କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ହରିୟାଣା ମୁଖ୍ୟମନ୍ତ୍ରୀ: ମନୋହରଲାଲ ଖଟ୍ଟର କହିଲେ, ଦିନେ ୨ଦିନ ଭିତରେ ଆଲୋଚନା ପାଇଁ ଫିଟିପାରେ ବାଟ

କନକ ବ୍ୟୁରୋ: ନୂଆ କୃଷି ଆଇନକୁ ନେଇ କୃଷକଙ୍କ ଆନ୍ଦେଳନ ୨୫ ଦିନରେ ପହଂଚିିଛି । ତିନୋଟି କୃଷି ଆଇନକୁ ହଟାଇବା ଦାବିରେ କୃଷକ ରାସ୍ତାରେ ଥିବା ବେଳେ ସାକ୍ଷାତ, ଆଲୋଚନା ମଧ୍ୟ ଜାରି ରହିଛି । ଏହି କ୍ରମରେ ଶନିବାର କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଦିଲ୍ଲୀ ସ୍ଥିତ ବାସଭବନରେ କେନ୍ଦ୍ର କୃଷମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ।

ଦୁଇ ନେତାଙ୍କ ମଧ୍ୟରେ ନୂଆ କୃଷି ଆଇନ ଓ କୃଷକଙ୍କ ଆନ୍ଦୋଳନକୁ ନେଇ ଆଲଚୋନା ହୋଇଛି । ଆଲୋଚନା ପରେ ଖଟ୍ଟର କହିଛନ୍ତି, କୃଷକ ଆନ୍ଦୋଳନର ସମାଧାନ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । କଥାବାର୍ତା ଜରିଆରେ ସମାଧାନର ବାଟ ଫିଟାଇବାକୁ ଉଦ୍ୟମ କରାଯାଉଛି । ଆଗମୀ ଦିନେ ଦୁଇଦିନ ଭିତରେ ଆନ୍ଦୋଳନରତ କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ସେପଟେ କୃଷକମାନେ କହିଛନ୍ତି କଳା କୃଷି ଆଇନ ନହଟିବା ଯାଏଁ ପ୍ରଦର୍ଶନ ଜାରି ରହିବ ।

from Kanak News
via <a href="https://ifttt.com/?

ପରୀ ପାଇଁ ଆଜିଠୁ ବିଜେପିର ପଦଯାତ୍ରା: ସାମିଲ ହେବେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭାନତି ଶ୍ରୀନିବାସନ; ଭୁବନେଶ୍ୱରରୁ ଯଦୁପୁରକୁ ପଦଯାତ୍ରା କରିବ ଦଳ

କନକ ବ୍ୟୁରୋ: ପରୀକୁ ନ୍ୟାୟ ଦାବିରେ ପଦଯାତ୍ରା କରିବ ବିଜେପି । ଭୁବନେଶ୍ୱରରୁ ନୟାଗଡ ଯଦପୁୁରକୁ ଯିବ ପଦଯାତ୍ରା । ଏଇଥି ପାଇଁ ଭୁବନେଶ୍ୱରରେ ପହଁଚିଛନ୍ତି ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭାନତି ଶ୍ରୀନିବାସନ । ଭୁବନେଶ୍ୱରରେ ପହଁଚିବା ପରେ ସେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ବିଜେପି ପକ୍ଷରୁ ୫ ଦିନ ଧରି ଆଜିଠାରୁ ଆସନ୍ତା ୨୪ ତାରିଖ ଯାଏଁ ଏହି ପଦଯାତ୍ରା ଚାଲିବ ।

ଆଜି ଲିଙ୍ଗରାଜ ମନ୍ଦିରରୁ ପଦଯାତ୍ରା ବାହାରି ଯାଆଁଳା ପହଚିଂବ । ୨୧ରେ ଯାଆଁଳାରୁ ସାରୁଅ, ୨୨ରେ ସାରୁଅରୁ ପିଚୁକାଳି, ୨୩ରେ ପିଚୁକୁଳିରୁ ଇଟାମାଟି, ୨୪ରେ ଇଟାମାଟିରୁ ଯଦୁପୁର ପହଚିଂବ ପଦଯାତ୍ରା । ୨୪ ତାରିଖରେ ଯଦୁପୁରରେ ଏକ ବଡ଼ ସଭାର ଆୟୋଜନ କରିବ ବିଜେପି । ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଦାବି କରିବା ସହ ଘଟଣା ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

ଅନ୍ୟପଟେ, ରାଜ୍ୟରେ ଛାତ୍ର ସମାଜର ସ୍ୱାର୍ଥ ଓ ଅଧିକାର ପାଇଁ ଅଂଟା ଭିଡିଛି ଛାତ୍ର କଂଗ୍ରେସ । ଶୋଭାଯାତ୍ର ଓ ସମାବେଶ କରି ରାଜ୍ୟର ବିଜେଡି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ ଛାତ୍ର କଂଗ୍ରେସ ଲଢ଼େଇ କରିବ ବୋଲି ଏହି ମଂଚରୁ ଆହ୍ୱାନ ଦେଇଛନ୍ତି ନବ ନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ । ଏହି ସମାବେଶରେ କଂଗ୍ରେସ ପ୍ରଭାରୀ ଚେଲା କୁମାରଙ୍କ ସହି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ଦଳର ବିଧାୟକ ଓ ନେତା ଯୋଗ ଦେଇ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି । ଏବଂ ୨୧ ବର୍ଷ ଶାସନର ହିସାବ ମାଗିଛନ୍ତି ।

from Kanak News
via <a href="https://ifttt.com/?

ଆଜି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବ ଦଳର ରଣକୌଶଳ

କନକ ବ୍ୟୁରୋ: ବିଜୁ ଜନତା ଦଳର ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ । ଏଥିରେ ଆଗାମୀ ଦିନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ । ଏହାଛଡ ଦଳର ସାଂଗଠନିକ ବିଷୟ ଠାରୁ ଆରମ୍ଭ କରି ରାଜନୈତିକ ଓ ଅର୍ଥନୈତିକ ଆଦି ପ୍ରସଙ୍ଗରେ ପ୍ରସ୍ତାବ ଆସିବ । ସେହିପରି ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୁପରେଖ ପ୍ରସ୍ତୁତ କରାଯିବ । ଏହି ଅବସରରେ ନବ ନିର୍ବାଚିତ କର୍ମକର୍ତାଙ୍କୁ ଦାୟିତ୍ୱ ବଂଟନ ଓ ଆଗାମୀ ଦିନ ପାଇଁ ରଣକୌଶଳ ନିର୍ଦ୍ଧାରଣ କରାଯିବ ।

୩୨ଟି ସାଂଗଠନିକ ଜିଲ୍ଲାରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଗୁରୁତ୍ୱ ଦିଆଯିବ । ସଭ୍ୟ ସଂଗ୍ରହ ଠାରୁ ଆରମ୍ଭ କରି ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୁପାୟନ ନେଇ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଆଲଚୋନା କରାଯିବ ବୋଲି ସୂଚନା ମିଳିଛି । ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ହେବ । ଡିସେମ୍ବର ୨୬ ତାରିଖରେ ବିଜେଡି ୨୪ ବର୍ଷରେ ପାଦ ଦେଉଥିବାରୁ ଓଡିଶାର ସମସ୍ତ ନିର୍ବାଚନମଣ୍ଡଳୀ, ପୌରାଂଚଳ ଓ ବ୍ଲକସ୍ତରରେ କୋଭିଡ କଟକଣା ଭିତରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।

from Kanak News
via <a href="https://ifttt.com/?

ଆଡିଲେଡରେ ଜିତିବା ମ୍ୟାଚକୁ ହାରିଗଲା ଟିମ ଇଣ୍ଡିଆ, ୩୬ ରନରେ ଦ୍ୱିତୀୟ ଇନିଂସରେ ଅଲଆଉଟ୍ , ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍ ରନର ଅଲୋଡା ରେକର୍ଡ କଲା କୋହଲି ବାହିନୀ ।

କନକ ବ୍ୟୁରୋ: ଆଡିଲେଡରେ ଟିମ ଇଣ୍ଡିଆର ଦୟନୀୟ ପ୍ରଦର୍ଶନ । ଦି୍ୱତୀୟ ଇନିଂସରେ କୌଣସି ଭାରତୀୟ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିଲେନି । ମାତ୍ର ୩୬ ରନରେ ଅଲଆଉଟ୍ ହେଲା ଟିମଇଣ୍ଡିଆ । ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍ ସ୍କୋରର ଅଲୋଡା ରେକର୍ଡ ଅର୍ଜନ କଲା କୋହଲି ବାହିନୀ । ୯୦ ରନର ଟାର୍ଗେଟକୁ ୨ ୱିକେଟରେ ହାସଲ କରି ସହଜରେ ମ୍ୟାଚ ଜିତିଗଲା କଙ୍ଗାରୁ ଦଳ । ଅଢେଇ ଦିନରେ ଆଡିଲେଡ୍ ଟେଷ୍ଟ ସରିବା ପରେ ବିଭିନ୍ନ ମହଲରୁ କ୍ୟାପଟେନ୍ କୋହଲିଙ୍କୁ କରାଯାଉଛି ସମାଲୋଚନା ।

ଆଡିଲେଡରେ ଅଲୋଡା ରେକର୍ଡ
ଟେଷ୍ଟରେ ଟିମଇଣ୍ଡିଆର ସର୍ବନିମ୍ନ ସ୍କୋର
ଦ୍ୱିତୀୟ ଇନିଂସରେ ୩୬ ରନରେ ଅଲଆଉଟ୍

ଅଷ୍ଟ୍ରେଲିଆ ଗସ୍ତରେ ଟିମଇଣ୍ଡିଆର ଟେଷ୍ଟ ସିରିଜ ଏପରି ଭାବରେ ଆରମ୍ଭ ହେବ ଭାରତୀୟ କ୍ରିକେଟ୍ ପ୍ରେମୀ କେବେ କଳ୍ପନା କରିନଥିଲେ । ଖେଳର ଦ୍ୱିତୀୟ ଦିନ ସୁଦ୍ଧା ଭାରତର ପଲା ଭାରୀ ଥିବା ବେଳେ ତୃତୀୟ ଦିନରେ ବାଜି ପଲଟାଇ ମ୍ୟାଚ୍ ଜିତି ନେଇଛି ଘରୋଇ ଦଳ ।

ଆଡିଲେଡ୍ ଟେଷ୍ଟର ତୃତୀୟ ଦିନ
ତାସ୍ ପତା ପରି ଖସିପଡିଲା ବ୍ୟାଟିଂ ଲାଇନ୍
ଦ୍ୱିତୀୟ ଇନିଂସରେ ଭାରତ ୩୬ ରନରେ ଅଲଆଉଟ୍
କୌଣସି ବ୍ୟାଟସ୍ ମ୍ୟାନ୍ ଛୁଇଁ ପାରିଲେନି ଦୁଇ ଅଙ୍କ

ଭାରତୀୟ ଦଳ ମାତ୍ର ୩୬ ରନରେ ଅଲଆଉଟ୍ ହେବା ହିଁ ସବୁଠାରୁ ଚର୍ଚାର କାରଣ ହୋଇଛି । କାରଣ ଏହା ହିଁ ଟେଷ୍ଟ କ୍ରିକେଟରେ ଭାରତର ସର୍ବନିମ୍ନ ସ୍କୋର । ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍ ସ୍କୋର ଇଂଲଣ୍ଡ ନାଁରେ ରହିଛି । ୧୯୫୫ ମସିହାରେ ଇଂଲଣ୍ଡ ମାତ୍ର ୨୬ ରନରେ ଅଲଆଉଟ୍ ହୋଇଥିଲ।।

ଟିମଇଣ୍ଡିଆର ଦ୍ୱିତୀୟ ଇନିଂସରେ ବ୍ୟାଟସ୍ ମ୍ୟାନଙ୍କ ସ୍କୋର
ପୃଥ୍ୱୀ ସ ୪, ମୟଙ୍କ ୯, ବୁମରା ୨, ପୂଜାରା ୦, କୋହଲି ୪
ରାହାଣେ ୦, ହନୁମା ବିହାରୀ ୮, ରିଦ୍ଧିମାନ ଶାହା ୪, ଅଶ୍ୱିନ୍ ୦
ଉମେଶ ଯାଦବ ୪, ସାମି ୧ ରନ୍ ରିଟାୟାର୍ଡ ହର୍ଟ

ହାଜଲଉଡ୍ ୫ ଓ ପ୍ୟାଟ କମିନ୍ସ ୪ଟି ୱିକେଟ୍ ଦଖଲ କରିବା ପରେ ଆଡିଲେଡରେ ମାଟି କାମୁଡିଥିଲା ଟିମଇଣ୍ଡିଆ । ମ୍ୟାଚ୍ ବାକି ଥିଲା ଅଢେଇ ଦିନ । ହାତ ଟେକିଦେଲା କୋହଲି ବାହିନୀ

ଦ୍ୱିତୀୟ ଦିନରେ ବୁମରାଙ୍କୁ କ୍ୟାପଟେନ୍ କୋହଲି ନାଇଟ୍ ୱାଚ୍ ମ୍ୟାନ୍ ପଠାଇବା ନିଷ୍ପତିକୁ ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର । କାରଣ ଅଶ୍ୱିନ୍, ଉମେଶ କିଂବା ସାମିଙ୍କ ମଧ୍ୟରୁ ଜଣଙ୍କୁ ପଠାଇଥିଲେ ତୃତୀୟ ଦିନ ଫଳାଫଳ ଭିନ୍ନ ଆସିଥାନ୍ତା ବୋଲି ଯୁକ୍ତି ବାଢିଛନ୍ତି ପ୍ରଜ୍ଞାନ ଓଝା ।

ପୂଜାରାଙ୍କ ଓି୍ୱକେଟ୍ ବଂଚାଇବାକୁ ବୁମରାଙ୍କୁ ନାଇଟ୍ ୱାଚ୍ ମ୍ୟାଚ୍ ପଠାଇଥିଲେ କୋହଲି । ସେହି ପୂଜାରା କିନ୍ତୁ ଫେଲ୍ ମାରିଲେ । ମାତ୍ର ୮ଟି ବଲ ଖେଳି ସେ ଖାତା ଖୋଲିନପାରି ପ୍ୟାଭିଲିୟନ୍ ଫେରିଯାଇଥିଲେ । ଏହା ପରେ ଭୁଷୁଡିପଡିଥିଲା ଭାରତୀୟ ଦଳ । ୯୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ମାତ୍ର ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି, ଅଢେଇ ଦିନରେ ଜିତିଥିଲା ଆଡିଲେଡ୍ ଟେଷ୍ଟ । ଏହି ବିଜୟ ସହିତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି କଙ୍ଗାରୁ ଦଳ ।

from Kanak News
via <a href="https://ifttt.com/?

ଦିଲ୍ଲୀରେ କଂଗ୍ରେସର ମାନସମନ୍ଥନ । ୨୩ ପ୍ରମୁଖ ଅସନ୍ତୁଷ୍ଟ ନେତାଙ୍କ କଥା ଶୁଣିଲେ ସୋନିଆ, ରାହୁଲଙ୍କୁ ନେତୃତ୍ୱ ଦେବା ପ୍ରସଙ୍ଗରେ ନେତାଏ କହିଲେ ନାହିଁ କୌଣସି ସମସ୍ୟା ।

କନକ ବ୍ୟୁରୋ: ଏବେ ଆସିବା କଂଗ୍ରେସର ମାନସମଂଥନ ବୈଠକ ଖବରକୁ । ଆଜି ଦିଲ୍ଲୀରେ ୧୦ ଜନପଥରେ ବସିଥିଲା କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ବୈଠକ । ଏହି ବୈଠକରେ ସମସ୍ତ ଅସନ୍ତୁଷ୍ଟ ନେତାଙ୍କ କଥା ଶୁଣିଥିଲେ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧି । ସୂଚନା ଅନୁସାରେ ୫ ଘଂଟା ଧରି ଚାଲିଥିବା ବୈଠକରେ ଦଳ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି । ଏହାରି ଭିତରେ ରାହୁଲ କହିଛନ୍ତି , ଦଳ ଯେମିତି ଚାହିଁବ, ସେମିତି କାମ କରିବି ।

ପ୍ରାୟ ୫ ଘଂଟାରୁ ଅଧିକ ସମୟ ଧରି ଦିଲ୍ଲୀରେ ୧୦ ଜନପଥରେ ଥିବା ସୋନିଆଙ୍କ ବାସଭବନରେ ବସିଥିଲା କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ବୈଠକ । ବୈଠକରେ ସାମିଲ ହୋଇଥିଲେ ଦଳର ୨୩ ପ୍ରମୁଖ ଅସନ୍ତୁଷ୍ଟ ନେତା । ଆଉ ସମସ୍ତ ଅସନ୍ତୁଷ୍ଟଙ୍କ କଥାକୁ ଧୀର ସ୍ଥିର ଭାବରେ ଶୁଣିଥିଲେ ସୋନିଆ । ଯାହାର ଯାହା କହିବାର ଅଛି, ଯେଉଁ ନେତା ଯାହା ବି ପରାମର୍ଶ ଦେଇଛନ୍ତି ସବୁକୁ ଲେଖି ରଖିଛନ୍ତି ସୋନିଆ ।

ବୈଠକରେ ସାମିଲ ହୋଇଥିଲେ ସୋନିଆ, ରାହୁଲ, ପ୍ରିୟଙ୍କା । ସୂଚନା ଅନୁସାରେ ରାହୁଲ , ପ୍ରିୟଙ୍କା ବୈଠକରେ ଦଳର ଆଗାମୀ ରଣନୀତି ନେଇ ନିଜ ମତ ରଖିଛନ୍ତି । ରାହୁଲ କହିଛନ୍ତି ଦଳ ଯେମିତି ଚାହିଁବ, ସିଏ ସେହିପରି କାମ କରିବେ ।

ବୈଠକ ସରିବା ପରେ ଗଣମାଧ୍ୟମକୁ ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ ଦଳର ବରିଷ୍ଠ ନେତା ହରିଶ ରାୱାତ, ପୃଥ୍ୱୀରାଜ ଚଭନ ପ୍ରମୁଖ । ଚାଷୀ ପ୍ରସଙ୍ଗରୁ ନେଇ ୨୦୨୧ରେ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଯାଏଁ ଦଳ ସବୁ ପ୍ରସଙ୍ଗରେ ଚର୍ଚା କରିଥିବା କହିଛନ୍ତି ଚଭନ । ଆଗକୁ ଏହିପରି ବୈଠକ ବସିବ । ଦଳ ଭିତରେ ଥିବା ସମସ୍ତ ଅସନ୍ତୋଷକୁ ଦୂର କରି ନୂଆ ରଣନୀତିରେ ଆଗକୁ ବଢିବ ଦଳ ।

ସୋନିଆଙ୍କ ଏହି ଜି ୨୩ ବୈଠକରେ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ଭିତରେ ରହିଥିଲା ସୋନିଆଙ୍କ ପରେ କାହା ହାତକୁ ଯିବ ନେତୃତ୍ୱ । ଆଗକୁ ୨୦୨୧ରେ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ପୁଡୁଚେରୀ ଏବଂ ଆସାମରେ ହେବ ବିଧାନସଭା ନିର୍ବାଚନ । ଅସନ୍ତୁଷ୍ଟ ନେତୃତ୍ୱ ରାହୁଲଙ୍କ ହାତକୁ ଆଗାମୀ ନେତୃତ୍ୱ ଦେବାକୁ ଇସାରା କରିଥିବା ଜଣାପଡିଛି । ଏହି ପରି ଏକାଧିକ ବୈଠକ କରି ସୋନିଆ ଦଳ ଭିତରେ ଅସନ୍ତୁଷ୍ଟଙ୍କୁ ମନାଇବାକୁ ଉଦ୍ୟମ କରିବେ ବୋଲି ଜଣାପଡିଛି ।

from Kanak News
via <a href="https://ifttt.com/?

ବାଲେଶ୍ୱର ଚାନ୍ଦିପୁରରେ ଘାତକ ତୋପର ପରୀକ୍ଷଣ କଲା ଭାରତ । ବିଶ୍ୱରେ କେବଳ ଭାରତ ପାଖରେ ରହିଛି ଏହି ମାରକ ତୋପ । 

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଠାରେ ଅବସ୍ଥିତ ପିଏକ୍ସଇ ପରିସରରୁ ଏଟିଏଜିଏସର ବ୍ୟବହାରିକ ପରୀକ୍ଷଣ ହୋଇଯାଇଛି। ଡିଆରଡିଓ ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ଅତ୍ୟାଧୁନିକ ଗନ୍‌ ସିଷ୍ଟମକୁ ବିକଶିତ କରାଯାଇଛି। ଦୀର୍ଘ ୪୮ କିଲୋମିଟର ଦୂରତାରେ ଥିବା ଟାର୍ଗେଟକୁ ଏହାର ମାରକ କ୍ଷମତା ରହିଛି ।

ଆଡଭାନ୍ସଡ୍‌ ଟାୱଡ୍‌ ଆର୍ଟିଲାରୀ ଗନ୍‌ ସିଷ୍ଟମର ଓଜନ ୧୮ ଟନ୍‌। ବିଶ୍ୱରେ ଏହିଭଳି ଉନ୍ନତ ଓ ଅତ୍ୟାଧୁନିକ ମାରଣାସ୍ତ୍ର କେବଳ ଭାରତ ବିକଶିତ କରିବାରେ ସକ୍ଷମ ହୋଇଛି ବୋଲି ଏଟିଏଜିଏସର ପ୍ରକଳ୍ପ ନିର୍ଦ୍ଦେଶକ ଶୈଳେନ୍ଦ୍ର ଗଡ଼େ ସୂଚନା ଦେଇଛନ୍ତି । ୨୦୧୯ ମସିହାରୁ ଏହାକୁ ସ୍ଥଳସେନାରେ ବ୍ୟବହାର କରାଯାଉଛି। ଏଥିରେ ବିଭିନ୍ନ ଦିଗକୁ ବିକାଶ କରାଯାଇ ବାରମ୍ବାର ପରୀକ୍ଷା କରାଯାଉଛି। ଏହି ତୋପର ପରୀକ୍ଷଣ ଚୀନ୍ ଓ ପାକିସ୍ତାନ ସୀମା ନିକଟରେ ଭାରତ ପୂର୍ବରୁ ପରୀକ୍ଷା କରିଛି । ଯେଉଁ ପରୀକ୍ଷଣରେ ୨ ହଜାରରୁ ଅଧିକ ଗୁଳି ଫୁଟିଥିଲା । ଏହି ତୋପ ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ଗତି କରିପାରେ ।  ପ୍ରତିରକ୍ଷା କ୍ଷେତ୍ରରେ ଏଟିଏଜିଏସ୍‌ ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

https://platform.twitter.com/widgets.js

from Kanak News
via <a href="https://ifttt.com/?

ଭାରତକୁ କରୋନା ଟିକା ପାଇଁ ସାହାଯ୍ୟ ମାଗିଛନ୍ତି ୧୨ଟି ଦେଶ । ନୀତି ଆୟୋଗର ସଦସ୍ୟ ଭିକେ ପୌଲ ଦେଲେ ସୂଚନା । 

କନକ ବ୍ୟୁରୋ : କରୋନା ଟିକା ପାଇଁ ଭାରତକୁ ସାହାଯ୍ୟ ମାଗିଛନ୍ତି ୧୨ଟି ଦେଶ। କରୋନା ଟିକା ଆସିଲେ ସେମାନଙ୍କୁ ପ୍ରାଥମିକତା ଦିଆଯିବା ନେଇ ୧୨ଟି ଦେଶ ଅନୁରୋଧ କରିଥିବା କହିଛନ୍ତି ନୀତି ଆୟୋଗର ସଦସ୍ୟ ଭିକେ ପୌଲ। କୋଭିଡ-୧୯ର ଉଚ୍ଚ ସ୍ତରୀୟ ମନ୍ତ୍ରୀ ଦଳର ବୈଠକ ସମୟରେ ଏଭଳି କହିଛନ୍ତି ଭିକେ ପୌଲ।

ଭିକେ ପୌଲ ବୈଠକରେ କରୋନା ଟିକା ପରୀକ୍ଷଣ, ଉତ୍ପାଦନ ଏବଂ ଡୋଜ ବିଷୟରେ ଉଚ୍ଚସ୍ତରୀୟ ମନ୍ତ୍ରୀ ଦଳର ସଦସ୍ୟଙ୍କୁ ଜଣାଇବା ସହ କରୋନା ଟିକା ଆସିବା ପରେ କେଉଁମାନଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯିବ ସେ ବିଷୟରେ କହିଥିଲେ। ପ୍ରଥମେ ୧୦ମିଲିୟନ ସ୍ୱାସ୍ଥ୍ୟସେବା କର୍ମଚାରୀ, ୨୦ମିଲିୟନ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୫୦ବର୍ଷରୁ ଉଦ୍ଧ୍ୱର୍ ଥିବା ୨୭୦ମିଲିୟନ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ। ୩ଟି କରୋନା ଟିକା ତିଆରି କରୁଥିବା କମ୍ପାନି ଏବେ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଥିବା ବେଳେ ଟିକା ପରୀକ୍ଷଣକୁ ଦେଖି ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି। ଏହା ସହ ଟିକା ଆସିଲେ ପ୍ରାଥମିକତା ଦେବା ପାଇଁ ୧୨ଟି ଦେଶ ଅନୁରୋଧ କରିଥିବା ସେ କହିଛନ୍ତି।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ହାଇଭୋଲଟେଜ ରାଜନୈତିକ ଡ୍ରାମା । ମିଶନ୍ ୨୦୦ର ଟାର୍ଗେଟ ଦେଲେ ଅମିତ ଶାହା, ମେଦିନାପୁର ଜନସଭାରେ ମମତାଙ୍କ ଉପରେ ବର୍ଷିଲେ ବିଜେପିର ଚାଣକ୍ୟ । 

କନକ ବ୍ୟୁରୋ: ଦିଦିଙ୍କ ଗଡରେ ଧସେଇ ପଶିବାକୁ ପ୍ରୟାସ ଜାରି ରଖିଛି ଭାରତୀୟ ଜନତା ପାର୍ଟି । ହାଇଭୋଲଟେଜ୍ ରାଜନୌତିକ ଡ଼୍ରାମା ଭିତରେ ଗୃହମନ୍ତ୍ରୀ ଅମିତ ଶାହ ଆଜି ପଶ୍ଚିମବଙ୍ଗ ଗସ୍ତ କରି ବିଶାଳ ରୋଡଶୋ କରିଛନ୍ତି । ଜନସଭାରେ ମିଶନ ଦୁଇ ଶହ ପ୍ଲସ ନାରା ଦେଇ ମମତାଙ୍କୁ ଉପାଡି ଫୋପାଡି ଦେବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଶାହା । ଏଥିସହ ନିକଟରେ ଦିଦିଙ୍କ ହାତ ଛାଡିଥିବା ତୃଣମୂଳ କଂଗ୍ରେସର  ନେତାମାନେ ଆଜି ମୋଦିଙ୍କ ହାତ ଧରିଛନ୍ତି ।

ଅମିତ ଶାହାଙ୍କ ମିଶନ ବଙ୍ଗାଲ । ମେଦିନାପୁରରେ ରାଲି କରୁଥିବା ସମୟରେ ଆଜି ଯେଉଁ ରାଜନୀତିର ରୋଚକ ଦୃଶ୍ୟଟି ଦେଖିବାକୁ ମିଳିଥିଲା ତା ହେଉଛି ବିଜେପିରେ ତୃଣମୂଳ କଂଗ୍ରେସ ଛାଡିଥିବା ନେତାଙ୍କ ମିଶ୍ରଣ । ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ବିଦ୍ରୋହୀ ନେତା ଶୁଭେନ୍ଦୁ ଅଧିକାରୀ ।

ତୃଣମୂଳ କଂଗ୍ରେସ ଛାଡି ଅନେକ ଦଳୀୟ ନେତାଙ୍କୁ ବିଜେପିରେ ସାମିଲ କରିବାରେ ବେଶ ଗୁରୁଦାୟିତ୍ୱ ବହନ କରିଥିଲେ ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁଙ୍କ ଅଭିଯୋଗ ଥିଲା, ଦଳ ଦୁର୍ନୀତିଗ୍ରସ୍ତ ହୋଇଛି । ଦଳୀୟ କନ୍ଦଳ ଜୋରସୋରରେ ଚାଲିଛି । ତୃଣମୂଳ କଂଗ୍ରେସର ୬ଜଣ ବିଧାୟକ ଏବଂ ବାମଦଳ, କଂଗ୍ରେସରୁ ୪ ଜଣ ବିଧାୟକ ବିଜେପିରେ ମିଶିଥିଲେ ।

ତୃଣମୂଳ କଂଗ୍ରେସର ଏହି ବିଦ୍ରୋହୀ ବିଧାୟକମାନଙ୍କୁ ମେଦିନାପୁର ର୍ୟାଲି ଅବସରରେ ସ୍ୱାଗତ କରିଛନ୍ତି ଦଳର ବରିଷ୍ଠ ନେତା ଅମିତ ଶାହା । ଶାହା ସିଧା ସିଧା ମମତାଙ୍କୁ ଟାର୍ଗେଟ କରିଛନ୍ତି । ଅମିତ ଶାହାଙ୍କ ପ୍ରଶ୍ନ ହେଉଛି, ଏତେ ସଂଖ୍ୟାରେ ନେତା କାହିଁକି ତୃଣମୂଳ କଂଗ୍ରେସ ଛାଡୁଛନ୍ତି । କାରଣ ଦଳ ଭିତରେ କୁଶାସନ ଚାଲିଛି, ଦୁର୍ନୀତି ବଢିଛି । ଏହା ଆରମ୍ଭ ମାତ୍ର । ନିର୍ବାଚନ ବେଳକୁ ତୁମେ ଏକୁଟିଆ ହିଁ ଦଳରେ ରହିଥିବ ବୋଲି ଦୃଢୋକ୍ତି ବାଢିଥିଲେ ଅମିତ ଶାହା ।

ଶାହାଙ୍କ ବେଙ୍ଗଲ ଗସ୍ତର ଫୋକସରେ ଥିଲା ବେଙ୍ଗଲି ଲୋକଙ୍କ ହୃଦୟକୁ ଛୁଇଁବା । ସୋଥିପାଇଁ ବିବେକାନନ୍ଦଙ୍କ ଜନ୍ମସ୍ଥାନ, ସ୍ୱାଧୀନତା ସଂଗ୍ରାମୀ ଖୁଦିରାମ ବୋଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଏବଂ ଖୁଦିରାମଙ୍କ ବଂଶଜଙ୍କୁ ସମ୍ମାନ ସହିତ ରାମପ୍ରସାଦ ବିସମିଲଙ୍କ ବଳିଦାନର ଉଦାହରଣ ଦେଇଥିଲେ ଶାହା ।

ମମତା ଯେତେବେଳେ ବି ଆକ୍ରମଣ କରିଛନ୍ତି ବିଜେପିର ନେତାଙ୍କୁ ବାହାର ଲୋକ କହି ଆକ୍ଷେପ କରିଛନ୍ତି । ଏହି ଆକ୍ଷେପକୁ କାଉଁଟର କରିବା ପାଇଁ ଶାହା ଖେଳିଛନ୍ତି ବେଙ୍ଗଲି କାର୍ଡ । ବେଙ୍ଗଲରେ ବେଙ୍ଗଲି ଲୋକଙ୍କ ଆତ୍ମାକୁ ଧରି ବିଜେପିକୁ ୨୦୨୧ ବିଧାନସଭା ନିର୍ବାଚନ ବୈତରଣୀ ପାର ହେବାକୁ ଦିଗ ଦେଖାଇଛନ୍ତି ଶାହା ।

ପଶ୍ଚିମ ମେଦିନାପୁରର ଜଣେ ଚାଷୀଙ୍କ ଘରେ ଶାହା ଖାଇଲେ ମଧ୍ୟାହ୍ନ ଭୋଜନ । ତଳେ ବସିଥିଲେ ଏବଂ ଆଗରେ ପରସା ହୋଇଥିଲା ଘର ରନ୍ଧା ଖାଇବା  । ବିଜେପି ଏହା ମାଧ୍ୟମରେ ତ୍ରୁଣମୂଳସ୍ତରର ଲୋକଙ୍କ ପାଖରେ କିପରି ପହଂଚୁଛି ତାର ଉଦାହରଣ ବୟାନ କରୁଥିଲା ଏହି ଦୃଶ୍ୟ । ଗୋଟିଏ ପଟେ ଚାଲିଥିଲା ରାଜନୈତିକ ମିଶ୍ରଣ ଆଉ ଗୋଟେ ପରେ ଭୋଟ ରାଜନୀତିକୁ ଭୁଲିନଥିଲା ବିଜେପି । ମୋଦି-ଦିଦିଙ୍କ ଲଢେଇ ଭିତରେ ଶାହାଙ୍କ ରଣନୀତି, ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି ।

from Kanak News
via <a href="https://ifttt.com/?

ଭାରତରେ ବୃହତ ବ୍ୟାଙ୍କ ଠକେଇ, ୭୯୨୬ କୋଟି ଟଙ୍କା ଠକି ନେଇଛି ହାଇଦ୍ରାବାଦ କମ୍ପାନି । 

କନକ ବ୍ୟୁରୋ : ନୀରବ ମୋଦୀ ବ୍ୟାଙ୍କ ଠକେଇ ମାମଲାର ପ୍ରାୟ ଅଢେଇ ବର୍ଷ ପରେ ଦେଶରେ ଆଉ ଏକ ବୃହତ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି । ହାଇଦ୍ରାବାଦର ଏକ ଘରୋଇ କମ୍ପାନି ପ୍ରାୟ ୭୯୨୬ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ବ୍ୟାଙ୍କ ଠକେଇଟି ନୀରବ ମୋଦୀ ସ୍କାମଠାରୁ ଆହୁରି ବଡ଼ ବୋଲି କୁହାଯାଉଛି ।

ପ୍ରାୟ ୭୯୨୬ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗରେ ସିବିଆଇ ହାଇଦ୍ରାବାଦର ଏକ ଘରୋଇ କମ୍ପାନି ଟ୍ରାନ୍ସଟ୍ରଏ ଇଣ୍ଡିଆ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି । ଅଭିଯୁକ୍ତ କମ୍ପାନି କାନାରା ବ୍ୟାଙ୍କ ଅଧ୍ୟକ୍ଷତାରେ ଥିବା ଏକ ବ୍ୟାଙ୍କିଙ୍ଗ୍ କନସୋର୍ଟିୟମଠାରୁ ଏହି ଋଣ ନେଇ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ପରିମାଣ ଦୃଷ୍ଟିରୁ ଏହା ଦେଶର ଏକ ବଡ଼ ବ୍ୟାଙ୍କ ଠକେଇ ବୋଲି କୁହାଯାଉଛି ।

ଆଜି ସିବିଆଇ ପକ୍ଷରୁ କମ୍ପାନିର ଅଫିସ ଓ ଏହାର ନିର୍ଦ୍ଦେଶକମାନଙ୍କ ଘରେ ଚଢଉ କରାଯାଇଛି । ଏହି ଚଢଉରେ ଅନେକ ଆପତ୍ତିଜନକ କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିଛି । ସିବିଆଇ ପକ୍ଷରୁ କମ୍ପାନିର ସିଏମଡି ଚେରୁକୁରି ଶ୍ରୀଧର, ଅତିରିକ୍ତ ନିର୍ଦ୍ଦେଶକ ଆର.ଏସ.ରାଓ ଓ ଅକିନେନି ସତୀଶଙ୍କ ନାମରେ ମାମଲା ରୁଜ୍ଜୁ କରିଛି ।

ସିବିଆଇ କହିଛି ଯେ କମ୍ପାନି ନାଁରେ ଋଣ ନେଇ ଏହି ବରିଷ୍ଠ ଅଧିକାରୀମାନେ ଅର୍ଥ ଆତ୍ମସାତ କରିଛନ୍ତି । ସୂଚନାଯୋଗ୍ୟ ଯେ ନିରବ ମୋଦୀ ପ୍ରାୟ ୬ ହଜାର କୋଟି ଟଙ୍କାର ଋଣ ଠକେଇ କରିଥିବାବେଳେ ତା ମାମୁ ମେହୁଲ ଚୋକସି ୭୦୮୦ କୋଟିର ଠକେଇ କରିଥିଲା ।

from Kanak News
via <a href="https://ifttt.com/?

ରାଜ୍ୟରେ କେମିତି ହୋଇଥିଲା ମହାମାରୀର ମୁକାବିଲା? ନ୍ୟୁଜ୍ ମେକର ୨୦୨୦ରେ କରୋନା କାଳର ଅଭିଜ୍ଞତା ବଖାଣିଲେ ଅତିଥି, ସଚେତନତା ବାର୍ତାରୁ କରୋନା କଟକଣା ନେଇ ରଖିଲେ ମତ ।

କନକ ବ୍ୟୁରୋ : ମହାମାରୀ କରୋନା ସମୟରେ ଯେତେବେଳେ ସାଧାରଣ ଲୋକଟିଏ ଘରୁ ପଦାକୁ ବାହାରିବାକୁ ଡରୁଥିଲା, ସେହି ସମୟରେ ନିଜ ଜୀବନକୁ ବାଜି ଲଗାଇ ଲଢ଼େଇ ଜାରି ରଖିଥିଲେ କରୋନା ଯୋଦ୍ଧା । କରୋନାକୁ ମାତ ଦେବା ପାଇଁ ସେମାନେ ଦିନ ରାତିକୁ ଏକ କରି ଦେଇଥିଲେ । ଲକ୍ଷ୍ୟ ଥିଲା କରୋନାକୁ ରୋକିବା । ସେହି କରୋନା ଯୋଦ୍ଧାଙ୍କ ମଧ୍ୟରୁ କେତେ ଜଣ ଆଜି କନକ ନ୍ୟୁଜର ନ୍ୟୁଜମେକର-୨୦୨୦ କାର୍ଯ୍ୟକ୍ରମରେ ସାମିଲ ହୋଇ ସେହି ସମୟର ଅଭିଜ୍ଞତାକୁ କହିଛନ୍ତି ।

ବର୍ଷ ୨୦୨୦ ବିତିଛି କରୋନା ମହାମାରୀ ଭିତରେ । କରୋନା ଲଢ଼େଇରେ ଯେଉଁ କେତେଜଣ ସମୁଖ ଯୋଦ୍ଧା ଚର୍ଚ୍ଚିତ ହୋଇଛନ୍ତି, ସେମାନଙ୍କ ଭିତରୁ କିଛି ପ୍ରମୁଖ ବ୍ୟକ୍ତିତ୍ୱ ଏକାଠି ହୋଇଥିଲେ କନକ ନ୍ୟୁଜର ନ୍ୟୁଜ ମେକର ମଂଚରେ । ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏବଂ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ବଖାଣିଥିଲେ କରୋନା କାଳରେ ସେମାନଙ୍କ ଗୁରୁଦାୟିତ୍ୱର କଥା । ଅମାନିଆଙ୍କୁ ଫାଇନ କାଟୁଥିଲା ପୋଲିସ, ହେଲେ ଗରିବଙ୍କ ପାଇଁ ଏହାମାତ୍ର ୫୦ରୁ ୧୦୦ ଟଙ୍କାରେ ସୀମିତ ଥିଲା । ଆଉ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଲୋକଙ୍କ ମନରେ ଉଠୁଥିବା ସନ୍ଦେହକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି ବିଏମସି କମିସନର

କରୋନାକୁ ନେଇ ଅଧିକ ପ୍ରଭାବିତ ହୋଇଥିବା ଗଂଜାମ ଜିଲ୍ଲାର ପରିସ୍ଥିତି ସୁଧାରିବା ପାଇଁ ଅଂଟା ଭିଡିଥିଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ନ୍ୟୁଜ ମେକରରେ ଯୋଗ ଦେଇ ସେ କହିଛନ୍ତି, କରୋନା ବିରୋଧୀ ଲଢ଼େଇରେ କେମିତି ସଫଳ ହେଲା ଗଂଜାମ ମଡେଲ । କରୋନା ମୁକାବିଲା କ୍ଷେତ୍ରରେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଇ ଦିନରାତି ଏକ କରି ଦେଇଥିବା ଆରଏମଆରସିର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ବଖାଣିଛନ୍ତି କେମିତି କାମ ସାରି ଘରକୁ ଫେରିବା ବେଳକୁ ରାତି ୩ଟା ବାଜି ଯାଉଥିଲା ।

କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମ୍ କୋଭିଡ ହସପିଟାଲ ଓ ଅଶ୍ୱିନୀ କୋଭିଡ୍ ହସପିଟାଲର ପଛରେ ଥିବା ଦୁଇ ବ୍ୟକ୍ତିତ୍ୱ ସାମିଲ ହୋଇ କହିଥିଲେ ସେମାନଙ୍କ ଅନୁଭୂତି ।ଏହାବାଦ୍ ମହାମାରୀ ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପର୍ଯ୍ୟଟନ କ୍ଷେତ୍ର । ପରବର୍ତୀ ସମୟରେ କିପରି ଏହାର ପୁନରୁଦ୍ଧାର କରାଯାଇପାରିବ, କେତେ ରହିଛି ସମ୍ଭାବନା, ଏ ସଂପର୍କରେ ମତ ରଖିଥିଲେ, ଓଡ଼ିଶାର ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ।

ସେପଟେ ପ୍ରତିକୂଳ ସ୍ଥିତିରେ ନିଜ କର୍ତବ୍ୟ ସଂପାଦନ କରି ଚର୍ଚ୍ଚାକୁ ଆସିଥିବା ମାଲକାନଗିରିର ମଲାଲା କୁସୁମଣୀ ଖିଲ, ସ୍ୱାଭିମାନ ଅଂଚଳର ଅଙ୍ଗନବାଡି କର୍ମୀ ପ୍ରମିଳା ପେଲମେଲ ଓ ହେମଲତା ଶିଶା ଏବଂ କରୋନା ସମୟରେ ପରିତ୍ୟକ୍ତ ମରଶରୀରକୁ ଦାହ ସଂସ୍କାର କରି ମାନବିକତାର ପରିଚୟ ଦେଇଥିବା ଭଂଜନଗରର ୪ ସାମ୍ବାଦିକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started