୬ଟି ପ୍ରୋକଲିନ୍ ମେସିନକୁ ଜାଳିଦେଲେ ଦୁର୍ବୃତ୍ତ । ବିସ୍ଥାପିତଙ୍କ ପାଇଁ ତିଆରି ହେଉଥିବା ଟାଉନସିପ୍ ସ୍ଥଳରେ ଅଗ୍ନିକାଣ୍ଡ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ।

କନକ ବ୍ୟୁରୋ : କାମାକ୍ଷନଗର ଅଁଳାବେରେଣୀଠାରେ ଓଟିପିସିଏଲ୍ ବିସ୍ଥାପିତଙ୍କ ପାଇଁ ତିଆରି ହେଉଥିବା ଟାଉନ୍ସିପ୍ ଆବାସ ସ୍ଥଳରେ ବଡ଼ଧରଣର ଅଗ୍ନିକାଣ୍ଡ । ଦୁର୍ବୃତ୍ତମାନେ ଜାଳି ଦେଇଥିବା ମାଟି ଖୋଳାରେ ବ୍ୟବହାର ହେଉଥିବା ଏକ୍ଜାଭେଟର ମେସନ୍ । ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଘଟଣା ଘଟିଛି । କାମରେ ଲାଗିଥିବାରେ ୧୧ଟି ମେସିନ୍ରୁ ୬ଟି ସଂପୂର୍ଣ୍ଣ ପୋଡିଯାଇଛି ।

ପ୍ରାୟ ୪ଟା କୌଣସି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରୁଛନ୍ତି ସେଠି କାମ କରୁଥିବା କର୍ମଚାରୀ । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ କାମାକ୍ଷନଗର ଦମକଳ ବାହିନୀ ପହଂଚି ନିଆକୁ ଆୟତ କରିଛି । ତେବେ ଦମକଳ ବାହିନୀ ପହଂଚି ନିଆକୁ ଆୟତ କରିବା ପୂର୍ବରୁ ୬ଟି ମେସିନ୍ ପୋଡ଼ି ଯାଇଛି । ଘଟଣା ସମ୍ପର୍କରେ ପଣ୍ଡୁଆ ଫାଣ୍ଡିକୁ ଅବଗତ କରାଯାଇଛି ।

from Kanak News
via <a href="https://ifttt.com/?

ଝିଅକୁ ଅପହରଣ କରି ଜେଲ ଗଲା ବାପା: ଅନ୍ୟ ଜଣେ ଅଭିଯୁକ୍ତ ଗିରଫ…ବାଇକ୍ ଜବତ

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରୁ ଶିଶୁ ନିଖୋଜ କିମ୍ବା ଅପହରଣ ଘଟଣା ସାମ୍ନାକୁ ଆସୁଛି । ଏପରିସ୍ଥଳରେ ପୋଲିସର ଭୂମିକାକୁ ନେଇ ସନ୍ଦେହ କରାଯାଉଛି । ହେଲେ ନିଜ ଝିଅର ଅପହରଣ ନାଟକ କରି, ବାପା ଜେଲ ଯିବା ଘଟଣା ଏବେ ରାୟଗଡାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ୩ ବର୍ଷ ଝିଅର ଅପହରଣ ନାଟକ କରିବା ଅଭିଯୋଗରେ ଏହି ବ୍ୟକ୍ତି ଦୋରା କଣ୍ଡାଗରୀକୁ ଗିରଫ କରିଛି ରାୟଗଡା ଟାଉନ ଥାନା ପୋଲିସ ।

ପୁରା ନାଟକରେ ତାକୁ ସହାୟତା କରିଥିବା ଗଜେନ୍ଦ୍ର ହୁଇକାକୁ ମଧ୍ୟ ଗିରଫ କରାଯାଇଛି । ନିଜ ପ୍ରଥମ ସ୍ତ୍ରୀର ପରିବାର ଉପରେ ପ୍ରତିଶୋଧ ନେବାପାଇଁ, ଝିଅର ଅପହରଣ ନାଟକ ରଚିଥିଲା ଦୋରା । ପୋଲିସ କିନ୍ତୁ ପୁରା ଷଡଯନ୍ତ୍ରକୁ ବୁଝିପାରି ପ୍ରଥମେ ଝିଅଟିକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବାପାକୁ କାବୁ କରିନେଇଛି । ଝିଅଟିକୁ ତାର ଜେଜେମାଆକୁ ହସ୍ତାନ୍ତର କରିଥିବାବେଳେ ଅଭିଯୁକ୍ତ ବାପା ଓ ତାର ସହଯୋଗୀକୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି ।

from Kanak News
via <a href="https://ifttt.com/?

ପୁଣି ଥରାଇବ ଥଣ୍ଡା ! ଜାନୁଆରୀରୁ ବଢିବ ଶୀତର ପ୍ରକୋପ: ୪୮ ଘଂଟା ଭିତରେ ସାରା ରାଜ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

କନକ ବ୍ୟୁରୋ: ବଢ଼ିବ ଶୀତ । ଜାନୁଆରୀ ପହିଲାରୁ ରାଜ୍ୟରେ ଶୀତ ଅନୁଭବ ହେବ । ସ୍ୱାଭାବିକ ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟକୁ ଉତର ଓ ଉତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେବା ଆରମ୍ଭ ହୋଇଛି । ଫଳରେ ଉତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତର ପ୍ରକୋପ ବଢ଼ିଛି । ଅପରପକ୍ଷେ ଆସନ୍ତା ୪୮ ଘଂଟା ମଧ୍ୟରେ ସାରା ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବା ପରବର୍ତୀ ୩ ଦିନ ପର୍ଯ୍ୟନ୍ତ ଏଥିରେ କୌଣସି ପରିବର୍ତନ ହେବାର ସମ୍ଭାବନା ନାହିଁ ।

ନୂଆବର୍ଷ ସୁଦ୍ଧା ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ ଡ଼ିଗ୍ରୀ ପର୍ଯ୍ୟନ୍ତ ଖସିବ । ଗତ ୨୪ ଘଂଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିଥିଲା । ସମତଳ ଅଂଚଳମାନଙ୍କ ମଧ୍ୟରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୩ଦଶମିକ୪ ଡ଼ିଗ୍ରୀ ଝାରସୁଗୁଡ଼ା ଠାରେ ରେକର୍ଡ଼ ହୋଇଛି । ଏଥିସହ ପାହାଡ଼ିଆ ଅଂଚଳମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨ ଦଶମିକ ୫ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ଗଜପତିରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।

from Kanak News
via <a href="https://ifttt.com/?

ଆଉ ଏକ ବଡ ବ୍ୟାଙ୍କ ଠକେଇ: କନସୋର୍ଟିୟମ ବ୍ୟାଙ୍କରୁ ୭ ହଜାର ୯୨୬ କୋଟି ଟଙ୍କାର ଠକେଇ; ହାଇଦ୍ରାବାଦ୍ ଭିତ୍ତିକ ଟ୍ରାନ୍ସଷ୍ଟ୍ରଏ ଇଣ୍ଡିଆ ଲିଃ କଂପାନୀ ଠକେଇ କରିଥିବା ସାମ୍ନାକୁ ଆସିଲା ତଥ୍ୟ

କନକ ବ୍ୟୁରୋ: ବ୍ୟାଙ୍କ ଗୁଡିକରେ ଠକେଇ ବଢିବାରେ ଲାଗିଛି । ନୀରବ ମୋଦି ଓ ମେହୁଲ ଚୌକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଠକିନେବା ଭଳି ଆଉଏକ ବଡ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି । ହାଇଦ୍ରାବାଦ ଭିତିକ ଟ୍ରାନ୍ସଷ୍ଟ୍ରଏ ଇଣ୍ଡିଆ ଲିମିଟେଡ ନାମକ ଏକ କମ୍ପାନି କନସୋର୍ଟିୟମ ବ୍ୟାଙ୍କକୁ ୭ ହଜାର ୯୨୬ କୋଟି ଟଙ୍କା ଠକିଥିବା ଅଭିଯୋଗ ଆସିଛି । ତେଣୁ ଏହି କମ୍ପାନି ବିରୋଧରେ ଶୁକ୍ରବାର ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ- ସିବିଆଇ ।

ହୀରା ବ୍ୟବସାୟୀ ନୀରବ ମୋଦି, ବ୍ୟାଙ୍କ ଗୁଡିକରୁ ଯେତିକି ଟଙ୍କାର ଠକେଇ କରିଛନ୍ତି ଏହି ମାମଲା ତାଠାରୁ ବଡ ବୋଲି କୁହାଯାଉଛି । ନୀରବ ମୋଦି ୭ ହଜାର ୭ଶହ କୋଟି ଟଙ୍କା ଠକି ଭାରତରୁ ପଳାୟନ କରିଥିଲେ । ଏବେ ସେ ଲଣ୍ଡନ ଜଲେରେ ଥିବାବେଳେ ତାଙ୍କୁ ପ୍ରତ୍ୟର୍ପଣ ପାଇଁ ଚେଷ୍ଟା ଚଳାଇଛନ୍ତି ଭାରତ ସରକାର । ହେଲେ ଏହି ମାମଲାରେ ସଂପୃକ୍ତ ଟ୍ରାନ୍ସଷ୍ଟ୍ରଏ କମ୍ପାନୀ ରାଜପଥ, ପୋଲ, ଜଳସେଚନ ପ୍ରକଳ୍ପ ଏପରିକି ମେଟ୍ରୋ ପ୍ରକଳ୍ପ ଏବଂ ତୈଳ ଓ ବାଷ୍ପ କ୍ଷେତ୍ରରେ ବାଣିଜ୍ୟ କାରବାର କରିଥାଏ । ଠକେଇ ବାବଦ କାଗଜପତ୍ର ହାସଲ କରିବା ପାଇଁ ସିବିଆଇ ହାଇଦ୍ରାବାଦ ସମେତ ଗୁଂଟୁରର ବିଭିନ୍ନ ସ୍ଥାନରେ ଚଢାଉ କରିଛି ।

from Kanak News
via <a href="https://ifttt.com/?

ପୁରୀଘାଟ ଥାନାରେ ବର୍ଷାଙ୍କ ଏତଲା : ଭାଇରାଲ ଭିଡିଓ ପ୍ରସଙ୍ଗକୁ ନେଇ ଥାନାରେ ଦେଲେ ଏତଲା; ଭିଡିଓ ଯୋଗୁଁ ସମ୍ମାନରେ ଆଞ୍ଚ ଆସିଥିବା ଅଭିଯୋଗ

କନକ ବ୍ୟୁରୋ : ଥମିବାର ନା ନେଉନି ବର୍ଷା-ଅନୁଭବ ବିବାଦ । ଆଜି ପୁଣି କଟକ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଦେଇଥିବା ସାମ୍ନାକୁ ଆସିଛି । ଦୁଇ ଦିନ ତଳେ ଭାଇରାଲ ହୋଇଥିବା ଭିଡିଓ ପ୍ରସଙ୍ଗକୁ ନେଇ ଥାନାରେ ଏତଲା ଦେଇଛନ୍ତି । ଭିଡିଓ ଯୋଗୁଁ ସମ୍ମାନରେ ଆଞ୍ଚ ଆସିଥିବା ସେ ଅଭିଯୋଗ କରିଛନ୍ତି । ବିଳମ୍ବିତ ରାତିରେ ବର୍ଷା ଏତଲା ଦେଇଥିବା ସୂଚନା ମିଳିଛି ।

ବର୍ଷାଙ୍କ ବେଡ୍‌ରୁମ୍‌ ପାଖରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କର ଦୁଇ ଦିନ ତଳର ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓରେ ଅନୁଭବ ରୁମ୍‌ ଭିତରକୁ ଯିବାକୁ ଅନୁମତି ମାଗୁଥିବା ଦେଖା ଯାଇଥିବା ବେଳେ ବର୍ତ୍ତମାନ ମାମଲା କୋର୍ଟରେ ଥିବାରୁ ବର୍ଷା ତାଙ୍କୁ ବାରଣ କରୁଥିବା ଦେଖିବାକୁ ମିଳିଛି । ବର୍ଷାଙ୍କ ସୁରକ୍ଷା ପାଇଁ ଥିବା ପୁଲିସ୍‌ କର୍ମଚାରୀଙ୍କ ଭୂମିକାକୁ ନେଇ ଅନୁଭବ ପ୍ରଶ୍ନ ଉଠାଇବା ସହ ଅନ୍ୟମାନେ ଯଦି ଆସିବେ ତେବେ ତାଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ ସେ ଆଣିବେ ବୋଲି କହୁଥିବା ଦେଖାଯାଇଛି। କେବଳ ଏତିକି ନୁହେଁ, ଭିଡିଓରେ ଉଭୟ ପରସ୍ପରର ଚରିତ୍ର ଉପରେ ଦୋଷାରୋପ କରୁଥିବା ଦେଖାଯାଇଥିଲା। ଏହି ଭିଡିଓ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି ।

ସୂଚନା ଥାଉକି କିଛିଦିନ ହେବ ଚଳଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ତାଙ୍କ ସ୍ୱାମୀ ତଥା ଅଭିନେତା ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏନେଇ ମାମଲା ଛାଡପତ୍ର ପର୍ଯ୍ୟନ୍ତ ଯାଇଛି । ଏହା ସହ ଏମାନଙ୍କ ସଂପର୍କ ମଧ୍ୟରେ ଦିଲ୍ଲୀର ଜଣେ ସାମ୍ବାଦିକାଙ୍କ ସହ ଅନୁଭବଙ୍କର ସଂପର୍କ ଥିବା ବି ଚର୍ଚ୍ଚା ହୋଇଛି ।

from Kanak News
via <a href="https://ifttt.com/?

ଭକ୍ତଙ୍କ ପାଇଁ ଖୋଲୁଛି ମନ୍ଦିର: ଡିସେମ୍ବର ୨୩ରେ ଖୋଲିବ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ, କାଳିଆ ଦର୍ଶନ ପାଇଁ ଦିଆଯିବ ଚିରିକୁଟି; ଏପଟେ ୩ରେ ସମଲେଶ୍ୱର ମନ୍ଦିର ସମେତ ଖୋଲିବ ରାଜଧାନୀର ସବୁ ମନ୍ଦିର

କନକ ବ୍ୟୁରୋ: ଧର୍ମାନୁଷ୍ଠାନ ଖୋଲିବା ନେଇ ଏକ ବଡ ନିଷ୍ପତି ନେଇଛି ପ୍ରଶାସନ । ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ସ୍ଥାନୀୟ ଧର୍ମାନୁଷ୍ଠାନ ଖୋଲିବା ନେଇ ଏକ ବଡ ଘୋଷଣା କରିଛନ୍ତି । ଡିସେମ୍ବର ୨୩ରୁ ପୁରୀରେ ଖୋଲିବ ସମସ୍ତ ମନ୍ଦିର । ଶ୍ରୀମନ୍ଦିର ସମେତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । କୋଭିଡ କଟକଣା ମାନି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିବେ । ଶ୍ରୀମନ୍ଦିରରେ ପ୍ରଥମେ ପ୍ରବେଶ ପାଇଁ ୨୩ରୁ ୩୧ ତାରିଖ ମଧ୍ୟରେ ପୁରୀବାସୀଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ମହାପ୍ରଭୁଙ୍କ ଦର୍ଶନ ପାଇଁ ।

ବିଭିନ୍ନ ପର୍ଯ୍ୟାୟରେ ୱାର୍ଡବାସୀଙ୍କୁ ଦର୍ଶନ ସୁବିଧା ମିଳିବ ।  କେଉଁ ତାରିଖରେ କେଉଁ ୱାର୍ଡବାସୀ ଦର୍ଶନ କରିବେ ତାହା ସ୍ଥିର କରାଯିବ । ୱାର୍ଡ ୱାରୀ ହେବ ଟୋକନ ବ୍ୟବସ୍ଥା । ସ୍ୱଚ୍ଛସାଥୀ ପ୍ରତି ୱାର୍ଡରେ ଘର ଘର ବୁଲି ଭକ୍ତଙ୍କ ତାଲିକା କରିବା ସହ ଟୋକନ ବାଂଟିବେ । ଜାନୁଆରୀ ୧ ଓ ୨ରେ ନୂଆବର୍ଷ ପାଇଁ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରଖାଯିବ । ଜାନୁଆରୀ ୩ ତାରିଖରୁ ସମସ୍ତଙ୍କ ପାଇଁ ମନ୍ଦିର ଖୋଲିବ । ତେବେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ କରୋନାର ନେଗେଟିଭ ରିପୋର୍ଟ ଥିବା ଦରକାର । କେନ୍ଦ୍ର ସରକାରଙ୍କ କୋଭିଡ ନିୟମ ଅନୁଯାୟୀ  ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ ବୟସର ପିଲାଙ୍କ ପ୍ରବେଶ ଉପରେ କଟକଣା ରହିଛି ।  ସେପଟେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ମନ୍ଦିର ଆସନ୍ତା ଜାନୁଆରୀ ୩ ତାରିଖରୁ ଖୋଲିବ । ତେବେ ଆସନ୍ତା ୩ରୁ ୫ ତାରିଖରେ କେବଳ ଭୁବନେଶ୍ୱରବାସୀ ମନ୍ଦିର ପ୍ରବେଶ କରିପାରିବେ ବୋଲି କୁହାଯାଇଛି ।

ତେବେ ଏଥିପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବାକୁ ପଡିବ । ଜାନୁଆରୀ ୬ ତାରିଖରୁ ଅନ୍ୟମାନେ ଦର୍ଶନ କରିପାରିବେ ବୋଲି ବିଏମସି କହିଛି ।  ପୂର୍ବ ନିଷ୍ପତି ଅନୁସାରେ ଆସନ୍ତା ଡିସେମ୍ବର ୨୭ ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତି ହୋଇଥିଲା । ତେବେ ମନ୍ଦିର ପ୍ରବେଶ  କଟକଣା ନେଇ ମନ୍ଦିର ପରିଚାଳନା କମିଟି ନିଷ୍ପତି ନେବେ ବୋଲି ଜଣାପଡିଛି । ସେପଟେ ଆସନ୍ତା ଜାନୁଆରୀ ୩ ତାରିଖରୁ କୋଭିଡ କଟକଣା ଭିତରେ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଖୋଲା ଯିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।

from Kanak News
via <a href="https://ifttt.com/?

ଆଜି ସୋନିଆ ଡାକିଛନ୍ତି କଂଗ୍ରେସର ବୈଠକ: ୧୦ ଜନପଥରେ ସାମିଲ ହେବେ ଦଳର ୨୩ ତୁଙ୍ଗ ନେତା; ଆଗାମୀ ବିଧାନସଭା ନିର୍ବାଚନ ଓ ଦଳର ନେତୃତ୍ୱ ସମ୍ପର୍କରେ ହେବ ମାନସ ମନ୍ଥନ

କନକ ବ୍ୟୁରୋ: ଆଜି ବସିବ କଂଗ୍ରେସର ସାଂଗଠନିକ ବୈଠକ । ସୋନିଆଙ୍କ ନେତୃତ୍ୱରେ ହେଉଥିବା ବୈଠକକୁ ଦଳର ସମସ୍ତ ତୁଙ୍ଗ ନେତାଙ୍କୁ ଡାକରା ମିଳିଛି । କୁହାଯାଉଛି ଏହି ବୈଠକରେ ଦଳର ଆଗାମୀ ସଭାପତି କିଏ ହେବ ସେନେଇ ଚର୍ଚା ହେବ । ଏବେ ସୋନିଆଙ୍କ ହାତରେ ରହିଛି ଦଳର ନେତୃତ୍ୱ । ପୁଣି ଥରେ ରାହୁଲଙ୍କ ହାତକୁ କମାଣ ଦେବାକୁ ଦଳର ଅନେକ ନେତା ଯୁକ୍ତି ବାଢିଥିବାରୁ ଆଶା କରାଯାଉଛି ଆଜିର ବୈଠକରେ ଏହା ଉପରେ ମୋହର ବାଜିବ ।

ଦେଶରେ ଏବେ କଂଗ୍ରେସର ସ୍ଥିତି ଓ ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ଆଜି କଂଗ୍ରେସ ବୈଠକ ବସୁଛି । ଦଳର ସଭାପତି ସୋନିଆ ଗାନ୍ଧି ଏହି ବୈଠକର ଡାକରା ଦେଇଛନ୍ତି । ଆଶାକରାଯାଉଛି ଦଳ ଏହି ବୈଠକରେ ଦଳର ସାଂଗଠନିକ ସ୍ଥିତି, ଦେଶରେ ନିକଟରେ ଶେଷ ହୋଇଥିବା ବିହାର ବିଧାନସଭା ସହିତ ୧୧ ରାଜ୍ୟରେ ହୋଇଥିବା ୫୧ଟି ବିଧାନସଭା ଆସନରେ ଦଳର ଦୁର୍ବଳ ପ୍ରଦର୍ଶନ ଉପରେ ମାନସମନ୍ଥନ କରିବ । କରୋନା କାଳରେ ଏହା ହେବ ପ୍ରଥମ ବୈଠକ ଯେଉଁଥିରେ କଂଗ୍ରେସର ତୁଙ୍ଗ ନେତାଏଁ ମୁହାଁମୁହିଁ ବସି ଦଳର ସ୍ଥିତି ନେଇ ଆଲୋଚନା କରିବେ । ଏବେ ଦେଶରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଆଗାକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ବି ରହିଛି । ଏସବୁ ଭିତରେ ଦଳ ଭିତରେ ଜୋସ୍ ଭରିବାକୁ ଉଦ୍ୟମ କରିବେ ସୋନିଆ ।

ସୋନିଆଙ୍କ ଏହି ବୈଠକରେ ସାମିଲ ହୋଇପାରନ୍ତି କଂଗ୍ରେସର ୨୩ ବରିଷ୍ଠ ନେତା । ଏହା ସହିତ ଏହି ବୈଠକରେ ରାହୁଲ ଗାନ୍ଧି ଓ ପ୍ରିୟଙ୍ଗା ଭଦ୍ରାଙ୍କ ଯୋଗଦାନ ନେଇ ଚର୍ଚା ବି ହେଉଛି । ସୋନିଆଙ୍କ ବୈଠକକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲ ନାଥ, ବରିଷ୍ଠ ନେତା ଶଶୀ ଥରୁର ମଧ୍ୟ ସାମିଲ ହେବେ । ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ପୁଡୁଚେରୀ ଏବଂ ଆସାମରେ ୨୦୨୧ରେ ହେବ ବିଧାନସଭା ନିର୍ବାଚନ । ସୋନିଆଙ୍କ ଡାକରାରେ ବୈଠକରେ ଏଥିପାଇଁ ଦଳ ତିଆରି କରିବ ରୋଡମ୍ୟାପ୍ । କାହା ନେତୃତ୍ୱରେ କଂଗ୍ରେସ ଆଗକୁ ବଢିବ ଏହି ବୈଠକରୁ ସ୍ପଷ୍ଟ ହେବା ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ପହିଲାରୁ ରାଜ୍ୟରେ ବଢ଼ିବ ଶୀତ : ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ; ଆସନ୍ତା ୪୮ ଘଂଟା ଭିତରେ ସାରା ରାଜ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

କନକ ବ୍ୟୁରୋ : ଜାନୁଆରି ପହିଲାରୁ ରାଜ୍ୟ‌ରେ ପ୍ରବଳ ଶୀତ ଅନୁଭବ ହେବ । ସ୍ବାଭାବିକ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । କେନ୍ଦ୍ରର ସୂଚନାନୁଯାୟୀ, ଆଜିଠାରୁ ରାଜ୍ୟକୁ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେବା ଆରମ୍ଭ ହୋଇଛି । ଫଳରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତର ପ୍ରକୋପ ବଢ଼ିଛି । ଅପରପକ୍ଷେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ। ପରବର୍ତୀ ୩ ଦିନ ପର୍ଯ୍ୟନ୍ତ ଏଥିରେ ‌କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ନୂଆବର୍ଷ ସୁଦ୍ଧା ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ପର୍ଯ୍ୟନ୍ତ ଖସିବ ।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିଥିଲା । ସମତଳ ଅଞ୍ଚଳମାନଙ୍କ ମଧ୍ୟରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୩.୪ ଡିଗ୍ରୀ ଝାରସୁଗୁଡ଼ାଠାରେ ରେକର୍ଡ ହୋଇଛି । ଏଥିସହ ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ିଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି । ଆଜି ସକାଳେ ବୌଦ୍ଧ ଓ ‌କୋରାପୁଟଠାରେ ଅତି ଘନ କୁହୁଡ଼ି ଦେଖାଯାଇଥିଲା । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିବ । ବର୍ତ୍ତମାନ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ପାଇଁ ପାଗ ଅନୁକୁଳ ରହିଛି । ଏଣୁ ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଆଦି ଜିଲ୍ଲାଗୁଡ଼ିକରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି । ଆଜି ସକାଳେ ଭୁବନେଶ୍ବରରେ ୧୭.୬ ଡିଗ୍ରୀ ଓ କଟକରେ ୧୫.୮ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।

from Kanak News
via <a href="https://ifttt.com/?

ଆନ୍ଧ୍ରର ଦୋମୁହାଁ ନୀତି: କୋରାପୁଟ ସୀମାରେ ବିବାଦର ସମାଧାନ ପାଇଁ ଏପଟେ ଚାଲିଛି ଆଲୋଚନା; ସେପଟେ ଏକପାଖିଆ ଭାବେ ସମ୍ବାଇ ନିକଟରେ ତିଆରି କରୁଛି ପିଚୁ ରାସ୍ତା

କନକ ବ୍ୟୁରୋ: ଲଦାଖ ସୀମାରେ ଚୀନର ଦୋମୁହାଁ ନୀତି ପରି, କୋରାପୁଟ ସୀମାରେ ଚାଲ ଖେଳୁଛି ଆନ୍ଧ୍ରପ୍ରଦେଶ । ସୀମା ବିବାଦର ସମାଧାନ ପାଇଁ ଏପଟେ ଆଲୋଚନା ଜାରି ରଖିଛି । ସେପଟେ ନିଜର ବିସ୍ତାରବାଦୀ ନୀତି ଛାଡୁନାହିଁ ଆନ୍ଧ୍ର । କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ସମ୍ବାଇ ନିକଟରେ ଏକ ପିଚୁ ରାସ୍ତା ନିର୍ମାଣ କରିଛନ୍ତି ଆନ୍ଧ୍ର ସରକାର । ଯାହାକୁ ନେଇ ଓଡିଶା ସୀମାନ୍ତବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ନିକଟରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ରାଜସ୍ୱ ଅଧିକାରୀଙ୍କୁ ନେଇ ସମ୍ବାଇଠାରେ ଆନ୍ଧ୍ର ପ୍ରତିପକ୍ଷଙ୍କ ସହ ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା ।

ଉଭୟ ରାଜ୍ୟ ନିଜ ନିଜର ସୀମା ମାପଚୁପ ପାଇଁ ସହମତି ପ୍ରକାଶ କରିଥିଲେ । କିଛି ବିଶେଷଜ୍ଞଙ୍କ ତତ୍ୱାବଧାନରେ ଓଡିଶା ତାର ସୀମା ମାପଚୁପ ଶେଷ କରିଥିବା ସୂଚନା ଦେଇଥିଲେ ଜିଲ୍ଲାପାଳ । ଆନ୍ଧ୍ର ମଧ୍ୟ ସେହିଭଳି ମାପଚୁପ ଶେଷ କରିବା ପରେ ଚୂଡାନ୍ତ ସୀମା ନିର୍ଦ୍ଧାରଣ ପାଇଁ ବୁଝାମଣା ହୋଇଥିଲା । ହେଲେ ଏକପାଖିଆ ଭାବେ ଆନ୍ଧ୍ର ସରକାର ଓଡିଶା ସୀମାରେ ପକ୍କାରାସ୍ତା ନିର୍ମାଣ କରିବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ତେବେ ଗଣମାଧ୍ୟମ ଜରିଆରେ ଏହି ଖବର ନଜରକୁ ଆସିବା ପରେ ରାଜସ୍ୱ ବିଭାଗ ଉପଜିଲ୍ଲାପାଳ ଅର୍ଚ୍ଚନା ଦାସ କହିଛନ୍ତି ଏନେଇ ତଦନ୍ତ କରିବା ପରେ ଆନ୍ଧ୍ର ଅଧିକାରୀଙ୍କ ସହ ଆଲୋଚନା କରିବେ ।

from Kanak News
via <a href="https://ifttt.com/?

ମହିଳାଙ୍କୁ ଅସଦାଚରଣ ନେଇ ଆସିଲା ସାଂଘାତିକ ତଥ୍ୟ: ଲକଡାଉନରେ ରାଜ୍ୟରେ ବଢିଛି ଦୁଷ୍କର୍ମ; ଜାନୁଆରୀରୁ ଜୁନ୍ ମଧ୍ୟରେ ୧୨ଶହ ୧୩ ଦୁଷ୍କର୍ମ ମାମଲା

କନକ ବ୍ୟୁରୋ: ଲକଡାଉନରେ ରାଜ୍ୟରେ ବଢିଛି ଦୁଷ୍କର୍ମ ମାମଲା । ଗତବର୍ଷ ତୁଳନାରେ ଚଳିତବର୍ଷ ଜାନୁଆରୀରୁ ଜୁନ୍ ମଧ୍ୟରେ ଅଧିକ ଦୁଷ୍କର୍ମ ମାମଲା ହୋଇଛି । ଏହି ସମୟରେ ଚୋରି ଓ ସିନ୍ଧିଚୋରି ମଧ୍ୟ ବଢିଛି । ହେଲେ ହତ୍ୟା ଓ ଡକାୟତି ଭଳି ସଂଗୀନ ଅପରାଧ କମିଛି । ବିଶେଷଜ୍ଞଙ୍କ ମତରେ ଲକଡାଉନରେ ଲୋକେ ଏକାନ୍ତରେ ରହୁଥିବାରୁ ମହିଳାଙ୍କ ପ୍ରତି ଦୁଷ୍କର୍ମ ଭଳି ମାମଲା ଅଧିକ ବଢିଛି । ସେହିପରି ଲୋକଙ୍କ ଚଳପ୍ରଚଳ ଉପରେ ଶକ୍ତ କଟକଣା ଯୋଗୁଁ ହତ୍ୟା ଓ ଡକାୟତି ଭଳି ଅପରାଧ କମ୍ ରହିଛି ।

ତାଲା ବନ୍ଦରେ ବଢ଼ିଛି ଅପରାଧ

ଦୁଷ୍କର୍ମ ବଢ଼ିଛି, ସିନ୍ଧିଚୋରି ବଢ଼ିଛି

କରୋନା ସଂକ୍ରମଣକୁ ରୋକିବା ପାଇଁ ଚଳିତବର୍ଷ ପ୍ରଥମାର୍ଦ୍ଧରେ କଠୋର ଲକଡାଉନ କଟକଣା ସତ୍ୱେ ବଢିଛି ଦୁଷ୍କର୍ମ । ସାରାରାଜ୍ୟରେ ବିଭିନ୍ନ ଥାନାରେ ହୋଇଥିବା ଅଭିଯୋଗରୁ ଜଣାପଡିଛି, ଗତବର୍ଷ ତୁଳନାରେ ଚଳିତବର୍ଷ ଏହି ସମୟରେ ଦୁଷ୍କର୍ମ ମାମଲା ଅଧିକ ରହିଛି । ସେହିପରି ଚୋରି ଓ ସିନ୍ଧିଚୋରି ଭଳି ଅପରାଧରେ ବୃଦ୍ଧି ଆସିଛିି । କିନ୍ତୁ ଏହି ସମୟରେ କମିଛି ହତ୍ୟା ଓ ଡକାୟତି ଭଳି ସଂଗୀନ ଅପରାଧ । ପ୍ରଥମେ ନଜର ପକାନ୍ତୁ ଚଳିତବର୍ଷର ପ୍ରଥମାର୍ଦ୍ଧ ଅର୍ଥାତ ଜାନୁଆରୀରୁ ଜୁନ୍ ମଧ୍ୟରେ ସଂଗଠିତ ହୋଇଥିବା ଅପରାଧର ଏହି ତାଲିକା ଉପରେ ।

ବଢ଼ିଛି ଦୁଷ୍କର୍ମ, ହତ୍ୟା କମିଛି

ଅପରାଧ ୦୧/୦୧/୨୦ ରୁ ୩୦/୦୬/୨୦ ୦୧.୦୧.୧୯ରୁ ୩୦/୦୬/୨୦

ଦୁଷ୍କର୍ମ ୧୨୧୩ ୧୧୪୯

ସିନ୍ଧିଚୋରି ୨୦୬୦ ୧୭୦୦

ଚୋରି ୪୪୦୭ ୪୩୭୭

ହତ୍ୟା ୬୯୩ ୭୦୭

ଡକାୟତି ୨୦୯ ୨୨୪

ଜାନୁଆରୀରୁ ଜୁନ ମଧ୍ୟରେ ୧୨ଶହ ୧୩ଟି ଦୁଷ୍କର୍ମ ମାମଲା ହୋଇଛି । କିନ୍ତୁ ଗତବର୍ଷ ଏହି ସମୟରେ ୧୧ଶହ ୪୯ଟି ମାମଲା ହୋଇଥିଲା । କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସାରାଦେଶ ଲକଡାଉନରେ ଥିବାବେଳେ ଦୁଷ୍କର୍ମ ମାମଲା ବଢିଲା କାହିଁକି? ବିଶେଷଜ୍ଞଙ୍କ ମତରେ ଲକଡାଉନ ସମୟରେ ଲୋକେ ଘରେ ଏକାନ୍ତରେ ରହିବାକୁ ଏଭଳି ଅପରାଧ ବଢିଛି । ଅଧିକାଂଶ ମାମଲାରେ ଚିହ୍ନାଜଣା ଲୋକଙ୍କ ଦ୍ୱାରା ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ହୋଇଛି । ବନ୍ଧୁ, ସଂପର୍କୀୟ କିମ୍ବା ପଡୋଷୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି ମହିଳା ।  ଯଦିଓ ଚୋରି, ସିନ୍ଧିଚୋରି କିମ୍ବା ମହିଳାଙ୍କ ପ୍ରତି ଦୁଷ୍କର୍ମ ଭଳି ଅପରାଧ ବଢିଛି, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କମିଛି ହତ୍ୟା ଓ ଡକାୟତି ଭଳି ସଂଗୀନ ଅପରାଧ । ଲକଡାଉ ସମୟରେ ଲୋକ କିମ୍ବା ଗାଡିମୋଟର ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ରହିଥିଲା । ତେଣୁ ଅପରାଧୀ ଏକାଠି ସଂଗଠିତ ହୋଇନପାରିବାରୁ ଏଭଳି ଅପରାଧ ସଂଖ୍ୟାରେ ହ୍ରାସ ଦେଖାଦେଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started