ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ବଲାଙ୍ଗୀରରେ ଗତକାଲି ରାତିରୁ ଲାଗି ରହିଛି ବର୍ଷା ।

କନକ ବ୍ୟୁରୋ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ବଲାଙ୍ଗିର ସହରରେ ଗତକାଲି ରାତିରେ ବର୍ଷା ହୋଇଛି । ଆଜି ସକାଳୁ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଶୀତ ସାଙ୍ଗକୁ ବର୍ଷା ଯୋଗୁ ଦୁଇ ଦିନ ହେବ ରାଜ୍ୟରେ କୋହଲା ପାଗ ଦେଖିବାକୁ ମିଳିଥିଲା । ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତର ଓଡ଼ିଶାରେ କୋହଲ ପାଗ ଲାଗି ରହିଛି । ଏହା ସହ କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଘନ କୁହୁଡି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

The post ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ବଲାଙ୍ଗୀରରେ ଗତକାଲି ରାତିରୁ ଲାଗି ରହିଛି ବର୍ଷା । first appeared on Kanak News.

from Kanak News
via <a href="https://ifttt.com/?

କଟକରେ ରାମ ଲାଲାଙ୍କ ଅବିକଳ ଭବ୍ୟ ମୂର୍ତ୍ତି! ୩୦ କିଲୋ ମାଟିରେ ତିଆରି କଲେ ଶିଳ୍ପୀ ନାରାୟଣ ରଥ ।

କନକ ବ୍ୟୁରୋ: କଟକରେ ରାମ ଲାଲାଙ୍କ ଅବିକଳ ଭବ୍ୟ ମୂର୍ତ୍ତି । ୩୦ କିଲୋ ମାଟିରେ ଏହି ମୂର୍ତିକୁ ତିଆରି କରିଛନ୍ତି ସିଡିଏ ଅଞ୍ଚଳର ଶିଳ୍ପୀ ନାରାୟଣ ରଥ । ମାତ୍ର ୨୦ରୁ ୨୫ ମିନିଟ ମଧ୍ୟରେ ରାମଲାଲାଙ୍କ ମୂର୍ତି ତିଆରି କରିଛନ୍ତି ନାରାୟଣ । ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବା ବେଳେ ପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ ସାରା ଦେଶରେ ଏଭଳି ପ୍ରସ୍ତୁତି ଚାଲିଛି ।

The post କଟକରେ ରାମ ଲାଲାଙ୍କ ଅବିକଳ ଭବ୍ୟ ମୂର୍ତ୍ତି! ୩୦ କିଲୋ ମାଟିରେ ତିଆରି କଲେ ଶିଳ୍ପୀ ନାରାୟଣ ରଥ । first appeared on Kanak News.

from Kanak News
via <a href="https://ifttt.com/?

ଜବାହର ନବୋଦୟ ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ । ଓଡ଼ିଶା ପରୀକ୍ଷାର୍ଥୀଙ୍କୁ ତେଲୁଗୁ ପ୍ରଶ୍ନପତ୍ର । ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରୀ ପ୍ରିୟଦର୍ଶିନୀ ।

କନକ ବ୍ୟୁରୋ: ଜବାହାର ନବୋଦୟ ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ । ଓଡିଆ ପରୀକ୍ଷାର୍ଥୀଙ୍କୁ ଦିଆଗଲା ତେଲଗୁ ପ୍ରଶ୍ନପତ୍ର । ପରୀକ୍ଷା ଦେବାରୁ ବଂଚିତ ହେଲେ ମେଧାବୀ ଛାତ୍ରୀ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରୁ ଆସିଛି ଏହି ସଂଗୀନ ଅଭିଯୋଗ । ଶିକ୍ଷା ବିଭାଗର ଦାୟିତ୍ୱହୀନତା ଯୋଗୁଁ ନବୋଦୟ ପ୍ରବେଶିକା ପରୀକ୍ଷା ଦେଇ ପାରିନାହାନ୍ତି ତେଲକୋଇ ଜଗନ୍ନାଥ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପଂଚମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାଶ ।

ସୂଚନା ଅନୁସାରେ ପ୍ରିୟଙ୍କାଙ୍କ ଆଡମିଟ କାର୍ଡରେ କାଟାଗୋରୀ ଜେନେରାଲ ବଦଳରେ ଓବିିସି ଲେଖା ରହିଛି । ସେହିପରି ପରୀକ୍ଷା ଭାଷା ଓଡିଆ ବଦଳରେ ତେଲଗୁ ଲେଖା ରହିଛି । ତେଲକୋଇ ବ୍ଲକରେ ମୋଟ ୩୦୬ ଜଣ ପରୀକ୍ଷାର୍ଥୀ ୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । କେବଳ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାଶଙ୍କ କ୍ଷେତ୍ରରେ ଏଭଳି ବିଭ୍ରାଟ ଦେଖା ଦେଇଛି । ତେଣୁ ଛାତ୍ରୀ ଓ ପରିବାର ଲୋକେ ଆଉ ଥରେ ଓଡିଆରେ ନବୋଦୟ ପ୍ରବେଶିକା ପରୀକ୍ଷାରେ ସୁଯୋଗ ଦେବାକୁ ଦାବି କରିଛନ୍ତି ।

The post ଜବାହର ନବୋଦୟ ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ । ଓଡ଼ିଶା ପରୀକ୍ଷାର୍ଥୀଙ୍କୁ ତେଲୁଗୁ ପ୍ରଶ୍ନପତ୍ର । ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରୀ ପ୍ରିୟଦର୍ଶିନୀ । first appeared on Kanak News.

from Kanak News
via <a href="https://ifttt.com/?

ବଞ୍ଚି ଥାଉ ଥାଉ ବୃଦ୍ଧାଙ୍କୁ ମାରିଦେଲେ ସରକାରୀ କର୍ତ୍ତୃପକ୍ଷ । ୬ ମାସ ହେଲା ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା ।

କନକ ବ୍ୟୁରୋ: ବଞ୍ଚି ଥାଉ ଥାଉ ବୃଦ୍ଧାଙ୍କୁ ମାରିଦେଲେ ସରକାରୀ କର୍ତ୍ତୃପକ୍ଷ । ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ଏଭଳି ଘଟଣା ଦେଖିବାକୁ ମିଳିଛି । ଗାଁର ମାଣିକ ନାୟକ ଭତ୍ତା ଟଙ୍କା ୬ ମାସ ହେଲା ବ୍ୟାଙ୍କ ଖାତାକୁ ନଆସୁଥିବାରୁ ତାଙ୍କ ପୁଅ ବ୍ଳକ କାର୍ଯ୍ୟାଳୟକୁ ଯାଇ ଏସମ୍ପର୍କରେ ଜଣାଇଥିଲେ । ହେଲେ ବ୍ଲକରେ ଥିବା ଅଧିକାରୀ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିବା ଯୋଗୁଁ ଭତ୍ତା ଟଙ୍କା ବନ୍ଦ କରିଦିଆଯାଇଥିବା କହିଥିଲେ । ହେଲେ ତାଙ୍କ ମାଆ ବଞ୍ଚିିଥିବା ସତ୍ତେ୍ୱ କିପରି ତାଙ୍କୁ ମାରିଦିଆଯାଇଛି ତାକୁ ନେଇ ପ୍ରଶ୍ନ ଉଠିଛି । ଏଭଳି ଭୁଲ ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମାଣିକଙ୍କ ପରିବାର ।

The post ବଞ୍ଚି ଥାଉ ଥାଉ ବୃଦ୍ଧାଙ୍କୁ ମାରିଦେଲେ ସରକାରୀ କର୍ତ୍ତୃପକ୍ଷ । ୬ ମାସ ହେଲା ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା । first appeared on Kanak News.

from Kanak News
via <a href="https://ifttt.com/?

କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ତେଜୁଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କଟାକ୍ଷ ।

କନକ ବ୍ୟୁରୋ: ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ କରି କଡା ଜବାବ ଦେଇଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ କହିଛନ୍ତି, ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ସବୁ ଜାଣି ଅଜଣା ହେବାର ନାଟକ କରୁଛନ୍ତି ଧର୍ମେନ୍ଦ୍ର । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ ପ୍ରକାଶ ଦାସ କଟାକ୍ଷ କରିଛନ୍ତି ଶିକ୍ଷକ ନିଯୁକ୍ତିର ପୁରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍ ଜରିଆରେ କରାଯାଇଛି । ଆଉ ଏହା ଆପଣଙ୍କ ମନ୍ତ୍ରାଳୟ ଅଧିନରେ କାର୍ଯ୍ୟ କରୁଛି । ଏହି ସଂସ୍ଥା ମିନି ରତ୍ନ କ୍ୟାଟେଗୋରୀରେ ଆସୁଛି । ଆପଣଙ୍କ ନିଜସ୍ୱ ସଂସ୍ଥା ନିଯୁକ୍ତି ପ୍ରକ୍ରିୟାରେ ଘପଲାତି କରିଛି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

ପ୍ରଣବ ପୁଣି ଦର୍ଶାଇଛନ୍ତି ଯେ, କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍ କେନ୍ଦ୍ରୀୟ ବିଦ୍ୟାଳୟଠାରୁ ଆରମ୍ଭ କରି ଜବାହର ନବୋଦ୍ୱୟ ବିଦ୍ୟାଳୟ, ଏମ୍ସ, ଭାରତୀୟ ସେନା ଓ ଅନ୍ୟାନ୍ୟ ସଂସ୍ଥା ପାଇଁ ନିଯୁକ୍ତି କରିଥାଏ । ସେଠି ମଧ୍ୟ କଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ।

The post କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ତେଜୁଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କଟାକ୍ଷ । first appeared on Kanak News.

from Kanak News
via <a href="https://ifttt.com/?

ଯୌତୁକ ଜୁଇରେ ଜଳିଲା ଆଉ ଜଣେ ନବବଧୂ । ଯୌତୁକ ପାଇଁ ତଣ୍ଟିଚିପି ହତ୍ୟା ଅଭିଯୋଗ । ଶାଶୁଘର ଲୋକ ଫେରାର ।

କନକ ବ୍ୟୁରୋ: ୬ ମାସର ନବବଧୂକୁ ଶଶୁର ଘରଲୋକ ତଣ୍ଟିିଚିପି ହତ୍ୟା କରିଥିବା ଅଭିଯୋଗ । ମାଲକାନଗିରି ଜିଲ୍ଲା ପାପଡାହାଣ୍ଡି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଏନେଇ ଝିଅ ଘର ଲୋକ ଥାନାରେ ଅଭିଯୋଗ କରିବା ପରେ ଶଶୁର ଘରଲୋକ ଫେରାର ଅଛନ୍ତି ।

ମାଲକାନଗିରି ଜିଲ୍ଲା ସଦରର ଗୀତା ସେଠି ଗତ ଜୁଲାଇ ମାସରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମର ସୁଦାମ ସେଠିଙ୍କୁ ବାହା ହୋଇଥିଲେ । ହେଲେ ବିବାହର ୬ ମାସ ମଧ୍ୟରେ ଶଶୁର ଘରଲୋକେ ଯୌତୁକ ପାଇଁ ଗୀତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ । ଏନେଇ ଗୀତା ତାଙ୍କ ଘର ଲୋକଙ୍କୁ ଜଣାଇବା ସହ ଆଉ ସ୍ୱାମୀ ପାଖକୁ ଯିବେନାହିଁ ବୋଲି ମଧ୍ୟ କହିଥିଲେ । କିନ୍ତୁ ବାପଘର ଲୋକ ଧୀରେଧୀରେ ସବୁ ଠିକ ହୋଇଯିବ କହି ଗୀତାଙ୍କୁ ବୁଝାଇ ପାପଡାହାଣ୍ଡି ଶଶୁର ଘରକୁ ପଠେଇଦେଇଥିଲେ । ହେଲେ ଏହାର କିଛି ଦିନ ପରେ ଗୀତା ବେକରେ ରସି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି ବୋଲି ଶ୍ୱଶୁର ଘର ଲୋକେ ଝିଅ ଘର ଲୋକଙ୍କୁ ଜଣାଇଥିଲେ । ଗୀତାଙ୍କ ମାଆ ସୁଷମା ସେଠି ଗୀତାଙ୍କ ସ୍ୱାମୀ, ଶାଶୁ, ନଣନ୍ଦ, ଭଣଜାଙ୍କ ନାରେ ଯୌତୁକ ନିର୍ଯ୍ୟାତନା ସହ ହତ୍ୟା କରିଥିବା ନେଇ ଏକ ଲିଖିତ ଅଭିଯୋଗ ପାପଡାହାଣ୍ଡି ଥାନାରେ ଦେଇଛନ୍ତି । ଅଭିଯୋଗ ପରେ ପୁଲିସ ଫେରାର ଶଶୁର ଘର ଲୋକଙ୍କୁ ଖୋଜୁଛି ।

The post ଯୌତୁକ ଜୁଇରେ ଜଳିଲା ଆଉ ଜଣେ ନବବଧୂ । ଯୌତୁକ ପାଇଁ ତଣ୍ଟିଚିପି ହତ୍ୟା ଅଭିଯୋଗ । ଶାଶୁଘର ଲୋକ ଫେରାର । first appeared on Kanak News.

from Kanak News
via <a href="https://ifttt.com/?

୨୯ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଦଳୀୟ ନେତାଙ୍କ ସହ କରିବେ ନିର୍ବାଚନୀ ରଣନୀତି ।

କନକ ବ୍ୟୁରୋ: ଜାତୀୟ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିବେ ମଲ୍ଲିକାର୍ଜୁନ ଖଡଗେ । ଏଥିପାଇଁ ତାରିଖ ଧାର୍ଯ୍ୟ ସରିଛି । ଜାଗା ବି ସ୍ଥିର ହୋଇ ସାରିଛି । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । କାର୍ଯ୍ୟକ୍ରମରେ କଂଗ୍ରେସର ଜିଲ୍ଲା ସଭାପତି, ବ୍ଲକ୍ ସଭାପତିଙ୍କ ଓ ବିଭିନ୍ନ ଛାମୁଆ ସଂଗଠନର ସଦସ୍ୟଙ୍କ ସହ ବୈଠକ କରିବେ ଖଡଗେ । ଏହି କାର୍ଯ୍ୟକ୍ରମରେ ଆଗାମି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ଏବଂ ରାହୁଲ ଗାନ୍ଧୀଙ୍କ ନ୍ୟାୟଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ । ବିଜେଡି ଓ ବିଜେପିକୁ କେମିତି ରୋକାଯାଇପାରିବ, କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଦଳ ଯିବ ସେନେଇ ରଣନୀତି କରିବେ ଖଡଗେ ।

ତେବେ ଅଧ୍ୟକ୍ଷ ଆସିବା ପୂର୍ବରୁ ୨୧ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଭାରୀ ଅଜୟ କୁମାର । ପ୍ରାୟ ଗୋଟିଏ ସପ୍ତାହ ଧରି ସେ ଓଡିଶାରେ ରହିବେ । ଏହି ସମୟରେ ସେ ନେତାଙ୍କୁ ଦେଇ ଯାଇଥିବା ଟ୍ୟାକ୍ସର ହିସାବ ନେବେ ଓ ଅଧ୍ୟକ୍ଷ ଆସିବା ପୂର୍ବରୁ ପ୍ରସ୍ତୁତି କରିବେ ।

The post ୨୯ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଦଳୀୟ ନେତାଙ୍କ ସହ କରିବେ ନିର୍ବାଚନୀ ରଣନୀତି । first appeared on Kanak News.

from Kanak News
via <a href="https://ifttt.com/?

କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କଠାରୁ ମିଳିଲାଣି ୫ କୋଟି ଟଙ୍କା । ୪ ଦିନ ଧରି ରାଉରକେଲା ସହ ୧୦ ସ୍ଥାନରେ ଚାଲିଛି ରେଡ୍ ।

କନକ ବ୍ୟୁରୋ: କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଠାରୁ ମିଳିଲାଣି ୫ କୋଟି ଟଙ୍କା । ରାଉରକେଲାରେ ୪ ଦିନ ଧରି ରେଡ କରୁଛି ଆୟକର ବିଭାଗ । ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଯବାନ ସାମିଲ ହୋଇଛନ୍ତି । ତୃତୀୟ ଦିନ ଚଢାଉ ପରେ ତିନିଟି ବ୍ୟାଗରୁ ୨ କିଲୋ ସୁନା ଜବତ କରାଯାଇଛି । ତେବେ ଘନସ୍ୟାମ , ତାଙ୍କ ଭାଇ ଯୋଗେଶ ଓ ସହଯୋଗୀ ନନ୍ଦ କିଶୋର ଅଗ୍ରୱାଲଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କା ଜବତ କରାଯାଇଥିବା ସୂଚନା ମଳିଛି । ଘନଶ୍ୟାମଙ୍କ ପୁଅ ଅଭିଷେକଙ୍କୁ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛନ୍ତି ଆୟକର ଟିମ୍ । ଗତକାଲି ଘନଶ୍ୟାମଙ୍କ ବିଲେଇମୁଣ୍ଡା ସ୍ଥିତ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି ।

ସେହିପରି ତାଙ୍କ ବଡ଼ ଭାଇ ଯୋଗେଶଙ୍କ ରାଉଲକେଲାରେ ଥିବା ସିଭିଲ ଟାଉନସିପ୍ ବାସଭବନରୁ ୨ କୋଟି ଟଙ୍କା ମିଳିଛି ।ଏଥିସହ ସୁନ୍ଦରଗଡ, ଗୋପାଳପୁରରେ ଥିବା କୋଠା ଓ ଅଫିସ, ବିଲେଇମୁଣ୍ଡାର ଅଫିସ, ଘର, ଶୋ ରୁମ ଓ ସ୍ପଞ୍ଜ ଆଇରନ କାରଖାନା, ଏମସିଏଲ କୋଇଲା ପରିବହନ ସାଇଟ, ଛତିଶଗଡ ରାୟଗଡର ଷ୍ଟିଲ, ଆଇରନ, ପାୱାର ପ୍ଲାଂଟ କାରଖାନା ଓ ବାସଭବନ, ରାୟପୁର ଘର ଓ ଅଫିସ, ବିଳାସପୁର ହୋଟେଲ ଆଦି ସ୍ଥାନରେ ଆୟକର ଟିମ ଚଢାଉ କରୁଛି । ରାଜ୍ୟର ୧୦ଟି ସ୍ଥାନରେ ଏହି ରେଡ ଚାଲିଛି । ଏହାଛଡା ମୁମ୍ବାଇ, କୋଲକାତା, ମଧ୍ୟପ୍ରଦେଶ ଓ ଛତିଶଗଡରେ ବି ରେଡ୍ ଚାଲିଛି । କୋଇଲା ପରିବହନରେ କିଭଳି ଶହ ଶହ କୋଟିର ଟିକସ ଠକେଇ କରାଯାଏ ତାହା ଏହି ରେଡରୁ ପଦାକୁ ଆସିବ ବୋଲି କୁହାଯାଉଛି ।

The post କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କଠାରୁ ମିଳିଲାଣି ୫ କୋଟି ଟଙ୍କା । ୪ ଦିନ ଧରି ରାଉରକେଲା ସହ ୧୦ ସ୍ଥାନରେ ଚାଲିଛି ରେଡ୍ । first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର । ଚୌଦ୍ୱାର ମଙ୍ଗୁଳି ଛକରେ ଟ୍ରକକୁ ପଛରୁ ପିଟିଲା ସୁଧାକରଙ୍କ କାର ।

କନକ ବ୍ୟୁରୋ: ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର । କଟକ ଚୌଦ୍ୱାରଠାରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଛି । କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଛି । ଭୋର ୩ଟାରୁ ୪ଟା ମଧ୍ୟରେ ସୁଧାକର ବସନ୍ତଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି । ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ସିମେଣ୍ଟ ବୋଝେଇ କାରକୁ ତାଙ୍କ ଗାଡି ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ତାଙ୍କ ଗାଡିଟି ପୂରା ଭାଙ୍ଗି ଯାଇଛି । କାର ଭିତରେ ଦୁଇ ଜଣ ଫସିଯାଇଥିଲେ । ନିକଟରେ ଥିବା ଲୋକେ କାରକୁ କାଟି ଭିତରୁ ଦୁଇ ଜଣଙ୍କୁ ବାହାର କରାଯାଇଥିଲା । ତୁରନ୍ତ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି ।

The post ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର । ଚୌଦ୍ୱାର ମଙ୍ଗୁଳି ଛକରେ ଟ୍ରକକୁ ପଛରୁ ପିଟିଲା ସୁଧାକରଙ୍କ କାର । first appeared on Kanak News.

from Kanak News
via <a href="https://ifttt.com/?

ମହଙ୍ଗା ପଡିବ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । ଇଭିଏମ ପାଇଁ ପ୍ରତି ୧୫ ବର୍ଷକୁ ଥରେ ଖର୍ଚ୍ଚ ହେବ ୧୦ ହଜାର କୋଟି । କେନ୍ଦ୍ରକୁ ଜଣାଇଲେ ନିର୍ବାଚନ କମିଶନ ।

କନକ ବ୍ୟୁରୋ: ମହଙ୍ଗା ପଡିବ ଗୋଟିଏ ଦେଶ, ଏକ ନିର୍ବାଚନ । ଇଭିଏମ ପାଇଁ ପ୍ରତି ୧୫ ବର୍ଷକୁ ଥରେ ଖର୍ଚ୍ଚ ହେବ ୧୦ ହଜାର କୋଟି । ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି ନିର୍ବାଚନ କମିଶନ । ଗୋଟିଏ ସମୟରେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ଆୟୋଜନ ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ପଠାଇଥିବା ରିପୋର୍ଟରେ କହିଛନ୍ତି, ଇଲୋକ୍ଟ୍ରୋନିକ ଭୋଟିଂ ମେସିନ୍( ଇଭିଏମ)ର ଜୀବନ କାଳ ହେଉଛି ୧୫ ବର୍ଷ । ୧୫ ବର୍ଷ ପରେ ଇଭିଏମ ବଦଳାଇବାକୁ ପଡିବ । କମିଶନରଙ୍କ ଆକଳନ ଅନୁଯାୟୀ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ୧୧ ଲକ୍ଷ ୮୦ ହଜାର ପୋଲିଂ ବୁଥ ହେବ । ଆଉ ଯଦି ଗୋଟିଏ ସମୟରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହୁଏ, ତେବେ ଦୁଇଟି ଇଭିଏମର ଆବଶ୍ୟକତା ପଡିବ । ଅର୍ଥାତ୍ ପ୍ରାୟ ୨୪ ଲକ୍ଷ ଇଭିଏମର ଆବଶ୍ୟକତା ପଡିବ । ଏଥିସହ ପ୍ରତି ଇଭିଏମ ପାଇଁ ଗୋଟିଏ ଲେଖାଏଁ କଂଟ୍ରୋଲ ୟୁନିଟ୍ ଏବଂ ଭୋଟ ଭେରିଫିକେସନ ପେପର ମେସିନର ମଧ୍ୟ ଆବଶ୍ୟକତା ପଡିବ । ସେହିପରି ଇଭିଏମ ରଖିବାକୁ ସୁରକ୍ଷିତ ସ୍ଥାନ. ଅଧିକ ଗାଡି, ଅଧିକ ନିର୍ବାଚନ ଅଧିକାରୀ ଓ କର୍ମଚାରୀ ମଧ୍ୟ ନିଯୁକ୍ତ କରାଯିବ । ତେଣୁ ଏସବୁକୁ ଦେଖିଲେ ଏବେ ଏକକ ନିର୍ବାଚନ ସମ୍ଭବ ନୁହେଁ । କିନ୍ତ ସରକାର ଚାହିଁଲେ ୨୦୨୯ ବେଳକୁ ଏକକ ନିର୍ବାଚନ ହୋଇପାରିବ ।

The post ମହଙ୍ଗା ପଡିବ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । ଇଭିଏମ ପାଇଁ ପ୍ରତି ୧୫ ବର୍ଷକୁ ଥରେ ଖର୍ଚ୍ଚ ହେବ ୧୦ ହଜାର କୋଟି । କେନ୍ଦ୍ରକୁ ଜଣାଇଲେ ନିର୍ବାଚନ କମିଶନ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started