ଆନ୍ଦୋଳନରତ ଚାଷୀଙ୍କୁ ୮ ପୃଷ୍ଠାର ଚିଠି ଲେଖିଲେ କେନ୍ଦ୍ର କୃଷିମନ୍ତ୍ରୀ । କହିଲେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ । ପୂର୍ବ ଭଳି ଜାରି ରହିବ ଏମଏସପି ଓ ମଣ୍ଡି

କନକ ବ୍ୟୁରୋ : କୃଷକ ଆନ୍ଦୋଳନକୁ ୨୧ ଦିନ ପୁରିବା ପରେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସଂ ତୋମାର ଆନ୍ଦୋଳନରତ ଚାଷୀ ମାନଙ୍କ ପାଖକୁ ଏକ ୮ ପୃଷ୍ଠାର ଚିଠି ପଠାଇଛନ୍ତି । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି କି ଚାଷୀମାନେ ଯେଉଁ ଏମଏସପିକୁ ନେଇ ସନ୍ଦେହ ଜାରି କରିଛନ୍ତି ସେହି ଏମଏସପି ଏବେ ଜାରି ଅଛି ଓ ଆଗକୁ ରହିବ । ଏହାସହ ମୋଦି ସରକାରଙ୍କ ୬ ବର୍ଷ ଶାସନ କାଳରେ ଏମଏସପି ଜରିଆରେ ଚାଷୀଙ୍କୁ ଦୁଇଗୁଣ ଅର୍ଥ ଦିଆଯାଇଛି । ଅନ୍ୟପଟେ କୃଷି ଆଇନକୁ ନେଇ କୃଷକ ମାନଙ୍କ ମନରେ ଭ୍ରମ ସୃଷ୍ଟି କରାଯାଇଛି ବୋଲି ସେ ଲେଖିଛନ୍ତି । ସେ ଆହୁରି ଏହି ଚିଠିରେ ଲେଖିଛନ୍ତି କି ମଣ୍ଡି ବ୍ୟବସ୍ଥା ଏବେ ଯେଉଁ ଭଳି ରହିଛି, ତାହା ବି ଆଗାମୀ ଦିନରେ ସେହିଭଳି ରହିବ । କୃଷକ ମାନଙ୍କ ମନରେ ଭ୍ରମ ସୃଷ୍ଟି କରି ଆନ୍ଦୋଳନକୁ ପ୍ରୋତ୍ସାହନ ଦେଉଥିବା ମିଥ୍ୟାଚାରୀ ମାନଙ୍କୁ କୃଷକ ମାନେ ଭଲରେ ଚିହ୍ନନ୍ତୁ ବୋଲି ସେ ଚିଠିରେ ଲେଖିଛନ୍ତି । ଚୁକ୍ତି ଭିତିକ ଚାଷକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ଲେଖିଛନ୍ତି କି ଏହି ଆଇନ ବଳରେ କୃଷକଙ୍କ ଜମି ଉପରେ କୌଣସି ପ୍ରକାର ବିପଦ ରହିବ ନାହିଁ । କମ୍ପାନୀ ମାନେ କେବଳ ଉତ୍ପାଦିତ ଫସଲକୁ ନେଇ ଚୁକ୍ତି କରିବେ ଜମିକୁ ନେଇ କୌଣସି ଚୁକ୍ତି ହେବ ବୋଲି ନୂତନ ଆଇନରେ ପ୍ରାବଧାନ ନଥିବା କଥା କୃଷିମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କୃଷକ ମାନଙ୍କୁ ଚୁକ୍ତି ମୁତାବକ ନିର୍ଦ୍ଧାରିତ ସମୟରେ ଦେୟ ପ୍ରଦାନ କରାଯିବ । ନିର୍ଦ୍ଧାରିତ ସମୟରେ ଦେୟ ନଦେଲେ ଜରିମାନା ଲାଗୁ କରାଯିବ ।

ଏଭଳି ୮ ପୃଷ୍ଟା ସମ୍ବଳିତ ଏକ ଚିଠି କୃଷକ ମାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି କୃଷିମନ୍ତ୍ରୀ । ହେଲେ ଆଜିକୁ ୨୧ ଦିନ ଧରି ଆନ୍ଦୋଳନ ଚଳାଇଥିବା କୃଷକ ମାନେ ଏବେ ବି ଆଇନରେ ସଂଶୋଧନ ନୁହେଁ ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ।
ସେପଟେ ଏହି ଆନ୍ଦୋଳନକୁ ପୁର୍ଣ୍ଣ ସମର୍ଥନ ଜଣାଇ ଦିଲ୍ଲୀ ବିଧାନସଭାରେ ଆଜି ଏକ ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥିଲା । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆମ୍ ଆଦମୀ ପାର୍ଟିର ବିଧାୟକ ମାନେ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ କୃଷି ବିଲ୍ କୁ କୃଷକ ବିରୋଧୀ କହି ବିଧାନସଭା ଭିତରେ ଚିରି ଥିବାର ଦେଖିବାକୁ ମିଳିଥିଲା ।

from Kanak News
via <a href="https://ifttt.com/?

କୃଷି ଆଇନକୁ ନେଇ ଦିଲ୍ଲୀ ବିଧାନସଭାରେ ଦେଖବାକୁ ମଳିିଲା ବିଚିତ୍ର ଚିତ୍ର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚରିଲେ ବିଲ୍

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ବିବାଦିୟ କୃଷି ବିଲର ପ୍ରତୀକ ଚିରିଛନ୍ତି । ଏହା ସହ ଚେତାବନୀ ଦେଇ କହିଛନ୍ତି କି କେନ୍ଦ୍ରସରକାର ବ୍ରିଟିସ ମାନଙ୍କ ଠାରୁ ଆହୁରି ନିର୍ଦ୍ଦୟ ହୁଅ ନାହିଁ । କୃଷକ ଆନ୍ଦୋଳନ ଉପରେ ଚର୍ଚ୍ଚା କରିବାକୁ ଡକାଯାଇଥିବା ଦିଲ୍ଲୀ ବିଧାସଭାର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାରଙ୍କୁ କଡା ଟିପ୍ପଣୀ ଦେଇ ସେ କହିଛନ୍ତି କି କରୋନା ମହାମାରୀ ସମୟରେ ଏଭଳି ଆଇନ ପାରିତ କରିବାର କ’ଣ ଆବଶ୍ୟକତା ଥିଲା ।
ଏହା ପୂର୍ବରୁ ଆମ୍ ଆଦମୀର ବିଧାୟକ ମାନେ ବି କୃଷି ଆଇନର ପ୍ରତୀକାତ୍ମକ କାଗଜ ଚରିଥିବାର ଦେଖିବାକୁ ମିଳିଥିଲା । ଏହାସହ ଦିଲ୍ଲୀ ସରକାର କେନ୍ଦ୍ରସରକାରଙ୍କ ତରଫରୁ ପାରିତ ହୋଇଥିବା ୩ ଟି ବିବାଦିତ ଆଇନକୁ ସଦନରେ ରଖିବା ପରେ ଏହାକୁ ପ୍ରଥମେ ଆପ୍ ବିଧାୟକ ମହେନ୍ଦ୍ର ଗୋଏଲ ଓ ସୋମନାଥ ଭାରତୀ ଚିରିଥିଲେ । ଏହା ସହ ଉଭୟ ବିଧାୟକ କହିଥିଲେ କି ‘କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ଏହି କଳା କାନୁନକୁ ଆମେ ବିରୋଧ କରୁଛୁ ଯାହାକି କୃଷକ ବିରୋଧୀ’ ।
ବିଧାନସଭା ଭିତରେ କେଜ୍ରିୱାଲ କହିଥିଲେ କି ଏଭଳି ଆଚରଣ କରିବା ପାଇଁ ଆମକୁ କଷ୍ଟ ହେଉଛି ହେଲେ ଦେଶର ଅନ୍ନଦାତା ଏଭଳି ଥଣ୍ଡା ସମୟରେ ସଡକ ଉପରେ ୨୧ ଦିନ ହେବ ବସିଛନ୍ତି ତାହା ବି ଆମକୁ କଷ୍ଟ ଦେଉଛି । ଏହା ସହିତ ସେ କହିଥିଲେ କି ବର୍ତମାନ ଯାଏ ଆନ୍ଦୋଳନରତ କୃଷକ ମାନଙ୍କ ମଧ୍ୟରୁ ୨୦ ରୁ ଅଧିକ କୃଷକ ଧାରଣା ସ୍ଥଳରେ ମୃତ୍ୟୁବରଣ କରିସାରିଲେଣି । ଆଉ କେତେ କୃଷକଙ୍କ ଜୀବନ ନେବା ପରେ କେନ୍ଦ୍ରସରକାର କୃଷକ ମାନଙ୍କ ଦାବି ଶୁଣିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ୧୯୦୭ ମସିହାରେ ଏଭଳି ଆନ୍ଦୋଳନ ହୋଇଥିଲା । ଯାହାର ନାମ ଥିଲା ପଗଡି ସମ୍ଭାଲ ଜଟା । ଏହି ଆନ୍ଦୋଳନ ଇଂରେଜ ମାନଙ୍କ ବିରୋଧରେ ୯ ମାସ ପର୍ଯ୍ୟନ୍ତ ଚାଲିଥିଲା । ଏହି ଆନ୍ଦୋଳନର ନେତୃତ୍ୱ ଭଗତ ସିଂଙ୍କ ପିତା ଓ ତାଙ୍କର ଦାଦା ନେଇଥିଲେ । ସେହି ସମୟରେ ଇଂରେଜ ସରକାର ବି କହିଥିଲେ ଏହି ଆଇନରେ କିଛିଟା ପରିବର୍ତ୍ତନ କରିଦେବୁ । ହେଲେ କୃଷକ ମାନେ ଜିଦ ଧରିଥିଲେ କି ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର କରାଯାଉ । ଆଜି ଦେଶ ଇଂରେଜ ମାନଙ୍କ ଠାରୁ ମୂୁକ୍ତି ପାଇଛି । ହେଲେ ଏବେର ସରକାର ଇଂରେଜ ମାନଙ୍କ ଭଳି ସମାନ ଢଙ୍ଗରେ କୃଷକ ମାନଙ୍କ ସହିତ ଲଢୁଛନ୍ତି ।

from Kanak News
via <a href="https://ifttt.com/?

ଅପହରଣକାରୀଙ୍କ କବଜାରେ ଯୁବତୀ । ଉଦ୍ଧାର କରିବା ପାଇଁ ମାଆକୁ ଫୋନ ଯୋଗେ ଝିଅର ନିବେଦନ । ସେପଟେ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବାପା ଗିରଫ

କନକ ବ୍ୟୁରୋ : ଅପହରଣକାରୀଙ୍କ କବଜାରେ ଯୁବତୀ । ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ଯାଜପୁର ଧର୍ମଶାଳା ଥାନା ଅଂଚଳରୁ । ଯୁବତୀଙ୍କୁ ଅପହରଣ କରାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଖୋଦ ସଂପୃକ୍ତ ଯୁବତୀ ପୁରୀରୁ ନିଜ ମାଙ୍କ ଫୋନ କରି ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ ମାଙ୍କୁ ନିବେଦନ କରିଛନ୍ତି । ପୁରୀରୁ ଏହି ଫୋନ କରିଥିବା ଯୁବତୀ ତାଙ୍କ ଫୋନକଲରେ କହିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ନିର୍ଯାତନା ଦିଆଯାଉଥିବାରୁ ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ସେ ନିବେଦନ କରିଛନ୍ତି ।

ସେ କହୁଛନ୍ତି, ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଉ । ନହେଲେ ଅପହରଣକାରୀ ସେମାନଙ୍କୁ ମାରିଦେବେ । ତାଙ୍କୁ ନିର୍ଯାତନା ଦିଆଯାଇଛି ଓ ସ୍ଥାନ ବାରମ୍ବାର ବଦଳାଯାଉଛି । ଖବର ଅନୁସାରେ, ସଂପୃକ୍ତ ଯୁବତୀଙ୍କ ସହ ପଡୋଶୀ ଗାଁର ଜଣେ ଯୁବକ ଅବଦୁଲ ସେହମତ ଖାଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ସଂପୃକ୍ତ ଯୁବତୀ ଗତ ୫ ତାରିଖରେ ନିଜ କଲେଜକୁ ସାର୍ଟିଫିକେଟ ପାଇଁ ଯିବାବେଳେ ତାଙ୍କୁ ଅବଦୁଲ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଏପରିକି ଏହା କହିଲେ ତାଙ୍କୁ ମାରିଦେବାକୁ ସଂପୃକ୍ତ ଯୁବକ ଧମକ ଦେଉଥିବା ଯୁବତୀ ଜଣଙ୍କ ତାଙ୍କ ମାଙ୍କୁ ଫୋନରେ କହିଛନ୍ତି ।

ଯୁବତୀ ଜଣକ ଆହୁରି କହିଛନ୍ତି, ସଂପୃକ୍ତ ଯୁବକ ତାଙ୍କୁ ବଳପୂର୍ବକ ବିବାହ କରିବାକୁ ଉଦ୍ୟମ କରୁଛନ୍ତି ଓ ନିର୍ଯାତନା ଦେଉଛନ୍ତି । ଏ ନେଇ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲୋ ପୁଲିସ ଯୁବତୀଙ୍କୁ ଉଦ୍ଧାର କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ବି କୌଣସି ସୁରାକ୍ ପାଇପାରିନାହିଁ । ଅପରାଧିକ ଷଡଯନ୍ତ୍ର ଓ ଧମକ ଅଭିଯୋଗରେ ଅବଦୁଲଙ୍କ ବାପାଙ୍କୁ ପୁଲିସ ଗିରଫ କରିଛି । ନିଜ ଝିଅଙ୍କୁ ଉଦ୍ଧାର କରିବା ପାଇଁ ଯୁବତୀଙ୍କ ବାପା ବି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

from Kanak News
via <a href="https://ifttt.com/?

ମହାକାଶକୁ ଯୋଗାଯୋଗ ସାଟେଲାଇଟ ଛାଡିଲା ଇସ୍ରୋ । ଆକାଶରୁ ଯୋଗାଯୋଗକୁ ସହଜ କରିବ ସିଏମଏସ-୦୧

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା  (ଇସ୍ରୋ) ପକ୍ଷରୁ ଗୁରୁବାର ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ ସିଏମଏସ-୦୧କୁ ମହାକାଶକୁ ପ୍ରେରଣ କରାଯାଇଛି । ଇସ୍ରୋର ପିଏସଏଲଭି-ସି୫୦ ମାଧ୍ୟମରେ ଏହାକୁ କକ୍ଷପଥରେ ସ୍ଥାପନ କରାଯାଇଛି । ଶ୍ରୀହରିକୋଟା ସ୍ଥିତ ଶତୀଶ ଧଓ୍ବନ ମହାକାଶ କେନ୍ଦ୍ରର ୨ୟ ଲଞ୍ଚ୍ ପ୍ୟାଡରୁ ଆଜି ଅପରାହ୍ଣ ୩ ଘଣ୍ଟା ୪୧  ମିନିଟ ସମୟରେ ପିଏସଏଲଭିର ଉତକ୍ଷେପଣ କରାଯାଇଥିଲା । ଏହା ହେଉଛି ପିଏସଏଲଭିର ୫୨ତମ ମିଶନ ।

ଏହି ସଫଳ ଉତକ୍ଷେପଣ ସମ୍ପର୍କରେ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହି ଟ୍ୱିଟରେ କୁହାଯାଇଛି ଯେ ପିଏସଏଲଭି ସଫଳତାର ସହ ସିଏମଏସ-୦୧କୁ କକ୍ଷପଥରେ ସ୍ଥାପନ କରିଛି । ତେବେ ଉକ୍ତ କକ୍ଷପଥର ନିର୍ଦ୍ଧାରିତ ସ୍ଥାନରେ ସ୍ଥାପିତ ହେବାକୁ ଏହି ଉପଗ୍ରହକୁ ଆଉ ୪ ଦିନ ଲାଗିଯିବ । ବର୍ତ୍ତମାନ ସୁଦ୍ଧା ଏହି ଉପଗ୍ରହ ଠିକ ଭାବେ କାର୍ଯ୍ୟ କରୁଛି ।

ସିଏମଏସ-୦୧ ହେଉଛି ଇସ୍ରୋ ଦ୍ବାରା ଛଡ଼ାଯାଇଥିବା ୪୨ ତମ ଯୋଗାଯୋଗ ସାଟେଲାଇଟ । ଏହା ଭାରତୀୟ ମୂଳ ଭୂଖଣ୍ଡ ଓ ଆଣ୍ଡାମାନ ଓ ନିକୋବର ଅଞ୍ଚଳରେ ସଂପ୍ରସାରିତ ସି-ବ୍ୟାଣ୍ଡ୍ ସେବା ଯୋଗାଇବ । ଗତ ନଭେମ୍ବର ୭ ରେ ଇସ୍ରୋ ପକ୍ଷରୁ ପିଏସଏଲଭି-ସି୪୯ ମାଧ୍ୟମରେ ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଛଡ଼ାଯାଇଥିଲା ।

from Kanak News
via <a href="https://ifttt.com/?

ମମତାଙ୍କ ଉପରେ ମାଡି ଆସୁଛି ବିପଦ । ଶୁଭେନ୍ଦୁଙ୍କ ପରେ ବିଧାୟକ ପଦରୁ ଇସ୍ତଫା ଦେଲେ ଆସନସୋଲ ବିଧାୟକ । ଇସ୍ତଫା ଦେବା ଲାଇନରେ ଆହୁରି ଅନେକ

କନକ ବ୍ୟୁରୋ : ୨୦୨୧ ରେ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି    । ଶୁଭେନ୍ଦୁ ଅଧିକାରୀଙ୍କ ପରେ ପାର୍ଟିର ବିଧାୟକ ତଥା ଆସନସୋଲ ନଗରନିଗମର ଅଧ୍ୟକ୍ଷ ଜିତେନ୍ଦ୍ର ତିୱାରୀ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଦଳରୁ ଇସ୍ତଫା ଦେବା ପରେ ସେ ୧୯ ତାରିଖ ଦିନ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।

ଗୋଟିଏ ଦିନ ପୂର୍ବରୁ ଜିତେନ୍ଦ୍ର ରାଜ୍ୟସରକାରଙ୍କ ଉପରେ ଟାର୍ଗେଟ୍ କରିଥିଲେ । କେନ୍ଦ୍ରରୁ ରାଜ୍ୟକୁ ଦେଉଥିବା ଅନୁଦାନର ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ କି ରାଜ୍ୟସରକାରଙ୍କ ରାଜନୀତି ପାଇଁ ଆସନସୋଲ ନଗର ନିଗମକୁ କେନ୍ଦ୍ରରୁ ମିଳୁଥିବା ଅନୁଦାନ କାର୍ଯ୍ୟରେ ଲାଗୁ ନାହିଁ ବୋଲି ସେ କହିଥିଲେ ।

ଏନେଇ ରିବିବାର ଦିନ ଜିତେନ୍ଦ୍ର ତିୱାରୀ ସହରୀ ବିକାଶ ମନ୍ତ୍ରୀ ହକିମ୍ ଙ୍କୁ ଚିଠି ଲେଖିଥିଲେ । ସେ ଲେଖିଥିଲେ କି ମମତା ବାନାର୍ଜୀଙ୍କ ରାଜନୀତି ଯୋଗୁଁ ଆସନସୋଲ ନଗର ନିଗମକୁ କେନ୍ଦ୍ରସରକାର ଦେଇଥିବା ୨ ହଜାର କୋଟି ଟଙ୍କା ବିନିଯୋଗ ହୋଇପାରୁ ନାହିଁ । ଏହି ଅନୁଦାନ ସ୍ମାର୍ଟ ସିଟିର ବିକାଶ ପାଇଁ କେନ୍ଦ୍ର ସରକାର ଦେଇଥିଲେ । ସେ ଆହୁରି ଆରୋପ ଲଗାଇଛନ୍ତି କି ଏନେଇ ମୁଁ ୫ ଥର ମନ୍ତ୍ରୀ ହକିମ୍ ଙ୍କୁ ଚିଠି ଲେଖିଛନ୍ତି । ହେଲେ କିଛି ଉତ୍ତର ମିଳିନାହିଁ । ହେଲେ ଶେଷ ଚିଠିଟିକୁ କେହି ଖୋଲି ଦେଇଥିଲେ । ଏଭଳି ଅସନ୍ତୁଷ୍ଟ ହୋଇ ଜିତେନ୍ଦ୍ର ତିୱାରୀ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ।

ସୂଚନା ଥାଉକି ପଶ୍ଚିମବଙ୍ଗ ନିର୍ବାଚନକୁ ପାଖା ପାଖି ୬ ମାସ ବାକି ରହିଛି । ହେଲେ ଏବେ ଠାରୁ ପଶ୍ଚିମବଙ୍ଗ ରାଜନୀତି ପୁରା ସରଗରମ ହେବା ଦେଖା ଦେଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ୨ ଦିନ ଯାକ ତାଙ୍କ ରାଲି ଉପରେ ଆକ୍ରମଣ ହୋଇଥିଲା । ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅନେକ ତୁ ତୁ ମେ ମେ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ୍୍ ଶାହା ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ଏହା ପୂର୍ବରୁ ଜଣଙ୍କ ପରେ ଜଣେ ଟିଏମସି ମନ୍ତ୍ରୀ ଓ ବିଧାୟକ ଦଳରୁ ଇସ୍ତଫା ଦେଉଥିବାରୁ ସେମାନେ ୧୯ ତାରିଖରେ ଅମିତ୍ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ସାଧାରଣ ଲୋକଙ୍କ ଦାନ ଟଙ୍କାରେ ହେବ ଭବ୍ୟ ଶ୍ରୀରାମ ମନ୍ଦିର । ଜାନୁଆରୀ ୧୫ରୁ ଦେଶବ୍ୟାପୀ ଟଙ୍କା ଯୋଗାଡ କରିବେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ।

କନକ ବ୍ୟୁରୋ : ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଶ୍ୱ ହିନ୍ଦୁ ପରିଷଦ । ଦେଶରେ ହେବାକୁ ଥିବା ଏହି ଭବ୍ୟ ମନ୍ଦିରର ନିର୍ମାଣ ପାଇଁ ସମସ୍ତ ରାମ ଭକ୍ତଙ୍କ ଠାରୁ ଆର୍ଥିକ ସହଯୋଗ ନିଆଯିବ । ଆସନ୍ତା ୧୫ ଜାନୁଆରୀ ଅଥାର୍ତ ମକର ସଂକ୍ରାନ୍ତିରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୂରା ଦେଶବ୍ୟାପୀ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ଉପସଭାପତି ତଥା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବ ଚମ୍ପତ ରାୟ ।

ସାମ୍ବାଦିକ ସମ୍ମିଳନୀ କରି ଚମ୍ପତ ରାୟ କହିଛନ୍ତି, ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ପାଇଁ ପ୍ରତ୍ୟେକ ରାମଭକ୍ତଙ୍କ ଠାରୁ ସହଯୋଗ ନିଆଯିବ । ଶ୍ରୀରାମଙ୍କର ଏହି ମନ୍ଦିର ନିର୍ମାଣ ପାଇଁ ଯେଉଁ କଷ୍ଟ କରିବାକୁ ପଡିଛି ତାହାର ଇତିହାସ ଲୋକଙ୍କ ପାଖରେ ପହଞ୍ଚାଯିବ । ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକତ୍ତା ଏହି ବାର୍ତ୍ତା ନେଇ ଦେଶର ୪ ଲକ୍ଷ ଗାଁରେ ପହଞ୍ଚିବେ । ଏହାସହ ୧୧ କୋଟି ପରିବାରକୁ ଭେଟିବା ସହ ପ୍ରାୟ ୫୦ କୋଟି ଲୋକଙ୍କୁ ଏହି ମନ୍ଦିରର ଇତିହାସ ବାବଦରେ ଅବଗତ କରାଇବେ କାର୍ଯ୍ୟକତ୍ତା । ସେହିଭଳି ଏହି ଅଭିଯାନରେ ରାମଭକ୍ତ ମାନେ ସ୍ୱଇଚ୍ଛାରେ ଆର୍ଥିକ ସହାୟତା ପ୍ରଦାନ କଲେ ସ୍ୱୀକାର କରାଯିବ । ଆଉ ଏଥିପାଇଁ ୧୦, ୧୦୦ ଓ ୧୦୦୦ ଟଙ୍କିଆ କୁପନ ଜାରି କରାଯିବ । ଯେଉଁ କୁପନରେ ଦିବ୍ୟ ମନ୍ଦିରର ଚିତ୍ର ରହିବ । ତେଣୁ ଏହି କୁପନ ମାଧ୍ୟମରେ ଭବ୍ୟ ଶ୍ରୀରାମ ମନ୍ଦିରର ଚିତ୍ର ଅଧା ଭାରତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ୪ କୋଟି ୧୦ ଟଙ୍କିଆ କୁପନ, ୮ କୋଟି ୧୦୦ ଟଙ୍କିଆ କୁପନ ଓ ୧୨ ଲକ୍ଷ ହଜାର ଟଙ୍କିଆ କୁପନ ଜାରି କରାଯିବ ।

ଭବ୍ୟ ଶ୍ରୀରାମ ମନ୍ଦିରର ନିର୍ମାଣ ଆଗାମୀ ୩ ବର୍ଷ ମଧ୍ୟରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମନ୍ଦିରର ଯେପରି ୧୦୦୦ ବର୍ଷ ଯାଏଁ କୌଣସି କ୍ଷତି ନହେବ ସେଥିପ୍ରତି ଯଥେଷ୍ଟ ଦୃଷ୍ଟି ଦିଆଯାଇଛି । ସବୁଠୁ ବଡ କଥା ହେଲା, ବିଶ୍ୱ ହିନ୍ଦୁ ପରିଷଦର ଏହି ଅଭିଯାନରେ ୩ରୁ ୪ ଲକ୍ଷ କାର୍ଯ୍ୟକର୍ତ୍ତା ସାମିଲ ହେବେ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ଠାରୁ ବ୍ୟକ୍ତିଗତ ଭାବେ ଦାନ ଅର୍ଥ ଗ୍ରହଣ କରାଯିବ । କିନ୍ତୁ ସରକାରଙ୍କ ଠାରୁ ମନ୍ଦିର ନିର୍ମାଣ ବାବଦକୁ ଟଙ୍କା ନ ନେଇ ସହଯୋଗ ଆଶା କରିଛି ଭିଏଚପି । ଏହାଛଡା ମନ୍ଦିର ନିର୍ମାଣ ପାଇଁ ବିଦେଶରୁ ଟଙ୍କା ସଂଗ୍ରହ କରାଯିବନି ।

from Kanak News
via <a href="https://ifttt.com/?

ଚକଖଡିରେ ଲୌହମାନବ । ବିଶ୍ୱର ସବୁଠୁ କ୍ଷୁଦ୍ର ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପ୍ରତିକୃତି ତିଆରି କରି ଚର୍ଚ୍ଚାରେ ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ ।

କନକ ବ୍ୟୁରୋ: ଚକଖଡିରେ ଲୌହମାନବଙ୍କ ଚମକ୍ରାର ଚିତ୍ର । ଖଡିରେ ଖୋଦେଇ କରି ସମସ୍ତଙ୍କୁ ଚମକାଇଦେଲେ ବାଲେଶ୍ୱରର ଚିତ୍ରଶିଳ୍ପୀ । ସର୍ଦ୍ଦାର ପଟେଲଙ୍କ ପୁଣ୍ୟତିଥିରେ ଯୁବ ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ ଚକଖଡିରେ ତାଙ୍କ ପ୍ରତିକୃତି ତିଆରି କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମାତ୍ର ଘଣ୍ଟାଏ ଭିତରେ ମହାପୁରୁଷଙ୍କ କ୍ଷୁଦ୍ର ପ୍ରତିକୃତି କରି ବେଶ ଚର୍ଚ୍ଚାରେ ରହିଛନ୍ତି ସଞ୍ଜୟ । ତେବେ ଏହା ବିଶ୍ୱର ସବୁଠାରୁ ଛୋଟ ପ୍ରତିକୃତି ବୋଲି କୁହାଯାଉଛି ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ନାମ୍ପୋ ଗାଁର ସଞ୍ଜୟ ପିଲାବେଳୁ ଚିତ୍ର ପ୍ରତି ଆଗ୍ରହୀ ଥିଲେ । ବିଭିନ୍ନ ସମୟରେ ସେ କଳାକୁ ନେଇ ପରୀକ୍ଷା ନିରିକ୍ଷା କରନ୍ତି । ସଂପ୍ରତି ବାଲେଶ୍ୱର ଆର୍ଟ କଲେଜରେ ଅଧ୍ୟାପକ ଥିବା ସଞ୍ଜୟ କେତେବେଳେ ଇଟାରେ ମଣିଷର ପାଦ ତିଆରି କରନ୍ତି ତ କେବେ ବୁଦ୍ଧଙ୍କ ଚିତ୍ରରେ ଭିନ୍ନ ଏକ ବାର୍ତା ଦିଅନ୍ତି । ସର୍ଦ୍ଦାର ପଟେଲଙ୍କ ଏହି କ୍ଷୁଦ୍ର ପ୍ରତିକୃତି କରିବା ପୂର୍ବରୁ ସେ ସର୍ବପଲି ରାଧାକ୍ରିଷ୍ଣଙ୍କର ମଧ୍ୟ ପ୍ରତିକୃତି ଆଙ୍କିଥିଲେ । ଛୁଞ୍ଚି ସାହାଯ୍ୟରେ ଚକ ଖଡିକୁ ଖୋଦେଇ କରି ଓଡିଶାର ୬ ବରପୁତ୍ରଙ୍କର ବି ପ୍ରତିକୃତି ସଞ୍ଜୟ ତିଆରି କରିସାରିଛନ୍ତି । କଥା ସମ୍ରାଟ ଫକୀର ମୋହନ, ଉକ୍ରଳମଣି ଗୋପବନ୍ଧୁ ଦାସ, ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ମଧୁ ବାରିଷ୍ଟରଙ୍କର ଚକଖଡିରେ ଚମକ୍ରାର କଳା ଦେଖାଇ ଚର୍ଚ୍ଚା ସୃଷ୍ଟି କରିଥିବା ସଞ୍ଜୟ ଏବେ ପୁଣି ଚର୍ଚ୍ଚିତ ହୋଇଛନ୍ତି ।

from Kanak News
via <a href="https://ifttt.com/?

ବିଜେପି ପରେ ପଶ୍ଚିମବଙ୍ଗରେ ମମତାଙ୍କ ପାଇଁ କାଳ ହେବେ କି ନିତୀଶ । ବିଧାନସଭା ନିର୍ବାଚନରେ ୭୫ ଆସନରେ ଲଢିବାକୁ ଘୋଷଣା । ସେପଟେ ମମତାଙ୍କ ସମର୍ଥନରେ ତେଜସ୍ୱୀ

କନକ ବ୍ୟୁରୋ : ଆସନ୍ତା ବର୍ଷ ପଶ୍ଚମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେ ଠାରୁ ରାଜନୈତିକ ଦଳ ମାନେ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ କ୍ଷମତାରେ ଥିବା ଟିଏମସି ଓ କେନ୍ଦ୍ର କ୍ଷମତାରେ ଥିବା ବିଜେପି ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମଳିଛି । ଏହାରି ମଧ୍ୟରେ ବିହାରରେ କ୍ଷମତା ଦଖଲ କରିଥିବା ନିତୀଶ କୁମାରଙ୍କ ଜେଡିୟୁ ବି ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି । ପାର୍ଟି ଦାବି କରିଛି କି ଦଳ ପକ୍ଷରୁ ପଶ୍ଚିମବଙ୍ଗ ବିଧାନସଭାରେ ୭୫ ଆସନ ପାଇଁ ପ୍ରାର୍ଥୀ ଦେବ ।

ଜେଡିୟୁର ପଶ୍ଚିମବଙ୍ଗ ପ୍ରଭାରୀ ଗୁଲାମ ରସୁଲ ବଲିୟାବୀ ନିର୍ବାଚନରେ ପ୍ରାର୍ଥୀ ଦେବା କଥା କହିଛନ୍ତି । ସେ କହିଛନ୍ତି କି ଏନେଇ ସେ ଲଗାତର ଭାବେ ପଶ୍ଚିମବଙ୍ଗ ଜେଡିୟୁ ନେତାଙ୍କ ସହିତ ସଂପର୍କରେ ରହିଛନ୍ତି । ଏହା ସହ ନିର୍ବାଚନରେ ଜେଡିୟୁ ୭୫ ଟି ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ଚଳାଇଥିବା କଥା ବଲିୟାବୀ କହିଛନ୍ତି । ଏହା ସହ ସେ କହିଛନ୍ତି କି ବିହାର ସୀମାରେ ଥିବା ପଶ୍ଚିମବଙ୍ଗର କିଛି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦଳ ଅଗ୍ରାଧିକାର ଦେଉଥିବା କଥା ସେ କହିଛନ୍ତି । ଏନେଇ ପଶ୍ଚିମବଙ୍ଗ ଜେଡିୟୁର ମୁଖ୍ୟ ଓ ନିତୀଶ କୁମାରଙ୍କ ସହ ଖୁବଶୀଘ୍ର ବୈଠକ ବସିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ମେଣ୍ଟସରକାର ଥିବା ବେଳେ ପଶ୍ଚିମବଙ୍ଗରେ ଜେଡିୟୁ ଏକା ଲଢିବା ନା ପୁଣି ବିଜେପି ସହିତ ଗଠବନ୍ଧନ କରିବ ନେଇ ପ୍ରଶ୍ନର ଉତ୍ତର ଦେଇ ବଲିୟାବୀ କହିଛନ୍ତି କି ଦଳର ମୁଖ୍ୟ ଏନେଇ ତୁରନ୍ତ ବିଜେପି ସହିତ ଆଲୋଚନା କରିବେ । ଏନେଇ ବିଜେପି ସହିତ ଯଦି ସହମତି ହେବ ତାହେଲେ ଦଳ ସେଠାରେ ୭୫ ଟି ଆସନରେ ପ୍ରାର୍ଥୀ ଦେବ । ଏହା ସହ ସେ କହିଛନ୍ତି କି ଜେଡିୟୁ ବିଜେପିର ସହଯୋଗୀ ଦଳ । ହେଲେ ଝାଡଖଣ୍ଡ ନିର୍ବାଚନରେ ଜେଡିୟୁ ଏକା ଲଢିଥିବା କଥା ସେ କହିଛନ୍ତି ।
ଏହାକୁ ନେଇ ବିଜେପି ନେତା ସଞ୍ଜୟ ମୟୁଖ କହିଛନ୍ତି କି ଏହା ପୂର୍ବରୁ ବି ବିଭିନ୍ନ ରାଜ୍ୟରେ ଜେଡିୟୁ ଓ ବିଜେପି ଅଲଗା ଅଲଗା ଭାବେ ନିର୍ବାଚନ ଲଢିଛନ୍ତି । ଏଠାରେ ଯଦି ଉଭୟ ଦଳଙ୍କ ମଧ୍ୟରେ ସହମତି ହେଲା ତାହେଲେ ଠିକ୍ ଅଛି ନହେଲେ ବିଜେପି ଏଠାରେ ଏକାକି ନିର୍ବାଚନ ଲଢିବାରେ କିଛି ଅସୁବିଧା ନାହିଁ ।

ସେପଟେ ଗୋଟଏ ପକ୍ଷରେ ଜେଡିୟୁ ପଶ୍ଚିମବଙ୍ଗରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିହାରରେ ମୁଖ୍ୟ ବିରୋଧୀଦଳ ଆରଜେଡି ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ସପକ୍ଷରେ ପ୍ରଚାର କରିବ ବୋଲି ଜଣାପଡିଛି । ଆରଜେଡି ନେତା ଶ୍ୟାମ ରଜକ କହିଛନ୍ତି କି ଆମ ପାର୍ଟି ଚାହୁଁଛି କି ମମତା ବାନାର୍ଜୀ ପୁଣି ଥରେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଏନେଇ ଦଳ ମମତାଙ୍କ ସପକ୍ଷରେ କିଭଳି ରଣନୀତି ପ୍ରସ୍ତୁତ କରିବ ତାହା ଏବେ ଆଲୋଚନା ଚାଲିଛି ।

from Kanak News
via <a href="https://ifttt.com/?

କଏଦୀ କରିଛନ୍ତି ବ୍ୟାଣ୍ଡ ପାର୍ଟି । ଜେଲରୁ ବରାଦ ନେଇ ବିବାହରେ ବଜାଉଛନ୍ତି ବ୍ୟାଣ୍ଡ ଓ ଗାଉଛନ୍ତି ଗୀତ । ମିଳୁଥିବା ଟଙ୍କାକୁ ପଠାଉଛନ୍ତି ନିଜ ପରିବାରର ଖର୍ଚ୍ଚ ପାଇଁ ।

କନକ ବ୍ୟୁରୋ : ସାଧାରଣତଃ କଏଦୀ ମାନଙ୍କୁ ଜେଲରେ ରହି ସଜା କାଟୁଥିବାର ଦେଖିଥିବେ । ହେଲେ କେବେ କଏଦୀମାନେ ଜେଲରୁ ଆସି ବ୍ୟାଣ୍ଡ ପାର୍ଟି ବଜାଉଥିବାର ଦେଖିନଥିବେ । କିନ୍ତୁ ଏଠି ଘଟିଛି କିଛି ଏଭଳି ଏକ ଘଟଣା । ଏଠାରେ କଏଦୀମାନେ କେବଳ ବାଜା ବଜାଉନାହାନ୍ତି ଗୀତ ଗାଇ ଲୋକଙ୍କ ମନୋରଞ୍ଜନ ମଧ୍ୟ କରୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ରାଜଧାନୀ ଲଖ୍ନୌରେ । ଲଖ୍ନୌ ଜେଲରେ ସଜା କାଟୁଥିବା ଏହି କଏଦୀମାନେ ନିଜର ଏକ ବ୍ୟାଣ୍ଡ ପାର୍ଟି କରିଛନ୍ତି । ଲୋକମାନେ ବିବାହ ଉତ୍ସବ ପାଇଁ ଏହି କଏଦୀଙ୍କ ବ୍ୟାଣ୍ଡ ପାର୍ଟିକୁ ବରାଦ ଦେଇଥାନ୍ତି । ଆଉ କଏଦୀମାନେ ବିବାହ ଉତ୍ସବରେ ଯୋଗ ଦେଇ ବ୍ୟାଣ୍ଡ ପାର୍ଟି ବଜାଇଥାନ୍ତି ।

ଲଖ୍ନୌର ଗୋସାଇଁଗଞ୍ଜ ଥାନା ଅଞ୍ଚଳରେ ଅବସ୍ଥିତ ଆଦର୍ଶ ଜେଲ । ଏହି ଜେଲରେ ପ୍ରାୟ ୪୪୧ ଜଣ କଏଦୀ ରହିଛନ୍ତି । ହେଲେ ସବୁଠାରୁ ବଡ କଥା ହେଉଛି ଏଠାରେ ପ୍ରାୟ ୧୦ ବର୍ଷ ହେଇଯିବ କଏଦୀମାନେ ବ୍ୟାଣ୍ଡପାର୍ଟି କରି ବିଭିନ୍ନ ବିବାହ ଉତ୍ସବରେ ଯୋଗ ଦେଇଥାନ୍ତି । ଏହି ବ୍ୟାଣ୍ଡ ପାର୍ଟିରେ ୧୨ ଜଣ କଏଦୀ ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମାଷ୍ଟର ଅଛନ୍ତି ଯିଏକି ବିବାହ ଉତ୍ସବହ ବରାଦ ନେବାକୁ ଯାଇଥାନ୍ତି । ଆଉ ଏଥିରୁ ମିଳୁଥିବା ଟଙ୍କାକୁ ସେମାନେ ନିଜ ପରିବାରର ଖର୍ଚ୍ଚ ପାଇଁ ପଠାଇଥାନ୍ତି ।

କୁହାଯାଉଛି ଯେ ବ୍ୟାଣ୍ଡ ପାର୍ଟିରେ ସାମିଲ ଥିବା ସବୁ କଏଦୀ ଆଜୀବନ କାରାବାସରେ ରହିଛନ୍ତି । ଏହି କଏଦୀମାନେ ବିଭିନ୍ନ ହତ୍ୟାକାଣ୍ଡ ଭଳି ଅପରାଧରେ ଜେଲରେ ସଜା କାଟୁଛନ୍ତି । ତେବେ କରୋନା ଯୋଗୁଁ ଚଳିତ ବର୍ଷ ସେମାନଙ୍କୁ ଏତେ ବୁକିଂ ମିଳିନଥିଲା । ହେଲେ ଏବେ ବି ସେମାନଙ୍କ ଆଶା ରହିଛି ଆଗକୁ ସେମାନେ ଆହୁରି ଭଲି କରି ବ୍ୟାଣ୍ଡପାର୍ଟିକୁ ଆଗକୁ ନେବେ ।

ଏହି ବ୍ୟାଣ୍ଡ ପାର୍ଟି ବହୁତ କମ ଟଙ୍କାରେ ଲୋକଙ୍କ ମନୋରଞ୍ଜନ କରିଥାନ୍ତି । ଏମାନେ ଘଣ୍ଟାଏ ପାଇଁ ଅଢେଇ ହଜାର ଟଙ୍କା ନିଅନ୍ତି । ଜେଲର ସ୍ୱତନ୍ତ୍ର ବସ ଯୋଗେ ଏମାନଙ୍କୁ ବିବାହ ଉତ୍ସବକୁ ନିଆଯାଏ । ଆଉ ସେଠାରେ ତାଙ୍କ ପାଇଁ ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ଥାନ୍ତି । ବିବାହ ଉତ୍ସବ ଶେଷ ହେବା ପରେ ସେମାନଙ୍କୁ ପୁଣି ବସରେ ଜେଲକୁ ଅଣାଯାଇଥାଏ ।

ଜେଲରେ ଆଜୀବନ କାରାବାସରେ ରହୁଥିବା କଏଦୀମାନଙ୍କୁ ଶ୍ରମ କରି ଟଙ୍କା ରୋଜଗାର କରିବାକୁ ବିଭିନ୍ନ ସୁଯୋଗ ଦିଆଯାଇଥାଏ । ଆଉ ଏହି ବ୍ୟାଣ୍ଡ ପାର୍ଟି ମାଧ୍ୟମରେ ମଧ୍ୟ ଏହି କଏଦୀମାନେ ଟଙ୍କା ରୋଜଗାର କରୁଛନ୍ତି ବୋଲି କହିଛନ୍ତି ଜେଲ ଡିଜି ଆନନ୍ଦ କୁମାର ।

from Kanak News
via <a href="https://ifttt.com/?

କୋଭିଡ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା

କନକ ବ୍ୟୁରୋ : ରାଜ୍ୟରେ କୋଭିଡ ଟୀକା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟରେ ଟୀକାକରଣ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ । ପରେ ବୟସ୍କ ଲୋକ ଓ ଅନ୍ୟମାନଙ୍କୁ ଟୀକା ଦିଆଯିବ । ତେବେ ସାଧାରଣ ଲୋକଙ୍କୁ ଗାଇଡଲାଇନ ଅନୁସାରେ ବ୍ୟବସ୍ଥା କଣ ରହିବ ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ନିର୍ଦ୍ଦେଶନାମା ଆସିନାହିଁ ।

ଏହାସହ ରାଜ୍ୟରେ ଟିକାରଣ ପାଇଁ ରାଜ୍ୟ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ନିର୍ବାଚନ ମଡେଲ ଭଳ ହେବ ଟିକାକରଣ । ତେବେ ପ୍ରଥ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା । ଏଥିପାଇଁ ୨ ଲକ୍ଷ ୯ ହଜାର ୨୭୬ ଟୀକାକରଣ ସ୍ଥାନ ଚିହ୍ନଟ ହୋଇଛି । ୮, ୨୭୬ ଟିକାକର୍ମୀ ନିୟୋଜିତ ହେବେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started