୨୦୨୮ ପର୍ଯ୍ୟନ୍ତ ଆଇପିଏଲ୍ ଟାଇଟଲ୍ ସ୍ପନସର୍ ରହିବ ଟାଟା ଗ୍ରୁପ୍ । ପ୍ରତି ସିଜିନରେ ବିସିସିଆଇକୁ ୫୦୦ କୋଟି ଦେବ ଟାଟା ।

କନକ ବ୍ୟୁରୋ: ୨୦୨୮ ପର୍ଯ୍ୟନ୍ତ ଆଇପିଏଲର ଟାଇଟଲ ସ୍ପନସର ରହିବ ଟାଟା ଗ୍ରୁପ୍ । ଅର୍ଥାତ, ୨୦୨୮ ମସିହା ପର୍ଯ୍ୟନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ‘ଟାଟା ଆଇପିଏଲ୍’ ନାମରେ ପରିଚିତ ହେବ । ଏଥିପାଇଁ ଟାଟା ଗ୍ରୁପକୁ ପ୍ରତି ସିଜିନରେ ୫୦୦ କୋଟି ଟଙ୍କା ଦେବାକୁ ପଡିବ ।

ଏଥର ଆଇପିଏଲ ସ୍ପନସରସିପ୍ ପାଇଁ ଦୁଇଟି ଗ୍ରୁପ୍ ରେସରେ ଥିଲେ । ଆଦିତ୍ୟ ବିର୍ଲା ଗ୍ରୁପ ଏବଂ ଟାଟା ଗ୍ରୁପ୍ ୨୦୨୪-୨୦୨୮ ପର୍ଯ୍ୟନ୍ତ ଆଇପିଏଲ ସ୍ପନସର ପାଇଁ ଦୌଡରେ ଥିଲେ । ଆଇପିଏଲ ଟାଇଟଲ୍ ରାଇଟ୍ସ ପାଇଁ ଏଥର ବିସିସିଆଇ ୧୭୫୦ କୋଟି ଟଙ୍କା ବେସ୍ ପ୍ରାଇସ୍ ରଖିଥିଲା । ଆଉ ଆଦିତ୍ୟ ବିର୍ଲା ଗ୍ରୁପ୍ ୨୫୦୦ କୋଟି ଟଙ୍କାର ବିଡ୍ ଦାଖଲ କରିଥିଲା । ହେଲେ ଟାଟା ଗ୍ରୁପ୍ ରାଇଟ୍-ଟୁ-ମ୍ୟାଚ୍ ବିକଳ୍ପର ଉପଯୋଗ କରିବା ସହିତ ଆଗାମୀ ୫ ବର୍ଷ ପାଇଁ ଆଇପିଏଲ ରାଇଟ୍ସ ନିଜ ପାଖରେ ରଖିଛି ।

https://platform.twitter.com/widgets.js

ମିଳିଥିବା ସୂଚନା ମୁତାବକ, ଏହି ଆଗାମୀ ୫ ବର୍ଷ ଟାଟା ଗ୍ରୁପ୍ ଇଣ୍ଡିଆନ୍ ପ୍ରିମିୟର ଲିଗର ଟାଇଟଲ୍ ସ୍ପନସର ରହିବ । ଆଗାମୀ ଦିନରେ ଆଇପିଏଲ୍ ମ୍ୟାଚ୍ ସଂଖ୍ୟା ମଧ୍ୟ ବଢିପାରେ ବୋଲି ସୂଚନା ମିଳୁଛି । ବର୍ତ୍ତମାନ ଲିଗ୍ ସ୍ତରରେ ୭୪ଟି ମ୍ୟାଚ୍ ଖେଳାଯାଉଥିବାବେଳେ, ଆଗାମୀ ଦିନରେ ଏହି ସଂଖ୍ୟା ୮୪ ଏବଂ ୨୦୨୭ ସୁଦ୍ଧା ୯୪କୁ ବୃଦ୍ଧି ପାଇପାରେ ।

ଟାଟା ଗ୍ରୁପ୍ , ଚୀନର ମୋବାଇଲ ନିର୍ମାତା କମ୍ପାନୀ ଭିଭୋକୁ ହଟେଇ ଆଇପିଏଲ ସ୍ପନସର ନିଜ ନାଁରେ କରିଥିଲା । ୨୦୨୨ ଏବଂ ୨୦୨୩ ବର୍ଷରେ ଟାଇଟଲ୍ ସ୍ପନସର ପାଇଁ ଟାଟାକୁ ୬୭୦ କୋଟି ଟଙ୍କା ଦେବାକୁ ପଡିଥିଲା । ଆଉ ଏବେ ଏହା ୨୦୨୮ ମସିହା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହା ପୂର୍ବରୁ ଡିଏଲଏଫ୍, ପେପ୍ସି, ଭିଭୋ ଏବଂ ଡ୍ରିମ୍ ୧୧ ଆଇପିଏଲର ଟାଇଟଲ୍ ସ୍ପନସର ରହିସାରିଛନ୍ତି ।

The post ୨୦୨୮ ପର୍ଯ୍ୟନ୍ତ ଆଇପିଏଲ୍ ଟାଇଟଲ୍ ସ୍ପନସର୍ ରହିବ ଟାଟା ଗ୍ରୁପ୍ । ପ୍ରତି ସିଜିନରେ ବିସିସିଆଇକୁ ୫୦୦ କୋଟି ଦେବ ଟାଟା । first appeared on Kanak News.

from Kanak News
via <a href="https://ifttt.com/?

ପ୍ରାଣପ୍ରତିଷ୍ଠାକୁ ନେଇ ରାମମୟ ଅଯୋଧ୍ୟା ନଗରୀ: ପ୍ରଭୁ ରାମଚନ୍ଦ୍ରଙ୍କ କଥା ପ୍ରଚାର କରି ଚର୍ଚ୍ଚାରେ କୁନି ମହନ୍ତ ସୂରଜ ଦାଶ

କନକ ବ୍ୟୁରୋ: ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ରାମମୟ ହୋଇପଡିଛି ଅଯୋଧ୍ୟା ନଗରୀ । ସମସ୍ତଙ୍କ ମୁହଁରେ ପ୍ରଭୁ ରାମଚନ୍ଦ୍ରଙ୍କର ବାଣୀ । ଏହି ସମୟରେ ପ୍ରଭୁ ରାମଚନ୍ଦ୍ରଙ୍କ କଥାକୁ ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି କୁନି ମହନ୍ତ ସୂରଜ ଦାଶ । ରାମଙ୍କ କଥା ପ୍ରଚାର କରୁଥିବା ଏହି କୁନି ମହନ୍ତ ଅଯୋଧ୍ୟାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ମାତ୍ର ୧୨ ବୟସରେ ସାଜିଛନ୍ତି ସେ ମହନ୍ତ ।

The post ପ୍ରାଣପ୍ରତିଷ୍ଠାକୁ ନେଇ ରାମମୟ ଅଯୋଧ୍ୟା ନଗରୀ: ପ୍ରଭୁ ରାମଚନ୍ଦ୍ରଙ୍କ କଥା ପ୍ରଚାର କରି ଚର୍ଚ୍ଚାରେ କୁନି ମହନ୍ତ ସୂରଜ ଦାଶ first appeared on Kanak News.

from Kanak News
via <a href="https://ifttt.com/?

ମିଜୋରାମରେ ଶରଣ ନେଇଛନ୍ତି ମ୍ୟାମାରର ୬୦୦ ପଳାତକ ସୈନିକ । ଚିନ୍ତା ବ୍ୟକ୍ତକଲେ ମିଜୋରାମ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ମ୍ୟାମାରରେ ଶକ୍ତିଶାଳୀ ବିଦ୍ରୋହୀ ବାହିନୀ ଏବଂ ଜୁଣ୍ଟା-ଶାସନ ମଧ୍ୟରେ ଚାଲିଥିବା ଲଢେଇ ମଧ୍ୟରେ ଶହ ଶହ ମିଆଁମାର ସେନା ଭାରତ ଆଡକୁ ପଳାଇଆସୁଛନ୍ତି । ଏହି ଘଟଣା ବାବଦରେ ମିଜୋରାମ ସରକାର କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଛନ୍ତି । ଏବଂ ପଡୋଶୀ ଦେଶର ସୈନ୍ୟ ମାନଙ୍କୁ ଶୀଘ୍ର ତାଙ୍କ ଦେଶକୁ ପଠାଇଦେବା ନେଇ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ସବୁଠାରୁ ଗୁତୁତ୍ୱପୂର୍ଣ୍ଣ କଥା ହେଉଛି କି ମ୍ୟାମାର ସେନାର ପ୍ରାୟ ୬୦୦ ସୈନ୍ୟ ଭାରତରେ ଅନୁପ୍ରବେଶ କରିଛନ୍ତି । ସେମାନେ ମିଜୋରାମର ଲାଙ୍ଗଟଲାଇ ଜିଲ୍ଲାରେ ଆଶ୍ରୟ ନେଇଛନ୍ତି ।

ସରକାରୀ ଦଲିଲ ଅନୁସାରେ ମିଆଁମାରର ପଶ୍ଚିମ ରାଜ୍ୟ ରକାଇନର ଏକ ଜାତୟ ସଶସ୍ତ୍ର ଗୋଷ୍ଠୀ ଆରାକାନ୍ ଆର୍ମିର ଶିବିରକୁ କବଜା କରିଛନ୍ତି । ସେ କହିଛନ୍ତି ଯେ ଆସାମ ରାଇଫଲ୍ସ କ୍ୟାମ୍ପରେ ସୈନ୍ୟ ମାନଙ୍କୁ ଆଶ୍ରୟ ଦିଆଯାଇଛି । ମିଜୋରାମ ଏହିଭଳି ପରିସ୍ଥିତି ଉପରେ ନଜର ରଖି ମୁଖ୍ୟନ୍ତ୍ରୀ ଲାଲଦୁହୋମା ଶିଲଙ୍ଗରେ ଅନୁଷ୍ଠିତ ଏକ୍ସ କାଉନସିଲ୍ ବୈଠକର ପୁରା ଅଧିବେଶନରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ଆଲୋଚନା କରିଥିଲେ । ସରକାର ଦଲିଲ ଅନୁସାରେ ମିଜୋରାମ ତରଫରୁ ମ୍ୟାମାରର ପଳାତକ ସୈନିକଙ୍କୁ ତୁରନ୍ତ ସେମାନଙ୍କ ଦେଶକୁ ପଠାଇଦେବା ଉପରେ ଜୋର ଦେଇଥିଲେ ।

ମିଜୋରାମର ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଅଧିବେଶନ ପରେ ସାମ୍ବାଦିକମାନଙ୍କୁ କହିଥିଲେ କି, ମ୍ୟାମାରର ସେନା ଶରଣ ନେବାକୁ ମ୍ୟାମାର ଛାଡି ମିଜୋରମ ଆସିଛନ୍ତି । ରାଜ୍ୟ ସରକାର ମାନବତା ଆଧାରରେ ସେମାନଙ୍କୁ ସହାୟତା କରୁଛି ।

The post ମିଜୋରାମରେ ଶରଣ ନେଇଛନ୍ତି ମ୍ୟାମାରର ୬୦୦ ପଳାତକ ସୈନିକ । ଚିନ୍ତା ବ୍ୟକ୍ତକଲେ ମିଜୋରାମ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ବାରମ୍ବାର ନୋଟିସ ପରେ ବି ଇଡିରେ ହଜାର ହେଲେନାହିଁ ହେମନ୍ତ ସୋରେନ । ଏବେ ହେମନ୍ତଙ୍କ ବାସଭବନରେ ପହଂଚି ଜେରା କରୁଛି ଇଡି

କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରୁଛି । କଥିତ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିବାକୁ ରାଞ୍ଚୀରେ ଥିବା ତାଙ୍କ ବାସଭବନରେ ପହଂଚି ଜେରା କରିଛି । ରାଞ୍ଚୀର ବରିଷ୍ଠ ପୋଲିସ ଅଧିକ୍ଷକ ଚନ୍ଦନ କୁମାର ସିହ୍ନାଙ୍କ କହିବା ମୁତାବକ ହେମନ୍ତଙ୍କ ବାସଭବନ ବାହାରେ ୧ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି ।

ଋାଞ୍ଚୀ ପ୍ରଶାସନ ତରଫରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି । ଇଡି ତରଫରୁ ଜାନୁଆରୀ ୧୩ ତାରିଖରେ ହେମନ୍ତ ସୋରେନଙ୍କୁ ଏକ ନୋଟିସ କରିଥିଲା । ଏଥିରେ କୁହାଯାଇଥିଲା କି, ଜାନୁଆରୀ ୧୬ ରୁ ୨୦ ତାରିଖ ମଧ୍ୟରେ ତାଙ୍କୁ ଜେରା କରିବାକୁ ଇଡି ଅଧିକାରୀମାନେ ବାସଭବନରେ ପହଂଚିବେ । ଏହାର ଜବାବରେ ସୋରେନ କହିଥିଲେ କି ୨୦ ତାରିଖରେ ତାଙ୍କ ବାସଭବନରେ ପହଂଚି ତାଙ୍କ ବୟାନ ରେକର୍ଡ କରିପାରିବେ ।

The post ବାରମ୍ବାର ନୋଟିସ ପରେ ବି ଇଡିରେ ହଜାର ହେଲେନାହିଁ ହେମନ୍ତ ସୋରେନ । ଏବେ ହେମନ୍ତଙ୍କ ବାସଭବନରେ ପହଂଚି ଜେରା କରୁଛି ଇଡି first appeared on Kanak News.

from Kanak News
via <a href="https://ifttt.com/?

ରାମଲାଲାଙ୍କ ଭାଇରାଲ ଫଟୋକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । କହିଲେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାର୍ବଜନୀନ ହୋଇପାରିବନି ପ୍ରତିମା

କନକ ବ୍ୟୁରୋ : ଶ୍ରୀରାମଲାଲାଙ୍କ ଫଟୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । ପଣ୍ଡିତ ସତ୍ୟେନ୍ଦ୍ର ଦାସ ଅଭିଯୋଗ କରି କହିଛନ୍ତି, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ରୀରାମଙ୍କ ଫଟୋ ସାର୍ବଜନୀନ ହେବା ଉଚିତ୍ ନୁହେଁ । ଯେଉଁ ଫଟୋଟି ଭାଇରାଲ ହେଉଛି ତାହା ରାମଲାଲାଙ୍କ ହୋଇ ନଥିବ । ଯଦି ଭାଇରାଲ ଫଟୋଟି ରାମଲାଲାଙ୍କର ତାହାଲେ କିଏ ଓ କେମିତି ଫଟୋ ଭାଇରାଲ କଲା ଏହାର ତଦନ୍ତ ହେବା ଜରୁରୀ । ବିଧି ଅନୁସାରେ ପ୍ରାଣପ୍ରତିଷ୍ଠା ପୂର୍ବରୁ କୌଣସି ପ୍ରତିମାଙ୍କ ମୁଖରୁ ପଟ୍ଟି ଉଠାଯାଏ ନାହିଁ । ଗର୍ଭଗୃହରେ ମଧ୍ୟ ଶ୍ରୀରାମଙ୍କ ମୁଖରେ ପଟ୍ଟି ରହିଛି । ଭାଇରାଲ ହେଉଥିବା ଫଟୋ ପୂର୍ବରୁ ନିଆଯାଇଛି ନଚେତ୍, ଶ୍ରୀରାମଲାଲାଙ୍କ ପ୍ରକୃତ ଫଟୋ ନୁହେଁ ବୋଲି କହିଛନ୍ତି ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ ସତୈନ୍ଦ୍ର ଦାସ । ଗତକାଲି ଠାରୁ ଶ୍ରୀରାମଲାଲାଙ୍କ ଅନେକ ଫଟୋ ସାମ୍ନାକୁ ଆସୁଛି । କିଛି ଫଟୋରେ ରାମଲାଲାଙ୍କ ମୁଖରେ ପଟ୍ଟି ପଡିଥିବାବେଳେ ଆଉ ଏକ ଫଟୋରେ ସମ୍ପୂର୍ଣ୍ଣ ଭଗବାନଙ୍କ ବାଳ ସ୍ୱରୂପକୁ ଦେଖି ହେଇଛି ।

The post ରାମଲାଲାଙ୍କ ଭାଇରାଲ ଫଟୋକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । କହିଲେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାର୍ବଜନୀନ ହୋଇପାରିବନି ପ୍ରତିମା first appeared on Kanak News.

from Kanak News
via <a href="https://ifttt.com/?

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଂକଜ ଚୈଧୁରୀ । ଋଣ ସଂପ୍ରସାରଣ ମେଳାର ଉଦଘାଟନ

କନକ ବ୍ୟୁରୋ : ଦୁଇ ଦିନିଆ ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧେର୍ମନ୍ଦ୍ର ପ୍ରଧାନ । ରୁଣ ସମ୍ପ୍ରସାରଣ ମେଳାରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ପ୍ରାୟ ୭୧ ହଜାର ଲୋକଙ୍କୁ ରୁଣ ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏମଏସଏମଇ, ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଅଭିବୃଦ୍ଧି ନେଇ କେନ୍ଦ୍ର ସରକାର ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସରକାରୀ ରୁଣର ପ୍ରାଧାନ୍ୟ ବିଷୟରେ ବଖାଣିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ । ଏଥିସହ ପିଏମ୍ ମୁଦ୍ରା, ପିଏମ୍ ସ୍ୱନିଧି, ପିଏମଇଜିପି, କେସିସି, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ଶିକ୍ଷା ଓ ଗୃହ ରୁଣ ସହି ବିଭିନ୍ନ ପ୍ରକାର ରୁଣ ଲୋକଙ୍କୁ ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧନ । ଏହାଦ୍ୱାରା କ୍ଷୁଦ୍ର ଉଦ୍ୟୋଗକୁ ମିଳିବ ବଡ ପ୍ରୋତ୍ସାହନ । ଏହି କାର୍ଯ୍ୟକ୍ରମ ପରେ ଧନକଉଡାରେ ଏନଏସଡିସି ପକ୍ଷରୁ ଆୟୋଜିତ କୌଶଳ ମହୋତ୍ସବକୁ ବି ଉଦ୍ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

The post ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଂକଜ ଚୈଧୁରୀ । ଋଣ ସଂପ୍ରସାରଣ ମେଳାର ଉଦଘାଟନ first appeared on Kanak News.

from Kanak News
via <a href="https://ifttt.com/?

୧୯ ବର୍ଷରୁ କମ୍ ବିଶ୍ୱକପରେ ଆଜିଠାରୁ ଭାରତର ଅଭିଯାନ । ପ୍ରଥମ ପ୍ରତିଦ୍ୱନ୍ଦୀ ବାଂଲାଦେଶ

କନକ ବ୍ୟୁରୋ : ୧୯ ବର୍ଷରୁ କମ୍ ବିଶ୍ୱକପରେ ଆଜିଠାରୁ ଭାରତର ଅଭିଯାନ ଆରମ୍ଭ ହେଉଛି । ନିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭେଟିବ ଭାରତୀୟ ଅଣ୍ଡର – ନାଇନଟିନ୍ କ୍ରିକେଟ୍ ଟିମ୍ । ବ୍ଲୋଏମଫଟେନଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ଗୋଟାଏ ୩୦ ମିନିଟରେ ଖେଳାଯିବ । ଏଥରର ବିଶ୍ୱକପ୍ ଦଳ ଉଦୟ ସରଣଙ୍କ ଅଧିନାୟକତ୍ୱରେ ଖେଳୁଛି । ଦଳରେ ମହାରାଷ୍ଟ୍ରର ଅଲରାଉଣ୍ଡର ଅର୍ଶିନ କୁଲକର୍ଣ୍ଣି, ୱିକେଟ୍ କିପର ଓ ବ୍ୟାଟର ଆରାଭଲି ଅଭିନାଶ , ବାମହାତୀ ସ୍ପିନର ତଥା ଉପ-ଅଧିନାୟକ ସାଉମିକୁମାର ପାଣ୍ଡେ ଆଦି ଖେଳାଳି ରହିଥିବାରୁ ଭାରତ ଏଥର ବିଶ୍ୱକପ୍ ପାଇଁ ଦାବିଦାର ବୋଲି ଆକଳନ କରାଯାଉଛି ।

ଅର୍ଶିନ ଓ ଅଭିନାଶ ପୂର୍ବରୁ ଆପିଏଲରେ ମଧ୍ୟ ଖେଳିସାରିଛନ୍ତି । ଏହି ବିଶ୍ୱକପ ଇତିହାସରେ ଭାରତ ସବୁଠାରୁ ସଫଳତମ ଦେଶ । ୨୦୦୦ ମସିହାରେ ମହମ୍ମଦ କୈଫଙ୍କ ଅଧିନରେ ଭାରତ ପ୍ରଥମଥର ଯୁବ ବିଶ୍ୱକପ୍ ବିଜେତା ହୋଇଥିଲା । ଏହାପରେ ବିରାଟ କୋହଲିଙ୍କ ନେତୃତ୍ୱରେ ୨୦୦୮ରେ, ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ୨୦୧୨ରେ, ପୃଥ୍ୱି ସ’ ଙ୍କ ନେତୃତ୍ୱରେ ୨୦୧୮ରେ ଏବଂ ୟଶ ଧୂଲଙ୍କ ଅଧିନାୟକତ୍ୱରେ ୨୦୨୨ରେ ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତି ସାରିଛି ।

The post ୧୯ ବର୍ଷରୁ କମ୍ ବିଶ୍ୱକପରେ ଆଜିଠାରୁ ଭାରତର ଅଭିଯାନ । ପ୍ରଥମ ପ୍ରତିଦ୍ୱନ୍ଦୀ ବାଂଲାଦେଶ first appeared on Kanak News.

from Kanak News
via <a href="https://ifttt.com/?

ଫେବୃଆରୀ ୧ରୁ କଂଗ୍ରେସର ବସ୍ ଯାତ୍ରା । ସମସ୍ତ ବରିଷ୍ଠ ନେତାଙ୍କୁ ବସରେ ନେଇ ସାରା ଓଡିଶା ବୁଲିବାର ରହିଛି କାର୍ଯ୍ୟକ୍ରମ

କନକ ବ୍ୟୁରୋ : ଫେବୃଆରୀ ୧ରୁ କଂଗ୍ରେସ ଆରମ୍ଭ କରିବ ବସ୍ ଯାତ୍ରା । ଆସନ୍ତା କାଲି ପରିବର୍ତେ ଫେବୃଆରୀ ୧ତାରିଖରୁ ବସ୍ ଯାତ୍ରା ଆରମ୍ଭ କରିବାକୁ ଦଳ ପକ୍ଷରୁ ନିଷ୍ପତି ହୋଇଛି । ଫେବୃଆରୀ ୧ ତାରିଖ ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ ହେବ ଏହି ବସ୍ ଯାତ୍ରା ।

ଏଥିରେ ରାଜ୍ୟ କଂଗ୍ରେସର ସମସ୍ତ ବରିଷ୍ଠ ନେତାଙ୍କୁ ବସରେ ନେଇ ସାରା ଓଡିଶା ବୁଲିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ନେତା ମାନେ କଂଗ୍ରେସ ଦଳର ମହାନଥା କଥା ଲୋକଙ୍କ ପାଖରେ ପହଁଚାଇବେ । ଦେଶ ସ୍ୱାଧିନ ହେବା ପଛରେ ପ୍ରମୁଖ ଭୂମିକା ତୁଲାଇଥିଲା କଂଗ୍ରେସ । ରାଜ୍ୟର ଉନ୍ନତି ପାଇଁ ଦଳ ଅନେକ କାମ କରିଛି । ଏବେ ପୁଣିଥରେ ଓଡିଶାର ଦଳ କ୍ଷମତାକୁ ଫେରିବ ବୋଲି ଆଶାବାଦୀ ଅଛନ୍ତି କଂଗ୍ରେସ ନେତା

The post ଫେବୃଆରୀ ୧ରୁ କଂଗ୍ରେସର ବସ୍ ଯାତ୍ରା । ସମସ୍ତ ବରିଷ୍ଠ ନେତାଙ୍କୁ ବସରେ ନେଇ ସାରା ଓଡିଶା ବୁଲିବାର ରହିଛି କାର୍ଯ୍ୟକ୍ରମ first appeared on Kanak News.

from Kanak News
via <a href="https://ifttt.com/?

ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଉପରେ ବିଜେପିର ଆଖି । ୨୪ ନିର୍ବାଚନରେ ଏସଏଚଜି ମହିଳାଙ୍କୁ ପଦ୍ମ ଦଳ ପ୍ରତି ଆକର୍ଷିତ କରିବାକୁ ଉଦ୍ୟମ

କନକ ବ୍ୟୁରୋ : ବିଜେଡି ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ବିଜେପିର ରଣନୀତି । ୨୦୨୪ ନିର୍ବାଚନରେ ବିଜେପି ଟାର୍ଗେଟରେ ଏସଏଚଜି ମହିଳା । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି ଶକ୍ତି ବନ୍ଦନ କର୍ମଶାଳା । ଏଥିରେ କେନ୍ଦ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନା ସାମିଲ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି । ଏସଏଚଜି ମହିଳାଙ୍କ ଭୋଟ୍ ବ୍ୟାଙ୍କ ନିଜ ସପକ୍ଷରେ ନେବା ପାଇଁ ପ୍ରସ୍ତୁତ ହେବ ବ୍ଲୁପ୍ରିଂଟ । ମହିଳାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା, ଏସ୍ଏଚ୍ଜି ମହିଳାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଭୂମିକା ଆଦି ପ୍ରସଙ୍ଗରେ ମହିଳାଙ୍କ ପାଖକୁ ଯିବ ବିଜେପି ।

The post ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଉପରେ ବିଜେପିର ଆଖି । ୨୪ ନିର୍ବାଚନରେ ଏସଏଚଜି ମହିଳାଙ୍କୁ ପଦ୍ମ ଦଳ ପ୍ରତି ଆକର୍ଷିତ କରିବାକୁ ଉଦ୍ୟମ first appeared on Kanak News.

from Kanak News
via <a href="https://ifttt.com/?

ଆଣ୍ଟିବାୟୋଟିକ୍ ଲେଖିବାବେଳେ ପ୍ରେସକ୍ରିପସନରେ କାରଣ ସ୍ପଷ୍ଟ କରିବେ ଡାକ୍ତର । ଡାକ୍ତରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ

କନକ ବ୍ୟୁରୋ : ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଲେଖିବାବେଳେ ଏଣିକି ପ୍ରେସକ୍ରିପସନରେ କାରଣ ସ୍ପଷ୍ଟ କରିବେ ଡାକ୍ତର । ମେଡିକାଲ କଲେଜ୍ ଓ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଡାକ୍ତରମାନେ ଆଂଟିବାୟୋଟିକ୍ ଲେଖିବା ସମୟରେ ଏହାର କାରଣ ଓ ଯଥାର୍ଥତା ମଧ୍ୟ ଉଲ୍ଲେଖ କରିବେ । ସମସ୍ତ ଡାକ୍ତରଖାନାରେ ଏହି ନିୟମ ପାଳନ କରିବା ଏବଂ ବାଧ୍ୟତାମୂଳକ ଅଭ୍ୟାସ କରିବାକୁ କହିଛି ମନ୍ତ୍ରାଳୟ ।

ଏଥିସହ ଦେଶର ସମସ୍ତ ଫାର୍ମାସିଶ୍ଟମାନଙ୍କୁ ଔଷଧ ଏବଂ କସମେଟିକ୍ସ ନିୟମର ଅନୁସୂଚୀ ଏଚ୍ ଏବଂ ଏଚ୍-୧କୁ କଡାକଡି ଭାବେ ପାଳନ କରିବା ଏବଂ ବିନା ପ୍ରେସକ୍ରିପସନରେ ଆଂଟିବାୟୋଟିକ୍ ବିକ୍ରି ବନ୍ଦ କରିବାକୁ କୁହାଯାଇଛି । କେବଳ ଜଣେ ଯୋଗ୍ୟ ଡାକ୍ତରଙ୍କ ପ୍ରେସକ୍ରିପସନରେ ଆଂଟିବାୟୋଟିକ୍ ବିକ୍ରି କରିବାକୁ କୁହାଯାଇଛି । ଔଷଧ ପ୍ରତିରୋଧୀ ଜୀବାଣୁପ ବିକାଶରେ ମୁଖ୍ୟ ପ୍ରୋତ୍ସାହକ ଆଂଟିମାଇକ୍ରୋବିୟଲ ବା ସୀକ୍ଷ୍ମଜୀବାଣୁରୋଧୀର ଅପବ୍ୟବହାର ଏବଂ ଅଧ୍ଚଳ ବ୍ୟବହାରକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆ ଯାଇଛି । ଆଂଟିବାୟୋଟିକର ସଠିକ୍ ପ୍ରୟୋଗ ଉପରେ ସରକାର ଏବେ ଗୁରୁତ୍ୱ ଦେବା ଆରମ୍ଭ କରିଦେଇଛନ୍ତି । ଏ ଦିଗରେ ଏବେ ଶକ୍ତ ଆଭିମୁଖ୍ୟ କେନ୍ଦ୍ର ସରକାର ଗ୍ରହଣ କରିଥିବା କହିଛନ୍ତି ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡାକ୍ତର ଅତୁଲ ଗୋୟଲ

The post ଆଣ୍ଟିବାୟୋଟିକ୍ ଲେଖିବାବେଳେ ପ୍ରେସକ୍ରିପସନରେ କାରଣ ସ୍ପଷ୍ଟ କରିବେ ଡାକ୍ତର । ଡାକ୍ତରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started