ଆସାମର ବ୍ରହ୍ମପୁତ୍ର ନଦୀରେ ବୋଟରେ ଯାତ୍ରା କରି ମାଜୁଲି ଦ୍ୱୀପରେ ପହଁଚିଲେ ରାହୁଲ । କହିଲେ, କଂଗ୍ରେସ ଲୋକସମ୍ପର୍କ ଦେଖି ଭୟବୀତ ହୋଇପଡିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଭାରତ ଯୋଡ ନ୍ୟାୟ ଯାତ୍ରାର ଷଷ୍ଠ ଦିନରେ ଡଙ୍ଗାରେ ବ୍ରହ୍ମପୁତ୍ର ନଦୀରେ ଯାତ୍ରା କଲେ ରାହୁଲ ଗାନ୍ଧୀ । ଶୁକ୍ରବାର ସକାଳେ ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସହଯୋଗୀଙ୍କ ସହ ବିଶ୍ୱର ସର୍ବବୃହତ ଜନବସତି ମାଜୁଲି ଦ୍ୱୀପ ଯାଇଛନ୍ତି । ଏଥିପାଇଁ ବୋଟ୍ରେ ବ୍ରହ୍ମପୁତ୍ର ନଦୀ ଅତିକ୍ରମ କରି ଯାଇଛନ୍ତି ରାହୁଲ । ରାହୁଲଙ୍କ ସହ ସାଧାରଣ ସମ୍ପାଦକ ଜୟରାମ ରମେଶ, ରାଜ୍ୟ ସଭାପତି ଭୂପେନ କୁମାର ବୋରା ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆଙ୍କ ସମେତ ଦଳର ବହୁ ଶୀର୍ଷ ନେତା ଉପସ୍ଥିତ ଅଛନ୍ତି । ଆସାମରେ ଯାତ୍ରା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୧୭ଟି ଜିଲ୍ଲାରେ ୮୩୩ କିଲୋମିଟର ଯାତ୍ରା କରିବେ ରାହୁଲ । ରାହୁଲଙ୍କ ଏହି ଯାତ୍ରାରେ ବ୍ୟାପକ ଲୋକ ଯୋଗ ଦେଉଥିବାରୁ ଆସାମ ମୁଖ୍ୟମନ୍ତ୍ରୀ ଏଥିପାଇଁ ଡରିଯାଇଥିବା କହିଛନ୍ତି ରାହୁଲ । ଲୋକଙ୍କ ସମର୍ଥନ କଂଗ୍ରେସ ସହ ଥିବା କହିଛନ୍ତି ବରିଷ୍ଠ ନେତା ଜୟରାମ ରମେଶ ।

The post ଆସାମର ବ୍ରହ୍ମପୁତ୍ର ନଦୀରେ ବୋଟରେ ଯାତ୍ରା କରି ମାଜୁଲି ଦ୍ୱୀପରେ ପହଁଚିଲେ ରାହୁଲ । କହିଲେ, କଂଗ୍ରେସ ଲୋକସମ୍ପର୍କ ଦେଖି ଭୟବୀତ ହୋଇପଡିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ମହାରାଷ୍ଟ୍ରରେ ପିଏମ୍ ଆବାସ ଯୋଜନାର ଉଦଘାଟନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ । ଲୁହ ଛଳ ଛଳ ଆଖିରେ ମନେ ପକାଇଲେ ତାଙ୍କ ପିଲା ଦିନ

କନକ ବ୍ୟୁରୋ : ଭାବ ବିହ୍ୱଳ ହୋଇ ଆଖି ଛଳଛଳ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆବାସ ଯୋଜନାର ଏକ ସୋସାଇଟିକୁ ଉଦ୍ଘାଟନ କରିବା ବେଳେ ନିଜ ପିଲାଦିନର କଥା ମନେ ପକାଇ କାନ୍ଦ କାନ୍ଦ ହୋଇପଡିଛନ୍ତି ମୋଦୀ । ଅସହାୟ ବ୍ୟକ୍ତିଙ୍କୁ ପକ୍କା ଘର ଦେବା ବେଳେ ନିଜ ପିଲାଦିନେ ଭୋଗିଥିବା ସମସ୍ୟାକୁ ମନେ ପକାଇ କାନ୍ଦି ପକାଇଛନ୍ତି ପ୍ରଧାନମନ୍ତ୍ରୀ ।

ମହାରାଷ୍ଟ୍ରର ସୋଲାପୁରରେ ଏକ ସୋସାଇଟ୍ ପାଇଁ ପିଏମ୍ ଆବାସ ଯୋଜାନରେ ନିର୍ମିତ କୋଠାକୁ ଉଦ୍ଘାଟନ କରିଛନ୍ତି ମୋଦୀ । ଏତିକି ବେଳେ ଲୋକଙ୍କ ଉଦେଶ୍ୟରେ ଉଦ୍ବୋଧନ ଦେଇ କାନ୍ଦି ପକାଇଛନ୍ତି । କୋହ ଭରା କଣ୍ଠରେ ଏହି କୋଠାକୁ ଦେଖିଲେ ତାଙ୍କ ମନକୁ ଶାନ୍ତି ମିଳୁଛି । ହଜାରେ ଲୋକଙ୍କ ସ୍ୱପ୍ନ ସାକାର ହୋଇଛି । ଏହି ଘରେ ଆସନ୍ତା ୨୨ ତାରିଖ ସଂଧ୍ୟାରେ ରାମ ଜ୍ୟୋତି ଜାଳିବା ସହ ମୋବାଇଲ ଫୋନ ଫ୍ଲାସ ଲାଇଟ୍ ଅନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହରି ଅନ୍ତର୍ଗତ ୯୦ ହଜାରରୁ ଅଧିକ ଘର ନିର୍ମାଣ ହୋଇଛି । କେବଳ ସୋଲାପୁର, ରାମାୟଣନଗର ସୋସାଇଟିରେ ୧୫ ହଜାର ଘର ଗରିବ ଲୋକଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି । ଏହାକୁ ହିତାଧିକାରୀଙ୍କୁ ବାଂଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

The post ମହାରାଷ୍ଟ୍ରରେ ପିଏମ୍ ଆବାସ ଯୋଜନାର ଉଦଘାଟନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ । ଲୁହ ଛଳ ଛଳ ଆଖିରେ ମନେ ପକାଇଲେ ତାଙ୍କ ପିଲା ଦିନ first appeared on Kanak News.

from Kanak News
via <a href="https://ifttt.com/?

ଇରାନ-ପାକିସ୍ତାନ ଭିତରେ ବଢୁଛି ଉତେଜନା । ଏୟାରଷ୍ଟ୍ରାଇକ୍କୁ ନେଇ ଇରାନ ବାହାନାରେ ଭାରତକୁ ଟାର୍ଗେଟ୍ କଲେ ପାକ୍ ପୂର୍ବ ବିଦେଶ ମନ୍ତ୍ରୀ

କନକ ବ୍ୟୁରୋ : ପାକିସ୍ତାନର ପୂର୍ବ ବିଦେଶ ମନ୍ତ୍ରୀ ତଥା ପିପିପି ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ଜରଦାରୀ, ଇରାନ ବାହାନାରେ ଭାରତକୁ କରିଛନ୍ତି ଟାର୍ଗେଟ । ଗୁରୁବାର ପାକିସ୍ତାନର ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେବା ସମୟରେ ବିଲାବଲ କହିଛନ୍ତି, କୌଣସି ଦେଶ ଉପରେ ଏୟାରଷ୍ଟ୍ରାଇକ୍ କରିବା ଏବେ ଯେପରି ଏକ ଟ୍ରେଣ୍ଡ ପାଲଟି ଗଲାଣି । କିଛି ଦେଶ ନିଜ ବ୍ୟକ୍ତିଗତ ପ୍ରସଙ୍ଗକୁ ଛାଡି ଲୋକଙ୍କ ଧ୍ୟାନ ହଟାଇବା ଏବଂ ସେମାନଙ୍କୁ ଖୁସି କରିବା ପାଇଁ ଏଭଳି ଭୟଙ୍କର ଟ୍ରେଣ୍ଡ ଅନୁସରଣ କରୁଛନ୍ତି । ପାକିସ୍ତାନ ଏବେ ଇରାନ୍ ଉପରେ ଯେଉଁ ଆକ୍ରମଣ କରିଛି, ଏହା ତାର ହକ୍ । ଇରାନର ଲଗାତାର ଅନେକ ଆକ୍ରମଣ ପରେ ଏହାର ଜବାବ ଦେବାକୁ ବାଧ୍ୟ ହୋଇଛି ଆମ ଦେଶ ।

ନିଜ ସାକ୍ଷାତ୍କାରରେ ବିଲାବଲ ଭାରତକୁ ଟାର୍ଗେଟ କରିବାକୁ ଭୁଲି ନାହାଁନ୍ତି । ବିଲାବଲ କହିଛନ୍ତି, ପାକିସ୍ତାନ ସବୁବେଳେ ନିଜ ଦେଶରେ ଆତଙ୍କବାଦୀଙ୍କୁ ଶରଣ ଦେଇ ଆସିଥାଏ । ପାକ୍ ସରକାର ଏହାକୁ ଅଣଦେଖା କରିବାରୁ ଇରାନ୍ ଏଭଳି ଏୟାରଷ୍ଟ୍ରାଇକ୍ କରିଛି । ଭାରତ ପାଇଁ ମଧ୍ୟ ପାକିସ୍ତାନ ଏଭଳି ସ୍ଥିତି ଉପୁଜାଇଥିଲା । ଯାହା ଫଳରେ ୨୦୧୯ରେ ବାଲାକୋଟ୍ରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ଭାରତର ଏଭଳି ଏୟାରଷ୍ଟ୍ରାଇକ୍ ପରେ ଏହା ଏକ ଟ୍ରେଣ୍ଡ ପାଲଟି ଯାଇଛି । ନିଜ ଲୋକଙ୍କୁ ଖୁସି କରିବା ପାଇଁ ଆମ ଦେଶରେ ଆକ୍ରମଣ କରିଥିଲା ଭାରତ । ନିର୍ବାଚନ ସମୟ ଥିବାରୁ ଭାରତ ପାକିସ୍ତାନ ଉପରେ ମିଜାଇଲ ଆକ୍ରମଣ କରିଥିଲା । ସେହିପରି ଏବେ ଇରାନୀ ଘରୋଇ ସମସ୍ୟା ତେଜିବାରୁ ନିଜ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସେ ବି ଆମ ଦେଶ ଉପରେ ଆକ୍ରମଣ କରିଛି ।

ମଙ୍ଗଳବାର ଇରାନ ଆକ୍ରମଣ ପରେ ବୁଧବାର ଏହାର ଜବାବ ଦେଇଛି ପାକିସ୍ତାନ । ଇରାନକୁ ପାଲଟା ଜବାବ ଦେଇ ଘନ ଘନ ଆକ୍ରମଣ କରିଛି ପାକିସ୍ତାନ । ଇରାନର ଆତଙ୍କୀ ଠିକଣା ଉପରେ ପାକିସ୍ତାନ ମିସାଇଲ ଓ ଡ୍ରୋନ ଆକ୍ରମଣ କରି ମାଟିରେ ମିଶାଇଛି । ଇରାନର ସିସ୍ତାନ ଓ ସରୱାନ ସହରରେ ରହିଛି ଏମାନଙ୍କ ମୁଖ୍ୟ ଠିକଣା । ପାକିସ୍ତାନ ଏହାକୁ ସେନା କାର୍ଯ୍ୟାନୁଷ୍ଠାନର ନାଁ ଦେଇଛି । ପାକ ସେନା ଅପରେସନ ନାଁ ଦେଇଛି ‘ମାର୍ଗ ବାର ସରମାଚାର’ । ଆକ୍ରମଣ ପରେ ପାକିସ୍ତାନ ସେନା ପକ୍ଷରୁ ବିବୃତି ଜାରି କରାଯାଇଛି । ପାକ ସେନା କହିଛି ୪୮ଘଂଟା ମଧ୍ୟରେ ଶତ୍ରୁଙ୍କୁ ଉଚିତ ଜବାବ ଦିଆଯାଇଛି । ସେପଟେ ଇରାନ୍ ଆକ୍ରମଣକୁ ଭାରତ ସମର୍ଥନ କରିଛି । ଭାରତ ବୈଦେଶିକ ମନ୍ତ୍ରାଳୟ ବୁଧବାର ଏକ ବୟାନ ଜାରି କରି କହିଛି, ଇରାନ ଯେଉଁ ନିଷ୍ପତ୍ତି ନେଇଛି ତାହା ଆତ୍ମରକ୍ଷା ପାଇଁ ଆବଶ୍ୟକ ଥିଲା । ଭାରତ ସବୁବେଳେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଇ ଆସିଛି । ଯେଉଁ ବି ଦେଶ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାଙ୍କୁ ସମର୍ଥନ ଜଣାଇବ ଭାରତ ।

The post ଇରାନ-ପାକିସ୍ତାନ ଭିତରେ ବଢୁଛି ଉତେଜନା । ଏୟାରଷ୍ଟ୍ରାଇକ୍କୁ ନେଇ ଇରାନ ବାହାନାରେ ଭାରତକୁ ଟାର୍ଗେଟ୍ କଲେ ପାକ୍ ପୂର୍ବ ବିଦେଶ ମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଗୁରୁବାର ଠାରୁ ରାମମନ୍ଦିରରେ ଆରମ୍ଭ ହୋଇସାରିଛି ବିଧିବଦ୍ଧ କର୍ମକାଣ୍ଡ । ଅଯୋଧ୍ୟାରେ ପହଁଚି ସମସ୍ତ ପ୍ରସ୍ତୁତିର ସମିକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

କନକ ବ୍ୟୁରୋ : ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତିର ସମିକ୍ଷା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାମମୟ ହୋଇଗଲାଣି ଅଯୋଧ୍ୟା । ଅନେକ ସାଧୁ ସନ୍ଥଙ୍କ ସମାଗମ ହେଲାଣି । ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ସେସବୁର ତଦାରଖ କରିଛନ୍ତି ଯୋଗୀ ଆଦିତ୍ୟନାଥ । କିଭଳି ଭାବେ ସୁଚାରୁ ରୂପେ ଏହି ମହାନ କାମ ସମାପନ ହେବ ସେଥିପାଇଁ ସଭିଁଙ୍କ ସହଯୋଗ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

The post ଗୁରୁବାର ଠାରୁ ରାମମନ୍ଦିରରେ ଆରମ୍ଭ ହୋଇସାରିଛି ବିଧିବଦ୍ଧ କର୍ମକାଣ୍ଡ । ଅଯୋଧ୍ୟାରେ ପହଁଚି ସମସ୍ତ ପ୍ରସ୍ତୁତିର ସମିକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ first appeared on Kanak News.

from Kanak News
via <a href="https://ifttt.com/?

ସାମ୍ନାକୁ ଆସିଲା ରାମଲାଲଙ୍କ ପ୍ରତିମୂତିର ନୂଆ ଫଟୋ । ୫ବର୍ଷର ବାଳକ ଦିବ୍ୟ ରୂପରେ ଦେଲେ ଦର୍ଶନ, ସୌମ୍ୟ, ଶାନ୍ତ ଓ କୋମଳ ପ୍ରତିମାକୁ ଦେଖିଲେ ବିଶ୍ୱବାସୀ

କନକ ବ୍ୟୁରୋ : ଅଯୋଧ୍ୟାରେ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାମ୍ନାକୁ ଆସିଛି ରାମଲଲାଙ୍କ ପ୍ରଥମ ଝଲକ । ଶୁକ୍ରବାର ରାମଲଲାଙ୍କ ପ୍ରଥମ ଫଟୋ ଜାରି ହୋଇଛି । ନୀଳ ଓ କଳା ମିଶ୍ରିତ ପଥରରେ ଅତି ନିଖୁଣ ଭାବେ ରାମଲଲାଙ୍କ ଏହି ବାଳ ସ୍ୱରୂପକୁ ରୂପ ଦିଆଯାଇଛି । ତେବେ ତାଙ୍କ ଆଖିରୁ କପଡାର ପଟ୍ଟି ଏପର୍ଯ୍ୟନ୍ତ ଖୋଲା ଯାଇ ନାହିଁ । ୫ ବର୍ଷର ବାଳକ ସ୍ୱରୂପ ପରି ରହିଛି ଶ୍ରୀରାମଙ୍କ ଏହି ପ୍ରତିମା । ପ୍ରତିମାନେ ସନାତନ ଧର୍ମର ଚିହ୍ନ ରହିଛି । ରାମଲଲାଙ୍କ ମଥାରେ ସୂର୍ଯ୍ୟଙ୍କ ଛବି ଖୋଦିତ ହୋଇଛି । ଡାହାଣ ହାତରୁ ରାମଲଲା ଆଶୀର୍ବାଦ ଦେଉଛନ୍ତି । ବାମ ହାତରେ ଭଗବାନ ଧନୂ-ତୀର ଧରିଛନ୍ତି ।
ଦୀର୍ଘ ୪ ଘଂଟାର ପୂଜାର୍ଚ୍ଚନା ପରେ ରାମଲଲାଙ୍କ ମୂର୍ତି ଗର୍ଭଗୃହରେ ସ୍ଥାପିତ ହୋଇଛି । ଶୁକ୍ରବାର ଅଗ୍ନିକୁଣ୍ଡ ସ୍ଥାପନ ହେବା ସହ ନବଗ୍ରହ ପୂଜା ହେବ । ଶନିବାର ୮୧ କଳସ ଜଳଦ୍ୱାରା ଗର୍ଭଗୃହକୁ ଶୁଦ୍ଧିକରଣ କରାଯିବ । ୨୧ ତାରିଖରେ ୧୨୫ କଳସ ଜଳରେ ରାମଲଲାଙ୍କୁ ସ୍ନାନ କରାଯିବା ସହ ସ୍ୱତନ୍ତ୍ର ପୂଜା କରାଯିବ । ୨୨ ତାରିଖରେ ରାମଲଲାଙ୍କ ଅଚଳମୂର୍ତିର ପ୍ରାଣପ୍ରତିଷ୍ଠା ହେବ । କିନ୍ତୁ ରାମଲଲାଙ୍କ ମୂର୍ତି ପ୍ରାଣପ୍ରତିଷ୍ଠାର ବିଧିବଦ୍ଧ କର୍ମକାଣ୍ଡ ଗୁରୁବାର ଗଣେଶ ପୂଜନରୁ ଆରମ୍ଭ ହୋଇ ସାରିଛି । ମଣ୍ଡପ ପୂଜା କ୍ରମରେ ମନ୍ଦିର ତୋରଣ, ଦ୍ୱାର, ଧ୍ୱଜା, ଆୟୁଧ, ପତାକା, ଦିଗପାଳ, ଦ୍ୱାରପାଳଙ୍କ ପୂଜା କରାଯାଇଥିଲା । ସେହିପରି ୫ଜଣ ବୈଦିକ ଆଚାର୍ଯ୍ୟ ଚାରି ବେଦର ପାରାୟଣ ଆରମ୍ଭ କରିଦେଇଛନ୍ତି ।

ଅଯୋଧ୍ୟାରେ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଗଲାଣି । ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଁଚି ରାମଲଲାଙ୍କ ଦର୍ଶନ କରିଛନ୍ତି । ପ୍ରତିଷ୍ଠା ଉତ୍ସବ ପାଇଁ ହୋଇଥିବା ଟେଂଟସିଟି ପରିଦର୍ଶନ କରିଛନ୍ତି । ଏହାସହ ୨୨ ଜାନୁଆରିରେ ହେବାକୁ ଥିବା ପ୍ରତିଷ୍ଠା ସମାରୋହର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହେଲେ ରାମଲଲା । ୨୨ ଜାନୁଆରୀରେ ହେବ ପ୍ରାଣପ୍ରତିଷ୍ଠା । ତେବେ ଶ୍ରୀରାମଲଲାଙ୍କ ଏହି ପ୍ରତିମାଙ୍କୁ ନିଜ ହାତରେ ପ୍ରସ୍ତୁତ କରିଛନ୍ତି ସ୍ଥପତି ଯୋଗୀରାଜ ଅରୁଣ । ତିନି ଜଣ ଭାସ୍କର୍ଯ୍ୟଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ତିନୋଟି ପ୍ରତିମା ମଧ୍ୟରୁ ଯୋଗୀରାଜ ଅରୁଣଙ୍କ ଦ୍ୱାରା ପ୍ରସ୍ତୁତ ମୂର୍ତିକୁ ଚୟନ କରାଯାଇଥିଲା । ଏବେ ସେହି ମୂର୍ତି ରାମଲଲା ଭାବେ ଭବ୍ୟ ପୂଜା ପାଇବେ ।

The post ସାମ୍ନାକୁ ଆସିଲା ରାମଲାଲଙ୍କ ପ୍ରତିମୂତିର ନୂଆ ଫଟୋ । ୫ବର୍ଷର ବାଳକ ଦିବ୍ୟ ରୂପରେ ଦେଲେ ଦର୍ଶନ, ସୌମ୍ୟ, ଶାନ୍ତ ଓ କୋମଳ ପ୍ରତିମାକୁ ଦେଖିଲେ ବିଶ୍ୱବାସୀ first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ର ସରକାରଙ୍କ କଟକଣା ପରେ କୋଚିଂ ସେଂଟର ଉପରେ ଚଡ଼କ: କୋଚିଂ ସେଂଟର ମାଲିକ କହିଲେ, ବୟସ ନୁହେଁ, ନବମ ଶ୍ରେଣୀ ପରେ ପିଲାଙ୍କୁ ମିଳୁ କୋଚିଂ ପାଇଁ ଅନୁମତି

କନକ ବ୍ୟୁରୋ: କୋଚିଂ ସେଂଟର ଉପରେ କେନ୍ଦ୍ର ସରକାରଙ୍କ ଛାଟ ପଡିବା ପରେ ଏହାକୁ ନେଇ ପ୍ରତିକିୟା ପ୍ରକାଶ ପାଇଛି । କୋଚିଂ ସେଂଟର ମାଲିକଙକ କହିବା କଥା ବୟସକୁ ଗୁୁରୁତ୍ୱ ନଦେଇ ନବମ ଶ୍ରେଣୀ ପରେ ଛାତ୍ରଛାତ୍ରୀଙ୍କୁ କୋଚିଂ ପାଇଁ ଅନୁମତି ମିଳୁ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ସ୍ୱାଗତ କରିଥିଲେ ବି କେବଳ ସ୍କୁଲରେ ପାଠ ପଢ଼ି ଜେଇଇ ଓ ନିଟ୍ ଭଳି ପରୀକ୍ଷାରେ କୃତକାର୍ଯ୍ୟ ହେବା ସହଜ ନୁହେଁ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ କଟକଣା ଲଗାଇବା ପରେ କୋଚିଂ ସେଂଟର ଉପରେ ଚଡ଼କ ପଡିଛି । କାରଣ ୧୬ ବର୍ଷର କମ୍ ବୟସର ପିଲା କୋଚିଂ ସେଂଟର ଯାଇ ପାରିବେନି, ମାଟ୍ରିକ ପରେ ହିଁ କୋଚିଂ ସେଂଟର ଯାଇପାରିବେ ଛାତ୍ରଛାତ୍ରୀ । ଏପରି କଡ଼ା ଗାଇଡଲାଇନ ଆଣିଛି କେନ୍ଦ୍ର । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କୋଚିଂ ସେଂଟର ମାଲିକ । ସେମାନେ କହିଛନ୍ତି –
କ’ଣ ରହିଛିି କୋଚିଂ ସେଂଟର ଆଭିମୁଖ୍ୟ?
ନବମ ଶ୍ରେଣୀ ପରେ କୋଚିଂ ନେବା ପାଇଁ ଅନୁମତି ମିଳୁ
ବୟସ ନୁହେଁ ଶ୍ରେଣୀକୁ ଦିଆଯାଉ ଗୁରୁତ୍ୱ
କୋଚିଂ ସେଂଟର ନଆସିଲେ ପିଲା ଅନଲାଇନ କୋଚିଂ ଆଡ଼େ ମୁହାଁଇବେ
ଅତ୍ୟଧିକ ଇଂଟରନେଟ୍ ଓ ମୋବାଇଲ୍ ବ୍ୟବହାର କୁପ୍ରଭାବ ପକାଇବ
ସରକାରଙ୍କ ନିୟନ୍ତ୍ରଣ ରହୁନଥିବାରୁ ସାରାଦେଶରେ ଛତୁ ଫୁଟିଲା ଭଳି କୋଚିଂ ସେଂଟର ଖୋଲାଯାଉଛି ।
ଶିକ୍ଷାର ବ୍ୟବସାୟୀକରଣ ଉଦ୍ଦେଶ୍ୟରେ ଏହି କୋଚିଂ ସେଂଟରଗୁଡିକ ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି । କୋଚିଂ ସେଂଟରରେ ପଢି ଅକୃତକାର୍ଯ୍ୟ ହେଉଥିବା କିଛି ଛାତ୍ରଛାତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଥିବାରୁ କେନ୍ଦ୍ର ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ କୁହାଯାଇଛି –

କୋଚିଂ ସେଂଟର ଯାଇପାରିବେନି ୧୬ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ
ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ହିଁ ଯାଇପାରିବେ କୋଚିଂ ସେଂଟର
ଭଲ ର୍ୟାଙ୍କ ମିଳିବା ନେଇ ଗ୍ୟାରେଂଟି ଦେଇପାରିବେନି କୋଚିଂ ସେଂଟର
ଅଣଗ୍ରାଜୁଏଟ୍ ଶିକ୍ଷକଙ୍କୁ କୋଚିଂ ସେଂଟର ଦେଇପାରିବେନି ନିଯୁକ୍ତି
ନିର୍ଦ୍ଦେଶନାମାର ୩ ମାସ ମଧ୍ୟରେ ପଞ୍ଜିକୃତ ହେବେ ସମସ୍ତ କୋଚିଂ ସେଂଟର
ନିୟମ ନମାନିଲେ ୧ ଲକ୍ଷ ଟଙ୍କା ଯାଏଁ ଜରିମାନା କିମ୍ବା ପଞ୍ଜିକରଣ ବାତିଲ ହୋଇପାରେ

ଛାତ୍ରଛାତ୍ରୀମାନେ ଏହାକୁ ସ୍ୱାଗତ କରିଥିବା ବେଳେ କେବଳ ସ୍କୁଲରେ ପଢ଼ି ଜେଇଇ, ନିଟ୍ ଭଳି ପ୍ରବେଶିକା ପରୀକ୍ଷାରେ ସଫଳତା ପାଇବା କଷ୍ଟକର ବୋଲି କହିଛନ୍ତି । ତେଣୁ ମାଟ୍ରିକ ସମୟରୁ କୋଚିଂ ନେବା ପାଇଁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

କୋଚିଂ ସେଂଟର ନେଇ ଗାଇଡଲାଇନ ଜାରି କରିବା ସହ ରାଜ୍ୟଗୁଡିକୁ ଏହାକୁ କାର୍ଯ୍ୟକାରୀ କରିବାକୁ କହିଛି କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ । ରାଜ୍ୟ ସରକାର ଏହାକୁ କିପରି ଲାଗୁକରିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି । ମୋଡାଲିଟି କ’ଣ ରହିବ, ଖିଲାପକାରୀଙ୍କ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାହା ସ୍ଥିର କରିବେ ରାଜ୍ୟ ସରକାର ।

The post କେନ୍ଦ୍ର ସରକାରଙ୍କ କଟକଣା ପରେ କୋଚିଂ ସେଂଟର ଉପରେ ଚଡ଼କ: କୋଚିଂ ସେଂଟର ମାଲିକ କହିଲେ, ବୟସ ନୁହେଁ, ନବମ ଶ୍ରେଣୀ ପରେ ପିଲାଙ୍କୁ ମିଳୁ କୋଚିଂ ପାଇଁ ଅନୁମତି first appeared on Kanak News.

from Kanak News
via <a href="https://ifttt.com/?

ଧର୍ମେନ୍ଦ୍ରଙ୍କ ଚିଠି ପରେ ତ୍ୱରିତ ପଦକ୍ଷେପ । ଓଡିଶାରୁ ଅଧିକ ୧୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ନେବ କେନ୍ଦ୍ର

କନକ ବ୍ୟୁରୋ : ଓଡିଶାରୁ ଅଧିକ ଉଷୁନା ଚାଉଳ ଉଠାଇବାକୁ ବାରମ୍ବାର ଦାବି କରି ଆସୁଥିଲେ ରାଜ୍ୟ ସରକାର । ଏହାକୁ ବିଜେଡି ବିଭିନ୍ନ ସମୟରେ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ମଧ୍ୟ ଘେରିଛି । ହେଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନେଇ ଗତ ୧୬ତାରିଖରେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଅବଗତ କରିବା ପରେ ସେ ତତ୍ପରତା ଦେଖାଛନ୍ତି । ଧର୍ମେନ୍ଦ୍ରଙ୍କ ଅନୁରୋଧକୁ ରକ୍ଷା କରି ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଓଡିଶାରୁ ୧୦ଲକ୍ଷରୁ ଅଧିକ ମେଟ୍ରିକ ଟନ୍ ଉଷୁନା ଚାଉଳ ଉଠାଇବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ପୀୟୁଷ ଗୋଏଲ ଅବଗତ କରିଛନ୍ତି ।

ଚଳିତ ବର୍ଷ ଭଲ ଅମଳ ଯୋଗୁଁ ଓଡିଶାରୁ ପ୍ରାୟ ୭୯ଲକ୍ଷ ମେଟ୍ରିକ ଟନ୍ ଖରିଫ୍ ଚାଉଳ ସଂଗ୍ରହ କରିବା ନେଇ ଆକଳନ କରାଯାଇଛି । ପ୍ରାରମ୍ଭିକ ଆବଂଟନରେ କେନ୍ଦ୍ର ସରକାର ୨୦୨୩-୨୪ଖରିଫ ବିଫଣନ ସମୟରେ ୪୪.୨୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ କିଣିବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଛି । ଚାଉଳ ପ୍ରସଙ୍ଗକୁ ନେଇ ଚିଠି ପରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରେସ ରିଲିଜ୍ ଜାରି କରି କହିଛନ୍ତି, ନିଜ ପ୍ରଚାର ପାଇଁ ସହଯୋଗୀ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ । ଏବେ ଧର୍ମେନ୍ଦ୍ରଙ୍କ ନୂଆ ନାଟକ ଦେଖିବା ପାଇଁ ମିଳିଛି । ୧୦ବର୍ଷ ଧରି ନୀରବ ରହିଥିଲେ ।

The post ଧର୍ମେନ୍ଦ୍ରଙ୍କ ଚିଠି ପରେ ତ୍ୱରିତ ପଦକ୍ଷେପ । ଓଡିଶାରୁ ଅଧିକ ୧୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ନେବ କେନ୍ଦ୍ର first appeared on Kanak News.

from Kanak News
via <a href="https://ifttt.com/?

ଦ୍ୱିତୀୟ ଦିନରେ ବି ଅଶାୟୀଙ୍କ ଧାରଣା: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଦ୍ୱିତୀୟ ଦିନରେ ଜାରି ରହିଛି ଚାକିରି ଆଶାୟୀ ଆନ୍ଦୋଳନ । କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇଛି । କାହାର କେତେ ମାର୍କ ଅଛି, ତାହା ଜାଣିବା ପାଇଁ ଶହଶହ ଚାକିରୀ ଆଶାୟୀ ଲୋୟର ପିଏମ୍ଜିରେ ଧାରଣା ଦେଇଛନ୍ତି । ସେପଟେ ଏହାକୁ ନେଇ ସଫେଇ ରଖିଛି ଓସେପା । କର୍ତୁପକ୍ଷ କହିଛନ୍ତି ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ଆଡମିଟ୍ କାର୍ଡ ।

ବର୍ଷ ବର୍ଷ ଧରି ପାଠ ପଢ଼ିଲେ, ପ୍ରସ୍ତୁତି କଲେ, କିନ୍ତୁ ପରୀକ୍ଷା ଦେବା ପରେ ଫଳ ଆସିଲା ଓଲଟା । କମ୍ ମାର୍କ ରଖିଥିବା ପିଲାଙ୍କ ନାଁ ଯୋଗ୍ୟ ତାଲିକାରେ ରହିଲା, ହେଲେ, ଅଧିକ ନମ୍ବର ରଖିଥିବା ପିଲାଙ୍କ ନାଁ ତାଲିକାରେ ନାହିଁ । କନିଷ୍ଠ ଶିକ୍ଷକ ପଦରେ ଚାକିରୀ କରିବା ପାଇଁ ଆଶାୟୀ ଥିବା ପରୀକ୍ଷାର୍ଥ ଏମିତି ଅଭିଯୋଗ ଆଣିବା ସହ ଦୁଇ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି । ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଶତାଧିକ ଆଶାୟୀ ଧାରଣା ଦେଇଛନ୍ତି ।

ଶିକ୍ଷକ ନିଯୁକ୍ତିରେ ଅନିୟମିତତା ହୋଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିବା ପରେ, ଆରମ୍ଭ ହୋଇଯାଇଛି ରାଜନୀତି । ଏଭଳି ନିଯୁକ୍ତି କିଏ ଦେଉଛି ଓ କେଉଁ ଭଳି ପ୍ରକ୍ରିୟାରେ ନିଯୁକ୍ତି ହେଉଛି ବୋଲି ପ୍ରଶ୍ନ ଉଠାଇଛି ବିଜେପି ।

ନିଯୁୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ସଫେଇ ରଖିଛନ୍ତି ଓସେପା କର୍ତୁପକ୍ଷ । ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି, ଯୋଗ୍ୟ ବ୍ୟକ୍ତିଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥାଏ । ଆବେଦନକାରୀ ଦାଖଲ କରିଥିବା ସୂଚନା ଆଧାରରେ ଆପେ ଆପେ ଆଡମିଟ୍ କାର୍ଡ ତିଆରି ହୋଇଥାଏ । କିନ୍ତୁ ଦିଆଯାଇଥିବା ଆଡମିଟ୍ କାର୍ଡ କୌଣସି ପ୍ରାମାଣିକ ଦସ୍ତାବିଜ୍ ନୁହେଁ କି ପରୀକ୍ଷା ହଲକୁ ପ୍ରବେଶ ପାଇଁ ପ୍ରତିଶ୍ରୁତି ମଧ୍ୟ ନୁହେଁ । ଓସେପା କେବଳ ଡ୍ରାଫ୍ଟ ମେରିଟ୍ ଲିଷ୍ଟ ପ୍ରକାଶ କରିଛି । ସମସ୍ତ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ଯାଂଚ କରାଯିବ ଏବଂ ସମସ୍ତ ଅଯୋଗ୍ୟ ପ୍ରାର୍ଥୀଙ୍କୁ ତାଲିକାରୁ ହଟାଇ ଦିଆଯିବ ।

୨୦ହଜାର କନିଷ୍ଠ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ମାତ୍ର ୧୮ ହଜାର ୭୮୮ଜଣ ପ୍ରାର୍ଥୀଙ୍କ ନାଁ ତାଲିକାରେ ପ୍ରକାଶ ପାଇଛି । ଏଥିସହ କେତେକ ନକଲି ନାଁରେ ଆଡମିଟ୍ କାର୍ଡ ଆସିଥିବା ଜଣାପଡିବା ପରେ ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି ରହିଥିବା ସନ୍ଦେହ କରାଯାଉଛି ।

The post ଦ୍ୱିତୀୟ ଦିନରେ ବି ଅଶାୟୀଙ୍କ ଧାରଣା: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ବାର୍ଷିକ ଶିକ୍ଷାସ୍ତର ରିପୋର୍ଟରେ ଜଣାପଡିଲା ଗ୍ରାମାଂଚଳ ପିଲାଙ୍କ ପସନ୍ଦ: ସବୁଠୁ ଅଧିକ ପସନ୍ଦ, ପୁଲିସ, ଶିକ୍ଷକ, ଡାକ୍ତର, ସୈନିକ ଚାକିରି

କନକ ବ୍ୟୁରୋ: କେଉଁ ଚାକିରି ପାଇଁ ଆଗ୍ରହୀ ଗ୍ରାମାଂଚଳର ଯୁବକ ଯୁବତୀ । ପୋଲିସ କିମ୍ବା ସେନା ବିଭାଗରେ ନିଯୁକ୍ତି ପାଇଁ ପୁଅମାନେ ଇଛା ପ୍ରକାଶ କରୁଥିବା ବେଳେ ଶିକ୍ଷକ ଓ ଡାକ୍ତର ହେବା ଲକ୍ଷ୍ୟରେ ପାଠ ପଢୁୁଛନ୍ତି ଝିଅ । ଅସର ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ କହୁଛି, ପୁଲିସ ଚାକିରି କରିବା ପାଇଁ ଉଭୟ ପୁଅ ଓ ଝିଅମାନେ ଆଗ୍ରହୀ ରହୁଛନ୍ତି ।

ଗାଁ ପିଲାଙ୍କ
ଚାକିରି ପସନ୍ଦ
ପୋଲିସ
ଶିକ୍ଷକ
ଡାକ୍ତର
ସୈନିକ
ଇଞ୍ଜିନିୟର
ଗାଁ ପିଲାଙ୍କ ସବୁଠୁ ଅଧିକ ପସନ୍ଦ- ପୋଲିସ, ଶିକ୍ଷକ, ଡାକ୍ତର, ସୈନିକ କିମ୍ବା ଇଞ୍ଜିନିୟର ଚାକିରି । ବାର୍ଷିକ ଶିକ୍ଷାସ୍ତର ରିପୋର୍ଟ ବା ‘ଅସର’ରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସାରା ଦେଶର ୨୬ ରାଜ୍ୟରୁ ୨୮ ଜିଲ୍ଲାରେ ୧୪ରୁ ୧୮ ବର୍ଷର ପିଲାଙ୍କୁ ନେଇ ଏହି ସର୍ଭେ କରାଯାଇଛି । ବଡକଥା ହେଉଛି ପୁଅଙ୍କ ଭିତରେ ସବୁଠୁ ଅଧିକ ପସନ୍ଦ ପୋଲିସ କିମ୍ବା ସେନାରେ ଯୋଗଦାନ ।

ପୁଅଙ୍କ ପସନ୍ଦ
ସେନା ଚାକିରି- ୧୩.୮%
ପୋଲିସ ଚାକିରି- ୧୩.୬%
କିନ୍ତୁ ଝିଅଙ୍କ କ୍ଷେତ୍ରରେ ଚାକିରି ପସନ୍ଦ ସାମାନ୍ୟ ଭିନ୍ନ ରହିଛି ।
ଝିଅଙ୍କ ପସନ୍ଦ
ଶିକ୍ଷକ ଚାକିରି- ୧୬%
ଡାକ୍ତର ଚାକିରି- ୧୪.୮%

ପୋଲିସ ଚାକିରି କରିବାକୁ କିନ୍ତୁ ଉଭୟ ପୁଅ ଓ ଝିଅ ପସନ୍ଦ କରୁଛନ୍ତି । ଦେଶରେ ୧୪ରୁ ୧୮ ବର୍ଷର ପିଲାଙ୍କ ମଧ୍ୟରୁ ପ୍ରାୟ ୧୩ ପ୍ରତିଶତ ପୋଲିସ ଚାକିରି କରିବାକୁ ଆଗ୍ରହ ରଖିଛନ୍ତି ।
ତେବେ ୨୦୧୭ ମସିହାରୁ ଦେଶରେ ଗୋଟିଏ ଧାରା ଦେଖିବାକୁ ମିଳୁଛି । ସେନା, ପୋଲିସ ଓ ଇଞ୍ଜିନିୟର ହେବାକୁ ଅଧିକାଂଶ ପୁଅ ଇଚ୍ଛା କରୁଥିବାବେଳେ ଝିଅମାନେ ଡାକ୍ତର କିମ୍ବା ଶିକ୍ଷକ ଚାକିରି କରିବାକୁ ଅଧିକ ଆଗ୍ରାହୀ । ଗତ ୭ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଉଭୟ ପୁଅ ଓ ଝିଅଙ୍କ ତୃତୀୟ ପସନ୍ଦ ପାଲଟିଛି ପୋଲିସ ଚାକିରି । ଝିଅଙ୍କ କ୍ଷେତ୍ରରେ ନର୍ସ ଚାକିରି ଚତୁର୍ଥ ସ୍ଥାନକୁ ଖସି ଯାଇଛି ।

ସର୍ଭେରୁ ଗୋଟିଏ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ସର୍ବାଧିକ ୨୧ ପ୍ରତିଶତ ପିଲା ପାଠସାଠ ଶେଷ କରିବା ପରେ କି ଚାକିରି କରିବେ ତାହା କହିପାରି ନାହାନ୍ତି । ଆହୁରି ଚିନ୍ତାର ବିଷୟ ହେଉଛି ୨.୧ ପ୍ରତିଶତ ପିଲା କୌଣସି କାମ କରିବାକୁ ଆଗ୍ରହୀ ନୁହନ୍ତି ବୋଲି ମତ ଦେଇଛନ୍ତି ।

The post ବାର୍ଷିକ ଶିକ୍ଷାସ୍ତର ରିପୋର୍ଟରେ ଜଣାପଡିଲା ଗ୍ରାମାଂଚଳ ପିଲାଙ୍କ ପସନ୍ଦ: ସବୁଠୁ ଅଧିକ ପସନ୍ଦ, ପୁଲିସ, ଶିକ୍ଷକ, ଡାକ୍ତର, ସୈନିକ ଚାକିରି first appeared on Kanak News.

from Kanak News
via <a href="https://ifttt.com/?

ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି: ସାମ୍ନାକୁ ଆସିଲା ରାମଲାଲାଙ୍କ ଭବ୍ୟମୂର୍ତ୍ତିର ନୂଆ ଫଟୋ

କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଭକ୍ତଙ୍କ ଭିତରେ ବଢ଼ୁଛି ଉକ୍ରଣ୍ଠା । ଏହି ଉକ୍ରଣ୍ଠା ଭିତରେ ଭକ୍ତ ଦେଖିଛନ୍ତି ଶ୍ରୀରାମଙ୍କ ସୌମ୍ୟରୂପ । ମନ୍ଦିରର ଗର୍ଭଗୃହରେ ବିରାଜିତ ରାମଲଲାଙ୍କ ପ୍ରଥମ ଓ ଭବ୍ୟ ପ୍ରତିମୂର୍ତି ସାମ୍ନାକୁ ଆସିଛି । ସେପଟେ ୨୨ରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ ନୀତିନୀୟମ ପାଳନ କରି ଆସୁଛନ୍ତି । ସେପଟେ ଅଯୋଧ୍ୟର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦୀପୋଉତ୍ସବ ପାଳନ ପାଇଁ ରାଜ୍ୟରେ ମଧ୍ୟ ପ୍ରସ୍ତୁତି ଚାଲିଛି ।

ସେ ଶବ୍ଦ ବା’ କାହିଁ, ଯେଉଁ ଶବ୍ଦରେ ସ୍ୱୟଂ ଭଗବାନଙ୍କ ସ୍ୱରୂପ ବର୍ଣ୍ଣନା କରାଯାଇପାରିବ । ମଣିଷ କେବଳ ପ୍ରୟାସ ମାତ୍ର କରିପାରବ । ମୁଖ ମଣ୍ଡଳରେ ସ୍ମିତ ହସ, କପାଳରେ ଶୋଭା ପାଉଛି ତିଳକ । ଗୋଟିଏ ହାତରେ ଧନୁ, ଆଉ ଗୋଟିଏ ହାତରେ ତୀର । ରାମ୍ଲାଲାଙ୍କ ବାଳ ସ୍ୱରୂପର ମୁର୍ତୀ ଯିଏ ଦେଖୁଛି ଭାବ ବିହ୍ୱଳ ହୋଇଯାଉଛି । ପ୍ରଭୁଙ୍କ ଜନ୍ମପୀଠରେ ସ୍ୱୟଂ ମର୍ଯ୍ୟାଦା ପୁରୁଷୋତମଙ୍କ ମୂର୍ତୀ ଭକ୍ତଗଣଙ୍କୁ ଯେମିତି ମନ୍ତ୍ରମୁଗ୍ଧ କରି ଦେଉଛି ।

ମନ୍ଦିର ପରିସରରେ ମୁର୍ତୀ ପହଂଚିବା ପରେ ସମସ୍ତେ ଉତ୍ସାହିତ ହୋଇଯାଇଥିଲେ, ହେଲେ ଆଖିରୁ ପଟି କେତେବେଳେ ଉଠିବ ଉକ୍ରଣ୍ଠର ସହ ଚାହିଁ ରହିଥିଲେ । ୫୧ ଇଂଚର ଶ୍ୟାମଳ ମୂର୍ତିରୁ ପଟି ହଟିଯିବା ପରେ ଶ୍ରୀରାମଙ୍କ ଦିବ୍ୟ ସ୍ୱରୂପ ସାମ୍ନାକୁ ଆସିଥିଲା । ଆଉ ଶ୍ରଦ୍ଧାଳୁଙ୍କ ଖୁସିର ସୀମା କହିଲେ ନ ସରେ ।

ଭଗବାନ ପ୍ରସ୍ତୁତ, ଭଗବାନଙ୍କୁ ସ୍ଥାପନ କରିବା ପାଇଁ ଯଜମାନ ବି ପ୍ରସ୍ତୁତ । ହେଲେ ଯଜମାନ ହେବା ଏତେ ସହଜ ନୁହେଁ । ମୁଖ୍ୟ ଯଜମାନ ଥିବା ପ୍ରଧାନମନ୍ତ୍ରୀଙ୍କୁ କଠୋର ସାଧାନା କରିବାକୁ ପଡ଼ିଛି । ୧୧ ଦିନ ଧରି ନିୟମ ଭିତରେ ରହୁଛନ୍ତି ମୁଖ୍ୟ ଯଜମାନ, ଚଟାଣରେ ଗୋଟିଏ ଚାଦରରେ ଶୋଉଛନ୍ତି, ପାନୀୟ ଭାବେ କେବଳ ନଡ଼ିଆ ପାଣି ପିଉଛନ୍ତି, ଗୋରୁ ପୂଜା କରୁଛନ୍ତି, ଗାଈଙ୍କୁ ଖାଇବାକୁ ଦେଉଛନ୍ତି, ନିୟମିତ ଦାନଧର୍ମ କରୁଛନ୍ତି, ଦାନ ଭାବେ ଅନ୍ନଦାନ ଓ ବସ୍ତ୍ରଦାନ କରୁଛନ୍ତି ପ୍ରଧାନମନ୍ତ୍ରୀ ।

୧୧ ତାରିଖକୁ ବିଧି ଅନୁସାରେ ସମସ୍ତ ଧାର୍ମିକ କର୍ମ କରି ଆସୁଛନ୍ତି ମୁଖ୍ୟ ଯଜମାନ ତଥା ପ୍ରଧାନମନ୍ତ୍ରୀ । ସେହିପରି ୧୨ ତାରିଖ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭଗବାନ ରାମଙ୍କ ସହ ଜଡ଼ିତ ଥିବା ମନ୍ଦିର ଯାଇ ପୂଜାପାଠ କରିଛନ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବର ମୁଖ୍ୟ ଯଜମାନ ।

ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ଏବଂ ଏଥିର ଶ୍ରଦ୍ଧାଳୁ ସାମିଲ ହେବେନି, ଏହା କେବେ କଳ୍ପନା କରାଯାଇନପାରେ । ସାରା ଦେଶର ଭକ୍ତ ସେମିତି ଶ୍ରୀରାମ ପ୍ରେମରେ ଏକାକାର ।ଅଯୋଧ୍ୟର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦୀପୋଉତ୍ସବ ପାଳନ ପାଇଁ ଓଡ଼ିଶାରେ ପ୍ରସ୍ତୁତି ଚାଲିଛି । ସମ୍ବଲପୁରେ ଦୀପୋତ୍ସବ ପାଳନ ପାଇଁ ପ୍ରସ୍ତୁତ ହୋଇଛି ହଜାର ହଜାର ଦୀପ । ଭଦ୍ରକ ବାସୁଦେବପୁରରେ ସ୍ଥାନୀୟ କ୍ଳବ୍ ରୋଡ଼ରେ ନିର୍ମାଣ ହେଉଛି ଏକ ବିଶାଳ ଦୀପ । ଏହି ଦୀପରେ ୧୨ ହଜାର ଲିଟର ତେଲ ଧରିବ । ଦୀପ ଜାଳି ରାମଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି । କେନ୍ଦ୍ରାପଡ଼ା ଜିଲ୍ଲା ନୀଳକଣ୍ଠପୁର ଗାଁର କାରିଗର ପରଖିତ ଓଝା । ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ମରଣୀୟ କରିବା ପାଇଁ ସ୍ଥାନୀୟ ମନ୍ଦିରରେ ବିଭିନ୍ନ କଳାକୃତିକୁ ପଥରରେ ନିର୍ମାଣ କରୁଛନ୍ତି ।

ଅପେକ୍ଷା ଆସନ୍ତା ସୋମବାରର ସେହି ଶୁଭ ମୁହୁର୍ତକୁ, ଯେତେବେଳେ ରାମଲାଲ୍ଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଆଉ ପ୍ରାୟ ସାଢ଼େ ୫ ଶହ ବର୍ଷର ସଂଘର୍ଷ ପରେ ଜନ୍ମପୀଠରେ ଅବସ୍ଥାନ କରିବେରାମଲାଲା

The post ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି: ସାମ୍ନାକୁ ଆସିଲା ରାମଲାଲାଙ୍କ ଭବ୍ୟମୂର୍ତ୍ତିର ନୂଆ ଫଟୋ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started