ନେପାଳରେ ରାଜନୈତିକ ସଂକଟ ଗମ୍ଭୀର । ପ୍ରଧାନମନ୍ତ୍ରୀ ଓଲି ଭାଙ୍ଗିଦେଲେ ସଂସଦ । ଏପ୍ରିଲ ୩୦ ପରେ ହୋଇପାରେ ନିର୍ବାଚନ

କନକ ବ୍ୟୁରୋ : ନେପାଳ ରାଜନୀତି ଏବେ ସରଗରମ ହେଉଥିବା ଦେଖିବାକୁ ମିଳିଛି । ନେପାଳ କମ୍ୟୁନିଷ୍ଟ ପାର୍ଟି ସରକାରରେ ପ୍ରଧାନମନ୍ତ୍ରୀ ଥିବା କେ.ପି ଶର୍ମା ଓଲି ସଂସଦ ଭଙ୍ଗ ନେଇ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ କରିଥିବା ସୁପାରିଶକୁ ସେ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି । ସଂସଦ ଭଙ୍ଗ ପରେ ଆସନ୍ତା ବର୍ଷ ଏପ୍ରିଲ ୩୦ ରୁ ମେ ମାସ ୧୦ ତାରିଖ ମଧ୍ୟରେ ନେପାଳରେ ପୁଣି ନିର୍ବାଚନ ହେବ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଆଜି (ରବିବାର) ପ୍ରଧାନମନ୍ତ୍ରୀ ଓଲି ଏକ ଜରୁରୀକାଳୀନ କ୍ୟାବିନେଟ୍ ଡାକିଥିଲେ । ଏହି ବୈଠକରେ ସୁପାରିଶ ନେଇ କ୍ୟାବିନେଟ୍ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ଚିଠି କରାଯାଇଥିଲା । ଯାହାକୁ କିଛି ଘଂଟା ମଧ୍ୟରେ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ । ସୁପାରିଶକୁ ଅନୁମୋଦନ ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି କି କ୍ୟାବିନେଟ ଭଙ୍ଗ ହେବା ପରେ ଏପ୍ରିଲ ୩୦ ରୁ ମେ ମାସ ୧୦ ତାରିଖ ମଧ୍ୟରେ ପୁଣି ନିର୍ବାଚନ ଅନୁଷ୍ଠିତ ହେବ ।

ଅନ୍ୟପଟେ ନେପାଳ ସଂସଦରେ ମଧ୍ୟବର୍ତ୍ତିକାଳୀନ କ୍ୟାବିନେଟ୍ ଭଙ୍ଗ କରିବାର ପ୍ରସ୍ତାବନା ନଥିବାରୁ ଓଲିଙ୍କ ଏଭଳି ନିଷ୍ପତ୍ତି ବିରୋଧରେ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରେ । ସଂସଦ ଭଙ୍ଗ ନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ନେପାଳ ସଂସଦର ମୁଖ୍ୟ ବିରୋଧିଦଳ ନେପାଳୀ କଂଗ୍ରେସ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଛି ।

କହିରଖୁ କି ନେପାଳରେ ଚାଲିଥିବା ସହରକାରରେ ନେପାଳ କମ୍ୟୁନିଷ୍ଟ ପାର୍ଟି ସହ ସହଯୋଗରେ ଥିଲା ନେପାଳ ମାଓବାଦୀ ପାର୍ଟି । କିଛିଦିନ ହେବ ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଉଭୟ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଓ ମାଓବାଦୀ ପାର୍ଟିର ମୁ୍ଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରୂଦ୍ର ବାହଲ ପ୍ରଚଣ୍ଡଙ୍କ ମଧ୍ୟରେ ମତଭେଦ ଜାରି ରହିଥିଲା । ଅନ୍ୟପଟେ ନେପାଳର କିଛି ସଂଗଠନ ନେପାଳକୁ ସ୍ୱତନ୍ତ୍ର ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ସରକାରଙ୍କ ଉପରେ ଚାପ ପକାଇବା ସହ ହଜାର ହଜାର ଲୋକ ସଡକରେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ମୁଖ୍ୟ ବିରୋଧୀ ଦଳ ନେପାଳୀ କଂଗ୍ରେସ ଅଭିଯୋଗ କରିଛି କି ପ୍ରଧାନମନ୍ତ୍ରୀ ଓଲି ତାଙ୍କ କାର୍ଯ୍ୟକାଳରେ ଲୋକଙ୍କ ଉପରେ ପୂର୍ବଭଳି ରାଜତନ୍ତ୍ର ବ୍ୟବସ୍ଥାକୁ ଲଦି ଦେବାକୁ ଚେଷ୍ଟା କରିବା ସହ କୋଇରାଲା ପରିବାର ସହିତ ପରୋକ୍ଷରେ ସଂପର୍କ ସଦୃଢ କରୁଥିଲେ ।

from Kanak News
via <a href="https://ifttt.com/?

ରାଉରକେଲାରେ ଅଘଟଣ । ଗାଧୋଇବା ବେଳେ ବୁଡିଗଲେ ୩ ସାଙ୍ଗ । ୨ ମୃତ, ଜଣେ ନିଖୋଜ

କନକ ବ୍ୟୁରୋ : ଗାଧୋଇବା ବେଳେ ବୁଡିଗଲେ ୩ ସାଙ୍ଗ । ରାଉରକେଲା କୋଏଲ ନଦୀରେ ଜମସରା ଘାଟିରେ ଘଟିଛି ଏଭଳି ଅଘଟଣ । ବଣଭୋଜି କରିବାକୁ ଯାଇଥିବା ବେଳେ ୩ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ବୁଡିଯିବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଯାଏଁ ଅନ୍ୟ ଜଣେ ନିଖୋଜ ଅଛନ୍ତି ।

ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଯାଏ ଜଣଙ୍କର ପତ୍ତା ମିଳିନି । ୩ ଜଣ ହେଉଛନ୍ତି ସେକ୍ଟର ୫, ସେକ୍ଟର ୮ ଆଉ ଛେଣ୍ଡ ଅଂଚଳର । ପ୍ରଥମେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଖୋଜା ଖୋଜି ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ ।

ରାଉରକେଲାର ଜମସେରା ଦେଇ ପ୍ରବାହିତ ହେଉଥିବା କୋଏଲ ନଦୀ ଘାଟକୁ କିଛି ପିଲା ବଣଭୋଜି କରିବାକୁ ଆସିଥିଲେ। ସେମାନେ ବଣଭୋଜି କରୁଥିବା ବେଳେ ତା ମଧ୍ୟରୁ ୩ ଜଣ ନଦୀକୁ ଗାଧୋଇବାକୁ ଆସି ନଦୀରେ ବୁଡି ଯାଇଥିଲେ । ଏହାକୁ ଦେଖି ଅନ୍ୟ ସାଙ୍ଗମାନେ ସଂଗେ ସଂଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଂଚି ଅନେକ ଖୋଜା ଖୋଜି କରିବା ପରେ ୨ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏବେ ଅନ୍ୟ ଜଣେ ନିଖୋଜ ଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ।

from Kanak News
via <a href="https://ifttt.com/?

ବଣଭୋଜି କରିବାକୁ ଆସି ନଦୀରେ ବୁଡିଗଲେ ୩ ସାଙ୍ଗ । ଜଣଙ୍କର ମୃତ ଦେହ ଉଦ୍ଧାର । ଅନ୍ୟ ୨ ଜଣଙ୍କୁ ଖୋଜୁଛି ଅଗ୍ନିଶମ ବିଭାଗ

କନକ ବ୍ୟୁରୋ : ରାଉରକେଲା ଜମସେରା ଅଞ୍ଚଳରେ ଭୋଜି କରିବାକୁ ଆସି ୩ ଜଣ ସାଙ୍ଗ ନଦୀରେ ଗାଧୋଉଥିବା ବେଳେ ବୁଡିଯାଇଥିଲେ। ଏହାକୁ ନେଇ ଅନ୍ୟ ସାଙ୍ଗମାନେ ଅଗ୍ନିସମ ବାହିନୀକୁ ସୂଚନା ଦେବା ପରେ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଂଚି ଅନେକ ଖୋଜା ଖୋଳି କରିବା ପରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ୨ ଜଣ ଏବେ ବି ନିଖୋଜ ଅଛନ୍ତି ।

ସୂଚନା ମୁତାବକ ରାଉରକେଲାର ଜମସେରା ଦେଇ ପ୍ରବାହିତ ହେଉଥିବା କୋଏଲ ନଦୀ ଘାଟକୁ କିଛି ପିଲା ବଣଭୋଜି କରିବାକୁ ଆସିଥିଲେ। ସେଠରେ ସେମାନେ ବଣଭୋଜି କରୁଥିବା ବେଳେ ତା ମଧ୍ୟରୁ ୩ ଜଣ ନଦୀକୁ ଗାଧୋଇବାକୁ ଆସି ନଦୀରେ ବୁଡି ଯାଇଥିଲେ । ଏହାକୁ ଦେଖି ଅନ୍ୟ ସାଙ୍ଗମାନେ ସଂଗେ ସଂଗେ ଅଗ୍ନିସମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିସମ ବାହିନୀ ସେଠାରେ ପହଂଚି ଅନେକ ଖୋଜା ଖୋଜି କରିବା ପରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏବେ ଅନ୍ୟ ୨ ଜଣ ନିଖୋଜ ଥିବା ବେଳେ ଅଗ୍ନିସମ ବାହିନୀ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ।

from Kanak News
via <a href="https://ifttt.com/?

ନିରବ ମୋଦିର ଭାଇ ନାମରେ ଆମେରିକାରେ ରୁଜୁ ହେଲା ମାମଲା । ହୀରା କମ୍ପାନୀରୁ ୧୯ କୋଟି ଟଙ୍କା ଚୋରୀ ଅଭିଯୋଗ

କନକ ବ୍ୟୁରୋ : ପଳାତକ ହୀରା ବେପାରୀ ନିରବ ମୋଦିର ଭାଇ ନେହଲ ମୋଦିଙ୍କ ଆସିଛି ସାଂଘାତିକ ଅଭିଯୋଗ । ନେହଲ ମୋଦି ଦୁନିଆର ବଡ ହୀରା କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ କମ୍ପାନୀରୁ ବହୁମୁଖୀ ଯୋଜନା ନାମରେ ୧୯ କୋଟି ଟଙ୍କା ଚୋରୀ କରିଥିବା ଅଭିଯୋଗ ହୋଇଛି ।

ଅସଲରେ ନେହଲ ମୋଦି ଉପରେ ଆମେରିକାର ମେନହାଟନ ଠାରେ ଥିବା ଏକ ହୀରା ହୋଲସେଲିଂ କମ୍ପାନୀ ୨.୬ ମିଲିୟନ ଡଲାର (୧୯ କୋଟି ଟଙ୍କା) ର ହୀରା ଚୋରୀ କରିଥିବା ଅଭିଯୋଗ କରିଛି । ଏନେଇ କମ୍ପାନୀ ପକ୍ଷରୁ ଆମେରିକାର ସୁପ୍ରିମ କୋର୍ଟରେ ଅଭିଯୋଗ କରାଯାଇଛି । ତେଣୁ ଏବେ ନେହଲ ମୋଦିଙ୍କୁ ସୁପ୍ରିମକୋର୍ଟର ଚକ୍କର କାଟିବାକୁ ପଡିବ । ନ୍ୟୁର୍ୟକ ଆଇନ ମୁତାବକ ପ୍ରଥମ ଡିଗ୍ରୀ ର ବଡ ଚୋରୀ ଅପରାଧ ଅର୍ଥାତ (୧ ମିଲିୟନ ଡଲାରରୁ ଅଧିକ ଚୋରୀ) ଅନୁସାରେ ଏହା ଉପରେ ବିଚାର କରାଯିବ ।

ନେହଲ ମୋଦି ୨୦୧୫ ଆରମ୍ଭରୁ ଏଭଳି ଭାବେ କମ୍ପାନୀ ସହିତ ଧୋକ୍କା ଦେବା ଆରମ୍ଭ କରିଥିଲା । ନେହଲ ଏକ କମ୍ପାନୀ ସହିତ ମିଶି ପ୍ରଦର୍ଶନ କରିବା ନାମରେ ନ୍ୟୁର୍ୟକର ଏକ ହୀରା କମ୍ପାନୀ ଠାରୁ ୨.୬ ମିଲିୟନ ଡଲାରର ହୀରା ଗହଣା ଆଣିଥଲେ । ଅଭିଯୋଗ ମୁତାବକ ୨୦୧୫ ମସିହାରେ ଉକ୍ତ କମ୍ପାନୀକୁ ନେହଲ ୮,୦୦,୦୦୦ ଡଲାର ମୂଲ୍ୟର ହୀରା ଦେବାକୁ କହିଥିଲେ । ସେ କହିଥିଲେ କି ଏହି ହୀରା ଗହଣାକୁ ସେ ବିକ୍ରି ପାଇଁ କାଷ୍ଟକୋ ନାମକ କମ୍ପାନୀ ସହିତ ଯୋଗା ଯୋଗ କରିଛନ୍ତି । କାଷ୍ଟକୋ ଏକ ନେଟୱାର୍କ କମ୍ପାନୀ , ଯିଏ କି ନିଜ କମ୍ପାନୀର ସଦସ୍ୟ ମାନଙ୍କୁ କମ୍ ମୂଲ୍ୟରେ ହୀରା ଯୋଗାଇଥାଏ ।

କହିରଖୁ କି ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଯେଉଁ ୧୩.୫୦୦ କୋଟି ଟଙ୍କା ଋଣ ନେଇଛନ୍ତି ସେହି ମାମଲାରେ ବି ନେହଲ ମୋଦିଙ୍କ ନାମ ରହିଛି । ଭାରତ ସରକାର ଲଗାତର ଭାବେ ନିରବ ଓ ନେହଲଙ୍କୁ ଭାରତକୁ ଆଣିବାକୁ ଚେଷ୍ଟା ଚଳାଇଛି । ଭାରତ ସରକାରଙ୍କ ଅନୁରୋଧ କ୍ରମେ ଇଣ୍ଟରପୋଲ ବି ନେହଲ ମୋଦିଙ୍କ ନାମରେ ରେଡ ନୋଟିସ୍ ଜାରି କରିଛି ।

from Kanak News
via <a href="https://ifttt.com/?

ସ୍କାଏ କିଙ୍ଗ ଠକେଇ ମାମଲାରେ ଆକାଶ ପାଠକଙ୍କୁ ଜେରା ବେଳେ ମିଳିଛି ତଥ୍ୟ: ଖୁବ୍ ଶୀଘ୍ର ତଦନ୍ତ ନିର୍ଣ୍ଣାୟକ ମୋଡରେ ପହଞ୍ଚିବ ବୋଲି ଡିସିପିଙ୍କ ସୂଚନା

କନକ ବ୍ୟୁରୋ: ସ୍କାଏ କିଙ୍ଗ ଟଙ୍କା ଜାଲିଆତି ଘଟଣାରେ ୪ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ପଚରାଉଚରା କରିଛି କମିନରେଟ ପୁଲିସ ଆଜି ରିମାଣ୍ଡର ଶେଷ ଦିନ । ରିମାଣ୍ଡ ସରିବା ପରେ ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ । ତେବେ ଖାରବେଳନଗର ଥାନାରେ ଯେଉଁ ମାମଲା ହୋଇଥିଲା , ସେ ନେଇ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ଆକାଶଙ୍କୁ ରିମାଣ୍ଡରେ ନେଇଥିଲେ ।

ଯେଉଁ ଉଦେଶ୍ୟରେ ଆକାଶକୁ ନେଇଥିଲେ ତାହା ବହୁ ପରିମାଣରେ ସଫଳ ହୋଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ମାମଲାର ତଦନ୍ତ ଅଗ୍ରସର ହୋଇଛି । ଖୁବ ଶୀଘ୍ର କେସଟି ନିର୍ଣ୍ଣାୟକ ମୋଡରେ ପହଚିଂବ ବୋଲି ଡିସିପି କହିଛନ୍ତି ।

from Kanak News
via <a href="https://ifttt.com/?

ପରୀ ପାଇଁ ଆଜିଠୁ ବିଜେପିର ପଦଯାତ୍ରା: ଭୁବନେଶ୍ୱରରୁ ନୟାଗଡ ଯଦୁପୁରକୁ ପଦଯାତ୍ରା କରୁଛି ଦଳ; ମନ୍ତ୍ରୀ ଅରୁଣ ସାହୁଙ୍କୁ ବରଖାସ୍ତ ଓ ସିବିଆଇ ତଦନ୍ତ ଦାବି

କନକ ବ୍ୟୁରୋ: ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା । ଭୁବନେଶ୍ୱରରୁ ନୟାଗଡ ଯଦୁପୁୁରକୁ ବିଜେପିର ଏହି  ପଦଯାତ୍ରା ବାହାରିଛି । ବିଜେପି ପକ୍ଷରୁ ୫ ଦିନ ଧରି ଆଜିଠାରୁ ଆସନ୍ତା ୨୪ ତାରିଖ ଯାଏଁ ଏହି ପଦଯାତ୍ରା ଚାଲିବ । ଆଜି ଲିଙ୍ଗରାଜ ମନ୍ଦିରରୁ ବାହାରିଥିବା ପଦଯାତ୍ରା ଯାଆଁଳା ପହଚିଂବ । ୨୧ରେ ଯାଆଁଳାରୁ ସାରୁଅ, ୨୨ରେ ସାରୁଅରୁ ପିଚୁକାଳି, ୨୩ରେ ପିଚୁକୁଳିରୁ ଇଟାମାଟି, ୨୪ରେ ଇଟାମାଟିରୁ ଯଦୁପୁର ପହଚିଂବ ପଦଯାତ୍ରା । ୨୪ ତାରିଖରେ ଯଦୁପୁରରେ ଏକ ବଡ଼ ସଭାର ଆୟୋଜନ କରିବ ବିଜେପି । ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଦାବି କରିବା ସହ ଘଟଣା ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

ଅନ୍ୟପଟେ, ପରୀ ମୃତ୍ୟୁ ଉପରୁ ହଟିବ ପରଦା । ପରୀ ମୃତ୍ୟୁ ମାମଲାରେ ଅପରାଧୀ ଚିହ୍ନଟ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ଗିରଫ ହେବାର ସମ୍ଭାବନା ଥିବା ଏସଆଇଟି ପକ୍ଷରୁ ସୂଚନା ଦିଆଯାଇଛି । ପରୀ ମୃତ୍ୟୁ ମାମଲାରେ ଏସଆଇଟି ଖୋଳତାଡ଼ କରୁଛି । ଗତକାଲି ଯଦୁପୁର ଗାଁରେ ପହଂଚି ୩ ଜଣଙ୍କୁ ଉଠାଇ ନେଇଥିଲା ଏସ୍ଆଇଟି । ସନ୍ଦିଗ୍ଧ ଯୁବକ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ନେଇଥିଲା ଏସ୍ଆଇଟି ଟିମ୍ । ଆଜି ସରୋଜର ମା ଓ ଭଉଣୀଙ୍କୁ ଛାଡିଦେଇଛନ୍ତି । ଏହା ସହ ଗତକାଲି ପରୀ ମୃତ୍ୟୁର ତଦନ୍ତ ନେଇ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । କୌଣସି କେନ୍ଦ୍ରୀୟ ସଂସ୍ଥା ଦ୍ୱାର ମାମଲା ଯାଂଚ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସୁପାରିସ କରିଥିଲେ । ଜୁଲାଇ ୧୪ ତାରିଖରେ ନୟାଗଡ ଯଦୁପୁର ଗାଁରୁ ପରୀ ନିଖୋଜ ହୋଇଯାଇଥିଲା । ଜୁଲାଇ ୨୩ରେ ଘର ପଛପଟ ପୋଖରୀ ପାଖରୁ ପରୀର ମୃତଦେହ ମିଳିଥିଲା ।

from Kanak News
via <a href="https://ifttt.com/?

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବରେ କେନ୍ଦ୍ରକୁ ଟାର୍ଗେଟ: ଦଳ କହିଲା, କେନ୍ଦ୍ରର ଅବହେଳା..ରାଜ୍ୟର ବିକାଶ ଦିଗରେ ବାଧକ

କନକ ବ୍ୟୁରୋ : ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଚାଲିଛି । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିଛି । ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବରେ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି । ଦଳ କହିଛି କେନ୍ଦ୍ରର ଅବହେଳା, ରାଜ୍ୟର ବିକାଶ ଦିଗରେ ବାଧକ । ତେବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଜାରି ରହିବ ଲଢେଇ । ସେହିପରି କାର୍ଯ୍ୟକାରିଣୀ ବୈଠକରେ ୮ଟି ସଂଶୋଧନ ଉପରେ ପ୍ରସ୍ତାବ ରହିଛି । ୨୦୧୦ରେ ବିଜେଡି ସମ୍ବିଧାନ ସଂଶୋଧନ ହୋଇଥିଲା । କିଛି ସମୟ ପରେ ସମ୍ବୋଧନ କରିବେ ବିଜେଡି ସୁପ୍ରିମୋ । ଏଥିରେ ଆଗାମୀ ଦିନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ । ସେହିପରି ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୁପରେଖ ପ୍ରସ୍ତୁତ କରାଯିବ ।

୧୮ ତାରିଖରେ ବିଜେଡିର ଯୁବ କାର୍ଯ୍ୟକାରିଣୀ ଓ ଆଜି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ । ଉଭୟ ବୈଠକରେ ବିଶେଷ ଭାବେ ପୁଣି ଥରେ କେନ୍ଦ୍ର ଅବହେଳାକୁ ଗୁରୁତ୍ୱ ଦେଇଛି ଦଳ । ବିରୋଧୀ ଏହାକୁ ବିଜେଡିର ପାରମ୍ପାରିକ ରଣ କୌଶଳ କହୁଥିବା ବେଳେ ରାଜ୍ୟର ବିକାଶ ଦିଗରେ କେନ୍ଦ୍ର ଅବହେଳାର ବାସ୍ତବ ଚିତ୍ର ଲୋକମାନଙ୍କ ଆଗରେ ରଖିବାକୁ ଚାହୁଁଛି ବିଜେଡି । ୫ ପାଳିର ଶାସନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସହଯୋଗ କରିଛି । ହେଲେ ରାଜ୍ୟର ସାଂସଦ ମାନେ ଯେଭଳି ଭାବେ କେନ୍ଦ୍ରରୁ ନିଜ ରାଜ୍ୟର ହକ୍ ଆଣିବା କଥା ସେଥିରେ ସେମାନେ ବିଫଳ ହୋଇଛନ୍ତି । ଯେମିତି କି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ ଜଳ ବିବାଦର ସ୍ଥ୍ରାୟୀ ସମାଧାନ । ଜିଏସଟିରୁ ରାଜ୍ୟ ଭାଗ ଭଳି କ୍ଷେତ୍ରରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ତାଙ୍କର ସଠିକ୍ ପାପ୍ୟ ପାଇ ପାରି ନାହାନ୍ତି ।

from Kanak News
via <a href="https://ifttt.com/?

କରୋନାର ନୂଆ ପ୍ରକାରକୁ ନେଇ ବ୍ରିଟେନରେ ବଢିଲା ଆଶଙ୍କା । ଡିସେମ୍ବର ୩୦ ଯାଏ ସରକାର ଜାରି କଲେ ଲକଡାଉନ୍ । ଖ୍ରୀଷ୍ଟମାସ ପାଳନରେ ଲାଗିଲା ପ୍ରତିବନ୍ଧକ

କନକ ବ୍ୟୁରୋ : କରୋନାର କେତେ ରୂପ ଓ କେତେ ପ୍ରକାର । ଆମେ ସାଧାରଣତ ଭାବେ କରୋନାକୁ ଏଭ ଭୂତାଣୁ ଜନିତ ବାୟୁ ବାହକ ରୋଗ । ହେଲେ ବିଶ୍ୱରେ କରୋନା ରୋଗ ଯେତେ ପୁରୁଣା ହେଉଛି ତ ସେତେବେଳେ କରୋନାର ବିଭିନ୍ନ ରୂପ ବା ପ୍ରକାର ଆବିସ୍କାର କରୁଛନ୍ତି ବୈଜ୍ଞାନିକ ମାନେ । ଏବେ ଏଣ୍ଡନ ଓ ଏହାର ଆଖ ପାଖ ଆଞ୍ଚଳରେ ଏକ ନୂଆ ପ୍ରକାର ଭେଦର କରୋନା ଦ୍ରୁତ ଗତିରେ ବ୍ୟାପୁ ଥିବାରୁ ଏହା ବ୍ରିଟେନ୍ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଡିସେମ୍ବର ୩୦ ତାରିଖ ଯାଏ ରାଷ୍ଟ୍ରୀୟ ଲକଡାଉନ୍ ଜାରି କରିଛନ୍ତି । ଏହା ସହ ଖ୍ରୀଷ୍ଟମାସ ସମୟରେ ଭିଡ, କେଳାହଳ କୁ ଦୃଷ୍ଟିରେ ରଖି ପୂର୍ବରୁ କୋହଳ କରାଯାଇଥିବା ପ୍ରତିବନ୍ଧକକୁ ମଧ୍ୟ ବାତିଲ୍ କରାଯାଇଛି ।

ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି କି ଏବେ ଦେଖା ଦେଇଥିବା ନୂଆ ପ୍ରକାରର ଭୁତାଣୁ ସଂପର୍କରେ ଅଧିକ ସୂଚନା ମିଳିପାରି ନାହିଁ । ଏହାସହ ନୂତନ କରୋନା ଭୂତାଣୁ ପୁରୁଣା ଭୂତାଣୁ ଠାରୁ କେତେ କମ୍ ବା ଅଧିକ ମାରାତ୍ମକ ତା ଉପରେ ଗବେଷଣା ଚାଲିଥିବା ବେଳେ ଏହା ଉପରେ ଟିକା କେତେ ପରିମାଣର ପ୍ରଭାବଶାଳୀ ତାହା ଉପରେ ବି ବୈଜ୍ଞାନିକ ମାନେ ଅନୂୁଧ୍ୟାନ କରୁଛନ୍ତି । ଏହି ନୂତନ ପ୍ରକାର କରୋନା ଭୂତାଣୁ ବାବଦରେ ଆମ ପାଖରେ ସଠିକ୍ ତଥ୍ୟ ନଥିବାରୁ ଏହାକୁ ନେଇ ଯଥେଷ୍ଟ ସତର୍କତାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ଲଣ୍ଡନରେ ପୂର୍ବରୁ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ସମୟରେ ସରକାରା କଠୋର ପ୍ରତିବନ୍ଧକ ଲଗାଇଥିଲେ । ହେଲେ ଗତକାଲି ଜାରି ହୋଇଥିବା ପ୍ରତିବନ୍ଧକ ଆଜି ସକାଳ ଠାରୁ ଡିସେମ୍ବର ୩୦ ତାରିଖ ଯାଏ ବଳବତ୍ତର ରହିବ । ଡିସେମ୍ବର ୩୦ ପରେ ସଂକ୍ରମଣର ସ୍ଥିତିକୁ ଦେଖି ଏହା ଉପରେ ପୁନ ବିଚାର କରାଯିବ ବୋଲି ବୋରିକ୍ ଜନସନ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

from Kanak News
via <a href="https://ifttt.com/?

ଆଜି କେନ୍ଦ୍ରମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ । ବୀରଭୂମରେ ରବୀନ୍ଦ୍ର ନାଥ ଟେଗୋରଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି । ଶାନ୍ତି ନିକେତନରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ହେଲେ ସାମିଲ

କନକ ବ୍ୟୁରୋ : ବିହାର ପରେ ଏବେ ଶାହାଙ୍କ ମିଶନ ବଙ୍ଗଳା । ଦିଦିଙ୍କ ହାତରୁ ଛଡାଇ ନେବେ କ୍ଷମତା । ବଙ୍ଗଳାବାସୀଙ୍କୁ ଉପହାର ଦେବେ ସୁନାର ବାଙ୍ଗଲା । ଏମିତି କିଛି ସ୍ୱପ୍ନ ଦେଖାଇ ବିଜେପି ଆରମ୍ଭ କରିଛି ମିଶନ ବାଙ୍ଗଲା କାର୍ଯ୍ୟକ୍ରମ । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଏହି ଗସ୍ତର ଦ୍ୱିତୀୟ ଦିନରେ ସେ ଆଜି ବୀରଭୁମ୍ ଶାନ୍ତି ନିକେତନରେ ଥିବା ଗୁରୁଦେବ ରବିନ୍ଦ୍ରନାଥ ଟ୍ୟାଗୋରଙ୍କୁ ପୁସ୍ପାଂଜଳୀ ଅର୍ପଣ କରିଛନ୍ତି । ବୀରଭୁମ ରବିନ୍ଦ୍ରନାଥ ଟ୍ୟାଗୋରଙ୍କ ଜନ୍ମସ୍ଥଳୀ ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶାହଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶାନ୍ତିନିକେତନ ରବିନ୍ଦ୍ର ଭବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗୃହମନ୍ତ୍ରୀ ଅମିତ୍ ଶାହ ସେଠାରେ ଉପସ୍ଥିତ ରହି ଏହାକୁ ମନଭରୀ ଉପଭୋଗ କରିଥିଲେ । ଶାହ ବୀରଭୁମ୍ରେ ପହଂଚିବା ପରେ ବିଜେପି କାର୍ଯ୍ୟକର୍ତାଙ୍କ ପକ୍ଷରୁ ତାଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବୀରଭୁମ୍ ଟିଏମସିର ଗଡ଼ ହୋଇଥିବା ବେଳେ ଏହାକୁ ଭାଙ୍ଗିବା ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି । ଏହା ପରେ ବୀରଭୁମର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଶାହଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତକାଲି ଶାହ ରାମକୃଷ୍ଣ ମିଶନରେ ପହଂଚିଥିଲେ । ଏହା ପରେ ମେଦିନାପୁରରେ ଏକ ବିରାଟ ଜନସଭାକୁ ସମ୍ବୋଦ୍ଧିତ କରିଥିଲେ ଶାହ । ଏହି ଜନସଭାରେ ନିକଟରେ ଟିଏମସିରୁ ଇସ୍ତଫା ଦେଇଥିବା ବିଧାୟକ ମାନେ ଉପସ୍ଥିତ ଥିଲେ ।

ଗତକାଲିର ସ୍ଥିତି ଦେଖିଲେ ମମତାଙ୍କ ହାତରୁ ଯେ କ୍ଷମତା ଯିବ ଏକଥା ଅନୁମାନ କରାଯାଉଛି । ହେଲେ ନିର୍ବାଚନକୁ ଆହୁରି ଅନେକ ଦିନ ବାକି ଥିବା ବେଳେ ପଶ୍ଚିମବଙ୍ଗରେ ଯେଭଳି ରକ୍ତର ରାଜନୀତି ଚାଲିଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

from Kanak News
via <a href="https://ifttt.com/?

ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ: ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷାଙ୍କ ଏତଲା ଭିତରେ ନିଜଆଡୁ ମାମଲା ରୁଜୁ କଲା ପୁରୀଘାଟ ଥାନା ପୋଲିସ

କନକ ବ୍ୟୁରୋ : ଓଲିଉଡ ସୁପରଷ୍ଟାର ତଥା ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା । ପୁରୀ ଘାଟ ଥାନାରେ ଅନୁଭବଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ବର୍ଷା ପ୍ରିୟଦର୍ଶନୀଙ୍କ ଏତଲା ଆଧାରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୁଲିସ । ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଏତଲା କରିଥିଲେ । ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଅନୁଭବ ଓ ତାଙ୍କ ସହଯୋଗୀଙ୍କୁ ଏନେଇ ପୁଲିସ ପଚରାଉଚରା କରିଛି । ଦୁଇ ଦିନ ତଳେ ବର୍ଷା ଓ ଅନୁଭବଙ୍କ ଯୁକ୍ତିତର୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଭାଇରାଟ ଭିଡିଓ ନେଇ ବର୍ଷା ଅଭିଯୋଗ କରିଥିଲେ ।

ସେପଟେ ଆଜି ପୁଲିସ ଡିଜିଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ଓ ତାଙ୍କ ପରିବାର ପ୍ରତି ଷଡଯନ୍ତ୍ର ଚାଲିଛି । ଚିଠି ସହ ପୁଲିସ ଡିଜିଙ୍କ ପାଖରେ କିଛି ଘଟଣାକୁ ଦର୍ଶାଇଛନ୍ତି ଅନୁଭବ । ଚିଠିରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ନାଁ ଦର୍ଶାଇଛନ୍ତି । କିଛି ଦିନ ତଳେ ବର୍ଷା ପ୍ରୟିଦର୍ଶିନୀ ଓ ତାଙ୍କ ଦୁଇଉଭଣୀଙ୍କ ସହିତ ଫୋନ କଥା ହେଉଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର ହେଉଥିବା ଅଭିଯୋଗ ଆଣିଛନ୍ତି ଅନୁଭବ । ତେଣୁ ଏହି ଅଡିଓର ସତ୍ୟାସତ୍ୟ ଯାଂଚ କରିବାକୁ ସେ ଦାବି କରିଛନ୍ତି । ଯଦି ଅଡିଓ ମିଛ ହୋଇଥାଏ ତାହାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

ତେବେ ଜଣେ ଲୋକ ପ୍ରତିନିଧି ଓ ଜଣେ ଅଭିନେତ୍ରୀ । ଉଭୟ ଲୋକମାନଙ୍କ ପାଇଁ ଆଦର୍ଶ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ଏଭଳି ବିବାଦ ଲୋକମାନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରୁଛି ଯେ ଆଦର୍ଶ ମାନେ ବି ସାଧାରଣ ଆମଭଳି ଜୀବନ ଯାପନ କରନ୍ତି । ଆମଭଳି ବି ସେମାନଙ୍କ ଘରେ କଳି ଝଗଡା ଥାଏ । ମନାନ୍ତର ମତାନ୍ତର ବି ଥାଏ । ହେଲେ ସେମାନେ କେବଳ ପରଦା ଉପରେ ଓ ଜନସଭାରେ ଆମ ମାନଙ୍କୁ ଶୃଙ୍ଖଳିତ ଜୀବନ ଜିଇଁବାକୁ ଉପଦେଶ ଦେଇଥା’ନ୍ତି ହେଲେ ନିଜ ଜୀବନରେ ସେ ସେବୁଠାରୁ ଅନେକ ଦୂରରେ ରହିଥା’ନ୍ତି । ଅନ୍ୟପଟେ ଗାନ୍ଧୀଙ୍କ ବାଣୀ ‘ମୁଁ ଯାହା କହୁଛି ତାହା କର ହେଲେ ମୁଁ ଯାହା କରୁଛି ତାକୁ ନେଇ ପ୍ରଶ୍ନ ପଚାର ନାହିଁ’ ର ସଠିକ୍ ବ୍ୟବହାର କରନ୍ତି ଏହି ତଥା କଥିତ ଆଦର୍ଶ ମାନେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started