ଲୋକାର୍ପିତ ହେଲା ଶ୍ରମ ଓ କର୍ମଚାରୀ ବୀମା ବିଭାଗର ପରିଶ୍ରମ ପୋର୍ଟାଲ : ସବୁ ଶ୍ରମ ଆଇନ୍ ଓ ୨୨ ପ୍ରକାର ସେବା ଅନ୍ଲାଇନରେ ହେବ ଉପଲବ୍ଧ

କନକ ବ୍ୟୁରୋ : ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପରିଶ୍ରମ ପୋର୍ଟାଲର ଲୋକାର୍ପଣ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ଏହାର ଉଦଘାଟନ କରିଛନ୍ତି । ଏହା ସହ ସବୁଶ୍ରମ ଆଇନ୍ ଓ ୨୨ ପ୍ରକାର ସେବା ଅନଲାଇନରେ ଉପଲବ୍ଧ ହେବ । ଏହି ୱେବ୍ ସାଇଟ୍ ଜରିଆରେ ସ୍ୱଚ୍ଛନ୍ଦ ବ୍ୟବସାୟ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖମନ୍ତ୍ରୀ କହିଛନ୍ତି । ଆଗାମୀ ଦିନରେ ଏହି ପୋର୍ଟାଲରେ ୫୨ ପ୍ରକାର ସେବା ପାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଏହି ପୋର୍ଟାଲ ଓ ୨୨ ପ୍ରକାର ସେବା ରାଜ୍ୟରେ ସ୍ବଚ୍ଛନ୍ଦ ବ୍ୟବସାୟ (ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌) ପାଇଁ ବିଶେଷ ସହାୟକ ହେବ। ଏହା ସହିତ ରାଜ୍ୟରେ ସାମଗ୍ରିକ ଶିଳ୍ପ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବ। ଏହି ପୋର୍ଟାଲରେ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଶ୍ରମ ଆଇନ ସଂପର୍କରେ ସୂଚନା ଉପଲବ୍‌ଧ ହେବ। ଏହା ଦ୍ବାରା ବିଭିନ୍ନ ଶିଳ୍ପ ସଂସ୍ଥାନ, ବ୍ୟବସାୟିକ ପ୍ରତିଷ୍ଠାନ, କ୍ଷୁଦ୍ର ଉଦ୍ୟୋଗୀ ଓ ଜନସାଧାରଣ ଉପକୃତ ହେବେ। ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସେବା ମନୋବୃତ୍ତି ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବାଗୁଡ଼ିକୁ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବ୍ୟବସାୟିକ ପଦ୍ଧତିର ସରଳୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ନୂଆ ପୋର୍ଟାଲକୁ ପ୍ରସ୍ତୁତ କରାଯାଇଛି। ଏଣିକି ରାଜ୍ୟର ଉଦ୍ୟୋଗୀ ମାନଙ୍କୁ ଅନ୍‌ଲାଇନ ଜରିଆରେ ପଞ୍ଜୀକରଣ ପ୍ରମାଣପତ୍ର, ଲାଇସେନ୍‌ସ, କାରଖାନାର ନୂତନ ନକ୍ସାର ଅନୁମୋଦନ, ବାଷ୍ପିତ୍ର ନିରୀକ୍ଷଣ ଓ ସାମୟିକ ନବୀକରଣ ଆଦି ଅନେକ ସୁବିଧା ମିଳିପାରିବ। ଏଥି ସହିତ ପୋର୍ଟାଲରୁ ବିଭାଗ ଅଧୀନସ୍ଥ ଶ୍ରମ ଆଇନ ସହିତ ଫର୍ମ, ବିଭିନ୍ନ ସେବା ନିମନ୍ତେ ଆବେଦନ ପ୍ରକ୍ରିୟା ଓ ପଇଠର ପରିମାଣ ସଂପର୍କରେ ସୂଚନା ମିଳିପାରିବ।

from Kanak News
via <a href="https://ifttt.com/?

ଟାଟା ମୋଟର୍ସ ନିଯୁକ୍ତି ଠକେଇ ମାମଲା : ଗୋପାଳପୁର ବିଧାୟକଙ୍କ ଘନିଷ୍ଠ ଭି ସର୍ବେଶ୍ୱର ରାଓଙ୍କ ଜାମିନ ନାମଂଜୁର; ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

କନକ ବ୍ୟୁରୋ : ଟାଟା ମୋଟର୍ସ ଠକେଇ ମାମଲାରେ କ୍ରାଇମବ୍ରାଂଚ ଏସଆଇଟି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି.ସର୍ବେଶ୍ୱର ରାଓଙ୍କୁ ଗୁରୁବାର ସଂଧ୍ୟାରେ ଝାରପଡା ଜେଲ ପଠାଇ ଦିଆଯାଇଛି । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଜାମିନ୍ ଆବେଦନ ଖାରଜ ହେବା ପରେ ସର୍ବେଶ୍ୱରଙ୍କୁ ଜେଲକୁ ପଠେଇ ଦିଆଯାଇଛି । ସେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରହିବେ ।

ଆକାଶ ପାଠକ ଠକେଇ ମାମଲାରେ କ୍ରାଇମ୍ ବ୍ରାଂଚର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ସର୍ବେଶ୍ୱରଙ୍କୁ ବୁଧବାର ରାତିରେ ବ୍ରହ୍ମପୁରରୁ ଗିରଫ କରିଥିଲା । ସେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ମଧ୍ୟରେ ମଧ୍ୟସ୍ଥ କରୁଥିଲେ । ବ୍ରହ୍ମପୁର ସିଟି କଲେଜରୁ ଅବସର ନେଇଥିବା ଅଧ୍ୟକ୍ଷ ସର୍ବେଶ୍ୱର ରାଓ ଲୋକଙ୍କଠାରୁ ବାୟୋଡାଟା ଆଣୁଥିଲେ । ଏହାକୁ ସେ ଆକାଶ ନିକଟରେ ପହଂଚାଉଥିଲେ ଏବଂ ଚାକିରି କରାଇ ଦେବା ନାଁରେ ଟଙ୍କା ଆଦାୟ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହେବା ପରେ ବିଧାୟକଙ୍କ ଘନିଷ୍ଠ ତଛା ବ୍ରହ୍ମପୁର ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ ଭି ସେର୍ବେଶ୍ୱର ରାଓଙ୍କୁ ବି ପୁଲିସ ବାନ୍ଧିଛି । ଏହି ତିନି ବଡ ମୁଣ୍ଡ ଗିରଫ ପରେ କ୍ରାଇମ୍ବ୍ରାଂଚର ପରବର୍ତୀ ଟାର୍ଗେଟରେ କିଏ, ତାହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।

from Kanak News
via <a href="https://ifttt.com/?

ହାଇସ୍କୁଲରେ ହେବ ଗ୍ରୀଷ୍ମ ଛୁଟି : ମେ’ ୬ରୁ ଜୁନ୍‌ ୧୮ ଯାଏ ସ୍କୁଲ ବନ୍ଦ;ଦଶହରା ପୂଜା ଛୁଟି ୯ ଦିନ

କନକ ବ୍ୟୁରୋ : କରୋନା‌ ପାଇଁ ୨୦୨୦ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଶିକ୍ଷାବର୍ଷ ଅଧା ସରି ଯାଇଥିଲେ ମଧ୍ୟ ଏବର୍ଷ କ୍ଲାସରୁମ୍‌ ଶିକ୍ଷା ଆଗେଇ ପାରିନାହିଁ। କେବେଠାରୁ ଆରମ୍ଭ ହେବ, ସେନେଇ ସମସ୍ତେ ଦ୍ବନ୍ଦ୍ବରେ। କେନ୍ଦ୍ର କିମ୍ବା ରାଜ୍ୟ ସରକାର କେହି ଏ ବିଷୟରେ ସ୍ପଷ୍ଟ କରିପାରୁ ନାହାନ୍ତି। ସମସ୍ତଙ୍କ ମୁହଁରେ ଏକପ୍ରକାର ତାଲା।

ଏଭଳି ସମୟରେ ୨୦୨୧ରେ ‌କିଭଳି ପାଠପଢ଼ା ହେବ ?, ଛୁଟି ସମୟରେ ବି କ୍ଲାସ ହେବ କି ? ଗ୍ରୀଷ୍ମ ଛୁଟି, ଦଶହରା ଛୁଟି ଆଦି ବାତିଲ୍‌ କରାଯିବ କି ? ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏମିତି ଅନେକ ଆଶଙ୍କା ପ୍ରକାଶ ପାଉଥିବା ବେଳେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ୨୦୨୧ ମସିହା ଲାଗି ଛୁଟି ତାଲିକା‌ ପ୍ରକାଶ କରାଯାଇଛି। ୨୦୨୧ରେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ୮୨ଦିନ ସ୍କୁଲ ଛୁଟି ରହିବ। ୩୮ ଦିନ (ମେ’ ୬ରୁ ଜୁନ୍‌ ୧୮ ଯାଏ) ଗ୍ରୀଷ୍ମ ଛୁଟି ରହିବ। ୮୨ ଦିନ ଛୁଟି ମଧ୍ୟରୁ ୯ ଦିନ ସ୍କୁଲରେ ଉତ୍ସବ ପାଳନ କରାଯିବ। ଯେପରିକି ସରସ୍ବତୀ ପୂଜା, ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ବାଧୀନତା ଦିବସ, ଗୁରୁ ଦିବସ, ଗଣେଶ ପୂଜା, ଗାନ୍ଧୀ ଜୟନ୍ତୀ ଓ ଶିଶୁ ଦିବସ। ଉକ୍ତ ଦିନଗୁଡ଼ିକ ସ୍କୁଲ ଖୋଲା ରହିବ ଏବଂ ଶିକ୍ଷକ/ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିବେ।

୨୦୨୧ରେ ଗ୍ରୀଷ୍ମ ଛୁଟି ବ୍ୟତୀତ ଚଳିତବର୍ଷ ୯ ଦିନ ପୂଜା ଛୁଟି ରହିବ। ଅକ୍ଟୋବର ୧୧ରୁ ୨୦ତାରିଖ ଯାଏ ପୂଜା ଛୁଟି, ଡିସେମ୍ବର ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ବଡ଼ଦିନ ଛୁଟି ହେବ ବୋଲି ସୂଚନା ଦିଆଯାଇଛି। ଅନ୍ୟ ଛୁଟି ଦିନଗୁଡ଼ିକ ଗୋଟିଏ ଦିନ ଲେଖାଏଁ ରହିଛି। ଦୁଇଟି ସ୍ଥାନୀୟ ଛୁଟି(‌ଲୋକାଲ ହଲିଡେ’) ରହିଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍କୁଲ କର୍ତୃପକ୍ଷମାନେ ଜାନୁଆରି ୨୦ ସୁଦ୍ଧା ସ୍ଥାନୀୟ ଛୁଟି ତାଲିକା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ନିକଟରେ ଦାଖଲ କରିବେ। ଦୋଳ ପୂର୍ଣ୍ଣିମା, ସ୍ବାଧୀନତା ଦିବସ, ଝୁଲଣ ପୂର୍ଣ୍ଣିମା, ଗୁରୁ ଦିବସ ଓ ଶିଶୁ ଦିବସ ରବିବାର ପଡ଼ୁଥିବାରୁ ଉକ୍ତ ଦିନଗୁଡ଼ିକୁ ଛୁଟି ତାଲିକାରେ ସ୍ଥାନିତ କରାଯାଇ ନାହିଁ।

from Kanak News
via <a href="https://ifttt.com/?

କରନ ଜୋହରଙ୍କୁ ନାରକୋଟିକ୍ସ ବ୍ୟୁରୋର ନୋଟିସ : ୨୦୧୯ରେ କରନଙ୍କ ପାର୍ଟିରେ ଏକାଧିକ ସେଲିବ୍ରିଟି ଡ୍ରଗ୍ସ ନେଉଥିବା ଭିଡିଓ ହୋଇଥିଲା ଭାଇରାଲ

କନକ ବ୍ୟୁରୋ : ପ୍ରତିଷ୍ଠିତ ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ନୋଟିସ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ୨୦୧୯ରେ କରନ ଜୋହରଙ୍କ ଘରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା । ଏଥିରେ ଏକାଧିକ ସେଲିବ୍ରିଟି ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ ହୋଇଥିଲା । ଏପରିକି କଳାକାରମାନଙ୍କ ହାବଭାବରୁ ନିଶାରେ ଥିବାର ସନ୍ଦେହ କରାଯାଉଥିଲା । ଏହି ଭିଡିଓଟିକୁ ନିଜେ କରନ ଜୋହର ନିଜ ଟ୍ୱିଟର ଆକାଉଂଟରେ ସେୟାର କରିଥିଲେ । ଭିଡିଓଟି ଭାଇରାଲ ହୋଇଥିବାବେଳେ ପାର୍ଟିରେ ଡ୍ରଗ୍ସ ସେବନ କଥାକୁ ଅସ୍ୱୀକାର କରିଆସୁଛନ୍ତି କରଣ ଜୋହର ।

ହେଲେ ଏହି ଭିଡିଓକୁ ନେଇ ତଦନ୍ତ ପାଇଁ ଦାବି କରିଥିଲେ ଶିରୋମଣି ଅକାଳୀ ଦଳର ନେତା ମନଜିନ୍ଦର ଶିର୍ଷା । ଏପରିକି ଗତ ସେପ୍ଟେମ୍ବରରେ ସେ ଏନସିବି ମୁଖ୍ୟ ରାକେଶ ଅସ୍ଥାନାଙ୍କୁ ଭେଟି କରଣ ଜୋହର ଏବଂ ଭିଡିଓରେ ଥିବା ବଲିଉଡର ଆଗଧାଡିର କଳାକାରମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ । ଏବେ ଏନସିବି ଭିଡିଓ ଆଧାରରେ କରଣ ଜୋହରଙ୍କୁ ଉତର ରଖିବା ପାଇଁ ନୋଟିସ କରିଛି ।

from Kanak News
via <a href="https://ifttt.com/?

ଧର୍ମଶାଳା ଯୁବତୀଙ୍କ ମିଳିଲା ପତ୍ତା । କିଡନାପ ପରେ କଟକରୁ ଉଦ୍ଧାର ହେଲେ ଅପହୃତ ଯୁବତୀ । ୧୨ ଦିନ ହେଲା ଥିଲେ ଅପହରଣକାରୀଙ୍କ କବଜାରେ…

କନକ ବ୍ୟୁରୋ: ଉଦ୍ଧାର ହେଲେ ଅପହୃତା ଯୁବତୀ । ଧର୍ମଶାଳାରୁ ବିହାର ଷ୍ଟାଇଲରେ କିଡନାପ ହୋଇଥିବା ଯୁବତୀ ଉଦ୍ଧାର ହୋଇଛନ୍ତି । ଧର୍ମଶାଳାରୁ ଅପହୃତ ଯୁବତୀଙ୍କ ମିଳିଲା ପତା । ତାଙ୍କୁ କଟକରୁ ଉଦ୍ଧାର କରି ଯାଜପୁର ଧର୍ମଶାଳା ଅଣାଯାଉଥିବା ସୂଚନା ଦେଇଛନ୍ତି ଧର୍ମଶାଳା ଆଇଆଇସି । ପ୍ରାୟ ୧୨ ଦିନ ହେଲା ଅପହରଣକାରୀଙ୍କ କବଜାରେ ଥିଲେ ଯୁବତୀ । ୨୧ ବର୍ଷୀୟ ଯୁବତୀଙ୍କୁ ଅପହରଣ କରିନେଇ ଧର୍ମ ପରିବର୍ତନ ଓ ବିବାହ କରିବା ଉଦ୍ୟମ ଭଳି, ସଂଘାତିକ ଅଭିଯୋଗ ହୋଇଥିଲା । ଏନେଇ ଧର୍ମଶାଳା ଥାନରେ ଅଭିଯୋଗ କରିବା ସହ ଭଲ ଜିହାଦ୍ ଭଳି ସଂଘାତିକ୍ ଅଭିଯୋଗ ଆଣିଥିଲେ ଅପହୃତ ଯୁବତୀଙ୍କ ପରିବାର ଲୋକ ।

ତେବେ କୌଶଳ କ୍ରମେ ଘର ଲୋକଙ୍କୁ ଫୋନ୍ କରି ଉଦ୍ଧାର କରିବାକୁ ନିବେଦନ କରିଥିଲେ ଅପହୃତ ଯୁବତୀ । ଗତ ୫ ତାରିଖରେ ମାଇଗ୍ରେସନ୍ ସାର୍ଟିଫିକେଟ୍ ଆବେଦନ ପାଇଁ ଯୁବତୀ ଜଣକ ୟୁଏନ୍ କଲେଜକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେଉଥିବା ଦେଖି ପରିବାର ଲୋକ ଫୋନ୍ କରିବାରୁ ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ସମ୍ପର୍କୀୟଙ୍କୁ ପଚରାଉଚୁରା କରିବା ପରେ ବି କିଛି ପତା ମିଳିନଥିଲା । ଶେଖ ଅବଦୁଲ ଖାନ୍ ନାମକ ଜଣେ ଯୁବକ ପୂର୍ବରୁ ଧର୍ମ ପରିବର୍ତନ କରି ବିବାହ କରିବାକୁ ପ୍ରଲୋଭନ ଦେଖାଇଥିବାରୁ ସନ୍ଦେହ ବଢ଼ିଥିଲା । ଅପରାଧିକ ଷଡଯନ୍ତ୍ର ଓ ଧମକ ଅଭିଯୋଗରେ ଅଭିଯୁକ୍ତ ଯୁବକ ଶେଖ୍ ଅବଦୁଲ୍ ଖାନଙ୍କ ବାପାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ଯାଜପୁର ପୋଲିସର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ।

from Kanak News
via <a href="https://ifttt.com/?

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ପାକିସ୍ତାନୀ ବୋଲର ମହମ୍ମଦ ଆମୀର । ପାକିସ୍ତାନ କ୍ରିକେଟ ବୋର୍ଡ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ । କହିଲେ, ବାରମ୍ବାର ମାନସିକ ନିର୍ଯାତନା ଯୋଗୁଁ ନେଉଛି ଅବସର 

କନକ ବ୍ୟୁରୋ : ଅନେକ ସମୟରେ ବିବାଦ ଭିତରେ ଛନ୍ଦି ହୋଇ ରହୁଥିଲେ  । ହେଲେ ବୋଲିଂ କଳାରେ ସେ ନିପୁଣ  । ଏହାକୁ ଅସ୍ପୀକାର କରାଯାଇନପାରେ  । ମାପୁଚୁପ ବୋଲିଂ କରି ବ୍ୟାଟସମ୍ୟାନଙ୍କ ମନରେ ଭୟ ସଂଚାର କରିବାରେ ସେ ବେଶ୍ ସଫଳ ହୋଇଆସିଛନ୍ତି  । ମହମ୍ମଦ ଆମୀର  । ପାକିସ୍ତାନର କ୍ରିକେଟର ଏବେକାର ସବୁଠୁ ସଫଳ ଓ ଘାତକ ବୋଲର  । ତେବେ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ମହମ୍ମଦ ଆମୀର  । ଆଉ ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ଦୋଷ ଲଦିଛନ୍ତି  । ବାରମ୍ବାର ଦିଆଯାଉଥିବା ମାନସିକ ନିର୍ଯାତନା କାରଣରୁ ଅବସର ନେବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ଆମୀର  । ନିଜେ ଏକ ଭିଡିଓ ଜାରି କରି ଏନେଇ ସେ ସୂଚନା ଦେଇଛନ୍ତି  ।

୨୦୦୯ ଟି-୨୦ ବିଶ୍ୱକପ୍ ବେଳେ ପାକିସ୍ତାନ ପାଇଁ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ଆମୀର  । ସେହିବର୍ଷ ପାକିସ୍ତାନ ମଧ୍ୟ ଟି-୨୦ ବିଶ୍ୱକପ୍ ଜିତିଥିଲା  । କେବଳ ସେତିକି ନୁହେଁ ୨୦୦୯ରେ ହିଁ ଆମୀର ନିଜ ଦିନିକିଆ ଓ ଟେଷ୍ଟ କ୍ୟାରିୟର ଆରମ୍ଭ କରିିଥିଲେ  । ଜଣେ ଉପଯୋଗୀ ବୋଲର ଭାବେ ବେଶ୍ ନାଁ ମଧ୍ୟ କମାଇଥିଲେ, ହେଲେ ଠିକ୍ ବର୍ଷେ ପରେ ଅର୍ଥାତ୍ ୨୦୧୦ରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ତାଂକୁ ଗିରଫ କରାଯାଇଥିଲା  । ଏହାସହ ତାଂକ ଉପରେ ୫ ବର୍ଷ ଲାଗି କଟକଣା ଲାଗିଥିଲା  ।

ତେବେ ୨୦୧୬ରେ ପୁଣି କ୍ରିକେଟ ମଇଦାନକୁ ଫେରିଥିଲେ ଆମୀର  । ହେଲେ ତାଂକୁ ସାଥୀ ଖେଳାଳିମାନେ ସହଯୋଗ କରୁନଥିବା ନେଇ ଅନେକ ଥର ନିଜେ ଆମୀର ଅଭିଯୋଗ ଆଣିିଥିଲେ । ପାକିସ୍ତାନ ପାଇଁ ମହମ୍ମଦ ଆମୀର ୩୬ଟି ଟେଷ୍ଟ, ୬୧ଟି ଦିନିକିଆ, ୫୦ଟି ଟି-୨୦ ଖେଳିଛନ୍ତି  । ତିନିଟି ଯାକ ଫର୍ମାଟରେ ସେ ଦେଶପାଇଁ ମୋଟ୍ ୨୫୯ଟି ୱିକେଟ ନେଇଛନ୍ତି  ।

from Kanak News
via <a href="https://ifttt.com/?

ଆଇପିଏସ୍ ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ମମତା ସରକାର ମୁହାମୁହିଁ । ସେପଟେ ଟିଏମସି ଛାଡ଼ିଲେ ଦଳର ଜଣେ ଟାଣୁଆ ନେତା ଶୁଭେନ୍ଦୁ ଅଧିକାରୀ । ଅନ୍ୟଜଣେ ବିଧାୟକ ଜିତେନ୍ଦ୍ର ତିୱାରୀ ମଧ୍ୟ ଛାଡ଼ିଲେ ଦଳ 

କନକ ବ୍ୟୁରୋ : ଗତ ସପ୍ତାହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିବଙ୍ଗ ଗସ୍ତ ବେଳେ ଏପରି କିଛି ବୟାନ ଶୁଣିବାକୁ ମିଳିଥିଲା  । ଉଭୟ ବିଜେପି ଓ ମମତା ପରସ୍ପରକୁ ଆକ୍ରମଣ କରିବାକୁ ଭୁଲି ନଥିଲେ  । ବାକ୍ ଯୁଦ୍ଧ, ଆରୋପ-ପ୍ରତ୍ୟାରୋପର ପର୍ବ ଜାରି ରହିଛି, ବରଂ ଦିନକୁ ତେଜିବାରେ ଲାଗିଛି  । ଏସବୁ ଭିତରେ ପଶ୍ଚିମବଂଗ ରାଜନୀତିରେ ଜଣେ ଟାଣୁଆ ନେତା ଭାବେ ଗଣାଯାଉଥିବା ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି  । ମମତା ବାନାର୍ଜୀଙ୍କୁ ଶୁଭେନ୍ଦୁ ଲେଖିଥିବା ଇଏ ହେଉଛି ସେହି ଇସ୍ତଫାପତ୍ର  । ଗତ ମାସରେ ମମତା କ୍ୟାବିନେଟରୁ ଇସ୍ତଫା ଦେଇଥିବା ଶୁଭେନ୍ଦୁ ବୁଧବାର ବିଧାୟକ ପଦଛାଡ଼ିଥିଲେ

 ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ଶୁଭେନ୍ଦୁଙ୍କ ଦବଦବା କେବଳ ନିଜର ନିର୍ବାଚନମଣ୍ଡଳୀ ନନ୍ଦିଗ୍ରାମରେ ନଥିଲା ବରଂ ମାଲାଦା, ମୁର୍ଶିଦାବାଦ, ପୁରଲିଆ, ବାନକୁରା ଓ ପଶ୍ଚିମ ମେଦିନାପୁରରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା । କାରଣ ସେ ଏଡି ସବୁ ଅଂଚଳରେ ଟିଏମସି ଇନଚାର୍ଜ ଭାବେ କାର୍ଯ୍ୟ କରୁଥିଲେ । ଏପଟେ ସାଉଥ ବେଙ୍ଗଲ ଷ୍ଟେଟ ଟ୍ରାନ୍ସପୋର୍ଟ କର୍ପୋରେସନର ଅଧ୍ୟକ୍ଷ ଦୀପ୍ତାଂଶୁ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଛନ୍ତି  । ଶୁଭେନ୍ଦୁ ଟିଏମସି ଛାଡ଼ିବା ଦିନ ହିଁ ଦୀପ୍ତାଂଶୁ ମଧ୍ୟ ଇସ୍ତଫା ଦେଇଛନ୍ତି  । ତେଣୁ ଏହାକୁ ଶୁଭେନ୍ଦୁଙ୍କ ପ୍ରଭାବ ବୋଲି ଚର୍ଚ୍ଚା ହେଉଛି  । ଅବଶ୍ୟ ଏସବୁ ଇସ୍ତଫାକୁ ଦଳକୁ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ମମତା   ।

ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ଲୋକସଭା ନିର୍ବାଚନରେ ବେଶ୍ ଭଲ ପ୍ରଦର୍ଶନ ପରେ ବିଜେପି ପଶ୍ଚିମବଂଗ ହାତେଇବାକୁ ସବୁ ବଳ ଲଗାଉଛି  । ସେପଟେ ନିଜ ଗଡ଼ ବଂଚାଇବାକୁ ସବୁ ପ୍ରକାର ପୟାସରେ ଲାଗିଛନ୍ତି ମମତା ବାନାର୍ଜୀ ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ । ବର୍ତ୍ତମାନ ସ୍ଥିତିରେ ମନା କଲେ ଉଚ୍ଚ ନ୍ୟାୟାଳୟ ।

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ବଡ ମନ୍ତବ୍ୟ । ଜାରି ରହିଥିବା କୃଷକଙ୍କ ଆନ୍ଦୋଳନରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ । ବର୍ତ୍ତମାନ ସ୍ଥିତିରେ ହସ୍ତକ୍ଷେପ କରିବାକୁ ମନା କଲେ ଉଚ୍ଚନ୍ୟାୟଳୟ ।

ସେପଟେ ଚାଷୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି କୃଷିମନ୍ତ୍ରୀଙ୍କ ଚିଠିକୁ ଚାଷୀ ନିଶ୍ଚିତ ପଢନ୍ତୁ । କୃଷିମନ୍ତ୍ରୀ ଚିଠି ଲେଖି ଭାବନା ପ୍ରକଟ କରିଛନ୍ତି ମୋଦି ।

ତେବେ ଚାଷୀ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଉପରେ ଥିଲା ସାରା ଦେଶର ନଜର । ଏହାରି ଭିତରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ପରାମର୍ଶ ସହ ପ୍ରଶ୍ନ କରିଛନ୍ତି । ମାମଲାର ଶୁଣାଣି ନସରିବା ଯାଏଁ ସ୍ଥଗିତ ରହିପାରିବ କି, ନୂଆ କୃଷି ଆଇନ । କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ ସର୍ବୋଚ୍ଚ ଅଦାଲତଙ୍କ ଏହି ପରାମର୍ଶକୁ ଅଗ୍ରାହ୍ୟ କରିଛନ୍ତି । କହିଛନ୍ତି ଏପରି ହେଲେ , ନା ଚାଷୀ ଆନ୍ଦୋଳନକୁ ଆସିବେ, ନା ଦେଶରେ କେବେ ନୂଆ ଆଇନ ଲାଗୁ ହୋଇପାରିବ ।

from Kanak News
via <a href="https://ifttt.com/?

ବିଦ୍ୟାଶ୍ରୀଙ୍କ ଡାଏରୀକୁ ନେଇ ଚର୍ଚ୍ଚା । କାହିିଁକି ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ନିଷ୍ପତି ନେଲେ, ଏଥିପାଇଁ କେଉଁମାନେ ଦାୟୀ । ଏବେ ପ୍ରଶ୍ନ, ଡାଏରୀରେ କାହା କାହାର ନାଁ ଲେଖିଛନ୍ତି ବିଦ୍ୟାଶ୍ରୀ

କନକ ବ୍ୟୁରୋ : ପାଂଚ ମାସ ପୂର୍ବରୁ ଜୁଲାଇ ମାସରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ବନିଥିଲା । ଏତେ ଦିନର ବ୍ୟବଧାନ ପରେ ବୁଧବାର ହଠାତ୍ ଆଉ ଏକ ବଡ ଖବର ଆସିଲା ଯେ ମୃତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫେସବୁକରେ ଲାଇଭ କରି ଏହି ଉଦ୍ୟମ କରିଥିଲେ ବିଦ୍ୟାଶ୍ରୀ ଏବଂ ନିଦ ବଟିକା ଖାଉଥିବାର ଦେଖିବାକୁ ମିଳିଥିଲା । ଭିଡିଓରେ ବିଦ୍ୟାଶ୍ରୀ କହୁଥିଲେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ତାଙ୍କୁ ଜାଣିଶୁଣି ଦାୟୀ କରାଯିବା ଘଟଣା ବାଧା ପହଁଚାଇଛି । ଯେଉଁଥିପାଇଁ ସେ ଏଭଳି ଚରମ ନିଷ୍ପତି ନେଇଛନ୍ତି । ଏଥିପାଇଁ ସେ କେତେ ଜଣଙ୍କୁ ଦାୟୀ କରିବା ସହ ତାଙ୍କର ସମ୍ପୂର୍ଣ୍ଣ ଅଭିଯୋଗକୁ ଏକ ଡାଏରୀରେ ଲେଖିଥିବା କହିଛନ୍ତି ।

ଫେସବୁକ ଲାଇଭରେ କାନ୍ଦି କାନ୍ଦି ବିଦ୍ୟାଶ୍ରୀ ଏହି ଡାଏରୀ ଦେଖାଇ କହୁଥିଲେ ଏଥିରେ ସବୁ ଲେଖାଯାଇଛି । ସେ କାହିିଁକି ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ନିଷ୍ପତି ନେଲେ, କେଉଁମାନେ ଏଥିପାଇଁ ଦାୟୀ , ଏଭଳି ନିଷ୍ପତି ପଛର କାରଣ କଣ, ଏସବୁ କଥା କୁଆଡେ ଏହି ଡାଏରୀରେ ଲେଖିଛନ୍ତି ବିଦ୍ୟାଶ୍ରୀ ।

ଲାଇଭ ଭିଡିଓରେ ବିଦ୍ୟାଶ୍ରୀଙ୍କ ଭାବଭଙ୍ଗିରୁ ଲାଗୁଥିଲା ସୋସିଆଲ ମିଡିଆରେ ଟ୍ରୋଲ, କିମ୍ବା ସମାଲୋଚନା ପାଇଁ ଅତ୍ୟନ୍ତ ବ୍ୟସ୍ତ ହୋଇପଡିଛନ୍ତି । ଆଉ ସବୁ କଥା ସେ ଡାଏରୀରେ ଲେଖିଛନ୍ତି ବୋଲି କହିଛନ୍ତି । ଏହି ଘଟଣା ପରେ ଏବେ ଚର୍ଚ୍ଚାକୁ ଆସିଛି ବିଦ୍ୟାଶ୍ରୀଙ୍କ ଡାଏରୀ । ଆଦିତ୍ୟଙ୍କ ମୃତ୍ୟୁ ପରେ ତାଙ୍କୁ କେଉଁମାନେ ମାନସିକ ନିର୍ଯାତନା ଦେଉଥିଲେ , ଦୀର୍ଘ ପାଂଚ ମାସ ହେଲା ସେ କେଉଁ ପରିସ୍ଥିତି ଦେଇ ଗତି କରୁଥିଲେ ତାଙ୍କ ସହ କଣ ଘଟୁଥିଲା ସେସବୁର ଟିକିନିକ ତଥ୍ୟ ଏହି ଡାଏରୀରେ ସେ ଲେଖିଛନ୍ତି । ତାଙ୍କୁ କିଭଳି ପ୍ରତ୍ୟକ ଦିନ ବିଭିନ୍ନ ଉପାୟରେ ନିର୍ଯାତନା ଦିଆଯାଉଥିଲା ସେସବୁ ଏଥିରେ ଲେଖିଛନ୍ତି । ଡାଏରୀରେ କେତେଜଣଙ୍କ ନାଁ ମଧ୍ୟ ଲେଖିଛନ୍ତି ବିଦ୍ୟାଶ୍ରୀ ।

ବିଦ୍ୟଶ୍ରୀ କୁଆଡେ ତାଙ୍କ ଡାଏରୀରେ ଜଣେ ଯୁବତୀଙ୍କ ନାଁ ମଧ୍ୟ ନେଇଛନ୍ତି । ଏହି ଯୁବତୀ ଜଣଙ୍କ ଚୌଦ୍ୱାର ଅଂଚଳରେ ରହନ୍ତି । କୁହାଯାଉଛି ଏହି ଯୁବତୀ ଜଣଙ୍କ ବିଦ୍ୟାଶ୍ରୀଙ୍କୁ ଖୁବ୍ ସମାଲୋଚନା କରିଛନ୍ତି । ବିଦ୍ୟାଶ୍ରୀଙ୍କ ଭୂମିକାକୁ ନେଇ ସନ୍ଦେହ ବି ଉଠାଇଛନ୍ତିି ଏବଂ ଲଗାତାର ତାଙ୍କୁ ଟ୍ରୋଲ କରିଛନ୍ତି । ଏଭଳି ଟ୍ରୋଲ ବିଦ୍ୟାଶ୍ରୀଙ୍କୁ ପ୍ରବଳ ବ୍ୟଥିତ କରିଥିବା କୁହାଯାଉଛି ।

ସୋସିଆଲ ମିଡିଆରେ ବି ଅନ୍ୟମାନଙ୍କ ଭଳି ଏହି ମହିଳା ଜଣଙ୍କ ମଧ୍ୟ ତାଙ୍କୁ ଅନେକ ସମୟରେ ଆଦିତ୍ୟଙ୍କ ମୃତ୍ୟୁ ପାଇଁ ଦାୟୀ କରିବା ସହ ତାଙ୍କୁ ଆପତିଜନକ ଭାବେ ଟ୍ରୋଲ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତିି ବିଦ୍ୟାଶ୍ରୀ । ହେଲେ ମହିଳା ଜଣଙ୍କ କହିଛନ୍ତି, ସାମାଜିକ ଗଣମାଧ୍ୟମରେ ସେ କେବଳ ନିଜର ପ୍ରତିକ୍ରିୟା ରଖନ୍ତି ।

ବିଦ୍ୟାଶ୍ରୀଙ୍କ ଏହି ଡାଏରୀ ସାମନାକୁ ଆସିବା ପରେ ଏବେ ଏଥିରେ ବିସ୍ତାର ଭାବେ କଣ ରହିଛି, ତାହା ଜାଣିବା ପାଇଁ ଉକ୍ରଣ୍ଠା ଦେଖା ଦେଇଛି । କେବଳ ସୋସିଆଲ ମିଡିଆରେ ଟ୍ରୋଲ କରିଥିବା ଲୋକଙ୍କୁ ସେ ଦାୟୀ କରିଛନ୍ତି ନା ଡାଏରୀରେ ଆଉ କିଛି ସତ ଲେଖିଛନ୍ତି ତାହା ହୁଏତ ପରେ ଜଣାପଡିବ ।

from Kanak News
via <a href="https://ifttt.com/?

ହ୍ୱାଟସଆପ ଗ୍ରାହକଙ୍କ ପାଇଁ ବଡ ସୂଚନା । ୨୦୨୧ ପରଠାରୁ ଏହି ଭର୍ସନରେ ଥିବା ଆଣ୍ଡ୍ରଏଡ ଫୋନରେ କାମ କରିବନି ହ୍ୱାଟସଆପ୍ ।

କନକ ବ୍ୟୁରୋ : ଭାରତରେ କୋଟି କୋଟି ହ୍ୱାଟସଆପ ୟୁଜର୍ସ ରହିଛନ୍ତି ।  ବ୍ୟବହାରକାରୀଙ୍କ ସୁବିଧା ପାଇଁ କିଛି ଦିନ ବ୍ୟବଧାନରେ କମ୍ପାନି ନୂଆ ନୂଆ ଫିଚର ଆଣୁଥିବା ବେଳେ ମେସେଜ ପଠାଇବା ସହଜ ହୋଇପାରିଛି। ପ୍ରତି ବର୍ଷ ଉପଭୋକ୍ତାମାନଙ୍କୁ ଏକ ଭଲ ମେସେଜିଂ ଅଭିଜ୍ଞତା ଦେବା ପାଇଁ ହ୍ୱାଟସଆପକୁ କମ୍ପାନି ଅପଡେଟ୍ କରୁଥିବା ବେଳେ ଆସନ୍ତା ବର୍ଷ ମଧ୍ୟ ହ୍ବାଟସଆପ ଆପ ଅପଡେଟ୍ ହେବ। କିନ୍ତୁ ଅପଡେଟ୍ ହେବା ପରେ ଅନେକ ଫୋନରେ ଏହି ଆପ କାମ କରିବ ନାହିଁ ବୋଲି ଜଣା ପଡ଼ିଛି।

ସୂଚନା ଅନୁଯାୟୀ, ୨୦୨୧ମସିହାରେ ପ୍ରତିବର୍ଷ ପରି ହ୍ୱାଟସଆପ ଆପ୍ ମଧ୍ୟ ଏହାର ଫିଚର ଅପଡେଟ୍ କରିବ । ଏଭଳି ହେ‌ବା ଦ୍ୱାରା  ହ୍ୱାଟସଆପ ପୁରୁଣା ଆଣ୍ଡ୍ରଏଡ୍ ଭର୍ଜନରେ କାମ କରିବା ବନ୍ଦ କରିଦେବ। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି କୌଣସି ଫୋନରେ ୪.୦.୩ର ପୂର୍ବ ଆଣ୍ଡ୍ରଏଡ୍ ଭର୍ଜନ ଅଛି, ତେବେ ସେଥିରେ ହ୍ୱାଟସଆପ ଆପ୍ କାମ କରିବ ନାହିଁ। ଯଦି ଆପଣ ୨୦୨୧ରେ ହ୍ୱାଟସଆପ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ୪.୦.୩ର ପର ଭର୍ଜନ ଇନଷ୍ଟଲ କରନ୍ତୁ । ଚଳିତ ବର୍ଷ ଫେବୃଆରିରେ, ଆଣ୍ଡ୍ରଏଡ୍ ଭର୍ଜନ ୨.୩.୭ର ପୂର୍ବ ଭର୍ଜନ ଥିବା ମୋବାଇଲରେ ହ୍ବାଟସଆପ ସେବା ଦେବା ବନ୍ଦ କରି ଦେଇଥିଲା।

ଆଣ୍ଡ୍ରଏଡ୍ ବ୍ୟତୀତ ଆପଲ୍ ଆଇଫୋନ୍ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ । ନୂଆ ବର୍ଷରେ ହ୍ୱାଟସଆପ ଆଇଫୋନ୍ ୪, ଆଇଫୋନ୍ ୪ଏସ୍, ଆଇଫୋନ୍ ୫, ଆଇଫୋନ୍ ୫ଏସ୍, ଆଇଫୋନ୍ ୬ ଏବଂ ଆଇଫୋନ୍ ୬ଏସରେ କାମ କରିବା ବନ୍ଦ କରିଦେବ। ଏଥିପାଇଁ ଉପଭୋକ୍ତାମାନଙ୍କୁ ନିଜ ଫୋନକୁ ଆଇଓଏସ ୯ ଭର୍ଜନକୁ ଅପଗ୍ରେଡ୍ କରିବାକୁ ପଡ଼ିବ । ସେହି ସମୟରେ, ଆଇଫୋନ୍ ୬ଏସ, ୬ ପ୍ଲସ୍, ଏବଂ ଆଇଫୋନ୍ ଏସଇକୁ ଆଇଓଏସ ୧୪ ଭର୍ଜନକୁ ଅପଡେଟ୍ କରିବାକୁ ହେବ । ତେବେ ଏ ନେଇ ହ୍ୱାଟସଆପ ଆନୁଷ୍ଠାନିକ ଭାବେ ଘୋଷଣା କରି ନାହିଁ।

from Kanak News
via <a href="https://ifttt.com/?

Design a site like this with WordPress.com
Get started