ପରୀ ମୃତ୍ୟୁ ମାମଲାରେ SIT ତଦନ୍ତ ନେଇ NCPCRର ଅସନ୍ତୋଷ ପ୍ରକାଶ । କୌଣସି ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଯାଂଚ କରିବାକୁ ରାଜ୍ୟ ସରକାରଙ୍କୁ ଚିିଠି ।

କନକ ବ୍ୟୁରୋ: ପରୀ ମୃତ୍ୟୁ ମାମଲାରେ ଅସନ୍ତୋଷ ପ୍ରକାଶ କଲେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ବା ଏନସିପିସିଆର । ପରୀ ମୃତ୍ୟୁ ପରେ କରାଯାଇଥିବା ପ୍ରାଥମିକ ତଦନ୍ତରେ ତ୍ରୁଟି ଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏନସିପିସିଆର । ଯେଉଁ ଅଧିକାରୀ ତଦନ୍ତରେ ତ୍ରୁଟି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଏଥିସହ ଏସଆଇଟି ତଦନ୍ତକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ବୈଧତାକୁ ନେଇ ପ୍ରଶ୍ନ କରିଛନ୍ତି । ମାମଲାର ଗୁରୁତ୍ୱକୁ ଦେଇ କୌଣସି ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହି ମାମଲାର ଯାଂଚ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରୀଶ କରି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ।

ତେବେ ଏନସିପିଆର କରିଥିବା ଚିଠିର ଏକ କପିକୁ ଟୁଇଟରେ ପୋଷ୍ଟ କରିଛନ୍ତି ସମ୍ବିତ । ପରୀ ମାମଲାରେ ହସ୍ତକ୍ଷେପ କରିବା ପାଇଁ ନଭେମ୍ବର ୩୦ ତାରିଖରେ ଏନସିପିଆରରେ ଅଭିଯୋଗ କରିଥିଲେ ସମ୍ବିତ ପାତ୍ର ।

from Kanak News
via <a href="https://ifttt.com/?

ତୋ ଆଖିରେ ମୁଁ, ମୋ ଆଖିରେ ତୁ… ବିନା ଶବ୍ଦରେ ସୁନ୍ଦର ହେବ ସଂସାର । ଏଇଠୁ ଆରମ୍ଭ ଦିବ୍ୟାଙ୍ଗ ଯୋଡିଙ୍କ ନୂଆ କାହାଣୀ…

କନକ ବ୍ୟୁରୋ: ତୋ ଆଖିରେ ମୁଁ, ମୋ ଆଖିରେ ତୁ… ତୋ ଛାତିରେ ମୁଁ, ମୋ ଛାତିରେ ତୁ… ତୁମେ ଜହ୍ନ ହେଲେ ମୁଁ ତୁମ ନୀଳ କଇଁ, ତୁମେ ମେଘ ହେଲେ ମୁଁ ନାଚିବି ମୟୂରୀ ହୋଇ… ଠାରରେ ଠାରରେ ମନ ତଳର ଭାଷାକୁ ମନର ମଣିଷ ଆଗରେ କହିବା ବେଳେ ବୋଲ ମାନୁନି ଆଖି, କାବୁରେ ରହୁନି ଲାଜେଇ ହସ । ଏ ହସ ହୃଦୟର ମଣିଷକୁ ପାଇବା ପରର, ହାତଗଣ୍ଠି ପଡିବା ପରର । ଦିବ୍ୟାଙ୍ଗ ହୋଇ ବି ଦୁହେଁ ଦୁହିଁଙ୍କୁ ପାଇବା ପରେ ବେଶ ଖୁସି ଅଛନ୍ତି ସସ୍ମିତା ଓ ପତିତପାବନ । ଏମିତି ଲାଗୁଛି ଏ ଯୋଡି ଜନ୍ମ ଜନ୍ମର… ସତେକି ବିଧାତା ଏମାନଙ୍କୁ ଗଢିଛନ୍ତି ଜଣେ ଜଣଙ୍କ ପାଇଁ…

ଗତ ରବିବାର ଦିନ ଦୁଇ ଦିବ୍ୟାଙ୍ଗ ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବାଲେଶ୍ୱର ଜିଲ୍ଲା ବାହାନଗା ଅସିମିଳା ଗାଁର ପତିତପାବନ ମଲ୍ଲିକ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ସସ୍ମିତା ନାୟକଙ୍କୁ ବାହା ହୋଇଥିଲେ । ସୋର କୁଶଳେଶ୍ୱର ଶିବ ମନ୍ଦିରରେ ହିନ୍ଦୁ ରୀତିନୀତିରେ ଦୁହିଁଙ୍କ ବିବାହ ହୋଇଥିଲା । ଆଉ ଲାଲ ଟୁକୁଟୁକୁ ସାଧବ ବୋହୂ ସସ୍ମିତାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ସାତ ଜନମର ସାଥୀ କରିଥିଲେ ପତିତପାବନ । ବରକନିଆ ଦୁହେଁ ବାକ୍ ବାଧିତ ହୋଉଥିବାରୁ କଥା କହିବାକୁ ଅସମର୍ଥ । ତେଣୁ ହାତର ଠାରରେ ହୃଦୟର କଥା କହି ସାରା ଜୀବନ ସାଥିରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ ଦିବ୍ୟାଙ୍ଗ ଯୋଡିଙ୍କ ବିବାହ ଖବର କନକ ନ୍ୟୁଜରେ ପ୍ରସାରଣ ପରେ ନବଦମ୍ପତ୍ତିଙ୍କୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ଭଗବାନଙ୍କ ଆଶିର୍ବାଦ ନେଇ ନୂଆ ଜୀବନ ଆରମ୍ଭ କରିଥିବା ସସ୍ମିତା ଓ ପତିତପାବନଙ୍କ ଇଏ ହେଉଛି ରିସେପସନ ବେଳର ଦୃଶ୍ୟ । ସମ୍ପର୍କର ସୂତା ଖିଅରେ ଯୋଡି ହୋଇଥିବା ପ୍ରେମପକ୍ଷୀ ଦୁହେଁ ଦୁହିଁଙ୍କୁ ପାଇ ବେଶ ଖୁସି ଅଛନ୍ତି । ଯାହା ତାଙ୍କର ଏ ଖୁସି ମୁହୂର୍ତ୍ତର ଦୃଶ୍ୟ ହିଁ ବଖାଣୁଛି । ବାବୁ- ସସ୍ମିତାଙ୍କ ବିବାହରେ ସାରା ପରିବାର ଖୁସି ଥିବାବେଳେ ଏହି ଚର୍ଚ୍ଚିତ ଯୋଡିଙ୍କୁ ଦେଖିବାକୁ ଭୁବନେଶ୍ୱରରୁ ବି ସାଙ୍ଗମାନେ ପହଞ୍ଚିଥିଲେ ।

ଜୀବନରେ ଖୁସିରେ ରହିବାକୁ ଧନଦୌଲତ ଲୋଡାନାହିଁ, ଲୋଡାନାହିଁ ବି ବ୍ୟାଙ୍କ୍ ବାଲାନ୍ସ… ଦରକାର ଖାଲି ସୁନ୍ଦର ମନଟେ, ସୁନ୍ଦର ସାଥୀଟେ… ଆଉ ସାଥୀ ଓଠରେ ଚେନାଏ ନିର୍ଭେଜାଲ ହସ… ବାସ୍ ତାପରେ ଅକ୍ଷମ ବି ସକ୍ଷମ ହୋଇଯିବ । ସସ୍ମିତା ଓ ପତିତପାବନ ତାର ମୂକସାକ୍ଷୀ…

from Kanak News
via <a href="https://ifttt.com/?

ହାଇଭୋଲଟେଜ ରାଜନୈତିକ ଡ଼୍ରାମା ଭିତରେ ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା । ମେଦିନି ପୁରରେ ବିଶାଳ ରାଲି ଓ ଜନସଭା । ସାମିଲ ହେଲେ ଟିଏମସି ସାଂସଦ ସୁନିଲ ମଣ୍ଡଳ ଓ ଦଳ ଛାଡ଼ିଥିବା ଶୁଭେନ୍ଦୁ ଅଧିକାରୀ

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଲେ ଗୃହମନ୍ତ୍ରୀ ଅମିତ୍ ଶାହା । ନଡ୍ଡାଙ୍କ ଉପରେ ଆକ୍ରମଣ ହେବାର କିଛି ଦିନ ମଧ୍ୟରେ ଦିଦିଙ୍କ ଗଡରେ ପଶିଛନ୍ତି ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା । ସେ ଆଜି ପଶ୍ଚିମବଙ୍ଗ ମେଦିନପୁରରେ ଚାଷୀ ସଭାକୁ ସମ୍ବୋଧିତ କରିଛନ୍ତି ।

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ । ମିଶନ ଦୁଇ ଶହ ପ୍ଲସ ନାରା ଦେଇ ବିଜେପି ପଶ୍ଚିମବଙ୍ଗ ଦଖଲ ଅଭିଯାନ ଆରମ୍ଭ କରିଛି । ଆଜି ଗୃହମନ୍ତ୍ରୀ ଅମିତ୍ ଶାହ ବିବେକାନନ୍ଦଙ୍କ ପୈତୃକ ବାସଭବନ ରାମକୃଷ୍ଣ ମିଶନ ପରିଦର୍ଶନ କରିଛନ୍ତି । ଏହା ପରେ ମହାମାୟା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ବଡ଼ କଥା ହେଉଛି ଟିଏମସିର ଅନ୍ୟତମ ଶିର୍ଷନେତା ଶୁଭେନ୍ଦୁ ଅଧିକାରୀ ଓ ସାଂସଦ ସୁନିଲ ମଣ୍ଡଳ ଆଜି ଅମିତ୍ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଗତ ୨୭ ତାରିଖରେ ଶୁଭେନ୍ଦୁ ମମତାଙ୍କ କ୍ୟାବିନେଟରୁ ଇସ୍ତଫା ଦେବାପରେ ଡ଼ିସେମ୍ବର ୧୬ ତାରିଖରେ ଦଳରୁ ଇସ୍ତଫା ଦେଇଥିଲେ । ଏହାରି ଭିତରେ ଏକାଧିକ ଟିଏମସି ନେତା ଦଳ ଛାଡ଼ି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ବଢୁଛି । ଗତକାଲି ଦୁଇଜଣ ଟିଏମସି ବିଧାୟକ ଦଳ ଛାଡ଼ିଛନ୍ତି ।

ଅନ୍ୟପଟେ ବିଜେପି ପରେ ଏବେ କଂଗ୍ରେସ , ସିପିଆଇ ଓ ସିପିଆଇ (ଏମ) ର ଅନେକ ବରିଷ୍ଠ ନେତା ଓ ବିଧାୟକ ମାନେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଆଜି ଯେଭଳି ଭାବେ ମମତାଙ୍କ ହାତ ଛାଡି ଶୁଭେନ୍ଦୁ ଓ ସୁନିଲ ବିଜେପିରେ ଯୋଗଦେଲେ ତାହା ମମତାଙ୍କ ପାଇଁ ଭାରିପଡିବ । କାରଣ ମେଦିନାପୁର ଅଞ୍ଚଳରେ ଶୁଭେନ୍ଦୁ ଜଣେ ବେସ୍ ଲୋକପ୍ରିୟ ନେତା ହୋଇଥିବା ବେଳେ ତାଙ୍କ ନିୟନ୍ତ୍ରଣରେ ୫୦ ଜଣ ବିଧାୟକ ରହିଛନ୍ତି ।

from Kanak News
via <a href="https://ifttt.com/?

ରାଉରକେଲା ହୋଟଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ: ୧୨ ଜଣଙ୍କୁ ଗିରଫ ସହ ୧୨ ଲକ୍ଷରୁ ଅଧିକ ଟଙ୍କା ଜବତ କଲା ପୁଲିସ

କନକ ବ୍ୟୁରୋ: ରାଉରକେଲାରେ ହୋଟେଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ । ପ୍ଲାଂଟ ସାଇଟ ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରିଛନ୍ତି । ୧୨ ଜୁଆଡିଙ୍କୁ ଗିରଫ କରାଯାଇଛି । ଏହା ସହ ନଗଦ ୧୨ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ କରାଯାଇଛି । ୧୫ ମୋବାଇଲ ଫୋନ ସହ ୨ କାର, ୫ ବାଇକ ମଧ୍ୟ ଜବତ କରିଯାଇଛି । ସେହିପରି ଜୁଆରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।

ସେପଟେ, ୪୦ ଏକରରୁ ଅଧିକ ଜମିରେ ହୋଇଥିବା ଗଂଜେଇ ଗଛ ନଷ୍ଠ କରିଛନ୍ତି ଅବକାରୀ ବିଭାଗ । ସୋରଡ଼ା ଗୌଡ଼ଗୋଠ ଠାରୁ ମୋହନା ଯିବା ରାସ୍ତାର ଶଗଡ଼ବଶା ଘାଟିରେ ଥିବା ଗଂଜେଇ ଗଛ ଗୁଡ଼ିକୁ ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ନଷ୍ଠ କରାଯାଇଛି । ପ୍ରାୟ ୫୦ରୁ ଅଧିକା କର୍ମଚାରୀ ଗଂଜେଇ ଗଛ ନଷ୍ଠ କରିଛନ୍ତି । ସୋରଡ଼ା, ଆସିକା ଓ ବଡ଼ଗଡ଼ ପୋଲିସ ମିଳିତ ଭାବେ ଏହି ଚଢଉ କରିଛନ୍ତି ।

from Kanak News
via <a href="https://ifttt.com/?

ଏଣିକି ୧୦୦ ଟଙ୍କାରେ ପୁରୀରେ ରହିପାରିବେ ପର୍ଯ୍ୟଟକ : ବାସେଳୀ ସାହି ଥାନା ନିକଟରେ ଭକ୍ତ ନିବାସ ପାଇଁ ଜାଗା ଚିହ୍ନଟ

କନକ ବ୍ୟୁରୋ : ଏଣିକି ପୁରୀକୁ ଗଲେ ଶସ୍ତା ରହିପାରିବେ ପର୍ଯ୍ୟଟକ । ମାତ୍ର ୧୦୦ରୁ ଦେଢ ଶହ ଟଙ୍କାରେ ସରକାରୀ ଭକ୍ତ ନିବାସରେ ରହଣୀ କରିପାରିବେ । ଭକ୍ତ ନିବାସ ପାଇଁ ପୁରୀ ବାସେଳୀ ସାହି ଥାନା ନିକଟରେ ଜାଗା ଚିହ୍ନଟ ହୋଇଛି । ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି ।

୩ରୁ ୪ ହଜାର ଲୋକଙ୍କ ରହଣୀ ପାଇଁ ବ୍ୟବସ୍ଥା ହେଉଛି । ଭକ୍ତ ନିବାସରେ ରହିବା ପାଇର୍ ବେଡ଼ ପିଛା ୧୦୦ରୁ ୧୫୦ ଟଙ୍କା ଦେବାକୁ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ।ଶ୍ରୀମନ୍ଦିର ଉନ୍ନତିକରଣ ପାଇଁ ଐତିହାସିକ କରିଡର ମଧ୍ୟ ସମୀକ୍ଷା କରାଯାଇଛି ।

ସେପଟେ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଫାଇଭି ଟି ସଚିବ ଭିକେ ପାଣ୍ଡିଆନ । ଆସନ୍ତା ୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେନେଇ ଆଲୋଚନା କରିଛନ୍ତି ଫାଇଭି ଟି ସଚିବ । ଜିଲ୍ଲାପାଳ, ଏସପିଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି ପାଣ୍ଡିଆନ୍ ।

from Kanak News
via <a href="https://ifttt.com/?

ମାଇକ୍ରୋ ଫାଇନାନ୍ସ ଚିଟଫଣ୍ଡ କେଳାଙ୍କାରୀ । ମାଲିକ ଦୁର୍ଗା ମିଶ୍ରଙ୍କ ଭଞ୍ଜନଗର ବାସଭବନରେ ଛତିଶଗଡ ପୋଲିସର ଚଢାଉ । ପୁଅ କାଳୀ, ଭାଇ ଉପେନ୍ଦ୍ର ଓ କର୍ମଚାରୀ ଦୁର୍ଗା ଷଡଙ୍ଗୀଙ୍କ ନାମରେ ଗିରଫ୍ ପରୱାନା

କନକ ବ୍ୟୁରୋ : ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାଲିକ ଦୁର୍ଗା ମିଶ୍ରଙ୍କ ଭଂଜନଗର ଘରେ ଛତିଶଗଡ଼ ପୁଲିସ । ବେଆଇନ୍ ଅର୍ଥ କାରବାରରେ କୋଟି କୋଟି ଟଙ୍କା ଆତ୍ମ ସାତ କରି ଭଂଜନଗର ଅଚଂଳରେ ପ୍ରାୟ କୋଟି କୋଟି ଟଙ୍କାର ଜମି ଓ ଘର ବାରି ନିର୍ମାଣ କରିଥିଲେ ଦୁର୍ଗା ମିଶ୍ର । ତାହାର ଖୋଜ ଖବର ନେଇ ଗତ କାଲି ଭଂଜନଗର ପହଚିଂଥିଲେ ଛତିଶଗଡ଼ପୋଲିସର ଟିମ୍ ।

ଦାନ୍ତେୱାଡ଼ା ଜିଲ୍ଲାର ଗିଦାମ୍ ଥାନାରେ ରୁଜୁ ହୋଇଥିବା ଏକ ଠକେଇ ମାମଲାର ତଦନ୍ତ ପାଇଁ ଦୁର୍ଗା ମିଶ୍ରଙ୍କ ଭଂଜନଗର ବାସଭବନରେ ପହଁଚିଥିଲେ ଥାନାଅଧିକାରୀ ସନ୍ତୋଷ ଧୁରୱେ । ଏହି ଟିମ୍ ପହଁଚି ଦୁର୍ଗା ମିଶ୍ରଙ୍କ ଘରରେ ରହୁଥିବା ଭଡ଼ାଟିଆ ଲୋକଙ୍କୁ ତାଗିଦ କରି ପଚରା ଉଚୁରା କରିଥିଲେ । ଛତିଶଗଡ଼ ପୋଲିସର କହିବା କଥା ହେଲା, ୬ ଜଣ ଅଭିଯୁକ୍ତଙ୍କ ନାମରେ ଥାନାରେ ମାମଲା ରହିଛି । ତେଣୁ ଏହି ଛଅ ଜଣକୁ ପୋଲିସ ଖୋଜୁଛି । ସେମାନେ ହେଲେ ମାଲିକ ଦୁର୍ଗା ମିଶ୍ର, ତାଙ୍କ ପୁଅ କାଳିପ୍ରସାଦ ମିଶ୍ର, ଉପେନ୍ଦ୍ରଥାନ ମିଶ୍ର, ଓ ଦୁର୍ଗା ଷଡ଼ଙ୍ଗୀ ଓ ଅନ୍ୟ ୨ଜଣ । ଏହି ୬ ଜଣଙ୍କ ମଧ୍ୟରୁ କାହାରିକୁ ନପାଇ ପୋଲିସ ଟିମ୍ ଫେରିଛନ୍ତି । ଫେରିବା ବେଳେ ଥାନା ଅଧିକାରୀ ଭଂଜନଗର ତହସିଲଦାରଙ୍କୁ ଦୁର୍ଗା ମିଶ୍ରଙ୍କ ସମ୍ପତି ତାଲିକା ଦେବାପାଇଁ କହିଛି । ଗିରଫ ହୋଇଥିବା ଦୁର୍ଗା ମିଶ୍ର ଜାମିନରେ ବାହାରେ ରହିଥିବା ବେଳେ ତାଙ୍କୁ ଖୋଜୁଛି ପୋଲିସ ।

କହିରଖୁ କି ୧୯୮୩ ମସିହାରୁ ଏହି କମ୍ପାନୀ ରିଜର୍ଭବ୍ୟାଙ୍କରେ ଏକ ଅଣ- ବ୍ୟାଙ୍କିଙ୍ଗ ସଂସ୍ଥାଭାବେ ପଞ୍ଜିକରଣ କରି ସାଧାରଣ ଜନତାଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜମା ନେଇଥିଲା । ହେଲେ ୨୦୧୩ ମସିହା ମାର୍ଚ୍ଚ ୨୯ ତାରିଖରେ କମ୍ପାନୀ ଉପରେ ଚଢାଉ ହୋଇଥିଲା । ଏହି ଚଢାଉ ପରେ କମ୍ପାନୀର ସର୍ବଭାରତୀୟ ସ୍ତରରେ ଥିବା ୭ ଶହରୁ ଉର୍ଦ୍ଧ ଶାଖାକୁ ବନ୍ଦ କରାଯାଇଥିଲା । ହେଲେ ଆଇନ ଭୟରେ ମାଲିକ ଦୁର୍ଗା ମିଶ୍ର ଓ ଅନ୍ୟ ଉପରିସ୍ଥ କର୍ମଚାରୀ ମାନେ ଫେରାର୍ ହୋଇଯାଇଥିଲେ । ଏହା ପରେ ସିବିଆଇ ଦୁର୍ଗା ମିଶ୍ରଙ୍କୁ ବାଲେଶ୍ୱରରୁ ଗିରଫ୍ କରିଥିଲା ।

from Kanak News
via <a href="https://ifttt.com/?

ହାଇଭୋଲଟେଜ ରାଜନୈତିକ ଡ଼୍ରାମା ଭିତରେ ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା । ଆଜି ମେଦିନି ପୁରରେ କରିବେ ବିଶାଳ ରାଲି । କୃଷି ଆଇନ ନେଇ ଚାଷୀଙ୍କୁ ବୁଝାଇବେ ଶାହା । ଏପଟେ ଦଳ ଛାଡ଼ୁଥିବା ଟିଏମସି ନେତାଙ୍କ ବଢ଼ୁଛି ସଂଖ୍ୟା

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ହାଇଭୋଲଟେଜ୍ ରାଜନୌତିକ ଡ଼୍ରାମା ଭିତରେ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ପହଂଚିଛନ୍ତି । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ଗୃହମନ୍ତ୍ରୀ ମେଦିନାପୁରରେ ଆଜି ଏକ ବିଶାଳ ସମାବେଶକୁ ସମ୍ବୋଧନ କରିବେ । ମିଶନ ଦୁଇ ଶହ ପ୍ଲସ ନାରା ଦେଇ ବିଜେପି ପଶ୍ଚିମବଙ୍ଗ ଦଖଲ ଅଭିଯାନ ଆରମ୍ଭ କରିଛି । ଆଜି ଗୃହମନ୍ତ୍ରୀ ଅମିତ୍ ଶାହ ବିବେକାନନ୍ଦଙ୍କ ପୈତୃକ ବାସଭବନ ରାମକୃଷ୍ଣ ମିଶନ ପରିଦର୍ଶନ କରିଛନ୍ତି । ଏହା ପରେ ସିଦ୍ଦେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ ।

ବଡ଼ କଥା ହେଉଛି ଟିଏମସିର ଅନ୍ୟତମ ଶିର୍ଷନେତା ଶୁଭେନ୍ଦୁ ଅଧିକାରୀ ଆଜି ଅମିତ୍ ଶାହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ଦେଉଥିବା ବେଳେ ଶୁଭେନ୍ଦୁ କିନ୍ତୁ ରାଜନୈତିକ ପଶା ପାଲିରେ ଏକ ଭିନ୍ନ ଧରଣର ଖେଳ ଖେଳିଛନ୍ତି । ତାଙ୍କ ବଦଳରେ ପ୍ରଥମେ ତାଙ୍କର ଭାଇ ସୁମେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହୋଇଛନ୍ତି । ଏହା ସହ ଦକ୍ଷିଣ କୌଟାଇ ବିଧାୟକ ବନଶାଂରୀ ମୈତି ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ ହୋଇଛି । ଅନ୍ୟପଟେ ବିଜେପି ନେତାମାନେ ଦାବି କରିଛନ୍ତି କି କେବଳ ଟିଏମସି ନୁହେଁ ଅନ୍ୟ ଦଳରୁ ବି ୧୦ ଅଧିକ ବିଧାୟକ ବିଜେପିରେ ସାମିଲ ହେବେ । କହିରଖୁ କି ଗତ ୨୭ ତାରିଖରେ ଶୁଭେନ୍ଦୁ ମମତାଙ୍କ କ୍ୟାବିନରୁ ଇସ୍ତଫା ଦେବାପରେ ଡ଼ିସେମ୍ବର ୧୬ ତାରିଖରେ ଦଳରୁ ଇସ୍ତଫା ଦେଇଥିଲେ । ଏହାରି ଭିତରେ ଏକାଧିକ ଟିଏମସି ନେତା ଦଳ ଛାଡ଼ି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ବଢୁଛି । ଗତକାଲି ଦୁଇଜଣ ଟିଏମସି ବିଧାୟକ ଦଳ ଛାଡ଼ିଛନ୍ତି ।

ଅନ୍ୟପଟେ ଗୃହମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳ ଚଞ୍ଚଳ ହୋଇଛି ତୃଣମୂଳ କଂଗ୍ରେସ ଶିବିର । ମମତା କହିଛନ୍ତି ପଶ୍ଚିମବଙ୍ଗର ଲୋକେ ଶାନ୍ତିରେ ରହିବାକୁ ଚାହାନ୍ତି । ତେଣୁ କିଏ ବିବାଦିତ ନେତା ଆମ ଦଳରୁ ଯାଇ ବିଜେପିରେ ସାମିଲ ହେଲେ ବା ଗୃହମନ୍ତ୍ରୀ ଯେତେ ରାଲି କଲେ ବି କିଛି ଫରକ୍ ପଡିବ ନାହିଁ ।

from Kanak News
via <a href="https://ifttt.com/?

ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଠାରୁ ସାବରମତୀ ରିଭର ମଧ୍ୟରେ ୨୭ ଡିସେମ୍ବରରୁ ଆରମ୍ଭ ହେବ ସି-ପ୍ଲେନ୍ ଯାତ୍ରା । ସ୍ପାଇସ୍ ଜେଟ୍ କହିଲା ଆସନ୍ତା କାଲି ଠାରୁ ବୁକିଂ

କନକ ବ୍ୟୁରେ : ସ୍ପାଇସ୍ ଜେଟ୍ ଷ୍ଟାୁଚ୍ୟ ଅଫ୍ ୟୁନିଟ୍ ଠାରୁ ସାବରମତୀର ରିଭର ଫ୍ରଣ୍ଟ ମଧ୍ୟରେ ଡିସେମ୍ବର ୨୭ ତାରିଖରୁ ଆରମ୍ଭ କରିବ ସି-ପ୍ଲେନ ସେବା । ଏନେଇ ବିମାନ କମ୍ପାନୀ ସ୍ପାଇସ୍ ଜେଟ୍ ପକ୍ଷରୁ କୁହାଯାଇଛି ଯେ ଗୁଜୁରାଟର ନର୍ମଦା ଜିଲ୍ଲାରେ ଥିବା କେବାଡିଆ ନିକଟ ଷ୍ଟାୁଚ୍ୟ ଅଫ୍ ୟୁନିଟ୍ ରୁ ଅହମଦାବାଦର ସାବରମତୀ ରିଭର ଫ୍ରଣ୍ଟ ମଧ୍ୟରେ ଚଳିତ ମାସ ୨୭ ତାରିଖ ଠାରୁ ସି-ପ୍ଲେନ ଉଡାଣ ଆରମ୍ଭ କରିବ । ଏନେଇ ଆସନ୍ତା କାଲି ଠାରୁ ଟିକେଟ ବୁକିଂ ଆରମ୍ଭ ହେବାକୁ ଯାଉଛି । କହିରଖୁ କି ଚଳିତ ବର୍ଷ ୩୧ ଅକ୍ଟୋବର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସି-ପ୍ଲେନ୍ ସେବାର ଉଦଘାଟନ କରିଥିଲେ । ହେଲେ ଏହି ସେବା ଆରମ୍ଭ ହେବାର କିଛି ଦିନ ମଧ୍ୟରେ କୌଣସି କାରଣରୁ ଏହାକୁ ବନ୍ଦ କରାଯାଇଥିଲା ।

ସ୍ପାଇସ୍ ଜେଟ ପକ୍ଷରୁ ଶୁକ୍ରବାର ଦିନ ଆହୁରି କୁହାଯାଇଛି କି ସ୍ପାଇସ୍ଜେଟ୍ ର ସମ୍ପୁର୍ଣ୍ଣ ମାଲିକାନା ଅଧିକାର ଥିବା କମ୍ପାନୀ ସ୍ପାଇସସଟ୍ଟଲ ଅହମ୍ମଦାବାଦରୁ ସାବରମତୀ ରିଭର ଫ୍ରଣ୍ଟ ଓ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ମଧ୍ୟରେ ସି-ପ୍ଲେନ୍ ସେବା ୨୭ ଡିସେମ୍ବର ଠାରୁ ପୁଣି ଚାଲୁ କରାଯିବ । ଏହି ମାର୍ଗରେ ପ୍ରତିଦିନ ୨ ଟି ସି-ପ୍ଲେନ ସେବା ଯୋଗାଇବ । ଏହି ସେବା ପାଇଁ ୨୦ ଡିସେମ୍ବର ଠାରୁ ଟିକେଟ୍ ବୁକିଂ ଆରମ୍ଭ କରାଯିବ । ଅହମ୍ମଦାବାଦ ଠାରେ ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ୨୭ ନଭେମ୍ବର ଠାରୁ ଏହି ସେବା ବନ୍ଦ ରହିଥିଲା ।

ସି-ପ୍ଲେନ ଏହି ୨ ଶହ କିଲୋମିଟର ରାସ୍ତା ଯିବା ପାଇଁ ପାଖା ପାଖି ୪୦ ମିନିଟ୍ ସମୟ ନେଉଛି । ସ୍ପାଇସ୍ଜେଟ୍ ପକ୍ଷରୁ ଏହି ୨ ଶହ କିଲୋମିଟର ଯାତ୍ରା ପାଇଁ ଟିକେଟର ମୂଲ୍ୟ ୧୫୦୦ ଟଙ୍କା ରଖାଯାଇଛି । ଏହି ସି- ପ୍ଲେନରେ ଏକ କାଳୀନ ୧୨ ଜଣ ଲୋକ ଯାଇ ପାରିବେ । ଏହି ପ୍ଲେନ ଯିବା ଆସିବା କରିବାକୁ ସ୍ପାଇସଜେଟ୍ ପକ୍ଷରୁ ୧୮ ଟି ରୁଟ୍ କୁ ସୁରକ୍ଷିତ ବୋଲି ଚିହ୍ନଟ କରାଯାଇଛି । ଟିକେଟ୍ ବୁକିଂ କରିବା ପାଇଁ ଜାରି ହୋଇଥିବା ୱେବସାଇଟ ହେଉଛି www.spiceshuttle.com । ସରକାର ଗୁଜୁରାଟ ପରେ ଗୁହାଟୀ, ଆଣ୍ଡାମାନ-ନିକୋବର ଓ ଦିଲ୍ଲୀର ଯମୁନା ନଦୀରେ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ସି-ପ୍ଲେନ ଚଳାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।

from Kanak News
via <a href="https://ifttt.com/?

ସିବିଆଇ କାର୍ଯ୍ୟାଳୟ ପରେ ଏବେ ଗୁଜୁରାଟ କଷ୍ଟମ କାର୍ଯ୍ୟାଳୟରୁ ସୁନା ଚୋରୀ । ୧ କୋଟି ଟଙ୍କାରୁ ଅଧିକ ଟଙ୍କାର ସୁନା ଚୋରୀ ନେଇ ଅଭିଯୋଗ

କନକ ବ୍ୟୁରୋ : ତାମିଲନାଡୁର ସିବିଆଇ ଅଫିସରୁ ୪୫ କୋଟି ଟଙ୍କାର ସୁନା ଚୋରୀ ମାମଲା ଥଣ୍ଡା ପଡିନଥିବା ବେଳେ ଏବେ ଗୁଜୁରାଟର ଜାମନଗରରେ ଥିବା କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ୧୦ ଲକ୍ଷ ଟଙ୍କାର ସୁନା ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ପୋଲିସ କଷ୍ଟମ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଛି ।

ଜାମନଗର ଡିଭିଜନ ର ପୋଲିସ ଅଧିକାରୀ କହିଛନ୍ତି କି ଏହି ସୁନା ଭୂଜ କଷ୍ଟମ ବଭାଗର ଥିଲା । ଯାହାକି ୨୦୦୧ ମସିହାରେ ହୋଇଥିବା ଭୂକମ୍ପ ପରେ ଜାମନଗର କାର୍ଯ୍ୟାଳୟରେ ରଖା ଯାଇଥିଲା । ଏବେ ଯେତେବେଳେ ଭୂଜ କଷ୍ଟମ ବିଭାଗ ସୂୁନା ନେବାକୁ ପହଂଚିଥିଲା ସେତେବେଳେ ଜଣାପଡିଥିଲା କି ୧ କୋଟି ୧୦ ଲକ୍ଷ ଟଙ୍କାର ୨.୧୫୬.୭୨୨ ଗ୍ରାମ ସୁନା କୁଆଡେ ଉଭାନ ହୋଇ ଯାଇଛି ।

ପୋଲିସ ଅଧିକାରୀଙ୍କ କହିବା ମୁତାବକ ୨୦୦୧ ମସିହାରେ ହୋଇଥିବା ଭୂକମ୍ପରେ ଭୁଜ କଷ୍ଟମ ବିଭାଗର କୋଠା ଭାଙ୍ଗିପଡିବାରୁ ୩.୧୪୯.୩୯୮ ଗ୍ରାମର ଜବତ୍ ସୁନାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଏହି ସମୟରେ ସୁନାକୁ ସୁରକ୍ଷିତ ଭାବେ ରଖିବାର ଦାୟିତ୍ୱ ଜାମନଗର କଷ୍ଟମ ବିଭାଗକୁ ଦିଆଯାଇଥିଲା । ୨୦୧୬ ମସିହରେ ଭୁଜ କଷ୍ଟମ କାର୍ଯ୍ୟାଳୟ ପୁନନିର୍ମାଣ ସରିବା ପରେ ଜାମନଗର କାର୍ଯ୍ୟାଳୟରେ ଥିବା ସୁନା ନେବାକୁ ସେମାନେ ଜାମନଗର କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରୁ ସେମାନେ ଯେଉଁ ସୁଟକେସରେ ସୁନା ଦେଇଥିଲେ ସେହି ସୁଟକେସ୍ ନେବା ବେଳେ ସୁଟକେସର ଚାବି ମାଗିଥିଲେ । ହେଲେ ସେତେବେଳେ ଜଣାପଡିଥିଲା କି ସୁଟକେସ୍ ର ଚାବି ହଜି ଯାଇଛି । ଏହା ପରେ ସୁଟକେସ୍ ର ତାଲା ଭାଙ୍ଗାଗଲା । ଏହା ପରେ ଭୂଜ କଷ୍ଟମ ବିଭାଗ ତରଫରୁ ସୁନାର ଯାଂଚ କରାଯାଇଥିଲା । ସେତେବେଳେ ଜଣାପଡିଥିଲା କି ୨.୧୫୬.୭୨୨ ସୁନା କମ୍ ରହିଛି ।

କହିରଖୁ କି ୨୦୧୨ ମସିହାରେ ସିବିଆଇର ଏକ ଟିମ୍ ଚେନ୍ନାଇ କର୍ପୋରେସନ ଲିମିଟେଡ ଦପ୍ତରରେ ଚଢାଉ କରି ୪୦୦.୫ କିଲୋଗ୍ରାମ ସୁନା ଜବତ୍ କରିଥିଲା । ଜବତ ହୋଇଥିବା ସୁନାକୁ ସିଲ୍ କରି ସିବିଆଇ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖା ଯାଇଥିଲା । ହେଲେ ଏବେ ଜଣାପଡିଛି କି ଜବତ ହୋଇଥିବା ସୁନ।।ର ୧୦୩ କେଜି ସୁନା ଗାଏବ ହୋଇଯାଇଛି ।

from Kanak News
via <a href="https://ifttt.com/?

ଆସୋଚାମର ସ୍ଥାପନା ସପ୍ତାହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଦେଶର ସାମୁହିକ ବିକାଶ ପାଇଁ ସରକାର ଜାରି ରଖିଛନ୍ତି ଉଦ୍ୟମ। ବିକାଶର ଧାରା ଜାରି ରଖିବାକୁ ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ରୋଡ ମ୍ୟାପ୍

କନକ ବ୍ୟୁରେ : ଆସୋଚାମର ସ୍ଥାପନା ସପ୍ତାହ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶର ସାମୁହିକ ବିକାଶ ପାଇଁ ସରକାର ଯୋଜନାବଦ୍ଧ ଭାବେ ଉଦ୍ୟମ ଜାରି ରଖିଛନ୍ତି । ବିକାଶର ଧାରା ଜାରି ରଖିବାକୁ ସରକାର ନୂଆ ରୋଡ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି  ।

ଆତ୍ମ ନିର୍ଭର ଭାରତ ଦେଶବାସୀଙ୍କର ମୂଳ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ପୂର୍ବରୁ କାହିଁକି ଭାରତ (ହ୍ୱାଏ ଇଣ୍ଡିଆ) ବୋଲି କହୁଥିବା ଲୋକଙ୍କ ମନରେ ଏବେ ଅନେକ ପରିବର୍ତ୍ତନ ହୋଇଛି । ସେମାନେ ଏବେ ହ୍ୱାଏ ନଟ୍ ଇଣ୍ଡିଆ ବା (କାହିଁକି ଭାରତ ନୁହେଁ) ବୋଲି ଚିନ୍ତା କରିବା ପାଇଁ ବାଧ୍ୟ ହେଉଛନ୍ତି । ତେଣୁ ବିକାଶର ଧାରାକୁ ଏହା ସୂଚିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ।

ଭାରତ ତା’ର ଉତ୍ପାଦିତ ସାମଗ୍ରୀକୁ ବିଶ୍ୱ ସ୍ତରରେ ପହଂଚାଇବା ଯୋଜନା ନେଇ ଆଗକୁ ଅଗ୍ରସର ହେଉଛି । ଏବେ ନିଜର ସାମର୍ଥ ଉପରେ ଭରସା ରଖିପାରୁଛି ଭାରତୀୟ ଯୁବକ । ସେ ଆହୁରି କହିଛନ୍ତି କି ଏବେ ଆମର ଧ୍ୟାନ ଉତ୍ପାଦନ ବୃଦ୍ଧି ଉପରେ କେନ୍ଦ୍ରୀଭୂତ ହୋଇ ରହିଛି । ଭାରତର ବିକାଶର ଧାରା ଏବେ ସାରା ବିଶ୍ୱକୁ ଚକିତ କରିଛି । ଦେଶର ବିକାଶ ଏବେ ବିଶ୍ୱରେ ଉଦାହରଣ ସୃଷ୍ଟି କରିବା ସହିତ ଦେଶବାସୀଙ୍କୁ ଏକ ଦୃଢ ଆତ୍ମ ବିଶ୍ୱାସ ଆଣି ଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started