ଆଡିଲେଡରେ ଚମକିଲା ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଘାତକ ବୋଲିଂରେ ଧରାଶାୟୀ ହେଲା କଙ୍ଗାରୁ ଦଳ । ୧୯୧ରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ ।

କନକ ବ୍ୟୁରୋ : ଆଡିଲେଡ ଡେ ନାଇଟ ଟେଷ୍ଟରେ ଚମକିଲା ଟିମ ଇଣ୍ଡିଆ । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହେଲା କଙ୍ଗାରୁ ଦଳ । ଫଳରେ ଅଷ୍ଟ୍ରେଲିଆ ୭୨ ଓଭର ଖେଳି ୧୯୧ରନରେ ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ଅଶ୍ୱିନୀ ସର୍ବାଧିକ ୪ଟି ୱିକେଟ ହାସଲ କରିଛନ୍ତି ।

ଏହି ଡେ ନାଇଟ ଟେଷ୍ଟରେ ଭାରତ ପ୍ରଥମ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲେ ଟିମ ଇଣ୍ଡିଆର ଦୁଇ ଓପନର । ଦଳ ପକ୍ଷରୁ କୋହଲି ୭୪, ଚେତେଶ୍ୱର ପୂଜାରା ୪୩, ରାହାଣେ ୪୨ ରନ କରିଛନ୍ତି । ହେଲେ ଆଉ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ । ଫଳରେ ଭାରତ ଦ୍ୱିତୀୟ ଦିନ ସୁଦ୍ଧା ଖେଳି ୯୩ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଯାଇଥିଲା ।

ପରେ ଅଷ୍ଟ୍ରେଲିଆ ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା । ହେଲେ ଘରୋଇ ମାଟିରେ ବିଫଳ ହୋଇଥିଲା କଙ୍ଗାରୁ ଦଳ । ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲା ଅଷ୍ଟ୍ରେଲିଆ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ ଟିମ ପାଇନ୍୍ ୭୩ ଓ ଲାବ୍ରୁସଚେଞ୍ଚ ୪୭ ରନ କରିଥିଲେ । ହେଲେ ଆଉ କେହି ସଫଳ ହୋଇପାରିନଥିଲେ । ଭାରତ ପକ୍ଷରୁ ଅଶ୍ୱିନୀ ୪, ଉମେଶ ଯାଦବ ୩ ଓ ବୁମରା ୨ଟି ୱିକେଟ ହାସଲ କରିଛନ୍ତି ।

from Kanak News
via <a href="https://ifttt.com/?

ଲୁହାପଥର ଯୋଗାଣ ବଢ଼ିଲେ ଇସ୍ପାତ ଦାମ୍ କମିବ : ମନିଷ ଖରବନ୍ଦା

କନକ ବ୍ୟୁରୋ :  କରୋନା ମହାମାରୀ ସମଗ୍ର ଅର୍ଥନୀତିକୁ ପ୍ରଭାବିତ କରିଥିବା ବେଳେ ଇସ୍ପାତ ଶିଳ୍ପ ଏଥିରୁ ବାଦ୍ ପଡିନାହିଁ । ଦେଶରେ ଅର୍ଥନୀତି ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ଏହି କ୍ଷେତ୍ର, ଏହାର ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ)ର ଉପଦେଷ୍ଟା (ଲିଗାଲ, କର୍ପୋରେଟ ଆଫେୟାର୍ସ, ସିଏସଆର ଆଣ୍ଡ ସଷ୍ଟେନେବିଲିଟି) ମନିଷ ଖରବନ୍ଦା ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି ।
ସାକ୍ଷାତକାର : ପ୍ରଭାତ ପଟ୍ଟନାୟକ

କୋଭିଡ୍-୧୯ ପାଇଁ ଇସ୍ପାତ ଶିଳ୍ପ ସଙ୍କଟ ସମୟ ଦେଇ ଗତି କରୁଛି। ଜେଏସପିଏଲ୍‌ କିଭଳି ଏହାର ମୁକାବିଲା କରିଛି?
କୋଭିଡ୍‌-୧୯ ହେଉଛି ଏକ ବିଶ୍ୱ ମହାମାରୀ ଏବଂ ଅର୍ଥନୀତିର ସମସ୍ତ କ୍ଷେତ୍ର ଏହା ଦ୍ୱାରା ପ୍ରଭାବିତ ହୋଇଛି। କରୋନା ମୁକାବିଲା ଲାଗି ସରକାର ଗ୍ରହଣ କରିଥିବା ଲକଡାଉନ୍‌, ଗମନାଗମନ ଏବଂ ଚଳପ୍ରଚଳରେ କଟକଣା ଏବଂ ଅନ୍ୟାନ୍ୟ ପଦକ୍ଷେପ ଯୋଗୁଁ ଇସ୍ପାତ ଚାହିଦା ହ୍ରାସ ପାଇଛି। ମହାମାରୀ ସମୟରେ ଅର୍ଥନୀତିକୁ ସୁଦୃଢ଼ ରଖିବା ଲାଗି ଜେଏସପିଏଲ୍‌ ଚତୁରତାର ସହ କିଛି ଉତ୍ପାଦର ମିଶ୍ରଣ ପ୍ରସ୍ତୁତ କରିଛି ଏବଂ ଦେଶ ଭିତେୁର ବିକ୍ରି ସହ ରପ୍ତାନିକୁ ମଧ୍ୟ ଯୋଡ଼ିଛି। ଇସ୍ପାତକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ମାନ୍ୟତା ଦିଆଯାଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଉଛି।

୨୦୩୦ ସୁଦ୍ଧା ଦେଶରେ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ରହିଛି। ସେଥିରୁ ଓଡ଼ିଶା ୧୦୦ ନିୟୁତ ଟନ୍ ଉତ୍ପାଦନ କରିବ। ଏହି ଲକ୍ଷ୍ୟ ହାସଲ କରିବା ସ୍ଥିତିରେ ଓଡ଼ିଶା ଅଛି କି?
ଯଦିଓ ପ୍ରାରମ୍ଭିକ ସମୟରେ ୩୦୦ ନିୟୁତ ଟନ୍‌ ଉତ୍ପାଦନ ଲକ୍ଷ୍ୟ କଷ୍ଟକର ମନେ ହେଉଥିଲା, ମାତ୍ର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ତାହା ହାସଲ ହୋଇପାରିବ ବୋଲି ମନେ ହେଉଛି। ଏଥିପାଇଁ ଇସ୍ପାତ ଶିଳ୍ପ ସରକାରଙ୍କ ସହଯୋଗ ଦରକାର କରୁଛି। ନୀତି କ୍ଷେତ୍ରରେ ସଂସ୍କାର ଆଣିବା, ରେଳପଥ, ରାଜପଥ, ପୋଲ, ସ୍ମାର୍ଟସିଟି ପ୍ରକଳ୍ପ ଏବଂ ପ୍ରତିରକ୍ଷା ଉପକରଣ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉପରେ ସରକାର ଜୋର ଦେଲେ ଏହି ଲକ୍ଷ୍ୟ ହାସଲ ହୋଇପାରିବ। ଯେହେତୁ ଓଡ଼ିଶାରେ ଏକ ତୃତୀୟାଂଶ ଲୁହାପଥର ରହିଛି, ତେଣୁ ଏହି ଲକ୍ଷ୍ୟ ହାସଲରେ ଓଡ଼ିଶା ପ୍ରମୁଖ ଭୂମିକା ନିର୍ବାହ କରିପାରିବ। ଯଦି ଓଡ଼ିଶାରେ ଥିବା ଲୁହାପଥରର କିଛି ଅଂଶ ରାଜ୍ୟ ଭିତରେ ବ୍ୟବହାର ପାଇଁ ନୀତି ଅଣାଯାଇପାରିବ ତେବେ

ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆସିପାରିବ ଏବଂ ୨୦୩୦ ସୁଦ୍ଧା ଧାର୍ୟ୍ୟ କରାଯାଇଥିବା ଉତ୍ପାଦନ ଲକ୍ଷ୍ୟ ହାସଲ ହୋଇପାରିବ।
ଏବେ ଇସ୍ପାତ ଦର କାହିଁକି ବଢ଼ୁଛି?

ଦେଶର ଲୁହାପଥର ଆବଶ୍ୟକତାର ୫୮%ରୁ ଅଧିକ ଭାଗ ପୂରଣ କରୁଥିବା ଓଡ଼ିଶାର ୨୬ଟି କାର୍ୟ୍ୟକ୍ଷମ ଖଣିର ଲିଜ୍‌ ଅବଧି ଚଳିତ ବର୍ଷ ମାର୍ଚ୍ଚରେ ଶେଷ ହୋଇଥିଲା। ସେଥି ମଧ୍ୟରୁ ୨୧ଟି ଖଣିକୁ ନିଲାମ କରାଯାଇଥିବା ବେଳେ ମାତ୍ର ୭ଟି ଖଣିରୁ ଡେସପାଚ୍‌ ଆରମ୍ଭ ହୋଇଛି। ସର୍ବଭାରତୀୟ ସ୍ତରରେ ୨୦୨୦ ଏପ୍ରିଲ୍-ସେପ୍ଟେମ୍ବର ଭିତରେ ଲୁହାପଥର ଉତ୍ପାଦନ ୧୧୦ ନିୟୁତ ଟନ୍‌ରୁ ୩୨% ହ୍ରାସ ପାଇ ୭୫ ନିୟୁତ ଟନରେ ପହଞ୍ଚିଛି। ସେହି ସମୟରେ ଓଡ଼ିଶାରେ ଲୁହାପଥର ଉତ୍ପାଦନ ୬୪ ନିୟୁତ ଟନ୍‌ରୁ ୪୩ ପ୍ରତିଶତ ହ୍ରାସ ପାଇ ୩୬ ନିୟୁତ ଟନରେ ପହଞ୍ଚିଛି। ୬୩% ଏଫଇ ମାନର ଲୁହାପଥର ଲମ୍ପସର ଦାମ୍‌ ମାର୍ଚରୁ ନଭେମ୍ବର ଭିତରେ ଟନ୍‌ ପିଛା ୩୫୫୩ ଟଙ୍କାରୁ ବୃଦ୍ଧି ପାଇ ୮୪୦୦ ଟଙ୍କା ହୋଇଛି। ଅର୍ଥାତ ଦାମରେ ୧୭୮% ବୃଦ୍ଧି ଘଟିଛି। ସେହିପରି ୬୩% ଏଫଇ ମାନର ଲୁହାପଥର ଫାଇନ୍ସର ଟନ୍ ପିଛା ଦାମ୍ ୨୧୧୧ ଟଙ୍କାରୁ ବୃଦ୍ଧି ପାଇ ୬୨୫୦ ଟଙ୍କା ହୋଇଛି। ଫାଇନ୍ସ ଦାମରେ ୨୦୮ ପ୍ରତିଶତ ବୃଦ୍ଧି ଘଟିଛି। ତେଣୁ ଉତ୍ପାଦନ ଖର୍ଚ ବଢ଼ିଛି। ଇସ୍ପାତ ଦାମ୍ କମ୍‌ ସ୍ତରରେ ରଖିବା ଲାଗି ଲୁହାପଥର ‌ଯୋଗାଣ ଓ ଚାହିଦାରେ ଥିବା ଅନ୍ତର ଦୂର କରିବାକୁ ହେବ।

ଭାରତୀୟ ଇସ୍ପାତ ଶିଳ୍ପର ଭବିଷ୍ୟତକୁ କିପରି ଦେଖୁଛନ୍ତି?
ଭାରତରେ ଭିତ୍ତିଭୂମି ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉଥିବାରୁ ଇସ୍ପାତର ଚାହିଦା ଜାରି ରହିବ। ସରକାରୀ ପ୍ରକଳ୍ପରେ ଦେଶ ଭିତରେ ଉତ୍ପାଦନ ହେଉଥିବା ଇସ୍ପାତ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଦେଶର ଜିଡିପି ଓ ନିଯୁକ୍ତି ପ୍ରତି ଇସ୍ପାତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ମାତ୍ର ମୁଣ୍ଡପିଛା ବ୍ୟବହାର ଦୃଷ୍ଟିରୁ ଆମେ ଏବେବି ବିଶ୍ୱସ୍ତରଠାରୁ ତଳେ ରହିଛୁ। ଭିତ୍ତିଭୂମି ପ୍ରକଳ୍ପ, ସମସ୍ତଙ୍କ ପାଇଁ ଘର, ରେଳ ଏବଂ ମେଟ୍ରୋ ପ୍ରକଳ୍ପ ଉପରେ ଅଧିକ ଧ୍ୟାନ ‌ଦିଆଯାଉଥିବାରୁ ଇସ୍ପାତ ‌ଚାହିଦା ବଢ଼ିବ ବୋଲି ଆଶା କରାଯାଉଛି।

ସମ୍ବାଦର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ବିଷୟରେ ଆପଣଙ୍କ ମତ କ’ଣ?
ଓଡ଼ିଶାରେ ଶିଳ୍ପ ଜଗତର ଅଗ୍ରଦୂତମାନଙ୍କୁ ମାନ୍ୟତା ଏବଂ ସମ୍ମାନ ପ୍ରଦାନ କରିବା ଲାଗି ଏହା ହେଉଛି ସମ୍ବାଦ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ। ଏହା କେବଳ ରାଜ୍ୟର ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ଉତ୍ସାହିତ କରିବ ନାହିଁ ବରଂ ଏକ ବ୍ରାଣ୍ଡ୍‌ ଭାବେ ଓଡ଼ିଶାକୁ ଆହୁରି ଦୃଢ଼ କରିବ। ଏହି ଅଭିଯାନ ଜରିଆରେ ଓଡ଼ିଶାାର ବ୍ରାଣ୍ଡ୍‌ଗୁଡ଼ିକୁ ନୂତନ ଶୀର୍ଷ ସ୍ଥାନ ଦଖଲ କରିବା ଲାଗି ଉତ୍ସାହିତ କରି ରାଜ୍ୟର ବିକାଶ ପ୍ରତି ସମ୍ବାଦ ନିଜର ଯୋଗଦାନ ପ୍ରଦାନ କରୁଛି।

from Kanak News
via <a href="https://ifttt.com/?

ଓଡିଶା ଫେରିବାକୁ ଆକୁଳ ନିବେଦନ । ଆନ୍ଧ୍ରପ୍ରଦେଶରେ ବନ୍ଧାପଡିଛନ୍ତି ୭ରୁ ଅଧିକ ଓଡିଆ ଯୁବତୀ

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶରେ ଫସିରହିଛନ୍ତି ଓଡିଶାରର ୭ରୁ ଅଧିକ ଯୁବତୀ । କରୋନା କଟକଣା କୋହାଳ ହେବା ପରେ ଏମାନେ ଆନ୍ଧ୍ରପ୍ରଦେଶ ର କଡପା ଜିଲ୍ଲାରେ ଥିବା ସୂତାକଳ କମ୍ପାନୀରେ କାମ କରିବାକୁ ଯାଇଥିଲେ । ହେଲେ ସେଠାରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ।

ଓଡିଶା ଫେରାଇ ଆଣିବାକୁ ଭିଡିଓ କରି ସେ ରାଜ୍ୟସରକାରଙ୍କୁ ନିବେଦନ କରିଛନ୍ତି । ତାଙ୍କୁ ଦରମା ଦିଆଯାଉନଥିବା ବେଳେ ନିଜ ଘରକୁ ବି ସେମାନଙ୍କୁ ଛଡାଯାଉନି । ତାଙ୍କର ମୋବାଇଲ ମଧ୍ୟ ଛଡାଇନିଆଯାଇଥିବା ସେ କହିଛନ୍ତି । ତେଣୁ ଖୁବ ଶୀଘ୍ର ସେମାନଙ୍କୁ ଉଦ୍ଧାର କରିବାକୁ ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି ।

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶ ଚାଷୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ: କହିଲେ, ୨୫ ବର୍ଷର କାମକୁ ପୁରା କରୁଛନ୍ତି ସରକାର; ରାଜନୀତି ପାଇଁ କୃଷକଙ୍କୁ କରାଯାଉଛି ବ୍ୟବହାର

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ଭିତରେ ମଧ୍ୟପ୍ରଦେଶ ଚାଷୀଙ୍କୁ ସମ୍ବୋଧନ କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜନୀତି ପାଇଁ ଚାଷୀଙ୍କୁ ମୋହରା ବନାଯାଉଥିବା କହିଛନ୍ତି ମୋଦୀ । ତେବେ ନୂଆ କୃଷି ଆଇନକୁ ନେଇ ମତ ରଖି କହିଛନ୍ତି ଯେ, କୃଷି ଆଇନ ହଠାତ ଆସିନାହିଁ, ୨୫ ବର୍ଷର କାମକୁ ପୁରା କରୁଛନ୍ତି ସରକାର । ଏବଂ ବର୍ଷ ବର୍ଷ ଧରି ଥିବା ଚାଷୀଙ୍କ ଦାବିକୁ ମଧ୍ୟ ପୁରା କରିଦିଆଯାଇଛି । ଏବଂ ରାତାରାତି ନୂଆ କୃଷି ଆଇନ ଆସିଥିବା ଏଥିପାଇଁ ବର୍ଷ ବର୍ଷ ଧରି ରାଜ୍ୟ ଓ କେନ୍ଦ୍ର ସରକାର ମନ୍ଥନ କରି ନୂଆ କୃଷି ଆଇନ ଲାଗୁ କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

https://platform.twitter.com/widgets.js

from Kanak News
via <a href="https://ifttt.com/?

ଏସଡିଜିଏମ୍ କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଅଭିଯୋଗ ଉପରେ ରଖିଲେ ଉତ୍ତର । ଓକିଲଙ୍କ ମାଧ୍ୟମରେ ସତ୍ୟପାଠ ଦାଖଲ

କନକ ବ୍ୟୁରୋ : ଦିନକୁ ଦିନ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ଅଡୁଆ ବଢିବାରେ ଲାଗିଛି । ଏହି କ୍ରମରେ ବର୍ଷା କରିଥିବା ଏକ ମାମଲାରେ ଅନୁଭବ କଟକ ଏସଡିଜିଏମ୍ କୋର୍ଟରେ ହାଜର ହୋଇଛନ୍ତି । ସେଠାରେ ସେ ବର୍ଷା ପ୍ରିୟଦର୍ଶନୀ କରିଥିବା ମାମଲା ଉପରେ ଉତ୍ତର ରଖିଛନ୍ତି । ଏହା ସହ ଓକିଲଙ୍କ ଜରିଆରେ ଅନୁଭବ କୋର୍ଟରେ ସତ୍ୟପାଠ ବି ଦାଖଲ କରିଛନ୍ତି । କୋର୍ଟ ପକ୍ଷରୁ ହାଜର ହେବା ପାଇଁ ଅନୁଭବଙ୍କୁ ନୋଟିସ୍ କରାଯାଇଥିଲା ।

ସୂଚନା ଥାଉକି କିଛିଦିନ ହେବ ଚଳଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ତାଙ୍କ ସ୍ୱାମୀ ତଥା ଅଭିନେତା ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏନେଇ ମାମଲା ଛାଡପତ୍ର ପର୍ଯ୍ୟନ୍ତ ଯାଇଛି । ଏହା ସହ ଏମାନଙ୍କ ସଂପର୍କ ମଧ୍ୟରେ ଦିଲ୍ଲୀର ଜଣେ ସାମ୍ବାଦିକାଙ୍କ ସହ ଅନୁଭବଙ୍କର ସଂପର୍କ ଥିବା ବି ଚର୍ଚ୍ଚା ହୋଇଛି ।

from Kanak News
via <a href="https://ifttt.com/?

ମାଆ ହେବେ ନେହା କକ୍କର ? ସ୍ୱାମୀ ରୋହନପ୍ରୀତ ସିଂଙ୍କ ସେୟାର କଲେ ବେବିବମ୍ପ ଫଟୋ

କନକ ବ୍ୟୁରୋ : ମାଆ ହେବେ ନେହା କକ୍କର । ନିକଟରେ ନେହା ନିଜ ପ୍ରସଂଶକମାନଙ୍କୁ ଖୁସି ଖବର ଦେଇଛନ୍ତି । ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ନେହା ସ୍ୱାମୀ ରୋହନପ୍ରୀତ ସିଂଙ୍କ ସହ ଇନଷ୍ଟାଗାମ ନେହା ଏକ ବେବିବମ୍ପ ଫଟୋ ଶେୟାର କରିଛନ୍ତି । ଫଟୋକୁ ଶେୟାର କରିବା ସହ ଖୟାଲ ରଖା କରୋ, କ୍ୟାପସନ ଲେଖିଥିବା ବେଳେ ରୋହନ ଏଥିରେ କମେଂଟ ଦେଇ ଏଣିକି ଅଧିକ ଯତ୍ନ ନେବାକୁ ପଡିବ ବୋଲି ପୋଷ୍ଟ କରିଛନ୍ତି ।

ତେବେ ଏହି ଘଟଣା ଜଣାପଡିବା ପରେ ପ୍ରଶଂସକମାନେ ମଂଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ବିବାହର ଏତେ କମ ଦିନ ମଧ୍ୟରେ ଏମିତି ଖୁସି ଖବର ନେହା ଦେବେ ବୋଲି କେହି ବିଶ୍ୱାସ କରିନଥିଲେ । ସୂଚନାନୁସାରେ ୩୨ ବର୍ଷୀୟା ନେହା ୨୪ ଅକ୍ଟୋବର ୨୦୨୦ରେ ହିଁ ଗାୟକ ରୋହନପ୍ରୀତଙ୍କ ସହ ବିବାହ କରିଥିଲେ । ବିବାହ ପରେ ହନିମୁନ୍ ପାଇଁ ଦୁବାଇ ଯାଇଥିଲେ ନବବଧୂ ।

ବିବାହର ପରେ ସେ ଏବେ ରିୟଲିଟି ସୋ ଇଣ୍ଡିଆନ ଆଇଡର ୧୨ର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି । ଇଣ୍ଡିଆନ ଆଇଡଲରେ ନେହା ପ୍ରତିଯୋଗୀ ଥିଲେ । ଯାହାକୁ ଏବେ ସେ ମୁଖ୍ୟ ଜଜ୍ ହୋଇ ପ୍ରତିଯୋଗୀଙ୍କୁ ଚୟନ କରୁଛନ୍ତି । କେବଳ ସେତିକି ନୁହେଁ ନେହା ଏସିଆର ୧୦୦ଜଣ ପ୍ରତିଭାଶାଳୀ ଡିଜିଟାଲ ତାରକାଙ୍କ ମଧ୍ୟରେ ବି ସ୍ଥାନ ପାଇଛନ୍ତି । ବର୍ତ୍ତମାନ ସେ ଏବେ ଯୁବ ଗୀତିକାରଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

from Kanak News
via <a href="https://ifttt.com/?

ଗଜପତିରୁ ନିଖୋଜ ଶିଶୁପୁତ୍ର ଉଦ୍ଧାର: ଏକ ନିର୍ମାଣଧୀନ ଘରର ଷ୍ଟୋରରୁ ଶିଶୁ ପୁତ୍ରକୁ କରାଗଲା ଉଦ୍ଧାର

କନକ ବ୍ୟୁରୋ: ଗଜପତି ଜିଲ୍ଲା କାଶୀନଗର ବ୍ଲକର ନିଖୋଜ ୭ ବର୍ଷରୁ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ଘର ଠାରୁ ୩ କିଲୋମିଟର ଦୂର କଇଥପଦରରୁ ଉଦ୍ଧାର କରାଯାଇଛି । ଏକ ନିର୍ମାଣଧୀନ ଘରର ଷ୍ଟୋରରୁ ଶିଶୁ ପୁତ୍ରକୁ ସଂପର୍କୀୟ ଉଦ୍ଧାର କରିଥିବା ଜଣାପଡିଛି । ସଂପର୍କୀୟ ମାନେ ଖୋଜାଖୋଜି କରୁଥିବା ବେଳେ ସନ୍ଧାନ ପାଇଥିଲେ । ଉଦ୍ଧାର ପରେ ଶିଶୁପୁତ୍ରକୁ ନେଇ ଅଧିକ ଖୋଳତାଡ କରୁଛି ପୁଲିସ । ଗତ ୧୬ ତାରିଖରେ ଶିଶୁପୁତ୍ରଟି ଖେଳୁଥିବା ବେଳେ ଦୁଇ ଜଣ ଦୁର୍ବୃତ ବାଇକ୍ରେ ଆସି ପିଲାଟିକୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ନିଜ ଘର ଠାରୁ ୫୦ ମିଟର ଦୂର ଏକ ବ୍ୟାକେରି ଦୋକାନ ନିକଟରେ ଖେଳୁଥିବା ବେଳେ ଶିଶୁପୁତ୍ର ନିଖୋଜ ହୋଇଯାଇଥିଲା ।

ସେପଟେ ଢେଙ୍କାନାଳରେ କୂଅ ଭିତରୁ ଶିଶୁର ମୃତଦେହ ଉଦ୍ଧାର ଘଟଣାରେ ପଡୋଶୀ ମହିଳାଙ୍କୁ ଗିରଫ କରିଛି ପୁଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କରିିଥିବା ମହିଳା ଜଣକ ସ୍ୱୀକାର କରିଛନ୍ତି । ଶିଶୁଟିକୁ ଶ୍ୱାସରୁଦ୍ଧ ପରେ କୂଅରେ ଫିଙ୍ଗିଦେଇଥିବା ଜଣାପଡିଛି । ପୁଲିସ ଗତକାଲି ଉଭୟ ସନ୍ଦିଗ୍ଧ ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଆଜି ଗିରଫ କରାଯାଇଛି । କିଛି ସମୟ ପରେ ତାଙ୍କୁ କୋର୍ଟ ଫରୱାର୍ଡ କରାଯିବ । ୨ ଦିନ ତଳେ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁର ଜୟନ୍ତ ସାହୁଙ୍କ ୩ ବର୍ଷର ନିଖୋଜ ପୁଅ ଆୟୁଷ ନିଖୋଜ ହୋଇଥିଲା । ଏହା ପରେ କୁଅ ଭିତରୁ ମୃତଦେହ ଉଦ୍ଧାର ହୋଇଥିଲା ।

from Kanak News
via <a href="https://ifttt.com/?

ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଓଡିଆ କାର୍ଡ ଖେଳିଲେ ନବୀନ: କେନ୍ଦ୍ର ବିରୋଧରେ କଡ଼ା ଆଭିମୁଖ୍ୟ; କହିଲେ, ଜାତୀୟ ଦଳଗୁଡିକର ମୁଖ୍ୟ ଫୋକସ ହେଲା ହିନ୍ଦୀ

କନକ ବ୍ୟୁରୋ: ନବୀନ ଖେଳିଲେ ଓଡିଆ କାର୍ଡ । ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଜାତୀୟ ଦଳଗୁଡିକ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି, ଜାତୀୟ ଦଳଗୁଡିକର ମୁଖ୍ୟ ଫୋକସ ହେଉଛି ହିନ୍ଦୀ । ଏକ ଆଂଚଳିକ ଦଳ ହିସାବରେ  ବିଜେଡି ହିଁ  ରାଜ୍ୟବାସୀଙ୍କ ସ୍ୱାର୍ଥ ପୂରଣ କରିପାରିବ ।

ବିଜେଡିର କେହି ବସ ନାହାନ୍ତି । ଓଡିଶାବାସୀ ହିଁ ହେଉଛନ୍ତି ଆମ ବସ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।  ଆଂଚଳିକ ଦଳ ହିଁ ଆପଣଙ୍କ ଆଶା ଓ ଆକାଂକ୍ଷା ପୂରଣ କରିାପାରିବ । ବୈଠକରେ ବିଜେପି ଓ କଂଗ୍ରେସ ନେତାଙ୍କ ବି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି,  ସେମାନେ କେବଳ ଉଚ୍ଚପଦବୀ ଓ ମନ୍ତ୍ରୀ ଆଶାେ ରହିଛନ୍ତି । ଓଡିଶା କଥା ଚିନ୍ତା କରୁନାହାନ୍ତି ।

from Kanak News
via <a href="https://ifttt.com/?

ଓଏଲଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରିର ବିଜ୍ଞାପନ । ଦାମ ରହିଛି ସାଢେ ସାତ କୋଟି । ଜାଣନ୍ତୁ କ’ଣ ରହିଛି ମାମଲା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ନିର୍ମାଣ ହୋଇଥିବା ସଂସଦୀୟ କାର୍ଯ୍ୟାଳୟକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ବାରଣାସୀର ଗୁରୁଧାମ କଲୋନୀରେ ଥିବା ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରି ପାଇଁ ଅନଲାଇନ କ୍ରୟ- ବିକ୍ରୟ ସାଇଟ୍ ରେ ବିଜ୍ଞାପନ ଦିଆଯାଇଛି । ଓଏଲଏକ୍ସ ସାଇଟରେ ଲୋକମାନେ ବିଜ୍ଞାପନ ଦେଖିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି କି କାହିଁକି ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରି କରାଯାଉଛି । ତାହା ପୁଣି ଓଏଲଏକ୍ସ ସାଇଟରେ ବିଜ୍ଞାପନ ଦେଇ । ଏହି ବିଜ୍ଞାପନରେ କାର୍ଯ୍ୟାଳୟର ମୂଲ୍ୟ ପୁଣି ସାଢେ ସାତକୋଟି ଟଙ୍କା ରଖା ଯାଇଛି ।
ସୂଚନା ମୁତାବକ ବ୍ୟବସାୟୀକ ସାଇଟ ଓଏଲଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରିର ବିଜ୍ଞାପନ ଲକ୍ଷ୍ମୀକାନ୍ତ ଓଝା ନାମକ ଜଣେ ୟୁଜର୍ସ ଆଇଡିରେ ସେୟାର କରାଯାଇଛି । ଏହାକୁ ନେଇ ଏବେ ଯାଂଚ ଆରମ୍ଭ ହୋଇଛି । ବାରଣାସୀ ଏସଏସପି ଅମିତ କୁମାର ପାଠକ କହିଛନ୍ତି କି ଏଭଳି ସୂଚନା ମିଳିବା ପରେ ତୁରନ୍ତ ଓଏଲଏକ୍ସ ସାଇଟରୁ ଏହି ବିଜ୍ଞାପନ ହଟାଇ ଦିଆଯାଇଛି ଓ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ଓଏଲଏକ୍ସ ରେ ଦିଆଯାଇଥିବା ଏହି ବିଜ୍ଞାପନ ସଂଖ୍ୟା ଆଇଡି : ୧୬୧୨୩୪୬୪୯୨ ସେ ସୂଚନା ଦିଆଯାଇଥିଲା । ଯେଉଁଥିରେ କି ଘରର ପ୍ରକାର । ଘର ଭିତରେ ଥିବା କୋଠରୀ ବାବଦରେ ସମ୍ପୁର୍ଣ୍ଣ ସୂଚନା ଦିଆଯାଇଥିଲା । ଯେଉଁଥିରେ ୪ ଟି ବେଡରୁମ୍ ସାଥିରେ ବାଥରୁମ୍, ସମ୍ପୁର୍ଣ୍ଣ ପ୍ରସ୍ତୁତି ସରିଥିବା ୨ ଟି ବାରଣ୍ଡା, ସହ ମୋଟ ୬୫୦୦ ବର୍ଗଫୁଟ ଅଞ୍ଚଳ , ଦୋମହଲା କୋଠାରେ ୨ ଟି କାର ପାର୍କିଂ ସ୍ଥଳ, । ଏହା ସହ ଏହି ପ୍ରୋଜେକ୍ଟର ନାମ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବାରଣାସୀ ବୋଲି ଉଲ୍ଲେଖ ରହିଥିଲା । ଏହି ମାମଲା ସମ୍ନାକୁ ଆସିବା ପରେ ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା । ତୃତୀୟ ବିଧାୟକ ଭାବେ ଇସ୍ତଫା ଦେଲେ ଶୀଲଭଦ୍ର ଦତ୍ତ

କନକ ବ୍ୟୁରୋ : ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଆଜି ତୃଣମୂଳ କଂଗ୍ରେସ ବିଧାୟକ ଶୀଲଭଦ୍ର ଦତ୍ତ ବିଧାୟକ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ଥଫା ଦେଇଛନ୍ତି । ଶ୍ରୀ ଦତ୍ତ ପୂର୍ବ ଦୁଇଦିନରୁ ଇସ୍ତଫା ଦେଉଥିବା ବିଧାୟକ ମାନଙ୍କ ମଧ୍ୟରେ ତୃତୀୟ । ଏହା ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଓ ଜିତେନ୍ଦ୍ର ତିୱାରୀ ବିଧାୟକ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଏନେଇ ଅନୁମାନ କରାଯାଉଛି କି ଏମାନେ କୌଣସି ସମୟରେ ବିଜେପିରେ ଯୋଗ ଦେଇ ପାରନ୍ତି ।

ତୃଣମୂଳ କଂଗ୍ରେସର ନେତାମାନେ ଏଭଳି ସମୟରେ ଦଳରୁ ଇସ୍ତଫା ଦେଉଛନ୍ତି ଯେଉଁ ସମୟରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ଆରମ୍ଭ ହେବାକୁ ଯାଉଛି । ଅନ୍ୟପଟେ ବିଜେପିରେ ସାମିଲ ହେବାକୁ ତୃଣମୂଳ କଂଗ୍ରେସ ନେତା ମାନଙ୍କର ଲମ୍ବା ଲାଇନ ଲାଗୁଛି । ଅନୁମାନ କରାଯାଉଛି କି ଟିଏମସିରୁ ଇସ୍ତଫା ଦେଉଥିବା ନେତା ମାନେ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇ ପାରନ୍ତି ।

ଅନ୍ୟପଟେ ପ୍ରଥମେ ଇସ୍ତଫା ଦେଇଥିବା ଶୁଭେନ୍ଦୁ ଅଧିକାରୀ ବିଜେପି ପାଇଁ ବେସ୍ ଲାଭବାନ ହୋଇ ପାରନ୍ତି । କାରଣ ୨୦୧୬ ରେ ପଶ୍ଚିମବଙ୍ଗରେ ଟିଏମସି ସରକାରକୁ ଆସିବାରେ ତାଙ୍କର ବେସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଶୁଭେନ୍ଦୁ ରାଜ୍ୟର ପଶ୍ଚିମାଞ୍ଚଳରେ ଜଣେ ବେସ୍ ପ୍ରତିଭାଶାଳୀ ନେତା ଭାବେ ପରିଚିତ । ତାଙ୍କର ୫୦ ରୁ ଅଧିକ ବିଧାନସଭା କ୍ଷେତ୍ରରେ ଦବ୍ ଦବା ରହିଛି । ଶାହାଙ୍କ ଗସ୍ତବେଳେ ସେ ବିଜେପିରେ ସାମିଲ ହେବା ବିଜେପି ପାଇଁ ଆକର୍ଶଣର କେନ୍ଦ୍ର ବିନ୍ଦୁ ପାଲଟିବେ । କାରଣ ବିଜେପି ଆସନ୍ତା ନିର୍ବାଚନରେ ପଶ୍ଚିମବଙ୍ଗରେ ସରକାର ଗଠନ କରିବା ନେଇ ପୁରା ଦମ୍ ଲଗାଇ ଦେଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started