କରିଥିଲେ । ଏହି ସମୟରେ ରାଜ୍ୟପାଳ ସେହି ପରିବାରକୁ ୧ ଲକ୍ଷ ଟଙ୍କାଦେବାକୁ ପ୍ରତିଶୃତିଦେବା ସହିତ ଆବାସ ଯୋଗାଇ ଦେବାକୁ ପ୍ରତିଶ୍ରୁତିଦେଇଛନ୍ତି । ଏହି ଗସ୍ତ କାଳରେ ବିଭିନ୍ନ ପଂଚାୟତ ର ଜନସାଧାରଣ ରାଜ୍ୟପାଳ ଙ୍କୁ ବିଭିନ୍ନ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

The post ରାଜ୍ୟପାଳ ରଘୁବର ଦାସ ଯାଜପୁର ଆସୁଥିବା ଜାଣି ରାସ୍ତାକଡକୁ ଧାଇଁ ଆସିଥିଲେ ମହିଳା: ଭଙ୍ଗା ଘରର ଅବସ୍ଥା ଦେଖାଇ ଆବାସ ପାଇଁ କାନ୍ଦିଲେ first appeared on Kanak News.

from Kanak News
via <a href="https://ifttt.com/?

ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ବିଭାଗର ବନ୍ଧୁମିଳନ । ଏକାଠି ହେଲେ ବିଭାଗର ବହୁ ପୁରାତନ ଛାତ୍ରଛାତ୍ରୀ । ବାଣ୍ଟିଲେ କଲେଜ ଦିନର ଅନୁଭୂତି…

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ‘ସାମ୍ବାଦିକତା ଓ ଗଣ ଯୋଗାଯୋଗ’ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ । ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ସାମ୍ବାଦିକତା ବିଭାଗର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଭାଗର ବହୁ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ଏ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

‘ଜର୍ଣ୍ଣାଲିଜିମ୍ ଆଲୁମିନି ଆସୋସିଏସନ୍’ ପକ୍ଷରୁ ‘ଆମ ପରିବାର’ ନାମରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଥମେ ନିଜ ପୁରୁଣା କଲେଜ ଦିନର ଅନୁଭୂତି ଅନ୍ୟ ସାଥୀମାନଙ୍କ ଆଗରେ ବାଣ୍ଟିଥିଲେ । ଏହାପରେ ପୁରାତନ ଛାତ୍ରଛାତ୍ରୀମାନେ ସାମ୍ବାଦିକତା ବିଭାଗର ବର୍ତ୍ତମାନ କିପରି ବିକାଶ କରାଯିବ ସେନେଇ ଆଲୋଚନା କରିଥିଲେ । ଖାଲି ସେତିକି ନୁହେଁ, ଏହାସହ ନୂଆକରି ସାମ୍ବାଦିକତା ବିଭାଗକୁ ଆସିଥିବା ଛାତ୍ରଛାତ୍ରୀମାନେ ଥିଓରୀ ସହ ଅଧିକରୁ ଅଧିକ କିପରି ପ୍ରାକ୍ଟିକାଲ ଶିକ୍ଷା ପାଇପାରିବେ, ସେନେଇ ବ୍ୟବସ୍ଥା କରିବାକୁ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପୁରାତନ ଛାତ୍ରଛାତ୍ରୀ ।

ସାମ୍ବାଦିକତା ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ସ୍ୱର୍ଣ୍ଣମୟୀ ତ୍ରିପାଠୀ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ, ଏହିଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜିତ ହେଉ । ଏହାଦ୍ୱାରା ବିଭାଗ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କ ଗଢି ଉଠିବ । ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ ନୂତନ ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି ସେ କହିଥିଲେ । ପରିଶେଷରେ ବିଭାଗର ପୁରାତନ ଛାତ୍ରଛାତ୍ରୀମାନେ ସାମ୍ବାଦିକତା ଜଗତରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଏବଂ ସାମ୍ବାଦିକତା ବିଭାଗର ଗୁରୁତ୍ୱ କେତେ ସେ ନେଇ ଆଲୋଚନା କରିଥିଲେ ।

The post ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ବିଭାଗର ବନ୍ଧୁମିଳନ । ଏକାଠି ହେଲେ ବିଭାଗର ବହୁ ପୁରାତନ ଛାତ୍ରଛାତ୍ରୀ । ବାଣ୍ଟିଲେ କଲେଜ ଦିନର ଅନୁଭୂତି… first appeared on Kanak News.

from Kanak News
via <a href="https://ifttt.com/?

ଓଲିଉଡ୍ ଷ୍ଟାର ଅନୁ ଚୌଧୁରୀଙ୍କ ସହ ମଞ୍ଚରେ ଝୁମିଲେ କଂସ ମହାରାଜ: ପ୍ରିୟାରେ ଗୀତରେ ମହାରାଜଙ୍କ ସହ ନାଚିଲେ ଅଭିନେତ୍ରୀ

କନକ ବ୍ୟୁରୋ: ଜମୁଛି ବରଗଡ ଧନୁଯାତ୍ରା । ଓଲିଉଡ୍ ଷ୍ଟାର ଅନୁ ଚୌଧୁରୀଙ୍କ ସହ ମଂଚରେ ଝୁମିଲେ କଂସ ମହାରାଜ । ପ୍ରିୟାରେ ଗୀତରେ ମହାରାଜଙ୍କ ସହ ନାଚିଲେ ଅଭିନେତ୍ରୀ । ରାଜ ଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଲେ ମଥୁରାବାସୀ । ବରଗଡ ଧନୁଯାତ୍ରା ପାଇଁ ମୁକ୍ତାକାଶ ରଙ୍ଗମଂଚରେ ବିରାଜମାନ କରିଛନ୍ତି ମହାରାଜା କଂସ । ବିଭିନ୍ନ ନୃତ୍ୟ ଗୀତ ପରିବେଷଣ କରାଯାଉଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ଅନୁଙ୍କ ସହ ଏକାଠି ଏକ ଫିଲ୍ମର ଗୀତରେ ନାଚିଛନ୍ତି କଂସ ମହାରାଜ । ପ୍ରିୟାରେ. . .ପ୍ରିୟାରେ ଓଡ଼ିଆ ଫିଲ୍ମର ଗୀତର ତାଳେ ତାଳେ ମଂଚ ଉପରେ ଝୁମିଛନ୍ତି ।

The post ଓଲିଉଡ୍ ଷ୍ଟାର ଅନୁ ଚୌଧୁରୀଙ୍କ ସହ ମଞ୍ଚରେ ଝୁମିଲେ କଂସ ମହାରାଜ: ପ୍ରିୟାରେ ଗୀତରେ ମହାରାଜଙ୍କ ସହ ନାଚିଲେ ଅଭିନେତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started