ଆଡିଲେଟ ଟେଷ୍ଟ ଦ୍ୱିତୀୟ ଇନିଂସରେ ଭାରତର ଦୟନୀୟ ପ୍ରଦର୍ଶନ : ମାତ୍ର ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ; କୌଣସି ବି ବ୍ୟାଟ୍ସମ୍ୟାନ ଛୁଇଁପାରିଲେନି ଦୁଇ ଅଙ୍କ

କନକ ବ୍ୟୁରୋ : ଆଡିଲେଟ ଟେଷ୍ଟ ଦ୍ୱିତୀୟ ଇନିଂସରେ ଭାରତର ଦୟନୀୟ ପ୍ରଦର୍ଶନ । ମାତ୍ର ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ । କୌଣସି ବି ବ୍ୟାଟସ ମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ରନ ଛୁଇଁପାରିନାହାନ୍ତି । ଅଷ୍ଟ୍ରେଲିଆ ଆଗରେ ବିଜୟ ପାଇଁ ୯୦ ରନର ଲକ୍ଷ୍ୟ ରଖିଛି ଭାରତ । ଏହା ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ । ଏହା ଇଣ୍ଡିଆର ସବୁଠାରୁ କମ ଦ୍ୱିତୀୟ ଇନିଂସ ରନ୍ ।

ଭାରତ ପ୍ରଥମ ଇନିଂସରେ ୨୪୪ ୱିକେଟ କରି ଅଲଆଉଟ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୧୫୧ ରନ କରି ପଛୁଆ ରହିଥିଲା । ଆଜି ତୃତୀୟ ଦିନରେ ନିର୍ଣ୍ଣାୟକ ଫଳାଫଳ ଆସିବାକୁ ଥିବାବେଳେ ଭାରତ ଅଷ୍ଟ୍ରେଲିଆର ବୋଲିଂ ସମ୍ମୁଖୀନ ହୋଇନପାରି ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଛି ।

from Kanak News
via <a href="https://ifttt.com/?

୩ରୁ ୭ ଯାଏଁ ସମଲେଶ୍ୱରୀ ଦର୍ଶନ କରିବେ ଜିଲ୍ଲାବାସୀ । ୭ପରେ ବାହାର ଜିଲ୍ଳା ଭକ୍ତ କରିପାରିବେ ମା’ଙ୍କ ଦର୍ଶନ

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରେ ଜାନୁୟାରୀ ୩ ତାରିଖରୁ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର ଖୋଲିବା ନେଇ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ୩ରୁ ୭ ତାରିଖ ଯାଏଁ ସମ୍ବଲପୁର ଜିଲ୍ଲାବାସୀଙ୍କୁ ଦର୍ଶନ କରିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ୭ ତାରିଖ ପରେ ବାହାର ଜିଲ୍ଳାବାସୀଙ୍କ ମାଙ୍କ ଦର୍ଶନ ପାଇଁ ଅନୁମତି ଦିଆଯିବ ।

ତେବେ ଦର୍ଶନ  ସମୟରେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଫୁଲ କିମ୍ବା ଭୋଗ ନେଇ ଯାଇପାରିବେ ନାହିଁ । ଆଉ ଏଥିପାଇଁ ଆସନ୍ତା ୭ ଦିନରେ ଭିତରେ ଏସ୍ଓପି ପ୍ରସ୍ତୁତ କରିବାକୁ ନିଷ୍ପତି ହୋଇଛି । ଏହା ସହିତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତି ନେଇଛି ସମ୍ବଲପୁର ଜିଲ୍ଳା ପ୍ରଶାସନ । ତେବେ ଶ୍ରଦ୍ଧାଳୁଙ୍କ କୋଭିଡ୍ କଟକଣା ଭିତରେ ଦର୍ଶନ କରିବା ସହ ସମସ୍ତ ଗାଇଡ୍ଲାଇନ୍ ପାଳନ କରିବାକୁ ପଡ଼ିବ ।

from Kanak News
via <a href="https://ifttt.com/?

ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଟିମ୍ ରେ ସାମିଲ ହେଲେ .ଆଉଜେଣ ଭାରତୀୟ । ପ୍ରେସ ସେକ୍ରେଟାରୀ ହେଲେ ବେଦାନ୍ତ ପଟେଲ ।

କନକ ବ୍ୟୁରୋ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ଶୁକ୍ରବାର ଦିନ ହ୍ୱାଇଟ ହାଉସରେ କମ୍ୟୁନିକେଷନ ଓ ପ୍ରେସ ଷ୍ଟାକର ଘୋଷଣା କରିଛନ୍ତି । ବାଇଡେନଙ୍କ ଏହି ଟିମ୍ ରେ ଭାରତୀୟ ବଂଶୋଦ୍ଭବ ବେଦାନ୍ତ ପଟେଲଙ୍କୁ ସ୍ଥାନ ମିଳିଛି । ପଟେଲଙ୍କୁ ଆସିଷ୍ଟାଣ୍ଡ ପ୍ରେସ ସେକ୍ରେଟାରୀ ପଦ ମିଳିଛି । ଏହି କ୍ରମରେ ବାଇଡେନ ଶୁକ୍ରବାର ଦିନ ୧୬ ଜଣ ଲୋକଙ୍କ ନାମ ଘୋଷଣା କରିଛନ୍ତି ।

ବେଦାନ୍ତ ପଟେଲଙ୍କର ଜନ୍ମ ଭାରତରେ ହୋଇଥଲା । ହେଲେ ସେ କାଲିଫର୍ଣ୍ଣିଆରେ ବଡ ହୋଇଛନ୍ତି । ସେ ୟୁନିଭରସିଟି ଓ କାର୍ଲିଫର୍ଣ୍ଣିଆ- ରିଭର ସାଇଟ ଓ ପ୍ଲୋରିଡା ୟୁନିଭରସିଟିରେ ପାଠ ପଢିଛନ୍ତି । ସେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କ ପକ୍ଷରୁ ଆଞ୍ଚଳିକ ଗମନା ଗମନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ । ପଟେଲ ବର୍ତ୍ତମାନ ବାଇଡେନଙ୍କ ଶପଥ ଗ୍ରହଣ ପାଇଁ ବରିଷ୍ଠ ପତ୍ରକାର ଭାବେ କାମ କରୁଛନ୍ତି ।
ଏହା ପୂର୍ବରୁ ପଟେଲ ଭାରତୀୟ ବଂଶୋଦ୍ଭବ ତଥା ରାଜନେତା ପ୍ରମିଳା ଜୟପାଲଙ୍କ ପାଇଁ ଗମନା ଗମନ ନିର୍ଦ୍ଦେଶକ ଭାବେ କାମ କରୁଥିଲେ । ସେ ଡେମୋକ୍ରେଟିକ ନ୍ୟାସନାଲ କମିଟିର ପଶ୍ଚିମାଞ୍ଚଳ ପାଇଁ ପ୍ରେସ ସେକ୍ରେଟାରୀ ଭାବେ ବି କାମ କରିବା ସହିିତ ରାଜନେତା ମାଇକ ହୋଣ୍ଡାଙ୍କ ଗମନା ଗମନ ନିର୍ଦ୍ଦେଶକ ଥିଲେ । ବାଇଡେନ ଶୁକ୍ରବାର ଦିନ ତାଙ୍କ ଟିମ୍ ର ୧୬ ଜଣଙ୍କ ନାମ ଘୋଷଣା କରିଥିଲେ । ଏହା ମଧ୍ୟରୁ ସୀଗନ ଏପରଙ୍କୁ ଗବେଷଣା ନିର୍ଦ୍ଦେଶକ ଓ କେଟ୍ ବର୍ନରଙ୍କୁ ଗମନା ଗମନର ଉପ- ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ।

from Kanak News
via <a href="https://ifttt.com/?

କୋଟିଏ ଟପିଲା ଦେଶରେ କରୋନା ସଂକ୍ରମଣ ସଂଖ୍ୟା : ୧ କୋଟି ୪ ହଜାର ୫୯୯ ଦେଶରେ ସଂକ୍ରମିତ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬  

କନକ ବ୍ୟୁରୋ : କୋଟିଏ ଟପିଲା ଦେଶରେ କରୋନା ସଂକ୍ରମଣ ସଂଖ୍ୟା । ୧ କୋଟି ୪ ହଜାର ୫୯୯ ଦେଶରେ ସଂକ୍ରମିତ ସଂଖ୍ୟା ଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬ରେ ପହଂଚିଛି । ୨୪ ଘଂଟାରେ ୩୪୭ ଜଣଙ୍କ ମୃତ ହୋଇଛି । ଏବେି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି  ୨୫ ହଜାର ୧୫୩ଜଣ । ସକ୍ରିୟ ସଂଖ୍ୟା ୩ ଲକ୍ଷ ୮ ହଜାର ୭୫୧ ଥିବା ବେଳେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୫ଲକ୍ଷ ୫୦ ହଜାର ୭୧୨ଜଣ ।

ମେ ମାସରେ ଦେଶରେ ସୁସ୍ଥତା ସଂଖ୍ୟା ୫୦ ହଜାର ଥିବା ବେଳେ ଡିସେମ୍ବର ମାସରେ ୯୫ ଲକ୍ଷ ଟପିଯାଇଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ଠାରୁ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୦ଗୁଣ ଅଧିକ । ଏବେ ସମୁଦାୟ ସଂକ୍ରମଣ ସଂଖ୍ୟାର ୩.୧୫% । ‘ଆଇସିଏମ୍‌ଆର୍‌’ କହିଛି ଯେ, ଡିସେମ୍ବର ୧୮ ତାରିଖ ସୁଦ୍ଧା ୧୬,୦୦,୯୦,୫୧୪ ନମୁନା ପରୀକ୍ଷା କରାଯାଇଛି । ଡିସେମ୍ବର ୧୮ ତାରିଖ ଦିନ ୧୧, ୭୧, ୮୬୮ ନମୁନା ପରୀକ୍ଷା କରାଯାଇଛି ।

from Kanak News
via <a href="https://ifttt.com/?

ସରି ଆସୁଛି ବର୍ଷ ୨୦୨୦, ନୂଆବର୍ଷ ପାଇଁ ଅବଗଣନା ଆରମ୍ଭ: କେଉଁ ଖବର ଥିଲା ଚର୍ଚ୍ଚାରେ, କିଏ ଥିଲେ ବର୍ଷର ଶ୍ରେଷ୍ଠ ନ୍ୟୁଜ୍ ମେକର?

କନକ ବ୍ୟୁରୋ: ସରି ଆସୁଛି ବର୍ଷ ୨୦୨୦, ନୂଆବର୍ଷ ପାଇଁ ଆରମ୍ଭ ହୋଇଛି ଅବଗଣନା । ୨୦୨୦ ବର୍ଷରେ କେଉଁ ଖବର ଥିଲା ସୁବୁଠୁ ଅଧିକ ବର୍ଚ୍ଚାରେ । କିଏ ଥିଲେ ବର୍ଷର ଶ୍ରେଷ୍ଠ ନ୍ୟୁଜ୍ ମେକର । ୨୦୨୦ର କିଛି ଶ୍ରେଷ୍ଠ ନ୍ୟୁଜ୍ ମେକରଙ୍କୁ ନେଇ ଆଜି ଭୁବନେଶ୍ୱରରେ ଆୟୋଜିତ ହେଉଛି କନକ ନ୍ୟୁଜର ବାର୍ଷିକ କାର୍ଯ୍ୟକ୍ରମ ନ୍ୟୁଜ୍ ମେକର ୨୦୨୦ । ବର୍ଷ ୨୦୨୦ରେ ଏମିତି ଘଟଣ-ଅଘଟଣ ଦେଖିବାକୁ ମିଳିଛି ଯାହା ମଣିଷ ସଭ୍ୟତା କେବେ ଦେଖିନଥିଲା କିମ୍ବା ଶୁଣି ନଥିଲା । କରୋନା, ଲକ୍ଡାଉନ୍, ସଟଡାଉନ୍, କ୍ୱାରେଂଟିନ୍ ସେଂଟର । ଏମିତି ଅନେକ । ଭୁତାଣୁର ଭୟ ମଣିଷକୁ ବଦଳିବାକୁ ବାଧ୍ୟ କରିଦେଲା ।

କୋଭିଡ୍ ଯୋଗୁଁ ପ୍ରବାସୀ ଶ୍ରମିକ ଶହ ଶହ କିଲୋମିଟର ବାଟ ଚାଲିଥିବା ବେଳେ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ସେହିପରି ଶ୍ରୀଜଗନ୍ନାଥଙ୍କ ରଥଯାତ୍ର ଏବଂ ବିରଳ ନାଗାର୍ଜୁନ ବେଶକୁ କଟକଣା ଭିତରେ ଆୟୋଜନ କରିବାକୁ ପଡ଼ିଲା । ଏମିତି କିଛି ଖବର ଏବଂ ଖବର ପଛର ଚେହେରାଙ୍କୁ ନେଇ ଆଜି ଆୟୋଜିତ ହେଉଛି ବର୍ଷିକ କାର୍ଯ୍ୟକ୍ରମ ନ୍ୟୁଜ୍ ମେକର ୨୦୨୦ ।

from Kanak News
via <a href="https://ifttt.com/?

ଟିଏମସି ସହିତ ଚାଲିଥିବା ବିବାଦ ମଧ୍ୟରେ ଦୁଇ ଦିନିଆ ଗସ୍ତରେ ପଶ୍ଚିମବଙ୍ଗରେ ପହଂଚିଲେ ଗୃହମନ୍ତ୍ରୀ ଅମିତ ଶାହା । ବିଜେପି ନେତାଙ୍କୁ କଲେ ସ୍ୱାଗତ

କନକ ବ୍ୟୁରୋ : ଆଗାମୀ ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିକୁ ପ୍ରସ୍ତୁତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଆଜି କୋଲକତାରେ ପହଂଚିଛନ୍ତି । ତାଙ୍କ ଗସ୍ତ ଏମିତି ସମୟରେ ହୋଇଛି କି ଯେତେବେଳେ ରାଜ୍ୟ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର ନେତା ଓ ବିଧାୟକ ମାନେ କ୍ରମାଗତ ଦଳରୁ ଇସ୍ତଫା ଦେଉଛନ୍ତି । ଅନୁମାନ କରାଯାଉଛି କି ଯେଉଁ ବିଧାୟକ, ମନ୍ତ୍ରୀ ଓ ନେତା ମାନେ ଟିଏମସି ଛାଡିଛନ୍ତି ସେମାନେ ଆଜି ଶାହାଙ୍କ ଉପସ୍ଥିିିତିରେ ବିଜେପିରେ ଯୋଗ ଦେଇ ପାରନ୍ତି ।

ବିଜେପିର ରାଷ୍ଟ୍ରୀୟ ମିଡିଆ ପ୍ରଭାରୀ ଅନିଲ ବଲୁନିଙ୍କ କହିବା ମୁତାବକ ଶାହା ଏହି ଗସ୍ତ ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି । ଏହି କ୍ରମରେ ଆଜି ପ୍ରଥମେ ଶ୍ରୀ ଶାହା ଏନଆଇଏ ଅଧିକାରୀଙ୍କ ସହ ଏକ ବୈଠକ କରିବେ । ଏହାପରେ ଉତ୍ତର କୋଲକତା ସ୍ଥିତ ସ୍ୱାମୀ ବିବେକାନନ୍ଦ ଆବାସରେ ପହଂଚି ସେଠାରେ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏହାପରେ ଶ୍ରୀ ଶାହା ମେଦିନାପୁର ଯିବେ । ସେଠାରେ କ୍ରାନ୍ତିକାରୀ ଖୁଦିରାମ ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଦୁଇଟି ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନରେ ସେଠାରେ ଶ୍ରୀ ଶାହା ଏକ କୃଷକର ଘରେ ମଧ୍ୟାହ୍ନ ଭୋଜନ କରିବେ । ଏହାପରେ ମେଦିନାପୁର କଲେଜ ପଡିଆ ଠାରେ ଏକ ଜନସଭାକୁ ଉଦବୋଧନ ଦେବେ ଗୃହମନ୍ତ୍ରୀ । ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି କି କିଛି ତୃଣମୂଳ କଂଗ୍ରେସ ନେତା ଶାହାଙ୍କ ରାଲିବେଳେ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି । ଏହି ରାଲି ପରେ ଶାହା କୋଲକତା ଫେରି ଆସିବେ । ସେଠାରେ ରାଜ୍ୟର କିଛି ବିଜେପି ନେତାଙ୍କ ସହ ନିର୍ବାଚନ ବାବଦରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଥାଉକି କିଛିଦିନ ହେବ ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ବିବାଦ ଲାଗି ରହିଛି । ଏହି ବିବାଦ ଭିତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା ଯାହାକୁ ନେଇ କେନ୍ଦ୍ର ବିଜେପି ଓ ଟିଏମସି ମଧ୍ୟରେ କଥା କଟା କଟି ହୋଇଛି । ଏହା ସହ ଜେପି ନଡ୍ଡାଙ୍କ ଗସ୍ତ ପରେ କିଛି ବିଜେପି ଓ ଟିଏମସି କର୍ମୀ ହତ୍ୟାର ଶିକାର ହୋଇଛନ୍ତି । ଯାହାକୁ ନେଇ ଉଭୟ ଦଳ ପରସ୍ପର ଉପରେ ଆରୋପ ଲଗାଇଛନ୍ତି । ଏହା ସହ କେନ୍ଦ୍ର ଗୃହମନ୍ତ୍ରଣାଳୟ ପଶ୍ଚିମବଙ୍ଗର ୩ ଜଣ ଆଇପିଏସଙ୍କୁ ଡେପୁଟେସନରେ କେନ୍ଦ୍ରକୁ ଡାକିଥିବା ବେଳେ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏସବୁ ଭିତରେ ଶାହାଙ୍କ ଗସ୍ତ ବେଳେ ଗୁରୁତ୍ୱ ବହନ କରୂୁଛି ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କଲେ ଫାଇବ୍-ଟି ସଚିବ : ଜିଲ୍ଲାପାଳ ଓ ଏସପିଙ୍କ ସହ କଲେ ଆଲୋଚନା

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଫାଇଭି ଟି ସଚିବ ଭିକେ ପାଣ୍ଡିଆନ । ଆସନ୍ତା ୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେନେଇ ଆଲୋଚନା କରିଛନ୍ତି ଫାଇଭି ଟି ସଚିବ । ଜିଲ୍ଲାପାଳ, ଏସପିଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି ପାଣ୍ଡିଆନ୍ ।


ସେପଟେ, ୨୩ରୁ ଖୋଲିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ସମେତ ଜିଳ୍ଳାର ସମସ୍ତ ର୍ଧମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । କୋଭିଡ କଟକଣା ମାନି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିବେ । ଶ୍ରୀମନ୍ଦିରରେ ପ୍ରଥମେ ପୁରୀବାସୀଙ୍କୁ ଅଗ୍ରାଧୀକାର ଦିଆଯିବ । ମନ୍ଦିର ଖୋଲିବା ପରେ ୨୩ରୁ ୩୧ ତାରିଖ ମଧ୍ୟରେ ପୁରୀବାସୀଙ୍କ ଅଗ୍ରାଧିକାର ଦିଆଯିବ ମହାପ୍ରଭୁଙ୍କ ଦର୍ଶନ ପାଇଁ । ବିଭିନ୍ନ ପର୍ଯ୍ୟାୟରେ ୱାର୍ଡବାସୀଙ୍କୁ ଦର୍ଶନ ସୁବିଧା ମିଳିବ ।

from Kanak News
via <a href="https://ifttt.com/?

ପରୀ ମୃତ୍ୟୁ ମାମଲାରେ ଏସ୍ଆଇଟିର ତତ୍ପରତା: ଯଦୁପୁର ଗାଁକୁ ଯାଇ ୩ ଜଣକୁ ଉଠାଇ ନେଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍

କନକ ବ୍ୟୁରୋ : ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ଯଦୁପୁର ଗାଁରେ ପହଂଚିଛ ୩ ଜଣଙ୍କୁ ଉଠାଇ ନେଇଛି ଏସ୍ଆଇଟି । ସନ୍ଦିଗ୍ଧ ଯୁବକ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ନେଇଛି ଏସ୍ଆଇଟି ଟିମ୍ । ନୟାଗଡ଼ ସର୍କିଟ୍ ହାଉସରେ ନେଇ ପଚରାଉଚୁରା କରୁଥିବା ସୂଚନା ମିଳିଛି ।

ବଡ଼ କଥା ହେଉଛି- ଏସ୍ଆଇଟି ତଦନ୍ତକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଆଜି ଏମିତି ଏକ ଖବର ଆସିଛି । ହାଇକୋର୍ଟ କହିଥିଲେ ମାମଲାରେ ତଦନ୍ତ ବିଶେଷ କିଛି ଆଗେଇ ନାହିଁ । ଅଭିଯୁକ୍ତକୁ ଧରିବା ଭଳି ତଦନ୍ତ , ଆଗେଇ ନଥିବା କୋର୍ଟ ଅନୁଭବ କରିଥିଲେ । ଏହି ମାମଲାରେ ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତି ଶୁଣାଣି କରିବେ ହାଇକୋର୍ଟ । ଏପଟେ ଏସ୍ଆଇଟି ମଧ୍ୟ ତଦନ୍ତକୁ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଥିଲା ।

from Kanak News
via <a href="https://ifttt.com/?

ବଡ଼ ଦିନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତି: ବଡ଼ ଦିନରେ ଚର୍ଚ୍ଚ ଯିବା ମନା, ଘରେ ରହି ଉତ୍ସବ ପାଳନ କରିବାକୁ ପ୍ରଶାସନର ଅନୁରୋଧ

କନକ ବ୍ୟୁରୋ: ବଡ଼ ଦିନରେ ଚର୍ଚ୍ଚ ଯିବା ମନା । କନ୍ଧମାଳରେ ଡ଼ିସେମ୍ବର ୨୫ରେ ବଡ଼ଦିନ ଉପଲକ୍ଷେ ଚର୍ଚ୍ଚ ଯିବା ଉପରେ କଟକଣା ଜାରି କରାଯାଇଛି । ଚର୍ଚ୍ଚରେ ଲାଗିବ ନାହିଁ ଲାଇଟ କି ହେବନି ସାଜସଜା । କେବଳ ୧୫ ଜଣ ମଧ୍ୟରେ ଚର୍ଚ୍ଚ ରେ ବଡଦିନ ପାଳନ କରାଯିବ । ଘରେ ରହି ବଡ଼ ଦିନ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ଦିଆଯାଇଛି ।

କୋଭିଡ୍କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି । ବର୍ଷ କର ପର୍ବକୁ କୋରନା କଟକଣା ପାଇଁ ଚର୍ଚ୍ଚ ରେ ପାଳନ କରିପାରିବେ ନାହିଁ ଖ୍ରୀଷ୍ଟିୟାନ ଶ୍ରଦ୍ଧାଳୁମାନେ । କରୋନା କଟକଣା ପାଇଁ ପ୍ରଶାସନର ଏଭଳି ନିଷ୍ପତି ଖ୍ରୀଷ୍ଟିୟାନ ଶ୍ରଦ୍ଧାଳୁଙ୍କ  ମନରେ ଆଘାତ ଦେଇଛି । ଘରେ ରହି ଖ୍ରୀଷ୍ଟିୟ ଭାଇଭଉଣୀ ମାନେ କେକ ଓ ମିଠା ବାଂଟି ଏହି ଦିନକୁ ପାଳନ କରିବେ ।

from Kanak News
via <a href="https://ifttt.com/?

ମାନବିକତା ଦେଖାଇଲେ ମନ୍ତ୍ରୀ: ଦୁର୍ଘଟଣାଗ୍ରସ୍ତ ଅଜଣା ଯୁବକଙ୍କୁ ନିଜ ଗାଡିରେ ଆଣିଲେ ମନ୍ତ୍ରୀ ସମୀର ଦାଶ; ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ କଲେ ଭର୍ତି

କନକ ବ୍ୟୁରୋ: ମନ୍ତ୍ରୀଙ୍କ ମହାନତା । ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଅଜଣା ଯୁବକଙ୍କୁ ହସ୍ପିଟାଲରେ ପହଂଚାଇଲେ ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିମାପଡାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବାବେଳେ ପିପିଲିଠାରେ ଥିବା ମତ୍ସ୍ୟ ପ୍ରଜନନ ଓ ଗବେଷଣା କେନ୍ଦ୍ର ନିକଟରେ ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଦେଖିଥିଲେ । ସାଙ୍ଗେସାଙ୍ଗେ ଗାଡି ଅଟକାଇ ଅଚେତ ହୋଇ ପଡିଥିବା ଯୁବକଙ୍କୁ ନିଜ ଗାଡିରେ ବସାଇ ନେଇ ଆସିଥିଲେ କ୍ୟାପିଟାଲ ହସ୍ପିଟାଲ ।

ତୁରନ୍ତ ତାଙ୍କୁ ଚିକିତ୍ସା ଯୋଗାଇଦେବାକୁ କହିବା ସହ ନିଜେ ମନ୍ତ୍ରୀ ମଧ୍ୟ ପ୍ରାୟ ଅଧଘଂଟା ହସ୍ପିଟାଲରେ ଉପସ୍ଥିତ ରହି ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ଅନୁଧ୍ୟାନ କରିିଥିଲେ । ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଲୋକଙ୍କୁ ଅନ୍ୟମାନେ ଦେଖି ନଦେଖିଲା ଭଳି ଆଡେଇ ହୋଇ ଚାଲିଯାଉଥିବାବେଳେ ମନ୍ତ୍ରୀଙ୍କ ଏଭଳି ମହାନତାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started