ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି । ହଠାତ କ୍ୟାବିନେଟ୍ ଡାକି ସଂସଦ ଭଙ୍ଗ କରିବାକୁ ଘୋଷଣା

କନକ ବ୍ୟୁରୋ : ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ରବିବାର ହଠାତ୍ କ୍ୟାବିନେଟ୍ ବୈଠକ ଡାକି ସଂସଦ ଭଙ୍ଗ କରିବାକୁ ଘୋଷଣା କରିଛନ୍ତି । ଏନେଇ କ୍ୟାବିନେଟ୍ ର ସୁପାରିଶକୁ ସେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡିଛି ।ନେପାଳର ଶକ୍ତି ମନ୍ତ୍ରୀ ବର୍ଷମାନ ପୁନ୍ ଙ୍କ କହିବା ମୁତାବକ ପ୍ରଧାନମନ୍ତ୍ରୀ କେ,ପି ଶର୍ମା ଓଲି ହଠାତ ଜରୁରୀକାଳୀନ କ୍ୟାବିନେଟ୍ ବୈଠକ ଡାକିଥିଲେ । ଏହି ବୈଠକରେ ପ୍ରଥମେ ସେ ସଂସଦ ଭଙ୍ଗ କରିବାକୁ ପ୍ରସ୍ତାବ ରଖିଥିଲେ । ଏହାପରେ ଏହି ପ୍ରସ୍ତାବକୁ ସେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଏନେଇ ନେପାଳ କମ୍ୟୁନିଷ୍ଟ ପାର୍ଟିର ପ୍ରବକ୍ତା ନାରାୟଣଜୀ ଶ୍ରେଷ୍ଠ କହିଛନ୍ତି କି ଏଭଳି ନିଷ୍ପତ୍ତି ହଠାତ୍ ନିଆଯାଇଛି, କାରଣ ଆଜିର କ୍ୟାବିନେଟ୍ ବୈଠକରେ ସମସ୍ତ ମନ୍ତ୍ରୀ ମାନେ ଉପସ୍ଥିତ ନଥିଲେ । ଏହା ଲୋକତାନ୍ତ୍ରିକ ମାନଦଣ୍ଡର ବିରୋଧାଚରଣ ଓ ଏଭଳି ନିଷ୍ପତ୍ତି ଦେଶକୂୁ ଅନେକ ପଛକୁ ଫେରାଇ ନେବ ଓ ଏହାକୁ ରାଷ୍ଟ୍ରପତି ଗ୍ରହଣ ନକରିବା ଉଚିତ୍ ବୋଲି ସେ କହିଛନ୍ତି ।

ନେପାଳରେ ଏଭଳି ରାଜନୈତିକ ଘଟଣାକ୍ରମ ସେତେବେଳେ ଦେଖା ଦେଇଛି ଯେତେବେଳେ ନେପାଳ କଂଗ୍ରେସ ଅଭିଯୋଗ ଆଣିଥିଲା କି ଓଲି ସରକାର ଖୋଲା ଖୋଲି ଭାବେ ରାଜତନ୍ତ୍ରରେ ବିଶ୍ୱାସ କରୁଥିବା ଲୋକଙ୍କୁ ଖୋଲା ଖୋଲି ସମର୍ଥନ କରୁଛନ୍ତି ।

ନେପାଳର ମୁଖ୍ୟ ବିରୋଧିଦଳ ନେପାଳୀ କଂଗ୍ରେସ ଅଭିଯୋଗ ଆଣିଥିଲା କି ଓଲି ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ଥିବା ରାଜତନ୍ତ୍ର ସମର୍ଥକ ମାନଙ୍କ ରାଲିକୁ ଯୋଜନାବଦ୍ଧ ଭାବେ ସମର୍ଥନ କରୁଛନ୍ତି । ଯେଉଁ ରାଲିରେ କି ଦେଶର ଗଣତନ୍ତ୍ର ବ୍ୟବସ୍ଥାକୁ ଭଙ୍ଗକରି ପୁଣି ରାଜତନ୍ତ୍ର ବ୍ୟବସ୍ଥା ଲାଗୁ କରିବା ଓ ନେପାଳକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ଦାବି ହେଉଛି ।

କହିରଖୁ କି ଭାରତ-ଚୀନ ବିବାଦକୁ ନେଇ ଭାରତ ବିରୋଧରେ ନେପାଳ ସରକାର ନେଉଥିବା କଡା ଅଭିମୂୁଖ୍ୟକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନେପାଳ ମାଓବାଦୀ ପାର୍ଟିର ମୁଖ୍ୟ ରୂଦ୍ରବାହାଲ ପ୍ରଚଣ୍ଡଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏହାକୁ ନେଇ ଗୋଟିଏ ଗୋଷ୍ଠୀ ବାରମ୍ବାର ଓଲିଙ୍କ ବିରୋଧରେ ରାଲି କରୁଥିଲେ ।

from Kanak News
via <a href="https://ifttt.com/?

୨୫ ଦିନରେ ପହଂଚିଲା କୃଷକ ଆନ୍ଦୋଳନ । ଦିଲ୍ଲୀ ସୀମାରେ ଆଜି କୃଷକ ପାଳିବେ ସହିଦ ଦିବସ । ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ।

କନକ ବ୍ୟୁରୋ: ଦିଲ୍ଲୀ ସୀମାରୁ ହରିଆଣା, ଉତ୍ତର ପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ଚାଲିଥିବା କୃଷକ ଆନ୍ଦୋଳନ ୨୫ ଦିନରେ ପହଂଚିଛି । ଉଭୟ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ନିଷ୍ପତ୍ତି ହୋଇପାରୁ ନଥିବାରୁ ଏହି ଆନ୍ଦୋଳନ ଆହୁରି କେତେଦିନ ଚାଲିବ ତାହା କହିବା ମୁସ୍କିଲ । ହେଲେ ବର୍ତ୍ତମାନ ଏହାକୁ ନେଇ କିଛି ଆଲୋଚନା ହୋଇପାରୁ ନଥିବା ବେଳେ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ପୂର୍ବ ଦିନ ଭଳି ଚାଲୁ ରହିଛି ।

ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ରବିବାର ଦିନ ଅଚାନକ ଦିଲ୍ଲୀ ଗରୁଦ୍ୱାର ରକାବଗଞ୍ଜ ସାହିବା ଠାରେ ପହଂଚି ଧ୍ୟାନ କରିଛନ୍ତି । ସେପଟେ କୃଷି ଆନ୍ଦୋଳନକୁ ଆସି ପ୍ରାଣ ହରାଇଥିବା କୃଷକ ମାନଙ୍କ ଉଦ୍ଦେଶ୍ୟରେ ଆଜି କୃଷକ ମାନେ ସହୀଦ ଦିବସ ପାଳନ କରିବେ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହୀଦ କୃଷକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଭାରତୀୟ କିଷାନ ୟୁନିୟନର ମୁଖ୍ୟ ମାଙ୍ଗେରାମ ତ୍ୟାଗୀ ସୂଚନା ଦେଇଛନ୍ତି ।

ପଞ୍ଜାବରୁ ଆସି କୃଷି ଆନ୍ଦୋଳନକୁ ସହଯୋଗ କରୁଥିବା ସ୍ୱେଚ୍ଛାସେବୀ ମାନେ ସିଂଘୁ ସୀମାରେ ଏକ ପଗଡୀ ଲଙ୍ଗର ଆରମ୍ଭ କରିଛନ୍ତି । ଏଠାରେ କୃଷକ ମାନଙ୍କୁ ମାଗଣାରେ ପଗଡି ପିନ୍ଧା ଯାଉଥିବା ଦେଖିବାକୁ ମିଳିଛି । ଏହା ସହ ପଞ୍ଜାବରୁ ଆସିଥିବା ଟାଟୁ ଶିଳ୍ପୀ ମାନେ ବି କୃଷକ ମାନଙ୍କ ଶରୀରରେ ମାଗଣାରେ ଟାଟୁ କରୁଛନ୍ତି । ଟାଟୁ କରୁଥିବା ରବିନ୍ଦ୍ର ସିଂହ ନାମକ ଜଣେ ଟାଟୁ ଶିଳ୍ପୀ କହିଛନ୍ତି କି ସେ ଲୁଧିଆନାରୁ ଆସି ଏଠାରେ କୃଷକ ମାନଙ୍କ ହାତରେ ମାଗଣାରେ ଟାଟୁ କରୁଛନ୍ତି । ଯାହାଦ୍ୱାରା ସେ କୃଷକ ଆନ୍ଦୋଳନକୁ ସମର୍ଥନ କରନ୍ତି ବୋଲି ଗର୍ବ ଅନୁଭବ କରୁଥିବା କହିଛନ୍ତି ।

କେବଳ ଏତିକି ନୁହେଁ ପଞ୍ଜାବର ବିଭିନ୍ନ ମେଡିକାଲରୁ ଷ୍ଟାଫ୍ ମାନେ କୃଷକ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଦିଲ୍ଲୀ ସୀମାରେ ପହଂଚିଥିବା ଦେଖିବାକୁ ମିିଳିଛି । ସେମାନେ କହିଛନ୍ତି କି ସେମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରନ୍ତି ଓ ଏଠାରେ ଆନ୍ଦୋଳନରତ କୃଷକ ମାନଙ୍କର ସ୍ୱାସ୍ଥ୍ୟ ସେବା କରିବାକୁ ସେମାନେ ଏଠାରେ ପହଂଚିଛନ୍ତି ।

କହିରଖୁ କି ୨୫ ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନରେ ୨୫ ରୁ ଅଧିକ କୃଷକ ପ୍ରାଣ ହରାଇ ସାରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷକ ଅତ୍ୟାଧିକ ଥଣ୍ଡା ସହ୍ୟ ନକରିପାରି ପ୍ରାଣ ହରାଇଥିବା ବେଳେ ଅନ୍ୟ କିଛି ବିଭିନ୍ନ ରୋଗରେ ପ୍ରାଣ ହରାଇଛନ୍ତି । ହେଲେ ୨୫ ଜଣଙ୍କ ଜୀବନ ଜିବା ପରେ ବି ସରକାର ତାଙ୍କ ଜିଦ୍ ରେ ଅଟଳ ଥିବା ବେଳେ ଚାଷୀପୁଅ ବି ତାଙ୍କ ଜିଦରେ ଅଟଳ ରହିଛନ୍ତି । ଏହାରି ମଧ୍ୟରେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଗତକାଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟ କରିଥିଲେ । ଏହା ପରେ ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ କି ଆଶା କରାଯାଉଛି ୨/୩ ଦିନ ମଧ୍ୟରେ ଏନେଇ କିଛି ସ୍ପଷ୍ଟ ଚିତ୍ର ଆସିପାରେ !

from Kanak News
via <a href="https://ifttt.com/?

ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୮ଟି ସଂଶୋଧନ ଉପରେ ପ୍ରସ୍ତାବ: ୨୦୧୦ରେ ବିଜେଡି ସମ୍ବିଧାନ ସଂଶୋଧନ ହୋଇଥିଲା

କନକ ବ୍ୟୁରୋ: ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିଛି । ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୮ଟି ସଂଶୋଧନ ଉପରେ ପ୍ରସ୍ତାବ ରହିଛି । ୨୦୧୦ରେ ବିଜେଡି ସମ୍ବିଧାନ ସଂଶୋଧନ ହୋଇଥିଲା । କିଛି ସମୟ ପରେ ସମ୍ବୋଧନ କରିବେ ବିଜେଡି ସୁପ୍ରିମୋ । ଏଥିରେ ଆଗାମୀ ଦିନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ ।

ଏହାଛଡା ଦଳର ସାଂଗଠନିକ ବିଷୟ ଠାରୁ ଆରମ୍ଭ କରି ରାଜନୈତିକ ଓ ଅର୍ଥନୈତିକ ଆଦି ପ୍ରସଙ୍ଗରେ ପ୍ରସ୍ତାବ ଆସିବ । ସେହିପରି ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୁପରେଖ ପ୍ରସ୍ତୁତ କରାଯିବ । ଏହି ଅବସରରେ ନବ ନିର୍ବାଚିତ କର୍ମକର୍ତାଙ୍କୁ ଦାୟିତ୍ୱ ବଂଟନ ଓ ଆଗାମୀ ଦିନ ପାଇଁ ରଣକୌଶଳ ନିର୍ଦ୍ଧାରଣ କରାଯିବ । ୩୨ଟି ସାଂଗଠନିକ ଜିଲ୍ଲାରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଗୁରୁତ୍ୱ ଦିଆଯିବ ।

from Kanak News
via <a href="https://ifttt.com/?

ପରୀ ମୃତ୍ୟୁରୁ ହଟିବ ପରଦା? ଅପରାଧୀ ଚିହ୍ନଟ, ଆଜି ସଂଧ୍ୟା ସୁଦ୍ଧା ହୋଇପାରେ ଗିରଫ: ଏସଆଇଟି ପକ୍ଷରୁ ସୂଚନା

କନକ ବ୍ୟୁରୋ: ପରୀ ମୃତ୍ୟୁ ଉପରୁ ହଟିବ ପରଦା । ପରୀ ମୃତ୍ୟୁ ମାମଲାରେ ଅପରାଧୀ ଚିହ୍ନଟ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ଗିରଫ ହେବାର ସମ୍ଭାବନା ଥିବା ଏସଆଇଟି ପକ୍ଷରୁ ସୂଚନା ଦିଆଯାଇଛି । ପରୀ ମୃତ୍ୟୁ ମାମଲାରେ ଏସଆଇଟି ଖୋଳତାଡ଼ କରୁଛି । ଗତକାଲି ଯଦୁପୁର ଗାଁରେ ପହଂଚି ୩ ଜଣଙ୍କୁ ଉଠାଇ ନେଇଥିଲା ଏସ୍ଆଇଟି । ସନ୍ଦିଗ୍ଧ ଯୁବକ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ନେଇଥିଲା ଏସ୍ଆଇଟି ଟିମ୍ ।

ଆଜି ସରୋଜର ମା ଓ ଭଉଣୀଙ୍କୁ ଛାଡିଦେଇଛନ୍ତି । ଏହା ସହ ଗତକାଲି ପରୀ ମୃତ୍ୟୁର ତଦନ୍ତ ନେଇ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । କୌଣସି କେନ୍ଦ୍ରୀୟ ସଂସ୍ଥା ଦ୍ୱାର ମାମଲା ଯାଂଚ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସୁପାରିସ କରିଥିଲେ । ଜୁଲାଇ ୧୪ ତାରିଖରେ ନୟାଗଡ ଯଦୁପୁର ଗାଁରୁ ପରୀ ନିଖୋଜ ହୋଇଯାଇଥିଲା । ଜୁଲାଇ ୨୩ରେ ଘର ପଛପଟ ପୋଖରୀ ପାଖରୁ ପରୀର ମୃତଦେହ ମିଳିଥିଲା ।

ସେପଟେ ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା । ଭୁବନେଶ୍ୱରରୁ ନୟାଗଡ ଯଦୁପୁୁରକୁ ବିଜେପିର ଏହି ପଦଯାତ୍ରା ବାହାରିଛି । ଏଇଥି ପାଇଁ ଭୁବନେଶ୍ୱରରେ ପହଁଚିଛନ୍ତି ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭାନତି ଶ୍ରୀନିବାସନ । ଭୁବନେଶ୍ୱରରେ ପହଁଚିବା ପରେ ସେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ବିଜେପି ପକ୍ଷରୁ ୫ ଦିନ ଧରି ଆଜିଠାରୁ ଆସନ୍ତା ୨୪ ତାରିଖ ଯାଏଁ ଏହି ପଦଯାତ୍ରା ଚାଲିବ । ଆଜି ଲିଙ୍ଗରାଜ ମନ୍ଦିରରୁ ପଦଯାତ୍ରା ବାହାରି ଯାଆଁଳା ପହଚିଂବ । ୨୧ରେ ଯାଆଁଳାରୁ ସାରୁଅ, ୨୨ରେ ସାରୁଅରୁ ପିଚୁକାଳି, ୨୩ରେ ପିଚୁକୁଳିରୁ ଇଟାମାଟି, ୨୪ରେ ଇଟାମାଟିରୁ ଯଦୁପୁର ପହଚିଂବ ପଦଯାତ୍ରା । ୨୪ ତାରିଖରେ ଯଦୁପୁରରେ ଏକ ବଡ଼ ସଭାର ଆୟୋଜନ କରିବ ବିଜେପି । ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଦାବି କରିବା ସହ ଘଟଣା ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

from Kanak News
via <a href="https://ifttt.com/?

କାଲି ପୁରୀ ପରେ ଆଜି କେନ୍ଦ୍ରାପଡା ଗସ୍ତରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ: କେନ୍ଦ୍ରାପଡା ଓ ମହାକାଳପଡା ବ୍ଲକରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ଯୋଜନାର ସମୀକ୍ଷା

କନକ ବ୍ୟୁରୋ: ଗତକାଲି ପୁରୀ ପରେ ଆଜି କେନ୍ଦ୍ରାପଡା ମହାକାଳପଡ ବ୍ଲକ ଯାଇଛନ୍ତି ଫାଇଭ ଟି ସଚିବ ଭି.କେ.ପାଣ୍ଡିଆନ । ଆଖଡାଶାହୀ କ୍ଷେତ୍ର ପରିଦର୍ଶନ କରଛନ୍ତି ପାଣ୍ଡିଆନ । ପାରାଦୀପ ପଟରୁ ଏକ ବୋଟ ସାହାର୍ଯ୍ୟରେ ଆସି ବାହାକୁଦ ଘାଟରେ ଓହ୍ଲାଇଥିଲେ । ଏହା ପରେ ବିଧାୟକ ଅତନୁ ସବ୍ୟସାଚି ନାୟକ ଓ ଜିଲ୍ଲାପାଳଙ୍କ ସହିତ ବନ୍ଦର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

ପାଣ୍ଡିଆନଙ୍କ ସହ  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଆଖଡାଶାହୀ ପରିଦର୍ଶନ କରିଥିଲେ । କେନ୍ଦ୍ରାପଡା ଓ ମହାକାଳପଡା ବ୍ଲକରେ ଏକ ନଦୀ ଭିର୍ତିକ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏହି ପ୍ରସ୍ତାବିତ ବନ୍ଦର ମହାନଦୀ ସଂଲଗ୍ନ ୩୦୦ ଏକର ଅଂଚଳରେ ପ୍ରତିଷ୍ଠା ପାଇଁ ଯୋଜନା ରହିଛି । ୪ ହଜାର ୬୨ କୋଟି ବ୍ୟୟ ଅଟକଳରେ ଏହି ବନ୍ଦର କରାଯିବ ।

from Kanak News
via <a href="https://ifttt.com/?

ଶୋଇବା ଘରେ ନାଗ ସାପ: କେନ୍ଦ୍ରାପଡା ମାଧୁଶାସନ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଠାବ ହେଲା ୪ଫୁଟ ଲମ୍ବର ନାଗ । ସ୍ନେକ ହେଲ୍ପଲାଇନ ସଦସ୍ୟ କଲେ ଉଦ୍ଧାର

କନକ ବ୍ୟୁରୋ: ଶୋଇବା ଘରେ ୪ଫୁଟର ନାଗ ସାପ । କେନ୍ଦ୍ରାପଡା ଗରଦପୁର ବ୍ଲକ ମାଧୁଶାସନ ଗାଁର ପର୍ଶୁରାମ ବେହେରାଙ୍କ ଘରୁ ୪ଫୁଟ ଲମ୍ବର ଏକ ନାଗସାପ ଉଦ୍ଧାର କରାଯାଇଛି । ଶୋଇବା ଘରେ ଖଟ ଉପରେ ସାପଟିକୁ ଦେଖି ଘରଲୋକେ ଭୟଭିତ ହୋଇଯାଇଥିଲେ । ପରେ ସାପଟିକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ସ୍ନେକ ହେଲ୍ପଲାଇନର ସ୍ଥାନୀୟ ସଦସ୍ୟ ନଳୀନିକାନ୍ତ ଦାସ ତାଙ୍କ ଘରେ ପହଂଚି ଖଟ ଉପରେ ଥିବା ନାଗ ସାପଟିକୁ ଉଦ୍ଧାର କରିଛନ୍ତି । ପରେ ସାପଟିକୁ ଗାଁଠାରୁ ଦୂର ଜଙ୍ଗଲରେ ଛାଡି ଦିଆଯାଇଛି ।

from Kanak News
via <a href="https://ifttt.com/?

ଯୁବକଙ୍କୁ ଗୋପ ତହସିଲଦାରଙ୍କ ମାଡ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ; ତହସିଲଦାରଙ୍କ ସଫେଇ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳି ଦେବାରୁ ମାରିଲି

କନକ ବ୍ୟୁରୋ: ଯୁବକଙ୍କୁ ମାଡ ମାରିଲେ ଗୋପ ତହସିଲଦାର । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ତହସିଲଦାରଙ୍କ ସଫେଇ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବାରୁ ମାରିଲେ ମାଡ । କୋଣାର୍କ ସୂର୍ଯ୍ୟମନ୍ଦିର ବେଢାରୁ ବାଲି କାଢିବା ଘଟଣାରେ ତଦନ୍ତ ପାଇଁ ଯାଇଥିବା ବେଳେ ଯୁବକଙ୍କୁ ତହସିଲଦାର ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଛି । ତହସିଲଦାର ଘଟଣାସ୍ଥଳକୁ ଯାଇଥିବା ବେଳେ ସେଠାରେ ଯୁବକ ଜଣକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳି ଦେଇଥିବାରୁ ତାଙ୍କୁ ମାଡ ମାରିଥିବା କହିଛନ୍ତି ତହସିଲଦାର ।

from Kanak News
via <a href="https://ifttt.com/?

କୃଷକ ଆନ୍ଦୋଳନକୁ ବିଜେପିର ସହଯୋଗୀ ଦଳଙ୍କ ସମର୍ଥନ । ଆରଏଲପି କହିଲା ୨୬ ରେ ଦିଲ୍ଲୀ ଆସିବେ ୨ ଲକ୍ଷ କୃଷକ । ଏନଡିଏ ଛାଡିବା ନେଇ ସେହିଦିନ ହେବ ନିଷ୍ପତ୍ତି

କନକ ବ୍ୟୁରୋ : କେନ୍ଦ୍ରୀୟ କୃଷି କାନନୁ ମୁଦ୍ଦାକୁ ନେଇ ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି କୃଷକ ମାନଙ୍କୁ ବୁଝାଇବାକୁ ଦେଶ ସାରା ସମାବେଶ କରୁଥିବା ବେଳେ ତା’ର ସହଯୋଗୀ ଦଳ ଏହି ଆଇନ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି । ଏନଡିଏର ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲପି) ର ସଂଯୋଜକ ତଥା ରାଜସ୍ଥାନ ନାଗୋର ସାଂସଦ ହନୁମାନ ବେନିବାଲ ଘୋଷଣା କରିଛନ୍ତି କି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଡିସେମ୍ବର ୨୬ ତାରିଖ ଦିନ ୨ ଲକ୍ଷ କୃଷକଙ୍କୁ ଧରି ସେ ଦିଲ୍ଲୀ ପହଂଚିବେ । କେବଳ ଏତିକି ନୁହେଁ ହନୁମାନ ଆହୁରି କହିଛନ୍ତି କି ଦିଲ୍ଲୀ ପହଂଚିବା ପରେ ତାଙ୍କ ପାର୍ଟି ଏନଡିଏରେ ରହିବ କି ସମର୍ଥନ ପ୍ରତ୍ୟାହାର କରିବ ତାହା ଉପରେ ସେହିଦିନ ନିଷ୍ପତ୍ତି ନିଆଯିବ ।

ହନୁମାନ ବେନିବାଲ ଏହା ପୂର୍ବରୁ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ସଂସଦର ତିନି ସମିତି ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ସେ ତାଙ୍କର ଇସ୍ତଫା ପତ୍ର ଲୋକସଭା ଅଧ୍ୟକ୍ଷ ଓମ ବିର୍ଲାଙ୍କ ନିକଟକୁ ପଠାଇ ଦେଇଥିଲେ । ଯେଉଁଥିରେ କି ସେ ସଂସଦ ଉଦ୍ୟୋଗ ସମ୍ବନ୍ଧିୟ ସ୍ଥାୟୀ ସମିତି, ଯାଚିକା ସମିତି ଓ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟର ପରାମର୍ଶ ସମିତିରୁ ଇସ୍ତଫା ଦେଇଥିବା କଥା ଉଲ୍ଲେଖ କରିଥିଲେ । ସୂଚନା ଥାଉ କି ବେନିବାଲ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ୩ ଟି ଯାକ କୃଷି ଆଇନକୁ ଲଗାତର ଭାବେ ବିରୋଧ କରିଆସୁଛନ୍ତି । ଏହା ପୂର୍ବରୁ ସେ କହିଥିଲେ କି କୃଷକ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସ୍ୱାମୀନାଥନ୍ କମିଟିର ସୁପାରିଶ ଲାଗୁ ହେବା ଦରକାର । ହେଲେ ଶନିବାର ଦିନ ବେନିବାଲ ଘୋଷଣା କରିଛନ୍ତି କି କୃଷି ଆଇନକୁ ବିରୋଧ କରି ରାଜସ୍ଥାନରୁ ୨ ଲକ୍ଷ କୃଷକଙ୍କୁ ଧରି ସେ ଦିଲ୍ଲୀ ମାର୍ଚ୍ଚ କରିବେ । ବେନିବାଲ କହିଛନ୍ତି କି ଯଦି କେନ୍ଦ୍ରସରକାର କୃଷି ଆଇନକୁ ପ୍ରତ୍ୟାହାର ନକରନ୍ତି ତେବେ ଏନଡିଏ ସହିତ ତାଙ୍କର ସମର୍ଥନ ରହିବ କି ନାହିଁ ତାହା ଉପରେ ବିଚାର କରିବେ । ଏହା ସହ ତୁରନ୍ତ କୃଷି ଆଇନ ପ୍ରତ୍ୟାହାର କରିବାକୁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ବି ଏକ ପତ୍ର ଲେଖିଥିବା ଜଣାପଡିଛି ।

from Kanak News
via <a href="https://ifttt.com/?

ଯୁଦ୍ଧ ଯାହାଜ ‘ଆଇଏନଏସ୍’ରେ ସମୁଦ୍ର ବୁଲିବେ ୧୪୫ ବିଧାୟକ । ନୌସେନା ପକ୍ଷରୁ ଚାଲିଛି ଆୟୋଜନ, ଆସନ୍ତା ମଙ୍ଗଳବାର ପାରାଦୀପ ବନ୍ଦର ଠାରେ ଏକାଠି ହେବେ ସମସ୍ତେ

 ଆସନ୍ତା ମଙ୍ଗଳବାର ଦିନ ପାରାଦୀପ ଆସିବେ ରାଜ୍ୟର ୧୪୫ ବିଧାୟକ । ଭାରତୀୟ ନୌସେନା ପକ୍ଷରୁ ଏହି ବିଧାୟକମାନଙ୍କୁ ଆଇଏନ୍‌ଏସ୍‌ ଜଳସ୍ବାରେ ସମୁଦ୍ର ଭିତରକୁ ନିଆଯାଇ ବୁଲାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବର୍ଷ ନୌସେନା ପକ୍ଷରୁ ଏମିତି କାର୍ଯ୍ୟକ୍ରମ କରାଯାଇଥାଏ । ଚଳିତ ବର୍ଷ ବିଧାୟକମାନଙ୍କୁ ନେବା ପାଇଁ ନୌସେନା ଯୋଜନା କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମଙ୍ଗଳବାର ୨୨ ତାରିଖରେ ବନ୍ଦର ଗେଟ୍‌-୫ରେ ବିଧାୟକମାନେ ଜାହାଜରେ ଚଢିବେ । ଏତେ ସ˚ଖ୍ୟାରେ ବିଧାୟକ ଏକାଠି ପାରାଦୀପ ଆସିବା ପ୍ରଥମ ଘଟଣା । ଏଣୁ ଏହି କାର୍ଯ୍ୟକ୍ରମରେ ଯେମିତି କୌଣସି ସମସ୍ୟା ସୃଷ୍ଟି ନ ହୁଏ, ସେଥିପାଇଁ ନୌସେନା ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏ ନେଇ ନୌସେନା ବିଭାଗ ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ପ୍ରାଥମିକ ସ୍ତରରେ କେବଳ ସୂଚନା ଦିଆଯାଇଛି । ସୋମବାର ସବୁ ସ୍ପଷ୍ଟ କରାଯିବ ବୋଲି ଜଣାପଡ଼ିଛି ।

ଆଇଏନ୍‌ଏସ୍‌ ଜଳସ୍ବା ହେଉଛି ଦେଶର ଦ୍ବିତୀୟ ବୃହତ୍ତମ ଯୁଦ୍ଧ ଜାହାଜ । ପୂର୍ବରୁ ଏହାର ନାଁ ୟୁଏସ୍‌ଏସ୍‌ ଟ୍ରେ˚ଟନ ଥିଲା । ଏହାକୁ ଭାରତ କିଣିବା ପରେ ୨୦୦୭ ଜୁନ୍‌ ୨୨ରେ ଏହାର ନାଁକୁ ବଦଳାଯାଇ ଆଇଏନ୍‌ଏସ୍‌ ଜଳସ୍ବା କରାଯାଇଛି । ଏହାର ବିଶେଷତ୍ବ ହେଲା ଏହା ଉଭୟ ଜଳ ଓ ସ୍ଥଳରେ ଚାଲିପାରିବ । ଏହାର ଦୈର୍ଘ୍ୟ ୫୭୦ ଫୁଟ୍‌ ହୋଇଥିବା ବେଳେ ଚଉଡ଼ା ୧୦୦ ଫୁଟ୍‌ ରହିଛି । ଏହା ଘଣ୍ଟା ପ୍ରତି ୪୦ କିମି ବେଗରେ ଗତି କରିପାରେ । ଏହି ଜାହାଜ ୨୭ ଜଣ ଅଧିକାରୀ, ୩୮୦ ଜଣ ନାବିକଙ୍କୁ ମିଶାଇ ମୋଟ୍‌ ହଜାରେ ଜଣଙ୍କୁ ନେଇପାରିବା ସହ ୧୬ ହଜାର ୬୦୦ ଟନ୍‌ ପର୍ଯ୍ୟନ୍ତ ଜିନିଷ ପରିବହନ କରିପାରିବା ଭଳି କ୍ଷମତା ରଖିଛି ।

from Kanak News
via <a href="https://ifttt.com/?

କୋଭିଡ ଟିକା ଆସିବା ପୂର୍ବରୁ ଆସିଲା ଏକ ସର୍ବେକ୍ଷଣ ରିପୋର୍ଟ । ଅନ୍ୟ ଦେଶ ତୁଳନାରେ ଟିକା ନେବା ପାଇଁ ବେଶି ଆଗ୍ରହୀ ଅଛନ୍ତି ଭାରତୀୟ

 ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ସମ୍ପ୍ରତି ସାରା ବିଶ୍ବରେ ୧୫୦ରୁ ଅଧିକ ଟିକା ବିକଶିତ ହୋଇଥିବା ବେଳେ ସାର୍ବଜନୀନ ବ୍ୟବହାର ପାଇଁ ୪ଟି ଟିକା ମିଳିସାରିଛି । ସେହିପରି ୧୦ରୁ ଅଧିକ ଟିକା ଆସନ୍ତା ୩/୪ ମାସରେ ମିଳିଯିବାର ସମ୍ଭାବନା ରହିଛି । ତେବେ ବିଭିନ୍ନ କାରଣରୁ ହାତ ପାଆନ୍ତାରେ ଟିକାଟିଏ ନ ପାଇଲା ଯାଏ ନିର୍ଦ୍ଧିଷ୍ଟ ଭାବେ କିଛି କହିହେବ ନାହିଁ । ଏପରିକି ଏତେ କମ୍ ସମୟ ଭିତରେ ବିକଶିତ ଟିକାର ଫଳପ୍ରଦତା ସମ୍ପର୍କରେ ସନ୍ଦୀହାନ ଥିବା ଫ୍ରାନ୍ସ, ସ୍ପେନ୍ ଓ ଜାପାନ ପରି ଅନେକ ସଚେତନ ରାଷ୍ଟ୍ରର ନାଗରିକ ସେପରି ଟିକା ଗ୍ରହଣ କରିବା ସପକ୍ଷରେ ନାହାନ୍ତି । ସୁତରାଂ ଏକ ସଫଳ ଟିକାର ଉପଲବ୍ଧି ସମ୍ପର୍କରେ ବିଶ୍ବବାସୀ ଏପରି ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ଭାରତୀୟମାନେ ନିଶ୍ଚିତ ଟିକା ଆସିଯିବ ବୋଲି ଆଶାବାଦୀ ଥିବା ଜଣାଯାଇଛି । ଏପରିକି ଯେତେ ଶୀଘ୍ର ଟିକାଟିଏ ଉପଲବ୍ଧ ହେବ, ସେମାନେ ତାହା ତୁରନ୍ତ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଥିବା ଏକ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି ।

ଵାର୍ଲ୍ଡ ଇକୋନୋମିକ୍ ଫୋରମ୍ / ଇପସସ୍ ଦ୍ବାରା ପରିଚାଳିତ ଏହି ସର୍ବେକ୍ଷଣରେ ୧୫ଟି ଦେଶର ୧୬ରୁ ୬୪ ବର୍ଷ ବୟସର ୧୮,୫୨୬ ଜଣ ନାଗରିକ ଭାଗ ନେଇଥିଲେ । ସେମାନଙ୍କ ଭିତରୁ ଅଧିକାଂଶ ପ୍ରାପ୍ତବୟସ୍କ ୨୦୨୧ ମସିହା ମଧ୍ୟଭାଗ ସୁଦ୍ଧା ଟିକାଟିଏ ମିଳିବ ବୋଲି ଆଦୌ ଭରସା କରିନାହାନ୍ତି । ସେହିପରି ଟିକାଟିଏ ଆସିବାର ତିନି ମାସ ଭିତରେ ତାହା ଗ୍ରହଣ କରିବା ଲାଗି ଅର୍ଦ୍ଧେକ ଇଚ୍ଛା ପ୍ରକଟ କରିଛନ୍ତି । ତେବେ ଭାରତୀୟମାନଙ୍କ ଭିତରୁ ୮୭ ପ୍ରତିଶତ ଖୁବ୍ ଶୀଘ୍ର ଟିକା ଆସିଯିବ ବୋଲି ବିଶ୍ବାସ ରଖିଛନ୍ତି । ସେହିପରି ୫୪ ପ୍ରତିଶତ ଭାରତୀୟ ଟିକା ମିଳିବାର ତିନି ମାସ ଭିତରେ ତାହା ଗ୍ରହଣ କରିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started