ରାଜ୍ୟରେ ମାତିଛନ୍ତି ସାଇବର ଠକ । ୨୫ ଲକ୍ଷ ଟଙ୍କା ଲଟେରୀର ଲୋଭ ଦେଖାଇ ପିପିଲିରେ ଠକିନେଲେ ୧୫ ହଜାର । କନକ ନ୍ୟୁଜ ଭଂଜନଗର ପ୍ରତିନିଧିଙ୍କୁ ମଧ୍ୟ ଠକଙ୍କ ଟାର୍ଗେଟ 

କନକ ବ୍ୟୁରୋ : ପୁରୀ ଜିଲ୍ଲା ସତ୍ୟବାଦୀ ବାଗଲପୁର ଅଂଚଳର ବିମ୍ବାଧର ସ୍ୱାଇଁ । ବୃତିରେ ଜଣେ ଅଟୋ ଡ୍ରାଇଭର । ୨୫ ଲକ୍ଷ ଟଙ୍କା ଲଟେରୀର ଲୋଭ ଦେଖାଇ ତାଙ୍କୁ ୧୫ ହଜାର ଲୁଟି ନେଇଛି ଠକ । ହ୍ୱାଟ୍ସଆପ୍ ଜରିଆରେ ନକଲି ଚେକ୍ର କପି ପଠାଇ ବିମ୍ବାଧରଙ୍କ ବିଶ୍ୱାସ ଜିତିବା ପରେ ଦୁଇଟି କିସ୍ତିରେ ୧୫ ହଜାର ଟଙ୍କା ଠକି ନେଇଛି ।

ଲଟେରୀ ଲୋଭ ଯୋଗୁଁ ଠକାମୀରେ ପଡିଛନ୍ତି ବିମ୍ବାଧର । ପ୍ରଥମେ ୫ ହଜାର ପରେ ସ୍ତ୍ରୀର ଗହଣା ବନ୍ଧା ପକାଇ ୧୦ ହଜାର ଟଙ୍କା ରଶ୍ମୀରଂଜନ ସେଠ୍ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଂଟକୁ ପଠାଇଥିଲେ । ଲଟେରୀ ଟଙ୍କା ତ ମିଳିଲା ନାହିଁ, ହେଲେ ଠକର ଲୋଭ ଏତିକିରେ ଥମି ନଥିଲା । ଆହୁରି ଟଙ୍କା ମାଗିଥିଲା ଠକ । ଆଉ ଟଙ୍କା ନଦେବାକୁ ଆରମ୍ଭ ହୋଇ ଯାଇଥିଲା ଗାଳି ଗୁଲଜ ଓ ଧମକ-ଚମକ ।

ଯେକୌଣସି ଲୋକ ପାଖକୁ ଆସିପାରେ ଏପରି ଫୋନ୍ କଲ୍ । କନକ ନ୍ୟୁଜର ଭଂଜନଗର ରିପୋର୍ଟର ରବୀନ୍ଦ୍ର ଗୌଡଙ୍କ ପାଖକୁ ଆସିଥିଲା ଠକ କଲ୍ । ସେହି ଏକାକଥା, ବ୍ୟାଙ୍କ ଆକାଉଂଟରେ ୨୫ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଛି । ଇନକମ୍ ଟ୍ୟାକ୍ସ ପାଇଁ ଟଙ୍କା ଜମା କଲେ ଉଠାଇ ପାରିବେ ଟଙ୍କା । ବେଶ କିଛି ସମୟ ଧରି ମନଲୋଭା କଥା କହି ଭୁଲାଇବାକୁ ଚେଷ୍ଟା କରିଥିଲା ଫ୍ରଡ୍ ମାଷ୍ଟର ।

ସାଧାରଣ ଲୋକଙ୍କୁ ବିଶ୍ୱାସ ଜନ୍ମାଇବା ପାଇଁ ଉଦ୍ୟମ କରିଥାନ୍ତି । ଏପରିକି ସେମାନଙ୍କ ଗ୍ରୁପ୍ର କିଛି ସଦସ୍ୟ ଭିଡ଼ିଓ କରି ଟଙ୍କା ପାଇ୍ଥିବା କଥା ମଧ୍ୟ କହିଥାନ୍ତି । ଯିଏ ଲୋଭର ବଶବର୍ତି ହୋଇ ସେମାନଙ୍କ ଜାଲରେ ପଡିଯାଆନ୍ତି, ମୋଟା ଅଙ୍କର ଲୁଟର ଶିକାର ହୁଅନ୍ତି ।

from Kanak News
via <a href="https://ifttt.com/?

କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଇପିଏଫ ପେନସନଭୋଗୀଙ୍କ ମାସିକ ପେନସନ ପରିମାଣ ବୃଦ୍ଧି ପାଇଁ ଦାବି ।

କନକ ବ୍ୟୁରୋ : ଇପିଏଫ ପେନସନଭୋଗୀଙ୍କ ସର୍ବନିମ୍ନ ମାସିକ ପେନସନ ପରିମାଣକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗ ୱାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।

ନିଜ ପତ୍ରରେ ସେ ଓଡ଼ିଶାର ପ୍ରାୟ ୧.୬୨ ଲକ୍ଷ ଇପିଏଫ ପେନସନଭୋଗୀଙ୍କ ଦୁରାବସ୍ଥା ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଲେଖିଛନ୍ତି ଯେ ଏହି ପେନସନଧାରୀମାନେ ନିଜର ଯୁବା ବୟସରେ ଦେଶଗଠନ ଦିଗରେ ନିଜର ଯୋଗଦାନ ଦେଇଥିଲେ । କିନ୍ତୁ ଅବସର ନେବା ପରେ ନିଜର ପରିଣତ ବୟସରେ ସେମାନେ ଅଳ୍ପ ପେନସନରେ ଚଳିବାକୁ ବାଧ୍ୟ ହେଉଛନ୍ତି । ଏହି ସର୍ବନିମ୍ନ ପେନସନ ପରିମାଣକୁ ବୃଦ୍ଧି କରିବାକୁ ଇପିଏସ-୯୫ ପେନସନଭୋଗୀ ସଂଘ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଛି । ସେମାନେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ନିଜର ଦାବି କରିଆସୁଛନ୍ତି ।

୨୦୧୩ର ଭଗତ ସିଂ କୋସିୟାରି କମିଟି ମଧ୍ୟ ଇପିଏସ-୯୫ ପେନସନଭୋଗୀମାନଙ୍କ ମାସିକ ପେନସନ ପରିମାଣ ବୃଦ୍ଧି ପାଇଁ ସୁପାରିଶ କରିଥିଲା । ଏହି କମିଟିର ସୁପାରିଶକୁ ଲାଗୁ କରିବାକୁ ସଂଘ ପକ୍ଷରୁ ଦାବି ହୋଇଆସୁଛି । ଏସବୁ ଦାବିଗୁଡ଼ିକ ଉପରେ ସକାରାତ୍ମକ ଦୃଷ୍ଟିକୋଣରୁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

from Kanak News
via <a href="https://ifttt.com/?

ପରୀ, ପିହୁ ଓ ସ୍ୱାତୀ ପରି ଶିଶୁକନ୍ୟାଙ୍କ ପରେ ରାଜ୍ୟରେ ଶିଶୁପୁତ୍ର ବି ହେଉଛନ୍ତି ନିଖୋଜ । ନିଖୋଜର ୨୪ ଘଂଟା ପରେ ଢେଙ୍କାନାଳରୁ ଉଦ୍ଧାର ହେଲା ୩ ବର୍ଷ ଶିଶୁପୁତ୍ରର ମୃତଦେହ 

କନକ ବ୍ୟୁରୋ : ପରୀ, ପିହୁ ଓ ସ୍ୱାତୀ ଭଳି ଶିଶୁକନ୍ୟାଙ୍କ ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିଶୁପୁତ୍ର ନିଖୋଜ ଖବର ସାମ୍ନାକୁ ଆସିବାରେ ଲାଗିଛି । ଗଜପତି ଜିଲ୍ଲାରେ ଜଣେ ୭ବର୍ଷର ଶିଶୁକୁ ଅପହରଣ କରାଯାଇଥିବା ନେଇ କାଶୀନଗର ଥାନାରେ ଅଭିଯୋଗ ହୋଇଛି । ସେପଟେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁରୁ ନିଖୋଜ ୩ ବର୍ଷ ଶିଶୁର ୨୪ ଘଂଟା ପରେ ମିଳିଛି ମୃତଦେହ । ସାରାରାଜ୍ୟରୁ ଆସୁଥିବା ଏହିଭଳି ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ଘଟଣା, ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଏପଟେ ଗାଁ ଦାଣ୍ଡରେ ମଲା ପୁଅର ପଂଚନାମା କରୁଛି ପୋଲିସ । ଆଉ ସେପଟେ ରାହା ଧରି କାନ୍ଦୁଛନ୍ତି ପରିବାର ଲୋକ । ନିଖୋଜ ହେବାର ୨୪ ଘଂଟା ପରେ ମିଳିଛି ମୃତଦେହ । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଖଙ୍କିରା ଗାଁର ଜୟନ୍ତ ସାହୁଙ୍କ ୩ ବର୍ଷର ପୁଅ ଆୟୁଷ, ଗାଁ ଦାଣ୍ଡରେ ଜେଜେ ମାଆ ସହ ଖେଳିଲାବେଳେ ହଠାତ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରି ପୁଅର ପତା ନମିଲିବାରୁ ନିହଲପ୍ରସାଦ ଥାନାରେ ନିଖୋଜ ମାମଲା କରିଥିଲେ । ହେଲେ ଅଚାନକ ଆଜି ପୁଅର ମୃତଦେହ ପାଖ ଗାଁର ଏକ କୂଅରେ ଭାସୁଥିବା ଦେଖିବାକୁ ପାଇଲେ । ପୋଲିସ ପହଂଚି ମୃତଦେହକୁ ଉଦ୍ଧାର କରିଛି । ତା ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ କେହି ତାକୁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକ ।

ରାଜ୍ୟରେ ଏକପ୍ରକାର ଲମ୍ବି ଚାଲିଛି ଶିଶୁ ନିଖୋଜ ତାଲିକା । ପ୍ରାୟ ପ୍ରତିଦିନ ଶିଶୁ ନିଖୋଜ ଖବର ସାମ୍ନାକୁ ଆସୁଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ଏକ ୭ ବର୍ଷର ଶିଶୁ ପୁତ୍ର ନିଖୋଜ ଅଭିଯୋଗ ହୋଇଛି । ଗତକାଲି ସଂଧ୍ୟାରେ ଶିଶୁଟି ଖେଳୁଥିବା ବେଳେ ଦୁଇ ଜଣ ଦୁର୍ବୃତ ବାଇକ୍ରେ ଆସି ପିଲାଟିକୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ନିଜ ଘର ଠାରୁ ୫୦ ମିଟର ଦୂର ଏକ ବେକେରି ଦୋକାନ ନିକଟରେ ଖେଳୁଥିଲା କାଶୀନଗରର ଝାମି ଗୋପିଙ୍କ ପୁଅ ଝାମି ହାର୍ଦ୍ଧିକ । ଖେଳୁଥିବା ବେଳେ ତାକୁ କେହି ଅପହରଣ କରି ନେଇଥିବା ପରିବାର ଲୋକ କାଶୀନଗର ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ୪ଟି ସ୍ୱତନ୍ତ୍ର ଟିମ୍ ତକି ଛାନଭିନ୍ ଆରମ୍ଭ କରିଛି ପୋଲିସ ।

ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ଖବର ସାମ୍ନାକୁ ଆସିବାରେ ଲାଗିଛି । ସେପଟେ ସମ୍ବଲପୁର ସଦର ହସ୍ପିଟାଲରୁ ଶିଶୁ ଚୋରୀ ଘଟଣାକୁ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିଯାଏ କୌଣସି ଟେର ପାଉନି ପୋଲିସ । ୨୦୧୭ ମାର୍ଚ୍ଚ ୧୪ ତାରିଖରେ ସମ୍ବଲପୁର ଯୁଜୁମୁରା ଅଂଚଳର ଗୀତାଞ୍ଜଳୀ ମାଝୀ ସମ୍ବଲପୁର ସଦର ମେଡିକାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଜଣେ ଅଜଣା ମହିଳା ଶିଶୁଟିକୁ ଚୋରୀ କରିନେଇଥିବା ସନ୍ଦେହରେ ଫଟୋ ଜାରି କରିବା ସହିତ ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲା ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ ସତ୍ୱେ ଆଜିଯାଏ ପୋଲିସର ହାତ ଖାଲି ରହିଛି ।

ଜାତୀୟ ଅପରାଧ ବ୍ୟୁରୋରର ରିପୋର୍ଟ ଅନୁସାରେ ଶଶୁନିଖୋଜ ମାମଲାରେ ଦେଶରେ ତୃତୟ ଓଡିଶା । ପ୍ରତିଦିନ ଆମ ରାଜ୍ୟରେ ହାରାହାରି ୧୨ରୁ ଅଧିକ ଶିଶୁ ନିଖୋଜ ହେଉଛନ୍ତି ଏବଂ ପ୍ରତିବର୍ଷ ଏହି ସଂଖ୍ୟା ୪ ହଜାର ପାର କରିଯାଉଛି ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦେଳନ ପ୍ରସଙ୍ଗରେ ଶୁଣାଣି କରି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । ଚୂଡାନ୍ତ ନିଷ୍ପତି ନଆସିବା ଯାଏଁ ଅଟକାଇ ହେବ କି କୃଷି ଆଇନ? 

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ହୋଇଥିଲା ଶୁଣାଣି । ଏହା ଉପରେ ଥିଲା ସାରା ଦେଶର ନଜର । ଏହାରି ଭିତରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ପରାମର୍ଶ ସହ ପ୍ରଶ୍ନ କରିଛନ୍ତି । ମାମଲାର ଶୁଣାଣି ନସରିବା ଯାଏଁ ସ୍ଥଗିତ ରହିପାରିବକି ନୂଆ କୃଷି ଆଇନ । କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ ସର୍ବୋଚ୍ଚ ଅଦାଲତଙ୍କ ଏହି ପରାମର୍ଶକୁ ଅଗ୍ରାହ୍ୟ କରିଛନ୍ତି ।

ସୁପ୍ରିମକୋର୍ଟରେ ଚାଷୀ ଆନ୍ଦୋଳନ ମାମଲାର ଶୁଣାଣି ଉପରେ ଗୁରୁବାର ରହିଥିଲା ସାରା ଦେଶର ନଜର । ଆଉ ଏହା ଭିତରେ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ କିଛି ପରାମର୍ଶ ଦେଇଛନ୍ତି । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ କେକେ ବେନୁଗୋପାଲଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇ କହିଛନ୍ତି ଚୂଡାନ୍ତ ଫୈସଲା ନଆସିବା ଯାଏଁ କାର୍ଯ୍ୟକାରୀ କରାନଯାଉ ନୂଆ କୃଷି ଆଇନ । ଯାହାକୁ ନେଇ ତାଜା ହୋଇଛି ରାଜନୀତି ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

   ମାମଲାର ଶୁଣାଣି ନସରିବା ଯାଏଁ ସ୍ଥଗିତ ରହୁ ନୂଆ କୃଷି ଆଇନ

   ଆଟର୍ଣ୍ଣି ଜେନେରାଲଙ୍କ ଠାରୁ ମତ ଲୋଡିଲେ ସର୍ବୋଚ୍ଚ ଅଦାଲତ

   ସୁପ୍ରିମକୋର୍ଟଙ୍କ ପରାମର୍ଶକୁ ଆଟର୍ଣ୍ଣି ଜେନେରାଲଙ୍କ ଅଗ୍ରାହ୍ୟ

   ଆଟର୍ଣ୍ଣି ଜେନେରାଲଙ୍କ ଯୁକ୍ତି ଏପରି ହେଲେ, ମାମଲା ସରିବନି

   ଆଲୋଚନାକୁ ଆସିବେନି ଚାଷୀ, ଲାଗୁ ହୋଇପାରିବନି ନୂଆ କୃଷି ଆଇନ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ ଏ ବୋବଡେ, ଜଷ୍ଟିସ୍ ଏଏସ ବୋପନ୍ନା ଏବଂ ଜଷ୍ଟିସ୍ ଭି ରାମସୁବ୍ରମଣ୍ୟମ୍ ଏହି ମାମଲାର ଶୁଣାଣି କରିଛନ୍ତି । କେନ୍ଦ୍ରକୁ ପରାମର୍ଶ ଦେବା ଭିତରେ ଆଗକୁ ଚାଷୀଙ୍କ ପକ୍ଷ ଜାଣିବାକୁ ଚାହିଁଛନ୍ତି କୋର୍ଟ । ଏହି ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ଆନ୍ଦୋଳନ କରିବା ଚାଷୀଙ୍କ ହକ୍ , କେହି ଏହାକୁ ରୋକି ପାରିବେନି । କିନ୍ତୁ ଆନ୍ଦୋଳନ ଯୋଗୁଁ କାହାର ସମସ୍ୟା ନହୁଏ, ଏହା ଦେଖିବା ଜରୁରୀ । ଏହା ସହିତ ସର୍ବୋଚ୍ଚ ଅଦାଲତ କହିଛନ୍ତି ଚାଷୀଙ୍କ ମତ ଶୁଣିସାରିବା ପରେ ଗଠନ ହେବ କମିଟି । ଆସନ୍ତା ସପ୍ତାହରେ ହେବ ଆଗାମୀ ଶୁଣାଣି ।

from Kanak News
via <a href="https://ifttt.com/?

ଭାରତ-ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟ । ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୨୩୩-୬ । କୋହଲି ହାସଲ କଲେ ଅର୍ଦ୍ଧଶତକ 

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଡେ ନାଇଟ ଟେଷ୍ଟରେ ପ୍ରଥମ ଦିନ ଖେଳ ଶେଷ ହୋଇଛି । ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୮୯ ଓଭର ଖେଳି ୬ ୱିକେଟ ହରାଇ ୨୩୩ ରନ କରିଛି । ଦଳ ପକ୍ଷରୁ ଅଧିନାୟକ ବିରାଟ କୋହିଲ ସର୍ବାଧିକ ୭୪ ରନ କରିଥିଲେ । ସେହିପରି ରିଦ୍ଧିମାନ ସାହା ଓ ଅଶ୍ୱିନୀ ନଟ ଆଉଟ ରହିଛନ୍ତି ।

ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ଏତେ ଭଲ ପ୍ରଦର୍ଶନ କରିପାରିନଥିଲା । ଦଳ ପକ୍ଷରୁ ବିରାଟ କୋହିଲ ୭୪, ଚେତେଶ୍ୱର ପୂଜାରା ୪୩ ଓ ଆଜିଙ୍କ୍ୟ ରାହାଣେ ୪୨ ରନ କରିଛନ୍ତି । ସେହିପରି ରିଦ୍ଧିମାନ ସାହା ୯ ଓ ଅଶ୍ୱିନୀ ୧୫ ରନରେ ନଟ ଆଉଟ ରହିଛନ୍ତି ।

କାଲି ପୁଣି ଦ୍ୱିତୀୟ ଦିନ ବ୍ୟାଟିଂ ଆରମ୍ଭ କରିବ ଭାରତ । ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ବଡ ସ୍କୋର କରିବାକୁ ହେବ । ସେହିପରି ଅଷ୍ଟ୍ରେଲିଆ ବୋଲର ଭଲ ପ୍ରଦର୍ଶନ କରିଛନ୍ତି ।

from Kanak News
via <a href="https://ifttt.com/?

ବିହାର ଷ୍ଟାଇଲରେ ଧର୍ମଶାଳାରୁ ଯୁବତୀ ଅପହରଣ । ଉଦ୍ଧାର କରିବା ପାଇଁ ପରିବାରକୁ ବିକଳ ହୋଇ ଫୋନକଲେ ଯୁବତୀ । ଥାନାରେ ଲଭ-ଜିହାଦର ଅଭିଯୋଗ ଆଣିଲେ ପରିବାର ଲୋକ

କନକ ବ୍ୟୁରୋ : ଜଣେ ୨୧ ବର୍ଷର ଯୁବତୀଙ୍କୁ ଅପହରଣ ଏବଂ ଅପହରଣ ପରେ ଧର୍ମ ପରିବର୍ତନ ଓ ବିବାହ କରିବାର ଉଦ୍ୟମ ଭଳି, ସଂଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳାରୁ । ଏନେଇ ଧର୍ମଶାଳା ଥାନରେ ଅଭିଯୋଗ ହୋଇଥିବା ବେଳେ ଲଭ ଜିହାଦ୍ ଭଳି ସଂଘାତିକ୍ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ପ୍ରାୟ ୧୨ ଦିନ ହେଲା ଅପହରଣକାରୀଙ୍କ କବଜାରେ ଅଛନ୍ତି ଯୁବତୀ । ଆଉ କୌଶଳ କ୍ରମେ ଘର ଲୋକଙ୍କୁ ଫୋନ କରି ଉଦ୍ଧାର କରିବାକୁ ନିବେଦନ କରିଛି ଅପହୃତ ଯୁବତୀ ।

ଅପହୃତ ଯୁବତୀଙ୍କ ଏହି ଫୋନ୍ କଲ ହିଁ ଘଟଣାର ସମ୍ବେଦନଶୀଳତାକୁ ବୟାନ କରୁଛି । ସଂପୃକ୍ତ ଯୁବତୀ ଫୋନ କରି ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ ମାଙ୍କୁ ନିବେଦନ କରିଥିବା ବେଳେ ଧର୍ମଶାଳା ଥାନାରେ ଏତଲା ଦେଇଛନ୍ତି ଅପହୃତ ଯୁବତୀଙ୍କ ବାପା । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଗତ ୫ ତାରିଖରେ ମାଇଗ୍ରେସନ୍ ସାର୍ଟିଫିକେଟ୍ ଆବେଦନ ପାଇଁ ଯୁବତୀ ଜଣକ ୟୁଏନ୍ କଲେଜକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେଉଥିବା ଦେଖି ପରିବାର ଲୋକ ଫୋନ୍ କରିବାରୁ ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ସମ୍ପର୍କୀୟଙ୍କୁ ପଚରାଉଚୁରା କରିବା ପରେ ବି କିଛି ପତ୍ତା ମିଳିନଥିଲା ।

ତେବେ ଶେଖ୍ ଅବ୍ଦୁଲ ଖାନ୍ ନାମକ ଜଣେ ଯୁବକ ପୂର୍ବରୁ ଧର୍ମ ପରିବର୍ତନ କରି ବିବାହ କରିବାକୁ ପ୍ରଲୋଭନ ଦେଖାଇଥିବାରୁ ସନ୍ଦେହ ବଢ଼ିଥିଲା । ଝିଅ ରାଜି ନହେଲେ ଜବରଦସ୍ତ ଉଠାଇ ନେବାକୁ ମଧ୍ୟ ଧମକ ଦିଆଯାଇଥିଲା । ଏହା ଲଭ୍ ଜିହାଦ୍ର ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ ।

ଥାନାରେ ହୋଇଥିବା ଅଭିଯୋଗରେ ସ୍ପଷ୍ଟ ଭାବେ ଧର୍ମପରିବର୍ତନ ଏବଂ ଲଭ୍ ଜିହାଦ୍ କଥା ଉଲ୍ଲେଖ କରାଯାଇଛି । ତେଣୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ଏପଟେ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିବ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବଜରଙ୍ଗ ଦଳ ।

ସଂପୃକ୍ତ ଯୁବକ ତାଙ୍କୁ ବଳପୂର୍ବକ ବିବାହ କରିବାକୁ ଉଦ୍ୟମ କରୁଛନ୍ତି ଓ ନିର୍ଯାତନା ଦେଉଛନ୍ତି ବୋଲି ଫୋନ୍ରେ ସୂଚନା ଦେଇଥିବା ବେଳେ ଯୁବତୀଙ୍କ ଅଭିଯୋଗ ଅଧାରରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି ପୁଲିସ୍ । ଅପରାଧିକ ଷଡଯନ୍ତ୍ର ଓ ଧମକ ଅଭିଯୋଗରେ ଅଭିଯୁକ୍ତ ଯୁବକ ଶେଖ୍ ଅବଦୁଲ୍ ଖାନଙ୍କ ବାପାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଘଟଣାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତାଙ୍କ ବାପା । ଦୀର୍ଘ ୧୨ ଦିନ ହେଲା ଅପହରଣକାରୀଙ୍କ କବଜାର ଯୁବତୀ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି । ତେଣୁ ତୁରନ୍ତ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଦାବି ହେଉଛି ।

from Kanak News
via <a href="https://ifttt.com/?

ଏସଆଇଟିର ‘ପରୀ’ ରିପୋର୍ଟରେ ସନ୍ତୁଷ୍ଟ ନୁହଁନ୍ତି ହାଇକୋର୍ଟ । କହିଲେ ପରୀ ମାମଲାରେ ତଦନ୍ତ ବିଶେଷ କିଛି ଆଗେଇ ନାହିଁ ।

କନକ ବ୍ୟୁରୋ: ନୟାଗଡ ପରୀ ହତ୍ୟା ମାମଲାରେ ଏସଆଇଟିର ତଦନ୍ତକୁ ନେଇ ସନ୍ତୁଷ୍ଟ ହୋଇନାହାନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ଏହି ମାମଲାରେ ତଦନ୍ତ ବିଶେଷ କିଛି ଆଗେଇ ନାହିଁ । କୋର୍ଟଙ୍କୁ ମୁଦା ଲଫାପାରେ ରିପୋର୍ଟ ଦିଆଯାଇଛି । କିନ୍ତୁ ଅଭିଯୁକ୍ତକୁ ଧରିବା ଭଳି ତଦନ୍ତ, ଆଗେଇ ନଥିବା କୋର୍ଟ ଅନୁଭବ କରୁଛନ୍ତି । ତଥାପି ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ହାଇକୋର୍ଟ । ଏଥିପାଇଁ ପୁଣି ଥରେ ତଦନ୍ତ କେତେ ବାଟ ଆଗେଇଛି ସେ ନେଇ ପ୍ରୋଗ୍ରେସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଗତକାଲି କୋର୍ଟରେ ଏସଆଇଟି ରିପୋର୍ଟ ଦାଖଲ ପରେ ଜଣାପଡିଥିଲା ଯେ ପରୀକୁ ଯୌନ ନିର୍ଯାତନା ଦେବା ପରେ ହତ୍ୟା କରାଯାଇଛି । ପରୀର ପୋଷାକରୁ ଏସଆଇଟି ସିମେନ୍ ପାଇଥିବା ନେଇ ମଧ୍ୟ ଖବର ଆସିଥିଲା । ଏହା ପରେ ତଦନ୍ତ ନିର୍ଣ୍ଣାୟକ ମୋଡରେ ପହଁଚିଗଲା ବୋଲି ସାଧାରଣରେ ଏକ ବାର୍ତା ଯାଇଥିଲା । କିନ୍ତୁ ଆଜି ହାଇକୋର୍ଟ ଏଭଳି ମନ୍ତବ୍ୟ ଦେବା ପରେ ପୁରା ଘଟଣାଟି ଗୋଳିଆ ହୋଇଗଲା ପରି ଲାଗୁଛି । ମୁଦା ଲଫାପାରେ ଦିଆଯାଇଥିବା ରିପୋର୍ଟକୁ କୋର୍ଟ ଭଲ ଭାବେ ତର୍ଜମା କରିବା ପରେ ତଦନ୍ତ ବିଶେଷ ଆଗେଇ ନଥିବା ବୋଲି ମନ୍ତବ୍ୟ ଦେବା ଏସଆଇଟିର ତଦନ୍ତ ଅଗ୍ରଗତି ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

from Kanak News
via <a href="https://ifttt.com/?

ମହାମାରୀ ପାଇଁ ଓଡ଼ିଶାରେ ଆମ ସମ୍ପ୍ରସାରଣ ଯୋଜନା ପ୍ରଭାବିତ ହୋଇନି : ଟି ଏସ୍‌ ସାମ୍ଭୋଗ୍‌

କନକ ବ୍ୟୁରୋ  : ଓଡ଼ିଶାକୁ ନେଇ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ବୃହତ ଯୋଜନା ରଖିଛି। ପାରାଦୀପ ଓ କେନ୍ଦୁଝରରେ ଏହାର ପୁଞ୍ଜିନିବେଶ ଜାରି ରହିଛି। ଏହି ଯୋଜନା କିଭଳି ଆଗକୁ ବଢ଼ୁଛି, କଂପାନି ଉପରେ କରୋନା ମହାମାରୀର ପ୍ରଭାବ, ସିଏସ୍ଆର୍‌ କାର୍ଯ୍ୟକ୍ରମ ଓ ଓଡ଼ିଶାର ନୂଆ ସମ୍ଭାବ୍ୟ ଶିଳ୍ପ ନୀତି ଉପରେ କଂପାନିର  କାର୍ଯ୍ୟନିର୍ବାହୀ ନିର୍ଦେଶକ-ଓଡ଼ିଶା ଫାସିଲିଟିଜ୍‌ ଟି ଏସ୍‌ ସାମ୍ଭୋଗଙ୍କ ସହ ହୋଇଥିବା ଆଲୋଚନାକୁ ଏଠାରେ ଉପସ୍ଥାପନ କରାଯାଇଛି।

ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍‌ ଓଡ଼ିଶାରେ ୨୦୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ସେଥିରେ କିଭଳି ଅଗ୍ରଗତି ହୋଇଛି?

ଆମର ସମ୍ପ୍ରସାରଣ ଯୋଜନା ଠିକ୍ ରାସ୍ତାରେ ରହିଛି। କୋଭିଡ୍‌-୧୯ ମହାମାରୀ ଦ୍ୱାରା ତାହା ପ୍ରଭାବିତ ହୋଇନାହିଁ। ଭାରତର ବର୍ଦ୍ଧିତ ଇସ୍ପାତ ଚାହିଦାକୁ ନେଇ ଆମେ ଉତ୍ସାହିତ ଥିବା ବେଳେ ପାରାଦୀପରେ ଥିବା ପେଲେଟ୍‌ କାରଖାନାର ଉତ୍ପାଦନ କ୍ଷମତାକୁ ବାର୍ଷିକ ୬ ନିୟୁତ ଟନରୁ ବୃଦ୍ଧି କରି ୧୨ ନିୟୁତ ଟନ୍ କରିବୁ। ସେହିପରି, କେନ୍ଦୁଝର ଡୁବୁନା ଠାରେ ଥିବା ବେନିଫିକେସନ୍ କାରଖାନାର ଉତ୍ପାଦନ କ୍ଷମତାକୁ ବାର୍ଷିକ ୮ ନିୟୁତ ଟନରୁ ବଢ଼ାଇ ୧୨ ନିୟୁତ ଟନ୍ କରିବୁ। ଓଡ଼ିଶାରେ ହେବାକୁ ଥିବା ଏହି ସମ୍ପ୍ରସାରଣ ଯୋଜନାରେ ଆମେ ପର୍ଯ୍ୟାୟକ୍ରମେ ପୁଞ୍ଜିନିବେଶ କରିବୁ। ଏହା ଦ୍ୱାରା ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ରାଜ୍ୟ ସରକାରଙ୍କ ଲାଗି ରାଜସ୍ୱ ସୃ‌ଷ୍ଟି କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍‌ କାରବାର ଏକ ବର୍ଷ ପୂରଣ କରିଛି। ଏହା ଦେଶର ଇସ୍ପାତ କ୍ଷେତ୍ର ଏବଂ ଭିତ୍ତିଭୂମି ବିକାଶ ପ୍ରତି ସହଯୋଗ ଜାରି ରଖିବ।

ସ୍ଥାନୀୟ ସମାଜ ପାଇଁ କଂପାନି କ’ଣ ପଦକ୍ଷେପ ଗ୍ରହଣ କରିଛି?

କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର୍‌) ଆମ ବ୍ୟବସାୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ଏହା ଆମ ବ୍ୟବସାୟ ଦର୍ଶନ ସହ ଯୋଡ଼ି ‌ହୋଇରହିଛି। ଆମେ ପାରାଦୀପ ଓ ଡୁବୁନା ଠାରେ ବିଭିନ୍ନ ସିଏସ୍ଆର୍‌ କାର୍ଯ୍ୟ ହାତକୁ ନେଇଛୁ। ଆମେ ସ୍ୱାସ୍ଥ୍ୟ, ମହିଳା ସଶକ୍ତୀକରଣ, ଶିକ୍ଷା, ଜୀବନଜୀବିକା ଓ ଭିତ୍ତିଭୂମି ବିକାଶ ଆଦି ଉପରେ ଗୁରୁତ୍ୱାରୋପ କରୁଛୁ। ମହାମାରୀ ସମୟରେ ଆମର ଅଭିଯାନ ସ୍ଥାନୀୟ ଜନତା ଏବଂ ପ୍ରଶାସନ ଦ୍ୱାରା ବେଶ ପ୍ରଶଂସିତ ହୋଇଛି।

ନିବେଶକଙ୍କୁ ଆକର୍ଷିତ କରିବା ଲାଗି ଓଡ଼ିଶା ସରକାର ଏକ ଆକର୍ଷଣୀୟ ଓ ପ୍ରଗତିଶୀଳ ଶିଳ୍ପ ନୀତି ଆଣିବାକୁ ଯୋଜନା ରଖିଛନ୍ତି। ନିବେଶକଙ୍କୁ ଆକୃଷ୍ଟ କରିବାରେ ଏହି ନୀତି କିଭଳି ସହାୟକ ହେବ?

ଓଡ଼ିଶାର ଭୌଗୋଳିକ ଉପସ୍ଥିତି ଏବଂ ଖଣିଜ ସମ୍ପଦ ଏହାକୁ ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ କରିଛି। ଓଡ଼ିଶା ସରକାରଙ୍କ ନୂଆ ଶିଳ୍ପ ନୀତି ଉତ୍ସାହଜନକ ଏବଂ ଏହା ବିଭିନ୍ନ କ୍ଷେତ୍ରର ନିବେଶକଙ୍କୁ ଆକୃଷ୍ଟ କରିବ। ନୂଆ ନୀତିରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମଏସଏମଇ) ଓ ଷ୍ଟାର୍ଟ-ଅପ୍‌ କ୍ଷେତ୍ରର ବିକାଶ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସଂଶୋଧିତ ନୀତିରେ ଦିଆଯାଉଥିବା ପ୍ରୋ‌ତ୍ସାହନ ରାଜ୍ୟର ଶିଳ୍ପ ବିକାଶରେ ବିଶେଷ ସହାୟକ ହେବ।

ମହାମାରୀ ଦ୍ୱାରା ବ୍ୟବସାୟ ଜଗତ ଓ ଅନେକ ଶିଳ୍ପ ସଂସ୍ଥା ପ୍ରଭାବିତ ହୋଇଛନ୍ତି। ଆପଣଙ୍କ କଂପାନି ଏହି ସ୍ଥିତିର କିଭଳି ମୁକାବିଲା କରିଛି?

ଆରମ୍ଭରୁ ଆମେ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରୁଛୁ। ବରିଷ୍ଠ ପରିଚାଳନା କର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶନ ମହାମାରୀର ସଫଳ ମୁକାବିଲା କରିବାରେ ବିଶେଷ ସହାୟକ ହୋଇଛି। ତେଣୁ ଲକଡାଉନ୍ ଘୋଷଣା ହେବାର ଦୁଇରୁ ତିନି ମାସ ଭିତରେ ଆମ ଉତ୍ପାଦନ ସ୍ବାଭାବିକ ସ୍ଥିତିକୁ ଫେରିପାରିଥିଲା।

ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ୨୦୨୦ ବିଷୟରେ ଆପଣଙ୍କ ମତ କ’ଣ?

ସକାରାତ୍ମକ ପ୍ରଭାବ ପକାଇବାରେ ସଫଳ ହୋଇଥିବା କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ସ୍ୱୀକୃତି ଏବଂ ସମ୍ବର୍ଦ୍ଧିତ କରିବା ଲାଗି ସମ୍ବାଦ ଓ ଏହାର ଅଭିଯାନ ବାସ୍ତବରେ ପ୍ରଶଂସନୀୟ।

from Kanak News
via <a href="https://ifttt.com/?

‘ସମ୍ବାଦ’ର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ : ‘ରାଜ୍ୟ ସରକାରଙ୍କ ନୀତି ଅନେକ ବ୍ରାଣ୍ଡ୍‌ ସୃଷ୍ଟି କରିବ’

କନକ ବ୍ୟୁରୋ : ଇଣ୍ଡିଆନ୍ ମେଟାଲସ୍‌ ଆଣ୍ଡ୍‌ ଫେରୋ ଆଲଏଜ୍‌ ଲିମିଟେଡ୍‌ (ଇମ୍ଫା)ର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଏକ ସାକ୍ଷାତକାରରେ କରୋନା ମହାମାରୀର ପ୍ରଭାବ, ଫେରୋ କ୍ରୋମ୍ ଶିଳ୍ପ, ନିଜର ଅନୁଭବ ଏବଂ ଆଗାମୀ ଦିନର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଛନ୍ତି। ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି:

ସାକ୍ଷାତକାର: ପ୍ରଭାତ ପଟ୍ଟନାୟକ

ମହାମାରୀ ଉଭୟ ବ୍ୟକ୍ତିବିଶେଷ ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଭାବିତ କରିଛି। ଇମ୍ଫା ଭଳି ସଂସ୍ଥା ପାଇଁ ସ୍ଥିତି କିଭଳି ବଦଳିଛି?

ଚାପ ସମୟ ଦେଇ ଗତି କରିବା ପରେ ସମ୍ପୂର୍ଣ୍ଣ ଅନିଶ୍ଚିତତା ରହିଥିଲା ଏବଂ ଟିକା ନଆସିବା ପର୍ୟ୍ୟନ୍ତ ଭୂତାଣୁ ସହିତ ଆମକୁ ବଞ୍ଚିବା ଶିଖିବାକୁ ହେବ ବୋଲି ଆମେ ଜାଣିବା ପରେ ସ୍ଥିତି କିଛିଟା ସୁଧୁରିଛି। ନିରନ୍ତର ପ୍ରକ୍ରିୟା ଦ୍ୱାରା ପରିଚାଳିତ ଶିଳ୍ପ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ଛାଡ଼ ଯୋଗୁଁ ଆମର ମାନୁଫାକ୍‌ଚରିଂ ଏବଂ ତତ୍‌ ସଂକ୍ରାନ୍ତୀୟ କାର୍ଯ୍ୟ ଚାଲୁ ରହିଥିଲା। ଏଥିପାଇଁ ଆମେ ଉପଯୁକ୍ତ ସୁରକ୍ଷା ପଦକ୍ଷେପ ଓ ସହାୟକ ବ୍ୟବସ୍ଥା ଗ୍ରହଣ କରିଥିଲୁ ଏବଂ ଭର୍ଚୁଆଲ୍ ମାଧ୍ୟମରେ ପରିଚାଳନାର ସମୀକ୍ଷା କରାଯାଉଥିଲା। କାର୍ଯ୍ୟଶୈଳୀ ସୁରୁଖୁରୁରେ ‘ୱାର୍କ ଫ୍ରମ୍ ହୋମ୍‌’କୁ ରୂପାନ୍ତରିତ ହୋଇଥିଲା ଓ କାର୍ଯ୍ୟଦକ୍ଷତାରେ ଉନ୍ନତି ଦେଖିବାକୁ ମିଳିଥିଲା।

ଶିଳ୍ପର ବିଭିନ୍ନ କ୍ଷେତ୍ରରେ ସୁଧାରର ସ୍ପଷ୍ଟ ସଙ୍କେତ ଦେଖିବାକୁ ମିଳିଛି। ଫେରୋ କ୍ରୋମ୍ ଶିଳ୍ପରେ ମଧ୍ୟ କ’ଣ ସେଭଳି ସୁଧାର ଘଟିଛି?

ଜୀବନଜୀବିକାକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ  କରୁଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁଚିନ୍ତିତ ନୀତି ଯୋଗୁଁ ମାନୁଫାକ୍‌ଚରିଂ କ୍ଷେତ୍ରରେ ହୋଇଥିବା ସୁଧାର ସ୍ପଷ୍ଟ ବାରି ହେଉଛି। ଭୂତାଣୁକୁ ନିୟନ୍ତ୍ରଣ କରିବା ପଦକ୍ଷେପ ନିର୍ଦିଷ୍ଟ ଲକ୍ଷ୍ୟ ଭିତ୍ତିକ ରହିଛି ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରାନିତ୍ୱ ହୋଇଛି। ସାରା ବିଶ୍ୱର ଅର୍ଥନୀତି ଉନ୍ମୁକ୍ତ ହେବା ଯୋଗୁଁ ଅନ୍ୟା‌ନ୍ୟ ସାମଗ୍ରୀଗୁଡ଼ିକ ଭଳି ଫେରୋ କ୍ରୋମ୍ ଚାହିଦାରେ ମଧ୍ୟ ବୃଦ୍ଧି ଘଟିଛି।

ଏକ ସଂସ୍ଥାର ମୁଖ୍ୟ ଭାବେ ମହାମାରୀର ସକାରାତ୍ମକ ଦିଗଗୁଡ଼ିକ କ’ଣ ବୋଲି ଆପଣ ଅନୁଭବ କରୁଛନ୍ତି?

ଏହି ମହାମାରୀ ମାନବ ଜାତିକୁ ଜାଗ୍ରତ କରିବାର ଏକ ଆହ୍ୱାନ ଭଳି। କାହିଁକି ଏଭଳି ହେଲା ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ କିଭଳି ରୋକାଯାଇପାରିବ ତାହା ଆମକୁ ଅନୁଶୀଳନ କରିବାକୁ ପଡ଼ିବ। ପରିବାର ସହିତ ଅଧିକ ସମୟ ବିତାଇବା ଓ ସ୍ବଚ୍ଛ ପରିବେଶ ଭଳି ଅନେକ ସକାରାତ୍ମକ ପ୍ରଭାବ ଆମ ଉପ‌ବରେ ପଡ଼ିଛି। ତେଣୁ, ଆମକୁ ପୁରୁଣା ଦିନକୁ ପୁଣି ଫେରି ନଯାଇ ଏହି ଲାଭଗୁଡ଼ିକୁ ଧରି ରଖିବା ଉପରେ ଗୁରୁତ୍ୱ ଦେବାକୁ ହେବ।

କେବେ ସବୁ କିଛି ସ୍ୱାଭାବିକ ହେବ?

ଟିକାର ପରୀକ୍ଷଣ ଉତ୍ସାହଜନ ଫଳ ପ୍ରଦାନ କରିଥିବାରୁ ମୁଁ ଆଶା କରୁଛି ଯେ ଭୁତାଣୁ ସଂକ୍ରମଣର ଶୃଙ୍ଖଳା ବାସ୍ତବରେ ୨୦୨୧ ମଧ୍ୟ ଭାଗ ସୁଦ୍ଧା ଭାଙ୍ଗିଯିବ। ମାତ୍ର ଅନେକାଂଶରେ, କିଛିଟା ପରିବର୍ତନ ସହ ପ୍ରତ୍ୟକ୍ଷ ତୁଳନାରେ ଭର୍ଚୁଆଲ୍ ବାର୍ତାଳାପ ଅଧିକ ରହିବ।

ଆପଣଙ୍କ କଂପାନି ଭବିଷ୍ୟତର ସବୁ ନିବେଶ ସ୍ଥଗିତ ରଖିବ କି?

ଆମର ସମ୍ପ୍ରସାରଣ ଯୋଜନାକୁ ରାଜ୍ୟ ସରକାର ୨୦୧୯ ନଭେମ୍ବରରେ ମଞ୍ଜୁରି ପ୍ରଦାନ କରିଥିଲେ ଏବଂ ଆମେ ପ୍ରଳକ୍ପ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରଖିଥିଲୁ। ମାତ୍ର ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ବିଭ୍ରାଟ ପାଇଁ ଏହାର ସମୟ ସୀମା ବଢ଼ିଯିବ। ସ୍ଥାନୀୟ ଭାବେ ମୂଲ୍ୟ ଯୋଗ କରିବାକୁ ଆମେ ଦୃଢ଼ ଭାବେ ସମର୍ଥନ କରୁଛୁ ଏବଂ ଏକ୍ଷେତ୍ରରେ ସରକାରଙ୍କ ଥିବା ନୀତିକୁ ସହାୟତା ଜାରି ରଖିବୁ।

ସମ୍ବାଦର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?

ମୁଁ ଭାବୁଛି ଏହା ଏକ ଚମତ୍କାର ଅଭିଯାନ। ଗତ ଦୁଇଟି ସଂସ୍କରଣରେ ଆମେ ଏହାକୁ ଅର୍ଜନ କରିଥିବାରୁ ନିଜକୁ ଧନ୍ୟ ମନେ କରୁଛୁ। ଜଣଙ୍କ ସଫଳତାକୁ ଯେତେବେଳେ ସ୍ବୀକୃତି ପ୍ରଦାନ କରାଯାଏ ଆନନ୍ଦ ଅନୁଭବ ହୁଏ ଏବଂ ଏହା ଯେତେବେଳେ ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଠାରୁ ମିଳିଥାଏ ‌ଯାହା ଲୋକମାନଙ୍କ ମଧ୍ୟରେ ଅଧିକ ପ୍ରଚାରିତ ହୋଇପାରିଥାଏ। ପୁଞ୍ଜିନିବେଶ ହାସଲ କରିବା ପ୍ରତି ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଆଭିମୁଖ୍ୟ ଅନେକ ବ୍ରାଣ୍ଡ୍‌ ସୃଷ୍ଟି କରିବ ଏବଂ ଏଭଳି ପୁରସ୍କାର ସେମାନଙ୍କୁ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ପାଇବାରେ ସହାୟକ ହେବ।

from Kanak News
via <a href="https://ifttt.com/?

ଆନ୍ଦୋଳନରତ ଚାଷୀଙ୍କୁ ୮ ପୃଷ୍ଠାର ଚିଠି ଲେଖିଲେ କେନ୍ଦ୍ର କୃଷିମନ୍ତ୍ରୀ । କହିଲେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ । ପୂର୍ବ ଭଳି ଜାରି ରହିବ ଏମଏସପି ଓ ମଣ୍ଡି

କନକ ବ୍ୟୁରୋ : କୃଷକ ଆନ୍ଦୋଳନକୁ ୨୧ ଦିନ ପୁରିବା ପରେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସଂ ତୋମାର ଆନ୍ଦୋଳନରତ ଚାଷୀ ମାନଙ୍କ ପାଖକୁ ଏକ ୮ ପୃଷ୍ଠାର ଚିଠି ପଠାଇଛନ୍ତି । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି କି ଚାଷୀମାନେ ଯେଉଁ ଏମଏସପିକୁ ନେଇ ସନ୍ଦେହ ଜାରି କରିଛନ୍ତି ସେହି ଏମଏସପି ଏବେ ଜାରି ଅଛି ଓ ଆଗକୁ ରହିବ । ଏହାସହ ମୋଦି ସରକାରଙ୍କ ୬ ବର୍ଷ ଶାସନ କାଳରେ ଏମଏସପି ଜରିଆରେ ଚାଷୀଙ୍କୁ ଦୁଇଗୁଣ ଅର୍ଥ ଦିଆଯାଇଛି । ଅନ୍ୟପଟେ କୃଷି ଆଇନକୁ ନେଇ କୃଷକ ମାନଙ୍କ ମନରେ ଭ୍ରମ ସୃଷ୍ଟି କରାଯାଇଛି ବୋଲି ସେ ଲେଖିଛନ୍ତି । ସେ ଆହୁରି ଏହି ଚିଠିରେ ଲେଖିଛନ୍ତି କି ମଣ୍ଡି ବ୍ୟବସ୍ଥା ଏବେ ଯେଉଁ ଭଳି ରହିଛି, ତାହା ବି ଆଗାମୀ ଦିନରେ ସେହିଭଳି ରହିବ । କୃଷକ ମାନଙ୍କ ମନରେ ଭ୍ରମ ସୃଷ୍ଟି କରି ଆନ୍ଦୋଳନକୁ ପ୍ରୋତ୍ସାହନ ଦେଉଥିବା ମିଥ୍ୟାଚାରୀ ମାନଙ୍କୁ କୃଷକ ମାନେ ଭଲରେ ଚିହ୍ନନ୍ତୁ ବୋଲି ସେ ଚିଠିରେ ଲେଖିଛନ୍ତି । ଚୁକ୍ତି ଭିତିକ ଚାଷକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ଲେଖିଛନ୍ତି କି ଏହି ଆଇନ ବଳରେ କୃଷକଙ୍କ ଜମି ଉପରେ କୌଣସି ପ୍ରକାର ବିପଦ ରହିବ ନାହିଁ । କମ୍ପାନୀ ମାନେ କେବଳ ଉତ୍ପାଦିତ ଫସଲକୁ ନେଇ ଚୁକ୍ତି କରିବେ ଜମିକୁ ନେଇ କୌଣସି ଚୁକ୍ତି ହେବ ବୋଲି ନୂତନ ଆଇନରେ ପ୍ରାବଧାନ ନଥିବା କଥା କୃଷିମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କୃଷକ ମାନଙ୍କୁ ଚୁକ୍ତି ମୁତାବକ ନିର୍ଦ୍ଧାରିତ ସମୟରେ ଦେୟ ପ୍ରଦାନ କରାଯିବ । ନିର୍ଦ୍ଧାରିତ ସମୟରେ ଦେୟ ନଦେଲେ ଜରିମାନା ଲାଗୁ କରାଯିବ ।

ଏଭଳି ୮ ପୃଷ୍ଟା ସମ୍ବଳିତ ଏକ ଚିଠି କୃଷକ ମାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି କୃଷିମନ୍ତ୍ରୀ । ହେଲେ ଆଜିକୁ ୨୧ ଦିନ ଧରି ଆନ୍ଦୋଳନ ଚଳାଇଥିବା କୃଷକ ମାନେ ଏବେ ବି ଆଇନରେ ସଂଶୋଧନ ନୁହେଁ ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ।
ସେପଟେ ଏହି ଆନ୍ଦୋଳନକୁ ପୁର୍ଣ୍ଣ ସମର୍ଥନ ଜଣାଇ ଦିଲ୍ଲୀ ବିଧାନସଭାରେ ଆଜି ଏକ ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥିଲା । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆମ୍ ଆଦମୀ ପାର୍ଟିର ବିଧାୟକ ମାନେ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ କୃଷି ବିଲ୍ କୁ କୃଷକ ବିରୋଧୀ କହି ବିଧାନସଭା ଭିତରେ ଚିରି ଥିବାର ଦେଖିବାକୁ ମିଳିଥିଲା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started