ନ୍ୟୁଜ୍ ମେକର ୨୦୨୦ରେ କରୋନା କାଳର ଅଭିଜ୍ଞତା ବଖାଣିଲେ ଅତିଥି । ସୁବ୍ରତଙ୍କ ମୁହଁରେ ଥିଲା ମହାମାରୀ ମୁକାବିଲାର କାହାଣୀ, ସମ୍ବିତ କରିଥିଲେ ରାଜନୀତି ଚର୍ଚ୍ଚା । 

କନକ ବ୍ୟୁରୋ : ମହାମାରୀ କରୋନା କାଳରେ କିଭଳି ଥିଲା ଅଭିଜ୍ଞତା. କନକ ନ୍ୟୁଜ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନ୍ୟୁଜମେକର-୨୦୨୦ରେ ଯୋଗ ଦେଇ ସେମାନଙ୍କ ଅନୁଭୂତି ବଖାଣିଛନ୍ତି ବରିଷ୍ଠ ରାଜନେତା ଓ ତତ୍କାଳିନ କୋଭିଡ ମୁଖପାତ୍ର । କରୋନା ଲଢ଼େଇରେ ଆଗରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହା କେତେ ଆହ୍ୱାନପୂର୍ଣ୍ଣ ରହିଥିଲା, ନିଜ ଅଭିଜ୍ଞତା କହିଥିଲେ, କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ।

ଅବସର ଥିଲା କନକ ନ୍ୟୁଜର ନ୍ୟୁଜ ମେକର କାର୍ଯ୍ୟକ୍ରମ । ଚଳିତ ବର୍ଷ ଯେଉଁମାନେ ଖବରର ଶିରୋନାମା ପାଲଟିଥିଲେ, ସେମାନଙ୍କୁ ଗୋଟିଏ ମଂଚରେ ଏକାଠି କରିବାକୁ ହୋଇଥିଲା ପ୍ରୟାସ । କରୋନା ମହାମାରୀ ଓ ଏହାର ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ।

କରୋନା ମହାମାରୀ ଯେତେବେଳେ ଓଡ଼ିଶାରେ କାୟା ମେଲାଇଥିଲା, ସେତେବେଳେ ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟକୁ ଅପେକ୍ଷା କରି ରହୁଥିଲେ ରାଜ୍ୟବାସୀ । କିପରି ସେ ଲୋକଙ୍କୁ ସଚେତନତାର ବାର୍ତା ଦେଉଥିଲେ, କିପରି ଏହାର ଡ୍ରାଫ୍ଟ ପ୍ରସ୍ତୁତ ହେଉଥିଲା, ନ୍ୟୁଜ ମେକର କାର୍ଯ୍ୟକ୍ରମରେ ନିଜ ଅନୁଭୂତି ବଖାଣିଛନ୍ତି ସୁବ୍ରତ ବାଗ୍ଚୀ । ସକାଳ ସାଢେ ୫ଟାରେ ଫାଇଭ-ଟି ସଚିବଙ୍କ ଫୋନ ଆସୁଥିଲା ଓ କରୋନାର ୨୪ ଘଣ୍ଟିଆ ରିପୋର୍ଟ ନିଆଯାଉଥିଲା । ଏପରିକି କିଭଳି ମୁକାବିଲା କରାଯିବ ସେନେଇ ଆଲୋଚନା ହୁଏ ।

ସେହିଭଳି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଯୋଗ ଦେଇଥିଲେ ନ୍ୟୁଜ ମେକର କାର୍ଯ୍ୟକ୍ରମରେ । କେନ୍ଦ୍ର ସରକାରଙ୍କ ଲକଡାଉନ୍ ଘୋଷଣା, ଦାଦନ ଶ୍ରମିକଙ୍କ ସମସ୍ୟା ସଂପର୍କରେ କହିବା ସହ ରାଜ୍ୟ ରାଜନୀତି ସଂପର୍କରେ ବି ମତ ଦେଇଥିଲେ ସମ୍ବିତ । ସେ କହିଥିଲେ, ବିଜେପି-ବିଜେଡି ମଧ୍ୟରେ କିଛି ସଂପର୍କ ନାହିଁ, ୨୦୨୪ରେ ରାଜ୍ୟରେ ସରକାର ଗଢ଼ିବ ବିଜେପି ।

କିଟ୍, କିସ୍ ଓ କିମସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କରୋନା ସମୟରେ ନିଜର ଅଭିଜ୍ଞତା କହିଥିଲେ । ନିଜ ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରିବା ସହ କରୋନା ଲଢ଼େଇରେ କିମସ କୋଭିଡ୍ ହସପିଟାଲର ଭୂମିକାକୁ ନେଇ ସମସ୍ତ ଶ୍ରେୟ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ସେ ଦେଇଥିଲେ । କରୋନା ମହାମାରୀ, ଲକଡାଉନ୍, ସଟଡାଉନ୍ ଭିତରେ ଘୁରି ବୁଲିଥିଲା ବର୍ଷ ୨୦୨୦ । କରୋନା ଯୋଦ୍ଧାମାନେ ହିଁ ପାଲଟିଛନ୍ତି ଚଳିତ ବର୍ଷର ନ୍ୟୁଜ୍ ମେକର ।

from Kanak News
via <a href="https://ifttt.com/?

ପାଟକୁରାରେ ଲକ୍ଷ ଲକ୍ଷ ଟଙ୍କାର କାଜୁ ସ୍କାମ୍ । କାଗଜପତ୍ରରେ ଅଛି ବଗିଚା, ହେଲେ ନାହିଁ ପଡିଆରେ ଗଛ, ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ ନେଇ ତଦନ୍ତ ଆରମ୍ଭ କଲେ ଲୋକାୟୁକ୍ତ ।

କନକ ବ୍ୟୁରୋ: ବନୀକରଣ ଦାୟିତ୍ୱରେ ଥିବା ଆଇଏଫଏସ ଅଧିକାରୀ ଅଭୟ ପାଠକ ଦୁର୍ନୀତି କରି ଜେଲ ଯାଇଛନ୍ତିି । ଏଭଳି ସମୟରେ ଚାରା ରୋପଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟ କରାଯାଇଥିବା ଅଭିଯୋଗ ଆସିଛି କେନ୍ଦ୍ରାପଡା ଗରଦପୁର ବ୍ଲକରୁ । ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମଧୁଶାସନ ପଂଚାୟତର ୩ଟି ପ୍ଲଟରେ କାଜୁ ଚାରା ରୋପଣ ନାଁରେ ୪୨ ଲକ୍ଷ ଟଙ୍କା ଖାଇ ଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।

କାଗଜପତ୍ରରେ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ମଧୁଶାସନ ପଂଚାୟତରେ ତିନିଟି ପ୍ଲଟ୍ରେ କାଜୁ ଚାରା ରୋପଣ ହୋଇଛି । ବାସ୍ତବ ଚିତ୍ର ହେଉଛି ଏଠି ଚରୁଛନ୍ତି ଗାଇଗୋରୁ । ଗୋଟିଏ କାଜୁ ଗଛର ବି ଦେଖା ନାହିଁ । ପ୍ରାୟ ୫ ବର୍ଷ ତଳେ ଲଗାଯାଇଥିବା କାଜୁ ଗଛର ଚିହ୍ନବର୍ଣ୍ଣ ନାହିଁ । ଆଗରୁ ଲଗା ଯାଇଥିବା ଦୁଇ ଚାରୋଟି କାଜୁ ଗଛକୁ ଛାଡିଦେଲେ ବିସ୍ତିର୍ଣ୍ଣ ଜମି ପଡିଆ ପଡିଛି । ଚାରା ଲଗା ନଯାଇ କାଗଜ ପତ୍ରରେ ଲଗାଯାଇଥିବାର ଦେଖେଇ ପ୍ରାୟ ୪୨ ଲକ୍ଷ ଟଙ୍କା ହଡପ କରାଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କାଜୁ ଚାରା ବାବଦରେ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ ଅରଖକୁଦ ଗ୍ରାମର ଗୋଟିଏ ପ୍ଲଟ ପାଇଁ ଦୁଇ ଦଫାରେ ୩୦ ଲକ୍ଷରୁ ଅଧିକ ଟଙ୍କା ଅନୁମୋଦନ କରାଯାଇଥିଲା । ସେହିପରି ବଡବେତରା ଗାଁର ଗୋଟିଏ ପ୍ଲଟ ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୧୨ ଲକ୍ଷରୁ ଅଧିକ ଅର୍ଥ ବରାଦ କରାଯାଇଥିଲା । ଏଥିରେ ଦୁର୍ନିତି ହୋଇଥିବା ନେଇ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ କରିଛନ୍ତି ସ୍ୱତନ୍ତ୍ର ଟିମ୍ ।

କାଜୁ ଗଛ ନଲଗାଇ ଲକ୍ଷ ଲକ୍ଷ ଟଙ୍କାର ଏଭଳି ହଡପ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲାରେ ନୂଆ ମୋଡ: ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କଲେ NCPCR,କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଯାଂଚ କରିବାକୁ ରାଜ୍ୟ ସରକାରଙ୍କୁ ଲେଖିଲେ ଚିିଠି

କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ଆଜି ଏକ ନୂଆ ମୋଡ ଆସିଛି । ଏସଆଇଟି ତଦନ୍ତର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ବା ଏନସିପିସିଆର । ଏଥିସହ ଏହି ମାମଲାକୁ କୌଣସି ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ନିରପେକ୍ଷ ଯାଂଚ କରାଇବାକୁ ରାଜ୍ୟ ସରକାରଙ୍କୁ ସୁପାରୀଶ କରିବାକୁ ଚିଠି ଲେଖିଛି । ଅନ୍ୟପଟେ ନୟାଗଡ ଯଦୁପୁର ଗାଁର କେତେ ଜଣଙ୍କୁ ସନ୍ଦେହରେ ଉଠାଇ ନେଇ ପଚରାଉଚରା କରୁଛି ଏସଆଇଟି ।

ନୟାଗଡର କୁନି ଝିଅ ପରୀର ମୃତ୍ୟୁ ମାମଲା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ହେଲେ, ଏପର୍ଯ୍ୟନ୍ତ ପରୀକୁ କିଏ ମାରିଲା ଓ କାହିଁକି ମାରିଲା, ତା ନିକଟରେ ପହଁଚି ପାରିନି ତଦନ୍ତକାରୀ ଟିମ୍ । ଏଭଳି ସମୟରେ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ବା ଏନସିପିସିଆର । ନିରପେକ୍ଷ ତଦନ୍ତ ପାଇଁ ଏହି ମାମାଲାକୁ କୌଣସି ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଯାଂଚ କରାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଲେଖିଛନ୍ତି..

ରାଜ୍ୟ ସରକାରଙ୍କୁ ଏନସିପିସିଆରଙ୍କ ଚିଠି ..
– ଅଙ୍ଗ ଚୋରି ଭଳି ସଂଗୀନ ଅଭିଯୋଗ ଥିବାରୁ ମାମଲାର ଭଲ ଭାବରେ ତଦନ୍ତ ହେବା ଆବଶ୍ୟକ
-ପୋଲିସ ଦ୍ୱାରା କରାଯାଇଥିବା ପ୍ରାଥମିକ ତଦନ୍ତରେ ଅନେକ ତ୍ରୁଟି ରହିଛି
– ମୃତ ଦେହ ଠାବ ପରେ ପରୀ ବାପା-ମାଆଙ୍କ ବୟାନ ରେକର୍ଡ କରାନଯିବା ଓ ପଲିଗ୍ରାଫ୍ ଟେଷ୍ଟ କରିବା ଠିକ୍ ନୁହେଁ
– ପ୍ରାଥମିକ ତଦନ୍ତ ତ୍ରୁଟିପୂର୍ଣ୍ଣ ଥିବାରୁ ଏସଆଇଟି ତଦନ୍ତ ନିରପେକ୍ଷ ହେବା ନେଇ ସନ୍ଦେହ ରହିଛି
– ଜିଲ୍ଲାପାଳ ଓ ଏସପି କମିଶନଙ୍କ ନିକଟରେ ଅସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିଛନ୍ତି
– ମାମଲାର ଗୁରୁତ୍ୱ ଦୃଷ୍ଟିରୁ କୌଣସି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଯାଂଚ କରିବାକୁ ରାଜ୍ୟ ସରକାର ସୁପାରୀସ୍ କରନ୍ତୁ
– ଯେଉଁ ଅଧିକାରୀ ତଦନ୍ତରେ ତ୍ରୁଟି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ

ପରୀ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିବା ପାଇଁ ନଭେମ୍ବର ୩୦ରେ ଏନସିପିସିଆରରେ ଅଭିଯୋଗ କରିଥିଲେ ବିଜେପି ରାଷ୍ଟୀୟ ମୁଖପାତ୍ର ସମ୍ବିତ ପାତ୍ର । ଅଭିଯୋଗ ପାଇବା ପରେ ନୟାଗଡ ଜିଲ୍ଲାପାଳ ଓ ଏସପିଙ୍କୁ ସମନ କରିଥିଲେ କମିଶନ ।

ଅନ୍ୟପଟେ ଏହି ମାମଲାରେ ଯଦୁପୁର ଗାଁରେ ୩ ଜଣଙ୍କୁ ଉଠାଇ ନେଇଛି ଏସଆଇଟି । ସନ୍ଦିଗ୍ଧ ଯୁବକ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ନେଇଛି ଏସ୍ଆଇଟି ଟିମ୍ । ନୟାଗଡ଼ ଅଜ୍ଞାତ ସ୍ଥାନରେ ନେଇ ପଚରାଉଚୁରା କରୁଥିବା ସୂଚନା ମିଳିଛି ।

ସରୋଜଙ୍କ ଉପରେ ସନ୍ଦେହ କରି ପୂର୍ବରୁ ତାଙ୍କ ମୋବାଇଲ, ଶୋଇବା ଶେଜ, ତକିଆ ଏପରିକି ପିନ୍ଧା ପୋଷାକ ସିଜ୍ କରି ସାଙ୍ଗରେ ନେଇଯାଇଥିଲା ଏସଆଇଟି । ମୋବାଇଲର ଏକ ଫୋଲଡର ଖୋଲୁନଥିବାରୁ ତାଙ୍କ ଉପରେ ସନ୍ଦେହ ବଢ଼ିଥିଲା । ପରୀ ପାଇଁ ରବିବାରଠାରୁ ୫ ଦିନ ଧରି ପଦଯାତ୍ରା କରିବ ବିଜେପି । ୨୦ରୁ ୨୪ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ନୟାଗଡ ଯଦପୁୁରକୁ ପଦଯାତ୍ରା କରିବେ ବିଜେପିର ନେତା ଓ କର୍ମୀ ।

from Kanak News
via <a href="https://ifttt.com/?

ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୩୮ ଜଣ ପଜିଟିଭ୍, ସୁସ୍ଥ ହେଲେ ୨୮ ଜଣ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୧୧ଟି ପଜିଟିଭ୍ କେସ୍ ଆସିଥିବାବେଳେ ୨୭ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି ।

https://platform.twitter.com/widgets.jsଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି ,ଏକାଥରେ ୨୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧ ହଜାର ୩୪୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୩୭୦ ରହିଛି । ସେହିଭଳି ୩୦ ହଜାର ୭୧୮ ଜଣ ସୁସ୍ଥ ହୋଇଥିବାବେଳେ ୨୩୧ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।

from Kanak News
via <a href="https://ifttt.com/?

ବିଲରେ ଧାନ ଅମଳ କରୁଥିଲେ, ବିଦ୍ୟୁତ ତାର ଛିଣ୍ଡିବାରୁ ଧାନ ଅମଳ ମେସିନ ସହ ଜଳିଗଲେ ଟ୍ରାକ୍ଟର ଚାଳକ ।

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଂଚଳରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଲଗାଇ ଧାନ ଅମଳ କରୁଥିବା ବେଳେ ଖଳା ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଛି। ଫଳରେ ଟ୍ରାକ୍ଟର ଚାଳକଙ୍କର ଅକାଳ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ବୁଗୁଡ଼ା ଥାନା ଅନ୍ତର୍ଗତ ବି. ବ୍ରହ୍ମପୁର ଗାଁରେ ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ତୁଳସୀପଲ୍ଲୀ ଗାଁର ମନୋଜ କୁମାର ପ୍ରଧାନ ଆଜି ଅପରାହ୍ନ ସମୟରେ ଟ୍ରାକ୍ଟର ଲଗାଇ ଧାନ ଅମଳ କରୁଥିଲେ। କିନ୍ତୁ ଦୁଃଭାଗ୍ୟର ବିଷୟ ଥିଲା ଯେ, ମନୋଜ ଯେଉଁ ସ୍ଥାନରେ ଧାନ ଅମଳ କରୁଥିଲେ ଏହାର ଉପର ଦେଇ ବିଦ୍ୟୁତ ତାର ଯାଇଥିଲା ସେହି ତାରଟି ଟ୍ରାକ୍ଟର ଉପରେ ଛିଡି ପଡିଯାଇଥିଲା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମନୋଜ ଗୁରୁତର ହୋଇଯାଇଥିଲେ। ସେଠାରେ ଥିବା ଧାନଗଦା ସହ ଧାନ ଅମଳ ଗାଡି ଜଳି ଯାଇଥିଲା।

ତେବେ ଜଳି ଯାଉଥିବା ବେଳେ ବି.ବ୍ରହ୍ମପୁର ଗ୍ରାମର ଲୋକମାନେ ଏହା ଦେଖି ଶୁଖିଲା ବାଉଁଶ ଦ୍ୱାରା ବିଦ୍ୟୁତ ତାର ବାହାର କରି ମନୋଜଙ୍କୁ ଉଦ୍ଧାର କରିଥିଲେ। ସୂଚନା ପାଇଁ ଆମ୍ବୁଲାନ୍ସ ସେଠାରୁ ପହଞ୍ଚି ଗୁରୁତର ମନୋଜଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। କିନ୍ତୁ ଡାକ୍ତରଖାନାରେ ମନୋଜକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଦମକଳ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ କରିଛନ୍ତି।

from Kanak News
via <a href="https://ifttt.com/?

୩୬ ରନରେ ଭାରତୀୟ ପାଳି ସମାପ୍ତ । ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର କହିଲେ ମୁଁ ବହୁତ ଖୁସି ।

କନକ ବ୍ୟୁରୋ : ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନ କରିଥିବା ଭାରତକୁ ସବୁଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି । ତେବେ ସମାଲୋଚନାର ଗୋଟିଏ ପାଦ ଆଗକୁ ଯାଇ ପାକିସ୍ତାନର ଦ୍ରୁତ ବୋଲର ସୋଏବ ଅଖତର ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ କଡ ଟିପ୍ପଣୀ ଦେଇଛନ୍ତି ।

ଅଖତର କହିଛନ୍ତି ଯେ ବିରାଟ କୋହଲିଙ୍କ ଦଳ ପାକିସ୍ତାନର ସର୍ବନିମ୍ନ ସ୍କୋରଠାରୁ ମଧ୍ୟ କମରେ ଅଲଆଉଟ ହେବା ନେଇ ସେ ବହୁତ ଖୁସି ।୨୦୧୩ରେ ଜୋହାନ୍ସବର୍ଗଠାରେ ଦକ୍ଷିଣଆଫ୍ରିକା ବିପକ୍ଷ ଟେଷ୍ଟରେ ପାକିସ୍ତାନ ୪୯ରନରେ ଅଲଆଉଟ ହୋଇଯାଇଥିଲା । ପାକିସ୍ତାନର ଏହି ଲଜ୍ଜାଜନକ ରେକର୍ଡକୁ ଭାରତ ଭାଙ୍ଗିଥିବାରୁ ସେ ବହୁତ ଖୁସି ବୋଲି ଅଖତର କହିଛନ୍ତି । ଏପରି ଲଜ୍ଜାଜନକ ପ୍ରଦର୍ଶନ ପାଇଁ ଭାରତକୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

https://platform.twitter.com/widgets.js

ଅଖତର କହିଛନ୍ତି, ସେ ଗତ କାଲି ମ୍ୟାଚ ଦେଖନଥିଲେ । କିନ୍ତୁ ଟିଭି ଖୋଲିବାବେଳକୁ ସ୍କୋର ଦେଖି ଭାବିଲେ ଯେ ଭାରତ ୩୬୯ କରି ନିଜ ସ୍ଥିତିକୁ ସୁଦୃଢ କରିନେଇଛି । ପରେ ଟିଭି ସ୍କ୍ରିନକୁ ନିରୀଖେଇ ଦେଖିବା ପରେ ଜଣାପଡ଼ିଲା ଯେ ତାହା ୩୬୯ ନଥିଲା ବରଂ ତାହା ଥିଲା ୩୬-୯ । ତେବେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ ଭାରତୀୟ ବ୍ୟାଟିଂର ଏପରି ଦୁରାବସ୍ଥା ଏକ ଭଲ ଖବର ନୁହେଁ ବୋଲି ସେ ସ୍ୱୀକାର କରିଛନ୍ତି । ସୂଚନାଯୋଗ୍ୟ ଯେ, ଆଡିଲେଡ ମ୍ୟାଚକୁ ଅଷ୍ଟ୍ରେଲିଆ ୮ ୱିକେଟରେ ଜିତିନେଇଛି ।

 

from Kanak News
via <a href="https://ifttt.com/?

ସାବଧାନ…! ଟଙ୍କା ଗାଏବ କରି ନେଉଛି ନକଲି ୱେବସାଇଟ, ସତର୍କ କରାଇଲେ ସରକାର । 

କନକ ବ୍ୟୁରୋ : ଅନଲାଇନ ପାଠପଢାକୁ ଦୃଷ୍ଟିରେ ରଖି ସରକାର ମାଗଣାରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲାପଟପ ଦେଉଛନ୍ତି । ଦିଆଯାଇଥିବା ଲିଙ୍କ୍ ଖୋଲି ନମ୍ବର ରେଜିଷ୍ଟ୍ରେସନ କଲେ ପାଇପାରିବେ ମାଗଣା ଲାପଟପ । ଆପଣଙ୍କ ନମ୍ବରରେ ଲକ୍ଷେ ଟଙ୍କାର ଲଟେରୀ ଉଠିଛି, ଦିଆଯାଇଥିବା ଆପରେ ନମ୍ବର ପଞ୍ଜିକୃତ କରନ୍ତୁ ଓ ଲକ୍ଷେ ଟଙ୍କା ପାଆନ୍ତୁ । ମୋବାଇଲକୁ ଆସୁଥିବା ଏଭଳି ମେସେଜ ଉପରେ  ଥରେ  ଯଦି ଆପଣ ବିଶ୍ୱାସ କରିନିଅନ୍ତି ତେବେ ଆକାଉଣ୍ଟ ଖାଲି ହୋଇଯିବ । ଏଭଳି ଠକାମୀର ଶିକାର ହେବା ପୂର୍ବରୁ ହୁଅନ୍ତୁ ସାବଧାନ ।

କାରଣ ଦେଶରେ ଲଗାତାର ବଢୁଛି ଅନଲାଇନ ଠକେଇ । ଆପଣଙ୍କ ଟିକିଏ ଭୁଲ ପାଇଁ ଅଜାଣତରେ ଖାଲି ହୋଇଯିବ ଆକାଉଣ୍ଟ । ଦେଶରେ ଅନଲାଇନ କାରବାର ଓ ସ୍ମାର୍ଟଫୋନର ବ୍ୟବହାର ଯେତେ ଅଧିକ ବଢୁଛି ଠକେଇ ମଧ୍ୟ ସମପରିମାଣରେ ବଢିଚାଲିଛି । ପ୍ରତିଦିନ ମୋବାଇଲକୁ ଭିନ୍ନ ଭିନ୍ନ ନମ୍ବରରୁ ମେସେଜ ସହ ଲିଙ୍କ୍ ଆସୁଛି । ତେବେ ଯଦି ଏହି ଲିଙ୍କରେ ଆପଣ କ୍ଲିକ କରିବେ ତେବେ କିଛି ସମୟ ମଧ୍ୟରେ ଆପଣଙ୍କ ଆକାଉଣ୍ଟ ହୋଇଯିବ ଖାଲି । ସେହିଭଳି କିଛି ୱେବସାଇଟ ମାଧ୍ୟମରେ ଲୋଭ ଦେଖାଇ ମଧ୍ୟ ଟଙ୍କା ଚଳୁ କରିନେଉଛନ୍ତି ସାଇବର ଠକ । ଯାହାକୁ ଦୃଷ୍ଟିରେ ରଖି ସରକାର କିଛି ନକଲି ୱେବସାଇଟର ତାଲିକା ଜାରି କରିଛନ୍ତି ।  ଜାରି ହୋଇଥିବା ୱେବସାଇଟ ଯଦି ଆପଣ ବ୍ୟବହାର କରୁଥାନ୍ତି ତେବେ ଠକାମୀର ଶିକାର ହେବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ ।

ବିଭିନ୍ନ ପ୍ରସଙ୍ଗରେ ଜନସାଧାରଣଙ୍କୁ ସର୍ତକ କରି ଆସୁଥିବା ପିଆଇବି ପକ୍ଷରୁ ୬ଟି ୱେବସାଇଟର ତାଲିକା ଜାରି କରାଯାଇଛି ଓ ଏହି ୱେବସାଇଟ ବ୍ୟବହାର ନ କରିବାକୁ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଇଛି । କାରଣ ଯଦି ଏହି ୱେବସାଇଟରେ ଦିଆଯାଇଥିବା ଲିଙ୍କରେ ଯଦି ଆପଣ କ୍ଲିକ୍ କରୁଛନ୍ତି ତେବେ ଆପଣଙ୍କ ଆକାଉଣ୍ଟରୁ କ୍ଷଣିକରେ ଟଙ୍କା ଗାଏବ କରିଦେବେ ସାଇବର ଠକ । ତେବେ ଠକାମୀର ଶିକାର ହେବା ପୂର୍ବରୁ ଥରେ ନଜର ପକାଇ ନିଅନ୍ତୁ ଏହି ନକଲି ୱେବସାଇଟ ଉପରେ ।

ନକଲି ୱେବସାଇଟ୍

>> https://ift.tt/3mmseTS

>> https://ift.tt/2WmebmL

>> https://ift.tt/3mB79oZ

>> https://ift.tt/3qZrUOi

>> https://ift.tt/3pdzwv9

>> https://ift.tt/38j10Zs

ଯଦି ଏହି ୱେବସାଇଟ ଗୁଡିକ ଆପଣ ବ୍ୟବହାର କରୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ପିଆଇବି ପକ୍ଷରୁ ଅଧିକାଂଶ ସମୟରେ ଏଭଳି ସର୍ତକ ସୂଚନା ଜାରି କରିବା ପଛର ସବୁଠୁ ବଡ କାରଣ ହେଉଛି, ସାଧାରଣ ଲୋକ ଯେପରି ଠକାମୀର ଶିକାର ନ ହୁଅନ୍ତୁ ।

from Kanak News
via <a href="https://ifttt.com/?

ଗୁଜୁରାଟ କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ଟଙ୍କାର ସୁନା ଚୋରି । ଗତ କିଛି ଦିନ ପୂର୍ବେ ତାମିଲନାଡୁ ସିବିଆଇ କାର୍ଯ୍ୟାଳୟରୁ ଚୋରି ହୋଇଥିଲା କ୍ୱିଣ୍ଟାଲ ସୁନା ।

କନକ ବ୍ୟୁରୋ : ତାମିଲନାଡୁର ସିବିଆଇ ଅଫିସରୁ ୪୫ କୋଟି ଟଙ୍କାର ସୁନା ଚୋରି ମାମଲା ଥଣ୍ଡା ପଡ଼ିନଥିବା ବେଳେ ଏବେ ଗୁଜୁରାଟର ଜାମନଗରରେ ଥିବା କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ୧୦ ଲକ୍ଷ ଟଙ୍କାର ସୁନା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ପୁଲିସ କଷ୍ଟମ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଛି ।

ଜାମନଗର ଡିଭିଜନର ଜନୈକ ପୁଲିସ ଅଧିକାରୀ କହିଛନ୍ତି କି, ଏହି ସୁନା ଭୂଜ କଷ୍ଟମ ବିଭାଗର ଥିଲା। ୨୦୦୧ ମସିହାରେ ହୋଇଥିବା ଭୂକମ୍ପ ପରେ ଜାମନଗର କାର୍ଯ୍ୟାଳୟରେ ସୁନା ରଖା ଯାଇଥିଲା । ଏବେ ଯେତେବେଳେ ଭୂଜ କଷ୍ଟମ ବିଭାଗ ସୁନା ନେବାକୁ ପହଞ୍ଚିଥିଲା ସେତେବେଳେ ଜଣାପଡିଥିଲା କି ୧ କୋଟି ୧୦ ଲକ୍ଷ ଟଙ୍କାର ୨.୧୫୬.୭୨୨ ଗ୍ରାମ ସୁନା ଚୋରି ହୋଇ ଯାଇଛି ।

ପୁଲିସ ଅଧିକାରୀଙ୍କ କହିବା ମୁତାବକ, ୨୦୦୧ ମସିହାରେ ହୋଇଥିବା ଭୂକମ୍ପରେ ଭୂଜ କଷ୍ଟମ ବିଭାଗର କୋଠା ଭାଙ୍ଗିପଡିବାରୁ ୩.୧୪୯.୩୯୮ ଗ୍ରାମର ଜବତ୍ ସୁନାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଏହି ସମୟରେ ସୁନାକୁ ସୁରକ୍ଷିତ ଭାବେ ରଖିବାର ଦାୟିତ୍ୱ ଜାମନଗର କଷ୍ଟମ ବିଭାଗକୁ ଦିଆଯାଇଥିଲା । ୨୦୧୬ ମସିହରେ ଭୁଜ କଷ୍ଟମ କାର୍ଯ୍ୟାଳୟ ପୁନନିର୍ମାଣ ସରିବା ପରେ ଜାମନଗର କାର୍ଯ୍ୟାଳୟରେ ଥିବା ସୁନା ନେବାକୁ ସେମାନେ ଜାମନଗର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରୁ ସେମାନେ ଯେଉଁ ସୁଟକେସରେ ସୁନା ଦେଇଥିଲେ ସେହି ସୁଟକେସ୍ ନେବା ବେଳେ ସୁଟକେସର ଚାବି ମାଗିଥିଲେ । ହେଲେ ସେତେବେଳେ ଜଣାପଡିଥିଲା କି ସୁଟକେସର ଚାବି ହଜି ଯାଇଛି । ଏହା ପରେ ସୁଟକେସର ତାଲା ଭାଙ୍ଗାଯିବାରୁ ଭୂଜ କଷ୍ଟମ ବିଭାଗ ତରଫରୁ ସୁନାର ଯାଞ୍ଚ କରାଯାଇଥିଲା । ସେତେବେଳେ ଜଣାପଡିଥିଲା କି ୨.୧୫୬.୭୨୨ ସୁନା କମ୍ ରହିଛି ।

୨୦୧୬ରେ ସୁନା ଚୋରି ହୋଇଥିବା ଜଣା ପଡ଼ିଥିଲେ ମଧ୍ୟ ଶୁକ୍ରବାର ଏ ନେଇ ପୁଲିସରେ ଅଭିଯୋଗ କରାଯାଇଛି। ନିଖୋଜ ସୁନା ବିଷୟରେ ଜାଣିବା ପରେ ଅଧିକାରୀମାନେ ୪ବର୍ଷ ହେଲା ଆଭ୍ୟନ୍ତରୀଣ ଛାନଭିନ ଆରମ୍ଭ କରିଥିଲେ ମଧ୍ୟ ସୁନା ମିଳିନଥିଲା। ଏ ନେଇ ଗୁଜୁରାଟର ମୁଖ୍ୟ କମିସନରଙ୍କୁ ଜଣାଯିବା ପରେ ଡିସେମ୍ବର ୧୧ରେ ମୁଖ୍ୟ କମିସନର ଜାମନଗର ବିଭାଗକୁ ଏତଲା ଦେବାକୁ କହିଥିଲେ।
୨୦୧୨ ମସିହାରେ ସିବିଆଇର ଏକ ଟିମ୍ ଚେନ୍ନାଇ କର୍ପୋରେସନ ଲିମିଟେଡ ଦପ୍ତରରେ ଚଢାଉ କରି ୪୦୦.୫ କିଲୋଗ୍ରାମ ସୁନା ଜବତ୍ କରିଥିଲା । ଜବତ ହୋଇଥିବା ସୁନାକୁ ସିଲ୍ କରି ସିବିଆଇ କାର୍ୟ୍ୟାଳୟରେ ସୁରକ୍ଷିତ ଭାବେ ରଖା ଯାଇଥିଲା । ହେଲେ ଏବେ ଜଣାପଡିଛି କି ଜବତ ହୋଇଥିବା ସୁନାର ୧୦୩ କେଜି ସୁନା ଗାଏବ ହୋଇଯାଇଛି ।

from Kanak News
via <a href="https://ifttt.com/?

ଦୁର୍ବଳ ହେଉଛି ‘ହାତ’ । ନୂଆ ଅଧ୍ୟକ୍ଷ ଚୟନ ପାଇଁ କଂଗ୍ରେସ କସରତ କରୁଥିବାବେଳେ ଇସ୍ତଫା ଦେଲେ ରାହୁଲ ଗାନ୍ଧୀଙ୍କ ନିକଟତମ ନେତ୍ରୀ…

କନକ ବ୍ୟୁରୋ : କଂଗ୍ରେସର ଛାତ୍ରଶାଖା ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆର ରାଷ୍ଟ୍ରୀୟ ପ୍ରଭାରୀ ତଥା କଂଗ୍ରେସର ସଂଯୁକ୍ତ ସଚିବ ରୂଚୀ ଗୁପ୍ତା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ଏମିତି ସମୟରେ ଆସିଛି ଯେତେବେଳେ କଂଗ୍ରେସ ନୂଆ ଅଧ୍ୟକ୍ଷ ଚୟନ କରିବା ସହ ଆହୁରି ଅନେକ ଗରୁତ୍ୱପୂର୍ଣ୍ଣ ବିଷୟ ଉପରେ ବୈଠକ କରୁଛି । ଗୁପ୍ତାଙ୍କୁ ରାହୁଲ ଗାନ୍ଧୀଙ୍କ ଅତି ନିକଟତର ବୋଲି କୁହାଯାଏ । ହ୍ୱାଟସଆପ୍ ରେ ପଠାଯାଇଥିବା ଏହି ଇସ୍ତଫାରେ ରୂଚୀ ସାଂଗଠନିକ ପରିବର୍ତ୍ତନର ବିଳମ୍ବ ଭଳି ଆରୋପ ଲଗାଇଛନ୍ତି । ରୂଚୀ ଗୁପ୍ତାଙ୍କର ଏଭଳି ଇସ୍ତଫା ଦଳକୁ ଅଡୁଆରେ ପକାଇବ । କାରଣ ଗୋଟିଏ ପଟେ ଅସନ୍ତୁଷ୍ଟ ନେତା ମାନଙ୍କୁ ମନାଇବାକୁ ସୋନିଆ ଗାନ୍ଧୀ ପ୍ରୟାସ ଆରମ୍ଭ କରିଥିବା ବେଳେ ରୂଚୀ ଅସନ୍ତୁଷ୍ଟ ହେବା ।

ରୂଚୀ ଏନଏସୟୁଆଇ ର ପ୍ରମୁଖ ସଚିବ ଥିଲେ । ସୂଚନା ମୁତାବକ ସେ ଏକ ହ୍ୱାଟସଆପ ମେସେଜରେ କହିଛନ୍ତି କି ସଂଗଠନରେ ପରିବର୍ତ୍ତନ ଆଣିବାକୁ ଦଳର ମହାସଚିବ କେ.ସି ବେଣୁ ଗୋପାଳ କ୍ରମାଗତ ଭାବେ ଡେରି କରୁଛନ୍ତି । ଯାହା ଫଳରେ ପାର୍ଟିର କ୍ଷତି ହେଉଛି । ଏହାସହ ରୂଚୀ ଟ୍ୱିଟ୍ ଯୋଗେ କହିଛନ୍ତି କି ‘ମୋତେ ଦୁଖର ସହ ଏହା କହିବାକୁ ପଡୁଛି କି ମୁଁ ପାର୍ଟିରୁ ଇସ୍ତଫା ଦେଉଛି, ମୋତେ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନିକଟରେ କୃତଜ୍ଞ’ ।

ଗୁପ୍ତା ପଦ ଛାଡିବା ପୂର୍ବରୁ ‘ଦ ହିନ୍ଦୁ’ରେ ଏକ ଆର୍ଟିକିଲ ଲେଖିଥିଲେ । ଯେଉଁଥିରେ ସେ ଲେଖିଥିଲେ କି ‘କଂଗ୍ରେସ ପାର୍ଟି ସଂଗଠନ ମଧ୍ୟରେ ଥିବା ସମସ୍ୟାକୁ ସମାଧାନ କରିବାକୁ ତଳ ସ୍ତର ସହିତ ଯୋଡି ହେବାକୁ ପଡିବ ଓ ଉପରୁ ତଳ ପର୍ଯ୍ୟନ୍ତ ସ୍ଥିର ନେତୃତ୍ୱ ନିର୍ବାଚିତ କରିବାର ଆବଶ୍ୟକ ରହିଛି ’ । ରୂଚୀ ଗୁପ୍ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ମହାସଚିବଙ୍କ ଦ୍ୱାରା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ । ଏନେଇ ରୂଚୀଙ୍କୁ ଡାକି ତାଙ୍କ ସହ କଂଗ୍ରେସର ବରିଷ୍ଠ ନେତା ମାନେ ଆଲୋଚନା କରିବେ ବୋଲି ଜଣାପଡିଛି ।

from Kanak News
via <a href="https://ifttt.com/?

ନେହା ନାହାନ୍ତି ଗର୍ଭବତୀ, ସାମ୍ନାକୁ ଆସିଲା ଭାଇରାଲ ଫେଟୋ ପଛର ସତ, ପଢ଼ନ୍ତୁ…

କନକ ବ୍ୟୁରୋ: ବଲିଉଡର ଚୁଲବୁଲି ଗାୟିକା ନେହାଙ୍କ ଯେଉଁ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ବଢ଼ିଲା, ଅନେକ ଟ୍ରଲ ମଧ୍ୟ ଦେଖିବାକୁ ମିଳିଲା ସେଥିରେ ପଡ଼ିଛି ପୂର୍ଣ୍ଣଛେଦ । ନିକଟ ଅତୀତରେ ବଲିଉଡ ସିଙ୍ଗର ନେହା କକ୍କର ହଠାତ୍ ତାଙ୍କର ‘ବେବି ବମ୍ପ୍‌’ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିବା ପରେ ଫଟୋଟି ବେଶ୍‌ ଚର୍ଚ୍ଚା ପାଲଟିଥିଲା। ମାତ୍ର ଜାଣିବାକୁ ମିଳିଛି ଯେ ନେହାଙ୍କର ସେହି ଫଟୋ ଏକ ପବ୍ଲିସିଟି ଷ୍ଟଣ୍ଟ୍ ମାତ୍ର‌ । ଫଟୋଟି ତାଙ୍କ ନୂଆ ମ୍ୟୁଜିକାଲ୍‌ ଭିଡିଓର ପ୍ରମୋସନ ପାଇଁ ଫେସ୍‌ବୁକ‌ରେ ସେୟାର କରିଥିଲେ ନେହା ।

//www.instagram.com/embed.jsସେ ତାଙ୍କ ବିବାହ ତାରିଖ ଘୋଷଣା କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ବିବାହର ମାତ୍ର ୨ ମାସ ମଧ୍ୟ ଗର୍ଭବତୀ ଥିବାର ଖବର ଦେଇ ସମସ୍ତଙ୍କୁ ଆହୁରି ଚକିତ କରି ଦେଇଥିଲେ ନେହା । ଏପରିକି ନେହାଙ୍କ ଫଟୋରେ ତାଙ୍କ ଭାଇ ସୋନି କକ୍କର ମଧ୍ୟ ଅଭିନନ୍ଦନ ଲେଖି ଶୁଭେଚ୍ଛା ଜଣାଇଥିଲେ । ମାତ୍ର ଶନିବାର ନେହା ସ୍ପଷ୍ଟ କରିଛନ୍ତି ଯେ, ଫଟୋଟି ତାଙ୍କର ଆଗାମୀ ମ୍ୟୁଜିକାଲ୍‌ ଭିଡିଓର ବୋଲି । ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ତାଙ୍କ ମ୍ୟୁଜିକାଲ୍‌ ଭିଡିଓର ପୂରା ପୋଷ୍ଟର ପୋଷ୍ଟ୍‌‌ କରିଛନ୍ତି । ପୋଷ୍ଟ୍‌ରେ ଲେଖା ଯାଇଛି ଯେ ୨୨ ଡିସେମ୍ବରରେ ଗୀତଟି ରିଲିଜ୍‌ ହେବାକୁ ଯାଉଛି। ତାଙ୍କ ସହିତ ଦେଖିବାକୁ ମିଳିବେ ତାଙ୍କ ସ୍ବାମୀ ରୋହନପ୍ରୀତ। ତାଙ୍କ ଭିଡିଓର ଶୀର୍ଷକ ରହିଛି ‘ଖୟାଲ୍‌ ରଖା କର୍‌’।

ତେବେ ନେହା କକ୍କର ଅକ୍ଟୋବର ୨୪ରେ ରୋହନପ୍ରୀତଙ୍କ ସହ ବିବାହ କରିଥିଲେ । ବିବାହ ପରେ ଦୁହେଁ ହନିମୁନ ପାଇଁ ଦୁବାଇ ଯାଇଥିଲେ। ସେଠାରେ ସ୍ବାମୀଙ୍କ ସହ ନେହା ଅନେକ ସୁନ୍ଦର ସୁନ୍ଦର ଫଟୋ ସେୟାର କରିଥିଲେ । ନିକଟରେ ସେ ଦୁବାଇରୁ ଫେରି ଗର୍ଭବତୀ ଥିବା ପରି ଏକ ଫଟୋ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ସେୟାର କରିଥିଲେ। ସେଥିରେ ଲେଖିଥିଲେ ‘ଖୟାଲ୍‌ରଖାକର୍‌’। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ଅନେକ ଟ୍ରଲ ମଧ୍ୟ ଦେଖିବାକୁ ମିଳିଲା ଏବେ ସେଥିରେ ପୂର୍ଣ୍ଣଛେଦ ପଡ଼ିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started