ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲେ ତାମିଲନାଡୁ ସରକାର । ଗମ୍ଭୀର ଅଭିଯୋଗ ଆଣିଲେ ଅର୍ଥମନ୍ତ୍ରୀ

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁ ସରକାର ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ଉପରେ ତାମିଲନାଡୁ ସରକାର ପ୍ରତିବନ୍ଧକ ଲଗାଇଛନ୍ତି ।

ଏକ ତାମିଲ ଖବର କାଗଜର ଖବରକୁ ଉଦ୍ଧୃତ କରି କହିଛନ୍ତି କି, ତାମିଲନାଡୁ ସରକାର କେବଳ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ନୁହେଁ ବରଂ ରାଜ୍ୟରେ ଥିବା ରାମ ମନ୍ଦିରଗୁଡିକରେ ପ୍ରାଣ ପ୍ରତିଷ୍ଠା ଦିନ ପୂଜା କରିବା ଉପରେ ରୋକ୍ ଲଗାଇଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି କି, ହିନ୍ଦୁ ଧାର୍ମିକ ଓ ଧର୍ମାନୁଷ୍ଠାନ ବିଭାଗ ଦ୍ୱାରା ପରିଚାଳିତ ମନ୍ଦିରଗୁଡିକରେ ଶ୍ରୀରାମଙ୍କ ନାମରେ କୌଣସି ପୂଜା, ଭଜନ, ପ୍ରସାଦ ଅନ୍ନଦାନକୁ ମଧ୍ୟ ତାମିଲନାଡୁ ସରକାର ଅନୁମତି ଦେଇନାହାଁନ୍ତି । ପୋଲିସ ମଧ୍ୟ ଘରୋଇ ମନ୍ଦିରଗୁଡିକରେ କାର୍ଯ୍ୟକ୍ରମ କରିବା ଉପରେ ରୋକ ଲଗାଇଛି । ଏହାସହ ଯେଉଁ ମଣ୍ଡପରେ ଶ୍ରୀରାମଙ୍କ ପୂଜା କରିବାର ଦେଖିବାକୁ ମିଳିବ ତାହାକୁ ଭାଙ୍ଗିଦେବାକୁ ଆୟୋଜକଙ୍କୁ ଧମକ ଦିଆଯାଉଥିବା କଥା କହିଛନ୍ତି ଅର୍ଥମନ୍ତ୍ରୀ ।

https://platform.twitter.com/widgets.js

ଏକ ତାମିଲ ଖବର କାଗଜର ରିପୋର୍ଟକୁ ଟ୍ୟାଗ୍ କରି ଅର୍ଥମନ୍ତ୍ରୀ କହିଛନ୍ତି କି, ସେମାନେ ହିନ୍ଦୁ ବିରୋଧୀ ଓ ଏଭଳି ଘୃଣିତ କାର୍ଯ୍ୟପାଇଁ ତାମିଲନାଡୁ ସରକାରଙ୍କୁ କଡା ନିନ୍ଦା କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ତାମିଲନାଡୁ ସରକାରରେ ମନ୍ତ୍ରୀ ଥିବା ପିକେ ଶେଖର ବାବୁ କହିଛନ୍ତି କି, ଏଭଳି କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ । ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି କି, ସଲେମ ଠାରେ ଚାଲିଥିବା ଡିଏମକେ ଯୁବଶାଖା ସମ୍ମିଳନୀରୁ ଲୋକମାନଙ୍କ ଧ୍ୟାନ ହଟାଇବାକୁ ଏଭଳି ମିଥ୍ୟା ପ୍ରଚାର କରାଯାଉଛି ।

The post ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲେ ତାମିଲନାଡୁ ସରକାର । ଗମ୍ଭୀର ଅଭିଯୋଗ ଆଣିଲେ ଅର୍ଥମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଆସାମରେ ଭାରତ ଯୋଡ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ । ବିଜେପି କର୍ମୀ ଆକ୍ରମଣ କରିଥିବା ନେଇ କଂଗ୍ରେସର ଅଭିଯୋଗ

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃ୍ତ୍ୱରେ ଚାଲିଥିବା ଭାରତ ଯୋଡ ନ୍ୟାୟ ଯାତ୍ରା ଏବେ ଆସାମରେ ଚାଲିଛି । ଆସାମର ଜମୁଗୁଡି ଠାରେ ବିଜେପି ସମର୍ଥକମାନେ ଏହି ରାଲି ଉପରକୁ ଆକ୍ରମଣ କରିବା ସହ ଗାଡି ଭାଙ୍ଗି ଦେଇଥିବା କଂଗ୍ରେସ ଅଭିଯୋଗ କରିଛି । ରାହୁଲ ଗାନ୍ଧୀଙ୍କର ଏହି ଯାତ୍ରା ଜମୁଗୁଡି ଠାରେ ପହଂଚିବା ପୂର୍ବରୁ ବିଜେପି କର୍ମୀମାନେ ଏକ ରାଲି ବାହାର କରିଥିଲେ । ଉଭୟ ରାଲି ପାଖା ପାଖି ଯାଉଥିବା ବେଳେ ବିଜେପି କର୍ମୀମାନେ କଂଗ୍ରେସ ରାଲି ଉପରକୁ ଢେଲା ପଥର ମାଡ କରିଥିଲେ । ଏଥିରେ କଂଗ୍ରେସ ରାଲିରେ ଥିବା କିଛି ଗାଡି ଭାଙ୍ଗିଯିବା ସହ କିଛି କର୍ମୀ ଆହାତ ହୋଇଛନ୍ତି ।

କଂଗ୍ରେସ ଅଭିଯୋଗ କରିଛି କି, ବିଜେପି କର୍ମୀମାନେ କଂଗ୍ରେସ ନେତା ଜୟରାମ ରମେଶଙ୍କ ଗାଡି ଉପରକୁ ଆକ୍ରମଣ କରିବା ସହ ଯାତ୍ରାରେ ସାମିଲ କ୍ୟାମେରା ମ୍ୟାନଙ୍କ ସହ ବିଜେପି କର୍ମୀମାନେ ମାଡପିଟ୍ କରିଛନ୍ତି । ସୂଚନା ଥାଉକି ଭାରତ ଯୋଡ ନ୍ୟାୟ ଯାତ୍ରା ୪ ଦିନ ହେବ ଆସାମରେ ଚାଲିଛି ।

The post ଆସାମରେ ଭାରତ ଯୋଡ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ । ବିଜେପି କର୍ମୀ ଆକ୍ରମଣ କରିଥିବା ନେଇ କଂଗ୍ରେସର ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଘଟଣା: ମହାଲମାଣ୍ଡା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଆଶୟୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ସମୟରେ ସାମ୍ନାକୁ ଆସିଥିବା ମହାଲମାଣ୍ଡ ପ୍ରସଙ୍ଗକୁ ନେଇ ରାଜନୀତି ତୀବ୍ର ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ବିଜେପି ରାଜ୍ୟ ଉପ-ସଭାପତି ଗୋଲକ ମହାପାତ୍ର ଅଭିଯୋଗ ଆଣି କରିଛନ୍ତି- ଓଡ଼ିଶାର ନିଯୁକ୍ତି ଆଶାୟୀ ଯୁବକ-ଯୁବତୀ ଏହି ମହାଲ୍ମାଣ୍ଡା ସରକାର ଚାଲିଥିବାରୁ ଚାକିରି ପାଇବାରୁ ବଂଚିତ ହୋଇଛନ୍ତି । ରାଜ୍ୟ ସରକାର ଯେତେବେଳେ ଆବେଦନପତ୍ର ଗ୍ରହଣ କଲେ ସେତେବେଳେ ମହାଲମାଣ୍ଡା କେମିତି ଆସିଲେ, ମହାଲମାଣ୍ଡ-ପ୍ରୋ କେମିତି ଆସିଲେ ବୋଲି ବିଜେପି ପ୍ରଶ୍ନ କରିଛି । ଏପଟେ ଉଭୟ ବିଜେଡି ଓ ବିଜେପି ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ପଂଚାନନ କାନୁନଗୋ । ଯେହେତୁ ନିଯୁକ୍ତି ପ୍ରକ୍ରିୟା କେନ୍ଦ୍ରୀୟ ଏଜେନ୍ସ କରାଉଥିଲା, ପ୍ରଥମେ ବିଜେପି ସ୍ପଷ୍ଟିକରଣ ରଖୁ ବୋଲି ଦାବି କରଛନ୍ତି । ଏପଟେ ବିଜେଡି କହିଛି-ନିର୍ବାଚନ ମାତ୍ର ୩ ମାସ ରହିଲା । ତେବେ କିଏ ଫେକ୍ ତାହା ଓଡ଼ିଶାବାସୀ ଜାଣିଛନ୍ତି । ଆଗାମୀ ନିର୍ବାଚନରେ ଜନତା ଦେବେ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧିର ସାମଲ ।

The post କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଘଟଣା: ମହାଲମାଣ୍ଡା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି first appeared on Kanak News.

from Kanak News
via <a href="https://ifttt.com/?

ଅତିଥିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଅଯୋଧ୍ୟା: ପହଂଚୁଛନ୍ତି ବଲିଉଡ୍ ସେଲିବ୍ରିଟି, ହନୁମାନଗଡ଼ି ଯାଇ ପୂଜାର୍ଚ୍ଚନା କଲେ କଙ୍ଗନା ରଣାୱତ

କନକ ବ୍ୟୁରୋ: ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ପ୍ରତିଷ୍ଠା ସମାରୋହରେ ଶତାଧିକ ବିଦେଶୀ ଅତିଥିଙ୍କ ସମାଗମ ହେବ । ଏହା ସହ ୫୦୬ ଜଣ ରାଜ୍ୟ ଅତିଥି ମଧ୍ୟ ଅଯୋଧ୍ୟା ଆସିବେ । ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ମଧ୍ୟ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ । ଏଥିପାଇଁ ଅଯୋଧ୍ୟାରେ ସେଲିବ୍ରିଟିଙ୍କ ପହଂଚିବା ଆରମ୍ଭ ହୋଇଗଲାଣି । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାବତ ହନୁମାନଗଡ଼ି ଯାଇ ପୂଜାର୍ଚ୍ଚନା କରିଛନ୍ତି । ସେହିଭଳି ତେଲୁଗୁ ସୁପର ଷ୍ଟାର ରଜନୀକାନ୍ତି ଓ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି । ସେପଟେ ଅଯୋଧ୍ୟା ବିମାନ ବନ୍ଦରରେ ଅତିଥିଙ୍କ ସ୍ୱାଗତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାମଙ୍କ ଭଜନ ଗାଇ ଆସୁଥିବା ଅତିଥିଙ୍କୁ ସ୍ୱାଗତ କରୁଛନ୍ତି କଳାକାର ।

The post ଅତିଥିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଅଯୋଧ୍ୟା: ପହଂଚୁଛନ୍ତି ବଲିଉଡ୍ ସେଲିବ୍ରିଟି, ହନୁମାନଗଡ଼ି ଯାଇ ପୂଜାର୍ଚ୍ଚନା କଲେ କଙ୍ଗନା ରଣାୱତ first appeared on Kanak News.

from Kanak News
via <a href="https://ifttt.com/?

ରାମମୟ ଅଯୋଧ୍ୟା, ଆଉ କିଛି ଘଂଟାର ଅପେକ୍ଷା: ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଆଜି ୧୧୪କଳସ ଜଳରେ ରାମ ପ୍ରତିମୂର୍ତ୍ତିକୁ କରାଯିବ ସ୍ନାନ

କନକ ବ୍ୟୁରୋ: ରାମମୟ ହୋଇଛି ଅଯୋଧ୍ୟା ନଗରୀ । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠାକୁ ମାତ୍ର କେଇ ଘଂଟାର ବାକି ରହିଛି । ଅଯୋଧ୍ୟାରେ ରାମ-ଲକ୍ଷ୍ମଣ ସୀତା । ରାମମୟ ଅଯୋଧ୍ୟା ନଗରୀ ବୁଲିଛନ୍ତି ରାମ-ଲକ୍ଷ୍ମଣ ସୀତା । ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଛି ଅଯୋଧ୍ୟାକୁ । ଆଉ ଏହା ଭିତରେ ନିଜକୁ ଭଗବାନଙ୍କ ବେଶରେ ସଜେଇ ଅଯୋଧ୍ୟାରେ ବୁଲୁଛନ୍ତି କଳାକାର ।

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଗତ ଗୁରୁବାରରୁ ଆରମ୍ଭ ହୋଇଥିବା ପ୍ରାଣ ପ୍ରତିଷ୍ଠା ପୂଜା ଜାରି ରହିଛି । ଏହି କ୍ରମରେ ଆଜି ମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠିତ ରାମଲଲାଙ୍କ ମୂର୍ତିକୁ ୧୧୪ କଳସ ଔଷଧୀୟ ଜଳରେ ସ୍ନାନ କରାଯିବ । ସରଜୂ ନଦୀର ରାମଘାଟରୁ ୧୧୪ କଳସ ପାଣି ଆଣି ସ୍ନାନବିଧି ସଂପନ୍ନ କରାଯିବ । ଏଥିସହ ମନ୍ଦିରରେ ସ୍ଥାପିତ ଦେବତାଙ୍କ ଦୈନିକ ପୂଜନ, ହନବ, ବେଦ ପାରାୟଣ ନୀତି ଅନୁଷ୍ଠିତ ହେବ । ୧୧୪ କଳସ ଔଷଧୀୟ ଜଳରେ ରାମଲଲାଙ୍କ ମୂର୍ତିକୁ ସ୍ନାନ ପରେ ବୈଦିକ ମନ୍ତ୍ରୋଚାରଣ ହେବ ମହାପୂଜା । ଏହାଛଡା ଆଜି ଉତ୍ସବ ମୂର୍ତିର ମନ୍ଦିର ପରିକ୍ରମା କାର୍ଯ୍ୟକ୍ରମ ନୀତି ସଂପନ୍ନ ପରେ ମନ୍ଦିର ଗର୍ଭ ଗୃହରେ ସ୍ଥାପନ କରାଯିବ । ସେହିପରି ମହାନ୍ୟାସ-ଆଦିନ୍ୟାସ, ଶାନ୍ତିକ-ପୌଷ୍ଟିକ , ଅଘୋର ହୋମ ଆଦି ନୀତି ସଂପନ୍ନ ହେବ ।

The post ରାମମୟ ଅଯୋଧ୍ୟା, ଆଉ କିଛି ଘଂଟାର ଅପେକ୍ଷା: ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଆଜି ୧୧୪କଳସ ଜଳରେ ରାମ ପ୍ରତିମୂର୍ତ୍ତିକୁ କରାଯିବ ସ୍ନାନ first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚାରିଆଡେ ଉତ୍ସାହ । ଗୋଟିଏ ଗୋଡରେ ଅଯୋଧ୍ୟା ଗଲେ ଲଲାଟ କିଶୋର । ଏପଟେ ପଥୋତ୍ସବରେ ଶ୍ରୀରାମଙ୍କ ଝଲକ ।

କନକ ବ୍ୟୁରୋ: ଅଯୋଧ୍ୟା ନଗରୀରେ ଭକ୍ତଙ୍କ ଭିଡ଼ ଭିତରେ ଭିନ୍ନକ୍ଷମ ଓଡ଼ିଆ ଭକ୍ତ । ଗୋଟିଏ ଗୋଡ ନଥିବା ବେଳେ ପୁରୀର ଲଲାଟ କିଶୋରଙ୍କୁ ଅଯୋଧ୍ୟା ନଗରୀକୁ ଟାଣିନେଇଛି ପ୍ରଭୁ ଶ୍ରୀରାମଙ୍କ ପ୍ରତି ପ୍ରଗାଢ ଭକ୍ତି । ଭିନ୍ନକ୍ଷମ ହୋଇଥିଲେ ତାଙ୍କ ମନରେ ଯୋଶ କମିନାହିଁ । ଗୋଟିଏ ଗୋଡରେ ବି ଲଲାଟ କିଶୋର ଚାରିଧାମ ଯାତ୍ରା କରୁଥିବା କହିଛନ୍ତି । ଏନେଇ ଆମ ପ୍ରତିନିଧି ଅନୁଜ ଦାଶ ଲଲାଟ କିଶୋରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ।

ରାମ ଲଲାଙ୍କ ଆଗମନକୁ ନେଇ ସାରା ଦେଶରେ ଉତ୍ସାହ, ଉଦ୍ଦିପନା ଦେଖିବାକୁ ମିଳିଛି । ସ୍କେଟିଂ ମାଧ୍ୟମରେ ରାମ ଲଲାଙ୍କୁ ସ୍ୱାଗତ କରିଛନ୍ତି କୁନି କୁନି ପିଲା । ରାଜଧାନୀ ଭୁବନେଶ୍ୱର ପଥୋତ୍ସବରେ କୁନି କୁନି ପିଲା ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶରେ ସ୍କେଟିଂ କରି ଜୟ ଶ୍ରୀରାମ ନାରା ଦେଇଛନ୍ତି ।

ଏକାମ୍ର ସ୍କେଟିଂ ଏକାଡେମୀର କୁନି କୁନି ଛାତ୍ରଛାତ୍ରୀ ସ୍କେଟିଂ କରି ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ୱାଗତ କରିଛନ୍ତି ।

The post ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚାରିଆଡେ ଉତ୍ସାହ । ଗୋଟିଏ ଗୋଡରେ ଅଯୋଧ୍ୟା ଗଲେ ଲଲାଟ କିଶୋର । ଏପଟେ ପଥୋତ୍ସବରେ ଶ୍ରୀରାମଙ୍କ ଝଲକ । first appeared on Kanak News.

from Kanak News
via <a href="https://ifttt.com/?

ଆମ୍ ଆଦମୀ ପାର୍ଟିର ବଡ ନିଷ୍ପତ୍ତି । ଜାନୁଆରୀ ୨୨ ତାରିଖରେ ପୂରା ଦିଲ୍ଲୀରେ ହେବ ରାମଲଲାଙ୍କ ଶୋଭାଯାତ୍ରା

କନକ ବ୍ୟୁରୋ : ସୋମବାର ଦିନ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ସାରା ଦେଶ ଉତ୍ସବ ମୁଖର ରହିଛି । ସେପଟେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସମାନ ଦିନରେ ରାମଲଲାଙ୍କ ଶୋଭଯାତ୍ରା କରିବ ବୋଲି ଘୋଷଣା କରିଛି । ଆପ୍ ନେତାଙ୍କ କହିବା ମୁତାବକ ପୂରା ଦିଲ୍ଲୀରେ ଏହି ଶୋଭାଯାତ୍ରା ହେବ । ଏହାସହ ଦଳ ତରଫରୁ ସାରା ଦିଲ୍ଲୀରେ ଭୋଜିଭାତର ଆୟୋଜନ କରିବ । ଏଥିରେ ଦଳର ବଡ ନେତାମାନେ ସାମିଲ ହେବେ ।

ଦିଲ୍ଲୀର ଆପ୍ ସରକାର ରାମ ମନ୍ଦିର ଉଦଘାଟନକୁ ନଜରରେ ରଖି ଜାନୁଆରୀ ୨୨ ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଅଧାଦିନ ବନ୍ଦ ରହିବ ବୋଲି ଘୋଷଣା କରିଛି । ଏହାସହ ଜାନୁଆରୀ ୨୦ ତାରିଖରୁ ୩ ଦିନିଆ ରାମଲୀଳା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଚି । ଆଜି ରାମଲୀଳା ଦେଖିବାକୁ ନିଜେ ଅରବିନ୍ଦ କେଜ୍ରିୱାଲ ପହଂଚିଛନ୍ତି । ଶ୍ରୀରାମ ଭାରତୀୟ କଳାକେନ୍ଦ୍ର ଦ୍ୱାରା ଅପରାହ୍ନ ୪ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ସେହିଭଳି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ପ୍ରଥମରୁ ଆସାମ, ଛତିଶଗଡ, ଓଡିଶା, ହରିଆଣା, ରାଜସ୍ଥାନ ଅନେକ ରାଜ୍ୟର ସରକାର ଜାନୁଆରୀ ୨୨ ତାରିଖକୁ ଅଧାଦିନ ଛୁଟି ଘୋଷଣା କରିଛନ୍ତି । ହେଲେ ହିମାଚଳ ପ୍ରଦେଶର କଂଗ୍ରେସ ସରକାର ଏହି ଦିନକୁ ସମ୍ପୂର୍ଣ୍ଣ ଛୁଟି ଘୋଷଣା କରିଛନ୍ତି ।

The post ଆମ୍ ଆଦମୀ ପାର୍ଟିର ବଡ ନିଷ୍ପତ୍ତି । ଜାନୁଆରୀ ୨୨ ତାରିଖରେ ପୂରା ଦିଲ୍ଲୀରେ ହେବ ରାମଲଲାଙ୍କ ଶୋଭାଯାତ୍ରା first appeared on Kanak News.

from Kanak News
via <a href="https://ifttt.com/?

ଭଦ୍ରକରେ ବାଇକକୁ ଚାପି ଦେଲା ଟ୍ରକ୍ , ଘଟଣାସ୍ଥଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଟ୍ରକ ଡ୍ରାଇଭର,ହେଲ୍ପର ଫେରାର ।

କନକ ବ୍ୟୁରୋ: ଭଦ୍ରକରେ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୩ ଜଣଙ୍କ ମୃତ୍ୟୁ ହୋଇଛି । ବାଇକକୁ ଚାପି ଦେଲା ଟ୍ରକ । ଘଟଣାସ୍ଥଳରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଉ ଜଣେ ଆଖି ବୁଜିଛନ୍ତି । ପ୍ରବଳ ବର୍ଷା ବେଳେ ଟ୍ରକଟି ଦ୍ରୁତ ଗତିରେ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବାଇକକୁ ପଛପଟୁ ଧକ୍କା ଦେଇଥିଲେ । ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର-ହେଲ୍ପର ଫେରାର ଅଛନ୍ତି ।

The post ଭଦ୍ରକରେ ବାଇକକୁ ଚାପି ଦେଲା ଟ୍ରକ୍ , ଘଟଣାସ୍ଥଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଟ୍ରକ ଡ୍ରାଇଭର,ହେଲ୍ପର ଫେରାର । first appeared on Kanak News.

from Kanak News
via <a href="https://ifttt.com/?

ବିିବାଦ ପରେ ବଦଳିଲା ନିଷ୍ପତ୍ତି । ଜାନୁଆରୀ ୨୨ ତାରିଖରେ ଖୋଲା ରହିବ ଏମ୍ସ

କନକ ବ୍ୟୁରୋ : ଜାନୁଆରୀ ୨୨ ଅର୍ଥାତ ଆସନ୍ତା କାଲି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ସାରା ଦେଶର ସରକାରୀ କାର୍ଯ୍ୟାଳୟଗୁଡିକ ଅଧାଦିନ ଛୁଟି ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିବା ପରେ କିଛି ରାଜ୍ୟ ସରକାର ମଧ୍ୟ ଏହାକୁ ଘୋଷଣା କରିଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ କେନ୍ଦ୍ର ବା ଏମ୍ସ ଅଧାଦିନ ବନ୍ଦ ରଖିବାକୁ ଅଧିକାରୀଙ୍କ ତରଫରୁ ଘୋଷଣା ହୋଇଥିଲା । ମାତ୍ର ଏହାକୁ ନେଇ ବିବାଦ ଦେଖାଦେବା ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ଏମ୍ସ କର୍ତ୍ତୁପକ୍ଷ । ଏନେଇ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି କି ଜାନୁଆରୀ ୨୨ ତାରିଖରେ ଏମ୍ସର ଓପିଡି ଖୋଲା ରହିବ ।
ଜାରି ହୋଇଥିବା ବିଜ୍ଞପ୍ତି ମୁତାବକ ଜାନୁଆରୀ ୨୨ ତାରିଖରେ ଓପିଡି ରୋଗୀଙ୍କୁ ଦେଖାରଖା କରିବାକୁ ଏମ୍ସ ଖୋଲା ରହିବ । ଏହାସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକ ମଧ୍ୟ ଖୋଲା ରହିବ ।

The post ବିିବାଦ ପରେ ବଦଳିଲା ନିଷ୍ପତ୍ତି । ଜାନୁଆରୀ ୨୨ ତାରିଖରେ ଖୋଲା ରହିବ ଏମ୍ସ first appeared on Kanak News.

from Kanak News
via <a href="https://ifttt.com/?

ଆଫଗାନିସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଶିକାର । ଭାରତୀୟ ବିମାନ ନୁହେଁ ବୋଲି ସ୍ପଷ୍ଟ କଲା ଡିଜିସିଏ

କନକ ବ୍ୟୁରୋ : ଆଫଗାନିସ୍ତାନରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଆଫଗାନ ଗଣମାଧ୍ୟମର ରିପୋର୍ଟ ମୁତାବକ ବିମାନଟି ଭୁଲ ମାର୍ଗରେ ଯାଉଥିବା ବେଳେ ଶନିବାର ରାତିରେ ବଦଶୁଖର ଜେବକ ଜିଲ୍ଲାର ଏକ ପାହାଡ ସହ ଧକ୍କା ହୋଇଥିଲା । ପ୍ରଥମେ ଏହା ଭାରତୀୟ ବିମାନ ବୋଲି କୁହାଯାଉଥିବା ବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହା ଭାରତର ନୁହେଁ ବୋଲି ସ୍ପଷ୍ଟ କରିଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂତ୍ର ସୂଚନା ମୁତାବକ ଏହା ଭାରତୀୟ ବିମାନ ନୁହେଁ କି ଭାରତର କୌଣସି ଚାଟାର୍ଡ ବିମାନ ମଧ୍ୟ ନୁହେଁ । ଏହା ପୂର୍ବରୁ ଆଫଗାନିସ୍ତାନ ଗଣମାଧ୍ୟମ ପ୍ରଚାର କରିଥିଲା କି, ଏହା ଭାରତୀୟ ବିମାନ ବୋଲି ।

ବଦଶୁଖ ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟ ପ୍ରମୁଖ ଜବିହୁଲ୍ଲାହ ଅମିର କହିଛନ୍ତି କି ବଦଶୁଖ ଅଞ୍ଚଳରେ ଥିବା କୁରାନ-ମୁଞ୍ଜନ ଓ ଜେବକ ଜିଲଊ୍ଲା ସହ ଜଡିତ ତୋପଖାନା ପାହାଡରେ ଏହି ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସେପଟେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ରବିବାର ସକାଳେ ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇଛି ।

The post ଆଫଗାନିସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଶିକାର । ଭାରତୀୟ ବିମାନ ନୁହେଁ ବୋଲି ସ୍ପଷ୍ଟ କଲା ଡିଜିସିଏ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started