କାହିଁକି କରୋନା ସୂଚନା ଦେବାରୁ ବାଦ ପଡିଲେ ସୁବ୍ରତ ବାଗଚୀ? ନ୍ୟୁଜ ମେକର କାର୍ଯ୍ୟକ୍ରମରେ ସ୍ପଷ୍ଟ କଲେ ରାଜ୍ୟ ସରକାରଙ୍କ କୋଭିଡ ମୁଖପାତ୍ର ।

କନକ ବ୍ୟୁରୋ: ରାଜ୍ୟରେ ଯେତେବେଳେ କରୋନା ପାଦ ଦେଇଥିଲା ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟ ସରାକାରଙ୍କ ପକ୍ଷରୁ ଆଗକୁ ଆସିଥିଲା ଗୋଟିଏ ଚେହେରା । ସେ ହେଉଛନ୍ତି କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ । ପ୍ରତ୍ୟକ ଦିନ ଟିଭି ମାଧ୍ୟମରେ କୋଭିଡ୍ ସଂକ୍ରମଣର ଭୟାବହତା ଓ ଏଥିରୁ ରକ୍ଷା ପାଇବାକୁ ଲୋକଙ୍କୁ ଅତି ସାବଲୀଳ ଢଙ୍ଗରେ ବୁଝାଉଥିଲେ ସୁବ୍ରତ । ବାଗଚୀଙ୍କ ବୁଝାଇବା ଶୈଳୀ ଲୋକଙ୍କୁ ଏତେ ପ୍ରଭାବିତ କରିଥିଲା ଯେ , ପ୍ରତ୍ୟକ ଦିନ ଅପରାହ୍ନରେ ଟିଭିକୁ ଅନେଇ ବସୁଥିଲେ ଲୋକେ । କିନ୍ତୁ ହଠାତ୍ ୬୦ ଦିନ ପରେ ଗାୟବ ହୋଇଯାଇଥିଲେ ଏହି ଚର୍ଚିତ ଚେହେରା । ତେବେ କଣ ପାଇଁ ସେ ହଠାତ୍ ଉଭାନ ହୋଇଯାଇଥିଲେ ଏ ସମ୍ପର୍କରେ କନକନ୍ୟୁଜର ନ୍ୟୁଜ ମେକର ୨୦୨୦ କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ରଖିଛନ୍ତି ସୁବ୍ରତ ବାଗଚୀ ।
କରୋନା ଯେତେବେଳେ ଆରମ୍ଭ ହେଉଥିଲା ଅପରାହ୍ନ ସାଢେ ଚାରିଟାରେ ସୁବ୍ରତ ବାଗଚୀ ସରକାରୀ ପ୍ରେସମିଟ କରି ସୂଚନା ହେଉଥିଲେ । ଆଉ ସାରା ଓଡିଶା ଏହି ସମୟକୁ ଅପେକ୍ଷା କରୁଥିଲା ।
ସାମ୍ବାଦିକ ସମ୍ମିଳନୀ ପଛର ସତ
ସକାଳ ୫.୩୦ରେ ଫୋନ କରୁଥିଲେ ପାଣ୍ଡିଆନ
୮.୩୦ରେ ବସୁଥିଲା ତୃତୀୟ ମହଲାରେ ବୈଠକ
ପରିଶ୍ରମ କରୁଥିଲେ ପ୍ରାୟ ୫୦ ଜଣ
କିନ୍ତୁ ଦୁଇ ମାସ ପରେ ହଠାତ୍ ପ୍ରେସମିଟରେ ଆଉ ବାଗଚୀଙ୍କୁ ଦେଖିବାକୁ ମିଳିଲା ନାହିଁ । ବାଗଚୀଙ୍କ ଲୋକପ୍ରିୟତାକୁ ନେଇ ଚର୍ଚ୍ଚା ହେବା ପରେ ସୋସିଆଲ ମିଡିଆରେ କୁହାଗଲା, ଏହି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି ହୋଇପାରିବେ । କନକ ନ୍ୟୁଜର ନ୍ୟୁଜ ମେକର କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ମନ କଥା କହିଛନ୍ତି ବାଗଚୀ ।

from Kanak News
via <a href="https://ifttt.com/?

ବିଶ୍ୱର ଚିନ୍ତା ବଢାଇଲା ବ୍ରିଟେନର କରୋନା ନୂଆ ଷ୍ଟ୍ରେନ୍ । ପୁରୁଣା ଅପେକ୍ଷା ଅଧିକ ମାରାତ୍ମକ । ୭୦ ପ୍ରତିଶତରୁ ଅଧିକ ବେଗରେ ସଂକ୍ରମିତ ହେଉଛି ଭୂତାଣୁର ନୂଆ ରୂପ ।

କନକ ବ୍ୟୁରୋ : ଇଂଲଣ୍ଡବାସୀଙ୍କୁ ସ୍କଟଲାଣ୍ଡକୁ ପ୍ରବେଶ ଉପରେ କଟକଣା ଏବଂ ୱେଲ୍ସରେ ଆଉଏକ ଲକଡାଉନ ଘୋଷଣା ଭିତରେ କରୋନାକୁ ନେଇ ଯେଉଁ ନୂଆ ତଥ୍ୟ ସାମ୍ନାକୁ ଆସିଛି ତାହା, ସମଗ୍ର ବିଶ୍ୱର ଚିନ୍ତା ବଢାଇ ଦେଇଛି । ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହ୍ୟାନକକ ସ୍ୱୀକାର କରିଛନ୍ତି ଯେ, ଏଠାରେ କରୋନାର ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । କାରଣ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ବା ପ୍ରକାର ସାମ୍ନାକୁ ଆସିଛି । ଯାହା ବୂତାଣୁର ପୂରୁଣା ପ୍ରକାର ଅପେକ୍ଷା ଅଧିକ ମାରାତ୍ମକ ଓ ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମିତ ହେଉଛି ।

ଭୂତାଣୁର ନୂଆ ପ୍ରକାର: ବଢିଲା ବ୍ରିଟେନର ଚିନ୍ତା
– ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଲକଡାଉନ ଘୋଷଣା କରିଛନ୍ତି ବୋରିସ ଜନସନ୍
– ଖ୍ରୀଷ୍ଟମାସ ପାଳନକୁ ଅଳ୍ପଦିନ ଥିବାବେଳେ ଆୟୋଜନକୁ ବାତିଲ କରାଯାଇଛି
– ଇଂଲଣ୍ଡରୁ କୌଣସି ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଇ ଦେଇଛି ସ୍କଟଲ୍ୟାଣ୍ଡ

ସାରା ବିଶ୍ୱରେ ପ୍ରଥମ ଦେଶ ଭାବେ ବ୍ରିଟେନରେ ଆରମ୍ଭ ହୋଇଥିଲା କୋଭିଡ ଟିକାକରଣ । ଆମେରିକାର ଫାଇଜର ଟିକାକୁ ନେଇ ଦେଶରେ ସମୁହ ଟିକାକରଣ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ପ୍ରାୟ ୩ ଲକ୍ଷ ୫୦ ହଜାର ଲୋକଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ତଥାପି ଲଣ୍ଡନ ସମେତ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଟାୟାର-୪ କୋଭିଡ କଟକଣା ଜାରି କରାଯାଇଛି ।

ଏହା ସଂପୂର୍ଣ୍ଣ ଲକଡାଉନ ସହିତ ସମାନ । ଅର୍ଥାତ ବିମାନ, ଟ୍ରେନ ଓ ଅନ୍ୟାନ୍ୟ ଯାନବାହାନ ଚଳାଚଳ ବନ୍ଦ ରହିଛି । ସଂପୂର୍ଣ୍ଣ ଟିକାକରଣ ନହେବା ଯାଏଁ ଏସବୁ ଅଂଚଳରେ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି ରହିବ । ଚଳିତମାସ ଶେଷ ଯାଏଁ ଲକଡାଉନ କଟକଣା ଜାରି ରହିବା ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ବଦଳୁଛି ବିଜେଡି, ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ବିରୋଧରେ ରଣହୁଙ୍କାର । ୯ଟି ପ୍ରସ୍ତାବକୁ ସୁପ୍ରିମୋଙ୍କ ଅନୁମୋଦନ । ଦଳ କହିଲା, କେନ୍ଦ୍ରର ଅବହେଳା, ରାଜ୍ୟର ବିକାଶ ଦିଗରେ ବାଧକ

କନକ ବ୍ୟୁରୋ : ଦୁଇଦିନ ତଳେ ବିଜୁ ଯୁବ ଜନତା କଳର କାର୍ଯ୍ୟକାରିଣୀରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଆହୁରି କଡା କରିଛି ଦଳ । କେନ୍ଦ୍ରର ଅବହେଳା ଓ ନକାରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ସାଜିଥିବା କହିଛନ୍ତି ଦଳର ବରିଷ୍ଠ ନେତା । କୃଷି ଓ କୃଷକ ପ୍ରସଙ୍ଗଠାରୁ ଆରମ୍ଭ କରି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଓ ମହିଳା ସଶକ୍ତିକରଣ ପ୍ରସଙ୍ଗରେ କେନ୍ଦ୍ରକୁ ଜୋରଦାର ଟାର୍ଗେଟ କରାଯାଇଛି ।

ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଆଣିଥିବା ସମସ୍ତ ୯ଟି ପ୍ରସ୍ତାବକୁ ଅନୁମୋଦନ କରି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଦିନ ତଳେ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିଲେ ନବୀନ ପଟ୍ଟନାୟକ । ଆଜି ପୁଣି ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଦଳୀୟ ନେତା । କେନ୍ଦ୍ରର ଅବହେଳା ଓ ନକାରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ସାଜିଥିବା ମତ ରଖିଛନ୍ତି ।
କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବ ସମେତ ୯ଟି ପ୍ରସ୍ତାବ ଅଣାଯାଇଥିବାବେଳେ ଏହାକୁ ଅନୁମୋଦନ କରିଛନ୍ତି ଦଳର ସୁପ୍ରିମୋ ।

-କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀ ଆନ୍ଦୋଳନକୁ ନେଇ ସାରାଦେଶ ଉଠୁଛି ପଡୁଛି । ଏପରି ସମୟରେ ସ୍ୱାମୀନାଥନ କମିଟି ସୁପାରିଶ ଅନୁସାରେ ଏମଏସପି ପାଇଁ ଲଢେଇ ଜାରି ରଖିବାକୁ ଦଳ ପ୍ରସ୍ତାବ ପାରିତ କରିଛି ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା
-କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇ ବାରମ୍ବାର ପ୍ରତାରଣା କରୁଥିବାରୁ ଆଗକୁ କିଭଳି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ସେଥିପାଇଁ ଦଳ ତାର ଦାବି ଉପସ୍ଥାପନ କରିବ ବୋଲି କହିଛି ।
ମହିଳା ସଶକ୍ତିକରଣ
-ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଦାବି କରାଯିବ ବୋଲି ଦଳ ପୁଣିଥରେ କାର୍ଯ୍ୟକାରିଣୀରେ ଦୋହରାଇଛି ।

ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କର ସହଯୋଗିତାରେ ଚାଲିବା କଥା । କିନ୍ତୁ ବର୍ତମାନ କିଛି ଶକ୍ତି ରାଜ୍ୟର ଅଧିକାରକୁ ସଂକୁଚିତ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ଦଳର ବରିଷ୍ଠ ନେତା । ତେଣୁ ସେମାନଙ୍କ ସାମ୍ନା କରିବାକୁ ବିଜେଡି ତାର ସଂଗଠନକୁ ଆହିରୁ ମଜବୁତ କରିବ ।

୨୦୨୧ରେ ପୌର ନିର୍ବାଚନ ସମ୍ଭାବନା ଥିବାବେଳେ ୨୦୨୨ରେ ହେବ ପଂଚାୟତ ନିର୍ବାଚନ । ତେଣୁ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଶାଣିତ କରି ସଂଗଠନକୁ ସୁଦୃଢ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ଏଥିପାଇଁ ଦଳୀୟ ସମ୍ବିଧାନକୁ ସଂଶୋଧନ କରି ପଦାଧିକାରୀଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ଏପରିକି ଷଷ୍ଠ ପାଳି ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।

from Kanak News
via <a href="https://ifttt.com/?

ପରୀକୁ ନ୍ୟାୟ ଦେବା ପାଇଁ ବିଜେପିର ବିଶାଳ ପଦଯାତ୍ରା । ଭୁବନେଶ୍ୱରରୁ ନୟାଗଡ ଯଦୁପୁରକୁ ୧୦୦ କିଲୋମିଟର ବାହାରିଲେ ବିଜେପିର ତୁଙ୍ଗ ନେତା

କନକ ବ୍ୟୁରୋ : ବିଜେପିର ବିଶାଳ ପଦଯାତ୍ରା । ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ କରାଯାଉ, ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଯାଉ, ଏହି ଦାବିକୁ ଆହୁରି ଜୋରଦାର କରିବାକୁ ମହାପଦଯାତ୍ରା ଆୟୋଜନ କରିଛି ଦଳ । ରାଜ୍ୟର ବିଭିନ୍ନ ସ୍ଥାନରେ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱରରୁ ନୟାଗଡ଼ର ଯଦୁପୁର ଗାଁକୁ ପ୍ରାୟ ୧୦୦ କିଲୋମିଟର ବ୍ୟାପୀ ପଦଯାତ୍ରା ବାହାରିଛି । ୫ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବନତି ଶ୍ରୀନିବାସନ୍, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟର ତୁଙ୍ଗ ନେତା ଓ ଶହ ଶହ କର୍ମୀ ସାମିଲ ହୋଇଛନ୍ତି ।

ଭୁବନେଶ୍ୱରରୁ ବାହାରିଥିବା ପଦଯାତ୍ରା ଆସନ୍ତା ୨୪ ତାରିଖରେ ପରୀର ଗାଁ ଯଦୁପୁରରେ ପହଁଚିବ । ସେହିଦିନ ଯଦୁପୁର ଗାଁରେ ବିଶାଳ ସମାବେଶ ଆୟୋଜନ କରିବ ଦଳ । ମାମଲାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରିବା ପାଇଁ ରାଜ୍ୟ ସରକାରଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଚିଠି ଲେଖିସାରିଛି । ତେଣୁ ସିବିଆଇ ତଦନ୍ତ ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ଜୋରଦାର ଉଦ୍ୟମ କରୁଛି ବିଜେପି ।

ସେପଟେ ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି, ଏପରି ଏକ ସମ୍ବେଦନଶୀଳ ଘଟଣାରେ ରାଜନୀତି କରାନଯାଉ । ସମ୍ବଲପୁର, ରାଉରକେଲା ଠାରୁ ଆରମ୍ଭ କରି ରାଜ୍ୟର ୧୪୭ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପଦଯାତ୍ରା କରୁଛି ବିଜେପି । ପରୀକୁ ନ୍ୟାୟ ଓ ରାଜ୍ୟରେ ନିଖୋଜ ହୋଇଥିବା ଶିଶୁଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କରିଛି ଦଳ ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲାରେ ପ୍ରଥମ ଗିରଫଦାରୀ । ଏସଆଇଟି କବଜାରେ ଅଭିଯୁକ୍ତ ।

କନକ ବ୍ୟୁରୋ: ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ହୋଇଛି ପ୍ରଥମ ଗିରଫଦାରୀ । ବହୁଦିନ ଧରି ଗୋଟିଏ ଘଟଣାକୁ ନେଇ ବିବାଦ ଚାଲିବା ପରେ ପୋଲିସକୁ ମିଳିଛି ସଫଳତା । ପରୀ ହତ୍ୟା ମାମଲାରେ ଖିଅ ଖୋଜୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟି ବଡ ସଫଳତା ପାଇଛି । ନୟାଗଡର ସେହି ଯଦୁପୁର ଗାଁରେ ଧରାପଡିଛି ଅଭିଯୁକ୍ତ । ଆସନ୍ତାକାଲି ଅଭିଯୁକ୍ତକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ ।

ତେବେ ଅଭିଯୁକ୍ତ ବିରୋଧରେ ୩୭୬ ଏ, ଅର୍ଥାତ୍ ଦୁଷ୍କର୍ମର ଧାରା ଲଗାଇଛି ଏସଆଇଟି । ଏହାଛଡା ଅଭିଯୁକ୍ତ ବିରୋଧରେ ୩୭୬ ଏ , ବି , ଅର୍ଥାତ୍ ୧୨ ବର୍ଷରୁ କମ୍ ନାବାଳିକାକୁ ଦୁଷ୍କର୍ମର ଦଫା ମଧ୍ୟ ଲାଗିଛି । ପରୀକୁ ଅପହରଣ କରାଯାଇ ଦୁଷ୍କର୍ମ କରି ହତ୍ୟା କରିଥିବାରୁ ଅପହରଣର ଧାରା ୩୬୪ ମଧ୍ୟ ଲଗାଯାଇଛି । ପକସୋ ଆକ୍ଟର ଧାରା ୬ ମଧ୍ୟ ଅଭିଯୁକ୍ତ ବିରୋଧରେ ଲଗାଇଛି ଏସଆଇଟି । ଏହି ଧାରା ଅନୁସାରେ ଅଭିଯୋଗ ପ୍ରମାଣ ହେଲେ ସାଂଘାତିକ ଦଣ୍ଡରେ ଦଣ୍ଡିତ କରିପାରନ୍ତି କୋର୍ଟ ।

ସେପଟେ ଗତ ଜୁଲାଇ ମାସରେ ନୟାଗଡ ଯଦୁପୁର ଗାଁର ୫ ବର୍ଷୀୟ ପରୀକୁ ହତ୍ୟା କରାଯାଇଥିଲା । ମୃତ୍ୟୁର ୧୦ ଦିନ ପରେ ପରିବାର ଲୋକେ ପରୀର ମୃତଦେହ ପାଇଥିଲେ । କିନ୍ତୁ କିଏ ଏଭଳି ନିର୍ମମ କାଣ୍ଡ ଘଟାଇଲା ତାହାର ଟେର ପାଇ ପାରିଲା ନାହିଁ ପୋଲିସ । ଆଉ ଏହାକୁ ନେଇ ଜୋର ଧରିଲା ରାଜନୀତି । ଓଡିଶାର ପଲ୍ଲୀରୁ ଦେଶର ରାଜଧାନୀ ଦିଲ୍ଲୀ ଯାଏଁ ଏହି ରାଜନୀତି ଜୋର ଧରିଲା । ଏହାପରେ ସରକାର ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ବା ଏସଆଇଟି ଗଠନ କରିଥିଲେ । ନଭେମ୍ୱର ୨୭ରେ ଏସଆଇଟି ଏହି ମାମଲାର ତଦନ୍ତଭାର ଦିଆଯାଇଥିଲ।।

from Kanak News
via <a href="https://ifttt.com/?

ନୟାଗଡ ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଯଦୁପୁର ଗାଁରୁ ଜଣକୁ ଗିରଫ କଲା ଏସଆଇଟି ।

କନକ ବ୍ୟୁରୋ : ନୟାଗଡ ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଯଦୁପୁର ଗାଁରୁ ଜଣକୁ ଗିରଫ କଲା ଏସଆଇଟି । ଆସନ୍ତାକାଲି ଅଭିଯୁକ୍ତକୁ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ହାଜର କରାଯିବ । ଅଭିଯୁକ୍ତ ବିରୋଧରେ ୩୬୪, ୩୦୨, ୨୦୧, ୩୬୭-ଓ, ୩୭୬-ଏବି ଆଇପିସି ଧାରାରେ ମାମଲା ରୁଜୁ ହୋଇଛି । ଗତ ଦୁଇ ଦିନ ହେବ ପରୀ ହତ୍ୟାକାରୀକୁ ଚିହ୍ନଟ କରିଥିଲା ଏସଆଇଟି । ଆଜି ତାକୁ ଗିରଫ କରିଥିବା ସୂଚନା ।

ଗତ ଜୁଲାଇ ମାସରେ ନୟାଗଡ ଯଦୁପୁର ଗାଁର ୫ ବର୍ଷୀୟ ପରୀକୁ ହତ୍ୟା କରାଯାଇଥିଲା । ମୃତ୍ୟୁର ୧୦ ଦିନ ପରେ ପରିବାର ଲୋକେ ପରୀର ମୃତଦେହ ପାଇଥିଲେ । କିନ୍ତୁ କିଏ ଏଭଳି ନିର୍ମମ କାଣ୍ଡ ଘଟାଇଲା ତାହାର ଟେର ପାଇ ପାରିଲା ନାହିଁ ପୋଲିସ । ଆଉ ଏହାକୁ ନେଇ ଜୋର ଧରିଲା ରାଜନୀତି । ଓଡିଶାର ପଲ୍ଲୀରୁ ଦେଶର ରାଜଧାନୀ ଦିଲ୍ଲୀ ଯାଏଁ ଏହି ରାଜନୀତି ଜୋର ଧରିଲା । ଏହାପରେ ସରକାର ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ବା ଏସଆଇଟି ଗଠନ କରିଥିଲେ । ନଭେମ୍ୱର ୨୭ରେ ଏସଆଇଟି ଏହି ମାମଲାର ତଦନ୍ତଭାର ଦିଆଯାଇଥିଲ।।

from Kanak News
via <a href="https://ifttt.com/?

ସାବଧାନ ! ଆହୁରି ଥରିବ ଓଡିଶା । ୩ ଦିନ ମାଡିବସିବ ବାଘୁଆ ଶୀତ । ସତର୍କ କରାଇଲା ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ: ଆସନ୍ତା ୩ଦିନ ଯାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ। ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୫ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଏଥିପାଇଁ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି କରାଯାଇଛି।

ସେହିପରି ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, କଟକ, ଢ଼େଙ୍କାନାଳ, କେନ୍ଦୁଝର, ବାଲେଶ୍ବର, ଦେବଗଡ଼ ଆଦି ରହିଛି।

https://platform.twitter.com/widgets.js

ତେବେ ଉପକୂଳବର୍ତ୍ତୀ ଜିଲ୍ଲାରେ ରାତ୍ରିରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡ଼ିଗ୍ରି କମ ରହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଟୁଇଟ କରି ସୂଚନା ଦିଆଯାଇଛି। ଆଜିଠାରୁ କେତେକ ଜିଲ୍ଲାରେ ପୂର୍ବ ଅପେକ୍ଷା ଅଧିକ ଥଣ୍ଡା ଅନୁଭୂତ ହେଉଛି। ସନ୍ଧ୍ୟା ୭ଟା ପରେ ରାସ୍ତା ଘାଟ ଶୁନଶାନ ହୋଇଯାଉଥିବା ବେଳେ କେତେକ ସ୍ଥାନରେ ଲୋକ ନିଆଁ ଜାଳି ତା’ପାଖରେ ବସି ମଜା ନେଉଥିବା ଦେଖିବାକୁ ମିଳିଛି।

from Kanak News
via <a href="https://ifttt.com/?

ମଣିଷ ସମାଜରେ ମମତାର ମୂଲ ବୁଝେଇଦେଲା ପଶୁ । ଆହତ ବାଛୁରୀ ପଛରେ ୩ କିଲୋମିଟର ଦୌଡି ଦୌଡି ପଶୁ ଡାକ୍ତରଖାନା ଗଲା ମାଆ ଗାଈ ।

କନକ ବ୍ୟୁରୋ: ଆଗେ ଆଗେ ମମତା, ପଛେପଛେ ମାଆ । ଧାଉଁଛି ମଣିଷ ଧାଉଁଛି ମାଆ । ଛୁଆ ଗୁରୁତର ହୋଇଛି ବୋଲି ତା ଚିକିତ୍ସା କରାଇବାକୁ ପଛରେ ଯାଉଛି ମାଆ । ଆଖିକୁ ସିନା ପଶୁଟିଏ ଦେଖାଯାଉଛି ହେଲେ ତା ଭିତରେ ଗୋଟେ ମାଆ ଦିଶୁଛି । ପିଲାଟିର କିଛି ହୋଇଗଲେ ଆମ ମାଆମାନେ ଯେମିତି ବ୍ୟତିବ୍ୟସ୍ତ ହୋଇଯାଆନ୍ତି, ପାଗେଳୀ ପ୍ରାୟ ହୋଇଯାନ୍ତି ଠିକ ସେମିତି ଏ ଗାଈଟି ତା ଛୁଆ ବାଛୁରୀ ପାଇଁ ବ୍ୟସ୍ତ ହୋଇ ଧାଉଁଛି । ପଶୁ ହେଲା ତ କଣ ହେଲା, ମାଆ ସବୁବେଳେ ମାଆ… ଯାହା ମାଲାକାନଗିରିରୁ ଆସିଥିବା ଏ ଦୃଶ୍ୟ ହିଁ ବୟାନ କରୁଛି ।

ମାଆର ମମତା ଅତୁଳନୀୟ । ସେ ପଶୁ ହେଉ କି ମଣିଷ, ମମତାର ମୂଲ ସବୁଠି ସମାନ । ମାଆର ରୂପ ସମସ୍ତଙ୍କ ପାଇଁ ଏକାପରି । ତେବେ ମାଲକାନଗିରି ବସଷ୍ଟାଣ୍ଡ ନିକଟରେ ଗୋଟିଏ ବାଛୁରୀ ସଡକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଥିଲା । ବାଛୁରୀ ଗୁରୁତର ଦେଖି ଉକ୍ତ ଗାଡିର ଡ୍ରାଇଭର ମାନବିକତା ଭୁଲି ନଥିଲେ । ଦୁର୍ଘଟଣା ପରେ ଛାଡି ନଯାଇ ଗୋଟିଏ ଟ୍ରଲିରେ ଆହତ ବାଛୁରୀକୁ ପଶୁ ଚିକିତ୍ସାଳୟ ନେଇଥିଲେ ।

ଆଉ ଏତିକି ବେଳେ ହିଁ ଦେଖିବାକୁ ମିଳିଥିଲା ଗୋଟେ ମମତାଭରା ଦୃଶ୍ୟ । ଆହତ ଛୁଆ ଟ୍ରଲିରେ ଯାଉଥିବା ବେଳେ ଆତୁର ହୋଇ ମାଆ ଗାଈ ତା ପଛେ ପଛେ ଧାଉଁଥିଲା । ସ୍ଥିତି ଏମିତି ହୋଇଥିଲା ଡାକ୍ତରଖାନା ଡେରିରେ ଖୋଲିବା ଯାଏଁ ବି ଗେଟ୍ ସାମ୍ନାରେ ସେମିତି ଅପେକ୍ଷା କରିଥିଲା ମାଆ । ଆଉ ପଶୁ ମାଆର ଏହି ମମତାଭରା ଦୃଶ୍ୟକୁ ଦେଖୁଥିଲା ମଣିଷ ।

ମଣିଷ ସମାଜରେ ମାଆ-ପୁଅର ସମ୍ପର୍କକୁ ନେଇ ଆସୁଛି କେତେ କେତେ ଖବର । କେତେବେଳେ ମାଆଟିଏ ତା ମମତାକୁ ଭୁଲି ରାସ୍ତାକଡରେ ଛାଡି ପଳାଉଛି ତ କେତେବେଳେ ନିଜ ରକ୍ତର ସମ୍ପର୍କକୁ ପର କରି ଆଉ କାହା ସହ ପଳାଉଛି । ପିଲାମାନେ ବି ବୁଢା ହେଲା ପରେ ମାଆକୁ ଘରୁ ତଡିଦେଉଛନ୍ତି, ନିଷ୍ଠୁର ନିର୍ଯାତନା ଦେଉଛନ୍ତି । ଆଉ ଠିକ ସେତିକିବେଳେ ଏ ମଣିଷମାନଙ୍କୁ ପଶୁଟିଏ ମମତାର ମୂଲ୍ୟ ବୁଝାଉଛି… ହେ ମଣିଷ ଥରେ ଭଲକି ଦେଖ ଏ ଦୃଶ୍ୟକୁ… ଆଉ ମାପିବାକୁ ଚେଷ୍ଟା କର ମାଆର ମମତାକୁ…

from Kanak News
via <a href="https://ifttt.com/?

ରାଜଧାନୀରେ କମୁଛି କରୋନା । ଭୁବନେଶ୍ୱରରେ ଆଜି ୩୦ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୧ ଜଣ 

କନକ ବ୍ୟୁରୋ : ଭୁବନେଶ୍ୱରରୁ କମୁଛି କରୋନା ସଂକ୍ରମଣ । ଆଜି ରାଜଧାନୀରୁ ୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ୱରର ଆଇଗିଣିଆ, ଚନ୍ଦ୍ରଶେଖରପୁର, ସତ୍ୟ ବିହାର, ଟଙ୍କପାଣି ରୋଡ ଓ ବାଣିବିହାରରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବଡଗଡ, ବରମୁଣ୍ଡା, ଭିମପୁରରୁ ୨ ଜଣ ଲେଖାଏଁ ଓ ଚକେଇସିଆଣିରୁ ୪ ଜଣ ଚିହ୍ନଟ ହୋଇଛନ୍ତି ।

ଏହାସହ ଭୁବନେଶ୍ୱରରେ ମୋଟ ୩୧ ହଜାର ୩୭୦ରେ ପହଞ୍ଚିଛି ପଜିଟିଭ ସଂଖ୍ୟା । ସେହିପରି ୩୦ ହଜାର ୭୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ୨୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା ୩୬୮ ଜଣ ସକ୍ରିୟ ରହିଛନ୍ତି ।

from Kanak News
via <a href="https://ifttt.com/?

ବୁଢା ବୟସରେ ବୁଲିବୁଲି ରାଜଧାନୀରେ କାକୁଡି ବିକୁଛନ୍ତି କଳାକାର । ବେପାର କରି ପଇସା ନୁହେଁ ପାଉଛନ୍ତି ଖୁସି ।

କନକ ବ୍ୟୁରୋ: ଆଗରେ ବ୍ୟାଗ, ପଛରେ ଝୁଡି । ବେପାର ପାଇଁ ବୟସ୍କ ପାଦ ମାଡି ରାଜଧାନୀ ରାସ୍ତାରେ ଗଡେ କଳାକାରଙ୍କ ସାଇକେଲ । ସକାଳର ସୂର୍ଯ୍ୟ ଉଇଁବାଠୁ ଅପରାହ୍ଣର ବୟସ୍କ ସୂର୍ଯ୍ୟ ବୁଡିବା ଯାଏଁ ରାଜଧାନୀରେ ବୁଲି ବୁଲି ବେପାର କରନ୍ତି ଏ ୬୨ ବର୍ଷୀୟ ବୃଦ୍ଧ । ପଶ୍ଚିମ ଆକାଶରେ ବିଦାୟ ନେଉଥିବା ଏ ସୂର୍ଯ୍ୟ ପରି ମଉସା ବି ବୟସର ପଶ୍ଚିମତୀରରେ । ହେଲେ ଏ ବୟସରେ କଣ ପାଇଁ ସେ କାକୁଡି ବିକୁଛନ୍ତି ଏ ପ୍ରଶ୍ନ ମନରେ ଉଙ୍କି ମାରିବା ସ୍ୱାଭାବିକ… ହଁ, ମଉସାଙ୍କ କିଛି ଅଭାବ ନାହିଁ, ଅସୁବିଧା ବି ନାହିଁ… ନା ସେ ପେଟ ପାଇଁ ବେପାର କରୁଛନ୍ତି ନା ପରିବାର ପୋଷିବାକୁ । ବାସ୍, କାକୁଡି ବିକି ସେ ଶାନ୍ତି ପାଉଛନ୍ତି… ମନକୁ ଫୁର୍ତ୍ତି ରଖୁଛନ୍ତି…

କଳାକାର ଦାସ । ବୟସ ୬୨, ଘର ଢେଙ୍କାନାଳ । ୧୯୮୧ ମସିହାରେ ଭୁବନେଶ୍ୱର ଗଙ୍ଗନଗର ସରକାରୀ ସୂତାକଳରେ ଚାକିରି ଆରମ୍ଭ କରିଥିଲେ । ହେଲେ କିଛି ଦିନ ଚାକିରି କରିବା ପରେ ଅଚାନକ ସୂତାକଳ ବନ୍ଦ ହୋଇଗଲା । ଆଉ ତାପରେ ଜୀବନ ଯୁଦ୍ଧରେ ହାରି ନଯାଇ, କାହା ପାଖରେ ହାତ ନପାତି ସ୍ୱାଭିମାନର ସହ ସଙ୍ଘର୍ଷ କଲେ । ସେବେଠାରୁ କାକୁଡି ବିକୁଛନ୍ତି କଳାକାର ।

ନାଁ ଯେମିତି କାମ ସେମିତି । ନିଜ ମେଳାପିପଣ ଆଉ କଥା କହିବାର କଳା ତାଙ୍କୁ ଅନ୍ୟମାନଙ୍କ ପାଖରେ ଆପଣାର କରିଦିଏ । ଏଇ ଯେମିତି ପିଲାମାନେ ମଜା କରି ମଉସାଙ୍କ ପାଖରୁ କାକୁଡି କିଣି ଖାଉଛନ୍ତି । ସବୁଜ ପତ୍ର ଉପରେ ସଜସଜ କାକୁଡି ଆଉ ତା ଉପରେ ଲଙ୍କାଲୁଣ ପକାଇ ମଉସା ଯେତେବେଳେ ଗ୍ରାହକଙ୍କ ହାତକୁ ବଢାଇ ଦିଅନ୍ତି । ପାଖରେ ଛିଡା ହୋଇଥିବା ଲୋକ ଲୋଭ ସମ୍ବରଣ ନକରି ପାରି ମଉସାଙ୍କଠୁ କାକୁଡି କିଣନ୍ତି ଆଉ ମନଶାନ୍ତି କରି ଖାଆନ୍ତି…

ତେବେ ସରକାରଙ୍କ ତରଫରୁ କଳାକାରଙ୍କୁ ପେନସନ ମିଳୁଛି । ତାଙ୍କର ଦୁଇ ପୁଅ ମଧ୍ୟ ଘର ଚଳାଇବାକୁ ସକ୍ଷମ । ଘରେ କୌଣସି ଅସୁବିଧା ନଥିବା ସତ୍ୱେ ବି ଲୋକଙ୍କୁ ସେବା ଯୋଗାଇ ସେ ଶାନ୍ତି ପାଉଥିବା କଳାକାର ମଉସା କହିଛନ୍ତି । ଆଉ ସେଇଥିପାଇଁ ଏ ଭଙ୍ଗା ସାଇକେଲ ଧରି ନିଇନି ରାଜଧାନୀ ସାରା ବୁଲୁଛନ୍ତି…

from Kanak News
via <a href="https://ifttt.com/?

Design a site like this with WordPress.com
Get started