କୋବି ଚାଷୀଙ୍କ ଦୁଃଖ । ଏଥର ଗଞ୍ଜାମ ଜିଲ୍ଲାରେ ହୋଇଛି ଭଲ ଫୁଲକୋବି ଚାଷ ହେଲେ କିଲୋ ପିଛା ମାତ୍ର ୨ ଟଙ୍କା । ଖର୍ଚ୍ଚ ଦର ବି ମିଳୁନି ।

କନକ ବ୍ୟୁରୋ: ଶୀତ ଋତୁ, ଫୁଲକୋବି ଅମଳର ସମୟ । ଏବେ ବଜାରରେ ଫୁଲ କୋବି ୨୦ ଟଙ୍କାରେ ବିକ୍ରି ହେଉଛି । ହେଲେ ଏଥର ଗଞ୍ଜାମ ଜିଲ୍ଲାରେ ପ୍ରଚୁର ଫୁଲକୋବି ହୋଇଛି । ସ୍ଥିତି ଏମିତି ହୋଇଛି ଯେ, କିଲୋ ପିଛା ମାତ୍ର ୨ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ବେପାରୀମାନେ କିଲୋପ୍ରତି ୨ଟଙ୍କାରେ କୋବି କିଣି ନେଉଛନ୍ତି । କ୍ଷେତରେ ସତେଜ ଫୁଲକୋବି ସଢୁଥିବା ବେଳେ ତାକୁ କାଟି ବିକ୍ରି କରିବା ପାଇଁ ମଧ୍ୟ ଚାଷୀ ପାଖରେ ସମ୍ବଳ ନାହିଁ । ଫୁଲକୋବି ଦର ଠାରୁ କାଟିବା ଦର ଅଧିକ ହୋଇଯାଇଥିବାରୁ ବହୁ ଚାଷୀ ଏବେ ହତାଶ । କିଛି ଦିନ ତଳେ ଚାଷୀ କିଲୋ ପ୍ରତି ୧୦ ଟଙ୍କାରେ ବିକ୍ରି କରୁଥିଲେ । ଏବେ ୨ ଟଙ୍କାରେ ମଧ୍ୟ ନେବା ପାଇଁ ବେପାରୀ ଅମଙ୍ଗ ହେଉଥିବା କହିଛନ୍ତି ଚାଷୀ ।

The post କୋବି ଚାଷୀଙ୍କ ଦୁଃଖ । ଏଥର ଗଞ୍ଜାମ ଜିଲ୍ଲାରେ ହୋଇଛି ଭଲ ଫୁଲକୋବି ଚାଷ ହେଲେ କିଲୋ ପିଛା ମାତ୍ର ୨ ଟଙ୍କା । ଖର୍ଚ୍ଚ ଦର ବି ମିଳୁନି । first appeared on Kanak News.

from Kanak News
via <a href="https://ifttt.com/?

ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ । ୮୩ ବର୍ଷ ବୟସରେ କଟକ ସଡିଏରେ ବାସଭବନରେ ବୁଜିଲେ ଆଖି ।

କନକ ବ୍ୟୁରୋ: ପରଲୋକରେ ପୂର୍ବତନ ସାଂସଦ ତଥା ପୂର୍ବତନ ପୋଲିିସ ଅଧିକାରୀ ଅନାଦି ସାହୁ । କଟକ ସଡିଏ ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି । ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବ୍ରହ୍ମପୁରରୁ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପୋଲିସ ଚାକିରି ବେଳେ ସେ ଅନେକ ମେଡାଲ ମଧ୍ୟ ପାଇଥିଲେ । ଅନାଦି ଚରଣ ସାହୁଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

The post ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ । ୮୩ ବର୍ଷ ବୟସରେ କଟକ ସଡିଏରେ ବାସଭବନରେ ବୁଜିଲେ ଆଖି । first appeared on Kanak News.

from Kanak News
via <a href="https://ifttt.com/?

କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଠିକଣାରେ ଏବେ ବି ଚାଲିଛି ରେଡ୍ । ରାଉରକେଲାରୁ ନଗଦ ୩ କୋଟି ଟଙ୍କା ଓ କେଜିଏ ସୁନା ଜବତ ।

କନକ ବ୍ୟୁରୋ: କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଠିକଣାରେ ଏବେ ବି ଚାଲିଛି ଆୟକର ବିଭାଗର ରେଡ୍ । ରାଉରକେଲାରୁ ନଗଦ ୩ କୋଟି ଟଙ୍କା ଓ କେଜିଏ ସୁନା ଜବତ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଓଡିଶା, ଛତିଶଗଡ ସମେତ ମୋଟ୍ ୧୦ଟି ଠିକଣାରେ ଏହି ରେଡ୍ ଚାଲିଛି । ଓଡିଶାରେ ରାଉରକେଲା, ସୁନ୍ଦରଗଡ, ବିଲେଇ ମୁଣ୍ଡା, ରାଏଗଡର ୭ଟି ସ୍ଥାନରୁ ବ୍ୟବସାୟୀଙ୍କର ବହୁମୂଲ୍ୟବାନ କାଗଜପତ୍ର ଜବତ ହୋଇଛି । ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଫୋର୍ସ ସାମିଲ ହୋଇଛନ୍ତି ।

ଘନଶ୍ୟାମଙ୍କ ଓଡ଼ିଶା, ଛତିଶଗଡ଼, ମୁମ୍ବାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା ବ୍ୟବସାୟ ଓ ହୋଟେଲ ରହିଛି । ଏହାସହ ଘନଶ୍ୟାମଙ୍କ ଗୋପାଳପୁରରେ ଥିବା ଦୁଇମହଲା କୋଠା ଓ ଅଫିସ, ବିଲେଇମୁଣ୍ଡାର ଅଫିସ, ଘର, ସୋ’ରୁମ, ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରିରେ ମଧ୍ୟ ଚଢ଼ାଉ କରିଛି ଆୟକର ବିଭାଗ । ସେହିପରି ଘନଶ୍ୟାମଙ୍କ ଏମସିଏଲରେ ଥିବା କୋଇଲା ପରିବହନ ସାଇଟ୍, ଛତିଶଗଡ଼ ରାଏଗଡ଼ରେ ଥିବା ଆଇରନ, ଷ୍ଟିଲ ଓ ପାୱାର ପ୍ଲାଂଟ ଫ୍ୟାକ୍ଟ୍ରି ଓ ଘର, ରାୟପୁରରେ ଥିବା ଘର, ଅଫିସ ଏବଂ ବିଳାସପୁରରେ ଥିବା ହୋଟେଲରେ ମଧ୍ୟ ଚଢ଼ାଉ ହୋଇଛି । ତେବେ ଚଢ଼ାଉ ବେଳେ କିଛି କର୍ମଚାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

The post କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଠିକଣାରେ ଏବେ ବି ଚାଲିଛି ରେଡ୍ । ରାଉରକେଲାରୁ ନଗଦ ୩ କୋଟି ଟଙ୍କା ଓ କେଜିଏ ସୁନା ଜବତ । first appeared on Kanak News.

from Kanak News
via <a href="https://ifttt.com/?

ସଫଳ ହେଲା ଜାପାନର ମୁନ୍ ମିଶନ୍ । ପଞ୍ଚମ ଦେଶ ଭାବେ ଚନ୍ଦ୍ରରେ ଓହ୍ଲାଇଲା ଜାପାନ ।

କନକ ବ୍ୟୁରୋ: ମହାକାଶରେ ଜାପାନ ରଚିଲା ଇତିହାସ । ୫ମ ଦେଶ ଭାବେ ଜହ୍ମରେ ଅବତରଣ କଲା ଜାପାନ । ଏହାପୂର୍ବରୁ ଆମେରିକା, ଋଷ, ଚୀନ୍ ଏବଂ ଭାରତ ଜହ୍ନରେ ଅବତରଣ କରିସାରିଛନ୍ତି । ଜାପାନର ମୁନ୍-ସ୍ନାଇପର ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରିବାରେ ୫ମ ଦେଶ ସଫଳ ଅବତରଣ କରିଛି । ପ୍ରଥମ ପ୍ରୟାସରେ ଅବତରଣ କରିବାରେ ସଫଳ ହୋଇଛି ଜାପାନ । ଜାପାନର ସ୍ଥାନୀୟ ସମୟ ଅନୁଯାୟୀ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନ ରାତି ପ୍ରାୟ ୧୨ଟା ୨୦ମିନିଟ୍ ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା । ଜାପାନର ଏହି ଅଭିଯାନକୁ ମୁନ୍ ସ୍ନାଇପର କୁହାଯାଉଛି ।

ଏହି ମହାକାଶଯାନରେ କୌଣସି ମହାକାଶଚାରୀ ନଥିଲେ । ୦୬ ସେପ୍େଟମ୍ବର ୨୦୨୩ରେ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନ ଲଂଚ ହୋଇଥିଲା । ଡିସେମ୍ବର ୨୫ରେ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ଜାପାନ ମଧ୍ୟ ଗତବର୍ଷ ଚନ୍ଦ୍ରକୁ ଏକ ଲ୍ୟାଣ୍ଡର ପଠାଇଥିଲା । କିନ୍ତୁ ତାଙ୍କୁ ସଫଳତା ମିଳିନଥିଲା ।

ଗତବର୍ଷ ଭାରତ ଚନ୍ଦ୍ରରେ ପହଞ୍ଚି ଇତିହାସ ରଚିଥିଲା । ଚନ୍ଦ୍ରରେ ପହଞ୍ଚିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇଛି । ସେହିପରି ଗତବର୍ଷ ରୁଷିଆ ମଧ୍ୟ ଚନ୍ଦ୍ରରେ ପହଞ୍ଚିବାକୁ ଚେଷ୍ଟା କରିଥିଲା କିନ୍ତୁ ଏଥିରେ ବିଫଳ ହୋଇଥିଲା ।

The post ସଫଳ ହେଲା ଜାପାନର ମୁନ୍ ମିଶନ୍ । ପଞ୍ଚମ ଦେଶ ଭାବେ ଚନ୍ଦ୍ରରେ ଓହ୍ଲାଇଲା ଜାପାନ । first appeared on Kanak News.

from Kanak News
via <a href="https://ifttt.com/?

ସାମ୍ନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ନୂଆ ଫଟୋ । ବସ୍ତ୍ର, ଅଳଙ୍କାରରେ ସଜେଇ ହୋଇଛନ୍ତି ରାମଲାଲା । ଆଜି ଗର୍ଭଗୃହରେ ହେବ ଶୁଦ୍ଧିକରଣ ।

କନକ ବ୍ୟୁରୋ: ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ମଝିରେ ଆଉ ଗୋଟିଏ ଦିନର ଅପେକ୍ଷା । ଏହା ପରେ ସମସ୍ତଙ୍କୁ ଦେଖାଦେବେ ପ୍ରଭୁ ରାମଲାଲା । ପ୍ରାଣ ପ୍ରତିଷ୍ଠାର ମୁହୂର୍ତ ଯେତେ ପାଖଉଛି, ଭକ୍ତ ସେତେ ବିଭୋର ହୋଇ ପଡ଼ୁଛନ୍ତି ।

ଏବେ ରାମଲାଲାଙ୍କ ପ୍ରତିମାର ଆଉ ଏକ ଫଟୋ ସାମ୍ନାକୁ ଆସିଛି । ବସ୍ତ୍ର ଓ ଅଳଙ୍କାର ପିନ୍ଧି ଅତି ସୁନ୍ଦର ଦିଶୁଛନ୍ତି ଭଗବାନ ଶ୍ରୀରାମ । ଡାହାଣ ହାତରେ ଆଶୀର୍ବାଦ ଦେଉଛନ୍ତି ଓ ବାମ ହାତରେ ଧରିଛନ୍ତି ଧନୁତୀର । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ ରାମଙ୍କ ମୂର୍ତିର ଆଖିରେ ହଳଦିଆ ରଙ୍ଗର କପଡ଼ାରେ ଢଙ୍କାଯାଇଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଶ୍ରୀରାମଙ୍କ ପୂର୍ଣ୍ଣାବୟବ ଫଟୋ ସାମ୍ନାକୁ ଆସିଥିଲା । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆଜି ଗର୍ଭଗୃହର ଶୁଦ୍ଧିକରଣ କରାଯିବ । ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନ ଜାରି ରହିବ । ୨୨ ତାରିଖ ଅପରାହ୍ଣ ୧୨ଟା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ଶେଷ ହେବ ।

The post ସାମ୍ନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ନୂଆ ଫଟୋ । ବସ୍ତ୍ର, ଅଳଙ୍କାରରେ ସଜେଇ ହୋଇଛନ୍ତି ରାମଲାଲା । ଆଜି ଗର୍ଭଗୃହରେ ହେବ ଶୁଦ୍ଧିକରଣ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଶାମ୍ବ ଦଶମୀ । ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ହଜାର ହଜାର ଲୋକଙ୍କ ଭିଡ । ଗାଁଠୁ ସହର ସବୁଠି ହେଉଛି ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା ।

କନକ ବ୍ୟୁରୋ: ଶାମ୍ବ ଦଶମୀରେ ଅର୍କକ୍ଷେତ୍ର କୋଣାର୍କରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି । ଚଳଚଞ୍ଚଳ ହୋଇ ପଡିଛି ଚନ୍ଦ୍ରଭାଗା ମହୋଦଧି କୂଳ । ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇ ସୂର୍ଯ୍ୟପୂଜା କରିଛନ୍ତି । ଗାୟତ୍ରୀ ପରିବାର ପକ୍ଷରୁ ଦୀପଦାନ କରାଯାଇଛି ।

ଶାମ୍ବ ଦଶମୀରେ ଘରେ ଘରେ ସୂର୍ଯ୍ୟ ନାରାୟଣଙ୍କୁ ପୂଜାର୍ଚ୍ଚନା କରାଯାଏ । ପୁରାଣ ଅନୁସାରେ, ଭଗବାନ କୃଷ୍ଣଙ୍କ ପୁତ୍ର ଶାମ୍ବା କୁଷ୍ଠରୋଗରେ ପୀଡିତ ହୋଇଥିଲେ । ୧୨ ବର୍ଷ ଅନୁତାପ କରିବା ପାଇଁ ଚନ୍ଦ୍ରଭାଗା ମହୋଦଧି କୂଳରେ ସୂର୍ଯ୍ୟଙ୍କୁ ତପସ୍ୟା କରିଥିଲେ । ୧୨ ବର୍ଷର ତପସ୍ୟା ପରେ ସୂର୍ଯ୍ୟଙ୍କ ଠାରୁ ବରଦାନ ପାଇ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ପୁରାଣର ଏହି କଥାକୁ ଆଧାର କରି ଶାମ୍ବ ଦଶମୀରେ ଘରେ ଘରେ ସୂର୍ଯ୍ୟ ପୂଜା କରାଯାଇଥାଏ । ପରିବାର ଲୋକଙ୍କ ମଙ୍ଗଳ କାମନା କରି ବିଭିନ୍ନ ପ୍ରକାର ପିଠା ପଣା, ମିଷ୍ଠାନ୍ନ ଆଦି ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଭୋଗ ଲାଗି ହୋଇଥାଏ । ସେହିପରି ଅନ୍ୟ ଏକ ଲୋକକଥା ଅନୁସାରେ ପୁଷ ମାସରେ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା କଲେ ଅନେକ ସୁଫଳ ମିଳିଥାଏ । ବିଶେଷ କରି ଶାମ୍ବ ଦଶମୀରେ ସୂର୍ଯ୍ୟଦେବ ଆଦିତ୍ୟ ରୂପରେ ଦର୍ଶନ ଦେଇଥାନ୍ତି ।

The post ଆଜି ଶାମ୍ବ ଦଶମୀ । ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ହଜାର ହଜାର ଲୋକଙ୍କ ଭିଡ । ଗାଁଠୁ ସହର ସବୁଠି ହେଉଛି ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା । first appeared on Kanak News.

from Kanak News
via <a href="https://ifttt.com/?

ପରଲୋକରେ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁ । ୮୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ । 

କନକ ବ୍ୟୁରୋ: ପରଲୋକରେ ପୂର୍ବତନ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁ । ୮୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ । ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ଥିଲେ ପରିଚିତ । ଏହାସହ ଜଣେ ଅଭିଜ୍ଞ ରାଜନେତା ଭାବରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି । ଅନାଦି ଚରଣ ସାହୁ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ରାଜନୀତିଜ୍ଞ ଥିଲେ । ୧୯୯୯ ମସିହା ସାଧାରଣ ନିର୍ବାଚନରେ ସେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

The post ପରଲୋକରେ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁ । ୮୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ ।  first appeared on Kanak News.

from Kanak News
via <a href="https://ifttt.com/?

ରାତି ଅଧିଆ କାମ ହେଉଛି, ସକାଳେ ପିଚୁ ଉଠିଯାଉଛି । କେନ୍ଦୁଝର ପାଟଣା ବ୍ଲକ ରାସ୍ତା କାମରେ ଠିକାଦାରଙ୍କ କାରନାମା ।

କନକ ବ୍ୟୁରୋ: ରାତିରେ ଚାଲିଛି ରାସ୍ତାକାମ । ଆଉ ସକାଳ ହେଲେ ଉଠି ଯାଉଛି ପିଚୁ । ରାସ୍ତାକାମର ଏଭଳି ନିମ୍ନମାନର କାମର ଚିତ୍ର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରୁ ଆସିଛି । ସେପଟେ ଆରଟିଆଇ ତଥ୍ୟ ଅନୁସାରେ, ବର୍ଷକ ପୂର୍ବରୁ ଏହି ରାସ୍ତାକାମ ହେବାର ଥିଲା । କିନ୍ତୁ ରାସ୍ତା ନିର୍ମାଣ କରିନଥିଲେ ଠିକାଦାର । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଅତି ତରବରିଆ ଭାବେ ଚାଲିଛି ଏହି ରାସ୍ତା ତିଆରି । କିନ୍ତୁ ଏହି ନିର୍ମାଣକୁ ନେଇ ଆରଟିଆଇରେ ଯେଉଁ ତଥ୍ୟ ସାମନାକୁ ଆସିଛି ତାହା ଚର୍ଚ୍ଚାର ବିଷୟ ହୋଇଛି । ତଥ୍ୟ ଅନୁସାରେ ବର୍ଷକ ପୂର୍ବରୁ ଏହି ରାସ୍ତାକାମ ହେବାର ଥିଲା । କିନ୍ତୁ ରାସ୍ତା ନିର୍ମାଣ କରିନଥିଲେ ଠିକାଦାର । ହେଲେ ସମ୍ପୃକ୍ତ ଠିକାଦାରଙ୍କୁ ଲକ୍ଷେ କିମ୍ବା ଦୁଇ ଲକ୍ଷ ଟଙ୍କା ନୁହେଁ ପୂରା ୪୫ ଲକ୍ଷ ୪୧ ହଜାର ଟଙ୍କାର ବିଲ କରି ଦେଇଥିଲେ ସରକାରୀ ବାବୁ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପାଇଁ ଲେଟର ନମ୍ବର ୨୨୧୬ରେ ୨୦୨୩ ମସିହା ମେ’ ୨୦ ତାରିଖରେ ଠିକାଦାରଙ୍କୁ କେନ୍ଦୁଝର ଆରଡବ୍ଲ୍ୟୁ ଡିଭିଜନ- ୱାନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅନୁମତି ପରେ ଟଙ୍କା ମିଳିଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଟଙ୍କା ପାଇବାକୁ ଏହା ଭିତରେ ମାସ ମାସ ବିତିଯାଇଥିଲେ ବି ରାସ୍ତା ନିର୍ମାଣ ହୋଇନଥିଲା । ଏବେ ରାତି ଅଧିଆ ଚାଲିଛି ରାସ୍ତା ତିଆରି ।

ରାସ୍ତା ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ଅନିୟମିତତା ହୋଇଥିବା ସାମନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗ୍ରାମବାସୀ ଏବଂ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
ଅଭିଯୋଗ ଆସିବା ପରେ ଏନେଇ ବିଭାଗୀୟ ଅଧିକାରୀ କ୍ୟାମେରା ଆଗରେ କିଛି କହିନଥିଲେ ବି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୫ବର୍ଷ ଅବଧି ଥିବାବେଳେ ରାସ୍ତା ଖରାପ ହୋଇଥିବାରୁ ସମ୍ପୃକ୍ତ ସଂସ୍ଥାକୁ ପୁନର୍ବାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି । ଏବେ ଠିକାଦାର ଓ ଅଧିକାରୀଙ୍କ ଭିତରେ ଥିବା ଅସାଧୁ ସମ୍ପର୍କ ନେଇ ଉଠୁଛି ପ୍ରଶ୍ନ ।

The post ରାତି ଅଧିଆ କାମ ହେଉଛି, ସକାଳେ ପିଚୁ ଉଠିଯାଉଛି । କେନ୍ଦୁଝର ପାଟଣା ବ୍ଲକ ରାସ୍ତା କାମରେ ଠିକାଦାରଙ୍କ କାରନାମା । first appeared on Kanak News.

from Kanak News
via <a href="https://ifttt.com/?

ପରିବହନ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୁଲିସ ଥାନା ପରିସରରେ ପଡିଥିବା ଗାଡି ନଷ୍ଟ ହେବା ପୂର୍ବରୁ ଫେରାଇବାକୁ ନିଆଯାଉ ପଦକ୍ଷେପ ।

କନକ ବ୍ୟୁରୋ: ପୁଲିସ ଥାନା, ବନ କାର୍ଯ୍ୟାଳୟ ଏବଂ ଅବକାରୀ କାର୍ଯ୍ୟାଳୟ ଆଦି ସ୍ଥାନରେ ପଡ଼ି ରହିଥିବା ଜବତ ଗାଡ଼ିକୁ ଉଠାଇବା ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗାଡ଼ି ଗୁଡ଼ିକ ନଷ୍ଟ ହେବା ପୂର୍ବରୁ ଫେରାଇବା ପାଇଁ ନିଷ୍ପତି ନିଆଯାଉ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ନିୟମ ଆଣନ୍ତୁ ବୋଲି ପରିବହନ କମିଶନରଙ୍କୁ କହିଛନ୍ତି ଉଚ୍ଚତମ ନ୍ୟାୟାଳୟ । ସରକାରୀ କାର୍ଯ୍ୟାଳୟରେ ଜବତ ଗାଡ଼ିଗୁଡ଼ିକ ଧୂଳିମଳି ହୋଇ ପଡ଼ିରହିବା ସହ ଗାଡ଼ି ନଷ୍ଟ ହୋଇଯାଉଛି ବୋଲି କୋର୍ଟ ହୃଦବୋଧ କରିଛନ୍ତି ।

The post ପରିବହନ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୁଲିସ ଥାନା ପରିସରରେ ପଡିଥିବା ଗାଡି ନଷ୍ଟ ହେବା ପୂର୍ବରୁ ଫେରାଇବାକୁ ନିଆଯାଉ ପଦକ୍ଷେପ । first appeared on Kanak News.

from Kanak News
via <a href="https://ifttt.com/?

କନକ ନ୍ୟୁଜରେ ଖବର ବାଜିଲା ରେଳ ବିଭାଗର ଚେତା ପଶିଲା । ବାହାନଗା ଦୁର୍ଘଟଣାରେ ଆହତ ଯାତ୍ରୀ ସେଖ ସଲିମଙ୍କୁ ସହାୟତା କରିବ ରେଳ ବିଭାଗ ।

କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ । ବାହାନଗା ରେଳ ଦୁର୍ଘଟଣାର ଶିକାର ହୋଇଥିବା ସେଖ ସଲିମଙ୍କୁ ସହାୟତାର ହାତ ବଢାଇଛି ରେଳ ବିଭାଗ । ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆଶ୍ୱସ୍ତ କରିଥିବା ଜଣାପଡିଛି ।

ଗୁରୁତର ହୋଇ ପ୍ରଥମେ ଏସସିବିରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । କିନ୍ତୁ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଏବେ ସଲିମଙ୍କ ଚିକିତ୍ସା ଭୁବନେଶ୍ୱର ଏମ୍ସରେ ଚାଲିଥିବା ବେଳେ ଅନେକ ଟଙ୍କା ଖର୍ଚ୍ଚ ହେଉଥିବା ନେଇ ରେଳମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବଙ୍କ ଟ୍ୱିଟ୍ କରିଥିଲେ ତାଙ୍କ ସମ୍ପର୍କୀୟ । ଏହି ଖବରକୁ କନକ ନ୍ୟୁଜ ପ୍ରସାରଣ କରିବା ପରେ ସେଖ୍ ସଲିମଙ୍କ ସମ୍ପର୍କୀୟଙ୍କୁୁ ପୂର୍ବତଟ ରେଳ ପଥ ପକ୍ଷରୁ ଯୋଗାଯୋଗ କରାଯାଇଛି । ଏମ୍ସରେ ହୋଇଥିବା ଅସ୍ତ୍ରୋପଚାରରେ କେତେ ଖର୍ଚ୍ଚ ହୋଇଛି ତାର ବିଲ ଓ ପେସକ୍ରିପସନ୍ ସାଥିରେ ଧରି ମୁଖ୍ୟ କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଛି ।

The post କନକ ନ୍ୟୁଜରେ ଖବର ବାଜିଲା ରେଳ ବିଭାଗର ଚେତା ପଶିଲା । ବାହାନଗା ଦୁର୍ଘଟଣାରେ ଆହତ ଯାତ୍ରୀ ସେଖ ସଲିମଙ୍କୁ ସହାୟତା କରିବ ରେଳ ବିଭାଗ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started