ଡାକଘରେ ବନ୍ଧା ପଡ଼ିଲେ ଉପଡାକପାଳ ଓ ଡାକ ନିରୀକ୍ଷକ । ଲୋକଙ୍କ ଟଙ୍କା ଡିପୋଜିଟ୍ ନକରି ରସିଦ ଧରାଇ ଦେଇଥିବା ଅଭିଯୋଗ ।

କନକ ବ୍ୟୁରୋ: ଡାକପାଳ ଲୁଟିନେଲେ ଲୋକଙ୍କ ଟଙ୍କା । ନକଲି ରସିଦ ଦେଇ ୨୦ଲକ୍ଷରୁ ଅଧିକ ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ । ଟଙ୍କା ଲୁଟ୍ ଅଭିଯୋଗରେ ଡାକ ଘରେ ଉପଡାକପାଳ ଓ ଡାକ ନିରୀକ୍ଷକଙ୍କୁ ତାଲା ପକାଇଦେଲେ ଉତ୍ୟକ୍ତ ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ନୂଆ ଉପଡାକଘର ସମୁଖରେ ।

ଅଭିଯୋଗ ଅନୁସାରେ, ଡାକ ଘରେ ବିଭିନ୍ନ ସଂଚୟ ଖାତା ଜରିଆରେ ଟଙ୍କା ଜମା ରଖିଥିଲେ । ହେଲେ ଉପଡାକପାଳ ପ୍ରିୟବ୍ରତ ଦାସ, ଲୋକଙ୍କର ଟଙ୍କା ନେଇ ନକଲି ରସିଦ ଦେଇଥିବା ଅଭିଯୋଗ ହୋଇଛି । ଖାତାରେ ଟଙ୍କା ଜମା କରିବାର ପ୍ରତିଶ୍ରୁତି ଦେଇ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏନେଇ ଉପଡାକପାଳ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ବେଳେ ଡାକ ନିରୀକ୍ଷକ ଲିଙ୍ଗରାଜ ସାହୁ ଅନୁଧ୍ୟାନ ପାଇଁ ଆସିଥିଲେ । ତାଙ୍କୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ତାଲା ପକାଇ ଦେଇ ଟଙ୍କା ଫେରାଇ ଦେବା ପାଇଁ ଦାବି କରିଥିଲେ ।

The post ଡାକଘରେ ବନ୍ଧା ପଡ଼ିଲେ ଉପଡାକପାଳ ଓ ଡାକ ନିରୀକ୍ଷକ । ଲୋକଙ୍କ ଟଙ୍କା ଡିପୋଜିଟ୍ ନକରି ରସିଦ ଧରାଇ ଦେଇଥିବା ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛାପ । ଦୁଇ ଛାତ୍ରୀଙ୍କ ସହ ଘରୋଇ ସ୍କୁଲ ମାଲିକ ତଥା ପ୍ରଧାନଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ । କେନ୍ଦ୍ରାପଡା ରାଜନଗର ଘଟଣା ।

କନକ ବ୍ୟୁରୋ: ଗୁରୁ ଶିଷ୍ୟ ସଂପର୍କରେ କଳଙ୍କର ଛାପ ଲାଗିଛି । ବିଦ୍ୟାଳୟ ଶ୍ରେଣୀଗୃହରେ ଦୁଇ ଦୁଇଜଣ ଛାତ୍ରୀଙ୍କ ସହ ଏକ ଘରୋଇ ବିଦ୍ୟାଳୟର ମାଲିକ ତଥା ପ୍ରଧାନଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଇ ନାବାଳିକା ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି ଅଭିଭାବକ । ଏପରି ଲଜ୍ୟାଜନକ ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନଗର ଘଡିଆମାଳଠାରେ ମଧୁସୂଦନ ବିଦ୍ୟାମନ୍ଦିରରେ ଘଟିଛି ।

ଦୁଷ୍କର୍ମର ଶିକାର ହୋଇଥିବା ଦୁଇ ନାବାଳିକା ଛାତ୍ରୀଙ୍କ ବାପା ରାଜନଗର ଥାନାରେ କରିଥିବା ଅଭିଯୋଗ କରିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନେକଥର ତାଙ୍କ ପିଲାମାନଙ୍କ ସହିତ ଖରାପ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ହୋଇଛି । ଦୁଷ୍କର୍ମର ଶିକାର ହୋଇଥିବା ୨ ଛାତ୍ରୀ ଘରେ ନଖାଇ କାନ୍ଦିଥିଲେ । ପରେ ପଚରାଉଚରା କରିବାରୁ ସେମାନେ ସତ କଥା କହିବା ପରେ ଥାନାରେ ଅଭିଯୋଗ ହୋଇଛି । ଗତକାଲି ସଂଧ୍ୟାରେ ୨ ପୀଡିତା ଓ ସେମାନଙ୍କ ଅଭିଭାବକ ରାଜନଗର ଥାନାରେ ପହଞ୍ଚି ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

The post ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛାପ । ଦୁଇ ଛାତ୍ରୀଙ୍କ ସହ ଘରୋଇ ସ୍କୁଲ ମାଲିକ ତଥା ପ୍ରଧାନଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ । କେନ୍ଦ୍ରାପଡା ରାଜନଗର ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ଝାରସୁଗୁଡାରେ ୩ ଦିନିଆ ଶିଳ୍ପ ସମ୍ମିଳନୀ । ଉଦଘାଟନୀ ଦିବସରେ ୧୧ଟି କମ୍ପାନୀ ସହ ଏମଓୟୁ ସ୍ୱାକ୍ଷର କଲେ ରାଜ୍ୟ ସରକାର ।

କନକ ବ୍ୟୁରୋ: ଝାରସୁଗୁଡାରେ ଆରମ୍ଭ ହୋଇଛି ୩ ଦିନିଆ ଶିଳ୍ପ ସମ୍ମିଳନୀ । ଗତକାଲି ପ୍ରଥମ ଦିନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଯୋଗ ଦେଇଛନ୍ତି । ଉଦଘାଟନୀ ଦିବସରେ ଝାରସୁଗୁଡା ଶିଳ୍ପ ସମ୍ମିଳନୀରେ ୧୧ଟି କଂପାନୀ ସହ ଏମଓୟୁ ସ୍ୱାକ୍ଷର କରାଯାଇଛି । ଏଥିରେ ପ୍ରାୟ ୨୩ ହଜାର ୩୮୯ କୋଟି ଟଙ୍କାର ପୁଞ୍ଜିବିନିଯୋଗ ସହ ୧୫ ହଜାର ୧୬୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି ବୋଲି ସୂଚନା ଦିଆଯାଇଛି । ଝାରସୁଗୁଡା ଅମଲିପାଲି ପଡ଼ିଆରେ ଆରମ୍ଭ ହୋଇଥିବା ଶିଳ୍ପ ସମ୍ମିଳନୀରେ ୮୦ରୁ ଅଧିକ କମ୍ପାନୀର ପ୍ରତିନିଧି ଯୋଗ ଦେଇଛନ୍ତି । ଏହି ଅବସରରେ ପ୍ରାୟ ୧୦୦ଟି ଷ୍ଟଲର ପ୍ରଦର୍ଶନୀକରାଯାଇଛି । ବେଦାନ୍ତ, ବିର୍ଲାଗ୍ରୁପ, ସହ ଅନେକଗୁଡ଼ିଏ କଂପାନୀର ପ୍ରତିନିଧି ଯୋଗଦେଇଛନ୍ତି ।

The post ଝାରସୁଗୁଡାରେ ୩ ଦିନିଆ ଶିଳ୍ପ ସମ୍ମିଳନୀ । ଉଦଘାଟନୀ ଦିବସରେ ୧୧ଟି କମ୍ପାନୀ ସହ ଏମଓୟୁ ସ୍ୱାକ୍ଷର କଲେ ରାଜ୍ୟ ସରକାର । first appeared on Kanak News.

from Kanak News
via <a href="https://ifttt.com/?

ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିରେ ଅନେକ ଅଲୌକିକ ରହସ୍ୟ । ମୂର୍ତ୍ତିରେ ସ୍ଥାନ ପାଇଛନ୍ତି ଭଗବାନ ବିଷ୍ଣୁଙ୍କ ଦଶାବତାର…

କନକ ବ୍ୟୁରୋ: ପ୍ରଭୁ ଶ୍ରୀରାମଙ୍କ ସୌମ୍ୟ ଶ୍ୟାମଳ ସ୍ୱରୂପ ସାମ୍ନାକୁ ଆସିବା ପରେ ମୂର୍ତ୍ତିକୁ ନେଇ ଚର୍ଚ୍ଚା । ଏହି ମୂର୍ତ୍ତି ଦିବ୍ୟ ପଛରେ ରହିଛି ଅନେକ ମହତ୍ତ୍ୱ । ଭଗବାନ ବିଷ୍ଣୁଙ୍କ ୧୦ ଅବତାର, ହିନ୍ଦୁ ଧର୍ମର ପ୍ରତୀକ କୁହାଯାଉଥିବା ଓମ୍ ଏବଂ ସ୍ୱସ୍ତିକ ଚିହ୍ନ, ଏମିତିକି ପୂରା ବ୍ରହ୍ମାଣ୍ଡର ପ୍ରତୀକ ଏହି ୫୧ ଇଞ୍ଚର ମୂର୍ତ୍ତି ଭିତରେ ଲୁଚି ରହିଛି । ଭଗବାନଙ୍କ ପ୍ରଥମ ଅବତାର ମତ୍ସ୍ୟ, ଦ୍ୱିତୀୟ ଅବତାର କୁର୍ମି, ତୃତୀୟ ଅବତାର ବରାହ, ଚତୁର୍ଥ ଅବତାର ନୃସିଂହ, ପଂଚମ ଅବତାର ବାମନ, ଷଷ୍ଠ ଅବତାର ବାମନ, ସପ୍ତମ ଅବତାର ରାମ, ଅଷ୍ଟମ ଅବତାର କୃଷ୍ଣ, ନବମ ଅବତାର ବୁଦ୍ଧ ଏବଂ ଦଶମ ଅବତାର କଳ୍କିଙ୍କ ସ୍ୱରୂପ ଏହି ମୂର୍ତ୍ତିରେ ସ୍ଥାନ ପାଇଛି । ଏହାସହିତ ଗୋଟିଏ ପାଶ୍ୱର୍ରେ ହନୁମାନ ସ୍ଥାନ ପାଇଥିବା ବେଳେ ଆଉ ଗୋଟିଏ ପାଶ୍ୱର୍ରେ ଗରୁଡ଼ ବିରାଜମାନ କରିଛନ୍ତି । ସେହିପରି ମୂର୍ତିରେ ସ୍ଥାନ ପାଇଥିବା ଅନ୍ୟାନ୍ୟ ପବିତ୍ର ଚିହ୍ନର ବିଶେଷ ମହତ୍ୱ ରହିଛି ।

– ସୂର୍ଯ୍ୟ: ମୂର୍ତ୍ତିରେ ସୂର୍ଯ୍ୟଙ୍କୁ ସ୍ଥାନ ଦିଆଯାଇଛି । ସୂର୍ଯ୍ୟ ହେଉଛନ୍ତି ଭଗବାନ ରାମଙ୍କର ବଂଶର ପ୍ରତୀକ । ଏହାସହ ସୂର୍ଯ୍ୟଙ୍କୁ ଅନୁଶାସନର ପ୍ରତୀକ ବୋଲି ଗ୍ରହଣ କରାଯାଏ । ଭଗବାନ ରାମଙ୍କ ଚରିତ୍ର ସ୍ଥିର, ଯେମିତି ଠିକ୍ ସୂର୍ଯ୍ୟଙ୍କ ଭଳି ।

– ଶେଷନାଗ: ମୂର୍ତ୍ତିରେ ଶେଷନାଗ ସ୍ଥାନ ପାଇଛନ୍ତି । ଭଗବାନ ବିଷ୍ଣୁଙ୍କ ସୌର୍ଯ୍ୟ ଓ ସୁରକ୍ଷାର ପ୍ରତୀକ ହେଉଛନ୍ତି ଶେଷନାଗ । ଭଗବାନ ବିଷ୍ଣୁ, ଲକ୍ଷ୍ମଣ ରୂପରେ ଭଗବାନ ରାମଙ୍କ ସହ ସବୁବେଳେ ସାଥୀରେ ଥାନ୍ତି ।

– ‘ଓମ୍’:ମୂର୍ତ୍ତିରେ ‘ଓମ୍’ର ଚିହ୍ନ ରହିଛି । ଯାହା ସୃଷ୍ଟିର ପ୍ରଥମ ସ୍ୱର ଭାବେ ଗ୍ରହଣ କରାଯାଏ । ଏବଂ ସୌରମଣ୍ଡଳର ଧ୍ୱନି ଭାବେ ଗ୍ରହଣ କରାଯାଏ । ଓମ୍ ହେଉଛି ସନାତନ ଧର୍ମ ପରମ୍ପରାର ପ୍ରତୀକ ।

– ଗଦା: ଗଦା ହେଉଛି ଶକ୍ତିର ପ୍ରତୀକ । ପ୍ରଭୁ ଶ୍ରୀରାମଙ୍କ ସଂକଳ୍ପ ଗଦା ଭଳି ମଜଭୁତ । ଏହି କାରଣରୁ ଭଗବାନ ରାମଙ୍କ ମୂର୍ତ୍ତିରେ ଗଦାକୁ ମଧ୍ୟ ସ୍ଥାନ ଦିଆଯାଇଛି ।

– ସ୍ୱସ୍ତିକ: ସ୍ୱସ୍ତିକ ହେଉଛି ଆମ ସଂସ୍କୃତି, ତଥା ବୈଦିକ ପରମ୍ପରାର ଚିହ୍ନ । ଏବଂ ରାମ ହେଉଛନ୍ତି ସଂସ୍କୃତି ପ୍ରତୀକର ପରିଚୟ ।

– ଆଭାମଣ୍ଡଳ: ଭଗବାନ ରାମଙ୍କ ମୁଖ ପଛରେ ଆଭାମଣ୍ଡଳ ସ୍ଥାନ ପାଇଛି । ଯାହା ପୂରା ବ୍ରହ୍ମାଣ୍ଡର ପ୍ରତୀକ ।

– ଧନୁଷ: ଧନୁଷ କେବଳ ଏକ ଅସ୍ତ୍ର ନୁହେଁ । ମୂଳତଃ ଭଗବାନ ରାମଙ୍କ ଶିକ୍ଷା ଓ ପୁରୁଷାର୍ଥର ପ୍ରତୀକ ।

The post ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିରେ ଅନେକ ଅଲୌକିକ ରହସ୍ୟ । ମୂର୍ତ୍ତିରେ ସ୍ଥାନ ପାଇଛନ୍ତି ଭଗବାନ ବିଷ୍ଣୁଙ୍କ ଦଶାବତାର… first appeared on Kanak News.

from Kanak News
via <a href="https://ifttt.com/?

କଲବଲ କରୁଛି କୁହୁଡି । ଆଗାମୀ ୩ ଦିନ ପାଇଁ ଘନ କୁହୁଡି ନେଇ ପ୍ରଭାବିତ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି, ଆଜି ୧୧ ଜିଲ୍ଲା ପାଇଁ ଆଲର୍ଟ ଜାରି ।

କନକ ବ୍ୟୁରୋ: କଲବଲ କରୁଛି କୁହୁଡି । ସକାଳୁ ସକାଳୁ ରାସ୍ତାଘାଟ ଦେଖାଯାଉନାହିଁ । କୁହୁଡି ଯୋଗୁଁ ବିଭିନ୍ନ ସ୍ଥାନରୁ ଦୁର୍ଘଟଣାର ଖବର ଆସୁଥିବା ବେଳେ ଆହୁରି ୩ ଦିନ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ତେଣୁ ଆଜି ଏବଂ ୨୧ ଓ ୨୨ ତାରିଖରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି ।

ଆଜି ସକାଳ ୮ଟା ୩୦ ଯାଏଁ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଅନୁଗୁଳ ପାଇଁ ଆଲର୍ଟ ଜାରି ହୋଇଛି । ତେବେ ଆଜି ସକାଳ ୮ଟା ୩୦ରୁ ୨୧ ତାରିଖ ୮ଟା ୩୦ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳକୁ ଆଲର୍ଟ ଜାରି ହୋଇଛି । ଘନକୁହୁଡ଼ିକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ଓ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏଥିସହ ଦୁର୍ଘଟଣା ଏଡ଼ାଇବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଜାରି ରହିଛି । ସେପଟେ ୨୪ ତାରିଖ ବେଳକୁ ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ୱରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

The post କଲବଲ କରୁଛି କୁହୁଡି । ଆଗାମୀ ୩ ଦିନ ପାଇଁ ଘନ କୁହୁଡି ନେଇ ପ୍ରଭାବିତ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି, ଆଜି ୧୧ ଜିଲ୍ଲା ପାଇଁ ଆଲର୍ଟ ଜାରି । first appeared on Kanak News.

from Kanak News
via <a href="https://ifttt.com/?

୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ । ପରବର୍ତ୍ତି ଶୁଣାଣି ଯାଏଁ ଚୟନ ଓ ନିଯୁକ୍ତିରେ ରୋକ୍ ।

କନକ ବ୍ୟୁରୋ: ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ । ଆସନ୍ତା ୨୪ ତାରିଖ ପରବର୍ତି ଶୁଣାଣି ପର୍ଯ୍ୟନ୍ତ ଚୂଡାନ୍ତ ଚୟନ ଓ ନିଯୁକ୍ତିରେ ଅନ୍ତରୀଣ ରୋକ ଲଗାଇଲେ କୋର୍ଟ । ଏହା ପୂର୍ବରୁ ଚୂଡାନ୍ତ ତାଲିକା କିମ୍ବା ଉକ୍ତ ପଦରେ କାହାରିକୁ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ୨୦ ଏବଂ ୨୧ ତାରିଖରେ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ହେବ । ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ଚିନ୍ତାମଣି ଭୂୟାଁ ଓ ଅନ୍ୟ ଅଶାୟୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଜାରି ରହିଛି ଚାକିରି ଆଶାୟୀଙ୍କ ଆନ୍ଦୋଳନ । କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇଛି । କାହାର କେତେ ମାର୍କ ଅଛି, ତାହା ଜାଣିବା ପାଇଁ ଶହଶହ ଚାକିରୀ ଆଶାୟୀ ଲୋୟର ପିଏମ୍ଜିରେ ଧାରଣା ଦେଇଛନ୍ତି । ୨୦ହଜାର କନିଷ୍ଠ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ମାତ୍ର ୧୮ ହଜାର ୭୮୮ଜଣ ପ୍ରାର୍ଥୀଙ୍କ ନାଁ ତାଲିକାରେ ପ୍ରକାଶ ପାଇଛି । ଏଥିସହ କେତେକ ନକଲି ନାଁରେ ଆଡମିଟ୍ କାର୍ଡ ଆସିଥିବା ଜଣାପଡିବା ପରେ ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି ରହିଥିବା ସନ୍ଦେହ କରାଯାଉଛି । ସେପଟେ ଏହାକୁ ନେଇ ସଫେଇ ରଖିଛି ଓସେପା । କର୍ତ୍ତୃପକ୍ଷ କହିଛନ୍ତି ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ଆଡମିଟ୍ କାର୍ଡ ।

The post ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ । ପରବର୍ତ୍ତି ଶୁଣାଣି ଯାଏଁ ଚୟନ ଓ ନିଯୁକ୍ତିରେ ରୋକ୍ । first appeared on Kanak News.

from Kanak News
via <a href="https://ifttt.com/?

ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ମୁହଁରେ ନବୀନଙ୍କ ଅକୁହା କଥା । କହିଲେ, ରାଜନୈତିକ କ୍ୟାରିୟର ନୁହେଁ ମହାପ୍ରଭୁଙ୍କ କାମକୁ ପ୍ରାଥମିକତା ଦେଇଥିଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ରାଜନୈତିକ କ୍ୟାରିୟର ନୁହେଁ କାଳିଆଙ୍କ କାମକୁ ପ୍ରାଥମିକତା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ରାଜନୈତିକ ଭିବଷ୍ୟତକୁ ଭୃକ୍ଷେପ ନକରି ଶ୍ରୀମନ୍ଦୀର ପରିକ୍ରମା ପ୍ରକଳ୍ପକୁ ହାତକୁ ନେଇଥିଲେ ମୁଖ୍ୟମନ୍ତ୍ରୀ । ଏଭଳି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଭୁବନେଶ୍ୱରରେ ଆୟୋଜିତ ସହରାଂଚଳ ରୁପାନ୍ତରଣ ସମ୍ପର୍କିତ ଆନ୍ତର୍ଜାତୀକ ସମ୍ମିଳନୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପଛରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅକୁହା କାହାଣୀ ସମ୍ପର୍କରେ କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ସେ ଆହୁରୀ କହିଛନ୍ତି, ନିଆଁରେ ଖେଳିବା ଭଳିଥିଲା ଶ୍ରୀମନ୍ଦିର ରୂପାନ୍ତରଣ ଚ୍ୟାଲେଞ୍ଜ ।

ଶ୍ରୀମନ୍ଦିର ସହ ରାଜ୍ୟବାସୀଙ୍କ ଭାବାବେଗ ଏତେ ଗଭୀର ଭାବେ ଜଡିତ ଯେ ସାମାନ୍ୟତମ ଭୁଲ ପାଇଁ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିବା ସହ ସରକାର ବି ବଦଳିବାର ଆଶଙ୍କା ଥିଲା । ରୁପାନ୍ତରଣ ପ୍ରକଳ୍ପ ପାଇଁ ରୂପେରେଖ ପ୍ରସ୍ତୁତ ସମୟରେ କିଛି ପ୍ରଭାବଶାଳୀ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ସତର୍କମୂଳକ ପରାମର୍ଶ ଦେଇଥିଲେ ବୋଲି ଭି.କେ ପାଣ୍ଡିଆନ କହିଛନ୍ତିି ।

The post ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ମୁହଁରେ ନବୀନଙ୍କ ଅକୁହା କଥା । କହିଲେ, ରାଜନୈତିକ କ୍ୟାରିୟର ନୁହେଁ ମହାପ୍ରଭୁଙ୍କ କାମକୁ ପ୍ରାଥମିକତା ଦେଇଥିଲେ ମୁଖ୍ୟମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କଲା ୨ଟି ଫିଲ୍ମ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପୟୀଙ୍କ କାହାଣୀକୁ ନେଇ ଆସିଲା ମେଁ ଅଟଳ ହୁଁ

କନକ ବ୍ୟୁରୋ : ପରଦାକୁ ଆସିଲା ହିନ୍ଦୀ ଫିଲ୍ମ ‘ମେଁ ଅଟଳ ହୁଁ’ । ଚଳଚିତ୍ରରେ ବାଜପେୟୀଙ୍କ ଭୂମିକାରେ ନଜର ଆସିଛନ୍ତି ଅଭିନେତା ପଂକଜ ତ୍ରିପାଠୀ । ରବି ଯାଦବଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ଜୀବନର ପ୍ରତ୍ୟେକ ଦିଗକୁ ଦୁଇ ଘଂଟା ମଧ୍ୟରେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି । ମେଁ ଅଟଳ ହୁଁର କାହାଣୀ ପାକିସ୍ତାନ ପ୍ରତି ବାଜପେୟୀଙ୍କ ଆଭିମୁଖ୍ୟକୁ ନେଇ ଆରମ୍ଭ ହୋଇଛି । ବାଜପେୟୀ ଜଣେ ଭଲ ବକ୍ତା ହେବା ସହ କିଭଳି ଜଣେ ସଫଳ ବ୍ୟକ୍ତି ଓ ମହାନ ରାଜନେତା ହେଲେ ତାହା ଏହି ସିନେମାରେ ଚିତ୍ରଣ କରାଯାଇଛି । ପିଲାଦିନରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟ ପରେ ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ଯାତ୍ରାକୁ ଏହି ଫିଲ୍ମରେ ଦର୍ଶାଯାଇଛି । ଏହି ସିନେମା ବ୍ୟତୀତ ପରଦାକୁ ଆସିଛି ଆଉ ଏକ ଫିଲ୍ମ ସିକ୍ସ-ନାଇନ୍-ଫାଇବ୍ । ବାବ୍ରି ମସଜିଦ୍ ଭଙ୍ଗାଠାରୁ ଆରମ୍ଭ କରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ତିନୋଟି ପ୍ରମୁଖ ତାରିଖକୁ ନେଇ ଏହି ସିମେମାଟି ଗତିଶୀଳ ହୋଇଛି । ୬, ଡିସେମ୍ବର ୧୯୯୨ରେ ବାବ୍ରି ମସଜିଦ୍ ଭଙ୍ଗାଯିବା, ୯, ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟରେ ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପାଇଁ ରାୟ ପ୍ରକାଶ ପାଇବା ଓ ୫ ଅଗଷ୍ଟ, ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବା ଏହି ଘଟଣାକ୍ରମକୁ ସିନେମାରେ ପ୍ରଦର୍ଶୀତ କରାଯାଇଛି । ଏହି ଦୁଇଟି ସିନେମା ମଧ୍ୟରୁ ଦର୍ଶକ କେଉଁ ଫିଲ୍ମକୁ ଅଧିକ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

The post ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କଲା ୨ଟି ଫିଲ୍ମ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପୟୀଙ୍କ କାହାଣୀକୁ ନେଇ ଆସିଲା ମେଁ ଅଟଳ ହୁଁ first appeared on Kanak News.

from Kanak News
via <a href="https://ifttt.com/?

ବିଲକିସ୍ ବାନୋ ଦୁଷ୍କର୍ମକାରୀଙ୍କୁ ମିଳିଲାନି ଆଶ୍ୱସ୍ତି । ୨୧ ତାରିଖ ସୁଦ୍ଧା ସମସ୍ତ ୧୧ ଜଣ ଦୋଷୀଙ୍କୁ ଆତ୍ମସମର୍ପଣ କରିବାକୁ କହିଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ ୧୧ ଦୋଷୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ୨୧ ତାରିଖ ସୁଦ୍ଧା ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ କହିଲେ ସର୍ବୋଚ୍ଚ ନାୟାଳୟ । ଆତ୍ମସମର୍ପଣ ପାଇଁ ସମୟ ମାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦୋଷୀ । ଶୁକ୍ରବାର ଏନେଇ ଶୁଣାଣି କରି ଦୋଷୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଆତ୍ମସମର୍ପଣ ପାଇଁ ଦୋଷୀମାନେ ଦର୍ଶାଇ ଥିବା କାରଣ ପ୍ରଯୁଜ୍ୟ ନୁହେଁ । ସେଥିପାଇଁ ସମୟବୃଦ୍ଧିର ପ୍ରଶ୍ନ ଉଠୁନାହିଁ । ୨୦୦୨ ଗୁଜରାଟ ଦଙ୍ଗା ପୀଡିତା ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଦୁଷ୍କର୍ମ ସମୟରେ ବିଲକିସ ବାନୋ ୫ ମାସର ଗର୍ଭବତୀ ଥିଲେ ଏବଂ ତାଙ୍କୁ ସେତେବେଳେ ମାତ୍ର ୨୧ ବର୍ଷ ହୋଇଥିଲା । ଏହି ମାମଲାରେ ଗୁଜରାଟ ଓ ମହାରାଷ୍ଟ୍ରର ତଳ କୋର୍ଟ ଏବଂ ହାଇକୋର୍ଟ ୧୧ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମା ନୀତି ବଳରେ ସମସ୍ତ ଦୋଷୀଙ୍କୁ ଦେଢ ବର୍ଷ ତଳେ ସମସ୍ତ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦେଇଥିଲେ । ଏହାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ବିଲକିସ ବାନୋ । ସୁପ୍ରିମକୋର୍ଟ ଏନେଇ ଶୁଣାଣି କରି କହିଛନ୍ତି, ଦୋଷୀଙ୍କ ଦଣ୍ଡ କୋହଳ କରାଯାଇ ପାରିବ ନାହିଁ କି ସମୟ ପୂର୍ବରୁ ସେମାନେ ଜେଲରୁ ମୁକୁଳି ପାରିବେ ନାହିଁ ।

The post ବିଲକିସ୍ ବାନୋ ଦୁଷ୍କର୍ମକାରୀଙ୍କୁ ମିଳିଲାନି ଆଶ୍ୱସ୍ତି । ୨୧ ତାରିଖ ସୁଦ୍ଧା ସମସ୍ତ ୧୧ ଜଣ ଦୋଷୀଙ୍କୁ ଆତ୍ମସମର୍ପଣ କରିବାକୁ କହିଲେ ସୁପ୍ରିମକୋର୍ଟ first appeared on Kanak News.

from Kanak News
via <a href="https://ifttt.com/?

ଶେଷରେ ସରକାରୀ ବାସଭବନ ଖାଲି କଲେ ଟିଏମସି ନେତ୍ରୀ । ଘର ଛାଡିବାକୁ ତୃତୀୟ ଥର ନୋଟିସ୍ ପରେ ହାଇକୋର୍ଟର ହୋଇଥିଲେ ଦ୍ୱାରସ୍ଥ

କନକ ବ୍ୟୁରୋ : ଶେଷରେ ସରକାରୀ ଘର ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୈତ୍ର । ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ବହିଷ୍କୃତ ହୋଇଥିବା ଲୋକସଭା ସାଂସଦ ମହୁଆ ମୈତ୍ରାଙ୍କୁ ଶେଷରେ ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଛି । ସରକାରଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ଖାରଜ କରିଦେବା ପରେ ଆଉ କୌଣସି ରାସ୍ତା ନଥିଲା । ଆଉ ଶେଷରେ ଦିଲ୍ଲୀରେ ଥିବା ଟେଲିଗ୍ରାଫ ଲେନରେ ଥିବା ନାଇନ-ବି ସରକାରୀ ବଂଗଳା ଛାଡିବାକୁ ପଡିଛି ତାଙ୍କୁ । ଦୁଇ ଦିନ ତଳେ ମହୁଆଙ୍କୁ ପୁଣି ଥରେ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପଠାଯାଇଥିଲା । ଯାହା ପରେ ମହୁଆ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ସଂସଦରେ ଲାଂଚ ନେଇ ପ୍ରଶ୍ନ ପଚାରିବାର ଅଭିଯୋଗ ପ୍ରମାଣିତ ହେବା ପରେ ୨୦୨୩ ଡିସେମ୍ବର ୮ ରେ ମହୁଆଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା । ଏହାପରେ ତାଙ୍କୁ ଦୁଇ ଥର ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା, କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଇନଥିଲେ । ପରେ ତୃତୀୟ ଥର ପାଇଁ ତାଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପଠାଯାଇଥିଲା । ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ମୂଲ୍ୟବାନ ଉପହାର ଗ୍ରହଣ କରିବା ଏବଂ ସଂସଦ ୱେବସାଇଟର ୟୁଜର ଆଇଡି ଏବଂ ପାସୱାର୍ଡ ତାଙ୍କ ସହ ସେୟାର କରିବା ଅଭିଯୋଗରେ ‘ଅନୈତିକ ଆଚରଣ’ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ ଗତ ବର୍ଷ ଡିସେମ୍ବର ୮ରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା ।

The post ଶେଷରେ ସରକାରୀ ବାସଭବନ ଖାଲି କଲେ ଟିଏମସି ନେତ୍ରୀ । ଘର ଛାଡିବାକୁ ତୃତୀୟ ଥର ନୋଟିସ୍ ପରେ ହାଇକୋର୍ଟର ହୋଇଥିଲେ ଦ୍ୱାରସ୍ଥ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started