ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲେଜର ଲାଇଟରେ ଝଲସୁଛି ପୁରା ସହର ।

କନକ ବ୍ୟୁରୋ: ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ଛୁଟିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଉତ୍ସବମୁଖର ରାମ ଜନ୍ମ ଭୂମି ସମେତ ସାରାଦେଶ । ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଆଗମନକୁ ନେଇ ଝୁମୁଛି ଅଯୋଧ୍ୟା ନଗରୀ । ରଙ୍ଗୀନ ଆଲୋକର ମାଳାରେ ଉତ୍ସବ ମୁଖର ରାମଲଲାଙ୍କ ଜନ୍ମଭୂମୀ । ବିଭିନ୍ନ ରଙ୍ଗରେ ରଙ୍ଗୀନ ହୋଇଛି ରାମ ମନ୍ଦିର । ଦେଖିଲେ ଲାଗୁଛି ସତେ ଯେମିତି ଅଯୋଧ୍ୟାରେ ଦୀପାବଳି ପାଳନ ହେଉଛି ।

ରାମୟଣର ବର୍ଣ୍ଣନା ଅନୁସାରେ ରାମ ବନବାସରୁ ଫେରିବା ପରେ ଯେଉଁ ଉତ୍ସାହ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା । ଏବେ ଅଯୋଧ୍ୟା ସମେତ ସାରା ଦେଶରେ ରାମଙ୍କ ଆଗମନକୁ ନେଇ ସେଭଳି ଉତ୍ସାହ ଦେଖିବାକୁ ମିଳୁଛି । କେବଳ ରାମ ମନ୍ଦିର ନୁହେଁ, ସୂର୍ଯ୍ୟ ପଥ, ଲତାମଙ୍ଗେସ୍କର ଚୌକରେ ସୁଦୃଶ୍ୟ ଆଲୋକମାଳାର ସଜ୍ଜୀକରଣ ସମସ୍ତଙ୍କ ମନ ମୋହୁୁଛି । ଏହାଛଡା ସନ୍ଧ୍ୟାରେ ଲେଜର ଲାଇଟ ସୋ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ମନ୍ଦିର ପ୍ରତିଷ୍ଠାକୁ ମାତ୍ର ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବା ପାଇଁ ଦେଶ ବିଦେଶରୁ ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁଙ୍କୁ ସୁଅ ଅଯୋଧ୍ୟାକୁ ଛୁଟୁଛି ।

The post ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲେଜର ଲାଇଟରେ ଝଲସୁଛି ପୁରା ସହର । first appeared on Kanak News.

from Kanak News
via <a href="https://ifttt.com/?

ସାନିଆଙ୍କ ସହ ବିବାହ ବିଛେଦ ଚର୍ଚ୍ଚା ଭିତରେ ପୁଣି ଥରେ ବିବାହ କଲେ ସୋଏବ ମଲ୍ଲିକ । ପାକ୍ ଅଭିନେତ୍ରୀ ସନା ଜାଭେଦଙ୍କ ଧରିଲେ ହାତ

କନକ ବ୍ୟୁରୋ : ପୂର୍ବତନ ଟେନିସ ତାରକା ସାନିଆ ମୀର୍ଜା ଓ ତାଙ୍କ ପାକିସ୍ତାନୀ ସ୍ୱାମୀ ସୋଏବ ମଲ୍ଲିକଙ୍କ ମଧ୍ୟରେ ବିବାହ ବିଛେଦ ଚର୍ଚ୍ଚା ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୁଣି ଥରେ ବିବାହ କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସାଏବ ମଲ୍ଲିକ । ସୋଏବ ପାକିସ୍ତାନର ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଛନ୍ତି । ସୋଏବ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ବିବାହ ବାବଦରେ ସ୍ପଷ୍ଟ କରିଛନ୍ତି । ଏବଂ ସନାଙ୍କ ସହ ଫଟୋ ସାର୍ବଜନୀନ କରିଛନ୍ତି । ସନା ମଧ୍ୟ ନିଜ ଆକାଉଂଟ ଜରିଆରେ ପରୋକ୍ଷରେ ଏହାର ଇସାରା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟର ନାଁ ସାନା ସୋଏବ ମଲ୍ଲିକ କରିଦେଇଛନ୍ତି । ସୋଏବ ମଲ୍ଲିକଙ୍କ ଏହା ତୃତୀୟ ବିବାହ । ପ୍ରଥମେ ସେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ । ଏହାପରେ ଆୟେଶାଙ୍କୁ ଛାଡ଼ପତ୍ର ଦେଇ ସାନିଆ ମୀର୍ଜାଙ୍କୁ ବିବାହ କରିଥିଲେ ।

ଦୁଇ ଦିନ ତଳେ ସାନିଆ ମୀର୍ଜା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଉଭୟ ବିବାହ କରିବା ଏବଂ ଛାଡପତ୍ର ଦେବା କଷ୍ଟକର । ଏହାପରେ ପୁଣିଥରେ ସୋଏବ ଏବଂ ସାନିଆଙ୍କ ମଧ୍ୟରେ କିଛି ଠିକଠାକ ଚାଲିନଥିବା ଅନୁମାନ କରାଯାଉଥିଲା । ୨୦୧୦ ମସିହା ଏପ୍ରିଲ ୧୨ରେ ହାଇଦ୍ରାବାଦର ଝିଅ ସାନିଆ ମୀର୍ଜାଙ୍କୁ ସାଏବ ମଲ୍ଲିକ ବିବାହ କରିଥିଲେ । କେବଳ ଭାରତ କିମ୍ବା ପାକିସ୍ତାନରେ ନୁହେଁ, ସେତେବେଳେ ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଥିଲେ । ୨୦୧୮ରେ ଉଭୟ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହାପରେ ଉଭୟ ଦୁବାଇରେ ରହୁଥିଲେ । କିନ୍ତୁ କୋଭିଡ ସମୟରେ ଉଭୟ ଅଲଗା ରହୁଥିବାର ଖବର ଆସିଥିଲା । ଯାହା ଛାଡପତ୍ରର ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । କିନ୍ତୁ ନିକଟରେ ଉଭୟ ସୋଏବ ଏବଂ ସୋନିଆ ଏକାଠି ହୋଇ ଏକ ଟିଭି କାର୍ଯ୍ୟକ୍ରମକୁ ହୋଷ୍ଟ କରୁଥିଲେ । ଆଶା କରାଯାଉଥିଲା ଯେ, ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍ ଠାକ୍ ଚାଲିଛି । ହେଲେ ଏବେ ସୋଏବ ପୁଣି ଥରେ ବିବାହ କରିବା ପରେ ସାନିଆଙ୍କ ସହ ତାଙ୍କ ବିବାହ ବିଛେଦ ଚର୍ଚ୍ଚା ଆହୁରି ବଢ଼ିଛି ।

The post ସାନିଆଙ୍କ ସହ ବିବାହ ବିଛେଦ ଚର୍ଚ୍ଚା ଭିତରେ ପୁଣି ଥରେ ବିବାହ କଲେ ସୋଏବ ମଲ୍ଲିକ । ପାକ୍ ଅଭିନେତ୍ରୀ ସନା ଜାଭେଦଙ୍କ ଧରିଲେ ହାତ first appeared on Kanak News.

from Kanak News
via <a href="https://ifttt.com/?

ମଣିପୁର ଅଶାନ୍ତି ପରେ ବଢ଼ିଲା ଚିନ୍ତା । ମିଆଁମାର ସହ ସୀମାରେ ଲାଗିବ ତାରବାଡ,ଭାରତ ଭିତରକୁ ମିଆଁମାର ବିଦ୍ରୋହୀ ପଶିଆସୁଥିବା ଖବର ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିଷ୍ପତି

କନକ ବ୍ୟୁରୋ : ଅନୁପ୍ରବେଶ ରୋକିବାକୁ ଭାରତ-ମିଆଁମାର ଓ ଭାରତ-ବାଂଲାଦେଶ ସୀମାରେ ବଢ଼ାଯିବ ସୁରକ୍ଷା ବ୍ୟବସ୍ଥା । ବିଶେଷକରି ମିଆଁମାର ପଟୁ ଅନୁପ୍ରବେଶ ବଢ଼ୁଥିବାରୁ ଚିନ୍ତା ବଢ଼ୁଛି, ଏହାକୁ ନେଇ ସତର୍କ ହେବା ସହ ପଦକ୍ଷେପ ନେବାକୁ ସ୍ଥିର କରିଛି କେନ୍ଦ୍ର ସରକାର । ଭାରତ ଓ ମିଆଁମାର ସୀମାରେ ଏବେ ତାରବାଡ଼ ଲଗାଯିବ   । ପୂର୍ବରୁ ଏହା ଖାଲି ରହିଥିଲା, ଫଳରେ ମୁକ୍ତ ଭାବେ ଏପଟର ଲୋକ ସେପଟକୁ ଓ ସେପଟର ଲୋକ ଏପଟକୁ ଆସିପାରୁଥିଲେ । ହେଲେ ମଣିପୁର ହିଂସାରେ ମିଆଁମାର ବିଦ୍ରୋହୀଙ୍କ ହାତ ଥିବା ଖବର ମିଳିବା ପରେ ତାରବାଡ଼ ଲଗାଇବାକୁ ନିଷ୍ପତି ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏନେଇ ସୂଚନା ଦେଇଛନ୍ତି । ସେହିପରି ଭାରତ ଓ ବାଂଲାଦେଶ ସୀମାରେ ସୁରକ୍ଷା ବଢ଼ାଯିବ ବୋଲି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି ।

The post ମଣିପୁର ଅଶାନ୍ତି ପରେ ବଢ଼ିଲା ଚିନ୍ତା । ମିଆଁମାର ସହ ସୀମାରେ ଲାଗିବ ତାରବାଡ,ଭାରତ ଭିତରକୁ ମିଆଁମାର ବିଦ୍ରୋହୀ ପଶିଆସୁଥିବା ଖବର ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିଷ୍ପତି first appeared on Kanak News.

from Kanak News
via <a href="https://ifttt.com/?

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ପଚରାଉଚରା । ସରକାରୀ ବାସଭବନକୁ ଯାଇ ବୟାନ ରେକର୍ଡ କଲେ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ

କନକ ବ୍ୟୁରୋ : ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିଛି ଇଡି । ହେମନ୍ତଙ୍କ ବାସଭବନରେ ପହଂଚି ପ୍ରବର୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ଓ ହେମନ୍ତ ଏହାର ଉତର ରଖିଛନ୍ତି । ହାଜର ହେବା ପୂର୍ବରୁ ଇଡି ତାଙ୍କୁ ୭ଥର ନୋଟିସ୍ ପଠାଇଥିଲା, ହେଲେ ହେମନ୍ତ ହାଜର ହୋଇ ନଥିଲେ । ହେଲେ ନିକଟରେ ସହଯୋଗ କରିବାକୁ ସହମତ ହୋଇଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ଏହାପରେ ତାଙ୍କ ବାସଭବନକୁ ଯାଇ ପଚରାଉଚରା କରିବା ସହ ବୟାନ ରେକର୍ଡ କରିଛନ୍ତି ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ପୂର୍ବରୁ ୨୦୨୨ ନଭେମ୍ବର ବେଆଇନ ଖଣି ଖନନ ମାମଲାରେ ତାଙ୍କୁ ଜେରା କରିଥିଲା ଇଡି । ଆଜିର ପଚରାଉଚରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

The post ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ପଚରାଉଚରା । ସରକାରୀ ବାସଭବନକୁ ଯାଇ ବୟାନ ରେକର୍ଡ କଲେ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ first appeared on Kanak News.

from Kanak News
via <a href="https://ifttt.com/?

ଆସାମ ତେଜପୁରରେ ମନ୍ଦିର ସଫେଇ କଲେ ଗୃହମନ୍ତ୍ରୀ ଅମିତ ଶାହା । ହାଇଦ୍ରାବାଦ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ତେଲେଙ୍ଗାନା ରାଜ୍ୟପାଳଙ୍କ ସଫେଇ

କନକ ବ୍ୟୁରୋ : ନେତାଙ୍କ ମନ୍ଦିର ସଫେଇ । ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରରେ ସଫେଇ କରିବା ପରେ ବିଜେପିର ଅନ୍ୟ ନେତାମାନେ ଏହାକୁ ଅନୁସରଣ କରୁଛନ୍ତି ଓ ବିଭିନ୍ନ ମନ୍ଦିରରେ ସଫେଇ କରୁଛନ୍ତି । ମନ୍ଦିର ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଆସାମ ତେଜପୁର ସ୍ଥିତ ମହାଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ଭିତରେ ଓ ବାହାରକୁ ସଫା କରିଛନ୍ତି । ସେପଟେ ବିଜେପି ନେତ୍ରୀ ଖୁସବୁ ସୁନ୍ଦର ମଧ୍ୟ ଏହି ମନ୍ଦିର ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି । ଚେନ୍ନାଇରେ ହାତରେ ଝାଡୁଧରି ମନ୍ଦିର ପରିସରରେ ସଫେଇ କରିଛନ୍ତି ଖୁସବୁ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଏହି ଅଭିଯାନରେ ସାମିଲ ହେବାକୁ ସେ ସମସ୍ତଙ୍କୁ ଅପିଲ ମଧ୍ୟ କରିଛନ୍ତି । ଅନ୍ୟପଟେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ହାଇଦ୍ରାବାଦର ହନୁମାନ ମନ୍ଦିରରେ ସଫେଇ କରିଛନ୍ତି ।

The post ଆସାମ ତେଜପୁରରେ ମନ୍ଦିର ସଫେଇ କଲେ ଗୃହମନ୍ତ୍ରୀ ଅମିତ ଶାହା । ହାଇଦ୍ରାବାଦ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ତେଲେଙ୍ଗାନା ରାଜ୍ୟପାଳଙ୍କ ସଫେଇ first appeared on Kanak News.

from Kanak News
via <a href="https://ifttt.com/?

ରାମଲାଲାଙ୍କ ପାଇଁ ଅଯୋଧ୍ୟାରେ ପହଂଚୁଛି ଦେଶର କୋଣ ଅନୁକୋଣରୁ ଉପହାର । ହାଇଦ୍ରାବାଦରୁ ଗଲା ଏକ ଟନ୍ ଲଡୁ, ଛତିଶଗଡ଼ରୁ ସ୍ୱତନ୍ତ୍ର କୋଳି

କନକ ବ୍ୟୁରୋ : ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀରାମଙ୍କ ପାଖରେ ଲାଗିହେବ ମିଠାକୋଳି । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ସାନଭାଇ ଲକ୍ଷ୍ମଣଙ୍କ ସହ ବୃଦ୍ଧା ଶବରୀର ଆତିଥ୍ୟ ଗ୍ରହଣ କରି ମିଠା କୋଲି ଖାଇଥିଲେ । ଏହି ସ୍ମୃତିକୁ ଉଜାଗର ଉଦେଶ୍ୟରେ ଛତିଶଗଡ଼ର ଶିବରିନାରାୟଣ ଧାମରୁ ଅଯୋଧ୍ୟାରେ ସ୍ୱତନ୍ତ୍ର ମିଠା କୋଳି ପହଁଚିଛି । ଛତିଶଗଡ଼ର ଯାଦବ ସମ୍ପଦ୍ରାୟ ପକ୍ଷରୁ ଏହି କୋଳିକୁ ରାମଲାଲାଙ୍କ ପାଇଁ ଅଯୋଧ୍ୟାକୁ ଅଣାଯାଇଛି ।

ସେପଟେ ଅଯୋଧ୍ୟାରେ ପହଁଚିଛି ଦୁନିଆର ସବୁଠୁ ବଡ଼ ତାଲା । ଆଲିଗଡ଼ରୁ ୪୦୦କେଜିର ଏକ ବିଶାଳ ତାଲା ମଧ୍ୟ ଅଯୋଧ୍ୟାରେ ପହଁଚିଛି । ଉତରପ୍ରଦେଶ ଆଲିଗଡରୁ ଏହି ତାଲାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇ ଅଯୋଧ୍ୟାକୁ ଅଣାଯାଇଛି ।

ଦୁନିଆର ସବୁଠୁ ଦାମୀ ରାମାୟଣ ବହି ଅଯୋଧ୍ୟାରେ ଆସି ପଂହଚିଛି । ଏହି ରାମାୟଣ ବହିର ଦାମ ୧ ଲକ୍ଷ ୬୫ ହଜାର ଟଂକା । ଏହି ବହିକୁ ଆଣିଛନ୍ତି ବିକ୍ରେତା ମନୋଜ ସତୀ । ଏହି ରାମାୟଣ ବହିର ଡିଜାଇନ ମଧ୍ୟ ନିଆରା । ବହିଟି ଯେଉଁ ବାକ୍ସ ଭିତରେ ରହିବ ତାହା ଆମେରିକାର ଅଖରୋଟ କାଠରେ ତିଆରି । ସେହିପରି ଜାପାନର ଜୈବିକ କାଳିରେ ବହିକୁ ଲେଖା ହୋଇଛି । ଲେଖିବାକୁ ଯେଉଁ କାଗଜ ତିଆରି ହୋଇଛି ତାହା ଫ୍ରାନ୍ସରେ ପ୍ରସ୍ତୁତ । ଏହି କାଗଜ ସଂପୂର୍ଣ୍ଣ ଭାବେ ଏସିଡ ମୁକ୍ତ ରହିଛି । ଏହି କାଗଜ ସ୍ୱତନ୍ତ୍ର ଭାବରେ ଏହି ବହି ପାଇଁ ତିଆରି ହୋଇଛି । ଏହା ବଜାରରେ ଉପଲବ୍ଧ ନାହିଁ । ଏହି ରାମାୟଣ ବହିର ପ୍ରତ୍ୟେକ ପୃଷ୍ଠାକୁ ଭିନ୍ନ ଭିନ୍ନ ଡିଜାଇନ ଦିଆଯାଇଛି ।

ରାମଲାଲାଙ୍କ ପାଇଁ ସୁନାର ମୁକୁଟ । ବିହାରର ଦରଭଙ୍ଗା ରାଜ ପରିବାର ପକ୍ଷରୁ ଅଯୋଧ୍ୟାରେ ପହଂଚିଛି ସୁନାର ମୁକୁଟ, ଚରଣ ପାଦୁକା ଓ ଧନୁତୀର । ଦରଭଙ୍ଗା ରାଜପରିବାରର ରାଜ କୁମାର କପିଳେଶ୍ୱର ସିଂହଙ୍କ ଏହି ସମସ୍ତ ଅଳଙ୍କାର ଧରି ଅଯୋଧ୍ୟାରେ ପହଂଚିଛନ୍ତି । ମାତା ସୀତାଙ୍କ ବାପଘର କୁହାଯାଉଥିବା ମିଥିଲାବାସୀଙ୍କ ପ୍ରତିନିଧି ଭାବେ ପ୍ରାଣ ପ୍ରତିଷ୍ଠା ଦିବସରେ ସାମିଲ ହେଉଥିବାରୁ ସେ ଖୁବ ଖୁସି ବୋଲି କହିଛନ୍ତି ରାଜପରିବାରର ସଦସ୍ୟ ।

The post ରାମଲାଲାଙ୍କ ପାଇଁ ଅଯୋଧ୍ୟାରେ ପହଂଚୁଛି ଦେଶର କୋଣ ଅନୁକୋଣରୁ ଉପହାର । ହାଇଦ୍ରାବାଦରୁ ଗଲା ଏକ ଟନ୍ ଲଡୁ, ଛତିଶଗଡ଼ରୁ ସ୍ୱତନ୍ତ୍ର କୋଳି first appeared on Kanak News.

from Kanak News
via <a href="https://ifttt.com/?

ରାମଲାଲାଙ୍କ ଭାଇରାଲ ଫଟୋକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । କହିଲେ, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାର୍ବଜନୀନ ହୋଇପାରିବନି ପ୍ରତିମା

କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭାଇରାଲ ହୋଇଥିବା ଫଟୋକୁ ନେଇ ବିବାଦ ଦେଖାଦେଇଛି । ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ରାମମନ୍ଦିର ଟ୍ରଷ୍ଟର ମୁଖ୍ୟ ପୂଜକ । ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଅଭିଯୋଗ କରିଛନ୍ତି,

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଫଟୋ ସାର୍ବଜନୀନ ହେବା ଉଚିତ୍ ନୁହେଁ
ଯେଉଁ ଫଟୋଟି ଭାଇରାଲ ହେଉଛି ତାହା ରାମଲାଲାଙ୍କର ହୋଇନଥିବ
ଭାଇରାଲ ଫଟୋଟି ରାମଲାଲାଙ୍କର ହୋଇଥିଲେ ତାର ତଦନ୍ତ ହେଉ
ବିଧି ଅନୁସାରେ ପ୍ରାଣପ୍ରତିଷ୍ଠା ପୂର୍ବରୁ ପ୍ରତିମାଙ୍କ ମୁଖରୁ ପଟିି ହଟାଯାଏନି
ଗର୍ଭଗୃହରେ ଥିବା ରାମଲାଲାଙ୍କ ପ୍ରତିମା ମୁଖରେ ପଟିି ରହିଛି

ଭାଇରାଲ ହେଉଥିବା ଫଟୋ ପୂର୍ବରୁ ନିଆଯାଇଛି କିମ୍ବା ରାମଲାଲାଙ୍କ ପ୍ରକୃତ ଫଟୋ ନୁହେଁ ବୋଲି କହିଛନ୍ତି ରାମମନ୍ଦିର ଟ୍ରଷ୍ଟର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତୈନ୍ଦ୍ର ଦାସ । ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟାରେ ରାମଲଲାଙ୍କ ଅଚଳମୂର୍ତିକୁ ଆସନରେ ବୈଦିକ ମନ୍ତ୍ରୋଚାରଣ ପୂର୍ବକ ବିରାଜମାନ କରାଯାଇଥିଲା । ଏହାପରେ ୫୧ ଇଂଚର ଶ୍ୟାମଳ ମୂର୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା । ବାଳକ ରାମଙ୍କ ଅଚଳ ପ୍ରତିମାର ମୁଖକୁ ଏବେ ବି ଗର୍ଭଗୃହରେ ଘୋଡାଇ ରଖାଯାଇଛି ।

ଶନିବାର ୮୧ କଳସ ଜଳଦ୍ୱାରା ଗର୍ଭଗୃହକୁ ଶୁଦ୍ଧିକରଣ କରାଯାଇଛି । ରବିବାର ୧୨୧ କଳସ ଜଳରେ ରାମଲଲାଙ୍କୁ ସ୍ନାନ କରାଯିବା ସହ ସ୍ୱତନ୍ତ୍ର ପୂଜା କରାଯିବ । ୨୨ ତାରିଖ ଅର୍ଥାତ ସୋମବାର ରାମଲଲାଙ୍କ ଅଚଳମୂର୍ତିର ପ୍ରାଣପ୍ରତିଷ୍ଠା ମଧ୍ୟାହ୍ନ ୧୨ଟା ୨୦ରେ ହେବ । ସାଧାରଣତଃ ପ୍ରାଣ ପ୍ରତିଷ୍ଠାରେ ୭ଟି ଅଧିବାସ ରହିଛି, କିନ୍ତୁ ଅନ୍ୟୁନ ୩ଟି ଅଧିବାସ ହୋଇଥାଏ । ୧୨୧ଜଣ ବୈଦିକ ଆଚାର୍ଯ୍ୟଙ୍କୁ ନେଇ ଅଧିବାସ ହେବ । କାଶୀ ପୀଠର ଲକ୍ଷ୍ମୀକାନ୍ତ ଦିକ୍ଷୀତ ମୁଖ୍ୟ ଆଚାର୍ଯ୍ୟ ହୋଇଥିବାବେଳେ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡଙ୍କ ନୀରିକ୍ଷଣରେ ପୁରା ଅଧିବାସ ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡିଛି ।

The post ରାମଲାଲାଙ୍କ ଭାଇରାଲ ଫଟୋକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । କହିଲେ, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାର୍ବଜନୀନ ହୋଇପାରିବନି ପ୍ରତିମା first appeared on Kanak News.

from Kanak News
via <a href="https://ifttt.com/?

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଭବ୍ୟ ପ୍ରସ୍ତୁତି । ଯୋଗଦେବେ ୫୪ଟି ଦେଶର ଶହେ ପ୍ରତିନିିଧି

କନକ ବ୍ୟୁରୋ : ଏବେ ରାମମୟ ଅଯୋଧ୍ୟା ନଗରୀ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ପୁରା ଅଯୋଧ୍ୟା ନଗରୀ ନୂଆ ରୂପରେ ସଜେଇ ହେଉଛି । ଯେପରି ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସୁରୁଖୁରୁରେ ଓ ଭବ୍ୟ ଆକାରରେ ସମାପନ ହେବ, ଏଥିପାଇଁ ସବୁ ଦିଗ ପ୍ରତି ନଜର ରଖାଯାଉଛି । ପ୍ରାଣପ୍ରତିଷ୍ଠା ଦିବସରେ ସାମିଲ ହେବାକୁ ଥିବା ଅତିଥିମାନଙ୍କ ତାଲିକା ନିର୍ଦ୍ଧାରିତ କରାଯାଇ ସାରିଛି । ଦେଶବିଦେଶରୁ ଅତିଥିମାନେ ଏଥିରେ ସାମିଲ ହେବେ । ବିଶ୍ୱର ବହୁ ଦେଶରୁ ହାଇପ୍ରୋଫାଇଲ ଅତିଥି ଏହି ଉତ୍ସବରେ ଉପସ୍ଥିତ ରହି ଇତିହାସର ସାକ୍ଷୀ ପାଲଟିବେ । ୫୪ଟି ଦେଶରୁ ୧୦୦ ଜଣ ହାଇପ୍ରୋଫାଇଲ ବିଦେଶୀ ଅତିଥି ଯୋଗଦେବାକୁ ସହମତି ଦେଇସାରିଛନ୍ତି । ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ମରିସସ୍ ଓ ଆଫ୍ରିକାର କିଛି ଦେଶର ପ୍ରତିନିଧି ଏଥିରେ ସାମିଲ ହେବେ ।

ବହୁ ବିଦେଶୀ ଅତିଥି ଆସୁଥିଲେ ବି ଦକ୍ଷିଣ କୋରିଆର ଅତିଥିଙ୍କ ଉପରେ ବିଶେଷ ନଜର ରହିଛି । କିମ୍-ଚୁଲ-ସୁ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ସେ କୁଇନ୍ ହୁ ବଂଶର ଦାୟାଦ । ତେବେ କୁଇନ୍ ହୁଙ୍କ ପ୍ରକୃତ ନାମ ଥିଲା ସୁରିରତ୍ନା । ସୁରିରତ୍ନା ଅଯୋଧ୍ୟାର ରାଜକୁମାରୀ ଥିଲେ । ପରେ ସେ କୋରିଆ ଭ୍ରମଣାରେ ଯାଇଥିଲେ ଓ ସେଠାରେ ରହିଯାଇଥିଲେ । ଏହାସହ ସୁରିରତ୍ନା ସେଠାରେ କରକ ବଂଶ ଆରମ୍ଭ କରିଥିଲେ । ଖାଲି ବିଦେଶୀ ଅତିଥି ନୁହଁନ୍ତି । ଅତିଥି ତାଲିକାରେ ଦେଶର ୫୦୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ମଧ୍ୟ ରହିଛି । ଅମିତାଭ ବଚ୍ଚନ, ମୁକେଶ ଅମ୍ବାନୀ, ଆନନ୍ଦ ମହିଦ୍ରା ପ୍ରମୁଖଙ୍କ ନାଁ ଏଥିରେ ଅଛି । ଅଭିନତା, ବ୍ୟବସାୟୀ, ରାଜନେତା ସବୁ ବର୍ଗର ବିିଶିଷ୍ଟ ବୃକ୍ତି ଏହି ତାଲିକାରେ ସାମିଲ ଅଛନ୍ତି ।

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଖାଲି ଭାରତର କୋଣ ଅନୁକୋଣରୁ ନୁହେଁ, ବିଦେଶରୁ ବି ଭକ୍ତମାନେ ପହଂଚିବାରେ ଲାଗିଛନ୍ତି । ନେପାଳରୁ ବହୁ ସଂଖ୍ୟକ ଭକ୍ତ ଅଯୋଧ୍ୟାରେ ପହଂଚିଛନ୍ତି । ଏପରି ଐତିହାସିକ ମୁହୂର୍ତରେ ସାମିଲ ହେବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି । ସେହିପରି ଜର୍ମାନୀରୁ ମଧ୍ୟ ଭକ୍ତ ଅଯୋଧ୍ୟାରେ ପହଂଚିଛନ୍ତି ।

୨୨ ତାରିଖ ପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଭାବେ ଗୁରୁତ୍ୱ ଦେଇଛନ୍ତି ଯୋଗୀ ସରକାର । ସେହିଦିନ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।

The post ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଭବ୍ୟ ପ୍ରସ୍ତୁତି । ଯୋଗଦେବେ ୫୪ଟି ଦେଶର ଶହେ ପ୍ରତିନିିଧି first appeared on Kanak News.

from Kanak News
via <a href="https://ifttt.com/?

୫-ଟି ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ୫ଟି ଜିଲ୍ଲାର ୩୬୧ଟି ସ୍କୁଲ ଲୋକାର୍ପିତ । ଚତୁର୍ଥ ପର୍ଯ୍ୟାୟରେ ମୋଟ ୧୭୯୪ଟି ରୂପାନ୍ତରିତ ସ୍କୁଲ ହେବ ଲୋକାର୍ପିତ

କନକ ବ୍ୟୁରୋ: ୫ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡା ଓ ବଲାଙ୍ଗିର ଆଦି ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ମୟୁରଭଞ୍ଜ ଜିଲ୍ଲାର ୧୦୫ଟି ହାଇସ୍କୁଲ, ସମ୍ବଲପୁରର ୬୩ଟି, ନୂଆପଡାର ୩୩ଟି, ରାୟଗଡର ୬୦ଟି ଓ ବଲାଙ୍ଗିର ୧୦୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ତେବେ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଥିବାବେଳେ । ଚତୁର୍ଥ ପର୍ୟ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ । ଏହି ପର୍ୟ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ ବୋଲି ସୂଚନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ଏହି କାର୍ୟ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଏବେ ସରକାରୀ ସ୍କୁଲଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି। ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ନିଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ । ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣର ମାର୍ଗ ପ୍ରଶସ୍ତ କରିଛି । ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍‌ପିଟାଲ, ପର୍ୟ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ୟ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏସବୁ ରୂପାନ୍ତର କାର୍ୟ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ୟ୍ୟକ୍ରମ । ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ।

ପିଲାମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ୫ଟି ଉପକ୍ରମରେ ଏହି ରୂପାନ୍ତର କାର୍ୟ୍ୟକ୍ରମରେ ତୁମ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟେରୀର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଟେକ୍‌ନୋଲୋଜିର ପ୍ରୟୋଗ। ସେହିଭଳି ଟିମୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି । ସମସ୍ତଙ୍କ ସହ ଆଲୋଚନା କରି ସବୁ କାମ ସ୍ବଚ୍ଛତାର ସହ କରାଯାଉଛି। ଏହିସବୁର ଉପଯୋଗରେ ତୁମ ସ୍କୁଲ ମାନଙ୍କରେ ଆସିଛି ରୂପାନ୍ତର। ଯାହାକୁ ତୁମେ ଏବେ ଦେଖୁଛ ଓ ଅନୁଭବ କରୁଛ ।

ପିଲାମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ତୁମେମାନେ ତୁମ ଜୀବନରେ ୫ଟି ନୀତିର ପ୍ରୟୋଗ କର । ଏହା ତୁମମାନଙ୍କ ପାଇଁ ସଫଳତା ଆଣିଦେବ । ତୁମେମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର। ମିଳିମିଶି କାମ କର। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଟିମ୍‌ ୱାର୍କର ବିଶେଷ ଭୂମିକା ରହିଛି । ସ୍ବଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର। ସମୟ ହେଉଛି ତୁମ ମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ। ସମୟକୁ ନଷ୍ଟ ନ କରି ତାର ଉପଯୋଗ କର । ଏହି ଚାରୋଟି ନୀତିକୁ ଅନୁସରଣ କଲେ ଜୀବନରେ ସଫଳତା ହାସଲ କରି ରୂପାନ୍ତର ଆସିବ ।

କାର୍ୟ୍ୟକ୍ରମରେ ଯୋଗ ଦେଇ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ପ୍ରଥମରୁ ସ୍କୁଲ ରୂପାନ୍ତର ଏକ ସ୍ୱପ୍ନ ଭଳି ଥିଲା । ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଅଭିଭାବକ ସମସ୍ତଙ୍କ ସହଯୋଗରେ, ଟିମ୍‌ ୱାର୍କରେ ଏହା ଅଭୂତପୂର୍ବ ସଫଳତା ପାଇଛି ବୋଲି ସେ କହିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବର୍ତ୍ତମାନ ରୂପାନ୍ତରିତ ସ୍କୁଲଗୁଡିକର ରକ୍ଷଣାବେକ୍ଷଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇ ସେ ଏଥି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

The post ୫-ଟି ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ୫ଟି ଜିଲ୍ଲାର ୩୬୧ଟି ସ୍କୁଲ ଲୋକାର୍ପିତ । ଚତୁର୍ଥ ପର୍ଯ୍ୟାୟରେ ମୋଟ ୧୭୯୪ଟି ରୂପାନ୍ତରିତ ସ୍କୁଲ ହେବ ଲୋକାର୍ପିତ first appeared on Kanak News.

from Kanak News
via <a href="https://ifttt.com/?

ମୁକ୍ତାକାଶ ରଙ୍ଗମଞ୍ଚରେ କୃଷ୍ଣ ଲୀଳା: ମନ ମୋହିଲା କାଳୀୟ ଦଳନ

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ଚଳଚଂଚଳ ବରଗଡ ସହର । ମଥୁରା ନଗରୀ ମହାରାଜ କଂସ ବ୍ୟସ୍ତ ବିବ୍ରତ ଥିବା ବେଳେ ଗୋପପୁରରେ ଚାଲିଛି କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା । ଧନୁଯାତ୍ରାର ଷଷ୍ଠ ଦିନରେ ଆଜି ମଥୁରାରେ କୃଷ୍ଣ, ବଳରାମଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରିବେ ମହାରାଜ କଂସ । ବେନି ଭାଇଙ୍କୁ ମଥୁରାକୁ ନିମନ୍ତ୍ରଣ କରି ହତ୍ୟା କରିବା ପାଇଁ ଧନୁଯାତ୍ରା ମହୋତ୍ସବ ଘୋଷଣା କରିବେ । ଅନ୍ୟପଟେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟ ଅଭିନୀତ ହେବ ।

ଗୋପପୁରରେ ନଟଖଟ କୃଷଙ୍କ ବାଲ୍ୟଲୀଳା । କେତେ ବେଳେ ଲହୁଣି ଚୋରି କରୁଛନ୍ତି ତ ଆଉ କେତେବେଳେ ଗୋପାଳଙ୍କ ସହ ବଣଭୋଜିରେ ମାତିଛନ୍ତି । ଲହୁଣି ଚୋରି ବେଳେ ଦିନେ ମା ଯଶୋଦାଙ୍କ ହାତରେ ଧରାପଡିଛନ୍ତି । ଏହାପରେ ଶ୍ରୀକୃଷ୍ଣଙ୍କ ମୁଖରେ ବିଶ୍ୱରୂପ ଦର୍ଶନ କରିଛନ୍ତି ମାଆ ଯଶୋଦା । ସେହିପରି ଯାମଳାର୍ଜୁନ ଭଂଜନ, କୃଷ୍ଣଙ୍କୁ ବ୍ରହ୍ମାଙ୍କ ଦ୍ୱାରା ମୋହିନୀ ବଂଶୀ ପ୍ରଦାନ, କାଳୀୟ ଦଳନ ଦୃଶ୍ୟ ଧନୁଯାତ୍ରାର ପଂଚମ ଦିନରେ ଅଭିନୀତ ହୋଇଛି ।

ସେପଟେ ମଥୁରା ନରେଶ ମହାରାଜ କଂସ ଦିଗବିଜୟରେ ବାହାରି ମଗଧ ଉପରେ ଆକ୍ରମଣ କରିଛନ୍ତି । ମଗଧ ରାଜା ଜରାସନ୍ଧଙ୍କୁ ପରାସ୍ତ କରି ତାଙ୍କ ଦୁଇ ଝିଅ ହେତି ଓ ପ୍ରହେତିଙ୍କୁ ବିବାହ କରିଛନ୍ତି । ଠିକ୍ ସେହି ସମୟରେ କାଳୀୟ ନାଗର ଦର୍ପ ଦଳନ ଖବର ଗୋପପୁରରୁ ଆସିଛି । ଏଥିରେ ବ୍ୟଥିତ ହୋଇ କୃଷ୍ଣ, ବଳରାମଙ୍କ ହତ୍ୟା କରିବାକୁ ପାଇଁ ଷଡଯନ୍ତ୍ର କରି ରଙ୍ଗ ସଭାର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଜ କଂସ ।

ଧନୁ ଯାତ୍ରାର ଷଷ୍ଠ ଦିବସରେ ମଥୁରାରେ କୃଷ୍ଣ ବଳରାମଙ୍କ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତି । ନାରଦ ମୁନୀଙ୍କ ପ୍ରସ୍ତାବରେ ଧନୁଯାତ୍ରା ମହୋତ୍ସବ ଘୋଷଣା । ଅନ୍ୟପଟେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟ ଅଭିନୀତ ହେବ ।

The post ମୁକ୍ତାକାଶ ରଙ୍ଗମଞ୍ଚରେ କୃଷ୍ଣ ଲୀଳା: ମନ ମୋହିଲା କାଳୀୟ ଦଳନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started