୨୩ ଦିନରେ ଚାଷୀ ଆନ୍ଦୋଳନ: ଆଇନ ପ୍ରତ୍ୟାହାର ଦାବିରେ କୃଷକ ଅଟଳ; ସରକାର ବି ଦାବି ମାନିବାକୁ ନାରାଜ

କନକ ବ୍ୟୁରୋ: କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ୨୩ତମ ଦିନରେ ପଂହଚିଛି । ନିଜ ନିଜ ଜିଦରେ ଚାଷ ୀ ଓ ସରକାର ଅଟଳ ରହିଥିବାକୁ ସମାଧାନର ସୁତ୍ର ବାହାରିପାରିନାହିଁ । ମାମଲାର ଶୁଣାଣି କରି ଚାଷୀ ଆନ୍ଦୋଳନ ମାମଲାରୁ ହାତ ଟେକି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି ବର୍ତମାନ ସ୍ଥିତିରେ ଚାଷୀଙ୍କ ଆନ୍ଦୋଳନରେ ହସ୍ତକ୍ଷେପ କରିବେ ନାହିଁ । ତେବେ ଶୁଣାଣି ବେଳେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଆନ୍ଦୋଳନ କରିବା ଚାଷୀଙ୍କ ଅଧିକାର । ଏହା କେହି ଛିନ୍ନ କରିପାରିବେ ନାହିଁ । ସୁପ୍ରିମକୋର୍ଟ ଶୁଣାଣିରେ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ଆଗକୁ ଚାଷୀ ଆନ୍ଦୋଳନ କେଉଁ ମୋଡ ନେବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ପ୍ରଥମେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ସହ ପ୍ରଶ୍ନ କରିଥିଲେ, ମାମଲାର ଶୁଣାଣି ନସରିବା ଯାଏଁ ସ୍ଥଗିତ ରହିପାରିବ କି, ନୂଆ କୃଷି ଆଇନ । କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ ସର୍ବୋଚ୍ଚ ଅଦାଲତଙ୍କ ଏହି ପରାମର୍ଶକୁ ଅଗ୍ରାହ୍ୟ କରି ଦେଇଥିଲେ । ଏହା ପରେ ମାମଲାର ବିଚାର କରି ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଆଜି ନୂଆ ଆଇନ ନେଇ ମଧ୍ୟପ୍ରଦେଶର ଚାଷୀଙ୍କ ସହ କଥାବାର୍ତା କରିବେ । ପୂର୍ବରୁ ସେ ଗୁଜରାଟ ଚାଷୀଙ୍କ ସହ କଥା ହୋଇଥିଲେ ।

ସେପଟେ ଚାଷୀ ଅନ୍ଦୋଳନ ଭିତରେ ଦିଲ୍ଲୀରେ ବସିଥିଲା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଏହି ଅଧିବେଶନରେ କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ସଂକଳ୍ପ ପାତ୍ର ପାରିତ ହୋଇଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଲାବନ୍ଦ ସମୟରେ କାହିଁକି ତରବରିଆ ଭାବେ କୃଷି ଆଇନକୁ ପାରିତ କରାଗଲା ବୋଲି ପ୍ରଶ୍ନ କରି , ଗୃହରେ ବିଲର ନକଲକୁ ଚିରି ଦେଇଛନ୍ତି କେଜ୍ରିୱାଲ । ଏହା ସହିତ କେନ୍ଦ୍ର ସରକାର ଚାଷୀଙ୍କ ଉପରେ ବ୍ରିଟିଶଙ୍କ ଠାରୁ ଅଧିକ ଜୁଲମ୍ ନକରନ୍ତୁ ବୋଲି କହିଛନ୍ତି ।

from Kanak News
via <a href="https://ifttt.com/?

ଧର୍ମଶାଳାରୁ ଅପହୃତ ଯୁବତୀଙ୍କ କଟକରୁ ମିଳିଲା ପତା : ଆଜି ହେବ ଡାକ୍ତରୀମାଇନା ଓ ବୟାନ ରେକର୍ଡ; ଥାନାରେ ଲଭ୍-ଜିହାଦର ଅଭିଯୋଗ ଆଣିଥିଲେ ପରିବାର ଲୋକ

କନକ ବ୍ୟୁରୋ : ଧର୍ମଶାଳାରୁ ଅପହୃତ ଯୁବତୀଙ୍କ ମିଳିଲା ପତା । ଅପହୃତା ଯୁବତୀଙ୍କୁ କଟକରୁ ଉଦ୍ଧାର କରାଯାଇ ଧର୍ମଶାଳା ନିଆଯାଇଛି । ସେହିପରି ମୁଖ୍ୟ ଅଭିଯୁକ୍ତ ସେକ୍ ଅବଦୁଲ ସେହମତ ଖାଁକୁ ପୋଲିସ ଗିରଫ କରିଛି । ଆଜି ପୋଲିସ ପକ୍ଷରୁ ଯୁବତୀଙ୍କ ବୟାନ ରେକର୍ଡ଼ ଏବଂ ଡ଼ାକ୍ତରୀ ମଇନା କରାଯିବ । ଜିଲ୍ଲା ପୋଲିସ ପକ୍ଷରୁ ଜଣେ ମହିଳା ପୋଲିସ ଇନସିପେକ୍ଟର ଏହି ମାମଲାର ତଦନ୍ତ କରିବେ । ଯୁବକ ଜଣଙ୍କ ଏବେ ପୋଲିସ ହେପାଜତରେ ଅଛନ୍ତି ।

ତେବେ ଯୁବତୀଙ୍କ ବୟାନ ରେକର୍ଡ଼ ପରେ ସ୍ପଷ୍ଟ ଘଟଣା ସାମ୍ନାକୁ ଆସିବ । ପ୍ରାୟ ୧୨ ଦିନ ହେଲା ଅପହରଣକାରୀଙ୍କ କବଜାରେ ଥିଲେ ଯୁବତୀ । ୨୧ ବର୍ଷୀୟ ଯୁବତୀଙ୍କୁ ଅପହରଣ କରିନେଇ ଧର୍ମ ପରିବର୍ତନ ଓ ବିବାହ କରିବା ଉଦ୍ୟମ ଭଳି, ସଂଘାତିକ ଅଭିଯୋଗ ହୋଇଥିଲା । ଏନେଇ ଧର୍ମଶାଳା ଥାନରେ ଅଭିଯୋଗ କରିବା ସହ ଭଲ ଜିହାଦ୍ ଭଳି ସଂଘାତିକ୍ ଅଭିଯୋଗ ଆଣିଥିଲେ ଅପହୃତ ଯୁବତୀଙ୍କ ପରିବାର ଲୋକ । କୌଶଳ କ୍ରମେ ଘର ଲୋକଙ୍କୁ ଫୋନ୍ କରି ଉଦ୍ଧାର କରିବାକୁ ନିବେଦନ କରିଥିଲେ ଅପହୃତ ଯୁବତୀ ।

ଗତ ୫ ତାରିଖରେ ମାଇଗ୍ରେସନ୍ ସାର୍ଟିଫିକେଟ୍ ଆବେଦନ ପାଇଁ ଯୁବତୀ ଜଣକ ୟୁଏନ୍ କଲେଜକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେଉଥିବା ଦେଖି ପରିବାର ଲୋକ ଫୋନ୍ କରିବାରୁ ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ସମ୍ପର୍କୀୟଙ୍କୁ ପଚରାଉଚୁରା କରିବା ପରେ ବି କିଛି ପତା ମିଳିନଥିଲା । ଶେଖ ଅବ୍ଦୁଲ ଖାନ୍ ନାମକ ଜଣେ ଯୁବକ ପୂର୍ବରୁ ଧର୍ମ ପରିବର୍ତନ କରି ବିବାହ କରିବାକୁ ପ୍ରଲୋଭନ ଦେଖାଇଥିବାରୁ ସନ୍ଦେହ ବଢ଼ିଥିଲା । ଅପରାଧିକ ଷଡଯନ୍ତ୍ର ଓ ଧମକ ଅଭିଯୋଗରେ ଅଭିଯୁକ୍ତ ଯୁବକ ଶେଖ୍ ଅବଦୁଲ୍ ଖାନଙ୍କୁ ବାପାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ । ଯାଜପୁର ପୋଲିସର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ।

from Kanak News
via <a href="https://ifttt.com/?

ବୁଲା ଭିକାରୀର ୫ବର୍ଷର ପୁଅକୁ ଅପହରଣ କରି ବିକ୍ରି ଅଭିଯୋଗ : ୧ଲକ୍ଷ ଟଙ୍କାରେ ପୁଅକୁ ବିକ୍ରି କରିଥିବା ଅଭିଯୋଗ; ୪ଜଣଙ୍କୁ ଗିରଫ କରି ପୋଲିସର ତଦନ୍ତ

କନକ ବ୍ୟୁରୋ : ଶିଶୁ ଚୋରୀ ନେଇ ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏଭଳି ଏକ ଘଟଣା ରାଉରକେଲାରେ ଘଟିଛି । ଜଣେ ବୁଲା ଭିକାରୀର ୫ ବର୍ଷର ପୁଅକୁ ଅପରହରଣ କରି ୧ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଆଧାରରେ ପୁଲିସ ୪ ଜଣଙ୍କୁ ଗିରଫ କରି ସାରିଛି ।

ଗତ ୪ ତାରିଖରେ ଅଭିଯୁକ୍ତମାନେ ଶିଶୁକୁ ଅପହରଣ କରିଥିଲେ । ଗତ ୧୨ ତାରିଖରେ ପ୍ଲାଂଟସାଇଟ୍ ଥାନାରେ ଅଭିଯୋଗ କରାଯାଇଥିଲା । ତଦନ୍ତ ଜାରି ରଖି ପୁଲିସ ପଶ୍ଚିମ ମେଦିନିପୁରରୁ ଅପହୃତ ନାବାଳକକୁ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

from Kanak News
via <a href="https://ifttt.com/?

ଆସନ୍ତା ୨ ବର୍ଷ ମଧ୍ୟରେ ହଟାଇ ଦିଆଯିବ ସମସ୍ତ ଟୋଲ ଗେଟ୍ । ସୂଚନା ଦେଲେ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ । ଜିପିଏସ୍ ଆଧାରିତ ବ୍ୟବସ୍ଥାକୁ ଅଗ୍ରାଧିକାର

କନକ ବ୍ୟୁରୋ : ଆସନ୍ତା ୨ ବର୍ଷ ମଧ୍ୟରେ ଦେଶରେ ଥିବା ସମସ୍ତ ଟୋଲ ଗେଟ୍ କୁ ଉଠାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତୀନ ଗଡକରୀ । ଯାନ ବାହନ ଗୁଡିକର ଚଳା ଚଳରେ ବାଧା ନ ପହଞ୍ଚାଇ ଟୋଲ ସଂଗ୍ରହ ନିମନ୍ତେ ଜିପିଏସ ଆଧାରିତ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବା ଉପରେ କାମ ଚାଲିଛି ବୋଲି ଶ୍ରୀ ଗଡକରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଭାରତର ସମସ୍ଥ ରାଜପଥକୁ ଟୋଲ ବୁଥ୍ ରୁ ମୁକ୍ତ କରାଯିବ । ଏହାସହ ଗାଡିର ଗତିବିଧି ଉପରେ ନଜର ରଖି ଗାଡି ମାଲିକଙ୍କ ଆକାଉଣ୍ଟରୁ କିଭଳି ସିଧା ସଳଖ ଟୋଲ ଦେୟ ଆଦାୟ କରାଯାଇପାରିବ ତାହା ଉପରେ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଗୁରୁବାର ଆସୋଚାମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହି ବାବଦରେ ବିଷଦ ଆଲୋଚନା କରିଛନ୍ତି । ସେ କହିଛନ୍ତି କି ସମସ୍ତ ବାଣିଜ୍ୟିକ ଯାନରେ ଏବେ ଟ୍ରକିଂ ସିଷ୍ଟମ ରହୁଛି । ତେଣୁ ଏହାର ଗତିବିଧି ଉପରେ ନଜର ରଖିବାରେ କିଛି ଅସୁବିଧା ନାହିଁ । ଅନ୍ୟପଟେ ପୁରୁଣା ଗାଡି ମାନଙ୍କରେ ଟ୍ରାକିଂ ସିଷ୍ଟମ ନଥିବାରୁ ସେଗୁଡିକରେ କିଭଳି ଜିପିଏସ୍ ଟେକ୍ନୋଲୋଜି ସ୍ଥାପନ କରାଯାଇ ପାରିବ ତାହା ଉପରେ ସରକାର ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଏହି କାର୍ଯ୍ୟକ୍ରରେ ଶ୍ରୀ ଗଡକରୀ ଆହୁରି କହିଛନ୍ତି କି ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ ଟୋଲ ସଂଗ୍ରହ ୩୪ ହଜାର କୋଟିରେ ପହଂଚିବ । ହେଲେ ଜିପିଏସ ସିଷ୍ଟମରେ ଟୋଲ ସଂଗ୍ରହ କରାଗଲେ ଏହି ପରିମାଣର ଯଥେଷ୍ଟ ବୃଦ୍ଧି ହେବ । ଆସନ୍ତା ୫ ବର୍ଷ ମଧ୍ୟରେ ଟୋଲ ସଂଗ୍ରହ ୧ ଲକ୍ଷ ୩୪ ହଜାର କୋଟିରେ ପହଂଚିବ ବୋଲି ସେ ଅନୁମାନ କରିଛନ୍ତି । କହିରଖୁ କି ଗଡକରୀ ଏହା ପୂର୍ବରୁ ସହଜ ଟୋଲ ଦେୟ ପାଇଁ ଫାଷ୍ଟାଗ ସିଷ୍ଟମ ଲାଗୁ କରିଥିଲେ । ଏହା ଦ୍ୱାରା ଗାଡି ଗୁଡିକ ଟୋଲ ଗେଟ୍ ରେ ନ ଅଟକି ବି ଟୋଲ ଦେଇ ପାରିବେ । ଅନ୍ୟପଟେ ଗଡକରୀ କହିଥିଲେ କି ବର୍ତ୍ତମାନ ସମୟରେ ଦେଶରେ ନିଯୁକ୍ତି ସୃଷ୍ଟି ଓ ଦାରିଦ୍ର ଦୂରିକରଣ ପାଇଁ ଶିଳ୍ପର ବିକାଶ ହେବା ନିହାତି ଦରକାର । ହେଲେ ବର୍ତ୍ତମାନ ସୁଦ୍ଧାର ଦେଶର ଶିଳ୍ପ ଗୁଡିକ କେତକ ସହରାଞ୍ଚଳରେ କେନ୍ଦ୍ରୀଭୁତ ହୋଇ ରହିଛି । ହେଲେ ଶିଳ୍ପର ବିକାଶ ପାଇଁ ଏଗୁଡିକୁ ବିକେନ୍ଦ୍ରୀକରଣ କରିବାର ଆବଶ୍ୟକ ରହିଛି ।

from Kanak News
via <a href="https://ifttt.com/?

ଘାଟିରେ ଯାତ୍ରୀବାହୀ ବସର ବ୍ରେକଫେଲ : କନ୍ଧମାଳରୁ ଭୁବନେଶ୍ୱର ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ; ୧୫ ଗୁରୁତର

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ । ଗୁରୁତର ଅବସ୍ଥାରେ ୧୫ଜଣ ଯାତ୍ରୀଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି । କନ୍ଧମାଳ ସଙ୍କରାଖୋଲ କଇଝର ଠାରୁ ଭୁବନେଶ୍ୱର ଯାଉଥିବା ଏକ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ଖଜୁରୀପଡ଼ା ଗାଡ଼ିଆପଡ଼ା ଘାଟିରେ ବ୍ରେକ୍ ଫେଲ ହୋଇ ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ପାଇ ଖଜୁରିପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ତେବେ ବସରେ ଥିବା ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲକୁ ନିଆଯାଇଛି ।

from Kanak News
via <a href="https://ifttt.com/?

ଦିଲ୍ଲୀ ଏନସିଆରରେ ଅଧରାତିରେ ମୃଦୁ ଭୂମିକମ୍ପ : ରିକ୍ଟର ସ୍କେଲରେ ତୀବ୍ରତା ୪.୨; ରାଜସ୍ଥାନର ଉଲବେର ଭୂମିକମ୍ପର କେନ୍ଦ୍ରସ୍ଥଳ

କନକ ବ୍ୟୁରୋ : ୨୩ ଦିନ ହେବ କୃଷକ ଆନ୍ଦୋଳନକୁ ନେଇ ଦିଲ୍ଲୀରେ କମ୍ପନ ଦେଖା ଦେଇଥିବା ବେଳେ ଗତକାଲି ଅଧରାତିରେ ଦିଲ୍ଲୀ ଏନସିଆର ଅଂଚଳରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୁମିକମ୍ପର ତିବ୍ରତା ୪ଦଶମିକ୨ ରହିଥିଲା । ଏହାର କେନ୍ଦ୍ରସ୍ଥଳ ଗୁରୁଗ୍ରାମ ଠାରୁ ୪୮କିଲୋମିଟର ଦୁର ଦକ୍ଷୀଣ ପଶ୍ଚିମରେ ଥିବା ଜଣାପଡ଼ିଛି । ଗୁରୁବାର ୧୧ଟା ୪୫ରେ ମୃଦୁ ଭୁମିକମ୍ପ ଅନୁଭୁତ ହୋଇଥିଲା। ତେବେ ଭୁମିକମ୍ପରେ କୌଣସି ଧନ ଜୀବନର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ଏହା ପୂର୍ବରୁ ମଧ୍ୟ ଡ଼ିସେମ୍ବର ୨ ତାରିଖରେ ଦିଲ୍ଲୀରେ ହାଲୁକା ଭୁମିକମ୍ପ ଅନୁଭୁତ ହୋଇଥିଲା ।

ଚଳିତ ବର୍ଷ ଦିଲ୍ଲୀ ଏନସିଆରରେ ଅନେକ ଥର ଭୁମିକମ୍ପ ଅନୁଭୁତ ହେଲାଣି । ଏପ୍ରିଲ ମାସ ପରେ ପ୍ରାୟ ୧୫ରୁ ଅଧିକା ଥର ଦିଲ୍ଲୀ ଏନସିଆର ଅଂଚଳରେ ଭୁମିକମ୍ପ ହୋଇଥିବା ସୂଚନା ରହିଛି । ଏହାକୁ ନେଇ ସ୍ଥାନୀୟ ଲୋକ ଅତଙ୍କିତ ଅବସ୍ଥାରେ ରହୁଛନ୍ତି । ତେବେ ଏଭଳି ଭୁମିକମ୍ପକୁ ନେଇ ଦିଲ୍ଲୀ ଏନସିଆର ଅଂଚଳରେ ଆଗକୁ ବଡ଼ ଭୁମିକମ୍ପ ଅନୁଭୁତ ହୋଇପାରେ ବୋଲି ଆଶଙ୍କା କରୁଛନ୍ତି ବୈଜ୍ଞାନିକ ମାନେ ।
ଜଳବାୟୁ ପରିବର୍ତ୍ତନ ଫଳରେ ବାରମ୍ବାର ଦେଶରେ ଭୂକମ୍ପ ଅନୁଭୂତ ହେଉଥିବା ନଜରକୁ ଆସିଛି । ଏହା ଦ୍ୱାରା ସାରା ଦେଶର ଲୋକେ ଏହାକୁ ନେଇ ଭୟଭୀତ ଅଛନ୍ତି ।

from Kanak News
via <a href="https://ifttt.com/?

ଜିଏସଟ ନାଁରେ କୋଟି କୋଟି ଟଙ୍କାର ଠକେଇ : ଠକଙ୍କୁ ଧରିବା ପାଇଁ ଡାଇରେକ୍ଟର ଜେନେରାଲ ଅଫ ଜିଏସଟି ଇଂଟେଲିଜେନ୍ସର ସ୍ୱତନ୍ତ୍ର ଅଭିଯାନ

କନକ ବ୍ୟୁରୋ : ରାଜ୍ୟରେ ଜିଏସଟି ନାଁରେ ହେଉଥିବା କୋଟି କୋଟି ଟଙ୍କାର ଠକେଇକୁ ଧରିବା ପାଇଁ ଚାଲିଛି ସ୍ୱତନ୍ତ୍ର ଅଭିଯାନ । ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ ଜିଏସଟି ଇଂଟେଲିଜେନ୍ସ ଏହି ଅଭିଯାନ ଚଳାଇଥିବାବେଳେ ପ୍ରତିଦିନ ଧରା ପଡୁଛନ୍ତି ଜିଏସଟି ଠକ । ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡିଜିଜିିଆଇର ଅତିରିକ୍ତ ନିର୍ଦ୍ଦେଶକ ଦେବାଶିଷ ସାହୁ ।

୯ ନଭେମ୍ବରରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିବାବେଳେ ଗୋଟିଏ ମାସ ଭିତରେ ୧୧ଶହ କୋଟି ଟଙ୍କାର ଜିଏସଟି ଠକେଇ ଧରା ପଡିଥିବା ସେ ସୂଚନା ଦେଇଛନ୍ତି । ଠକେଇ ବାବଦରେ ଆବଶ୍ୟକ ତଥ୍ୟ ସଂଗ୍ରହ ପରେ ଜିଏସଟି ଇଂଟେଲିଜେନ୍ସର ଅଧିକାରୀ ମାନେ ଚଢାଉ କରି ଠକମାନଙ୍କୁ ଧରୁଛନ୍ତି । ତେବେ ଚା ଓ ଅନ୍ୟ ସାଧାରଣ ଦୋକାନୀଙ୍କୁ ଚାକିରି ଦେବାକୁ କହି ଫ୍ରଡମାଷ୍ଟର ମାନେ ସେମାନଙ୍କ ପାନକାର୍ଡ ଜରିଆରେ ଜାଲ କମ୍ପାନି ଖୋଲି କୋଟି କୋଟି ଟଙ୍କାର ଜିଏସଟି ଠକେଇ କରୁଥିବାରୁ ଏଥିରୁ ବଂଚିବା ପାଇଁ ଲୋକେ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ।

ତେବେ ବର୍ତମାନ ସୁଦ୍ଧା ରାଉରକେଲାରେ ବହୁ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ୯ ଜଣଙ୍କୁ ଗିରଫ କରାଗଲାଣି । ତେଣୁ ରାଉରକେଲା ଏକପ୍ରକାର ଜିଏସଟି ଠକେଇର ହବ ପାଲଟି ଯାଇଛି । ଗୁରୁବାର ମଧ୍ୟ ବହୁକୋଟି ଟଙ୍କା ଠକେଇ ମାମଲାରେ ରାଉରକେଲାରୁ ଜଣକୁ ଗିରଫ କରିଛି କେନ୍ଦ୍ରୀୟ ଜିଏସଟି ଗୁଇନ୍ଦା ବିଭାଗ । ଗିରଫ ଅଭିଯୁକ୍ତ ରାଉରକେଲା ବାସନ୍ତୀ କଲୋନୀ ଅଂଚଳର ସନ୍ତୋଷ କୁମାର ଗୁପ୍ତା । ୨୬୨ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ତାଙ୍କର ସଂପୃକ୍ତି ଥିବା ଜଣାପଡିଛି ।

from Kanak News
via <a href="https://ifttt.com/?

ଶସ୍ତା ହେବ ପିଆଜ : ଜାନୁଆରି ୩୧ ପର୍ଯ୍ୟନ୍ତ ଆମଦାନି ନିୟମ କୋହଳ

କନକ ବ୍ୟୁରୋ : ପିଆଜ ଦର ହ୍ରାସ କରିବା ଲକ୍ଷ୍ୟ ନେଇ ଏହ‌ାର ଆମାଦିନ ନିୟମକୁ ସରକାର କୋହଳ କରିଛନ୍ତି। ୨୦୨୧ ଜାନୁଆରି ୩୧ ପର୍ଯ୍ୟନ୍ତ ଆମଦାନି ନିୟମ କୋହଳ ରହିବ। ଫଳରେ ସୁବିଧାରେ ଏବଂ କମ୍‌ ଦାମ୍‌ର ପିଆଜ ଦେଶ ଭିତରକୁ ଆସିପାରିବ। ତାହା ବଜାରରେ ପହଞ୍ଚିବା ପରେ ‌ଲୋକମାନେ ସୁଲଭ ମୂଲ୍ୟରେ ପିଆଜ କିଣିପାରିବେ। ଗତ ଅକ୍ଟୋବର ୩୧ ଠାରୁ ପିଆଜ ନିୟମ କୋହଳ କରାଯାଇଥିଲା। ସେହି ସୁବିଧାକୁ ଜାନୁଆରି ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

କୃଷି ମନ୍ତ୍ରଣାଳୟ ଅନୁଯାୟୀ ପିଆଜର ଚଢ଼ା ଦରକୁ ନେଇ ସାଧାରଣ ଜନତା ବେଶ ଚିନ୍ତିତ ଅଛନ୍ତି। ପିଆଜର ଉପଲବ୍ଧତା ବଢ଼ାଇବା ଲାଗି ଏହାର ଆମଦାନି ନିୟମକୁ କୋହଳ କରାଯାଇଛି। ତେବେ ଏଥିପାଇଁ ସରକାର କେତେକ ସର୍ତ୍ତ ମଧ୍ୟ ରଖିଛନ୍ତି। ଦେଶ ଭିତରକୁ ଯେତେ ପିଆଜ ଆସିବ ତାହାକୁ କ୍ବାରାଣ୍ଟିନ୍ ଅଧିକାରୀ ପ୍ରଥମେ ଯାଞ୍ଚ କରିବେ। ପିଆଜଗୁଡ଼ିକ କିଟନାଶକ ମୁକ୍ତ ‌ବୋଲି ପ୍ରମାଣ ମିଳିବା ପରେ ତାହା ବଜାରକୁ ଯିବ।

ଯେଉଁ ସଂସ୍ଥା ପିଆଜ ଆମଦାନି କରିବେ ସେମାନଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ‌ଲୋକମାନଙ୍କ ବ୍ୟବହାର ପାଇଁ ଆମଦାନି କରାଯାଉଛି ବୋଲି ସେମାନେ ଆଗୁଆ ଘୋଷଣା କରିବେ। ପିଆଜ ଆମଦାନି ଘରୋଇ କଂପାନି କରୁଛନ୍ତି। ତେଣୁ ନୂଆ ଫସଲ ବଜାରକୁ ନଆସିବା ପର୍ଯ୍ୟନ୍ତ ଦାମ୍‌ ଉଚ୍ଚ ରହିବାର ଆଶଙ୍କା ରହିଛି। କେତେକ ସ୍ଥାନରେ ନୂତନ ପିଆଜ ବଜାରକୁ ଆସିବା ଆରମ୍ଭ ହୋଇଗଲାଣି।

ସେଥିପାଇଁ ଦିଲ୍ଲୀରେ ପିଆଜର କିଲୋ ପିଛା ଦାମ୍ ୪୦ ଟଙ୍କାରୁ କମ୍ ସ୍ତରରେ ରହିଛି। ଅକ୍ଟୋବର ବେଳକୁ ପିଆଜ ଦାମ୍ ୬୦-୭୦ ଟଙ୍କା ଭଳି ସ୍ତରରେ ରହିଥିଲା। କେତେକ ସ୍ଥାନରେ ପିଆଜ ଦାମ୍ ୧୦୦ ଟଙ୍କା ପାଖାପାଖି ପହଞ୍ଚି ଯାଇଥିଲା। ଦେଶରେ ଲୋକମାନେ ବର୍ଷକୁ ୧୬୫ ଲକ୍ଷ ଟନ୍ ପିଆଜ ବ୍ୟବହାର କରୁଛନ୍ତି। ଉତ୍ତରପ୍ରଦେଶରେ ମାସକୁ ସର୍ବାଧିକ ୨.୧ ଲକ୍ଷ ଟନ୍, ବିହାର ଓ ମହାରାଷ୍ଟ୍ରରେ ୧ ଲକ୍ଷ ଟନ୍ ଲେଖାଏଁ ପିଆଜି ବିକ୍ରି ହେଉଛି।

from Kanak News
via <a href="https://ifttt.com/?

ଆଜି ରାତିରେ ପଶ୍ଚିମବଙ୍ଗରେ ପହଂଚିବେ ଅମିତ ଶାହା, ୨ ଟି ମନ୍ଦିରରେ କରିବେ ପୂଜା । ଚାଷୀଘରେ କରିବେ ଭୋଜନ । ବିଜେପିରେ ସାମିଲ ହୋଇପାରିନ୍ତି ଟିଏମସିର କିଛି ନେତା

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ କ୍ଷମତାଧାରୀ ପାର୍ଟି ବିଜେପି ଓ ଟିଏମସି ମଧ୍ୟରେ ଏବେ ଠାରୁ ଘମାଘୋଟ ଲଢେଇ ଦେଖିବାକୁ ମଳିଛି । ବେଙ୍ଗଲରେ ଦଳର ସ୍ଥିତିକୁ ମଜଭୁତ କରିବା ଓ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ଲକ୍ଷରେ ଆଜି ରାତିରେ ପଶ୍ଚିମବଙ୍ଗରେ ପହଂଚିବେ କେନ୍ଦ୍ର ଗୃହମମନ୍ତ୍ରୀ ଅମିତ ଶାହା । ଶାହାଙ୍କର ଏହି ଦୁଇଦିନିଆ ଗସ୍ତର ପ୍ରଥମ ଦିନରେ ପୂର୍ବ ମେଦିନା ପୁରରେ ଜଣେ ଚାଷୀ ଘରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟ ନିର୍ବାଚନ ପ୍ରଚାର ବେଳେ ବିଜେପି ନେତା ମାନେ ଦଳିତ ମାନଙ୍କ ଘରେ ଭୋଜନ କରି ଦଳିତ ଭୋଟବ୍ୟାଙ୍କକୁ ମଜଭୁତ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ଏବେ ଦେଶର କୃଷକ ମାନେ କୃଷି ବିଲ୍ କୁ ବିରୋଧ କରି ଆନ୍ଦୋଳନ କରୁଥିବାରୁ ଏହା ଉପରୁ ଦେଶବାସୀଙ୍କ ନଜର ହଟାଇବାକୁ ଶାହା ଏବେ ଚାଷୀଘରେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟ ଏକ ସୂଚନା ମୁତାବକ ଶାହାଙ୍କର ଏହି ଗସ୍ତ ସମୟରେ ଟିଏମସିର ଅସନ୍ତୁଷ୍ଟ ନେତା ତଥା ମେଦିନାପୁର ଅଞ୍ଚଳର ପ୍ରଭାବୀ ବିଧାୟକ ଶୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଇଛି ।

ଶାହା ଏହି ଗସ୍ତ ସମୟରେ କୃଷକ ଘରେ ଭୋଜନ କରି ସନ୍ଦେସ ଦେବାକୁ ଚାହାନ୍ତି କି ବିଜେପି ହୃଦୟ କୃଷକ ମାନଙ୍କର ବିକାଶ କଥା ଚିନ୍ତା କରୁଛି । ମୁଖ୍ୟତ ଏବେ ଦେଶର କୃଷକ ମାନେ କେନ୍ଦ୍ରସରକାର ଆଣିଥିବା ୩ ଟି ନୂତନ କୃଷିବିଲକୁ ବିରୋଧ କରି ୨୩ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ସମୟରେ ଶାହା କୃଷକର ଘରେ ଭୋଜନ କରି ରାଜ୍ୟର କୃଷକ ମାନଙ୍କ ବିଶ୍ୱାସଭାଜନ ହେବାକୁ ଚିନ୍ତା କରୁଛି ବିଜେପି । କହିରଖୁ କି ଚଳିତ ବର୍ଷ ନଭେମ୍ବର ମାସରେ ଶାହା ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହି ସମୟରେ ସେ ଜଣେ ଆଦିବାସୀଙ୍କ ଘରେ ଭୋଜନ କରିଥିଲେ । ଅନ୍ୟପଟେ ତୃଣମୂଳ କଂଗ୍ରେସର ଇସ୍ତଫା ଦେଇଥିବା ବିଧାୟକ ଶୁଭେନ୍ଦୁ ଅଧିକାରୀ , ଓ ଆସନସୋଲ ବିଧାୟକ ଜିତେନ୍ଦ୍ର ତିୱାରୀ ଶାହାଙ୍କ ଉପସ୍ଥିତରେ ବିଜେପିରେ ଯୋଗ ଦେଇ ପାରନ୍ତି ।

from Kanak News
via <a href="https://ifttt.com/?

ଭିଜିଲାନ୍ସ ଜାଲରେ ତିନି ସରକାରୀ ବାବୁ : ନବରଙ୍ଗପୁରରେ ଯନ୍ତ୍ରୀଙ୍କ ବୋଲେରୋରୁ ଜବତ ହେଲା ୩ଲକ୍ଷ ୧୧ ହଜାର ଟଙ୍କା ଭର୍ତ୍ତି ବ୍ୟାଗ 

କନକ ବ୍ୟୁରୋ : ନବରଙ୍ଗପୁରରେ ଭିଜିଲାନ୍ସ ଜାଲରେ ୩ ଯନ୍ତ୍ରୀ । ସରକାରୀ ଗାଡିରେ ୩ ଲକ୍ଷ ୧୧ ହଜାର ଟଙ୍କା ନେଇ ଉମରକୋଟ୍ ଯାଉଥିବା ସମୟରେ ପାପଡାହାଣ୍ଡି ମୁଗବାହାଲ ନିକଟରେ  ଯନ୍ତ୍ରୀଙ୍କ ଗାଡି ଅଟକାଇ ଯାଂଚ ବେଳେ ବୋଲେରୋ ଗାଡିରୁ ଭିଜିଲାନ୍ସ ଟିମ୍ ଟଙ୍କା ବ୍ୟାଗ୍ ଜବତ କରିଛି ।

ଏହି ଘଟଣାରେ କୋଷାଗୁମୁଡା, ଡାବୁଗାଁ ଦାୟିତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ, ଉମରକୋଟ୍ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝି ଓ ରାଇଘର ଉମରକୋଟ୍ ଦାୟିତ୍ୱରେ ଥିବା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କୁ ଅଟକ ରଖିଛି । ବୋଲେରୋ ଗାଡିକୁ ଜବତ କରି ଟଙ୍କା କେଉଁଠୁ ଆସିଲା, କେଉଁଠାକୁ ଯାଉଥିଲା ତଦନ୍ତ କରୁଛି ଭିଜିଲାନ୍ସ ଟିମ୍ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started