ଗୁଣିଗାରେଡ଼ି ସନ୍ଦେହରେ ବୀଭତ୍ସ ହତ୍ୟା: ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଲେ ଓ ଶରୀରକୁ ନଦୀକୂଳରେ ପୋତିଦେଲେ ହତ୍ୟାକାରୀ

କନକ ବ୍ୟୁରୋ: ଗୁଣିଗାରେଡି ସନ୍ଦେହରେ ଗଳାକାଟି ହତ୍ୟା କଲେ, ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଲେ ଓ ଶରୀରକୁ ନଦୀ କୂଳରେ ପୋତିଦେଲେ ହତ୍ୟାକାରୀ । ଏଭଳି ଅଭବାନୀୟ ଖବର ଆସିଛି ମାଲକାନଗିରି ପଡିଆ ଅଂଚଳରୁ । ପଡିଆ ଥାନା ଅନ୍ତର୍ଗତ ନନ୍ଦାଗୁଡା ଗାଁର କିଛି ଲୋକ ସେହି ଗାଁର କାରାମ କାନା ନାମଙ୍କ ବ୍ୟକ୍ତିଙ୍କୁ ଘରୁ ଡାକିଆଣି ଗଳାକାଟି ହତ୍ୟା କରିଥିଲେ ।

ପରେ ମୃତଦେହକୁ ୨ କିଲୋମିଟର ବୋହି ନେଇ ଶାବେରୀ ନଦୀ କୂଳରେ ମୁଣ୍ଡକାଟି ମୁଣ୍ଡକୁ ଜାଳିଦେଇଥିବାବେଳେ ଶରୀରକୁ ନଦୀ କୂଳରେ ପୋତିଦେଇଥିଲେ । ଏ ନେଇ ମୃତକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପଡିଆ ପୁଲିସ ତନାଘନା କରିଥିଲେ । ପରେ ମୋଟୁ ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହକୁ ଗଭୀର ବାଲିରୁ ଉଦ୍ଧାର କରାଯାଇଛି । ଘଟଣାରେ କିଛି ଜଣକୁ ଥାନାକୁ ନେଇ ପଚରାଉଚରା କରୁଛି ପୁଲିସ ।

ସୂଚନା ଅନୁଯାୟୀ ନନ୍ଦାଗୁଡା ଗ୍ରାମର କିଛି ଲୋକ ସେହି ଗ୍ରାମର କାରାମ କାନା ଙ୍କୁ ଘରୁ ଡାକିଆଣି ଘର ସମ୍ମୁଖରେ ଏକ ଦାଆ ସାହାଯ୍ୟରେ ଗଳା କାଟି ହତ୍ୟା କରିଥିଲେ । ଏହାପରେ ପ୍ରମାଣ ନଷ୍ଟ ପାଇଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଠାରୁ ବୋହି ୨ କିମି ଦୂରରେ ଥିବା ଶାବେରୀ ନଦୀ କୂଳରେ ମୁଣ୍ଡକୁ ଶରୀର ରୁ ଅଲଗା କରି ପୋଡିଦେଇଥିବା ବେଳେ ବଳକା ଶରୀରକୁ ନଦୀ କୂଳରେ ଥିବା ବାଲିପଠା ରେ ପୋତି ଦେଇଥିଲେ। ଆଜି ସକାଳେ ମୃତକର ସ୍ତ୍ରୀ କାରାମ ଭିମେ ପଡିଆ ଥାନାରେ ଆସି ଲିଖିତ ଅଭିଯୋଗ କରିବା ପରେ ପଡିଆ ଥାନା ଆଇଆଇସି ରଞ୍ଜନ କୁମାର ମାଝୀ, ଏସଆଇ ଚନ୍ଦ୍ରକାନ୍ତ ତାଣ୍ଡି ଘଟଣାସ୍ଥଳରେ ପହଞ୍ଚି ପଚରାଉଚୁରା କରିବା ସହ ମୃତ ଶରୀର ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲା।

ଏଥିସହ କୋରାପୁଟ ରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଏକଜୁକେଟିଭ ମାଜିଷ୍ଟ୍ରେଟ ତଥା ମୋଟୁ ତହସିଲଦାର ଶଶାଙ୍କ ମିଶ୍ର ଙ୍କ ଉପସ୍ଥିତିରେ ମୃତଦେହ କୁ ଗଭୀର ବାଲିରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସନ୍ଦେହକରି ଗ୍ରାମର କିଛି ଲୋକଙ୍କୁ ଥାନାକୁ ନେଇ ପଚରାଉଚୁରା କରାଯାଉଥିବା ସୂଚନା ମିଳିଛି।

from Kanak News
via <a href="https://ifttt.com/?

ଢେଙ୍କାନାଳ ଲାଉଲେଇ ପଂଚାୟତରେ ଭୟଙ୍କର ଅଗ୍ନିକାଣ୍ଡ: ୪ବଖରା ଘର ସମେତ ଜଳିଗଲା ଧାନ ଗଦା

କନକ ବ୍ୟୁରୋ: ନିଆଁରେ ଜଳିଗଲା ଘର । ଢେଙ୍କାନାଳ ଗନ୍ଦିଆ ବ୍ଲକ ଲାଉଲେଇ ପଂଚାୟତରେ ଭୟଙ୍କର ଅଗ୍ନିକାଣ୍ଡ । ୪ବଖରା ଘର ସମେତ ଜଳିଯାଇଛି ଧାନ ଗଦା । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

from Kanak News
via <a href="https://ifttt.com/?

ବିଭିନ୍ନ ସ୍ଥାନରେ ପାରଦ ଖସିଲା ୫ ଡିଗ୍ରୀ: ଆସନ୍ତା ୨୪ ଘଂଟାରେ ୨ ଡିଗ୍ରୀ କମିବ ତାପମାତ୍ରା; ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବଢିପାରେ ଶୀତ

କନକ ବ୍ୟୁରୋ: ଖସୁଛି ତାପମାତ୍ରା, ବଢୁଛି ଶୀତ । ଉତର ଓ ଉତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବୋହୁଥିବା ଯୋଗୁଁ ରାଜ୍ୟରେ ତାପମାତ୍ରା କମିବାରେ ଲାଗିଛି । ବର୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାରଦ ୫ଡିଗ୍ରୀ ତଳକୁ ଖସିଛି । ଆସନ୍ତା ୨ଦିନରେ ଏହା ଆହୁରୀ ୨ଡିଗ୍ରୀ ତଳକୁ ଖସିପାରେ । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଭ୍ୟନ୍ତରୀଣ ଓ ଉତର ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡିକରେ ତାପାମତ୍ରା କମିଛି ।

ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୫ଦଶମିକ ୨ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୫ଡିଗ୍ରୀ, ବାରିପଦାରେ ୪ଦଶମିକ ୭, ଅନୁଗୁଳ ଓ ଟିଟିଲାଗଡରେ ୪ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିଛି ତାପମାତ୍ରା । ଆସନ୍ତା ୨୪ଘଂଟା ମଧ୍ୟରେ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ । ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମ ରହିବ । ଫଳରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢିବ ।

from Kanak News
via <a href="https://ifttt.com/?

ପୋଲିସ ଡିଜିଙ୍କୁ ଚିଠି ଲେଖିଲେ ସାଂସଦ ଅନୁଭବ ମହାନ୍ତି: ସୁରକ୍ଷା ମାଗି ଲେଖିଲେ ଚିଠି; ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର ଚାଲିଥିବା ଆଣିଲେ ଅଭିଯୋଗ

କନକ ବ୍ୟୁରୋ: ସୁରକ୍ଷା ମାଗି ପୁଲିସ ଡିଜିଙ୍କୁ ଚିଠି ଲେଖିଲେ ସାଂସଦ ଅନୁଭବ ମହାନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ଓ ତାଙ୍କ ପରିବାର ପ୍ରତି ଷଡଯନ୍ତ୍ର ଚାଲିଛି । ଚିଠି ସହ ପୁଲିସ ଡିଜିଙ୍କ ପାଖରେ କିଛି  ଘଟଣାକୁ ଦର୍ଶାଇଛନ୍ତି  ଅନୁଭବ । ଚିଠିରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ନାଁ ମଧ୍ୟ ଦର୍ଶାଇଛନ୍ତି । କିଛି ଦିନ ତଳେ ବର୍ଷା ପ୍ରୟିଦର୍ଶିନୀ ଓ ତାଙ୍କ ଦୁଇଉଭଣୀଙ୍କ ସହିତ ଫୋନ କଥା ହେଉଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇକାଲ ହୋଇଥିଲା ।

ଏଥିରେ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର  ହେଉଥିବା  ଅଭିଯୋଗ ଆଣିଛନ୍ତି ଅନୁଭବ । ତେଣୁ ଏହି ଅଡିଓର ସତ୍ୟାସତ୍ୟ ଯାଂଚ କରିବାକୁ ସେ ଦାବି କରିଛନ୍ତି ।  ଯଦି ଅଡିଓ ମିଛ ହୋଇଥାଏ ତାହାହେଲେ  ଦେଷୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଅଡିଓ ସତ ହେଲେ ତାଙ୍କ ଓ ପରିବାରକୁ  ସୁରକ୍ଷା ଦେବାକୁ  ଅନୁଭବ ଡିଜିପିଙ୍କୁ ଚିଠି ଲେଖିଛନ୍ତି ।

from Kanak News
via <a href="https://ifttt.com/?

ସାମ୍ନାକୁ ଆସିଲା ମୁମ୍ୱାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନର ପ୍ରଥମ ଚିତ୍ର: ଭାରତ-ଜାପାନ ଦୂତାବାସ ପକ୍ଷରୁ ଜାରି ହେଲା ପ୍ରଥମ ଛବି

କନକ ବ୍ୟୁରୋ: ସାମ୍ନାକୁ ଆସିଛି ମୁମ୍ୱାଇ-ଅହମ୍ମଦାବାଦ ବୁଲେଟ ଟ୍ରେନର ପ୍ରଥମ ଚିତ୍ର । ଏହି ଚିତ୍ରକୁ ଭାରତ-ଜାପାନ ଦୂତାବାସ ପକ୍ଷରୁ ଜାରି କରାଯାଇଛି । ଏହା ହେଉଛି ଭାରତରେ ଚାଲିବାକୁ ଥିବା ବହୁ ପ୍ରତିକ୍ଷୀତ ବୁଲେଟ୍ ଟ୍ରେନର ପ୍ରଥମ ଛବି । ଏହି ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ନାଁ ରହିଛି ମୁମ୍ୱାଇ- ଅହମ୍ମଦାବାଦ ହାଇସ୍ପିଡ୍ ରେଲ ସେବା । ଏହାକୁ ୨୦୨୩ ସୁଦ୍ଧା ଶେଷ କରିବା ଯୋଜନା ରଖାଯାଇଛି । ଜାପାନ ଦୂତାବାସ ପକ୍ଷରୁ ଜାରିହୋଇଥିବା ଏହି ବୁଲେଟ୍ ଟ୍ରେନ୍ ହେଉଛି ଇ ଫାଇବ୍ ସିରିଜର ସେନକେନସନ୍ ଟ୍ରେନର ଛବି ।

https://platform.twitter.com/widgets.js

ଯାହାର ଏକ ପରିବର୍ତିତ ରୂପ ଭାରତରେ ଦେଖିବାକୁ ମିଳିବ । ୨୦୨୩ ସୁଦ୍ଧା ଏହି ପ୍ରକଳ୍ପକୁ ସାରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । କିନ୍ତ ୁଭୂ ଅଧିଗ୍ରହଣ ସରିନଥିବାରୁ ଏହା ନିର୍ଧାରିତ ସମୟରେ ଶେଷ ହେବା ଆଶା କମ୍ । ଗତ ସେପ୍ଟେମ୍ୱର ୨୪ ତାରିଖରେ ଏହି ନାସନାଲ୍ ହାଇସ୍ପିଡ୍ ରେଳ ପ୍ରୋଜେକ୍ଟ ପାଇଁ ଟେଣ୍ଡର ଡାକିଥିଲେ । ଏହାର ମୂଲ୍ୟ ରହିଛି ୧.୦୮ ଲକ୍ଷ କୋଟି । ଟାଟା ପ୍ରୋଜେକ୍ଟକୁ ପରାସ୍ତ କରି ଏହି ଟେଣ୍ଡର ଜିତିଛି ଲାର୍ସନ ଆଣ୍ଡ୍ ଟର୍ବୋ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମୁମ୍ୱାଇରୁ ଅହମ୍ମଦାବାଦ ଦୂରତା ୨ ଘଂଟାରେ ଅତିକ୍ରମ କରିହେବ । କିନ୍ତୁ ବର୍ତମାନ ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାର ଏହି ପ୍ରକଳ୍ପ ସପକ୍ଷରେ ନଥିବାରୁ ଏଥିରେ ବିଳମ୍ୱ ହେଉଛି ।

from Kanak News
via <a href="https://ifttt.com/?

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର… ରିଲାଏନ୍ସ ଖୋଲିବାକୁ ଯାଉଛି ବିଶ୍ୱର ବୃହତ୍ତମ ଚିଡିଆଖାନା । ଜାଣନ୍ତୁ… ଏହା କେଉଁଠି ଅବସ୍ଥିତ ରହିବ ଏବଂ କେବେ ଖୋଲିବ

ଗୁଜରାଟର ଜାମନଗରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ବିଶ୍ୱର ବୃହତ୍ତମ ଚିଡ଼ିଆଖାନା ନିର୍ମାଣ କରିବ ବୋଲି ଶନିବାର ଦିନ କମ୍ପାନିର ଜଣେ ଶୀର୍ଷସ୍ତରୀୟ ଅଧିକାରୀ ସୁନିଶ୍ଚିତ କରି କହିଛନ୍ତି । ଏହି ଚିଡ଼ିଆଖାନାରେ ଭାରତ ଏବଂ ବିଶ୍ୱର ବିବିଧ ପ୍ରଜାତିର ପ୍ରାୟ ୧୦୦ ସଂଖ୍ୟକ ପଶୁ, ପକ୍ଷୀ ଓ ସରୀସୃପଙ୍କୁ ରଖାଯିବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସବା ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରକଳ୍ପିତ ଏହି ଚିଡ଼ିଆଖାନା ୨୮୦ ଏକର ପରିମିତ ଜମିରେ ନିର୍ମାଣ କରାଯିବ । ଏହି ଜମି ଜାମନଗର ନିକଟ ମୋତି ଖାଓ୍ଵଡ଼ିରେ ଥିବା କମ୍ପାନି ତଥା ବିଶ୍ୱର ବୃହତମ ତୈଳ ଶୋଧନ ପରିସର ନିକଟରେ ଅବସ୍ଥିତ ।

କୋଭିଡ୍‌-୧୯ ଯୋଗୁଁ ସ୍ଥଗିତ ରହିଥିବା ଏହି ପ୍ରକଳ୍ପ ଯଦି ଆଉ ସ୍ଥଗିତ ନ ରହେ, ତେବେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଚିଡ଼ିଆଖାନାଟି ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ହୋଇପାରିବ ବୋଲି କମ୍ପାନିର ଅଧିକାରୀଜଣକ କହିଛନ୍ତି ।

ଏହି ଚିଡ଼ିଆଖାନାର ନାଁ ଦିଆଯିବ ‘ଗ୍ରିନ୍ସ ଜୁଲୋଜିକାଲ୍‌, ରେସ୍କ୍ୟୁ ଆଣ୍ଡ୍‌ ରିହାବିଲିଟେସନ୍‌ କିଙ୍ଗ୍‌ଡମ୍‌’ । ଚିଡ଼ିଆଖାନା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକ ଅନୁମୋଦନ ମିଳିସାରିଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ କର୍ପୋରେଟ ବ୍ୟାପାରର ନିର୍ଦେଶକ ପରିମଳ ନାଥଓ୍ଵାନି କହିଛନ୍ତି ।

ଏହି ଚିଡ଼ିଆଖାନାରେ ‘ଫରେଷ୍ଟ ଇଣ୍ଡିଆ’, ‘ଫ୍ରଗ୍‌ ହାଉସ’, ‘ଇନସେକ୍ଟ ଲାଇଫ୍‌’, ‘ଡ୍ରାଗନସ୍‌ ଲ୍ୟାଣ୍ଡ’ ‘ଏକ୍ସୋଟିକ୍‌ ଆଇଲାଣ୍ଡ’, ‘ଓ୍ଵାଇଲ୍ଡ ଟ୍ରେଲ୍‌ ଅଫ୍‌ ଗୁଜରାଟ’ ଏବଂ ‘ଆକ୍ୱାଟିକ କିଙ୍ଗଡମ’ ଭଳି ବିଭାଗ ସହ ଅନ୍ୟାନ୍ୟ ବିଭାଗ ରହିବ।

from Kanak News
via <a href="https://ifttt.com/?

ମମତାଙ୍କ ଗଡରେ ଅମିତ ଶାହାଙ୍କ ହୁଙ୍କାର: ଆଜି କେନ୍ଦ୍ରମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ; ସେପଟେ ବିଜେପି ଓ ବିଦ୍ରୋହୀଙ୍କୁ କାଉଁଣ୍ଟର କରିବାକୁ ଦିଦିଙ୍କ ଖାସ ରଣନୀତି

କନକ ବ୍ୟୁରୋ: ଦିଦିଙ୍କ ଗଡରେ ଧସେଇ ପଶିବାକୁ ପ୍ରୟାସ ଜାରି ରଖିଛି ଭାରତୀୟ ଜନତା ପାର୍ଟି । ହାଇଭୋଲଟେଜ୍ ରାଜନୌତିକ ଡ଼୍ରାମା ଭିତରେ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରି ବିଶାଳ ରୋଡଶୋ କରିଛନ୍ତି । ଜନସଭାରେ ମିଶନ ଦୁଇ ଶହ ପ୍ଲସ ନାରା ଦେଇ ମମତାଙ୍କୁ ଉପାଡି ଫୋପାଡି ଦେବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଶାହା । ଏଥିସହ ନିକଟରେ ଦିଦିଙ୍କ ହାତ ଛାଡିଥିବା ତୃଣମୂଳ କଂଗ୍ରେସର ନେତାମାନେ ମୋଦିଙ୍କ ହାତ ଧରିଛନ୍ତି ।

ବିଜେପିକୁ ଓ ବିଦ୍ରୋହୀଙ୍କୁ ଚେକ ଦେବା ଲାଗି ମମତା ବାନାର୍ଜୀ ବି ଖାସ ରଣନୀତି କରିଛନ୍ତି ।  ଶୁଭେନ୍ଦୁ ଟିଏମସିର ନମ୍ବର-୨ ଥିଲେ । କିନ୍ତୁ ପ୍ରଶାନ୍ତ କିଶୋର ଓ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଦଳରେ ପ୍ରଭାବ ବଢିବା ହେତୁ ସେ ଓ ଅନ୍ୟମାନେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଛନ୍ତି । ଏବେ ଶୁଭେନ୍ଦୁଙ୍କୁ ତାଙ୍କ ନିଜ ଗଡ ମେଦିନାପୁରରେ ଘେରିବା ପାଇଁ  ମମତା ଓ ତାଙ୍କ ଟିମ ଖାସ ରଣନୀତି ତିଆରି କରିବାରେ ଲାଗିଛନ୍ତି । ଶୁଭେନ୍ଦୁଙ୍କ ଗ୍ରାମୀଣ ଭୋଟ-ବ୍ୟାଙ୍କ ଉପରେ ନଜର ରଖିଛନ୍ତି  ମମତା ବାନାର୍ଜୀ ।

ଶୁଭେନ୍ଦୁଙ୍କୁ  ପ୍ରଥରୁ ହିଁ ଟିଏମସିରୁ ବହିଷ୍କାର କରିବାକୁ ଚାହୁଁଥିଲେ ମମତା । କିନ୍ତୁ ବିଭିନ୍ନ କାରଣରୁ ଏହା ସମ୍ଭବ ହୋଇପାରିନଥିଲା । ଏବେ ନିର୍ବାଚନର ଯଥେଷ୍ଟ ପୂର୍ବରୁ  ଶୁଭେନ୍ଦୁ ବିଜେପିକୁ ଯାଇଥିବାରୁ ମମତାଙ୍କୁ ପ୍ରଚାର ପାଇଁ ଯଥେଷ୍ଟ ସମୟ ମିଳିଯିବ । ପୂର୍ବ ମେଦିନାପୁରରେ ପ୍ରଚାର ପାଇଁ ମମତା ଅଂଟଭିଡିଛନ୍ତି । ଏହି ଅଂଚଳର ୩୫୦ ବ୍ଲକ ଓ  ୭୦ ଡିଭିଜନରେ କର୍ମୀ ସମ୍ମିଳନୀ ଆୟୋଜନ ହେବ ।  ଏହି ଅଂଚଳରେ ପ୍ରାୟ ୩୫ଟି ବିଧାନସଭାରେ ସଂଖ୍ୟାଲଘୁଙ୍କ ପ୍ରଭାବ ରହିଛି । ତେଣୁ ଏହିଭୋଟ ଏବେ ଆଉ ଶୁଭେନ୍ଦୁଙ୍କ ମିଳିବ ନାହିଁ ବୋଲି ଆକଳନ କରିଛି ତୃଣମୂଳ କଂଗ୍ରେସ ।

ଏହାଛଡା ବର୍ତମାନର ବିଧାୟକଙ୍କ ଟିକେଟ ନ ଦେଇ ନୂଆ ଚେହେରାକୁ  ସାମ୍ନାକୁ ଆଣିବାକୁ ଚାହୁଁଛି ଦଳ । ମମତା ବାନାର୍ଜୀ ଆସନ୍ତା ମାସରୁ  ପଶ୍ଚିମବଙ୍ଗରେ  ନିର୍ବାଚନ ପ୍ରଚାର ଆରମ୍ଭ କରିବେ ।  ମୋଦି ମଧ୍ୟ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ବିଜେପି ଏହାକୁ  ମୋଦି ବନାମ ମମତା ଲଢେଇ କହିବ । କିନ୍ତୁ ମମତା ଏଭଳି କରିବାକୁ ଚାହାନ୍ତି ନାହିଁ ।  ସେ ବଙ୍ଗଳା ବନାମ ବାହାରି  ନାରା ଦେବାକୁ ପ୍ରସ୍ତୁତ ହେଉଛନ୍ତି ।

from Kanak News
via <a href="https://ifttt.com/?

ପୁଣି କଂଗ୍ରେସର ମଙ୍ଗ ଧରିବେ କି ରାହୁଲ ଗାନ୍ଧୀ? ଦିଲ୍ଲୀର ୧୦ ନଂବର ଜନପଥରେ ଦଳର ମାନସ ମନ୍ଥନ; ବରିଷ୍ଠ ନେତା କହିଲେ ରାହୁଲଙ୍କୁ ଦଳର ଦାୟିତ୍ୱ ଦିଆଯାଉ

କନକ ବ୍ୟୁରୋ: ପୁଣି ଥରେ କଂଗ୍ରେସର ମଙ୍ଗ ସମ୍ଭାଲିବେ ରାହୁଲ ଗାନ୍ଧୀ । ଗୋଟିଏ ପରେ ଗୋଟିଏ ନିର୍ବାଚନରେ ପରାଜୟ ପରେ ନୂଆ ରଣନୀତି ପ୍ରସ୍ତୁତି ଓ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପାଇଁ ବୈଠକ କରିଥିଲେ ସୋନିଆ ଗାନ୍ଧୀ । ଦିଲ୍ଲୀ ୧୦ ନଂବର ଜନପଥରେ ହୋଇଥିବା ବୈଠକରେ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିଲେ । ବୈଠକରେ ପୁଣି ରାହୁଲ ଗାନ୍ଧୀଙ୍କୁ ଅଧ୍ୟ କ୍ଷ କରିବାକୁ ଦାବି ହୋଇଥିଲା । ଅନ୍ୟପଟେ ଅସନ୍ତୁଷ୍ଟ ନେତା ନିବ ର୍ାଚନ ସପ କ୍ଷରେ ଯୁକ୍ତି ବାଢିଥିବା ଜଣାପଡିଛି । ରାହୁଲ ଗାନ୍ଧୀ ବୈଠକରେ କହିଛନ୍ତି ଦଳ ତାଙ୍କୁ ଯାହା ଦାୟିତ୍ୱ ଦେବ, ତୁଳାଇବେ । ରାହୁଲଙ୍କ ଏହି ବୟାନ ପରେ ସେ ପୁଣି ଥରେ ଦଳର କମାଣ ସମ୍ଭାଳିବେ ବୋଲି ଚର୍ଚ୍ଚା ଚାଲିଛି ।

ପ୍ରାୟ ୫ ଘଂଟାରୁ ଅଧିକ ସମୟ ଧରି ଦିଲ୍ଲୀରେ ୧୦ ଜନପଥରେ ଥିବା ସୋନିଆଙ୍କ ବାସଭବନରେ ବସିଥିଲା କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ବୈଠକ । ବୈଠକରେ ସାମିଲ ହୋଇଥିଲେ ଦଳର ୨୩ ପ୍ରମୁଖ ଅସନ୍ତୁଷ୍ଟ ନେତା । ଆଉ ସମସ୍ତ ଅସନ୍ତୁଷ୍ଟଙ୍କ କଥାକୁ ଧୀର ସ୍ଥିର ଭାବରେ ଶୁଣିଥିଲେ ସୋନିଆ । ଯାହାର ଯାହା କହିବାର ଅଛି, ଯେଉଁ ନେତା ଯାହା ବି ପରାମର୍ଶ ଦେଇଛନ୍ତି ସବୁକୁ ଲେଖି ରଖିଛନ୍ତି ସୋନିଆ । ବୈଠକ ସରିବା ପରେ ଗଣମାଧ୍ୟମକୁ ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ ଦଳର ବରିଷ୍ଠ ନେତା ହରିଶ ରାୱାତ, ପୃଥ୍ୱୀରାଜ ଚଭନ ପ୍ରମୁଖ । ଚାଷୀ ପ୍ରସଙ୍ଗରୁ ନେଇ ୨୦୨୧ରେ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଯାଏଁ ଦଳ ସବୁ ପ୍ରସଙ୍ଗରେ ଚର୍ଚା କରିଥିବା କହିଛନ୍ତି ଚଭନ । ଆଗକୁ ଏହିପରି ବୈଠକ ବସିବ । ଦଳ ଭିତରେ ଥିବା ସମସ୍ତ ଅସନ୍ତୋଷକୁ ଦୂର କରି ନୂଆ ରଣନୀତିରେ ଆଗକୁ ବଢିବ ଦଳ ।

ସୋନିଆଙ୍କ ଏହି ଜି ୨୩ ବୈଠକରେ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ଭିତରେ ରହିଥିଲା ସୋନିଆଙ୍କ ପରେ କାହା ହାତକୁ ଯିବ ନେତୃତ୍ୱ । ଆଗକୁ ୨୦୨୧ରେ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ପୁଡୁଚେରୀ ଏବଂ ଆସାମରେ ହେବ ବିଧାନସଭା ନିର୍ବାଚନ । ଅସନ୍ତୁଷ୍ଟ ନେତୃତ୍ୱ ରାହୁଲଙ୍କ ହାତକୁ ଆଗାମୀ ନେତୃତ୍ୱ ଦେବାକୁ ଇସାରା କରିଥିବା ଜଣାପଡିଛି । ଏହି ପରି ଏକାଧିକ ବୈଠକ କରି ସୋନିଆ ଦଳ ଭିତରେ ଅସନ୍ତୁଷ୍ଟଙ୍କୁ ମନାଇବାକୁ ଉଦ୍ୟମ କରିବେ ବୋଲି ଜଣାପଡିଛି ।

from Kanak News
via <a href="https://ifttt.com/?

ଭଦ୍ରକରେ ନକଲି ଜର୍ଦ୍ଦା କାରଖାନା ଠାବ: ବିପୁଳ ପରିମାଣର ନକଲି ଜର୍ଦ୍ଦା, ୨ଟି ମେସିନ, ପାଉଚ, କ୍ୟାମିକାଲ, ସେଂଟ ଜବତ; ଜଣେ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ: ଭଦ୍ରକରୁ ନକଲି ଜର୍ଦ୍ଦା କାରଖାନା ଠାବ । ଭଦ୍ରକ ପୁରୁଣାବଜାର ଥାନା ଅଂଚଳରେ ଥିବା ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ ଠାବ । କାରଖାନାରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ୨ଟି ମେସିନ, ପାଉଚ, ଡବା ମସଲା, କ୍ୟାମିକାଲ, ସେଂଟ ଆଦି ଜବତ କରାଯିବା ସହ ଜଣକୁ ଗିରଫ କରିଛି ପୁଲିସ । ବିଭିନ୍ନ ନାମୀ ଦାମୀ କଂପାନୀର ବିଶେଷ କରି ଗୋପାଳ, ଶିବ, ବାବା ଆଦି ବ୍ରାଣ୍ଡର ନକଲି ଜର୍ଦ୍ଦା ତିଆରି ହେଉଥିଲା ।

ଏହାଛଡା ରୋଷେଇରେ ବ୍ୟବହୃତ ବିଭିନ୍ନ ବ୍ରାଣ୍ଡର  ମସାଲା ତିଆରି କରାଯାଇ ବାହାରକୁ ଚାଲାଣ କରାଯାଉଥିଲା । ପୁରୁଣାବଜାର ଥାନା ଅଂଚଳର ସେକ୍ ସୁପାଙ୍କ ଘରେ ଦୀର୍ଘଦିନରୁ ନକଲି ଜର୍ଦ୍ଦା କାରବାର ଚାଲି ଆସୁଥିଲା । କୌଣସି ସୂତ୍ରରୁ ଖବର ପାଇ ପୁରୁଣାବଜାର ଆଇଆଇସି ଗଣେଶ ପ୍ରଧାନଙ୍କ ନେତୃତ୍ୱରେ ଚଢାଉ କରି ବିପୁଳ ନକଲି ଜର୍ଦ୍ଦା ଜବତ କରାଯାଇଛି ।

from Kanak News
via <a href="https://ifttt.com/?

ଅଯୋଧ୍ୟାରେ ହେବାକୁ ଥିବା ମସଜିଦର ଆସିଲା ପ୍ରଥମ ଝଲକ: ସୁନ୍ନୀ ୱାକଫ ବୋର୍ଡ ପକ୍ଷରୁ ଜାରି ହେଲା ନକ୍ସା; ଧନ୍ନିପୁରରେ ତିଆରି ହେବ ଭବ୍ୟ ମସଜିଦ, ହସ୍ପିଟାଲ ଓ ମ୍ୟୁଜିୟମ

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ନକ୍ସା ବା ଡିଜାଇନ ପରେ ଏବେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ମସଜିଦ ନକ୍ସାର ଫାଷ୍ଟ ଲୁକ ଜାରି କରାଯାଇଛି । ସୁନ୍ନୀ ସେଂଟ୍ରାଲ ୱାକଫ ବୋର୍ଡ ମସଜିଦ ନିର୍ମାଣ ପାଇଁ ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନ ନାମକ ଏକ ଟ୍ରଷ୍ଟ ଗଠନ କରିଛି । ସେହି ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟାର ଧନ୍ନିପୁରରେ ହେବାକୁ ଥିବା ମସଜିଦର ଡିଜାଇନ ଜାରି କରାଯାଇଛି । ଡିଜାଇନକୁ ଦେଖିବା ପରେ ଅନୁମାନ କରିହେଉଛି, ବିଶ୍ୱର ବଛା ବଛା ସୁନ୍ଦର ମସଜିଦ ମଧ୍ୟରେ ଏହା ସ୍ଥାନ ପକ୍କା କରିବ । ଏହି ଭବ୍ୟ ମସଜିଦ ନିର୍ମାଣ କାମ ଜାନୁୟାରୀ ୨୬ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଶନିବାର ଲକ୍ଷେ୍ନøରେ ଆୟୋଜିତ ଆଇଆଇସିଏଫ ଟ୍ରଷ୍ଟର ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଭବ୍ୟ ମସଜିଦର ନକ୍ସାକୁ ସାର୍ବଜନୀନ କରିଛନ୍ତି ବାସ୍ତୁବିଦ ତଥା ମସଜିଦର ଡିଜାଇନର ପ୍ରୋଫେସର ଏସଏମ ଅଖତର । ମସଜିଦର ଶିଳାନ୍ୟାସ କିଏ କରିବେ । ନିର୍ମାଣ ପ୍ରକ୍ରିୟା କିପରି ଆଗକୁ ବଢିବ । ମସଜିଦର ନାମ କଣ ରଖାଯିବ ଏସବୁ ପ୍ରସଙ୍ଗରେ ବୋର୍ଡ ମୋହର ମାରିଥିବା ଜଣାପଡିଛି । ତେବେ ସେସବୁ ସମୟ ଆସିଲେ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି, ଟ୍ରଷ୍ଟ ଅଧ୍ୟକ୍ଷ ମୌଲାନା ଜୁଫର ଫାରୁକି । ମସଜିଦ ପରିସରରେ ମଲଟି ସ୍ପେଶାଲିଷ୍ଟ ହସ୍ପିଟାଲ, ସାର୍ବଜନିନ ଭୋଜନାଳୟ. ଆଧୁନିକ ପୁସ୍ତକାଳୟ, ପ୍ରକାଶନ ଗୃହ ଓ ମ୍ୟୁଜିୟମ ମଧ୍ୟ ନିର୍ମାଣ କରାଯିବ । ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନର ପ୍ରବକ୍ତା ଅତହୁର ହୁସେନ କହିଛନ୍ତି, ୫ ଏକର ଜମିରେ ୩୫ଶହ ସ୍କୋୟାର ଫୁଟର ଦ୍ୱିତଳ ପ୍ରାସାଦ ମସଜିଦ ନିର୍ମାଣ କରାଯିବ ।

ଯେଉଁଥିରେ ଥରକରେ ୨ହଜାରରୁ ଅଧିକ ଲୋକ ନମାଜ ପାଠ କରିପାରିବେ ଓ ମହିଳାଙ୍କ ନମାଜ ପାଠ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ । ସେହିପରି ୨୪ ହଜାର ୧୫୦ ସ୍କୋୟାର ଫୁଟ ଜାଗାରେ ୪ ମହଲା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହେବ । ଯେଉଁଥିରେ ଅତିକମରେ ୩ଶହ ଶଯ୍ୟା ରହିବ । ସୁନ୍ନୀ ସେଂଟ୍ରାଲ ୱାକଫ ବୋର୍ଡର ସୂଚନା ଅନୁସାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମିଳିଥିବା ୫ ଏକର ଜମିରେ ମସଜିଦ ନିର୍ମାଣ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ନକ୍ସା ବି ତିଆରି କରାଯାଇଛି । ଏବେ ଶିଳାନ୍ୟାସର ଔପଚାରିକତା ପରେ ମସଜିଦ ସମେତ ଅନ୍ୟ ଭବନର ନିର୍ମାଣ କାମ ଆରମ୍ଭ କରାଯିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started