ପେଟିଏମ ଜରିଆରେ ଟିଭି ରିଚାର୍ଜ କରିବା ପଡିଲା ମହଙ୍ଗା : ୨୮୦ ଟଙ୍କାର ଟିଭି ରିଚାର୍ଜ ପାଇଁ କଟିଗଲା ଲକ୍ଷେ ଟଙ୍କା

ପେ’ ଟିଏମ ଜରିଆରେ ଟିଭି ରିଚାର୍ଜ କରିବା ପଡିଲା ମହଙ୍ଗା । ୨୮୦ ଟଙ୍କାର ଟିଭି ରିଚାର୍ଜ ପାଇଁ କଟିଗଲା ଲକ୍ଷେ ଟଙ୍କା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳରେ ଏହି ଘଟଣା ଘଟିଛି । ଚନ୍ଦ୍ରଶେଖରପୁରର ବୈରାଗ ଚରଣ ରାଉତଙ୍କ ଝିଅ ଏୟାରଟେଲ ଡିଜିଟାଲ ଟିଭି ପାଇଁ ରିଚାର୍ଜ କରୁଥିଲେ ।

ହେଲେ ରିଚାର୍ଜ ନହେବା କାରଣରୁ ଗୁଗୁଲରେ ପେଟିଏମ ହେଲ୍ପ ଲାଇନ ନମ୍ବରରେ କଲ କରି କଥା ହେବା ସମୟରେ ଆକାଉଂଟରେ ଟଙ୍କା କଟିଯାଇଥିଲା ।ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ସାଇବର କ୍ରାଇମ ଡିପାର୍ଟମେଂଟରେ ମଧ୍ୟ ଏନେଇ ଲିଖିତ ଅଭିଯୋଗ କରାଯାଇଛି ।

ସୂଚନା ଅନୁଯାୟୀ, ଟିଭି ରିଚାର୍ଜ ଅନ୍‌ଲାଇନ୍‌ରେ କେମିତି ହେବ, ସେନେଇ ୱେବ୍‌ସାଇଟ୍‌ ସର୍ଚ୍ଚ କରିଥିଲେ। ପରେ ସେ ମୋବାଇଲରେ ଏକ ଆପ୍ ଡାଉନ୍‌ଲୋଡ୍‌ କରି ୨୨୦ ଟଙ୍କାର ରିଚାର୍ଜ କରିଥଲେ। କିନ୍ତୁ ରିଚାର୍ଜ ଫେଲ୍ ହେବା ସହିତ ଆକାଉଣ୍ଟରୁ ଟଙ୍କା କଟି ଯାଇଥି‌ଲା। ଏନେଇ ସେ କଷ୍ଟମର୍ କେୟାର ସହ ଯୋଗାଯୋଗ କରିଥିଲେ। କଷ୍ଟମର କେୟାର ବ୍ୟକ୍ତି ତାଙ୍କ ଆକାଉଣ୍ଟ ବିଷୟରେ ପଚରାଉଚରା କରିବା ପରେ କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରେ ଥିବା ୯୯ ହଜାର ଟଙ୍କା ଉଠାଣ ହୋଇଯାଇଥିଲା।

from Kanak News
via <a href="https://ifttt.com/?

କରୋନା ଟେଷ୍ଟ ପାଇଁ ଘରୋଇ ହସ୍ପିଟାଲ ଯାଉଛନ୍ତି କି? ସାବଧାନ! ଲୋକଙ୍କୁ ମନଇଚ୍ଛା ଲୁଟାଯାଉଛି…

ସରକାରୀ ନିର୍ଦେଶନାମାକୁ ମାନୁ ନାହାନ୍ତି ରାଜଧାନୀର ଘରୋଇ ହସ୍ପିଟାଲ । କୋଭିଡ୍‌ ପରୀକ୍ଷା ନାଁରେ ଲୋକଙ୍କୁ ମନଇଚ୍ଛା ଲୁଟୁଛନ୍ତି । କୋଭିଡ୍‌ ପରୀକ୍ଷା ଦର ସରକାର ଯାହା ଧାର୍ଯ୍ୟ କରିଛନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ଟଙ୍କା ନେଉଛନ୍ତି । ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ଏଭଳି ଗଦା ଗଦା ଅଭିଯୋଗ ଆସିଲାଣି । ବିଶେଷକରି ସାମାଜିକ ଗଣମାଧ୍ୟମରେ ଲୋକେ ଖୋଲାଖୋଲି ଅଭିଯୋଗ କରିବା ସହିତ ସ୍ବାସ୍ଥ୍ୟ ବିଭାଗକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ମାତ୍ର ସରକାରୀ ଉଦାସୀନତା ଏଭଳି ଦିନ ଦ୍ବିପ୍ରହରର ଲୁଟ‌କୁ ପ୍ରୋତ୍ସାହିତ କରୁଛି ।

ଅପରପକ୍ଷରେ ସବୁଠାରୁ ବିଶ୍ବସନୀୟ କୋଭିଡ୍‌ ପରୀକ୍ଷା ଆର‌ଟି-ପିସିଆର୍‌ ଦରକୁ ରାଜ୍ୟ ସରକାର ୪ଶହ ଟଙ୍କାକୁ ହ୍ରାସ କରିଛନ୍ତି, ଯାହାକି ଦେଶରେ ସବୁଠାରୁ କମ୍ । ଆଜି ରାଜ୍ୟ ସରକାର ରାପିଡ୍ ଆଣ୍ଟିଜେନ୍ କିଟ୍‌ ଦର କମାଇଥିଲେ ମଧ୍ୟ ଘରୋଇ ହସ୍ପିଟାଲ‌ରେ ଲୋକଙ୍କଠାରୁ କେତେ ଟଙ୍କା ନିଆଯିବ, ତାହାର ଯାଞ୍ଚ କିଏ କରିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଦେବବ୍ରତ ମହାନ୍ତି ନାମକ ଜଣେ ବ୍ୟକ୍ତି ରାଜଧାନୀର ଏକ ନାମୀ ଘରୋଇ ହସ୍ପିଟାଲକୁ ନିଜ ବାପାଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ରାପିଡ୍‌ ଆଣ୍ଟିଜେନ୍ କିଟ‌ରେ ପରୀକ୍ଷା ବାବଦରେ ୮ଶହ ଟଙ୍କା ଦାବି କରାଯାଇଥିଲା । ଏହାକୁ ସେ ବିରୋଧ କରିଥିଲେ । ହେଲେ ହସ୍ପିଟାଲରେ କେହି ଶୁଣି ନଥିଲେ । ଫଳରେ ବାଧ୍ୟ ହୋଇ ଦେବବ୍ରତ ଫେରି ଆସିଥିଲେ । ଏନେଇ ସେ ଟ୍ବିଟରରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗ ଓ ଆଇସିଏମଆରକୁ ଟ୍ୟାଗ୍‌ କରି ଏଭଳି ଲୁଟ୍‌ ସଂପର୍କରେ ସୂଚନା ଦେଇଛନ୍ତି ।

ଗତ ଜୁଲାଇ ୧୪ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ ଦରକୁ ଘରୋଇ ହସ୍ପିଟାଲ ଓ ପରୀକ୍ଷାଗାର ପାଇଁ ୪୫୦ଟଙ୍କା ଧାର୍ଯ୍ୟ କରାଯାଇଥିଲା । ସେବେଠାରୁ ଏହି ଦର ଅପରିବର୍ତିତ ରହିଛି । ହେଲେ ଘରୋଇ ହସ୍ପିଟାଲଗୁଡ଼ିକ ବିଭିନ୍ନ ବାହାନା କରି ରୋଗୀଙ୍କଠାରୁ ମନଇଚ୍ଛା ଦର ନେଉଛନ୍ତି; କେଉଁ ହସ୍ପିଟାଲରେ ୬ଶହ ତ ଆଉ କେଉଁଠି ୮ଶହ ଟଙ୍କା । ସେହିପରି ରାଜ୍ୟରେ ପୂର୍ବରୁ ଆର‌ଟି-ପିସିଆର୍‌ ପରୀକ୍ଷା ଦର ଘରୋଇ ହସ୍ପିଟାଲରେ ଅଢ଼େଇ ହଜାର ଓ ପରବର୍ତୀ ସମୟରେ ୧୨ଶହ ଟଙ୍କାକୁ ହ୍ରାସ କରାଯାଇଥିଲା । ନିକଟରେ ରାଜ୍ୟ ସରକାର ଏହାର ଦରକୁ ୪ଶହ ଟଙ୍କାକୁ କମାଇ ଦେଇଛନ୍ତି । ଦର କମାଇବାର ଉଦ୍ଦେଶ୍ୟ ଥିଲା, ଲୋକମାନେ ଯେପରି ଅଧିକରୁ ଅଧିକ ସଂଖ୍ୟାରେ କୋଭିଡ୍‌ ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରିବେ । ହେଲେ ରାଜଧାନୀର ଘରୋଇ ହସ୍ପିଟାଲମାନେ ଆରଟି-ପିସିଆର ପରୀକ୍ଷା ଦର ୨ ହଜାର ଟଙ୍କାରୁ ୨୬ଶହ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି ।

ଜାଣିଶୁଣି ଏଥିରେ ଡାକ୍ତର କନସଲଟ ଓ ଅନ୍ୟ ଖର୍ଚକୁ ସାମିଲ କରିବା ଫଳରେ ଦରବୃଦ୍ଧି ପାଉଛି । ସରକାରଙ୍କ ଧାର୍ଯ୍ୟଦର ବଦଳରେ ଏଭଳି କାହିଁକି ଚଢ଼ା ଦର ନିଆଯାଉଛି, ପଚାରିଲେ ଅବାନ୍ତର ଯୁକ୍ତି କରିବା ସହ ଆମ ହସ୍ପିଟାଲରେ ଏହି ଦର ରହିଛି ବୋଲି କହ‌ୁଛନ୍ତି । ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରିଥିବା ଲୋକମାନେ ଏଭଳି ଲୁଟ୍‌ ସଂପର୍କରେ ଜାଣୁଥିଲେ ହେଁ ପ୍ରତିବାଦ କରିପାରୁ ନାହାନ୍ତି । ରାଜଧାନୀରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ହସ୍ପିଟାଲଗୁଡ଼ିକରେ ଅନ୍ୟ ସାଧାରଣ ରୋଗୀଙ୍କ ଭିଡ଼ ହେଉଛି । ତେଣୁ ଏହାର ସୁଯୋଗ ନେଇ ଘରୋଇ ହସ୍ପିଟାଲଗୁଡ଼ିକ ମନଇଚ୍ଛା ଲୁଟ୍ କରୁଛନ୍ତି । ଅପରପକ୍ଷରେ ଘରୋଇ ହସ୍ପିଟାଲଗୁଡ଼ିକରେ ସରକାରୀ ଦର ଅନୁଯାୟୀ, ଟଙ୍କା ନିଆଯାଉଛି କି ନାହିଁ, ତାହା ଜାଣିବା ଲାଗି କୌଣସି ବ୍ୟବସ୍ଥା ନାହିଁ । ଅଧିକାରୀମାନେ କେବଳ ଅଭିଯୋଗ ଆସିଲେ ହିଁ ଏହାର ତଦନ୍ତ କରାଯିବ ବୋଲି କହୁଛନ୍ତି । ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଶ୍ରୀ ମହାପାତ୍ର କହିଛନ୍ତି, ଏ ନେଇ ଏକ ଟିମ୍ ପଠାଯାଇ ଏହାର ତଦନ୍ତ କରାଯିବ ।

from Kanak News
via <a href="https://ifttt.com/?

ନୂଆ ରୁପରେ ବାବା କା ଢାବା  : ନୂଆ ରେସ୍ତୋରାଁ ଖୋଲିଲେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ସାଉଁଟିଥିବା ‘ବାବା କା ଢାବା’ର ମାଲିକ 

କନକ ବ୍ୟୁରୋ : ନୂଆ ରୁପରେ ବାବା କା ଢାବା । ସୋସିଆଲ ମିଡ଼ିଆରେ ଚର୍ଚ୍ଚା ସାଉଁଟିଥିବା ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ମାଲବୀୟ ନଗରରେ ଏକ ନୂଆ ରେଷ୍ଟୁରାଂଟ ଉଦଘାଟନ କରିଛନ୍ତି । ୟୁଟ୍ୟୁବର ଗୌରବ ବାସନଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବାବା କା ଢାବା ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ଏହାପରେ ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ଗୌରବଙ୍କ ଉପରେ ପଇସା ପତ୍ର ହେରଫେର ନେଇ ଅଭିଯୋଗ ଆଣିଥିଲେ । ଏଥିପାଇଁ କାନ୍ତା ପ୍ରସାଦ ମଧ୍ୟ ପୋଲିସର ଦ୍ୱାରସ୍ତ ହୋଇଥିଲେ ।

କିନ୍ତୁ ଏତେସବୁ ବିବାଦ ଭିତରେ କାନ୍ତା ପ୍ରସାଦ ତାଙ୍କର ଏକ ନୂଆ ରେଷ୍ଟୁରାଂଟର ଉଦଘାଟନ କରିଛନ୍ତି । ରେଷ୍ଟୁରାଂଟ ଉଦଘାଟନ ସମୟରେ କାନ୍ତା ପ୍ରସାଦ କହିଛନ୍ତି ତାଙ୍କର ଗୌରବଙ୍କ ସାଙ୍ଗରେ କିଛି ମତପାର୍ଥକ୍ୟ ନାହିଁ । ଗୌରବ ତାଙ୍କ ରେଷ୍ଟୁରାଂଟକୁ ଖାଇବାକୁ ଆସିଲେ ସେ ଖୁସି ହେବେ ବୋଲି କହିଛନ୍ତି କାନ୍ତାପ୍ରସାଦ । ଗୌରବଙ୍କ ଯୋଗୁଁ ସେ ଏତେ ବାଟ ପର୍ଯ୍ୟନ୍ତ ପହଂଚିଛନ୍ତି ବୋଲି କହିଛନ୍ତି କାନ୍ତାପ୍ରସାଦ । ସାଧାରଣ ଜନତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି କାନ୍ତାପ୍ରସାଦ ।

ଏହା ସହ ରେଷ୍ଟୁରାଂଟ ଖୋଲିବାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି କାନ୍ତା ପ୍ରସାଦ । ତେବେ ଖୁସିର କଥା ହେଉଛି କାନ୍ତାଙ୍କ ନୂଆ ରେଷ୍ଟୁରାଂଟରେ ମେନୁ ରହିଛି ଇଣ୍ଡିଆନ ଏବଂ ଚାଇନିଜ ଖାଦ୍ୟ । ରେଷ୍ଟୁରାଂଟରେ ଖାଦ୍ୟ ପ୍ରସ୍ତୁତ ପାଇଁ ୨ଜଣ ସେଫ ଏବଂ ଜଣେ ସପୋର୍ଟିଂ ଷ୍ଟାଫ୍ ରହିବେ । ସେ ନିଜେ ତାଙ୍କ ପୁରୁଣା ଢାବା ଚଲାଇବା ସହ ନୂଆ ଢାବା ଚଲାଇବା ପାଇଁ ତାଙ୍କୁ ତାଙ୍କ ପୁଅ ସହାୟତା କରୁଛନ୍ତି ।

from Kanak News
via <a href="https://ifttt.com/?

ଯୁଦ୍ଧଜାହାଜ ଦେଖିବେ ଲୋକପ୍ରତିନିଧି : ପାରାଦୀପ ଗସ୍ତରେ ରାଜ୍ୟର ୧୨୩ ବିଧାୟକ; ବୁଲିଦେଖିବେ ଆଇଏନଏସ ଜଲସା ଓ ଶିବଲିକ୍

କନକ ବ୍ୟୁରୋ : ଯୁଦ୍ଧଜାହାଜ ଦେଖିବେ ଲୋକପ୍ରତିନିଧି । ଆଜି ରାଜ୍ୟର ୧୨୩ ଲୋକପ୍ରତିନିଧି ଯୁଦ୍ଧଜାହାଜ ଦେଖିବାକୁ ଯାଇଛନ୍ତି ପାରାଦ୍ୱୀପ । ଏମାନେ ପାରାଦ୍ୱୀପରେ ଆଇଏନଏସ ଜଲସା, ଆଇଏନଓ ଜଲାସା ଦେଖିବେ । ବିଧାୟକ ସହ ବାଚସ୍ପତି ଓ ଅନେକ ମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି ।

ଏତେ ସ˚ଖ୍ୟାରେ ବିଧାୟକ ଏକାଠି ପାରାଦୀପ ଆସିବା, ପ୍ରଥମ ଘଟଣା। ଏଣୁ ଏହି କାର୍ଯ୍ୟକ୍ରମରେ ଯେମିତି କୌଣସି ସମସ୍ୟା ସୃଷ୍ଟି ନ ହୁଏ, ସେଥିପାଇଁ ନୌସେନା ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏ ନେଇ ନୌସେନା ବିଭାଗ ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ପ୍ରାଥମିକ ସ୍ତରରେ କେବଳ ସୂଚନା ଦିଆଯାଇଛି। ‘ଆଇଏନ୍‌ଏସ୍‌ ଜଳସ୍ବା’ ହେଉଛି ଦେଶର ଦ୍ବିତୀୟ ବୃହତ୍ତମ ଯୁଦ୍ଧ ଜାହାଜ। ପୂର୍ବରୁ ଏହାର ନାଁ ‘ୟୁଏସ୍‌ଏସ୍‌ ଟ୍ରେ˚ଟନ’ ଥିଲା ।

ଏହାକୁ ଭାରତ କିଣିବା ପରେ ୨୦୦୭ ଜୁନ୍‌ ୨୨ରେ ଏହାର ନାଁକୁ ବଦଳାଯାଇ ‘ଆଇଏନ୍‌ଏସ୍‌ ଜଳସ୍ବା’ କରାଯାଇଛି। ଏହାର ବିଶେଷତ୍ବ ହେଲା ଏହା ଉଭୟ ଜଳ ଓ ସ୍ଥଳରେ ଚାଲିପାରିବ । ଏହାର ଦୈର୍ଘ୍ୟ ୫୭୦ ଫୁଟ୍‌ ହୋଇଥିବା ବେଳେ ଚଉଡ଼ା ୧୦୦ ଫୁଟ୍‌ ରହିଛି। ଏହା ଘ˚ଟାକୁ ୪୦ କିମି ବେଗରେ ଗତି କରିପାରେ । ୨୭ ଜଣ ଅଧିକାରୀ, ୩୮୦ ଜଣ ନାବିକଙ୍କ ମିଶାଇ ମୋଟ୍‌ ହଜାରେ ଜଣଙ୍କୁ ନେଇପାରିବା ଭଳି ଏହି ଜାହାଜର କ୍ଷମତା ରହିଛି । ୧୬,୬୦୦ ଟନ୍‌ ପର୍ଯ୍ୟନ୍ତ ମାଲ୍‌ପରିବହନ କରିପାରିବା ଭଳି କ୍ଷମତା ରଖିଛି ।

from Kanak News
via <a href="https://ifttt.com/?

ଜାଡରେ ଥରୁଛି ଅଧା ଓଡିଶା : ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ କମ୍; ଶୀତ ଯୋଗୁଁ ବଢିଲା ଲୋକଙ୍କ ଦୁର୍ଦ୍ଦଶା

ntense Cold Wave Hits Normal Life In Kandhamal, Mercury Likely To Dip Further

କନକ ବ୍ୟୁରୋ : ତାପମାତ୍ରା ଖସୁଛି, ଶୀତ ବଢ଼ୁଛି । ବଢ଼ିଚାଲିଛି ଶୀତର ପ୍ରକୋପ । ଜାଡ଼ରେ ଥରୁଛି ଓଡିଶା । ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ କମ ରହିଛି । ଜାଡରେ କନ୍ଧମାଳ ଥରୁଥିବାବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ତୁଷାପାତ  । ଏଠାରେ ବିଭିନ୍ନ ସ୍ଥାନରେ ତୁଷାରପାତର ଦୃଶ୍ୟ ଦେଖିବାକୁ ମିଳିଛି । ଅତ୍ୟଧିକ ଶୀତ ସହ ତୁଷାରପାତ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ସେପଟେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ପର୍ଯ୍ୟଟକମାନେ ତୁଷାରପାତର ବେଶ୍ ମଜା ନେଉଛନ୍ତି  । କୋରାପୁଟର ବିଭିନ୍ନ ସ୍ଥାନରେ ବି  ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।

୨୪ ଘଣ୍ଟା ପାଇଁ ୪ ଜିଲ୍ଲା ସୁନ୍ଦରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ଅନୁଗୁଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ସେହିଭଳି ନୂଆପଡ଼ା, ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, କଟକ, କଳାହାଣ୍ଡି, ବରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ସତର୍କ ରହିବାକୁ ଓ ରାତିରେ ଜନସାଧାରଣଙ୍କୁ ଘରୁ ନ ବାହାରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ଧରାପଡ଼ିଲେ ମଦୁଆ ବସ୍ ଡ୍ରାଇଭର : ମଦ ପିଇ ଗାଡ଼ି ଚଳାଇବା ବେଳେ କଟକରେ ଦୁଇ ଡ୍ରାଇଭର ଗିରଫ; ୧୦ ହଜାର ଲେଖାଏଁ ଜରିମାନା

କନକ ବ୍ୟୁରୋ : ଧରାପଡ଼ିଲେ ମଦୁଆ ବସ୍ ଡ୍ରାଇଭର । କଟକରେ ମଦ ପିଇ ଗାଡ଼ି ଚଳାଇବା ବେଳେ ଦୁଇ ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ଦୁଇଟି ବସ୍ ଜବତ ହୋଇଛି । ମଦ ପିଇଥିବା ନେଇ ବ୍ରେଥ୍ ଆନାଲାଇଜର ଯନ୍ତ୍ରରେ ଜଣାପଡ଼ିବା ପରେ ଉଭୟ ଚାଳକଙ୍କୁ ଗିରଫ କରିଛି ପୁଲିସ୍ ।

ଚାଉଳିଆଗଂଜ ଥାନା ନିକଟରେ ଏହି ଦୁଇ ବସ୍ ଡ୍ରାଇଭର ଧରାପଡ଼ିଛନ୍ତି । ବସ୍ ଦୁଇଟି ଅନ୍ତରାଜ୍ୟ ଚଳାଚଳ କରୁଥିଲା । ମଦୁଆ ଡ୍ରାଇଭରଙ୍କୁ ୧୦ ହଜାର ଲେଖାଏଁ ଜରିମାନା ହୋଇଛି । ଏହାସହ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି । କଟକ ଆରଟିଓ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

from Kanak News
via <a href="https://ifttt.com/?

ହେଲିକପ୍ଟର ପାଇଁ ଏକର ଏକର ଚାଷ ଜମୀ ନଷ୍ଟ । ସୁନାର ଫସଲ ଦଳି ଚକଟି ନଷ୍ଟ କଲେ ଲୋକେ

ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ଆସିଲେ, ଆଉ ହେଲିକପ୍ଟର ଦେଖିବାକୁ ଆସିଥିବା ଲୋକ ଉଜାଡିଦେଲେ ଚାଷୀଙ୍କ ଏକର ଏକର ଫସଲ | ବିହାରର ଭାଗଲପୁରରେ କିଛି ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରବିବାର ଦିନ ଭାଗଲପୁରର ଗୁଆରିଡିହ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କରିବାକୁ ପହଞ୍ଚିଥିଲେ। ତେବେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପାଟନାଠାରୁ ଭାଗଲପୁର ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଦେଖିବାକୁ ବହୁ ସଂଖ୍ୟାରେ ଲୋକ ହେଲିପ୍ୟାଡ଼ ନିକଟରେ ରୁଣ୍ଡ ହୋଇଥିଲେ | ଆଉ ହେଲିକପ୍ଟର ଦେଖିବାକୁ ଆସିଥିବା ଲୋକମାନେ ସ୍ଥାନୀୟ ଚାଷୀଙ୍କ ଜମିରେ ଲାଗିଥିବା ଫସଲକୁ ଦଳିଚକଟି ନଷ୍ଟ କରିଦେଇଥିଲେ |

ଲୋକଙ୍କ ଗହଳି ଯୋଗୁଁ ଜମିରେ ଲାଗିଥିବା ଗହମ, ମକା ଏବଂ ପନିପରିବା ଫସଲ ନଷ୍ଟ ହୋଇଯାଇଥିଲା | ତେବେ ଯେଉଁ ଚାଷୀଙ୍କ ଫସଲ ନଷ୍ଟ ହୋଇଛି ସେମାନେ ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ପ୍ରଶାସନ ଚାହିଁଥିଲେ ସେମାନଙ୍କ ଫସଲ ନଷ୍ଟ ହୋଇନଥାନ୍ତା | କାରଣ ପାଖରେ ଏକ ବିଦ୍ୟାଳୟ ପଡିଆ ଥିବାବେଳେ ସେଠାରେ ହେଲିପ୍ୟାଡ଼ କରାଯାଇପାରିଥାନ୍ତା | କିନ୍ତୁ ସ୍କୁଲ ପଡିଆରେ ହେଲିପ୍ୟାଡ଼ ନିର୍ମାଣ ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କୁ କାର ଯୋଗେ ଗୁଆରିଡିହ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ଆସିବାକୁ ପଡିଥାନ୍ତା |

ଆଉ ବିଦ୍ୟାଳୟ ପଡିଆଠାରୁ ଗୁଆରିଡିହ ପ୍ରତ୍ନତାତ୍ତ୍ୱିକ ସ୍ଥଳୀକୁ ଯିବା ରାସ୍ତା ଦୀର୍ଘଦିନ ଧରି ଖରାପ ଥିବାବେଳେ କାଳେ ମୁଖ୍ୟମନ୍ତ୍ରୀଙ୍କ ନଜରରେ ଏହା ପଡ଼ିଯିବ, ସେହି ଭୟରେ ଅଧିକାରୀମାନେ ଚାଷ ଜମି ପାଖରେ ଅସ୍ଥାୟୀ ହେଲିପ୍ୟାଡ଼ ନିର୍ମାଣ କରାଇଥିଲେ | ଅନ୍ୟପଟେ ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ କୃଷକମାନଙ୍କୁ ଫସଲ କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଦିଆଯିବ ବୋଲି କହାଯାଇଛି । ଫସଲ ନଷ୍ଟ ହୋଇଥିବା ଯୋଗୁଁ ଜିଲ୍ଲାପାଳ ସ୍ଥାନୀୟ ଅଧିକାରୀମାନଙ୍କୁ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |

from Kanak News
via <a href="https://ifttt.com/?

ଏଏନଏମଙ୍କ ଆନ୍ଦୋଳନ ୨୪ ଦିନରେ : ଶୀତ କାକର ରାତିରେ ରାଜଧାନୀରେ ଜାରି ରଖିଛନ୍ତି ଧାରଣା

କନକ ବ୍ୟୁରୋ : ଠିକା ଏଏନଏମ ସ୍ୱାସ୍ଥ୍ୟକର୍ମୀ ମାନେ ସ୍ଥାୟୀ ନିଯୁକ୍ତି ଦାବିରେ ୨୪ ଦିନ ଆନ୍ଦୋଳନରେ ବସିଛନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ପାରି ନାହିଁ । ଶୀତ କାକର ରାତିରେ ଏମାନେ ରାଜଧାନୀର ରାସ୍ତା ଉପରେ ଶୋଇ ଧାରଣା ଜାରି ରଖିଛନ୍ତି । ରାଜଧାନୀରେ ପ୍ରବଳ ଥଣ୍ଡା ଏମାନଙ୍କ ଅସୁବିଧା ବଢ଼ାଇ ଦେଇଛି । ଶୀତ ପ୍ରକୋପରୁ ବର୍ତ୍ତିବା ପାଇଁ ଆନ୍ଦୋଳନକାରୀମାନେ ନିଆଁ ଜଳି ବସିଥିବାର ଚିତ୍ର ଦେଖିବାକୁ ମିଳିଛି ।

ଗତ ୨୪ ଦିନ ହେବ ସ୍ଥାୟୀ ନିଯୁକ୍ତି ଓ ବକେୟା ଦରମା ଦାବି କରି ରାଜଧାନୀର ଲୋୟର ପିଏମଜିରେ ଆନ୍ଦୋଳନରେ ବସିଛନ୍ତି ଏଏନଏମ୍ କର୍ମୀ । ଶୀତ କାକରରେ ପଡି ରହି ରାଜରାସ୍ତାରେ ଚଳାଇଛନ୍ତି ଆନ୍ଦୋଳନ । କରୋନା ଚିକିତ୍ସା ପାଇଁ ସେମାନଙ୍କୁ ତିନି ମାସ ପର୍ଯ୍ୟନ୍ତ ଠିକା ନିଯୁକ୍ତି ଦିଆଯାଇଥିଲା । ଅବଧି ଶେଷ ହେବା ପରେ ସେମାନେ ସ୍ଥାୟୀ ଚାକିରୀ ଦାବି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

from Kanak News
via <a href="https://ifttt.com/?

ସିକ୍କିମରେ ଦୁର୍ଘଟଣାରେ ଓଡ଼ିଆ ଯବାନ ଯଜ୍ଞ ନାରାୟଣ କରଙ୍କ ମୃତ୍ୟୁ : ବାପା, ମାଆ ଓ ସ୍ତ୍ରୀଙ୍କ ଆଖିରୁ ଶୁଖୁନି ଲୁହ

କନକ ବ୍ୟୁରୋ : ଦୁର୍ଘଟଣାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ । ସିକ୍କିମର ନାଥୁଲା ସେକ୍ଟରରେ ରବିବାର ଘଟିଥିବା ଦୁର୍ଘଟଣାରେ ୪ ଜଣ ଯବାନ ଓ ଜଣେ ନାବାଳଙ୍କ ମୃତ୍ୟୁ ଘଟିଥିଲା । ଏମାନଙ୍କ ମଧ୍ୟରେ ଓଡ଼ିଆ ଅଛନ୍ତି ଯବାନ ଯଜ୍ଞ ନାରାୟଣ କର । ତାଙ୍କ ଘର ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣା ଗାଁରେ । ଏହି ଖବର ପହଂଚିବା ପରେ ଘରେ କାନ୍ଦ ବୋବାଳି ପଡ଼ିଛି ।

ଯଜ୍ଞଙ୍କ ବାପା, ମାଆ ଓ ସ୍ତ୍ରୀଙ୍କ ଆଖିରୁ ଲୂହ ଶୁଖୁନି । ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛନ୍ତି ବାପା ମାଆ । ଗତବର୍ଷ ଯଜ୍ଞଙ୍କ ବିବାହ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ଖବର ପରେ କାନ୍ଦି ଚାଲିଛନ୍ତି ସ୍ତ୍ରୀ । ଯଜ୍ଞଙ୍କ ମୃତ୍ୟୁ ଖବର ପରେ ପୁରା ଗାଁରେ ଏବେ ଶୋକର ପରିବେଶ । ମୃତଦେହ ଗାଁରେ ପହଂଚିବା ପରେ ଏଠାରେ ସଂସ୍କାର କରାଯିବ ।

from Kanak News
via <a href="https://ifttt.com/?

କରୋନା ଟିକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି : ଫାଇଜର ଦ୍ୱାରା ପ୍ରସ୍ତୁତ ଟିକା ନେଲେ ୭୮ ବର୍ଷୀୟ ଜୋ ବାଇଡେନ

କନକ ବ୍ୟୁରୋ : କରୋନା ଟିକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ । ଫାଇଜର ଦ୍ୱାରା ପ୍ରସ୍ତୁତ ଟିକା ନେଇଛନ୍ତି ୭୮ ବର୍ଷୀୟ ବାଇଡେନ । ନୂଆବର୍ଷରୁ ଆମେରିକାରେ ବ୍ୟାପକ ଟିକାକରଣ ପାଇଁ ଯୋଜନା ରହିଛି । ଲୋକଙ୍କ ମନରେ ଟିକା ପ୍ରତି ବିଶ୍ୱାସ ବଢ଼ାଇବାକୁ ବାଇଡେନ ନିଜେ ଟିକା ଗ୍ରହଣ କରିଥିବା କହିଛନ୍ତି । ବାଇଡେନଙ୍କ ସହ ତାଙ୍କ ପତ୍ନୀ ଜିଲ ମଧ୍ୟ ଟିକା ନେଇଛନ୍ତି ।

ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ, କରୋନା ବିରୋଧରେ ଲଢ଼ିବା ପ୍ରଥମ ଗୁରୁତ୍ୱ ହେବ ବୋଲି ବାଇଡେନ କହିସାରିଛନ୍ତି । କରୋନାରେ ଆମେରିକା ସବୁଠୁ ପ୍ରଭାବିତ ହୋଇଛି । ଏଠାରେ ପ୍ରାୟ ଏକ କୋଟି ୭୫ ଲକ୍ଷ ଲୋକ ସଂକ୍ରମଣର ଶୀକାର ହୋଇଥିବା ବେଳେ କରୋନା ୩ ଲକ୍ଷ ୧୫ ହଜାରରୁ ଅଧିକ ଜୀବନ ନେଇ ସାରିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started