ନୂଆ କରୋନା ଭୂତାଣୁ ସଂକ୍ରମଣ ଭୟ : ମହାରାଷ୍ଟ୍ରରେ ଆଜିଠୁ ଜାନୁଆରୀ ୫ ଯାଏଁ ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ; ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗିବ କର୍ଫ୍ୟୁ

କନକ ବ୍ୟୁରୋ : ନୂଆ କରୋନା ଭୂତାଣୁ ସଂକ୍ରମଣ ଭୟ । ମହାରାଷ୍ଟ୍ରରେ ପୁଣି ଥରେ ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ । ମୁମ୍ବାଇ ଓ ରାଜ୍ୟର ସମସ୍ତ ପୌରପାଳିକା ନିଗମ କ୍ଷେତ୍ରରେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲଗାଇବାକୁ ନିଷ୍ପତି ନେଇଛନ୍ତି ଉଦ୍ଧବ ଠାକରେ ସରକାର । ଆଜି ଠାରୁ ଆସନ୍ତା ୧୪ ଦିନ ଲାଗି ଏହି ନିୟମ ଲାଗୁ ହେବ । ଜାନୁଆରୀ ୫ ଯାଏଁ ରାତ୍ରିିକାଳୀନ କର୍ଫ୍ୟୁ ଜାରି ରହିବ ।

ବ୍ରିଟେନରେ ଦେଖାଦେଇଥିବା ନୂଆ ଧରଣର କରୋନା ସଂକ୍ରମଣକୁ ନେଇ ମହାରାଷ୍ଟ୍ର ସରକାର ଏହି ନିଷ୍ପତି ନେଇଛନ୍ତି । ଏହାସହ ବ୍ରିଟେନ କିମ୍ବା ଅନ୍ୟ କୌଣସି ୟୁରୋପ ରାଷ୍ଟ୍ରରୁ ଆସିଥିବା ଲୋକଙ୍କୁ ୧୪ ଦିନ ପାଇଁ ସଂଗରୋଧରେ ରହବାକୁ ପଡ଼ିବ । ଏହାଛଡ଼ା ଅନ୍ୟ ରାଷ୍ଟ୍ରରୁ ଆସୁଥିବା ଲୋକ ମଧ୍ୟ ସଂଗରୋଧରେ ରହିବେ । ଏଥିପାଇଁ ବ୍ୟବସ୍ଥା କରିବାକୁ ମହାଗର ନିଗମ ଓ ସମ୍ପର୍କିତ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି । ତେବେ ହୋମ କ୍ୱାରେଂଟିନରେ ଯେଉଁମାନେ ରହିବେ ପୂର୍ବପରି ସେମାନଙ୍କ ହାତରେ ଷ୍ଟାମ୍ପ ଲଗାଯିବ ।

ଆମ ଦେଶରେ କରୋନା ସଂକ୍ରମଣ ହାର କମି ଚାଲିଥିବାବେଳେ ବ୍ରିଟେନରେ ଦେଖାଯାଇଥିବା ମହାମାରୀର ନୂଆ ଷ୍ଟ୍ରେନ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ସବୁଠୁ ବଡ କଥା ହେଉଛି ଏହି ନୂଆ ଷ୍ଟ୍ରେନର ସଂକ୍ରମଣର ଗତି ଅଧିକ ରହିଛି । ଏହି ନୂଆ ଷ୍ଟ୍ରେନ୍ ପାଖାପାଖି ୭୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଏହାର କ୍ଷିପ୍ର ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ହୋଇ ପଡିଛନ୍ତି ବିଶ୍ୱର ବିଭିନ୍ନ ରାଷ୍ଟ୍ର ।

କାନାଡା, ଜର୍ମାନୀ, ନେଦରଲାଣ୍ଡ, ସାଉଦିଆରବ ଭଳି ରାଷ୍ଟ୍ର ବ୍ରିଟେନକୁ ବିମାଣ ଚଳାଚଳ ଉପରେ କଟକଣା ଲଗାଇଛନ୍ତି । କରୋନାର ଏହି ନୂଆ ଭୂତାଣୁ ଉପରେ ନଜର ରଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟା । ଆଜି ମଧ୍ୟରାତ୍ରରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ସମସ୍ତ ବିମାନ ବାତିଲ କରାଯାଇଛି । ଏଥିସହ ବ୍ରିଟେନରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।

from Kanak News
via <a href="https://ifttt.com/?

ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ନୋଟିସ୍ । ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗରେ ଆସନ୍ତା ୨୯ରେ ହାଜର ପାଇଁ ଦେଲେ ନିର୍ଦେଶ ।

anubhav

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ମହିଳା କମିଶନ ନୋଟିସ ଜାରି କରିଛନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗ କ୍ରମେ ଏହି ନୋଟିସ ଜାରି କରାଯାଇଛି । ଅନୁଭବଙ୍କ ସହିତ ତାଙ୍କ ବାପା ଓ ମାଙ୍କୁ ମଧ୍ୟ ନୋଟିସ କରିଛି ମହିଳା କମିଶନ । ଆସନ୍ତା ୨୯ ତାରିଖରେ ୩ଜଣଙ୍କୁ ମହିଳା କମିଶନଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ଆଜିର ବିଜେଡି ରାଜ୍ୟ ପରିଷଦ ବୈଠକରେ ସାଂସଦ ଅନୁଭବ ମହାନ୍ତି ଅନୁପସ୍ଥିତିକୁ ନେଇ ଜୋର ଘରିଛି ଚର୍ଚ୍ଚା । କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି । ଅଭିନେତା କୁନା ତ୍ରିପାଠୀ କହିଛନ୍ତି, ଏହା ତାଙ୍କ ବ୍ୟକ୍ତିଗତ ବିବାଦ । ଏହା ଦଳ ପାଇଁ ଅଡୁଆ ହେବନି । ଅଭିନେତା ଅରିନ୍ଦମ କହିଛନ୍ତି, ଏହା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

from Kanak News
via <a href="https://ifttt.com/?

ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଦ୍ୱିତୀୟ ଟେଷ୍ଟ ଉପରେ ନଜର । ଟିମରେ ପରିବର୍ତ୍ତନ ପାଇଁ ପରାମର୍ଶ । ପୃଥ୍ୱୀ ସ’ଙ୍କ ସ୍ଥାନରେ ରାହୁଲଙ୍କୁ ଖେଳାଇବାକୁ ଗାଭାସ୍କରଙ୍କ ପରାମର୍ଶ ।

କନକ ବ୍ୟୁରୋ : ଆଡିଲେଡ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩୬ରନର ସ୍କୋର ପରେ ଅଷ୍ଟ୍ରେଲିଆ ନିକଟରୁ ଭାରତର ଶୋଚନୀୟ ପରାଜୟ ହୋଇଛି । ଏଥିସହ ୪ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ପଛୁଆ ରହିଛି । ଏହି ପରାଜୟ ପରେ ଭାରତର ସମସ୍ୟା ବଢିଯାଇଛି । ମେଲବର୍ଣ୍ଣ ଟେଷ୍ଟରେ ପୃଥ୍ୱୀ ସଙ୍କ ସ୍ଥାନରେ କେଏଲ ରାହୁଲ ଖେଳିବା ଉଚିବ ବୋଲି କହିଛନ୍ତି ସୁନୀଲ ଗାଭାସ୍କର । ସେହିପରି ୱିକେଟ କିପର ରିଦ୍ଧିମାନ ଶାହାଙ୍କ ସ୍ଥାନରେ ଋଷଭ ପନ୍ଥଙ୍କୁ ଖେଳାଇବା ପାଇଁ ପରାମର୍ଶ ଦେଇଚନ୍ତି ଟିମ ଇଣ୍ଡିଆ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ । ପ୍ରଥମ ଟେଷ୍ଟର ପରାଜୟକୁ ଭୁଲି ନୂଆ ଭାବେ ଆରମ୍ଭ କଲେ ଦଳ ପୁଣି ଥରେ ସିରିଜକୁ ଫେରିପାରିବ ବୋଲି କହିଛନ୍ତି ଇଂଲଲ୍ଡ ସ୍ପିନର ମଂଟି ପାନେସର ।

ଅଷ୍ଟ୍ରେଲିଆ ଠାରୁ ଭାରତ ପ୍ରଥମ ଟେଷ୍ଟରେ ପରାଜୟ ହେବା ପରେ ଏବେ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ନେଇ ବଢିଯାଇଛି ଚିନ୍ତା । କାରଣ ଦଳରେ ଏବେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ହେବାକୁ ଯାଉଛି । ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଚିନ୍ତାକୁ ବଢାଇ ଦେଇଛି । ଏହାରି ଭିତରେ ପୂର୍ବତନ କ୍ୟାପଟେନ ସୁନୀଲ ଗାଭାସ୍କର ଟିମ୍ ଇଣ୍ଡିଆକୁ ପରାମର୍ଶ ଦେଇଛନ୍ତି । ସୁନୀଲ ଗାଭାସ୍କର କହିଛନ୍ତି, ମେଲବର୍ଣ୍ଣ ଟେଷ୍ଟରେ ପୃଥ୍ୱୀ ସ’ଙ୍କ ସ୍ଥାନରେ କେଏଲ ରାହୁଲ ଖେଳିବା ଆବଶ୍ୟକ । ଏବଂ ଭଲ ଫର୍ମରେ ଥିବା ଶୁଭମନ ଗିଲ, ୫ କିମ୍ବା ୬ନମ୍ବରରେ ପଡିଆକୁ ଓହ୍ଲାଇବାର ଆବଶ୍ୟକତା ରହିଛି । ନୂଆରୁ ଆରମ୍ଭ କଲେ ଖେଳକୁ ଫେରିପାରିବାର ସମ୍ଭାବନା ରହିଛି ।

ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଟିମରେ ପରିବର୍ତନକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏହାରି ଭିତରେ ୱିକେଟ କିପର ରିଦ୍ଧିମାନ ଶାହାଙ୍କ ସ୍ଥାନରେ ଋଷଭ ପନ୍ଥଙ୍କୁ ଖେଳାଇବା ପାଇଁ ଦାବି ଉଠିଛି । ଟିମ ଇଣ୍ଡିଆ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ କହିଛନ୍ତି, କମିଟି ସେହି ସମୟରେ ସ୍ପଷ୍ଟ କରିଥିଲା ଯେ ଋଷଭ ପନ୍ଥ ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ପସନ୍ଦ ।

କେବଳ ଭାରତରେ ହେଉଥିବା ମ୍ୟାଚ ପାଇଁ ଆମକୁ ୬ନମ୍ବର ପରେ ବ୍ୟାଟ୍ସମ୍ୟାନଙ୍କ ଆବଶ୍ୟକତା ରହିଥାଏ । ଏଥିପାଇଁ ସେଠାରେ ଜଣେ ସ୍ପେଶାଲିଷ୍ଟ ୱିକେଟ କିପର ରଖିପାରିବେ । ମୋର ବିଶ୍ୱାସ ଅଛି ଯେ ଋଷଭ ଗତ ମାସ ନିଜ ଫ୍ୟାଟନେସକୁ ନେଇ କାମ କରିବା ସହ ଗୋଲାପୀ ବଲରେ ମଧ୍ୟ ପ୍ରାକ୍ଟିସ କରିଛନ୍ତି । ତେବେ ସେମାନେ ଯଦି ଋଷଭକୁ ପରବର୍ତ୍ତୀ ୩ଟି ମ୍ୟାଚ ପାଇଁ ଦଳରେ ସାମିଲ କରନ୍ତି ତେବେ ପରିଚାଳନା କମିଟି ସହିତ ମୁଁ ସହମତ ।

ସେପଟେ ଇଂଲଣ୍ଡ ସ୍ପିନର ମଂଟି ପାନେସର କହିଛନ୍ତି ଯେ, ପିଙ୍କ ବଲ ମ୍ୟାଚ ଏକ କଷ୍ଟକର ବ୍ୟାପାର । ତେବେ ଆଡିଲେଡ ଟେଷ୍ଟରେ ଭାରତର ପ୍ରଦର୍ଶନକୁ ଏକ ଦୁଃସ୍ୱପ୍ନ ଭାବି ଭୁଲିଯିବା ଉଚିତ । କାରଣ ଗୋଟିଏ ଗୋଟିଏ ଦିନ ଏମିତି ଥାଏ ଯାହା ଆପଣଙ୍କର ପ୍ଲାନ ଅନୁଯାୟୀ କାର୍ଯ୍ୟକାରୀ ହୁଏନାହିଁ । ତେଣୁ ଆଡିଲେଡ ଟେଷ୍ଟକୁ ଭୁଲିଯାଇ ଭାରତ ଏକ ନୂଆ ଆରମ୍ଭ କରିବାର ଆବଶ୍ୟକତା ରହିଛି । ଆଡିଲେଡରେ ଶୋଚନୀୟ ପରାଜୟ ପରେ ୨୬ତାରିଖରେ ଆରମ୍ଭ ହେବାକୁ ଥିବା ମେଲବର୍ଣ୍ଣ ଟେଷ୍ଟ ଉପରେ ସମସ୍ତଙ୍କ ନଜର ରହିଛି ।

from Kanak News
via <a href="https://ifttt.com/?

୨୬ଦିନରେ ପହଞ୍ଚିଲା ଚାଷୀଙ୍କ ଆନ୍ଦୋଳନ । ସବୁ ସୀମାରେ ଜଗିବସିଛନ୍ତି ପ୍ରଦର୍ଶନକାରୀ । ଦିନକୁ ଉପବାସରେ ରହୁଛନ୍ତି ୧୧ଜଣ ଚାଷୀ ନେତା ।

କନକ ବ୍ୟୁରୋ : ଦିଲ୍ଲୀରେ ୨୬ଦିନ ହେଲା ଜାରି ରହିଛି କୃଷକ ଆନ୍ଦୋଳନ । ଚାଷୀ ମାନେ ତାଙ୍କ ଜିଦ୍ରେ ଅଟଳ ଥିବା ବେଳେ ଚାଷୀଙ୍କ ସହ ଆଲୋଚନା ପାଇଁ ପୁଣି ପ୍ରସ୍ତୁତ ଥିବା କହିଛନ୍ତି ସରକାର । କୃଷି ମନ୍ତ୍ରାଳୟ ଚାଷୀ ସଂଗଠନକୁ ଏକ ଚିଠି ଲେଖି ପୁର୍ନବାର କୃଷି ଆଇନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ବର୍ତମାନ ସୁଦ୍ଧା ସରକାର ଓ ଚାଷୀଙ୍କ ମଧ୍ୟର ୬ଥର ବୈଠକ ସରିଛି । ସେପଟେ ଆନ୍ଦୋଳନର ନୂଆ ଫଣ୍ଡା ଆପଣେଇଛି ଚାଷୀ ସଂଙ୍ଗଠନ । ପ୍ରତେକ ଦିନ ୧୧ଜଣ ଲେଖାଏଁ କୃଷକ ପାଳି କରି ଆମରଣ ଅନଶନ କରିଛନ୍ତି । ଦାବି ପୁରଣ ନହେବା ପର୍ଯ୍ୟନ୍ତ ଏହିଭଳି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି ।

ଦିଲ୍ଲୀରେ କୃଷକ ଆନ୍ଦୋଳନ ୨୬ ଦିନରେ ପହଂଚିଛି । ଶୀତ କାକରରେ ରାଜଧାନୀର ପ୍ରବେଶ ପଥରେ ଜଗି ରହିଛନ୍ତି ଚାଷୀ । ବିଭିନ୍ନ ପର୍ଯ୍ୟାୟରେ ସରକାରଙ୍କ ସହ ହୋଇଥିବା ଚାଷୀଙ୍କ ଆନ୍ଦୋଳନ ବିଫଳ ହୋଇଛି । ଏହାରି ଭିତରେ ହାଡଭଙ୍ଗା ଶୀତକୁ ଖାତିର ନକରି ନୂଆ କୃଷି ଆଇନ ବିରୋଧରେ ଅଡି ବସିଛନ୍ତି ଚାଷୀ ।

ସବୁଦିନ ପରି ସୋମବାର ମଧ୍ୟ ୧୧ଜଣ ଚାଷୀ ନେତା ଉପବାସରେ ରହି ପ୍ରତିବାଦ କରିଛନ୍ତି । ଧାରଣାସ୍ଥଳରେ ୨୪ ଘଂଟିଆ ଉପବାସରେ ରହୁଛନ୍ତି ଚାଷୀ । ଡିସେମ୍ବର ୨୩ରେ ଚାଷୀ ଦିବସ ଅବସରରେ ଦିନକୁ ଥରେ ମାତ୍ର ଭୋଜନ କରିବାକୁ ସମସ୍ତ ଚାଷୀଙ୍କୁ ଅପିଲ କରାଯାଇଛି । ଏଥିସହ ଡିସେମ୍ବର ୨୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ସମୟରେ ଚାଷୀମାନେ ଥାଳି ବଜାଇ ପ୍ରତିବାଦ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଚାଷୀ ନେତା ରାକେଶ ଟିକାୟତ୍ କହିଛନ୍ତି ଯେଉଁମାନେ ନୂତନ କୃଷି ଆଇନ ସମର୍ଥନରେ ଅଛନ୍ତି, ସେମନେ ତାଙ୍କୁ ସାକ୍ଷାତ କରନ୍ତୁ । ଯେଉଁ ଫାଇଦା ଚାଷୀଙ୍କୁ ଦେଖାଗଲା ନାହିଁ, ସେମାନେ କିପରି ଦେଖିଲେ ବୋଲି ପ୍ରଶ୍ନ କରିଛନ୍ତି ।

ଚାଷୀଙ୍କ ପାଖରେ ପହଁଚି ଆଲୋଚନା କରିଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଦୁ । ଏଥିସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସିଦ୍ଦୁ କହିଛନ୍ତି ଏହି ନୂଆ କୃଷି ଆଇନ ଚାଷୀଙ୍କ ଫାଇଦା ପାଇଁ ନୁହେଁ ଶିଳ୍ପପତିଙ୍କ ଖୁସି ଓ ଲାଭ ପାଇଁ । ସେପଟେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ପଂଜାବ ପଟିଆଲାର ୧୦ ଜଣ ବୃଦ୍ଧ କୃଷକ ୨୬୫ କିଲୋମିଟର ସାଇକେଲରେ ଆସି କୃଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ସେପଟେ ନୂଆ କୃଷି ଆଇକୁ ସମର୍ଥନ କରି ବିଜେପି ପକ୍ଷରୁ ପଦଯାତ୍ରା କରାଯାଇଛି । ଦିଲ୍ଲୀ ବିଜେପି ସାଂସଦ ରମେଶ ବିଧୁରୀ କୃଷି ଆଇନ ସପକ୍ଷରେ ପଦଯାତ୍ରା କରିଛନ୍ତି । ସେହିପରି ଯୁବ କଂଗ୍ରେସ ପକ୍ଷରୁ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀରେ ଜୋରଦାର ପ୍ରତିବାଦ କରାଯାଇଛି ।

from Kanak News
via <a href="https://ifttt.com/?

ବିଜେପିକୁ ପ୍ରଶାନ୍ତ କିଶୋରଙ୍କ ଚ୍ୟାଲେଞ୍ଜ । ଟ୍ୱିଟ କରି କହିଲେ, ପଶ୍ଚିମବଙ୍ଗ ନିର୍ବାଚନରେ ଦଳ ଦୁଇ ଅଙ୍କ ଡେଇଁଲେ ଛାଡିଦେବେ କାମ

କନକ ବ୍ୟୁରୋ : ରାଜନୀତିରେ ନମ୍ବର ଗେମକୁ ନେଇ ଚର୍ଚ୍ଚାରେ ରହୁଥିବା ବିଶିଷ୍ଟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବେ ପଶ୍ଚିମବଙ୍ଗକୁ ନେଇ କରିଛନ୍ତି ଆକଳନ । ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମମତାଙ୍କ ଗଡରେ ଧସେଇ ପଶିବାକୁ ସବୁ ଉଦ୍ୟମ କରୁଛି ବିଜେପି । ଏପରି ସମୟରେ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଆକଳନ କରି ପ୍ରଶାନ୍ତ କିଶୋର କହିଛନ୍ତି ବିଜେପି ପଶ୍ଚିମବଙ୍ଗରେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଡେଇଁ ପାରିବନାହିଁ । ସେ ଟ୍ୱିଟ କରି ଲେଖିଛନ୍ତି, ବିଜେପି ସମର୍ଥିତ କେତେକ ଗଣମାଧ୍ୟମ ଦ୍ୱାରା ବିଜେପି ସପକ୍ଷରେ ରାଜନୈତିକ ପରିବେଶ ସୃଷ୍ଟି କରାଯାଉଛି ।

ପ୍ରକୃତରେ ପଶ୍ଚିମବଙ୍ଗରେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଡେଇଁବାକୁ ବିଜେପିକୁ ସଂଘର୍ଷ କରିବାକୁ ପଡିବ । ଏହି ଟ୍ୱିଟକୁ ସେଭ୍ କରି ରଖନ୍ତୁ । କାରଣ ବିଜେପି ଯଦି ଭଲ ପ୍ରଦର୍ଶନ କରିବ ତେବେ ମୁଁ ସବୁଦିନ ପାଇଁ ଏହି କାମ ଛାଡିଦେବି । ପ୍ରଶାନ୍ତ କିଶୋରଙ୍କ ଏହି ଟ୍ୱିଟକୁ ସମାଲୋଚନା କରିଛି ବିଜେପି । ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟ ଟ୍ୱିଟ କରି ଲେଖିଛନ୍ତି, ପଶ୍ଚିମବଙ୍ଗରେ ବିଜେପିର ଯେଉଁ ସୁନାମୀ ଚାଲିଛି, ସରକାର ଗଠନ ହେଲା ପରେ ଦେଶ ଏକ ନିର୍ବାଚନ ରଣନୀତିଜ୍ଞଙ୍କୁ ହରାଇବ ।

ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନରେ କ୍ଷମତା ଦଖଲ ପାଇଁ ବିଜେପି ଏବେଠୁ ରଣନୀତି ପ୍ରସ୍ତୁତ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା ପର୍ଯ୍ୟନ୍ତ ସମସ୍ତେ ବଙ୍ଗଳା ଦାଖଲ ପାଇଁ ଲାଗିପଡିଛନ୍ତି ।

ପଶ୍ଚିମବଙ୍ଗରେ ବିଜେପି ୨ଶହରୁ ଅଧିକ ଆସନ ଅକ୍ତିଆର କରି ସରକାର ଗଠନ କରିବ ବୋଲି ଦାବି କରିଛି । ଏପରିକି ଅମିତ ଶାହା ମଧ୍ୟ ନିକଟରେ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ଏହି କଥା ଦୋହରାଇଥିଲେ । ହେଲେ ବିଶିଷ୍ଟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି ସେ ମମତାଙ୍କ ଗଡରେ ବିଜେପି ୩ଅଙ୍କ ବିଶିଷ୍ଟ ସଂଖ୍ୟା ଛୁଇଁ ପାରିବନାହିଁ ।

ଆସନ୍ତା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ସ୍ଥିତିକୁ ମଜଭୁତ କରିବା ପାଇଁ ଟିଏମସି ଓ ପ୍ରଶାନ୍ତ କିଶୋରଙ୍କ କମ୍ପାନୀ ମଧ୍ୟରେ ଚୁକ୍ତି ହୋଇଛି । ଉଭୟଙ୍କ ମଧ୍ୟରେ ୪ଶହ କୋଟିର ଚୁକ୍ତି ହୋଇଥିବା ସୂଚନା ମିଳିଛି ।

ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି ଟିଏମସି । ଶାସକ ତୃଣମୂଳ କଂଗ୍ରେସର କେତେକ ଅସନ୍ତୁଷ୍ଟ ନେତା ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଅସନ୍ତୁଷ୍ଟକୁ ମନାଇବାରେ ଦଳ ବିଫଳ ହୋଇଛି । ଯାହା ଆସନ୍ତା ନିର୍ବାଚନରେ ଦଳକୁ ଭାରି ପଡିବ ବୋଲି ଆଲୋଚନା ହେଉଛି ।

from Kanak News
via <a href="https://ifttt.com/?

ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ରବିବାର ରାତିରେ ଭୋରାଙ୍କୁ ଦିଲ୍ଲୀର ଫୋର୍ଟିସ ଏସ୍କର୍ଟ ହସ୍ପିଟାଲରେ ଭର୍ତି କରାଯାଇଥିଲା ।  ସୋମବାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମୋତିଲାଲ ଭୋରା ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରିଥିଲେ ଏବଂ ପରେ ୧୯୬୮ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ରବିବାରେ ଦିନ ଭୋରା ତାଙ୍କ ୯୩ତମ  ଜନ୍ମଦିନ ପାଳନ କରିଥିଲେ । କରୋନା ଭୁତାଣୁରେ ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟଗତ ଜଟିଳତା ତାଙ୍କୁ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସା କରାଯାଉଥିଲା ।

ସୁଚନା ଅନୁସାରେ ଭୋରା ୧୯୭୦ ମସିହାରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଜିତିଥିଲେ । ଏବଂ ବିଧାନସଭା ସଡ଼କ ଓ ପରିବହନ ନିଗମର ଡ଼େପୁଟି ଚେୟାରମ୍ୟାନ ଥିଲେ । ୧୯୭୭ରୁ ୧୯୮୦ ମସିହାରେ ମଧ୍ୟପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ ମସିହାରେ ଅର୍ଜୁନ ସିଂଙ୍କ କ୍ୟାବିନେଟରେ ଉଚ୍ଚଶିକ୍ଷା ବିଭାଗର ଚେୟାରମ୍ୟାନ ହୋଇଥିଲେ ।

ମୋତିଲାଲ ଭୋରା ୧୯୮୩ରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ  ଏବଂ ମଧ୍ୟପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିଯୁକ୍ତ ହୋଇଥିଲେ । ସେ ମଧ୍ୟପ୍ରଦେଶରେ  ଦୁଇଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହା ସହ ୨ହଜାରରୁ ୨୦୧୮ ଭିତରେ କଂଗ୍ରେସର କୋଷାଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ ।

from Kanak News
via <a href="https://ifttt.com/?

ଓଡ଼ିଶାରେ ଶସ୍ତା ହେଲା କରୋନା ଟେଷ୍ଟ । ମାତ୍ର ଶହେ ଟଙ୍କାରେ କରିପାରିବେ ଆଣ୍ଟିଜେନ ପରୀକ୍ଷା । 

କନକ ବ୍ୟୁରୋ : ରାଜ୍ୟରେ ଶସ୍ତା ହେଲା କରୋନା ନମୁନା ପରୀକ୍ଷା  । ଏଣିକି ମାତ୍ର ଶହେ ଟଙ୍କାରେ ଘରୋଇ ଲାବରୋଟୋରୀରେ ହୋଇପାରିବ କରୋନା ନମୁନା ପରୀକ୍ଷା । ଆଂଟିଜେନ ପରୀକ୍ଷା ପାଇଁ ସର୍ବାଧିକ ମୂଲ୍ୟ ଶହେ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏହା ଭିତରେ ଜିଏସଟି ଅନ୍ତର୍ଭୁକ୍ତ ରହିଛି । ଅର୍ଥାତ ଏହି ପରୀକ୍ଷା ପାଇଁ କୌଣସି ଲାବରୋଟୋରୀ ଶହେ ଟଙ୍କାରୁ ଅଧିକ ମୂଲ୍ୟ ନେଇପାରିବେ ନାହିଁ ।

ଭୁବନେଶ୍ୱର ଆରଏମଆରସିର ତତ୍ୱାବଧାନରେ ଆଇସିଏମଆରର ଗାଇଡଲାଇନ ଅନୁସାରେ ଘରୋଇ ଲାବରୋଟୋରୀରେ ଆଂଟିଜେନ ପରୀକ୍ଷା ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଆଂଟିଜେନ ଟେଷ୍ଟ ପାଇଁ ୪ ଶହ ଟଙ୍କା ଦେବାକୁ ପଡୁଥିଲା । ସେହିଭଳି ଆରଟିପିସିଆର ଟେଷ୍ଟ ପାଇଁ ୧୨୦୦ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି ସରକାର । ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଥିବା ବେଳେ ଓଡ଼ିଶାରେ ଟେଷ୍ଟିଂ ଦର କମାଇବା ନିଶ୍ଚିତ ଭାବେ ସାଧାରଣ ଲୋକଙ୍କୁ ଟିକିଏ ଆଶ୍ୱସ୍ତି ଦେଇଛି ।

from Kanak News
via <a href="https://ifttt.com/?

ଡ୍ରଗ୍ସ ଲିଙ୍କ ମାମଲାରେ ଦ୍ୱିତୀୟ ଥର ପାଇଁ ଏନସିବିରେ ହାଜର ହେଲେ ଅର୍ଜୁନ ରାମପାଲ ।  ବଲିଉଡ଼ ଅଭିନେତାଙ୍କୁ ଏନସିବିର ପଚରାଉଚରା । 

କନକ ବ୍ୟୁରୋ : ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ ଆଜି ଏନସିବି କାର୍ଯ୍ୟାଳୟରେ ପହଂଚିଥିଲେ । ଡ଼୍ରଗ୍ସ କନେକ୍ସନ ନେଇ ପଚରା ଉଚରା କରିଛି ଏନସିବି । ପୂର୍ବରୁ ଡ଼ିସେମ୍ବର ୧୬ ତାରିଖରେ ଏନସିବିରେ ହାଜର ପାଇଁ ଅର୍ଜୁନ ରାମପାଲଙ୍କୁ ସମନ ଜାରି କରିଥିଲା ଏନସିବି । ତେବେ ଜରୁରୀ କାମ ଥିବାରୁ  ଡ଼ିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲେ ଅର୍ଜୁନ ରାମପାଲ ।

ତେବେ ତଦନ୍ତ ସମୟରେ ଏନସିବିକୁ ସହଯୋଗ କରିବେ ବୋଲି କହିଥିଲେ ଅର୍ଜୁନ ରାମପାଲ । ସୁଚନା ଅନୁସାରେ ଏନସିବିରେ ଦ୍ୱିତୀୟ ଥର ପାଇଁ ଆଜି ହାଜର ହୋଇଛନ୍ତି ଅର୍ଜୁନ ରାମପାଲ । ଏହା ପୂର୍ବରୁ ନଭେମ୍ବର ୧୩ ତାରିଖରେ ପଚରା ଉଚରା ପାଇଁ ହାଜର ହୋଇଥିଲେ । ତେବେ ଡ଼୍ରଗ୍ସ କନେକ୍ସନରେ ତାଙ୍କର ସମ୍ପୃକ୍ତି ନଥିବା କହିଛନ୍ତି ଅର୍ଜୁନ୍ ରାମପାଲ ।

ଏହା ପୂର୍ବରୁ ନଭେମ୍ବର ୯ତାରିଖରେ ଅର୍ଜୁନ ରାମପାଲଙ୍କ ଘରେ ଚଢଉ କରିଥିଲା ଏନସିବି । ଅର୍ଜୁନଙ୍କ ବାନ୍ଧବୀ ଗ୍ରାବିଏଲା ଏବଂ ତାଙ୍କ ଭାଇଙ୍କୁ ପଚରା ଉଚରା କରିଥିଲା ଏନସିବି । ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ବଲିଉଡ଼ରେ ଡ଼୍ରଗ୍ସ ଲିଙ୍କ ନେଇ ଅନେକ ଅଭିନେତା ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଥିଲା ।

from Kanak News
via <a href="https://ifttt.com/?

ବଦଳୁଛି ରାଜନୀତି ବଦଳୁଛି ସଂପର୍କ । ବିଜେଡି-ବିଜେପି ମଧ୍ୟରେ ଚାଲିଛି ଜୋରଦାର ଲଢେଇ, ବଦଳୁଥିବା ସମ୍ପର୍କକୁ ନେଇ ରାଜନୀତି କରିଡରରେ ଜୋରଦାର ଚର୍ଚ୍ଚା ।

କନକ ବ୍ୟୁରୋ : ବଦଳୁଛି ରାଜନୀତି ବଦଳୁଛି ସଂପର୍କ । ବିଜେଡି-ବିଜେପି ମଧ୍ୟରେ ଗତ କିଛି ଦିନ ହେଲା ଚାଲିଛି ଜୋରଦାର ଲଢେଇ । ଗୋଟିଏ ପଟେ ରାସ୍ତାକୁ ଓହ୍ଲାଇ ରଣହୁଂକାର ଦେଇଛି ବିଜେପି, ଅନ୍ୟପଟେ  ବିଜେପିକୁ ଟାର୍ଗେଟ କରି ଆକ୍ରମଣ କରୁଛି ବିଜେଡି । ଉଭୟ ଦଳର ଏହି ନୂଆ ରୂପ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ବିଜେଡି ବନାମ ବିଜେପି  । ବହୁଦିନ ପରେ ଜୋରଦାର ଲଢେଇ ।  ସରକାରଙ୍କୁ ବିରୋଧ କରିବା ବିରୋଧୀ ଦଳର କାମ ଏବଂ ନିଜ ସଫଳତା ଦର୍ଶାଇ ବିରୋଧୀଙ୍କ ଆକ୍ରମଣ କରିବା ଶାସକ ଦଳର କାମ । କିନ୍ତୁ ଏବେ ପରିସ୍ଥିତି ଗତ କିଛି ବର୍ଷ ଭଳି ସେତେ ସ୍ୱାଭାବିକ ନାହିଁ । ଏବେ ଆର୍ ପାରର ଲଢେଇ ହେଲା ଭଳି ମନେ ହେଉଛି । ପ୍ରଶ୍ନ ଉଠୁଛି ଏବେ କଣ ପରିବର୍ତନ ହୋଇଛି । ଏବଂ କାହିଁକି ଲଢେଇ ଜୋର ହୋଇଛି ।

ବିଜେପି ନେତା ଖାରବେଳ ସ୍ୱାଇଁ ଆଜି କହିଛନ୍ତି ଅନେକ ଲୋକଙ୍କ ଭିତରେ ସନ୍ଦେହ ରହୁଥିଲା ଯେ ବିଜେଡି-ବିଜେପି ମଧ୍ୟରେ ପରସ୍ପର ପ୍ରତି ବିରୋଧାଭାଷ ନାହିଁ । ଏବଂ ବିଜେପିରେ ଅନେକ ନେତା ଓ କର୍ମୀ ଚାହଁନ୍ତି ବିଜେଡି ସହ ବିଜେପି ଜୋରଦାର ଲଢେଇ କରୁ ।  ସେପଟେ ଏହା ଭିତରେ ବିଜେଡି ମଧ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି । ରାଜ୍ୟ କାର୍ଯ୍ୟକାରିଣୀରେ ବିଜେପିକୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ କହିଥିଲେ , ରାଷ୍ଟ୍ରୀୟ ଦଳ ଗୁଡିକ ହିନ୍ଦୀ ଭାଷାକୁ ରାଜ୍ୟ ଉପରେ ଲଦିବାକୁ ଚାହୁଁଛନ୍ତି ଏବଂ କେନ୍ଦ୍ର ନେତୃତ୍ୱକୁ ଖୁସି କରିବା ପାଇଁ ରାଜ୍ୟ ନେତାମାନେ କାମ କରୁଛନ୍ତି ।

ପରୀ ମାମଲାରେ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛି । ବିଜେଡି ବି ଆକ୍ରମଣାତ୍ମକ ମୁଦ୍ରାରେ ଥିବା ଭଳି ଦେଖାଯାଉଛି । ଆଉ ଏହା ଦର୍ଶାଉଛି ଯେ,  ଓଡିଶାର ରାଜନୈତିକ ପାଣିପାଗରେ ପରିବର୍ତନ ଆସିଛି ।

from Kanak News
via <a href="https://ifttt.com/?

କଳିଙ୍ଗ ନଗରରୁ ଆସିଲା ରାଜପଥ ଲୁଟେରାଙ୍କ ଲୋମ ଟାଙ୍କୁରା ଚିତ୍ର । ଡୁବୁରି କଲେଜ ପାଖରେ କାର ଅଟକାଇ ଖଣ୍ଡାରେ କରୁଥିଲା ଆକ୍ରମଣ 

କନକ ବ୍ୟୁରୋ : କାମ ସାରି ରାତିରେ ଘରକୁ ଫେରୁଥିଲେ । ଅନ୍ଧାର ରାତିରେ ରାଜପଥ ଉପରେ ଗାଡି ଲାଇଟରେ ଦେଖାଗଲେ କିଛି ଲୋକ । ସମସ୍ତେ ଗାଡି ଅଟକାଉଥିଲେ । ହାତରେ ଥିଲା ଖଣ୍ଡା, ଟର୍ଚ ଲାଇଟ୍ । ଗାଡି ଅଟକାଇ ମାଡି ଆସିଲେ ଦେଖୁ ଦେଖୁ । ଆଖି ପିଛୁଳାକେ ଜୀବନ ବଂଚାଇ ଗାଡି ଫେରାଇ ଆଣିଲେ ଗାଡି ଚାଳକ । ଯାଜପୁର ଜିଲ୍ଲା କଳିଙ୍ଗନଗର ଅଂଚଳର ରାଜପଥ ଲୁଟର ଲାଇବ୍ ଚିତ୍ର କଏଦ ହୋଇଛି କ୍ୟାମେରାରେ । ଯାହା ଦେଖିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ ।

ଅନ୍ଧାର ରାତିରେ ଦାଦାଗିରି । ଗାଡି ଚାଳକଙ୍କୁ ଅଟକାଇ, ଖଣ୍ଡା ଦେଖାଇ ଭୟଭୀତ କରି ଲୁଟ୍ କରୁଛନ୍ତି ରାଜପଥ ଲୁଟେରା । ସୌଭାଗ୍ୟବଶତଃ ଉପସ୍ଥିତ ବୁଦ୍ଧି ଦେଖାଇ ଲୁଟେରାଙ୍କ କବଳରୁ ଖସି ଆସିଲେ ଗାଡି ଚାଳକ କିନ୍ତୁ ଗାଡିର ଡ୍ୟାସ୍ ବୋର୍ଡରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି ରାଜପଥ ଲୁଟେରାଙ୍କ ପୁରା ଚିତ୍ର । ଯାଜପୁର ଜିଲ୍ଲା କଳିଙ୍ଗନଗର ଅଂଚଳର ଡୁବୁରି କଲେଜ ନିକଟରେ ଘଟିଛି ଏପରି ଘଟଣା ।

ଶିଳ୍ପସଂସ୍ଥାର ଅଧିକାରୀ ଜଣକ ରାତିରେ କାମସାରି ଡୁବୁରୀ ଟମକା ରାସ୍ତାରେ ଫେରୁଥିଲେ । ହଠାତ୍ ନଜରକୁ ଆସିଲା କିଛି ଲୋକ ରାସ୍ତା ଅବରୋଧ କରି ଠିଆ ହୋଇ ଗାଡି ଅଟକାଉଛନ୍ତି । ବାସ୍ ବାବୁ ଜଣକ ବୁଝିଗଲେ ଏମାନଙ୍କ ଉଦ୍ଦେଶ୍ୟ ଭଲ ନୁହଁ । ସେହି ଠାରୁ ଗାଡି ବ୍ୟାକ୍ କରି ଖସି ଆସିଲେ  ।

ଗାଡିର ଫ୍ରଂଟ କ୍ୟାମେରାରେ କଏଦ ହୋଇଯାଇଛି ପୁରା ଚିତ୍ର । ୫ ରୁ ୬ ଜଣ ଅଛନ୍ତି ଦୁବୃର୍ତ । ଜଣେ ଖଣ୍ଡା ଘରି ଗୋଡାଇ ଆସୁଛି ଗାଡି ଆଡକୁ । ଥରେ ଭାବି ଦେଖନ୍ତୁ ଅନ୍ଧାର ରାତିରେ କିପରି ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିବ । ଏହିପରି ରାତି ଅଧରେ ଏମାନେ ଏକୁଟିଆ ଆସୁଥିବା ଗାଡିକୁ ଟାର୍ଗେଟ କରି ଲୁଟ୍ ପାଟ୍ ଚଳାଇଛନ୍ତି , ଯାହାକି ପୋଲିସ ପାଇଁ ସୃଷ୍ଟି କରିଛି ଖୋଲା ଚ୍ୟାଲେଂଜ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started