ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ନୂଆ ମୋଡ । ମାଲକାନଗିରି ପୁଲିସକୁ କାଠଗଡାକୁ ଟାଣିଲେ ମୃତ ପିଏଙ୍କ ପତ୍ନୀ ବନଜା ପଣ୍ଡା ।

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ କୁ ଏକ ବର୍ଷ ପୁରିବାକୁ ବସିଲାଣି । ତେବେ ଏ ଯାଏଁ ନ୍ୟାୟ ପାଇ ଜିଲ୍ଲାପାଳଙ୍କ ପରି ମାଲକାନଗିରି ଏସପି ଓ ପୁଲିସ କୁ ଟାରଗେଟ୍ କରିଛନ୍ତି ମୃତ ପିଏଙ୍କ ପତ୍ନୀ । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁ ଥିବା ପୁଲିସ କୋର୍ଟଙ୍କ ନିରଦେଶ କ୍ରମେ ଜିଲ୍ଲାପାଳଙ୍କ ସମେତ ୪ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଏସଆଇଟି ଦ୍ୱାରା ତଦନ୍ତ କରୁଛି ସତ । ତେବେ ତଦନ୍ତ ପ୍ରକ୍ରୀୟା ରେ ଶିଥିଳତା କୁ ନେଇ ମାଲକାନଗିରି ଏସପିକୁ କାଠଗଡା କୁ ଟାଣି ପୁଲିସ ନିକଟରେ ୪୧ ଦଫା ଲିଖିତ ପ୍ରଶ୍ନ ରଖିଛନ୍ତି ମୃତ ପିଏଙ୍କ ପତ୍ନୀ ବନଜା ପଣ୍ଡା ।

ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ପୁଲିସକୁ କାଠଗଡାକୁ ଟାଣିଲେ ମୃତକଙ୍କ ପତ୍ନୀ ବନଜା ପଣ୍ଡା । ତତକାଳିନ ଜିଲ୍ଲାପାଳଙ୍କ ପରେ ଏବେ ମାଲକାନଗିରି ଏସପିଙ୍କୁ ଟାର୍ଗେଟ କରିଛନ୍ତି ମୃତ ପିଏଙ୍କ ପତ୍ନୀ । ଏସପିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବନଜା ପଣ୍ଡା । ମନିଷ ଅଗ୍ରୱାଲଙ୍କ ଦୋଷ ଲୁଚାଇବାକୁ ଏସ୍ପି ହିଁ ପ୍ରଥମେ ସହାୟତା କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ପିଏ ପଣ୍ଡା ନିଖୋଜ ଦିନ ଏସ୍ପି କେଉଁଠି ଥଲେ? ଏସପି ସେ ଦିନ କାହା କାହା ସାଥିରେ ଫୋନରେ କଥା ହୋଇଥିଲେ? ମାଲକାନଗିରି ଆଇ.ଆଇ.ସି ରାମ ପ୍ରସାଦ ନାଗ ସେ ଦିନ କେଉଁଠି ଥିଲେ? ତକ୍ରାଳୀନ ତଦନ୍ତ ଅଧିକାରୀ ରୁଦ୍ର ପ୍ରସାଦ ମଦୁଲି ୨୦୧୯ ଡିସେମ୍ବର ୨୭ରୁ ୨୦୨୦ ଜାନୁଆରି ୧୫ ଯାଏଁ କାହା କାହା ସହ କଥା ହୋଇଥିଲେ? ତଦନ୍ତ ଭାର ନେଇଥିବା ଜଣେ ଡିଏସ୍ପି ତାଙ୍କ ଏସ୍ପିଙ୍କ ବିରୋଧରେ କେମିତି ତଦନ୍ତ କରିବେ? ବୋଲି ମାଲକାନଗିରି ପୁଲିସକୁ ସିଧା ସଳଖ ପ୍ରଶ୍ନ କରିଛନ୍ତି ଦେବନାରୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ।

ପୁଲିସକୁ ଟାର୍ଗେଟ କରିବା ସହ ତଦନ୍ତ ପ୍ରକ୍ରୀୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମୃତ ପିଏଙ୍କ ପତ୍ନୀ ବନଜା । ସ୍ୱାମୀଙ୍କ ମୃତ୍ୟୁର ନ୍ୟାୟ ପାଇଁ ଲଢେଇ କରୁଥିବା ପତ୍ନୀ ୪୧ଟି ପ୍ରଶ୍ନ କରି ମାଲକାନଗିରି ପୁଲିସକୁ କାଠଗଡାକୁ ଟାଣିଛନ୍ତି ।

୨୦୧୯ ଡିସେମ୍ବରରେ ସତୀଗୁଡା ଜଳଭଣ୍ଡାରରୁ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତ ଅଗଷ୍ଟ ମାସରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ମୃତକଙ୍କ ପରିବାର ଲୋକ ନଭେମ୍ବର ମାସରେ କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ନଭେମ୍ବର ୧୩ରେ ଜିଲ୍ଲାପାଳଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା । ଏହାରି ଭିତରେ ତକ୍ରାଳୀନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ବଦଳି ହୋଇ ସାରିଛି । ତେବେ ଏସ୍ଆଇଟି ଦ୍ୱାରା ଜିଲ୍ଲାପଳଙ୍କ ପିଏ ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ଜାରି ରହିଥିବା କହିଛନ୍ତି ମାଲକାନଗିରି ଏସପି ରିଶିକେଷ କିଲ୍ଲାରୀ ।

from Kanak News
via <a href="https://ifttt.com/?

ଦାଦନ ମୁହାଁ ପଥର ଶିଳ୍ପୀ । ନୀର୍ଜିବ ପଥରରେ ଜୀବନ ଭରି ଦେଉଥିବା ଶିଳ୍ପୀ ଆଜି ସାଜିଛନ୍ତି ଦାଦନ ।

କନକ ବ୍ୟୁରୋ : ଦାଦନ ମୁହାଁ ପଥର ଶିଳ୍ପୀ । ନୀର୍ଜିବ ପଥରରେ ଜୀବନ ଭରି ଦେଉଥିବା ଶିଳ୍ପୀ ଆଜି ଦାଦନ ସାଜିଛନ୍ତି । କରୋନା କାଳରେ ବ୍ୟବସାୟ ନଥିବାରୁ କୌଳିକ ବୃତି ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଶିଳ୍ପୀ ।
କଳାହାଣ୍ଡି ଜିଲ୍ଲା ଆମପାଣି ନିକଟରେ ଅଛି ପଥର ଶିଳ୍ପି ଗାଁ କନ୍ଦାଗଡ । ପଥର କଳା ପାଇଁ ଗାଁର ସ୍ୱତନ୍ତ୍ର ପରିଚୟରହିଛି ।

ଏଠାକାର କାରିଗରଙ୍କ ହାତରେ ତିଆରି ପଥର ନିର୍ମିତ ମୁର୍ତ୍ତି ସବୁ କଥା କୁହେ । ହେଲେ ବର୍ତ୍ତମାନ ମହାମରି ଏମାନଙ୍କ ଠାରୁ ବୃତ୍ତି ଛଡାଇ ନେଇଛି। ବେପାର ନଥିବାରୁ ପଥର ଶିଳ୍ପି ବାଧ୍ୟ ହୋଇ ଚେନ୍ନାଇ-ବାଙ୍ଗଲୋର ଦାଦନ ଖଟି ଯାଇଥିବା ବେଳେ କେତେ ଜଣ ଏବେ ଗାଇ ଜଗୁଆଳି ସାଜିଛନ୍ତି ।

୧୯୮୫ ମସିହାରୁ ଏହି ଗାଁରେ ପଥର ଶିଳ୍ପର ଆରମ୍ଭ । କାଳକ୍ରମେ ବର୍ତ୍ତମାନର ପିଢି ଏହି କଳାକୁ ଆପଣାଇ ବେଶ ପ୍ରସିଦ୍ଧି ଲାଭ କରିଛି । ପଥର ଶିଳ୍ପକୁ ନେଇ ଅନେକ ସ୍ୱପ୍ନ ଦେଖିଥିବା କାରିଗରମାନେ ବାଧ୍ୟ ବାଧକତାରେ ଦାଦନ ଖଟି ଯାଉଛନ୍ତି । ଘରର ରୋଜଗାରିଆ ପୁଅ ଦାଦନ ଖଟି ଯାଇଥିବା ବେଳେ ଘର ଜଗିଛନ୍ତି ବୃଦ୍ଧ ବାପା ମା। ଗାଁରେ ହାତ ଗଣତି କିଛି ଲୋକ ଗାଁରେ ଅନ୍ୟ କୌଣସି କାମ ଧନ୍ଦା ନଥିବାରୁ ବର୍ତ୍ତମାନ ମଧ୍ୟ ପଥର ମୁର୍ତ୍ତି କାମରେ ଲାଗିଛନ୍ତି ।

କରୋନୋ ଅନେକ ଲୋକଙ୍କ କୁଳ ବେଉସା ଛଡାଇ ନେଇଥିବା ବେଳେ ପଥର ଶିଳ୍ପ ପାଇଁ ପ୍ରସିଦ୍ଧ ଲାଭ କରିଥିବା କନ୍ଦାଗଡର ପଥର ଶିଳ୍ପୀ ନିଜ ମୂଳ ବେଉସାକୁ ଛାଡି ଦାଦନ ମୁହାଁ ହୋଇଛନ୍ତି ।

from Kanak News
via <a href="https://ifttt.com/?

କଟକ ପାଲଟିଛି ନକଲି କାରଖାନାର ହବ୍ । ପୁଣି ନକଲି ଘିଅ କାରଖାନା ଠାବ । କଟକ ପିଠାପୁରରୁ ନକଲି ଘିଅ କରାଖନା ଠାବ କଲା ବାଦାମବାଡି ପୁଲିସ ।

କନକ ବ୍ୟୁରୋ : କଟକରୁ ପୁଣି ଠାବ ହେଲା ନକଲି ଘିଅ କାରଖାନା । ପିଠାପୁର ଅଞ୍ଚଳରୁ ଏକ ନକଲି ଘିଅ କାରଖାନା ଉପରେ ଚଢାଉ କରିଛି ବାଦାମବାଡି ପୋଲିସ । ବିପୁଳ ପରିମାଣର କଞ୍ଚାମାଲ ସହ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏହାସହ ବହୁ ନାମୀଦାମୀ କମ୍ପାନୀର ଖୋଳ ମଧ୍ୟ ଜବତ କରିଛି ପୋଲିସ ।

କଟକରୁ ବାରମ୍ବାର ନକଲି ସାମଗ୍ରୀର କାରଖାନା ଉପରେ ପୋଲିସ ଚଢାଉ କରୁଛି । ଏଭଳି ବିପୁଳ ପରିମାଣର ନକଲି କାରଖାନା ଯୋଗୁଁ କଟକକୁ ନକଲି କାରଖାନାର ହବ୍ ବୋଲି କୁହାଯାଉଛି । ଏହା ପୂର୍ବରୁ କଟକ ଜଗତପୁର ଅଞ୍ଚଳରୁ ନକଲି ଘିଅ, ହଳଦୀ ଓ ମସଲା କାରଖାନା ଉପରେ ଚଢାଉ କରିଛି ପୋଲିସ ।

from Kanak News
via <a href="https://ifttt.com/?

ବିନା ପାପୁଲିରେ ବିଲାତି ଚାଷ କରି ଚର୍ଚ୍ଚାରେ ବିଭୂତି । ଦିବ୍ୟାଙ୍ଗ ହୋଇ ବି ହାରି ନାହାନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ୨୦ ପରିବାରକୁ ଦେଇଛନ୍ତି ରୋଜଗାର ।

କନକ ବ୍ୟୁରୋ: ଚାଷ କାମ ଯାହାର କେଡେ ସୁଖ ତାହାର… ଏ କଥାକୁ କେବଳ କଥାରେ ରହିବାକୁ ଦେଇନାହାନ୍ତି ଏ ବ୍ୟକ୍ତି । ଜନ୍ମରୁ ଦିବ୍ୟାଙ୍ଗ ହେଲେ ଏ ସବୁଜ ଫସଲ, ଏ ବିରାଟ କ୍ଷେତର ପନିପରିବା ଯେ ତାଙ୍କ ହାତର ସ୍ପର୍ଶରେ ଫଳିଛି ତାହା କେହି ବିଶ୍ୱାସ କରିବେନି । ଆଜ୍ଞା ହଁ, ହାତର ପାପୁଲି ନଥାଇ ବି ସେ ହାରି ନଯାଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଟାବାହାଲ ଗାଁର ଦିବ୍ୟାଙ୍ଗ ଯୁବକ ବିଭୂତି ପ୍ରଧାନ । ଜନ୍ମରୁ ପାପୁଲି ନଥିବା ସହ ପାଠ ପଢିବାକୁ ଅର୍ଥ ନଥିବାରୁ ଅଧାରୁ ପାଠ ଛାଡି ରୋଜଗାର ପାଇଁ ବାଙ୍ଗାଲୋର ଯାଇଥିଲେ । ଆଉ ସେଠାରେ ହେଉଥିବା କୃଷି ପଦ୍ଧତି ଓ କୃଷକଙ୍କ ଆୟ ଦେଖି ଆଗ୍ରହ ପ୍ରକାଶ କରିଥିଲେ ବିଭୂତି । ଆଉ ସେଠାରେ ମାସେ ତାଲିମ ନେଇ ସିଧା ଗାଁକୁ ଆସି ଚାଷ ଆରମ୍ଭ କରିଥିଲେ ।

୫ ଏକର ଜମିରେ ନିଜସ୍ୱ ଉଦ୍ୟମରେ ପାଖାପାଖି ଅଢେଇ ଲକ୍ଷ ଟଙ୍କା ବିନିଯୋଗ କରି ବାହାରୁ ଶିଖି ଆସିଥିବା ଚାଷ ପ୍ରଣାଳୀରେ ଗାଁ ଚାଷ କରିଥିଲେ । ପୂରା ଜମିରେ ଟମାଟୋ ଲଗାଇ ଏବେ ବେଶ ଲାଭବାନ ହେଉଛନ୍ତି ବିଭୂତି । ତେବେ ସବୁଠାରୁ ବଡ କଥା ହେଉଛି ଦିବ୍ୟାଙ୍ଗ ହୋଇ ବି ଖାଲି ନିଜେ ସ୍ୱାଭଲମ୍ବୀ ହୋଇ ନାହାନ୍ତି ବରଂ ଅନ୍ୟମାନଙ୍କୁ ସ୍ୱାଭାଲମ୍ବୀ କରାଇଛନ୍ତି । ଗାଁର ପାଖାପାଖି ୨୦ଟି ପରିବାରର ଲୋକଙ୍କୁ ସେ ନିଜ ଚାଷ ଜମିରେ ରୋଜଗାର ଦେଇଛନ୍ତି ।

ବର୍ଷକୁ ୫ରୁ ୭ ଲକ୍ଷ ରୋଜଗାର କରୁଥିବା ବିଭୂତି ବିନା ପାପୁଲିରେ ଚାଷ ଜମିରେ ଅନେକ କାମ ନିଜେ କରନ୍ତି । ବିଷ ପକାଇବା ଠାରୁ ଟମାଟୋ ଅମଳ କରି ବିକ୍ରି କରିବା ଯାଏଁ ସବୁ କରନ୍ତି ବିଭୂତି । ତେବେ ଗୋଟିଏ ପାପୁଲି ବିନା ସେ ଯେଉଁ ସଫଳତା ପାଇଛନ୍ତି ଯେଉଁ ଉଦ୍ୟମ କରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଭଲ ବାର୍ତ୍ତାଟିଏ ଦେଇଛି ।

from Kanak News
via <a href="https://ifttt.com/?

ଆଜି ବର୍ଷର ସବୁଠୁ ଛୋଟ ଦିନ । ଆଜିଠୁ ମହାକାଶରେ ହେବ ଅନେକ ପରିବର୍ତ୍ତନ

କନକ ବ୍ୟୁରୋ : ପ୍ରତିବର୍ଷ ଏହି ଦିନଟି ଭିନ୍ନ ଭିନ୍ନ ତାରିଖରେ ପଡିଥାଏ । ତେବେ ଗତବର୍ଷ ଏହି ଦିନ ଡିସେମ୍ବର ୨୨ ତାରିଖରେ ପଡିଥିବା ବେଳେ ଚଳିତ ବର୍ଷ ଏହି ଦିନଟି ଆଜି ତଥା ଡିସେମ୍ବର ୨୧ତାରିଖରେ ପଡିଛି । ସେହିଭଳି ବର୍ଷର ଏହି ସବୁଠାରୁ ଛୋଟ ଦିନକୁ ୱିଣ୍ଟର ସୋଲଷ୍ଟିକ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ବୈଜ୍ଞାନିକ କାରଣ ରହିଛି ।

ୱିଣ୍ଟର ସୋଲଷ୍ଟିକ କଣ ?
ଏହା ଏକ ଲାଟିନ୍ ଶଦ୍ଦ । ଯାହାର ଅର୍ଥ ହେଉଛି ସୂର୍ଯ୍ୟ ଅସ୍ତ ହେବା । ପୃଥିବୀ ନିଜର କକ୍ଷ ପଥରେ ଘୂର୍ଣ୍ଣନ କରିବା ସହ ସୂର୍ଯ୍ୟ ଆଡକୁ ଗତି କରିଥାଏ । ତେବେ ଏହି ପ୍ରରିପେକ୍ଷୀରେ ପୃଥିବୀର ଏକ ଭାଗ ଯାହା ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିଥାଏ, ଯାହାକୁ ଗ୍ଦକ୍ଟକ୍ଷଗ୍ଦଗ୍ଧସମର ଶଦ୍ଦରେ ଯୋଡାଯାଇଥାଏ ।

ଉତ୍ତର ଗୋଲାର୍ଦ୍ଧରେ ଆଜିର ଦିନ ସବୁଠୁ ଛୋଟ
ଆଜି ଉତ୍ତର ଗୋଲାର୍ଦ୍ଧରେ ଦିନ ସବୁଠାରୁ ଛୋଟ । ଅର୍ଥାତ୍ ଆଜିର ଦିନରେ ସୂର୍ଯ୍ୟ ପୃଥିବୀର ଏହି ଭାଗଅଂଶରେ ଖୁବ୍ କମ ସମୟ ପାଇଁ ନଜର ଆସିବ । ସେହିଭଳି ଦକ୍ଷିଣ ଗୋଲାର୍ଦ୍ଧରେ ଆଜି ସୂର୍ଯ୍ୟ ଅଧିକ ସମୟ ଧରି ରହିବ । ଏଭଳି ପରିସ୍ଥିତିରେ ଏହି ଭାଗଅଂଶରେ ଆସୁଥିବା ଦେଶ ତଥା ଆର୍ଜେଂଟିନା, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରେ ଆଜିଠାରୁ ଗ୍ରଷ୍ମପ୍ରବାହ ଆରମ୍ଭ ହେଉଛି ।

ତେବେ ୱିଣ୍ଟର ସୋଲଷ୍ଟିକ ଭଳି ସମର ସୋଲଷ୍ଟିକ ବି ରହିଛି । ଅର୍ଥାତ୍ ବର୍ଷର ସବୁଠୁ ଲମ୍ବା ତଥା ବଡ ଦିନ । ଏହି ଦିନରେ ରାତି ସବୁଠାରୁ ଛୋଟ ହୋଇଥାଏ । ୨୦ରୁ ୨୩ ଜୁନ ମଧ୍ୟରେ କୌଣସି ବି ଦିନରେ ଏହି ଦିନଟି ପଡିଥାଏ । ଆଉ ଗୋଟିଏ ସମୟ ଏଭଳି ବି ଆସିଥାଏ କି ଯେଉଁଥିରେ ଦିନରାତି ଉଭୟ ସମାନ ରହିଥାନ୍ତି । ତେବେ ଏହି ବେଳା ଗୋଟିଏ କିମ୍ବା ଦୁଇଦିନ ନହୋଇ ବରଂ ମାର୍ଚ୍ଚ ୨୧ ତାରିଖରୁ ୨୩ ସେପ୍ଟେମ୍ବର ମଧ୍ୟରେ ପଡେ, ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ଆକାଶରେ ପ୍ରାୟ ସମାନ ସମୟ ପାଇଁ ନଜର ଆସନ୍ତି ।

from Kanak News
via <a href="https://ifttt.com/?

କରୋନା ଭୂତାଣୁର ନୂଆ ଷ୍ଟ୍ରେନ ନେଇ ଭାରତ ସରକାରଙ୍କ ପଦକ୍ଷେପ । ବ୍ରିଟେନରୁ ସମସ୍ତ ବିମାନ ବାତିଲ କଲା ଭାରତ ।

କନକ ବ୍ୟୁରୋ: କରୋନା ଭୂତାଣୁର ନୂଆ ଷ୍ଟ୍ରେନ ନେଇ ଭାରତ ସରକାରଙ୍କ ବଡ ପଦକ୍ଷେପ । ବ୍ରିଟେନରୁ ସମସ୍ତ ବିମାନକୁ ବାତିଲ କଲା ଭାରତ । ଆଜି ରାତି ୧୨ଟାରୁ ଏହି କଟକଣା ଲାଗୁ ହେବ । ଏହାପୂର୍ବରୁ ଆସୁଥିବା ବିମାନର ସମସ୍ତ ପାସେଞ୍ଜରଙ୍କ ଆରଟି-ପିସିଆର ଟେଷ୍ଟ କରାଯାଉଛି । ଏନେଇ ଭାରତ ସରକାର ଟ୍ୱିଟ କରି ସୂଚନା ଦେଇଛନ୍ତି ।

ତେବେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଏବେ ଚିନ୍ତାରେ ସାରା ବିଶ୍ୱ । ତେବେ ବ୍ରିଟେନରେ ମଧ୍ୟ ଗତକାଲିଠାରୁ ଲଡକାଉନ କଡାକଡି କରାଯାଇଛି । ଏହାପୂର୍ବରୁ ମଧ୍ୟ ନେଦରଲାଣ୍ଡ, ବେଲଜିୟମ ଓ ଜର୍ମାନୀ ବ୍ରିଟେନ ଓ ଆଫ୍ରିକାରୁ ଆସୁଥିବା ସମସ୍ତ ବିମାନ ଉପରେ କଟକଣା ଲଗାଇଛନ୍ତି ।

ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ଓ ପଜିଟିଭ ମାମଲା ବଢିବା ଖବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଚିନ୍ତା ବଢାଇ ଦେଇଛି । ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆଜି ଜଏଂଟ ମନିଟରିଂ ଗ୍ରୁପର ଜରୁରୀକାଳୀନ ବୈଠକ ଡକାଯାଇଛି । ଡାଇରେକ୍ଟର ଜେନେରାଲ ଅଫ ହେଲଥ ସର୍ଭିସ ବା ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟ କ୍ଷତାରେ ଆଜି ବୈଠକ ବସିବ ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲାରେ ଏସଆଇଟିର ଛାନଭିନ ଜାରି: ବୋଥ୍ରା କହିଲେ, ଅଭିଯୁକ୍ତ ବିରୋଧରେ ମିଳିଛି ଯଥେଷ୍ଟ ପ୍ରମାଣ; ଯୌନ ନିର୍ଯାତନା ଉଦ୍ଦେଶ୍ୟରେ ଘଟିଛି ହତ୍ୟାକାଣ୍ଡ

କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ଛାନଭିନ୍ ଚଳାଇଛି ଏସଆଇଟି । ଆଜି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । ଯୈ÷ାନ ନିର୍ଯାତନା ଉଦ୍ଦେଶ୍ୟରେ ଘଟିଛି ଅପରାଧ । ଅଭିଯୁକ୍ତ ବିରୋଧରେ ଯାହା ବି ତଥ୍ୟ ମିଳିବ ମିଡିଆ ସହ ସେୟାର କରାଯିବ ବୋଲି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ । ପ୍ରେସମିଟରେ ଏନେଇ ବିସ୍ତୃତ ତଥ୍ୟ ଦିଆଯିବ । ଅପରାଧର ପ୍ରମାଣ ମିଳିଛି । ଆଗକୁ ତଦନ୍ତ ଜାରି ରହିବ ବୋଲି କହିଛନ୍ତି ଏସଆଇଟି ମୁଖ୍ୟ । ସେପଟେ ପ୍ରମାଣ ପାଇଁ ଯେଉଁ ପୋଖରୀ ନିକଟରୁ ମୃତ ଦେହ ଉଦ୍ଧାର ହୋଇଥିଲା ତାହାକୁ ଶୁଖାଇବାକୁ ଯୋଜନା କରୁଛି ଏସଆଇଟି । ୩ଟି ମଟର ଲଗାଇ ପୋଖରୀରୁ ପାଣି ବାହାର କରାଯିବ ।

ସେପଟେ ଯଦୁପୁରରେ ଏସଆଇଟି ଟିମ୍ ପହଚିଂ ଅଭିଯୁକ୍ତ ମାଙ୍କ ସହ ଆଲୋଚନା କରିଛି । ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ଗତକାଲି ହୋଇଥିଲା ପ୍ରଥମ ଗିରଫଦାରୀ । ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଜି ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ । ଅଭିଯୁକ୍ତ ବିରୋଧରେ ୩୭୬ ଏ, ୩୭୬ ଏ , ବି , ୩୬୪ ଏବଂ ୩୦୨ ଧାରା ଲଗାଯାଇଛି । ସେହିପରି ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେଇ ତଦନ୍ତକୁ ବାଟବଣା କରିବା ଅଭିଯୋଗରେ ଆଇପିସିର ଧାରା ୨୦୧ ଲଗାଯାଇଛି । ପକସୋ ଆକ୍ଟର ଧାରା ୬ ମଧ୍ୟ ଅଭିଯୁକ୍ତ ବିରୋଧରେ ଲଗାଇଛି ଏସଆଇଟି ।

from Kanak News
via <a href="https://ifttt.com/?

କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ : ବ୍ରିଟେନରୁ ସବୁ ବିମାନ ରଦ୍ଦ କଲା ବେଲଜିୟମ ଓ ନେଦରଲ୍ୟାଣ୍ଡ; ସେପଟେ,ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସତର୍କ ଅଛନ୍ତି ସରକାର, ଭୟଭୀତ ହୁଅନ୍ତୁ ନାହିଁ

କନକ ବ୍ୟୁରୋ : ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ପୁଣି କରୋନାର ଭୟ ଦେଖାଦେଇଛି । ଏହାପରେ ୟୁରୋପୀୟ ମହାଦେଶର ଅନେକ ରାଷ୍ଟ୍ର ବ୍ରିଟେନରୁ ଆସୁଥିବା ବିମାନ ସେବା ଉପରେ ରୋକ ଲଗାଇଛନ୍ତି । ବ୍ରିଟେନରେ ମଧ୍ୟ ଗତକାଲିଠାରୁ ଲକଡାଉନ୍ କଡାକଡି ଭାବେ ଲାଗୁ କରାଯାଇଛି ।

କରୋନାର ନୂଆ ଷ୍ଟ୍ରେନର ମାରାତ୍ମକ ସଂକ୍ରମଣକୁ ଆଖିରେ ରଖି ଜର୍ମାନୀ ସରକାର ବ୍ରିଟେନ ଓ ଆଫ୍ରିକାର ଆସୁଥିବା ବିମାନ ଉପରେ ରୋକ ଲଗାଇବା ପାଇଁ ବିଚାର ବିମର୍ଶ କରୁଛନ୍ତି । ସେହିପରି ନେଦରଲାଣ୍ଡ ଓ ବେଲଜିୟମ ବ୍ରିଟେନରୁ ଆସୁଥିବା ବିମାନ ଓ ଟ୍ରେନ ସେବା ଉପରେ ରୋକ ଲଗାଇ ସାରିଛନ୍ତି । ଆଜି କାନାଡା ବି ବ୍ରିଟେନକୁ ଯିବାକୁ ଥିବା ସମସ୍ତ ବିମାନକୁ ରଦ୍ଦ କରିଦେଇଛି ।

ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ଭାରତ ପାଇଁ ମଧ୍ୟ ଏହାର ଚିନ୍ତାର କାରଣ ହୋଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ସାମ୍ବାଦିକ ବାରମ୍ବାର ଏନେଇ ପ୍ରଶ୍ନ କରିବାରୁ ହର୍ଷବର୍ଦ୍ଧନ କହିଥିଲେ, ସରକାର ସଂପୂର୍ଣ୍ଣ ଭାବେ ସତର୍କ ଅଛନ୍ତି । ଏବଂ ସମସ୍ତ ପରିସ୍ଥିତିକୁ ନଜରରେ ରଖିଛନ୍ତି । ନୂଆ ଷ୍ଟ୍ରେନକୁ ନେଇ ଅଧିକ କଳ୍ପନା ନକରିବାକୁ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଗତ ବର୍ଷେ ଧରି କରୋନା ଭୂତାଣୁର ମୁକାବିଲା ସରକାର ଠିକ ଭାବେ କରିଆସୁଛନ୍ତି । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି, ବ୍ରିିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ଏକ ସୁପର-ସ୍ପ୍ରେଡର । ବ୍ରିଟେନରୁ ସମସ୍ତ ବିମାନ ବନ୍ଦ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ନୂଆ ଷ୍ଟ୍ରେନ ପୂର୍ବ ଭୂତାଣୁ ଅପେକ୍ଷା ୭୦ ଗୁଣ ଅଧିକ ବେଗରେ ବ୍ୟାପି ପାରିବ ବୋଲି ଜଣାପଡିଛି ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲାରେ ଏସଆଇଟିର ଛାନଭିନ: ପ୍ରମାଣ ପାଇଁ ପରୀ ମୃତଦେହ ମିିଳିଥିବା ପୋଖରୀକୁ ଶୁଖାଇବାକୁ ଯୋଜନା

କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ଛାନଭିନ୍ ଚଳାଇଛି ଏସଆଇଟି । ପ୍ରମାଣ ପାଇଁ ପରୀ ମୃତଦେହ ମିଳିଥିବା ପୋଖରୀକୁ ଶୁଖାଇବାକୁ ଯୋଜନା କରୁଛି ଏସଆଇଟି । ୩ଟି ମଟର ଲଗାଇ ପୋଖରୀରୁ ପାଣି ବାହାର କରାଯିବ । ସେପଟେ ଯଦୁପୁରରେ ଏସଆଇଟି ଟିମ୍ ପହଚିଂ ଅଭିଯୁକ୍ତ ମାଙ୍କ ସହ ଆଲୋଚନା କରିଛି । ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ଗତକାଲି ହୋଇଥିଲା ପ୍ରଥମ ଗିରଫଦାରୀ । ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଜି ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହା ପରେ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ ।

ପରୀ ହତ୍ୟା ମାମଲାରେ ଖିଅ ଖୋଜୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟି ନୟାଗଡର ସେହି ଯଦୁପୁର ଗାଁରୁ ଅଭିଯୁକ୍ତକୁ ଧରିଥିଲା । ଅଭିଯୁକ୍ତ ବିରୋଧରେ ୩୭୬ ଏ, ଅର୍ଥାତ୍ ଦୁଷ୍କର୍ମର ଧାରା ଲଗାଇଛି ଏସଆଇଟି । ଏହାଛଡା ଅଭିଯୁକ୍ତ ବିରୋଧରେ ୩୭୬ ଏ , ବି , ଅର୍ଥାତ୍ ୧୨ ବର୍ଷରୁ କମ୍ ନାବାଳିକାକୁ ଦୁଷ୍କର୍ମର ଦଫା ମଧ୍ୟ ଲାଗିଛି । ପରୀକୁ ଅପହରଣ କରାଯାଇ ଦୁଷ୍କର୍ମ କରି ହତ୍ୟା କରା ଯାଇଥିବାରୁ ଅପହରଣର ଧାରା ୩୬୪ ଓ ହତ୍ୟା ପାଇଁ ୩୦୨ ଧାରା ମଧ୍ୟ ଲଗାଯାଇଛି । ସେହିପରି ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେଇ ତଦନ୍ତକୁ ବାଟବଣା କରିବା ଅଭିଯୋଗରେ ଆଇପିସିର ଧାରା ୨୦୧ ଲଗାଯାଇଛି । ପକସୋ ଆକ୍ଟର ଧାରା ୬ ମଧ୍ୟ ଅଭିଯୁକ୍ତ ବିରୋଧରେ ଲଗାଇଛି ଏସଆଇଟି ।

from Kanak News
via <a href="https://ifttt.com/?

ବରମୁଣ୍ଡା ବସଷ୍ଟାଣ୍ଡରେ ଉଚ୍ଚେଦ କାମ ଆରମ୍ଭ: ଜମି ଜବରଦଖଲ କରି ରହିଥିବା ଦୋକାନକୁ ବିଡିଏ ଓ ବିଏମସି ଉପସ୍ଥିତିରେ କରାଯାଉଛି ଉଚ୍ଛେଦ

କନକ ବ୍ୟୁରୋ: ବରମୁଣ୍ଡା ବସଷ୍ଟାଣ୍ଡରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ଜମି ଜବରଦଖଲ କରି ରହିଥିବା ଦୋକାନ ଓ ବଜାରକୁ ବିଡିଏ ଓ ବିଏମସି ଉପସ୍ଥିତିରେ ଉଚ୍ଚେଦ କରାଯାଉଛି । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଦୋକାନ କରି ଆସୁଥିବା ଦୋକାନୀ ମାନେ ଏହାକୁ ବିରୋଧ କରିଛନ୍ତି । ଜବରଦଖଲ ଉଚ୍ଚେଦ ବେଳେ ଦୋକାନୀ ମାନେ ଆତ୍ମହୂତି ଦେବାକୁ ଚେତାବନୀ ଦେଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started