ହେମନ୍ତଙ୍କ ଇସ୍ତଫା ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ୍ । ଜାଣନ୍ତୁ, ତାଙ୍କର ସମ୍ପୂର୍ଣ୍ଣ ପରିଚୟ…

କନକ ବ୍ୟୁରୋ: ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଚମ୍ପଇ ସୋରେନ । ଜେଏମଏମ ପକ୍ଷରୁ ତାଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିବା ବେଳେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି । ଚମ୍ପଇ ସୋରେନ ହେମନ୍ତ ସୋରେନଙ୍କ ଘନିଷ୍ଠ ହୋଇଥିବା ବେଳେ ବର୍ତ୍ତମାନ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଝାଡ଼ଖଣ୍ଡ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ତୁଲାଇଥିବା ଏହି ନେତା ଝାଡ଼ଖଣ୍ଡ ଟାଇଗର ଭାବେ ମଧ୍ୟ ବେଶ ପରିଚିତ ।

ଚମ୍ପଇ ସୋରେନ କିଏ ?

  • ଚମ୍ପଇ ସୋରେନ ଝାଡଖଣ୍ଡ ସରକାରର ପରିବହନ ଓ ଏସସି-ଏସଟି ମନ୍ତ୍ରୀ ଅଛନ୍ତି
  • ଝାଡଖଣ୍ଡ ଟାଇଗର ଭାବରେ ସେ ରାଜ୍ୟରେ ଜଣାଶୁଣା
  • ୧୦ମ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି ଚମ୍ପଇ ସୋରେନ
  • ଝାଡଖଣ୍ଡ ଆନ୍ଦୋଳନ ସମୟରେ ଶିବୁ ସୋରେନଙ୍କ ସହଯୋଗୀ ଥିଲେ ଚମ୍ପଇ
  • ପ୍ରଥମେ ଷଢେଇକଳା ଆସନରୁ ସ୍ୱାଧୀନ ଭାବେ ଲଢି ଜିତିଥିଲେ
  • ଏହାପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଥିଲେ
  • ଅର୍ଜୁନ ମୁଣ୍ଡା ସରକାରରେ ଚମ୍ପଇ ସୋରେନ କ୍ୟାବିନେଟ ମନ୍ତ୍ରୀ ଥିଲେ
  • ୨୦୧୦ରୁ ୨୦୧୩ ଯାଏଁ ମନ୍ତ୍ରୀ ଥିଲେ ଚମ୍ପଇ
  • ଏହା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା
  • ଏବେ ଜେଏମଏମର ଉପାଧ୍ୟକ୍ଷ ଅଛନ୍ତି ଚମ୍ପଇ
  • ୨୦୧୯ରୁ ଝାଡଖଣ୍ଡ ସରକାରରେ ମନ୍ତ୍ରୀ ଅଛନ୍ତି

The post ହେମନ୍ତଙ୍କ ଇସ୍ତଫା ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ୍ । ଜାଣନ୍ତୁ, ତାଙ୍କର ସମ୍ପୂର୍ଣ୍ଣ ପରିଚୟ… first appeared on Kanak News.

from Kanak News
via <a href="https://ifttt.com/?

ଜମି ଘୋଟାଲା ମାମଲାରେ ହେମନ୍ତ ସୋରେନଙ୍କୁ ବାନ୍ଧିଲା ଇଡି । ଆଜି ସ୍ପେଶାଲ କୋର୍ଟରେ ହାଜର କରାଇ ରିମାଣ୍ଡ ଆବେଦନ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କନକ ବ୍ୟୁରୋ: ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଟଚମଟ । ଜମି ଘୋଟାଲାରେ ୭ଘଣ୍ଟାର ମାରାଥନ ଜେରା ପରେ ହେମନ୍ତ ସୋରେନଙ୍କୁ ବାନ୍ଧିଛି ଇଡ଼ି । ଆଜି ହେମନ୍ତଙ୍କୁ ସ୍ପେଶାଲ କୋର୍ଟରେ ହାଜର କରିବା ସହିତ ୭ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେପଟେ ଇଡି ବିପକ୍ଷରେ ହେମନ୍ତ ସୋରେନ ହାଇକୋର୍ଟରେ ଦାଖଲ କରିଥିବା ଯାଚିକା ଉପରେ ମଧ୍ୟ ସକାଳ ୧୦ଟାରେ ଶୁଣାଣି ହୋଇପାରେ । ଜେରା ପୂର୍ବରୁ ହେମନ୍ତ ସୋରେନ୍ ଇଡି ଅଧିକାରୀଙ୍କ ସହ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ପରେ ହେମନ୍ତ ସୋରେନ ବାସଭବନକୁ ଫେରିଥିବା ବେଳେ ତାଙ୍କୁ ଗିରଫ କରିଛି ଇଡ଼ି । ଗିରଫ ପରେ ଇଡି ହାଜତରେ ହେମନ୍ତଙ୍କ ପ୍ରଥମ ରାତି କଟିଥିବା ବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରିବା ସହ ଇଡି ରିମାଣ୍ଡ ଆବେଦନ କରିବ ।

ଗିରଫ ପରେ ହେମନ୍ତ ସୋରେନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଗକୁ ନିର୍ବାଚନ ଆସୁଥିବା ବେଳେ ଇଡିକୁ ଅସ୍ତ୍ର କରି ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ସେପଟେ ଏସସି/ ଏସଟି ଆକ୍ଟରେ ହେମନ୍ତ ସୋରେନ ତାଙ୍କ ବାସଭବନରେ ଚଢାଉ କରିଥିବା ୪ଜଣ ଇଡି ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ମାନହାନୀ ନେଇ ବିଜେପି ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ଚେତାବନୀ ଦେଇଛି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ।

The post ଜମି ଘୋଟାଲା ମାମଲାରେ ହେମନ୍ତ ସୋରେନଙ୍କୁ ବାନ୍ଧିଲା ଇଡି । ଆଜି ସ୍ପେଶାଲ କୋର୍ଟରେ ହାଜର କରାଇ ରିମାଣ୍ଡ ଆବେଦନ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତାକାଲି ଅନ୍ତରୀଣ ବଜେଟ୍ । ଆଗକୁ ନିର୍ବାଚନ ଥିବାରୁ ହୋଇପାରେ ବଡ ଘୋଷଣା । ଅର୍ଥମନ୍ତ୍ରୀଙ୍କ ଉପରେ ନଜର ।

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ଗୁରୁବାର ଶେଷ ବଜେଟ୍ ଉପସ୍ଥାପନ କରିବେ । ବଜେଟ୍ ଅଧିବେସନ ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ଯେ, ଅନ୍ତରୀଣ ବଜେଟରେ କୌଣସି ବଡ଼ ଘୋଷଣା ହେବନାହିଁ । ଏଥିସହ ସଂକେତ ଦେଇଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ଲଗାତର ତୃତୀୟଥର ବିଜୟ ପରେ ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ମୋଦୀ ସରକାର । ସାଧାରଣ ନିର୍ବାଚନ ପୂର୍ବରୁ ଛୋଟ ଅବଧି ପାଇଁ ବଜେଟ୍ ଉପସ୍ଥାପନ ହେଉଥିବାରୁ, ଏଥିରେ ବଡ଼ ଅର୍ଥନୈତିକ ସଂସ୍କାର କରିନପାରନ୍ତି ମୋଦୀ ସରକାର । କିନ୍ତୁ ନିର୍ବାଚନୀ ବର୍ଷ ହୋଇଥିବାରୁ ଜନକଲ୍ୟାଣକାରୀ ଯୋଜନାରେ ଅଧିକ ବ୍ୟୟବରାଦ କରିପାରନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଥିଲେ ଅର୍ଥମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱରେ ଥିବା ପୀୟୂଷ ଗୋଏଲ । ଅନ୍ତରୀଣ ବଜେଟ୍ ହୋଇଥିଲେ ମଧ୍ୟ ଚାଷୀଙ୍କ ପାଇଁ ‘ପିଏମ୍ କିଷାନ ସମ୍ମାନ ନିଧି’ ଓ ଶ୍ରମିକଙ୍କ ପାଇଁ ‘ପିଏମ ଶ୍ରମ ଯୋଗୀ ମାନଧନ ଯୋଜନା’ ଘୋଷଣା କରିଥିଲେ । ତେଣୁ ଏଥର ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବହିଖାତାକୁ ଅନାଇ ବସିଛନ୍ତି ସବୁବର୍ଗ । ଚର୍ଚ୍ଚା ହେଉଛି
ବଜେଟରୁ ବଡ଼ ଆଶା
– ପିଏମ କିଷାନ ଯୋଜନାରେ ବଢ଼ିପାରେ ସହାୟତା ରାଶି
– ଆୟୁଷମାନ ଭାରତରେ ବୀମା ରାଶି ବଢାଇବା ସମ୍ଭାବନା
– ଜୀବନବୀମା ଓ ସ୍ୱାସ୍ଥ୍ୟବୀମା ପଲିସିକୁ ଜିଏସଟିମୁକ୍ତ କରିପାରନ୍ତି
– ଆୟକରଦାତାଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ୧ ଲକ୍ଷକୁ ବୃଦ୍ଧି ହୋଇପାରେ
– ବିତ୍ତୀୟ ନିଅଂଟ ହ୍ରାସ ଓ ଦ୍ରୁତ ଅଭିବୃଦ୍ଧି ହାସଲ ଲକ୍ଷ୍ୟରେ ଭିତ୍ତିଭୂମିରେ ବଢିପାରେ ବ୍ୟୟବରାଦ

ମୋଦୀଙ୍କ ନିର୍ବାଚନୀ ବଜେଟରେ ସବୁ ବର୍ଗକୁ ଗୁରୁତ୍ୱ ଦିଆଯିବ ବୋଲି ବିଜେପି ଦାବି କରିଥିବାବେଳେ, ଓଡିଶାକୁ ଅବହେଳା କଥା ଉଠାଇଛି ବିଜେଡି । ସେପଟେ ବିଜେପି ସରକାରଙ୍କ ବଜେଟ୍ ସବୁବେଳେ ପୁଞ୍ଜିପତିଙ୍କ ପାଇଁ ବୋଲି କହି ସମାଲୋଚନା କରିଛି କଂଗ୍ରେସ । ଗୁରୁବାର ଦିନ ୧୧ଟାରେ ଲୋକସଭାରେ ଷଷ୍ଠଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

The post ଆସନ୍ତାକାଲି ଅନ୍ତରୀଣ ବଜେଟ୍ । ଆଗକୁ ନିର୍ବାଚନ ଥିବାରୁ ହୋଇପାରେ ବଡ ଘୋଷଣା । ଅର୍ଥମନ୍ତ୍ରୀଙ୍କ ଉପରେ ନଜର । first appeared on Kanak News.

from Kanak News
via <a href="https://ifttt.com/?

ନୂଆ ଭାରତ, ଶ୍ରେଷ୍ଠ ଭାରତ: ବଜେଟ୍ ଅଧିବେଶନ ପୂର୍ବରୁ ମହାମହିମଙ୍କ ଅଭିଭାଷଣ ।

କନକ ବ୍ୟୁରୋ: ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଓଡ଼ିଆ କବିତାର ଏହି ଗୋଟିଏ ପଦରେ ଭରି ରହିଛି ଦେଶ ପ୍ରେମ ଓ ଦେଶ ଭକ୍ତିର ଭାବନା । ବଜେଟ୍ ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଯେତେବେଳେ ଅଭିଭାଷଣ ରଖୁଥିଲେ ମହାମହିମ ରାଷ୍ଟ୍ରପତି, ଉଭୟ ଗୃହର ମିଳିତ ସମ୍ବୋଧନର କେନ୍ଦ୍ରରେ ଥିଲା ନୂଆ ଭାରତ, ଶ୍ରେଷ୍ଠ ଭାରତ ।

 

ନାରୀ ଶକ୍ତିରୁ ମହିଳା ସଂରକ୍ଷଣ, ଜି-୨୦ରୁ ଚନ୍ଦ୍ରଯାନ ସଫଳତା, ଧାରା ୩୭୦ ଉଚ୍ଛେଦରୁ ତିନି ତଲାକ୍ ଆଇନ୍, ପଞ୍ଚମ ଅର୍ଥନୀତିରୁ ଏଫଡିଆଇ ୨ ଗୁଣା ବୃଦ୍ଧି, ମେକ୍ ଇନ୍ ଇଣ୍ଡିଆରୁ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍, ଡିଜିଟାଲ ଇଣ୍ଡିଆରୁ ଆୟୁଷ୍ମାନ ଭାରତ, ରାମ ମନ୍ଦିରର ସ୍ୱପ୍ନରୁ ପ୍ରାଣପ୍ରତିଷ୍ଠା ଉତ୍ସବ । ମୋଦି ସରକାରଙ୍କ ଗୋଟି ଗୋଟି ସଫଳତା ବଖାଣିବା ସହ ନୂଆ ଭାରତର ଏକ ସୁନେଲି ଭାରତର ଛବି ରଖିଛନ୍ତି ରାଷ୍ଟ୍ରପତି ।

ନୂଆ ଭାରତ, ଶ୍ରେଷ୍ଠ ଭାରତ । ଦ୍ରୁତ ଗତିରେ ଆର୍ଥିକ ଅଭିବୃଦ୍ଧି । ରାମ ମନ୍ଦିର ସ୍ୱପ୍ନ ପୂରଣ । ରାଷ୍ଟ୍ରପତି ନାରୀ ଶକ୍ତି, ମହିଳା ସଶକ୍ତିକରଣ, ଏସଏଚଜି ଗ୍ରୁପର ସଫଳତାର କାହାଣୀ କହିଛନ୍ତି । ଏସଏଚଜି ଗୁପ ଦେଶର ମହିଳାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛି ଏବଂ ସରକାର ନିରନ୍ତର ପ୍ରୟାସ, ସଂସ୍କାର, ପ୍ରଦର୍ଶନ ଓ ପରିବର୍ତନ ସହ ଦେଶକୁ ଆଗେଇ ନେଇଥିବା କହିଛନ୍ତି ରାଷ୍ଟ୍ରପତି ।

ତେବେ ବଜେଟ୍ ଅଧିବେଶର ପୂର୍ବରୁ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜାନୁଆରୀ ୩୧ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ଫେବୃଆରୀ ୯ ଯାଏଁ ଚାଲିବ । ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅନ୍ତରୀଣ ବଜେଟ ଉପସ୍ଥାନ କରିବେ ।

The post ନୂଆ ଭାରତ, ଶ୍ରେଷ୍ଠ ଭାରତ: ବଜେଟ୍ ଅଧିବେଶନ ପୂର୍ବରୁ ମହାମହିମଙ୍କ ଅଭିଭାଷଣ । first appeared on Kanak News.

from Kanak News
via <a href="https://ifttt.com/?

Paytmକୁ RBIର ଝଟକା । ପେମେଣ୍ଟ ବ୍ୟାଙ୍କ ଉପରେ ଅଙ୍କୁଶ । ଫେବୃଆରୀ ୨୯ ପରେ ଆକାଉଣ୍ଟ, ୱାଲେଟ୍ ଫାସ ଟ୍ୟାଗରେ ଟଙ୍କା ଜମା କରିପାରିବେନି ଗ୍ରାହକ ।

କନକ ବ୍ୟୁରୋ: ବଡ ଖବର, ଦେଶର ପ୍ରାୟ ୨୭ କୋଟି ଲୋକ ବ୍ୟବହାର କରୁଥିବା ଡିଜିଟାଲ ପେମେଂଟ ଆପ୍ ‘ପେ-ଟିଏମ’ ବନ୍ଦ ହୋଇପାରେ । ଏପରି ଖବର ଶୁଣି ଆପଣ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ପେ-ଟିଏମ ୱାଲେଟରେ ଥିବା ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ ଏବଂ ଏଥିରେ ଥିବା ସଂଚୟକୁ ଆପଣ ଯେମିତି ଖର୍ଚ୍ଚ କରୁଥିଲେ ସେମିତି ଖର୍ଚ୍ଚ କରିପାରିବେ । ମାତ୍ର ସଂଚୟ ଶେଷ ହୋଇଯିବା ପରେ ଆଉ ଜମା କରିପାରିବେ ନାହିଁ ।

ଦେଶର ସମସ୍ତ ବ୍ୟାଙ୍କିଙ୍ଗ ଓ ଅଣବ୍ୟାଙ୍କିଙ୍ଗ ସଂସ୍ଥାକୁ ନିୟନ୍ତ୍ରିତ କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ପେ-ଟିଏମ ସଂସ୍ଥା ଉପରେ କଟକଣା ଲଗାଇଛି । ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ଫେବ୍ରୁଆରୀ ୨୯ ତାରିଖ ପରେ ପେ-ଟିଏମ ସଂସ୍ଥା ଆଉ ଏହାର ଗ୍ରହକଙ୍କ ଠାରୁ ଟଙ୍କା ଗ୍ରହଣ କରିପାରିବ ନାହିଁ । ଆରବିଆଇ ଦ୍ୱାରା ନିର୍ଦ୍ଧାରିତ ନିୟମକୁ ମାନିନଥିବାରୁ ଏହି କଟକଣା ଲଗାଯାଇଛି । ତେଣୁ ଫେବ୍ରୁଆରୀ ୨୯ ପରେ ଆକାଉଣ୍ଟ, ୱାଲେଟ୍ କିମ୍ବା ଫାସଟ୍ୟାଗ କୌଣସି ଉପାୟରେ ବି ପେ-ଟିଏମ ଗ୍ରାହକଙ୍କ ଠାରୁ ଟଙ୍କା ଗ୍ରହଣ କରିବ ନାହିଁ । ଆଉ କୌଣସ ନୂଆ ଗ୍ରାହକ ମଧ୍ୟ ପେ-ଟିଏମ ସହ ଯୋଡିହେବେ ନାହିଁ ।

ତେବେ ନଜର ପକାନ୍ତୁ ପେ-ଟିଏମ ସଂସ୍ଥାର ଇତିହାସ ଉପରେ
– ଦେଶର ପ୍ରଥମ ଡିଜିଟାଲ ପେମେଂଟ ଆପ୍ ପେ-ଟିଏମ
– ବିଜୟ ଶେଖର ଶର୍ମା ଏହାର ପ୍ରତିଷ୍ଠାତା
– ୨୦୧୦ ଅଗଷ୍ଟରେ ଦେଶରେ ଲଞ୍ଚ ହୋଇଥିଲା ପେ-ଟିଏମ ପେମେଂଟ ଆପ୍
– ୨୦୧୪ରେ ପେ-ଟିଏମ ୱାଲେଟ୍ ଲଂଚ ହେଲା
– ଦେଶରେ ଏହାର ପ୍ରାୟ ୨୭ କୋଟି ଗ୍ରାହକ ଅଛନ୍ତି
– ୨୦୧୮ ଓ ୨୦୨୨ରେ ମଧ୍ୟ ପେ-ଟିଏମ କାରବାର ଉପରେ ଆରବିଆଇ ଆପତ୍ତି କରିଥିଲା
– ପୂର୍ବରୁ ପେ-ଟିଏମ ସଂସ୍ଥା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୩ଥର କାର୍ଯ୍ୟାନୁଷ୍ଠାନ ନେଇ ସାରିଛି ।

The post Paytmକୁ RBIର ଝଟକା । ପେମେଣ୍ଟ ବ୍ୟାଙ୍କ ଉପରେ ଅଙ୍କୁଶ । ଫେବୃଆରୀ ୨୯ ପରେ ଆକାଉଣ୍ଟ, ୱାଲେଟ୍ ଫାସ ଟ୍ୟାଗରେ ଟଙ୍କା ଜମା କରିପାରିବେନି ଗ୍ରାହକ । first appeared on Kanak News.

from Kanak News
via <a href="https://ifttt.com/?

ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜଫ୍ରେମ୍

କନକ ବ୍ୟୁରୋ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ୍ । ପ୍ରଦୀପଙ୍କ ପତ୍ନୀଙ୍କ ନାଁରେ ବି ଚାର୍ଜସିଟ୍ । ଚାର୍ଜଫ୍ରେମ୍ ଦାଖଲ କରିଛି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ।

ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚାର୍ଜଫ୍ରେମ୍ ହୋଇଥିବା ବେଳେ ଭିଜିଲାନ୍ସ କୋର୍ଟରେ ଚାର୍ଜଫ୍ରେମ୍ ଦାଖଲ ହୋଇଛି ।

The post ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜଫ୍ରେମ୍ first appeared on Kanak News.

from Kanak News
via <a href="https://ifttt.com/?

ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁପକ୍ଷଙ୍କ ବଡ ବିଜୟ । ଗର୍ଭଗୃହରେ ପୂଜା-ପାଠ କରିବାକୁ ଅନୁମତି । ୧୯୯୩ରୁ ବନ୍ଦ ଥିଲା ପୂଜାର୍ଚ୍ଚନା ।

କନକ ବ୍ୟୁରୋ: ଜ୍ଞାନବ୍ୟାପୀ ମାମଲାରେ ବାରଣାସୀର ଜିଲ୍ଲା କୋର୍ଟ ଆଜି ହିନ୍ଦୁ ପକ୍ଷଙ୍କ ସମର୍ଥନରେ ବଡ ରାୟ ଦେଇଛନ୍ତି । ଜ୍ଞାନବ୍ୟାପୀର ବ୍ୟାସ ତହଖାନାରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ଏହି ତହଖାନା ମସଜିଦର ତଳେ ଅଛି । ପୂଜା ପାଇଁ ୭ ଦିନ ମଧ୍ୟରେ ବ୍ୟାରିକେଡିଂ ବ୍ୟବସ୍ଥା କରିବାକୁ କୋର୍ଟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଏଠାରେ ନିୟମିତ ଭାବେ ପୂଜାର୍ଚ୍ଚନା ହେବ । କାଶୀ ବିଶ୍ୱନାଥ ଟ୍ରଷ୍ଟ ପକ୍ଷରୁ ଏହି ପୂଜାର୍ଚ୍ଚନା କରାଯିବ । ହିନ୍ଦୁପକ୍ଷ ଏହାକୁ ବଡ ବିଜୟ ଓ ୩୦ ବର୍ଷ ପରେ ଏହି ବିଜୟ ମିଳିଛି ବୋଲି କହିଛନ୍ତି ।

ତେବେ ୧୯୯୩ ମସିହା ଯାଏଁ ଏହି ସ୍ଥାନରେ ପୂଜାର୍ଚ୍ଚନା ଚାଲିଥିଲା । ବାରଣାସୀର ଜ୍ଞାନବ୍ୟାପୀ ପରିସରରେ ଥିବା ବ୍ୟାସ ତହଖାନାରେ ପୂଜା ପାଠ କରିବା ପାଇଁ ଅନୁମତି ଦେବାକୁ ଶୈଳେନ୍ଦ୍ର କୁମାର ପାଠକ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ । ଏହାର ଶୁଣାଣି କରି ବାରଣାସୀ ଜିଲ୍ଲା କୋର୍ଟ ଗତକାଲି ରାୟକୁ ସଂରକ୍ଷିତ ରଖିଥିଲେ, ଯାହାର ରାୟ ଆଜି ଆସିଛି । ବ୍ୟାସ ପରିବାର ଏହି ପୂଜାର୍ଚ୍ଚନା କରିବେ । ସୋମନାଥ ବ୍ୟାସଙ୍କ ପରିବାର ୧୯୯୩ ଯାଏଁ ତହଖାନାରେ ପୂଜାର୍ଚ୍ଚନା କରୁଥିଲେ ।

୧୯୯୩ ପରେ ତତକାଳୀନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ତହଖାନାରେ ପୂଜା ବନ୍ଦ ହୋଇଯାଇଥିଲା । ଏହାପରେ ତହଖାନାକୁ ନିଜ ଅଧିନକୁ ନେଇଥିଲେ ୟୁପି ସରକାର । ଏଏସଆଇ ସର୍ଭେ କରିବା ସମୟରେ ତହଖାନାର ସଫା-ସୁତରା କରାଯାଇଥିଲା ।

The post ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁପକ୍ଷଙ୍କ ବଡ ବିଜୟ । ଗର୍ଭଗୃହରେ ପୂଜା-ପାଠ କରିବାକୁ ଅନୁମତି । ୧୯୯୩ରୁ ବନ୍ଦ ଥିଲା ପୂଜାର୍ଚ୍ଚନା । first appeared on Kanak News.

from Kanak News
via <a href="https://ifttt.com/?

ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲା ଇଡି । ଜମି ଦୁର୍ନିତି ମାମଲାରେ କରିବ ପଚରାଉଚରା । ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ କଡ଼ା ସୁରକ୍ଷା ।

କନକ ବ୍ୟୁରୋ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ । ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରେ ଇଡି ଟିମ୍ ପହଞ୍ଚିଛି । ଜମି ଦୁର୍ନୀତି ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପଚରା ଉଚୁରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହାକୁ ନେଇ ହେମନ୍ତ ସୋରେନ୍ଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

ବିପୁଳ ସଂଖ୍ୟାରେ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳୁଛି । ଏସବୁ ଭିତରେ ସୋରେନଙ୍କ ଗିରଫଦାରୀ ନେଇ ଆଶଙ୍କା ମଧ୍ୟ ବଢି ଯାଇଛି । ଇଡି ପୂର୍ବରୁ ୧୦ ଥର ସମନ୍ ପଠାଇଥିଲେ ହାଜର ହୋଇ ନାହାଁନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ୪୦ ଘଂଟା ଧରି ଗାୟବ ହୋଇଯିବା ପରେ ମଙ୍ଗଳବାର ହଠାତ୍ ଦିଲ୍ଲୀରୁ ରାଂଚି ପହଞ୍ଚିଥିଲେ ହେମନ୍ତ ସୋରେନ୍ । ମଙ୍ଗଳବାର ନିଜ ବାସଭବନରେ ଦେଢ ଘଂଟା ଧରି ନିଜ ବିଧାୟକଙ୍କ ସହ ବୈଠକ କରିଥିଲେ । ବୈଠକରେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନ୍ ମଧ୍ୟ ଉପସ୍ଥିତ ଥିଲେ ।

The post ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲା ଇଡି । ଜମି ଦୁର୍ନିତି ମାମଲାରେ କରିବ ପଚରାଉଚରା । ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ କଡ଼ା ସୁରକ୍ଷା । first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍ । ପାହାଳ ନିକଟ କଲ୍ୟାଣୀ ହାଇଟ୍ସର ୩ଟି ଫ୍ଲାଟ୍ରୁ ଲୁଟ୍ । ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟ୍ ।

କନକ ବ୍ୟୁରୋ: ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ ଲୁଟ । ପାହାଳ ଥାନ ଭୀମପୁର କଲ୍ୟାଣୀ ହାଇଟସ ଆପାର୍ଟମେଣ୍ଟରୁ ଚୋରି । ସିସିଟିଭିରେ କଏଦ ହେଲା ରାତିରେ ଆପାର୍ଟମେଣ୍ଟରେ ଚୋର ପଶୁଥିବାର ଚିତ୍ର ।

ଘରେ କେହି ନଥିବାର ସୁଯୋଗ ନେଇ ୩ଟି ଫ୍ଲାଟରୁ ଲୁଟ୍ କରିଛନ୍ତି ଲୁଟେରା । ଗୋଟିଏ ଫ୍ଲାଟୁର ୬ ମୁଦି, ୧୦ ସୁନା ଚେନ୍, ୮ଟି ସୁନା ଲକେଟ୍, ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ୩ଟି ଫ୍ଲାଟରୁ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ । ଘଟଣା ସ୍ଥଳରେ ପାହାଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଂଟିଫିକ୍ ଟିମ୍ ପହଞ୍ଚିି ଘର ମାଲିକଙ୍କୁ ପଚରାଉଚରା କରିଛି ।

The post ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍ । ପାହାଳ ନିକଟ କଲ୍ୟାଣୀ ହାଇଟ୍ସର ୩ଟି ଫ୍ଲାଟ୍ରୁ ଲୁଟ୍ । ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟ୍ । first appeared on Kanak News.

from Kanak News
via <a href="https://ifttt.com/?

ଫେବୃଆରୀ ୬ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ନ୍ୟାୟ ଯାତ୍ରାରେ ସୁନ୍ଦରଗଡରେ କରିବେ ରୋଡ୍ ସୋ ।

କନକ ବ୍ୟୁରୋ: ଆସନ୍ତା ଫେବ୍ରୁଆରୀ ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଂଚିବେ ରାହୁଲ ଗାନ୍ଧୀ । ୬ ତାରିଖ ସଂଧ୍ୟାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଂଚିବ । ସେଠାରେ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରାଯିବ । ସୁନ୍ଦରଗଡ଼ରେ ରାହୁଲ ଗାନ୍ଧୀ ରୋଡ୍ ସୋ’ କରିବେ । ତିନିଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି । ୭ ଓ ୮ ତାରିଖରେ ସେ ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରିବେ । ଓଡ଼ିଶାରେ ରାହୁଲ ଗାନ୍ଧୀ ପ୍ରାୟ ୨ ଶହ କିଲୋମିଟର ପଦଯାତ୍ରା କରିବେ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି ।

The post ଫେବୃଆରୀ ୬ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ନ୍ୟାୟ ଯାତ୍ରାରେ ସୁନ୍ଦରଗଡରେ କରିବେ ରୋଡ୍ ସୋ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started