ବିଜାପୁର ବେଲମଗୁଟ୍ଟା ପାହାଡରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ପୋଲିସ ଗୁଳିରେ ୩ ମାଓବାଦୀ ନିହତ ।

କନକ ବ୍ୟୁରୋ : ଛତିଶଗଡ ବିଜାପୁର ଠାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ପୋଲିସ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତକ ମାଓବାଦୀଙ୍କ ମଧ୍ୟରେ ୨ ମହିଳା ରହିଛନ୍ତି । ଘଟଣାସ୍ଥଳରୁ ବନ୍ଧୁକ, ଔଷଧ, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି ।

ବିଜାପୁର ବାସାଗୁଡା ଥାନା ବେଲମଗୁଟ୍ଟା ପାହାଡରେ ବହୁ ମାଓବାଦୀ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା । ଯେଉଁ ସୂଚନା ଆଧାରରେ ଆରମ୍ଭ ହୋଇଥିଲା ଅପରେସନ । ପାହାଡ ଉପରେ ବେଶ କିଛି ସମୟ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ । ଶେଷରେ ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଛନ୍ତି । ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ବିଜାପୁର ପୋଲିସ ।

The post ବିଜାପୁର ବେଲମଗୁଟ୍ଟା ପାହାଡରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ପୋଲିସ ଗୁଳିରେ ୩ ମାଓବାଦୀ ନିହତ । first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟାରେ ପହଞ୍ଚିଲା ଦୁନିଆର ଦାମୀ ରାମାୟଣ ବହି । ବହିର ଦାମ ୧ ଲକ୍ଷ ୬୫ ହଜାର ଟଙ୍କା

କନକ ବ୍ୟୁରୋ : ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମୟର ଅବଗଣନା ଶେଷ ହୋଇ ଆସୁଛି । ଏହାରି ଭିତରେ ଅଯୋଧ୍ୟାରେ ଏଭଳି କିଛି ଜିନିଷ ଦେଖିବାକୁ ମିଳୁଛି ଯାହା ସମସ୍ତଙ୍କୁ ଆକର୍ଷିତ କରୁଛି । ଦୁନିଆର ସବୁଠୁ ଦାମୀ ରାମାୟଣ ବହି ଅଯୋଧ୍ୟାରେ ଆସି ପଂହଚିଛି ।

ଏହି ରାମାୟଣ ବହିର ଦାମ ୧ ଲକ୍ଷ ୬୫ ହଜାର ଟଂକା । ଏହି ବହିକୁ ଆଣିଛନ୍ତି ବିକ୍ରେତା ମନୋଜ ସତୀ । ଏହି ରାମାୟଣ ବହିର ଡିଜାଇନ ମଧ୍ୟ ନିଆରା । ବହିଟି ଯେଉଁ ବାକ୍ସ ଭିତରେ ରହିବ ତାହା ଆମେରିକାର ଅଖରୋଟ କାଠରେ ତିଆରି । ସେହିପରି ଜାପାନର ଜୈବିକ କାଳିରେ ବହିକୁ ଲେଖା ହୋଇଛି । ଲେଖିବାକୁ ଯେଉଁ କାଗଜ ତିଆରି ହୋଇଛି ତାହା ଫ୍ରାନ୍ସରେ ପ୍ରସ୍ତୁତ । ଏହି କାଗଜ ସଂପୂର୍ଣ୍ଣ ଭାବେ ଏସିଡ ମୁକ୍ତ ରହିଛି । ଏହି କାଗଜ ସ୍ୱତନ୍ତ୍ର ଭାବରେ ଏହି ବହି ପାଇଁ ତିଆରି ହୋଇଛି । ଏହା ବଜାରରେ ଉପଲବ୍ଧ ନାହିଁ । ଏହି ରାମାୟଣ ବହିର ପ୍ରତ୍ୟେକ ପୃଷ୍ଠାକୁ ଭିନ୍ନ ଭିନ୍ନ ଡିଜାଇନ ଦିଆଯାଇଛି । ଯାହାଦ୍ୱାରା ପାଠକମାନେ ଏକ ସ୍ୱତନ୍ତ୍ର ଓ ଦିବ୍ୟ ଅନୁଭୂତି ପାଇପାରିବେ ।

The post ଅଯୋଧ୍ୟାରେ ପହଞ୍ଚିଲା ଦୁନିଆର ଦାମୀ ରାମାୟଣ ବହି । ବହିର ଦାମ ୧ ଲକ୍ଷ ୬୫ ହଜାର ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୨୯ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି । ଦଳୀୟ କର୍ମୀ ଓ ନେତାଙ୍କୁ ନିର୍ବାଚନୀ ମନ୍ତ୍ର ଦେବେ ମଲ୍ଲିକାର୍ଜୁନେ ଖଡଗେ ।

କନକ ବ୍ୟୁରୋ : ଆସନ୍ତା ଜାନୁଆରୀ ୨୯ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ । ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଖଡଗେଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃ୍ଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । କଂଗ୍ରେସ ସଭାପତି ହେବା ପରେ ଏହା ଖଡଗେଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସଙ୍ଗଠନକୁ ମଜବୁତ କରିବାକୁ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେବେ ଖଡଗେ ।
ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ୨୯ ତାରିଖରେ ଏକ ଜନସଭାକୁ ସମ୍ବୋଧିତ କରିବେ ଖଡ୍ଗେ । କାର୍ଯ୍ୟକ୍ରମରେ ଓଡିଶାର ବୁଥ୍ କମିଟି, ଜିଲ୍ଲା ସଭାପତି, ବ୍ଲକ୍ ସଭାପତିଙ୍କ ସହ ୫୦ ହଜାର ଲୋକ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ବିଜେଡି ଓ ବିଜେପିର ଦୁର୍ନିତୀ, ନିର୍ବାଚନ ସମୟରେ ଅର୍ଥ ଓ ବାହୁବଳର ପ୍ରତିହତ ପାଇଁ ନେତା ଓ କର୍ମୀଙ୍କୁ ଉପଦେଶ ଦେବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି । ଏହାକୁ ନେଇ ଜାତୀୟ ନେତା ଓଡିଶା ମୁହାଁ ହେଲେଣି । ଆଗାମୀ ଦିନରେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଦେଇ ଯିବେ ସାଂସଦ ରାହୁଲ ଗାନ୍ଧୀ ।

The post ଜାନୁଆରୀ ୨୯ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି । ଦଳୀୟ କର୍ମୀ ଓ ନେତାଙ୍କୁ ନିର୍ବାଚନୀ ମନ୍ତ୍ର ଦେବେ ମଲ୍ଲିକାର୍ଜୁନେ ଖଡଗେ । first appeared on Kanak News.

from Kanak News
via <a href="https://ifttt.com/?

ଦିନକ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆଜି ଗର୍ଭଗୃହରେ ହେବ ଶୁଦ୍ଧିକରଣ

କନକ ବ୍ୟୁରୋ : ଦିନକ ପରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ଶେଷ ପର୍ଯ୍ୟାୟରେ ସବୁ ପ୍ରସ୍ତୁତି । ଏବେଠାରୁ ରାମମୟ ହୋଇଗଲାଣି ଅଯୋଧ୍ୟା ନଗରୀ । ଭଜନ-କୀର୍ତନରେ ଭକ୍ତିମୟ ହୋଇଛି ସାରା ପରିବେଶ । ପ୍ରାଣ ପ୍ରତିଷ୍ଠାର ମୁହୂର୍ତ ଯେତେ ପାଖଉଛି, ଭକ୍ତ ସେତେ ବିଭୋର ହୋଇ ପଡ଼ୁଛନ୍ତି । ଦେଶ ବିଦେଶରୁ ଆସୁଛି ଶ୍ରୀରାମଙ୍କ ପାଇଁ ସ୍ୱତନ୍ତ୍ର ଉପହାର ।

ସେପଟେ ଆଜି ଗର୍ଭଗୃହର ଶୁଦ୍ଧିକରଣ କରାଯିବ । ଗୁରୁବାର ଠାରୁ ଆରମ୍ଭ ହୋଇଥିବା କର୍ମକାଣ୍ଡର ସବୁ ପୂଜା ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନ ଜାରି ରହିବ । ୨୨ ତାରିଖ ଅପରାହ୍ଣ ୧୨ଟା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ଶେଷ ହେବ । ୨୨ ତାରିଖ ପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଭାବେ ଗୁରୁତ୍ୱ ଦେଇଛନ୍ତି ଯୋଗୀ ସରକାର । ସେହିଦିନ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।

The post ଦିନକ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆଜି ଗର୍ଭଗୃହରେ ହେବ ଶୁଦ୍ଧିକରଣ first appeared on Kanak News.

from Kanak News
via <a href="https://ifttt.com/?

ମୋଦୀଙ୍କ ୧୧ ଦିନର ବ୍ରତ । ନିଜକୁ ଶୁଦ୍ଧ ରଖିବା ପାଇଁ ବ୍ରତ କରୁଛନ୍ତି ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ଦିନର ବ୍ରତ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜକୁ ଶୁଦ୍ଧ ରଖିବା ପାଇଁ ଏହି ବ୍ରତ କରୁଛନ୍ତି । ଏହି ସମୟରେ ବେଶ କଠୋର ନିୟମ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏକ ବକ୍ତ ସାତ୍ୱିକ ଭୋଜନ ଏବଂ ନଡିଆ ପାଣି ପିଇ ବ୍ରତ ପାଳନ କରୁଛନ୍ତି ।

କେବଳ ସେତିକି ନୁହେଁ ତଳେ କମ୍ବଳ ପାରି ଶୋଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ମୁଖ୍ୟ ଯଜମାନ ଦାୟିତ୍ୱ ନିର୍ବାହ କରିବେ ମୋଦୀ । ଯାହା ପାଇଁ ନିଜକୁ ଶୁଦ୍ଧ କରିବାକୁ କଠିନ ବ୍ରତ ପାଳନ କରୁଛନ୍ତି ମୋଦୀ । ବ୍ରତ ପାଳନ ସହ ଦେଶର ବିଭିନ୍ନ ମନ୍ଦିର ଗସ୍ତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ତାମିଲନାଡୁର ତିରୁଚିରାପଲ୍ଲି ଓ ରଙ୍ଗନାଥ ସ୍ୱାମୀ ମନ୍ଦିର ଗସ୍ତ କରୁଛନ୍ତି ମୋଦୀ ।

ମୋଦୀଙ୍କ ୧୧ ଦିନର ବ୍ରତ

– ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ରତ
– ୧୧ଦିନର କଠିନ ବ୍ରତ ପାଳନ କରୁଛନ୍ତି ମୋଦୀ
– ସାତ୍ୱିକ ଆହର ଖାଉଛନ୍ତି
– କେବଳ ଫଳମୂଳ ଆହାର କରୁଛନ୍ତି
– ଖଟରେ ନ ଶୋଇ ତଳେ କମ୍ବଳ ପାରି ଶୋଉଛନ୍ତି
– ଦେଶର ବିଭିନ୍ନ ମନ୍ଦିର ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ
– ୧୨ ତାରିଖରେ ବ୍ରତ ବିଷୟରେ ପୋଷ୍ଟ କରିଥିଲେ ମୋଦୀ
– ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଯଜମାନ ହେବେ ପ୍ରଧାନମନ୍ତ୍ରୀ
– ନିଜକୁ ଶୁଦ୍ଧ କରିବା ପାଇଁ ପାଳୁଛନ୍ତି ଏହି ବ୍ରତ

The post ମୋଦୀଙ୍କ ୧୧ ଦିନର ବ୍ରତ । ନିଜକୁ ଶୁଦ୍ଧ ରଖିବା ପାଇଁ ବ୍ରତ କରୁଛନ୍ତି ପ୍ରଧାନମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ତୃତୀୟ ବିବାହ କଲେ କ୍ରିକେଟର ଶୋଏବ୍ ମଲିକ୍ । ଏହି ଅଭିନେତ୍ରୀଙ୍କୁ କଲେ ଜୀବନସାଥୀ । ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେବା ଚର୍ଚ୍ଚା ଭିତରେ ଆସିଛି ଏହି ଖବର ।

କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ୍ ତଥା ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ୍ ମଲିକ୍ ତୃତୀୟ ବିବାହ କରିଥିବା ଜଣାପଡିଛି । ଏହି ବିବାହ ଏଭଳି ସମୟରେ ହୋଇଛି ଯେତେବେଳେ ସାନିଆଙ୍କ ସହ ତାଙ୍କର ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି । ଦ୍ୱିତୀୟ ବିବାହ କରି ଶୋଏବ୍ ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ନିଜ ଜୀବନ ସାଥୀ କରିଛନ୍ତି ।

ବୁଧବାର ସାନିଆ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ କରିଥିଲେ ଯାହାକୁ ନେଇ ଶୋଏବଙ୍କ ସହ ତାଙ୍କର ଛାଡପତ୍ର ଖବର ଜୋର ଧରିଥିଲା । ସାନିଆ ପୋଷ୍ଟରେ ଲେଖିଥିଲେ ଯେ, ‘ବିବାହ କଷ୍ଟକର, ତଲାକ୍ (ଛାଡପତ୍ର) ବି କଷ୍ଟକର । ….. ଜୀବନ କେବେବି ସହଜ ନୁହେଁ । ଏହା ସବୁବେଳେ କଷ୍ଟକର ରହିବ । କିନ୍ତୁ ଆମକୁ ସବୁବେଳେ ଚେଷ୍ଟା କରି ବଞ୍ଚିବାକୁ ହବ । ତେଣୁ ବୁଦ୍ଧିମାନ ହୋଇ ଜୀବନରେ ସଠିକକୁ ବାଛନ୍ତୁ’ ।

ଶୋଏବ୍ ପ୍ରଥମେ ୨୦୦୨ରେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ । ତାଙ୍କୁ ଛାଡପତ୍ର ଦେବା ପରେ ୨୦୧୦ରେ ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ । ଏବେ ତାଙ୍କ ସହ ଛାଡପତ୍ର ଖବର ନିଶ୍ଚିତ ହେବା ପୂର୍ବରୁ ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ତୃତୀୟ ବିବାହ କରିଛନ୍ତି ।

The post ତୃତୀୟ ବିବାହ କଲେ କ୍ରିକେଟର ଶୋଏବ୍ ମଲିକ୍ । ଏହି ଅଭିନେତ୍ରୀଙ୍କୁ କଲେ ଜୀବନସାଥୀ । ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେବା ଚର୍ଚ୍ଚା ଭିତରେ ଆସିଛି ଏହି ଖବର । first appeared on Kanak News.

from Kanak News
via <a href="https://ifttt.com/?

‘ମୁଁ ଅଯୋଧ୍ୟା ନିଶ୍ଚୟ ଯିବି । ଯଦି କୌଣସି ଦଳର କିଛି ସମସ୍ୟା ଥାଏ…’ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଏଭଳି କହିଲେ ହରଭଜନ ।

କନକ ବ୍ୟୁରୋ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବିରୋଧୀ ଏକ ପ୍ରକାର ଆସୁନାହାନ୍ତି । ଏହା ବିଜେପି ଏବଂ ଆରଏସଏସର କାର୍ଯ୍ୟକ୍ରମ ବୋଲି କଂଗ୍ରେସ କହିଛି । ସେହିପରି ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ଭବ୍ୟ ଉତ୍ସବରେ ଯୋଗ ଦେଉନି । ହେଲେ ଦଳର ରାଜ୍ୟସଭା ସାଂସଦ ହରଭଜନ ସିଂହ କିନ୍ତୁ ଭିନ୍ନ ମତ ରଖିଛନ୍ତି । ପଞ୍ଜାବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କ୍ରିକେଟରରୁ ନେତା ହୋଇଥିବା ହରଭଜନ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି, ସେ ସବୁ ଧର୍ମକୁ ସମ୍ମାନ ଦିଅନ୍ତି । ଶ୍ରୀରାମଙ୍କ ପାଖରେ ରାଜନୀତିର ସ୍ଥାନ ନାହିଁ ଓ ଦଳର ଅନୁମତି ନଥିଲେ ବି ବ୍ୟକ୍ତିଗତ ଭାବେ ସେ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ଅଯୋଧ୍ୟା ଆସିବେ ବୋଲି କହିଛନ୍ତି ।

The post ‘ମୁଁ ଅଯୋଧ୍ୟା ନିଶ୍ଚୟ ଯିବି । ଯଦି କୌଣସି ଦଳର କିଛି ସମସ୍ୟା ଥାଏ…’ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଏଭଳି କହିଲେ ହରଭଜନ । first appeared on Kanak News.

from Kanak News
via <a href="https://ifttt.com/?

ଦିନକ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଅଯୋଧ୍ୟାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ।

କନକ ବ୍ୟୁରୋ: ଦିନକ ପରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ଶେଷ ପର୍ଯ୍ୟାୟରେ ସବୁ ପ୍ରସ୍ତୁତି । ଏବେ ଠାରୁ ରାମମୟ ହୋଇଗଲାଣି ଅଯୋଧ୍ୟା ନଗରୀ । ଭଜନ-କୀର୍ତନରେ ଭକ୍ତିମୟ ହୋଇଛି ସାରା ପରିବେଶ । ପ୍ରାଣ ପ୍ରତିଷ୍ଠାର ମୁହୂର୍ତ୍ତ ଯେତେ ପାଖଉଛି, ଭକ୍ତ ସେତେ ବିଭୋର ହୋଇ ପଡ଼ୁଛନ୍ତି । ଦେଶ ବିଦେଶରୁ ଆସୁଛି ଶ୍ରୀରାମଙ୍କ ପାଇଁ ସ୍ୱତନ୍ତ୍ର ଉପହାର । ସେପଟେ ଆଜି ଗର୍ଭଗୃହର ଶୁଦ୍ଧିକରଣ କରାଯିବ । ଗୁରୁବାର ଠାରୁ ଆରମ୍ଭ ହୋଇଥିବା କର୍ମକାଣ୍ଡର ସବୁ ପୂଜା ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନ ଜାରି ରହିବ ।

୨୨ ତାରିଖ ଅପରାହ୍ନ ୧୨ଟା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହୋଇ ଅପରାହ୍ନ ଗୋଟାଏରେ ଶେଷ ହେବ । ୨୨ ତାରିଖ ପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଭାବେ ଗୁରୁତ୍ୱ ଦେଇଛନ୍ତି ଯୋଗୀ ସରକାର । ସେହିଦିନ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।

The post ଦିନକ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଅଯୋଧ୍ୟାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠାରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ ଟିମ୍ ,ସାତପଡା ଡିଜିଜନରେ ୮ ଟି ଟିମ୍ ଡଲଫିନ ଗଣନାରେ ନିୟୋଜିତ ।

କନକ ବ୍ୟୁରୋ: କେନ୍ଦ୍ରପଡା ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ଏହି ଗଣନା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର, ଭିତରକନିକା କ୍ରିକ୍ ଓ ନଗୀରେ ଏହି ଗଣନା ହେବ । ବନବିଭାଗର ୯ଟି ଟିମ୍ ଏହି ଗଣନାରେ ନିୟୋଜିତ ହୋଇଛନ୍ତି । ୨୦୧୫ ମସିହାରୁ ଭିତରକନିକାରେ ଡଲଫିନ୍ ଗଣନା କରାଯାଉଛି ।

The post ଆଜିଠାରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ ଟିମ୍ ,ସାତପଡା ଡିଜିଜନରେ ୮ ଟି ଟିମ୍ ଡଲଫିନ ଗଣନାରେ ନିୟୋଜିତ । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଗୁଡି ସୂତା ହେଲା କାଳ । ଗୁଡି ସୂତା ଲାଗି ଜଣେ ବ୍ୟକ୍ତିଙ୍କ କଟିଗଲା ବେକ । କଟକ କାଠଯୋଡି ବ୍ରିଜ ଉପରେ ଅଘଟଣ ।

କନକ ବ୍ୟୁରୋ: ପୁଣି ଗୁଡି ସୂତା ହେଲା କାଳ । ଗୁଡି ସୂତା ଲାଗିବାରୁ ବେକ କଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଛି । କଟକ କାଠଯୋଡି ବ୍ରିଜ ଉପରେ ଘଟିଛି ଏହି ଘଟଣା । ଆହତ ହୋଇଥିବା ବ୍ୟକ୍ତି ଅକ୍ଷୟ ମହାପାତ୍ର । ସେ କଟକରୁ ଭୁବନେଶ୍ୱର ଆସୁଥିଲେ । ଏହି ସମୟରେ କାଠଯୋଡି ବ୍ରିଜ ଉପରେ ବେକରେ ଛନ୍ଦି ହୋଇଯାଇଥିଲା ଗୁଡି ସୂତା । ପ୍ରବଳ ରକ୍ତ ସ୍ରାବ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏବେ ସେ ସୁସ୍ଥ ଅଛନ୍ତି ।

କଟକରେ ଗୁଡି ସୂତା ଲାଗି ଆହତ ହେବା ଘଟଣା ବଢି ଚାଲିଛି । ଗତକିଛି ଦିନ ଭିତରେ କେବଳ ଗୁଡି ସୂତା ଲାଗି ୪ରୁ ଅଧିକ ଆହତ ହେଲେଣି । ପୂର୍ବରୁ ଗୁଡି ସୂତା କଟକରେ ଜୀବନ ବି ନେଇଛି । ମାଂଜା ଓ ଚାଇନା ସୂତା ନିଷିଦ୍ଧ କରାଯାଇଥିଲେ ବି ଲୋକେ ଏହାକୁ ମାନୁ ନାହାନ୍ତି । କିଛି ଲୋକଙ୍କ ମଜା ପାଇଁ ସାଧାରଣ ଲୋକଙ୍କ ଜୀବନ ବିପନ୍ନ ହେଉଛି ।

The post ପୁଣି ଗୁଡି ସୂତା ହେଲା କାଳ । ଗୁଡି ସୂତା ଲାଗି ଜଣେ ବ୍ୟକ୍ତିଙ୍କ କଟିଗଲା ବେକ । କଟକ କାଠଯୋଡି ବ୍ରିଜ ଉପରେ ଅଘଟଣ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started