ଅନ୍ଧବିଶ୍ୱାସର କରୁଣ ପରିଣତି । ବୃଦ୍ଧାଙ୍କୁ ଡାହାଣୀ ସଜାଇ ପରିବାରକୁ ନିର୍ଯାତନା । କେନ୍ଦୁଝର ରୁଗୁଡିସାହିର ଘଟଣା ।

କନକ ବ୍ୟୁରୋ: ଅନ୍ଧବିଶ୍ୱାସର କରୁଣ ପରିଣତି । ବୃଦ୍ଧାଙ୍କୁ ଡାହାଣୀ ସଜାଇ ପରିବାରକୁ ନିର୍ଯାତନା । ବଡ଼ପୁଅ ଆତ୍ମହତ୍ୟା କରିବାର ୩ମାସ ପରେ ଝିଅଘରେ ଶୁଦ୍ଧିକ୍ରିୟା କାର୍ଯ୍ୟ ସମ୍ପନ୍ନ କଲେ ପରିବାର ଲୋକେ । କେନ୍ଦୁଝର ଝୁମ୍ପୁରା ବ୍ଲକ ରଗଡିସାହିରେ ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ଏଭଳି ସମ୍ବେଦନଶୀଳ ଘଟଣା ବର୍ତମାନର ସଭ୍ୟ ସମାଜକୁ ଆଙ୍ଗୁଳି ଉଠାଇଛି । ପଡୋଶୀଙ୍କ ମୃତ୍ୟୁକୁ ନେଇ ଆଦିବାସୀ ସମ୍ପ୍ରଦାୟର ଗହ୍ମା ମୁଣ୍ଡାଙ୍କ ପରିବାରକୁ ଗାଁ ଲୋକଙ୍କ ପକ୍ଷରୁ ବାସନ୍ଦ କରାଯାଇଛି । ଏଭଳି କି ପୁଅର ଆତ୍ମହତ୍ୟା ପରେ ମଧ୍ୟ ପରିବାରକୁ ଶୁଦ୍ଧି ହେବାପାଇଁ ଗାଁରେ ପ୍ରବେଶ କରାଯାଇନଥିଲା । ତିନିମାସ ପରେ ପରିବାର ଲୋକେ ଝିଅଘରକୁ ଯାଇ ଶୁଦ୍ଧିକ୍ରିୟା କରିଥିବା ଜଣାପଡିଛି ।

ପଡୋଶୀଙ୍କ ମୃତ୍ୟୁକୁ ନେଇ ଗହ୍ମା ମୁଣ୍ଡାଙ୍କ ପତ୍ନୀ ସୁନାମଣିଙ୍କୁ ଡାହାଣୀ ସଜାଇ ଗାଁ ଲୋକମାନେ ପୂରା ପରିବାରକୁ ବାସନ୍ଦ କରିଥଲେ । ସେବେଠୁ ଏହି ପରିବାର ବେସାହାରା ହୋଇ ବୁଲୁଥିବା ପରିସ୍ଥିତି ଶାନ୍ତ ପଡିଲେ ଗାଁକୁ ଫେରିବେ ବୋଲି କହିଛନ୍ତି ।

The post ଅନ୍ଧବିଶ୍ୱାସର କରୁଣ ପରିଣତି । ବୃଦ୍ଧାଙ୍କୁ ଡାହାଣୀ ସଜାଇ ପରିବାରକୁ ନିର୍ଯାତନା । କେନ୍ଦୁଝର ରୁଗୁଡିସାହିର ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର । ଆଶାୟୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ନେଇ ଅଭିଯୋଗ ପରେ ସତର୍କ କଲା ପିସିସି ।

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ଦଳର ଜୋରଦାର ପ୍ରସ୍ତୁତି ଚାଲିଛି । ଏହାରି ଭିତରେ କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର ହେଉଥିବା ଖବର ଚର୍ଚ୍ଚାକୁ ଆସିବା ପରେ ସତର୍କ କରାଇଲା ପ୍ରଦେଶ କଂଗ୍ରେସ କମିଟି । ଉଭୟ ବିଧାନସଭା ଓ ଲୋକସଭା ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବାର ପ୍ରତିଶ୍ରୁତି ଦେଇ କିଛି ବ୍ୟକ୍ତ ବିଶେଷ ଟଙ୍କା ଆଦାୟ କରୁଥିବା ଖବର ପିସିସି ସଭାପତିଙ୍କ ନଜରକୁ ଆସିଥିଲା । ଏଭଳି ଖବର ସାମ୍ନାକୁ ଆସିବା ପରେ ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ସାମ୍ମୁଖ୍ୟଙ୍କୁ ପିସିସି ପକ୍ଷରୁ ଚିଠି ଦିଆଯାଇଛି ।

କୌଣସି ନେତା ଏଭଳି ଖବରକୁ ବିଶ୍ୱାସ ନକରିବାକୁ ଚିଠିରେ ସତର୍କ କରାଇ ଦିଆଯାଇଛି । ୨୦୨୪ ନିର୍ବାଚନ ପାଇଁ ଲୋକସଭା ଓ ବିଧାନସଭା ଟିକେଟ ନିର୍ଦ୍ଧାରିତ ସମୟରେ ଏଆଇସିସି ଦ୍ୱାରା ଘୋଷଣା କରାଯିବ ବୋଲି ପିସିସି ସଭାପତି କହିଛନ୍ତି ।

The post କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର । ଆଶାୟୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ନେଇ ଅଭିଯୋଗ ପରେ ସତର୍କ କଲା ପିସିସି । first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ସହ ଓଡ଼ିଶାରେ ବି ହେବ ରାମ ମନ୍ଦିରର ପ୍ରତିଷ୍ଠା । ରାଜ୍ୟରେ ବିଭିନ୍ନ ସ୍ଥାନରେ ହୋମ ଯଜ୍ଞ । ଲଣ୍ଡନରେ ଜୟଶ୍ରୀରାମ ନାରା ।

କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ଦିନର ବ୍ରତ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜକୁ ଶୁଦ୍ଧ ରଖିବା ପାଇଁ ଏହି ବ୍ରତ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ବେଶ କଠୋର ନିୟମ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ । ବ୍ରତ ପାଳନ ସହ ଦେଶର ବିଭିନ୍ନ ମନ୍ଦିର ଗସ୍ତ କରୁଛନ୍ତି । ସବୁଠୁ ଖୁସିର କଥା ହେଉଛି ବିଦେଶରେ ମଧ୍ୟ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହେଉଛି ରାଲି । ଲଣ୍ଡନରେ ଶୁଭୁଛି ଜୟଶ୍ରୀରାମ ଧ୍ୱନୀ ।

ନୟାଗଡ଼ ଭାପୁର ବ୍ଲକ ଫତେଗଡ଼ ଗାଁ ନିକଟ ଶ୍ରୀରାମ ପାହାଡ଼ ଶିଖରରେ ପ୍ରତିଷ୍ଠା ହେବ ଶ୍ରୀମରାଙ୍କ ମନ୍ଦିର । ଆସନ୍ତାକାଲି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ଓ ନୂତନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ପାହାଡ ଶିଖରରେ ପ୍ରାୟ ୧୬ ଶହ ଫୁଟ ଉଚ୍ଚରେ ଶ୍ରୀମରାଙ୍କ ମନ୍ଦିର ନିର୍ମାର କରାଯାଇଛି । ମନ୍ଦିର ବେଢାରେ ଯଜ୍ଞସ୍ଥଳ ମଧ୍ୟ ସ୍ଥାପନ କରାଯାଇଛି । ଏଠାରେ ପଣ୍ଡିତମାନେ ବେଦପାଠ ଆରମ୍ଭ କରିଛନ୍ତି ।

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ନେଇ ଓଡିଶାରେ ଉତ୍ସବର ମାହୋଲ । ପାରାଦୀପରେ ବି ହେବ ନବନିର୍ମିତ ରାମ ମନ୍ଦିରର ପ୍ରତିଷ୍ଠା । କଳସ ଶୋଭାଯାତ୍ରା ଓ ନାମଯଜ୍ଞ ସହ ଭାବମୟ ପରିବେଶ । ୧୨ ବର୍ଷ ପୂର୍ବରୁ ଏହି ମନ୍ଦିରର ଶିଳାନ୍ୟାସ ହୋଇଥିବା ବେଳେ ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ହିଁ ଏହି ମନ୍ଦିରର ପ୍ରତିଷ୍ଠା କରାଯିବ ଏହା ପୂର୍ବରୁ କଳସ ଯାତ୍ରା ସହ ନାମଯଜ୍ଞ ଚାଲିଥିବା ଦେଖିବାକୁ ମିଳିଛି ।ସେହିପରି ଶ୍ରୀରାମଙ୍କ ପାଇଁ ବିଭିନ୍ନ କଳାକୃତି କରି ଅନେକ ରେକର୍ଡ ହାସଲ କରିଛନ୍ତି ବ୍ରହ୍ମପୁର ସହରର ବାଲୁକାଶିଳ୍ପୀ ସତ୍ୟ ମହାରଣା । ଏବେ ବିଶ୍ୱର ସବୁଠୁ ସୂକ୍ଷ୍ମ ରାମମନ୍ଦିର ଓ ରାମଲାଲାଙ୍କ ପ୍ରତିମୂର୍ତ୍ତିର୍ି ପ୍ରସ୍ତୁତ କରିଛନ୍ତି । ମାତ୍ର ଦୁଇ ଦିନରେ କାଠ, ପଥର ଓ ଚକ୍ ଖଡିରେ ବିଶ୍ୱର ସବୁଠୁ ସୂକ୍ଷ୍ମ ରାମମନ୍ଦିର ଓ ଶ୍ରୀରାମଙ୍କ ପ୍ରତିମୂର୍ତି ପ୍ରସ୍ତୁତ କରି ସେ ଏବେ ଚର୍ଚ୍ଚାରେ । କାଠରେ ପ୍ରସ୍ତୁତ ଦୁଇଟି ମନ୍ଦିରରୁ ଗୋଟିକର ଉଚ୍ଚତା ୨ ସେଂଟିମିଟର ଓ ଓସାର ୧ ସେଣ୍ଟିମିଟର ହୋଇଥିବା ବେଳେ ଅନ୍ୟଟିର ଉଚ୍ଚତା ୪ ଦଶିମକ ୫ ସେଣ୍ଟିମିଟର ଏବଂ ଓସାର ୯ ସେଣ୍ଟିମିଟର ରହିଛି । ସେହିପରି କାଠରେ ୪ ସେଣ୍ଟିମିଟର ଉଚ୍ଚତା ଓ ୧ ଦଶମିକ ୮ ସେଣ୍ଟିମିଟର ଓସାର ବିଶିଷ୍ଟ ରାମଲାଲାଙ୍କ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ସତ୍ୟ ।

The post ଅଯୋଧ୍ୟା ସହ ଓଡ଼ିଶାରେ ବି ହେବ ରାମ ମନ୍ଦିରର ପ୍ରତିଷ୍ଠା । ରାଜ୍ୟରେ ବିଭିନ୍ନ ସ୍ଥାନରେ ହୋମ ଯଜ୍ଞ । ଲଣ୍ଡନରେ ଜୟଶ୍ରୀରାମ ନାରା । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ୨୦୨୩ ପାଇଁ ରାଜ୍ୟପାଳ ପୋଲିସ ପଦକ ଘୋଷଣା । ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ସମ୍ମାନଜନକ ପଦକ ।

କନକ ବ୍ୟୁରୋ: ୨୦୨୩ ପାଇଁ ଘୋଷଣା ହେଲା ରାଜ୍ୟପାଳ ପୋଲିସ ପଦକ । ୨୦ଜଣ ପୋଲିସ ଅଧିକାରୀଙ୍କୁ ଏହି ସମ୍ମନଜନକ ପଦକ ମିଳିବ । ଏଥିରେ ୨ଜଣ ଆଇଜିଙ୍କୁ ରାଜ୍ୟପାଳ ପୋଲିସ ପଦକ ମିଳିବ । ଏହି କ୍ରମରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଏବଂ କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦଙ୍କୁ ଏହି ସମ୍ମାନଜନକ ପଦକ ମିଳିବ । ଗଞ୍ଜାମ ଓ ସମ୍ବଲପୁର ଏସପିଙ୍କୁ ମଧ୍ୟ ଏହି ସମ୍ମାନଜନକ ପଦକ ମିଳିବାର ସୂଚନା ରହିଛି ।

The post ରାଜ୍ୟରେ ୨୦୨୩ ପାଇଁ ରାଜ୍ୟପାଳ ପୋଲିସ ପଦକ ଘୋଷଣା । ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ସମ୍ମାନଜନକ ପଦକ । first appeared on Kanak News.

from Kanak News
via <a href="https://ifttt.com/?

ସରୁନି ଦାଦନ ଦୁଃଖ । ରୋଜଗାର ପାଇଁ ଚେନ୍ନାଇ ଯାଇଥିବା ଯୁବକ ମୃତ । ଅର୍ଥ ଅଭାବରୁ ୧୧ଦିନ ପରେ ବି ଗାଁକୁ ଆସିପାରୁନି ଶବ ।

କନକ ବ୍ୟୁରୋ: କଳାହାଣ୍ଡିରେ ଦାଦନ ଶ୍ରମିକଙ୍କ ଦୁଃଖ । ରୋଜଗାର ଆଶାରେ ଚେନ୍ନାଇ କାମ କରିବାକୁ ଯାଇଥିବା ଯୁବକର ମୃତ୍ୟୁ ହୋଇଯାଇଛି । ହେଲେ ଅର୍ଥ ଅଭାବରୁ ମୃତ୍ୟୁର ୧୧ ଦିନ ହେଲା ପରେ ବି ଗାଁରେ ପହଞ୍ଚିି ପାରୁନାହିଁ ମରଶରୀର । ଜୟପାଟଣା ବ୍ଲକ ବାଡକର୍ଲାକୋଟ ଗାଁରୁ ଆସିଛି ଏହି ଦୁଃଖଦ ଖବର ।

ବାଡକର୍ଲାକୋଟ ଗାଁର ଶୋଭା ଭଇଁଶାଲ ଓ ଧନମିତ ଭଇଶାଲଙ୍କ ଏକମାତ୍ର ପୁଅ ଉମାଶଙ୍କର ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ । ସେଠାରେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହଠାତ୍ ଦେହ ଅସୁସ୍ଥ ହେବା ପରେ ହସ୍ପିଟାଲରେ ଭର୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଗତ ୯ ତାରିଖରେ ଉମାଶଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଚେନ୍ନାଇର ଏକ ଡାକ୍ତରଖାନାରୁ ଫୋନ ଆସିବା ପରେ ପୁଅର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଭାଙ୍ଗି ପଡିଛନ୍ତି । କିନ୍ତୁ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁପୁଅର ମୃତଦେହକୁ ଆଣି ପାରୁନାହାନ୍ତି । ପୁଅର ଶେଷ ଦର୍ଶନ କରିବା ପାଇଁ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ପ୍ରଶାସନକୁ ମା ବାପା କାନ୍ଦି କାନ୍ଦି ନେହୁରା ହେଉଛନ୍ତି ।

The post ସରୁନି ଦାଦନ ଦୁଃଖ । ରୋଜଗାର ପାଇଁ ଚେନ୍ନାଇ ଯାଇଥିବା ଯୁବକ ମୃତ । ଅର୍ଥ ଅଭାବରୁ ୧୧ଦିନ ପରେ ବି ଗାଁକୁ ଆସିପାରୁନି ଶବ । first appeared on Kanak News.

from Kanak News
via <a href="https://ifttt.com/?

ବିଡିଓଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ସରପଞ୍ଚ ଆମରଣ ଅନଶନ ।

କନକ ବ୍ୟୁରୋ: ମହିଳା ସରପଞ୍ଚ ଅହୋରାତ୍ର ଆମରଣ ଅନଶନ । ରାଜକନିକା ବ୍ଲକର ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଆମରଣ ଅନଶନକୁ ଓହ୍ଲାଇଛନ୍ତି କୋରାନ୍ଦ ପଂଚାୟତର ମହିଳା ସରପଞ୍ଚ । କେନ୍ଦ୍ରପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳା ସରପଞ୍ଚ ନିଜ ଛୋଟ ଶିଶୁକୁ ଧରି ଅନଶନରେ ବସିଛନ୍ତି । ତାଙ୍କ ସହ ନାଏବ ସରପଞ୍ଚ ଓ କେତେକ ୱାର୍ଡ ସଭ୍ୟ ଅନଶନରେ ବସିଛନ୍ତି । ରାଜକନିକା ବିଡିଓ କୌଣସି ବିକାଶ ମୂଳକ କାମ କରେଇ ଦେଉ ନାହାନ୍ତି । ଜନପ୍ରତିନିଧିଙ୍କ କଥା ଶୁଣୁ ନାହାନ୍ତି । ଏଭଳି ଅଭିଯୋଗ ଆଣି ଦୁଇ ଦିନ ହେଲା ମହିଳା ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବର ଅନଶନରେ ବସିଛନ୍ତି । ସମସ୍ୟାର ସମାଧାନ ନହେବା ଯାଏଁ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

The post ବିଡିଓଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ସରପଞ୍ଚ ଆମରଣ ଅନଶନ । first appeared on Kanak News.

from Kanak News
via <a href="https://ifttt.com/?

ରାମ ମନ୍ଦିର ଲାଗି ପାକିସ୍ତାନ ଅଧିକୃତ ଶାରଦା ପୀଠ କୁଣ୍ଡରୁ ପବିତ୍ର ଜଳ ପଠାଇଲେ ମୁସଲମାନ ବ୍ୟକ୍ତି ।

କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବ୍ୟବହାର ଲାଗି ଜଣେ ମୁସଲ୍‌ମାନ୍‌ ବ୍ୟକ୍ତି ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଶାରଦା ପୀଠ କୁଣ୍ଡରୁ ପବିତ୍ର ଜଳ ସଂଗ୍ରହ କରି ଇଂଲଣ୍ଡ୍‌ ବାଟ ଦେଇ ଭାରକୁ ପଠାଇଛନ୍ତି।

‘ସେଭ୍‌ ଶାରଦା କମିଟି କଶ୍ମୀର’ର ସଂସ୍ଥାପକ ରବୀନ୍ଦ୍ର ପଣ୍ଡିତ କହିଛନ୍ତି, ୨୦୧୯ ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ଓ ତା’ ପରେ ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌ ଘଟଣା ସମୟରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଡାକସେବା ବନ୍ଦ ହୋଇଯାଇଛି। ତେଣୁ, ଉକ୍ତ ପବିତ୍ର ଜଳ ବିଭିନ୍ନ ଦେଶ ଦେଇ ଭାରତରେ ପହଞ୍ଚିଛି। ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଶାରଦା ପୀଠର ଶାରଦା କୁଣ୍ଡରୁ ପବିତ୍ର ଜଳ ସଂଗ୍ରହ କରିଥିଲେ ତନବୀର ଅହମଦ୍‌ ଓ ତାଙ୍କ ଦଳ। ବାସ୍ତବ ନିୟନ୍ତ୍ରଣ ରେଖା ସେପାରିରେ ଥିବା ଆମ ‘ସିଭିଲ୍‌ ସୋସାଇଟି ମେମ୍ବର୍‌’ମାନେ ସେ ଜଳକୁ ଇସ୍‌ଲାମାବାଦ ନେଇଥିଲେ। ସେଠାରୁ ସେ ଜଳକୁ ଇଂଲଣ୍ଡ୍‌ରେ ‌ଥିବା ତନବୀରଙ୍କ ଝିଅ ମଗ୍‌ରିବିଙ୍କ ପାଖକୁ ପଠାଯାଇଥିଲା। ମଗ୍‌ରିବି ସେ ଜଳକୁ କଶ୍ମୀର ପଣ୍ଡିତ ସାମାଜିକକର୍ମୀ ସୋନାଲ୍‌ ଶେର୍‌ଙ୍କୁ ଦେଇଥିଲେ। ସୋନାଲ୍‌ ୨୦୨୩ ଅଗଷ୍ଟରେ ଅହମଦାବାଦ ଆସିଥିଲେ। ସେଠାରୁ ସେ ଦିଲ୍ଲୀକୁ ଆସି ମତେ ଉକ୍ତ ଜଳ ଦେଲେ। ‘ସେଭ୍‌ ଶାରଦା କମିଟି କଶ୍ମୀର’ର ସଦସ୍ୟ ମଞ୍ଜୁନାଥ ଶର୍ମା ଉକ୍ତ ପବିତ୍ର ଜଳକୁ ବିଶ୍ବ ହିନ୍ଦୁ ପରିଷଦ୍‌ ନେତାମାନଙ୍କୁ ହସ୍ତାନ୍ତର କରିବା ପରେ ସେ ତାହାକୁ ଶନିବାର ଦିନ ଅଯୋଧ୍ୟାରେ ଥିବା ବରିଷ୍ଠ କର୍ମକର୍ତ୍ତା କୋଟେଶ୍ବର ରାଓଙ୍କୁ ପ୍ରଦାନ କରିଛନ୍ତି। ୧୯୪୮ ମସିହାରୁ ଶାରଦା ସର୍ବଜ୍ଞାନ ପୀଠ ଭାରତୀୟଙ୍କ ପାଇଁ ଅପହଞ୍ଚ ଇଲାକା ହୋଇଯାଇଛି।

The post ରାମ ମନ୍ଦିର ଲାଗି ପାକିସ୍ତାନ ଅଧିକୃତ ଶାରଦା ପୀଠ କୁଣ୍ଡରୁ ପବିତ୍ର ଜଳ ପଠାଇଲେ ମୁସଲମାନ ବ୍ୟକ୍ତି । first appeared on Kanak News.

from Kanak News
via <a href="https://ifttt.com/?

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ନେଇ ଓଡିଶାରେ ଉତ୍ସବର ମାହୋଲ । କଳସ ଶୋଭାଯାତ୍ରା ଓ ନାମଯଜ୍ଞ ସହ ଭାବମୟ ପରିବେଶ ।

କନକ ବ୍ୟୁରୋ: ରାମମୟ ହୋଇଛି ଅଯୋଧ୍ୟା ନଗରୀ । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠାକୁ ମାତ୍ର କେଇ ଘଂଟାର ବାକି ରହିଛି । ଏହାପୂର୍ବରୁ ଗତ ଗୁରୁବାରରୁ ଆରମ୍ଭ ହୋଇଥିବା ପ୍ରାଣ ପ୍ରତିଷ୍ଠା ପୂଜା ଜାରି ରହିଛି । ଏହି କ୍ରମରେ ଆଜି ମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠିତ ରାମଲଲାଙ୍କ ମୂର୍ତ୍ତିିକୁ ୧୧୪ କଳସ ଔଷଧୀୟ ଜଳରେ ସ୍ନାନ କରାଯିବ । ସରଜୂ ନଦୀର ରାମଘାଟରୁ ୧୧୪ କଳସ ପାଣି ଆଣି ସ୍ନାନବିଧି ସଂପନ୍ନ କରାଯିବ । ଏଥିସହ ମନ୍ଦିରରେ ସ୍ଥାପିତ ଦେବତାଙ୍କ ଦୈନିକ ପୂଜନ, ହନବ, ବେଦ ପାରାୟଣ ନୀତି ଅନୁଷ୍ଠିତ ହେବ । ୧୧୪ କଳସ ଔଷଧୀୟ ଜଳରେ ରାମଲଲାଙ୍କ ମୂର୍ତିକୁ ସ୍ନାନ ପରେ ବୈଦିକ ମନ୍ତ୍ରୋଚାରଣ ହେବ ମହାପୂଜା । ଏହାଛଡା ଆଜି ଉତ୍ସବ ମୂର୍ତ୍ତିର ମନ୍ଦିର ପରିକ୍ରମା କାର୍ଯ୍ୟକ୍ରମ ନୀତି ସଂପନ୍ନ ପରେ ମନ୍ଦିର ଗର୍ଭ ଗୃହରେ ସ୍ଥାପନ କରାଯିବ ।

The post ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ନେଇ ଓଡିଶାରେ ଉତ୍ସବର ମାହୋଲ । କଳସ ଶୋଭାଯାତ୍ରା ଓ ନାମଯଜ୍ଞ ସହ ଭାବମୟ ପରିବେଶ । first appeared on Kanak News.

from Kanak News
via <a href="https://ifttt.com/?

ଜମୁଛି ବରଗଡ଼ ଧନୁଯାତ୍ରା  । ଗୋପପୁରରେ ଶ୍ରୀକୃଷ୍ଣଙ୍କ ରାସଲୀଳା ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟରେ ଆନମନା ଦର୍ଶକ । 

କନକ ବ୍ୟୁରୋ: ଗୋପପୁରରେ କୃଷ୍ଣଙ୍କ ରାସଲୀଳା । ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଷଷ୍ଠ ଦିନରେ ଏହି ଦୃଶ୍ୟ ଅଭିନୀତ ହୋଇଛି । ଗୋପପୁରରେ ଶ୍ରୀକୃଷ୍ଣଙ୍କ ରାସଲୀଳା ଚାଲିଥିବା ବେଳେ ଗୋପୀମାନେ ଯମୁନା ନଦୀ ପାରି ହୋଇ ମଥୁରାକୁ ଦହି ବିକ୍ରି କରିବାକୁ ଯାଉଛନ୍ତି । ଏହି ସମୟରେ ନଟଖଟ କୃଷ୍ଣ ଗୋପୀଙ୍କ ସହ ନୃତ୍ୟଗୀତରେ ମାତିଛନ୍ତି । କେତେବେଳେ ରାଧାଙ୍କ ଠାରୁ ଦୂରେଇ ଯାଉଛନ୍ତି ପୁଣି କେତେ ବେଳେ ରାଧାଙ୍କୁ ପ୍ରେମ ନିବେଦନ କରିଛନ୍ତି । ଏଥିସହ ଯମୁନା ନଦୀରେ ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟ ମଧ୍ୟ ଅଭିନୀତ ହୋଇଛି । ସମଗ୍ର ଗୋପପୁର କୃଷ୍ଣ ପ୍ରେମରେ ବିଭୋର ହୋଇଛି । ସେପଟେ ମଥୁରାରେ ଦେବର୍ଷି ନାରଦଙ୍କ ପରାମର୍ଶ କ୍ରମେ ମହାରାଜ କଂସ ଷଡଯନ୍ତ୍ର ପୂର୍ବକ ଧନୁଯାତ୍ରା କରିବାକୁ ଘୋଷଣା କରିଛନ୍ତି ।

The post ଜମୁଛି ବରଗଡ଼ ଧନୁଯାତ୍ରା  । ଗୋପପୁରରେ ଶ୍ରୀକୃଷ୍ଣଙ୍କ ରାସଲୀଳା ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟରେ ଆନମନା ଦର୍ଶକ ।  first appeared on Kanak News.

from Kanak News
via <a href="https://ifttt.com/?

କ୍ରିପ୍ଟୋ କରେନ୍ସି ପରେ ଡାଇକନ୍ କରେନ୍ସି ନାଁରେ ଠକେଇ । ସାତ ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ ।

କନକ ବ୍ୟୁରୋ: କ୍ରିପ୍ଟୋ କରେନ୍ସି ଭଳି ଡାଇକନ କରେନ୍ସି ନାଁରେ ଠକେଇ । ସାତ ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ । ୨୫ମୋବାଇଲ, ୪ଲାପଟପ, ଦୁଇ କମ୍ପ୍ୟୁଟର, ୪ଗାଡି ସହ ମର୍ସିଡିଜ ଜବତ ହୋଇଥିବା ସୂଚନା । ଏହି ଠକ ଗ୍ୟାଙ୍ଗ ଡାଇକନ ନାମରେ କମ୍ପାନି ଖୋଲି ଲୋକ ମାନଙ୍କୁ ପ୍ରଲୋଭନ ଦେଖାଉଥିଲା । ଗୁଜରାଟର ଏକ କମ୍ପାନୀ ସହାୟତାରେ ଏହି ଆପ୍ ଖୋଲାଯାଇଥିବା ବେଳେ ଏଥିରେ ଟଙ୍କା ଲଗାଇବାକୁ ଗ୍ରାହକଙ୍କୁ ପ୍ରଲୋଭନ ଦେଖାଯାଉଥିଲା । ଏମାନେ ମୋଟ ୨ହଜାର ଲୋକଙ୍କ ଠାରୁ ପାଖାପାଖି ୧୦କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।

ଠକ ଗ୍ୟାଙ୍ଗର ମୁଖ୍ୟ ପ୍ରଶାନ୍ତ ମେହେର ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ପ୍ରଶାନ୍ତର ସର୍ମ୍ପକୀୟ ବୋଲି ଜଣାପଡିଛି । ଠକେଇ ଟଙ୍କାରେ ଅଭିଯୁକ୍ତ ମାନେ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଜମି କିଣିଥିବା ଜଣାପଡିଛି । ଗିରଫ ପରେ ଏହି ଠକ ଗ୍ୟାଙ୍ଗ ନିକଟରୁ ୨୫ମୋବାଇଲ, ୪ଲାପଟପ, ଦୁଇ କମ୍ପ୍ୟୁଟର, ୪ଗାଡି ସହ ମର୍ସିଡିଜ ଜବତ ହୋଇଥିବା ସୂଚନା

The post କ୍ରିପ୍ଟୋ କରେନ୍ସି ପରେ ଡାଇକନ୍ କରେନ୍ସି ନାଁରେ ଠକେଇ । ସାତ ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started