ଅପରାଧୀଙ୍କ ଆଡ୍ଡା ପାଲଟିଲାଣି ରାଉରକେଲା: ରାତି ୧୦ଟାରେ ଆରଜିଏଚ୍ ଓଭରବ୍ରିଜ ଉପରେ ସୁନା ଦୋକାନୀଙ୍କୁ କଲେ ଗୁଳି; ହତ୍ୟା କରି ଲୁଟିନେଲେ ଟଙ୍କା

କନକ ବ୍ୟୁରୋ: ଅଶାନ୍ତ ହୋଇପଡିଛି ରାଉରକେଲା ସହର । ବେଧଡକ ବୁଲୁଛନ୍ତି ଲୁଟେରା, ଅପରାଧ ଘଟାଇ ନିର୍ଦନ୍ଦ୍ୱରେ ଫେରାର ହୋଇଯାଉଛନ୍ତି । ଆଉ ପୋଲିସ ସେମାନଙ୍କର ଟେର ବି ପାଉନି । ଗତକାଲି ରାତି ପ୍ରାୟ ୧୦ଟାରେ ଜନଗହଳିପୂର୍ଣ୍ଣ ଅଂଚଳ ଆରଜିଏଚ୍ ନିକଟ ଓଭରବ୍ରିଜ ଉପରେ ଜଣେ ସୁନା ଦୋକାନୀଙ୍କୁ ଗୁଳି କରି ଟଙ୍କା ଲୁଟିନେଇଛନ୍ତି ଲୁଟେରା । ଦୁର୍ବୃତଙ୍କ ଗୁଳିରେ ସୁନା ଦୋକାନୀ ସରୋଜ କୁମାର ସାହୁଙ୍କ ମୃତ୍ୟୁ ହୋଇଛି । ତାଙ୍କ ଦେହରେ ଦୁଇ ରାଉଣ୍ଡ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା- ଆରଜିଏଚ୍ ଓ ପରେ ଇସ୍ପାତ ଜେନେରାଲ ହସ୍ପିଟାଲ- ଆଇଜିଏଚ୍ ଆଇସିୟୁରେ ଭର୍ତି କରାଯାଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ରାତି ୧୦ଟାରେ ସରୋଜ ଦୋକାନ ବନ୍ଦ କରି ନିଜ ମୋଟରସାଇକେଲରେ ଘରକୁ ଫେରୁଥିଲେ । ଆରଜିଏଚ୍ ଓଭରବ୍ରିଜ ଚଢିବା ମାତ୍ରେ ତାଙ୍କୁ ପିଛା କରୁଥିବା ୨ଜଣ ଦୁର୍ବୃତ ବାଇକରେ ଥାଇ ୩ରୁ ଅଧିକ ରାଉଣ୍ଡ ଗୁଳିମାଡ କରିଥିଲେ । ୨ଟି ଗୁଳି ସରୋଜଙ୍କ ମୁଣ୍ଡ ଓ ପେଟରେ ବାଜିବାରୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ । ଲୁଟେରାମାନେ ଟଙ୍କା ବ୍ୟାଗ ଧରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ରଘୁନାଥପାଲି ଓ ଉଦିତନଗର ପୋଲିସ ସହ ରାଉରକେଲା ଏସପି କେ ଶିବା ସୁବ୍ରମଣି ଘଟଣାସ୍ଥଳରେ ପହଂଚି ଛାନଭିନ କରିଛନ୍ତି ।

ହେଲେ ଲୁଟେରାଙ୍କୁ ନା ପୋଲିସର ଭୟ ଅଛି, ନା ଆଇନ କାନୁନର ଭୟ । ସେମାନେ ନିର୍ଭୟରେ ଓ ଅବାଧରେ ରାସ୍ତାଘାଟରେ ବୁଲୁଛନ୍ତି । ୪ଦିନ ତଳେ ସମାନଧରଣର ଗୁଳିକାଣ୍ଡ ଘଟିଥିଲା । ବେଦବ୍ୟାସ ସଂହଟୋଲା ନିକଟରେ ଲୁଟେରାମାନେ ବାଇକରେ ଯାଉଥିବା ସୁନା ଦୋକାନୀଙ୍କ ଉପରକୁ ଗୁଳିମାଡ କରିଥିଲେ । ହେଲେ ତାଙ୍କ ଦେହରେ ନବାଜି ବାଇକ ପଛରେ ବସିଥିବା ତାଙ୍କ ମାଆଙ୍କ ଦେହରେ ଗୁଳି ବାଜିଥିଲା ।

from Kanak News
via <a href="https://ifttt.com/?

ଜାନୁଆରୀ ୨୦ରେ ଆମେରିକାର ୪୬ତମ ରାଷ୍ଟ୍ରପତିଭାବେ ଶପଥ ନେବେ ବାଇଡେନ । ନୂଆ ସରକାରରେ ଭାରତୀୟ ବଂଶୋଦ୍ଭବଙ୍କୁ ପ୍ରାଧାନ୍ୟ

କନକ ବ୍ୟୁରୋ : ଆସନ୍ତା ଜାନୁଆରି ୨୦ ତାରିଖରେ ଡେମୋକ୍ରାଟିକ ଦଳର ନେତା ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଚଳିତ ସପ୍ତାହରେ ହିଁ ଆମେରିକାର ଇଲେକ୍ଟରାଲ କଲେଜ ଜୋ ବାଇଡେନ ନିର୍ବାଚନରେ ଜିତିଥିବା ଘୋଷଣା କରିଥିଲା ।

ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଆମେରିକାର ଉପରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିବେ । ଆମେରିକାର ଉପରାଷ୍ଟ୍ରପତି ପରି ଏକ କ୍ଷମତାଶାଳୀ ପଦବୀରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ବଂଶୋଦ୍ଭବ ଆସୀନ ହେବେ । କେବେଳ ଏତିକି ନୁହେଁ, ଆଉ କେତେକ ଭାରତୀୟ ବଂଶୋଦ୍ଭବଙ୍କୁ ବାଇଡେନ ପ୍ରଶାସନ ଉଚ୍ଚ ପଦବୀ ଦେବାର ସମ୍ଭାବନା ରହିଛି ।

ସେମାନଙ୍କ ମଧ୍ୟରେ ଅଛନ୍ତି ନିରା ଟଣ୍ଡନ, ଡ. ବିବେକ ମୂର୍ତ୍ତି, ଡ. ଅତୁଲ ଗାଓ୍ବାଣ୍ଡେ ପ୍ରମୁଖ । ଡ. ମୂର୍ତ୍ତି ବାଇଡେନଙ୍କ ଦ୍ବାରା ଗଠିତ କୋଭିଡ ଟାସ୍କଫୋର୍ସର ସହ-ଅଧ୍ୟକ୍ଷ ଅଛନ୍ତି । ସେହିପରି ଡ. ଅରୁଣ ମଜୁମଦାର ଓ ଡ. ରାହୁଲ ଗୁପ୍ତା ମଧ୍ୟ ବାଇଡେନଙ୍କ ଟିମରେ ସ୍ଥାନ ପାଇବାର ସମ୍ଭାବନା ରହିଛି ।

from Kanak News
via <a href="https://ifttt.com/?

ଆସନ୍ତାକାଲି ସୋନିଆ ଡାକିଛନ୍ତି କଂଗ୍ରେସର ବୈଠକ । ୧୦ ଜନପଥରେ ସାମିଲ ହେବେ ଦଳର ୨୩ ତୁଙ୍ଗ ନେତା ।

କନକ ବ୍ୟୁରୋ : ଆସନ୍ତାକାଲି କଂଗ୍ରେସର ବସିବ ସାଂଗଠନିକ ବୈଠକ । ସୋନିଆଙ୍କ ନେତୃତ୍ୱରେ ହେଉଥିବା ବୈଠକକୁ ଦଳର ସମସ୍ତ ତୁଙ୍ଗ ନେତାଙ୍କୁ ଡାକରା ମିଳିଛି । କୁହାଯାଉଛି ଏହି ବୈଠକରେ ଦଳର ଆଗାମୀ ସଭାପତି କିଏ ହେବ ସେନେଇ ଚର୍ଚା ହେବ । ଏବେ ସୋନିଆଙ୍କ ହାତରେ ରହିଛି ଦଳର ନେତୃତ୍ୱ । ପୁଣି ଥରେ ରାହୁଲଙ୍କ ହାତକୁ କମାଣ ଦେବାକୁ ଦଳର ଅନେକ ନେତା ଯୁକ୍ତି ବାଢିଥିବାରୁ ଆଶା କରାଯାଉଛି ଆସନ୍ତାକାଲି ବୈଠକରେ ଏହା ଉପରେ ମୋହର ବାଜିବ ।

ଦେଶରେ ଏବେ କଂଗ୍ରେସର ସ୍ଥିତି ଓ ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ଆସନ୍ତାକାଲି କଂଗ୍ରେସ ବୈଠକ ବସୁଛି । ଦଳର ସଭାପତି ସୋନିଆ ଗାନ୍ଧି ଏହି ବୈଠକର ଡାକରା ଦେଇଛନ୍ତି । ଆଶାକରାଯାଉଛି ଦଳ ଏହି ବୈଠକରେ ଦଳର ସାଂଗଠନିକ ସ୍ଥିତି, ଦେଶରେ ନିକଟରେ ଶେଷ ହୋଇଥିବା ବିହାର ବିଧାନସଭା ସହିତ ୧୧ ରାଜ୍ୟରେ ହୋଇଥିବା ୫୧ଟି ବିଧାନସଭା ଆସନରେ ଦଳର ଦୁର୍ବଳ ପ୍ରଦର୍ଶନ ଉପରେ ମାନସମନ୍ଥନ କରିବ ।

କରୋନା କାଳରେ ଏହା ହେବ ପ୍ରଥମ ବୈଠକ ଯେଉଁଥିରେ କଂଗ୍ରେସର ତୁଙ୍ଗ ନେତାଏଁ ମୁହାଁମୁହିଁ ବସି ଦଳର ସ୍ଥିତି ନେଇ ଆଲୋଚନା କରିବେ । ଏବେ ଦେଶରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଆଗାକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ବି ରହିଛି । ଏସବୁ ଭିତରେ ଦଳ ଭିତରେ ଜୋସ୍ ଭରିବାକୁ ଉଦ୍ୟମ କରିବେ ସୋନିଆ ।

ସୋନିଆଙ୍କ ଏହି ବୈଠକରେ ସାମିଲ ହୋଇପାରନ୍ତି କଂଗ୍ରେସର ୨୩ ବରିଷ୍ଠ ନେତା । ଏହା ସହିତ ଏହି ବୈଠକରେ ରାହୁଲ ଗାନ୍ଧି ଓ ପ୍ରିୟଙ୍ଗା ଭଦ୍ରାଙ୍କ ଯୋଗଦାନ ନେଇ ଚର୍ଚା ବି ହେଉଛି ।

କରୋନା କାଳରେ ବର୍ତମାନ ସୁଦ୍ଧା ଦଳର ସମସ୍ତ ବୈଠକ ଭର୍ଚୁଆଲ୍ ମାଧ୍ୟମରେ ଚାଲିଥିଲା । ଏବେ ଏହି ବୈଠକରେ ପ୍ରତ୍ୟକ୍ଷ ଭାବରେ ସାମିଲ ହେବେ କଂଗ୍ରେସ ନେତାଏଁ । ଏଥିପାଇଁ ରାଜ୍ୟସଭା ସାଂସଦ ଗୁଲାମ ନବି ଆଜାଦ, ଆନନ୍ଦ ଶର୍ମା, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡାଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଛି । ଏ ସମସ୍ତ ନେତା ସୋନିଆଙ୍କ ୧୦ ଜନପଥ ବାସଭବନରେ ପହଁଚିବାକୁ କୁହାଯାଇଛି । ସେପଟେ ସୋନିଆଙ୍କ ବୈଠକ ଆଗରୁ ଦଳର ସଭାପତି ଚୟନ ନେଇ ଇସାରା କରିଛନ୍ତି ଜାତୀୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା । କହିଛନ୍ତି ଦଳ ଆଗରୁ ରାହୁଲଙ୍କ ହାତରେ ପୁଣି ଥରେ ନେତୃତ୍ୱ ଦେବାକୁ ବିଚାର କରୁଛି ।

ସୋନିଆଙ୍କ ବୈଠକକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲ ନାଥ, ବରିଷ୍ଠ ନେତା ଶଶୀ ଥରୁର ମଧ୍ୟ ସାମିଲ ହେବେ । ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ପୁଡୁଚେରୀ ଏବଂ ଆସାମରେ ୨୦୨୧ରେ ହେବ ବିଧାନସଭା ନିର୍ବାଚନ । ସୋନିଆଙ୍କ ଡାକରାରେ ବୈଠକରେ ଏଥିପାଇଁ ଦଳ ତିଆରି କରିବ ରୋଡମ୍ୟାପ୍ । କାହା ନେତୃତ୍ୱରେ କଂଗ୍ରେସ ଆଗକୁ ବଢିବ ଏହି ବୈଠକରୁ ସ୍ପଷ୍ଟ ହେବା ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ଆତଙ୍କରେ ଜିଉଁଛି ପାକିସ୍ତାନ । ୟୁଏଇରେ ପ୍ରତିକ୍ରିୟା ରଖିଲେ ପାକ୍ ବୈଦେଶିକ ମନ୍ତ୍ରୀ । କହିଲେ, ପୁଣି ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ଭାରତ କରୁଛି ଷଡଯନ୍ତ୍ର

କନକ ବ୍ୟୁରୋ : ଆତଙ୍କିତ ପାକିସ୍ତାନ । ଆଉ ଥରେ ଭାରତ କରିପାରେ ସର୍ଜିକାଲ ଷ୍ଟ୍ରାଇକ୍ । ଏଭଳି ଆଶଙ୍କା ପ୍ରକାଶ କରି ଭୟଭୀତ ଥିବା ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ । ଶୁକ୍ରବାର ୟୁଏଇରେ ସେ କହିଛନ୍ତି ଭାରତ ଦ୍ୱାରା ଆଗାମୀ ଦିନରେ ହେବାକୁ ଥିବା ସର୍ଜିକାଲଷ୍ଟ୍ରାଇକ୍ର ପ୍ରମାଣ ପାକିସ୍ତାନ ପାଖରେ ରହିଛି । ଗୁପ୍ତଚର ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଭାରତ ପାକିସ୍ତାନ ଉପରେ ସର୍ଜିକାଲ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଏହା ଏକ ଚିନ୍ତାଜନକ ବିଷୟ ବୋଲି କହିଛନ୍ତି କୁରେଶୀ ।

ଏପରିକି ଭାରତର ନିଜ ସହଯୋଗୀମାନଙ୍କର ସହମତିକୁ ଅପେକ୍ଷା କରିଥିବା ନେଇ ସେ ଜାଣିଥିବା କହିଛନ୍ତି । ଭାରତରେ ସୃଷ୍ଟି ହୋଇଥିବା ଆଭ୍ୟନ୍ତରୀକ ଅଶାନ୍ତିଠାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏଭଳି ଯୋଜନା ହେଉଥିବା ପାକ୍ ମନ୍ତ୍ରୀ ଜଣକ କହିଛନ୍ତି । ଏପରିକି ଶାନ୍ତି ଏକ ମିଳିତ ଉଦ୍ୟମ ଏବଂ ଏହା ଏକପାଖିଆ ଭାବେ ହୋଇପାରେ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କ୍ୟୁରେଶୀ । ତେବେ ନିଜର ସମସ୍ୟାଠୁ ନଜର ହଟାଇବା ପାଇଁ ଭାରତ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି । ଅବଶ୍ୟ ପାକିସ୍ତାନ ପକ୍ଷରୁ ଏଭଳି ବୟାନ ଆସିବା ନୂଆ ନୁହେଁ ।

ଅନ୍ୟପଟେ ପାକିସ୍ତାନର ଏକ ପ୍ରମୁଖ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ୍ ଲେଖିଛି, ଦିଲ୍ଲୀରେ ଚାଲିଥିବା ବିଶାଳ ଚାଷୀ ଆନ୍ଦୋଳନରୁ ନଜର ହଟାଇବା ପାଇଁ ଭାରତ କିଛି ବଡ ପଦକ୍ଷେପ ନେଇ ପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ତେବେ ଏହାକୁ ଦୃଷ୍ଟିର ରଖି ପାକିସ୍ତାନ ସେନା ଭାରତ ସୀମାରେ ସତର୍କ ରହିଛି ।

୨୦୧୬ରେ ଉରି ଆକ୍ରମଣ ପରେ ପିଓକେ ଭିତରକୁ ପଶି ଭାରତ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଆତଙ୍କବାଦୀଙ୍କ ଶିବିର ଧ୍ୱଂସ କରିଥିଲା । ଏହି ସର୍ଜିକାଲ ଷ୍ଟ୍ରାଇକ୍ରେ ବହୁ ଆତଙ୍କବାଦୀ ନିହତ ହୋଇଥିଲେ । ଗତ ବର୍ଷ ପୁଲବାମା ଆକ୍ରମ ପରେ ମଧ୍ୟ ଭାରତ ଏୟାରଷ୍ଟ୍ରାଇକ୍ ଜରିଆରେ ବାଲାକୋଟ୍ରେ ଆତଙ୍କି ଶିବିର ଉପରେ ଆକ୍ରମଣ କରିଥିଲା ।

from Kanak News
via <a href="https://ifttt.com/?

ଓଡ଼ିଶାରେ ମନ୍ଦିର ଖୋଲିବା ନେଇ ଆରମ୍ଭ ହେଲା ପ୍ରକ୍ରିୟା । ଆସନ୍ତା ୩ ତାରିଖରେ ଖୋଲିବ ସମଲେଶ୍ୱରୀ ମନ୍ଦିର । ଡିସେମ୍ବର ୨୩ ତାରିଖ ସୁଦ୍ଧା ପୁରୀ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି  

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ଖୋଲିବ ସମଲେଶ୍ୱରୀଙ୍କ ମନ୍ଦିର । ମା’ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଜିଲ୍ଲାର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ମଧ୍ୟ ୩ ତାରିଖରୁ ଖୋଲିବ । ୭ ଦିନ ମଧ୍ୟରେ ମନ୍ଦିର ଖୋଲିବା ନେଇ ପ୍ରସ୍ତୁତ ହେବ ମାର୍ଗଦର୍ଶିକା । କୋଭିଡକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ପ୍ରସ୍ତୁତ ହେବ । ମାର୍ଗଦର୍ଶିକା ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସେହିପରି ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ସ୍ଥାନୀୟ ଧର୍ମାନୁଷ୍ଠାନ ଖୋଲିବା ନେଇ ଏକ ବଡ ଘୋଷଣା କରିଛନ୍ତି । ଡିସେମ୍ବର ୨୩ରୁ ପୁରୀରେ ଖୋଲିବ ସମସ୍ତ ମନ୍ଦିର । ଶ୍ରୀମନ୍ଦିର ସମେତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।

କୋଭିଡ କଟକଣା ମାନି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିବେ । ଶ୍ରୀମନ୍ଦିରରେ ପ୍ରଥମେ ପ୍ରବେଶ ପାଇଁ ୨୩ରୁ ୩୧ ତାରିଖ ମଧ୍ୟରେ ପୁରୀବାସୀଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ମହାପ୍ରଭୁଙ୍କ ଦର୍ଶନ ପାଇଁ । ବିଭିନ୍ନ ପର୍ଯ୍ୟାୟରେ ୱାର୍ଡବାସୀଙ୍କୁ ଦର୍ଶନ ସୁବିଧା ମିଳିବ ।  କେଉଁ ତାରିଖରେ କେଉଁ ୱାର୍ଡବାସୀ ଦର୍ଶନ କରିବେ ତାହା ସ୍ଥିର କରାଯିବ । ୱାର୍ଡ ୱାରୀ ହେବ ଟୋକନ ବ୍ୟବସ୍ଥା । ସ୍ୱଚ୍ଛସାଥୀ ପ୍ରତି ୱାର୍ଡରେ ଘର ଘର ବୁଲି ଭକ୍ତଙ୍କ ତାଲିକା କରିବା ସହ ଟୋକନ ବାଂଟିବେ । ଜାନୁଆରୀ ୧ ଓ ୨ରେ ନୂଆବର୍ଷ ପାଇଁ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରଖାଯିବ । ଜାନୁଆରୀ ୩ ତାରିଖରୁ ସମସ୍ତଙ୍କ ପାଇଁ ମନ୍ଦିର ଖୋଲିବ ।

from Kanak News
via <a href="https://ifttt.com/?

କଟକରେ ଚାଞ୍ଚଲ୍ୟ । ବନ୍ଦ ଘର ଭିତରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା ? ପୋଲିସର ଛାନଭିନ୍…

କନକ ବ୍ୟୁରୋ: ବନ୍ଦ ଘରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର । କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀର ଏକ ଘର ଭିତରୁ ଉଦ୍ଧାର । ବନ୍ଦ ଘର ଭିତରେ ମାଆ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ତଳେ ତାର ଝିଅ ପଡିଥିଲା ।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମାଆଝିଅଙ୍କ ମୃତ୍ୟୁ ପଛର କାରଣ କଣ ଜଣାପଡିନି । ଦୁହେଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି କିମ୍ବା ମାଆ ତା ଝିଅକୁ ମାରିଦେଇ ନିଜେ ଆତ୍ମହତ୍ୟା କରିଛି । ଏ ସମସ୍ତ ଦିଗ ଉପରେ ଅଧିକ ଛାନଭିନ ଚଳାଇଛି ବିଡାନାସୀ ପୋଲିସ ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ବଢୁଛି ଟିଏମସି ବିଧାୟକଙ୍କ ଇସ୍ତଫା ଧାରା । ୨ ଦିନ ଭିତରେ ଦଳରୁ ୩ ବିଧୟକଙ୍କ ଇସ୍ତଫା । ଶୁଭେନ୍ଦୁ, ଜୀତେନ୍ଦ୍ରଙ୍କ ପରେ ଶିଳଭଦ୍ର ଛାଡିଲେ ଦଳ

କନକ ବ୍ୟୁରୋ : ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ଆଉ ଏହି ନିର୍ବାଚନ ଆଗରୁ ଜଣକ ପରେ ଜଣେ ବିଧାୟକ ତୃଣମୂଳ କଂଗ୍ରେସ ଛାଡିବା ମମତାଙ୍କ ଚିନ୍ତା ବଢାବ ନିଶ୍ଚୟ । ଏହି ଇସ୍ତଫା ଧାରା ସ୍ପଷ୍ଟ କରୁଛି ଟିଏମସି କ୍ୟାମ୍ପରେ ସବୁକିଛି ଠିକ୍ ଚାଲିନାହିଁ ।

ଡିସେମ୍ୱର ୧୬ ତାରିଖ । ଇସ୍ତଫା ଦେଇଥିଲେ ବିଧାୟକ ଶୁଭେନ୍ଦୁ ଅଧିକାରୀ । ଏହି ଠାରୁ ଆରମ୍ଭ ହୋଇଥିଲା ଟିଏମସିରୁ ବିଧାୟକଙ୍କ ଇସ୍ତଫା ଧାରା । ୪୮ ଘଂଟା ଭିତରେ ଦଳ ଛାଡିଲେଣି ଆଉ ୨ ବିଧାୟକ । ଟିଏମସିରୁ ଇସ୍ତଫା ଦେଲେ ବାରାକପୁର ବିଧାୟକ ଶୀଳଭଦ୍ର ଦତ । ଟିଏମସିରୁ ଇସ୍ତଫା ଦେଲେ ପାଣ୍ଡବେଶ୍ୱର ବିଧାୟକ ଜିତେନ୍ଦ୍ର ତିୱାରୀ ।

ଗତ କିଛି ଦିନ ଧରି ଟିଏମସିରେ ନେତାମାନେ ମୋର୍ଚ୍ଚା ଖୋଲି ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ଆକ୍ରମଣ ଘଟଣା ପରଠାରୁ ଦଳ ଭିତରୁ ହଠାତ୍ ସାମ୍ନାକୁ ଆସିଛି ଅସନ୍ତୋଷ । ଆଉ ଏହାରି ଭିତରେ ବଢିବାରେ ଲାଗିଛି ଟିଏମସିରୁ ବିଧାୟକଙ୍କ ଇସ୍ତଫା ଧାରା । ୩ ବିଧାୟକଙ୍କ ଇସ୍ତଫା ସହିତ ଟିଏମସିର ସଂଖ୍ୟାଲଘୁ ସେଲ୍ ମହାସଚିବ କବିରୁଲ ଇସଲାମ୍ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ସେହିପରି ଦଳରୁ ଇସ୍ତଫା ନେଇ ଇସାରା କରିଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ୟାମା ପ୍ରସାଦ ମୁଖାର୍ଜୀ ।

ଶୁଭେନ୍ଦୁ ଅଧିକାରୀ ଦଳ ଛାଡିବା ପରେ ପରେ ମମତା କିଛି ଏପରି ଭାବେ କହିଥିଲେ ତୃଣମୂଳ କଂଗ୍ରେସ ଏବେ ବଟବୃକ୍ଷ । ଜଣେ ଦୁଇ ଜଣ ଚାଲିଗଲେ ଦଳକୁ ଫରକ ପଡିବନି । ଏବେ ଏହି ଅସନ୍ତୁଷ୍ଟଙ୍କୁ ମନାଇ ଦଳକୁ ସଜାଡିବା ମମତାଙ୍କ ପାଇଁ ହେବ ଚ୍ୟାଲେଂଜ । ଶନିବାର ଅମିତ ଶାହାଙ୍କ ବେଙ୍ଗଲ ଗସ୍ତ । ଏହା ଆଗରୁ ଟିଏମସି ବିଧାୟକ ଇସ୍ତଫା ପରେ , ଏହି ଦଳ ଛାଡୁଥିବା ନେତାଏଁ ଆଗକୁ ବିଜେପିରେ ସାମିଲ ହେବା ନେଇ ଚର୍ଚା ବି ଜୋର ଧରିଛି ।

from Kanak News
via <a href="https://ifttt.com/?

ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ସିବିଆଇ ଦାଖଲ କଲା ଚାର୍ଜସିଟ୍ । ଗଣଦୁଷ୍କର୍ମ ପରେ ହତ୍ୟା ନେଇ ରିପୋର୍ଟରେ ସ୍ପଷ୍ଟ

କନକ ବ୍ୟୁରୋ : ଉତ୍ତରପ୍ରଦେଶର ବହୁଚର୍ଚିତ ହାଥରସ୍ ଦୁଷ୍କର୍ମ ହତ୍ୟା ମାମଲା । ଘଟଣାରେ ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଦାଖଲ କରିଛି ଚାର୍ଜସିଟ୍ । ହାଥରସ୍ ର ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଚାର୍ଜସିଟରେ ଉଲ୍ଲେଖ କରିଛି ସିବିଆଇ । ସନ୍ଦୀପ୍, ଲବକୁଶ, ରବି ଏବଂ ରାମୁ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଗତ ୨୦୨୦ ସେପ୍ଟେମ୍ୱର ୧୪ ତାରିଖରେ ଦଳିତ ଯୁବତୀଙ୍କସହିତ ଘଟିଥିଲା ଗଣଦୁଷ୍କର୍ମ ।

୪ ଜଣ ଉଚ୍ଚଜାତିର ଯୁବକ ଗଣଦୁଷ୍କର୍ମ କରିବା ପରେ ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ୨୦୨୦ ସେପ୍ଟେମ୍ୱର ୨୯ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ସେ ଆଖି ମୁଜିବା ପରେ ସେପ୍ଟେମ୍ୱର ୩୦ ତାରିଖର ରାତିରେ କଡା ସୁରକ୍ଷା ବଳୟ ଭିତରେ ଅନ୍ତିମ ସଂସ୍କାର କରାଯାଇଥିଲା । ସେତେବେଳେ ପରିବାର ଲୋକେ ଅଭିଯୋଗ ଆଣିଥିଲେ ତରବରିଆ ଭାବେ ଅନ୍ତିମ ସଂସ୍କାର ପାଇଁ ପୋଲିସ ଚାପ ପକାଇଥିଲା ।

ମାମଲାରେ ଗିରଫ ପରେ ୪ ଅଭିଯୁକ୍ତ ସନ୍ଦୀପ୍, ଲବକୁଶ, ରବି ଏବଂ ରାମୁ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ସେମାନଙ୍କର ବିଭିନ୍ନ ପର୍ଯ୍ୟାୟରେ ଫରେନସିକ୍ ଯାଂଚ କରାଯାଇଥିଲ।। ସିବିଆଇ ଟିମ୍ ପୀଡିତାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମକୁ ମଧ୍ୟ ସାକ୍ଷାତ କରିଥିଲା । ପରିବାର ଲୋକଙ୍କ ବୟାନ୍ ରେକର୍ଡ କରିଥିଲା ସିବିଆଇ ଟିମ୍ । ଏସବୁ ପରେ ଆଜି ସିବିଆଇ ହାଥରସ୍ ମାମଲାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରି ଗଣଦୁଷ୍କର୍ମ ଘଟଣା ଉପରେ ମୋହର ମାରିଛି । ଏହି ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ଘେରିଥିଲେ ବିରୋଧୀ ।

from Kanak News
via <a href="https://ifttt.com/?

ଏଥର ମାଟ୍ରିକ୍ ପରୀକ୍ଷାରେ ବଦଳିପାରେ ଶହେ ନମ୍ବରର ପରୀକ୍ଷା ବ୍ୟବସ୍ଥା । ୮୦ ନମ୍ବରରେ ପିଲାଙ୍କ ପାଇଁ ହୋଇପାରେ ପରୀକ୍ଷା

କନକ ବ୍ୟୁରୋ : କୋଭିଡ୍ କଟକଣା ଭିତରେ ନିୟମିତ ସ୍କୁଲ ପାଠପଢା ବନ୍ଦ ଥିବା ବେଳେ ଏଭଳି ଏକ ନିଷ୍ପତି ନେଇ ପାରେ ମାଧ୍ୟମିକ ଶିକ୍ଷା ବୋର୍ଡ । ଚଳିତ ଶିକ୍ଷା ବର୍ଷ ପଛାଇ ଯାଇଥିବାରୁ ଏଥର ମାଟ୍ରିକ ପରୀକ୍ଷା କିଭଳି କରାଯିବ ସେନେଇ ମଧ୍ୟ ଦ୍ୱନ୍ଦ୍ୱ ଜାରି ରହିଛି । ତେବେ ଚଳିତ ବର୍ଷ କମ୍ ମାର୍କରେ ପରୀକ୍ଷା ହେବା ସମ୍ଭାବନା ଥିବା ନେଇ ଚର୍ଚ୍ଚା ହେଉଛି । ପ୍ରତିବିଷୟ ୧୦୦ ନମ୍ବର ବଦଳରେ ୮୦ ନମ୍ବରରେ ହେବ ବୋଲି ସୂଚନା ମିଳିଛି । ଏଥିରେ ବିଷୟଭିତିକ ପ୍ରଶ୍ନ ଅଧିକ ରହିବ ବୋଲି କୁହାଯାଉଛି ।

କୋଭିଡ୍ କଟକଣା ଯୋଗୁଁ ଅନ୍ଲାଇନ୍ ପାଠ ପଢା ହେଉଥିବାରୁ ଏହା ସାଧାରଣ ପିଲାଙ୍କ ପାଠ ପଢାକୁ ପ୍ରଭାବିତ କରିଛି । ତେଣୁ ପୂର୍ବରୁ ବୋର୍ଡ ସିଲାବସ୍ରେ ୩୦ ପ୍ରତିଶତ ପାଠ କମାଇଥିଲା । ଏହା ଆଧାରରେ ପ୍ରତିବିଷୟର ନମ୍ବର କମ୍ କରାଯିବ ବୋଲି କୁହାଯାଉଛି । ଅନ୍ୟପଟେ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ଅତିକମ୍ରେ ୧୦୦ ଦିନର ପାଠପଢା ହେବ ଏବଂ ତାହା ପରେ ପରୀକ୍ଷା କରାଯିବା ନେଇ ସଂକେତ ଦେଇଥିଲେ ।

ମାଟ୍ରିକ ପରୀକ୍ଷା ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା ସହ ଅଳ୍ପ ସମୟରେ ଏହାକୁ ଶେଷ କରିବାକୁ ବୋର୍ଡ ଗୁରୁତ୍ୱ ଦେବ ବୋଲି ସୂଚନା ମିଳିଛି । ତେବେ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବା ପରେ ଏନେଇ ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିବ ବୋଲି ଜଣାପଡିଛି ।

from Kanak News
via <a href="https://ifttt.com/?

ହାତ ଯୋଡ଼ି ଚାଷୀଙ୍କୁ ମନାଇବା ପାଇଁ ଉଦ୍ୟମ କଲେ ମୋଦୀ । କହିଲେ, ଆଲୋଚନା ପାଇଁ ୨୪ ଘଣ୍ଟା ପ୍ରସ୍ତୁତ ଅଛନ୍ତି ସରକାର

କନକ ବ୍ୟୁରୋ : ଅବସର ଥିଲା ଭିଡିଓ କନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶର ଚାଷୀଙ୍କୁ ସମ୍ବୋଧନ । ଆଉ ଏହି ଅବସରକୁ ହାତ ଛଡ଼ା କରିନଥିଲେ ପ୍ରଧାନମନ୍ତ୍ରୀ । ୩ ସପ୍ତାହ ଧରି ଚାଲିଥିବା ଚାଷୀ ଆନ୍ଦୋଳନ, ଦିନକୁ ଦିନ ଅଧିକ ଉଗ୍ର ରୂପ ନେଉଥିବାରୁ ଚାଷୀଙ୍କୁ ଆଲୋଚନା କରିବା ପାଇଁ ଅପିଲ କରିଛନ୍ତି ମୋଦୀ । ସେ କହିଛନ୍ତି, ଯଦି ନୂଆ କୃଷି ଆଇନରେ କାହାର ସଂଶୟ ରହିଛି, ମୁଣ୍ଡ ନୁଆଁଇ ଅତି ବିନମ୍ରତାର ସହ ଆଶଙ୍କା ଦୂର କରିବା ପାଇଁ ପ୍ରସ୍ତୁତ ଅଛନ୍ତି । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକ ସଂଗଠନକୁ ଦେଇଥିବା ୮ ପୃଷ୍ଠାର ପ୍ରସ୍ତାବ ଭଲ ଭାବେ ପଢ଼ିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୩ ସପ୍ତାହ ହୋଇଗଲାଣି । ଦେଶର ବିଭିନ୍ନ ଭାଗରେ ମଧ୍ୟ ପ୍ରତିବାଦ, ବିକ୍ଷୋଭ ଦେଖିବାକୁ ମିଳୁଛି । ଯାହା ମୋଦୀ ସରକାରଙ୍କୁ ବିବ୍ରତ କରିବାରେ ଲାଗିଛି ।

ପ୍ରଥମ ଥର ପାଇଁ ଚାଷୀଙ୍କୁ ଆଲୋଚନା ଜରିଆରେ ମନରେ ଥିବା ଆଶଙ୍କା ଦୂର କରିବାକୁ ଖୋଲା ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ହଟିଯିବ ବୋଲି ଯେଉଁ ଧାରଣା ସୃଷ୍ଟି କରାଯାଇଛି, ତାହା ସବୁଠୁ ବଡ଼ ମିଛ । ଏହି ଅବସରରେ ବିରୋଧୀ ଦଳକୁ ପରୋକ୍ଷ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, କୃଷି ସଂସ୍କାର ନେଇ ସବୁ ଶ୍ରେୟ ବିରୋଧୀ ଦଳ ନିଅନ୍ତୁ । କିନ୍ତୁ ଚାଷୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ । ଚାଷୀଙ୍କ ଉନ୍ନତି ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି କହିଛନ୍ତି ମୋଦୀ ।

ଚାଷୀ ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ଅମିତ ଶାହାଙ୍କ ସହ ମୋଦୀ ସରକାରଙ୍କ ପାୱାରଫୁଲ ମନ୍ତ୍ରୀ ଫେଲ ମାରିବା ପରେ ନିଜେ ପ୍ରଧାନମନ୍ତ୍ରୀ, ଚାଷୀଙ୍କୁ ଅପିଲ କରିଛନ୍ତି । ଏହା ସହ ନୂଆ କୃଷି ଆଇନ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ମୋଦୀ ।

ମୋଦୀ କହିଛନ୍ତି, କୃଷି ସଂସ୍କାର ଆଇନ ରାତାରାତି ଆସିନାହିଁ । ୨-୩ ଦଶନ୍ଧୀ ଧରି ଏ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା । ୬ ମାସ ତଳୁ ଆଇନ ଆସିଲାଣି, ହେଲେ ଏବେ ଏହି ପ୍ରସଙ୍ଗରେ ବିରୋଧୀ ଦଳ, ଭୋଟ ରାଜନୀତି କରୁଛନ୍ତି ବୋଲି ଆକ୍ଷେପ କରିଛନ୍ତି ପ୍ରଧାନମନ୍ତ୍ରୀ । ସଂସ୍କାର ଉପରେ ସେ ଜୋର ଦେଇଛନ୍ତି । କହିଛନ୍ତି, ଭାରତର ଚାଷୀ ଆଉ ପଛୁଆ ରହିବେ ନାହିଁ । ସେମାନଙ୍କ ଜୀବନଧାରଣ ମାନ ବୃଦ୍ଧିପାଇବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started