ଓଡ଼ିଶା- ଆନ୍ଧ୍ର ସୀମାନ୍ତ ଜମି ବିବାଦ ମାମଲା: ଏସକାବିଟି ନିକଟ ବିବାଦୀୟ ଜମି ଅଂଚଳରେ ମାପଚୁପ; ଉଭୟ ଜିଲ୍ଲା ପ୍ରଶାସନ ଅଧିକାରୀ ଉପସ୍ଥିତ

କନକ ବ୍ୟୁରୋ: ଓଡ଼ିଶା- ଆନ୍ଧ୍ର ସୀମାନ୍ତ ଜମି ବିବାଦ ମାମଲା । ଏସକାବିଟି ନିକଟ ବିବାଦୀୟ ଜମି ଅଂଚଳରେ ଚାଲିଛି ମାପଚୁପ । ଉଭୟ ଗଜପତି ଜିଲ୍ଲା ପ୍ରଶାସନ ଓ ରାଜଶ୍ୱ ଅଧିକାରୀଙ୍କ ଉପସ୍ଥିତରେ ଚାଲିଛି ମାପଚୁପ । ଦୀର୍ଘ ଦିନ ଧରି ଓଡ଼ିଶାର ଗଜପତି ସୀମାନ୍ତରେ ଆନ୍ଧ୍ରପ୍ରଦେଶ ଅନୁପ୍ରବେଶ କରି ବିବାଦ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପାରଳାଖେମୁଣ୍ଡିର ୧୨ ଜଣ ଭୂମିହୀନ ଚାଷୀଙ୍କୁ ୧୨ ଏକର ଜମି ଯୋଗାଇ ଦିଆଯାଇଥିଲା ।

ହେଲେ ବର୍ଷ ବର୍ଷ ଧରି ଆନ୍ଧ୍ର ଚାଷୀ ଅକ୍ତିଆରରେ ରଖି ଜୋର ଜବରଦସ୍ତ ଚାଷ କରୁଛନ୍ତି । ପୂର୍ବରୁ ଅନେକ ବାର ଉଭୟ ଚାଷୀ ମୁହାମୁହିଁ ହୋଇଥିଲେ । ବାରମ୍ବାର ଖବର ପ୍ରସାରଣ ପରେ ଗଜପତି ଜିଲ୍ଲା ପ୍ରଶାସନର ଏକ ପ୍ରତିନିଧି ଦଳ ଉକ୍ତ ଅଂଚଳ ଗସ୍ତ କରି ସେହି ଜମି ଓଡ଼ିଶାର ବୋଲି ସ୍ପଷ୍ଟ କରିଥିଲେ । ତଥାବି ଆନ୍ଧ୍ର ଜମିରେ କାର୍ଯ୍ୟ କରିବାକୁ ଦେଉନଥିବା ହେତୁ ଆଜି ଉଭୟ ଜିଲ୍ଲା ପ୍ରଶାସନର ରାଜଶ୍ୱ ଅଧିକାରୀ, ତହସିଲଦାର ଓ ଅନ୍ୟ କର୍ମଚାରୀମାନଙ୍କ ସହାୟତାରେ ମାପଚୁପ ଜାରି ରହିଛି ।

from Kanak News
via <a href="https://ifttt.com/?

ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର : ମହାପ୍ରଭୁଙ୍କ ଦର୍ଶନ ନେଇ ଚାଲିଛି ଏସଓପିର ପ୍ରସ୍ତୁତି; ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

କନକ ବ୍ୟୁରୋ : ଆଉ ଦିନକ ପରେ ଖୋଲିବ ପୁରୀ ଶ୍ରୀମନ୍ଦିର । ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବ୍ୟବସ୍ତାକୁ ନେଇ ଚାଲିଛି ଏସଓପିର ପ୍ରସ୍ତୁତି । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଏନେଇ ଚାଲିଛି ବୈଠକ । ସମସ୍ତ ଅଧିକାରୀଙ୍କୁ ଏସଓପି ବିଷୟରେ ଅବଗତ କରୁଛନ୍ତି ଜିଲ୍ଲାପାଳ ।

ପୌରସଂସ୍ଥା, ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ଅତିରିକ୍ତ ଏସପି ବୈଠକରେ ଉପସ୍ଥିତ ଅଛନ୍ତି । ୨୩ ତାରିଖ ମନ୍ଦିର ଖୋଲିଲେ ପ୍ରଥମେ ସେବାୟତ ଓ ପୁରୀବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଗ୍ରାଧିକାର ଦିଆଯିବ । ଏହାପରେ ୩ ତାରିଖରେ ରାଜ୍ୟ ବାହାର ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

from Kanak News
via <a href="https://ifttt.com/?

ସ୍କାଏ କିଙ୍ଗ ଠକେଇ ଘଟଣାର ଆକାଶ ପାଠକଙ୍କ ରିମାଣ୍ଡ ଅବଧି ଶେଷ : କୋର୍ଟରେ ହାଜର ପରେ ଗଲେ ଜେଲ; ଆକାଶ କହିଲେ ପୋଲିସ ଆଗରେ କିଛି ମାନି ନାହାନ୍ତି

କନକ ବ୍ୟୁରୋ : ସ୍କାଏ କିଙ୍ଗ ଠକେଇ ଘଟଣାରେ ଆକାଶ ପାଠକ ରିମାଣ୍ଡ ଅବଧି ଶେଷ ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଛି । ଆକାଶଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲା ଖାରବେଳନଗର ଥାନା ପୁଲିସ । କୋର୍ଟରୁ ହାଜର ହୋଇ ଫେରିବା ବେଳେ ଆକାଶ କହିଛନ୍ତି ସେ ପୋଲିସ ଆଗରେ କିଛି ମାନି ନାହାନ୍ତି ।

ତେବେ ଖାରବେଳନଗର ଥାନାରେ ଯେଉଁ ମାମଲା ହୋଇଥିଲା , ସେ ନେଇ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ଆକାଶଙ୍କୁ ରିମାଣ୍ଡରେ ନେଇଥିଲା କମିସନରେଟ ପୁଲିସ । ଯେଉଁ ଉଦେଶ୍ୟରେ ଆକାଶଙ୍କୁ ନେଇଥିଲେ ତାହା ବହୁ ପରିମାଣରେ ସଫଳ ହୋଇଛି ବୋଲି ଗତକାଲି କହିଥିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ମାମଲାର ତଦନ୍ତ ଅଗ୍ରସର ହୋଇଛି । ଖୁବ ଶୀଘ୍ର କେସଟି ନିର୍ଣ୍ଣାୟକ ମୋଡରେ ପହଚିଂବ ବୋଲି ଡିସିପି କହିଥିଲେ ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ବିଜେଡିର ରାଜ୍ୟ ପରିଷଦର ବୈଠକ: କି ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ? ତା’ ଉପରେ ସମସ୍ତଙ୍କ ନଜର

କନକ ବ୍ୟୁରୋ: କାର୍ଯ୍ୟକାରିଣୀ ପରେ ବିଜେଡିର ଆଜି ରାଜ୍ୟ ପରିଷଦ ବୈଠକ । ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି । ଏଥିରେ ୩ ଶହରୁ ଅଧିକ ସଦସ୍ୟ ଯୋଗଦେଇଛନ୍ତି । ଦଳୀୟ କାର୍ଯ୍ୟକତାଙ୍କୁ ମତାମତ ମାଗିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ସରକାର ଓ ସଂଗଠନ ପାଇଁ ମତାମତ ଦବାକୁ ନବୀନ କହିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତା ଆଜି ସଂଧ୍ୟା ସୁଧା ଗୋଟିଏ ଲେଖାଏ ମତାମତ ଦେବାକୁ ନବୀନ ପଟ୍ଟନାୟକ କହିଛନ୍ତି ।

ଗତକାଲି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଯାଇଥିଲା । ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଆରମ୍ଭ ହୋଇଥିଲା ବୈଠକ । ଦିବଙ୍ଗତ ନେତାଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା ହୋଇଥିଲା। ବିଜେଡି ହେଉଛି ଲୋକଙ୍କ ଦଳ ଲୋକଙ୍କ ସେବାରେ ସମର୍ପିତ। ପ୍ରତିଦିନ ଲୋକଙ୍କ କାମ ଅଗ୍ରାଧିକାର ଭିତ୍ତିରେ କରିବାକୁ କାର୍ୟ୍ୟକାରିଣୀରେ କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଇଥିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲାରେ ନୟାଗଡ ଯଦୁପୁରରେ ଏସଆଇଟି ଟିମ୍: ଅଭିଯୁକ୍ତ ମା’ଙ୍କ ସହ ଆଲୋଚନା

କନକ ବ୍ୟୁରୋ: ଯଦୁପୁରରେ ପହଂଚିଲେ କ୍ରାଇମବ୍ରାଂଚ ଏସଆଇଟି ଟିମ୍ । ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଥିବା ବେଳେ ଆଜି ଯଦୁପୁରରେ ପହଂଚି ଅଭିଯୁକ୍ତ ମାଙ୍କ ସହ ଆଲୋଚନା ଜାରି ରହିଛି । ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ଗତକାଲି ହୋଇଥିଲା ପ୍ରଥମ ଗିରଫଦାରୀ । ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ ।

ପରୀ ହତ୍ୟା ମାମଲାରେ ଖିଅ ଖୋଜୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟି ନୟାଗଡର ସେହି ଯଦୁପୁର ଗାଁରୁ ଅଭିଯୁକ୍ତକୁ ଧରିଥିଲା । ଅଭିଯୁକ୍ତ ବିରୋଧରେ ୩୭୬ ଏ, ଅର୍ଥାତ୍ ଦୁଷ୍କର୍ମର ଧାରା ଲଗାଇଛି ଏସଆଇଟି । ଏହାଛଡା ଅଭିଯୁକ୍ତ ବିରୋଧରେ ୩୭୬ ଏ , ବି , ଅର୍ଥାତ୍ ୧୨ ବର୍ଷରୁ କମ୍ ନାବାଳିକାକୁ ଦୁଷ୍କର୍ମର ଦଫା ମଧ୍ୟ ଲାଗିଛି । ପରୀକୁ ଅପହରଣ କରାଯାଇ ଦୁଷ୍କର୍ମ କରି ହତ୍ୟା କରା ଯାଇଥିବାରୁ ଅପହରଣର ଧାରା ୩୬୪ ଓ ହତ୍ୟା ପାଇଁ ୩୦୨ ଧାରା ମଧ୍ୟ ଲଗାଯାଇଛି । ସେହିପରି ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେଇ ତଦନ୍ତକୁ ବାଟବଣା କରିବା ଅଭିଯୋଗରେ ଆଇପିସିର ଧାରା ୨୦୧ ଲଗାଯାଇଛି । ପକସୋ ଆକ୍ଟର ଧାରା ୬ ମଧ୍ୟ ଅଭିଯୁକ୍ତ ବିରୋଧରେ ଲଗାଇଛି ଏସଆଇଟି ।

ଅନ୍ୟପଟେ, ପରୀ ହତ୍ୟାର ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ରାଜନୀତି କରୁଛନ୍ତି । ଏସଆଇଟି ଅଭିଯୁକ୍ତ ଗିରଫ କରିବା ପରେ ଏହି କଥା ସ୍ପଷ୍ଟ ହୋଇଯାଇଛି ।

ସେପଟେ, ରାଜ୍ୟରେ ପରୀ ହତ୍ୟାକାଣ୍ଡ, ଶିଶୁ ଚୋରି, ନାବାଳିକାକୁ ଦୁଷ୍କର୍ମ ପ୍ରତିବାଦରେ କଂଗ୍ରେସର ପ୍ରତିବାଦ ସଭା । ନାରୀ ନିର୍ଯାତନା, ନାବାଳିକା ଅପହରଣ, ଦୁଷ୍କର୍ମ ଘଟଣାକୁ ନିୟନ୍ତ୍ରଣ କରିବାରେ ନବୀନ ସରକାର ବିଫଳ । ଏହାକୁ ନେଇ ସାରା ରାଜ୍ୟରେ ଏସପି ଅଫିସ ଆଗରେ କଂଗ୍ରେସ ପ୍ରତିବାଦ ସଭା କରିଛି । ଭୁବନେଶ୍ୱର କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବି କଂଗ୍ରେସ ଧାରଣା ଦେଇଛି ।

from Kanak News
via <a href="https://ifttt.com/?

୧୩ ତାରିଖ ଏନକାଉଁଣ୍ଟର ପ୍ରତିବାଦରେ ମାଓବାଦୀଙ୍କ ମାଲକାନଗିରି ବନ୍ଦ ଡାକରା ପ୍ରଭାବହୀନ: ବସ ଓ ଯାନବାହନ ଚଳାଚଳ ସ୍ୱାଭାବିକ, ଦୋକାନବଜାର ଖୋଲା

କନକ ବ୍ୟୁରୋ: ଆଜି ମାଓବାଦୀଙ୍କ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି । ଗତ ୧୩ ତାରିଖରେ ସ୍ୱାଭିମାନ ଅଂଚଳର ସିଙ୍ଗରାମରେ ଘଟିଥିବା ଏନକାଂଉଟରକୁ ମିଥ୍ୟା ଦର୍ଶାଇ ଏହି ବନ୍ଦ ଡାକରା ଦେଇଛି ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟି । ମାଓବାଦୀଙ୍କ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି, ଘରୁ ଡାକି ନେଇ ମାଲେଶ ଓ ଶାନ୍ତାମାକୁ ହତ୍ୟା କରାଯାଇଛି । ଏହାସହ ଜଣେ ନିରୀହ ଶିଶୁକନ୍ୟାକୁ ମଧ୍ୟ ହତ୍ୟା କରାଯାଇଛି । ତେବେ ବନ୍ଦର କୌଣସି ପ୍ରଭାବ ପଡିନାହିଁ । ବନ୍ଦ ଡାକାରା ଯୋଗୁଁ ସରକାରୀ ବସ ଚଳାଚଳ , ବେସରାକରୀ ବସ, ଯାନବାହାନ ଓ ଦୋକାନବଜାର ସ୍ୱାଭାବିକ ରହିଛି ।

 

from Kanak News
via <a href="https://ifttt.com/?

ବ୍ରିଟେନ ପରେ ଇଟାଲୀରେ କରୋନାର ନୂଆ ଷ୍ଟ୍ରେନ୍ ବଢାଇଲା ଚିନ୍ତା: ବ୍ରିଟେନରେ ଲକଡାଉନ୍ କଡାକଡି; ମୁକାବିଲା ରଣନୀତି ପାଇଁ ଆଜି ସ୍ୱାସ୍ଥ୍ୟମନ୍ତ୍ରାଳୟ ଡାକିଲା ଜରୁରୀ ବୈଠକ

କନକ ବ୍ୟୁରୋ: ବ୍ରିଟେନ ପରେ ଏବେ ଇଟାଲୀରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅମୁସାରେ, ବ୍ରିଟେନରୁ ଆସିଥିବ ଜଣେ ବ୍ୟକ୍ତିଙ୍କଠାରୁ କରୋନାର ନୂଅ ଷ୍ଟ୍ରେନ ଚିହ୍ନଟ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି । ଇଟାଲୀର ବୈଦେଶିକ ମନ୍ତ୍ରୀ କହିଛଛନ୍ତି, ଲୋକଙ୍କୁ ଏଥିରୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଏହି ଖବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଚିନ୍ତା ବଢାଇ ଦେଇଛି । ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆଜି ଜଏଂଟ ମନିଟରିଂ ଗ୍ରୁପର ଜରୁରୀକାଳୀନ ବୈଠକ ଡକାଯାଇଛି ।

ଡାଇରେକ୍ଟର ଜେନେରାଲ ଅଫ ହେଲଥ ସର୍ଭିସ ବା ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟ କ୍ଷତାରେ ଆଜି ବୈଠକ ବସିବ । ଏଥିରେ ଭାରତରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓର ପ୍ରତିନିଧି ଡକ୍ଟର ରାଡରିକୋ ଏଚ୍ ଆଫ୍ରିନ ମଧ୍ୟ ସାମିଲ ହୋଇପାରନ୍ତି । କୁହାଯାଉଛି ଇଂଲଣ୍ଡରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପଛରେ କରୋନାର ନୂଆ ଷ୍ଟ୍ରେନ ଦାୟୀ । ବ୍ରିଟେନ ସରକାର ଭୂତାଣୁର ଏହି ନୂଆ ଷ୍ଟ୍ରେନକୁ ନିୟନ୍ତ୍ରଣ ବାହାରେ ଘୋଷଣା କରି ଚେତାବନୀ ଜାରି କରିଛନ୍ତି । ଏହାପରେ ୟୁରୋପୀୟ ମହାଦେଶର ଅନେକ ରାଷ୍ଟ୍ର ବ୍ରିଟେନରୁ ଆସୁଥିବା ଉଡାଜାହଜ ସେବା ଉପରେ ରୋକ ଲଗାଇଛନ୍ତି ।

ବ୍ରିଟେନରେ ମଧ୍ୟ ଗତକାଲିଠାରୁ ଲକଡାଉନ୍ କଡାକଡି ଭାବେ ଲାଗୁ କରାଯାଇଛି । କରୋନାର ନୂଆ ଷ୍ଟ୍ରେନର ମାରାତ୍ମକ ସଂକ୍ରମଣକୁ ଆଖିରେ ରଖି ଜର୍ମାନୀ ସରକାର ବ୍ରିଟେନ ଓ ଆଫ୍ରିକାର ଆସୁଥିବା ବିମାନ ଉପରେ ରୋକ ଲଗାଇବା ପାଇଁ ବିଚାର ବିମର୍ଶ କରୁଛନ୍ତି । ସେହିପରି ନେଦରଲାଣ୍ଡ ଓ ବେଲଜିୟମ ପୂର୍ବରୁ ବ୍ରିଟେନରୁ ଆସୁଥିବା ବିମାନ ଓ ଟ୍ରେନ ସେବା ଉପରେ ରୋକ ଲଗାଇ ସାରିଛନ୍ତି ।

from Kanak News
via <a href="https://ifttt.com/?

କଏଦ ହେଲା ରାଜରାସ୍ତାରେ ଲୁଟ ଉଦ୍ୟମର ଲାଇଭ ଚିତ୍ର: କଳିଙ୍ଗ ନଗରରେ କାରକୁ ଅଟକାଇ ଦୁର୍ବୃତ୍ତଙ୍କ ଲୁଟ୍ ଉଦ୍ୟମ ଫେଲ୍

କନକ ବ୍ୟୁରୋ: ରାଜରାସ୍ତାରେ ଲୁଟ ଉଦ୍ୟମର ଲାଇଭ ଭିଜୁଆଲ ।  ଭାଇରାଲ ହେଉଛି ଭିଡିଓ ।  କିଭଳି ଏକ କାରକୁ ଅଟକାଇ ଲୁଟ କରିବାକୁ ଉଦ୍ୟମ କରୁଛନ୍ତି  ଦୁର୍ବୃତ ।  ଯାହା କାରର ଲାଗିଥିବା ଡେସବୋର୍ଡ କ୍ୟାମେରାରେ କଏଦ ହୋଇଛି ।  ଏ ଦୃଶ୍ୟ ଆସିଛି  ଯାଜପୁର ଜିଲ୍ଲା  କଳିଙ୍ଗନଗର ଶିଳ୍ପାଂଚଳରୁ ।  ଡୁବୁରୀ ଟମକା ରାସ୍ତାର ଡୁବୁରୀସ୍ଥିତ  ଏନଆଇଏନଏଲ କଲୋନୀ ନିକଟରେ ଏଭଳି ଘଟଣା ଘଟିଛି ।

ଖବର ଅନୁସାରେ, ଏକ ଶିଳ୍ପସଂସ୍ଥାର  ଜଣେ ଅଧିକାରୀ ଏହି ରାସ୍ତା ଦେଇ ଯାଉଥିବା ସମୟରେ ୫ରୁ ୬ ଜଣ ଦୁର୍ବୃତ  ତାଙ୍କୁ ଅଟକାଇଥିଲେ ।  ସେମାନେ ହାତରେ  ଅସ୍ତ୍ରଶସ୍ତ୍ର ଧରିଥିବା ଦେଖି  କାର ଚଳାଉଥିବା ବ୍ୟକ୍ତି ନିଜ କାରକୁ ଦ୍ରୁତ ଗତିରେ ନେଇଆସିଥିଲେ ।  ଏବେ ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି ।  ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।  ପୁଲିସ ନିଜଆଡୁ  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  ଭିଡିଓଟି ଭାଇରାଲ ହେବା ପରେ ଦୁର୍ବୃତମାନେ ଫେରାର ହୋଇଯାଇଛନ୍ତି ।

from Kanak News
via <a href="https://ifttt.com/?

ଅନଲାଇନରେ ଶସ୍ତା ମିଳେ ବୋଲି ଲୋକଙ୍କ ଧାରଣା ସତ ନୁହେଁ: ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ମୁଖ୍ୟ ରାଜେଶ ଗୁପ୍ତା ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ

ଇଲେକ୍ଟ୍ରୋନିକ୍ସ, ହୋମ୍ ଆପ୍ଲଏନ୍‌ସେସ୍‌, ଡିଜିଟାଲ୍ ଉତ୍ପାଦ ଓ ଆସବାବପତ୍ର ବ୍ୟବସାୟ ଜଗତର ଖ୍ୟାତନାମା ଚେହେରା ହେଉଛନ୍ତି ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପ୍ରାଇଭେଟ୍ ଲିମିଟେଡ୍‌ର ମୁଖ୍ୟ ରାଜେଶ ଗୁପ୍ତା। ରାଜ୍ୟରେ ୨୨ଟି ସୋ’ରୁମ୍ ସ୍ଥାପନ କରି ସେ ଲୋକଙ୍କୁ ଉତ୍ପାଦ ବିକ୍ରି କରୁଛି। କରୋନା ମହାମାରୀ ମୁକାବିଲା ଓ ଅନ୍‌ଲାଇନ୍‌ ତୁଳନାରେ ଅଫ୍‌ଲାଇନ୍ କାରବାର କିଭଳି ଭଲ ସେ ବିଷୟରେ ସେ ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି…।

ଓଡ଼ିଶାରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର କେତେ ସୋ’ରୁମ୍ ରହିଛି? ଭବିଷ୍ୟତ ପାଇଁ କ’ଣ ଯୋଜନା ରଖିଛନ୍ତି?

ବର୍ତ୍ତମାନ ସାରା ଓଡ଼ିଶାରେ ଆମର ୨୨ଟି ଷ୍ଟୋର୍‌ ରହିଛି। ସହରାଞ୍ଚଳ ବ୍ୟତୀତ ଆମେ ଗ୍ରାମାଞ୍ଚଳ ଉପରେ ମଧ୍ୟ ଗୁରୁତ୍ବ ଦେଉଛୁ। ପୂର୍ବରୁ ଗ୍ରାମାଞ୍ଚଳର ଲୋକମାନେ ଜିନିଷ କିଣିବା ଲାଗି ସହର ପର୍ଯ୍ୟନ୍ତ ଆସୁଥିଲେ। ମାତ୍ର ଆମେ ଗ୍ରାମାଞ୍ଚଳରେ ପହଞ୍ଚିବା ପରଠାରୁ ଗ୍ରାହକମାନେ ସହରାଞ୍ଚଳର ମୂଲ୍ୟରେ ବିଭିନ୍ନ ସାମଗ୍ରୀ ନିଜ ଅଞ୍ଚଳରେ କିଣିପାରୁଛନ୍ତି। ଆମେ ‌ଯେହେତୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରବେଶ କରିନାହୁଁ, ତେଣୁ ସେଠାରେ ସମ୍ପ୍ରସାରଣର ସୁଯୋଗ ରହିଛି। ଭବିଷ୍ୟତରେ ଆମେ ଷ୍ଟୋର୍‌ ସଂଖ୍ୟା ୫୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ।

କରୋନା ମହାମାରୀ ପାଇଁ ଇଲେକ୍ଟ୍ରୋନିକ୍ସ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଥିଲା। ଆପଣଙ୍କ ପାଇଁ ତାହା କେତେ ଆହ୍ବାନପୂର୍ଣ୍ଣ ଥିଲା ଓ ସ୍ଥିତିର ମୁକାବିଲା ଲାଗି କ’ଣ ପଦକ୍ଷେପ ନେଇଥିଲେ?

ମହାମାରୀ ପାଇଁ ଆମେ ଅନେକ ସମସ୍ୟା ସାମ୍ନା କରିଛୁ। ଆମର କାରବାର ଦୁଇ ଗୁଣା ହ୍ରାସ ପାଇଥିଲା। ମାତ୍ର ଜୁଲାଇ ପରେ ସେଥିରେ ସୁଧାର ହୋଇଥିଲା, କିନ୍ତୁ ଗତବର୍ଷର ସ୍ଥିତି ଏପର୍ଯ୍ୟନ୍ତ ଫେରିନାହିଁ। ଯେହେତୁ ଆମର ଅଧିକାଂଶ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଚୀନ୍‌ରୁ ଆସୁଛି ତେଣୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ଆଗାମୀ ଦିନରେ ମଧ୍ୟ ଏହି ସମସ୍ୟା ଜାରି ରହିବ। ଅଭାବ ସ୍ଥିତି‌ ଜାରି ରହିଲେ ୨୦୨୧ ଜାନୁଆରିରେ ଅଧିକାଂଶ କଂପାନିର ଉତ୍ପାଦ ମହଙ୍ଗା ହେବ।

ମହାମାରୀ ବ୍ୟାପିବା ପରେ ଅଧିକାଂଶ ଲୋକ ଅନ୍‌ଲାଇନ୍‌ରେ କିଣାକିଣି କରିବାକୁ ପସନ୍ଦ କରୁଛନ୍ତି। ଏବିଷୟରେ ଆପଣଙ୍କ ମତ କ’ଣ?

ବାସ୍ତବରେ ଏହା ମଧ୍ୟ ଆମ ପାଇଁ ଏକ ଆହ୍ବାନ। ପ୍ରତ୍ୟକ୍ଷ ଭାବେ ଜିନିଷକୁ ଦେଖିବା ଓ ପରଖିବାର ସୁ‌ବିଧା ଥିବାରୁ ଏବେବି ଅଧିକାଂଶ ଲୋକ ଷ୍ଟୋର୍‌ରୁ ସାମଗ୍ରୀ କିଣିବାକୁ ପସନ୍ଦ କରୁଛନ୍ତି। ଲୋକମାନଙ୍କ ମନରେ ଏକ ଧାରଣା ରହିଛି ଯେ ଅନ୍‌ଲାଇନ୍‌ରେ ଶସ୍ତାରେ ସାମଗ୍ରି ମିଳିବ। ତାହା କିନ୍ତୁ ସତ ନୁହେଁ। ଆମେ ମଧ୍ୟ ଅନ୍‌ଲାଇନ୍‌ରେ ଉପଲବ୍ଧ ଥିବା ଦାମ୍‌ରେ ସାମଗ୍ରୀ ବିକ୍ରି କରୁଛୁ। ଖୁବ୍‌ଶୀଘ୍ର ଓଡ଼ିଶାବାସୀଙ୍କ ପାଇଁ ଆମେ ଆମର ଅନ୍‌ଲାଇନ୍ ପ୍ଲାଟଫର୍ମ ଆରମ୍ଭ କରିବୁ।

ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ଅନ୍ୟମାନଙ୍କ ଠାରୁ କିଭଳି ଭିନ୍ନ?

ସଠିକ୍ ଉତ୍ପାଦ। ସଠିକ୍ ମୂଲ୍ୟ। ସଠିକ୍ ଅଫର। ଏହି ତିନି ଧାଡ଼ି ଆମକୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିଛି। ୧୯୭୨ ପରଠାରୁ ଆମେ ଓଡ଼ିଶାରେ ବ୍ୟବସାୟ କରୁଛୁ। ଆମ ପ୍ରତି ଗ୍ରାହକଙ୍କ ଭଲ ପାଇବା ରହିଛି ଏବଂ ସେଥିପାଇଁ ଆମେ ସେମାନଙ୍କ ନିକଟରେ କୃତଜ୍ଞ।

ସରକାରଙ୍କ ଠାରୁ କିଭଳି ସହଯୋଗ ଆଶା କରୁଛନ୍ତି?

ସରକାର ଯେଭଳି ମେକ୍ ଇନ୍ ଇଣ୍ଡିଆ, ଭୋକାଲ୍‌ ଫର୍‌ ଲୋକାଲ୍‌ ସ୍କିମ୍‌ର ପ୍ରଚାର କରୁଛନ୍ତି, ସେହିଭଳି ‘ଅନ୍‌ଲାଇନ୍‌କୁ ଏଡ଼ାଅ, ଅଫ୍‌ଲାଇନ୍‌ର ପ୍ରସାର’ ପାଇଁ ପ୍ରଚାର କରିବା ଦରକାର। ଏହା ହେଲେ ଅନେକ ସ୍ଥାନୀୟ ବ୍ୟବସାୟୀଙ୍କ ବ୍ୟବୟାୟ ବଞ୍ଚିଯିବ। ସରକାର ଏଭଳି ନୀତି ଆଣିବା ଦରକାର ଯଦ୍ବାରା ନିର୍ମାତାମାନେ ଗୋଟିଏ ସାମଗ୍ରୀକୁ ଭିନ୍ନ ଭିନ୍ନ ମୂଲ୍ୟରେ ବିକ୍ରେତାଙ୍କୁ ଉପଲବ୍ଧ କରାଇବା ଉପରେ ଅଙ୍କୁଶ ଲଗାଯାଇପାରିବ।

ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ବିଷୟରେ ଆପଣଙ୍କ ମତ କ’ଣ?

ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ସମ୍ବାଦ ଏଭଳି ଏକ୍ସିଲେନ୍ସ ଆୱାର୍ଡସ୍‌ ସ୍ଥାପନ କରିଛି ଯେଉଁଥିପାଇଁ ଗ୍ରାହକମାନଙ୍କୁ ଶ୍ରେଷ୍ଠ ମୂଲ୍ୟରେ ଶ୍ରେଷ୍ଠ ଉତ୍ପାଦ ଓ ଶ୍ରେଷ୍ଠ ସେବା ପ୍ରଦାନ କରିବା ଲାଗି ବ୍ୟବସାୟୀମାନେ ନିଜକୁ ଦୃଢ଼ କରିପାରିଛନ୍ତି।

from Kanak News
via <a href="https://ifttt.com/?

ରାଜ୍ୟ ଗ୍ରାହକଙ୍କ ପସନ୍ଦ ୮-୧୦ ଲକ୍ଷ ଟଙ୍କିଆ କାର୍‌…ଆଦିତ୍ୟ ପାତ୍ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ

ହୁଣ୍ଡାଇ, ହୋଣ୍ଡା ଓ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଭଳି ପ୍ରତିଷ୍ଠିତ କଂପାନିର ଗାଡ଼ି ବ୍ୟବସାୟ ଲାଗି ଆଦିତ୍ୟ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ଆଦିତ୍ୟ ପାତ୍ର ସାରା ରାଜ୍ୟରେ ପରିଚିତ। ଲକ୍‌ଡାଉନ୍‌ ପରବର୍ତୀ ସମୟର କାର୍‌ ବଜାର ସ୍ଥିତି, ରାଜ୍ୟରେ ଗ୍ରାହକଙ୍କ ପସନ୍ଦ, ବ୍ୟବସାୟ ପରିଚାଳନା ଏବଂ ସମ୍ପ୍ରସାରଣ ଯୋଜନା ବିଷୟରେ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି….

ଲକ୍‌ଡାଉନ୍‌ ପରବର୍ତୀ ସମୟରେ କାର୍‌ ବ୍ୟବସାୟରେ କିଭଳି ଉନ୍ନତି ହୋଇଛି?

କରୋନ ମହାମାରୀ ମୁକାବିଲା ଲାଗି ‌ଲକ୍‌ଡାଉନ୍‌ ଘୋଷଣା କରାଯିବାର ପରବର୍ତୀ ୪୦-୪୫ ଦିନ ପର୍ଯ୍ୟନ୍ତ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ମେ’ରୁ ଜୁଲାଇ ମଧ୍ୟରେ ସ୍ବାଭାବିକ ବ୍ୟବସାୟର ୪୦-୪୫% ସ୍ତରରେ ଆମେ ପହଞ୍ଚିପାରିଥିଲୁ। ଖୁସିର ବିଷୟ ହେଉଛି ଯେ ଗତବର୍ଷ ତୁଳନାରେ ଚଳିତ ବର୍ଷ ନଭେମ୍ବରରେ ଗାଡ଼ି ପଞ୍ଜୀକରଣରେ ୪% ବୃଦ୍ଧି ଘଟିଛି। ସେପ୍ଟେମ୍ବର ପରଠାରୁ କାର୍‌ ବିକ୍ରିରେ ସୁଧାର ଦେଖିବାକୁ ମିଳିଥିଲା। ବିଏସ୍‌-୬ ନିୟମ ଓ ଇଲେକ୍ଟ୍ରିକ୍ କାର୍‌କୁ ନେଇ ସ୍ଥିତି ସ୍ପଷ୍ଟ ନହେବାରୁ ୨୦୧୯ରେ କାର୍‌ ବିକ୍ରି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ସେଥିପାଇଁ ଚଳିତ ବର୍ଷ କାର୍‌ ବିକ୍ରି ଅଧିକ ରହୁଛି। କିନ୍ତୁ କିଛି ବର୍ଷ ପୂର୍ବର ବିକ୍ରି ସହ ଯଦି ତୁଳନା କରାଯିବ ତେବେ ବ୍ୟବସାୟ ସ୍ବାଭାବିକ ହୋଇନାହିଁ ବୋଲି କହିହେବ।

କାର୍‌ କିଣିବା ବେଳେ ରାଜ୍ୟର ଗ୍ରାହକମାନେ କ’ଣ ଚାହାନ୍ତି?

ସୋ’ରୁମ୍‌କୁ ଆସୁଥିବା ଗ୍ରାହକମାନେ ଦୁଇଟି ବର୍ଗର ଗାଡ଼ି ପ୍ରତି ଆଗ୍ରହ ଦେଖାଉଛନ୍ତି। ପ୍ରଥମଟି ହେଉଛି ହୁଣ୍ଡାଇ ଭେନ୍ୟୁ ଓ ହୋଣ୍ଡା ଡବ୍ଲୁଆର୍‌-ଭି ଭଳି କମ୍ପାକ୍ଟ ଏସ୍‌ୟୁଭି। ଦ୍ବିତୀୟ ପସନ୍ଦର ବର୍ଗ ହେଉଛି ହୁଣ୍ଡାଇ ଅରା, ହୋଣ୍ଡା‌ ଆମେଜ୍ ଓ ମାରୁତି ସୁଜୁକି ଡିଜାୟାର ଭଳି ୪ ମିଟର୍‌ରୁ କମ୍‌ ଲମ୍ବ ବିଶିଷ୍ଟ ସେଦାନ୍। ଛୋଟ କାର୍‌ର ଚାହିଦା ଆଉ ପୂର୍ବଭଳି ସ୍ତରରେ ନାହିଁ। ସୁବିଧା ସୁଯୋଗ ଦୃଷ୍ଟି ଏବେ ଗ୍ରାହକମାନେ କ‌େନକ୍ଟେଡ୍‌ ବୈଶିଷ୍ଟ୍ୟ ଅଧିକ ଚାହୁଛନ୍ତି। ଏୟାର୍‌ବ୍ୟାଗ୍‌ ଓ ଏବିଏସ୍‌ ଭଳି ସୁବିଧା ଏବେ ପ୍ରାୟ ସବୁ ଗାଡ଼ିରେ ମିଳୁଥିବାରୁ ସେଥିପାଇଁ ଗ୍ରାହକମାନେ ବିଶେଷ ଚିନ୍ତିତ ନାହାନ୍ତି।

ଗ୍ରାହକମାନେ କେଉଁ ମୂଲ୍ୟର କାର୍‌ କିଣିବାକୁ ଚାହୁଛନ୍ତି?

ଆମ ରାଜ୍ୟର ଗ୍ରାହକମାନେ ୮-୧୦ ଲକ୍ଷ ଟଙ୍କିଆ ଗାଡ଼ି କିଣିବା ଲାଗି ବିଶେଷ ଆଗ୍ରହ ଦେଖାଉଛନ୍ତି। ସେମାନେ କାର୍‌ କିଣିବା ବେଳେ ଯାହାକୁ ସର୍ବାଧିକ ଗୁରୁତ୍ବ ଦେଇଥାନ୍ତି ତାହା ହେଉଛି ପରିବାର। ସାରା ପରିବାର କିଭଳି କାର୍‌କୁ ବ୍ୟବହାର କରିପାରିବ ସେହି ଅନୁସାରେ ସେମାନେ ଗାଡ଼ି ଚୟନ କରୁଛନ୍ତି। ଗ୍ରାହକମାନଙ୍କ ମଧ୍ୟରେ ବେତନଭୋଗୀ ଓ ବ୍ୟବସାୟ କ୍ଷେତ୍ରରେ ସକ୍ରିୟ ଥିବା ଲୋକଙ୍କ ସଂଖ୍ୟା ଅଧିକ। ଏବେ ପ୍ରାୟ ୧୦୦% କାର୍‌ ଫାଇନାନ୍ସରେ ବିକ୍ରି ହେଉଛି। ଏହାର ଏକ ପ୍ରମୁଖ କାରଣ ହେଉଛି ଗୃହ ଋଣ ଠାରୁ ମଧ୍ୟ କମ୍ ସୁଧ ହାରରେ ଗାଡ଼ି ଋଣ ମିଳୁଛି।

ଗାଡ଼ି ଡିଲର୍‌ ହିସାବରେ ଖର୍ଚ୍ଚ ପରିଚାଳନା କଷ୍ଟକର ଥିଲା କି?

ଗ୍ରାହକଙ୍କୁ ବିକ୍ରି ଲାଗି ଆମେ ଆଣୁଥିବା ଗାଡ଼ିର ସ୍ଥିତି ଏବଂ ବ୍ୟୟ ଉଭୟର ସ୍ଥିତି ଲକ୍‌ଡାଉନ୍ ପୂର୍ବ ସମୟ ଭଳି ସମାନ ରହିଛି। ବଜାରରେ ଚାହିଦା କମିବାରୁ ରାଜସ୍ବ କମିଛି। ଗୋଟିଏ ମାସ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ଥିଲା। ତେଣୁ କିଛିଟା କଷ୍ଟ ହୋଇଛି। ସ୍ଥିତିରେ ସୁଧାର ହେଲାଣି। ୨୦୨୧ ମାର୍ଚ୍ଚ ସୁଦ୍ଧା କାର୍‌ ବଜାରର ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଯିବ ବୋଲି ମୁଁ ଆଶା କରୁଛି।

କାରବାର ସମ୍ପ୍ରସାରଣ କରିବାର କିଛି ଯୋଜନା ଅଛି କି?

ଆଦିତ୍ୟ ମୋଟର୍ସରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ହାଇୱେ ହୋଣ୍ଡାରେ ହୋଣ୍ଡା, ଆଦିତ୍ୟ ହୁଣ୍ଡାଇରେ ହୁଣ୍ଡାଇ କାର୍‌ ବିକ୍ରି ହେଉଛି। ଆମର ଉପସ୍ଥିତି ମୁଖ୍ୟତଃ ଉପକୂଳ ଓଡ଼ିଶାରେ ରହିଛି। ଆମର ଏବେ ୬ଟି ଟଚ୍‌ପଏଣ୍ଟ୍‌ ରହିଛି। ସମ୍ପ୍ରସାରଣ ଲାଗି ଏବେ କିଛି ଯୋଜନା ନାହିଁ। ଏମିତି ନୁହେଁ ଯେ ଆମେ କୋଭିଡ୍ ପ୍ରଭାବ ଲାଗି ଆମର ସମ୍ପ୍ରସାରଣ ଯୋଜନା ବନ୍ଦ କରିଛୁ। ଆମର ସେଭଳି କିଛି ଯୋଜନା ନଥିଲା। ଆମର ଯାହା ବ୍ୟବସ୍ଥା ଅଛି ତାହାକୁ ଜାରି ରଖିବୁ।

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?

ଏହା ଏକ ବହୁତ ଭଲ ଉଦ୍ୟମ। ଆମେ ଓଡ଼ିଶାରେ ରହି ମଧ୍ୟ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଅନେକ କଂପାନି ବିଷୟରେ ଜାଣିପାରୁନଥିଲୁ। ଏହି ଅଭିଯାନ ମାଧ୍ୟମରେ ଆମେ ସେମାନଙ୍କ ବିଷୟରେ ଜାଣୁଛୁ। ଏହା ବ୍ୟବସାୟ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଆପଣମାନେ ଯେଉଁଭଳି ଭାବେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରୁଛନ୍ତି ଯଦି ତାହାକୁ ଭବିଷ୍ୟତରେ ସେଭଳି ଜାରି ରଖିବେ ତେବେ ଏହାର ଅନେକ ଅନୁଗାମୀ ସୃଷ୍ଟି ହେବେ।

from Kanak News
via <a href="https://ifttt.com/?

Design a site like this with WordPress.com
Get started