ସମ୍ବଲପୁର ହାତୀବାରି ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ : ହାତୀପଲ ଟ୍ରାକ ପାରିହେବା ବେଳେ ମାଡିଗଲା ପୁରୀ-ସୁରଟ ଏକ୍ସପ୍ରେସ

କନକ ବ୍ୟୁରୋ : ସମ୍ବଲପୁର ନିକଟ ହାତୀବାରି ଷ୍ଟେସନରୁ ଅଳ୍ପ ଦୂରରେ ପୁରୀ ସୁରଟ ସ୍ପେଶାଲ ଟ୍ରେନ ହାତୀକୁ ଧକ୍କା ଦେଇ ଧାରଣାରୁ ଖସିଗଲା ଇଂଜିନ । ଭବାନୀପାଲି ଗାଁ ନିକଟରେ ୧୫ ଜଣିଆ ହାତୀପଲ ଟ୍ରେନ ଟ୍ରାକ ପାରି ହେଉଥିବା ବେଳେ ଦନ୍ତା ହାତୀ ଉପରେ ମାଡି ଯାଇଥିଲା ପୁରୀ-ସୁରଟ ଏକ୍ସପ୍ରେସ । ଟ୍ରେନ ଧକ୍କାରେ ଦନ୍ତା ହାତୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଟ୍ରେନ ଧକ୍କାରେ ଦନ୍ତା ଖଣ୍ଡ ଖଣ୍ଡ ହୋଇଯାଇଥିବା ବେଳେ ଟ୍ରେନ ଇଂଜିନର ୬ଟି ଚକ ଲାଇନଚ୍ୟୁତ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି ରେଳ ଓ ବନ ବିଭାଗ ଅଧିକାରୀ ।

ଅନ୍ୟପଟେ ରେଳ ଧାରଣାରୁ ଖସି ଯାଇଥିବା ଇଂଜିନକୁ ଧାରଣା ଉପରେ ଉଠାଇବା ପାଇ ରେଲବାଇ ବିଭାଗର ଉଦ୍ୟମ ଜାରି । ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ଟ୍ରେନ ଇଂଜିନ, ଡ୍ରାଇଭର ଓ ଯାତ୍ରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଡିଆରଏମ ଓ ସମ୍ବଲପୁର ରେଳ ବିଭାଗର ଅଧିକାରୀମାନେ ରହିଛନ୍ତି । ଏପଟେ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଭୁବନେଶ୍ୱର- ସମ୍ବଲପୁର ରେଳ ପଥରେ ଟ୍ରେନ ଯାତାୟତ ଠପ ହୋଇପଡିଛି । ଟ୍ରାକରୁ ଖସି ପଡିଥିବା ଇଂଜିନକୁ ହଟାଇବା ପରେ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡିଛି ।

from Kanak News
via <a href="https://ifttt.com/?

ମଦପିଇ ବସ୍ ଚଳାଉଥିବା ବେଳେ ଧରାପଡିଲେ ୨ ଡ୍ରାଇଭର । ଜଣଙ୍କୁ ୧୫ ହଜାର, ଜଣଙ୍କୁ ୫ ହଜାର ଫାଇନ ।

କନକ ବ୍ୟୁରୋ : ବସ୍ ଡ୍ରାଇଭରଙ୍କୁ ମହଙ୍ଗା ପଡିଲା ମଦପିଇବା । ମଦ ପିଇ ବସ୍ ଚଳାଉଥିବା ବେଳେ ଧରାପଡିଲେ ୨ ଜଣ ବସ୍ ଡ୍ରାଇଭର । ୨ ଜଣଙ୍କୁ ଧରିବା ପରେ ଫାଇନ ଆଦାୟ କରାଯାଇଛି । ଜଣଙ୍କଠାରୁ ୧୫ ହଜାର ଟଙ୍କା ଓ ଅନ୍ୟ ଜଣଙ୍କଠାରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି । ଆରଟିଓ-୧ର ଚେକିଂ ବେଳେ ଧରାପଡିଥିଲେ ବସ ଡ୍ରାଇଭର ।

ଡିସେମ୍ବର ମାସରୁ ଟ୍ରାଫିକ ନିୟମକୁ ପୁଣି କଡାକଡି କରିଛନ୍ତି ରାଜ୍ୟ ସରକାର । ଏହାସହ ବାଇକ ଚାଳକଙ୍କୁ ମଧ୍ୟ ଡବଲ ହେଲମେଟ ବାଧ୍ୟତାମୂଳକ କରିଛନ୍ତି । ଯଦି ବାଇକ ପଛରେ ବସିଥିବା ଲୋକ ହେଲମେଟ ନପିନ୍ଧନ୍ତି ତେବେ ଲାଇସେନ୍ସ ବାତିଲ କରିବା ସହ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି । ଜାନୁଆରି ମାସରୁ ଏହି ନିୟମ ଆହୁରି କଡାକଡି କରାଯିବ ବୋଲି ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ଅନୁଭବଙ୍କ ପାଇଁ ବଢିଲା କି ଅଡୁଆ ? ବର୍ଷାଙ୍କ ବୟାନ୍ ରେକର୍ଡ କଲା ପୁରୀଘାଟ ଥାନା ପୋଲିସ । ଏତଲା ପରେ ଏତଲା ଦେବା ପରେ ରେକର୍ଡ ହେଲା ବୟାନ ।

କନକ ବ୍ୟୁରୋ: ଅନୁଭବ-ବର୍ଷା ବିବାଦ ମାମଲାରେ ବର୍ଷାଙ୍କ ବୟାନ୍ ରେକର୍ଡ କରିଛି ପୋଲିସ । ପୁରୀ ଘାଟ ଥାନାରେ ବୟାନ୍ ରେକର୍ଡ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଫେରାଦ ହୋଇଥିଲେ ବର୍ଷା । ଏନେଇ ସେ ଅନୁଭବଙ୍କ ବିରୋଧରେ ଏତଲା ଦେବାପରେ ପୋଲିସ ସାଂସଦ ଅନୁଭବଙ୍କ ନାଁରେ ମାମଲା ରୁଜୁ କରିଥିଲା । ବର୍ତ୍ତମାନ ଏହି ମାମଲାରେ ବର୍ଷାଙ୍କ ବୟାନ୍ ରେକର୍ଡ ହୋଇଛି ।

ତେବେ ଘରେ ତାଲା ପକାଇ ଦେବାରୁ ବର୍ଷାଙ୍କୁ ଦୀର୍ଘ ସମୟ ଧରି ବାହାରେ ରହିବାକୁ ପଡିଥିଲା । ଏପରିକି ଭିଡିଓ ଭାଇରାଲ କରି ତାଙ୍କ ଚରିତ୍ର ସଂହାର କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ ବର୍ଷା ।

ଗତ କିଛି ଦିନ ହେବ ଷ୍ଟାର କପୁଲଙ୍କ ଭିତରେ ବିବାହକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାହା ଥମିବାର ନାଁ ଧରୁନି । ବିଭିନ୍ନ ସମୟରେ ଭିଡିଓ ପୋଷ୍ଟ କରି ବିବାଦ ଘେରକୁ ଟାଣି ହେଉଛନ୍ତି ଦୁହେଁ । ସୋସିଆଲ ମିଡିଆରେ ଉଭୟ ଉଭୟଙ୍କୁ ଟାର୍ଗେଟ କରି ପୋଷ୍ଟ କରୁଛନ୍ତି । ଦୁହିଁଙ୍କ ଭିତରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ଗତ ଦୁଇ ଦିନ ତଳେ ଯେତେବେଳେ ଅନୁଭବ ବର୍ଷାଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା ତା ପରେ ପୁରୀଘାଟ ଥାନାରେ ପୁଣି ଏତଲା ଦେଇଥିଲେ ବର୍ଷା । ତେବେ ଏତଲା ପରେ ଏତଲା ଦେବାପରେ ଆଜି ବର୍ଷାଙ୍କ ବୟାନ ରେକର୍ଡ ହୋଇଛି ।

from Kanak News
via <a href="https://ifttt.com/?

ନିଶା ଏବେ ସାଜିଛି ପେଶା । ନବରଙ୍ଗପୁର ଆଲବେଦିନ୍ ତିଆରି କରୁଛନ୍ତି ଭଳିକି ଭଳି ଚକୋଲେଟ୍ । 

କନକ ବ୍ୟୁରୋ : ନବରଙ୍ଗପୁରର ଆଲବେଦିନ ବାଘ । ଘରେ ବିଭିନ୍ନ ପ୍ରକାର ଚକଲେଟ୍ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଆଲବେଦିନ । କ୍ରିମି ଡ୍ରିମି ନାମକ ଚକଲେଟ୍ ବ୍ରାଣ୍ଡରେ ଘରେ ପ୍ରସ୍ତୁତ ଚକଲେଟ୍ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପ୍ରେରଣା ଯୋଗାଉଛନ୍ତି ।

ଚର୍ଚ୍ଚାରେ ନବରଙ୍ଗପୁରର କ୍ରୀମି ଡ୍ରିମି ଚକଲେଟ । ସମ୍ପୂର୍ଣ୍ଣ ଭାବେ ଘରେ ପ୍ରସ୍ତୁତ ହେଉଥିବା ଏହି ଚକଲେଟର ଚାହିଦା ନବରଙ୍ଗପୁରରେ ବୃଦ୍ଧି ପାଇବାରେ ଲାଗିଛି । ଆଉ ଏହି ଚକଲେଟର ପ୍ରସ୍ତୁତ କର୍ତା ହେଉଛନ୍ତି ନବରଙ୍ଗପୁର ସହର ନ୍ୟୁ କୋଲୋନୀ  ସାହିର ଆଲବେଦିନ ବାଘ ।  ନବରଙ୍ଗପୁର ସହରର ପୁର୍ତ ବିଭାଗ ବଙ୍ଗଳା ପଛ ପାଖ  ନ୍ୟୁ କୋଲୋନୀ  ସାହିରେ ପରିବାର ସହ ଆଲବେଦିନ ।

ଉଚ୍ଚ ଶିକ୍ଷିତା ଆଲବେଦିନ  ଜଣେ ଗୃହିଣୀ ହେଲେ ନିଶା କିନ୍ତୁ ତାଙ୍କର ଚକଲେଟ ପ୍ରସ୍ତୁତ କରିବା । ନିଜ ଘରେ ଆରମ୍ଭ କରିଛନ୍ତି ଏକ ଅଣୁ ଉଦ୍ୟୋଗ । ନିଜ ଘର  କାମରୁ କିଛି ଅବସର ସମୟ ବାହାର କରି  ନିଜେ ଘରେ ପ୍ରସ୍ତୁତ କରନ୍ତି ଭଳିକି ଭଳି ରକମର ଚକଲେଟ । ଆଲବେଦିନଙ୍କୁ ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ କୃଷି ବିଜ୍ଞାନ ଯୋଜନା ରେ ବୈଜ୍ଞାନିକ ଜ୍ଞାନ କୌଶଳ ର ଉପଯୋଗ ପ୍ରକଳ୍ପ ରେ ଖାଦ୍ୟ ପ୍ରକ୍ରିୟା କରଣ କାର୍ୟ୍ୟକ୍ରମ ଅଧୀନରେ ତାଲିମ ଗ୍ରହଣ କରିବାକୁ ସୁଯୋଗ ମିଳିଥିଲା ।

ହାଇଦ୍ରାବାଦ ର କେନ୍ଦ୍ରୀୟ ଅନୁଷ୍ଠାନ ଉୠଞଜଓ ରେ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କରେ ନବରଙ୍ଗପୁର ଠାରେ  ହୋଇଥିବା  ତାଲିମ  କେନ୍ଦ୍ରରେ ପ୍ରଶିକ୍ଷଣ  ଗ୍ରହଣ କର ତାହାକୁ କାମରେ ବିନିଯୋଗ କରିଛନ୍ତି । ହାଇଦ୍ରାବାଦ ଓ ଜୟପୁରରୁ ଚକଲେଟ ପ୍ରସ୍ତୁତ ପାଇଁ ଆବଶ୍ୟକୀୟ ସରଞ୍ଜାମ ଆଣି ସେ  ଚକଲେଟ ପ୍ରସ୍ତୁତ କରନ୍ତି । ଆଉ ଏହି ଚକଲେଟ ବ୍ରାଣ୍ଡର ନାମ ରହିଛି କ୍ରିମି ଡ୍ରିମି   । ପିସ୍ତା ବାଦାମ, କାଜୁ, କିସମିଶ , ଚିନିର ମିଶ୍ରଣରେ   ସ୍ୱତନ୍ତ୍ର ଭାଗ ମାପ ରେ ବିନା କୌଣସି କେମିକାଲରେ  ଚକଲେଟ ପ୍ରସ୍ତୁତ କରନ୍ତି । ସବୁ ବର୍ଗର ଲୋକଙ୍କ ରୁଚି ଓ ସ୍ୱାସ୍ଥ୍ୟକୁ ଦେଖି ବିଭିନ୍ନ କିସମର ଚୋକୋଲେଟ ପ୍ରସ୍ତୁତ କରୁଛନ୍ତି ଆଲଦେବିନ ।  ଚକଲେଟ ବିକ୍ରୟ କରି ମାସକୁ ପ୍ରାୟ ୧୦  ହଜାର  ପର୍ୟ୍ୟନ୍ତ ଟଙ୍କା ରୋଜଗାର କରନ୍ତି ଆଲବେଦିନ ।

ଆଲବେଦିନଙ୍କୁ ଏହି ଚକଲେଟ ପ୍ରସ୍ତୁତି ସମୟରେ ତାଙ୍କ  ସ୍ୱାମୀ ସହ ଅନ୍ୟ ପରିବାର ସଦସ୍ୟ  ମଧ୍ୟ ଚକଲେଟ ପ୍ୟାକିଙ୍ଗରେ ସାହାଯ୍ୟ କରନ୍ତି ।  ଅନ୍ୟ ପକ୍ଷରେ ଖୁବ କମ ସମୟ ମଧ୍ୟରେ  ଏହି ଚକଲେଟ କେବଳ ସ୍ଥାନୀୟ  ବଜାରରେ ସୀମିତ ନ ରହି ନବରଙ୍ଗପୁର ଜିଲ୍ଲାର ପ୍ରାୟ ଅଧିଙ୍କାଂଶ  ବଜାରରେ ଉପଲବ୍ଧ ହେଉଛି ।

ଚକଲେଟକୁ ନେଇ ଏକ କ୍ଷୁଦ୍ର ଉଦ୍ୟଗ କରି ମହିଳା ଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଥିବା ଆଲବେଦିନ ଙ୍କୁ  ଯଦି ସରକାର ଙ୍କ ତରଫରୁ କିଛି ସାହାଯ୍ୟ ଯୋଗାଇଦିଆଯାଏ ତେବେ ଏହା ସମ୍ଭବ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି ।

from Kanak News
via <a href="https://ifttt.com/?

ଘର ଅଗଣାର କୁଣ୍ଡରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ମହିଳା । ବାୟୋଫ୍ଲୋକ୍ସ ଜରିଆରେ ସଫଳତା ପାଇଛନ୍ତି ମହାକାଳପଡାର ସସ୍ମିତା । ଆଗ୍ରହୀ ଯୁବଗୋଷ୍ଠୀ ପାଇଁ ସାଜିଛନ୍ତି ପ୍ରେରଣା

କନକ ବ୍ୟୁରୋ : ବାୟୋଫ୍ଲୋକ୍ ପଦ୍ଧତିରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଜଣେ ମହିଳା । ଘର ଅଗଣାରେ ତିନୋଟି କୁଣ୍ଡ ପ୍ରତିଷ୍ଠା କରି ମାଛ ଚାଷ କରିବା ସହିତ ରୋଜଗାର କରୁଛନ୍ତି ଲକ୍ଷାଧୀକ ଟଙ୍କା  । ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକ ଏବଂ ଗ୍ରାମବାସି ବେଶ୍ ଖୁସିଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆଗ୍ରହୀ ଯୁବକ ଯୁବତି ଏବଂ ମାଛ ଚାଷିମାନେ ଆସି ଚାଷ କରିବାର ପଦ୍ଧତି ପଚାରି ବୁଝିବା ସହିତ ଏହି ପଦ୍ଧତିରେ ମାଛ ଚାଷ କରିବା ପାଇଁ କରୁଛନ୍ତି ଆଗ୍ରହ ପ୍ରକାଶ  ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କୋଚିଳା ଗ୍ରାମର ସସ୍ମିତା ସ୍ୱାଇଁ । ଜଣେ ଗୃହୀଣି ହୋଇଥିଲେ ମଧ୍ୟ ନିଜ ଗୋଡରେ ଛିଡା ହେବା ସହିତ ଆତ୍ମନିର୍ଭରଶୀଳ ହୋଇ ଦୁଇ ପଇସା ରୋଜଗାର କରିବା ନିଶା ତାଙ୍କୁ ଦେଇଛି ସଫଳତା  । ସସ୍ମିତା ନିଜ ଘର ଅଗଣାରେ ବାୟୋଫ୍ଲୋକ୍ ପଦ୍ଧତିରେ ମାଛ ଚାଷ କରି ବାର୍ଷିକ ରାଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା  । ତିନୋଟି କୁଣ୍ଡ ପ୍ରତିଷ୍ଠା କରିବା ସହିତ ଏଥିରେ ଦେଶି କଉ , ଜାପାନି କରାଣ୍ଡି ଏବଂ ତେଲାପିଆ ପ୍ରଜାତିର ମାଛ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବା ସହିତ ନିଜ ପରିବାରର ଆର୍ଥିକ ସ୍ଥିତିକୁ ମଜବୁତ କରିପାରିଛନ୍ତି  ।

ଦିନସାରା ଘର କାମରେ ବ୍ୟସ୍ତ ରହିଲେ ମଧ୍ୟ ସମୟ ବାହାର କରି ମାଛ ମାନଙ୍କୁ ଦାନା ଦେବା ଦେବାଠାରୁ ଆରମ୍ଭ କରି ବାୟୋଫ୍ଲୋକ କୁଣ୍ଡର ରକ୍ଷଣାବେକ୍ଷଣ କାର୍ଯ୍ୟରେ ସମୟ ଦେଇଥାନ୍ତି  । ଜିଲ୍ଲା ବାହାରୁ ଯୁବକ ଯୁବତି ଏବଂ ଆଗ୍ରହୀ ମାଛ ଚାଷି ମାନେ ଆସି ସସ୍ମିତାଙ୍କ  ନିକଟରୁ ଚାଷ ସମ୍ବନ୍ଧରେ ପଚାରି ବୁଝିବା ସହିତ ସେମାନେ ମଧ୍ୟ ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି  ।

ସସ୍ନିତା ଘର ଅଗଣାରେ ଖାଲି ପଡିଥିବା ଜାଗାରେ ପ୍ରଥମେ ବାୟୋଫ୍ଲୋକ୍ ପଦ୍ଧତିରେ ମାଛ ଚାଷ କରିବା ପାଇଁ ମନସ୍ଥ କରିଥିଲେ  । ଏହାପରେ ଜିଲ୍ଲା ମତ୍ସ୍ୟ ବିଭାଗର ଅଧୀକାରିମାନଙ୍କ ସହିତ ଯୋଗାଯୋଗ କରିବାପରେ ବିଭାଗ ପକ୍ଷରୁ ତାଙ୍କୁ ତାଲିମ ଦିଆଯାଇଥିଲା  । ଏହି ତାଲିମ ପାଇବାପରେ ସେ ପ୍ରଥମେ ପ୍ରାୟ ୧ ଲକ୍ଷ  ୫୦ ହଜାର ଖର୍ଚ୍ଚ କରି ୩ ଟି କୁଣ୍ଡ ଲଗାଇଥିଲେ  ।  ଗୋଟିଏ କୁଣ୍ଡ ପ୍ରତିଷ୍ଠା କରିବାକୁ ୩୦ ରୁ ୪୦ ହଜାର ଟଙ୍କ ଖର୍ଚ୍ଚ ହେଉଥିବା ବେଳେ ବର୍ଷକୁ ୩ ରୁ ୪ ଥର ମାଛ ଉତ୍ପାଦନ ହୋଇଥାଏ  ।

ଏହି କୁଣ୍ଡରେ ନିରବଛିନ୍ନ ଜଳ ଏବଂ ଅକ୍ସିଜେନ୍ ସହିତ ଆବଶ୍ୟକତା ଅନୁସାରେ େଓ÷ଷଧ ଯୋଗାଣ କରିବା ସହିତ ଠିକଣା ସମୟରେ ଦାନା ଦେବାକୁ ହୋଇଥାଏ  । କୁଣ୍ଡର ଉଚ୍ଚତା ୪ ଫୁଟ ହୋଇଥିବା ବେଳେ ଗୋଲେଇ ୪ ମିଟର ଚଉଡା ହୋଇଥାଏ  । ଗୋଟିଏ କୁଣ୍ଡରୁ ୫ ରୁ ୭ କୁଇଁଟାଲ ମାଛ ଉତ୍ପାଦନ ହେଉଥିବା ବେଳେ ଥରକେ ୫୦ ରୁ ୬୦ ହଜାର ଟଙ୍କାର ମାଛ  ବାହାରିଥାନ୍ତି ସସ୍ମିତା ବାର୍ଷିକ ହାରାହାରି ୩ ରୁ ୪ ଲକ୍ଷ ଟଙ୍କା ସମସ୍ତ ଖର୍ଚ୍ଚବାର୍ଚ୍ଚ ଯାଇ ରୋଜଗାର କରିଥାନ୍ତି  ।

ବାୟୋଫ୍ଲୋକ୍ ମାଧ୍ୟମରେ ମାଛ ଚାଷ କରି ସସ୍ମିତା ସଫଳତା ପାଇବାସହିତ ସ୍ତାନିୟ ଅଂଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି  । ଭଲ ଦୁଇପଇସା ରୋଜଗାର କରି ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କ ପାଇଁ  ପାଲଟିଛନ୍ତି ପ୍ରେରଣାର ଉତ୍ସ   ।

ତାଲିମ ପାଇବାପରେ ପ୍ରଥମେ ପ୍ରାୟ ୧ ଲକ୍ଷ  ୫୦ ହଜାର ଖର୍ଚ୍ଚ କରି ୩ ଟି କୁଣ୍ଡରେ ଚାଷ ଆରମ୍ଭ କଲେ

-ଗୋଟିଏ କୁଣ୍ଡ ପ୍ରତିଷ୍ଠା କରିବାକୁ ୩୦ ରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ

-ବର୍ଷକୁ ୩ ରୁ ୪ ଥର ମାଛ ଉତ୍ପାଦନ ହୋଇଥାଏ

-ଏହି କୁଣ୍ଡରେ ନିରବଛିନ୍ନ ଜଳ ଏବଂ ଅକ୍ସିଜେନ୍ର ଆବଶ୍ୟକତା ରହିଛି

-ଏଥିସହ ଓ୍ୟଷଧ ଓ ଦାନା ଠିକ୍ ସମୟରେ ଦେବାକୁ ପଡିଥାେ 

-କୁଣ୍ଡର ଉଚ୍ଚତା ୪ ଫୁଟ ହୋଇଥିବା ବେଳେ ଗୋଲେଇ ୪ ମିଟର ଚଉଡା 

– ଗୋଟିଏ କୁଣ୍ଡରୁ ୫ ରୁ ୭ କୁଇଁଟାଲ ମାଛ ଉତ୍ପାଦନ ହୋଇଥାଏ

– ଥରକେ ୫୦ରୁ୬୦ ହଜାର ଟଙ୍କାର ମାଛ  ବାହାରିଥାଏ

-ଏହି ଚାଷ କରି ସସ୍ମିତା ବାର୍ଷିକ ହାରାହାରି ୩ ରୁ ୪ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି    

from Kanak News
via <a href="https://ifttt.com/?

କରୋନା କଟକଣା ଭିତରେ ଗଲାଣି କେତେ ପୂଜାପାର୍ବଣ । ବଡଦିନ ବଜାର ବି ମାନ୍ଦା । ତଥାପି ଘର ସଜା ସାମଗ୍ରୀ ବିକି ଦୁଇ ପଇସା ରୋଜଗାର ଲକ୍ଷ୍ୟରେ ବ୍ୟବସାୟୀ ।

କନକ ବ୍ୟୁରୋ : ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପ୍ରାୟତଃ ସବୁ ପର୍ବପର୍ବାଣୀ ଫିକା ପଡିଛି । ଅନେକ କଟକଣା ଭିତରେ ଉତ୍ସବ ପାଳନ ହେଉଥିବା ବେଳେ ଚଳିତ ବର୍ଷ ବଡ ଦିନ ବି ଫିକା ପଡିଛି । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କର ଏହା ଏକ ପ୍ରମୁୁଖ ପର୍ବ ହୋଇଥିବା ବେଳେ ଏହାର ପାଳନ ଉପରେ ବି କଟକଣା ରହିଛି । ଏହାକୁ ନଜରରେ ରଖି ଚଳିତ ବର୍ଷ ଘରେ ବଡଦିନ ପାଳନ କରିବା ନେଇ ଅନେକ ଲୋକ ପ୍ରସ୍ତୁତି କରୁଛନ୍ତି ।

ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ ଖୋଲିଛି ବଡ ଧରଣର ଘର ସାଜସଜ୍ଜା ଦୋକାନ । ସାଂଟାକ୍ଲସଠାରୁ ଆରମ୍ଭ କରି ରେନ ଡିଅର, ପୁଷ୍ପଗୁଚ୍ଛ, ଜିଙ୍ଗଲ ବେଲ୍ ଆଦି କିଣିବାକୁ ଜମୁଛି ଗ୍ରାହକଙ୍କ ଭିଡ । ୫୦ଟଙ୍କାରୁ ଆରମ୍ଭ ହୋଇ ୨୨ହଜାର ଟଙ୍କା ଯାଏଁ ରହିଛି କ୍ରିଷ୍ଟମାସ୍ ଟ୍ରିର ମୂଲ୍ୟ ।

from Kanak News
via <a href="https://ifttt.com/?

କାଇଁଚ ଦେଇଛି ରୋଜଗାର । ଯାଜପୁର ଚମ୍ପାପୁର ଗାଁ ମହିଳା ହେଲେ ସ୍ୱାବଲମ୍ବୀ । କରୋନା ଯୋଗୁଁ ପ୍ରଭାବିତ ବେଉସା

କନକ ବ୍ୟୁରୋ : କାଇଁଚ ଦେଉଛି ରୋଜଗାର । ମହିଳା ହୋଇଛନ୍ତି ସ୍ୱାବଲମ୍ବି । ଆମେ କହୁଛୁ ଯାଜପୁର ଛତିଆ ଚମ୍ପାପୁର ଗାଁର ମହିଳା କାଇଁଚ କାରିଗରଙ୍କ କଥା । ଏବେ କିନ୍ତୁ କରୋନା ଯୋଗୁଁ ପ୍ରଭାବିତ ହୋଇଛି ବ୍ୟବସାୟ । ଛତିଆ ଚମ୍ପାପୁର ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ସ୍ୱାବଲମ୍ବି ମହିଳା । ଗୋଲଡେନ ଗ୍ରାସ ବା କାଇଁଚରେ ତିଆରି ବିଭିନ୍ନ ସାମଗ୍ରୀ ତିଆରି କରି ଗୁଜୁରାଣ ମେଂଟାଇବାରେ ସକ୍ଷମ ହୋଇପାରିଛନ୍ତି ।

୨୦୧୩ ମସିହାରେ ମାତ୍ର ଦୁଇ ତିନିଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିବା କାଇଁଚ ବ୍ୟବସାୟରେ ଏବେ ସଦସ୍ୟଙ୍କ ସଂଖ୍ୟା ୩୦ରୁ ୪୦ରେ ପହଂଚିଛି । ମହାଦେବ ପ୍ରଡ୍ୟୁସର ଗ୍ରୁପ ନାମରେ ଏହି ଚମ୍ପାପୁର ଗାଁର ମହିଳାମାନେ କାଇଁଚରେ ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରୀ କରିବା ସହ ନିଜେ ସ୍ୱାବଲମ୍ବି ହୋଇପାରିଛନ୍ତି ।

ପ୍ରଥମେ ଗହୀର ପାଟ ଗୁଡିକରୁ କାଇଁଚକୁ ଅମଳ କରାଯାଇ ତାକୁ ସାମଗ୍ରୀ ତିଆରି କରିବା ପାଇଁ ଉପଯୋଗୀ କରାଯାଇ ଆବଶ୍ୟକତା ଅନୁଯାୟୀ ରଙ୍ଗ କରାଯାଇଥାଏ । ପରେ ଏହାକୁ ବ୍ୟବହାର କରି ବିଭିନ୍ନ ସାମଗ୍ରୀ ଯେମିତିକି ବିଂଚଣା, ଫୁଲଦାନୀ, ଟୋପି , ମୋବାଇଲ ଷ୍ଟାଣ୍ଡ, ଫୁଲ ଚାଙ୍ଗୁଡି, ନିମନ୍ତ୍ରଣ ଡବା, ମାଣ, ଶେର ସହିତ ବହୁତ ପ୍ରକାର ସାମଗ୍ରୀ ତିଆରି କରିଥାନ୍ତି ଏହି ଗ୍ରୁପର ସଦସ୍ୟାମାନେ । ଏପରିକି ପାଠପଢା ଝିଅମାନେ ମଧ୍ୟ ଅବସର ସମୟରେ ଏହି ଗ୍ରୁପରେ କାମକରି ବେଶ ଦୁଇପଇସା ରୋଜଗାର କରିପାରୁଥିଲେ ।

ମାତ୍ର ମହାମାରି କରୋନ ଯୋଗୁଁ ଦୀର୍ଘ ୯ମାସ ହେବ ବ୍ୟବସାୟରେ ମାନ୍ଦା ଅବସ୍ଥା ଏବେ ଏହି ମହିଳା କାରିଗରମାନଙ୍କୁ ଚିନ୍ତାରେ ପକାଇ ଦେଇଛି । କାଇଁଚରେ ନିଜର ପ୍ରସ୍ତୁତି ସାମଗ୍ରୀ ପାଇଁ ଏହି ଗ୍ରୁପ ରାଜ୍ୟ ସ୍ତରରେ ସମ୍ମାନିତ ହୋଇ ନିଜ ଅଂଚଳପାଇଁ ମଧ୍ୟ ଗୌରବ ଆଣିପାରିଛି ।

ଅନ୍ୟପଟରେ ଏହି ମହିଳା କାରିଗରମାନେ ଅଧିକାଂଶ ଶିକ୍ଷିତ ବର୍ଗର ହୋଇଥିବାରୁ ଅନଲାଇନକୁ ଉପଯୋଗ କରି କାରବାରକୁ ବଂଚାଇ ରଖିବାରେ ସକ୍ଷମ ହୋଇଛନ୍ତି ।କାଇଁଚ କାରିଗରି ମାଧ୍ୟମରେ ସ୍ୱାବଲମ୍ବି ହୋଇପାରିଥିବା ଛତିଆ ଚମ୍ପାପୁର ଅଂଚଳର ମହିଳା କାରିଗରଙ୍କ ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ।

from Kanak News
via <a href="https://ifttt.com/?

ପାରମ୍ପରିକ ଖାଦ୍ୟର ହେଲା ବ୍ୟବସାୟୀ କରଣ । ମାଣ୍ଡିଆ ଆଣିଲା ଆଦିବାସୀଙ୍କ ମୁହଁରେ ହସ । ସରକାରଙ୍କ ମିଲେଟ ମିଶନ ଦେଖାଇଲା ନୂଆ ବାଟ 

କନକ ବ୍ୟୁରୋ : ଆଦିବାସୀଙ୍କ ମୁହଁରେ ଏବେ ହସ ଫୁଟାଇବାରେ ସକ୍ଷମ ହୋଇଛି ମାଣ୍ଡିଆ ଚାଷ  । ଯଦିଓ ମାଣ୍ଡିଆ ସେମାନଙ୍କ ପାରମ୍ପରିକ ଖାଦ୍ୟ ହୋଇ ରହି ଆସିଛି ହେଲେ ଏବେ ବ୍ୟବସାୟୀକରଣ ହେବା ସହ ସେମାନଙ୍କୁ ଯୋଗାଇଛି ଆର୍ଥିକ ସହାୟତା  । ଯେଉଁଥିପାଇଁ ସହାୟତାର ହାତ ବଢ଼ାଇଛି ସରକାରଙ୍କ ମିଲଟ ମିଶନ  ।

କାହିଁ କେଉଁ କାଳରୁ ଆଦିବାସୀମାନେ ମାଣ୍ଡିଆକୁ ନିଜର ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି  । ସେଇଥିପାଇଁ ଦିନ ଥିଲା ଧାନ ବଦଳରେ ଆଦିବାସୀ ଅଧୁଷିତ ଅଚଂଳରେ ବ୍ୟାପକ ମାଣ୍ଡିଆ ଚାଷ ହେଉଥିଲା  । କିନ୍ତୁ ବଜାରରେ ମାଣ୍ଡିଆର ଦର କମିବା ସହ ପ୍ରୋତ୍ସାହନ ଅଭାବରୁ ଧିରେ ଧିରେ ମାଣ୍ଡିଆ ଚାଷ ଉପରୁ ମୁହଁ ଫେରାଇ ଥିଲେ ଆଦିବାସୀ ଅଧୁଷିତ ଅଚଂଳର ଚାଷୀ  । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ମିଲେଟ ମିଶନ ଜରିଆରେ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଚେଷ୍ଟା ଆରମ୍ଭ କରାଯାଇଛି ।

ଭୋ÷ଗଳିକ ସ୍ଥିତି ଦୃଷ୍ଟିରୁ ରାୟଗଡ଼ା ଜିଲ୍ଲାରେ ଅଧିକାଂଶ ଜମି ଢ଼ାଲୁଆ ଏବଂ ଗଡ଼ାଣିଆ ହୋଇଥିବାକୁ ଏହା ମାଣ୍ଡିଆ ଚାଷ ପାଇଁ ପୁର୍ଣ୍ଣ ସହାୟକ ହୋଇଥାଏ  । ଜିଲ୍ଲାର ୧୧ଟି ବ୍ଲକରେ ଗତବର୍ଷ ୩,୪୮୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ୬ ହଜାର ୩୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଛି  । ତେବେ ଏବର୍ଷ ୧୦,୬୦୦ ଚାଷୀ  ମାଣ୍ଡିଆ ଚାଷରେ ଉପକୃତ ହେବା ନେଇ ଆକଳନ କରାଯାଇଛି  ।

ସବୁଠାରୁ ବଡ଼ କଥା ହେଉଛି ମିଲେଟ ମିଶନ ଦ୍ୱାରା ଧାଡ଼ି ରୁଆ , ଉନ୍ନତ ମାନର ବିହନ , ବଜାର ସୁବିଧା ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ମାଣ୍ଡିଆ ଚାଷପାଇଁ ଚାଷୀଙ୍କ ଆଗ୍ରହ ସୃଷ୍ଟି କରିଛି  । ତେବେ ପ୍ରୋତ୍ସାହନ ମିଳିଲେ ଆଗକୁ ଆହୁରି ଅନେକ ଚାଷୀ ମାଣ୍ଡିଆ ଚାଷ ପ୍ରତି ମନ ବଳାଇବେ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ଖବର ବାଜିଲା, ପ୍ରଶାସନ ଚେତିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ କୁଚିଣ୍ଡା ମଣ୍ଡିରୁ ଉଠିଲା ଧାନ । 

କନକ ବ୍ୟୁରୋ : କନକନ୍ୟୁଜରେ ଖବର ପ୍ରସାରଣ ପରେ ଜାଗିଲା ପ୍ରଶାସନ । ମଣ୍ଡିରୁ ଆରମ୍ଭ ହୋଇଛି ଧାନ ବିକ୍ରି । ଏବେ ମିଲର୍ସ ଆସୁଛନ୍ତି, ଟ୍ରକ ଆସୁଛି, ଶହ ଶହ ବସ୍ତା ଧାନ ବିକ୍ରି ହେବା ଦେଖି ଚାଷୀ ବି ଖୁସି । ଏହିପରି ଦୁଇ ତିନି ଧରି ଧାନ ବିକ୍ରି ଚାଲିଲେ ମଣ୍ଡିରେ ଶୀତକାକରରେ ଧାନ ଜଗି ରହିଥିବା ଚାଷୀ ପୁରା ଧାନ ବିକ୍ରି କରିପାରିବେ ବୋଲି ଆଶା କରିଛନ୍ତି ।

ରାତିରେ ବି ଚାଲିଛି ମଣ୍ଡିରେ ଧାନ କିଣା । ଟ୍ରକ୍ ଆସୁଛି, ବସ୍ତା ବସ୍ତା ଧାନ ଉଠୁଛି । ଟୋକନ୍ ଦେଖାଇ ଧାନ ବିକୁଛନ୍ତି ଚାଷୀ । କୁଚିଣ୍ଡାରେ ଧାନ ମଣ୍ଡିରେ ଧାନ ବିକି ନପାରି ଚାଷୀ କିପରି ହଟହଟା ହେଉଛନ୍ତି , ଏନେଇ ଆମେ ଆଗରୁ ଖବର ପ୍ରସାରଣ କରିଥିଲୁ । ଏହି ଖବର ପ୍ରସାରଣ ପରେ ହଠାତ୍ ଚେତିଛି ପ୍ରଶାସନ । ବଦଳି ଯାଇଛି ଚିତ୍ର । ଏବେ ଆରମ୍ଭ ହୋଇଛି ଧାନ ବିକ୍ରି । ଦିନ ପରି ରାତିରେ ବି ମଣ୍ଡିରୁ ଉଠୁଛି ଧାନ ।

ବିକ୍ରି ଅପେକ୍ଷାରେ ପଡି ରହିଥିଲା ଶହ ଶହ ବସ୍ତା ଧାନ । ସପ୍ତାହ ସପ୍ତାହ ଧରି ଚାଷୀ ଶୀତ କାକରରେ ଖୋଲା ଆକାଶ ତଳେ ପଡି ରହି ଏହାକୁ ଜରି ରହିବାକୁ ବାଧ୍ୟ ହେଉଥିଲେ । ଚାଷୀଙ୍କୁ ଗୋଟିଏ ଭୟ ଥିଲା ଟୋକନ୍ ଲାପସ୍ ହୋଇଗଲେ, କରିବେ କଣ । ଏବେ ଟ୍ରକ ଆସୁଛି, ଧାନ ଉଠୁଛି । ଚାଷୀଙ୍କୁ ଟୋକନ୍ ମିଳାଇ ଧାନ ବିକ୍ରି କାମରେ ସହାୟତା କରିବାକୁ ଆଗେଇ ଆସିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ।

from Kanak News
via <a href="https://ifttt.com/?

ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ । ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷାଙ୍କ ଏତଲା ଭିତିରେ ମାମଲା ରୁଜୁ କଲା ପୋଲିସ ।

କନକ ବ୍ୟୁରୋ : କିଛି ଦିନ ତଳେ ଅନୁଭବ-ବର୍ଷାଙ୍କ ଏକ ଯୁକ୍ତି ତର୍କର ଭିଡିଓ ଭାଇରାଲ ହୋଇଥିଲା । ସେହି ଭାଇରାଲ ଭିଡିଓକୁ ନେଇ କଟକ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ । ଅଭିଯୋଗ କରିଥିଲେ, ଏପରି ଭିଡିଓ ଭାଇରାଲ କରି ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଛି । ତାଙ୍କୁ ଭୁଲ ଭାବେ ଚିତ୍ରଣ କରିବାକୁ ଉଦ୍ୟମ ହେଉଛି । ଏହାପରେ ଶନିବାର ସଂଧ୍ୟାରେ ପୁଣିଥରେ ଥାନାକୁ ଯାଇ ତାଙ୍କ ରୁମରେ ତାଲା ପକା ଯାଇଥିବା ଅଭିଯୋଗ ଆଣିଥିଲେ ବର୍ଷା ।

ବର୍ଷାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ । ଆଇପିସି ଧାରା ୪୯୮(ଏ) ଅର୍ଥାତ୍ ସ୍ୱାମୀ କିମ୍ବା ସ୍ୱାମୀଙ୍କ ସଂପର୍କୀୟମାନେ ନିର୍ଯାତନା ଦେବା, ଧାରା ୩୪୧ ଅର୍ଥାତ୍ ଜଣଙ୍କୁ ବେଆଇନ ଭାବେ ଅଟକାଇବା, ଧାରା ୫୦୬ ଅର୍ଥାତ୍ ଧମକ ଦେଇ ଭୟଭୀତ କରିବା, ଏହିସବୁ ଦଫା ଲଗାଇ ମାମଲା ରୁଜୁ କରାଯାଇଛି ।

ସେପଟେ ପୁଲିସ ଡିଜିଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ଓ ତାଙ୍କ ପରିବାର ପ୍ରତି ଷଡଯନ୍ତ୍ର ଚାଲିଛି । ଚିଠି ସହ ପୁଲିସ ମୁଖ୍ୟଙ୍କ ନିକଟରେ କିଛି ଘଟଣା ଦର୍ଶାଇଛନ୍ତି ଅନୁଭବ । କିଛି ଦିନ ତଳେ ବର୍ଷା, ବର୍ଷାଙ୍କର ଦୁଇ ଉଭଣୀଙ୍କ ସହିତ ଫୋନ କଥା ହେଉଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର ହେଉଥିବା ଅଭିଯୋଗ ଆଣିଛନ୍ତି ଅନୁଭବ । ଏହି ଅଡିଓର ସତ୍ୟାସତ୍ୟ ଯାଂଚ କରିବାକୁ ସେ ଦାବି କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started