ପରୀ ହତ୍ୟା ମାମଲା ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ । ରିମାଣ୍ଡରେ ନେବାକୁ ଏସଆଇଟିକୁ ଅନୁମତି ଦେଲେ ପକସୋ କୋର୍ଟ ।

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ଏସଆଇଟି । ରିମାଣ୍ଡରେ ନେବାକୁ ଏସଆଇଟିକୁ ଅନୁମତି ଦେଲେ ପକସୋ କୋର୍ଟ । ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଏସଆଇଟି । ମାମଲାର ଶୁଣାଣି ପକସୋ କୋର୍ଟରେ ହିଁ ଚାଲିବ । ଆଜି ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା ଏସଆଇଟି ।

ନୟାଗଡ ପରୀ ହତ୍ୟା ମାମଲାରେ ଗତକାଲି ଜଣଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣକ ଯଦୁପୁର ଗାଁର ବୋଲି ସୂଚନା ମିଳିଛି । ଅଭିଯୁକ୍ତ ବିରୋଧରେ ୩୬୪, ୩୦୨, ୨୦୧, ୩୬୭-ଓ, ୩୭୬-ଏବି ଆଇପିସି ଧାରାରେ ମାମଲା ରୁଜୁ ହୋଇଛି ।

ଗତ ଦୁଇ ଦିନ ତଳେ ପରୀ ହତ୍ୟାକାରୀକୁ ଚିହ୍ନଟ କରିଥିଲା ଏସଆଇଟି । ତେବେ ଗତକାଲି ତାକୁ ଗିରଫ କରାଯାଇଥିଲା । ଏହି ଘଟଣାରେ ଆହୁରି ଅଧିକ ତଦନ୍ତ ଜାରି ରଖିଛି ଏସଆଇଟି । ଆହୁରି ଅଧିକ ଲୋକଙ୍କ ସମ୍ପକ୍ତି ଥାଇପାରେ ବୋଲି ସନ୍ଦେହ କରୁଛି ଏସଆଇଟି ।

from Kanak News
via <a href="https://ifttt.com/?

କରୋନାର ନୂଆ ଷ୍ଟ୍ରେନ ପାଇଁ ହାଇଆଲର୍ଟରେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରରେ ଆସନ୍ତାକାଲିଠୁ ରାତ୍ରି କର୍ଫ୍ୟୁ

କନକ ବ୍ୟୁରୋ : କରୋନା ଭାଇରସର ନୂଆ ଷ୍ଟ୍ରେନ ପାଇଁ ହାଇ ଆଲର୍ଟରେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରର ସହରାଞ୍ଚଳରେ ଆସନ୍ତାକାଲିଠାରୁ ରାତ୍ରି କର୍ଫ୍ୟୁ ଲାଗୁ ହେବ । ମହାରାଷ୍ଟ୍ରରେ କାଲିଠାରୁ ରାତି ୧୧ଟାରୁ ସକାଳ ୬ଟା ଯାଏଁ କଟକଣା ଲାଗୁ ହେବ । ଏହି କଟକଣା ଜାନୁଆରୀ ୫ ତାରିଖ ଯାଏଁ ବଳବତ୍ତର ରହିବ ।

କରୋନା ଭୂତାଣୁର ନୂଆ ଷ୍ଟ୍ରେନ ନେଇ ଭାରତ ସରକାର ମଧ୍ୟ ଆଜି ବଡ ପଦକ୍ଷେପ ନେଇଛନ୍ତି । ବ୍ରିଟେନରୁ ସମସ୍ତ ବିମାନକୁ ବାତିଲ କରିଛି ଭାରତ । ଆଜି ରାତି ୧୨ଟାରୁ ଏହି କଟକଣା ଲାଗୁ ହେବ । ଏହାପୂର୍ବରୁ ଆସୁଥିବା ବିମାନର ସମସ୍ତ ପାସେଞ୍ଜରଙ୍କ ଆରଟି-ପିସିଆର ଟେଷ୍ଟ କରାଯାଉଛି ।

ତେବେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଏବେ ଚିନ୍ତାରେ ସାରା ବିଶ୍ୱ । ତେବେ ବ୍ରିଟେନରେ ମଧ୍ୟ ଗତକାଲିଠାରୁ ଲଡକାଉନ କଡାକଡି କରାଯାଇଛି । ଏହାପୂର୍ବରୁ ମଧ୍ୟ ନେଦରଲାଣ୍ଡ, ବେଲଜିୟମ ଓ ଜର୍ମାନୀ ବ୍ରିଟେନ ଓ ଆଫ୍ରିକାରୁ ଆସୁଥିବା ସମସ୍ତ ବିମାନ ଉପରେ କଟକଣା ଲଗାଇଛନ୍ତି ।

from Kanak News
via <a href="https://ifttt.com/?

ଧରାପଡିଲା ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ । ଏସଆଇଟି ମୁଖ୍ୟ ଅରୁଣ କହିଲେ, ଯøନ ନିର୍ଯାତନା ଉଦ୍ଦେଶ୍ୟରେ ଘଟିଛି ହତ୍ୟାକାଣ୍ଡ, ଅଭିଯୁକ୍ତ ବିରୋଧରେ ଅଛି ଯଥେଷ୍ଟ ପ୍ରମାଣ ।

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରାଯିବା ପରେ ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରିଛି ଏସଆଇଟି । ଅଭିଯୁକ୍ତ ବିରୋଧରେ ତଦନ୍ତକାରୀ ଟିମ୍ ନିକଟରେ ଯଥେଷ୍ଟ ପ୍ରମାଣ ରହିଥିବା ଏସଆଇଟି ମୁଖ୍ୟ କହିଛନ୍ତି । ତେବେ ସେ ଏକା ଏହି ହତ୍ୟାକାଣ୍ଡ ଘଟାଇଥିଲା ନା ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି ସେସବୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ଅଭିଯୁକ୍ତକୁ ଏସଆଇଟି ରିମାଣ୍ଡରେ ନେଇପାରେ ବୋଲି କୁହାଯାଉଛି ।

କପଡାରେ ଢ଼ଙ୍କା ଯାଇ, କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋର୍ଟରେ ହାଜର କରାଯାଉଥିବା, କଲେଜ ପଢ଼ୁଆ ଯୁବକ ଉପରେ ଏସଆଇଟିର ତଦନ୍ତ ଘୁରି ବୁଲୁଥିଲା । ପରୀ ଘର ପାଖରେ ହିଁ ଏହି ଅଭିଯୁକ୍ତର ଘର । କିନ୍ତୁ ଏତେ ଧୂର୍ତ ଥିଲା ଯେ ତାକୁ ଧରିବା ନୟାଗଡ ପୋଲିସ ପାଇଁ ଅସମ୍ଭବ ହୋଇଯାଇଥିଲା । ପୋଲିସକୁ ଚକମା ଦେଇ ବାଏଁବାଏଁ ଉଡାଇ ଦେଇଥିଲା ସବୁ ସନ୍ଦେହ । କିନ୍ତୁ, ଏସଆଇଟିର ଜାଲରୁ ଖସି ପାରିନଥିଲା । ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯାଇଛି ।

ପରୀକୁ କିଏ କରିଛି ହତ୍ୟା?
ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କଣ?
କେମିତି ଓ କେଉଁ ପରିସ୍ଥିତିରେ କରାଗଲା ହତ୍ୟା?
ଏମିତି ଅନେକ ପ୍ରଶ୍ନର ଉତର ଖୋଜୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟିକୁ ମିଳିଯାଇଛି ଉତର । ଆଜି ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ମିଡିଆ ସାମନାକୁ ଆସି ଆତ୍ମ ବିଶ୍ୱାସର ସହ କହୁଥିଲେ ସେମାନେ ପ୍ରମାଣ ପାଇ ଯାଇଛନ୍ତି ।

ପରୀ ହତ୍ୟାକାରୀ ନିକଟରେ ପହଁଚିବା ପାଇଁ ଏସଆଇଟି ଟିମ୍ ଯଦୁପୁର ଗାଁର ୧୮ ରୁ ୩୫ ବର୍ଷ ବୟସ୍କ ଯୁବକଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲା । ସେହି ତାଲିକା ଅନୁସାରେ ଏହି ଯୁବକର ଲାଳ ଓ ରକ୍ତ ନମୁନା ସଂଗ୍ରହ ପରେ ତାର ମୋବାଇଲ ରଖି ଦେଇଥିଲା ଏସଆଇଟି । ପରେ ମୋବାଇଲର କିଛି ଫୋଲଡର ଖୋଲିବା ପାଇଁ କୁହାଯାଇଥିଲା । କିନ୍ତୁ ସେ ପାସୱାର୍ଡ ଜାଣିନଥିବା ବାରମ୍ବାର କହିଥିଲା । ଏହା ପରେ ତା ଉପରେ ସନ୍ଦେହ ବଢ଼ି ବଢ଼ି ଚାଲିଥିଲା । ଏସଆଇଟିର କହିବା ଅନୁସାରେ ଯୌନ ନିର୍ଯାତନା ଉଦ୍ଦେଶ୍ୟରେ ପରୀକୁ ଅପହରଣ କରାଯାଇଥିଲା, ଏହା ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଛି ।

ଜୁଲାଇ ୧୪ ତାରିଖରେ ନିଖୋଜ ହୋଇଯାଇଥିଲା ପରୀ, ଏବଂ ୨୩ ତାରିଖରେ ମୃତ ଦେହ ମିଳିଲା । କିନ୍ତୁ ପୋଲିସ କୌଣସି ସୁରାଗ ପାଇ ପାରିଲା ନାହିଁ । କାରଣ ପୂରା ଘଟଣାକୁ ଅତ୍ୟନ୍ତ ଚତୁରତାର ସହ ରୂପ ଦେଇଥିଲା ଅଭିଯୁକ୍ତ । ଏସଆଇଟି କହିଛି ଅପରାଧର ଉଦ୍ଦେଶ୍ୟ ସେମାନେ ଜାଣି ସାରିଛନ୍ତି । ଅର୍ଥାତ କିଏ, କେମିତି ଓ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଛି ତାର ସବୁ ତଥ୍ୟ ମିଳି ଯାଇଛି । ଏବେ ଅପେକ୍ଷା ଏସଆଇଟି କେବେ ସେହି ରହସ୍ୟମୟ କାହାଣୀ ଉପରୁ ପରଦା ହଠାଇବ ।

from Kanak News
via <a href="https://ifttt.com/?

କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବଢିଲା ସାରା ବିଶ୍ୱର ଚିନ୍ତା । ୭୦ ପ୍ରତିଶତ ଅଧିକ ବେଗରେ ହୋଇପାରେ ସଂକ୍ରମଣ । ସେପଟେ ବ୍ରିଟେନ ସହ ବିମାନ ଚଳାଚଳ ବାତିଲ କଲା ଭାରତ 

କନକ ବ୍ୟୁରୋ : କରୋନା ଟିକାକୁ ନେଇ ଭଲ ଖବର ଆସୁଥିବା ବେଳେ ପୁଣି ଚିନ୍ତା ବଢ଼ାଇଛି କରୋନା ଭୂତାଣୁର ନୂଆ ଷ୍ଟ୍ରେନ । ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଚିହ୍ନଟ ହୋଇଥିବା କରୋନାର ନୂଆ ରୂପ କେବଳ ଇଂଲଣ୍ଡ ନୁହେଁ ପୂରା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି ।

କୋଭିଡ୍-୧୯ ଭୂତାଣୁ ୧୭ ପ୍ରକାଣ ରୂପ ବଦଳାଇଥିବା ଏବେ ଏହି ନୂଆ ଷ୍ଟ୍ରେନ ସ୍ଥିତିକୁ ଅଣାୟତ କରିଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି କ୍ଷିପ୍ର ବେଗରେ ସଂକ୍ରମଣ ବଢ଼ାଉଥିବା ଏହି ନୂଆ ଷ୍ଟ୍ରେନ୍ ପାଖାପାଖି ୭୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଜଣେ ଆକ୍ରାନ୍ତଙ୍କ ଠାରୁ ଏହି ସଂକ୍ରମଣ ୦.୪ ପ୍ରତିଶତ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି । ବ୍ରିଟେନ୍ରେ ପୂର୍ବରୁ ୧୦ ଜଣ ଆକ୍ରାନ୍ତ ହାରାହାରି ୯ ଜଣଙ୍କୁ ସଂକ୍ରମିତ କରୁଥିବା ବେଳେ ଏବେ ୧୦ ଜଣ ଆକ୍ରାନ୍ତ, ୧୨ରୁ ୧୩ ଜଣଙ୍କୁ ସଂକ୍ରମିତ କରୁଛନ୍ତି । ଅର୍ଥାତ୍ ଲକ୍ଷେ ଲୋକ ଯଦି ନୂଆ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୁଅନ୍ତି, ଚାହୁଁ ଚାହୁଁ ଏମାନେ ଆଉ ଲକ୍ଷେ ୩୦ ଜଣଙ୍କୁ ଆକ୍ରାନ୍ତ କରିଦେବେ ।

ଇଣ୍ଡନର ନୂଆ ଷ୍ଟ୍ରେନ୍ ଯୋଗୁଁ ସାରା ବିଶ୍ୱରେ ପୁଣି ଥରେ କରୋନାକୁ ନେଇ ଆତଙ୍କ ଖେଳିଯାଇଛି । ଇଟାଲି ଓ ଅନ୍ୟ ୟୁରୋପୀୟ ଦେଶରେ ମଧ୍ୟ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ରୋଗୀ ଚିହ୍ନଟ ହୋଇଛନ୍ତି । ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଶକ୍ତ ଲକ୍ଡାଉନ୍ ଘୋଷଣା ହୋଇଛି ।

ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ୟୁରୋପୀୟ ମହାଦେଶର ଅନେକ ରାଷ୍ଟ୍ର ବ୍ରିଟେନରୁ ଆସୁଥିବା ବିମାନ ସେବା ଉପରେ ରୋକ ଲଗାଇଛନ୍ତି । ଭାରତ ସରକାର ମଧ୍ୟ ବିମାନ ଚଳାଚଳକୁ ବାତିଲ କରିବା ପାଇଁ ନିଷ୍ପତି ନେଇଛନ୍ତି । ବ୍ରିଟେନକୁ ଯାଉଥିବା ଓ ଆସୁଥିବା ସମସ୍ତ ବିମାନକୁ ବାତିଲ କରିଛନ୍ତି ଭାରତ ସରକାର । ୨୨ ତାରିଖ ମଧ୍ୟରାତିରୁ ୩୧ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ବିମାନ ଚଳାଚଳ ଉପରେ କଟକଣା ଲାଗିଛି ।

ବ୍ରିଟେନରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଆରଟିପିସିଆର ଟେଷ୍ଟ କରିବାକୁ କୁହାଯାଇଛି  । ବିମାନବନ୍ଦରରେ ହିଁ ହେବ ଯାତ୍ରୀଙ୍କ କରୋନା ଟେଷ୍ଟ । ଯେଉଁମାନେ ପଜିଟିଭ ଥିବେ ସେମାନେ ସଂଗରୋଧରେ ରହିବା ବାଧ୍ୟତାମୂଳକ । ନେଗେଟିଭ ଥିଲେ ୭ ଦିନ ପାଇଁ ଘରୋଇ ସଂଗରୋଧରେ ରହିବେ । ଏ ସଂପର୍କିତ ସମସ୍ତ ତଥ୍ୟ ବିମାନବନ୍ଦରରେ ଡିସପ୍ଲେ ମାଧ୍ୟମରେ ସୂଚାଇ ଦିଆଯିବ । ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ବିମାନବନ୍ଦରରେ ହେଲ୍ପ-ଡେସ୍କର ବ୍ୟବସ୍ଥା କରାଯିବ । ବିମାନବନ୍ଦରରେ ହିଁ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ଆରମ୍ଭ କରି କରୋନା ସଂପର୍କରେ ଗବେଷଣା କରୁଥିବା ଅନୁଷ୍ଠାନଗୁଡିକ ନୂଆ ଷ୍ଟ୍ରେନ ସଂପର୍କରେ ଗବେଷଣାକୁ ଜୋରଦାର କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେଉଁ ଟିକା ପ୍ରସ୍ତୁତ ହେଉଛି, ତାହା ଏଥିରେ କାମ କରିବ କି ନାହିଁ । ତେବେ ଅଧିକାଂଶ ବିଶେଷଜ୍ଞଙ୍କ ମତରେ ଟିକା ଏହି ନୂଆ ଷ୍ଟ୍ରେନ ବିରୋଧରେ ବି କାର୍ଯ୍ୟ କରିବ ।

ନୂଆ କରୋନା ଷ୍ଟ୍ରେନ୍କୁ ନେଇ ସାରା ବିଶ୍ୱରେ ହଲଚଲ ସୃଷ୍ଟି ହୋଇଥିବା ବେଳେ ଆମେରିକାର ନୂଆ ସର୍ଜନ ଜେନେରାଲ୍ ଡାକ୍ତର ବିବେକ ମୂର୍ତ୍ତି କହିଛନ୍ତି, ଏହି ନୂଆ ଷ୍ଟ୍ରେନ୍ ଅଧିକ ଭୟଙ୍କର ନୁହେଁ ।

from Kanak News
via <a href="https://ifttt.com/?

ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମନ୍ତ୍ର ଫୁଙ୍କିଲେ ମୁଖ୍ୟମନ୍ତ୍ରୀ । କହିଲେ ଦୁର୍ନୀତି ବିକାଶର ବଡ ଶତ୍ରୁ । ଯିଏ ଦୁର୍ନୀତି କରିବ ମାଫ୍ ନାହିଁ…

କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ । ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । ଦୁର୍ନୀତି ବିକାଶର ବଡ ଶତ୍ରୁ । ଦୁର୍ନୀତି ଲଢେଇରେ ଆମ ସରକାର ବିଶ୍ୱାସ କରେ । ଆରମ୍ଭରୁ ଆମ ସରକାର ଦୁର୍ନୀତି ବିରୋଧରେ ଲଢେଇ କରିଆସିଛି । ଦୁର୍ନୀତିର ଚେର ଉପାଡି ଫିଙ୍ଗି ଦେବାକୁ କଡା ଆଭିମୁଖ୍ୟ ନିଆଯାଉଛି । ଆଗକୁ ଏହି ଲଢେଇ ଜୋରଦାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦୁର୍ନୀତିରେ ଯିଏ ବି ହେଉନା କାହିଁକି, ସେ ତୃଣମୂଳସ୍ତରର କର୍ମଚାରୀ ହୁଅନ୍ତୁ ବା ଉଚ୍ଚ ପଦସ୍ତ ବଡ ବାବୁ, ଯଦି ସମ୍ପୃକ୍ତି ଥିବ ତେବେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ଦୁର୍ନୀତି ରୋକିବାକୁ ନିଆଯିବ କଡା ଆଭିମୁଖ୍ୟ । ଦୁର୍ନୀତି ବିରୋଧରେ ଆମର ସାଲିସବିହୀନ ଲଢେଇ ପାଇଁ ସାରା ଭାରତରେ ସୁନାମ ଆଣିଦେଇଛି । ତେବେ ବର୍ଷେ ମଧ୍ୟରେ ୯୧ ଜଣଙ୍କ ଚାକିରି ବନ୍ଦ କରିଛୁ । ଦୁର୍ନୀତିଖୋର ଲୋକଙ୍କ ପେନସନ ବନ୍ଦ କରିଛୁ । ଯିଏ ବି ହେଉନା କାହିଁକି ଦୁର୍ନୀତି କଲେ ମାଫ୍ ନାହିଁ ବୋଲି ସିଧା ସିଧା ଚେତାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ବଡ ପ୍ରସଙ୍ଗଟିଏ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ଜନତା ଜାଣି ପାରିବେ ନେତା-ଅଫିସରଙ୍କ ସମ୍ପତ୍ତି ତାଲିକା । ସବୁ ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ କରାଯିବ । ବର୍ଷ ଶେଷକୁ ସେମାନେ ସମ୍ପତ୍ତି ତାଲିକା ଦେବେ । ତୃଣମୂଳ ସ୍ତରରୁ ଉଚ୍ଚ ପଦସ୍ତ ଯାଏଁ ସମସ୍ତଙ୍କ ସମ୍ପତ୍ତି ତାଲିକା ଲୋକାୟୁକ୍ତଙ୍କ ପାଖକୁ ପଠାଯିବ । ବିଜେଡିର ସମସ୍ତ ନେତା ସମ୍ପତ୍ତି ତାଲିକା ଦେବେ ବୋଲି ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରି ଦୁର୍ନୀତି ବିରୋଧରେ ଲଢେଇ କରିବାକୁ ମନ୍ତ୍ର ଦେଇଛନ୍ତି ।

from Kanak News
via <a href="https://ifttt.com/?

ସରକାରୀ ସ୍କୁଲରେ ପଢୁଥିଲେ ଖୁସିଖବର । ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ ପାଇଁ ପ୍ରସ୍ତାବ, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

କନକ ବ୍ୟୁରୋ : ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନଙ୍କ ଉଦବୋଧନ ସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢାଇବା ପାଇଁ ଅଭିଭାବକଙ୍କ ମନରେ ଆଗ୍ରହ ବଢାଇବ । ରାଜ୍ୟ ପରିଷଦ ବୈଠକରେ ଯେଉଁ ପ୍ରସ୍ତାବ ଆସିଛି ତାହା ମଧ୍ୟରୁ ସବୁଠୁ ବଡ ପ୍ରସ୍ତାବଟି ହେଉଛି ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସିଟ୍ ସଂରକ୍ଷଣ । ଲଗାତାର ଭାବରେ ସରକାରୀ ସ୍କୁଲରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ମୁହଁ ଫେରାଇ ନେଉଥିବା ବେଳେ ଏଭଳି ପ୍ରସ୍ତାବ ଏବେ ପୁଣିଥରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର ଆଣିଛି । ବିଜେଡି ରାଜ୍ୟ ପରିଷଦରେ ଆସିଥିବା ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ସେହିଭଳି ପଛୁଆବର୍ଗ ସର୍ଭେ ସର୍ମ୍ପକରେ ଯେଉଁ ପ୍ରସ୍ତାବ ଆସିଛି ତାହା ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏକ ମାଇଲଷ୍ଟୋନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାବାଦ୍ ମହିଳା ସଶକ୍ତିକରଣ ସମ୍ପର୍କରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ବୈଠକରେ ଯାହା ପ୍ରସ୍ତାବ ପାରିତ ହେବ ତାହାକୁ ସରକାରୀସ୍ତରରେ କାର୍ଯ୍ୟକାରୀ କରିବାକୁ ସେଗୁଡିକୁ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ନବୀନ ।

from Kanak News
via <a href="https://ifttt.com/?

ନେତା- ଅଫିସରଙ୍କ ସମ୍ପତ୍ତି କେତେ ? ଜନତା ଜାଣିବେ ସମ୍ପତ୍ତି ତାଲିକା । ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ସାର୍ବଜନୀନ ହେବ ସମସ୍ତଙ୍କ ସମ୍ପତ୍ତି ।

କନକ ବ୍ୟୁରୋ: ଜନତା ଜାଣିବେ ନେତା, ଅଫିସରଙ୍କ ସମ୍ପତ୍ତି ତାଲିକା । ପ୍ରତିବର୍ଷ ସମସ୍ତେ ନିଜ ସମ୍ପତ୍ତି ତାଲିକା ସାର୍ବଜନୀନ କରିବେ । ସାଧାରଣ ଲୋକଟିଏ ଜାଣିବ ନେତା, ବାବୁଙ୍କ ସମ୍ପତ୍ତି । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । ଦୁର୍ନୀତି ବିକାଶର ବଡ ଶତ୍ରୁ । ଦୁର୍ନୀତି ଲଢେଇରେ ଆମ ସରକାର ବିଶ୍ୱାସ କରେ । ଆମେ ଲଢେଇ କରିଛୁ ଗରିବି ବିରୋଧରେ, ଲଢେଇ କରିଛୁ ରୋଗ, ବିପର୍ଯ୍ୟୟ ବିରୋଧରେ ।

ଦୁର୍ନୀତିରେ ଯିଏ ବି ହେଉନା କାହିଁକି ଯଦି ସମ୍ପୃକ୍ତି ଥିବ ତେବେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ଦୁର୍ନୀତି ରୋକିବାକୁ ନିଆଯିବ କଡା ଆଭିମୁଖ୍ୟ । ଆଗକୁ ଏହି ଲଢେଇ ଜୋରଦାର ହେବ । ଦୁର୍ନୀତି ବିରୋଧରେ ଆମର ଲଢେଇ ସାଲିସବିହୀନ ହେବ । ବର୍ଷେ ମଧ୍ୟରେ ୯୧ ଜଣଙ୍କ ଚାକିରି ବନ୍ଦ କରିଛୁ । ଏଥିପାଇଁ ସାରା ଦେଶରେ ପ୍ରଂଶସା ମିଳିଛି ।

ତେବେ ଉଦବୋଧନରେ ସବୁଠାରୁ ବଡ ପ୍ରସଙ୍ଗଟିଏ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ଜନତା ଜାଣି ପାରିବେ ନେତା-ଅଫିସରଙ୍କ ସମ୍ପତ୍ତି ତାଲିକା । ସବୁ ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ କରାଯିବ । ତୃଣମୂଳ ସ୍ତରରୁ ଉଚ୍ଚ ପଦସ୍ତ ଯାଏଁ ସମସ୍ତଙ୍କ ସମ୍ପତ୍ତି ତାଲିକା ଲୋକାୟୁକ୍ତଙ୍କ ପାଖକୁ ପଠାଯିବ । ବର୍ଷ ଶେଷକୁ ସେମାନେ ସମ୍ପତ୍ତି ତାଲିକା ଦେବେ । ବିଜେଡିର ସମସ୍ତ ନେତା ସମ୍ପତ୍ତି ତାଲିକା ଦେବେ ବୋଲି ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରି ଦୁର୍ନୀତି ବିରୋଧରେ ମନ୍ତ୍ର ଫୁଙ୍କିଛନ୍ତି ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲାରେ ଅଭିଯୁକ୍ତ କୋର୍ଟରେ ହାଜର । ଅଭିଯୁକ୍ତକୁ ପକସୋ କୋର୍ଟରେ ହାଜର କଲା ଏସଆଇଟି । 

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ କୋର୍ଟରେ ହାଜର ହେଲା ଅଭିଯୁକ୍ତ । ଅଭିଯୁକ୍ତକୁ ପକସୋ କୋର୍ଟରେ ହାଜର କରିଛି ଏସଆଇଟି । ନୟାଗଡ ପରୀ ହତ୍ୟା ମାମଲାରେ ଗତକାଲି ଜଣଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣକ ଯଦୁପୁର ଗାଁର ବୋଲି ସୂଚନା ମିଳିଛି ।

ଅଭିଯୁକ୍ତ ବିରୋଧରେ ୩୬୪, ୩୦୨, ୨୦୧, ୩୬୭-ଓ, ୩୭୬-ଏବି ଆଇପିସି ଧାରାରେ ମାମଲା ରୁଜୁ ହୋଇଛି । ଗତ ଦୁଇ ଦିନ ତଳେ ପରୀ ହତ୍ୟାକାରୀକୁ ଚିହ୍ନଟ କରିଥିଲା ଏସଆଇଟି । ତେବେ ଗତକାଲି ତାକୁ ଗିରଫ କରାଯାଇଥିଲା । ଏହି ଘଟଣାରେ ଆହୁରି ଅଧିକ ତଦନ୍ତ ଜାରି ରଖିଛି ଏସଆଇଟି

from Kanak News
via <a href="https://ifttt.com/?

ବିଜିୟୁ ପକ୍ଷରୁ ମ୍ୟାନେଜମେଣ୍ଟ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ । ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବ ଏହି ପାଠ୍ୟକ୍ରମ ଡିଜାଇନ ।

କନକ ବ୍ୟୁରୋ : ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଆପ୍ଲାଏଡ ଡାଟା ଆନାଲିଟିକ୍ସ, ଫାଇନାନ୍ସିଆଲ ପ୍ଲାନିଂ ଓ ଇନଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଗୋଠପାଟଣାସ୍ଥିତ ପରିସରରେ ଏହି ପାଠ୍ୟକ୍ରମ ଆରମ୍ଭ ହୋଇଛି । ବିଜିୟୁ କୁଳପତି ଡକ୍ଟର ପ୍ରଫେସର ପିପି ମାଥୁର, ବିଜିୟୁ ରେଜିଷ୍ଟ୍ରା ଡକ୍ଟର ବିକେ ଦାସ, ବିର୍ଲା ସ୍କୁଲ ଅଫ ମ୍ୟାନେଜମେଣ୍ଟର ଡିନ୍ ପ୍ରଫେସର ପରମେଶ୍ୱର ନାୟକ ଓ ବିର୍ଲା ସ୍କୁଲ ଅଫ କମର୍ସର ଡିନ୍ ପ୍ରଫେସର ସାମସନ ମହାରଣା ୟୁନିଭରସିଟି ସେମିନାର ହଲ୍୍ ରେ ଏହି ପାଠ୍ୟକ୍ରମ ଗୁଡିକ ଆରମ୍ଭ କରିଥିଲେ ।

ଏହି ପାଠ୍ୟକ୍ରମଗୁଡିକୁ ଏପରି ଡିଜାଇନ କରାଯାଇଛି ଯାହା ବଜାର ଓ ଶିଳ୍ପ ଗୁଡିକର ଚାହିଦା ପୂରଣ କରିବାରେ ସାହାଯ୍ୟ କରିବ । ଏହା ଅଧିକରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବ ବୋଲି ପ୍ରଫେସର ମାଥୁର କହିଥିଲେ ।

ସେହିପରି ଡକ୍ଟର ବିକେ ଦାସ ତାଙ୍କ ସ୍ୱାଗତ ଭାଷଣରେ କହିଥିଲେ ଯେ, ମହାମାରୀ ସମୟରେ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରିଛୁ ଏବଂ ବିନା କୌଣସି ବ୍ୟାଘାତରେ ଅନଲାଇନ ଶିକ୍ଷା ଜାରି ରଖିବା ପାଇଁ ଫାକଲ୍ଟିମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ବିଜିୟୁ କୁଳପତି ପ୍ରଫେସର ପିପି ମାଥୁର, ବିଜିୟୁ ରେଜଷ୍ଟ୍ରା ବିକେ ଦାସ ମଧ୍ୟ ନିଜ ନିଜ ଅଞ୍ଚଳରେ ଏଭଳି ଅଭିନବ ପାଠ୍ୟକ୍ରମ ଆରମ୍ଭ କରିବାକୁ ସ୍କୁଲର ଡିନ୍୍ ଓ ଫାକଲ୍ଟି ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

from Kanak News
via <a href="https://ifttt.com/?

ଅବହେଳିତ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର । ପର୍ଯ୍ୟଟନ ସ୍ଥଳୀର ହୋଇପାରୁନି ରକ୍ଷଣାବେକ୍ଷଣ, ଚାରିଆଡେ ଖାଲି ଅଳିଆ ଆବର୍ଜନା ।

କନକ ବୁରୋ : ଅବହେଳିତ ବଲାଙ୍ଗିରର ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବଲାଙ୍ଗିର । ଜିଲ୍ଲାର ଏକ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ହେଉଛି ହରିଶଙ୍କର । ସ୍ଥାନଟିର ସୌନ୍ଦର୍ଯ୍ୟରେ ଲୋକେ ଯେତିକି ବିଭୋର ହୁଅନ୍ତି ତାଠାରୁ ଢେର ଅଧିକ ଆକର୍ଷିତ କରି ଏହାର ଆଧ୍ୟାତ୍ମିକ ପୃଷ୍ଟଭୂମି । ହରି ଓ ହର ଏଠାରେ ଏକାକାରରେ ପୂଜା ପାଇଥାନ୍ତି । ତେଣୁ ଏହି ପୀଠରେ ବର୍ଷକ ବାର ମାସ ଲୋକଙ୍କ ଭିଡ ଲାଗିଥାଏ । ହେଲେ ଏବେ ଏହା ଅବହେଳିତ ହୋଇ ପଡିଛି ।

ଓଡିଶାର ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳି ହରିଶଙ୍କର । ବଲାଙ୍ଗିର ସହର ଠାରୁ ୮୦ କିଲୋମିଟର ଦୂରରେ ଥିବା ହରିଶଙ୍କରରେ ଅତ୍ମବିଭୋର ହେବା ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ । ଚାରି ଆଡେ ବଣ ପାହାଡ, ପାହାଡ ଉପରୁ ବହି ଆସୁଛି ଝରଣା । ସବୁଠୁ ସୁନ୍ଦର ହରିଶଙ୍କରରେ ଥିବା ପ୍ରାକୃତିକ ସ୍ଲାଇଡର, ଯାହା ଝରଣାରେ ଗାଧୋଇବା ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଆଉ ଝରଣାରେ ଗାଧୋଇବା ପରେ ପାହାଡ ଉପରେ ମନ୍ଦିରରେ ଏକାଠି ପୂଜା ପାଉଥିବା ଶିବ ଓ ବିଷ୍ଣୁଙ୍କ ଦର୍ଶନ କରିଥାନ୍ତି ପର୍ଯ୍ୟଟକ । ଏବେ କରୋନା କଟକଣା ଯୋଗୁଁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ପର୍ଯ୍ୟଟକ ହରି-ହରଙ୍କ ଦର୍ଶନ ନକରି ଫେରୁଛନ୍ତି ।

ହରିଶଙ୍କରକୁ ବର୍ଷ ତମାମ ରାଜ୍ୟ ଓ ରାଜ୍ୟ ବାହରରୁ ପର୍ଯ୍ୟଟକ ଆସିଥାନ୍ତି । ପଡୋଶୀ ଝାଡଖଣ୍ଡ ଓ ଛତିଶଗଡରୁ ପ୍ରତିଦିନ ଶ୍ରଦ୍ଧାଳୁ ଆସିଥାନ୍ତି । କିନ୍ତୁ ଏହି ପର୍ଯ୍ୟଟନ ସ୍ଥଳର ରକ୍ଷଣାବେକ୍ଷଣକୁ ନେଇ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାରିଆଡେ ଅଲିଆ ଅବର୍ଜନା ପଡି ରହୁଛି ।

ଝରଣାରେ ଗାଧୋଇବା ପରେ ମହିଳା ପର୍ଯ୍ୟଟକଙ୍କ ସ୍ନାନଶୌଚ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଅନେକ ସମସ୍ୟା ଯୋଗୁଁ ହରିଶଙ୍କରକୁ ଆସୁଥିବା ଦେଖଣାହାରୀ ମନଦୁଃଖ କରୁଛନ୍ତି । ଇତିହାରରେ ନିଜର ଏକ ସ୍ୱତନ୍ତ୍ର ଛାପ ରଖିଥିବା ହରିଶଙ୍କର ଅବହେଳିତ ଅବସ୍ଥାରେ ଥିବା ବେଳେ ଏହାର ଉନ୍ନତି ପାଇଁ ପର୍ଯ୍ୟଟକ ଦାବି କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started